Categories
ଆଜିର ଖବର ଜାତୀୟ ଖବର

ଛତିଶଗଡର ଦୁର୍ଗକୁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କଲେ ଜିଲ୍ଲାପାଳ

ରାୟପୁର: ଛତିଶଗଡରେ ଦୁର୍ଗ ଜିଲ୍ଲାକୁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏଭଳି ନିଷ୍ପତ୍ତି ହୋଇଛି। ଏପ୍ରିଲ ୬ ତାରିଖରୁ ୧୪ ତାରିଖ ଯାଏଁ ସଂପୂର୍ଣ୍ଣ ଲକଡାଉନ ଘୋଷଣା ହୋଇଛି। ଦୁର୍ଗ ଜିଲ୍ଲାପାଳ ଏନେଇ ଘୋଷଣା କରିଛନ୍ତି। କେବଳ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଛତିଶଗଡକୁ ବସ ସେବା ବନ୍ଦ ପାଇଁ ପଦକ୍ଷେପ ନିଆଯାଉଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ନୂଆପଡ଼ା ଜିଲ୍ଲାକୁ ପଡୋଶୀ ଛତିଶଗଡକୁ ଚାଲିଥିବା ବସ ସେବା ବନ୍ଦ ହୋଇପାରେ। ଛତିଶଗଡରୁ କରୋନା ସଂକ୍ରମଣ ବଢୁଥିବାରୁ ବସ ସେବା ବନ୍ଦ କରାଯିବ ବୋଲି ଆଲୋଚନା ହେଉଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ନୂଆପଡ଼ା ଜିଲ୍ଲାର ଲୋକେ ପଡୋଶୀ ରାଜ୍ୟକୁ ବ୍ୟବସାୟ କିମ୍ବା ସାମନା କିଣିବା ପାଇଁ ଯାଇଥାନ୍ତି। ଏବେ ମାଇକ ଯୋଗେ ଲୋକଙ୍କୁ ସଚେତନ କରାଯାଉଛି। ଏହାସହିତ ବସ ବନ୍ଦ କରିବାପାଇଁ ପଦକ୍ଷେପ ନିଆଯାଉଛି ବୋଲି ନିର୍ଦ୍ଦେଶକ ଡା. ମିଶ୍ର କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷାକର୍ମୀଙ୍କ ବସ ଉପରକୁ ନକ୍ସଲ ଆକ୍ରମଣ: ୩ ଯବାନ ସହିଦ୍

ରାୟପୁର: ଛତିଶଗଡର ନାରାୟଣପୁରରେ ଏକ ବଡ ନକ୍ସଲ ଆକ୍ରମଣର ଖବର ମିଳିଛି। ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସ ଉପରକୁ ନକ୍ସଲ ଦ୍ଵାରା ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ଅନେକ ଯବାନ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ୨୪ ଜଣ ସୁରକ୍ଷାକର୍ମୀ ଅପରେସନରୁ ବସ ଯୋଗେ ଫେରୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ଛତିଶଗଡର ଧୌଡାଇ ଏବଂ ପଳ୍ଳେନାରର ଘଞ୍ଚ ଜଙ୍ଗଲର ମଧ୍ୟରେ ଏହି ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୮ ଜଣ ଯବାନ ଆହତ ହୋଇଥିବା ଶୁଣିବାକୁ ମିଳିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛିଡୁନି ମହାନଦୀ ଜଳ ବିବାଦ, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସହମତି ନହେବାରୁ ଇସ୍ୟୁ ଫ୍ରେମ୍ କଲେ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ : ଛିଡୁନି ମହାନଦୀ ଜଳ ବିବାଦ। ଆପୋସ ଆଲୋଚନାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସହମତି ନହେବାରୁ ଇସ୍ୟୁ ଫ୍ରେମ୍ କରିଛନ୍ତି ଟ୍ରିବ୍ୟୁନାଲ। ସବୁ ପକ୍ଷରୁ ଦାବି ଶୁଣିବା ପରେ 40ରୁ 45ଟି ଇସ୍ୟୁ ଫ୍ରେମ୍ କରାଯାଇଛି। ଓଡ଼ିଶା, ଛତିଶଗଡ଼, ଝାଡଖଣ୍ଡ ଓ ମହାରାଷ୍ଚ୍ର ଏ ନେଇ ଟ୍ରିବ୍ୟୁନାଲରେ ଆଜି ନିଜ ନିଜର ପକ୍ଷ ରଖିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି ଆଉ କିଛି ଅତିରିକ୍ତ ଦସ୍ତାବିଜ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଛି।

ଛତିଶଗଡ଼ କେନ୍ଦ୍ରଠାରୁ କିଛି ଡକ୍ୟୁମେଣ୍ଟ ଚାହିଁବାରୁ କେନ୍ଦ୍ର ସରକାରଙ୍କୁ ଟ୍ରିବ୍ୟୁନାଲ ନୋଟିସ ଜାରି କରିଛନ୍ତି। ଓଡ଼ିଶା ଓ ଛତିଶଗଡ଼କୁ ପରସ୍ପରର ଡକ୍ୟୁମେଣ୍ଟ ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଶୁଣାଣୀ ବେଳେ ଯଦି କିଛି ଇସ୍ୟୁ ଆସିବ ତାହା ମଧ୍ୟ ଫ୍ରେମ୍ କରାଯିବ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ଅଗଷ୍ଟ 8 ତାରିଖ ଧାର୍ଯ୍ୟ ହୋଇଛି।

Mahanadi Water Dispute: Odisha, Chhattisgarh To Conduct Second ...

ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ ହୋଇଥିଲେ ବି କୌଣସି ପ୍ରକାର ସହମତି ହୋଇପାରି ନାହିଁ। ଗତ ଜାନୁଆରିରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ବାରା ୨୬ଟି ପ୍ରସଙ୍ଗରେ ବିଚାର କରିବାକୁ ନିବେଦନ କରାଯାଇଥିଲା। ଅପରପକ୍ଷେ ଛତିଶଗଡ଼ ପକ୍ଷରୁ ମଧ୍ୟ ୧୩ଟି ପ୍ରସଙ୍ଗ ନେଇ ଟ୍ରିବ୍ୟୁନାଲ‌ର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଯୁଗ୍ମ ବୈଠକ କରାଯାଇ ଏହାର ସମାଧାନ ବାଟ ବାହାର କରିବା ଲାଗି ଟ୍ରିବ୍ୟୁନାଲ ପରାମର୍ଶ ଦେଇଥିଲେ। ଆବଶ୍ୟକ ପଡ଼ିଲେ ଦୁଇ ପକ୍ଷ କୌଣସି କେନ୍ଦ୍ରୀୟ ଏଜେନ୍ସିର ସହାୟତା ନେଇପାରିବେ ବୋଲି ଟ୍ରିବ୍ୟୁନାଲ ମତ ଦେଇଥିଲେ।

ଇତିମଧ୍ୟରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ବାରା ଅତିରିକ୍ତ ଦସ୍ତାବିଜ ଦାଖଲ କରାଯାଇଥିବା ବେଳେ ଛତିଶଗଡ଼ ପକ୍ଷରୁ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି), କେନ୍ଦ୍ରୀୟ ଭୂତଳ ଜଳ ଆୟୋଗ (ସିଜିଡବ୍ଲ୍ୟୁବି) ଓ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ଠାରୁ ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଟ୍ରିବୁନାଲରେ ଆବେଦନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ବର୍ତ୍ତମାନ ସୁଦ୍ଧା ୧୨ଟି ଶୁଣାଣି କରିସାରିଛନ୍ତି। ହେଲେ ଟ୍ରିବ୍ୟୁନାଲଙ୍କ ଦ୍ବାରା କୌଣସି ଅନ୍ତରୀଣ ଆଦେଶ ଜାରି କରାଯାଇନାହିଁ। ଗତବର୍ଷ ମାର୍ଚ୍ଚରୁ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି କରି ଟ୍ରିବ୍ୟୁନାଲ ରାୟକୁ ସଂରକ୍ଷିତ ରଖିଛନ୍ତି। ଆପୋସ ବୁଝାମଣା ଦ୍ବାରା ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ପ୍ରସ୍ତାବ ଦେବା ପରେ ଦୁଇ ରାଜ୍ୟ ବିଚାର ବିମର୍ଶ ଓ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରି ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛତିଶଗଡ ଛୁଇଁଲେ ପଙ୍ଗପାଳ

ଛତିଶଗଡ : ପଡୋଶୀ ଛତିଶଗଡ ରାଜ୍ୟରେ ପ୍ରବେଶ କଲେ ପଙ୍ଗପାଳ ପଲ। ଛତିଶଗଡ କୋରିଆ ଜିଲ୍ଲାର ଭରତପରୁ ଜଙ୍ଗଲରେ ପଙ୍ଗପାଳ ପହଞ୍ଚିଥିବାର ସୂଚନା ରହିଛି। ମଧ୍ୟପ୍ରଦେଶରୁ ଆସି କୋରିଆଁ ଜିଲ୍ଲାରେ ପହଞ୍ଚିଛନ୍ତି ପଙ୍ଗପାଳ।  ଜଙ୍ଗଲରେ ପହଞ୍ଚିଥିବାରୁ ସ୍ଥାନୀୟ ଗାଁ ଲୋକଙ୍କ ମଧ୍ୟରେ ଛନ୍‌କା ପଶିଛି। ପଙ୍ଗପାଳ ଦଳକୁ ଘଉଡାଇବା ପାଇଁ ଗାଁ ଲୋକ ମାନେ ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି। ବାଣଫୁଟାଇ, ଟିଣ ବାଡେଇ ପଙ୍ଗପାଳଙ୍କୁ ଘଉଡାଉଥିବା ସୂଚନା ରହିଛି। ଅଗ୍ନିଶମ କର୍ମଚାରୀମାନେ ମଧ୍ୟ କୀଟନାଶକ ସ୍ପ୍ରେ କରୁଥିବାର ସୂଚନା ରହିଛି। ଛତିଶଗଡକୁ ଆସିଥିବା ପଙ୍ଗପାଳ ଦଳ ପ୍ରାୟ ତିନି କିମି ପର୍ଯ୍ୟନ୍ତ ଲମ୍ବିଛି । ଏହି ତିନି କିମି ଲମ୍ବିଥିବା ଦଳରେ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଅଛନ୍ତି ବୋଲି ସୂଚନା ରହିଛି। ସେହିପରି ଛତିଶଗଡରେ ପଙ୍ଗପାଳ ଆସିବା ପରେ ଓଡ଼ିଶାକୁ ମଧ୍ୟ ପଙ୍ଗପାଳ ଭୟ ବଢିଛି। ଚାଷୀଙ୍କ ପାଇଁ ରାଜ୍ୟ କୃଷି ବିଭାଗ ଗାଇଡଲାଇନ୍ସ ଜାରି କରିଛି ।

Categories
ଆଜିର ଖବର ଜାତୀୟ ଖବର

ପରଲୋକରେ ଅଜିତ୍‌ ଯୋଗୀ

ରାୟପୁର : ଛତିଶଗଡର ପୂର୍ବତନ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀଙ୍କ 74 ବର୍ଷ ବୟସରେ ପରଲୋକ ହୋଇଛି । ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ତାଙ୍କ ପୁତ୍ର ଅମିତ୍‌ ଯୋଗୀ । 20 ଦିନ ଧରି ଅଜିତ୍‌ ଯୋଗୀ ରାୟପୁରର ନାରାୟଣା ହସ୍ପିଟାଲରେରେ ଚିକିତ୍ସାଧୀନ ରହିଥିଲେ । କିଛି ଦିନ ଧରି କୋମାରେ ରହିଥିଲେ ଅଜିତ୍‌ ଯୋଗୀ । ଆଜି ସକାଳୁ ତାଙ୍କୁ ଦୁଇ ଥର ହାର୍ଟ ଆଟାର୍କ ହୋଇଥିବାର ସୂଚନା ରହିଛି । ମେ 9ରେ ହୃଦଘାତ ଯୋଗୁଁ ସେ ଭେଣ୍ଟିଲେଟରରେ ଥିଲେ ।   ଆସନ୍ତାକାଲି ତାଙ୍କ ଜନ୍ମମାଟି ଗୌରେଲାରେ  ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ରହିଛି।

ଛତିଶଗଡର ପ୍ରଥମ ମୁଖ୍ୟମନ୍ତୀ ଥିଲେ ଅଜିତ୍‌ ଯୋଗୀ । ମଧ୍ୟପ୍ରଦେଶରୁ ଛତିଶଗଡ ବିଭାଜନ ହେବା ପରେ ନଭେମ୍ବର 2000ରୁ 2003 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ଥିଲେ ଅଜିତ୍‌ ଯୋଗୀ । ଯୋଗୀ 2016 ମସିହାରେ କଂଗ୍ରେସ ଛାଡି ନିଜର ଦଳ ଜନତା କଂଗ୍ରେସ ଛତିଶଗଡର ସ୍ଥାପନା କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ସାଇକେଲରେ ପରିବାରକୁ ଧରି ଲକ୍ଷ୍ନୌରୁ ଯାଉଥିଲେ ଛତିଶଗଡ : ଅଜଣା ଗାଡି ଧକ୍କାରେ ଦମ୍ପତି ମୃତ

ଲକ୍ଷ୍ନୌ: କରୋନା ମହାମାରୀ ସହ ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ଯୋଗୁଁ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ଶ୍ରମିକମାନେ । ଲକ୍‌ ଡାଉନ୍‌ ଯୋଗୁଁ ଦେଶର ବିଭିନ୍ନ ସହରରେ ଫସି ରହିଛନ୍ତି ଶ୍ରମିକମାନେ । ଖାଦ୍ୟ ଓ କାମ ଅଭାବରୁ ଏବେ ଘର ମୁହାଁ ହୋଇଛନ୍ତି ଏହି ପ୍ରବାସୀ ଶ୍ରମିକମାନେ ।  କେହି କେହି ଚାଲି ଚାଲି ତ କେହି ସାଇକେଲ୍‌ରେ । ଏହି ଯିବା ବାଟରେ ତାଙ୍କୁ ବହୁ କଷ୍ଟ କରିବାକୁ ପଡୁଥିବାବେଳେ ବହୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଗତକାଲି ରେଳ ଧାରଣାରେ ଶ୍ରମିକମାନେ ନିଜ ଗ୍ରାମକୁ ଯାଉଥିବାବେଳେ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେବା ଫଳରେ 15 ଜଣ ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା । ଏହିପରି ଏକ ଆଉ ଏକ ଶ୍ରମିକ ପରିବାରଙ୍କ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।  ଲକ୍‌ ଡାଉନ୍‌ ଯୋଗୁଁ କାମ ଓ ଖାଦ୍ୟର ଅଭାବ ଯୋଗୁଁ ଲକ୍ଷ୍ନୌରେ ଫସି ରହିଥିବା ଶ୍ରମିକ ଦମ୍ପତି ନିଜ ଛୁଆଙ୍କ ସହ ସାଇକେଲ୍‌ ଯୋଗେ ଛତିଶଗଡ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଦୁର୍ଘଟଣାରେ ସ୍ବାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଶିଶୁ ବଞ୍ଚିଯାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମୃତ୍ୟୁବରଣ କରିଥିବା ସ୍ବାମୀ ସ୍ତ୍ରୀ ହେଉଛନ୍ତି ଛତିଶଗଡର କୃଷ୍ଣା ଓ ପ୍ରମିଳା । ଦୁହେଁ ଏକ ସାଇକେଲ ଯୋଗେ ଲକ୍ଷ୍ନୌର ସୁଶାନ୍ତ ଗୋଲ୍ଫ ସିଟିର ସହିଦ ପଥ ଦେଇ ଯାଉଥିବାବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ସ୍ବାମୀ ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଦମ୍ପତି ମୃତ୍ୟୁବରଣ କରିଛନ୍ତି ।