ପାଟନା: ଦେଶରେ ଯଦିଓ କରୋନା ସଂକ୍ରମିତ ମାମଲା ଟିକେ କମିଛି । କିନ୍ତୁ କରୋନାର ପ୍ରଭାବ ଆଜ ବି ରହିଛି । କରୋନାରେ ଆଖି ବୁଜିଛନ୍ତି ବିହାର ସରକାରଙ୍କ ଜଣେ ମନ୍ତ୍ରୀ । କରୋନାର ଶିକାର ହୋଇ ଜେଡିୟୁର ଜଣେ ବରିଷ୍ଠ ନେତା ତଥା ପଞ୍ଚାୟତିରାଜ ମନ୍ତ୍ରୀ କପିଲ ଦେଓ କାମତ୍ଙ୍କ ଆଜି ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 69 ବର୍ଷ ବୟସ ହୋଇଥିଲା ।ଗତ କିଛି ଦିନ ତଳେ କପିଲ ଦେଓ କାମତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାପରେ ପାଟନା ସ୍ଥିତ ଏମସରେ ତାଙ୍କର ଚିକିତ୍ସା ଚାଲିଥିଲା, ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଛି ।
କପିଲ ଦେଓ କାମତଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୋକ ପ୍ରକାଶ କରିବା ସହିତ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଘୋଷଣା କରାଯାଇଛି । କପିଲଙ୍କ ମୃତ୍ୟୁରେ ବିହାର ରାଜନୀତିରେ ଶୋକର ଛାୟା ଖେଳିଯାଇଛି । (ଏଜେନ୍ସି)