Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦଶହରାରୁ ଦୁଇଟି ବିଧାନସଭା ଆସନରେ ଥୋପ ପକାଇଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ !!
ଜାତୀୟ ଖବର

ଦଶହରାରୁ ଦୁଇଟି ବିଧାନସଭା ଆସନରେ ଥୋପ ପକାଇଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ !!

October 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦଶହରାରୁ ଦୁଇଟି ବିଧାନସଭା ଆସନରେ ଥୋପ ପକାଇଲା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ !!

ଭୁବନେଶ୍ବର: ବିଭିନ୍ନ ସମୟରେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଚର୍ଚ୍ଚାରେ ରହିଥାନ୍ତି। ସେ ଭଲର ହେଉ କିମ୍ବା ଭେଲରେ। ହେଲେ ଏଥର ସେ ଏକ ନୂଆ ଚର୍ଚ୍ଚାକୁ ଆସିଛନ୍ତି। ତାହା ହେଲେ ପୂଜା ଅବସରରେ ଏହି ବିଧାୟକ ବେଗୁନିଆ ଏବଂ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ବୁଲିବା। ଜଣେ ବିଧାୟକ ଭାବେ ପୂଜା ମଣ୍ଡପ ବୁଲିବା ଭୁଲ ନୁହେଁ। ହେଲେ ଖୋର୍ଦ୍ଧା ଏବଂ ବେଗୁନିଆରେ ବୁଲୁଥିବାରୁ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଯେଉଁ ଆଲୋଚନା ବର୍ତ୍ତମାନ ଚାଲିଛି ତାହା ହେଲା ପ୍ରଶାନ୍ତ ଜଗଦ୍ଦେବ ଚିଲିକା ଛାଡି ବର୍ତ୍ତମାନ ଖୋର୍ଦ୍ଧା କିମ୍ବା ବେଗୁନିଆରୁ ପ୍ରାର୍ଥୀ ହେବେ। ସେଥିପାଇଁ ସେ ମା’ଙ୍କ ନିକଟରେ ଶରଣ ପଶି କୁଆଡେ ଗୁହାରି କରି ଲୋକସଂପର୍କ ବଢାଇବାରେ ଲାଗିଛନ୍ତି। ଫଳରେ ସେ ଖୋର୍ଦ୍ଧା ଏବଂ ବେଗୁନିଆର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ଏପରିକି ସେ ଉଭୟ ନିର୍ବାଚନ ମଣ୍ଡଳୀରେ ଲୋକ ସଂପର୍କ ସ୍ଥାପନ କରିବାରେ ଲାଗିଛନ୍ତି।

ଚିଲିକାରେ ସେ ବେଶ୍ ବିବାଦୀୟ ହୋଇପଡିବା ପରେ ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା କିମ୍ବା ନିଜ ନିର୍ବାଚନ ମଣ୍ଡଳୀ ବେଗୁନିଆରୁ ପ୍ରାର୍ଥୀ ହେବେ ବୋଲି ଆଶା କରାଯାଉଛି। ରାଜନୈତିକ ସମୀକ୍ଷକଙ୍କ ମତ ଯେ, ବିଜେଡି ପୁଣିଥରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବେଗୁନିଆରୁ ପ୍ରାର୍ଥୀ କରିପାରେ। କାରଣ ଏଥର ବିଜେପିରୁ ସାଂସଦ ଅପରାଜିତା ଷଡଙ୍ଗୀ ବେଗୁନିଆରୁ ବିଧାୟିକା ପ୍ରାର୍ଥୀ ହେବେ। ସେଥିପାଇଁ ସେ ବେଗୁନିଆ ନିର୍ବାଚନ ମଣ୍ଡଳୀକୁ ବାଛିଛନ୍ତି।

କିଛି ମାସ ଧରି ଅପରାଜିତା ବେଗୁନିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ସଂଗଠନ ମଜବୁତ କରିବା ଆରମ୍ଭ କରିଦେଇଛନ୍ତି। ବେଗୁନିଆର ଛୋଟଛୋଟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଉଛନ୍ତି ସାଂସଦ ଅପରାଜିତା। ତାଙ୍କୁ ସମ୍ମୁଖୀନ ହେବା ପାଇଁ ଏହି ବାହୁବଳି ନେତା ଉପଯୁକ୍ତ ବୋଲି କୁଆଡେ ବିଜେଡି ଚିନ୍ତା କରିଛି। ବେଗୁନିଆରେ ଅପରାଜିତାଙ୍କୁ କେବଳ ପ୍ରଶାନ୍ତ ଜଗଦ୍ଦେବ ଟକ୍କର ଦେଇପାରିବେ ବୋଲି ବିଜେଡି ସର୍ଭେରୁ ଜଣାପଡିଛି।

ଯଦି ଅପରାଜିତା ବେଗୁନିଆରୁ ବିଧାୟିକା ପ୍ରାର୍ଥୀ ହୁଅନ୍ତୁ, ତେବେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସେଠାରୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ପୂର୍ବରୁ ୨୦୦୪ ମସିହାରେ ଏହି ନିର୍ବାଚନ ମଣ୍ଡଳୀରେ ଜାନକୀ ବଲ୍ଲଭ ପଟ୍ଟନାୟକ ପରି ନେତାଙ୍କ ସହିତ ନିର୍ବାଚନ ଲଢେଇ କରି ଅଳ୍ପ ଭୋଟରେ ହାରିଥିଲେ ପ୍ରଶାନ୍ତ ଜଗଦ୍ଦେବ। ତେଣୁ ସେ ହି ବିଜେଡିର ଉପଯୁକ୍ତ ପ୍ରାର୍ଥୀ ହେବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

ଅନ୍ୟପଟେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ମଧ୍ୟ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଏକ ସୁରକ୍ଷିତ ଆସନ ହୋଇପାରିଛି। କାରଣ ପୂର୍ବରୁ ସେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ଏବଂ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ଫଳରେ ସେ ସବୁକୁ ପାଥେୟ କରି ଜଗଦ୍ଦେବଙ୍କର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ମଧ୍ୟ ପତିୟାରା ରହିଛି। ତେଣୁ ରାଜନୈତିକ ମହଲରେ ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଉଭୟ ଖୋର୍ଦ୍ଧା ଏବଂ ବେଗୁନିଆ ନିର୍ବାଚନ ମଣ୍ଡଳୀ ସୁରକ୍ଷିତ ଆସନ ବୋଲି କୁହାଯାଉଛି।

ଏ ସବୁକୁ ଲକ୍ଷ କରି ୨୦୨୪ ପାଇଁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦଶହରାରେ ଉଭୟ ନିର୍ବାଚନ ମଣ୍ଡଳୀରେ ମାଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି।

ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଚିଲିକା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବେଗୁନିଆ ନିର୍ବାଚନ ମଣ୍ଡଳୀ
Share. Facebook Twitter LinkedIn Email WhatsApp Copy Link

Related Posts

କିଏ ହେବ କେରଳର ମୁଖ୍ୟମନ୍ତ୍ରୀ ? ନିର୍ବାଚନ ଫଳାଫଳ ଘୋଷଣା ହେବାର ୧୦ ଦିନ ପରେ ବି ଚୟନ ହୋଇପାରୁନି

May 13, 2026

CBI ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବୃଦ୍ଧି

May 13, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026
Latest News

କିଏ ହେବ କେରଳର ମୁଖ୍ୟମନ୍ତ୍ରୀ ? ନିର୍ବାଚନ ଫଳାଫଳ ଘୋଷଣା ହେବାର ୧୦ ଦିନ ପରେ ବି ଚୟନ ହୋଇପାରୁନି

May 13, 2026

CBI ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବୃଦ୍ଧି

May 13, 2026

ଅମୁଲ ପରେ ମଦର ଡେରୀ ମଧ୍ୟ କ୍ଷୀରର ମୂଲ୍ୟରେ ବୃଦ୍ଧି କଲା

May 13, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.