ଆଜି ରାଜ୍ୟରୁ କରୋନାରେ ମୃତ୍ୟୁବରଣ କଲେ ଆଉ ଦୁଇ ଜଣ ସଂକ୍ରମିତ

Published: Jan 15, 2021, 12:47 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଦୁଇ ଜଣ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ଆଉ ଜଣେ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି। ଖୋର୍ଦ୍ଧାର ୬୯ ବର୍ଷୀୟ ପୁରୁଷଙ୍କ ଏହି ମହାମାରୀ ଯୋଗୁଁ ମୃତ୍ୟୁ ହୋଇଥିବା ବେଳେ। ସୁନ୍ଦରଗଡର ଜଣେ ୫୦ ବର୍ଷୀୟ ପୁରୁଷଙ୍କ କୋରୋନଜନିତ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୯୪୯କୁ ବୃଦ୍ଧି ହୋଇଥିବା ବେଳେ ୩ ଲକ୍ଷ ୨୮ ହଜାର ୮୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ରାଜ୍ୟରେ ମୋଟ ୨ ହଜାର ୧୬୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ଏବଂ ମୋଟ ୧୮୯୭ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts