ଗତ 24 ଘଣ୍ଟା ମଧ୍ୟରେ ଦେଶରେ 78 ହଜାର 524 ଆକ୍ରାନ୍ତ, 971 ମୃତ

Published: Oct 8, 2020, 10:53 am IST

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 78 ହଜାର 524ଜଣ ଆକ୍ରାନ୍ତ ହୋଇଥିବାବେଳେ 971ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା  1ଲକ୍ଷ 5ହଜାର 526କୁ ବୃଦ୍ଧି । ସେହିପରି ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 68 ଲକ୍ଷ 35 ହଜାର 656କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ 9 ଲକ୍ଷ 02 ହଜାର 425 ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ 58 ଲକ୍ଷ 27 ହଜାର 705 ଜଣ ସୁସ୍ଥ ହୋଇଛନ୍ତି ।

କରୋନା ପ୍ରଭାବିତ ରାଜ୍ୟ ତାଲିକାରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଥିବାବେଳେ ଏଠାରେ ମୋଟ୍‌ ସଂକ୍ରମିତ ମାମଲା 14 ଲକ୍ଷ 80 ହଜାର 489 ରହିଥିବାବେଳେ ଏଠାରେ ସୁସ୍ଥଙ୍କ ସଂଖ୍ୟା 11 ଲକ୍ଷ 96 ହଜାର 441ରେ ପହଞ୍ଚିଛି । ସେହିପରି ଏଠାରେ 39 ହଜାର 27ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 44 ହଜାର 527 ରହିଛି । ସେହିପରି ଦ୍ବିତୀୟ ସ୍ଥାନରେ ରହିଛି ଆନ୍ଧ୍ରପ୍ରଦେଶ । ଏଠାରେ ମୋଟ୍‌ ସଂକ୍ରମିତଙ୍କସଂଖ୍ୟା 7 ଲକ୍ଷ 34 ହଜାର 427 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 6 ହଜାର 86 ରହିଛି । ସେହିପରି ତୃତୀୟ ସ୍ଥାନରେ କର୍ଣ୍ଣାଟକ ରହିଥିବାବେଳେ ଚତୁର୍ଥ ସ୍ଥାନରେ ତାମିଲନାଡୁ ରହିଛି । (ଏଜେନ୍ସି)

Related posts