Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ସାରେଗାମାପା ଓଡିଶାର ସବୁଠାରୁ ବଡ଼ ସ୍ବରର ମହାମଞ୍ଚରେ କିଏ କରିବ ଧମାଲ

ଭୁବନେଶ୍ଵର: ଜୀ ସାର୍ଥକର ସାରେଗାମାପାରେ ଆଗକୁ ହେବାକୁ ଯାଉଛି ଆହୁରି ରୋମାଞ୍ଚକର ପ୍ରଦର୍ଶନ, କାରଣ ଆଗକୁ ହବାକୁ ଯାଉଛି ଏଲିମିନେଶନ, ତାପରେ ଆସିବେ ନୂଆ ଚ୍ୟାଲେଞ୍ଜର ଦେବାକୁ କଡା ଟକ୍କର। ଆଉ ସଂଗୀତର ଏହି ମହାମଞ୍ଚରେ ହେବ ମହା ମୁକାବିଲା। ସାରେଗାମାପାରେ ଏଥର ଦର୍ଶକ ଦେଖିପାରିବେ ପ୍ରତିଭାମାନଙ୍କର ଧମାକାଦାର ପରିବେଷଣ। ରକ ଷ୍ଟାର – ସାଇ ପ୍ରଜ୍ଞା, ରୋମାଣ୍ଟିକ ସ୍ପେସିଆଲିଷ୍ଟ – ସୌଜନ୍ୟା ଏବଂ ରଶ୍ମୀରେଖା – ଅଭିସଂଗୀତାଙ୍କ ଭଳି ମା-ଝିଅ ଯୋଡ଼ି ସେମି -କ୍ଲାସିକାଲ ଗୀତ ଗାଇ ନିଜର ସ୍ବପ୍ନକୁ ପୂରଣ କରି ପାରିବେ କି ସ୍ୱରର ମହାମଞ୍ଚ ସାରେଗାମାପାରେ।

ହବାକୁ ଅଛି ଏଲିମିନେସନ୍ ସରିଛି। ଆସିବେ ନୂଆ ପ୍ରତିଭା। ସୋ’ରେ ଆସିଛି ନୂଆ ଟୁଇଷ୍ଟ,ନୂଆ ପ୍ରଦର୍ଶନ। ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନଙ୍କୁ ମିଳିଛି ଭରପୁର ସୁଯୋଗ। ଏବେ ଆଗାମୀ ଏପିଶୋଡ ମାନଙ୍କରେ ଏହା ଦେଖିବାକୁ ମିଳିବ। ପୂର୍ବରୁ ଏହି ସାରେଗାମାପା ମଞ୍ଚ ମାଧ୍ୟମରେ ଅନେକ କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି। ଦର୍ଶକଙ୍କ ଉତ୍ସାହ ଓ ଉତ୍କଣ୍ଠାକୁ ଆଖିରେ ରଖି ଏବେ ନୂଆ ପ୍ରତିଭାର ଖୋଜ ଚାଲିଛି।

ସାରେଗାମାପା ସ୍ୱରର ମହାମଞ୍ଚ ପ୍ରତି ଶନିବାର ଓ ରବିବାର ରାତି ୯ଟା ୩୦ରେ ଜୀ ସାର୍ଥକରେ ପ୍ରସାରିତ ହେଉଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ଦୀପାବଳି, ଜାଣନ୍ତୁ ଏହି ଦିନ ମା କାଳୀଙ୍କୁ କାହିଁକି ପୂଜା କରାଯାଏ

ଭୁବନେଶ୍ବର: ଭାରତର ଅଧିକାଂଶ ରାଜ୍ୟରେ ଦୀପାବଳି ଅମାବାସ୍ୟାରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ହେଲେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆସାମରେ ଦେବୀ କାଳୀଙ୍କୁ ଏହି ଦିନ ପୂଜା କରାଯାଇଥାଏ।

କାହିଁକି କାଳୀ ପୂଜା କରାଯାଏ

ଅସୁରମାନଙ୍କୁ ହତ୍ୟା କରିବା ପରେ ମଧ୍ୟ ଯେତେବେଳେ ମହାକାଳୀଙ୍କ କ୍ରୋଧ କମି ନଥିଲା, ଭଗବାନ ଶିବ ନିଜେ ତାଙ୍କ ପାଦତଳେ ଶୋଇଯାଇଥିଲେ। ଭଗବାନ ଶିବଙ୍କ ଶରୀରର ତାଙ୍କ ପାଦ ସ୍ପର୍ଶ କରିବା ପରେ ଦେବୀ ମହାକାଳୀଙ୍କ କ୍ରୋଧ ଭଙ୍ଗ ହେଲା। ଏହାକୁ ସ୍ମରଣ କରି ତାଙ୍କ ଶାନ୍ତ ରୂପେ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିବାବେଳେ ଏହି ରାତିରେ ତାଙ୍କର ଭୟଙ୍କର ରୂପ କାଳୀଙ୍କୁ ମଧ୍ୟ ପୂଜା କରିବାର ନିୟମ କେତେକ ରାଜ୍ୟରେ ରହିଛି।

କାଳୀ ପୂଜାର ମହତ୍ତ୍ବ କ’ଣ ?

ଦୁଷ୍ଟ ଏବଂ ପାପୀମାନଙ୍କୁ ବିନାଶ କରିବା ପାଇଁ ଦେବୀ ଦୁର୍ଗା ମା କାଳୀ ଭାବରେ ଅବତାରିତ ହୋଇଥିଲେ। ବିଶ୍ୱାସ କରାଯାଏ ଯେ ମା କାଳୀଙ୍କୁ ପୂଜା କରିବା ଜୀବନର ସମସ୍ତ ଦୁଃଖ ଦୂର କରିଥାଏ। ଶତ୍ରୁମାନେ ବିନାଶ ହୁଅନ୍ତି। କୁହାଯାଏ ଯେ ମା କାଳୀଙ୍କୁ ପୂଜା କରି ରାହୁ ଗ୍ରହ ମଧ୍ୟ ଶାନ୍ତ ହୁଅନ୍ତି। ତନ୍ତ୍ର ସାଧନା ପାଇଁ ଅଧିକାଂଶ ସ୍ଥାନରେ ମା କାଳୀଙ୍କୁ ପୂଜା ମଧ୍ୟ କରାଯାଏ।

କାଳୀ ପୂଜା କିପରି କରାଯାଏ?

ମା କାଳୀଙ୍କୁ ଦୁଇଟି ଉପାୟରେ ପୂଜା କରାଯାଏ, ଗୋଟିଏ ସାଧାରଣ ଏବଂ ଅନ୍ୟଟି ହେଉଛି ତନ୍ତ୍ର ପୂଜା। ଯେକେହି ସାଧାରଣ ପୂଜା କରିପାରିବେ।

ବିଶେଷତ ମାତା କାଳୀଙ୍କ ସାଧାରଣ ପୂଜାରେ ୧୦୮ ନାଲି ମନ୍ଦାର ଫୁଲ, ୧୦୮ ବେଲପତ୍ର, ୧୦୮ ମାଟି ଦୀପ ଏବଂ ୧୦୮ ଦୁବ ଅର୍ପଣ କରିବାର ପରମ୍ପରା ଅଛି। ଏହା ସହିତ ମୌସୁମୀ ଫଳ, ମିଠା, ଖିଚିଡି, ଖିରି, ଭଜା ପନିପରିବା ଏବଂ ଅନ୍ୟାନ୍ୟ ସୁସ୍ବାଦୁ ଖାଦ୍ୟ ମଧ୍ୟ ମା’ଙ୍କୁ ଭୋଗ ଦିଆଯାଏ। ଏହି ପୂଜା ପଦ୍ଧତିରେ ସକାଳରୁ ରାତି ପର୍ଯ୍ୟନ୍ତ ଉପବାସରେ ରହିବାକୁ ପଡେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସମ୍ଭାବ୍ୟ ବାତ୍ୟା ଅପଡେଟ ଜାରି କଲା ଆଇଏମଡି: ଲ୍ୟାଣ୍ଡଫଲ ନେଇ କଲା ଆକଳନ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଅପଡେଟ ଜାରି କରିଛି। ଆଇଏମଡି ଅନୁଯାୟୀ ଓଡିଶା ପ୍ରତି ବାତ୍ୟା ଭୟ ନଥିବା ଆକଳନ କରାଯାଇଛି। ଓଡିଶାର କୌଣସି ସ୍ଥାନରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରୁନଥିବା ଆଇଏମଡି ଆକଳନ କରିଛି। ଏହା ଓଡିଶା ଉପକୂଳର ସମାନ୍ତରାଳ ଭାବେ ଗତି କରି ପଶ୍ଚିମବଙ୍ଗ ଏବଂ ବାଙ୍ଗାଲାଦେଶରେ ଲ୍ୟାଣ୍ଡ କରିବ ବୋଲି ଅନୁମାନ କରାଯାଉଛି।

କିନ୍ତୁ ଏହା ଓଡିଶା ଉପକୂଳ ସହ ସମାନ୍ତରାଳ ଭାବେ ଗତି କରିବା ବେଳେ ଓଡିଶାର ଧାମନଗର ଠାରେ ସବୁଠୁ କମ ଦୂରତା ଦେଇ ଗତି କରିବ ବୋଲି ଅନୁମାନ କରାଯାଉଛି। ଏହା ଆସନ୍ତା କାଲି ଅବପାତର ରୂପ ନେବ ଏବଂ ଏହାର ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ରୂପ ନେଇପାରେ। ଏହା ପରେ ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡର ରୂପ ନେବ ବୋଲି ଅନୁମାନ କରାଯାଉଛି।

ତେବେ ୨୪ ତାରିଖ ଦିନ ଏହା ଗତିପଥ ବଦଳାଇ ଉତ୍ତର-ପୂର୍ବ ଆଡକୁ ଓଡିଶା ଉପକୂଳର ସମାନ୍ତରଳ ଭାବେ ଗତି କରିବ। ୨୫ ତାରିଖ ଦିନ ଏହା ଭୀଷଣ ସାମୁଦ୍ରିକ ଝଡର ରୂପ ନେବ। ଏହା ପରେ ୨୫ ତାରିଖ ଏବଂ ୨୬ ତାରିଖ ମଧ୍ୟରାତ୍ରରେ ବାଙ୍ଗାଲାଦେଶ ଉପକୂଳରେ ମାଡ ହେବ ବୋଲି ଆକଳନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଆଉ ୭୩ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୭୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୦ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୫

କଟକ ଜିଲ୍ଲାରୁ- ୭

ଦେବଗଡ ଜିଲ୍ଲାରୁ- ୨

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୧

କଳାହାଣ୍ଡି ଜିଲ୍ଲାରୁ- ୬

ଖୋର୍ଦ୍ଧା ଜିଲ୍ଲାରୁ- ୮

ମୟୂରଭଞ୍ଜ ଜିଲ୍ଲାରୁ- ୩

ନୟାଗଡ ଜିଲ୍ଲାରୁ- ୧

ନୂଆପଡା ଜିଲ୍ଲାରୁ- ୩

ପୁରୀ ଜିଲ୍ଲାରୁ- ୮

ସମ୍ବଲପୁର ଜିଲ୍ଲାରୁ- ୭

ସୁନ୍ଦରଗଡ ଜିଲ୍ଲାରୁ- ୧୪

ଷ୍ଟେଟ ପୁଲରୁ- ୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୫ ହଜାର ୬୩୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୮୭୩ ଏବଂ ବର୍ତ୍ତମାନ ୫୦୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗତକାଲି ଅପେକ୍ଷା ଆଜି କରୋନା ଆକ୍ରାନ୍ତ ସଂଖ୍ୟାରେ ସାମାନ୍ୟ ବୃଦ୍ଧି, ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୭୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୭ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବରଗଡ ଜିଲ୍ଲାରୁ- ୩

ବଲାଙ୍ଗୀରି ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ- ୫

ଦେବଗଡ ଜିଲ୍ଲାରୁ- ୩

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୨

କଳାହାଣ୍ଡି ଜିଲ୍ଲାରୁ- ୬

କନ୍ଧମାଳ ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୧୩

ମୟୂରଭଞ୍ଜ ଜିଲ୍ଲାରୁ- ୨

ନୟାଗଡ ଜିଲ୍ଲାରୁ- ୨

ନୂଆପଡା ଜିଲ୍ଲାରୁ- ୫

ପୁରୀ ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୧୫

ସୁନ୍ଦରଗଡ ଜିଲ୍ଲାରୁ- ୧୨

ଷ୍ଟେଟ ପୁଲରୁ- ୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୫ ହଜାର ୩୧୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୪୪୦ ଏବଂ ବର୍ତ୍ତମାନ ୬୨୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଆଉ ୮୪ ଲୋକ ସଂକ୍ରମିତ, ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୮୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୨ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୪

ବରଗଡ ଜିଲ୍ଲାରୁ- ୨

ବଲାଙ୍ଗୀରି ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ- ୧୦

ଗଞ୍ଜାମ ଜିଲ୍ଲାରୁ- ୧

ଯାଜପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୨

କଳାହାଣ୍ଡି ଜିଲ୍ଲାରୁ- ୬

କନ୍ଧମାଳ ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୧୩

ମୟୂରଭଞ୍ଜ ଜିଲ୍ଲାରୁ- ୨

ନୟାଗଡ ଜିଲ୍ଲାରୁ- ୨

ନୂଆପଡା ଜିଲ୍ଲାରୁ- ୫

ପୁରୀ ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୧୫

ସୁନ୍ଦରଗଡ ଜିଲ୍ଲାରୁ- ୧୨

ଷ୍ଟେଟ ପୁଲରୁ- ୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୫ ହଜାର ୩୧୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୪୪୦ ଏବଂ ବର୍ତ୍ତମାନ ୬୨୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଶହେ ତଳକୁ ଖସିଲା ସଂକ୍ରମଣ, ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୭୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୨

ବରଗଡ ଜିଲ୍ଲାରୁ- ୧

ବଲାଙ୍ଗୀରି ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୮

ଦେବଗଡ ଜିଲ୍ଲାରୁ- ୧

ଜଗତସିଂହପୁର ଜିଲ୍ଲାରୁ- ୫

ଯାଜପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୨

କଳାହାଣ୍ଡି ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୭

କୋରାପୁଟ ଜିଲ୍ଲାରୁ- ୨

ନବରଙ୍ଗପୁର ଜିଲ୍ଲାରୁ- ୬

ନୟାଗଡ ଜିଲ୍ଲାରୁ- ୨

ନୂଆପଡା ଜିଲ୍ଲାରୁ- ୨

ପୁରୀ ଜିଲ୍ଲାରୁ- ୪

ସମ୍ବଲପୁର ଜିଲ୍ଲାରୁ- ୯

ସୁନ୍ଦରଗଡ ଜିଲ୍ଲାରୁ- ୨୦

ଷ୍ଟେଟ ପୁଲରୁ- ୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୫ ହଜାର ୨୩୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୩୮୧ ଏବଂ ବର୍ତ୍ତମାନ ୫୯୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

 

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଳା ସ୍ତରୀୟ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଖୋର୍ଦ୍ଧା: ଆନ୍ତଃଜାର୍ତୀୟ ଫୁଟବଲ ଫେଡ଼େରେସନ୍ ସଂଗଠନ (ଫିଫା) ଦ୍ୱାରା ଆୟୋଜିତ ଫିଫା ମହିଳା ଫୁଟବଲ ବିଶ୍ୱକପ୍ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେଉଥିବା ପରିପ୍ରେକ୍ଷୀରେ ଓଡ଼ିଶାର ୩୦ ଗୋଟି ଜିଲ୍ଳାରେ ବିଦ୍ୟାଳୟ ସ୍ତରୀୟ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି। ଖୋର୍ଦ୍ଧା ଜିଲ୍ଳାରେ ଖୋର୍ଦ୍ଧା ଷ୍ଟାଡ଼ିୟମ୍‌ରେ ଆଜି ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଅଛି।

ଜିଲ୍ଳା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନସ୍ପଦ ଅତିଥି ଭାବେ ଖୋର୍ଦ୍ଧାର ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ଼ଃ ନାରାୟଣ ରାଓ, ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଡ଼ଃ ଅମୃତ ପ୍ରୀତିନନ୍ଦା, ସ୍ନିଗ୍ଧା ମିଶ୍ର, ଗୋଷ୍ଠୀ ଶିକ୍ଷାଧିକାରୀ ଡ଼ଃ ନିରଂଜନ ମହାନ୍ତି, ସନାତନ ଜାଲି, ନଳିନୀକାନ୍ତ ମହାନ୍ତି, ସଧ୍ୟାରାଣୀ ରାଉତ, ରଶ୍ମିବାଳା ପରିଡ଼ା ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ବି.ଜେ.ବି ହାଇସ୍କୁଲର ପ୍ରଧାନ ଶିକ୍ଷକ ସେକ୍ ଗୋହର ଅଲ୍ଲୀ ଓ ଜିଲ୍ଳା ଶାରୀରିକ ଶିକ୍ଷା ନିରୀକ୍ଷକ ପଠାଣି ଆଗ୍ରାସିଂହ, ସହ ଗୋଷ୍ଠୀ ଶିକ୍ଷାଧିକାରୀ ଭରତ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମ ଉଦ୍‌ଘାଟନପରେ ଫିପା ସଂଗଠନ ଦ୍ୱାରା ପ୍ରଦତ୍ତ ୧୩୮୦ ଗୋଟି ଫୁଟବଲ ଜିଲ୍ଳାପାଳ, ବିଧାୟକ ଓ ଜିଲ୍ଳା ଶିକ୍ଷାଧିକାରୀଙ୍କ ଦ୍ୱାରା ହାଇସ୍କୁଲ ସମୂହଙ୍କୁ ବଣ୍ଟନ କରାଯାଇଥିଲା। ଆଜିର ପ୍ରତିଯୋଗିତାରେ ଭୁବନେଶ୍ୱର ମହାନଗର ନିଗମର ଉଭୟ ବାଳକ ଓ ବାଳିକା ଦଳ ବାଣପୁର ବ୍ଲକର ବାଳକ ଓ ବାଳିକାଦଳଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ସେହିପରି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ଉଭୟ ଜଟଣୀର ବାଳକ ଓ ବାଳିକା ଦଳ ଚିଲିକା ବ୍ଲକର ଉଭୟ ବାଳକ ଓ ବାଳିକା ଦଳଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ।

ଆସନ୍ତା କାଲି ଟାଙ୍ଗି ବ୍ଲକର ଉଭୟ ବାଳକ ଓ ବାଳିକା ଦଳ ବାଲିଅନ୍ତା ବ୍ଲକର ଉଭୟ ବାଳକ ଓ ବାଳିକା ଦଳଙ୍କୁ ସମ୍ମୁଖୀନ ହେବେ। ସେହିପରି ଅପରାହ୍ଣରେ ବାଲିପାଟଣା ବ୍ଲକର ଉଭୟ ବାଳକ ଓ ବାଳିକା ଦଳ ଖୋରଧା ବ୍ଲକର ବାଳକ ଓ ବାଳିକା ଦଳଙ୍କୁ ସମ୍ମୁଖୀନ ହେବେ।
ଆସନ୍ତା ତା ୧୬.୧୦.୨୦୨୨ ରିଖ ଦିନ ଟୁର୍ଣ୍ଣାମେଣ୍ଟର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହୋଇ ଉଭୟ ବାଳକ ଓ ବାଳିକା ବିଜୟୀ ଦଳଙ୍କୁ ଚମ୍ପିୟାନ୍ ସିଲ୍ ଓ ରନରସ୍ ଅପ୍ କପ୍ ପ୍ରଦାନ କରାଯିବ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଶହେ ଅତିକ୍ରମ କଲା କରୋନା, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୧୦୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୧୧

ବରଗଡ ଜିଲ୍ଲାରୁ- ୬

ଭଦ୍ରକ ଜିଲ୍ଲାରୁ- ୧

ବଲାଙ୍ଗୀରି ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୧୦

ଦେବଗଡ ଜିଲ୍ଲାରୁ- ୧

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୨

ଯାଜପୁର ଜିଲ୍ଲାରୁ- ୧

କଳାହାଣ୍ଡି ଜିଲ୍ଲାରୁ- ୨

କନ୍ଧମାଳ ଜିଲ୍ଲାରୁ- ୨

କେନ୍ଦୁଝର ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୨୦

କୋରାପୁଟ ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୩

ନବରଙ୍ଗପୁର ଜିଲ୍ଲାରୁ- ୩

ନୂଆପଡା ଜିଲ୍ଲାରୁ- ୬

ପୁରୀ ଜିଲ୍ଲାରୁ- ୬

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୩

ସୁନ୍ଦରଗଡ ଜିଲ୍ଲାରୁ- ୧୭

ଷ୍ଟେଟ ପୁଲରୁ- ୪

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୫ ହଜାର ୧୩୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୩୧୮ ଏବଂ ବର୍ତ୍ତମାନ ୫୮୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଆଉ ୯୫ ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୯୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୫୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୭

ବରଗଡ ଜିଲ୍ଲାରୁ- ୧

ଭଦ୍ରକ ଜିଲ୍ଲାରୁ- ୧

ବଲାଙ୍ଗୀରି ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୧୦

ଦେବଗଡ ଜିଲ୍ଲାରୁ- ୧

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୨

କଳାହାଣ୍ଡି ଜିଲ୍ଲାରୁ- ୫

କେନ୍ଦ୍ରପଡା ଜିଲ୍ଲାରୁ- ୧

କେନ୍ଦୁଝର ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୧୫

ମୟୂରଭଞ୍ଜ ଜିଲ୍ଲାରୁ- ୫

ନବରଙ୍ଗପୁର ଜିଲ୍ଲାରୁ- ୩

ନୟାଗଡ ଜିଲ୍ଲାରୁ- ୨

ନୂଆପଡା ଜିଲ୍ଲାରୁ- ୩

ପୁରୀ ଜିଲ୍ଲାରୁ- ୫

ସମ୍ବଲପୁର ଜିଲ୍ଲାରୁ- ୫

ସୁନ୍ଦରଗଡ ଜିଲ୍ଲାରୁ- ୧୬

ଷ୍ଟେଟ ପୁଲରୁ- ୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୫ ହଜାର ୫୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୨୦୫ ଏବଂ ବର୍ତ୍ତମାନ ୫୯୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୭୯ ଆକ୍ରାନ୍ତ ଚିହ୍ନଟ, ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୭୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୧୦

ବରଗଡ ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ- ୨

ଗଞ୍ଜାମ ଜିଲ୍ଲାରୁ- ୧

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୧

କେନ୍ଦୁଝର ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୧୩

ମୟୂରଭଞ୍ଜ ଜିଲ୍ଲାରୁ- ୨

ନବରଙ୍ଗପୁର ଜିଲ୍ଲାରୁ- ୧

ନୂଆପଡା ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୪

ସମ୍ବଲପୁର ଜିଲ୍ଲାରୁ- ୧୮

ସୁନ୍ଦରଗଡ ଜିଲ୍ଲାରୁ- ୧୨

ଷ୍ଟେଟ ପୁଲରୁ- ୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୪ ହଜାର ୯୫୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୧୧୧ ଏବଂ ବର୍ତ୍ତମାନ ୫୯୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୮୯ ଆକ୍ରାନ୍ତ ଚିହ୍ନଟ, ୬୦୦ ତଳକୁ ଖସିଲା ସକ୍ରିୟ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୮୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୫୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୧୦

ବରଗଡ ଜିଲ୍ଲାରୁ- ୨

ବଲାଙ୍ଗୀରି ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୧୧

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୧

କଳାହାଣ୍ଡି ଜିଲ୍ଲାରୁ- ୧

କେନ୍ଦ୍ରାପଡା ଜିଲ୍ଲାରୁ- ୩

କେନ୍ଦୁଝର ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୧୬

ମୟୂରଭଞ୍ଜ ଜିଲ୍ଲାରୁ- ୩

ନୟାଗଡ ଜିଲ୍ଲାରୁ- ୨

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୧୨

ସୁନ୍ଦରଗଡ ଜିଲ୍ଲାରୁ- ୧୬

ଷ୍ଟେଟ ପୁଲରୁ- ୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୪ ହଜାର ୮୭୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୩୬ ଏବଂ ବର୍ତ୍ତମାନ ୫୮୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ସାମାନ୍ୟ ବୃଦ୍ଧି ପାଇଲା କରୋନା, ୭୦୦ ତଳକୁ ଖସିଲା ସକ୍ରିୟ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୮୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୧

ବରଗଡ ଜିଲ୍ଲାରୁ- ୩

ଭଦ୍ରକ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୧୦

ଦେବଗଡ ଜିଲ୍ଲାରୁ- ୨

ଢେଙ୍କାନାଳ ଜିଲ୍ଲାରୁ- ୧

ଗଞ୍ଜାମ ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୩

କଳାହାଣ୍ଡି ଜିଲ୍ଲାରୁ- ୨

କେନ୍ଦୁଝର ଜିଲ୍ଲାରୁ- ୩

ଖୋର୍ଦ୍ଧା ଜିଲ୍ଲାରୁ- ୧୩

ମୟୂରଭଞ୍ଜ ଜିଲ୍ଲାରୁ- ୧

ନବରଙ୍ଗପୁର ଜିଲ୍ଲାରୁ- ୧

ନୟାଗଡ ଜିଲ୍ଲାରୁ- ୨

ନୂଆପଡା ଜିଲ୍ଲାରୁ- ୩

ପୁରୀ ଜିଲ୍ଲାରୁ- ୧୧

ରାୟଗଡା ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୩

ସୁନ୍ଦରଗଡ ଜିଲ୍ଲାରୁ- ୧୪

ଷ୍ଟେଟ ପୁଲରୁ- ୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୪ ହଜାର ୭୮୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୪ ହଜାର ୯୧୨ ଏବଂ ବର୍ତ୍ତମାନ ୬୨୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୬ ଟି ଜିଲ୍ଲାରେ ୬୩ ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୬୩  ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୧ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୩୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୬

ବରଗଡ ଜିଲ୍ଲାରୁ- ୪

ବଲାଙ୍ଗୀରି ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୧୦

ଦେବଗଡ ଜିଲ୍ଲାରୁ- ୮

ଜଗତସିଂହପୁର ଜିଲ୍ଲାରୁ- ୧

ଯାଜପୁର ଜିଲ୍ଲାରୁ- ୩

ଝାରସୁଗୁଡା ଜିଲ୍ଲାରୁ- ୧

କଳାହାଣ୍ଡି ଜିଲ୍ଲାରୁ- ୧

କେନ୍ଦ୍ରାପଡା ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୬

ମୟୂରଭଞ୍ଜ ଜିଲ୍ଲାରୁ- ୧

ନୟାଗଡ ଜିଲ୍ଲାରୁ- ୪

ନୂଆପଡା ଜିଲ୍ଲାରୁ- ୫

ପୁରୀ ଜିଲ୍ଲାରୁ- ୬

ସମ୍ବଲପୁର ଜିଲ୍ଲାରୁ- ୨

ସୁନ୍ଦରଗଡ ଜିଲ୍ଲାରୁ- ୧୧

ଷ୍ଟେଟ ପୁଲରୁ- ୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୪ ହଜାର ୭୦୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୪ ହଜାର ୭୩୬ ଏବଂ ବର୍ତ୍ତମାନ ୭୧୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ କରୋନାକୁ ନେଇ ଆଶ୍ବସ୍ତିକର ଖବର, ୫୦ ତଳକୁ ଖସିଲା ସଂକ୍ରମଣ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୪୯  ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୫

ବରଗଡ ଜିଲ୍ଲାରୁ- ୧

ଭଦ୍ରକ ଜିଲ୍ଲାରୁ- ୧

ବୌଦ୍ଧ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୧୦

ଦେବଗଡ ଜିଲ୍ଲାରୁ- ୪

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୧

କଳାହାଣ୍ଡି ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୩

କୋରାପୁଟ ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୧

ନୂଆପଡା ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୩

ସମ୍ବଲପୁର ଜିଲ୍ଲାରୁ- ୪

ସୁନ୍ଦରଗଡ ଜିଲ୍ଲାରୁ- ୫

ଷ୍ଟେଟ ପୁଲରୁ- ୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୪ ହଜାର ୬୪୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୪ ହଜାର ୫୭୦ ଏବଂ ବର୍ତ୍ତମାନ ୮୨୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ, ୧ ହଜାର ତଳକୁ ଖସିଲା ସକ୍ରିୟ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ବର: ଗତକାଲି ରାଜ୍ୟରେ ୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୬୮  ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୦ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୪

ଭଦ୍ରକ ଜିଲ୍ଲାରୁ- ୧

ବଲାଙ୍ଗୀରି ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୬

ଦେବଗଡ ଜିଲ୍ଲାରୁ- ୧

ଯାଜପୁର ଜିଲ୍ଲାରୁ- ୪

କେନ୍ଦୁଝର ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୧୪

ମୟୂରଭଞ୍ଜ ଜିଲ୍ଲାରୁ- ୧

ନୟାଗଡ ଜିଲ୍ଲାରୁ- ୬

ନୂଆପଡା ଜିଲ୍ଲାରୁ- ୩

ପୁରୀ ଜିଲ୍ଲାରୁ- ୮

ସମ୍ବଲପୁର ଜିଲ୍ଲାରୁ- ୫

ସୁନ୍ଦରଗଡ ଜିଲ୍ଲାରୁ- ୯

ଷ୍ଟେଟ ପୁଲରୁ- ୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୪ ହଜାର ୫୯୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୪ ହଜାର ୩୯୯ ଏବଂ ବର୍ତ୍ତମାନ ୯୪୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୯୧ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୯୧  ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୫୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୧

ଭଦ୍ରକ ଜିଲ୍ଲାରୁ- ୧

ବୌଦ୍ଧ ଜିଲ୍ଲାରୁ- ୫

କଟକ ଜିଲ୍ଲାରୁ- ୯

ଦେବଗଡ ଜିଲ୍ଲାରୁ- ୨

ଗଜପତି ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୧

ଯାଜପୁର ଜିଲ୍ଲାରୁ- ୩

କଳାହାଣ୍ଡି ଜିଲ୍ଲାରୁ- ୧

କନ୍ଧମାଳ ଜିଲ୍ଲାରୁ- ୩

ଖୋର୍ଦ୍ଧା ଜିଲ୍ଲାରୁ- ୧୪

କୋରାପୁଟ ଜିଲ୍ଲାରୁ- ୩

ମାଲକାନଗିରି ଜିଲ୍ଲାରୁ- ୧

ନୟାଗଡ ଜିଲ୍ଲାରୁ- ୨

ନୂଆପଡା ଜିଲ୍ଲାରୁ- ୧୩

ପୁରୀ ଜିଲ୍ଲାରୁ- ୫

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୩

ସୋନପୁର ଜିଲ୍ଲାରୁ- ୨

ସୁନ୍ଦରଗଡ ଜିଲ୍ଲାରୁ- ୧୪

ଷ୍ଟେଟ ପୁଲରୁ- ୪

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୪ ହଜାର ୫୨୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୪ ହଜାର ୨୩୦ ଏବଂ ବର୍ତ୍ତମାନ ୧୦୪୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୧୩୧ ଆକ୍ରାନ୍ତ ଚିହ୍ନଟ, ୧୩୦୦ ତଳକୁ ଖସିଲା ସକ୍ରିୟ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୧୩୧  ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୫ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୫୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୫୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୯

ବରଗଡ ଜିଲ୍ଲାରୁ- ୩

ଭଦ୍ରକ ଜିଲ୍ଲାରୁ- ୩

ବଲାଙ୍ଗୀରି ଜିଲ୍ଲାରୁ- ୨

ବୌଦ୍ଧ ଜିଲରୁ- ୨

କଟକ ଜିଲ୍ଲାରୁ- ୧

ଦେବଗଡ ଜିଲ୍ଲାରୁ- ୩

ଗଜପତି ଜିଲ୍ଲାରୁ- ୫

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୬

କଳାହାଣ୍ଡି ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୩୦

କୋରାପୁଟ ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୮

ନବରଙ୍ଗପୁର ଜିଲ୍ଲାରୁ- ୫

ନୟାଗଡ ଜିଲ୍ଲାରୁ- ୩

ନୂଆପଡା ଜିଲ୍ଲାରୁ- ୬

ପୁରୀ ଜିଲ୍ଲାରୁ- ୫

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୧୪

ସୋନପୁର ଜିଲ୍ଲାରୁ- ୩

ସୁନ୍ଦରଗଡ ଜିଲ୍ଲାରୁ- ୧୨

ଷ୍ଟେଟ ପୁଲରୁ- ୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୪ ହଜାର ୩୬୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୩ ହଜାର ୮୪୩ ଏବଂ ବର୍ତ୍ତମାନ ୧୨୭୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୧୫୦ ରୁ କମ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୧୪୬  ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୮୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୦ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୧୪

ବରଗଡ ଜିଲ୍ଲାରୁ- ୩

ଭଦ୍ରକ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୧୭

ଦେବଗଡ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୪

ଗଞ୍ଜାମ ଜିଲ୍ଲାରୁ- ୧

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୬

କନ୍ଧମାଳ ଜିଲ୍ଲାରୁ- ୨

କେନ୍ଦ୍ରାପଡା ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୨୪

କୋରାପୁଟ ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୪

ନବରଙ୍ଗପୁର ଜିଲ୍ଲାରୁ- ୪

ନୟାଗଡ ଜିଲ୍ଲାରୁ- ୬

ପୁରୀ ଜିଲ୍ଲାରୁ- ୨୨

ସମ୍ବଲପୁର ଜିଲ୍ଲାରୁ- ୬

ସୋନପୁର ଜିଲ୍ଲାରୁ- ୬

ସୁନ୍ଦରଗଡ ଜିଲ୍ଲାରୁ- ୧୩

ଷ୍ଟେଟ ପୁଲରୁ- ୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୪ ହଜାର ୨୩୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୩ ହଜାର ୬୪୬ ଏବଂ ବର୍ତ୍ତମାନ ୧୩୪୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୨୦୦ ରୁ କମ ଆକ୍ରାନ୍ତ ଚିହ୍ନଟ, ୧୪୦୦ ତଳକୁ ଖସିଲା ସକ୍ରିୟ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୧୮୦  ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୧ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୦୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୧୧

ବରଗଡ ଜିଲ୍ଲାରୁ- ୪

ବଲାଙ୍ଗୀରି ଜିଲ୍ଲାରୁ- ୪

କଟକ ଜିଲ୍ଲାରୁ- ୨୬

ଦେବଗଡ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୧

ଜଗତସିଂହପୁର ଜିଲ୍ଲାରୁ- ୭

ଯାଜପୁର ଜିଲ୍ଲାରୁ- ୫

କନ୍ଧମାଳ ଜିଲ୍ଲାରୁ- ୩

କେନ୍ଦ୍ରାପଡା ଜିଲ୍ଲାରୁ- ୧

କେନ୍ଦୁଝର ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୨୪

କୋରାପୁଟ ଜିଲ୍ଲାରୁ- ୫

ମୟୂରଭଞ୍ଜ ଜିଲ୍ଲାରୁ- ୯

ନବରଙ୍ଗପୁର ଜିଲ୍ଲାରୁ- ୩

ନୟାଗଡ ଜିଲ୍ଲାରୁ- ୪

ନୂଆପଡା ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୧୫

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୧୧

ସୋନପୁର ଜିଲ୍ଲାରୁ- ୬

ସୁନ୍ଦରଗଡ ଜିଲ୍ଲାରୁ- ୩୧

ଷ୍ଟେଟ ପୁଲରୁ- ୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୩ ହଜାର ୮୮୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୩ ହଜାର ୨୫୬ ଏବଂ ବର୍ତ୍ତମାନ ୧୩୮୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ “ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦”ର ସଫଳ ରୂପାୟନ: ସୁନ୍ଦରଗଡ଼ରୁ ଶୁଭାରମ୍ଭ ହେବ କର୍ମଶାଳା 

ସୁନ୍ଦରଗଡ଼: ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତୁତ “ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ” ୨୦୩୦ର ଓଡ଼ିଶାରେ ସଫଳ ରୂପାୟନ ଲାଗି ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେଉଛନ୍ତି। ଏନେଇ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କର୍ମଶାଳା କରାଯିବ। ପାଇଲଟ୍ କାର୍ଯ୍ୟକ୍ରମ ଭାବେ ସୁନ୍ଦରଗଡ଼ଠାରେ ଏହି ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଜନସମୁଦାୟ ପାଇଁ ଦୀର୍ଘସ୍ଥାୟୀ ଆର୍ଥିକ, ସାମାଜିକ ଓ ପାରିବେଶିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ୨୦୧୫ ମସିହାରେ ୧୭ଟି ପ୍ରମୁଖ ଲକ୍ଷ୍ୟକୁ “ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ” ବା ଏସଡିଜି ଭାବେ ଚିହ୍ନଟ କରାଯାଇଛି। ସେହି ଲକ୍ଷ୍ୟଗୁଡ଼ିକୁ ୨୦୩୦ ସୁଦ୍ଧା ହାସଲ କରିବା ଲାଗି ରାଜ୍ୟ ସରକାର ଆବଶ୍ୟକ ଖସଡ଼ା ଓ ପଦକ୍ଷେପ ନେଉଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଚାଲିଥିବା ଏହି ଦୁଇଦିନିଆ ସାମର୍ଥ୍ୟ ବିକାଶ ତାଲିମ କାର୍ଯ୍ୟକ୍ରମ ବୁଧବାର ଦିନ ଶେଷ ହୋଇଛି। ମଙ୍ଗଳବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏହାର ଉଦଘାଟନ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ତୃଣମୂଳସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହ ସେଗୁଡ଼ିକର ସଫଳ କାର୍ଯ୍ୟକାରିତା ଉପରେ ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ତାଲିମ କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ଯୋଜନା ଓ ସଂଯୋଜନ ବିଭାଗର ଯୁଗ୍ମ ସଚିବ ମନୀଷ ଅଗ୍ରୱାଲ। “ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାକୁ ହେଲେ ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟାର ଚିହ୍ନଟ କରି ଏହାର ଆଶୁ ସମାଧାନ କରିବାକୁ ପଡ଼ିବ। ସେହିପରି ସ୍ଥାନୀୟ ସମ୍ବଳର ଉଚିତ ଉପଯୋଗ ହୋଇପାରିଲେ ଏହା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ”, କହିଥିଲେ ଶ୍ରୀଯୁକ୍ତ ଅଗ୍ରୱାଲ।

ସୁନ୍ଦରଗଡ଼ ଜିଲ୍ଲା ଏସଡିଜିର ନୋଡାଲ ଅଧିକାରୀ ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ ଏହି କର୍ମଶଳାରେ ଯୋଗ ଦେଇଥିଲେ। ଏଥିରେ ଜିଲ୍ଲାର ୧୫ଟି ବିଭାଗର ସରକାରୀ ଅଧିକାରୀ ତଥା ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାମାନେ ଭାଗ ନେଇଥିଲେ।

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ ମିଳିତ ଜାତିସଂଘ ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ପ୍ରମୁଖ ୧୭ଟି ଲକ୍ଷ୍ୟ କିପରି ହାସଲ ହୋଇପାରିବ ସେ ବିଷୟରେ ଅଧିକାରୀମାନଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯାଇଥିଲା। ଆଗାମୀ ଦିନରେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଏହି ସାମର୍ଥ୍ୟ ବିକାଶ ତାଲିମ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀଯୁକ୍ତ ଅଗ୍ରୱାଲ ସୂଚନା ଦେଇଛନ୍ତି।

“ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦” ଏଜେଣ୍ଡାରେ ରହିଛି ରାଜ୍ୟରୁ ଦାରିଦ୍ର‌୍ୟ ସମ୍ପୂର୍ଣ୍ଣ ଦୂରୀକରଣ, ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରି କ୍ଷୁଧାମୁକ୍ତ ରାଜ୍ୟ ଗଠନ କରିବା, ସମସ୍ତଙ୍କ ପାଇଁ ପୋଷଣଯୁକ୍ତ ଖାଦ୍ୟ ଉପଲବ୍ଧ କରାଇବା, ଗୁଣାତ୍ମକ ଶିକ୍ଷା ସହ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା, ମହିଳା ସଶକ୍ତିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଲିଙ୍ଗଗତ ଅସମାନତା ଦୂର କରିବା, ସମସ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସୁନିଶ୍ଚିତ କରିବା ସହ ପରିମଳ ପରିଚାଳନା ଉପରେ ଗୁରୁତ୍ୱ ଦେବା।

ସେହିପରି ଲୋକଙ୍କ ସୁବିଧା ପାଇଁ ଆଗାମୀ ଦିନରେ ନିରନ୍ତର ଅକ୍ଷୟ ଶକ୍ତି ସେବା ଉପଲବ୍ଧ କରିବା, ଭିତ୍ତିଭୂମି ନିର୍ମାଣ ସହ ଦୀର୍ଘସ୍ଥାୟୀ ଶିଳ୍ପାୟନକୁ ପ୍ରୋତ୍ସାହନ ଦେବା, ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରଭାବର ମୁକାବିଲା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ତଥା ସ୍ଥାନୀୟ ସମ୍ବଳର ଉଚିତ ବ୍ୟବହାର କରିବା ଉପରେ ମଧ୍ୟ ଏହି ତାଲିମ କର୍ମଶାଳା ମାଧ୍ୟମରେ ଗୁରୁତ୍ୱାରୋପ କରାଯାଉଛି।

ଏହି କାର୍ଯ୍ୟକ୍ରମକୁ ଯୋଜନା ଓ ସଂଯୋଜନ ବିଭାଗର ସାମର୍ଥ୍ୟ ବୃଦ୍ଧି ବିଶେଷଜ୍ଞ ସରୋଜ କୁମାର ଦାଶ ପରିଚାଳନା କରିଥିଲେ। ଏଥିରେ ରାଜ୍ୟ ଏସଡିଜି ସେଲର ସହକାରୀ ନିର୍ଦ୍ଦେଶିକା ଡକ୍ଟର ଉପାସନା ମହାପାତ୍ର, ସାମାଜିକ କ୍ଷେତ୍ର ବିଶେଷଜ୍ଞ (ପିଏମୟୁ, ଏସଡିଜି) ଡକ୍ଟର ରମେଶ ଚେଲାନ, ପରିବେଶ ବିଶେଷଜ୍ଞ ଜନ୍ମେଜୟ ମିଶ୍ର, ଜିଲ୍ଲା ଯୋଜନା ଓ ସଂଯୋଜନ ବିଭାଗର ଉପନିର୍ଦ୍ଦେଶକ ଡକ୍ଟର ବିଜ୍ଞାନାନନ୍ଦ ମହାନ୍ତି ପ୍ରମୁଖ ତାଲିମଦାତା ଭାବେ ଯୋଗ ଦେଇଥିଲେ।

ଏଥିରେ ଭାଗ ନେଇଥିବା ସରକାରୀ ଅଧିକାରୀ ଏବଂ ତାଲିମଦାତାମାନେ ସ୍ଥାନୀୟ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ। ସୁନ୍ଦରଗଡ଼ ସଦର ବ୍ଲକର କିରେଇ ଏବଂ ଟାଙ୍ଗରପାଲି ବ୍ଲକର ମହୁଲପାଲି ପଞ୍ଚାୟତ ପରିଦର୍ଶନ କରି ସେମାନେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି, ମିଶନଶକ୍ତିର ମା’, ଯୁବକ ଏବଂ ଚାଷୀମାନଙ୍କୁ ଭେଟି ସେମାନଙ୍କ ଦକ୍ଷତା ଓ ଜୀବିକା ଆଦି ବିଷୟରେ ପଚାରି ବୁଝିଥିଲେ। ସେଠାରୁ ଫେରି ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ଓ କାର୍ଯ୍ୟକ୍ରମର ଉପଯୋଗ କରି କିଭଳି ଲୋକଙ୍କ ପାଇଁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ କରାଯାଇପାରିବ ସେ ଦିଗରେ କର୍ମଶାଳାରେ ଅଧିକ ଆଲୋଚନା କରାଯାଇଥିଲା।