Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଆଜି ଚିହ୍ନଟ ହେଲେ ୧ ହଜାର ୫୮୧ ଆକ୍ରାନ୍ତ, କରୋନାରେ ମୃତ୍ୟୁ ସଂଖ୍ୟା ୩୩

ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶରେ ମାରାତ୍ମକ କରୋନାଭାଇରସ୍ ମହାମାରୀର ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏକ ହଜାର ୧ ହଜାର ୫୮୧ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ୧ ହଜାର ୫୪୯ ଟି କରୋନା ମାମଲା ପଞ୍ଜିକୃତ ହୋଇଥିଲା ଏବଂ ୩୧ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଦେଶରେ ୪ କୋଟି ୩୦ ଲକ୍ଷ ୧୦ ହଜାର ୯୭୧ ଟି କରୋନା ମାମଲା ରୁଜୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୨ ହଜାର ୭୪୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୨୩ ହଜାର ୯୧୩ କୁ ହ୍ରାସ ପାଇଛି। ଏଥି ସହିତ ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୧୬ ହଜାର ୫୪୩ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୪ ଲକ୍ଷ ୭୦ ହଜାର ୫୧୫ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଆଜି ଚିହ୍ନଟ ହେଲେ ୧ ହଜାର ୫୪୯ ଆକ୍ରାନ୍ତ, କରୋନାରେ ମୃତ୍ୟୁ ସଂଖ୍ୟା ୩୧

ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶରେ ମାରାତ୍ମକ କରୋନାଭାଇରସ୍ ମହାମାରୀର ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏକ ହଜାର ୧ ହଜାର ୫୪୯ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ୨ ହଜାର ୭୫ ଟି କରୋନା ମାମଲା ପଞ୍ଜିକୃତ ହୋଇଥିଲା ଏବଂ ୧୨୭ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଦେଶରେ ୪ କୋଟି ୩୦ ଲକ୍ଷ ୯ ହଜାର ୩୯୦ ଟି କରୋନା ମାମଲା ରୁଜୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୨ ହଜାର ୬୫୨ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୨୫ ହଜାର ୧୦୬ କୁ ହ୍ରାସ ପାଇଛି। ଏଥି ସହିତ ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୧୬ ହଜାର ୫୧୦ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୪ ଲକ୍ଷ ୬୭ ହଜାର ୭୭୪ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

Categories
ଆଞ୍ଚଳିକ

ବାଣପୁର: କରୋନାରେ ମୃତ୍ୟୁବରଣ କରିଥିବା ବନ୍ଧୁଙ୍କୁ ୧ ଲକ୍ଷର ସହାୟତା ରାଶି ଦେଲେ ଗୋଦାବରୀଶ ବିଦ୍ୟାପୀଠର ସହପାଠୀ

ସୀତାରାମ ଅଗ୍ରୱାଲ

ବାଣପୁର: ମହାମାରି କରୋନାର କରାଳରେ ପୀଡିତ ହୋଇ ତା ୦୨/୦୫/୨୧ ରିଖରେ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇ ଯାଇଥିଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ଅନ୍ତରକିଆରୀ ଗ୍ରାମର ସରୋଜ ସାମନ୍ତରାୟ।ସ୍ତ୍ରୀ, ପୁଅ ଓ ଝିଅକୁ ଏକାକରି ସେ ଚାଲିଯାଇଥିଲେ। ହେଲେ ପରିବାରର ଏଭଳି ଦୁର୍ଦ୍ଦିନ ସମୟରେ ସରୋଜଙ୍କ ବନ୍ଧୁମାନେ ସହାୟତାର ହାତ ବଢାଇଛନ୍ତି। ସରୋଜଙ୍କ ୧୯୮୪ ମସିହା ବାଣପୁର ଗୋଦାବରୀଶ ବିଦ୍ୟାପୀଠର ସ୍କୁଲ ସହପାଠୀମାନେ, ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ପୂର୍ବରୁ ମାନସିକ ଓ ଶାରୀରିକ ଭାବେ ସାହାଯ୍ୟ କରିଆସିଥିବା ବେଳେ ଆଜି କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରିଛନ୍ତି।

ସରୋଜଙ୍କ ସ୍କୁଲ ସହପାଠୀ ମାନେ ଆର୍ଥିକ ସହଯୋଗର ହାତ ବଢାଇ ଏକ ଲକ୍ଷ ଟଙ୍କାର ଫିକ୍ସ ଜମା ରାଶି ବଣ୍ଡ ଆଜି ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ହସ୍ତାନ୍ତର କରିଥିଲେ। ଏହି ମହତ୍କାଂକ୍ଷୀ କାର୍ଯ୍ୟରେ ସୁଶାନ୍ତ ପଟ୍ଟନାୟକ, ଲଷ୍ମୀଧର ପ୍ରଧାନ, ଶ୍ରୀମନ୍ତ ମହାପାତ୍ର, ସୁନୀଲ କୁମାର ନନ୍ଦ, ଧରଣୀଧର ଜାଲି ଓ ଅଶୋକ ପାତ୍ରଙ୍କ ଯୋଗଦାନ ସରାହଣୀୟ ରହିଥିଲା। ୧୯୮୪ ବ୍ୟାଚର ସହପାଠୀମାନେ ପୂର୍ବରୁ ଗଠିତ କରିଥିବା “ସ୍କୁଲ ମେଟ୍ ହ୍ଵାଟ୍ସଆପ ଗ୍ରୁପ” ମାଧ୍ୟମରେ ଏହି ମହତ କାର୍ଯ୍ୟ ସମ୍ପାଦନ ହୋଇଥିବାରୁ ପରସ୍ପର ପରସ୍ପରକୁ କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ପ୍ରାଣ ହରାଇଲେ ଆଉ ଜଣେ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜଣେ କଂଗ୍ରେସ ବିଧାୟକଙ୍କ କରୋନାରେ ମୃତ୍ୟୁ ହୋଇଛି। ଅଲିରାଜପୁର ଜିଲ୍ଲାର ଜୋବାଟ ବିଧାନସଭା ନିର୍ବାଚମଣ୍ଡଳୀର ବିଧାୟକ କଳାବତୀ ଭୂରିୟାଙ୍କ ୪୯ ବର୍ଷ ବୟସରେ ମୃତ୍ୟୁ ହୋଇଛି। ସେ କରୋନାରେ ସଂକ୍ରମଣ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ହସ୍ପିଟାଲର ଚିକିତ୍ସା ଅଧିକାରୀଙ୍କ କହିବା ଅନୁଯାୟୀ, କଳାବତୀଙ୍କ ଫୁସଫୁସରେ ୭୦ ପ୍ରତିଶତରୁ ଅଧିକ ସଂକ୍ରମଣ ହୋଇଥିଲା। ଯାହାଫଳରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ସେଥିରେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ଆଜି ତାଙ୍କର ଅବସ୍ଥା ଅଧିକ ଗୁରୁତର ହୋଇ ମୃତ୍ୟୁବରଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ କରୋନାରେ ମୃତ୍ୟୁବରଣ କଲେ ଆଉ ଦୁଇ ଜଣ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରୁ ଦୁଇ ଜଣ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ଆଉ ଜଣେ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି। ଖୋର୍ଦ୍ଧାର ୬୯ ବର୍ଷୀୟ ପୁରୁଷଙ୍କ ଏହି ମହାମାରୀ ଯୋଗୁଁ ମୃତ୍ୟୁ ହୋଇଥିବା ବେଳେ। ସୁନ୍ଦରଗଡର ଜଣେ ୫୦ ବର୍ଷୀୟ ପୁରୁଷଙ୍କ କୋରୋନଜନିତ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୯୪୯କୁ ବୃଦ୍ଧି ହୋଇଥିବା ବେଳେ ୩ ଲକ୍ଷ ୨୮ ହଜାର ୮୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ରାଜ୍ୟରେ ମୋଟ ୨ ହଜାର ୧୬୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ଏବଂ ମୋଟ ୧୮୯୭ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଗତ ୨୪ ଘଣ୍ଟାରେ ୪୫ ହଜାର ୧୪୯ ଆକ୍ରାନ୍ତ ଚିହ୍ନଟ: ୪୮୦ ଜଣଙ୍କର କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ମଧ୍ୟରେ ୪୫ ହଜାର ୧୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୮୦ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୯ ହଜାର ୧୪ କୁ ବୃଦ୍ଧି ହୋଇଥିବାବେଳେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୭୯ ଲକ୍ଷ ୯ ହଜାର ୯୬୦କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ଏବେ ସୁଦ୍ଧା ମୋଟ ଆକ୍ଟିଭ୍‌ କେସ୍‌ ୬ ଲକ୍ଷ ୫୩ ହଜାର ୭୧୭ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୭୧ ଲକ୍ଷ ୩୭ ହଜାର ୨୨୮ଜଣ।

Categories
ଆଜିର ଖବର ରାଜ୍ୟ ଖବର

ରେଳ ରାଷ୍ଟ୍ର ମନ୍ତ୍ରୀ ସୁରେଶ ଅଙ୍ଗଦୀଙ୍କ କରୋନାରେ ମୃତ୍ୟୁ: ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ସୁରେଶ ଅଙ୍ଗଦୀଙ୍କ କରୋନାରେ ମୃତ୍ୟୁ ହୋଇଛି। ସେ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଚିକିତ୍ସିତ ବୁଧବାରବେଳେ ମୃତ୍ୟୁବରଣ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ କି, କର୍ଣ୍ଣାଟକର ବେଲାଗାଭିର ୬୫ ବର୍ଷୀୟ ସାଂସଦ କରୋନାଭାଇରସ୍ ରୋଗର ଚିକିତ୍ସା ପାଇଁ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି ହୋଇଥିଲେ ଏବଂ ଚିକିତ୍ସା ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ନୀରଜ ନିଶାଲଙ୍କ ଅଧୀନରେ ଚିକିତ୍ସିତ ହେଉଥିଲେ।

ଏହି ମୃତ୍ୟୁକୁ ସମବେଦନା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ଲେଖିଛନ୍ତି ଯେ ଶ୍ରୀ ସୁରେଶ ଅଙ୍ଗଡି ଜଣେ ବ୍ୟକ୍ତିତ୍ୱର କର୍ଣ୍ଣାଟକ ଥିଲେ, ଯିଏ କର୍ଣ୍ଣାଟକରେ ଦଳକୁ ଶକ୍ତିଶାଳୀ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ସେ ଜଣେ ଉତ୍ସର୍ଗୀକୃତ ସାଂସଦ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିଲେ। ମୁଁ ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ବନ୍ଧୁ ପରିଜନଙ୍କ ସହିତ ଅଛି। ଓମ୍ ଶାନ୍ତି। ”

 

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାର ପ୍ରଥମ କରୋନା ଯୋଦ୍ଧା ଡ଼ାକ୍ତରଙ୍କ ମୃତ୍ୟୁ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ପ୍ରଥମ କୋଭିଡ଼୍ ଯୋଦ୍ଧା ଡ଼ାକ୍ତର ତଥା ଓଡ଼ିଶାର ଦ୍ୱିତୀୟ କୋଭିଡ଼୍ ଯୋଦ୍ଧା ଡ଼ାକ୍ତର ଭାବେ ଭାଟକୁମରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ବି. କ୍ରିଷ୍ଣା (୪୫)ଙ୍କ କରୋନାରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଡା. ବି. କ୍ରିଷ୍ଣା ଗତ ୪ ତାରିଖରେ ପୁରୁଷୋତ୍ତମପୁର ବ୍ଲକ୍ ରାଣୀ ଗାଁରେ ଗାଁଠାରେ ଲୋକଙ୍କ ଲାଗି ହୋଇଥିବା ଟେଷ୍ଟିଂ ସେଣ୍ଟର କ୍ୟାମ୍ପରେ ନିଜର ସ୍ୱାବ ପରୀକ୍ଷା କରିଥିଲେ।

ରିପୋର୍ଟ ପଜିଟିଭ୍ ଆସିବା ପରେ ୫ ତାରିଖ ଦିନ ଭୁବନେଶ୍ୱର କିମସ୍ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବାବେଳେ ରବିବାର ଦିନ ସକାଳୁ ତାଙ୍କର ମୃତ୍ୟୁ ଘଟିଛି। ଜଣେ ଆଗଧାଡ଼ି କରୋନା ଯୋଦ୍ଧାଙ୍କ ମୃତ୍ୟୁପରେ ଗଂଜାମ ଜିଲ୍ଲା ତଥା ପୁରୁଷୋତ୍ତମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ବି. କ୍ରିଷ୍ଣାଙ୍କ ମୃତ୍ୟୁ ପରେ ଆଜି ତାଙ୍କ ଶୋକାକୁଳ ପରିବାରକୁ ଭେଟିବାକୁ ଗଂଜାମ ଜିଲ୍ଲା ସ୍ୱାସ୍ଥ୍ୟଅଧିକାରୀ ଡା. ଉମା ମିଶ୍ର, ଏଡ଼ିଏମ୍ ଏବଂ କିଛି ପୋଲିସ୍ କର୍ମଚାରୀ ପହଞ୍ଚି ସମବେଦନା ଜଣାଇଥିଲେ।