Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଅପରାଜିତାଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲେ କାଳୁ ଖଣ୍ଡାୟତରାୟ, ନେଲେ ଏହି ଚରମ ନିଷ୍ପତି

ଭୁବନେଶ୍ବର: ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଯୁଦ୍ଧ ହେବ। ତାଙ୍କୁ ଖୋର୍ଦ୍ଧା ମାଟିରୁ ବିଦାୟ ଦିଆଯିବ। ଏହିପରି ଏକ ଘୋଷଣା କରିଛନ୍ତି ଖୋର୍ଦ୍ଧା ନେତା କାଳୁ ଖଣ୍ଡାୟତରାୟ। ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମୋର ଟିକେଟ କାଟିଛନ୍ତି। ମୋର ବହୁତ କ୍ଷତି କରାଇଛନ୍ତି। ସେଥିପାଇଁ ମୁଁ ମଧ୍ୟ ତାଙ୍କର କ୍ଷତି କରାଇବି ବୋଲି କହିଛନ୍ତି କାଳୁ।

ତେବେ ସେ ଆସନ୍ତା 3 ତାରିଖରେ ଖୋର୍ଦ୍ଧା ବିଧାନସଭାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ଘୋଷଣା କରିଛନ୍ତି। ଖୋର୍ଦ୍ଧାର ସ୍ବାଭିମାନ ପାଇଁ ଅପରାଜିତାଙ୍କୁ ହଟାଇବା ପାଇଁ ମୁଁ ଏହି ପଦକ୍ଷେପ ଗ୍ରହଣ କଲି ବୋଲି କହିଛନ୍ତି କାଳୁ ଖଣ୍ଡାୟତରାୟ। ତାଙ୍କର ଏପରି ନିଷ୍ପତି ଖୋର୍ଦ୍ଧାରେ ନିଶ୍ଚିତ ବିଜେପି ପାଇଁ ଘାତକ ହେବ ବୋଲି ସ୍ପଷ୍ଟ ହେଲାଣି।

Categories
ଆଞ୍ଚଳିକ

ଟାଙ୍ଗୀ: ବିଜେପି ରୁ ଟିକେଟ ଆଶାୟୀ କାଳୁ ଖଣ୍ଡାୟତରାୟଙ୍କ ଜନ ଆଶୀର୍ବାଦ ଶୋଭାଯାତ୍ରା

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ରାଜ୍ୟର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ରହିଛି ଢେର ବିଶେଷତ୍ୱ। ଏହି ନିର୍ବାଚନ ମଣ୍ଡଳୀ ପାଇଁ ଏଯାବତ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ତଥାପି ବିଜେପି ଦଳର ଟିକେଟ ଆଶାୟୀଙ୍କ ଆଶା ଢେର ଆଗରେ ରହିଛି।

ଗତ ନିର୍ବାଚନରେ ୭୦ ହଜାରରୁ ଅଧିକ ଭୋଟ ପାଇ ବିଜେଡି ଠାରୁ ପରାସ୍ତ ହୋଇଥିବା ବିଜେପି ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତରାୟ ଆଜି ଟାଙ୍ଗୀରେ ଜନ ଆଶୀର୍ବାଦ ଶୋଭାଯାତ୍ରା ରେ ଲୋକଙ୍କ ନିକଟକୁ ଯାଇ ସମର୍ଥନ ମାଗିଛନ୍ତି।

ଏହି ଅବସରରେ ଟାଙ୍ଗୀ ମଧୁ ମଙ୍ଗଳ ପଡିଆ ଠାରୁ ଶୋଭାଯାତ୍ରା ବାହାରି ଟାଙ୍ଗୀ ସହର ପରୀକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ଶହ ଶହ ବିଜେପି ସମର୍ଥକ ସାମିଲ ହୋଇଥିଲେ।

ଏହି ଅବସରରେ ବିଜେପି ନେତା କାଳୁ ଚରଣ ଖଣ୍ଡାୟତରାୟ ଜନ ଆଶୀର୍ବାଦ ନାମରେ ଜନ ସାଧାରଣଙ୍କୁ ବିଜେପିକୁ ସମର୍ଥନ କରିବା ପାଇଁ ଗୁହାରୀ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦଶହରାରୁ ଦୁଇଟି ବିଧାନସଭା ଆସନରେ ଥୋପ ପକାଇଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ !!

ଭୁବନେଶ୍ବର: ବିଭିନ୍ନ ସମୟରେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଚର୍ଚ୍ଚାରେ ରହିଥାନ୍ତି। ସେ ଭଲର ହେଉ କିମ୍ବା ଭେଲରେ। ହେଲେ ଏଥର ସେ ଏକ ନୂଆ ଚର୍ଚ୍ଚାକୁ ଆସିଛନ୍ତି। ତାହା ହେଲେ ପୂଜା ଅବସରରେ ଏହି ବିଧାୟକ ବେଗୁନିଆ ଏବଂ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ବୁଲିବା। ଜଣେ ବିଧାୟକ ଭାବେ ପୂଜା ମଣ୍ଡପ ବୁଲିବା ଭୁଲ ନୁହେଁ। ହେଲେ ଖୋର୍ଦ୍ଧା ଏବଂ ବେଗୁନିଆରେ ବୁଲୁଥିବାରୁ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଯେଉଁ ଆଲୋଚନା ବର୍ତ୍ତମାନ ଚାଲିଛି ତାହା ହେଲା ପ୍ରଶାନ୍ତ ଜଗଦ୍ଦେବ ଚିଲିକା ଛାଡି ବର୍ତ୍ତମାନ ଖୋର୍ଦ୍ଧା କିମ୍ବା ବେଗୁନିଆରୁ ପ୍ରାର୍ଥୀ ହେବେ। ସେଥିପାଇଁ ସେ ମା’ଙ୍କ ନିକଟରେ ଶରଣ ପଶି କୁଆଡେ ଗୁହାରି କରି ଲୋକସଂପର୍କ ବଢାଇବାରେ ଲାଗିଛନ୍ତି। ଫଳରେ ସେ ଖୋର୍ଦ୍ଧା ଏବଂ ବେଗୁନିଆର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ଏପରିକି ସେ ଉଭୟ ନିର୍ବାଚନ ମଣ୍ଡଳୀରେ ଲୋକ ସଂପର୍କ ସ୍ଥାପନ କରିବାରେ ଲାଗିଛନ୍ତି।

ଚିଲିକାରେ ସେ ବେଶ୍ ବିବାଦୀୟ ହୋଇପଡିବା ପରେ ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା କିମ୍ବା ନିଜ ନିର୍ବାଚନ ମଣ୍ଡଳୀ ବେଗୁନିଆରୁ ପ୍ରାର୍ଥୀ ହେବେ ବୋଲି ଆଶା କରାଯାଉଛି। ରାଜନୈତିକ ସମୀକ୍ଷକଙ୍କ ମତ ଯେ, ବିଜେଡି ପୁଣିଥରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବେଗୁନିଆରୁ ପ୍ରାର୍ଥୀ କରିପାରେ। କାରଣ ଏଥର ବିଜେପିରୁ ସାଂସଦ ଅପରାଜିତା ଷଡଙ୍ଗୀ ବେଗୁନିଆରୁ ବିଧାୟିକା ପ୍ରାର୍ଥୀ ହେବେ। ସେଥିପାଇଁ ସେ ବେଗୁନିଆ ନିର୍ବାଚନ ମଣ୍ଡଳୀକୁ ବାଛିଛନ୍ତି।

କିଛି ମାସ ଧରି ଅପରାଜିତା ବେଗୁନିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ସଂଗଠନ ମଜବୁତ କରିବା ଆରମ୍ଭ କରିଦେଇଛନ୍ତି। ବେଗୁନିଆର ଛୋଟଛୋଟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଉଛନ୍ତି ସାଂସଦ ଅପରାଜିତା। ତାଙ୍କୁ ସମ୍ମୁଖୀନ ହେବା ପାଇଁ ଏହି ବାହୁବଳି ନେତା ଉପଯୁକ୍ତ ବୋଲି କୁଆଡେ ବିଜେଡି ଚିନ୍ତା କରିଛି। ବେଗୁନିଆରେ ଅପରାଜିତାଙ୍କୁ କେବଳ ପ୍ରଶାନ୍ତ ଜଗଦ୍ଦେବ ଟକ୍କର ଦେଇପାରିବେ ବୋଲି ବିଜେଡି ସର୍ଭେରୁ ଜଣାପଡିଛି।

ଯଦି ଅପରାଜିତା ବେଗୁନିଆରୁ ବିଧାୟିକା ପ୍ରାର୍ଥୀ ହୁଅନ୍ତୁ, ତେବେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସେଠାରୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ପୂର୍ବରୁ ୨୦୦୪ ମସିହାରେ ଏହି ନିର୍ବାଚନ ମଣ୍ଡଳୀରେ ଜାନକୀ ବଲ୍ଲଭ ପଟ୍ଟନାୟକ ପରି ନେତାଙ୍କ ସହିତ ନିର୍ବାଚନ ଲଢେଇ କରି ଅଳ୍ପ ଭୋଟରେ ହାରିଥିଲେ ପ୍ରଶାନ୍ତ ଜଗଦ୍ଦେବ। ତେଣୁ ସେ ହି ବିଜେଡିର ଉପଯୁକ୍ତ ପ୍ରାର୍ଥୀ ହେବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

ଅନ୍ୟପଟେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ମଧ୍ୟ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଏକ ସୁରକ୍ଷିତ ଆସନ ହୋଇପାରିଛି। କାରଣ ପୂର୍ବରୁ ସେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ଏବଂ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ଫଳରେ ସେ ସବୁକୁ ପାଥେୟ କରି ଜଗଦ୍ଦେବଙ୍କର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ମଧ୍ୟ ପତିୟାରା ରହିଛି। ତେଣୁ ରାଜନୈତିକ ମହଲରେ ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଉଭୟ ଖୋର୍ଦ୍ଧା ଏବଂ ବେଗୁନିଆ ନିର୍ବାଚନ ମଣ୍ଡଳୀ ସୁରକ୍ଷିତ ଆସନ ବୋଲି କୁହାଯାଉଛି।

ଏ ସବୁକୁ ଲକ୍ଷ କରି ୨୦୨୪ ପାଇଁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦଶହରାରେ ଉଭୟ ନିର୍ବାଚନ ମଣ୍ଡଳୀରେ ମାଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି।