Categories
ଆଜିର ଖବର ରାଜ୍ୟ ଖବର

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ପ୍ରକାଶ କଲେ କନେଷ୍ଟବଳ, ହାବିଲଦାର ଓ ସିପାହୀ ସଂଘ

ଭୁବନେଶ୍ୱର: ରାଜ୍ୟ ପୋଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି।

ଏହି ନିଷ୍ପତ୍ତି ଅନୁଯାୟୀ   କନଷ୍ଟେବଳ ଠାରୁ ଇନ୍‌ସପେକ୍ଟର ପର୍ଯ୍ୟନ୍ତ ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା ଦ୍ବିଗୁଣିତ ହୋଇଛି।

ଇନ୍ସପେକ୍ଟର ମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୩୦୦ ରୁ ୮୬୦୦ ଟଙ୍କା, ସବ୍‌ଇନ୍ସପେକ୍ଟର ଓ ଏ.ଏସ୍‌.ଆଇ ମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୨୦୦ ଟଙ୍କାରୁ  ୮୪୦୦ ଟଙ୍କା,   ହାବିଲଦାର, କନେଷ୍ଟବଳ ଓ ସିପାହୀ ମାନଙ୍କ ପାଇଁ ୫୦୦୦ ରୁ ୧୦,୦୦୦ ଟଙ୍କା  ଏବଂ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍‌ସ ଆର୍ମି କର୍ମଚାରୀ ମାନଙ୍କ ପାଇଁ ପୋଷାକ ଭତ୍ତାର ପରିମାଣ ବାର୍ଷିକ ୫୯୦୦ ଟଙ୍କାରୁ ୧୧,୮୦୦ ଟଙ୍କାକୁ ବୃଦ୍ଧି ପାଇଛି।

ଏହି ପଦବୀର ସମାନ ର‍୍ୟାଙ୍କର କର୍ମଚାରୀ ଓ ଅଧିକାରୀ ମାନଙ୍କୁ ମଧ୍ୟ ଏହି ପରିମାଣରେ ଭତ୍ତା ମିଳିବ।

ସେହିପରି କନେଷ୍ଟବଳ, ସିପାହୀ ଓ ସମାନ ର‍୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଏକ୍‌ଷ୍ଟ୍ରା ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶିକୁ (Extra Duty Incentive) ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏହାସହିତ ହାବିଲଦାର ଓ ସମାନ ର‍୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଏକ୍‌ଷ୍ଟ୍ରା ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶିକୁ ସର୍ବାଧିକ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏହି ଭତ୍ତା ଓ ପ୍ରୋତ୍ସାହନ ରାଶିରେ ବୃଦ୍ଧି ଯୋଗୁ ଆଜି କନେଷ୍ଟବଳ, ହବିଲଦାର ଓ ସିପାହୀ ସଂଘର କର୍ମକର୍ତ୍ତା ମାନେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ଭେଟି କୃତଜ୍ଞତା ପ୍ରକାଶ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଂଘର କର୍ମକର୍ତ୍ତା ମାନଙ୍କୁ ଦକ୍ଷତାର ସହ ଆଗାମୀ ଦିନ ଗୁଡିକରେ କାର୍ଯ୍ୟ କରିବାକୁ ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ଉନ୍ନତି ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଏକ ବୈଠକରେ ଉପସ୍ଥିତ ସମସ୍ତ ପୋଲିସ ସେବା କର୍ମଚାରୀ ମାନଙ୍କୁ ରାଜ୍ୟବାସୀଙ୍କ ଆଶା ଓ ଭରସାର ମାନ ରଖି ଓଡିଶାକୁ ଶାନ୍ତି ଶୃଙ୍ଖଳା କ୍ଷେତ୍ରରେ ଏକ ଆଦର୍ଶ ରାଜ୍ୟ ଭାବେ ଗଢି ତୋଳିବାରେ ନିଜର ଯୋଗଦାନ ରଖିବାକୁ ପରାମର୍ଶ ଦେଇଥିଲେ।

ବିଶେଷକରି, ଅସହାୟ ମାନେ କିଭଳି ଯଥା ଶୀଘ୍ର ସହାୟତା ପାଇବେ, ଅସୁରକ୍ଷିତ ଲୋକେ କିଭଳି ତୁରନ୍ତ ସୁରକ୍ଷା ପାଇବେ ସେଥିପ୍ରତି ଧ୍ୟାନ ଦେବା ଓ ସମସ୍ତ ପୋଲିସ ଷ୍ଟେସନରେ FIR ତୁରନ୍ତ ଗ୍ରହଣ ଏବଂ ସେହି FIR ଉପରେ କିଭଳି ଠିକ୍‌ ସମୟରେ ତଦନ୍ତ କରାଯିବ, ସେଥିପ୍ରତି ଯତ୍ନଵାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ପୋଲିସ ବାହିନୀକୁ ଦକ୍ଷ ଓ ଶୃଙ୍ଖଳିତ କରି ଗଢିତୋଳିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ବର୍ତ୍ତମାନ ରାଜ୍ୟ  ପୋଲିସ ବାହିନୀରେ ପ୍ରାୟ ୧୬ ହଜାର ପଦବୀ ଖାଲି ଥିବାବେଳେ, ଆହୁରି ୧୬, ୦୫୯ଟି ନୂଆ ପଦବୀ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏସବୁ ପଦବୀ ପୂରଣ ହେବା ପରେ ରାଜ୍ୟର ଜନସଂଖ୍ୟା ଅନୁପାତରେ ପୋଲିସର ନିୟୋଜନ ଯଥେଷ୍ଟ ବୃଦ୍ଧି ପାଇବ। ଏହାସହିତ ପୋଲିସ ବାହିନୀକୁ ଅଧିକ ଦକ୍ଷ କରିବା ପାଇଁ ଅଧିକାରୀ ମାନେ ଅନ୍ୟ ରାଜ୍ୟକୁ ଯାଇ, ସେଠାକାର ପରିଚାଳନା ପଦ୍ଧତିକୁ ଅନୁସରଣ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।

ବୈଠକ ଆରମ୍ଭରେ ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ସ୍ୱାଗତଭାଷଣ ଦେବା ସହିତ ନିକଟରେ ପୋଲିସ ବାହିନୀର ବିଭିନ୍ନ ବିଭାଗକୁ ସଶକ୍ତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

କନେଷ୍ଟବଳ, ହାବିଲଦାର ଓ ସିପାହୀ ମହାସଂଘର ସଭାପତି ଅନିଲ କୁମାର ଷଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ। ସଂଘର ସଂପାଦକ ଶ୍ରୀ କିଶୋର କୁମାର ମହାନ୍ତି ଓ ଅନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ହାତରେ ଧରାପଡିଲେ କନେଷ୍ଟବଳ, ଚକାଚକ୍ କୋଠାରେ ଚାଲିଛି ଚଢାଉ

ବ୍ରହ୍ମପୁର: ଆଜି ସକାଳୁ ବ୍ରହ୍ମପୁର ଭିଜିଲାସ ଟିମ ଜଣେ କନେଷ୍ଟବଳ ଘରେ ଚଢାଉ କରିଛନ୍ତି। ଆୟ ବହିଃରଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ସେ ହେଉଛନ୍ତି ବ୍ରହ୍ମପୁର ପୋଲିସରେ କାର୍ଯ୍ୟ କରୁଥିବା କନେଷ୍ଟବଳ ସୁଦର୍ଶନ ପ୍ରଧାନ। ତାଙ୍କ ଘର ଚଢାଉ ପାଇଁ ଜଣେ ଅତିରିକ୍ତ ଏସପି, ଦୁଇଜଣ ଡିଏସପି, 5 ଜଣ ଇନସ୍ପେକ୍ଟର ସହ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି।

ଏହି ଚଢାଉ ବ୍ରହ୍ମପୁର ମେନରୋଡ ଲୋଚାପଡାରେ ଥିବା ତିନିମହଲା କୋଠା, ନିମାଖାଣ୍ଡିରେ ଥିବା କୋଠା ସହ ଭଂଜନଗର ଗାମୁଣ୍ଡିରେ ଥିବା ତାଙ୍କ ପୈତୃିକ ଘର। ବର୍ତ୍ତମାନ ତାଙ୍କ ଘରୁ ନଗଦ 5 ଲକ୍ଷ 16 ହଜାର 880 ଟଙ୍କା ଜବତ ହୋଇଛି। ଏହି ଚଢାଉ ଆଜି ଦିନ ତମାମ ଚାଲିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ପୋଲିସରେ 244ଟି କନେଷ୍ଟବଳ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି, ଆବେଦନ ଶେଷ ତାରିଖ ଅକ୍ଟୋବର 4 ତାରିଖ

କଟକ, ଓଡିଶା ପୋଲିସରେ 244ଟି କନେଷ୍ଟବଳ ନିଯୁକ୍ତି ପାଇଁ ଓଡିଶା ପୋଲିସ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ବିଜ୍ଞପ୍ତି ଅନୁସାରେ କେବଳ ଅନଲାଇନରେ ପ୍ରାର୍ଥୀପତ୍ର ଆବେଦନ କରିପାରିବେ। ଚଳିତ ମାସ 13 ତାରିଖରେ ଏହି ଆବେଦନ ପକ୍ରିୟା ଆରମ୍ଭ ହେବ। ଯାହା ଅକ୍ଟୋବର 4 ତାରିଖ ଆବେଦନର ଶେଷ ଦିନ ବୋଲି କୁହାଯାଇଛି।

ଏ ସଂପର୍କରେ ବିସ୍ତୁତ ବିବରଣୀ ପୋଲିସ ବିଭାଗର ୱେବ ସାଇଟରେ ଉପଲବ୍ଧ ଅଛି। ବିସ୍ତୁତ ଖବର ଜାଣିବା ପାଇଁ କ୍ଲିକ କରନ୍ତୁ ସମୀକ୍ଷା.ଭାରତ

ତେବେ ଏହି ପଦବୀ ପାଇଁ ପ୍ଲସ ଟୁ ବିଜ୍ଞାନ ସର୍ବନିମ୍ନ ଯୋଗ୍ୟତା ରଖାଯାଇଛି। ସେହିପରି ବୟସ ସୀମା 18 ରୁ 23 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ପୋଲିସରେ 244ଟି କନେଷ୍ଟବଳ ପଦବୀ ଖାଲି ହେଲା, ଆବେଦନ କରିବାକୁ ଆହ୍ବାନ

କଟକ, ରାଜ୍ୟ ପୋଲିସରେ 244ଟି କନେଷ୍ଟବଳ ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ରହିଛି ଯୁକ୍ତ ଦୁଇ। ଏହି ପଦବୀ ମଧ୍ୟରୁ 112 ଟି ଅଣ ସଂରକ୍ଷିତ ହୋଇଥିବା ବେଳେ 67ଟି ଅନୁସୂଚିତ ଜନଜାତି ପାଇଁ ରହିଛି। ସେହିପରି 42ଟି ଅନୁସୂଚିତଜାତି ଏବଂ 23 ଟି ଏସଇବିସି ପାଇଁ ସଂରକ୍ଷିତ ରଖାଯାଇଛି।

ଅଧିକ ଖବର ଜାଣିବା ପାଇଁ ଲଗଅନ କରନ୍ତୁ  thesamikhsya.com/odia

Categories
ଆଜିର ଖବର ରାଜ୍ୟ ଖବର

ଦୀର୍ଘ 25 ବର୍ଷ ପରେ ପୋଲିସ୍‌ କନେଷ୍ଟବଳକୁ ମିଳିଲା ନ୍ୟାୟ

ଭୁବନେଶ୍ବର :  ଦୀର୍ଘ  25 ବର୍ଷ ପରେ ପୋଲିସ୍‌ କର୍ମଚାରୀଙ୍କୁ ନ୍ୟାୟ ମିଳିଛି । ଚାକିରିରୁ ବହିଷ୍କୃତ ପୋଲିସ୍‌ କନଷ୍ଟେବଳଙ୍କୁ ନ୍ୟାୟ ମିଳିଛି । ଗତ 25 ବର୍ଷ ଧରି ଅଦାଲତରେ ସଂଘର୍ଷ କରିବା ପରେ ବିଜୟ ଲାଭ କରିଛନ୍ତି ଦୋଳମଣି ବିଶି । ଚାକିରୀରୁ ବହିଷ୍କାର ହେବାର 25 ବର୍ଷ ପରେ ତାଙ୍କୁ ଚାକିରୀରେ ପୁନଃ ଅବସ୍ଥାପିତ କରିବାକୁ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।  ତେବେ ନୋ ଓ୍ବାର୍କ ନୋ ପେ’ ନୀତିରେ ତାଙ୍କୁ ଆର୍ଥିକ ସୁବିଧା ମିଳିବନି ।

ସୂଚନାଯୋଗ୍ୟ, 1993 ମସିହାରେ ଦୋଳମଣି ବିଶି କନେଷ୍ଟବଳ ଭାବେ ଚାକିରି ପାଇଥିଲେ । କିନ୍ତୁ  ଉଚ୍ଚତା 1 ସେମି କମ୍‌ ରହିଥିବା ଦର୍ଶାଇ 1994 ମସିହାରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ଏହାକୁ ନେଇ ସେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦ୍ବାରସ୍ଥ ହେବା ସହିତ ବିଭିନ୍ନ ଫୋରମ୍‌ ଯଥା ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ୍‌ ମଧ୍ୟ ନିଜର ପକ୍ଷ ରଖିଥିଲେ । ତା’ପରେ ସେ ଅଦାଲତରେ ଦ୍ବାରସ୍ଥ ହୋଇଥିଲେ । ଦୀର୍ଘ 25ବର୍ଷ ଧରି ସେ ଲଢି ଲଢି ଶେଷରେ ସେ ବିଜୟୀ ହୋଇଛନ୍ତି। ପୋଲିସ୍‌ ମାନୁଆଲ୍‌କୁ ତର୍ଜମା କରି ଅଦାଲତ ଦୋଳମଣି ବିଶିଙ୍କୁ ଚାକିରିର ପୁନଃ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।