Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କରଞ୍ଜିଆରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ନିର୍ବାଚନ ପ୍ରଚାର

ଭୁବନେଶ୍ବର: ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବିଭିନ୍ନ ନିର୍ବାଚନ ମଣ୍ଡଳି ଗସ୍ତକରି ଦଳ ପାଇଁ ପ୍ରଚାର ଜୋରଦାର କରିଛନ୍ତି। ସେ ଆଜି କରଞ୍ଜିଆରେ ପ୍ରଚାର କରି ଲୋକସଭା ଏବଂ ବିଧାନସଭାରେ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ୨୦ ବର୍ଷ ତଳେ ମୁଁ ଏଠାରେ କଲେକ୍ଟର ଥିଲି, ସେତେବେଳେ ଏଠାରେ ଭଲ ରାସ୍ତା ନଥିଲା, ଜଙ୍ଗଲ ଭିତରେ ଲୋକମାନେ ବହୁତ ଅସୁବିଧାରେ ଯିବା ଆସିବା କରୁଥିଲେ।ଆଜି ମୁଖ୍ୟମନ୍ତ୍ରୀ ଏ ଅଞ୍ଚଳର ବହୁ ପରିବର୍ତ୍ତନ ଘଟାଇଛନ୍ତି।

ସେ କହିଛନ୍ତି ଯେ, ନବୀନ ବାବୁ ଆପଣଙ୍କୁ ତାଙ୍କ ହୃଦୟରେ ରଖିଛନ୍ତି, ଅନ୍ୟମାନେ ଆପଣଙ୍କୁ ଭୋଟ ପାଇଁ ରଖିଛନ୍ତି। ନବୀନ ବାବୁ ଆପଣଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଦେବସ୍ଥଳୀ ଓ ଜାଗିରାର ଉନ୍ନତି ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି।  ଆଦିବାସୀ ଭାଇଭଉଣୀମାନେ କୋର୍ଟ କଚେରୀ ଆସି ହେଉଥିବା ହଇରାଣରୁ ମୁକ୍ତ କରିବା ପାଇଁ ସେମାନଙ୍କ ଉପରୁ ୫୦ ହଜାରରୁ ଅଧିକ ପୋଲିସ୍‍, ଅବକାରୀ ଓ ଜଙ୍ଗଲ କେଶ୍‍ ରଦ୍ଦ କରିଛନ୍ତି।

ସାରା ଭାରତବର୍ଷରେ ଓଡ଼ିଶାରେ ଅଧିକ ଆଦିବାସୀ ଝିଅ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି। ଅନ୍ୟ ରାଜ୍ୟମାନଙ୍କରେ ଟ୍ରାଇବାଲ ବଜେଟ କମି କମି ଯାଉଛି, ନବୀନ ବାବୁ ଓଡ଼ିଶାରେ ପ୍ରତିବର୍ଷ ଏହାକୁ ବଢ଼ାଉଛନ୍ତି। ନବୀନ ବାବୁ ଆପଣଙ୍କ ସହିତ ସବୁଦିନ ଅଛନ୍ତି। ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପାଣ୍ଡିଆନ କହିଛନ୍ତି।

ଓଡିଶାରେ ପୁଣି ଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ କଣ କରାଯିବ ତାହାର ହିସାବ ଦେଇଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ବିଜୁଳି ବିଲ୍‍ ଛାଡ଼୍‍ ହେବ। ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡରେ ସମସ୍ତେ ସାମିଲ ହେବେ ଏବଂ ତୃତୀୟ ଦସ୍ତଖତରେ ମିଶନଶକ୍ତି ମା ଓ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ବ୍ୟବସ୍ଥା ଲାଗୁ ହେବ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ରତ୍ନ ଭଣ୍ଡାର ଚାବି ତାମିଲନାଡୁରେ…., ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣ ଉପରେ ଏପରି ଜବାବ ରଖିଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଗୁଳ ଏବଂ କଟକରେ ଦେଇଥିବା ତାଙ୍କ ଭାଷଣରେ ସିଧା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ ନାମ ନ ନେଇ ସେ ଜଣେ ଖଣି ମାଫିଆ, ଜମି ମାଫିଆ ପ୍ରଭୃତି କହି ସମାଲୋଚନା କରିଛନ୍ତି। ଏପରିକି ଓଡିଶାରେ ବିଜେପି ସରକାର ଆସିଲେ ସେହି ମାଫିଆର ଅଣ୍ଟା ଭାଙ୍ଗି ଦିଆଯିବ ବୋଲି କଡା ଭାଷାରେ ଗାଳି କରିଛନ୍ତି।

ସେହିପରି ରତ୍ନ ଭଣ୍ଡାର ପ୍ରସଙ୍ଗରେ ମଧ୍ୟ ସେ ନା ନ ନେଇ ସିଧା ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ରତ୍ନ ଭଣ୍ଡାର ଚାବି ବର୍ତ୍ତମାନ ମିଳୁ ନାହିଁ। ଛଅ ବର୍ଷ ଧରି ସେ ଚାବି ହଜିଯାଇଛି। ବର୍ତ୍ତମାନ ସେ ଚାବି ତାମିଲନାଡୁରେ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅର୍ଥାତ ସେ ପରୋକ୍ଷାରେ ତାମିଲନାଡୁର ପାଣ୍ଡିଆନଙ୍କୁ ଆକ୍ଷେପ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଏପରି ଭାଷଣର ଜବାବ ରଖିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ନ୍ୟୁଜ ଏଜନେସ୍ ପିଟିଆଇକୁ ଏକ ସାକ୍ଷାତକାର ଦେଇ ଏହାର ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ଯଦି ତାମିଲନାଡୁରେ ଚାବି ଅଛି ବୋଲି ପ୍ରଧାନମନ୍ତ୍ରୀ ଜାଣିଛନ୍ତି ତେବେ ତାଙ୍କର ତଦନ୍ତ ଏଜେନସି ଲଗାଇ ଖୋଜି ଆଣନ୍ତୁ। ତାଙ୍କ ଅଧିନରେ ସବୁ ତଦନ୍ତ ସଂସ୍ଥା ରହିଛି। ପ୍ରଧାନମନ୍ତ୍ରୀଙ୍କ ପାଖରେ ଯଦି ଏତେ ସୂଚନା ଅଛି ତେବେ କାହାକୁ କହିଲେ ସେମାନେ ଖୋଜି ଆଣିପାରନ୍ତେ ବୋଲି ପାଣ୍ଡିଆନ କହିଛନ୍ତି।

ଏହାକୁ ନେଇ ପାଣ୍ଡିଆନ ଆହୁରି କହିଛନ୍ତି ଯେ, ସେମାନଙ୍କର ପାଖରେ କୌଣସି ପ୍ରସଂଗ ନାହିଁ । ସେଥିପାଇଁ ଏପରି ଅପ୍ରସଂଗକୁ ପ୍ରସଂଗ କରି କହିବୁଲୁଛନ୍ତି। ଚାବି ତାମିଲନାଡୁରେ ଅଛି ବୋଲି ପ୍ରଧାନମନ୍ତ୍ରୀଙ୍କ କହିବା ଏକ ରାଜନୈତିକ ଭାଷଣ। ଏଥିରେ ସେମିତି ଗୁରୁତ୍ବ ନାହିଁ ବୋଲି ପାଣ୍ଡିଆନ କହିଛନ୍ତି।

ସେହିପରି ରତ୍ନ ଭଣ୍ଡାର ଖୋଲିବା ପ୍ରସଂଗରେ ପାଣ୍ଡିଆନ କହିଛନ୍ତି ଯେ, ଏ ନେଇ ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି। ରତ୍ନଭଣ୍ଡାର ଖୋଲାଯାଉ ବୋଲି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ସେହି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ଦିନ ମଧ୍ୟ ଧାର୍ଯ୍ୟ କରିସାରିଛନ୍ତି। ସରକାରଙ୍କ ତରଫରୁ ଏକ କମିଟ ଗଠନ ପାଇଁ କୁହାଯାଇଛି ତାହା ମଧ୍ୟ କରାଯାଇଛି। ଚଳିତ ରଥଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲିବା ପାଇଁ ବହୁ ପୂର୍ବରୁ ନିଷ୍ପତି ସରିଛି ବୋଲି ପାଣ୍ଡିଆନ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ 45 ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଇ ନାହିଁ। ତେବେ ସେ ଜାଣିଛନ୍ତି କି ନାହିଁ ଓଡିଶାରେ ବିଜେଡି ବିଜେପି ମେଣ୍ଟ ସରକାର ଚାଲିଥିଲା। ସେମାନେ ମଧ୍ୟ ସରକାରରେ ଥିଲେ। ସେତେବେଳେ ସେମାନେ କାହିଁକି ରତ୍ନ ଭଣ୍ଡାର ଖୋଲିବା ପାଇଁ ପ୍ରୟାସ କଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ମୋଦୀଙ୍କୁ ମାଗିଲେ ତିନିଟି ଉପହାର

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେପୁର, ମାହାଙ୍ଗା, ଆଳି, ରାଜନଗର, ମହାକାଳପଡା ଓ ପାଟକୁରାରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ରେକର୍ଡ ମାର୍ଜିନରେ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି। ପ୍ରତ୍ୟେକ ସଭାରେ ସେ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରି, ବିଶେଷ କରି ବିଜେପି ଦଳର ମୁଖା ଖୋଲିଛନ୍ତି।

ସେ କହିଲେ ଯେ ବିଜେପି କହୁଛି ମା ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର ଦେବ। ଏଥିପାଇଁ କେବଳ ଓଡିଶାର ମା ମାନଙ୍କ ପାଇଁ ଦରକାର ୧ ଲକ୍ଷ କୋଟି । ସାରା ଭାରତ ପାଇଁ ୩୦ ଲକ୍ଷ କୋଟି। ଭାରତର ବଜେଟ ୨୦ ଲକ୍ଷ କୋଟି ଟଙ୍କା। ତେଣୁ ଏ ପ୍ରତିଶୃତି କେବଳ ମିଛ, ସମ୍ପୂର୍ଣ୍ଣ ମିଛ। ପୂର୍ବରୁ କହିଥିଲେ ୧୫ ଲକ୍ଷ ଟଙ୍କା ଦେବ ମିଳିଲା କି?

ଏବେ ପ୍ରଧାନମନ୍ତ୍ରୀ ତାଙ୍କ ନିର୍ବାଚନୀ ସଭାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କରିଥିବା ୩ଟି ପ୍ରଶ୍ନ ଉପରେ ବିନମ୍ରତାର ସହ ଉତ୍ତର ଦେଇ ଶ୍ରୀ ପାଣ୍ଡିଆନ କହିଲେ ଯେ ପ୍ରଥମ କଥା ଥିଲା ଚାଷୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି। ସେ କହିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ କହୁଛନ୍ତି ଚାଷୀଭାଇମାନେ MSP 2300 ଟଙ୍କା ପାଉଛନ୍ତି । କିନ୍ତୁ ସେମାନେ ୩୧୦୦ ଟଙ୍କା ପାଇବା କଥା । MSP ଦାୟିତ୍ୱ କେନ୍ଦ୍ର ସରକାରଙ୍କର। ରାଜ୍ୟ ସରକାରଙ୍କ କ୍ଷମତା ପରିସର ନୁହେଁ। ପ୍ରଧାନମନ୍ତ୍ରୀ ଚାହିଁ ଥିଲେ ଗୋଟିଏ ମିନିଟ୍‌ରେ ଦେଇ ପାରିଥାନ୍ତେ। ଆମ ମୁଖ୍ୟମନ୍ତ୍ରୀ MSP ବଢାଇବା ପାଇଁ ସବୁବେଳେ ଦାବୀ କରି ଆସିଛନ୍ତି । କିନ୍ତୁ କେନ୍ଦ୍ର କେବେ ଶୁଣି ନାହିଁ।

ସେ ପୁଣି କହିଲେ ଯେ ଦ୍ୱିତୀୟ ପ୍ରଶ୍ନ ଥିଲା ଯେ ବିଜେଡି ସରକାର ଧୀମା କାମ କରୁଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ବିନମ୍ରତାର ସହିତ କହିବି ଥରେ କଟକରୁ ସମ୍ବଲପୁର ଗାଡିରେ ଯାଆନ୍ତୁ। ତାଙ୍କ ସରକାରଙ୍କ କାର୍ଯ୍ୟ ଦକ୍ଷତାର ନମୁନା ପାଇଯିବେ। ୧୦ ବର୍ଷ ହୋଇଗଲାଣି କାମ ସରୁନାହିଁ। ଏଇଟା କଣ ଡବଲ ଇଂଜିନର speed?

ତୃତୀୟ ପ୍ରସଙ୍ଗ ହେଉଛି ଯେ ନବୀନ ପଟ୍ଟନାୟକ ସରକାର ସ୍ୱଚ୍ଛ ନୁହେଁ । ଏହା ହାସ୍ୟାସ୍ପଦ କଥା। ସାରା ପୃଥିବୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ବିଷୟ ଜାଣିଛି। ମୁଖ୍ୟମନ୍ତ୍ରୀଙ୍କର ସ୍ୱଚ୍ଛତାର ପରିଚୟ- ଓଡିଶାରେ କୋଇଲା ରାଜସ୍ୱ ୧୦ ଗୁଣ ବୃଦ୍ଧି ହୋଇଛି। ୫ ହଜାରରୁ ୫୦ ହଜାର କୋଟି ଟଙ୍କାକୁ ବଢିଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନିଜେ ଉଭୟ ରାଜ୍ୟସଭା ଓ ଲୋକସଭାରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି କହିଥିଲେ ଯେ ଯଦି ଜଣେ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାର ସହ କାମ କରନ୍ତି, ସେ ରାଜ୍ୟ ଉପରକୁ ଉଠିବ। ଆଜି କେବଳ ନିର୍ବାଚନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଏ କଥା କହୁଛନ୍ତ।

ଏହା ପରେ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେଲେ ଓଡିଶାବାସୀ ଖୁସି ହେବେ। କେନ୍ଦ୍ରାପଡାର ସଭାଗୁଡିକରେ ବିଶାଳ ଜନସମୁଦ୍ର ଦେଖିବାକୁ ମିଳିଥିଲା। ଲୋକଙ୍କ ଭିତରେ ବିପୁଳ ଉତ୍ସାହ ଥିଲା। ଯେତେ ସବୁ ବିକାଶ ଓ କଲ୍ୟାଣ କାମ ବିଷୟରେ ଶ୍ରୀ ପାଣ୍ଡିଆନ ପଚାରିଲେ- BSKY, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‌, 5T ସ୍କୁଲ, ମଧୁବାବୁ ପେନସନ- କିଏ କରିଛି? ସବୁ ପ୍ରଶ୍ନର ଗୋଟିଏ ଉତ୍ତର ଥିଲା ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରି ସେ କହିଲେ ଯେ ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପରିବାରର ସଦସ୍ୟ ବୋଲି ଭାବନ୍ତି। ରାଜନୀତି କି କ୍ଷମତା ପାଇଁ ସେ ଆସି ନାହାନ୍ତି। ସେ ଆସିଛନ୍ତି ସେବା କରିବା ପାଇଁ। ମୁଖ୍ୟମନ୍ତ୍ରୀ କଥାରେ ନୁହେଁ , କାମରେ ବିଶ୍ୱାସ କରନ୍ତ।

ସେ ପୁଣି କହିଲେ ଯେ ସାରା ଓଡିଶା ଗୋଟିଏ ସ୍ୱରରେ କହୁଛି ଯେ ଜୁନ୍‌ ୯ରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍ ଛାଡ କରିବେ। ଦ୍ୱିତୀୟ ଦସ୍ତଖତରେ BSKY କାର୍ଡରେ ସମସ୍ତେ ସାମିଲ ହେବେ । ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା ମାନଙ୍କୁ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନସନ ଦେବେ ।

ନବୀନ ପଟ୍ଟନାୟକଙ୍କ ଶପଥ ଉତ୍ସବକୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଆସିବା ପାଇଁ ସେ ନିମନ୍ତ୍ରଣ କରି କହିଲେ ଯେ ସେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଓଡିଶାବାସୀଙ୍କ ପାଇଁ ୩ଟି ଉପହାର ଆଶା କରୁଛନ୍ତି। ପ୍ରଥମରେ ଧାନର MSP ୩୧୦୦ ଟଙ୍କା କରାଯାଉ। ଦ୍ୱିତୀୟରେ କୋଇଲା ରୟାଲଟି ବୃଦ୍ଧି କରାଯାଉ। ତୃତୀୟରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଉପହାର ମିଳିବ ବୋଲି ସେ କହିଥିଲେ।

ବିଭିନ୍ନ ସଭାରେ କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀଙ୍କୁ ତୀବ୍ର ସମାଲୋଚନା କରି ସେ କହିଲେ ଯେ ତାଙ୍କୁ ଯୋଉ ହାତ ଖାଇବାକୁ ଦେଉଛି, ସେ ହାତକୁ ସେ କାମୁଡୁଛନ୍ତି। ସେ ଓ ତାଙ୍କ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣ ଜାଣିଛନ୍ତି କୁମ୍ଭୀର କିଏ !ଏ ଅଞ୍ଚଳରେ ଧଳା କଳା ସବୁ ପ୍ରକାର କୁମ୍ଭୀର ଅଛନ୍ତି। କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ସେ ୧୦ ବର୍ଷ ପାଇଁ ସାଂସଦ ଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ଦାୟିତ୍ୱ ଦେଇଥିଲେ ଅଞ୍ଚଳ ପାଇଁ ପୁଞ୍ଜି ଆଣିବା ପାଇଁ। ଶିଳ୍ପ ଆଣିବା ପାଇଁ। କିନ୍ତୁ ସେ ନିଜ ଅଞ୍ଚଳ ପାଇଁ ନ ଆଣି ତାଙ୍କ ନିଜ ଶିଳ୍ପର ପୁଞ୍ଜି ବଢେଇ ଚାଲିଲେ। ସେ ବିଶ୍ୱାସଘାତକତା କଲେ ଏ ମାଟିକୁ। ମୁଖ୍ୟମନ୍ତ୍ରୀ ତାଙ୍କୁ ସେଥିପାଇଁ ବରଖାସ୍ତ କରିଦେଲ।

ତାଙ୍କ ଦଳ ଏବେ ବାହାରୁ ନେତା ଆଣି ପ୍ରଚାର କରୁଛନ୍ତି। ତାଙ୍କୁ ପଚାରନ୍ତୁ ବର୍ଷା, ବାତ୍ୟା, ବନ୍ୟା ବେଳେ ସେମାନେ କୋଉଠି ଥିଲେ? ଏଠି କେବଳ ନବୀନ ଇଞ୍ଜିନ କାମ ଦେବ, ଡବଲ ଇଞ୍ଜିନ ପୁରା ଫେଲ୍।

ବିଜେପି ଦଳର ଦୋମୁହାଁ କଥାର ଉଦାହରଣ ଦେଇ ସେ କହିଲେ ଯେ ଆସାମ ମୁଖ୍ୟମନ୍ତ୍ରୀ ଓଡିଶା ଆସି କହୁଛନ୍ତି ଓଡିଶାକୁ ଏକ ନମ୍ବର କରିବେ। ତାହେଲେ ଆସାମକୁ କଣ କରିବେ? ବଜେପି ନେତା କର୍ଣ୍ଣାଟକ, ତେଲଙ୍ଗାନା ଗଲେ ମଧ୍ୟ ସମାନ କଥା କହୁଛନ୍ତି। କେବଳ ମିଛ ପ୍ରତିଶୃତ। କହିଥିଲେ ପେଟ୍ରୋଲ, ଡିଜେଲ, ଏଲ୍‌ପିଜି ଦର କମାଇବେ ବୋଲି। କମିଲା କି? ପ୍ରତିବର୍ଷ ୨ କୋଟି ରୋଜଗାର ଦେବେ। ତାହା ହୋଇଥିଲେ ଓଡିଶା ଭାଗରେ ୮୦ ଲକ୍ଷ ରୋଜଗାର, କେନ୍ଦ୍ରାପଡା ଭାଗରେ ପ୍ରାୟ ୩ ଲକ୍ଷ ରୋଜଗାର ପଡିଥାନ୍ତା। ଏଇଟା ଥିଲା ମୋଦିଙ୍କ ଗ୍ୟାରେଣ୍ଟି, କିଏ ପାଇଛନ୍ତି କି?

କ୍ଷମତା ପାଇଁ ଗ୍ୟାରେଣ୍ଟି ଦେବା ଲୋକଙ୍କୁ କେବେ ବିଶ୍ୱାସ କରନ୍ତୁ ନାହିଁ, ୧୦ ବର୍ଷ ମଧ୍ୟରେ ଲୋକଙ୍କ ଅର୍ଥନୈତିକ ମେରୁଦଣ୍ଡକୁ ବିଜେପି ସରକାର ଭାଙ୍ଗି ଦେଲେ ବୋଲି ସେ ମତ ଦେଇଥିଲେ।

ସେ ପୁଣି କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିଜେପିକୁ କରେଣ୍ଟ ମାରିଲାଣି। ସେମାନେ ମଧ୍ୟ ମାଗଣା ବିଜୁଳି ଦେବେ ବୋଲି କହୁଛନ୍ତି। କିନ୍ତୁ ସେଥି ପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଜମା କରିବାକୁ ପଡିବ। ତାପରେ ସୋଲାର ପ୍ୟାନେଲ ମାଧ୍ୟମରେ ସୂର୍ଯ୍ୟ କିରଣରୁ ବିଜୁଳି ପାଇବେ। ଦିନରେ ଲଣ୍ଠନ ଦେଖାଉଛି ବିଜେପି ଦଳ।

ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନଙ୍କୁ କଲେ ଉଚ୍ଚ ପ୍ରଶଂସା କରି ସେ କହିଲେ ଯେ ରାଜନଗର ଅଞ୍ଚଳରୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଜଣଙ୍କୁ ଲୋକସଭା ପ୍ରାର୍ଥୀ କରିଛନ୍ତି। ଅଂଶୁମାନ ବାବୁ tourist ଭଳି ହେବେ ନାହିଁ । ସେ ଏ ମାଟିର ପୁଅ, groundରେ ରହି କାମ କରିବେ। helicopterରେ ଆସି ଉପରୁ ଉଡି ଯିବେ ନାହିଁ। ଆପଣମାନେ ତାଙ୍କୁ ଲକ୍ଷାଧିକ ଭୋଟରେ ଜିତାନ୍ତୁ ବୋଲି ସେ ଅନୁରୋଧ କରିଥିଲେ। ସେ ପୁଣି ଅନୁରୋଧ କରିଥିଲେ ଯେ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କ, ଆପଣଙ୍କ ଅଞ୍ଚଳର ଓ ଆମ ସମସ୍ତଙ୍କର ସମ୍ମାନ ରଖନ୍ତୁ।

କେନ୍ଦ୍ରାପଡାରେ ବିକାଶ କାମର ଉଦାହରଣ ଦେଇ ସେ କହିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ କେନ୍ଦ୍ରାପଡା ଜିଲ୍ଲାରେ ଆର୍ସେଲର-ମିତ୍ତଲ ପକ୍ଷରୁ ୧ ଲକ୍ଷ କୋଟି ଟଙ୍କା ବିନିଯୋଗରେ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି । ଏହା ହେଉଛି ସାରା ଭାରତ ବର୍ଷରେ ସବୁଠାରୁ ବଡ ପୁଞ୍ଜିନିବେଶ। ଏହା ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ନୂଆ ପରିଚୟ ସୃଷ୍ଟି ହେବ। ଯୁବ ପୀଢିକୁ ରୋଜଗାର ଦେବ।

ଶ୍ରୀ ପାଣ୍ଡିଆନ କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ଦେଲେ ବିକାଶର ହିସାବ ଦେଇ ରେକର୍ଡ ମାର୍ଜିନରେ ଜିତାଇବାକୁ କଲେ ନିବେଦନ କରିଥିଲେ। ସେ କହିଥିଲେ ଯେ ସାଲେପୁରକୁ ଏନ୍‌ଏସି ମାନ୍ୟତା ଦିଆଯାଇଛି । ଆଳିରେ Football Training Centre ପାଇଁ ୨୦ କୋଟି ଟଙ୍କା, ଲକ୍ଷ୍ମୀନାରାୟଣ ମନ୍ଦିର ପାଇଁ ୮ କୋଟି ଟଙ୍କା, ଆଳି ରାଜକନିକାରେ ଘରେ ଘରେ ପିଇବା ପାଣି ପାଇଁ ୨୪୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ରାଜନଗର ଅଞ୍ଚଳରେ ବିଭିନ୍ନ ରୂପାନ୍ତର କାମ – ମଠ, ମନ୍ଦିର, ମସଜିଦ, ରାସ୍ତାଘାଟ ସବୁର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମତ୍ସଜୀବୀଙ୍କ ପାଇଁ ୧୫ ହଜାର ଟଙ୍କାର ପ୍ୟାକେଜ । ମା ରାମଚଣ୍ଡୀ ମନ୍ଦିର ବିକାଶ ପାଇଁ ୬ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ମହାକାଳପଡାରେ ସେ କହିଲେ ଯେ ମାଲକାନଗିରିର ବଙ୍ଗାଳୀ ଭାଇଭଉଣୀମାନଙ୍କର ୪୦ ବର୍ଷର ନରନାରାୟଣ ମନ୍ଦିର ଜମି ସମସ୍ୟା ଦୂର କରାଯାଇ ସେମାନଙ୍କୁ ମନ୍ଦିର ପଟ୍ଟା ଯୋଗାଇ ଦିଆଯାଇଛି। ମହାକାଳାପଡାର ବଙ୍ଗାଳୀ ଭାଇଭଉଣୀମାନଙ୍କର ଯାହା ବି ସମସ୍ୟା ଅଛି ଦୂର କରାଯିବ। ଏହା ହେଉଛି ନବୀନ ଗ୍ୟାରେଣ୍ଟ।

କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି, ସାଲେପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା, ମାହାଙ୍ଗା ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା, ଆଳି ବିଧାୟକ ପ୍ରାର୍ଥୀ ପ୍ରତାପ ଦେବ, ମହାକାଳପଡା ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚି ନାୟକ, ପାଟକୁରା ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଓ ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ଚରଣ ସାହୁ ପ୍ରମୁଖ ନିଜ ନିଜ ସପକ୍ଷରେ ପ୍ରଚାର କରି ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଥିଲେ

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଗୋଟିଏ ଦିନରେ ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କ ୫ ଟି ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା, ବ୍ରହ୍ମଗିରି, ପିପିଲି, ରଣପୁର ଓ ନୟାଗଡ଼ରେ ନିର୍ବାଚନ ପ୍ରଚାର କରି ସାଂସଦ ପ୍ରାର୍ଥୀ ଶ୍ରୀ ଅରୂପ ପଟ୍ଟନାୟକ ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତୀ କରିବାକୁ ଅନୁରୋଧ କରିଛନ୍ତି। ଶେଷରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ଜୟଦେବ ବିଧାନସଭା ଅଞ୍ଚଳରେ ବିଶାଳ ଜନସଭାରେ ଭାଷଣ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅନୁରୋଧ କରିଛନ୍ତି।

ସବୁ ସଭାରେ ବିଶାଳ ଜନସମାବେଶ ଦେଖି ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଲୋକଙ୍କ ବିପୁଳ ସମର୍ଥନ ଦେଖି ବିରୋଧି ଦଳ ହତୋତ୍ସାହ ହେଲେଣି। ସେମାନେ ମିଛ କହିବା, ଅପପ୍ରଚାର କରିବା ଆଦି ଆରମ୍ଭ କଲେଣି। ଆପଣମାନେ ତାଙ୍କୁ ଉଚିତ ଜବାବ ଦେବେ।

ବିରୋଧୀ ବିଜେପି ଦଳର ମୁଖା ଖୋଲି, ଶ୍ରୀ ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ସେମାନଙ୍କ ମୁଣ୍ଡ କାମ କରୁନି। କୋଉଠି କ’ଣ କହୁଛନ୍ତି ଜାଣିପାରୁନାହାନ୍ତି। ତାଙ୍କର ସବୁ ନେତା ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ। ଆସାମ ମୁଖ୍ୟମନ୍ତ୍ରୀ ବି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ। ତା’ହେଲେ ଆସାମକୁ କ’ଣ କରିବେ ? ଯୁଆଡ଼େ ଯାଉଛନ୍ତି, କହୁଛନ୍ତି-ଏକ ନମ୍ବର କରିବେ। କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର… ସବୁଠି କହୁଛନ୍ତି ସେହି ରାଜ୍ୟକୁ ଏକ ନମ୍ବର କରିବେ। ସେମାନେ ପ୍ରଥମେ ଆଗେ ନିଷ୍ପତ୍ତି କରନ୍ତୁ କେଉଁ ରାଜ୍ୟକୁ ଏକ ନମ୍ବର କରିବେ। ୨୫ ବର୍ଷ ହେଲା ଡବଲ ଇଞ୍ଜିନ ସରକାର ଥାଇ ଏପର୍ଯ୍ୟନ୍ତ ଗୁଜରାଟକୁ ଏକ ନମ୍ବର କରିପାରିଲେ ନାହିଁ। ସେମାନେ କେବଳ ଆପଣମାନଙ୍କୁ ଭୁଆଁ ବୁଲାଉଛନ୍ତି।

ପୁରୀ ମନ୍ଦିରର ପରିକ୍ରମା ପ୍ରକଳ୍ପର ଉଦାହରଣ ଦେଇ ସେ କହିଲେ ଯେ, ପୁରୀ କାମ ଏତେ ସୁନ୍ଦର ହୋଇଛି, ସେମାନେ ସହି ପାରୁନାହାନ୍ତି। କହୁଛନ୍ତି ଯେ ଏଥିପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ପ୍ରକୃତରେ ଖର୍ଚ୍ଚ ହୋଇଛି ମାତ୍ର ୩୫୦ କୋଟି ଟଙ୍କା। ସେମାନଙ୍କୁ ଆପଣମାନେ ବିଶ୍ୱାସ କରନ୍ତୁ ନାହିଁ।

ବିଜେପି ନେତା ସବୁ ଟୁରିଷ୍ଟ ଭଳି ଆସୁଛନ୍ତି, ସମୁଦ୍ରକୂଳ, ଜଗନ୍ନାଥ ମନ୍ଦିର ବୁଲି ଯିବା ବଦଳରେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି, ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି, ଓଡ଼ିଶାବାସୀ ସେମାନଙ୍କୁ ଉଚିତ ଜବାବ୍‍ ଦେବେ

ବିଜେପି ଦଳରୁ ବହୁତ ନେତା ଆସି କହୁଛନ୍ତି ଚିଲିକାରେ ସେତୁ କରିବେ। ୨୦୧୪ ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଆସି କହିଥିଲେ ଚିଲିକାରେ ସେତୁ କରିବେ ବୋଲି, ଏ ପର୍ଯ୍ୟନ୍ତ ହେଲା କି ? କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ମତ ଚିଲିକା ଉପରେ ସେତୁ ହୋଇପାରିବ ନାହିଁ। ସେମାନଙ୍କ କଥାରେ ତାଳମେଳ ରହୁନି, କେବଳ ଲୋକଙ୍କୁ ଠକିବା ପାଇଁ କହୁଛନ୍ତି। ଭୋଟବେଳେ ବିଜେପି ଦଳ ଲୋକଙ୍କ ପ୍ରତି ଯେଉଁ ଆନ୍ତରିକତା ଦେଖାଉଛି। ଭୋଟ ପରେ ମଧ୍ୟ ଲୋକଙ୍କ ପ୍ରତି ସେଭଳି ଆନ୍ତରିକତା ସେମାନେ ରଖିବେ ବୋଲି ମୋର ଆଶା। ଯଦି ଚିଲିକାରେ ସେତୁ ହେବ, ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ବୋଲି ସେ କହିଥିଲେ।

ନବୀନ ପଟ୍ଟନାୟକ ମହାନଦୀ, ବ୍ରାହ୍ମଣୀ ପରି ବଡ଼ ବଡ଼ ନଦୀରେ ସେତୁ କରିଛନ୍ତି ବୋଲି ପ୍ରକାଶ କରି ସେ କହିଲେ ଯେ, ଯଦି କେନ୍ଦ୍ର ସରକାରଙ୍କ ଅନୁମତି ମିଳିବ, ତେବେ ନବୀନବାବୁ ୩ ବର୍ଷ ମଧ୍ୟରେ ଚିଲିକା ଉପରେ ସେତୁ କରି ଦେଖାଇଦେବେ। ମତ୍ସ୍ୟଜୀବୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପ୍ୟାକେଜ ହେବ ବୋଲି ସେ ଘୋଷଣା କରିଥିଲେ।

ବ୍ରହ୍ମଗିରିରେ ସେ କହିଲେ ଯେ, ଏବେକାର ବିଧାୟକ ୫ ବର୍ଷ ମଧ୍ୟରେ ଥରେ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲୋକଙ୍କ ସମସ୍ୟା ନେଇ ଆସିନାହାନ୍ତି, ତା’ହେଲେ ସେ ଲୋକଙ୍କ ପାଇଁ କାମ କଣ କରିଛନ୍ତି ?

ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପ୍ରକାଶ କରି ସେ କହିଲେ ଯେ, ଗତ ୧୦ ବର୍ଷ ହେବ ଚିଲିକା ନିର୍ବାଚନ ମଣ୍ଡଳୀରେ ଯେତିକି ଉନ୍ନତି ହେବା କଥା ହୋଇନାହିଁ। ଆପଣମାନେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ। ଏଠାରେ ଡବଲ କାମ ହେବ। ଆପଣ ପଞ୍ଚାୟତ ଓ ଅର୍ବାନ ନିର୍ବାଚନରେ ଯେଉଁଭଳି ଭାବରେ ଆଶୀର୍ବାଦ ଦେଇଛନ୍ତି, ଏଥର ମଧ୍ୟ ତା’ଠୁ ଅଧିକ ସଂଖ୍ୟାରେ ଆଶୀର୍ବାଦ କରିବେ ବୋଲି ମୋର ବିଶ୍ୱାସ।

ଡେଲାଙ୍ଗ, ପିପିଲିରେ ସେ କହିଲେ ଯେ, ନିର୍ବାଚନ ପରେ ମୁଁ ଏଠାକୁ ଆସିବି ଏବଂ ବିକାଶ କାମ ଡବଲ ସ୍ପିଡରେ ହେବ। ନୂଆ ସରକାରର ପ୍ରାଥମିକତା ଘୋଷଣା କରି ସେ କହିଲେ ଯେ, ମୁଖ୍ୟମନ୍ତ୍ରୀ ଶପଥ ନେବାପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ ହେବ। ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ। ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା କରାଯିବ।

ସେ ପୁଣି କହିଲେ ଯେ, ବିଜେପି ମଧ୍ୟ କହୁଛି ମାଗଣା ବିଜୁଳି ଦେବ। ଆପଣ ୫୦ ହଜାର ଟଙ୍କା ଦେବେ, ତା’ପରେ ସୂର୍ଯ୍ୟକିରଣରୁ ପାଇବେ ବିଜୁଳି। ଏମାନେ କେବଳ ଆପଣମାନଙ୍କୁ ଦିନରେ ଲଣ୍ଠନ ଦେଖେଇବା ଛଡ଼ା ଆଉ କିଛି ଜାଣନ୍ତି ନାହିଁ। ଓଡ଼ିଶାରେ କେବଳ ନବୀନବାବୁଙ୍କ ବିଜୁଳି ଚାଲିବ। ଯୁବ ବଜେଟ୍‌ ପାଇଁ ମୁଖ୍ୟମନ୍ତ୍ରୀ ୧ ଲକ୍ଷ କୋଟି ଟଙ୍କା ରଖିଛନ୍ତି। ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୯୫ ପ୍ରତିଶତ କଲେଜ ଛାତ୍ରଛାତ୍ରୀ ନୂଆ-ଓ ଛାତ୍ରବୃତ୍ତି ପାଉଛନ୍ତି ବୋଲି ସେ କହିଥିଲେ।

ଏତେସବୁ କାମ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଭଲରେ ରଖିବା ପାଇଁ କରୁଛନ୍ତି। ଆପଣମାନଙ୍କ ମୁହଁରେ ହସ ଫୁଟାଇବାକୁ ସେ ଚାହାନ୍ତି। ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ସମସ୍ତଙ୍କୁ ପରିବାର ସଦସ୍ୟ ବୋଲି ଭାବନ୍ତି। ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ୨୪ ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି। ଆପଣମାନେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ। ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ ସୃଷ୍ଟି କରନ୍ତୁ।

ଫନୀ ବାତ୍ୟାରେ ଘର ନଷ୍ଟ ହୋଇଯାଇଥିବା ଲୋକମାନଙ୍କୁ ଘର ଦିଆଯିବ ବୋଲି ସେ ଘୋଷଣା କରିଥିଲେ। ଆପଣମାନଙ୍କର ଘର ଆଲଟମେଣ୍ଟ କେନ୍ଦ୍ର ସରକାର ବାତିଲ କରିଥିଲେ ମଧ୍ୟ ନବୀନ ବାବୁ ଆପଣମାନଙ୍କୁ ଘର ଦେବେ।

ବିଭିନ୍ନ ସ୍ଥାନରେ ଶ୍ରୀ ପାଣ୍ଡିଆନ ବିକାଶ କାମର ହିସାବ ଦେଇଥିଲେ। ବ୍ରହ୍ମଗିରିରେ ସେ କହିଲେ ମୁଖ୍ୟମନ୍ତ୍ରୀ ୯ କୋଟି ଟଙ୍କା ଖର୍ଚ୍ଚ କରି ଅଲାରନାଥ ମନ୍ଦିରର ରୂପାନ୍ତରଣ କରିଛନ୍ତି। ୫ କୋଟି ଖର୍ଚ୍ଚ କରି ବାଲିହରଚଣ୍ଡୀ ମନ୍ଦିରର ରୂପାନ୍ତରଣ କରିଛନ୍ତି। ଫନୀ ବାତ୍ୟାବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା କୃଷ୍ଣପ୍ରସାଦ ବ୍ଲକ, ସେ ସମୟରେ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ପ୍ରତି ପଞ୍ଚାୟତକୁ, ମନ୍ତ୍ରୀ, ଏମ୍‍.ଏଲ୍‍.ଏ ଓ ଅଧିକାରୀମାନଙ୍କୁ ପଠାଇଥିଲେ ମୁଖ୍ୟମନ୍ତ୍ରୀ

ବାଣପୁରରେ ସେ କହିଲେ ଯେ, ଚିଲିକାରେ ସେତୁ ନିର୍ମାଣ କରାଯିବ। ଏହା ପୂର୍ବରୁ ଚିଲିକାରେ ଯାତ୍ରୀବାହୀ ଡଙ୍ଗାସଂଖ୍ୟା ବୃଦ୍ଧି କରାଯିବ। ଚିଳିକାରେ ଡ୍ରେଜିଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ୧୨.୭୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ବୋଲି ସେ କହିଥିଲେ। ମାଁ ଭଗବତୀଙ୍କ ପୀଠର ଉନ୍ନତିକରଣ ପାଇଁ ୩୩ କୋଟି, ବାଣପୁରର ଡ୍ରେନେଜ୍‍ ସିଷ୍ଟମରେ ଉନ୍ନତି ପାଇଁ ୧୫ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ୨୨୦ କୋଟି ଟଙ୍କାର ପିଇବା ପାଣି ପ୍ରକଳ୍ପ ଜରିଆରେ ଘରେ ଘରେ ପିଇବା ପାଣି ପହଞ୍ଚିବ

ପିପିଲିରେ ସେ କହିଲେ ଯେ, ଆପଣମାନଙ୍କ ଲୋ ଭୋଲଟେଜ୍‍ ସମସ୍ୟା (ମଙ୍ଗଳପୁର, ପିପିଲି) ଦୂର ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ପିପିଲି ହସ୍ତଶିଳ୍ପର ବିକାଶ ପାଇଁ ୧୨.୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାଦ୍ୱାରା କାରିଗରମାନଙ୍କର ରୋଜଗାର ବଢ଼ିବ ଓ ଏ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବ।ଦାଣ୍ଡମୁକୁନ୍ଦପୁର ଗୋପୀନାଥ ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ରଣପୁର ଜଗନ୍ନାଥ ମନ୍ଦିର ଉନ୍ନତି ପାଇଁ ୫ କୋଟି, ମଣୀନାଗ ମନ୍ଦିର ଉନ୍ନତି ପାଇଁ ୪ କୋଟି ଓ ତଳମଣୀନାଗ ମନ୍ଦିର ପାଇଁ ୩ କୋଟି ଟଙ୍କା ଯୋଗାଇ ଦେବା ସହ ଅନେକ ମଠ, ମନ୍ଦିର ମସ୍‌ଜିଦ୍‌ର ବିକାଶ କାମ କରାଯାଇଛି ବୋଲି ସେ କହିଥିଲେ। ରଣପୁର ନିର୍ବାଚନ ମଣ୍ଡଳୀରେ ଜଳସେଚନର ସୁବିଧା କରାଯାଇଛି।

ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପ୍ରଶଂସା କରି ସେ କହିଲେ ଯେ, ଅରୂପ ହେଉଛନ୍ତି ପିପିଲି ଡେଲାଙ୍ଗ ମାଟିର ପୁଅ। ସୁଦୂର ମୁମ୍ୱାଇରେ କ୍ୟାନସର ରୋଗୀମାନଙ୍କୁ ସେବା ଯୋଗାଇ ଦେବାରେ ଆନ୍ତରିକାର ସହ କାମ କରି ଆସୁଛନ୍ତି। ଆପଣମାନେ ତାଙ୍କୁ ଆଶୀର୍ବାଦ କଲେ ସେ ଆପଣଙ୍କ ପାଇଁ ଦିନରାତି କାମ କରିବେ।

ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ କହିଥିଲେ ଯେ, ବିଜୁ ଜନତା ଦଳ ହେଉଛି ଲକ୍ଷ୍ମୀବନ୍ତ ଦଳ, ଓଡ଼ିଶାରେ ସମସ୍ତଙ୍କ ଘରକୁ ଖୁସି ଆଣିଛି ଏହି ଦଳ। ଏବେ ସମସ୍ତଙ୍କ ଘର ଆଲୋକିତ ହେବ। ଆପଣମାନେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ।

ଜୟଦେବରେ ଶ୍ରୀ ପାଣ୍ଡିଆନ କହିଲେ ଯେ, ଭୁବନେଶ୍ୱର ସାଂସଦ ଏ ଅଞ୍ଚଳ ପାଇଁ କିଛି କରିନାହାନ୍ତି। ଭୁବନେଶ୍ୱର ପାଇଁ ସେ କୌଣସି ପ୍ରୋଜେକ୍ଟ ଆଣିନାହାନ୍ତି। ଭୁବନେଶ୍ୱର ସାଂସଦ ଲୋକଙ୍କ ସୁଖଦୁଃଖରେ ନାହାନ୍ତି। ଦରକାରବେଳେ ଖୋଜିଲେ ଲୋକେ ତାଙ୍କୁ ପାଆନ୍ତି ନାହିଁ। ଏଥର ଲୋକ ତାଙ୍କୁ ଉଚିତ ଜବାବ ଦେବେ। ବିଜେପି ଦଳ ୨୦୧୪ରେ କହିଥିଲେ ଆମେ ସରକାରକୁ ଆସିଲେ ଦରଦାମ କମାଇବୁ ବୋଲି ହେଲେ କିଛି କମାଇଲେ ନାହିଁ। ସବୁ ଦରଦାମ୍‍ ବଢ଼ି ବଢ଼ି ଚାଲିଲା। ଏଥର ନିର୍ବାଚନରେ ଲୋକମାନେ ତାଙ୍କୁ ଦରଦାମ୍‍ ବୃଦ୍ଧିର ଉଚିତ ହିସାବ ଦେବେ।

ସେ ପୁଣି କହିଲେ ଯେ ଏ ସରକାର ବିଜୁ ଜନତା ଦଳର ସରକାର ନୁହେଁ, ଏହା ହେଉଛି ଲୋକଙ୍କ ସରକାର। ଲୋକମତକୁ ଏଠାରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ। ଲୋକଙ୍କ ମୁଣ୍ଡ ଉପରେ ଥିବା ବୋଝକୁ ହାଲ୍‍କା କରିବା ପାଇଁ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ମୁଖ୍ୟମନ୍ତ୍ରୀ କାଳିଆ, ମିଶନଶକ୍ତି, ମମତା ଲକ୍ଷ୍ମୀବସ୍‍, ଆହାର, ଚାଉଳ କାର୍ଡ,ବି.ଏସ୍‍.କେ.ୱାଇ ପରି ବହୁ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି।

କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ବ୍ରହ୍ମଗିରି ବିଧାୟକ ପ୍ରାର୍ଥୀ ଉମା ସାମନ୍ତରାୟ, ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟକୁମାର ଦାସବର୍ମା, ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀ, ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ. ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଏବଂ ଜୟଦେବ ବିଧାୟକ ପ୍ରାର୍ଥୀ ନବକିଶୋର ମଲ୍ଲୀକ ପ୍ରମୁଖ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଟିଟିଲାଗଡ଼ ପ୍ରଚାରରେ ପାଣ୍ଡିଆନ କହିଲେ ଛତିଶଗଡ଼ରୁ ମନ୍ତ୍ରୀମାନେ ଆସୁଛନ୍ତି ଟଙ୍କା ବାଣ୍ଟୁଛନ୍ତି

ଭୁବନେଶ୍ବର: ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମାରଥନ ପ୍ରଚାରରେ ଟିଟିଲାଗଡରେ ବିଜେପିକୁ କଡା ସମାଲୋଚନା କରିଛନ୍ତି।  ସେ କହିଛନ୍ତି ଯେ, ଛତିଶଗଡରୁ ମନ୍ତ୍ରୀମାନେ ଆସୁଛନ୍ତି ଟଙ୍କା ବାଣ୍ଟୁଛନ୍ତି। ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି କରୁଛନ୍ତି।  ଏପଟେ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି, ସେପଟେ ଓଡ଼ିଶାର ସବୁଠାରୁ ଜନପ୍ରିୟ ନେତା ତଥା ମହାନାୟକଙ୍କୁ ଗାଳି ଦେଉଛନ୍ତି, ଆପଣମାନେ ଏହାର ଉଚିତ ଜବାବ୍‍ ଦେବେ ବୋଲି ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ, ବିଜେପୁର ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼ କଲେ, ୪୫ ହଜାର ଭୋଟରେ ହାରିଲେ। ପୁରୀ ପରିକ୍ରମା ପ୍ରକଳ୍ପବେଳେ ଅଣ୍ଡାମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦରେ ହାରିଲେ। ଯଦି ଆଉ କିଏ ଏଠାରେ ଜିତିବେ ନିର୍ବାଚନ ମଣ୍ଡଳୀ ୨୫ ବର୍ଷ ତଳକୁ ଫେରିଯିବ ବୋଲି ପାଣ୍ଡିଆନ ସତର୍କ କରାଇଥିଲେ।

ସେ ଟିଟିଲାଗଡର ବିକାଶ ନକ୍ସା ଅଙ୍କନ କରି କହିଥିଲେ ଯେ, ସଏଁତଳାକୁ ଏନ୍‍.ଏ.ସି. ମାନ୍ୟତା ଦିଆଯାଇଛି, ୨.୫୦ କୋଟି ଟଙ୍କା ବିନିଯୋଗରେ ତୁଷୁରା ସମଲେଇ ମନ୍ଦିର ବିକାଶ କାର୍ଯ୍ୟ ଜାରି ରହିଛି। ଜଳସେଚନର ବିକାଶ ପାଇଁ ବହୁତ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ କରାଯାଇଛି ଏବଂ ଆଗକୁ ମଧ୍ୟ ହେବ ବୋଲି ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ, ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ, ବିଜେପି କହୁଛି ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବ, ଏଥିପାଇଁ ଆପଣ ୫୦ ହଜାର ଟଙ୍କା ଖର୍ଚ୍ଚ କରିବେ, ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି ଦଳ

ସେହିପରି ଦ୍ୱିତୀୟ ଦସ୍ତଖତ ହେବ, ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ। ତୃତୀୟ ଦସ୍ତଖତ, ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା ବୋଲି ସେଠାରେ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର

କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର: ଏକାମ୍ର ପ୍ରକଳ୍ପ ବିଷୟ ଉଲ୍ଲେଖ କରି ହେଲେ ଭାବବିହ୍ବଳ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ସଂଧ୍ୟାରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଲିଙ୍ଗରାଜ ମନ୍ଦିର, କାରଗିଲ୍‌ ରୋଡ ଓ ଜାଗମରାରେ ଆୟୋଜିତ ନିର୍ବାଚନୀ ସଭାରେ ଏକାମ୍ର ପ୍ରକଳ୍ପ ତଥା ଭୁବନେଶ୍ବର ରୂପାନ୍ତର ଉପରେ ଗୁରୁତ୍ବ ଦେଇ ସେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ।

ଶ୍ରୀ ପାଣ୍ଡିଆନ ଆଜି ସଭାରେ ପ୍ରଥମେ ହର ହର ମହାଦେବ କହି ଭାଷଣ ଆରମ୍ଭ କଲେ ଓ ଜୟ ଜଗନ୍ନାଥ କହି ଭାଷଣ ଶେଷ କଲେ।

ଏକାମ୍ର ପ୍ରକଳ୍ପ ଉପରେ ଆଲୋକପାତ କରି ସେ ବହୁତ ଭାବବିହ୍ବଳ ହୋଇପଡିଥିଲେ। ସେ କହିଲେ ଯେ ଲିଙ୍ଗରାଜ ମନ୍ଦିରକୁ ମୁଁ ସବୁ ସୋମବାର ଆସେ। ଶିବରାତ୍ରୀରେ ମଧ୍ୟ ଆସେ। ଥରେ ଶିବରାତ୍ରୀରେ ମୁଁ ଦେଖିଲି ଯେ ଲିଙ୍ଗରାଜ ମନ୍ଦିରରେ ମା ମାନଙ୍କ ପାଇଁ ଛିଡା ହେବାକୁ ମଧ୍ୟ ଜାଗା ନାହିଁ, ଶାନ୍ତିରେ ଦୀପ ବସାଇ ପାରୁନାହାନ୍ତି।

ଏ ବିଷୟ ମୁଖ୍ୟମନ୍ତ୍ରୀଙ୍କୁ କହିବା ପରେ, ଏକାମ୍ର ପ୍ରକଳ୍ପ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଆଜି ମା ମାନେ ବହୁତ ଶାନ୍ତିରେ ପିଲାଛୁଆଙ୍କୁ ଧରି ଦୀପ ବସାଇ ପାରୁଛନ୍ତି। ସବୁ ମହାପ୍ରଭୁ ଲିଙ୍ଗରାଜଙ୍କ ଇଛା।

ଏକାମ୍ରବାସୀଙ୍କୁ ସମ୍ବୋଧନ କରି ସେ କହିଲେ ଯେ ଏହି ପ୍ରକଳ୍ପ ପାଇଁ ଆପଣମାନେ ଅନେକ ତ୍ୟାଗ କରିଛନ୍ତି। ଘର, ଦୋକାନ ଆହୁରି ଅନେକ କିଛି ତ୍ୟାଗ କରିଛନ୍ତି। ଆପଣମାନଙ୍କ ଏ ତ୍ୟାଗ ଇତିହାସ ମନେ ରଖିବ। ମହାପ୍ରଭୁ ଲିଙ୍ଗରାଜ ଆପଣଙ୍କୁ ଆଶୀର୍ବାଦ କରିବେ ବୋଲି ସେ କହିଥିଲେ।

ସେ ପୁଣି କହିଲେ ଯେ ଆଗକୁ ଏକାମ୍ର ପ୍ରକଳ୍ପ ଆହୁରି ଆଗେଇବ। ଆହୁରି ଭବ୍ୟ ଓ ଦିବ୍ୟ ହେବ। ଆପଣମାନେ ଆଧ୍ୟାତ୍ମିକ ଅନୁଭବ ପାଇବେ। ହଜାର ହଜାର ପର୍ଯ୍ୟଟକ ଆସିବେ। ଆପଣମାନଙ୍କର ରୋଜଗାର ବଢିବ ଓ ଆପଣମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ।

ସାଂସଦଙ୍କ ଉପରେ ମନ୍ତବ୍ୟ ରଖି ସେ କହିଲେ ଯେ ଆପଣଙ୍କ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଲିଙ୍ଗରାଜଙ୍କ କାମକୁ ବନ୍ଦ କରିବା ପାଇଁ ଷଡଯନ୍ତ୍ର କଲେ, ଏହା ଠିକ୍‌ କଥା କି ? ସାଂସଦ ଭାବେ ତାଙ୍କ କାମ ହେଉଛି କେନ୍ଦ୍ର ସରକାରଙ୍କଠାରୁ ବଡ ବଡ ଯୋଜନା ଆଣିବେ, ଫ୍ଲାଇ ଓଭର, IT Park, MSME, ଦକ୍ଷତା ବିକାଶ ଆଦି ଯୋଜନାରେ ହଜାର ହଜାର କୋଟି ଟଙ୍କା ସେ ଆଣିପାରିଥାନ୍ତେ। ବେଙ୍ଗାଲୁରୁ ଓ ଜୟପୁର ଆଦି ସହରରେ ସାଂସଦ ମାନେ ସେମାନଙ୍କ ସହର ପାଇଁ ୪୦ ହଜାର, ୫୦ ହଜାର କୋଟି ଟଙ୍କା ଆଣୁଛନ୍ତି।

କିନ୍ତୁ ଦୁଃଖର କଥା, ଆପଣଙ୍କ ସାଂସଦ ଛୋଟ କଥାରେ ମାତୁଛନ୍ତି, କର୍ପୋରେଟର ମାନଙ୍କ କଥାରେ ମୁଣ୍ଡ ଖେଳାଉଛନ୍ତି। ତାଙ୍କର କିଛି ଉଚ୍ଚ ଚିନ୍ତାଧାରା ନାହିଁ।

ସେ ପୁଣି କହିଲେ ଯେ ଜୁନ୍‌ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତରେ ଆପଣମାନଙ୍କ ବିଜୁଳି ବିଲ୍‌ ଛାଡ କରିବେ, ୯୦ ପ୍ରତିଶତ ପରିବାର ଛାଡ ପାଇବେ। ଦ୍ବିତୀୟ ଦସ୍ତଖତରେ ବାକି ରହିଥିବା ଲୋକଙ୍କୁ BSKYରେ ସାମିଲ କରିବେ- ସହରାଞ୍ଚଳରେ ସମସ୍ତେ ପାଇବେ।  ସରକାରୀ କର୍ମଚାରୀ, ମିଶନ ଶକ୍ତିର କର୍ମୀ ଅଙ୍ଗନବାଡୀ, ଆଶାକର୍ମୀ ମାନେ ମଧ୍ୟ ସାମିଲ ହେବେ। ତୃତୀୟ ଦସ୍ତଖତରେ  ମିଶନ ଶକ୍ତି ମା ମାନଙ୍କୁ ପେନ୍‌ସନ ମିଳିବ। ସେମାନଙ୍କର ବହୁ ଦିନର ଦାବୀ ପୂରଣ ହେବ।

ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି। ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆପଣମାନେ ବହୁତ ଭଲ ପାଆନ୍ତି ବୋଲି ମତ ଦେଇ ସେ ଲୋକଙ୍କୁ ଅନୁରୋଧ କରି କହିଥିଲେ ଯେ ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ। ମନ୍ମଥ ବାବୁ, ଅଶୋକ ବାବୁ ଏ ମାଟିର ପୁଅ। ସେମାନଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ।  ୬୦ ପ୍ରତିଶତ ଭୋଟିଂ କରି ବିଜୁ ଜନତା ଦଳ ପ୍ରାର୍ଥୀଙ୍କୁ ଜିତାଇ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରକ୍ଷା କରିବାକୁ ସେ ଅନୁରୋଧ କରିଥିଲେ।

ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ପ୍ରଶଂସା କରି ସେ କହିଲେ ଯେ ମନ୍ମଥ ବାବୁ ଲଢୁଆ ପୁଅ।  ତାଙ୍କୁ ସାଂସଦ କଲେ ସେ ଆପଣଙ୍କ ପାଇଁ ଦିଲ୍ଲୀରେ ଲଢିବେ। ଆଉ ଯାହାକୁ ଦେଲେ ନିଜ ପଦବୀ ପାଇଁ ଲବି କରିବେ, ଆଉ ଆପଣଙ୍କୁ ଅବହେଳା କରିବେ।

ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ କହିଲେ ଯେ, ଆଜି ବିରୋଧୀ ଦଳ ଅସ୍ମିତା କଥା କହୁଛି। ଯେଉଁମାନେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ଚିନ୍ତା କରିନାହାନ୍ତି, ଓଡିଆ ଭାଷା ପାଇଁ ଟଙ୍କା ଟିଏ ବି ଦେଇନାହାନ୍ତି, ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେଇନାହାନ୍ତି, ସେମାନଙ୍କର ଅସ୍ମିତା କଥା କହିବାର କିଛି ଅଧିକାର ନାହିଁ ବୋଲି ମତ ଦେଇ  ସେମାନଙ୍କୁ କଡା ଜବାବ ଦିଅନ୍ତୁ  ବୋଲି ଆହ୍ବାନ ଦେଇଥିଲେ।

ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା କହିଲେ ଯେ ମହାପ୍ରଭୁ ଲିଙ୍ଗରାଜ ଆମର କ୍ଷେତ୍ରାଧିପତି। କିନ୍ତୁ ଲିଙ୍ଗରାଜ ଆଇନକୁ ଚକ୍ରାନ୍ତ କରି ବିରୋଧୀ ଏହାକୁ ଦିଲ୍ଲୀରେ ଅଟକାଇଛନ୍ତି। ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଛନ୍ତି। ସେମାନଙ୍କୁ ଇତିହାସ କ୍ଷମା ଦେବ ନାହିଁ, ମହାପ୍ରଭୁ କ୍ଷମା ଦେବେ ନାହିଁ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଉପକୂଳ ଓଡିଶାରେ ମାରାଥନ ପ୍ରଚାର, ବିଜେପିକୁ ପ୍ରଚଣ୍ଡ ଆକ୍ରମଣ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଉପକୂଳ ଓଡ଼ିଶାରେ ଧୂଆଁଧାର ପ୍ରଚାର କରି ବିରୋଧୀ ବିଜେପି ଦଳକୁ ଶାଣିତ ଆକ୍ରମଣ କରିଛନ୍ତି । ବିଜେପିର ମିଛ ଧରା ପକାଇଛନ୍ତି ।

କଟକ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀ ସାବିତ୍ରୀ ପ୍ରଧାନ, ବଡ଼ମ୍ୱା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବାଙ୍କୀରେ ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ, ଆଠଗଡ଼ ତିଗିରିଆରେ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ସଦରରେ ଚନ୍ଦ୍ର ସାରଥୀ ବେହେରା ଓ କଟକ ଚୌଦ୍ୱାର ବିଧାୟକ ପ୍ରାର୍ଥୀ ସୌଭିକ୍‍ ବିଶ୍ୱାଳଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଆୟୋଜିତ ଜନସଭାରେ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲା ବିଶାଳ ଜନସମୁଦ୍ର । କଟକ ସଦରରେ ପ୍ରବଳ ବର୍ଷା ସତ୍ତ୍ୱେ ହଜାର ହଜାର ଲୋକ ପାଣ୍ଡିଆନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗି, ଶ୍ରୀ ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ ଦିନରାତି କାମ କରୁଛନ୍ତି । ଓଡ଼ିଶାକୁ ୧୦୦ ବର୍ଷ ଆଗକୁ ନେବା ପାଇଁ ସେ ଚିନ୍ତା କରୁଛନ୍ତି । କିନ୍ତୁ ବିଜେପି ଦଳ ଯାହା କରୁଛି ସେମାନେ ଓଡ଼ିଶା ୨୫ ବର୍ଷ ପଛକୁ ନେଇଯିବେ ।

ସେ ପୁଣି କହିଲେ ଯେ ନିର୍ବାଚନ ଆସିଲେ ବିରୋଧୀ ଆସିବେ, ମିଠା ମିଠା କଥା କହିବେ, ଓ କୁମ୍ଭୀର କାନ୍ଦଣା କାନ୍ଦିବେ । ଏମାନେ ସମସ୍ତେ ନିର୍ବାଚନ ପର୍ଯ୍ୟଟକ । ନିର୍ବାଚନ ସରିଗଲେ ଖୋଜିଲେ ବି ମିଳିବେ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଷତମାମ ଦିନରାତି ୨୪ ଘଣ୍ଟା ଆପଣଙ୍କ ସୁଖଦୁଃଖରେ ଛିଡ଼ା ହୋଇ ରହିଛନ୍ତି । ସେ କହିଲେ ଯେ ଯିଏ ବି ଭତ୍ତା, ପକ୍କାଘର, ବି.ଏସ୍‍.କେ.ୱାଇ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି, ସମସ୍ତେ ସାମିଲ ହେବେ, ସମସ୍ତଙ୍କ ପାଇଁ ନବୀନବାବୁଙ୍କ ଗ୍ୟାରେଣ୍ଟି ଅଛି ।

ଦୃଢ଼ୋକ୍ତି ପ୍ରକାଶ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ଦିନ ୧୧.୩୦ରୁ ଦିନ ଗୋଟାଏ ମଧ୍ୟରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରଥମ ଦସ୍ତଖତରେ ହିଁ ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍‍ ଛାଡ଼ କରିବେ । ଆପଣମାନେ ବିଜୁଳି ପାଇବେ ଆଉ ବିରୋଧୀଙ୍କୁ ଲାଗିବ ସକ୍‍ । ଆପଣମାନେ ଖୁସି ତ !

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଜୁଳି ବିଲ୍‍ ଛାଡ଼୍‍ ଗ୍ୟାରେଣ୍ଟି ବିଜେପି ଦଳକୁ ସକ୍‍ ଦେଇଛି ବୋଲି ମତ ଦେଇ ସେ କହିଲେ ସେଥିପାଇଁ ସେମାନେ ସୋଲାର ପ୍ୟାନେଲ ଜରିଆରେ ମାଗଣା ବିଜୁଳି ଦେବେ ବୋଲି କହୁଛନ୍ତି । ବିଜେପି କହୁଛି ମାଗଣା ବିଜୁଳି ଦେବ । କିନ୍ତୁ କେମିତି ହେବ ଜାଣିଛନ୍ତି ? ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ । ତା’ପରେ ଆପଣ ସୋଲାର ପ୍ୟାନେଲ ଲଗାଇ ପାରିବେ । ସୂର୍ଯ୍ୟ କିରଣରୁ ବିଜୁଳି ମିଳିବ । ଏମାନେ ଦିନରେ ଲଣ୍ଠନ ଦେଖାଉଛନ୍ତି ।

ବିଜେପି ଉପରେ ଆକ୍ରମଣ ଜାରିରଖି ସେ କହିଲେ ଯେ ଏହି ଦଳ ୧୦ ବର୍ଷ କ୍ଷମତାରେ ରହିଲା । ସମସ୍ତଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ, ମିଳିଲା କି ? ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ, ମିଳିଲା କି ? ପେଟ୍ରୋଲ, ଡିଜେଲ ଦର କମିବା କଥା ସବୁ ଭୁଲିଗଲେ । ଏଲ୍‍.ପି.ଜି ଦର ଯୋଗୁଁ ମା’ମାନେ କାନ୍ଦୁଛନ୍ତି, ସେମାନେ କିଛି ଶୁଣିଲେ କି ? କିଛି କଲେ କି ?

ନବୀନ ବାବୁ ପ୍ରତିଶ୍ରୁତି ଦିଅନ୍ତି ଓ ରଖନ୍ତି ମଧ୍ୟ । ମୁଖ୍ୟମନ୍ତ୍ରୀ କଥା କମ୍‌, କାମ ଅଧିକା କରିଥାନ୍ତି, ଆପଣଙ୍କ ଆଶୀର୍ବାଦରେ ସେ ଆହୁରି ସଶକ୍ତ ହୋଇ କାମ କରିବେ। ଶ୍ରୀମନ୍ଦିରର ରୂପାନ୍ତର କାମ ସମସ୍ତଙ୍କୁ ଦିଶୁଛି, କିନ୍ତୁ ଶୋଇ ରହିଥିବା ବିରୋଧୀଙ୍କୁ ଦିଶୁନି ।
ଚାଷୀଙ୍କୁ ଦେବେ ବିନା ସୁଧରେ ୧.୫୦ ଲକ୍ଷ ଟଙ୍କାର ଋଣ ଓ ଚାଷୀ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ଦେବେ ।

କଟକରେ ଶ୍ରୀ ପାଣ୍ଡିଆନ କହିଲେ ଯେ କଟକ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଭୂମି । ସାରା ଓଡ଼ିଶା ତାଙ୍କ କର୍ମଭୂମି । ବସ୍ତିବାସିନ୍ଦାଙ୍କ ପାଇଁ ଅନେକ ଲୋକ ଅନେକ କଥା କରୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ତିବାସିନ୍ଦାକୁ ସମ୍ମାନ ଦେବାରେ ସାରା ଭାରତ ବର୍ଷ ଏକ ନମ୍ବର । ବସ୍ତିବାସିନ୍ଦାଙ୍କୁ ପଟ୍ଟା ଆବଣ୍ଟନ, ବିଜୁ ଆଦର୍ଶ କଲୋନି ନିର୍ମାଣ, ଜାଗା ମିଶନ କାର୍ଯ୍ୟକାରୀ କରିବାରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଆରୋପ କରି କାମ କରିଛନ୍ତି । ସେ କହିଲେ ଯେ କଟକ ସବୁବେଳେ ବିଜେଡିର ଗଡ଼ ହୋଇ ରହିଛି ଓ ରହିଥିବ ।

ସାଂସଦ ପ୍ରାର୍ଥୀ ଶ୍ରୀ ସଂତୃପ୍ତ ମିଶ୍ରଙ୍କ ଉଚ୍ଚ ପ୍ରଶଂସା କରି ସେ କହିଲେ ଆପଣଙ୍କ ସାଂସଦ ପ୍ରାର୍ଥୀ ରାଜନୀତିକୁ ଆସିଛନ୍ତି କେବଳ ସେବା କରିବା ପାଇଁ । ଆପଣଙ୍କ ସେବା କରିବେ ଓ ଏ ଅଞ୍ଚଳକୁ ପୁଞ୍ଜି ଆଣିବେ । ଯୁବପୀଢ଼ିଙ୍କୁ ରୋଜଗାର ଦେବେ ।

ଭୋଟ ଦିନ ବିପୁଳ ସଂଖ୍ୟାରେ ଆସି ଭୋଟ ଦେବାକୁ ସେ ଅନୁରୋଧ କରିଥିଲେ । ସବୁଯାଗାରେ ୫୦ ହଜାରରୁ ଲକ୍ଷେ ବ୍ୟବଧାନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ଅନୁରୋଧ କରିଥିଲେ ।

ଖଣ୍ଡପଡ଼ାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ହିସାବ ଦେଇ ଶ୍ରୀ ପାଣ୍ଡିଆନ କହିଲେ ଯେ ଶ୍ରୀ ନୀଳମାଧବ ପୀଠର ବିକାଶ ପାଇଁ ୩୧ କୋଟି ଟଙ୍କା, ଖଣ୍ଡପଡ଼ା ଚାଷୀଭାଇଙ୍କ ପାଇଁ ବୃତଙ୍ଗ ଜଳସେଚନ ପ୍ରକଳ୍ପରେ ୧୬୬୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ଖଣ୍ଡପଡ଼ା, ଭାପୁର ଓ ନୟାଗଡ଼ ବ୍ଲକର ଚାଷୀଭାଇମାନଙ୍କ ପାଇଁ ୩୩୦ କୋଟି ଟଙ୍କାରେ କୁସୁମୀ ଜଳସେଚନ ପ୍ରକଳ୍ପ କରାଯାଉଛି । ଡିମିରିଆ-ରାଉତପଡ଼ା ମହାନଦୀ ଆଡ଼ିବନ୍ଧ ପାଇଁ ୧୫୨୦ କୋଟି ଟଙ୍କା ଦିଆଯାଇଛି । ଖଣ୍ଡପଡ଼ାରେ ରାମ ମନ୍ଦିରକୁ ଐତିହ୍ୟ ସ୍ଥଳ ଭାବରେ ବିକାଶ କରାଯିବ, ନୀଳମାଧବ ମନ୍ଦିରର ଆହୁରି ବିକାଶ ହେବ, ଦକ୍ଷତା ବିକାଶ କେନ୍ଦ୍ର କରାଯିବ

ବଡ଼ମ୍ୱାରେ ବଡ଼ମ୍ୱା ନିର୍ବାଚନ ମଣ୍ଡଳୀରେ ମନ୍ଦିର ବିକାଶ ପାଇଁ ସବୁଠୁଁ ଅଧିକ ଟଙ୍କା ଦିଆଯାଇଛି ବୋଲି ସେ କହିଥିଲେ । ସେହିପରି ମା ଭଟ୍ଟାରିକା ମନ୍ଦିର ବିକାଶ ପାଇଁ ୮.୫୦ କୋଟି ଟଙ୍କା, ମା ପ୍ରଗଳା ପୀଠର ବିକାଶ ପାଇଁ ୫.୩୦ କୋଟି ଟଙ୍କା, ସିଂହନାଥ ପୀଠର ବିକାଶ ପାଇଁ ୫.୩୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି, ୧୪୦ କୋଟି ଟଙ୍କାରେ ଗୋପୀନାଥପୁର-ବୈଦେଶ୍ୱର ଟି-ବ୍ରିଜ୍‍ ନିର୍ମାଣ, ବଡ଼ମ୍ୱାରେ ପିଇବା ପାଣି ସମସ୍ୟା ଦୂର ହେବ ବୋଲି ସେ କହିଥିଲେ ।

ନୂଆ ଓଡ଼ିଶାରେ ବାଙ୍କୀରେ ହେବ ମେଟ୍ରୋ ରେଲ୍‍ ଗଡ଼ିବ ବୋଲି ପ୍ରକାଶ କରି ସେ କହିଲେ ଯେ ଏ ମାଟିର ପରିଚୟ ଆହୁରି ଉଜ୍ୱଳ ହେବ । ପ୍ରଭାତ ତ୍ରିପାଠୀ ଏ ଅଞ୍ଚଳର ବହୁତ ସମ୍ମାନିତ ନେତା ବୋଲି ମତ ଦେଇ ସେ କହିଲେ ମୁଁ ତାଙ୍କୁ ବହୁତ ସମ୍ମାନ ଦିଏ । ଦଳର ସଂକଟ ସମୟରେ ସେ ଦଳ ପାଇଁ ଖୁବ୍‍ କାମ କରିଛନ୍ତି, ସହାୟତା କରିଛନ୍ତି । ଦେବୀ ରଞ୍ଜନ ତ୍ରିପାଠୀ ଛାତ୍ର ସମାଜର ସେନାପତି, ସେ ଆପଣଙ୍କ ଅଞ୍ଚଳର ଯୁବ ସମାଜର ନେତୃତ୍ୱ ନେଇଛନ୍ତି । ଏ ଦୁଇ ସେନାପତିଙ୍କୁ ଆପଣ ୨୫ ତାରିଖରେ ୫୦ ହଜାର ଭୋଟରେ ଜିତାନ୍ତୁ ବୋଲି ସେ ଅନୁରୋଧ କରିଥିଲେ ।

ଆଠଗଡ଼ରେ ସେ କହିଲେ ଯେ ଧବଳେଶ୍ୱର ପୀଠର ବିକାଶ ପାଇଁ ୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଆପଣଙ୍କ ନିର୍ବାଚନ ମଣ୍ଡଳୀରେ ପିଇବା ପାଣି ପାଇଁ ୩୦୦ କୋଟି ଟଙ୍କା । କାଳିଆ ଯୋଜନାରେ ଆଠଗଡ ତିଗିରିଆର ୪୬ ହଜାର ଚାଷୀ ଉପକାର ପାଉଛନ୍ତି, ଚାଷୀ ପରିବାରର ପିଲାମାନେ ମଧ୍ୟ ଉଚ୍ଚ ଶିକ୍ଷା ପାଇଁ କାଳିଆ ଛାତ୍ରବୃତ୍ତି ପାଉଛନ୍ତି । ଚାଷୀଙ୍କ ପାଇଁ ବିନା ସୁଧରେ ୧.୫ ଲକ୍ଷ ଟଙ୍କା ଋଣ । ଚାଷୀ ପରିବାରର ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା । ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ବିଜୁ ଜନତା ଦଳର ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ୧ ଲକ୍ଷ ଭୋଟ ବ୍ୟବଧାନରେ ଜିତାଇବା ପାଇଁ ପାଣ୍ଡିଆନଙ୍କ ନିବେଦନ କରିଥିଲେ ।

ଚୌଦ୍ୱାର-କଟକରେ ସେ କହିଲେ ଯେ କଟକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ବହୁତ ଗୁରୁତ୍ୱ ଦେଇଛନ୍ତି । ୪୫୦୦ କୋଟିରେ ଏସ୍‍.ସି.ବି. ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରାଯାଇଛି । କଟକ ନେତାଜୀ ସୁବାଷ ବସ୍‍ ଟରମିନାଲ, ତାଳଦଣ୍ଡା କେନାଲର ରୂପାନ୍ତର, ଅର୍ବାନ ହାଟ ଓ ଅନେକ ବିକାଶ କାମ କରାଯାଇଛି । ପୁରୀ ପରେ କଟକକୁ ମୁଁ ସବୁଠୁଁ ଅଧିକ ଥର ଆସିଛି ବିକାଶ କାମର ସମୀକ୍ଷା କରିଛି ।

ଲୋକସଭା ପ୍ରାର୍ଥୀ ଶ୍ରୀ ସଂତୃପ୍ତ ମିଶ୍ର କହିଲେ ଯେ ୨୦୨୪ର ନିର୍ବାଚନ ଯୁବ ସମାଜ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆସନ୍ତା ୧୦ ବର୍ଷରେ ଓଡ଼ିଶାର ଯୁବ ସମାଜର ବ୍ୟାପକ ଉନ୍ନତି ଓ ସମ୍ପୂର୍ଣ୍ଣ ସଶକ୍ତିକରଣ ହେବ ।

କଟକ ସଦରରେ ବର୍ଷା ସତ୍ତ୍ୱେ ବ୍ୟାପକ ଜନ ସମାବେଶ ଦେଖିବାକୁ ମିଳିଥିଲା । ବର୍ଷାରେ ଏତେ ସଂଖ୍ୟକ ଜନସାଧାରଣ ଓ ବିଜୁ ଜନତା ଦଳର କର୍ମୀଙ୍କୁ ଦେଖି ବିରୋଧୀ ଦିଳର ନିଦ ହଜିଗଲାଣି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବାବୁଙ୍କ ପ୍ରଂଶସା କରି ସେ କହିଲେ ଯେ ଚନ୍ଦ୍ରସାରଥୀ ବାବୁ ସବୁବେଳେ ଏ ଅଞ୍ଚଳ ଏବଂ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ଲାଗିଥାନ୍ତି ।

କଟକ ସଦର ଅଞ୍ଚଳର ବିକାଶ କାମର ହିସାବ ଦେଇ ସେ କହିଲେ ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠର ଉନ୍ନତିକରଣ ପାଇଁ ପ୍ରଥମ କିସ୍ତି ବାବଦରେ ୨୫ କୋଟି, ପରମହଂସ ପୀଠର ଉନ୍ନତିକରଣ ପାଇଁ ୫ କୋଟି, ଚିତ୍ରତ୍ପୋଳା ନଦୀ ଉପରେ ସେତୁ ପାଇଁ ୩୦କୋଟି, ମହାନଦୀ ଉପରେ ସେତୁ ନିର୍ମାଣ ପାଇଁ ୧୭୫ କୋଟି ଦିଆଯିବା ସହିତ ସବୁ ସ୍କୁଲ ଓ କଲେଜର ରୂପାନ୍ତରଣ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମହାପ୍ରଭୃ ସଦବୁଦ୍ଧି ଦିଅନ୍ତୁ: ବୈଜୟନ୍ତ ପଣ୍ଡାଙ୍କୁ ଏମିତି କାହିଁକି କହିଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ଆଜି କେନ୍ଦ୍ରାପଡାରେ ଧୂମଧଡାକ ପ୍ରଚାର କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ସେଠାରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ସିଧା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ ବୋଲି ଏକ ଗୁଜବ ସୃଷ୍ଟି କରି ରାଜନୀତି କରୁଛନ୍ତି ବୈଜୟନ୍ତ ପଣ୍ଡା। ହେଲେ ରାଜନୀତିରେ ତାହାକୁ କେବେ ଲୋକେ ପସନ୍ଦ କରିବେ ନାହିଁ। ଏପରି ଗୁଜବ ପ୍ରଚାରରୁ ଦୂରେଇ ରହିବା ପାଇଁ ମହାପ୍ରଭୃ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି।

ସେ କହିଛନ୍ତି ଯେ, ଗତଥର କେନ୍ଦ୍ରାପଡାବାସୀ ବୈଜୟନ୍ତଙ୍କୁ ଲକ୍ଷାଧିକ ଭୋଟରେ ପରାସ୍ତ କରିଥିଲେ। ଏଥର ମଧ୍ୟ ତାଙ୍କୁ ତାହାଠାରୁ ଆହୁରି ଅଧିକ ଭୋଟରେ ପରାସ୍ତ କରିବେ ବୋଲି ପାଣ୍ଡିଆନ ଲୋକଙ୍କୁ ନିବେଦନ କରିଥିଲେ। ସେ କହିଥିଲେ ଯେ, ଶ୍ରୀ ପଣ୍ଡା ଏକଦା ମୁଖ୍ୟମନ୍ତ୍ରୀଙ୍କ ବେଶ ପାଖଲୋକ ଥିଲେ। ଏପରି କ୍ଷେତ୍ରରେ ଆପଣ କିପରି ମୁଖ୍ୟମନ୍ତ୍ରୀଙ୍କ ନାମରେ ଗୁଜବ କରିପାରୁଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ। ଏହାର ଯବାବ କେନ୍ଦ୍ରାପଡାବାସୀ ଦେବେ ବୋଲି ପାଣ୍ଡିଆନ କହିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଲା ପାଣ୍ଡିଆନଙ୍କ ଫଳାଫଳ, ବିଜେଡିକୁ ମିଳିବ ଏତିକି ଆସନ

ଭୁବନେଶ୍ବର: ଗତକାଲି ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ 4ଟି ଲୋକସଭା ଏବଂ 28ଟି ବିଧାନସଭାରେ ନିର୍ବାଚନ ହୋଇଛି। ତେବେ ଭୋଟ ଗ୍ରହଣ ପରେ କେଉଁ ଦଳ କେତେ ଆସନ ପାଇବ ସେ ନେଇ ଚାଲିଛି ଅଙ୍କକଷା। ଏହା ଭିତରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଫଳାଫଳକୁ ନେଇ ଆସିଛି ଏକ ତଥ୍ୟ। ଏଥିରେ ସେ ଲୋକସଭା ଏବଂ ବିଧାନସଭାରେ ବିଜେଡି କେତେ ସିଟ ପାଇବ ତାହା କହିଛନ୍ତି।

ପାଣ୍ଡିଆନଙ୍କ ତଥ୍ୟ ଅନୁସାରେ ଓଡିଶାରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ 4ଟି ଲୋକସଭା ଆସନରୁ ବିଜେଡି ସବୁ ଆସନରେ ବିଜୟଲାଭ କରିବ। ସେହିପରି 28ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି 24 ଆସନରେ ବିଜୟଲାଭ କରିବ ବୋଲି ସେ କହିଛନ୍ତି। ବାକି ଚାରିଟି ଆସନ ମଧ୍ୟରୁ ବିଜେପି 2 ଏବଂ କଂଗ୍ରେସ 2 ଟି ଆସନ ପାଇବ ବୋଲି କୁହାଯାଇଛି।

ସେ କହିଛନ୍ତି ଯେ, ଗତ ନିର୍ବାଚନରେ ଆମେ ଏହି ୨୮ ଆସନରୁ ୨୦ ଆସନ ଜିତିଥିଲୁ କିନ୍ତୁ ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲହରି ଅଛି, ତେଣୁ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଚୟନ କରିବେ । ଏଣୁ ଏଥର ୨୮ ଆସନରୁ ୨୪ରୁ ଅଧିକ ଆସନ ବିଜେଡି ଜିତିବ। ଲୋକସଭା ନିର୍ବାଚନରେ ଆମେ ଗତ ଥର ଅପେକ୍ଷା ବହୁ ଭଲ କରିବୁ ବୋଲି ପାଣ୍ଡିଆନ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମହାପ୍ରଭୃଙ୍କ ନାମରେ ମିଛ କହିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଧରା ପକାଇଦେଲେ ପାଣ୍ଡିଆନ

ଭୁବନେଶ୍ବର: ଏକ ସାମ୍ବାଦିକ ସମ୍ମିଳନୀରେ ମହାପ୍ରଭୃଙ୍କ ନାମରେ ମିଛ କହିଥିବା କଥାକୁ ଧରାପକାଇଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏ ନେଇ ନିଜେ ପାଣ୍ଡିଆନ ଏକ ଭିଡିଓ ଜାରୀ କରି କେନ୍ଦ୍ରମନ୍ତ୍ରୀଙ୍କ ମିଛକୁ ଧରାପକାଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଥିଲେ ଯେ, ନବେକଳବର ପାଇଁ କେନ୍ଦ୍ର ସରକାର 50 କୋଟି ଟଙ୍କା ଟ୍ରେଜେରୀରେ ଡିପୋଜିଟ କରିଆସିଛି। ହେଲେ ତାହାକୁ ରାଜ୍ୟ ସରକାର ଖର୍ଚ୍ଚ କଲେ ନାହିଁ। ହେଲେ ଏହା ସଂପୂର୍ଣ୍ଣ ମିଛ ବୋଲି ପାଣ୍ଡିଆନ କହିଛନ୍ତି। କେନ୍ଦ୍ର ସରକାରଙ୍କ ଏକ ଚିଠି ଦେଖାଇ ସେ କହିଛନ୍ତି ଯେ, 50 କୋଟି ନୁହେଁ କେନ୍ଦ୍ର ସରକାର 10 କୋଟି ଅନୁମୋଦ କରିଥିଲେ। ତାହା ପର୍ଯ୍ୟଟନ ବିକାଶ ପାଇଁ ଅନୁମୋଦ ହୋଇଥିଲା। ହେଲେ ମିଳିଲା ମାତ୍ର 6 କୋଟି 50 ଲକ୍ଷ ବୋଲି ପାଣ୍ଡିଆନ କହିଛନ୍ତି।

ସେ ପୁଣି କହିଛନ୍ତି ଯେ, ଅନ୍ତତଃ ପକ୍ଷେ କେନ୍ଦ୍ର ମନ୍ତ୍ରୀ ମହାପ୍ରଭୃଙ୍କ ନାମରେ ମିଛ ନ କହିଲେ ଭଲ। ବର୍ତ୍ତମାନ ନିର୍ବାଚନ ସମୟରେ ପାଣ୍ଡିଆନଙ୍କ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଢେଙ୍କାନାଳର ବିଭିନ୍ନ ସ୍ଥାନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ଖୋଲିଲେ ବିଜେପି ମୁଖା

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରି ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା ଓ ତାଳଚେରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତ। ଲୋକସଭା ପ୍ରାର୍ଥୀ ଅବିନାଶ ସାମଲ ଏବଂ ବିଧାନ ସଭା ପ୍ରାର୍ଥୀ ଶ୍ରୀ ମହେଶ ସାହୁ, ଡଃ ନୃସିଂହ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ବ୍ରଜ କିଶୋର ପ୍ରଧାନ ଓ ମୁକେଶ ପାଳଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ଅନୁରୋଧ କରିଛନ୍ତି।

ଆଜିର ଜନସଭାଗୁଡ଼ିକରେ ବିଜେପି ଦଳ ଉପରେ ଶାଣିତ ଆକ୍ରମଣ କରି ଦଳର ମୁଖା ଖୋଲିଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ରମନ୍ତ୍ରୀଙ୍କ ସବୁ ଛଳନାକୁ ଲୋକଙ୍କ ସାମନାରେ ଖୋଲିଛନ୍ତି ଶ୍ରୀ ପାଣ୍ଡିଆନ।

ତାଳଚେରରେ ଏକ ବିଶାଳ ଜନସଭାରେ ସେ କହିଲେ କୋଇଲା ରୟାଲଟି ବିଷୟ ଉଠିଲେ କେନ୍ଦ୍ରମନ୍ତ୍ରୀ ରାଗୁଛନ୍ତି। କହୁଛନ୍ତି ଯେ ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ଓଡ଼ିଶାକୁ ବହୁତ ପଇସା ମିଳୁଛି, ରୟାଲଟି ବୃଦ୍ଧି ଦରକାର ନାହିଁ। କିନ୍ତୁ କେନ୍ଦ୍ର ସରକାରଙ୍କ ଏମ୍‍.ସି.ଏଲ୍‍. ଲାଭ କରୁଛି ୨୭ ହଜାର ୫୦୦ କୋଟି। ଟ୍ୟାକ୍‍ସକୁ ବାଦ୍‍ ଦେଲେ ଲାଭ କରୁଛି ୧୩ ହଜାର ୭୦୦ କୋଟି । କିନ୍ତୁ ଓଡ଼ିଶା ଏଥିରୁ ପାଉଛି ମାତ୍ର ୪ ହଜାର କୋଟି।

୨୦୦୪ରୁ କୋଇଲା ରୟାଲଟି ସଂଶୋଧନ ହୋଇନି। ଯଦି ରୟାଲଟି ସଂଶୋଧନ ହୋଇଥାନ୍ତା ତେବେ ଓଡ଼ିଶା ପାଇଥାନ୍ତା ୧୦ ହଜାର କୋଟି ଏବଂ ଡି.ଏମ୍‍.ଏଫ୍ ବାବଦରେ ମଧ୍ୟ ୨ ହଜାର କୋଟି। ସମୁଦାୟ ୧୨ ହଜାର କୋଟିରେ ଆପଣଙ୍କ ଅଞ୍ଚଳର ବ୍ୟାପକ ରୂପାନ୍ତରଣ ହୋଇପାରିଥାନ୍ତା। କିନ୍ତୁ ରୟାଲଟି କଥା କହିଲେ କେନ୍ଦ୍ରମନ୍ତ୍ରୀ ରାଗିକି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି।

କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଓ ଅଶାଳୀନ ଭାଷାରେ ଗାଳି କରୁଛନ୍ତି। ଜଣେ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଗାଳି ଦେବା ବହୁ ଦୁଃଖର କଥା। ବିଜେପୁର ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫୋପାଡ଼ିଲେ, ତା’ପରେ ୪୦ ହଜାର ଭୋଟରେ ହାରିଲେ। ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କରି ଫେରିଲା ବେଳେ ଅଣ୍ଡା ମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦ ହାରିଲେ। ଓଡ଼ିଶାର ଏହି ମହାନାୟକଙ୍କୁ ଗାଳି ଦେଉଛନ୍ତି, ଆପଣମାନେ ସହି ପାରିବେ କି ? ଆପଣମାନଙ୍କ ଆଶୀର୍ବାଦରେ ସେମାନେ ଏଥର ବି ପରାଜୟ ଗ୍ରହଣ କରିବେ।

କେନ୍ଦ୍ରମନ୍ତ୍ରୀ ଆପଣଙ୍କ ଅଞ୍ଚଳର, ଦଶବର୍ଷ ହେଲା ମନ୍ତ୍ରୀ ଅଛନ୍ତି, ଖୁସିର କଥା, କିନ୍ତୁ ଆପଣଙ୍କ ଅଞ୍ଚଳ ପାଇଁ କ’ଣ କରିଛନ୍ତି, ଏ ମାଟିରେ ପୁଅ ହୋଇ କାହିଁକି କରିପାରିଲେ ନାହିଁ ? ନିଜ ଅଞ୍ଚଳ, ନିଜ ମାଟି ପାଇଁ କ’ଣ କରିଛନ୍ତି ? ମନ୍ତ୍ରୀ ହେବାର ୧୦ ବର୍ଷ ବିତିଲା କିନ୍ତୁ ନିଜ ଗାଁ ଲୋକଙ୍କ ମନକୁ ଜିଣିପାରିଲେ ନାହିଁ। ନିର୍ବାଚନ ମଣ୍ଡଳୀ ବଦଳାଇ ନିଜକୁ ସମ୍ୱଲପୁରକୁ କୋରିଅର କରିଦେଲେ। ଏବେ ସେଠି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରୁଛନ୍ତି।

ନବୀନ ପଟ୍ଟନାୟକ ଓଡ଼ିଶାର କୌଣସି ଜିଲ୍ଲାରେ ନିର୍ବାଚନ ଲଢ଼ିବାକୁ ଡରୁ ନାହାନ୍ତି, କେନ୍ଦ୍ରମନ୍ତ୍ରୀ ନିଜ ମାଟିରେ ଛିଡ଼ା ହେବାକୁ କାହିଁକି ଡରୁଛନ୍ତି।

କେନ୍ତ୍ରମନ୍ତ୍ରୀ ଓଡ଼ିଶାରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ କିମ୍ୱା ଜବାହର ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି କି ? ଗୋଟିଏ ବି ଦକ୍ଷତା ବିକାଶ କେନ୍ଦ୍ର ଖୋଲିଛନ୍ତି କି ? କଟକ-ସମ୍ୱଲପୁର ରାସ୍ତା ଏ ପର୍ଯ୍ୟନ୍ତ କରିପାରିଲେନି । ତୈଳମନ୍ତ୍ରୀ ଭାବେ ପେଟ୍ରୋଲ, ଡିଜେଲ, ଏଲ୍‍.ପି.ଜି. ଦର କମେଇ ପାରିଲେ କି ? କେନ୍ଦ୍ରମନ୍ତ୍ରୀଙ୍କ ନିଜ ଗାଁସ୍କୁଲର 5T ରୂପାନ୍ତରଣ ମଧ୍ୟ ମୁଖ୍ୟମନ୍ତ୍ରୀ କରିଛନ୍ତି । ଯେଉଁ ବ୍ୟକ୍ତିର ସେବା ନୁହେଁ କେବଳ କ୍ଷମତା ଲୋଭ ଥିବ ସେ କେବେ ବି ଜିତି ପାରିବ ନାହିଁ, ମୁଖ୍ୟମନ୍ତ୍ରୀ ଚୌକି ଲୋଭ ଥିବା ବ୍ୟକ୍ତି କେବେ ବି ଭଲ କାମ କରିପାରିବେ ନାହିଁ।

ଦୁଇଦିନ ତଳେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବେ ବୋଲି କହିଲେ। କିନ୍ତୁ ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ଏଇଟା ହେଉଛି ବିଜେପିର ମାଗଣା ବିଜୁଳି।

ଶ୍ରୀ ପାଣ୍ଡିଆନ ଦୃଢୋକ୍ତି ପ୍ରକାଶ କରି କହିଲେ ଯେ ଜୁନ ୯ ତାରିଖରେ ୯.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟୀତ୍ୱ ଗ୍ରହଣ କରିବେ, ପ୍ରଥମ ଦସ୍ତଖତ କରିବେ ଓଡ଼ିଶାର ୯୦ ପ୍ରତିଶତ ପରିବାରର ବିଜୁଳି ବିଲ ରଦ୍ଦ କରିବା ପାଇଁ, ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବେ, ଆପଣମାନେ ଖୁସି ତ ?

ଡବଲ ଇଞ୍ଜିନ ସରକାର ଦିନରେ ଆପଣଙ୍କୁ ଭୁଆଁ ବୁଲାଉଛନ୍ତି, ଦିନରେ ଲଣ୍ଠନ ଦେଖାଉଛନ୍ତି, ନିର୍ବାଚନ ସରିଗଲେ ଏମାନଙ୍କୁ ଆପଣ ଖୋଜିଲେ ବି ପାଇବେନି।

ପାଲଲହଡାରେ ସ୍ୱାଧିନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ପାଣ୍ଡିଆନ କହିଲେ ଯେ ଏହି ପବିତ୍ର ମାଟିର ବରପୁତ୍ରମାନଙ୍କର ସମ୍ମାନ ରଖିବା ପାଇଁ କେନ୍ଦ୍ରମନ୍ତ୍ରୀ କିଛି କରିଛନ୍ତି କି ? ଏ ମାଟିରେ ଜନ୍ମ ହୋଇ ଜନ୍ମମାଟିକୁ ଭୁଲି ଯାଇଛନ୍ତି।

ସେ ପୁଣି କହିଲେ ଯେ ସାମ୍ୱାଦିକ ସମ୍ମିଳନୀରେ ବିଜେପି ନେତା ଦାବି କରୁଛନ୍ତି ଯେ କ୍ଷମତାକୁ ଆସିଲେ ଓଡ଼ିଶାକୁ ୧ ନମ୍ୱର କରିବେ। ୧ ନମ୍ୱର ନୁହେଁ, ରାଜ୍ୟକୁ ୨୫ ବର୍ଷ ତଳକୁ ନେଇଯିବେ। ଯେଉଁ ରାଜ୍ୟରେ ଅଛନ୍ତି ସେଠି ଏହାହିଁ କରିଛନ୍ତି।

ଆଜି ସକାଳର ବିଜେପିର ପ୍ରେସ୍‍ମିଟ ପ୍ରସଙ୍ଗ ଉଠାଇ ସେ କହିଲେ ଯେ ବିଜେପିର ଟାଣୁଆ ନେତାମାନେ ମିଶି ସାମ୍ବାଦିକ ସମ୍ମିଳନୀ କରିଥିଲେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପାଇଁ। କିନ୍ତୁ ନିଜ ନିଜ ଭିତରେ ଝଗଡ଼ା ଲାଗି ବନ୍ଦ ହୋଇଗଲା।

ବିଜେପିକୁ ଚ୍ୟାଲେଞ୍ଜ କରି ସେ କହିଲେ ଯେ ମୁଁ ତାଙ୍କୁ ଆହ୍ୱାନ କରୁଛି ନବୀନ ବାବୁଙ୍କ ବିପକ୍ଷରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବେ ଯଦି କରନ୍ତୁ। ଓଡ଼ିଶାବାସୀ ତାର ଉଚିତ ଜବାବ ଦେବେ। ଏତେ ମିଛ କଥାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ।

ଶେଷରେ ବିଜେଡିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ୫୦ ହଜାର ମାର୍ଜିନରେ ଆଶୀର୍ବାଦ କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ଟାଣ କରିବା ପାଇଁ ସେ ଅନୁରୋଧ କରିଥିଲେ। କର୍ମୀମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବୋଧନ କରି ସେ କହିଲେ ଯେ ଓଡ଼ିଶାର ଉଜ୍ୱଳ ଭବିଷ୍ୟତ ପାଇଁ ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦିଅନ୍ତୁ।

ସଭାଗୁଡ଼ିକରେ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ନିଜର ଅଭିଭାଷଣ ରଖି ବିଜୁ ଜନତା ଦଳକୁ ବିପୁଳ ଭୋଟରେ ଜିତାଇ ନବୀନ ବାବୁଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଅନୁରୋଧ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ କାର୍ତ୍ତିକ ପାଣ୍ଡିଆନଙ୍କ ରୋଡ ସୋ, ଯୋଡି ଶଙ୍ଖରେ ଭୋଟ ଦେବାକୁ କଲେ ଅନୁରୋଧ

ଖୋର୍ଦ୍ଧା: ଆଜି ରାତିରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଖୋର୍ଦ୍ଧା ସହରରେ ଏକ ବିଶାଳ ରୋଡ ସୋ କରିଛନ୍ତି। ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦ ଠାରୁ ନୁଆ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏହି ରୋଡ ସୋ କରିଛନ୍ତି। ସାଥିରେ ଥିଲେ ଭୁବନେଶ୍ୱର ବିଜେଡ଼ି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଏବଂ ଖୋର୍ଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ସାହୁ।

ଏହି ଅବସରରେ ଶ୍ରୀ ପାଣ୍ଡିଆନ ଜନସାଧାରଣଙ୍କୁ ଉଭୟ ପ୍ରାର୍ଥୀ କୁ ଜିତାଇବା ପାଇଁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ନବୀନବାବୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ। ଜୁନ 9 ତାରିଖରେ ଶପଥ ନେବେ। ଆପଣମାନଙ୍କ ସହଯୋଗ ଆବଶ୍ୟକ। ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ଯୋଡି ଶଙ୍ଖ ରେ ଭୋଟ ଦେଇ ଜୟଯୁକ୍ତ ପାଇଁ ସେ ଆହ୍ବାନ ଦେଇଥିଲେ।

ଜୁଲାଇ ରୁ ରାଜ୍ୟର 90%ଲୋକଙ୍କୁ ବିଜୁଳି ଦର ଦେବାକୁ ପଡିବ ନାହିଁ ବୋଲି କହିଥିଲେ ପାଣ୍ଡିଆନ। ମୁକୁନ୍ଦପ୍ରସାଦ ଠାରୁ ନୂଆବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏହି ରୋଡ ଶୋ ହୋଇଥିଲା। ପାଇକ ଆଖଡା, ସାମରିକ କଳା, ଯୋଡି ଶଙ୍ଖ, ପାରମ୍ପରିକ ବାଦ୍ୟଯନ୍ତ୍ର ରେ ଦୁଲୁକିଲା ଖୋର୍ଦ୍ଧା ସହର। ବିଜେଡିର ଶତାଧିକ କର୍ମୀ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ପୁଷ୍ପ ବର୍ଷା କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଜୁଲାଇ ମାସରୁ ଆଉ ବିଜୁଳି ବିଲ୍‍ ଦେବାକୁ ପଡ଼ିବ ନାହିଁ, ନିର୍ବାଚନ ପ୍ରଚାରରେ ପ୍ରତିଶୃତି ଦେଲେ ପାଣ୍ଡିଆନ

ଭୁବନେଶ୍ବର: ଗତକାଲି ବିଜୁ ଜନତାଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଳସରା ଓ ରାଜଗାଙ୍ଗପୁରରେ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ଲୋକସଭା ପ୍ରାର୍ଥୀ ଶ୍ରୀ ଦିଲୀପ ତିର୍କୀ ଓ ତଳସରା ବିଧାନସଭା ପ୍ରାର୍ଥୀ ଶ୍ରୀ ବିନୟ ଟପ୍ପୋ ଓ ରାଜଗାଙ୍ଗପୁର ବିଧାନସଭା ପ୍ରାର୍ଥୀ ଶ୍ରୀ ଅନିଲ ବରୁଆଙ୍କ ପାଇଁ ଯୋଡ଼ିଶଙ୍ଗରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଆଶିର୍ବାଦ କରିବା ପାଇଁ ଅନୁରୋଧ କରିଛନ୍ତି ।

ବିରୋଧୀ ପ୍ରାର୍ଥୀଙ୍କୁ ଆକ୍ଷେପ କରି ସେ କହିଲେ ଯେ ଆପଣମାନେ ଏଠାରୁ ଜଣକୁ ୪/୫ ଥର ସାଂସଦ କରି ପଠାଇଲେଣି । ସେ କଣ ଆପଣଙ୍କ ସୁଖଦୁଃଖରେ ଆସି ଠିଆ ହେଉଛନ୍ତି ? ଆପଣଙ୍କ ପାଇଁ କାମ କରୁଛନ୍ତି । ସେହିଭଳି ଆପଣ ଯାହାକୁ ବିଧାୟକ କରି ପଠାଇଥିଲେ ୫ ବର୍ଷ ମଧ୍ୟରେ ଥରେ ବି ଆପଣଙ୍କର କୌଣସି ସମସ୍ୟା ନେଇ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିନାହାନ୍ତି ।

ସେ କହିଲେ ଯେ କେନ୍ଦ୍ରର ବିଜେପି ସରକାର ୨୦୧୪-୨୦୧୯ ସବୁ ନିର୍ବାଚନରେ ଦର ଦାମ୍‍ କମେଇବା କଥା କହିଛନ୍ତି, କିନ୍ତୁ ଆପଣଙ୍କ ଏଲ୍‍.ପି.ଜି. ସିଲିଣ୍ଡର ଦାମ୍‍ କମିଲା କି, ପେଟ୍ରୋଲ, ଡିଜେଲ ଦାମ କମିଲା କି ? ପ୍ରତିବର୍ଷ ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ । ସେହି ହିସାବରେ ଓଡ଼ିଶାରେ ୮୦ ଲକ୍ଷ ନିଯୁକ୍ତି ମିଳିବା କଥା । ସୁନ୍ଦରଗଡ଼ରେ ୫ ଲକ୍ଷ ନିଯୁକ୍ତି ମିଳିବା କଥା । କିନ୍ତୁ ଆପଣମାନେ କେନ୍ଦ୍ରସରକାରଙ୍କ ଠାରୁ ଚାକିରୀ ପାଇଛନ୍ତି କି ? କେବଳ ମିଛ । ବଡ଼ ବଡ଼ ମିଛ କଥା କହି ସେମାନେ କୁମ୍ଭୀର କାନ୍ଦଣା କାନ୍ଦିବେ, ଭୋଟ ନେବେ ତା’ପରେ ଆଉ ଦେଖା ମିଳିବ ନାହିଁ ।

କେନ୍ଦ୍ରମନ୍ତ୍ରୀଙ୍କୁ ଟାରଗେଟ କରି କହିଲେ ଯେ, ଆପଣଙ୍କ କେନ୍ଦ୍ରଶିକ୍ଷା ମନ୍ତ୍ରୀ ୧୦ ବର୍ଷ ହେଲା ମନ୍ତ୍ରୀ ହେଲେଣି । ଓଡ଼ିଶାରେ ଗୋଟିଏ ହେଲେ ବି ଶିକ୍ଷାନୁଷ୍ଠାନ କରିଛନ୍ତି କି ? କୌଣସି ସ୍କଲାରସିପ ସ୍କିମ୍‍ କରିଛନ୍ତି କି ? କେବଳ ବଡ଼ ବଡ଼ କଥା କହିବା ଛଡ଼ା ସେମାନେ କିଛି ଜାଣନ୍ତି ନାହିଁ । ସେ ପୁଣି କହିଲେ ଯେ ଡବଲ ଇଞ୍ଜିନ ରାଜ୍ୟରେ ୧୦ ପ୍ରତିଶତରୁ ମଧ୍ୟ କମ୍ ପିଲା ସ୍କଲାରସିପ ପାଉଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଆମର ୯୦ ପ୍ରତିଶତ ପିଲାଙ୍କୁ ନୂଆ ଓ ସ୍କଲାରସିପ ଦେଉଛନ୍ତି ।

ବିଜୁ ଜନତା ଦଳର ଇସ୍ତାହାର ପ୍ରସଙ୍ଗରେ ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ବହୁତ ଖୁସି ଖବର ଆଣିଛନ୍ତି । ଜୁଲାଇ ମାସରୁ ରାଜ୍ୟର ୯୦ ପ୍ରତିଶତ ପରିବାରକୁ ଆଉ ବିଜୁଳି ବିଲ୍‍ ଦେବାକୁ ପଡ଼ିବ ନାହିଁ । ନବୀନ ସରକାର ଆପଣମାନଙ୍କ ବୋଝ ହାଲ୍‍କା କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ୫ ଟଙ୍କାରେ ମା’ମାନେ, ଛାତ୍ରଛାତ୍ରୀମାନେ ଲକ୍ଷ୍ମୀ ବସର ସୁବିଧା ପାଉଛନ୍ତି। ନୂଆ-ଓ ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା ଦୂର ହୋଇଛି, ଏବେ ପୁଣି ନୂଆ-ଓ ରେ ଝିଅଙ୍କୁ ୧୪ ହଜାର ଓ ପୁଅଙ୍କୁ ୧୨ ହଜାର ଦିଆଯିବ।

ମୁଖ୍ୟମନ୍ତ୍ରୀଙ୍କର କୌଣସି ବାଛବିଚାର ନଥାଏ । ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ତାଙ୍କ ପରିବାର, ତେଣୁ ସମସ୍ତଙ୍କୁ ଏବଂ ସବୁ ଅଞ୍ଚଳର ବିକାଶକୁ ସେ ସମାନଦୃଷ୍ଟିରେ ଦେଖନ୍ତି। ମୋର ବିଶ୍ୱାସ ଚଳିତ ନିର୍ବାଚନରେ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କୁ ବହୁ ସଂଖ୍ୟାରେ ଆଶୀର୍ବାଦ କରିବେ ।

ଶ୍ରୀ ପାଣ୍ଡିଆନ ଆହୁରି ମଧ୍ୟ କହିଥିଲେ ଯେ ଚାଷୀ ଭାଇଭଉଣୀମାନଙ୍କ ବନ୍ଧୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଚାଷୀ ଓ ଚାଷର ଉନ୍ନତି ପାଇଁ ସେ ସବୁବେଳେ କାମ କରିଥାନ୍ତି । ଗତକାଲି ଯେଉଁ ଇସ୍ତାହାର ପ୍ରକାଶ ପାଇଛି ସେଥିରେ ମୁଖ୍ୟମନ୍ତ୍ରୀ ଚାଷୀ ପରିବାରର ଝିଅ ବାହାଘର ପାଇଁ ୨୫,୦୦୦ ଟଙ୍କା, ପିଲାମାନଙ୍କ ପାଠ ପଢ଼ିବା ପାଇଁ କାଳିଆ ଛାତ୍ର ବୃତ୍ତି, ଚାଷୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଓ ସେମାନଙ୍କର କୃଷିକାର୍ଯ୍ୟ ଓ ଘରୋଇକାର୍ଯ୍ୟରେ ବ୍ୟବହୃତ ବିଜୁଳି ବିଲ୍‍କୁ ଛାଡ଼ କରିଛନ୍ତି । ବି.ଏସ୍‍.କେ.ୱାଇରେ ସାମିଲ ହୋଇନଥିବା ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯିବ ।

ଇସ୍ତାହାର ଅନୁଯାୟୀ ନୂଆ-ଓ ଛାତ୍ରବୃତ୍ତିରେ ଝିଅଙ୍କ ପାଇଁ ୧୪,୦୦୦ ଓ ପୁଅଙ୍କ ପାଇଁ ୧୨,୦୦୦ ଟଙ୍କାର ବ୍ୟବସ୍ଥା କରାଯାଇଛି । ଓଡ଼ିଶାର ୯୫ ପ୍ରତିଶତ ପିଲା ଏହି ବୃତ୍ତି ପାଉଛନ୍ତି । ଅନ୍ୟ ଯେକୌଣସି ରାଜ୍ୟରେ ବି ଏହି ବୃତ୍ତି ଦିଆଯାଉଛି, କେଉଁଠାରେ ୧୦ ପ୍ରତିଶତରୁ ଅଧିକ ପିଲା ପାଉନାହାନ୍ତି ।

ସୁନ୍ଦରଗଡ଼ ଠାରେ ବିଶ୍ୱକପ୍‍ ହକି ଆୟୋଜନ କରି ସୁନ୍ଦରଗଡ଼କୁ ନୁଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀ ଭାଇଭଉଣୀମାନଙ୍କର କଳା, ସଂସ୍କୃତି, ପରମ୍ପରା ଓ କ୍ରୀଡ଼ାର ବିକାଶ ବିଷୟରେ ଅନ୍ୟ କୌଣସି ସରକାର ଚିନ୍ତା କରନ୍ତି ନାହିଁ, କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଏହାର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି।

ତଳସରା ନିର୍ବାଚନ ମଣ୍ଡଳୀରେ ବିକାଶ ହିସାବ ଦେଇ ସେ କହିଥିଲେ ଯେ ଉରାମ୍‍, ଓରାମ୍‍, ଓରାଓଁ, ଧାଙ୍ଗରା ଓ ଓରାଓଁମୁଡି ସମ୍ପ୍ରଦାୟଙ୍କୁ ନୂତନ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି।ମାଦ୍ରି କାଲୋ ସ୍ମୃତି ସଦନ ପାଇଁ ୩୦ ଲକ୍ଷ, ମାଁ ସମଲେଶ୍ୱରୀ ପାଇଁ ୧୦ ଲକ୍ଷ, ସିକାଯୋର ମୁସଲିମ୍‍ ବିବାହ ମଣ୍ଡପ ପାଇଁ ୧୦ ଲକ୍ଷ, ଇବ୍‍ ନଦୀ କୁଡ଼ାବେଗା ନଦୀଗର୍ଭଜଳାଶୟ ପାଇଁ ୧୬୦ କୋଟି ଟଙ୍କା, ସରଫଗଡ଼ ଜଳସେଚନ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ୯.୬୦ କୋଟି ଟଙ୍କା, ବାଲିଶଙ୍କରା କୁକୁଡାନାଳ ଡ୍ୟାମ୍‍ ପାଇଁ ୪୦ କୋଟି ଟଙ୍କା, ବାଲିଶଙ୍କରା, ଲେଫ୍‍ରିପଡ଼ା, ସବଡେଗା ଓ ବଡ଼ଗାଁ ବ୍ଲକରେ ସିନ୍ଥେଟିକ୍‍ ହକି ଟର୍ଫ ତାଲିମ କେନ୍ଦ୍ର ପାଇଁ ୪୮ କୋଟି ଟଙ୍କାର କାମ ଚାଲିଛି । ଜିଲ୍ଲାରେ ୬୦,୫୦୦ କେନ୍ଦୁପତ୍ର ହିତାଧିକାରୀଙ୍କୁ ବୋନସ୍‍ ଏବଂ ଇନସେଣ୍ଟିଭ୍‍ ଜରିଆରେ ୮.୬ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଦୁଇଜଣ ଯୁବପ୍ରାର୍ଥୀ ଦେଇଛନ୍ତି। ସେମାନେ ଆପଣଙ୍କ ସୁଖଦୁଃଖର ସାଥୀ ହେବେ। ଆପଣ ସେମାନଙ୍କୁ ଯୋଡ଼ିଶଙ୍ଖରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ । ଦିଲ୍ଲୀପ ବାବୁ ଭାରତୀୟ ହକି ଟିମ୍‍ର କ୍ୟାପଟେନ୍‍ ଥିଲେ। ସେ ହେଉଛନ୍ତି ଆପଣମାନଙ୍କର ଗୌରବ, ସାରା ରାଜ୍ୟର ଗୌରବ । ତାଙ୍କୁ ଆପଣ ଭୋଟ ଦେଲେ ସାରା ଓଡ଼ିଶାର ସମ୍ମାନ ବଢ଼ିବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଚ୍ୟାଲେଞ୍ଜ, ଯଦି ନବୀନବାବୁ ମୁଖ୍ୟମନ୍ତ୍ରୀ ନ ହେବେ ମୁଁ ରାଜନୀତି ଛାଡି ଦେବି, ଆପଣ ଛାଡିବେ କି ?

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଧୂଆଁଧାର ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଲୋକସଭା ପ୍ରାର୍ଥୀ ଶ୍ରୀମତୀ ପରିଣିତା ମିଶ୍ର ଏବଂ ଝାରସୁଗୁଡ଼ା ବିଧାନସଭା ପ୍ରାର୍ଥୀ ଦୀପାଳି ଦାସ ଓ ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଯୋଡ଼ିଶଙ୍ଖରେ ଭୋଟ ଦେଇ ଜିତେଇବାକୁ ଅନୁରୋଧ କରିଛନ୍ତି।

ବ୍ରଜରାଜନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଚ୍ୟାଲେଞ୍ଜ କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ କେନ୍ଦ୍ରମନ୍ତ୍ରୀ ବହୁତ ବଡ଼ ବଡ଼ କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ସାମାନ୍ୟ ଜାତୀୟ ରାଜପଥକୁ ୧୦ ବର୍ଷରେ ଠିକ୍ କରିପାରିଲେ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରିବାକୁ ତାଙ୍କର ସାହସ ଆସିଲା କୋଉଠୁ ? ମୋତେ ଚାମ୍‍ଚା, ଗୁମାସ୍ତା ବୋଲି କହୁଛନ୍ତି। ମୋତେ ଯାହାବି କହିଲେ କିଛି ଅସୁବିଧା ନାହିଁ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କଲେ ମୁଁ ସହିବି ନାହିଁ।

ସେମାନେ କହୁଛନ୍ତି ଯେ ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି। ମୁଁ ତାଙ୍କୁ ଆଜି ଚ୍ୟାଲେଞ୍ଜ କରୁଛି ଯଦି ନବୀନ ପଟ୍ଟନାୟକ ତିନି-ଚତୁର୍ଥାଂଶ ବହୁମତରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି, ଜୁନ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନ ନିଅନ୍ତି, ତା’ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି।

ସେ ପୁଣି କହିଲେ ଯେ କେନ୍ଦ୍ରମନ୍ତ୍ରୀ ଏମିତି ଚ୍ୟାଲେଞ୍ଜ ଦେଇପାରିବେ କି ? ତାଙ୍କ ଦଳ ସରକାର ନ କଲେ ସେ ରାଜନୀତିରୁ ସନ୍ୟାସ ନେବେ କି ? କେନ୍ଦ୍ରମନ୍ତ୍ରୀ ପ୍ରଥମେ ଢେଙ୍କାନାଳରୁ ପ୍ରାର୍ଥୀ ହେବା ପାଇଁ ୧୦ ବର୍ଷ କାଳ ଉଦ୍ୟମ କଲେ କିନ୍ତୁ ନାମାଙ୍କନ ବେଳକୁ ଡର ପଶିଲା, ସେ ସମ୍ୱଲପୁରରୁ ଆସି ଛିଡ଼ା ହେଲେ।

ସେ କହିଲେ ଯେ ନିର୍ବାଚନ ଆସିଲା, ତେଣୁ ବିରୋଧୀ ନେତାମାନେ ଆସି ମିଛକଥା କହିବା ଆରମ୍ଭ କଲେଣି। ଆପଣଙ୍କ ଭୋଟ ନେଇଯିବେ, ତା’ପରେ ଖୋଜିଲେ ମିଳିବେନି। ସେମାନେ କେବେ ଆପଣମାନଙ୍କୁ ହିସାବ ଦେବେନାହିଁ। ପୂର୍ବ ନିର୍ବାଚନରେ ଦରଦାମ୍‍ କମିବ ବୋଲି ସେମାନେ କହିଥିଲେ। ଏଲ୍‍.ପି.ଜି, ପେଟ୍ରୋଲ, ଡିଜେଲ ଦାମ୍‍ କମିଲା କି ?

ମୁଁ କିନ୍ତୁ ଆପଣମାନଙ୍କୁ ହିସାବ ଦେବି। ମୁଖ୍ୟମନ୍ତ୍ରୀ ଆମକୁ କାମର ହିସାବ ଦେବାପାଇଁ ସବୁବେଳେ ନିର୍ଦ୍ଦେଶ ଦେଇଥାନ୍ତି।

ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ହୀରାକୁଦ ବିସ୍ଥାପିତମାନଙ୍କର ୫୦-୬୦ ବର୍ଷର ସମସ୍ୟା ଦୂର କରିଛନ୍ତି । ବ୍ରଜରାଜନଗରର ୧୮ଟି ଗାଁର ୨୧୦୦ ବିସ୍ଥାପିତଙ୍କୁ ପଟ୍ଟା ଦିଆଯାଇଛି। ବ୍ରଜରାଜନଗର ମାଁ ରାମଚଣ୍ଡୀ ମନ୍ଦିର ପାଇଁ ୪.୫୦ କୋଟି, କୋଇଲି ଘୁଗର ଇକୋ ଟୁରିଜିମ୍‍ ପାଇଁ ୩ କୋଟି, ଲଖନପୁର ଆଇ.ଟି. ଆଇ ପାଇଁ ୩୦ କୋଟି, ବ୍ରଜରାଜନଗରରେ ଅଡିଟୋରିଅମ ପାଇଁ ୧୦ କୋଟି, ଲଖନପୁରର ୧୬ ଟି ପଞ୍ଚାୟତରେ ପାଇପ୍‍ ପାଣି ପାଇଁ ୧୨୪ କୋଟି, ହାଇସ୍କୁଲ ଓ କଲେଜ ରୁପାନ୍ତର ପାଇଁ ୩୦ କୋଟି ଟଙ୍କା ଦିଆଯାଇଛି। କାଳିଆ ଯୋଜନାରେ ଏହି ନିର୍ବାଚନ ମଣ୍ଡଳୀର ୩୦,୬୦୦ ଚାଷୀ ଉପକାର ପାଉଛନ୍ତି। BSKYରେ ୬୦,୫୦୦ ଲୋକ ଉପକାର ପାଉଛନ୍ତି ।

ଝାରସୁଗୁଡ଼ାରେ ସ୍ୱର୍ଗତ ନବଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସେ କହିଲେ ଯେ ଝାରସୁଗୁଡ଼ାର ବିକାଶରେ ସ୍ୱର୍ଗତ ନବବାବୁଙ୍କର ବହୁତ ଅବଦାନ ରହିଛି। ତାଙ୍କ ପ୍ରଚେଷ୍ଟାରେ ଝାରସୁଗୁଡ଼ାରେ କେନସର ହସ୍‍ପିଟାଲ, ହାର୍ଟ କେୟାର ହସ୍‍ପିଟାଲ ହୋଇଛି। ଦୀପାଳି ଆପଣମାନଙ୍କ ଝିଅ, ନବବାବୁଙ୍କର ଝାରସୁଗୁଡ଼ା ପାଇଁ ଯେଉଁ ସ୍ୱପ୍ନ ଥିଲା ତାକୁ ସାକାର କରିବେ ଦୀପାଳି । ମୁଖ୍ୟମନ୍ତ୍ରୀ ଏସ୍‍.ଏଚ୍‍.ଜି ପାଇଁ ପେନସନ୍ ଓ ଗରିବ ଲୋକଙ୍କ ପାଇଁ ମାଗଣାରେ ବିଜୁଳି ଘୋଷଣା କରିଛନ୍ତି ।

ମା’ମାନେ ହେଉଛନ୍ତି ନବୀନବାବୁଙ୍କ ସେନାପତି। ଜଣେ ସାଧାରଣ ମହିଳାଙ୍କୁ ଏଠାରେ ଲୋକସଭା ପ୍ରାର୍ଥୀ କରିଛନ୍ତି। ଏହି ଦୁଇ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଝାରସୁଗୁଡ଼ା ବିକାଶ ଯାତ୍ରାକୁ ଆହୁରି ମଜବୁତ୍‍ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବେଗୁନିଆ ଓ ଟାଙ୍ଗୀରେ ପାଣ୍ଡିଆନଙ୍କ ଦମଦାର ପ୍ରଚାର, ଅପରାଜିତା ଷଡଙ୍ଗୀଙ୍କୁ କଲେ ଟାର୍ଗେଟ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବେଗୁନିଆ ଓ ଟାଙ୍ଗୀ ଠାରେ ନିର୍ବାଚନ ପ୍ରଚାର କରି ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଛନ୍ତି।

ବେଗୁନିଆ ଏବଂ ଟାଙ୍ଗୀ ଠାରେ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ, ରାଜେନ୍ଦ୍ର ସାହୁ ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରି ସେ କହିଥିଲେ ଯେ ସମ୍ବିଧାନରେ ସମସ୍ତଙ୍କ କ୍ଷମତା ଅଛି। ଆପଣମାନେ ୫ ବର୍ଷ ଆଗରୁ ଯାହାଙ୍କୁ ସାଂସଦ ଭାବରେ ପଠାଇଥିଲେ, ସେ ଆପଣଙ୍କ ପାଇଁ କିଛି କରିଛନ୍ତି କି? ସେ ଲୋକଙ୍କ ପାଇଁ କାମ ନ କରି ସରପଞ୍ଚ, ୱାର୍ଡମେମ୍ବର ଓ ବିଧାୟକଙ୍କ କାମରେ ମୁଣ୍ଡ ଖେଳାଇଥିଲେ। ନିଜ କାମ ଭୁଲି ଗଲେ।

ଏବେ ନିର୍ବାଚନ ଆସିଲା, ଆପଣଙ୍କ କଥା ମନେ ପଡିଲା। ଭୁବନେଶ୍ୱର ଭଳି ଗୋଟେ ସମ୍ମାନଜନକ କ୍ଷେତ୍ରର ସାଂସଦ ଭାବେ ତାଙ୍କର ପ୍ରଥମ କର୍ତ୍ତବ୍ୟ ଥିଲା, ଭାରତ ସରକାରଙ୍କ ଯେଉଁ ବି ଭଲ ଭଲ ଯୋଜନା ରହିଛି, ତାକୁ ଏଠାରେ କାର୍ଯ୍ୟକାରୀ କରାଇଥାନ୍ତେ। ସେ ଚାହିଁଥିଲେ ଏଠାରେ ଶିଳ୍ପ ପାର୍କ, ସେମିକଣ୍ଡକ୍ଟର ପାର୍କ, ଏସଏମଇ ପାର୍କ ଇତ୍ୟାଦି ଆଣିବା ପାଇଁ ଚେଷ୍ଟା କରି ପାରିଥାନ୍ତେ। ଏସବୁ ଆସିଥିଲେ, ଯୁବପୀଢି ରୋଜଗାର ପାଇଥାନ୍ତେ। କିନ୍ତୁ ସେ କିଛି ବି କଲେ ନାହିଁ।

ଖୋର୍ଦ୍ଧାର ଐତିହାସିକ ପାଇକ ବିଦ୍ରୋହ ଏବଂ ପାଇକମାନଙ୍କ ତ୍ୟାଗକୁ ମନେ ପକାଇ ସେ କହିଥିଲେ ଯେ, ଏ ମାଟି ହେଉଛି, ବୀର ପାଇକ ମାଟି। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ବହୁବାର କେନ୍ଦ୍ରକୁ ଲେଖିଛନ୍ତି। କିନ୍ତୁ ସାଂସଦଙ୍କ ଏ ଦିଗରେ କୌଣସି ଅବଦାନ ନାହିଁ । ଆପଣମାନେ ତାଙ୍କୁ କ୍ଷମତା ଦେଲେ । ସେ କ୍ଷମତାର ଦୂରୁପଯୋଗ କଲେ। ଲୋକଙ୍କୁ ଠକିଲେ। ଏ ମାଟିକୁ ଠକିଲେ। ଆପଣ ତାଙ୍କୁ କେବେ କ୍ଷମା କରିବେ ନାହିଁ।

ବେଗୁନିଆ, ବୋଲଗଡ ଓ ଟାଙ୍ଗୀକୁ ଏନ୍‌ଏସି ମାନ୍ୟତା, ବେଗୁନିଆରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଭଳି ଅଞ୍ଚଳରେ ହୋଇଥିବା ଅନେକ ବିକାଶମୂଳକ କାର୍ଯ୍ୟର ହିସାବ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆମକୁ ନିର୍ଦ୍ଦେଶ ଦେଇଛନ୍ତି, ଲୋକଙ୍କ କାମର ହିସାବ ଦେବା ପାଇଁ। ମୁଁ ପୁଣି ଆସିବି, ଆପଣମାନଙ୍କୁ କାମର ହିସାବ ଦେବି। କିନ୍ତୁ ଏବେର ସାଂସଦ ରାଜନୀତିରେ ବ୍ୟସ୍ତ। ଲୋକଙ୍କୁ କେବେ ବି ହିସାବ ଦେବେ ନାହିଁ।

ସେ ପୁଣି କହିଥିଲେ ଯେ ଆମ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ୫ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବା ପାଇଁ । ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଯୋଡି ଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ସେ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ମନ୍ନଥ ରାଉତରାୟ, ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ ଓ ରାଜେନ୍ଦ୍ର ସାହୁ ନିଜର ଅଭିଭାଷଣ ମାଧ୍ୟମରେ ଭୋଟ ଭିକ୍ଷା କରିଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପଦମପୁରରେ ପାଣ୍ଡିଆନଙ୍କ ପ୍ରଚାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ କଲେ ପ୍ରଚଣ୍ଡ ଆକ୍ରମଣ

ଭୁବନେଶ୍ବର: ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପଦମପୁରରେ ଜୋରଜାର ପ୍ରଚାର କରିଛନ୍ତି। ସେଠାରେ ସେ ସିଧା ବିଜେପି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ପଦମପୁରକୁ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କଲେ, ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ମଧ୍ୟ ଜାଗା ଚିହ୍ନଟ କଲେ। ହେଲେ ଚକ୍ରାନ୍ତକାରୀ ଗୋଷ୍ଠୀ ତାକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି, କୋର୍ଟରେ କେସ୍‌ କରି ଆପଣମାନଙ୍କ ହକ୍‌କୁ ଛଡାଇନେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ଯାହା କଲେ ବି ସଫଳ ହେବେ ନାହିଁ, ଆମେ ସବୁଠି ଲଢି ପଦମପୁରକୁ ଜିଲ୍ଲା କରିବୁ ବୋଲି ପାଣ୍ଡିଆନ କହିଥିଲେ।

ସେହିପରି ସେ କହିଥିଲେ ଯେ, କେନ୍ଦ୍ରମନ୍ତ୍ରୀ ଆସି ଏଠାରେ କହିଲେ ଆମେ ଏକ୍‌ସପ୍ରେସ୍‌ର ଟ୍ରେନର ସୁବିଧା ଦେବୁ, ରେଲୱେ ଷ୍ଟେସନ କରିବୁ, ତାଙ୍କୁ ପଚାରନ୍ତୁ ପଦମପୁରରେ କେଉଁଠି ରେଲୱେ ଜଙ୍କସନ୍‌ ଅଛି, କୋଉଠି ଟ୍ରେନ୍‌ ଯିବ, ଷ୍ଟେସନ ହେବ। ସେମାନେ କେବଳ ଭାଷଣ ଦେବେ ହେଲେ କିଛି କରିପାରିବେ ନାହିଁ। ସେହିପରି ଚାଷୀମାନଙ୍କ ଫସଲ ବୀମା ପାଇଁ କେନ୍ଦ୍ର ସରକାର ପ୍ରିମିଅମ ମାଗୁଛି, ହେଲେ ନବୀନ ସରକାର ଚାଷୀଙ୍କ ପାଇଁ ପ୍ରିମିଅମ ଦେଇ ଆପଣମାନଙ୍କ ବୋଝ ହାଲ୍‌କା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଫସଲ ବୀମାକୁ ସରଳ କରିବେ ବୋଲି ପ୍ରତିଶୃତି ଦେଇଥିଲେ, ଚାଷୀଙ୍କ ପାଇଁ ବହୁତ କୁମ୍ଭୀର କାନ୍ଦଣା କାନ୍ଦିଲେ, କିନ୍ତୁ କିଛି କଲେ ନାହିଁ।

କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ GST ଉଠାଇବାକୁ ନବୀନ ବାବୁ ବହୁତ ଥର କେନ୍ଦ୍ରକୁ ଅନୁରୋଧ କରିଛନ୍ତି, କିନ୍ତୁ ସେମାନେ ଉଠାଇଲେ ନାହିଁ, ନବୀନ ବାବୁ କିନ୍ତୁ କେନ୍ଦୁପତ୍ର ଉପରେ GST ଉଠାଇଦେଲେ, ବୋନସ ମଧ୍ୟ ୨୫ ରୁ ବଢାଇ ୫୦ ପ୍ରତିଶତ କଲେ, ସାରା ଦେଶରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ସବୁଠାରୁ ଅଧିକ ବୋନସ ଦେଉଛନ୍ତି ନବୀନ ସରକାର। ସେମାନେ ମା ସମଲେଇଙ୍କ ପ୍ରକଳ୍ପକୁ ମଧ୍ୟ ବନ୍ଦ କରିବାକୁ ଚେଷ୍ଟା କରିଥିଲେ, ଗୋଟିଏ ଗରିବ ଲୋକ ଜରିଆରେ ସୁପ୍ରିମ କୋର୍ଟ ରେ କେସ୍‌ କଲେ, ସେଠାରେ ସୁପ୍ରିମ କୋର୍ଟ ଓକିଲଙ୍କ ଫିସ୍‌ ହେଉଛି ୩୦ ଲକ୍ଷ ଟଙ୍କା, ଆପଣ ଜାଣନ୍ତୁ ଚକ୍ରାନ୍ତ କିଏ କରିଥିଲା।

ସେହିପରି ଜଗନ୍ନାଥ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ବନ୍ଦ କରିବା ପାଇଁ ସେମାନେ ହାଇକୋର୍ଟ ସୁପ୍ରିମକୋର୍ଟ ସବୁଠି କେସ୍‌ କରିଛନ୍ତି, କିନ୍ତୁ ସଫଳ ହେଲେନି। ଏଠାରେ ଦୁଇ ଭଉଣୀ ପରିଣୀତା ମିଶ୍ର ଲୋକସଭା ଓ ବର୍ଷାସିଂ ବରିହା ବିଧାନ ସଭା ପାଇଁ ଛିଡା ହୋଇଛନ୍ତି। ସେମାନେ ଆପଣମାନଙ୍କ ସେବା ପାଇଁ ଆସିଛନ୍ତି।  ଡବଲ ଶଙ୍ଖରେ ଭୋଟ ଦେଇ ସେମାନଙ୍କୁ ଜିତାନ୍ତୁ ଓ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରନ୍ତୁ।

Categories
ଆଞ୍ଚଳିକ

ଟାଙ୍ଗୀ ଆସିବେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ବିଜେଡି ଶିବିର ଚଳଚଞ୍ଚଳ

ଟାଙ୍ଗୀ: ସାଧାରଣ ନିର୍ବାଚନ କୁ ଆଊ ମାତ୍ର କେଇଟା ଦିନ ବାକି ଅଛି। ସେଥିପାଇଁ ସାରା ରାଜ୍ୟରେ ଏବେ ନିର୍ବାଚନ ତାତି କାହିଁ ରେ କେତେ। ଏଥିପାଇଁ ସମସ୍ତ ରାଜ ନୈତିକ ଦଳ ଆରମ୍ଭ କରି ସାରିଲେଣି ପ୍ରସ୍ତୁତି। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ରେ ପ୍ରାର୍ଥୀ ପତ୍ର ଦାଖଲର ସମୟ ସୀମା ଶେଷ ହେବା ପରେ ଏବେ ସମସ୍ତ ରାଜନୈତିକ ଦଳର ଭୋଟ ପାଇଁ ଭୋଟରଙ୍କ ନିକଟତର ହେବାରେ ଲାଗିଛନ୍ତି। ସମସ୍ତଙ୍କୁ ମାତ ଦେବା ପାଇଁ ବିଜେଡି ମଧ୍ୟ୍ୟ ଅଣ୍ଟା ଭିଡିଛି।

କର୍ମୀମାନଙ୍କ ମନରେ ଜୋସ ଭରିଦେବା ପାଇଁ ଆସନ୍ତା 9 ତାରିଖ ରେ 5 ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଟାଙ୍ଗୀ ଗସ୍ତରେ ଆସୁଛନ୍ତି। ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ବିଜେଡି ଶିବିର। ଗସ୍ତକୁ ସଫଳ କରିବା ପାଇଁ ଆଜି ଟାଙ୍ଗୀ ବିଜେଡି ଦଳୀୟ କାର୍ଯ୍ୟାଳୟ ପରିସର ରେ ଏକ ପ୍ରସ୍ତୁତି ବୈଠକ ବ୍ଳକ ଉପାଧକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି।

ଅନୁଷ୍ଠିତ ବୈଠକ ରେ ପୂର୍ବତନ ଜିଲ୍ଲା ପରିଷଦ ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ସଭାପତି ରାମଚନ୍ଦ୍ର ମହାପାତ୍ର ବ୍ଳକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ଜେନା, ବିଜେଡି ସଂଗଠକ ସାଗର ବଳିୟାରସିଂ, ମନୋଜ ମାନସିଂ ସମେତ ବହୁ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟମାନେ ଯୋଗ ଦେଇଥିଲେ। ଆସନ୍ତା ଗସ୍ତକୁ ସଫଳ କରିବା ପାଇଁ ସମସ୍ତେ ଅଣ୍ଟା ଭିଡ଼ିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବଡି ଭୋରରୁ ପାଣ୍ଡିଆନଙ୍କ ଗୋପାଳପୁରରେ ସାମ୍ବାଦିକ ସମ୍ମିଳନୀ, ହୋଇଗଲେ ଭାବ ପ୍ରବଣ

ଭୁବନେଶ୍ବର: ଆଜି ବଡି ଭୋରରୁ ଗୋପାଳପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏଥିରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ପୁଣିଥରେ ଓଡିଶାରେ ନବୀନ ସରକାର ଗଠନ ହେବ ବୋଲି ସେ ଦୃଢକ୍ତି ପ୍ରକାଶ କରିଛନ୍ତି। ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ୧୯୯୯ ମହାବାତ୍ୟାକୁ ନେଇ ସେ ଭାବ ପ୍ରବଣ ହୋଇପଡିଥିଲେ।

ସେ କହିଥିଲେ ଯେ, ମହାବାତ୍ୟା ବେଳେ ରିଲିଫରେ ପୁରୁଣା ଲୁଗା ଓଡିଶାକୁ ଆସୁଥିଲା। ତାହାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ। ଏ କଥା କହିବା ବେଳେ ଖୋଦ ପାଣ୍ଡିଆନ ମଧ୍ୟ ଭାବ ପ୍ରବଣ ହୋଇପଡିଥିଲେ। ଏହାପରେ ପାଣ୍ଡିଆନ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ ଭାବେ ଜାଣିଛନ୍ତି ଯେ, ଓଡିଶାବାସୀ କଣ ଚାହୁଁଛନ୍ତି। ସେହି ଅନୁସାରେ ସେ କାମ କରୁଛନ୍ତି।

ପାଣ୍ଡିଆନ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗତ ନିର୍ବାଚନରେ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡାରେ କହିଥିଲେ ଯେ, ଓଡିଶାରେ ବିଜେପି ସରକାର ଆସିବ। ହେଲେ ବିଜେଡି ବହୁମତରେ ଜିତି ସରକାର କଲା। ଏଥର ମଧ୍ୟ ସେମାନେ କହୁଛନ୍ତି ଓଡିଶାରେ ସରକାର କରିବେ। ହେଲେ ତାହା ଏଥର ମଧ୍ୟ ହେବ ନାହିଁ।

ଓଡିଶାରୁ ବିଜେପିର ୮ଜଣ ସାଂସଦ ନିର୍ବାଚିତ ହୋଇଯାଇଥିଲେ। ହେଲେ ସେମାନେ କେବେ ବି ଓଡିଶା ବିକାଶ ପ୍ରସଂଗରେ ଆଲୋଚନା କଲେ ନାହିଁ। ହେଲେ ବିଜେଡି ସାଂସଦମାନେ ଓଡିଶାର ହକ ପାଇଁ ଲଢେଇ କରୁଛନ୍ତି। ବିଜେପି ପାଖରେ କୌଣସି ପ୍ରସଂଗ ହିଁ ନାହିଁ। ସେଥିପାଇଁ ସେମାନେ ଅସ୍ମିତା ପରି ଅପ୍ରସଂଗକୁ ପ୍ରସଂଗ କରି ଧରିବସିଛନ୍ତି।

ପାଣ୍ଡିଆନ କହିଛନ୍ତି ଯେ, ବିଜେପି ଓଡିଶାରେ ସରକାର ଗଠନ କରିବା ପାଇଁ ମାନିଫେଷ୍ଟୋ ଆଣିଛି। ହେଲେ ବିଜେଡି ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ମାନିଫେଷ୍ଟୋ କରିବ। ଆଉ ଦୁଇ ତିନି ଦନ ଭିତରେ ବିଜେଡି ଇସ୍ତାହାର ପ୍ରକାଶ ପାଇବ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିକୁ ପାଣ୍ଡିଆନଙ୍କ ବାରମ୍ବାର ଆକ୍ରମଣ, ଦମ ଅଛି ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଘୋଷଣା କର

ଭୁବନେଶ୍ବର: ଆଜି ବିଜୁଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ ମାରାଥନ ପ୍ରଚାର ଓ ରୋଡ ସୋ ଆରମ୍ଭ କରିଛନ୍ତି। ଉଭୟ ସ୍ଥାନରେ ରାସ୍ତାର ଦୁଇପାର୍ଶ୍ୱରେ ଉପସ୍ଥିତ ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ଦେଇଥିଲେ। ଆରମ୍ଭରେ ଗୋପାଳପୁରର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରକୁ ଯାଇ ଶ୍ରୀ ପାଣ୍ଡିଆନ ବାବାଙ୍କ ଦର୍ଶନ କଲେ ଓ ଆଶୀର୍ବାଦ ନେଇଥିଲେ।

ଖଲ୍ଲିକୋଟରେ ଆୟୋଜିତ ନିର୍ବାଚନ ସଭାରେ ପ୍ରଥମେ ଖଲ୍ଲିକୋଟର ଦିବଙ୍ଗତ ରାଣୀମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ଯେ, ରାଣୀମା ଆମ ସମସ୍ତଙ୍କ ହୃଦୟରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ମଧ୍ୟ ରାଣୀମା’ଙ୍କୁ ବହୁତ ସମ୍ମାନ କରନ୍ତି, ରାଣୀମା ମୋ ପାଇଁ ଓ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲେ, ଖଲ୍ଲିକୋଟର ବିକାଶ ପାଇଁ ରାଣୀମା’ଙ୍କ ଅବଦାନ ଅତୁଳନୀୟ ଥିଲା।

ପରେ ସଭାରେ ବିରୋଧୀଦଳ ବିଜେପି ଉପରେ ପ୍ରଚଣ୍ଡ ଆକ୍ରମଣ କରି କହିଥିଲେ ଯେ କିଛିଲୋକ ଦିନରେ ସ୍ୱପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ବିଜେପିକୁ ଯଦି ପଚାରିବେ ତୁମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଉତ୍ତର ଦେଇପାରିବେ ନାହିଁ, ଦମ୍‍ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ, ଦେଖିବେ ୧୦ ପ୍ରତିଶତ ଭୋଟ ବି ପାଇବେ ନାହିଁ ।

ସେ ଆହୁରି ମଧ୍ୟ କହିଥିଲେ ଦଶବର୍ଷ ହେଲା ଜଣେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେବାପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କ ଦଳର ମଧ୍ୟ ତାଙ୍କ ଉପରେ ଆସ୍ଥା ନାହିଁ, ତା’ହେଲେ ଲୋକ କେମିତି ଆସ୍ଥା ରଖିବେ ? ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ କହୁଛନ୍ତି ଯେ ଜୁନ ୪ରେ ଗଣତି ସରିବା ପରେ ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଓଡ଼ିଶାବାସୀ ନିର୍ଣ୍ଣୟ କରିବେ ନା ବିଜେପିର ହାଇକମାଣ୍ଡ ? ବିଜେପି ଯଦି ଶାସନକୁ ଆସେ, ତାହେଲେ ଓଡ଼ିଶା 24 ବର୍ଷ ପଛକୁ ପଳେଇବ। ଆଗରୁ କଂଗ୍ରେସ ଦଳ ବି ଥିଲା, ବନ୍ୟା, ବାତ୍ୟା ସବୁଥିରେ କେନ୍ଦ୍ରକୁ ପଚାରିବେ, ତେଣୁ ସେତେବେଳେ କିଛି କାମ ହୋଇପାରେନି। ମହାବାତ୍ୟା ସମୟରେ କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ବିପୁଳ ଧନ ଜୀବନ କ୍ଷୟ କ୍ଷତି ଘଟିଥିଲା।

ଜାତୀୟ ଦଳମାନେ ହାଇକମାଣ୍ଡ ଉପରେ ନିର୍ଭରଶୀଳ, ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ମୁଖ୍ୟମନ୍ତ୍ରୀ ହେଲେ, ସେମାନେ ଓଡ଼ିଶାବାସୀଙ୍କ ପ୍ରତି ନୁହେଁ, ବରଂ ହାଇକମାଣ୍ଡ ପ୍ରତି ଉତ୍ତରଦାୟୀ ରହିବେ, ସେ ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲରେ ଚାଲିବେ, କିନ୍ତୁ ଆମ ନବୀନବାବୁ ଆପଣମାନଙ୍କ ପାଖରେ ଉତ୍ତରଦାୟୀ, ତାଙ୍କ ରିମୋଟ ୪.୫୦ କୋଟି ଓଡ଼ିଶାବାସୀଙ୍କ ପାଖରେ ଅଛି। ଓଡ଼ିଶାର ବିକାଶ ଉପରେ ବିରୋଧୀଙ୍କ ମନ୍ତବ୍ୟ ଉପରେ ଟିପପ୍‍ଣୀ ଦେଇ କହିଥିଲେ ଯେ, ଓଡ଼ିଶା ବିକାଶ ଓ ରୂପାନ୍ତର ଆପଣମାନଙ୍କୁ ସମସ୍ତଙ୍କୁ ଦେଖାଯାଉଛି କିନ୍ତୁ ବିରୋଧୀଙ୍କୁ ଦେଖାଯାଉନାହିଁ।

ମୁଖ୍ୟମନ୍ତ୍ରୀଙ୍କୁ ଆପଣ କେତେମାତ୍ରାରେ ଭଲ ପାଆନ୍ତି, ଏତେ ସକାଳୁ ଏତେ ବଡ଼ ସମାବେଶ ଦେଖି ଜଣାପଡ଼ୁଛି, ଆପଣଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ହସ ଫୁଟେ। ଉପସ୍ଥିତ ଜନତାଙ୍କୁ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ପଚାରିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କୁ ଆପଣମାନେ ଭଲ ପାଉଛନ୍ତି କି ? ପ୍ରତ୍ୟୁତ୍ତରରେ ସମବେତ ଜନତା ଉଚ୍ଛ୍ୱସିତ ସ୍ୱରରେ ଜଣାଇଲେ ସମ୍ମତି, ‘ହଁ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ। ସେ ଆହୁରି ମଧ୍ୟ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ନିଜ ପରିବାରର ସଦସ୍ୟ ବୋଲି ଭାବିଥାନ୍ତି, ୫ ବର୍ଷରେ ଥରେ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବା ପାଇଁ, ଆପଣମାନଙ୍କର ଗୋଟିଏ ଗୋଟିଏ ଭୋଟ ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ଶକ୍ତି ଦେବ।

ଲୋକଙ୍କୁ ବିକାଶର ହିସାବ ଦେଇ ସେ କହିଥିଲେ ଯେ ହିଞ୍ଜିଳି-ଶେରଗଡ଼ର ଜଗନ୍ନାଥ ମନ୍ଦିର, ତାରାତାରିଣୀ, ସ୍ୱପ୍ନେଶ୍ୱର ଓ ଉଦୟନାଥ ମନ୍ଦିରର ଉନ୍ନତି ପାଇଁ ୧.୩୦ କୋଟି ଟଙ୍କା, ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ସମ୍ପ୍ରସାରଣ ପାଇଁ ୧୭୦ କୋଟି ଟଙ୍କା, ଏହି ପ୍ରକଳ୍ପ ଜରିଆରେ ୭୦୦୦ ଏକର ଜମିକୁ ଜଳସେଚନ ସୁବିଧା ମିଳିବ। ସେହିପରି ଶେରଗଡ଼ ଓ ପଥରପୁଙ୍ଗୀ ମେଗାଲିଫ୍ଟ ପାଇଁ ୬୦ କୋଟି ଟଙ୍କା, ୪୫ ଗୋଟି କ୍ଷୁଦ୍ର ଜଳସେଚନର ପ୍ରକଳ୍ପର ପୁନରୁଦ୍ଧାର ପାଇଁ ୧୪ କୋଟି ଟଙ୍କା ରେ ପ୍ରକଳ୍ପ କାର୍ଯ୍ୟ ଜାରିରହିଛି।

ଶେରଗଡ଼ କଲେଜକୁ କଟକ, ଭୁବନେଶ୍ୱରର ଅଗ୍ରଣୀ କଲେଜ ସହିତ ମୁଖ୍ୟମନ୍ତ୍ରୀ ସମକକ୍ଷ କରିଛନ୍ତି, ଆହୁରି ମଧ୍ୟ ଉଦୟପ୍ରତାପ ହାୟର ସେକେଣ୍ଡାରି ସ୍କୁଲ ଓ ଡିଗ୍ରୀ କଲେଜର ରୁପାନ୍ତରଣ କରିଛନ୍ତି, ପିତ୍ତଳ ହାୟର ସେକେଣ୍ଡାରି ସ୍କୁଲର ରୁପାନ୍ତରଣ ପାଇଁ ୫୦ ଲକ୍ଷ ଟଙ୍କା, କାଞ୍ଜିଆମା ହାଇସ୍କୁଲ, ପିତ୍ତଳ ଗାର୍ଲସ୍‍ ହାଇସ୍କୁଲ, ନରେନ୍ଦ୍ରପୁର ହାଇସ୍କୁଲ, ରାମଚନ୍ଦ୍ରପୁର ହାଇସ୍କୁଲ ଏବଂ ବ୍ରାହ୍ମଣସାହୀ ହାଇସ୍କୁଲର ରୁପାନ୍ତରଣ ପାଇଁ ପ୍ରତ୍ୟେକଙ୍କୁ ୫୦ ଲକ୍ଷ ଟଙ୍କା ଇତ୍ୟାଦି ପିତ୍ତଳର ସ୍କୁଲ, କଲେଜ, ମନ୍ଦିର ଆଦି ଅନେକ ଅନୁଷ୍ଠାନର ରୂପାନ୍ତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେ ଆହୁରି ମଧ୍ୟ କହିଥିଲେ ଯେ ପୂର୍ବରୁ ୧୦୦ ଟଙ୍କା, ୩୦୦ ଟଙ୍କା, ୫୦୦ ଟଙ୍କା ଭତ୍ତା ଥିଲା ଏବେ ମଧୁବାବୁ ପେନ୍‍ସନ୍‍ ରେ ଓଡ଼ିଶାର ୫୦ ଲକ୍ଷ ପରିବାର ୧୦୦୦ ଟଙ୍କା ଭତ୍ତା ପାଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ପରେ କାର୍ତ୍ତିକ ପାଣ୍ଡିଆନଙ୍କ ଆରମ୍ଭ ହେଲା ମାରାଥନ ପ୍ରଚାର

ଭୁବନେଶ୍ବର: ଗତକାଲି ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ପରେ ଗଂଜାମରେ ବିଜେଡିର ପ୍ରଚାରକୁ ଯୋରଦାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଗତକାଲି ସଂଧ୍ୟାରେ ପ୍ରଚଣ୍ଡ କାଳବୈଶାଖୀ ସତ୍ତ୍ବେ ପାଣ୍ଡିଆନ ଗୋପାଳପୁରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ବିରାଟ ରୋଡ ଶୋ କରିଥିଲେ। ଗୋପାଳପୁର, ଲାଞ୍ଜିପଲ୍ଲୀ ଓ ଲୋଚାପଡ଼ାରେ ରୋଡ ଶୋ କରି ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ଓ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପାଇଁ ଭୋଟ ମାଗିଥିଲେ।

ସେହିପରି ଆଜି ଦିନ ତମାମ ଗଞ୍ଜାମ ଜିଲ୍ଲାର ଶେରଗଡ଼, ହିଞ୍ଜିଳି, ଖଲ୍ଲିକୋଟ ଓ ବ୍ରହ୍ମପୁରରେ ଆୟୋଜିତ ବିଭିନ୍ନ ପ୍ରଚାର ସଭା ଓ ରୋଡ ଶୋ’ରେ ସାମିଲ ହେବେ। ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଅପିଲ କରିଛନ୍ତି ପାଣ୍ଡିଆନ୍।

ଆଜି ସକାଳୁ ପାଣ୍ଡିଆନ୍ ଗୋପାଳପୁର ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ମନ୍ଦିରକୁ ଯାଇ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଧବଳେଶ୍ବରରେ ଆଖପାଖ ଅଞ୍ଚଳର ଲୋକେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଜୁନ ୯ ତାରିଖ ଦିନ ୧୦ ଟାରୁ ୧୧ଟା ଭିତରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ, ପାଣ୍ଡିଆନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁରରେ ବିଜେପି ସରକାର ଗଠନ କରିବା ପାଇଁ ତାରିଖ ଘୋଷଣା ପରେ ଭବନୀପାଟଣାରେ ନବୀନଙ୍କ ଶପଥ ତାରିଖ ଓ ସମୟ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ଭବାନୀପାଟଣାରେ ଆୟୋଜିତ ଏକ ଜନସମାବେଶକୁ ଉଦବୋଧନ ଦେଇ କହିଥିଲେ ଯେ, ନବୀନ ପଟ୍ଟନାୟକ ଆସନ୍ତା ଜୁନ ୯ ତାରିଖ ଦିନ ୧୦ ଟାରୁ ୧୧ ଟା ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହେବାରେ ଲାଗିଛି। କାରଣ ପ୍ରଧାନମନ୍ତ୍ରୀ ୧୦ ତାରିଖରେ ଓଡିଶାରେ ବିଜେପି ସରକାର ଗଠନ ପାଇଁ ଶପଥ ଗ୍ରହଣ କରିବ ବୋଲି ଘୋଷଣା କରିଥିଲେ। ଠିକ ତାହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଜୁନ 9 ତାରିଖରେ ବିଜେଡି ସରକାର ଗଠନ ପାଇଁ ଶପଥ ନେବ ବୋଲି ପାଣ୍ଡିଆନ ଘୋଷଣା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ ଆୟୁଶ୍ମାନ ଭାରତ ଲାଗୁ କରିବା ଦାବୀକୁ ପାଣ୍ଡିଆନ ମନା କରିଦେଇଛନ୍ତି। ସେ ଲୋକଙ୍କୁ ଓଡିଶାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କେତେ ଭଲ ତାହାର ହିସାବ ଦେଇଥିଲେ।

ଲୋକମାନଙ୍କୁ ପାଣ୍ଡିଆନ ଓଡିଶାର ବିଭିନ୍ନ ଯୋଜନା ଘୋଷଣା କରି ତାହା କିଏ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ଲୋକେ ନବୀନ ପଟ୍ଟନାୟକ ବୋଲି କହିଥିଲେ। ସେହିପରି ସେ ଲୋକଙ୍କୁ କହିଥିଲେ ଯେ, ଯେଉଁଠି ଡବଲ ଇଂଜିନି ଅଛି ସେହି ରାଜ୍ୟର ଅର୍ଥନୀତି ଭୁଷୁଡି ପଡିଛି। ତେଣୁ ଓଡିଶାର ଡବଲ ଇଂଜିନର କାମ ଦେବ ନାହିଁ ବୋଲି ପାଣ୍ଡିଆନ କହିଥିଲେ। ବିଭିନ୍ନ ରାଜ୍ୟରେ ଡବଲ ଇଂଜିନି ପାଇଁ ଲୋକେ ତେଲ ପକାଇଥିଲେ। ହେଲେ ସେହି ତେଲ ସରିଗଲା ଆଉ ଗାଡି ଚାଲିପାରିଲା ନାହିଁ।

ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଭାଷଣରେ ବିରୋଧୀ କୁମ୍ଭୀର କାନ୍ଦଣା କରୁଛନ୍ତି ବୋଲି କହିଥିଲେ। ସେମାନେ କେବଳ ମିଛ କହୁଛନ୍ତି। ଓଡିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସବୁଠାରୁ ଭଲ। ଏହିପରି ନବୀନ କେତେକ ଯୋଜନା ନାମ କହି ତାହା ଭଲ କି ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ। ଯାହା ଲୋକେ ଉଚ୍ଚ ସ୍ବରରେ ଭଲ ବୋଲି କହିଥିଲେ। ଏହି ସଭାରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ଲୋକସଭା ପ୍ରାର୍ଥୀଙ୍କ ସହିତ ବିଧାନସଭାର ବିଜେଡି ପ୍ରାର୍ଥୀ ଯୋଗଦେଇଥିଲେ।