Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କାଳିଆପାଣି ନାବାଳିକା ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

କୋରାଇ: ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଜି ଯାଜପୁର ଏସପି ରାହୁଲ ପିଆର ଏକ ପ୍ରେସମିଟରେ କାଳିଆପାଣି ଗଣ ଦୁର୍ଷ୍କମ ନେଇ ସୂଚନା ଦେଇଛନ୍ତି। ଗତ ୭ ତାରିଖ ଶିକ୍ଷା ବୃତି ପାଇଁ ଯାଇଥିବା ଜଣେ ଆଦିବାସୀ ନାବଳିକା ଗଣ ଦୁର୍ଷ୍କମର ଶିକାର ହେବା ସହ ଉଲଗ୍ନ ହୋଇ ରାସ୍ତାରେ ଦୌଡି ଜଣଙ୍କ ଘରେ ଆଶ୍ରୟ ନେବା ଘଟଣା ଜାଣିବା ପରେ କାଳିଆପାଣି ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା।

କାଳିଆପାଣି ଥାନାଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଘଟଣାର ୪ଜଣ ଅଭିଯୁକ୍ତଙ୍କୁ ଠାବ କରାଯାଇଥିଲା। ସେମାନଙ୍କୁ ଥାନାକୁ ଆଣିବା ପରେ କୋର୍ଟର୍ ଚାଲାଣ କରାଯାଇଛି। ସାଇଂଟିଫିକ ଟିକ ଘଟଣାସ୍ଥଳେ ଅନୁସନ୍ଧାନ କରିଛନ୍ତି। ଏନେଇ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ସୂଚନା ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ୨୬୫ ଗ୍ରାମର ବ୍ରାଉନ୍‌ସୁଗାର ଜବତ: ୩ କୋର୍ଟ ଚାଲାଣ

ଭଦ୍ରକ: ଭଦ୍ରକରେ ଧଳା ଜହର (ବ୍ରାଉନସୁଗାର) ଏବେ ସହରରୁ ଧୀରେ ଧୀରେ ଗ୍ରାମା ମୁହାଁ ହୋଇଛି। କାହିଁକି ନା ଗ୍ରାମାଞ୍ଚଳରେ ଥିବା ବହୁ ବେକାର ଯୁବକ ଏବେ ଖୁବ୍ କମ୍ ପରିଶ୍ରମରେ ବିନା ପୁଂଜି ଖଟାଇ ଏହି ନିଶା କାରବାରକୁ ବିପୁଳ ଅର୍ଥାଗମର ମାଧ୍ୟମ କରିଛନ୍ତି। ଯାହାର ପ୍ରମାଣ ଭଦ୍ରକ ଓ ଧୁଷୁରୀ ଥାନା ପୁଲିସ୍‌ର ମିଳିତ ଚଢାଉରୁ ପ୍ରମାଣିତ ହୋଇଛି।

କେନ୍ଦ୍ରୀୟ ଅବକାରୀ ବିଭାଗର ସ୍ପେଶାଲ ସ୍କ୍ୱାର୍ଡ ତିହିଡି ଅଂଚଳରୁ ଜଣେ ଯୁବକକୁ ୨୩ ଲକ୍ଷ ଟଙ୍କାର ୨୩୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବାର ଦୁଇଦିନ ନଯାଉଣୁ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧.୨୦ ରେ ଭଦ୍ରକ ଓ ଧୁଷୁରୀ ଥାନା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଭଦ୍ରକରୁ ଏକ ସ୍କୁଟିରେ ଧୁଷୁରୀ ଆସୁଥିବା ୩ ଜଣ ଯୁବକଙ୍କୁ ୨୬୫ ଗ୍ରାମ ବ୍ରାଉନ୍‌ସୁଗାର ସହ ଅସୁରାଳି ଇଲେକ୍ଟ୍ରି ଷ୍ଟ୍ରକଚର ନିକଟରେ ଗିରଫ କରିଛନ୍ତି।

ଏହି ତିନିଜଣଙ୍କ ମଧ୍ୟରୁ ଧୁଷୁରୀ ଥାନା ଖପରପଦା ଗ୍ରାମନିବାସୀ କୈଳାସ ଚନ୍ଦ୍ର ସାହୁଙ୍କ ପୁତ୍ର ମଣି ଓରଫ ମଣିଭଦ୍ର (୪୬) ଠାରୁ ଏକ ପଲିଥିନରେ ଥିବା ୨୬୫ ଗ୍ରାମ ବ୍ରାଉନ୍‌ସୁଗାର ଉଦ୍ଧାର ହୋଇଥିଲା। ମଣିଭଦ୍ର ସହ ଥିବା ଅନ୍ୟ ଦୁଇଜଣ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନାର  ଜଗା ଓରଫ ନିରାକାର (୩୪) ଏବଂ ବାବୁଲି ଓରଫ ତ୍ରିଲୋଚନ (୪୨)।

ଏହି ତିନିଜଣଙ୍କ ଠାରୁ ପୁଲିସ୍ ଏକ କଳା ପଲିଥିନରେ ଥିବା ବ୍ରାଉନସୁଗାର ସହ ୧୨ ଟି ମୋବାଇଲ୍‌, ନଗଦ ୩୧ ହଜାର ୮ ଶହ ଟଙ୍କା, ୨୪୭ଟି କଟିଂ ପେପର, ୫୦ଟି ରବର ବ୍ୟାଣ୍ଡ, ତିନୋଟି କଇଁଚି, ଗୋଟିଏ ବ୍ଲେଡ୍ ସହ ସେମାନେ ବ୍ୟବହାର କରୁଥିବା ଓଡି-୨୨ଆର-୬୨୫୩ ନମ୍ବରର ସ୍କୁଟିଟିକୁ ଜବତ କରିଛନ୍ତି।

ଏହି ଚଢାଉରେ ଭଦ୍ରକ ଜିଲ୍ଲା ପୁଲିସ୍ ପ୍ରଶାସନର କେତେକ ଅଧିକାରୀଙ୍କ ସମେତ ଧୁଷୁରୀ ଥାନାଧିକାରୀ ପି.କେ. ସିଂ ସାମିଲ ଥିଲେ। ଏଡି ଘଟଣା ସଂପର୍କରେ  ସହରାଞ୍ଚଳ ଥାନାରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ଧୁଷୁରୀ ଥାନା କେଶ୍ ନଂ ୩୭/୨୧, ଦଫା ୨୧ (ଗ) / ୨୯ ଏନ୍‌ଡିପିଏସ୍ ଆକ୍ଟର ମୂଳେ ଆଜି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରେଢାଖୋଲ ବନଖଣ୍ଡରେ ଜନ୍ତୁ ଶିକାର ଘଟଣା: ୨ ଶିକାରୀଙ୍କୁ କୋର୍ଟ ଚାଲାଣ

ରେଢାଖୋଲ

କନ୍ଦର୍ପ ବେହେରା: ଗତ ଡିସେମ୍ବର ୧ ତାରିଖ ରାତିରେ ରେଢାଖୋଲ ବନବିଭାଗ ବଡବାହାଳ ରେଞ୍ଜ ଅଂଚଳରୁ ହରିଣ ସିଙ୍ଘ, ଚମଡା, ଦେଶୀବନ୍ଧୁକ, ଫାସ ଜାଲ ଆଦି ଜବତ କରିବା ସହ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ ରେଢାଖୋଲ ଏସ୍‌ଡିଜେଏମ୍ କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇଦେଇଥିବା ଜଣାପଡିଛି।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଅଧିନସ୍ଥ ଭରତାପୁର ପଂଚାୟତର ଚୁଡାପୁଡୁଗ ଗ୍ରାମରୁ ବନବିଭାଗ ଡିସେମ୍ବର ୧ ତାରିଖ ମଧ୍ୟରାତ୍ରିରେ ଗ୍ରାମର ରାଜୁ ଖାଡିଆ(୩୧) ଏବଂ ଜଗବନ୍ଧୁ ନାଗ(୩୪) ଙ୍କ ଘରେ ଚଢଉ କରି ସେମାନଙ୍କ ଘରୁ ଦେଶୀବନ୍ଧୁକ, ଚମଡା, ହରିଣସିଙ୍ଘ ସହ ଫାସଜାଲ ଜବତ କରିବା ସହ ଗିରଫ କରିଥିଲା। ସେମାନଙ୍କ ଠାରୁ ଅଧିକ ସୂଚନା ପାଇବା ପାଇଁ ବନବିଭାଗ ଦିନତମାମ୍ ଜେରା କରିଥିଲା। ବନବିଭାଗ ବାରମ୍ବାର ଜେରା କରିଲା ପରେ ଶିକାରୀ ଦ୍ୱୟ ସବୁ କଥା ବନବିଭାଗ ଆଗରେ ପ୍ରକାଶ କରିଦେଇଥିଲେ।

ରେଢାଖୋଲ ଡିଏଫ୍‌ଓ ପ୍ରଦୀପ୍ତ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢଉରେ ବଡବାହାଳ ରେଞଅଧିକାରୀ, ତ୍ରିବଣପୁର ଫରେଷ୍ଟର, ଫରେଷ୍ଟ ଗାର୍ଡ ତ୍ରିବଣପୁର, ଚାରମାଳ ଫରେଷ୍ଟର, ଫରେଷ୍ଟ ଗାର୍ଡ ବଡବାହାଳ ଏବଂ ଅନ୍ୟାନ୍ୟ ବନକର୍ମଚାରୀ ବୃନ୍ଦ ସାମିଲ ହୋଇଥିଲେ। ଏହି ଚଢଉରେ ବନବିଭାଗର ଏସିଏଫ୍ ମଧ୍ୟ ସାମିଲ ଥିଲେ। ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍ ୧୯୭୨ ଧାରା ୯ ଅନୁସାରେ ସେମାନଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିଲା।

ଏହି ଶିକାରୀ ଦ୍ୱୟ ପୂର୍ବରୁ ଏହି ଜନ୍ତୁଶୀକାର କାମରେ ମଧ୍ୟ ନିୟୋଜିତ ଥିଲେ। ଗତ ଅକ୍ଟୋବର ମାସ ୨୦ ତାରିଖରେ ସେଇ ଚୁଡାପୁଡୁଗ ଗ୍ରାମରେ ଜନ୍ତୁ ଶୀକାର ପାଇଁ ୧୧ କେଭି ବିଦ୍ୟୁତ୍ ତାରରେ ଲାଇନ୍ ସଂଯୋଗ କରିଥିବା ସମୟରେ ମଧ୍ୟ ଜଣେ ବାଣୁଆ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ ମଧ୍ୟ କରିଥିଲା। ମୃତ୍ୟୁ ବରଣ କରିଥିବା ବାଣୁଆ ସହ ଏହି ୨ ଜଣ ବାଣୁଆ ସାମିଲ ଥିଲେ ବୋଲି ବନବିଭାଗ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛି।

ଗତ ସେପ୍ଟେମ୍ବର ମାସ ୧୧ ତାରିଖରେ ମଧ୍ୟ ବଡମାଳ ରେଞ ଅଧିନସ୍ଥ ରେଙ୍ଗାଲି ସଂରକ୍ଷିତ ଜଙ୍ଗଲରୁ ମଧ୍ୟ ୨ ଜଣ ଶିକାରୀ କୁ ବନବିଭଗ ଗିରଫ କରିବା ସହ ୫୦ କେଜି ହରିଣ ମାଂସ ସହ ଦେଶୀ ବନ୍ଧୁକ ମଧ୍ୟ ଜବତ କରିବାରେ ବନ ବିଭାଗ ସଫଳତା ପାଇଥିଲା। ଅକ୍ଟୋବର ମାସ ୨୨ ତାରିଖରେ ମଧ୍ୟ ଚାରମାଳ ରେଞ ଅଧିନସ୍ଥ ବଡହିନ୍ଦୋଳ ଗ୍ରାମରେ ମଧ୍ୟ ୧୧ କେଭି ବିଦ୍ୟୁତ ତାରରେ ବିଦ୍ୟୁତ ସଂଯୋଗ କରି ଜନ୍ତୁ ଶୀକାର ପାଇଁ ୨ ଜଣ ବାଣୁଆ ସଂଯୋଗ କରି ବିଦ୍ୟୁତ ସଂସ୍ପର୍ଶରେ ଆସି ମଧ୍ୟ ଆହତ ହୋଇଥିଲା। ଠିକ୍ ସେଇ ପରି ଗତ ସେପ୍ଟେମ୍ବର ମାସ ୨୧ ତାରିଖରେ ଗୋଗୁଆ ଗ୍ରାମରେ ମଧ୍ୟ ବାର୍‌ହା ଶୀକାର କରିିମାଂସକୁ ହାଇସ୍କୁଲ ପଡିଆରେ ରାନ୍ଧି ଭୋଜିକରୁଥିବା ବେଳେ ରାତି ଅଧରେ ରେଢାଖୋଲ ବନବିଭାଗ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

ଏମିତି ବନବିଭାଗ ଅଗୋଚରରେ ବହୁ ସମୟରେ ରେଢାଖୋଲ ବନଖଣ୍ଡରେ ଜନ୍ତୁ ଶୀକାର ଅବାଧରେ ଚାଲିଥିଲେ ମଧ୍ୟ ଶିକାରୀମାନେ ବନବିଭାଗକୁ କଳାକନା ବୁଲାଇ ଅନାୟାସରେ ପଳାୟନ କରୁଛନ୍ତି। ବନବିଭାଗ ତପ୍ତରତା ପ୍ରକାଶ କଲେ ବହୁ ଚୋରାବନ୍ଧୁକ ସହ ଜନ୍ତୁ ଶିକାରୀମାନେ ଧରାପଡନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।