Categories
ଆଜିର ଖବର ରାଜ୍ୟ ଖବର

କଟକ ରେଳ ଷ୍ଟେସନରେ ଏୟାର-କନକୋର୍ସ ନିର୍ମାଣ ସହିତ ୟାର୍ଡ଼ ନବୀକରଣ

ଭୁବନେଶ୍ୱର: ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅନ୍ତର୍ଗତ କଟକ ରେଳ ଷ୍ଟେସନରେ ଏୟାର କନକୋର୍ସ ନିର୍ମାଣ ଏବଂ ୟାର୍ଡ଼ ନବୀକରଣ ଓ ଅନ୍ୟାନ୍ୟ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ଗୋଟିଏ ମାସ ପାଇଁ ତିନୋଟି ଦୂରଗାମୀ ଟ୍ରେନକୁ ମାର୍ଗ ପରିବର୍ତ୍ତନ କରିବାକୁ ଯୋଜନା କରାଯାଇଛି।

ଏହି ଅସ୍ଥାୟୀ ମାର୍ଗ ପରିବର୍ତ୍ତିତ ଟ୍ରେନଗୁଡ଼ିକ ବାରଙ୍ଗ-କଟକ-କପିଳାସ ରୋଡ୍ ନିର୍ଦ୍ଧାରିତ ମାର୍ଗ ପରିବର୍ତ୍ତେ ବାରଙ୍ଗ-ନରାଜ ମାର୍ଥାପୁର-କପିଳାସ ରୋଡ୍ ମାର୍ଗରେ ଚଳାଚଳ କରିବ। କଟକ ଷ୍ଟେସନରେ ଏହି ଟ୍ରେନଗୁଡ଼ିକର ରହଣିକୁ ବାଦ୍ ଦିଆଯିବ ଏବଂ 16 ଫେବୃଆରୀରୁ 17 ମାର୍ଚ୍ଚ 2025 ପର୍ଯ୍ୟନ୍ତ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ଅସ୍ଥାୟୀ ରହଣି ପ୍ରଦାନ କରାଯିବ।

ଏହି ଆଧୁନିକୀକରଣ ଏବଂ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବରେ ମାର୍ଗ ପରିବର୍ତ୍ତନ କରାଯାଇଥିବା ଟ୍ରେନଗୁଡ଼ିକର ଯାତ୍ରୀମାନଙ୍କ ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ କଟକ ରେଳ ଷ୍ଟେସନ ଏବଂ ନରାଜ ମାର୍ଥାପୁର ରେଳ ଷ୍ଟେସନ ମଧ୍ୟରେ ମାଗଣା ବସ୍ ସେବା ପ୍ରଦାନ କରିବ।

16 ଫେବୃଆରୀରୁ 16 ମାର୍ଚ୍ଚ 2025 ମଧ୍ୟରେ ପ୍ରତି ମଙ୍ଗଳବାର (ସୋମବାର ବିଳମ୍ବିତ ରାତିରେ) କଟକରେ ପହଞ୍ଚୁଥିବା 12515 କୋଏମ୍ବାଟୁର-ସୀଲଚର ସାପ୍ତାହିକ ସୁପର-ଫାଷ୍ଟ ଏକ୍ସପ୍ରେସ; ବୁଧବାର ଏବଂ ଗୁରୁବାର (ମଙ୍ଗଳବାର ଏବଂ ବୁଧବାର ବିଳମ୍ବିତ ରାତିରେ) କଟକରେ ପହଞ୍ଚୁଥିବା 22643 ଏର୍ଣ୍ଣାକୁଲମ-ପାଟନା ଦ୍ୱି-ସାପ୍ତାହିକ ଏକ୍ସପ୍ରେସ ଏବଂ ଶୁକ୍ରବାର, ଶନିବାର ଏବଂ ରବିବାର (ଗୁରୁବାର, ଶୁକ୍ରବାର ଏବଂ ଶନିବାର ବିଳମ୍ବିତ ରାତିରେ) କଟକରେ ପହଞ୍ଚୁଥିବା 12509 ବେଙ୍ଗାଲୁରୁ-ଗୌହାଟି ତ୍ରି-ସାପ୍ତାହିକ ଏକ୍ସପ୍ରେସ କଟକ ରେଳ ଷ୍ଟେସନ ପରିବର୍ତ୍ତେ ଅସ୍ଥାୟୀ ମାର୍ଗ ପରିବର୍ତ୍ତନରେ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ରହଣି କରିବ।

ଉପରୋକ୍ତ ଟ୍ରେନଗୁଡ଼ିକ ପାଇଁ କଟକ ରେଳ ଷ୍ଟେସନ ଠାରୁ ଯାତାୟାତ କରିବାକୁ ଥିବା ଯାତ୍ରୀମାନଙ୍କୁ ଏହି ସମୟ ମଧ୍ୟରେ ନରାଜ ମାର୍ଥାପୁର ଏବଂ କଟକ ରେଳ ଷ୍ଟେସନରେ ଉଭୟ ପାର୍ଶ୍ୱରୁ ମାଗଣା ବସ୍ ସୁବିଧା ରେଳବାଇ ଦ୍ୱାରା ଯୋଗାଇ ଦିଆଯିବ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଛଅ ଜଣ ରେଳ କର୍ମଚାରୀ ପୁରସ୍କୃତ

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଛଅ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ପାଦନ ସମୟରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ସତର୍କତା ପାଇଁ ପୁରସ୍କୃତ କରିଛନ୍ତି।

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅନ୍ତର୍ଗତ ଗୋରଖନାଥ ଷ୍ଟେସନର ପଏଣ୍ଟସମ୍ୟାନ୍ ଅଜିତ ବାହିରା ଓ ଇଚ୍ଛାପୂରମ ଷ୍ଟେସନର ପଏଣ୍ଟସମ୍ୟାନ୍ ଜି ରାମବାବୁ ଏବଂ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ଲାଞ୍ଜିଗଡ଼ ରୋଡ୍ ଷ୍ଟେସନରେ କାର୍ଯ୍ୟରତ ପଏଣ୍ଟସମ୍ୟାନ୍ ଜଗନ୍ନାଥ ରଣାଙ୍କ ସହିତ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ଲୋଇଶିଙ୍ଗା ଷ୍ଟେସନର ଟ୍ରାକ ମେଣ୍ଟେନର ପ୍ରସନ୍ନ କୁମାର ତ୍ରିପାଠୀ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଧାନମଣ୍ଡଳ ରେଳ ଷ୍ଟେସନର ଟ୍ରାକ ମେଣ୍ଟେନର ମଦନ କୁମାର ସିଂ ସେମାନଙ୍କର କାର୍ଯ୍ୟରତ ସମୟରେ ଚଳନ୍ତା ଟ୍ରେନ ଗୁଡିକର ହଟ ଆକ୍ସିଲ ଚିହ୍ନଟ କରି ଟ୍ରେନ ଚଳାଚଳରେ ସମ୍ଭାବ୍ୟ ଦୁର୍ଘଟଣା ଏଡାଇ ପାରିଥିବାରୁ ସେମାନଙ୍କୁ ମହାପ୍ରବନ୍ଧକ ଶ୍ରୀ ଶର୍ମା ବିଶେଷ ଭାବେ ସମ୍ମାନିତ କରିଛନ୍ତି।

ଏହା ବ୍ୟତୀତ ସମ୍ବଲପୁର କଣ୍ଟ୍ରୋଲରେ କାର୍ଯ୍ୟ କରୁଥିବା ସିନିୟର ସେକ୍ସନ୍ ଇଞ୍ଜିନିୟର ଏସ୍ କେ ମହାପାତ୍ର ହଟ୍ ଆକ୍ସିଲ ରିପୋର୍ଟ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଯାହା ଦ୍ୱାରା ଟ୍ରେନ୍ କୁ ମାର୍ଗରେ ଅଟକରଖାଯାଇ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥିଲା।

ଉପରୋକ୍ତ କର୍ମକର୍ତ୍ତାଙ୍କୁ ସମ୍ମାନିତ କରି ମନୋଜ ଶର୍ମା କହିଛନ୍ତି ଯେ ଗ୍ୟାଙ୍ଗମେନ, ଟ୍ରଲିମେନ, ଗେଟମେନ, ଓଏଚଇ ଖଲାସି ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କ୍ୟାଡରଙ୍କ କଠିନ ପରିଶ୍ରମ ଏବଂ ସତର୍କତା, ଯେଉଁମାନେ ନିରାପଦରେ ଟ୍ରେନ ଚଳାଚଳ ପାଇଁ ପୂର୍ବ ତଟ ରେଳପଥରେ ଦିନରାତି କଠିନ ପରିଶ୍ରମ କରୁଛନ୍ତି ସେମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ଉଚିତ୍। ସେ ମଧ୍ୟ ରେଳବାଇ କର୍ମଚାରୀଙ୍କୁ ନିବେଦନ କରିଛନ୍ତି ଯେ କାର୍ଯ୍ୟରତ ଥିବା ସମୟରେ ସତର୍କ ରୁହନ୍ତୁ ଯାହା ଦ୍ୱାରା ଯାତ୍ରୀ ଏବଂ ଟ୍ରେନ୍ ନିରାପତ୍ତା ସମ୍ଭବ ହୋଇପାରିବ।

ଏହି ଅବସରରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଏବଂ ରେଳପଥର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ​