ଦେଶରେ ଆଜି ଚିହ୍ନଟ ହେଲେ ୧ ହଜାର ୫୮୧ ଆକ୍ରାନ୍ତ, କରୋନାରେ ମୃତ୍ୟୁ ସଂଖ୍ୟା ୩୩

Published: Mar 22, 2022, 11:03 am IST

ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶରେ ମାରାତ୍ମକ କରୋନାଭାଇରସ୍ ମହାମାରୀର ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏକ ହଜାର ୧ ହଜାର ୫୮୧ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ୧ ହଜାର ୫୪୯ ଟି କରୋନା ମାମଲା ପଞ୍ଜିକୃତ ହୋଇଥିଲା ଏବଂ ୩୧ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଦେଶରେ ୪ କୋଟି ୩୦ ଲକ୍ଷ ୧୦ ହଜାର ୯୭୧ ଟି କରୋନା ମାମଲା ରୁଜୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୨ ହଜାର ୭୪୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୨୩ ହଜାର ୯୧୩ କୁ ହ୍ରାସ ପାଇଛି। ଏଥି ସହିତ ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୧୬ ହଜାର ୫୪୩ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୪ ଲକ୍ଷ ୭୦ ହଜାର ୫୧୫ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

Related posts