Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଲସରାରେ ଗୁଳିକାଣ୍ଡ, ଯୁବକ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୋଲସରା ସହର ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ଗଣେଶ ଖଟେଇ ନାମରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଯେଉଁଥିରେ ସେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ଜଣାପଡିଛି ଯେ, ମଠ ସାହିର ଗଣେଶ କୌଣସି କାମରେ ବାହାରକୁ ଯାଇ ଘରକୁ ଫେରିବା ବାଟରେ ପୁର୍ବରୁ ଛକି ରହିଥିବା କିଛି ଯୁବକ ହଠାତ୍ ଗଣେଶ ମୁଣ୍ଡକୁ ଲକ୍ଷ କରି ଗୁଳି ଚଳାଇଥିଲେ। କିନ୍ତୁ ଲକ୍ଷ ଭେଦ ନହୋଇ ଗଣେଶଙ୍କ କାନକୁ ବାଜିବାରୁ ସେ ରକ୍ତ ଜୁଡୁବଡୁ ଅବସ୍ଥାରେ ତଳେ ପଡିଥିବା ବେଳେ ଏସ୍ ଡି ପି ଓ ରଜନୀ କାନ୍ତ ସାମଲ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ତାଙ୍କୁ ପୋଲସରା ଡାକ୍ତରଖାନାକୁ ପଠାଇଥିଲେ ଏବଂ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି।

ଘଟଣାସ୍ଥଳରୁ ଦୁଇଟି ମୋଟରସାଇକେଲ, ଗୋଟିଏ ମୋବାଇଲ ଫୋନ, କଳା ମୁଖା, ଚପଲ ଓ ୩ ଟି ଖୋକା ଜବତ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି। ଆଜିର ଏହି ଘଟଣା ପୁର୍ବ ଶତୃତାରୁ ହୋଇଛି ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଲସରା ବ୍ଳକ ଛକରେ ଗୁଳିକାଣ୍ଡ, ବାପା ମୃତ, ଝିଅ ଆହତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପୋଲସରା ବ୍ଳକ ଅଫିସ ଛକରେ ଗୁଳିକାଣ୍ଡ ଘଟି ଖଲ୍ଲିକୋଟ ଥାନା ଅନ୍ତର୍ଗତ କୁମୁଣ୍ଡ ଗ୍ରାମର ବିଜୟ ବେହେରାଙ୍କ ବିୟୋଗ ହୋଇଥିବା ବେଳେ ଝିଅ ଗାୟତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ, ବାଲିପଦର ଫାଣ୍ଡି ଅନ୍ତର୍ଗତ ଝୋଲରୀ ଗ୍ରାମର ପ୍ରଶାନ୍ତ ବେହେରା ନିଜ ଶଳାର ଶ୍ଵଶୁର ବିଜୟଙ୍କୁ ଗୁଳି ଚଳାଇ ହତ୍ୟା କରିଥିବା ଜଣାପଡିଛି। କାରଣ ଅସ୍ପଷ୍ଟ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଆହତଙ୍କୁ ଚିକିତ୍ସା ପାଇଁ ପଠାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସରକାରୀ ବସ୍ ରେ ଗୁଳିକାଣ୍ଡ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ମାତ୍ର ଅଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ବାଲିମେଳା ଠାରୁ ବ୍ରହ୍ମପୁର ଯାଉଥିବା ସରକାରୀ ବସ୍ ରେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ନିକଟରେ ହଠାତ୍ ଗୁଳିକାଣ୍ଡ ଘଟାଇ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ଜଣେ ଆହତ ହୋଇଥିବା ବେଳେ ବସ୍ ର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ଘଟଣା ପରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ବସ୍ କୁ ବୈପାରିଗୁଡା ନେଇ ଅଭିଯୋଗ ଦାଖଲ କରିଥିଲେ ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଗୁଳିକାଣ୍ଡ : ଅଳ୍ପେକ ବର୍ତ୍ତିଲେ ଯୁବକ

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ କଳିଙ୍ଗବିହାରରେ ଗୁଳିକାଣ୍ଡ ଘଟିଛି । ଜେଲ୍‌ରୁ ଜାମିନ୍‌ରେ ଆସିଥିବା ଜଣେ ଯୁବକଙ୍କୁ ଟାର୍ଗେଟ୍‌ କରି ଗୁଳିମାଡ ହୋଇଛି । ତେବେ ଗୁଳିମାଡର ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୁବକ । ତମାଣ୍ଡୋ ଥାନା କଳିଙ୍ଗ ବିହାର କେ-4 ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି । ଏକ ବାଇକ୍‌ରେ ଆସି ତିନିଜଣ ଯୁବକ ଗୁଳିମାଡ କରି ଚମ୍ପଟ ମାରିଛନ୍ତି । ପୂର୍ବ ଶତ୍ରୁତାରୁ ଗୁଳିମାଡ ହୋଇଥିବାର ସନ୍ଦେହ ହୋଇଛି । ତେବେ କିଏ ଓ କାହିଁକି ଗୁଳିମାଡ କରିଛି, ସେନେଇ କୌଣସି ସୂଚନା ମିଳିପାରି ନାହିଁ।