ବୀରଗାଥା ୨.୦ ପ୍ରତିଯୋଗିତା ସମାରୋହରେ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ

Published: Jan 25, 2023, 8:36 pm IST

ନୂଆଦିଲ୍ଲୀ/ଭୁବନେଶ୍ୱର: ଗଣତନ୍ତ୍ର ଦିବସ ଉପଲକ୍ଷେ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୀରଗାଥା ୨.୦ ପ୍ରତିଯୋଗିତାର ଶ୍ରେଷ୍ଠ ୨୫ ଜଣ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

‘ଆଜାଦୀ କା ଅମୃତ ମହୋତ୍ସ’ବ ଅନ୍ତର୍ଗତ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଶ୍ରୀ ପ୍ରଧାନ ବୀରଗାଥା ପ୍ରକଳ୍ପକୁ ସଂପ୍ରସାରଣ କରାଯିବା ସହ ଜାତୀୟ ଶିକ୍ଷା ନୀତି ଆଧାରରେ ଆମର ବୀରତା ପୁରସ୍କାର ବିଜେତାଙ୍କ ଜୀବନ କାହାଣୀକୁ ସ୍କୁଲ ପାଠ୍ୟକ୍ରମରେ ଅନ୍ତର୍ଭୃକ୍ତ କରିବା ପାଇଁ ଆହ୍ୱାନ କରିଛନ୍ତି।

ଆମ ସାହସୀ ବୀରଙ୍କ ଠାରୁ ଅନୁପ୍ରାଣିତ ଯୁବଶକ୍ତିଙ୍କ ସୃଜନଶୀଳତା ବେଶ୍ ପ୍ରଶଂସନୀୟ। ବୀରଙ୍କ ଜୀବନ କାହାଣୀ ଛାତ୍ରଛାତ୍ରୀମାନଙ୍କୁ ନିଜ ପାଇଁ କିଛି ଭଲ କରିବାର ପ୍ରେରଣା ଯୋଗାଇବ ଏବଂ ବିଭିନ୍ନ ଉପାୟରେ ସେମାନେ ଦେଶ ନିର୍ମାଣରେ ନିଜର ଯୋଗଦାନ ଦେବେ। ପ୍ରତ୍ୟେକ ସଭ୍ୟତା ଏବଂ ରାଷ୍ଟ୍ର ନିଜ ବୀରଙ୍କୁ ସମ୍ମାନିତ କରିବା ଉଚିତ୍।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ବିଜେତା ମାନଙ୍କୁ ମେଡାଲ ଏବଂ ପୁରସ୍କାର ବିତରଣ କରିଥିଲେ।

Related posts