ମୁମ୍ବାଇ: ଡ୍ରଗ୍ସ ଲିଙ୍କ ମାମଲାରେ କମେଡିଆନ ଭାରତୀଙ୍କୁ ଗିରଫ କରିଛି ଏନସିବି। ଆଉ ତାଙ୍କ ସ୍ୱାମୀ ହର୍ଷଙ୍କ ଠାରୁ ପଚରାଉଚୁରା ଜାରି ରଖିଛି। ଆଜି ଏନସିବି ମୁମ୍ବାଇରେ ୩ଟି ସ୍ଥାନରେ ରେଡ କରିଥିଲା। ଆଉ ଭାରତୀ ଏବଂ ତାଙ୍କ ସ୍ୱାମୀଙ୍କ ଘର ଉପରେ ବି ଏନସିବି ରେଡ ହୋଇଥିଲା। ରେଡ୍ ବେଳେ ତାଙ୍କ ଘରୁ ୮୬ ଗ୍ରାମରୁ ଅଧିକ ପରିମାଣର ଗଞ୍ଜେଇ ମିଳିଥିବା ସୂଚନା ମିଳିଛି। ଏହି କାରଣରୁ ଉଭୟ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ଏନସିବି ମୁଖ୍ୟାଳୟରେ ଜେରା କରାଯାଇଥିଲା। ପଚରାଉଚରା ବେଳେ ଭାରତୀ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଛି। ତେବେ ଜେରା ବେଳେ ଗଞ୍ଜେଇ ସେବନ କରୁଥିବା ଏନସିବି ଆଗରେ ଉଭୟ ସ୍ୱୀକାର କରିଛନ୍ତି। ( ଏଜେନ୍ସି)
![](https://thesamikhsya.com/odia/wp-content/uploads/2020/11/65760dcc5860ffcf2a1ef8242681fedc.jpg)