Categories
ଜାତୀୟ ଖବର ବିଶେଷ ଖବର

Republic Day: ଏକ ପାରଂପାରିକ ଗାଡିରେ ଆସି କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ମୁର୍ମୁ

Republic Day: ଦେଶ ଆଜି ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଜାତୀୟ ସ୍ତରର ଗଣତନ୍ତ୍ର ଦିବସରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏଥିସହିତ ସେ ପାରେଡ ଅଭିବାଦନ ମଧ୍ୟ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବୋ ସୁବିଆନ୍ତୋ ବିଶେଷ ଅତିଥୀ ଭାବେ ଯୋଗ ଦେଇଛନ୍ତି।

ପ୍ରଥମେ ରାଷ୍ଟ୍ରପତି ଭବନରୁ ଉଭୟ ଏକ ପାରଂପାରିକ ଯାନରେ ବାହାରି କର୍ତ୍ତବ୍ୟ ପଥରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ସ୍ବାଗତ କରିଥିଲେ।ଏହାପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ଏବଂ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହି ସମୟରେ୨୧-ଗଣ ସଲାମ ଦିଆଯାଇଥିଲା। ଏହି ସଲାମ ପାଇଁ ୧୦୫ ଏମଏମ ଲାଇଟ୍ ଫିଲ୍ଡ ଗନ୍ ବ୍ୟବହାର ହୋଇଥିଲା।

ଏହାପରେ ୩୦୦ ଜଣ ସାଂସ୍କୃତିକ ଶିଳ୍ପୀଙ୍କ ‘ସାରେ ଜହାଁ ସେ ଅଚ୍ଛା’ ସଙ୍ଗୀତରେ ପାରେଡ ଆରମ୍ଭ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ସଂଗୀତ ଅଲଙ୍କାରର ସ୍ୱର ଶୁଣାବାକୁ ମିଳିଥିଲା। ଏଥିସହ ମି-୧୭ IV ହେଲିକପ୍ଟର ଦ୍ୱାରା ପୁଷ୍ପବର୍ଷା କରାଯାଇଥିଲା।

ପାରେଡରେ ଟି-୯୦ ଟ୍ୟାଙ୍କ (ଭୀଷ୍ମ), ନାଗ ମିସାଇଲ୍ ସିଷ୍ଟମ୍, ବିଏମପି-୨ ସରଥ, ବ୍ରାହ୍ମୋସ୍, ପିନାକା ମଲ୍ଟି-ଲଞ୍ଚର ରକେଟ୍ ସିଷ୍ଟମ୍, ଅଗ୍ନିବାଣ ମଲ୍ଟି-ବାରେଲ୍ ରକେଟ୍ ଲଞ୍ଚର, ଆକାଶ ଶସ୍ତ୍ର ପ୍ରଣାଳୀ, ଇଣ୍ଟିଗ୍ରେଟେଡ୍ ବ୍ୟାଟଲଫିଲ୍ଡ ସର୍ଭିଲାନ୍ସ ସିଷ୍ଟମ୍, ଅଲ୍-ଟେରେନ୍ ଭେହିକଲ୍ (ଚେତକ) ଏବଂ ଲାଇଟ୍ ସ୍ପେସିଆଲିଷ୍ଟ ଭେହିକଲ୍ (ବଜରଙ୍ଗ) ପ୍ରଦର୍ଶିତ ହୋଇଥିଲା।

ପାରେଡରେ ଇଣ୍ଡୋନେସିଆର ୧୬୦ ଜଣ ମାର୍ଚ୍ଚିଂ କଂଟିଜେଣ୍ଟ ଏବଂ ୧୯୦ ଜଣ ବ୍ୟାଣ୍ଡ୍ କଂଟିଜେଣ୍ଟ ଭାଗ ନେଇଥିଲେ। ବିଭିନ୍ନ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ, ଏବଂ କେନ୍ଦ୍ର ସରକାରୀ ମନ୍ତ୍ରଣାଳୟ ଓ ବିଭାଗର ୩୧ଟି ପ୍ରଜ୍ଞାପନ ମେଢ ଭାଗ ନେଇଥିଲା। ଏ ବର୍ଷର ଥିମ୍ ଥିଲା “ସ୍ବର୍ଣ୍ଣିମ ଭାରତ: ବିରାସତ ଓ ବିକାଶ”। ପ୍ରଥମ ଥର ପାଇଁ, ଏକ ସମ୍ମିଳିତ ସେନାର ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା। ହରିୟାଣାର ପ୍ରଜ୍ଞାପନ ମେଢ ଭଗବଦ୍ ଗୀତା ଏବଂ ଉତ୍ତର ପ୍ରଦେଶର ପ୍ରଜ୍ଞାପନ ମେଢ ମହାକୁମ୍ଭ ୨୦୨୫ର ପ୍ରଦର୍ଶିତ କରାଯାଇଥିଲା।

କାର୍ଯ୍ୟକ୍ରମ ୪୭ ଟି ଡ୍ରୋନର ଉଡ଼ାଣ ସହ ଶେଷ ହୋଇଥିଲା। ଏହି ଫ୍ଲାଇପାସ୍ଟରେ ରାଫାଲେ, ସୁ-୩୦, ଜାଗୁଆର, ସି-୧୩୦, ଡୋର୍ନିୟର-୨୨୮ ଏବଂ ଏନ୍-୩୨ ବିମାନ ଏବଂ ଆପାଚେ ଏବଂ ମି-୧୭ ହେଲିକପ୍ଟର ବିଭିନ୍ନ ଆକର୍ଷଣୀୟ ସୋ ପ୍ରଦର୍ଶିତ କରିଥିଲେ।

ଦେଶର ବିକାଶରେ ଓ ସମାଜ ନିର୍ମାଣରେ ନିୟୋଜିତ କରିଥିବା ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଅତିଥିମାନଙ୍କୁ ସରକାରୀ ଶ୍ରେଣୀରେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା। ସରପଞ୍ଚ, ଶିଳ୍ପୀ, ଶ୍ରମିକ ଓ ଆଶା କାର୍ମିକଙ୍କ ସମେତ ଏମିତି ୩୪ ଶ୍ରେଣୀର ୧୦ ହଜାର ଅତିଥିଙ୍କୁ ଏହି ଜାତୀୟ ଦିବସରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଉଲ୍ଲେଖନୀୟ ସଫଳତା ସହିତ ପୂର୍ବତଟ ରେଳପଥ ପକ୍ଷରୁ 76 ତମ ଗଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱରସ୍ଥ ରେଳବାଇ ଷ୍ଟାଡିୟମ ଠାରେ 76 ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା ଯେଉଁଠାରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଜାତୀୟ ପତାକା ଉତ୍ତୋଳନ କରି ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହିତ ରେଳବାଇର ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ଗଣତନ୍ତ୍ର ଦିବସ ହେଉଛି ଦେଶର ସେବା, ସମ୍ବିଧାନରେ ଦର୍ଶାଯାଇଥିବା ମୂଲ୍ୟବୋଧକୁ ବଞ୍ଚାଇ ରଖିବା ଏବଂ ଦେଶରେ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ଗଣତାନ୍ତ୍ରିକ ନୀତି ପ୍ରତି ଆମର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବାର ଏକ ସମୟ।

ଏହି ମହତ୍ୱପୂର୍ଣ୍ଣ ଅବସରରେ ମହାପ୍ରବନ୍ଧକ ଚଳିତ ଆର୍ଥିକ ବର୍ଷରେ ରେଳପଥ ଦ୍ୱାରା ପ୍ରମୁଖ ସଫଳତା ସମ୍ବନ୍ଧରେ ସୂଚନା ଦେଇ ରେଳ କାର୍ଯ୍ୟ, ଭିତ୍ତିଭୂମି ବିକାଶ ଏବଂ ଯାତ୍ରୀ ସେବାରେ ଉଲ୍ଲେଖନୀୟ ମାଇଲଖୁଣ୍ଟକୁ ପ୍ରତି ଆଲୋକପାତ କରିଥିଲେ। ପୂର୍ବତଟ ରେଳପଥ ସଫଳତାର ସହିତ 200 ନିୟୁତ ଟନରୁ ଅଧିକ ଐତିହାସିକ ପଣ୍ୟ ବୋଝେଇ ମାଇଲଖୁଣ୍ଟ ହାସଲ କରିଛି ଯାହାକି ସମସ୍ତ ରେଳ ଜୋନ୍ ମଧ୍ୟରେ ସର୍ବୋଚ୍ଚ ଏବଂ ଏହା ପୂର୍ବ ବର୍ଷ ତୁଳନାରେ, ପାଞ୍ଚ ଦିନ ପୂର୍ବରୁ ରେକର୍ଡ 290 ଦିନରେ ଏହି ସଫଳତା ହାସଲ କରିଛି।

ଯାତ୍ରୀଙ୍କ କଲ୍ୟାଣ ଏବଂ ନିରାପତ୍ତାକୁ ପୂର୍ବତଟ ରେଳପଥ ପ୍ରାଥମିକତା ଦେଇ ଚାଲିଛି। ଚଳିତ ବର୍ଷ, 12 କୁମ୍ଭମେଳା ବିଶେଷ ଟ୍ରେନ ସମେତ 1,781 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଇଅଛି। ଏହା ସହିତ, ଯାତ୍ରୀ ଭିଡ଼ ଋତୁକାଳୀନ ଚାହିଦା ପୂରଣ କରିବା ପାଇଁ ନିୟମିତ ଟ୍ରେନରେ 4,545 କୋଚ୍ ସଂଯୋଗ କରାଯାଇଛି। ଯାତ୍ରୀଙ୍କ ଆରାମ ଦାୟକ ଯାତ୍ରା ଏବଂ ନିରାପତ୍ତାକୁ ଉନ୍ନତ କରି ଆଧୁନିକ LHB ରେକ୍ ସହିତ ଛଅ ଯୋଡ଼ା ଟ୍ରେନ୍ ପ୍ରଚଳନ କରାଯାଇଅଛି। 2024 ରଥ ଯାତ୍ରା ସମୟରେ, ପୂର୍ବତଟ ରେଳପଥ କର୍ମଚାରୀ, ବିଶେଷକରି ଖୋର୍ଦ୍ଧା ରୋଡ୍ ଡିଭିଜନରୁ 321 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଇ ପ୍ରାୟ 15 ଲକ୍ଷ ଭକ୍ତଙ୍କୁ ଯାତ୍ରା ସେବା ପ୍ରଦାନ କରି ଅତୁଳନୀୟ ସେବା ପ୍ରଦାନ କରାଯାଇଥିଲା।

ଭିତ୍ତିଭୂମି ବିକାଶରେ ପୂର୍ବତଟ ରେଳପଥ ଉଲ୍ଲେଖନୀୟ ଅଗ୍ରଗତି ହସ କରିଛି। ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ 276 କିଲୋମିଟର ନୂତନ ଲାଇନ, ଦୋହରୀକରଣ ଏବଂ ମଲ୍ଟି ଟ୍ରାକିଂ କାର୍ଯ୍ୟ ସମାପ୍ତ କରିଛି। ଉଲ୍ଲେଖନୀୟ ପ୍ରକଳ୍ପଗୁଡ଼ିକରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ଏବଂ ବିଭିନ୍ନ ବିଦ୍ୟୁତିକରଣ ପଦକ୍ଷେପ ଅନ୍ତର୍ଭୁକ୍ତ। ଏହି ଜୋନ୍ ଟନେଲିଂ କାର୍ଯ୍ୟ ସହିତ ଅନେକ ଯାତ୍ରୀ କୈନ୍ଦ୍ରିକ ତଥା ବରଗଡ଼ ରୋଡ୍-ନୁଆପଡା ରୋଡ୍ ନୂତନ ଲାଇନ ଏବଂ ସଡ଼କ ଓଭର ବ୍ରିଜ୍ ନିର୍ମାଣ ସମେତ ଅନେକ ସାର୍ବଜନୀନ କେନ୍ଦ୍ର ପ୍ରକଳ୍ପର କାର୍ଯ୍ୟ ମଧ୍ୟ ସମ୍ପାଦନ କରିବାରେ ସଫଳ ହୋଇଛି।

ନିରାପଦ ଏବଂ ଦକ୍ଷ ଟ୍ରେନ୍ ଚଳାଚଳ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ମୂଳକ କାର୍ଯ୍ୟ ସହିତ ପୂର୍ବତଟ ରେଳପଥ ପାଇଁ ସୁରକ୍ଷା ଏକ ପ୍ରାଥମିକତା ଅଟେ। ନୂତନ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ପ୍ରଣାଳୀର କାର୍ଯ୍ୟକ୍ଷମ, ହଟ୍ ଆକ୍ସଲ୍ ବକ୍ସ ଡିଟେକ୍ଟରଗୁଡ଼ିକର ସଂସ୍ଥାପନ ଏବଂ ଏକ ଫୁଲ୍ ସ୍କେଲ୍ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସର ସଫଳ ସମାପ୍ତି ହେଉଛି ପ୍ରମୁଖ ସଫଳତା। ଏଥିସହ, ପୂର୍ବତଟ ରେଳପଥ 170 ରୋଡ୍ ଓଭର ବ୍ରିଜ୍ (ROBs) ନିର୍ମାଣ ଘୋଷଣା କରିଛି ଯେଉଁଥିରେ ପାଞ୍ଚଟି ROB ଏବଂ ତିନୋଟି ଫୁଟ୍ ଓଭର ବ୍ରିଜ୍ (FOB) ଏହି ଆର୍ଥିକ ବର୍ଷରେ ସମାପ୍ତ ହୋଇଛି। ଏହି ରେଳପଥ ମଧ୍ୟ 18 ମାନବ ସ୍ତରୀୟ ଲେଭଲ କ୍ରସିଂକୁ ହଟାଇଲା ଏବଂ ସମାନ ଅବଧିରେ 20 ଟି ଉପାମାର୍ଗ / ROB ଏବଂ 75 ରେଲୱେ ଅଣ୍ଡର ବ୍ରିଜ୍ (RUBs) କୁ କାର୍ଯ୍ୟକ୍ଷମ କରିଛି। ଅଧିକନ୍ତୁ, ରେଳ ନବୀକରଣ ମାଧ୍ୟମରେ 225 କିଲୋମିଟର ଏବଂ ସ୍ଲିପର ନବୀକରଣ ମାଧ୍ୟମରେ 351 କିଲୋମିଟର କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି।

ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସମସ୍ତ ଐତିହାସିକ ମାଇଲଖୁଣ୍ଟ ହାସଲ କରିବାରେ ଅଦମ୍ୟ ନିଷ୍ଠା, କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତା ପାଇଁ ସମସ୍ତ ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି। ପୂର୍ବତଟ ରେଳପଥ ଏହି ଗଣତନ୍ତ୍ର ଦିବସରେ, ରେଳ ସେବା, ନିରାପତ୍ତା ଏବଂ ଭିତ୍ତିଭୂମି ବିକାଶରେ ଉତ୍କର୍ଷତା ପାଇଁ ଜାରି ରହିଥିବା ପ୍ରତିବଦ୍ଧତାକୁ ସୁନିଶ୍ଚିତ କରି ଦେଶର ପ୍ରଗତିରେ ଅବଦାନ ଜାରି ରଖିଛି।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରାଙ୍କ ସହିତ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀଗଣ ତଥା କର୍ମଚାରୀ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ସଭାପତି କବିତା ଫୁଙ୍କୱାଲଙ୍କ ନେତୃତ୍ୱରେ ସଂଗଠନର ସମସ୍ତ ସଦସ୍ୟାଗଣ ଉପସ୍ଥିତ ଥିଲେ। ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ସ୍ବେଛାସେବୀ ମାନଙ୍କ ସହ ସ୍କୁଲ ପିଲାମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଟକରେ ୭୬ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ପତାକା ଉତ୍ତୋଳନ

ଭୁବନେଶ୍ୱର: ଦେଶର ୭୬ତମ ସାଧାରଣତନ୍ତ୍ର ଦିବସକୁ ଓଡିଶାରେ ଗର୍ବ ଏବଂ ଉତ୍ସାହର ସହିତ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଟକରେ ପତାକା ଉତ୍ତୋଳନ କରିଛନ୍ତି। ଜିଲ୍ଲା ସ୍ତରୀୟ ଉତ୍ସବରେ ସେ ଯୋଗ ଦେଇ ଏହି ଅବସରରେ ସେ ପରେଡର ଅଭିବାଦନ ଗ୍ରହଣ କରିଥିଲେ।

ସମାରୋହରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ସ୍ଵାଧୀନ ଭାରତର ସାଂସ୍କୃତିକ ଓ ସାମାଜିକ ଉତ୍ଥାନରେ ଏହି ଦିନ ବିଶେଷ ଗୁରୁତ୍ୱ ବହନ କରେ। ୧୯୪୭ରେ ସ୍ଵାଧୀନତା ଏବଂ ୧୯୫୦ରେ ଗଣତନ୍ତ୍ର ପ୍ରତିଷ୍ଠା ମଧ୍ୟରେ ଏକ ମହାନ ସଂଘର୍ଷର କାହାଣୀ ରହିଛି।

ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି: ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜାତୀୟ ଓ ରାଜ୍ୟ ସ୍ତରର ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବୀର ସୁରେନ୍ଦ୍ର ସାଏ, ଉତ୍କଳମଣି ଗୋପବନ୍ଧୁ ଦାସ, ଶହୀଦ୍ ବାଜି ରାଉତ ଓ ଅନ୍ୟ ମହାନ ନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ମଧ୍ୟ ସ୍ମରଣ କରିଛନ୍ତି।

ନୂତନ ଯୋଜନା ଘୋଷଣା: ରାଜ୍ୟର ମହିଳା ସଶକ୍ତିକରଣ ପାଇଁ “ସୁଭଦ୍ରା ଯୋଜନା” ଏବଂ କୃଷକମାନଙ୍କୁ ସମର୍ପିତ ଧାନ କିଣାର ଅର୍ଥାନୁଗତ ସହାୟତା ଯୋଜନାର ସଫଳତାର କଥାକୁ ସେ ଉପସ୍ଥାପନ କରିଛନ୍ତି। ଏହା ସହିତ ରାଜ୍ୟର ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ନୂଆ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଯୋଜନାର ଦୃଷ୍ଟିକୋଣ: ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି, ରାଜ୍ୟର ଅର୍ଥନୀତିର ଉନ୍ନତି ପାଇଁ ଦକ୍ଷତା ଓ ଶିଳ୍ପର ସଂସ୍କୃତିକୁ ବ୍ୟାପକ ରୂପରେ ପ୍ରତିଷ୍ଠା କରାଯାଉଛି। ଖଣିଜ ସମ୍ପଦକୁ ବ୍ୟବହାର କରି ଶିଳ୍ପ ପ୍ରତିଷ୍ଠା କରି ଏକ ସମୃଦ୍ଧ ଓଡ଼ିଶା ଗଢ଼ିବା ଦିଗରେ ଆଗକୁ ଯିବାର ଆହ୍ବାନ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସାଧାରଣତନ୍ତ୍ର ଦିବସ: ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ, ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ମନ୍ତ୍ରୀ ପତାକା ଉତ୍ତୋଳନ କରିବା ତାଲିକା ପ୍ରକାଶ ପାଇଛି। ସେହି ଅନୁସାରେ ନିୟମ ଅନୁସାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ମହାତ୍ମା ଗାନ୍ଧି ମାର୍ଗରେ ପାଳନ କରାଯିବ। ଏଥିରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ସାଢ଼େ ୮ଟାରେ ପତାକା ଉତ୍ତୋଳନ କରିବେ।

ଏହି ରାଜ୍ୟସ୍ତରୀୟ ପରେଡରେ ଓଡ଼ିଶା ଅଗ୍ନିଶମ ବାହିନୀ ଓ ସିଆରପିଏଫ ସାଂସ୍କୃତିକ ବ୍ୟାଣ୍ଡ ମଧ୍ୟ ପରିବେଷଣ ହେବ। ସେହିପରି ବିଏସଏଫ, ଆଇଟିବିପି, ସିଆରପିଏଫ,ଆରପିଏଫ, ଆଇଏନଏସ ଚିଲିକା ସମେତ ଓଡ଼ିଶା ପୁଲିସର ଟିମ୍ ମଧ୍ୟ ପରେଡରେ ସାମିଲ ହେବେ। ଚଳିତବର୍ଷ ମୋଟ ୧୦ଟି ପ୍ରଜ୍ଞାପନ ମେଢ଼ ରାଜ୍ୟସ୍ତରୀୟ ପରେଡରେ ସାମିଲ ହେବ।

ସେହିପରି ଅନ୍ୟମନ୍ତ୍ରୀମାନେ ଜିଲ୍ଲା ସ୍ତରୀୟ ପାରେଡରେ ଯୋଗ ଦେବେ। ଗୃହ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ପତାକା ଉତ୍ତୋଳନ କରିବେ

କେଭି ସିଂହଦେଓ-ପୁରୀ

ପ୍ରଭାତୀ ପରିଡ଼ା-ଖୋର୍ଦ୍ଧା

ସୁରେଶ ପୂଜାରୀ-ସୁନ୍ଦରଗଡ଼

ରବିନାରାୟଣ ନାଏକ-ସୋନପୁର

ନିତ୍ୟାନନ୍ଦ ଗଣ୍ଡ-କୋରାପୁଟ

କୃଷ୍ଣଚନ୍ଦ୍ର ପାତ୍ର-ଜଗତସିଂହପୁର

ପୃଥ୍ୱୀରାଜ ହରିଚନ୍ଦନ-ଯାଜପୁର

ମୁକେଶ ମହାଲିଙ୍ଗ-ରାୟଗଡ଼ା

ବିଭୂତିଭୂଷଣ ଜେନା-ଗଜପତି

କୃଷ୍ଣଚନ୍ଦ୍ର ମହାପାତ୍ର-ବାଲେଶ୍ୱର

ଗଣେଶରାମ ଖୁଂଟିଆ-କେନ୍ଦୁଝର

ସୂର୍ଯ୍ୟବଂଶୀ ସୂରଜ-ନୂଆପଡ଼ା

ପ୍ରଦୀପ ବଳ ସାମନ୍ତ-ଢ଼େଙ୍କାନାଳ

ଗୋକୁଳାନନ୍ଦ ମଲ୍ଲିକ-ମାଲକାନଗିରି

ସମ୍ପଦ ଚନ୍ଦ୍ର ସ୍ୱାଇଁ- ନୟାଗଡ଼

ଅନ୍ୟାନ୍ୟ ଜିଲ୍ଲାରେ ଆରଡିସି କିମ୍ବା ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବା ପାଇଁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ଭାରତ ଫୋନରେ ମାଗଣାରେ ଉପଲବ୍ଧ ହେବ ୟୁପିଆଇ ପେମେଣ୍ଟ ଆଲର୍ଟ, ଜିଓସାଉଣ୍ଡପେ ସେବା ଶୁଭାରମ୍ଭ

ମୁମ୍ବାଇ: ଗଣତନ୍ତ୍ର ଦିବସରେ ଜିଓ ପକ୍ଷରୁ ଜିଓସାଉଣ୍ଡପେ (JioSoundPay) ଶୁଭାରମ୍ଭ କରାଯିବ। ଏହି ସୁବିଧା ଜିଓ ଭାରତ ଫୋନରେ ଆଜୀବନ ମାଗଣାରେ ଉପଲବ୍ଧ ହେବ। ଜିଓସାଉଣ୍ଡପେ ରୁ ବିନା କୌଣସି ସାଉଣ୍ଡ ବକ୍ସ ରେ ୟୁପିଆଇ ପେମେଣ୍ଟ ଆଲର୍ଟ ମିଳିବ। ଭାରତର ଯେକୌଣସି ମୋବାଇଲ୍ ଫୋନରେ ଏହା ଏହିଭଳି ପ୍ରଥମ ବୈଶିଷ୍ଟ୍ୟ ବା ଫିଚର। ଦେଶର ପାଞ୍ଚ କୋଟିରୁ ଅଧିକ କ୍ଷୁଦ୍ର ଉଦ୍ୟୋଗୀ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ଏଥିରୁ ପ୍ରତ୍ୟକ୍ଷ ଲାଭ ପାଇବେ।

କମ୍ପାନୀର ସୂଚନା ଅନୁସାରେ, ଜିଓସାଉଣ୍ଡପେ ଏକ ଅଭୂତପୂର୍ବ ନବସୃଜନ ବା ଇନୋଭେସନ। ଯାହା ପ୍ରତ୍ୟେକ ୟୁପିଆଇ ଦେୟର ତତକ୍ଷଣାତ୍, ବହୁଭାଷୀ ଅଡିଓ ଆଲର୍ଟ ବାର୍ତ୍ତା ଦେବ। ଏହା ଛୋଟରୁ ଛୋଟ ଗ୍ରସେରୀ ଓ ଖାଦ୍ୟସାମଗ୍ରୀ ଦୋକାନ, ପନିପରିବା ବିକ୍ରେତା ଏବଂ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଖାଦ୍ୟ ଓ ପାନୀୟ ବିକ୍ରେତାମାନଙ୍କ ପାଇଁ ବ୍ୟବସାୟ କରିବା ଅଧିକ ସହଜ କରିବ। ବର୍ତ୍ତମାନ କ୍ଷୁଦ୍ର ଏବଂ ଅତିକ୍ଷୁଦ୍ର ବ୍ୟବସାୟୀମାନେ ସାଉଣ୍ଡ ବକ୍ସ ପାଇଁ ମାସକୁ ପ୍ରାୟ ୧୨୫ ଟଙ୍କା ଦେଉଛନ୍ତି। ଏହି ସେବା ଏବେ ଜିଓସାଉଣ୍ଡପେ ରେ ମାଗଣାରେ ଉପଲବ୍ଧ ହେବା ସହିତ, ଜିଓ ଭାରତ ଫୋନ୍ ବ୍ୟବହାରକାରୀମାନେ ବାର୍ଷିକ ୧,୫୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ।

ଜିଓ ଭାରତ ଫୋନ୍ ପ୍ରାୟ ଏକ ବର୍ଷ ପୂର୍ବେ ଶୁଭାରମ୍ଭ କରାଯାଇଥିଲା ଏବଂ ଏହା ଦୁନିଆର ସବୁଠାରୁ ସୁଲଭ ୪ଜି ଫୋନ୍ ଭାବରେ ପରିଗଣିତ, ଯାହାର ମୂଲ୍ୟ ମାତ୍ର ୬୯୯ ଟଙ୍କା ରହିଛ। ଏହିପରି ଭାବରେ ଏକ ନୂତନ ଜିଓ ଭାରତ ଫୋନ୍ କିଣୁଥିବା ଯେକୌଣସି ବ୍ୟବସାୟୀ ମାତ୍ର ୬ ମାସ ମଧ୍ୟରେ ଫୋନର ସମ୍ପୂର୍ଣ୍ଣ ମୂଲ୍ୟ ଅନୁରୂପ ସଞ୍ଚୟ କରିପାରିବେ। ଭାରତର ଗଣତନ୍ତ୍ରର ୭୫ ବର୍ଷ ସମ୍ପୂର୍ଣ୍ଣ ହେବା ଉପଲକ୍ଷେ, ଜିଓ ପକ୍ଷରୁ ଜିଓସାଉଣ୍ଡପେରେ ଆଧୁନିକ ସଙ୍ଗୀତରେ ବନ୍ଦେ ମାତରମ ସଙ୍ଗୀତର ଧୁନ ପ୍ରସ୍ତୁତ କରାଯାଇଛି।

ଜିଓର ସଭାପତି ସୁନୀଲ ଦତ୍ତ କହିଛନ୍ତି, “ଜିଓ ପ୍ରତ୍ୟେକ ଭାରତୀୟଙ୍କୁ ସଶକ୍ତ କରିବା ପାଇଁ ଟେକ୍ନୋଲୋଜି ଉପଯୋଗ କରିବାରେ ବିଶ୍ୱାସ କରେ। ଜିଓ ଭାରତ ଫୋନରେ ମାଗଣା ଜିଓସାଉଣ୍ଡପେ ଫିଚର ଏବଂ ବନ୍ଦେ ମାତରମ ସଙ୍ଗୀତର ଭାବପୂର୍ଣ୍ଣ ପ୍ରସ୍ତୁତି ସହିତ ଆମେ ଭାରତର ଭାବନାର ଉତ୍ସବ ପାଳନ କରୁଛୁ ଏବଂ ଏକ ବାସ୍ତବ ଡିଜିଟାଲ ଭାରତ ନିର୍ମାଣ ଦିଗରେ ଆମର ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛୁ।”

Categories
ଆଜିର ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ, ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ବର: ଆସନ୍ତା ଜାନୁଆରୀ 26 ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ମନ୍ତ୍ରୀ ପତାକା ଉତ୍ତୋଳନ କରିବା ତାଲିକା ପ୍ରକାଶ ପାଇଛି। ସେହି ଅନୁସାରେ ନିୟମ ଅନୁସାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ମହାତ୍ମା ଗାନ୍ଧି ମାର୍ଗରେ ପାଳନ କରାଯିବ । ଏଥିରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ସାଢ଼େ ୮ଟାରେ ପତାକା ଉତ୍ତୋଳନ କରିବେ।

ଏହି ରାଜ୍ୟସ୍ତରୀୟ ପରେଡରେ ଓଡ଼ିଶା ଅଗ୍ନିଶମ ବାହିନୀ ଓ ସିଆରପିଏଫ ସାଂସ୍କୃତିକ ବ୍ୟାଣ୍ଡ ମଧ୍ୟ ପରିବେଷଣ ହେବ । ସେହିପରି ବିଏସଏଫ, ଆଇଟିବିପି, ସିଆରପିଏଫ,ଆରପିଏଫ, ଆଇଏନଏସ ଚିଲିକା ସମେତ ଓଡ଼ିଶା ପୁଲିସର ଟିମ୍ ମଧ୍ୟ ପରେଡରେ ସାମିଲ ହେବେ । ଚଳିତବର୍ଷ ମୋଟ ୧୦ଟି ପ୍ରଜ୍ଞାପନ ମେଢ଼ ରାଜ୍ୟସ୍ତରୀୟ ପରେଡରେ ସାମିଲ ହେବ ।

ସେହିପରି ଅନ୍ୟମନ୍ତ୍ରୀମାନେ ଜିଲ୍ଲା ସ୍ତରୀୟ ପାରେଡରେ ଯୋଗ ଦେବେ। ଗୃହ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ପତାକା ଉତ୍ତୋଳନ କରିବେ

କେଭି ସିଂହଦେଓ-ପୁରୀ

ପ୍ରଭାତୀ ପରିଡ଼ା-ଖୋର୍ଦ୍ଧା

ସୁରେଶ ପୂଜାରୀ-ସୁନ୍ଦରଗଡ଼

ରବିନାରାୟଣ ନାଏକ-ସୋନପୁର

ନିତ୍ୟାନନ୍ଦ ଗଣ୍ଡ-କୋରାପୁଟ

କୃଷ୍ଣଚନ୍ଦ୍ର ପାତ୍ର-ଜଗତସିଂହପୁର

ପୃଥ୍ୱୀରାଜ ହରିଚନ୍ଦନ-ଯାଜପୁର

ମୁକେଶ ମହାଲିଙ୍ଗ-ରାୟଗଡ଼ା

ବିଭୂତିଭୂଷଣ ଜେନା-ଗଜପତି

କୃଷ୍ଣଚନ୍ଦ୍ର ମହାପାତ୍ର-ବାଲେଶ୍ୱର

ଗଣେଶରାମ ଖୁଂଟିଆ-କେନ୍ଦୁଝର

ସୂର୍ଯ୍ୟବଂଶୀ ସୂରଜ-ନୂଆପଡ଼ା

ପ୍ରଦୀପ ବଳ ସାମନ୍ତ-ଢ଼େଙ୍କାନାଳ

ଗୋକୁଳାନନ୍ଦ ମଲ୍ଲିକ-ମାଲକାନଗିରି

ସମ୍ପଦ ଚନ୍ଦ୍ର ସ୍ୱାଇଁ- ନୟାଗଡ଼

ଅନ୍ୟାନ୍ୟ ଜିଲ୍ଲାରେ ଆରଡିସି କିମ୍ବା ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବା ପାଇଁ କୁହାଯାଇଛି.

Categories
ଆଜିର ଖବର

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ କେଉଁମାନେ ପରେଡରେ ନେଇଥିଲେ ଭାଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଏହି ସମାରୋହରେ ଉପସ୍ଥିତ ଥିଲେ।

ରାଜ୍ୟପାଳ ଶ୍ରୀ ରଘୁବର ଦାସ ସକାଳ ୮.୨୮ ରେ ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀ ଓ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମୋଡର ଜେ. ସୁରେଶ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ।

ରାଜ୍ୟପାଳ ଶ୍ରୀ ରଘୁବର ଦାସ ୮.୩୦ ମିନିଟ୍‌ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଗଞ୍ଜାମ ଏ.ଏସ୍‌.ପି. ମିସ୍‌ ଏ.ବି. ଶିଳ୍ପା ପ୍ୟାରେଡ୍‌ ପରିଚାଳନା କରିଥିଲେ। ନବମ ଏସ୍‌.ଆଇ.ଆର୍‌. ବାଟାଲିୟନ୍‌, କଳାହାଣ୍ଡିର ଶ୍ରୀ ସନ୍ତୋଷ କୁମାର ବିଶ୍ୱାଳ ଦ୍ୱିତୀୟ ପରିଚାଳକ ଭାବେ ଏବଂ ଭୁବନେଶ୍ୱର ସପ୍ତମ ବାଟାଲିୟନ୍‌ର ଏସିିପି (ସଶସ୍ତ୍ର) ଶ୍ରୀ ଭବାନୀ ପ୍ରସାଦ ଜେନା ଆଡ୍‌ଜୁଟାଣ୍ଟ ଓ ଭୁବନେଶ୍ୱର ସପ୍ତମ ବାଟାଲିୟନ୍‌ର ଆସିଷ୍ଟାଣ୍ଟ କମିଶନର (ସଶସ୍ତ୍ର) ଶ୍ରୀ ପରମେଶ୍ୱର ହାଁସ୍‌ଦା ସ୍ୱତନ୍ତ୍ର ଅଧିକାରୀ ଭାବେ ପ୍ୟାରେଡ୍‌ ପରିଚାଳନାରେ ସହାୟତା କରିଥିଲେ।

ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ ପରେ ୧୬ଟି ସାମରିକ ବାହିନୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ୩୪ଟି ବେସାମରିକ ଦଳ ସମୁଦାୟ ୫୦ଟି ଦଳ ମିଳିତ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ। ସମ୍ମିଳିତ ପ୍ୟାରେଡ୍‌ ଅନୁଷ୍ଠିତ ହେବା ପରେ ପରେ ବିଭିନ୍ନ ସାଂସ୍କୃତିକ ଦଳ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

କୋରାପୁଟ ଜିଲ୍ଲା ବୈପାରିଗୁଡ଼ାର ଜନଜାତି ନୃତ୍ୟ, ଗଞ୍ଜାମ ଜିଲ୍ଲା ଭଞ୍ଜବିହାରର ଯୋଡ଼ିଶଙ୍ଖ/ରଣପା ନୃତ୍ୟ, ପୁରୀର ସାହିଯାତ/ମେଢ଼ନାଚ ଓ ବରଗଡ଼ ଜିଲ୍ଲା ପଦ୍ମପୁରର ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ ଉତ୍ସବକୁ ମନୋମୁଗ୍ଧକର କରିଥିଲା।

ଏହା ପରେ ପ୍ରଜ୍ଞାପନ ମେଢ଼ଗୁଡ଼ିକ ଅଭିବାଦନ ମଞ୍ଚ ଅତିକ୍ରମ କରିଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ (ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କାଳିଆ ଛାତ୍ରବୃତ୍ତି), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ (ଆମ ହସ୍‌ପିଟାଲ), ବାଣିିଜ୍ୟ ଓ ପରିବହନ ବିଭାଗ (ଘରେ ଘରେ ଲକ୍ଷ୍ମୀ), ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ (କରୁଣା ରେଶମ), ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ (ନୂଆ ଓଡ଼ିଶା ମିଶନ, ସୁଦକ୍ଷା ଯୋଜନା), ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ୱାଟ୍‌କୋ, (ଡି୍ରଙ୍କ୍‌ ଫ୍ରମ୍‌ ଟ୍ୟାପ୍‌), ପର୍ଯ୍ୟଟନ ବିଭାଗ (ପର୍ଯ୍ୟଟନ ସେବା କ୍ଷେତ୍ରରେ ରୂପାନ୍ତରଣ), ଅନୁସୂଚିତ ଜନାଜତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ (ପବିତ୍ର ପୀଠସ୍ଥଳୀ(ଜାହିରା) ରୂପାନ୍ତରଣ କାର୍ଯ୍ୟକ୍ରମ) ପ୍ରଦର୍ଶିତ ହୋଇଥିଲା।

ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ), ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ (ବାୟୋଫ୍ଲକ୍‌ ମାଧ୍ୟମରେ ସଘନ ମାଛ ଓ ଚିଙ୍ଗୁଡ଼ି ଚାଷ, ପଞ୍ଜୁରୀରେ ମାଛଚାଷ), ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ (ଆମ ଓଡ଼ିଶା ନବୀନ ଓଡ଼ିଶା), ପୂର୍ତ୍ତ ବିଭାଗ (ଭିତ୍ତିଭୂମି ବିକାଶ ପ୍ରକଳ୍ପ), ଓଡ଼ିଶା ଖଣି ନିଗମ ସାମାଜିକ ଦାୟିତ୍ୱବୋଧ, ଓଡ଼ିଶା ଅଗ୍ନିଶମ ସେବା ଯାନ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରାଯାଇଥିଲା।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଭିନ୍ନ ବିଭାଗର ଶାସନ ସଚିବ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ପ୍ରମୁଖଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀବୃନ୍ଦ, ସାଧାରଣତନ୍ତ୍ର ଦିବସ ଉତ୍ସବରେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପି୍ରୟଦର୍ଶିନୀ, ସୂଚନା ଅଧିକାରୀ ସୁଶ୍ରୀ ରୋଜାଲିନ୍‌ ସାହୁ ଓ ସୁଶ୍ରୀ ତନୁଜା ମହାନ୍ତି ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା କଂଗ୍ରେସ ତରଫରୁ ୭୫ତମ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭୫ତମ ଗଣତନ୍ତ୍ର ଦିବସ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ କଂଗ୍ରେସ ଭବନ ପରିସରରେ ଆୟୋଜିତ ପତାକା ଉତୋଳନ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

ସେ କହିଥିଲେ ଯେ ମହାତ୍ମାଗାନ୍ଧୀ, ଜବାହାରଲାଲ ନେହେରୁ,ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଆମ ପୂର୍ବସୂରୀ ଯେଉଁମାନେ କି ଦେଶ ପାଇଁ ତ୍ୟାଗ ଓ ବଳିଦାନ ଦେଇଛନ୍ତି ସେମାନଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଉଛି। ଭାରତର ସମ୍ବିଧାନ ହିଁ ଦେଶର ଆତ୍ମା। ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କୁ ଏ ଜାତି ଭୁଲିପାରିବ ନାହିଁ। କିନ୍ତୁ ସମ୍ବିଧାନ ଓ ଗଣତନ୍ତ୍ର ଆଜି ବିପଦରେ।ବିଜେଡ଼ି ଓ ବିଜେପି ଧର୍ମ ନାମରେ ରାଜନୀତି କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ସେବାଦଳ ପକ୍ଷରୁ ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଜ୍ୟୋତିଶ କୁମାର ସାହୁ ପରିଚାଳନା କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ଡ.ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ବିଶ୍ୱରଞ୍ଜନ ମହାନ୍ତି, ଯୁଧିଷ୍ଠିର ଜେନା, ଦାଶରଥୀ ଗମାଙ୍ଗୋ, ଅନନ୍ତ ପ୍ରସାଦ ସେଠୀ, କିଶୋର ଜେନା, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ଚିନ୍ମୟସୁନ୍ଦର ଦାସ, ଚିନ୍ମୟ ପ୍ରସାଦ ବେହୁରା, ପଂଚାନନ ଦାସ, ଶ୍ରୀନିବାସ ରାଉତରାୟ, କୁମାର ଚୀରଞ୍ଜବି, ରଶ୍ମି ମହାପାତ୍ର, ପ୍ରକାଶ ମିଶ୍ର, ହଳଧର ସେଠୀ, ଅମୀୟ ପଟ୍ଟନାୟକ, ପ୍ରଣତୀ ମିଶ୍ର, ତରୁଣ ମିଶ୍ର, ପୃଥିବୀ ବଲ୍ଲଭ ପଟ୍ଟନାୟକ, ବିସ୍ମୟ ମହାପାତ୍ର, ତାରା ପଟ୍ଟନାୟକ, ସୁବ୍ରତ ମହାପାତ୍ର, ଆଲୋକ ଲେଙ୍କା, ଜ୍ଞାନ ପଟ୍ଟନାୟକ, ରଜନୀ ମହାନ୍ତି, ସୁଶାନ୍ତ ତ୍ରୀପାଠୀ, ସଂଜୟ ତ୍ରିପାଠୀ, ମିହିର ଆଚାର୍ଯ୍ୟ, ସ୍ନେହଲତା ରାୟ, ଅମିତା ବିଶ୍ୱାଳ, ରସିକ ପଟ୍ଟନାୟକ, ଜୟକୃଷ୍ଣ ସୁବୁଧି, ଆଲୋକ ମହାନ୍ତି, ରାଜକିଶୋର ବାରିକ, ନିରଦବରଣ ଖୁଂଟିଆ, ନରୋତମ ନାୟକ, ମିତ୍ରଭାନୁ ମହାପାତ୍ର, ପ୍ରଭାତ ପ୍ରତାପ ସିଂ, କୈଳାସ ସାହୁ, ମନୋଜ ସାହୁ, ଏମ୍‌ଡ଼ି ସାହାଦୁଲ୍ଲା, ଶିଳ୍ପୀଶ୍ରୀ ହରିଚନ୍ଦନ, ଜାନକୀ ମଲ୍ଲିକ, ଶ୍ରୀୟାସ୍ମିତା ପଣ୍ଡା, ମନୋରଞ୍ଜନ ରାଉତରାୟ, ସିଲି ସେଠୀ, ପ୍ରଶାନ୍ତ ଚମ୍ପତି, ଭାଷ୍କର ସେଠୀ, ବିନୋଦ ପାଣି, ସଂଜୟ ମିଶ୍ର, ନଳୀନ ବେହେରା, ମୁନୁ ସରାଫ, କୁଳମଣି ସାହୁ, ଖଗେଶ୍ୱର ମଲ୍ଲିକ, ପ୍ରସନ୍ନ ପାଇକରାୟ, ବସନ୍ତ ପଣ୍ଡା, ସୁବାଷ ପ୍ରଧାନ, ଅକ୍ଷୟ ମୁଦୁଲି, ନିରୋଜ ଲୋଚନ ଦାସ ଓ ନାରାୟଣ ଜେନା, ସାଗର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଗଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର: ଭୁବନେଶ୍ୱର ରେଳବାଇ ଷ୍ଟାଡିୟମରେ ଆୟୋଜିତ ଗଣତନ୍ତ୍ର ଦିବସ ପାଳନ ଅବସରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା କହିଛନ୍ତି ଯେ, ପୂର୍ବ ତଟ ରେଳପଥ କ୍ରମାଗତ ଭାବେ ସମସ୍ତ କ୍ଷେତ୍ରରେ ବୃଦ୍ଧି ଘଟାଇ ରାଷ୍ଟ୍ରର ଜୀବନଧାରା ଭାବରେ କାର୍ଯ୍ୟ କରୁଛି ଏବଂ ଜାତୀୟ ଏକୀକରଣର ଏକ ସୁସଂଗତ ତଥା ଏକୀକରଣକାରୀ ଭୂମିକା ଗ୍ରହଣ କରୁଛି।

ଏହି ଅବସରରେ ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ଯେ ପୂର୍ବ ତଟ ରେଳପଥ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷର କେନ୍ଦ୍ର ବୋଲି ନିଜକୁ ପ୍ରମାଣିତ କରିପାରିଛି। ରେଳପଥର ଉତ୍ସର୍ଗୀକୃତ ପ୍ରୟାସ ଏବଂ ପ୍ରତିବଦ୍ଧତାକୁ ସର୍ବୋଚ୍ଚ ସ୍ତରରେ ସ୍ୱୀକୃତି ଦିଆଯାଇଛି। ସଙ୍କଟ ସମୟରେ ଯଥା ଟ୍ରେନ୍ ଚଳାଚଳକୁ ବାଧା ଦେଉଥିବା ଭୂସ୍ଖଳନ ପ୍ରସଙ୍ଗ ହେଉ କିମ୍ବା ଅନ୍ୟାନ ସଙ୍କଟ, ପୂର୍ବତଟ ରେଳପଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ଏବଂ ସମାଜର କୋଣ ଅନୁକୋଣରୁ ପ୍ରଶଂସିତ ହୋଇଛି। ରେଳ ବ୍ୟବହାରକାରୀଙ୍କୁ ଆଧୁନିକ, ନିର୍ଭରଯୋଗ୍ୟ, ନିରାପଦ ଏବଂ ଗ୍ରାହକ-କେନ୍ଦ୍ରିତ ସେବା ପ୍ରଦାନ କରିବାର ପ୍ରତିବଦ୍ଧତ୍ତା କ୍ଷେତ୍ରରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ପୂର୍ବତଟ ରେଳପଥ ଗୁରୁତ୍ୱ ଦେଇ ଆସୁଛି। ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ସହିତ ଯାତ୍ରୀମାନଙ୍କ ସୁବିଧାଗୁଡ଼ିକରେ ବିଶେଷ ଭାବରେ ଅନ୍-ବୋର୍ଡ ସେବା ତଥା ରେଳ ଷ୍ଟେସନରେ ସାଧାରଣ ପରିଷ୍କାର ପରିଚ୍ଛନ୍ନତା ଏବଂ ପରିମଳ ସ୍ତରରେ ଉନ୍ନତି ସହିତ ଅନ୍ୟାନ ଆଧୁନିକ ଯାତ୍ରୀପରିଷେବା ଯୋଗାଇ ଦେବା ପାଇଁ ପ୍ରାଧାନ୍ୟ ଦିଆଯାଉଅଛି।

ପୂର୍ବତଟ ରେଳପଥର ପ୍ରଦର୍ଶନ ବିଷୟରେ ଏହି ଅବସରରେ ଶ୍ରୀ ଶର୍ମା ମଧ୍ୟ ସୂଚନା ଦେଇଛନ୍ତି। ସେ ସୂଚନାଦେଇ କହିଛନ୍ତି ଯେ ପୂର୍ବ ତଟ ରେଳପଥ 200 ନିୟୁତ ଟନରୁ ଅଧିକ ପଣ୍ୟ ପରିବହନ କରିଛି ଯାହା ସମସ୍ତ ଜୋନ୍ ମଧ୍ୟରେ ସର୍ବାଧିକ ଅଟେ ଏବଂ ଏହା ମଧ୍ୟ ରେକର୍ଡ ସମୟ ମଧ୍ୟରେ ମାତ୍ର 295 ଦିନରେ ଗତ ଆର୍ଥିକ ବର୍ଷ ତୁଳନାରେ 15 ଦିନ ପୂର୍ବରୁ ପୁରାଣ ହୋଇପାରିଛି। ଚଳିତ ବର୍ଷ 136.65 କିମି ମଲ୍ଟି ଟ୍ରାକିଂର କାର୍ଯ୍ୟକ୍ଷମ ସହିତ 37.3 କିମି ର ନୂଆ ଲାଇନ୍ କାର୍ଯ୍ୟକ୍ଷମ କରାଯାଇଛି। ଏହି ରେଳପଥ ଚଳିତ ବର୍ଷ ସମ୍ବଲପୁର-ସମ୍ବଲପୁର ସିଟି – ମାନେଶ୍ଵର (15.00 କିମି) ରେଳପଥ ସମ୍ବଲପୁର-ତାଳଚେର ଦୋହରୀକରଣ ପ୍ରକଳ୍ପକୁ ସଫଳତାର ସହିତ ସମାପ୍ତ କରିଛି ଏବଂ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଥିବା ଅନ୍ୟ କେତେକ ରେଳ ସେକ୍ସନ ହେଉଛି କୋଟାଭାଲାସା – ବୋଡଭାରା (7.30 କିଲୋମିଟର) – କୋରାପୁଟ ଦୋହରୀକରଣ ପ୍ରକଳ୍ପ, ଶିମିଲିଗୁଡା – ଆରାକୁ- ଗୋରାପୁର (21.619 କିମି) ସେକ୍ସନ, କୋଟାଭାଲାସା- କୋରାପୁଟ ଦୋହରୀକରଣ ପ୍ରକଳ୍ପ। ଶ୍ରୀ ଶର୍ମା ଏହା ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନ୍ତ 14 ଟି ରେଳ ଧାରଣା ତଳ ଉପମାର୍ଗ, 07 ରୋଡ଼ ଓଭର ବ୍ରିଜ ଏବଂ 07 ଫୁଟ ଓଭର ବ୍ରିଜ, ନୂତନ ଲାଇନ ଏବଂ ମଲ୍ଟି ଟ୍ରାକିଂ ପ୍ରୋଜେକ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ଏହାପୂର୍ବରୁ ଶ୍ରୀ ଶର୍ମା ଜାତୀୟ ପତାକା ଉତ୍ତୋଳନ କରି ରେଳ ସୁରକ୍ଷା ବଳ, ଭାରତ ସ୍କାଉଟ୍ ଏବଂ ଗାଇଡ୍ ଏବଂ ସିଭିଲ୍ ଡିଫେନ୍ସ ଦ୍ୱାରା ଆୟୋଜିତ ପ୍ୟାରେଡ୍ ଯାଞ୍ଚ କରିବା ସହିତ ଅଭିବାଦନ ଆଦାନ ପ୍ରଦାନ କରିଥିଲେ। ପରେ ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ଦେଶଭକ୍ତି ଗୀତ ଏବଂ ନୃତ୍ୟ ଇତ୍ୟାଦି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପିତ କରାଯାଇଥିଲା ଯାହା ସମାବେଶକୁ ଭାବପ୍ରବଣ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ପାଇଁ ଅତିଥି ତାଲିକା, ୧୭ ଟି ସ୍ଥାନରେ ମନ୍ତ୍ରୀ

ଭୁବନେଶ୍ବର: ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପତାକା ଉତ୍ତୋଳନ କରିବା ଅତିଥି ତାଲିକା ପ୍ରକାଶ ପାଇଛି। ସେହି ଅନୁସାରେ ୧୭ ଟି ସ୍ଥାନରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରୁଛନ୍ତି। ତାଲିକା ଅନୁସାରେ ଯେଉଁ ମନ୍ତ୍ରୀମାନଙ୍କୁ ଜିଲ୍ଲା ଉତ୍ସବରେ ଯୋଗଦେବାକୁ କୁହାଯାଇଛି ସେମାନେ ହେଲେ

ଏହିତାଲିକା ଅନୁସାରେ ସୁଦାମ ମାର୍ଣ୍ଡି କଟକରେ ପତାକା ଉତ୍ତୋଳନ କରୁଥିବା ବେଳେ ପୁରୀରେ ପ୍ରଫୁଲ ମଲ୍ଲିକ ଜିଲ୍ଲା ସ୍ତରୀୟ ଉତ୍ସବରେ ଯୋଗଦେବେ। ତେବେ ଅନ୍ୟ ସ୍ଥାନରେ ଜିଲ୍ଲାପାଳ ତଥା ଆରଡିସି ପତାକା ଉତ୍ତୋଳନ କରିବା ପାଇଁ ତାଲିକା ପ୍ରକାଶ ପାଇଛି।

ତେବେ ଭୁବନେଶ୍ବରରେ ଆୟୋଜିତ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ରଘୁବର ଦାସ ପତାକା ଉତ୍ତୋଳନ କରିବେ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେବେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ଗଣତନ୍ତ୍ର ଦିବସ ପରେଡ୍: ବାଇଡେନ ଯୋଗଦେବାକୁ ମନା କରିବା ପରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସାଧାରଣତନ୍ତ୍ର ଦିବସ ପରେଡରେ ଯୋଗ ଦେବେ ନାହିଁ ବୋଲି ନିଶ୍ଚିତ କରିବା ପରେ ଭାରତ ଏବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ନୂଆଦିଲ୍ଲୀ ଗସ୍ତ ପାଇଁ ନିମନ୍ତ୍ରଣ କରିଛି। ଯଦି ଫ୍ରାନ୍ସ ରାଷ୍ଟ୍ରପତି ଏହି ନିମନ୍ତ୍ରଣକୁ ଗ୍ରହଣ କରନ୍ତି, ତେବେ ଭାରତ ଏହାକୁ ଆନୁଷ୍ଠାନିକଭାବେ ଘୋଷଣା କରିବ।

ଖାଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁଙ୍କୁ ନେଇ ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କରେ ତିକ୍ତତା ଲାଗି ରହିଥିବାବେଳେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଏହି ନିମନ୍ତ୍ରଣ ଦିଆଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏହି ଭବ୍ୟ ପ୍ୟାରେଡରେ ଫ୍ରାନ୍ସ ନେତା ଷଷ୍ଠଥର ପାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ରାଫେଲ ଓ ଆତଙ୍କବାଦ ବିରୋଧରେ ଲଢ଼େଇରେ ଦୁଇଦେଶ ମଧ୍ୟରେ ବନ୍ଧୁତା ବହୁତ ମଜଭୁତ ହୋଇଥିବାବେଳେ ଏହି କାରଣରୁ ଫ୍ରାନ୍ସକୁ ଭାରତ ପାଇଁ ‘ନ୍ୟୁ ରୁଷିଆ’ ବୋଲି କୁହାଯାଉଛି।

ଫ୍ରାନ୍ସ ହେଉଛି ଏକମାତ୍ର ଦେଶ ଯାହାର ନେତାଙ୍କୁ ଅନେକଥର ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥିଭାବେ ଡକା ଯାଇଛି। ଗତ କିଛିବର୍ଷ ମଧ୍ୟରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବାରେ ଲାଗିଛି। ପୂର୍ବରୁ ଭାରତର ସାଧାରଣତନ୍ତ୍ର ଦିବସ ପରେଡରେ ଆମେରିକା ସମେତ କ୍ୱାଡ୍ ଦେଶମୁଖ୍ୟ ଅତିଥିଭାବେ ଯୋଗଦେବେ ବୋଲି ଯୋଜନା ହୋଇଥିଲା।

ଏହି ପ୍ୟାରେଡର ଶେଷ ଅବସରରେ କ୍ୱାଡ୍ ଦେଶ, ବିଶେଷ କରି ଆମେରିକାର ‘କାର୍ଯ୍ୟସୂଚୀ ନ ହେବା’ ନାଁ’ରେ ଝଟକା ଦେବା ପରେ ଏବେ ବନ୍ଧୁ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇଛି। କୁହାଯାଉଛି ଯେ ବାଇଡେନ ଭାରତ ଆସିବା ପରିବର୍ତ୍ତେ ଚଳିତ ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି କରିବାକୁ ପସନ୍ଦ କରିଛନ୍ତି।

ଫ୍ରାନ୍ସ ହେଉଛି ଭାରତର ଦ୍ୱିତୀୟ ରୁଷିଆ

ନିର୍ବାଚନ କାରଣରୁ ବାଇଡେନଙ୍କ ଭାରତ ଗସ୍ତ ହୋଇପାରିନାହିଁ। ଏପରିକି କ୍ୱାଡ୍ ଦେଶଗୁଡ଼ିକର ବୈଠକକୁ ମଧ୍ୟ ସ୍ଥଗିତ ରଖିବାକୁ ପଡ଼ିଛି। ତାହା ମଧ୍ୟ ଯେତେବେଳେ କ୍ୱାଡର କଡ଼ା ପ୍ରତିଦ୍ୱନ୍ଦ୍ୱୀ ଚୀନ୍ ଦକ୍ଷିଣ ଚୀନ୍ ସାଗରରୁ ହିମାଳୟ ପର୍ଯ୍ୟନ୍ତ ନିଜର ସାମରିକ ପ୍ରସ୍ତୁତି ବଢ଼ାଇଛି। ଭାରତ ଓ ଫ୍ରାନ୍ସ ମଧ୍ୟରେ ବନ୍ଧୁତା ବିଷୟରେ କହିବାକୁ ଗଲେ ଏହା କ୍ରମାଗତଭାବେ ବୃଦ୍ଧି ପାଉଛି। ଚଳିତ ବର୍ଷ ଫ୍ରାନ୍ସର ଜାତୀୟ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

୨୦୧୬ରେ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରୋଙ୍କୋଇସ ଓଲାନ୍ଦ ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଭାରତ ଫ୍ରାନ୍ସଠାରୁ କିଣିଥିବା ରାଫେଲ ଲଢୁଆ ବିମାନ ସାଧାରଣତନ୍ତ୍ର ଦିବସ ପରେଡରେ ଉଡ଼ିପାରେ ବୋଲି ବିଶ୍ୱାସ କରାଯାଉଛି।

ଏବେ ଫ୍ରାନ୍ସ ଭାରତକୁ ନୌସେନା ପାଇଁ ୨୬ଟି ରାଫେଲ ଏମ ଲଢୁଆ ବିମାନ ଦେବାକୁ ଚାହୁଁଛି। ୧୯୭୬ ମସିହାରେ ପ୍ରଥମ ଥର ପାଇଁ ଫ୍ରାନ୍ସର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୋକ୍ ଚିରାକ୍ ସାଧାରଣତନ୍ତ୍ର ଦିବସ ଉତ୍ସବର ମୁଖ୍ୟ ଅତିଥି ହୋଇଥିଲେ। ସାଧାରଣତନ୍ତ୍ର ଦିବସ ପରେଡ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ସମୟରେ କୂଟନୈତିକ ଏବଂ ସାମରିକ ଶକ୍ତି ଖୋଲାଖୋଲି ଭାବରେ ପ୍ରଦର୍ଶିତ ହୋଇଥାଏ।

ସେଥିପାଇଁ ଭାରତର ସାଧାରଣତନ୍ତ୍ର ଦିବସ ପରେଡ ଉପରେ ସାରାବିଶ୍ୱର ନଜର ରହିଛି। ଏହାବ୍ୟତୀତ ଫ୍ରାନ୍ସ ଭାରତକୁ ୬ଟି ସ୍କର୍ପିନ୍ ବୁଡ଼ାଜାହାଜ ଦେଇଥିବାବେଳେ ଆଉ ୩ଟି ବୁଡ଼ାଜାହାଜ ଦେବାକୁ ଆଲୋଚନା ଚାଲିଛି। ଚୀନ୍ ଓ ପାକିସ୍ତାନ ନୌସେନା ସହ ମୁକାବିଲା କରିବା ପାଇଁ ଏହି ବୁଡ଼ାଜାହାଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସବୁଆଡ଼େ ଭାରତ ସହ ଛିଡ଼ା ହୋଇଛି ଫ୍ରାନ୍ସ

ଫ୍ରାନ୍ସ ହେଉଛି ଏକମାତ୍ର ଦେଶ ଯିଏ ଭାରତକୁ ଦ୍ୱିତୀୟ ପରମାଣୁ ପରୀକ୍ଷଣ କରିବାରୁ ଅଟକାଇ ନ ଥିଲା। ଭାରତ ଓ ଫ୍ରାନ୍ସ ମଧ୍ୟରେ ବିଶ୍ୱ ସ୍ତରରେ ବନ୍ଧୁତା ଦେଖିବାକୁ ମିଳିଛି। ଫ୍ରାନ୍ସ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ଏବଂ ଏହି ବିଶ୍ୱ ସ୍ତରୀୟ ସଂସ୍ଥାକୁ ସମ୍ପୂର୍ଣ୍ଣ ସମର୍ଥନ କରେ। ଭାରତର ଶତ୍ରୁ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିବ ନାହିଁ ବୋଲି ଫ୍ରାନ୍ସ ପ୍ରତିଶ୍ରୁତି ଦେଇଛି। ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦି କ୍ଷମତାକୁ ଫେରିବା ପରେ ଦୁଇଦେଶ ମଧ୍ୟରେ ଏହି ସମ୍ପର୍କ ଆହୁରି ମଜବୁତ ହେବାରେ ଲାଗିଛି।

କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦକୁ ନେଇ ଇମାନୁଏଲ ମାକ୍ରୋନ୍ ଅନ୍ୟ ଦେଶମାନଙ୍କ ଭଳି କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। କେବଳ ଏତିକି ନୁହେଁ ଜାତିସଂଘ ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଓ ଚୀନ୍ ଡାକିଥିବା ବୈଠକରେ ପାକିସ୍ତାନ ଓ ଚୀନ୍ ଭାରତକୁ ସମର୍ଥନ କରିଥିଲେ। ମାସୁଦ ଆଝାର ସମ୍ପର୍କିତ ପ୍ରସ୍ତାବରେ ଫ୍ରାନ୍ସ ଭାରତକୁ ସମର୍ଥନ କରିଥିଲା। ଏହି କାରଣରୁ ଫ୍ରାନ୍ସ ଏବେ ଭାରତ ପାଇଁ ‘ନୂଆ ରୁଷିଆ’ ପାଲଟିଛି ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ ରୁଷ୍ ଦଶନ୍ଧି ଧରି ଭାରତକୁ ସମର୍ଥନ କରିଆସୁଛି।

Categories
ବିଶେଷ ଖବର

ଆମେରିକା ଏବଂ ଇଜିପ୍ଟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିବସୀୟ ଆମେରିକା ଏବଂ ଇଜିପ୍ଟ ଗସ୍ତ କରୁଛନ୍ତି। ତାଙ୍କର ଏହି ଐତିହାସିକ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ବିବୃତ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ”ରାଷ୍ଟ୍ରପତି ଜୋସେଫ ବାଇଡେନ ଏବଂ ପ୍ରଥମ ଲେଡି ଡକ୍ଟର ଜିଲ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ମୁଁ ଆମେରିକା ଯାତ୍ରା କରୁଛି। ଏହି ବିଶେଷ ନିମନ୍ତ୍ରଣ ହେଉଛି ଆମର ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ଭାଗିଦାରୀର ଶକ୍ତି ଏବଂ ସହଯୋଗର ପ୍ରତିଫଳନ।

ମୁଁ ନ୍ୟୁୟର୍କରୁ ମୋର ଗସ୍ତ ଆରମ୍ଭ କରିବି, ଯେଉଁଠାରେ ମୁଁ ଜୁନ୍ ୨୧ ରେ ମିଳିତ ଜାତିସଂଘର ମୁଖ୍ୟାଳୟରେ ଜାତିସଂଘର ନେତୃତ୍ୱ ତଥା ଅନ୍ତର୍ଜାତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଯୋଗ ଦିବସ ପାଳନ କରିବି। ମୁଁ ଏହି ବିଶେଷ ଉତ୍ସବକୁ ଅପେକ୍ଷା କରିଛି ଯାହା ଡିସେମ୍ବର ୨୦୧୪ ରେ ଆନ୍ତର୍ଜାତୀୟ ଯୋଗ ଦିବସକୁ ସ୍ୱୀକୃତି ଦେବା ପାଇଁ ଭାରତର ପ୍ରସ୍ତାବକୁ ସମର୍ଥନ ସହ ଆରମ୍ଭ ହୋଇଥିଲା।

ମୁଁ ଏହା ପରେ ୱାଶିଂଟନ୍ ଡି.ସି. ଠାରେ ରାଷ୍ଟ୍ରପତି ବାଇଡେନ ଙ୍କୁ ସାକ୍ଷାତ କରିବି ଯାହାଙ୍କୁ ସେପ୍ଟେମ୍ବର ୨୦୨୧ ରେ ମୋର ଶେଷ ଅଫିସିଆଲ୍ ଗସ୍ତ ପରଠାରୁ ମୁଁ ଅନେକ ଥର ସାକ୍ଷାତ କରିବାର ସୁଯୋଗ ପାଇଛି। ଏହି ଗସ୍ତ ଆମର ସହଭାଗୀତାର ଗଭୀରତା ଏବଂ ବିବିଧତାକୁ ସମୃଦ୍ଧ କରିବାର ଏକ ସୁଯୋଗ ହେବ।

ଭାରତ-ଆମେରିକା ସମ୍ପର୍କ ବହୁମୁଖୀ ଓ ଗଭୀର। ସାମଗ୍ରୀ ଏବଂ ସେବା କ୍ଷେତ୍ରରେ ଆମେରିକା ହେଉଛି ଭାରତର ସର୍ବବୃହତ ବାଣିଜ୍ୟ ଭାଗୀଦାର। ଆମେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଘନିଷ୍ଠ ଭାବରେ ସହଯୋଗ କରୁ। କ୍ରିଟିକାଲ୍ ଆଣ୍ଡ ଏମର୍ଜିଂ ଟେକ୍ନୋଲୋଜି ଉପରେ ଏହି ପଦକ୍ଷେପ ପ୍ରତିରକ୍ଷା ଶିଳ୍ପ ସହଯୋଗ, ସ୍ପେସ୍, ଟେଲିକମ୍, କ୍ୱାଣ୍ଟମ୍, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ବାୟୋଟେକ୍ ସେକ୍ଟରରେ ନୂତନ ପରିମାଣ ଏବଂ ବ୍ୟାପକ ସହଯୋଗକୁ ସାମିଲ୍ କରିଛି। ଆମର ଦୁଇ ଦେଶ ମଧ୍ୟ ଏକ ମୁକ୍ତ ଏବଂ ସମନ୍ବିତ ଇଣ୍ଡୋ-ପାସିଫିକ୍ ବିଷୟରେ ଆମର ସମାନ ଦର୍ଶନକୁ ଆଗକୁ ବଢ଼ାଇବାରେ ସହଯୋଗ କରୁଛନ୍ତି।

ରାଷ୍ଟ୍ରପତି ବାଇଡେନ ଏବଂ ଆମେରିକାର ଅନ୍ୟ ବରିଷ୍ଠ ନେତାଙ୍କ ସହ ମୋର ଆଲୋଚନା ଆମର ଦ୍ୱିପାକ୍ଷିକ ସହଯୋଗକୁ ତଥା ଜି -୨୦, କ୍ୱାଡ ଏବଂ ଆଇପିଏଫ ପରି ବହୁମୁଖୀ ଫୋରମରେ ଏକୀକରଣ କରିବାର ସୁଯୋଗ ପ୍ରଦାନ କରିବ।

ରାଷ୍ଟ୍ରପତି ବାଇଡେନ ଏବଂ ପ୍ରଥମ ଲେଡି ଡକ୍ଟର ଜିଲ ବାଇଡେନ ଙ୍କ ସହ ଷ୍ଟେଟ୍ ବାଙ୍କୱେଟ ରେ ଯୋଗଦେବା ର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ଆମେରିକା କଂଗ୍ରେସ ସର୍ବଦା ଭାରତ-ଆମେରିକା ସମ୍ପର୍କକୁ ଦୃଢ଼ ଦ୍ୱିପାକ୍ଷିକ ସମର୍ଥନ ଯୋଗାଇଥାଏ। ମୋର ଗସ୍ତ ସମୟରେ ମୁଁ କଂଗ୍ରେସ ନେତୃତ୍ୱର ନିମନ୍ତ୍ରଣ କ୍ରମେ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବି।

ଆମ ଦେଶ ମଧ୍ୟରେ ବିଶ୍ୱାସକୁ ବଢ଼ାଇବରେ ଶକ୍ତିଶାଳୀ ପିପୁଲ୍ ଟୁ ପିପୁଲ ଲିଙ୍କେଜ୍ ପ୍ରମୁଖ ଭୂମିକା ଗ୍ରହଣ କରିଛି। ମୁଁ ଉତ୍ସାହଜନକ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟକୁ ଭେଟିବାକୁ ଅପେକ୍ଷା କରିଛି ଯାହା ଆମ ସମାଜର ସର୍ବୋତ୍ତମ ପ୍ରତିନିଧିତ୍ୱ କରେ। ଆମର ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସମ୍ପର୍କକୁ ସୁଦୃଢ଼ ଏବଂ ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳା ଗଠନ ପାଇଁ ସୁଯୋଗ ବିଷୟରେ ଆଲୋଚନା କରିବା ପାଇଁ ମୁଁ କେତେକ ଅଗ୍ରଣୀ ସିଇଓଙ୍କୁ ମଧ୍ୟ ସାକ୍ଷାତ କରିବି।

ମୁଁ ନିଶ୍ଚିତ ଯେ ମୋର ଆମେରିକା ଗସ୍ତ ଗଣତନ୍ତ୍ର, ବିବିଧତା ଏବଂ ସ୍ୱାଧୀନତାର ସହଭାଗୀ ମୂଲ୍ୟବୋଧ ଉପରେ ଆଧାର କରି ଆମର ସମ୍ପର୍କକୁ ଦୃଢ଼ କରିବ। ମିଳିତ ବିଶ୍ବର ଆହ୍ବାନ ଗୁଡିକ ପୂରଣ କରିବାରେ ଆମେ ଏକତ୍ର ରହିଛୁ।

ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ୍-ସିସିଙ୍କ ନିମନ୍ତ୍ରଣରେ ମୁଁ ୱାଶିଂଟନ୍ ଡି.ସି. ରୁ କାଇରୋ ଯାତ୍ରା କରିବି। ପ୍ରଥମ ଥର ପାଇଁ ଏକ ଘନିଷ୍ଠ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଦେଶକୁ ରାଜ୍ୟ ପରିଦର୍ଶନ କରିବାକୁ ମୁଁ ଉତ୍ସାହିତ।

ଚଳିତ ବର୍ଷ ଆମ ଗଣତନ୍ତ୍ର ଦିବସ ପାଳନ ଅବସରରେ ରାଷ୍ଟ୍ରପତି ସିସିଙ୍କୁ ମୁଖ୍ୟ ଅତିଥି ଭାବରେ ଗ୍ରହଣ କରିବାର ଆନନ୍ଦ ପାଇଥିଲୁ। କିଛି ମାସ ମଧ୍ୟରେ ଏହି ଦୁଇଟି ପରିଦର୍ଶନ ଇଜିପ୍ଟ ସହିତ ଆମର ଦ୍ରୁତ ଗତିରେ ବିକାଶଶୀଳ ସହଭାଗୀତାର ପ୍ରତିଫଳନ ଅଟେ, ଯାହା ରାଷ୍ଟ୍ରପତି ସିସିଙ୍କ ଗସ୍ତ ସମୟରେ ଏକ ‘ଷ୍ଟ୍ରାଟେଜିକ୍ ପାର୍ଟନରସିପ୍’କୁ ଉନ୍ନୀତ ହୋଇଥିଲା।

ରାଷ୍ଟ୍ରପତି ସିସି ଏବଂ ଇଜିପ୍ଟ ସରକାରଙ୍କ ବରିଷ୍ଠ ସଦସ୍ୟମାନଙ୍କ ସହ ଆମର ସଭ୍ୟତା ଏବଂ ବହୁମୁଖୀ ସହଭାଗୀତାକୁ ଅଧିକ ଗତି ଦେବା ପାଇଁ ମୁଁ ମୋର ଆଲୋଚନାକୁ ଅପେକ୍ଷା କରିଛି। ମୋତେ ମଧ୍ୟ ଇଜିପ୍ଟରେ ଥିବା ଭାରତୀୟ ସମୂହମାନଙ୍କୁ ସାକ୍ଷାତ କରିବାର ସୁଯେଗା ମିଳିବ।”

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

୨୦୨୪ ଗଣତନ୍ତ୍ର ଦିବସରେ ସୃଷ୍ଟି ହେବ ନୂଆ ଇତିହାସ: କେବଳ ମହିଳାମାନେ କରିବେ ପରେଡ

ନୂଆଦିଲ୍ଲୀ: ଏଥର ଗଣତନ୍ତ୍ର ଦିବସରେ ଏକ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି। ସୂଚନା ଅନୁଯାୟୀ, ଜାନୁୟାରୀ ୨୬ ତାରିଖ ୨୦୨୪ରେ କର୍ତ୍ତବ୍ୟ ପଥରେ ମହିଳାଙ୍କ ପ୍ୟାରେଡ୍ ଦେଖିବାକୁ ମିଳିବ। ଏପରିକି ପ୍ୟାରେଡ୍, ମାର୍ଚିଂ ସ୍କ୍ବାଡ୍, ପ୍ରଜ୍ଞାପନ ମେଢ ଏବଂ ସାଂସ୍କୃତିକ ଉପସ୍ଥାପନାରେ କେବଳ ମହିଳାଙ୍କୁ ଦେଖିବାକୁ ମିଳିବ। ପ୍ରତିରକ୍ଷା ମନ୍ତ୍ରଣାଳୟର ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି ଯେ, ଗଣତନ୍ତ୍ର ଦିବସ ୨୦୨୪ ରେ ମହିଳାଙ୍କ ଅଂଶଗ୍ରହଣ ହେବ।

ଏହି ପ୍ୟାରେଡିଂ କଣ୍ଟିଜେଣ୍ଟଗୁଡିକରେ ମଧ୍ୟ କଣ୍ଟିଜେଣ୍ଟସ୍ ଅଛି ଯେଉଁଥିରେ ମାର୍ଚିଂ ଏବଂ ବ୍ୟାଣ୍ଡ ପ୍ୟାରେଡ୍ ସମୟରେ ପ୍ରଜ୍ଞାପନ ମେଢ ଏବଂ ପ୍ରଦର୍ଶନ ଅନ୍ତର୍ଭୁକ୍ତ। ଗୃହ ମନ୍ତ୍ରଣାଳୟ, ସଂସ୍କୃତି ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ସୂଚନା ଦେଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଖୋଲା ରହିବ ପଦ୍ମ ପୁରସ୍କାର -୨୦୨୪ ପାଇଁ ନାମାଙ୍କନ

ଭୁବନେଶ୍ଵର: ଗଣତନ୍ତ୍ର ଦିବସ, ୨୦୨୪ ରେ ଘୋଷିତ ହେବାକୁ ଥିବା ପଦ୍ମ ପୁରସ୍କାର ୨୦୨୪ ପାଇଁ ଅନଲାଇନ୍ ନାମାଙ୍କନ/ସୁପାରିଶ ୧ ମଇ ୨୦୨୩ ରେ ଖୋଲାଯାଇଛି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପାଇଁ ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୩ ଅଟେ। ପଦ୍ମ ପୁରସ୍କାର ପାଇଁ ନାମାଙ୍କନ/ସୁପାରିଶ ରାଷ୍ଟ୍ରୀୟ ପୁରସ୍କାର ଅନଲାଇନ୍‍ ପୋର୍ଟାଲରେ (https://awards.gov.in ) ଗ୍ରହଣ କରାଯିବ।

ପଦ୍ମ ପୁରସ୍କାର ଯଥା ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରେ ରହିଛି। ୧୯୫୪ ରେ ପ୍ରତିଷ୍ଠିତ ଏହି  ପୁରସ୍କାର ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଏ। ଏହି ପୁରସ୍କାର ‘ଉଲ୍ଲେଖନୀୟ କାର୍ଯ୍ୟ’ କୁ ସ୍ୱୀକୃତି ଦେବାକୁ ଚେଷ୍ଟା କରିଥାଏ ଏବଂ ସମସ୍ତ କ୍ଷେତ୍ର/ବିଭାଗରେ ଯଥା କଳା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ଔଷଧ, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ଜନସମ୍ପର୍କ, ବେସାମରିକ ସେବା, ବାଣିଜ୍ୟ ଏବଂ ଶିଳ୍ପ ଇତ୍ୟାଦି ଭଳି ଭିନ୍ନ ତଥା ଅତୁଳନୀୟ ସଫଳତା/ସେବା ପାଇଁ ପ୍ରଦାନ କରାଯାଏ। ଜାତି, ବୃତ୍ତି, ପଦ କିମ୍ବା ଲିଙ୍ଗର ପାର୍ଥକ୍ୟ ବିନା ସମସ୍ତ ବ୍ୟକ୍ତି ଏହି ପୁରସ୍କାର ପାଇବାକୁ ଯୋଗ୍ୟ ଅଟନ୍ତି। ଡାକ୍ତର ଏବଂ ବୈଜ୍ଞାନିକଙ୍କ ବ୍ୟତୀତ ସରକାରୀ କର୍ମଚାରୀ ଏବଂ ରାଷ୍ଟ୍ରାୟତ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ପଦ୍ମ ପୁରସ୍କାର ପାଇବାକୁ ଯୋଗ୍ୟ ନୁହନ୍ତି।

ପଦ୍ମ ପୁରସ୍କାରକୁ ‘ଲୋକଙ୍କ ପଦ୍ମ’ ରେ ପରିଣତ କରିବାକୁ ସରକାର ପ୍ରତିବଦ୍ଧ। ତେଣୁ ସମସ୍ତ ନାଗରିକଙ୍କୁ ବ୍ୟକ୍ତିଗତ ନାମାଙ୍କନପତ୍ର ସମେତ ନାମାଙ୍କନ/ସୁପାରିଶ କରିବାକୁ ଅନୁରୋଧ କରାଯାଇଛି। ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା ପାଇଁ ମିଳିତ ପ୍ରୟାସ କରାଯାଇପାରେ ଯେଉଁମାନଙ୍କର ଉତ୍କର୍ଷତା ଏବଂ ସଫଳତା ପ୍ରକୃତରେ ମହିଳା, ସମାଜର ଦୁର୍ବଳ ବର୍ଗ, ଏସସି ଏବଂ ଏସଟି, ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ସମାଜ ପାଇଁ ନିଃସ୍ୱାର୍ଥପର ସେବା କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସ୍ୱୀକୃତି ପାଇବାକୁ ଯୋଗ୍ୟ ଅଟେ।

ନାମାଙ୍କନ/ସୁପାରିଶଗୁଡିକ ଉପରୋକ୍ତ ପୋର୍ଟାଲରେ ଉପଲବ୍ଧ ଫର୍ମାଟରେ ର୍ନିଦ୍ଦିଷ୍ଟ ସମସ୍ତ ପ୍ରାସଙ୍ଗିକ ବିବରଣୀ ରହିବା ଉଚିତ, ଯେଉଁଥିରେ ବର୍ଣ୍ଣନା ଫର୍ମ (ସର୍ବାଧିକ ୮୦୦ ଶବ୍ଦ) ରେ ସ୍ପଷ୍ଟ ଭାବରେ ସୁପାରିଶ କରାଯାଇଥିବା ବ୍ୟକ୍ତିଙ୍କ ଭିନ୍ନ ତଥା ଅତୁଳନୀୟ ସଫଳତା/ସେବାକୁ ସମ୍ପୃକ୍ତ କ୍ଷେତ୍ର/ଅନୁଶାସନ ଆଦି ବିଷୟରେ ଉଲ୍ଲେଖ ରହିଛି।

ଏହି ପରିପ୍ରେକ୍ଷୀରେ ଗୃହ ମନ୍ତ୍ରଣାଳୟର ୱେବସାଇଟ୍ (https://mha.gov.in) ଏବଂ ପଦ୍ମ ପୁରସ୍କାର ପୋର୍ଟାଲ (https://padmaawards.gov.in ) ରେ ‘ପୁରସ୍କାର ଏବଂ ପଦକ’ ଶୀର୍ଷକରେ ଉପଲବ୍ଧ। ଏହି ପୁରସ୍କାର ସମ୍ବନ୍ଧୀୟ ଆଇନ୍‍ ଏବଂ ନିୟମ https://padmaawards.gov.in/AboutAwards.aspx ଲିଙ୍କ୍ ସହିତ ୱେବସାଇଟରେ ଉପଲବ୍ଧ।

Categories
ଜାତୀୟ ଖବର ବିଶେଷ ଖବର

ସାଧାରଣତନ୍ତ୍ର ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା ପ୍ରମୁଖ ଆକର୍ଷଣ

ନୂଆଦିଲ୍ଲୀ: ଆଜି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କର ମୁଖ୍ୟ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥିଲା। ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦେ ଭାରତମ୍ କାର୍ଯ୍ୟକ୍ରମ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ କରାଯାଇଥିଲା।

ଏଥିରେ ଜାତୀୟ ସ୍ତରୀୟ ପ୍ରତିଯୋଗୀତାରୁ ମନୋନୀତ 479 କଳାକାର ‘ନାରୀ ଶକ୍ତି’ ଥିମ୍ ଉପରେ ସମଗ୍ର ଦେଶରେ ଭିନ୍ନ ନୃତ୍ୟ ପ୍ରଦର୍ଶନ କରିଥିଲେ। ଗ୍ରାଣ୍ଡ୍ ପ୍ୟାରେଡ୍ ସମୟରେ କଳାକାରମାନେ ସେମାନଙ୍କର ଚିତ୍ତାକର୍ଷକ ଏବଂ ସ୍ବତନ୍ତ୍ର ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କୁ ଆକର୍ଷିତ କରିଥିଲେ।

ଏକ ଭାରତରେ ବିବିଧ ସାଂସ୍କୃତିକ ତଥା କଳା ଐତିହ୍ୟ ଏହି ପଥରେ ପ୍ରଦର୍ଶିତ ହୋଇଥିଲା। ବନ୍ଦେ ଭାରତମ୍ କାର୍ଯ୍ୟକ୍ରମ ପାଇଁ ସଂଗୀତ ରଜା ଭବଥରିନୀ ଏବଂ ଆଲୋକନନ୍ଦ ଦାସ ଗୁପ୍ତା ରଚନା କରିଥିଲେ। ଏଥିରେ ହିନ୍ଦୁସ୍ତାନୀ, କର୍ଣ୍ଣାଟକୀ ଏବଂ ସମସାମୟିକ ଜାଜ୍ ସଂଗୀତର ମିଶ୍ରଣରେ ଏହା ପ୍ରସ୍ତୁତ କରାଯାଇଥିଲା।

ସଂସ୍କୃତି ମନ୍ତ୍ରଣାଳୟର ‘ଶକ୍ତି ରୂପେଣଂ ସଂସ୍ଥିତା’ ଶୀର୍ଷକ ଏକ ରଙ୍ଗୀନ ପ୍ରଜ୍ଞାପନ ମେଢ କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଜ୍ଞାପନ ମେଢ ଦେବୀଙ୍କ ‘ଶକ୍ତି’ ରୂପ ଉପରେ ଆଧାରିତ ଥିଲା। ଦେବୀମାନଙ୍କ ଉପରେ ଆଧାରିତ  ଅନେକ ଲୋକ ନୃତ୍ୟ ଏହି ମେଢରେ ପ୍ରଦର୍ଶିତ କରାଯାଇଥିଲା।

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ମିଳିତ ସହଯୋଗରେ ବନ୍ଦେ ଭାରତମ୍ ନୃତ୍ୟ ମହୋତ୍ସବ’ ଆୟୋଜିତ ହୋଇଥିଲା। ଏହା ଏକ ସମଗ୍ର ଭାରତ ନୃତ୍ୟ ମହୋତ୍ସବ, ଯାହା ନୃତ୍ୟ ମାଧ୍ୟମରେ ସମଗ୍ର ବିଶ୍ୱରେ ନିଜର ସ୍ପନ୍ଦନକୁ ପ୍ରତିଫଳିତ କରିବା, ଲୋକମାନଙ୍କ ମଧ୍ୟରେ ‘ଏକ ଭାରତ ଶ୍ରଦ୍ଧା ଭାରତ’ର କୁ ପ୍ରୋତ୍ସାହିତ କରିଥିଲା।

Categories
ଜାତୀୟ ଖବର ବିଶେଷ ଖବର

୭୪ତମ ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଲେ ପତାକା ଉତ୍ତୋଳନ

ନୂଆଦିଲ୍ଲୀ: ଆଜି ସାରା ଦେଶ ୭୪ତମ ଗଣତନ୍ତ୍ର ଦିବସ ପାଳନ କରିଛି। ମୁଖ୍ୟ କାର୍ଯ୍ୟକ୍ରମ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ହେବା ପରେ ସେ ଏହି ପତାକା ଉତ୍ତୋଳନ ପ୍ରଥମେ କରିଛନ୍ତି।

ଏହି ଜାତୀୟ ଦିବସରେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଗଣତନ୍ତ୍ର ଦିବସ ପରେଡରେ ଦେଶର ବିଭିନ୍ନ ସାମରିକ କାର୍ଯ୍ୟକଳାପ, ସାଂସ୍କୃତିକ ବିବିଧତା, ଆତ୍ମନିର୍ଭରଶୀଳ ପଦକ୍ଷେପ, ମହିଳା ସଶକ୍ତିକରଣ ଏବଂ ଏକ ‘ନୂତନ ଭାରତ’ର ଆବିର୍ଭାବ ପ୍ରଭୃତି ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯାଇଥିଲା।

ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ଯୁଦ୍ଧ ସ୍ମାରକୀ ଗସ୍ତରେ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସେ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ଉପରାଷ୍ଟ୍ରପତି, ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ।

ରାଷ୍ଟ୍ରପତି ମୁର୍ମୁ ଜାତୀୟ ପତାକା ଉତ୍ତୋଳନ ପରେ ୨୧ ତୋପ ସଲାମି ଅଭିବାଦନ ସହିତ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏଥର ୨୧ ତୋପ ସଲାମିରେ ଭିଣ୍ଟେଜ୍ ୨୫ ପାଉଣ୍ଡର ବନ୍ଧୁକ ପରିବର୍ତ୍ତେ ୧୦୫ ମିଲିମିଟର ଇଣ୍ଡିଆନ୍ ଫିଲ୍ଡ ବନ୍ଧୁକକୁ ବ୍ୟବହାର କରାଯାଇଥିଲା।

ସେହିପରି ୧୦୫ ହେଲିକପ୍ଟର ୟୁନିଟ୍ ର ଚାରୋଟି Mi-17 1V ଏବଂ V5 ହେଲିକପ୍ଟର କର୍ତ୍ତବ୍ୟ ପଥରେ ଉପସ୍ଥିତ ଦର୍ଶକଙ୍କ ଉପରେ ଫୁଲ ବର୍ଷା କରିଥିଲେ। ରାଷ୍ଟ୍ରପତିଙ୍କ ଅଭିବାଦନ ଗ୍ରହଣ କରିବା ସହିତ ଗଣତନ୍ତ୍ର ଦିବସ ପରେଡ ଆରମ୍ଭ ହୋଇଥିଲା।

ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସ ପରେଡରେ ଏକ ଇଜିପ୍ଟର ମିଲିଟାରୀ କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଥିଲେ। କର୍ଣ୍ଣେଲ ମହମୁଦ ମହମ୍ମଦ ଅବଦେଲ ଫତ୍ତାହ ଏଲ୍ ଖରାସାୱିଙ୍କ ନେତୃତ୍ୱରେ ୧୪୪ ସୈନିକ କର୍ତ୍ତବ୍ୟ ପଥରେ ପରେଡ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ

ଖୋର୍ଦ୍ଧା: ଆଜି 74ତମ ସାଧାରଣତନ୍ତ୍ର ଦିବସ ଖୋର୍ଦ୍ଧା ଜିଲ୍ଲାରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଖୋର୍ଦ୍ଧାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ପାରେଡରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କଲାପରେ ପାରେଡ ଅଭିବାଦନ ଗ୍ରହଣ କରିଥିଲେ।

ପରେ ପରେ ଆରବିଏନ ପୋଲିସ ବାହିନୀ ତରଫରୁ ଜାତୀୟ ସଂଗୀତ ରେକର୍ଡ ବଜାଯାଇଥିଲା। ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସମେତ 6 ଟି ପ୍ରଜ୍ଞାପନ ମେଢ଼ ଉକ୍ତ ପାରେଡରେ ଭାଗ ନେଇଥିଲେ। ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ପୂର୍ବରୁ ଚୟନ କରାଯାଇଥିବା ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା କରାଯାଇଥିଲା।

ଏହାପରେ ସଂକଳ୍ପ ଯୋଜନା ଅନ୍ତର୍ଗତ ଜିଲ୍ଲାର 10 ଗୋଟି ବିଦ୍ୟାଳୟକୁ ମାଟ୍ରିକ ରେଜଲ୍ଟ ଭଲ କରିଥିବାରୁ ବେଷ୍ଟ ସ୍କୁଲ ଆୱାର୍ଡ ଘୋଷଣା କରାଯିବା ସହ 1 ଲକ୍ଷ ନଗଦ ପୁରସ୍କାର ଓ ମୋମେଟୋ ପ୍ରଦାନ କରାଯାଇଥିଲା। ସ୍କୁଲ/ କଲେଜ ପିଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତାରେ ପ୍ରଥମ / 2ୟ / 3ୟ ସ୍ଥାନ ହାସଲ କରିଥିବା 41 ଜଣ କୃତି ଛାତ୍ରୀଛାତ୍ର ମାନଙ୍କୁ ରନିଙ୍ଗ ଟ୍ରଫି ସାର୍ଟିଫିକେଟ ଦିଆଯାଇଥିଲା। ବିଭିନ୍ନ ବିଭାଗରେ ଭଲ କାର୍ଯ୍ୟ କରୁଥିବା 30 ଜଣ କର୍ମଚାରୀଙ୍କୁ ସାର୍ଟିଫିକେଟ ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା 3 ଗୋଟି ବିଦ୍ୟାଳୟ କୁ ସାର୍ଟିଫିକେଟ ଓ ଟ୍ରଫି ଦ୍ୱାରା ପୁରସ୍କୃତ କରାଯାଇଥିଲା।

ପାରେଡ ରେ 41 ଗୋଟି ସାମରିକ ଓ ବେସାମେରିକ ଟ୍ରୁପ ଭାଗ ନେଇଥିବା ବେଳେ ସେମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ପରିଶେଷରେ ଜେଲରେ କଏଦୀମାନଙ୍କୁ ମିଷ୍ଟାନ୍ନ ଓ ଫଳ, ମେଡିକାଲ ରେ ଫଳ ଓ ବିସ୍କେଟ ବଣ୍ଟନ କରାଯାଇଥିଲା। ମେଣ୍ଢାଶାଳରେ ଥିବା ଆଦୃତ ଅନାଥ ଆଶ୍ରମରେ ମଧ୍ୟ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ବୀରଗାଥା ୨.୦ ପ୍ରତିଯୋଗିତା ସମାରୋହରେ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଗଣତନ୍ତ୍ର ଦିବସ ଉପଲକ୍ଷେ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୀରଗାଥା ୨.୦ ପ୍ରତିଯୋଗିତାର ଶ୍ରେଷ୍ଠ ୨୫ ଜଣ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

‘ଆଜାଦୀ କା ଅମୃତ ମହୋତ୍ସ’ବ ଅନ୍ତର୍ଗତ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଶ୍ରୀ ପ୍ରଧାନ ବୀରଗାଥା ପ୍ରକଳ୍ପକୁ ସଂପ୍ରସାରଣ କରାଯିବା ସହ ଜାତୀୟ ଶିକ୍ଷା ନୀତି ଆଧାରରେ ଆମର ବୀରତା ପୁରସ୍କାର ବିଜେତାଙ୍କ ଜୀବନ କାହାଣୀକୁ ସ୍କୁଲ ପାଠ୍ୟକ୍ରମରେ ଅନ୍ତର୍ଭୃକ୍ତ କରିବା ପାଇଁ ଆହ୍ୱାନ କରିଛନ୍ତି।

ଆମ ସାହସୀ ବୀରଙ୍କ ଠାରୁ ଅନୁପ୍ରାଣିତ ଯୁବଶକ୍ତିଙ୍କ ସୃଜନଶୀଳତା ବେଶ୍ ପ୍ରଶଂସନୀୟ। ବୀରଙ୍କ ଜୀବନ କାହାଣୀ ଛାତ୍ରଛାତ୍ରୀମାନଙ୍କୁ ନିଜ ପାଇଁ କିଛି ଭଲ କରିବାର ପ୍ରେରଣା ଯୋଗାଇବ ଏବଂ ବିଭିନ୍ନ ଉପାୟରେ ସେମାନେ ଦେଶ ନିର୍ମାଣରେ ନିଜର ଯୋଗଦାନ ଦେବେ। ପ୍ରତ୍ୟେକ ସଭ୍ୟତା ଏବଂ ରାଷ୍ଟ୍ର ନିଜ ବୀରଙ୍କୁ ସମ୍ମାନିତ କରିବା ଉଚିତ୍।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ବିଜେତା ମାନଙ୍କୁ ମେଡାଲ ଏବଂ ପୁରସ୍କାର ବିତରଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଯବାନଙ୍କୁ ସମ୍ମାନ!, ୯୦୧ ପୋଲିସ କର୍ମୀଙ୍କୁ ପୁରସ୍କୃତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଦେଶର ୭୪ ତମ ଗଣତନ୍ତ୍ର ଦିବସ ଅବସରରେ ଏଥର ସରକାର ସୈନିକମାନଙ୍କୁ ଅଭିବାଦନ ଜଣାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାରଣରୁ ଗଣତନ୍ତ୍ର ଦିବସ ୨୦୨୩ ଅବସରରେ ସରକାର ଦେଶର ୯୦୧ ପୋଲିସ କର୍ମୀଙ୍କୁ ପୋଲିସ ପଦକ ସହିତ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି କାରଣରୁ ପୋଲିସ ସମୁଦାୟ ୧୪୦ ଲୋକଙ୍କୁ ବୀରତା, ୯୩ ପୋଲିସ୍ କର୍ମୀଙ୍କୁ ରାଷ୍ଟ୍ରପତି ପୋଲିସ୍ ମେଡାଲ୍ (ପିପିଏମ୍) ଏବଂ ୬୬୮ ଜଣ କର୍ମୀଙ୍କୁ ସମ୍ମାନଜନକ ସେବା ପାଇଁ ପୋଲିସ ପଦକ ପ୍ରଦାନ କରିବାକୁ ଯାଉଛି।

ପିଆଇବି ଅନୁଯାୟୀ, ବୀରତା ପୁରସ୍କାର ଦିଆଯାଉଥିବା ୧୪୦ ଜଣ ପୋଲିସ୍ ମଧ୍ୟରୁ ୮୦ ଜଣ ପୋଲିସ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରୁ ଆସିଛନ୍ତି। ଏଥିମଧ୍ୟରୁ ୪୮ ଜଣ ଲୋକ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସରୁ ଆସିଛନ୍ତି। ଏଥି ସହିତ, ଏହି ୧୪୦ ଜଣଙ୍କ ମଧ୍ୟରୁ ୩୧ ଜଣ ପୋଲିସ ମହାରାଷ୍ଟ୍ରରୁ, ୨୫ ଜଣ ଜମ୍ମୁ କାଶ୍ମୀର, ୯ ଜଣ ଝାଡ଼ଖଣ୍ଡ ଏବଂ ବାକି ୭ ଜଣ ପୋଲିସ ଅନ୍ୟ ରାଜ୍ୟ / ୟୁନିଅନ ଅଞ୍ଚଳରୁ ଆସିଛନ୍ତି।

ଏହା ବ୍ୟତୀତ ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଭାରତର ରାଷ୍ଟ୍ରପତି ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡ କର୍ମଚାରୀଙ୍କୁ ସେମାନଙ୍କ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ବିଶିଷ୍ଟ ସେବା ପାଇଁ ଯୋଗ୍ୟ କର୍ମଚାରୀଙ୍କୁ ପ୍ରତିବର୍ଷ ବୀରତା ଏବଂ ମେଧାବୀ ସେବା ମେଡାଲ ପ୍ରଦାନ କରନ୍ତି।

ଚଳିତ ବର୍ଷର ଗଣତନ୍ତ୍ର ଦିବସରେ ୧୧ ହଜାରରୁ ଅଧିକ ସୈନିକଙ୍କୁ ସମ୍ମାନଜନକ ପଦବୀ ପ୍ରଦାନ କରାଯାଇଥିଲା। ସେବା ତଥା ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସୈନ୍ୟବାହିନୀରେ ସେମାନଙ୍କର ସମ୍ମାନଜନକ ସେବାକୁ ସ୍ୱୀକୃତି ଦେଇ ସମ୍ମାନିତ ପଦବୀ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ।

Categories
ଜାତୀୟ ଖବର ବିଶେଷ ଖବର

ଭାରତ ପାଳନ କଲା 73 ତମ ଗଣତନ୍ତ୍ର ଦିବସ, ବିଶେଷ ଅତିଥୀ ହେଲେ ସ୍ବାସ୍ଥ୍ୟ କର୍ମି, ଅଟୋ ଡ୍ରାଇଭର

ନୂଆଦିଲ୍ଲୀ: ଦେଶ ଆଜି 73 ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଉପଲକ୍ଷେ ରାଜଧାନୀ ଦିଲ୍ଲୀର ରାଜପଥରେ ଜାତୀୟ ସ୍ତରର ପତାକା ଉତ୍ତୋଳନ ଉତ୍ସବ ଅନୁଷ୍ଠିତ ହୋଇଛି। ସ୍ୱାଧୀନତାର ଅମୃତ ମହୋତ୍ସବ ଭାବରେ ଦେଶ ସ୍ୱାଧୀନତାର 75 ତମ ବର୍ଷ ପାଳନ କରୁଥିବାରୁ ଏହି ବର୍ଷ ଗଣତନ୍ତ୍ର ଦିବସ ଉତ୍ସବର ବିଶେଷ ମହତ୍ତ୍ବ ରହିଛି। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ କରିବା ସହିତ ପରେଡ ଅଭିବାଦନ ଗ୍ରହଣ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗଦେଇଥିଲେ।

ଏହି ଅବସରରେ ରାଜପଥରେ ପରେଡ ସମୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ନୂତନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି। ସମାଜର ଯେଉଁମାନେ ସାଧାରଣତଃ ପ୍ୟାରେଡ୍ ଦେଖନ୍ତି ନାହିଁ ସେହିମାନଙ୍କୁ ଏଥର ସୁଯୋଗ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରେ ଅଟୋ ରିକ୍ସା ଡ୍ରାଇଭର, ଶ୍ରମିକ, ପରିମଳ କର୍ମଚାରୀ ଏବଂ ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟ କର୍ମୀଙ୍କୁ ପରେଡ ଦେଖିବା ପାଇଁ ବିଶେଷ ନିମନ୍ତ୍ରଣ କରାଯାଇଛି। ଆଜାଦୀର ଅମୃତ ମହୋତ୍ସବର ଅଂଶ ଭାବରେ ଚଳିତ ବର୍ଷ ରାଜପଥରେ ଗଣତନ୍ତ୍ର ଦିବସ ପରେଡରେ ଭାରତର ସାମରିକ ଶକ୍ତି ଏବଂ ସାଂସ୍କୃତିକ ବିବିଧତା ଚିତ୍ରିତ ହୋଇଥିଲା।

ଏହି ବର୍ଷ ପ୍ୟାରେଡ୍ ସକାଳ 10 ଟା ପରିବର୍ତ୍ତେ 10.30 ରେ ଆରମ୍ଭ ହୋଇଥିଲା। ପ୍ୟାରେଡ ରାଇସିନା ହିଲ୍ସରୁ ଆରମ୍ଭ ହୋଇ ରାଜପଥ, ଇଣ୍ଡିଆ ଗେଟ୍ ଦେଇ ଜାତୀୟ ଷ୍ଟାଡିୟମକୁ ଯିବାବେଳେ ରାଜ୍ୟ, ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ତୋରଣ ଲାଲକିଲ୍ଲାକୁ ଯାଇଥିଲା। 1950 ମସିହାରୁ ଆଜି ପର୍ଯ୍ୟନ୍ତ ସୈନିକମାନେ ପିନ୍ଧିଥିବା ବିଭିନ୍ନ ପୋଷାକରେ ପ୍ୟାରେଡରେ ସେନା କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା।

ପ୍ୟାରେଡରେ ମୋଟ 16 ଟି ସ୍କ୍ୱାର୍ଡ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ ସେନା ପକ୍ଷରୁ ଛଅ ଜଣ, ନୌସେନା ଏବଂ ବାୟୁସେନା ମଧ୍ୟରୁ ପ୍ରତ୍ୟେକ, ଚାରିଜଣ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ଗୋଟିଏ ଦିଲ୍ଲୀ ପୋଲିସ, ଦୁଇଜଣ ଏନସିସି ଏବଂ ଗୋଟିଏ ଏନଏସଏସ ଟ୍ରୁପ ଅନ୍ତର୍ଭୁକ୍ତ।

ରାଜ୍ୟ ତଥା ୟୁନିଅନ ଅଞ୍ଚଳରୁ 12 ଟି ଟେବୁଲ୍ୟୁ ଏବଂ ମନ୍ତ୍ରଣାଳୟ ଏବଂ ବିଭାଗର ନଅଟି ଟେବଲ୍ୟୁ ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିଛନ୍ତି। ଏଥିମଧ୍ୟରେ ମହାରାଷ୍ଟ୍ରର ଜୈବ ବିବିଧତା, ଗୋଆର ଐତିହ୍ୟ, କର୍ଣ୍ଣାଟକର ପାରମ୍ପାରିକ ହସ୍ତତନ୍ତ, କାଶୀ ବିଶ୍ୱନାଥ ଧାମ, ଗୁଜୁରାଟର ଆଦିବାସୀ ବିପ୍ଳବୀ, ଜଳ ଜୀବନ ମିଶନ, ଉଦୟ, ଶ୍ରୀ ଅରୋବିନ୍ଦୋଙ୍କ 150 ବର୍ଷ, ନେତାଜୀ ସୁଭାଷ ବୋଷଙ୍କର 125 ବର୍ଷ, ଜାତୀୟ ଶିକ୍ଷା ନୀତି ଅନ୍ତର୍ଭୁକ୍ତ।

ବନ୍ଦେ ମାତରମ୍ ନୃତ୍ୟ ପ୍ରତିଯୋଗିତା ମାଧ୍ୟମରେ ମନୋନୀତ 480 କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। ଉଚ୍ଚ ପ୍ରଶିକ୍ଷିତ ଫ୍ଲାଇପ୍ୟାଷ୍ଟରେ ବାୟୁସେନାର 75 ବିମାନ ଏବଂ ହେଲିକପ୍ଟର ସାମିଲ ହୋଇଥିଲା। ରାଫାଲେ, ସୁଖୋଇ, ଜାଗୱାର, ମି -17, ସାରଙ୍ଗ, ଆପାଚେ, ଡାକୋଟା ଭଳି ବିମାନ ଏବଂ ହେଲିକପ୍ଟରଗୁଡ଼ିକ ତ୍ରିଶୂଲ, ତିରଙ୍ଗା, ବିଜୟ, ଏକ୍ଲାଭିଆ, ରାହତ ଏବଂ ଅମୃତ ପରି ବିଭିନ୍ନ ସଂରଚନା ପ୍ରଦର୍ଶନ କରିଛନ୍ତି।

ଏହି କାର୍ଯ୍ୟକ୍ରମ ଜାତୀୟ ସଂଗୀତ ଏବଂ ତ୍ରିକୋଣୀୟ ବେଲୁନ୍ ଉଡ଼ିବା ସହିତ ସମାପ୍ତ ହୋଇଥିଲା। ରାଜପଥ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଚେହେରା ଚିହ୍ନଟ ପ୍ରଣାଳୀ ସହିତ 300 ସିସିଟିଭି କ୍ୟାମେରା ଲଗାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ରାଜ୍ୟପାଳ କଲେ ପତାକା ଉତ୍ତୋଳନ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି 73 ତମ ସାଧାରଣତନ୍ତ୍ର ଦିବସ ଭୁବନେଶ୍ବରର ଗାନ୍ଧୀମାର୍ଗରେ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେହିପରି ଏହି ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କରୋନା କଟକଣା ଯୋଗୁଁ ଏଥର ପରେଡ ଉତ୍ସବକୁ କାଣ୍ଟଛାଟ କରାଯାଇଛି। ଏଥର ପରେଡରେ ମୋଟ 10ଟି କଣ୍ଟିଜେଣ୍ଟ ଭାଗ ନେଇଥିଲେ। ଏଥିରେ ସିଆରପିଏଫ, ଏସଓଜି, ଅଗ୍ନିଶମ ଏବଂ ଓଡ୍ରାଫ ଟିମକୁ ଭାଗ ନେବା ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା। ଏହାକୁ ଦେଖିବା ପାଇଁ ଦର୍ଶକଙ୍କୁ ବାରଣ କରାଯାଇଥିଲା।