ଭୁବନେଶ୍ଵର: ଯାତ୍ରୀମାନଙ୍କ ସୁବିଧା ପାଇଁ, ବିଭିନ୍ନ ଷ୍ଟେସନରେ ଉପରୋକ୍ତ ଟ୍ରେନଗୁଡିକର ପରୀକ୍ଷାମୂଳକ ରହଣି ପାଇଁ ନିଷ୍ପତ୍ତି ନିଆଯାଇଛି।
ଯଖପୁରା ଷ୍ଟେସନରେ ଜନ ଶତାବ୍ଦୀ ଏକ୍ସପ୍ରେସ:
12074/12073 ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ ଯଖପୁରା ରେଳ ଷ୍ଟେସନରେ ରହଣି କରିବ। ଭୁବନେଶ୍ୱରରୁ ଏହି ଟ୍ରେନ୍ ସକାଳ 07ଘ.11ମି.ରେ ପହଞ୍ଚି 07ଘ.13ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ହାଓଡ଼ାରୁ ଆସୁଥିବା ଏହି ଟ୍ରେନ୍ ସନ୍ଧ୍ୟା 06ଘ.13ମି.ରେ ପହଞ୍ଚି 06ଘ.15ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।
ମେରାମଣ୍ଡଳୀ ଷ୍ଟେସନ ପୁରୀ-ଦୁର୍ଗ ଓ ଭୁବନେଶ୍ୱର ରାଉରକେଲା ଏକ୍ସପ୍ରେସ:
18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ ମେରାମଣ୍ଡଳୀ ରେଳ ଷ୍ଟେସନରେ ରହଣି କରିବ। ପୁରୀରୁ ଏହି ଟ୍ରେନ୍ ରାତ୍ରି 10ଘ.30ମି.ରେ ପହଞ୍ଚି 10ଘ.31ମି.ରେ ଦୁର୍ଗ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଦୁର୍ଗରୁ ଏହି ଟ୍ରେନ୍ ଭୋର 05 ଘଟିକାରେ ପହଞ୍ଚି 05ଘ.01ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।
22839/22840 ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ ମେରାମଣ୍ଡଳୀ ରେଳ ଷ୍ଟେସନରେ ରହଣି କରିବ। ରାଉରକେଲା ଠାରୁ ଆସୁଥିବା ଏହି ଟ୍ରେନ୍ ମେରାମଣ୍ଡଳୀରେ ପୂର୍ବାହ୍ନ 10ଘ.14ମି.ରେ ପହଞ୍ଚି 10ଘ.15ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଭୁବନେଶ୍ୱରରୁ ଏହି ଟ୍ରେନ୍ ଅପରାହ୍ନ 03ଘ.09ମି.ରେ ପହଞ୍ଚି 03ଘ.10ମି.ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ।
ଦାମନଯୋଡି ଷ୍ଟେସନରେ ସମଲେଶ୍ୱରୀ:
18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ ଦାମନଯୋଡି ଷ୍ଟେସନରେ ରହଣି କରିବ। ହାଓଡ଼ାରୁ ଆସୁଥିବା ଏହି ଟ୍ରେନ୍ ଦାମନଯୋଡି ଷ୍ଟେସନରେ ସନ୍ଧ୍ୟା 06ଘ.13ମି.ରେ ପହଞ୍ଚି 06ଘ.15ମି.ରେ ଜଗଦଲପୁର ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଜଗଦଲପୁରରୁ ଏହି ଟ୍ରେନ୍ ସକାଳ 07ଘ.48ମି.ରେ ପହଞ୍ଚି 07ଘ.50ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ।
କାଳୁପଡାଘାଟ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ:
18463/18464 ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ କାଳୁପଡାଘାଟ ରେଳ ଷ୍ଟେସନରେ ରହଣି କରିବ। ଭୁବନେଶ୍ୱରରୁ ଛାଡୁଥିବା ଏହି ଟ୍ରେନ୍ କାଳୁପଡାଘାଟ ଷ୍ଟେସନରେ ସକାଳ 06ଘ.36ମି.ରେ ପହଞ୍ଚି 06ଘ.38ମି.ରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ବେଙ୍ଗାଲୁରୁରୁ ଏହି ଟ୍ରେନ୍ ସନ୍ଧ୍ୟା 05ଘ.23ମି.ରେ ପହଞ୍ଚି 05ଘ.25ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।
ନରାଜ ମାର୍ଥାପୁର ଷ୍ଟେସନରେ ପୁରୀ-ଆଜମୀର ଓ ଭୁବନେଶ୍ୱର ରାଉରକେଲା ଏକ୍ସପ୍ରେସ:
20823/20834 ପୁରୀ-ଅଜମେର-ପୁରୀ ଏକ୍ସପ୍ରେସ ସେପ୍ଟେମ୍ବର ପହିଲା ଠାରୁ ପୁରୀରୁ ଓ ଆଜମୀର ଠାରୁ ଆସୁଥିବା ଟ୍ରେନ ସେପ୍ଟେମ୍ବର 02 ତାରିଖ ଠାରୁ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ରହଣି କରିବ। ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ରାତ୍ରି 12ଘ.53ମି.ରେ ପହଞ୍ଚି 12ଘ.55ମି.ରେ ଅଜମେର ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଅଜମେରରୁ ଏହି ଟ୍ରେନ୍ ନରାଜ ଠାରେ ପୂର୍ବାହ୍ନ 11ଘ.55ମି.ରେ ପହଞ୍ଚି 11ଘ.57ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।
22839/22840 ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ରହଣି କରିବ। ରାଉରକେଲା ଠାରୁ ଏହି ଟ୍ରେନ୍ ପୂର୍ବାହ୍ନ 11ଘ.25ମି.ରେ ପହଞ୍ଚି 11ଘ.27ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଭୁବନେଶ୍ୱରରୁ ଏହି ଟ୍ରେନ୍ ନରାଜ ଠାରେ ଅପରାହ୍ନ 02 ଘଟିକାରେ ରେ ପହଞ୍ଚି 02ଘ.02ମି.ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ।