Categories
ଆଜିର ଖବର ଖେଳ ଜାତୀୟ ଖବର ବ୍ୟବସାୟ

ବର୍ତ୍ତମାନ ଆଇପିଏଲ୍ ମ୍ୟାଚ୍ ମାଗଣାରେ ଦେଖିପାରିବେ କି? ସିଧାପ୍ରସାରଣ ପାଇଁ ଜିଓକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଋତୁର କାର୍ଯ୍ୟସୂଚୀ ଶୀଘ୍ର ଘୋଷଣା କରାଯାଇପାରେ। ଏହା ପୂର୍ବରୁ ଆଇପିଏଲ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଏଥର ଆଇପିଏଲ୍ ଜିଓ ଟିଭିରେ ପ୍ରସାରିତ ହୋଇପାରିବ। ଜିଓ ଟିଭି ବର୍ତ୍ତମାନ ବ୍ୟବହାରକାରୀଙ୍କ ପାଇଁ ମାଗଣା ହେବ। ଖବର ଅନୁଯାୟୀ, ଭାରତରେ କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଜିଓକୁ ଆଇପିଏଲ୍ ଲାଇଭ୍ ଷ୍ଟ୍ରିମିଂ ପାଇଁ ଅନୁମତି ଦେଇଛି। ଏହାପୂର୍ବରୁ, ହଟ୍ ଷ୍ଟାରରେ ଆଇପିଏଲ୍ ର ଲାଇଭ୍ ଟେଲିକାଷ୍ଟ କରାଯାଉଥିଲା। ଏହାର ଷ୍ଟ୍ରିମିଂ ଅଧିକାର ଷ୍ଟାର ସହିତ ଥିଲା।

ବାସ୍ତବରେ, Viacon୧୮ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ମିଡିଆ ଅଧିକାର କିଣିଛି। ‘ଏକ୍ସଚେଞ୍ଜ୍ ଫର୍ ମିଡିଆ’ର ଏକ ରିପୋର୍ଟ ଅନୁଯାୟୀ, ଏହା ପରେ ଜିଓ ବିସିସିଆଇରୁ ଲାଇଭ୍ ଷ୍ଟ୍ରିମିଂ ପାଇଁ ଅନୁମତି ମାଗିଥିଲେ, ଯାହା ଅନୁମୋଦିତ ହୋଇଛି। ଜିଓ ବ୍ୟବହାରକାରୀମାନେ ବର୍ତ୍ତମାନ ବିନା ଚାର୍ଜରେ ବର୍ତ୍ତମାନ ଏହା ସମ୍ଭବ ଯେ ଜିଓ ମାଗଣାରେ ଆଇପିଏଲ-୨୦୨୩ ର ଲାଇଭ୍ ପ୍ରସାରଣ ଦେଖାଇବ। ତେବେ ଏ ସମ୍ପର୍କରେ କୌଣସି ସରକାରୀ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

ଉଲ୍ଲେଖନୀୟ କଥା ହେଉଛି, ଆଇପିଏଲର ମିଡିଆ ଅଧିକାର ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ ନିଲାମ କରାଯାଇଥିଲା। ଅନେକ କମ୍ପାନୀ ଏଥିରେ ଭାଗ ନେଇଥିଲେ। ଶେଷରେ, Viacon୧୮ ମିଡିଆ ଅଧିକାର ଉପରେ ସର୍ବାଧିକ ବିଡ୍ ରଖି ଅଧିକାର କ୍ରୟ କଲା। ମିଡିଆ ଅଧିକାର ମାଧ୍ୟମରେ ବିସିସିଆଇ ବିପୁଳ ପରିମାଣର ଆୟ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ମହିଳା ପ୍ରିମିୟର ଲିଗ୍ ର ପ୍ରଥମ ସିଜନ୍ ଆୟୋଜିତ ହେବ। ଏହାର ପ୍ରଥମ ସଂସ୍କରଣ ଆଇପିଏଲ-୨୦୨୩ ପୂର୍ବରୁ ସଂଗଠିତ ହୋଇପାରିବ। ଏହି ଲିଗରେ ପାଞ୍ଚଟି ଦଳ ଗଠନ କରାଯାଇଛି। ଯଦିଓ ଖେଳାଳିଙ୍କ ଉପରେ ବିଡିଂ ଏପର୍ଯ୍ୟନ୍ତ କରାଯାଇ ନାହିଁ। ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୪ ତାରିଖରୁ ମହିଳା ପ୍ରିମିୟର ଲିଗ୍ ଆୟୋଜିତ ହୋଇପାରିବ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବଲାଙ୍ଗୀର ଓ ନାଲ୍‌କୋରେ ଟ୍ରୁ-୫ଜିର ଶୁଭାରମ୍ଭ, ସାରା ଓଡ଼ିଶାର ୧୨ଟି ସହରରେ ପହଂଚିଲା ଜିଓ

ଭୁବନେଶ୍ୱର/ ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ବଲାଙ୍ଗୀର ସହର ଓ ଅନୁଗୁଳ ଜିଲ୍ଲାର ନାଲ୍‌କୋ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯାଇଛି। ଏହା ସହିତ ଓଡ଼ିଶାର ୧୨ଟି ସହରରେ ଜିଓ ଗ୍ରାହକମାନେ ଏବେ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରୁଛନ୍ତି। ପୂର୍ବରୁ ଜିଓ ଟ୍ରୁ-୫ଜି ସେବା ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ ଓ ସମ୍ବଲପୁର ଭଳି ୧୦ଟି ସହରରେ ଶୁଭାରମ୍ଭ ହୋଇଥିଲା।

ଜାତୀୟ ସ୍ତରରେ ୩୪ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯାହା ଫଳରେ ଜିଓ ଗ୍ରାହକମାନେ ୨୨୫ଟି ସହରରେ ଏବେ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରୁଛନ୍ତି।
ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ଜିଓ ପକ୍ଷରୁ ୫ଜି ସେବାର ଶୁଭରମ୍ଭ କରାଯାଇଛି। ଆଜିଠାରୁ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତର ଅସୀମିତ ଡାଟା ଅନୁଭୂତି ହାସଲ କରିବା ଲାଗି ଏହି ସହରଗୁଡ଼ିକରେ ଜିଓ ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଅତିରିକ୍ତ ୩୪ଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ। ଦେଶର ମୋଟ ୨୨୫ଟି ସହରରେ ଏବେ ଏହି ସେବା ପହଂଚିପାରିଛି। ବିଟା ପରୀକ୍ଷଣର ଶୁଭାରମ୍ଭ ପରେ ୧୨୦ ଦିନରୁ କମ୍ ସମୟ ଭିତରେ ଜିଓ ଏହି ମାଇଲଖୁଂଟ ହାସଲ କରିଛି ଏବଂ ୨୦୨୩ ଡିସେମ୍ବର ସୁଦ୍ଧା ବୈପ୍ଳବିକ ଜିଓ ଟ୍ରୁ-୫ଜି ସେବା ସହ ସାରା ଦେଶକୁ ଯୋଡ଼ିବା ପଥରେ ଏହା ଅଗ୍ରସର ରହିଛି।

ବିଶ୍ୱରେ ପ୍ରଥମ ଥର ପାଇଁ କୌଣସି ଅଂଚଳରେ ଏତେ ବ୍ୟାପକ ଭାବେ ଏକ ୫ଜି ନେଟ୍‌ୱର୍କର ଶୁଭାରମ୍ଭ କରାଯାଇଛି ଏବଂ ୨୦୨୩ ଭାରତ ପାଇଁ ଏକ ମାଇଲଖୁଂଟ ବର୍ଷ ସାବ୍ୟସ୍ତ ହେବାକୁ ଯାଉଛି ଯେତେବେଳେ ଜିଓର ଉତ୍କୃଷ୍ଟ ନେଟ୍‌ୱର୍କ ଭିତିଭୂମି ଜରିଆରେ ସମଗ୍ର ଦେଶ ବୈପ୍ଳବିକ ଟ୍ରୁ-୫ଜି ପ୍ରଯୁକ୍ତିର ଲାଭ ହାସଲ କରିବ।

ଆମ ଦେଶକୁ ଡିଜିଟାଇଜ୍ କରିବା ଲାଗି ଆମ ଉଦ୍ୟମରେ ଆମକୁ ନିରନ୍ତର ସହଯୋଗ ପ୍ରଦାନ କରୁଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ନିକଟରେ ଆମେ କୃତଜ୍ଞ।’’

ଜିଓ ଟ୍ରୁ-୫ଜିର ତିନି ପ୍ରକାର ବିଶେଷ ଫାଇଦା ରହିଛି ଯାହା ଏହାକୁ ଭାରତରେ ଏକମାତ୍ର ଟ୍ରୁ-୫ଜି ନେଟୱର୍କ କରି ଗଢିତୋଳିଛି:

୧. ୪ଜି ନେଟୱର୍କ ଉପରେ ଶୂନ୍ୟ ନିର୍ଭରଶୀଳତା ସହିତ ଷ୍ଟାଣ୍ଡ୍‌-ଏଲୋନ ୫ଜି ସଂରଚନା

୨. ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ, ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ସର୍ବବୃହତ ଏବଂ ସର୍ବୋତମ ୫ଜି ସ୍ପେକ୍ଟ୍ରମର ସମ୍ମିଶ୍ରଣ

୩. କ୍ୟାରିୟର ଆଗ୍ରିଗେସନ୍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହି ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଜିଓ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତିରେ ରାଉରକେଲା ଓ ବ୍ରହ୍ମପୁର ସହରରେ ଟ୍ରୁ-୫ଜି ସେବା ଶୁଭାରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତିରେ ଓଡ଼ିଶାର ଆଉ ଦୁଇଟି ସହର ଇସ୍ପାତ ସହର ରାଉରକେଲା ଓ ରେଶମ ସହର ବ୍ରହ୍ମପୁରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏହା ପୂର୍ବରୁ ଜାନୁଆରି ୫ ତାରିଖରେ ମନ୍ଦିରମାଳିନୀ ସହର ଭୁବନେଶ୍ୱର ଓ ରୁପାର ସହର କଟକରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିଲା।
ଜାତୀୟ ସ୍ତରରେ ଜିଓ ପକ୍ଷରୁ ଆଜି ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ରାଜ୍ୟରେ ଜିଓ ଟ୍ରୁ-୫ଜି ସେବା ଶୁଭାରମ୍ଭ କରାଯିବା ସହ ଦେଶର ୮ଟି ରାଜ୍ୟର ୧୬ଟି ନୂଆ ସହରରେ ଜିଓ ଟ୍ରୁ-୫ଜି ସେବା ଆଜିଠାରୁ ଉପଲବ୍ଧ ହୋଇଛି। ଓଡ଼ିଶାର ରାଉରକେଲା ଓ ବ୍ରହ୍ମପୁର ସହର ସମେତ ଛତିଶଗଡ଼ର ରାୟପୁର, ଦୁର୍ଗ ଓ ଭିଲାଇ, ବିହାରର ପାଟ୍‌ନା ଓ ମୁଜାଫରପୁର, ଝାଡ଼ଖଣ୍ଡର ରାଂଚି ଓ ଜାମସେଦପୁର, କର୍ଣ୍ଣାଟକର ବିଜାପୁର, ଉଡୁପି, କଲବୁର୍ଗି ଓ ବେଲାରି, କେରଳର କୋଲାମ, ଆନ୍ଧ୍ରପ୍ରଦେଶର ଇଲୁରୁ ଏବଂ ମହାରାଷ୍ଟ୍ରର ଅମରାବତୀ ସହରରେ ଆଜିଠାରୁ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି।

ରାଉରକେଲା ଓ ବ୍ରହ୍ମପୁର ସହରରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ କରାଯିବା ସହିତ ଏବେ ଓଡ଼ିଶାର ଚାରିଟି ସହରରେ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହୋଇଛି। ରାଜ୍ୟର ଏକ ପ୍ରମୁଖ ବ୍ୟବସାୟ ଏବଂ ଶିକ୍ଷା ହବ୍ ଭାବେ ପରିଚିତ ଇସ୍ପାତ ସହର ରାଉରକେଲା ପାଇଁ ଜିଓ ଟ୍ରୁ-୫ଜି ପରିବର୍ତନର ବାର୍ତାବହ ସାବ୍ୟସ୍ତ ହେବ ଏବଂ ଉଭୟ ନାଗରିକ ଓ ପରିଦର୍ଶକମାନଙ୍କୁ ଏହା ବ୍ୟାପକ ସୁଯୋଗ ଓ ସମୃଦ୍ଧ ଅନୁଭୂତି ପ୍ରଦାନ କରିବ। ରାଉରକେଲାରେ ଜିଓ ଟ୍ରୁ-୫ଜି ଡାଟା ଏଭଳି ଏକ ସମୟରେ ଆରମ୍ଭ ହୋଇଛି ଯେତେବେଳେ ଚଳିତ ସପ୍ତାହରୁ ଆରମ୍ଭ ହୋଇଥିବା ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍‌କୁ ଏହା ଭୁବନେଶ୍ୱରର ସହ ମିଳିତ ଭାବେ ଆୟୋଜନ କରୁଛି। ସେହିଭଳି ଦକ୍ଷିଣ ଓଡ଼ିଶାର ପ୍ରବେଶ ପଥ ଭାବେ ପରିଚିତ ବ୍ରହ୍ମପୁର ସହରରେ ଜିଓ ବ୍ୟବହାରକାରୀମାନେ ମଧ୍ୟ ଆଗାମୀ ପିଢ଼ିର ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଡାଟା ବ୍ୟବହାର କରିପାରିବେ। ଏଠାରେ ଉଲ୍ଳେଖଯୋଗ୍ୟ ଯେ ରାଜ୍ୟର ଦୁଇ ତୃତୀୟାଂଶ ଡାଟା ବଜାର ଅଂଶ ଜିଓ ପାଖରେ ରହିଥିବା ବେଳେ ଓଡ଼ିଶାରେ ପ୍ରତିି ତିନି ଜଣ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ମଧ୍ୟରୁ ଦୁଇ ଜଣ ଜିଓ ବ୍ୟବହାର କରୁଛନ୍ତି।

ଜାନୁଆରି ୧୪ ତାରିଖରୁ ରାଉରକେଲା ଓ ବ୍ରହ୍ମପୁର ସହରର ଜିଓ ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ, ଯାହା ଦ୍ୱାରା ସେମାନେ ବିନା ଅତିିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ୫ଜି ଡାଟା ହାସଲ କରିପାରିବେ।

ସେବାର ଶୁଭାରମ୍ଭ ସମ୍ପର୍କରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ପ୍ର୍ରଯୁକ୍ତି ହେଉଛି ଶ୍ରେଷ୍ଠ ଏକତା ସୃଷ୍ଟିକାରୀ। ମକର ସଂକ୍ରାନ୍ତି, ଲୋହରି, ପୋଙ୍ଗଲ ଓ ବିହୁ ଭଳି ପବିତ୍ର ଉତ୍ସବ ସମୟରେ ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ରାଜ୍ୟରେ ଜିଓ ଟ୍ରୁ-୫ଜି ସେବା ଶୁଭାରମ୍ଭ କରିବା ଏବଂ ଓଡ଼ିଶା, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ଭଳି ପାଂଚଟି ରାଜ୍ୟରେ ଏହି ସେବାକୁ ଆହୁରି ଅଧିକ ସହରକୁ ସମ୍ପ୍ରସାରଣ କରିଥିବାରୁ ଜିଓ ଗର୍ବିତ ମନେ କରୁଛି।

ସାରା ଦେଶରେ ଟ୍ରୁ-୫ଜିର ଶୁଭାରମ୍ଭର ଗତି ଆହୁରି ତ୍ୱରାନ୍ୱିତ କରାଯାଇଥିବା ବେଳେ ଆମେ ଏହା ଘୋଷଣା କରି ଅତ୍ୟନ୍ତ ଆନନ୍ଦିତ ଯେ ଆଜି ଜିଓ ଟ୍ରୁ-୫ଜି ସେବାକୁ ଦେଶର ୮ଟି ରାଜ୍ୟର ୧୬ଟି ନୂଆ ସହରରେ ଶୁଭାରମ୍ଭ କରାଯାଇଛି। ଆମେ ଚାହୁଛୁ ଯେ ୨୦୨୩ରେ ପ୍ରତି ଜିଓ ଗ୍ରାହକ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ଯୁଗାନ୍ତକାରୀ ଲାଭକୁ ଉପଭୋଗ କରନ୍ତୁ।’’

ଆଜିଠାରୁ ଜିଓ ଟ୍ରୁ-୫ଜି ନେଟ୍‌ୱର୍କ ସହ ଯୋଡ଼ିହୋଇଥିବା ଏହି ନୂଆ ସହରଗୁଡ଼ିକ ହେଉଛି ଦେଶର ପ୍ରମୁଖ ପର୍ଯ୍ୟଟନ, ବାଣିଜ୍ୟ ଓ ଶିଳ୍ପ ସ୍ଥଳ। ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ସହ ଏହି ଅଂଚଳର ଗ୍ରାହକମାନେ ଶ୍ରେଷ୍ଠ ଟେଲିକମ୍ ଯୋଗାଯୋଗ ସେବା ପାଇବା ସହ ଇ-ଗଭର୍ଣ୍ଣାସ, ଶିକ୍ଷା, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ, ସ୍ୱାସ୍ଥ୍ୟ ସେବା, କୃଷି, ଆଇଟି ଓ ଏସ୍‌ଏମ୍‌ଇ ଆଦି କ୍ଷେତ୍ରରେ ବ୍ୟାପକ ସୁଯୋଗ ପାଇପାରିବେ।

ଜିଓ ଟ୍ରୁ-୫ଜିକୁ ବ୍ୟାପକ କରିବା ଏବଂ ସାରା ଦେଶର ଗ୍ରାହକମାନଙ୍କ ପାଖରେ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ଲାଭକୁ ପହଂଚାଇବା ସୁନିଶ୍ଚିତ କରିବା ଲାଗି ଆମ ଉଦ୍ୟମରେ ଆମେ ସବୁ ରାଜ୍ୟର ସରକାରଙ୍କ ସହ ମିଶି କାର୍ଯ୍ୟ ଜାରି ରଖିଛୁ।’’

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

୫ଜି ଲ୍ୟାବ୍ ପ୍ରତିଷ୍ଠା ନିମନ୍ତେ ସୋଆ ଏବଂ ଜିଓ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଏକ ୫ ଜି ଲ୍ୟାବ୍ ପ୍ରତିଷ୍ଠା ଏବଂ ଅପ୍ଟିକାଲ୍ କମ୍ୟୁନିକେସନ୍ ଏବଂ ୬ ଜି ଭଳି ନୂତନ ବୈଷୟିକ ଜ୍ଞାନ କୌଶଳ ପ୍ରସ୍ତୁତି କ୍ଷେତ୍ରରେ ସହଭାଗିତାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଜିଓ ପ୍ଲାଟଫର୍ମ୍‌ସ ଲିମିଟେଡ୍ (ଜେପିଏଲ୍‌) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ଏହା ଛଡ଼ା ସୋଆ ଏବଂ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ୍‌ସ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ) ମଧ୍ୟରେ ଅନ୍ୟ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ମ୍ୟାନେଜମେଂଟ ଏବଂ ନୂତନ ଜ୍ଞାନ କୌଶଳ କ୍ଷେତ୍ରରେ ସହଭାଗିତା ଦ୍ୱାରା କୁଶଳୀ ମାନବ ସମ୍ବଳ ସୃଷ୍ଟି ନିମନ୍ତେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ସୋଆ ଅଡିଟୋରିୟମ୍‌ରେ ଓଡ଼ିଶାରେ ୫ ଜି ସେବାର ଶୁଭାରମ୍ଭ ଅବସରରେ ଏହି ଦୁଇଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗୀକରଣ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଓଡ଼ିଶାରେ ୫ ଜି ସେବାର ଶୁଭାରମ୍ଭ ଉତ୍ସବରେ ଏହି ଦୁଇଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।

ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଏସ୍‌ଟିପିଆଇର ଡାଇରେକ୍ଟର ଜେନେରାଲ୍ ଅରବିନ୍ଦ କୁମାରଙ୍କ ମଧ୍ୟରେ ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବା ବେଳେ ୫ ଜି ଲ୍ୟାବ୍ ସମ୍ପର୍କିତ ବୁଝାମଣା ପତ୍ରଟି ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍ ଏବଂ ଜେପିଏଲ୍‌ର ସଭାପତି ଡକ୍ଟର ରବି.ପି. ଗାନ୍ଧୀଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା।

ଜେପିଏଲ୍ ଏବଂ ସୋଆ ମଧ୍ୟରେ ହୋଇଥିବା ବୁଝାମଣା ନେଇ ଜେପିଏଲ୍ ଏବଂ ଏହା ସହ ଅନୁବନ୍ଧିତ ଏବଂ ଗ୍ରୁପ୍‌ର ଅନ୍ୟ କମ୍ପାନୀଗୁଡ଼ିକ ସୋଆ ସହିତ ମିଳିତ ଭାବେ କାମ କରିବେ। ଅତ୍ୟାଧୁନିକ ୫ ଜି ଷ୍ଟାଣ୍ଡାର୍ଡ-୫ ଜି ଷ୍ଟାଣ୍ଡଏଲୋନ୍ (ଏସ୍‌ଏ), ଅପ୍ଟିକାଲ୍ ଫାଇବର୍ ନେଟୱର୍କ୍‌ସ ଇତ୍ୟାଦି କ୍ଷେତ୍ରରେ ଗବେଷଣା ଏବଂ ପ୍ରଶିକ୍ଷଣ ଓ ୫ ଜି ପ୍ଲାଟଫର୍ମରେ ନୂତନ ସେବାର ବିକାଶ ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବା ବିଷୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ଜେପିଏଲ୍ ସୋଆ ସହିତ “ଜିଓ ଷ୍ଟାଣ୍ଡଏଲୋନ୍ ଟେକ୍ନୋଲୋଜି ଟେଷ୍ଟ ଲ୍ୟାବ” ପ୍ରତିଷ୍ଠା କରିବା ସହିତ ସୋଆର ଗବେଷକମାନଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବ। ସୋଆ ବିଶ୍ୱବିଦ୍ୟାଳୟରେ ଜେପିଏଲ୍ ଏକ ୫ ଜି ଟେଷ୍ଟ ବେଡ୍ ମଧ୍ୟ ପ୍ରତିଷ୍ଠା କରିବା ପ୍ରସ୍ତାବ ରହିଛି।
ଗତ ସେପ୍ଟେମ୍ବର ୧୫ ତାରିଖରେ ସୋଆ ଗସ୍ତରେ ଆସିଥିବା ଶ୍ରୀ ବୈଷ୍ଣବ ସୋଆ ଭଳି ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ଅତ୍ୟାଧୁନିକ ବିଶ୍ୱବିଦ୍ୟାଳୟରେ ଏକ ୫ ଜି ଲ୍ୟାବ୍ ପ୍ରତିଷ୍ଠା ଆବଶ୍ୟକ ବୋଲି ମତ ଦେଇ ଏହି ପ୍ରକଳ୍ପ ନିମନ୍ତେ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୫ ଜି ଟେକ୍ନୋଲୋଜିକୁ ପ୍ରୋତ୍ସାହନ ଦେବା ନିମନ୍ତେ ଆଇଆଇଟି ମାଡ୍ରାସ୍‌ରେ ଏକ ବିଶ୍ୱସ୍ତରୀୟ ୫ ଜି ଲ୍ୟାବ୍ ପ୍ରତିଷ୍ଠା ହୋଇସାରିଛି ବୋଲି ସେ କହିଥିଲେ।
ସୋଆ ପକ୍ଷରୁ ଏହି ଲ୍ୟାବ୍‌ର ପ୍ରତିଷ୍ଠା ନିମନ୍ତେ ସମସ୍ତ ପ୍ରକାର ଆନୁସଙ୍ଗିକ ଭିତିଭୂମି ଯୋଗାଇ ଦିଆଯିବ ଏବଂ ପ୍ରଶିକ୍ଷଣ ଓ ବିକାଶମୂଳକ କାର୍ଯ୍ୟ ଦିଗରେ ସମସ୍ତ ସହଯୋଗ କରାଯିବ।

ସେହିପରି ସୋଆ ଏବଂ ଏସ୍‌ଟିପିଆଇ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ଅନୁଯାୟୀ ଦୁଇଟି ଅନୁଷ୍ଠାନ ମିଳିତ ଭାବେ କୁଶଳୀ ମାନବ ସମ୍ବଳ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରିବା ସହ ଇନ୍‌ଟର୍ଣ୍ଣସିପ୍‌, ପ୍ଲେସ୍‌ମେଂଟ୍ସ, ଫିଲ୍ଡ ଭିଜିଟ୍ ମିଳିତ କାର୍ଯ୍ୟକ୍ରମ, ପ୍ରକଳ୍ପ ଏବଂ କନସଲ୍‌ଟାନି୍ସ କ୍ଷେତ୍ରରେ ଏହି ବୁଝାମଣା ସାହାଯ୍ୟ କରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓର ଷ୍ଟାଣ୍ଡ୍‌-ଏଲୋନ୍ ନେଟ୍‌ୱର୍କକୁ ସପୋର୍ଟ କରିବ ମୋଟୋରୋଲାର ୫ଜି ସ୍ମାର୍ଟଫୋନ୍

ଭୁବନେଶ୍ୱର: ୱାନ୍‌ପ୍ଲସ୍‌, ଶାଓମି ଓ ରେଡ୍‌ମି ପରେ ଏବେ ମୋଟୋରୋଲା ପକ୍ଷରୁ ୫ଜି ସ୍ମାର୍ଟଫୋନ୍‌ର ନୂତନ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି ଯାହା ଜିଓର ଟ୍ରୁ-୫ଜି ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କକୁ ସପୋର୍ଟ କରୁଛି। ଦୁନିଆରେ ୫ଜି ସ୍ମାର୍ଟଫୋନ୍‌ର ଶୁଭାରମ୍ଭ କରିଥିବା ପ୍ରଥମ କଂପାନି ହେଉଛି ମୋଟୋରୋଲା। ସେହି ଦୃଷ୍ଟିରୁ ମୋଟୋରୋଲା ଏବଂ ଜିଓ ମଧ୍ୟରେ ଏହି ସହଯୋଗିତା ବେଶ ଗୁରୁତ୍ୱପୂର୍ଣ୍ଣ। ପ୍ରିମିୟମ୍‌ଠାରୁ ଆରମ୍ଭ କରି ମଧ୍ୟମ ଏବଂ ବଜେଟ୍ ୫ଜି ସ୍ମାର୍ଟଫୋନ୍ ଭଳି ସବୁ ଗ୍ରାହକ ବର୍ଗଙ୍କୁ ସୁହାଇବା ଭଳି ବ୍ୟାପକ ୫ଜି ସ୍ମାର୍ଟଫୋନ୍ ବର୍ଗମାଳା ମୋଟୋରୋଲା ପାଖରେ ରହିଛି।

ମୋଟୋରୋଲା ଏଜ୍‌୍ ୩୦ ଅଲ୍‌ଟ୍ରା, ମୋଟୋରୋଲା ଏଜ୍ ୩୦ ଫ୍ୟୁଜ୍‌ନ, ମୋଟୋରୋଲା ଏଜ୍ ୩୦, ମୋଟୋ ଜି୮୨ ୫ଜି, ମୋଟୋରୋଲା ଏଜ୍ ୩୦ ପ୍ରୋ, ମୋଟୋ ଜି୭୧ ୫ଜି, ମୋଟୋ ଜି୫୧ ୫ଜି, ମୋଟୋରୋଲା ଏଜ୍ ୨୦, ମୋଟୋରୋଲା ଏଜ୍ ୨୦ ଫ୍ୟୁଜନ୍ ଏବଂ ମୋଟୋ ଜି୬୨ ୫ଜି ସ୍ମାର୍ଟଫୋନ୍ ରିଲାଏନ୍ସ ଜିଓର ଟ୍ରୁ-୫ଜି ନେଟ୍‌ୱର୍କରେ କାମ କରିବ। ଏହି ଫୋନ୍‌ଗୁଡ଼ିକରେ ଉନ୍ନତ ହାର୍ଡଓୟାର ଓ ସଫ୍ଟଓୟାରର ମିଶ୍ରଣ ରହିିଛି। ଫଳରେ ଗ୍ରାହକମାନେ ଜିଓ ଟ୍ରୁ-୫ଜିର ଉନ୍ନତି ଅନୁଭୂତି ହାସଲ କରିପାରିବେ।

ମୋଟୋରୋଲା ଏସିଆ ପାସିଫିକ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଶାନ୍ତ ମଣି କହିଛନ୍ତି ଯେ, “ ମୋଟୋରୋଲା ସ୍ମାର୍ଟଫୋନ୍‌ର ବର୍ଗମାଳା ଅତ୍ୟନ୍ତ ବ୍ୟାପକ, ଅସାଧାରଣ ଭାବେ ବିଶ୍ୱସନୀୟ ଏବଂ ହାଇ-ସ୍ପିଡ୍ ୫ଜି ଅନୁଭୂତି ପ୍ରଦାନ କରିବ। ଭାରତୀୟ ଗ୍ରାହକମାନଙ୍କୁ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ। ୫ଜିର ୧୩-ବ୍ୟାଣ୍ଡ୍‌ରେ କାମ କରୁଥିବା ଆମ ପାଖରେ ୫ଜି ସ୍ମାର୍ଟଫୋନ୍‌ର ବ୍ୟାପକ ବର୍ଗମାଳା ରହିଛି ଯେଉଁଥିରେ ବିଭିନ୍ନ ମୂଲ୍ୟର ସ୍ମାର୍ଟଫୋନ୍ ରହିଛି । କୋଟି କୋଟି ଭାରତୀୟଙ୍କ ପର୍ଯ୍ୟନ୍ତ ଜିଓର ଅତ୍ୟାଧୁନିକ ଟ୍ରୁ-୫ଜିକୁ ପହଂଚାଇବା ଲକ୍ଷ୍ୟ ନେଇ ରିଲାଏନ୍ସ ଜିଓ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ।’’

ଏହି ସହଯୋଗିତା ସମ୍ପର୍କରେ ରିଲାଏନ୍ସ ଜିଓର ସଭାପତି ସୁନିଲ ଦତ କହିଛନ୍ତି ଯେ, “ଭାରତରେ ମୋଟୋରୋଲା ସହିତ ସହଯୋଗିତା ସ୍ଥାପନ କରି ଆମେ ଅତ୍ୟନ୍ତ ଆନନ୍ଦିତ। ଏହା ଦ୍ୱାରା ଟ୍ରୁ-୫ଜି ପରିବ୍ୟବସ୍ଥା ଆହୁରି ସୁଦୃଢ଼ ହେବ। ୫ଜି ସ୍ମାର୍ଟଫୋନ୍‌ର କ୍ଷମତାର ଅନୁଭୂତି କେବଳ ଜିଓ ଭଳି ଟ୍ରୁ-୫ଜି ନେଟ୍‌ୱର୍କ ଜରିଆରେ ହାସଲ କରିହେବ। ଏହା ଏକ ସବୁଠୁ ଉନ୍ନତ ନେଟ୍‌ୱର୍କ। ମୋଟୋରୋଲାରେ ରହିଛି ଉନ୍ନତ ୫ଜି ସୁବିଧା ଏବଂ ଏହା ଭାରତରେ ଅଧିକାଂଶ ୫ଜି ବ୍ୟାଣ୍ଡ୍‌ରେ କାମ କରିବ। ମୋଟୋରୋଲା ସ୍ମାର୍ଟଫୋନ୍‌ର କ୍ଷମତା ଜିଓ ଟ୍ରୁ-୫ଜି ଭଳି ନେଟ୍‌ୱର୍କ ଜରିଆରେ ପୂର୍ଣ୍ଣ ମାତ୍ରାରେ ସାମ୍ନାକୁ ଆସିବ।’’

ମୋଟୋରୋଲାର ୫ଜି ଡିଭାଇସ୍ ବ୍ୟବହାର କରୁଥିବା ସମସ୍ତ ଜିଓ ଗ୍ରାହକଙ୍କୁ “ଜିଓ ୱେଲ୍‌କମ୍ ଅଫର’ ଅଧୀନରେ ଅସୀମିତ ୫ଜି ଇଟଂରନେଟ୍ ଡାଟା ଏବଂ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ମିଳିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଇଫୋନ୍ ର ଏହି ମଡେଲ୍‌ଗୁଡ଼ିକ ପାଇଁ ଅସୀମିତ ଡାଟା ସହ ୫ଜି ସେବାର ଶୁଭାରମ୍ଭ କଲା ଜିଓ

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ୨୦୨୨ ଡିସେମ୍ବର ୧୫ ତାରିଖରୁ ଆଇଫୋନ୍ ୧୨ ଓ ପରବର୍ତ୍ତୀ ଆଇଫୋନ୍ ମଡେଲଗୁଡ଼ିକ୍‌ରେ ଅସୀମିତ ଡାଟା ସହ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହେବ।

ବ୍ୟବହାରକାରୀମାନଙ୍କୁ ଆଇଫୋନ୍‌ର ସଦ୍ୟତମ ଆଇଓଏସ୍ ଏବଂ କ୍ୟାରିୟର ସେଟିଂକୁ ଅପ୍‌ଡେଟ୍ କରିବାକୁ ପଡ଼ିବ। ଜିଓ ଟ୍ରୁ-୫ଜି ସେବା ଆରମ୍ଭ ହୋଇସାରିଥିବା ସହରଗୁଡ଼ିକରେ ଅସୀମିତ ୫ଜି ବ୍ୟବହାର ପାଇଁ ଆଇଫୋନ୍ ଗ୍ରାହକମାନଙ୍କୁ ସକ୍ଷମ କରିବା ଲାଗି କଂପାନି ପକ୍ଷରୁ ସେମାନଙ୍କ ନମ୍ବରରେ ଜିଓ ୱେଲ୍‌କମ୍ ଅଫର ପ୍ରଦାନ କରାଯାଇଛି। ଆଇଫୋନ୍ ୧୨ ମିନି, ଆଇଫୋନ୍ ୧୨, ଆଇଫୋନ୍ ୧୨ ପ୍ରୋ, ଆଇଫୋନ୍ ୧୨ ପ୍ରୋ ମ୍ୟାକ୍ସ, ଆଇଫୋନ୍ ୧୩ ମିନି, ଆଇଫୋନ୍ ୧୩, ଆଇଫୋନ୍ ୧୩ ପ୍ରୋ, ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ, ଆଇଫୋନ୍ ଏସ୍‌ଇ ୨୦୨୨ (ଥାର୍ଡ ଜେନେରେସେନ), ଆଇଫୋନ୍ ୧୪, ଆଇଫୋନ୍ ୧୪ ପ୍ଲସ୍‌, ଆଇଫୋନ୍ ୧୪ ପ୍ରୋ, ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସରେ ଏବେ ଜିଓର ଟ୍ରୁ-୫ଜି ସେବା ହାସଲ କରିହେବ।

ଭାରତରେ ଆଇଫୋନ୍ ଡିଭାଇସ୍‌ରେ ୫ଜି ସେବାକୁ ବ୍ୟବହାର କରିବା ସୁବିଧା ପ୍ରଦାନ କରିବା ଲାଗି ନଭେମ୍ବର ମାସର ପ୍ରଥମ ସପ୍ତାହରେ ଆପଲ୍ ପକ୍ଷରୁ କଂପାନିର ବିଟା ସଫଟଓୟାର ପ୍ଲାଟ୍‌ଫର୍ମରେ ଅପ୍‌ଡେଟ୍ ଜାରି କରାଯାଇଥିଲା।

ଜିଓ ଟ୍ରୁ-୫ଜି ବ୍ୟବହାର କରିବା ପାଇଁ ଆଇଫୋନ୍ ବ୍ୟବହାରକାରୀମାନଙ୍କୁ ସେମାନଙ୍କ ଡିଭାଇସ୍ ସଫ୍ଟଓୟାରକୁ ଆଇଓଏସ୍ ୧୬.୨ କିମ୍ବା ତା’ଠାରୁ ପରବର୍ତୀକୁୁ ଅପ୍‌ଡେଟ୍ କରିବାକୁ ପଡ଼ିବ ଏବଂ ତା’ପରେ ସେଟିଂରେ ୫ଜିକୁ ସକ୍ରିୟ କରିବାକୁ ହେବ ଏବଂ ଶେଷରେ ଷ୍ଟାଣ୍ଡ୍‌-ଏଲୋନ୍ ୫ଜିକୁ ସକ୍ରିୟ କରିବାକୁ ପଡ଼ିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶର ସର୍ବବୃହତ ଫିକ୍ସଡ୍‌ଲାଇନ୍ ସେବା ପ୍ରଦାନକାରୀରେ ପରିଣତ ହେଲା ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଦେଶର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ଉଲ୍ଲେଖନୀୟ ଯାତ୍ରାକୁ ବଜାୟ ରଖି ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ସର୍ବାଧିକ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ଦେଶରେ ୩୨.୮୧ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍ ୩.୨୬ ଲକ୍ଷ ଗ୍ରାହକ ଯୋଡ଼ିଛି। ଏହି ମାସରେ ଭୋଡାଫୋନ୍ ଆଇଡିଆ ୧୯.୫୮ ଲକ୍ଷ ଏବଂ ବିଏସ୍‌ଏନ୍‌ଏଲ୍ ୫.୬୭ ଲକ୍ଷ ଗ୍ରାହକଙ୍କୁ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡ଼ିଛି।

ତେବେ ଗୁରୁତ୍ୱପୂର୍ଣ୍ଣ ଭାବେ ଅଗଷ୍ଟ ମାସରେ ବିଏସ୍‌ଏନ୍‌ଏଲ୍‌କୁ ପଛରେ ପକାଇ ରିଲାଏନ୍ସ ଜିଓ ଦେଶର ସର୍ବବୃହତ ଫିକ୍ସଡ୍‌ଲାଇନ୍ ସେବା ପ୍ରଦାନକାରୀରେ ପରିଣତ ହୋଇଛି । ଟ୍ରାଇର ଅଗଷ୍ଟ ମାସ ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓର ଓୟାରଲାଇନ୍ ଗ୍ରାହକ ସଂଖ୍ୟା ୭୩.୫୨ ଲକ୍ଷରେ ପହଂଚିଥିବା ବେଳେ ବିଏସ୍‌ଏନ୍‌ଏଲ୍‌ର ଓୟାରଲାଇନ ଗ୍ରାହକ ସଂଖ୍ୟା ୭୧.୩୨ ଲକ୍ଷ ରହିଛି। ଏହା ସହିତ ଉଭୟ ଓୟାରଲେସ୍ ଏବଂ ଓୟାରଲାଇନ୍ କ୍ଷେତ୍ରରେ ରିଲାଏନ୍ସ ଜିଓ ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଏସଏନଏଲ୍ ଦୀର୍ଘ ୨୨ ବର୍ଷ ଧରି ଓୟାରଲାଇନ୍ ସେବା ପ୍ରଦାନ କରୁଥିବା ବେଳେ ତିନି ବର୍ଷ ପୂର୍ବେ ଜିଓ ଏହାର ଓୟରଲାଇନ୍ ସେବା ଜିଓଫାଇବର୍ ଆରମ୍ଭ କରିଥିଲା। ଟ୍ରାଇ ପ୍ରକାଶିତ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୨ ଅଗଷ୍ଟରେ ଜିଓ ଦେଶରେ ସର୍ବାଧିକ ୨.୬୨ ଲକ୍ଷ ନୂଆ ଓୟାରଲାଇନ୍ ଗ୍ରାହକ ଯୋଡ଼ିଛି।

ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଜିଓ ୨୦୨୨ ଅଗଷ୍ଟ ମାସରେ ସର୍ବାଧିକ ୮୩,୧୪୮ ନୂଆ ଗ୍ରାହକଙ୍କୁ ଯୋଡ଼ି ଏହାର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି। ରାଜ୍ୟରେ ଜିଓର ଓୟାରଲାଇନ୍ ଗ୍ରାହକ ସଂଖ୍ୟାରେ ମଧ୍ୟ ଦ୍ରୁତ ବୃଦ୍ଧି ହୋଇଛି ଏବଂ ଅଗଷ୍ଟ ମାସରେ ଓଡ଼ିଶାରେ ଏହାର ହାଇ ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଜିଓଫାଇବର୍‌ର ମୋଟ ଗ୍ରାହକ ସଂଖ୍ୟା ୧,୬୨,୫୫୬କୁ ବୃଦ୍ଧି ପାଇଛି। ସାରା ରାଜ୍ୟରେ ଏହାର ଦ୍ରୁତ ସମ୍ପ୍ରସାରଣକୁ ଜାରି ରଖି ଜିଓଫାଇବର ଏବେ ଓଡ଼ିଶାର ୩୬ରୁ ଅଧିକ ସହରରେ ଉପଲବ୍ଧ ରହିଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ସହରକୁ ଏହା ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛି। ନୂଆ ଅଂଚଳ ଏବଂ ସହରର ଉପକଣ୍ଠକୁ ସମ୍ପ୍ରସାରିତ ହୋଇ ଏହା ବ୍ୟକ୍ତିବିଶେଷ, କ୍ଷୁଦ୍ର ଓ ବୃହତ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରର ପ୍ରଫେସନାଲ୍‌ଙ୍କ ସମେତ ହଜାର ହଜାର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ସହ ସେମାନଙ୍କ ପାଖରେ ଅସୀମିତ ମନୋରଂଜନ, ଖବର, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ଳାଟଫର୍ମ ପହଂଚାଇ ସେମାନଙ୍କୁ ସମୃଦ୍ଧ ଅନୁଭୂତି ପ୍ରଦାନ କରୁଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉଭୟ ସର୍ବାଧିକ ସଂଖ୍ୟକ ଗ୍ରାହକ ଓ ସର୍ବାଧିକ ରାଜସ୍ୱ ବଜାର ଅଂଶ ସହ ଓଡ଼ିଶାରେ ଜିଓ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ହୋଇରହିଛି। ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ରାଜ୍ୟରେ ୪୨%ରୁ ଅଧିକ ଗ୍ରାହକ ବଜାର ଅଂଶ ଓ ରାଜ୍ୟର ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱରେ ୫୨%ରୁ ଅଧିକ ବଜାର ଅଂଶ ସହ ଜିଓ ଅଗ୍ରଣୀ ରହିଛି। ଜିଓର ସର୍ବବୃହତ ଟ୍ରୁ-୪ଜି ନେଟ୍‌ୱର୍କ, ଟେଲିକମ୍ ସେବା ପହଂଚିନଥିବା ଅଂଚଳକୁ ଦ୍ରୁତ ସମ୍ପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ସାରା ରାଜ୍ୟରେ ନିରବଚ୍ଛିନ୍ନ ହାଇସ୍ପିଡ୍ ଇଟଂରନେଟ୍ ସଂଯୋଗ ଦ୍ୱାରା ଏହା ଆହୁରି ତ୍ୱରାନ୍ୱିତ ହୋଇଛି। ସର୍ବବୃହତ ୪ଜି ନେଟ୍‌ୱର୍କ ଏବଂ ସର୍ବାଧିକ ସଂଖ୍ୟକ ନେଟ୍‌ୱର୍କ ସାଇଟ୍‌କୁ ନେଇ ଓଡ଼ିଶାରେ ଜିଓ ନିୟୁତାଧିକ ଗ୍ରାହକଙ୍କୁ ଶ୍ରେଷ୍ଠ ଡିଜିଟାଲ୍ ଅନୁଭୂତି ପ୍ରଦାନ କରୁଛି ଏବଂ ରାଜ୍ୟରେ ଖୁବ୍‌ଶୀଘ୍ର ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିବା ଲାଗି କଂପାନି ପ୍ରସ୍ତୁତ ହେଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ହାରାହାରି ୪ଜି ଡାଉନ୍‌ଲୋଡ୍ ଏବଂ ଅପ୍‌ଲୋଡ୍ ସ୍ପିଡ୍‌ରେ ଜିଓ ଏକ ନମ୍ବର: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଦେଶର ସବୁଠୁ ବଡ଼ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ସହିତ ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ମଧ୍ୟ ଏକ ନମ୍ବର ସ୍ଥାନ ହାସଲ କରିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ଜାରି କରାଯାଇଥିବା ସେପ୍ଟେମ୍ବର ମାସ ତଥ୍ୟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୯.୧ ଏମ୍‌ବିପିଏସ୍ ରହିଛି। ଅଗଷ୍ଟ ମାସରେ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୭.୪ ଏମ୍‌ବିପିଏସ୍ ଥିଲା। ନିକଟରେ ଓକ୍‌ଲା ପକ୍ଷରୁ ରାଜଧାନୀ ଦିଲ୍ଲୀ ସମେତ ଚାରିଟି ସହରରେ ହାରାହାରି ୫ଜି ସ୍ପିଡ୍‌ର ତଥ୍ୟ ଜାରି କରାଯାଇଥିଲା। ସେଥିରେ ରିଲାଏନ୍ସ ଜିଓ ନିଜ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ୍‌ଠାରୁ ବହୁ ଆଗରେ ରହିଥିଲା। ଦିଲ୍ଲୀରେ ଜିଓ ୬୦୦ ଏମ୍‌ବିପିଏସ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ହାସଲ କରିଥିଲା।

ଅନ୍ୟ ପକ୍ଷରେ ଟ୍ରାଇ ତଥ୍ୟ ଅନୁଯାୟୀ ଭୋଡାଫୋନ୍ ଆଇଡିଆର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ସେପ୍ଟେମ୍ବର ସୁଦ୍ଧା ୧୨.୭ ଏମ୍‌ବିପିଏସ୍‌କୁ ହ୍ରାସ ପାଇଛି। ସେପ୍ଟେମ୍ବରରେ ଏୟାରଟେଲ୍‌ର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୪ ଏମ୍‌ବିପିଏସ୍ ରହିଛି । ଜିଓଠାରୁ ଉଭୟ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ବହୁ ପଛରେ ରହିଛନ୍ତି। ଟ୍ରାଇର ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ପରୀକ୍ଷାରେ ଜିଓ ଆରମ୍ଭରୁ ଏକ ନମ୍ବର ସ୍ଥାନରେ ରହିଆସିଛି।

ତେବେ ସବୁଠୁ ବଡ଼ ପରିବର୍ତନ ୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ଦେଖିବାକୁ ମିଳିଛି। ଦୀର୍ଘ ଦିନ ପର୍ଯ୍ୟନ୍ତ ଏକ ନମ୍ବର ସ୍ଥାନରେ ଥିବା ଭୋଡାଫୋନ୍ ଆଇଡିଆକୁ ପଦଚ୍ୟୁତ କରି ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ଜିଓ ଦେଶରେ ଏକ ନମ୍ବର ସ୍ଥାନରେ ପହଂଚିଛି। ଟ୍ରାଇର ତଥ୍ୟ ଅନୁଯାୟୀ ସେପ୍ଟେମ୍ବର ମାସରେ ଜିଓକୁ ବାଦ ଦେଇ ଅନ୍ୟ ସବୁ ଟେଲିକମ୍ ଅପରେଟରଙ୍କ ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ହ୍ରାସ ପାଇଛି। ଜିଓର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୬.୪ ଏମ୍‌ବିପିଏସ୍ ରହିଥିବା ବେଳେ ଭୋଡାଫୋନ୍ ଆଇଡିଆର ୫.୯ ଏମ୍‌ବିପିଏସ୍ ରହିଛି। ଏୟାରଟେଲ୍‌ର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ହ୍ରାସ ପାଇ ବିଏସ୍‌ଏନ୍‌ଏଲ୍ ସହିତ ସମାନ ୩.୪ ଏମ୍‌ବିପିଏସ୍ ରହିଛି। ଟ୍ରାଇ ଦ୍ୱାରା ବାସ୍ତବ ସମୟ ଭିତିରେ ଏହାର ମାଇଁ ସ୍ପିଡ୍ ଆପ୍ଲିକେସନ ସହାୟତାରେ ସଂଗୃହୀତ ତଥ୍ୟ ଭିତିରେ ହାରାହାରି ସ୍ପିଡ୍ ଆକଳନ କରାଯାଇଥାଏ। ଟ୍ରାଇର ମାଇଁ ସ୍ପିଡ୍ ପୋର୍ଟାଲ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୫୪.୯ ଏମ୍‌ବିପିଏସ୍ ରହିଥିବା ବେଳେ ଏହାଠାରୁ ବହୁ ପଛରେ ରହିଥିବା ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଯଥାକ୍ରମେ ୧୮.୮ ଏମ୍‌ବିପିଏସ୍ ଓ ୧୪ ଏମ୍‌ବିପିଏସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦଶହରାରେ ଆରମ୍ଭ ହେବ ଜିଓର ଟ୍ରୁ-୫ଜି

ଭୁବନେଶ୍ୱର: ଜିଓ ବ୍ୟବହାରକାରୀମାନଙ୍କ ପାଇଁ ଖୁସି ଖବର। ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ ଦଶହରାରୁ ଆରମ୍ଭ ହେଉଛି। ଏହି ସେବା ଦେଶର ଚାରି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଆରମ୍ଭ କରାଯିବ। ଏହି ସେବା ଏବେ କେବଳ ନିମନ୍ତ୍ରଣ ଆଧାରରେ ପ୍ରଦାନ କରାଯିବ, ଅର୍ଥାତ ନିର୍ଦିଷ୍ଟ କିଛି ଜିଓ ଗ୍ରାହକଙ୍କୁ ଏହି ସେବା ବ୍ୟବହାର କରିବା ଲାଗି ଆମନ୍ତ୍ରଣ କରାଯିବ।

ଗ୍ରାହକମାନଙ୍କୁ ଏହା ସହିତ ୱେଲକମ୍ ଅଫର ବି ମିଳିବ ଯେଉଁଥିରେ ସେମାନଙ୍କୁ ୧ ଜିବିପିଏସ୍ ପର୍ଯ୍ୟନ୍ତର ସ୍ପିଡ୍ ଓ ଅସୀମିତ ୫ଜି ଡାଟା ମିଳିବ। ଆମନ୍ତ୍ରିତ ଗ୍ରାହକମାନେ ଏହି ଜିଓ ଟ୍ରୁ-୫ଜିର ଅନୁଭୂତି ହାସଲ କରିବେ ଏବଂ ସେମାନଙ୍କ ଅନୁଭବ ଆଧାରରେ କଂପାନି ବିସ୍ତୃତ ୫ଜି ସେବାର ଶୁଭାରମ୍ଭ କରିବ।

“ଉଇ କେୟାର’ ଅର୍ଥାତ ଆମେ ଆପଣଙ୍କ ଯତ୍ନ ନେବୁ, ଜିଓ ଟ୍ରୁ-୫ଜି ସେହି ମୂଳ ମନ୍ତ୍ର ଉପରେ ତିଆରି ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ ସେବା, କୃଷି, କୌଶଳ ବିକାଶ, କ୍ଷୁଦ୍ର, ମଧ୍ୟମ ଓ ବୃହତ଼ ଉଦ୍ୟୋଗ, ଆଇଓଟି, ସ୍ମାର୍ଟ ହୋମ୍ ଓ ଗେମିଂ ଭଳି କ୍ଷେତ୍ରକୁ ଏହା ସମ୍ପୂର୍ଣ୍ଣ ବଦଳାଇ ଦେବ ଏବଂ ୧୪୦ କୋଟି ଭାରତୀୟଙ୍କ ଉପରେ ତାହାର ସିଧାସଳଖ ପ୍ରଭାବ ପଡ଼ିବ।
ଜିଓ ୫ଜି ୱେଲକମ୍ ଅଫରକୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଆମନ୍ତ୍ରଣ ଜରିଆରେ ଜିଓ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଯିବ। ସେହି ଗ୍ରାହକମାନଙ୍କୁ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ସହ ଅସୀମିତ ୫ଜି ଡାଟା ମିଳିବ। ଯେତେବେଳେ ଅନ୍ୟ ସହରଗୁଡ଼ିକରେ ପ୍ରସ୍ତୁତି ଶେଷ ହେବ ସେହି ସହରଗୁଡ଼ିକୁ ବିଟା ପରୀକ୍ଷଣ ସେବାର ସମ୍ପ୍ରସାରଣ କରିବା ବିଷୟରେ ଘୋଷଣା କରାଯିବ। ସହରର ନେଟୱର୍କ ପର୍ଯ୍ୟାପ୍ତ ଭାବେ ସୁଦୃଢ଼ ନହେବା ପର୍ଯ୍ୟନ୍ତ ବ୍ୟବହାରକାରୀମାନେ ଏହି ବିଟା ପରୀକ୍ଷଣର ଲାଭ ଉଠାଇପାରିବେ। ଆମନ୍ତ୍ରିତ ଜିଓ ୱେଲକମ୍ ଅଫର ବ୍ୟବହାରକାରୀମାନଙ୍କୁ ନିଜ ଜିଓ ସିମ୍ ବଦଳାଇବାକୁ ପଡ଼ିବ ନାହିଁ। କେବଳ ସେମାନଙ୍କ ମୋବାଇଲ୍ ୫ଜି ହୋଇଥିବା ଦରକାର। ଜିଓ ଟ୍ରୁ-୫ଜି ସେବା ସ୍ୱୟଂକ୍ରିୟ ଭାବେ ଅପ୍‌ଗ୍ରେଡ୍ ହୋଇଯିବ। ଚୟନ କରିବା ନିମନ୍ତେ ଗ୍ରାହକମାନଙ୍କ ପାଇଁ ୫ଜି ଡିଭାଇସ୍‌ର ବ୍ୟାପକ ବର୍ଗମାଳା ଉପଲବ୍ଧ କରାଇବା ଲାଗି ସବୁ ହ୍ୟାଣ୍ଡ୍‌ସେଟ୍ ବ୍ରାଣ୍ଡ୍ ସହ ମିଶି ଜିଓ କାର୍ଯ୍ୟ କରୁଛି।

ଏହି ଅବସରରେ ରିଲାଏନ୍ସ ଜିଓ ଇନଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, “ଆମ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଭାରତ ଭଳି ଏକ ବଡ଼ ଦେଶରେ ସବୁଠୁ ଦ୍ରୁତ ଗତିରେ ୫ଜି ସେବା ଆରମ୍ଭ କରିବା ଲାଗି ଜିଓ ଯୋଜନା ପ୍ରସ୍ତୁତ କରିଛି। ଜିଓ ୫ଜି ଏକ ଟ୍ରୁ-୫ଜି ହେବ ଏବଂ ଆମେ ଭାବୁଛୁ ଯେ ଟ୍ରୁ-୫ଜି ଠାରୁ କମ୍ ପାଇଁ ଭାରତ ହକଦାର ନୁହେଁ। ଜିଓ ୫ଜି ଦୁନିଆର ସବୁଠୁ ଉନ୍ନତ ୫ଜି ନେଟ୍‌ୱର୍କ ହେବ ଯାହାକୁ ଭାରତୀୟମାନେ ଭାରତୀୟମାନଙ୍କ ଲାଗି ପ୍ରସ୍ତୁତ କରିଛନ୍ତି। ୫ଜି ଏଭଳି ଏକ ସେବା ହେବ ଯାହା କେବଳ କିଛି ବିଶିଷ୍ଟ ଲୋକଙ୍କ ପାଇଁ କିମ୍ବା କିଛି ବଡ଼ ସହର ମଧ୍ୟରେ ଉପଲବ୍ଧ ହେବାରେ ସୀମିତ ରହିବ ନାହିଁ। ଏହା ସାରା ଦେଶର ସବୁ ନାଗରିକ, ସବୁ ଘର ଏବଂ ସବୁ ବ୍ୟବସାୟ ପାଇଁ ଉପଲବ୍ଧ ହେବା ଦରକାର। ତାହା ହେଲେ ଆମେ ସମ୍ପୂର୍ଣ୍ଣ ଆର୍ଥିକ ବ୍ୟବସ୍ଥାରେ ଉତ୍ପାଦକତା, ଆୟ ଏବଂ ଜୀବନ ଧାରଣ ମାନରେ ପରିବର୍ତନ ଆଣିପାରିବା।’’

ଜିଓ ଟ୍ରୁ-୫ଜିର ତିନି ବଡ଼ ବୈଶିଷ୍ଟ୍ୟ:

ଷ୍ଟାଣ୍ଡ୍‌-ଏଲୋନ୍ ୫ଜି

ଷ୍ଟାଣ୍ଡ୍‌-ଏଲୋନ୍ ନେଟ୍‌ୱର୍କର ଅର୍ଥ ହେଉଛି ଏହି ଉନ୍ନତ ୫ଜି ନେଟୱର୍କର ୪ଜି ନେଟୱର୍କ ସହ କୌଣସି ସମ୍ପର୍କ ନାହିଁ। ଅନ୍ୟ ଅପରେଟରମାନେ କିନ୍ତୁ ୪ଜି-ଭିତିକ ନେଟ୍‌ୱର୍କ ଆରମ୍ଭ କରିବାକୁ ଉଦ୍ୟମ କରୁଛନ୍ତି। ଏହାର ସିଧା ଲାଭ ଜିଓର ଟ୍ରୁ-୫ଜିକୁ ମିଳିବ। ଏଥିରେ ଲୋ ଲାଟେନ୍‌ସି, ବଡ଼ ଧରଣର ମେସିନ୍‌ରୁ ମେସିନ୍ ଯୋଗାଯୋଗ, ୫ଜି ଭଏସ୍‌, ଏଜ୍ କମ୍ପ୍ୟୁଟିଂ ଏବଂ ନେଟୱର୍କ ଷ୍ଟାଇଲିଂ ଭଳି ଚମତ୍କାର ସୁବିଧା ସୁଯୋଗ ରହିିଛି।

ସ୍ପେକ୍ଟ୍ରମ୍‌ର ସବୁଠୁ ବଡ଼ ଓ ଉନ୍ନତ ମିଶ୍ରଣ

୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ୫ଜି ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍‌ର ସବୁଠୁ ବଡ଼ ଏବଂ ସବୁଠୁ ଉପଯୁକ୍ତ ମିଶ୍ରଣ ଯାହା ଜିଓ ଟ୍ରୁ ୫ଜିକୁ ଅନ୍ୟ ଅପରେଟରମାନଙ୍କଠାରୁ ସ୍ୱତନ୍ତ୍ର କରିଛି। ଦ୍ୱିତୀୟତଃ ସବୁଠୁ ମହତ୍ୱପୂର୍ଣ୍ଣ ହେଉଛି ୭୦୦ ମେଗାହର୍ଜ ଲୋ-ବ୍ୟାଣ୍ଡ୍ ସ୍ପେକ୍ଟ୍ରମ୍ ରଖିଥିବା ଏକମାତ୍ର ଅପରେଟର ହେଉଛି ଜିଓ। ଏହା ଦ୍ୱାରା ବହୁତ ଭଲ ଇନଡୋର୍ କଭରେଜ୍ ମିଳିବ। ୟୁରୋପ, ଆମେରିକା ଓ ବ୍ରିଟେନ୍‌ରେ ଏହି ବ୍ୟାଣ୍ଡ୍‌କୁ ୫ଜି ପାଇଁ ପ୍ରିମିୟମ୍ ବ୍ୟାଣ୍ଡ୍ ବିଚାର କରାଯାଉଛି।

କ୍ୟାରିୟର ଏଗ୍ରିଗେସନ

କ୍ୟାରିୟର ଏଗ୍ରିଗ୍ରେସନ ନାମକ ଉନ୍ନତ ପ୍ରଯୁକ୍ତି ୫ଜିକୁ ଅଲଗା ଅଲଗା ଫ୍ରିକ୍ୟୁଏନ୍ସିର ଏକ ମଜଭୁତ “ଡାଟା ହାଇୱେ’ରେ ପରିଣତ କରୁଛି। ତାହା ବ୍ୟବହାରକାରୀମାନଙ୍କ ପାଇଁ କଭରେଜ, କ୍ଷମତା, ଗୁଣବତା ଓ ସୁଲଭତାର ଏକ ଅତି ଚମତ୍କାର ପ୍ୟାକେଜ୍।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

୫ଜିରେ ୨ ଲକ୍ଷ କୋଟି ଟଙ୍କା ନିବେଶ କରିବ ଜିଓ, ୨୦୨୩ ଡିସେମ୍ବର ସୁଦ୍ଧା ସର୍ବଭାରତୀୟ ସ୍ତରରେ ପହଂଚିବ ସେବା 

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୫ଜି ନେଟ୍‌ୱର୍କରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା ବିଷୟରେ ଘୋଷଣା କରାଯାଇଛି। କଂପାନି ଚଳିତ ବର୍ଷ ଦୀପାବଳି ସୁଦ୍ଧା ଏହି ହାଇ-ସ୍ପିଡ୍ ସେବାକୁ ପ୍ରମୁଖ ସହରଗୁଡ଼ିକରେ ଆରମ୍ଭ କରିବ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ୪୫ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି କଂପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ୨୦୨୩ ଡିସେମ୍ବର ସୁଦ୍ଧା କଂପାନିର ୫ଜି ସେବା ସର୍ବଭାରତୀୟ ସ୍ତରରେ ଉପଲବ୍ଧ ହେବ। ସେ କହିଛନ୍ତି, ଏକ ସମ୍ପୂର୍ଣ୍ଣ ଭାରତୀୟ ୫ଜି ନେଟ୍‌ୱର୍କ ବିକଶିତ କରିବା ଲାଗି ଆମେ ମୋଟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପ୍ରତିବଦ୍ଧ ଅଛୁ। ଭାରତ ଭଳି ଏକ ବିଶାଳ ଦେଶ ପାଇଁ ଜିଓ ପକ୍ଷରୁ ସର୍ବକାଳୀନ ଦ୍ରୁତ ଗତିର ଓ ମହତ୍ୱକାଂକ୍ଷୀ ୫ଜି ସେବା ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଆସନ୍ତା ଦୁଇ ମାସ ଭିତରେ ଦୀପାବଳି ସୁଦ୍ଧା ଦେଶର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ମେଟ୍ରୋ ସହର ସମେତ ଅନ୍ୟ ପ୍ରମୁଖ ସହରରେ ଜିଓ ୫ଜି ସେବା ଆରମ୍ଭ ହେବ। ଏହା ପରେ ଦେଶର କୋଣ ଅନୁକୋଣରେ ପ୍ରତିଟି ଗ୍ରାମ ଓ ତହସିଲରେ ଜିଓ ୫ଜି ସେବା ପହଂଚାଇବା ଲାଗି କଂପାନି ପ୍ରତି ମାସରେ ଏହାର ନେଟ୍‌ୱର୍କରେ ନୂଆ ନୂଆ ସହରକୁ ଯୋଡ଼ିବା କାର୍ଯ୍ୟ ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ଜାରି ରଖିବ ବୋଲି ସେ କହିଛନ୍ତି।

ନିଲାମରେ ୮୮,୦୭୮ କୋଟି ଟଙ୍କାର ୫ଜି ସ୍ପେକ୍ଟ୍ରମ୍ କିଣିବା ପରେ ରିଲାଏନ୍ସ ଜିଓ ଉନ୍ନତ ୫ଜି ନେଟ୍‌ୱର୍କର ଶୁଭାରମ୍ଭ କରିବା ଲାଗି ଚଳିତ ମାସରେ ପ୍ରସ୍ତୁତ ହୋଇଛି। ସର୍ବଭାରତୀୟ ସ୍ତରରେ ଫାଇବର୍ ଉପସ୍ଥିତି, ଅଲ୍‌-ଆଇପି ନେଟ୍‌ୱର୍କ ସହିତ ସହାୟକ ଭିତିଭୂମି, ସ୍ୱଦେଶୀ ୫ଜି ଷ୍ଟାକ୍ ଓ ପ୍ରଯୁକ୍ତି ପରିବ୍ୟବସ୍ଥାରେ ଦୃଢ଼ ବିଶ୍ୱସ୍ତରୀୟ ସହଯୋଗିତାକୁ ନେଇ କଂପାନି ସବୁଠୁ କମ୍ ସମୟ ଭିତରେ ୫ଜି ସେବା ଆରମ୍ଭ କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଶ୍ରୀଯୁକ୍ତ ଅମ୍ବାନି କହିଛନ୍ତି ଯେ ୫ଜି ସେବା ଆରମ୍ଭ ହେବା ପରେ ଜିଓ ପକ୍ଷରୁ କନେକ୍ଟେଡ୍ ଇଟେଂଲିଜେନ୍‌ସ ଥିବା କୋଟି କୋଟି ସ୍ମାର୍ଟ ସେନ୍‌ସର ଶୁଭାରମ୍ଭ କରାଯିବ ଯାହା ଇଟଂରନେଟ୍ ଅଫ୍ ଥିଙ୍ଗସ୍ ଓ ଚତୁର୍ଥ ଶିଳ୍ପ ବିପ୍ଳବକୁ ଆଗକୁ ବଢ଼ାଇବ। ଏହା ପ୍ରତ୍ୟକଙ୍କୁ, ପ୍ରତି ସ୍ଥାନକୁୁ ଓ ସବୁ କିଛିକୁ ଉଚ୍ଚ ମାନର ଓ ସବୁଠୁ ସୁଲଭ ଡାଟା ସହିତ ଯୋଡ଼ିବ। ୧୧ ଲକ୍ଷ ରୁଟ୍ କିଲୋମିଟରରୁ ଅଧିକ ସର୍ବଭାରତୀୟ ଫାଇବର ଅପ୍‌ଟିକ୍ ନେଟ୍‌ୱର୍କ ଯୋଗୁଁ କଂପାନିର ଫାଇବର୍ ଓ ଏଫ୍‌ଟିଟିଏଚ୍‌ରେ ଦୃଢ଼ ଉପସ୍ଥିତି ରହିଥିବା ସେ କହିଛନ୍ତି।

ଏହି ଅବସରରେ ଆକାଶ ଅମ୍ବାନି ଜିଓର ଅଭିନବ ସମାଧାନ ଜିଓ ଏୟାର ଫାଇବର ହୋମ୍ ଗେଟ୍‌ୱେ ପ୍ରଦର୍ଶିତ କରିଥିଲେ ଯେଉଁଥିରେ କୌଣସି କେବୁଲ ନଥାଇ ଫାଇବର ଭଳି ହାଇ ସ୍ପିଡ୍ ଡାଟା ମିଳିପାରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ପକ୍ଷରୁ ନୂଆ ସୁବିଧା ଓ ଅଫର ସହ ସ୍ୱାଧୀନତାର ୭୫ତମ ବର୍ଷ ପାଳନ

ଭୁବନେଶ୍ୱର: ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରିବା ପାଇଁ ତିନି ସ୍ୱତନ୍ତ୍ର ଅଭିଯାନ ସହ ଜିଓ ପକ୍ଷରୁ ଜିଓ ସ୍ୱାଧୀନତା ଦିବସ ଅଫର ଘୋଷଣା କରାଯାଇଛି ଯାହା ଭାରତୀୟଙ୍କୁ ଜିଓ ଡିଜିଟାଲ୍ ଜୀବନର ନୂତନ ଲାଭ ପ୍ରଦାନ କରିବ। ଏହି ଅଭିଯାନଗୁଡ଼ିକରେ ସାମିଲ ରହିଛି ଏକ “ହର ଘର ତ୍ରିରଙ୍ଗା, ହର ଘର ଜିଓଫାଇବର’ ଅଭିଯାନ ଯାହା ସହ ପୋଷ୍ଟପେଡ୍ ମନୋରଂଜନ ବୋନାଞ୍ଜା ପ୍ଲାନ୍‌ରେ ମାଗଣାରେ ୧୫ ଦିନର ଅତିରିକ୍ତ ଲାଭ, ୨୯୯୯ ଟଙ୍କା ରିଚାର୍ଜ ପ୍ଲାନ୍‌ରେ ୩୦୦୦ ଟଙ୍କା ମୂଲ୍ୟର ଲାଭ ସହ ଜିଓ ସ୍ୱାଧୀନତା ଦିବସ ଅଫର ଏବଂ ୭୫୦ ଟଙ୍କାରେ ଏକ ସ୍ୱତନ୍ତ୍ର ୯୦ ଦିନିଆ ଅସୀମିତ ପ୍ଲାନ୍ ମଧ୍ୟ ସାମିଲ ରହିଛି।

୨୦୨୨ ଅଗଷ୍ଟ ୧୨ରୁ ୧୬ ତାରିଖ ମଧ୍ୟରେ ଜିଓଫାଇବର୍ ପୋଷ୍ଟପେଡ୍ ମନୋରଂଜନ ବୋନାଞ୍ଜା ପ୍ଲାନ୍ ସହ ଯେଉଁମାନେ ଏକ ନୂଆ ଜିଓଫାଇବର ସଂଯୋଗ କିଣିବେ ସେହି ସମସ୍ତ ନୂଆ ଗ୍ରାହକଙ୍କ ପାଇଁ ଜିଓଫାଇବର ସ୍ୱାଧୀନତା ଦିବସ ଅଫର “ହର ଘର ତ୍ରିରଙ୍ଗା, ହର ଘର ଜିଓ ଫାଇବର’ ଉପଲବ୍ଧ ହେବ। ନୂତନ ସଂଯୋଗକୁ ସକ୍ରିୟ କରିବା ସମୟରେ ଯେଉଁ ପ୍ଲାନ୍ ଚୟନ କରାଯାଇଥିବ ଅତିରିକ୍ତ ୧୫ ଦିନ ପାଇଁ ନୂଆ ଗ୍ରାହକଙ୍କ ପାଇଁ ସେହି ଲାଭ ମାଗଣାରେ ଉପଲବ୍ଧ ହେବ। ୪୯୯ ଟଙ୍କା, ୫୯୯ ଟଙ୍କା, ୭୯୯ ଟଙ୍କା ଓ ୮୯୯ ଟଙ୍କାର ପ୍ଲାନ୍ ସହ ୬ ମାସ କିମ୍ବା ୧୨ ମାସ ଅବଧିର ପ୍ଲାନ୍‌ର ପୋଷ୍ଟପେଡ୍ ମନୋରଂଜନ ବୋନାଞ୍ଜା ଅଫର ଚୟନ କରୁଥିବା ନୂଆ ଜିଓଫାଇବର ଗ୍ରାହକଙ୍କ ପାଇଁ ଏହି ଅଫର ପ୍ରଯୁଜ୍ୟ ଅଟେ।

ମୋବାଇଲ୍ ବ୍ୟବହାରକାରୀମାନଙ୍କ ଲାଗି ଜିଓ ପକ୍ଷରୁ ୨୯୯୯ ଟଙ୍କାର ବାର୍ଷିକ ରିଚାର୍ଜ ପ୍ଲାନ୍‌ରେ “ଜିଓ ସ୍ୱାଧୀନତା ଦିବସ ଅଫର’ ଘୋଷଣା କରାଯାଇଛି ଯାହା ସହିତ ରହିଛି ଅତିରିକ୍ତ ୭୫ ଜିବିର ହାଇ ସ୍ପିଡ୍ ଡାଟା, ଆଇକ୍ସିଗୋ, ନେଟ୍‌ମେଡ୍‌ସ ଓ ଆଜିଓର ରିହାତି କୁପନ୍ ଭାବେ ୩୦୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଲାଭ। ୨୯୯୯ ଟଙ୍କିଆ ପ୍ଲାନ୍‌ରେ ମିଳୁଥିବା ଦୈନିକ ୨.୫ ଜିବି ହାଇ ସ୍ପିଡ୍ ଡାଟା, ଡିଜ୍‌ନି+ହଟ୍‌ଷ୍ଟାର୍‌ର ମାଗଣା ଏକ ବର୍ଷିଆ ମୋବାଇଲ୍ ସବ୍‌ସ୍କ୍ରିପ୍‌ସନ୍‌, ମାଗଣା ଅସୀମିତ ଭଏସ୍ କଲ୍‌, ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ଓ ଜିଓ ଆପ୍‌ର ମାଗଣା ସବ୍‌ସ୍କ୍ରିପନ୍ ବାଦ ଏହି ଲାଭ ମିଳିବ।

ସେହିପରି, ନୂଆ “୭୫୦ ଟଙ୍କିଆ ଅସୀମିତ’ ପ୍ଲାନ୍‌ରେ ୯୦ ଦିନର ବୈଧତା ରହିଛି ଓ ଅସୀମିତ ଡାଟା-ଦୈନିକ ୨ ଜିବିର ହାଇସ୍ପିଡ୍ ଡାଟା ପରେ ୬୪ କେବିପିଏସ୍‌ର ଅସୀମିତ ଡାଟା, ଅସୀମିତ ଭଏସ୍ କଲ୍‌, ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌, ଜିଓ ଆପ୍‌ର ମାଗଣା ସବ୍‌ସ୍କ୍ରିପ୍‌ସନ୍ ଏବଂ ଅତିରିକ୍ତ ୧୦୦ ଏମ୍‌ବି ହାଇସ୍ପିଡ୍ ଡାଟା ସମେତ ଏକ ସାମଗ୍ରିକ ଲାଭର ପ୍ୟାକେଜ୍ ଏହା ପ୍ରଦାନ କରୁଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୧,୦୦୦ ସହରରେ ୫ଜି ସେବା ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ଜିଓ

ଭୁବନେଶ୍ୱର: ଦେଶର ସବୁଠୁ ବଡ଼ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ଦେଶର ପ୍ରାୟ ୧,୦୦୦ ସହରରେ ୫ଜି ସେବା ଆରମ୍ଭ କରିବା ଲାଗି ଏହାର ଯୋଜନାକୁ ଚୂଡ଼ାନ୍ତ କରିଛି। ଏଥି ସହିତ କଂପାନି ସ୍ୱଦେଶରେ ବିକଶିତ ୫ଜି ଟେଲିକମ୍ ଉପକରଣର ପରୀକ୍ଷଣ ମଧ୍ୟ ଶେଷ କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ବାର୍ଷିକ ରିପୋର୍ଟ ୨୦୨୧-୨୨ରେ ଜଣାଇଛି ଯେ ଏହାର ଟେଲିକମ୍ କଂପାନି ଜିଓ ୨୦୨୧-୨୨ ଆର୍ଥିକ ବର୍ଷରେ ଶତ ପ୍ରତିଶତ ସ୍ୱଦେଶୀ ପ୍ରଯୁକ୍ତି ଜ୍ଞାନକୌଶଳ ସହିତ ୫ଜି ସେବା ଲାଗି ନିଜକୁ ପ୍ରସ୍ତୁତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି। ନିକଟରେ ଶେଷ ହୋଇଥିବା ୫ଜି ସ୍ପେକ୍ଟ୍ରମ୍ ନିଲାମରେ କଂପାନି ସର୍ବାଧିକ ସ୍ପେକ୍ଟ୍ରମ କିଣିଛି। ମୋଟ ୧.୫୦ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟ୍ରମ୍ ନିଲାମ କରାଯାଇଥିବା ବେଳେ ଜିଓ ଏକାକୀ ୮୮,୦୭୮ କୋଟି ଟଙ୍କାର ସ୍ପେକ୍ଟ୍ରମ୍ କିଣିବାକୁ ବିଡ୍ ଦାଖଲ କରିଥିଲା।

ଆର୍‌ଆଇଏଲ୍‌ର ବାର୍ଷିକ ରିପୋର୍ଟ ଅନୁଯାୟୀ, ଦେଶର ୧୦୦୦ ସହରରେ ୫ଜି ସେବା ପ୍ରଦାନ କରିବା ଲାଗି ଯୋଜନାକୁ ପ୍ରସ୍ତୁତ କରିଛି ଜିଓ। ଏହି ସମୟରେ ଆର୍ଟିଫିସିଆଲ ଇଟେଂଲିଜେନ୍ସ (ଏଆର୍‌), ଭର୍ଚୁଆଲ୍ ରିଅଲିଟି (ଭିଆର୍‌), କ୍ଲାଉଡ୍ ଗେମିଂ, ଟିଭି ଷ୍ଟ୍ରିମିଂ, ହସ୍ପିଟାଲ୍ ଓ ଉଦ୍ୟୋଗରେ ବ୍ୟବହାର ଲାଗି ଏହାକୁ କଂପାନି ପରଖି ସାରିଛି।

ଟେଲିକମ୍ ବିଭାଗ ଅନୁଯାୟୀ ୪ଜି ତୁଳନାରେ ୫ଜିରେ ଡାଉନ୍‌ଲୋଡ୍ ସ୍ପିଡ୍ ୧୦ ଗୁଣା ଅଧିକ ରହିଥାଏ ଏବଂ ସ୍ପେକ୍ଟ୍ରମ୍‌ର କ୍ଷମତା ମଧ୍ୟ ତିନି ଗୁଣା ବୃଦ୍ଧି ପାଇଥାଏ।

ରିଲାଏନ୍ସ ଜିଓ ଅତି ଗୁରୁତ୍ୱପୂର୍ଣ୍ଣ ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ୍ ହାସଲ କରିଛି ଯାହାର ଗୋଟିଏ ଟାୱାର ୬-୧୦ କିଲୋମିଟର ବ୍ୟାପୀ ଅଂଚଳକୁ ସିଗ୍‌ନାଲ୍ ପ୍ରଦାନ କରିଥାଏ। କଂପାନି ଦେଶର ସମସ୍ତ ୨୨ ଟେଲିକମ୍ ସର୍କଲ୍ ଓ ଜୋନ୍‌ରେ ୫ଜି ସେବା ପ୍ରଦାନ କରିବା ଲାଗି ଉତମ ଆଧାର ପ୍ରସ୍ତୁତ କରିପାରିଛି।

୬ଜି ସେବାର ଗବେଷଣାକୁ ତ୍ୱରାନ୍ୱିତ କରିବା ଲାଗି ବିଶ୍ୱର ପ୍ରଥମ ପ୍ରମୁଖ ୬ଜି ଗବେଷଣା କାର୍ଯ୍ୟକ୍ରମ ପାଇଁ ଫିନ୍‌ଲ୍ୟାଣ୍ଡ୍‌ର ୟୁନିଭର୍ସିଟି ଅଫ୍ ଓୟୁଲୁସହିତ ଜିଓ ହାତ ମିଳାଇଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ସ୍ଥିତି ସୁଦୃଢ଼ ଦୃଢ଼ କଲା ଜିଓ, ମେ’ରେ ଯୋଡ଼ିଲା ୧.୮୫ ଲକ୍ଷ ନୂଆ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦର ଓ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୨ ମେ’ ମାସରେ ଓଡ଼ିଶାରେ ୧.୮୫ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ଆଜି ଜାରି କରିଥିବା ଟେଲିକମ୍ ଗ୍ରାହକଙ୍କ ତଥ୍ୟରୁ ଜଣାପଡ଼ିଛି।

ଟ୍ରାଇ ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ୨୦୨୨ ମେ’ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ିଛି । ରାଜ୍ୟରେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ଦୃଢ଼ କରି ରିଲାଏନ୍ସ ଜିଓ ଏହି ମାସରେ ୧,୮୫,୪୪୧ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଛି ଯାହା ଫଳରେ ଓଡ଼ିଶାରେ କଂପାନିର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧.୩୬ କୋଟିରେ ପହଂଚିଛି ଓ ରାଜ୍ୟରେ ଏହା ସାମଗ୍ରିକ ଭାବେ ୪୧.୫ ପ୍ରତିଶତ ବଜାର ଅଂଶ ହାସଲ କରିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି, ଓଡ଼ିଶାରେ ଜିଓର ସକ୍ରିୟ ମୋବାଇଲ୍ ଗ୍ରାହକଙ୍କ ୯୯%ରୁ ଅଧିକ ରହିଛି ଏବଂ ରାଜ୍ୟରେ ସକ୍ରିୟ ମୋବାଇଲ୍ ଗ୍ରାହକ ଦୃଷ୍ଟିରୁ କଂପାନିର ବଜାର ଅଂଶ ପ୍ରାୟ ୪୫% ରହିଛି। ଏହାର ସର୍ବବୃହତ ବାସ୍ତବ ୪ଜି ନେଟୱର୍କ, ଅପହଂଚ ଅଂଚଳରେ ସଂଯୋଗର ଦ୍ରୁତ ସମ୍ପ୍ରସାରଣ ଓ ସୁଲଭ ମୂଲ୍ୟ ସହିତ ସାରା ରାଜ୍ୟରେ ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଟଂରନେଟ୍ ଯୋଗୁଁ ଏହା ସମ୍ଭବ ହୋଇପାରିଛି।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାରେ ଏୟାରଟେଲ୍ ମେ’ ମାସରେ ୭୧,୮୯୦ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ବିଏସ୍‌ଏନ୍‌ଏଲ୍ ୧୨,୬୬୯ ନୂଆ ଗ୍ରାହକ ଯୋଡ଼ିିଛି। ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ମେ’ ମାସରେ ଓଡ଼ିଶାରେ ଭୋଡାଫୋନ୍ ଆଇଡିଆ ୨୦,୩୧୯ ଜଣ ଗ୍ରାହକଙ୍କୁ ହରାଇଛି। ୨୦୨୨ ମେ’ ମାସ ସୁଦ୍ଧା ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୨,୪୯,୬୮୧ ବୃଦ୍ଧି ପାଇ ୩.୨୮ କୋଟିରେ ପହଂଚିଛି।
ଜାତୀୟ ସ୍ତରରେ ରିଲାଏନ୍ସ ଜିଓ ୨୦୨୨ ମେ’ ମାସରେ ସର୍ବାଧିକ ୩୧ ଲକ୍ଷ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି।

ପୁନଶ୍ଚ, ରାଜ୍ୟର ଅଗ୍ରଣୀ ଫିକ୍ସଡ୍ ଲାଇନ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ୨୦୨୨ ମେ’ ମାସରେ ୬୩୭୬ ନୂଆ ଜିଓଫାଇବର୍ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକ ଯୋଡ଼ିଛି, ଫଳରେ ମେ’ ମାସ ଶେଷ ସୁଦ୍ଧା ରାଜ୍ୟରେ ଜିଓଫାଇବର ଗ୍ରାହକ ସଂଖ୍ୟା ୧,୪୧,୩୪୬ରେ ପହଂଚିଛି। ଦେଶର ସବୁଠୁ ଲୋକପ୍ରିୟ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଜିଓଫାଇବର୍‌କୁ ଓଡ଼ିଶାର ପ୍ରମୁଖ ସହର ଓ ନଗରଗୁଡ଼ିକରେ ଦ୍ରୁତ ସମ୍ପ୍ରସାରଣ ଜାରି ରଖାଯାଇଥିବା ଯୋଗୁଁ ଏହା ସମ୍ଭବ ହୋଇପାରିଛି।

Categories
ଆଜିର ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ପକ୍ଷରୁ ମାଲାକାନଗିରିର ଦୁର୍ଗମ ପଞ୍ଚାୟତରେ ୪ଜି ମୋବାଇଲ୍ ସଂଯୋଗ

ଭୁବନେଶ୍ୱର: ସାରା ଦେଶର ଦୁର୍ଗମ ଅଂଚଳରେ ୪ଜି ଡିଜିଟାଲ୍ ସଂଯୋଗ ପ୍ରଦାନ କରିବାର ଲକ୍ଷ୍ୟକୁ ଆଗକୁ ବଢ଼ାଇ ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ମାଲକାନାଗିରି ଜିଲ୍ଲାର ଭୌଗୋଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ମାଥିଲି ବ୍ଲକ୍‌ର ୧୮ରୁ ଉର୍ଦ୍ଧ୍ୱ ଦୁର୍ଗମ ଗ୍ରାମ ଓ ପଲ୍ଲୀରେ ଡିଜିଟାଲ୍ ରୂପାନ୍ତରଣର ଶୁଭାରମ୍ଭ କରାଯାଇଛି। ମହୁପଦର, କୁଟୁନିପାଲ୍ଲୀ ଓ ତେମୁରୁପାଲ୍ଲୀରେ ତିନିଟି ନୂଆ ୪ଜି ନେଟ୍‌ୱର୍କ ଟାୱାର କାର୍ଯ୍ୟକ୍ଷମ ହେବା ସହ ଜିଓ ଆଖପାଖ ଗ୍ରାମ ଓ ପଲ୍ଲୀଗୁଡିକରେ ବାସକରୁଥିବା ୧୨,୦୦୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଓ ପ୍ରଶାସନିକ ଅଧିକାରୀଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି ଯେଉଁମାନେ ଏବେ ପ୍ରଥମ ଥର ପାଇଁ ୪ଜି ଇଟଂରନେଟ୍ ସୁବିଧା ପାଇପାରୁଛନ୍ତି।

ଜିଓ ପକ୍ଷରୁ ଏହି ତିନୋଟି ୪ଜି ନେଟ୍‌ୱର୍କ ଟାୱାର ସ୍ଥାପନ କରାଯିବା କାର୍ଯ୍ୟ ହାତକୁ ନିଆଯିବା ପୂର୍ବରୁ ଓଡ଼ିଶା ଓ ଛତିଶଗଡ଼ ସୀମା ନିକଟବର୍ତୀ ତଥା ମାଲକାନଗିରି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ୮୦ କିମି ଦୂର ଓ ମାଥିଲି ବ୍ଲକ୍ ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ୩୫ କିମି ଦୂରରେ ଥିବା ଏହି ତିନି ଗ୍ରାମ ପଂଚାୟତ ମହୁପଦର, କୁଟୁନିପାଲ୍ଲୀ ଓ ତେମୁରୁପାଲ୍ଲୀରେ ଉପଯୁକ୍ତ ମୋବାଇଲ୍ ତଥା ଇଂଟରନେଟ୍ ସଂଯୋଗ ଉପଲବ୍ଧ ନଥିଲା।

ମୋବାଇଲ୍ ନେଟ୍‌ୱର୍କ ଓ ୪ଜି ଇଂଟରନେଟ୍ ସଂଯୋଗର ଅଭାବରୁ ଏହି ଅଂଚଳର ବାସିନ୍ଦା ତଥା ଏଠାରେ କାମ କରୁଥିବା ପ୍ରଶାସନିକ ଅଧିକାରୀମାନେ ବାହ୍ୟ ଦୁନିଆ ସହ ଯୋଗଯୋଗ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏପରିକି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଯୋଗଯୋଗ କଷ୍ଟକର ହୋଇପଡୁଥିଲା। ଗତ ଦୁଇ ବର୍ଷର କୋଭିଡ୍‌୧୯ ମହାମାରୀ ସମୟରେ ଅନଲାଇନ୍ କ୍ଲାସ୍‌ରେ ଯୋଡ଼ି ହେବା ଲାଗି ଏହି ଅଂଚଳର ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍ ନେଟ୍‌ୱର୍କ ଓ ଇଟଂରନେଟ୍ ସଂଯୋଗ ହାସଲ କରିବା ଲାଗି ମାଇଲ ମାଇଲ ଦୂର ଯାତ୍ରା କରିବାକୁ ପଡୁଥିଲା।

ତେବେ ନିକଟରେ ମହୁପଦର, କୁଟୁନିପାଲ୍ଲୀ ଓ ତେମୁରୁପାଲ୍ଲୀରେ ତିନିଟି ନୂଆ ଜିଓ ୪ଜି ନେଟ୍‌ୱର୍କ ଟାୱାର କାର୍ଯ୍ୟକ୍ଷମ ହେବାପରେ ଏହି ସମସ୍ୟା ଏବେ ଦୂର ହେବା ସହିତ ମହୁପଦର, କୁରୁମପାଲ୍ଲୀ, ମୁଣ୍ଡାଗୁଡ଼ା, କମରପାଲ୍ଲୀ, ଗାଲିଆଗୁଡ଼ା, ଧକଡରାସି, ତେମୁରୁପାଲ୍ଲୀ, କୁକୁରକୁ୍‌ଣ୍ଡ, ତୁଳସୀ, କାଟିଗୁଡ଼ା, ସାରିଗୁଡ଼ା, କୁୁଟୁନିପାଲ୍ଲୀ, କଡାପଦର, ନେତଲଗାନ୍ଧୀ ସମେତ ୧୮ରୁ ଉର୍ଦ୍ଧ୍ୱ ଗ୍ରାମ, ପଲ୍ଲୀ ଓ ଆଖପାଖ ଅଂଚଳର ଜନସାଧାରଣଙ୍କ ପାଖରେ ୪ଜି ଡିଜିଟାଲ ରୁପାନ୍ତରଣର ଲାଭ ପହଂଚିପାରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡିଜିଟାଲ୍ ସଂଯୋଗ କ୍ଷେତ୍ରରେ ରହିଥିବା ଅନ୍ତରକୂ ଦୂର କରିବା ଲକ୍ଷ୍ୟରେ ରିଲାଏନ୍ସ ଜିଓ ସାରା ଦେଶର ଦୁର୍ଗମ ଓ ଗ୍ରାମୀଣ ଅଂଚଳରେ ୪ଜି ଡିଜିଟାଲ୍ ସେବାକୁ ଦ୍ରୁତ ଗତିରେ ସମ୍ପ୍ରସାରିତ କରିବା ସହ ଡିଜିଟାଲ ସଂଯୋଗ ବାହାରେ ରହିଥିବା ଏହିସବୁ ଅଂଚଳର ନିୟୁତାଧିକ ନାଗରିକମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ନିକଟରେ, ଜିଓ ପକ୍ଷରୁ କୋରାପୁଟ ଜିଲ୍ଲାର ଦୁର୍ଗମ ନାରାୟଣପାଟଣା ସହର ଓ ଏହାର ଆଖପାଖ ପାହାଡ଼ିଆ ଗ୍ରାମଗୁଡିକରେ ଏହାର ସମ୍ପୂର୍ଣ୍ଣ ୪ଜି ନେଟ୍‌ୱର୍କ ସ୍ଥାପନ କରାଯାଇଥିଲା ଯାହା ହଜାର ହଜାର ବାସିନ୍ଦାଙ୍କ ପାଇଁ ଡିଜିଟାଲ୍ ବିପ୍ଳବର ଶୁଭାରମ୍ଭ କରିଥିଲା ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ଜୀବନରେ ପ୍ରଥମ ଥର ପାଇଁ ୪ଜି ଇଟଂରନେଟ୍ ଲାଭର ଅନୁଭୂତି ହାସଲ କରିଥିଲେ।

ଏଥିସହିତ, ଗୁଗୁଲ୍ ଓ ଜିଓ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିବା ଅତ୍ୟନ୍ତ ସୁଲଭ, ଅତ୍ୟାଧୁନିକ ସୁବିଧା ସୁଯୋଗ ଓ ବୈଶିଷ୍ଟ୍ୟରେ ପରିପୂର୍ଣ୍ଣ ସ୍ମାର୍ଟଫୋନ୍‌, ଜିଓଫୋନ୍ ନେକ୍ସଟ୍ ହଜାର ହଜାର ମୋବାଇଲ୍ ବ୍ୟବହାରକାରୀ, ବିଶେଷ କରି ଓଡ଼ିଶାର ଦୁର୍ଗମ ଅଂଚଳରେ ବାସ କରୁଥିବା ସବୁ ବୟସ ବର୍ଗର ପ୍ରଥମ ଥର ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ସୁଲଭ ମୂଲ୍ୟରେ ସେମାନଙ୍କ ସ୍ମାର୍ଟଫୋନ୍ ସ୍ୱପ୍ନକୁ ସାକାର କରିବାରେ ସହାୟକ ହୋଇଛି।

ମାତ୍ର ୪୪୯୯ ଟଙ୍କାର ପ୍ରଭାବୀ ମୂଲ୍ୟରେ ଉପଲବ୍ଧ ହେଉଥିବା ଏହି ସ୍ମାର୍ଟଫୋନ୍‌ରେ ହାଇ-ଏଣ୍ଡ୍ ସ୍ମାର୍ଟଫୋନ୍ ଭଳି ସଦ୍ୟତମ ବୈଷିଷ୍ଟ୍ୟ ସହ ସମସ୍ତ ଗୁଗୁଲ୍ ଆପ୍ ପରିବ୍ୟବସ୍ଥା, ଜିଓର ପ୍ରିମିୟମ୍ ଆପ୍ଲିକେସନ ସମୂହ, ଶ୍ରେଷ୍ଠ ପ୍ରଦର୍ଶନ ଦେଉଥିବା ବ୍ୟାକ୍ ଓ ଫ୍ରଂଟ୍ ସେଲ୍‌ଫି କ୍ୟାମେରା ରହିଥିବା ବେଳେ ଏହା ଫିଚର ଫୋନ୍‌ରୁ ସ୍ମାର୍ଟଫୋନ୍ କୁ ଉନ୍ନୀତ ହେଉଥିବା ବ୍ୟବହାରକାରୀମାନଙ୍କୁ ଅନନ୍ୟ ଅନୁଭୂତି ପ୍ରଦାନ କରୁଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ସାରା ଦେଶ ଓ ବିଶ୍ୱର ପ୍ରତିଟି କ୍ରିକେଟ୍‌ପ୍ରେମୀଙ୍କ ପାଖରେ ଆଇପିଏଲ୍‌କୁ ପହଂଚାଇବା ଆମର ଲକ୍ଷ୍ୟ: ନୀତା ଅମ୍ବାନି

ମୁମ୍ବାଇ/ଭୁବନେଶ୍ୱର: ଭାୟାକମ୍‌୧୮ ପକ୍ଷରୁ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଭାରତୀୟ ଉପ ମହାଦେଶରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌) ମ୍ୟାଚ୍‌ଗୁଡ଼ିକର ଡିଜିଟାଲ ଷ୍ଟ୍ରିମିଂ ଅଧିକାର ହାସଲ କରାଯାଇଛି। ପ୍ରତି ସିଜନର ୧୮ଟି ମ୍ୟାଚ୍ ପାଇଁ ଏହା ଭାରତ ଡିଜିଟାଲ୍ ଅଧିକାରର ସ୍ୱତନ୍ତ୍ର ପ୍ୟାକେଜ୍ ମଧ୍ୟ ହାସଲ କରିଛି। ବିଶ୍ୱସ୍ତରରେ ଭାୟାକମ୍‌୧୮ ପ୍ରମୁଖ କ୍ରିକେଟ୍ ପ୍ରେମୀ ଦେଶ ସମେତ ପାଂଚ ଆନ୍ତର୍ଜାତିକ ପ୍ରାନ୍ତ ମଧ୍ୟରୁ ତିନିଟିରେ ଟେଲିଭିଜନ ସମେତ ଡିଜିଟାଲ୍ ଅଧିକାର ହାସଲ କରିଛି।

ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ନିର୍ଦେଶିକା ନୀତା ଅମ୍ବାନି କହିଛନ୍ତି ଯେ, “କ୍ରୀଡ଼ା ଆମର ମନୋରଂଜନ କରିବା ସହ ଆମକୁ ଅନୁପ୍ରାଣିତ କରେ ଏବଂ ନିକଟତର କରାଏ। କ୍ରିକେଟ୍ ଓ ଆଇପିଏଲ୍ ଶ୍ରେଷ୍ଠ କ୍ରୀଡ଼ା ଓ ଭାରତର ଶ୍ରେଷ୍ଠତାକୁ ଉପସ୍ଥାପନ କରୁଥିବା ବେଳେ ଏହି କ୍ରୀଡ଼ା ଓ ଆକର୍ଷଣୀୟ ଲିଗ୍ ସହିତ ଆମେ ଆମର ସହଯୋଗିତାକୂୁ ଦୃଢ଼ କରିଥିବାରୁ ବେଶ ଗର୍ବିତ। ଆମେ କରୁଥିବା ପ୍ରତ୍ୟେକଟି ଜିନିଷ ଭଳି ଆମର ଲକ୍ଷ୍ୟ ହେଉଛି ଆଇପିଏଲ୍‌ର ଉଲ୍ଲାସପୂର୍ଣ୍ଣ ଅନୁଭୂତିକୁ ସାରା ଦେଶ ଓ ବିଶ୍ୱର ପ୍ରତିଟି କୋଣ ଅନୁକୋଣରେ ରହିଥିବା ପ୍ରତ୍ୟେକ କ୍ରିକେଟ୍ ପ୍ରେମୀଙ୍କ ପାଖରେ ପହଂଚାଇବା।’’

ବିଡ୍ ପ୍ରକ୍ରିୟାରେ ଲୋକପ୍ରିୟ ପ୍ରସାରଣକାରୀ ଓ ଡିଜିଟାଲ୍ କଂପାନିଗୁଡ଼ିକୁ ପଛରେ ପକାଇ ଭାୟାକମ୍‌୧୮ ନିଜକୁ ଏକ ଅଗ୍ରଣୀ ଡିଜିଟାଲ, ମିଡିଆ, ମନୋରଂଜନ ଓ କ୍ରୀଡ଼ା ପ୍ଲାଟଫର୍ମ ଭାବେ ପ୍ରତିଷ୍ଠିତ କରିପାରିଛି । ବ୍ୟାପକ ଭାବେ ଲୋକମାନଙ୍କ ପାଖରେ ପହଂଚିବା, ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଓ ବୃଦ୍ଧି ପାଉଥିବା ଲୋକପ୍ରିୟ ବିଷୟବସ୍ତୁର ସମ୍ଭାର ସହ ଭାୟାକମ୍‌୧୮ର ଡିଜିଟାଲ୍ ପ୍ଲାଟଫର୍ମ ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ବସବାସ କରୁଥିବ ଭାରତୀୟଙ୍କ ପସନ୍ଦରେ ନେତୃତ୍ୱ ସ୍ଥାନ ହାସଲ କରିବାକୁ ପ୍ରସ୍ତୁତ ହୋଇଛି। ଆଇପିଏଲ୍ ପ୍ରସାରଣ ଅଧିକାର ହାସଲ ସହ ଭାୟାକମ୍‌୧୮ ଭାରତର ଏହି ସର୍ବବୃହତ କ୍ରୀଡ଼ା କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରେ ପହଂଚାଇ ପାରିବ। ବର୍ତ୍ତମାନ ଲୋକପ୍ରିୟ ବିଷୟବସ୍ତୁ ହାସଲ କରିବାର ସୁଯୋଗ ପାଉନଥିବା ୬ କୋଟି ଫ୍ରି ଡିସ୍ ହୋମ୍ ସମେତ ଭାରତର ପ୍ରତିଟି ଅଂଚଳରେ ପ୍ରତି ଭାରତୀୟଙ୍କ ନିକଟରେ ଏହା ଆଇପିଏଲ୍‌କୁ ଉପଲବ୍ଧ କରାଇବ।

ଭାୟାକମ୍‌୧୮ ଏହା ପ୍ରଦର୍ଶନ କରିଛି ଯେ ଏହା ଭବିଷ୍ୟତ ପାଇଁ ଡିଜିଟାଲ୍ ପ୍ଲାଟଫର୍ମ ଗଠନ କରୁଥିବା ବେଳେ ପାରମ୍ପରିକ ଟେଲିଭିଜନ ପ୍ରସାରଣକୁ ଦୃଢ଼ କରିବା ଜାରି ରଖିଛି । ଭାରତ ଓ ବିଶ୍ୱସ୍ତରରେ କୋଟି କୋଟି ଗ୍ରାହକଙ୍କୁ ଶ୍ରେଷ୍ଠ ସମ୍ଭବ ଅନୁଭୂତି ପ୍ରଦାନ କରିବା ଲାଗି ଏହା ପାଖରେ ଷ୍ଟେଟ-ଅଫ୍‌-ଆର୍ଟ ଡିଜିଟାଲ୍ ଅଭିଜ୍ଞତା ରହିଛି। ଏହି ଡିଜିଟାଲ୍ ପ୍ଲାଟଫର୍ମ ଶ୍ରେଷ୍ଠ ମାନର ବିଷୟବସ୍ତୁ ସମେତ ବିଗ୍ ଡାଟା ଆନାଲିଟିକ୍ସ ଓ ପ୍ରେଡିକ୍ଟିଭ୍ ଆଲଗୋରିଦମ୍ ଜରିଆରେ ଡିଜିଟାଲ ଶକ୍ତିର ମିଶ୍ରଣକୁ ବ୍ୟବହାର କରି ପ୍ରତି ଗ୍ରାହକଙ୍କୁ ସେମାନଙ୍କ ପସନ୍ଦର ବିଷୟବସ୍ତୁ ପ୍ରଦାନ କରୁଛି।

ଫୁଟବଲରେ ଫିଫା ବିଶ୍ୱକପ୍‌, ଲା ଲିଗା, ସିରି ଏ ଓ ଲିଗ୍ ୧ ତଥା ବ୍ୟାଡମିଂଟନ, ଟେନିସ ଓ ବାସ୍କେଟବଲ (ଏନବିଏ) ଭଳି କ୍ରୀଡ଼ାର ପ୍ରସାରଣ ଅଧିକାର ହାସଲ କରିବା ପରେ ଭାୟାକମ୍ ୧୮ କ୍ରିକେଟ୍‌ରେ ପ୍ରଥମ ଥର ପାଇଁ ବଡ଼ ଧରଣରେ ପ୍ରବେଶ କରିଛି। ଆଇପିଏଲ୍ ପ୍ରସାରଣ ଅଧିକାର ହାସଲ କରିବା ଦ୍ୱାରା ଭାୟାକମ୍‌୧୮ ଓ ଏହାର ପ୍ଲାଟଫର୍ମ ଦେଶର ସର୍ବବୃହତ କ୍ରୀଡ଼ା ସ୍ଥଳରେ ପରିଣତ ହୋଇପାରିଛି। ବ୍ୟାପକ ଭାବେ ଏକ ବୃହତ, ଯୁବ, ଅଧିକ ଉପଯୋଗୀ ଓ ଗଭୀର ଭାବେ ଜଡ଼ିତ ଦର୍ଶକଙ୍କ ପାଖରେ ପହଂଚିବା ଲାଗି ଏହା ବିଜ୍ଞାପନଦାତାଙ୍କୁ ଅତୁଳନୀୟ ସୁଯୋଗ ପ୍ରଦାନ କରିବ। ଜିଓ ସହିତ ଭାୟାକମ୍‌୧୮ର ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ବଳରେ ଏହା ଅତୁଳନୀୟ ସୁଯୋଗ ସୃଷ୍ଟି ଆଣିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଟ୍ରାଇ ତଥ୍ୟ: ଜିଓ ଓଡ଼ିଶାରେ ଏକ ନମ୍ବର ସ୍ଥିତିକୁ ସୁଦୃଢ଼ କରିବା ସହ ଏପ୍ରିଲ୍‌ରେ ଯୋଡ଼ିଲା ସର୍ବାଧିକ ଗ୍ରାହକ

ଭୁବନେଶ୍ୱର: ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରି ରିଲାଏନ୍ସ ଜିଓ ୨୦୨୨ ଏପ୍ରିଲ୍ ମାସରେ ପ୍ରାୟ ୭୧,୦୦୦ ନୂଆ ମୋବାଇଲ୍ ଗ୍ରାହକ ଓ ୮୧୦୦ରୁ ଅଧିକ ଜିଓଫାଇବର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ଏହା ସହିତ ଓଡ଼ିଶାରେ ଜିଓର ମୋଟ ମୋବାଇଲ ଗ୍ରାହକ ସଂଖୃା ୧.୩୪ କୋଟିକୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ କଂପାନି ମୋଟ ଉପରେ ୪୧.୩ ପ୍ରତିଶତ ଗ୍ରାହକ ବଜାର ଅଂଶ ହାସଲ କରିଛି। ଏଥି ସହିତ ଗୁରୁତ୍ୱପୂର୍ଣ୍ଣ କ୍ରମରେ ସକ୍ରିୟ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ଜିଓ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିବା ସହ ୨୦୨୨ ଏପ୍ରିଲ୍ ସୁଦ୍ଧା ଏହା ୯୯.୯୧ ପ୍ରତିଶତରେ ପହଂଚିଛି। ରାଜ୍ୟର ମୋଟ ସକ୍ରିୟ ମୋବାଇଲ ଗ୍ରାହକଙ୍କ ମଧ୍ୟରୁ ଜିଓ ପ୍ରାୟ ୪୫% ବଜାର ଅଂଶ ହାସଲ କରିଛି।

ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଟେଳିକମ୍ ଗ୍ରାହକ ତଥ୍ୟରୁ ଅନୁସାରେ ଏପ୍ରିଲ୍‌ରେ ରାଜ୍ୟରେ ନୂଆ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୪୩,୦୦୦ ବୃଦ୍ଧି ସହିତ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩.୨୫ କୋଟିରେ ପହଂଚିଛି। ଜିଓ ସର୍ବାଧିକ ୭୧,୦୦୦ ନୂଆ ଗ୍ରାହକ ଯୋଡିଥିବା ବେଳେ ଏହା ପଛକୁ ବିଏସଏନଏଲ୍ ସେହି ମାସରେ ୧୭,୦୦୦ ନୂଆ ଗ୍ରାହକ ଯୋଡ଼ିଛି। ଉଭୟ ଏୟାରଟେଲ୍ ଓ ଭୋଡାଫୋନ୍ ଏପ୍ରିଲ ମାସରେ ରାଜ୍ୟରେ ସେମାନଙ୍କ ହଜାର ହଜାର ମୋବାଇଲ୍ ଗ୍ରାହକ ହରାଇଛନ୍ତି ବୋଲି ଟ୍ରାଇ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।

ଜାତୀୟ ସ୍ତରରେ ମଧ୍ୟ ଜିଓ ଏପ୍ରିଲ୍ ମାସରେ ସର୍ବାଧିକ ସଂଖ୍ୟକ ୧୬.୮୨ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛି ଯାହା ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ଦୁଇ ଗୁଣାରୁ ଅଧିକ।
ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଓୟାରଲାଇନ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଏପ୍ରିଲ ମାସରେ ଜିଓ ସର୍ବାଧିକ ୮୧୦୦ ନୂଆ ଜିଓଫାଇବର ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ଗ୍ରାହକ ଯୋଡ଼ିବା ସହିତ ରାଜ୍ୟରେ ଜିଓଫାଇବର ଗ୍ରାହକ ସଂଖ୍ୟା ୧.୩୫ ଲକ୍ଷକୁ ବୃଦ୍ଧି ପାଇଛି ଏବଂ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ କଂପାନି ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି। ଦେଶର ସବୁଠୁ ଲୋକପ୍ରିୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବରକୁ ଦ୍ରୁତ ଗତିରେ ଓଡ଼ିଶାର ବିଭିନ୍ନ ପ୍ରମୁଖ ସହର ଓ ନଗରରେ ସମ୍ପ୍ରସାରଣ କରାଯାଉଥିବାରୁ ଏହା ସମ୍ଭବ ହୋଇଛି। ଜିଓଫାଇବର ଏବେ ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢ଼େଙ୍କାନାଳ, ସେମିଳିଗୁଡ଼ା ଓ ବରଗଡ଼ ଭଳି ଓଡ଼ିଶାର ୨୯ଟି ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ରହିଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ନଗରକୁ ଏହାର ସେବାକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଲଦାଖର ପାଙ୍ଗ୍‌ଓଙ୍ଗ୍ ହ୍ରଦ ନିକଟରେ ଜିଓର ୪ଜି ମୋବାଇଲ୍ ସେବାର ଶୁଭାରମ୍ଭ

ମୁମ୍ବାଇ : ବହୁ କ୍ଷେତ୍ରରେ ପ୍ରଥମ ତାଲିକାକୁ ଆହୁରି ଆଗକୁ ବଢ଼ାଇ ରିଲାଏନ୍ସ ଜିଓ ପକ୍ଷରୁ ଲଦାଖର ପାଙ୍ଗଓଙ୍ଗ୍ ହ୍ରଦନିକଟସ୍ଥ ସ୍ପାଙ୍ଗ୍‌ମିକ୍ ଗ୍ରାମରେ ୪ଜି ଭଏସ୍ ଓ ଡାଟା ସେବାର ଶୁଭାରମ୍ଭ କରାଯାଇଛି ଓ ଏହି ଅଂଚଳ ଓ ଆଖପାଖରେ ୪ଜି ମୋବାଇଲ୍ ସଂଯୋଗ ପ୍ରଦାନ କରିବାରେ ଏହା ହେଉଛି ଦେଶର ପ୍ରଥମ ମୋବାଇଲ୍ ଅପରେଟର।

ପାଙ୍ଗ୍‌ଓଙ୍ଗ୍ ହ୍ରଦ ନିକଟସ୍ଥ ସ୍ପାଙ୍ଗମିକ୍ ଗ୍ରାମରେ ଜିଓ ମୋବାଇଲ୍ ଟାୱାରକୁ ଲଦାଖର ମାନ୍ୟବର ସାଂସଦ ଶ୍ରୀ ଜମୟାଙ୍ଗ୍ ସେରିଙ୍ଗ ନାମଗୟାଲ୍ ଉଦଘାଟନ କରିଛନ୍ତି। ପାଙ୍ଗଓଙ୍ଗ୍ ହ୍ରଦ ହେଉଛି ଲଦାଖର ଏକ ସବୁଠୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଓ ପ୍ରତିବର୍ଷ ଏଠାକୁ ଭାରତ ଓ ବିଶ୍ୱର ବିଭିନ୍ନ ପ୍ରାନ୍ତର ହଜାର ହଜାର ପର୍ଯ୍ୟଟକ ଆକର୍ଷିତ ହୋଇଆସିଥାନ୍ତି।  

ଏହି ଅବସରରେ ସାଂସଦ ଶ୍ରୀ ଜାମ୍‌ୟାଙ୍ଗ୍ ସେରିଙ୍ଗ୍ ନାମଗୟାଲ୍ ଏହି ଅଂଚଳର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ଆଶ୍ୱାସନା ଦେଇଛନ୍ତି ଯେ ଏହି ଉଦଘାଟନ ସହିତ ଲୋକମାନଙ୍କର ଦୀର୍ଘଦିନରୁ ଅପୂରଣୀୟ ହୋଇ ରହିଥିବା ଦାବି ଜିଓ ଦ୍ୱାରା ପୂରଣ ହୋଇଛି। ଏହି ଶୁଭାରମ୍ଭ ଏହି ଅଂଚଳର ପର୍ଯ୍ୟଟକ ଓ ସେନାକୁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବା ବ୍ୟତୀତ ଏହି ଅଂଚଳର ଅର୍ଥନୀତିକୁ ମଧ୍ୟ ଦୃଢ଼ କରିବ।

ପ୍ରତ୍ୟକଙ୍କୁ ଡିଜିଟାଲ୍ ଜଗତ ସହ ଯୋଡ଼ିବା ଏବଂ ବହୁ ଉପାୟରେ ସମାଜକୁ ସଶକ୍ତ କରିବାର ଯେଉଁ ଲକ୍ଷ୍ୟ ରହିଛି ସେହି ଆଧାରରେ ଜିଓ ନିରନ୍ତର ଭାବେ ଏହାର ନେଟ୍‌ୱର୍କକୁ ସମ୍ପ୍ରସାରିତ ଓ ଉନ୍ନତ କରୁଛି । ଅତ୍ୟଧିକ କଠିନ ପଥ ଓ ଖରାପ ପାଣିପାଗ ସ୍ଥିତି ଭଳି ଆହ୍ୱାନକୁ ଅତିକ୍ରମ କରି ମାସ ମାସ ଧରି ଦେଶର ଅନ୍ୟ ପ୍ରାନ୍ତଠାରୁ ବିଚ୍ଛିନ୍ନ ରହୁଥିବା ଏହି ଅଂଚଳର ଲୋକମାନେ ଯେଭଳି ଯୋଗାଯୋଗରେ ରହିପାରିବେ ତାହାକୁ ନିଶ୍ଚିତ କରିବା ଲାଗି ଜିଓର ଟିମ୍ ଏହି କେନ୍ଦ୍ର ଶାସିତ ଅଂଚଳର ଦୁର୍ଗମ ସ୍ଥାନକୁ ପହଂଚିବା ଲାଗି ଏହାର ଉଦ୍ୟମ ଜାରି ରଖିଛି।

ମେ’ ମାସରେ ଜିଓ ପକ୍ଷରୁ କାଲ୍‌ସି ବ୍ଲକ୍‌ର କାଂଜି, ଉରବିସ୍ ଓ ହନୁପଟ୍ଟା ଗ୍ରାମ ଓ ଦିସ୍‌କିଟ୍ ବ୍ଲକ୍‌ର ଚୁଙ୍ଗଲୁଙ୍ଗ୍‌ଖା ଗ୍ରାମରେ ଏହାର ସେବାର ଶୁଭାରମ୍ଭ କରାଯାଇଛି । ଏହି ଅଂଚଳର କାରଗିଲ୍‌, ଜାନ୍‌ସକାର ଓ ଡେମ୍‌ଚୋକ୍ ଭଳି ଅଂଚଳରେ ଜିଓର ଜିଓ ସେବା ପୂର୍ବରୁ ଉପଲବ୍ଧ ରହିଛି। ଲେହ ସହରରେ ଜିଓ ପକ୍ଷରୁ ଜିଓଫାଇବର୍ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ପ୍ରଥମ ନେଟୱର୍କ ଭାବେ କେଦାରନାଥ ଧାମ ପଦଯାତ୍ରା ମାର୍ଗରେ ମୋବାଇଲ ସଂଯୋଗ କଲା ଜିଓ

ଡେରାଡୁନ/ଭୁବନେଶ୍ୱର: କେଦାରନାଥ ଧାମ ମନ୍ଦିରର ପାଦଚଲା ଯାତ୍ରା ମାର୍ଗରେ ମୋବାଇଲ ଯୋଗାଯୋଗ ପ୍ରଦାନ କରିବାରେ ରିଲାଏନ୍ସ ଜିଓ ପ୍ରଥମ ଅପରେଟର ହୋଇଛି। ଜିଓ ଦ୍ୱାରା ଗୌରୀକୁଣ୍ଡ ଏବଂ କେଦାରନାଥ ଧାମ ମଧ୍ୟରେ ସମୁଦାୟ ୫ଟି ଟାୱାର ସ୍ଥାପନ କରାଯିବ। କମ୍ପାନି ଅନୁଯାୟୀ, ଛୋଟି ଲିଂଚୋଲି, ଲିଂଚୋଲି ଏବଂ ରୁଦ୍ରପଏଂଟରେ ତିନିଟି ଟାୱାର ସ୍ଥାପନ କରାଯାଇ ସାରିଛି। ଅନ୍ୟ ଦୁଇଟି ଟାୱାର ମଧ୍ୟ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେ।

ଜିଓ କେବଳ ୪ଜି ନେଟୱର୍କ ଚଳାଉଥିବାରୁ ଯାତ୍ରା ସମୟରେ ଲୋକମାନେ ସମଗ୍ର ଯାତ୍ରାମାର୍ଗରେ ୪ଜି କଭରେଜ୍ ସୁବିଧା ପାଇବେ। ଉଲ୍ଲେଖଯୋଗ୍ୟ ଯେ କେଦାରନାଥ ମନ୍ଦିର ପଥଚାରୀ ମାର୍ଗରେ କୌଣସି ଅପରେଟରଙ୍କର ମୋବାଇଲ ସେବା ନଥିବା କାରଣରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ବଦ୍ରିନାଥ କେଦାରନାଥ ମନ୍ଦିର କମିଟିର ଚେୟାରମ୍ୟାନ ଅଜୟ ଅଜେନ୍ଦ୍ର ଏବଂ ସିଇଓ ବି ଡି ସିଂହ ଆନୁଷ୍ଠାନିକ ଭାବେ ଏହି ସେବା ଆରମ୍ଭ ଘୋଷଣା କରିଛନ୍ତି। କେଦାରନାଥ ପଥଚାରୀ ମାର୍ଗରେ ଜିଓର ମୋବାଇଲ ସଂଯୋଗ ଆରମ୍ଭକୁ ଚେୟାରମ୍ୟାନ ଅଜୟ ଅଜେନ୍ଦ୍ର ଏକ ଆଶ୍ୱସ୍ତିଭରା ଖବର ବୋଲି କହିଛନ୍ତି। ସେ ଆଶା ପ୍ରକଟ କରିଛନ୍ତି ଯେ ବର୍ତମାନ ଜରୁରୀ ପରିସ୍ଥିତିରେ ପ୍ରଶାସନ ଶୀଘ୍ର ସହାୟତା ଯୋଗାଇ ଦେବ।

ରିଲାଏନ୍ସ ଜିଓ ସୋନପ୍ରୟାଗ ପରି ଏକ ଗୁରୁତ୍ୱପୂର୍ଣ୍ଣ ରହଣୀ ସ୍ଥଳରେ ଏକ ପୂର୍ଣ୍ଣ କ୍ଷମତା ବିଶିଷ୍ଟ ଟାୱାର ସ୍ଥାପନ କରିଛି। ଟ୍ରାଫିକ ବଢ଼ିବା ସମୟରେ ଏହି ଟାୱାର ନେଟୱର୍କର ଅତିରିକ୍ତ ଭାର ବହନ କରିବା କ୍ଷମତା ରଖିଛି। ଫଳରେ ଯଦି ମୋବାଇଲ ଟ୍ରାଫିକ ବୃଦ୍ଧି ହୁଏ ତା’ହେଲେ ମଧ୍ୟ ଏହା ସ୍ୱାଭାବିକ ଭାବେ କାର୍ଯ୍ୟ କରିବ। ଚାରଧାମ ଯାତ୍ରାରେ ନେଟୱର୍କ କଭରେଜ ବୃଦ୍ଧି କରିବାକୁ ଜିଓ ଦ୍ୱାରା ୧୦ଟି ଅତିରିକ୍ତ ସମାଧାନ ମଧ୍ୟ ସ୍ଥାପନ କରାଯାଉଛି । ଯାହାଦ୍ୱାରା ସ୍ଥାନୀୟ ଲୋକ ଏବଂ ଅନ୍ୟ ରାଜ୍ୟରୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କୁ ନେଟୱର୍କ ସମ୍ବନ୍ଧୀୟ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

କୋଭିଡ କାରଣରୁ ଦୁଇବର୍ଷ ପରେ ଆରମ୍ଭ ହୋଇଥିବା ଚାରଧାମ୍ ଯାତ୍ରାରେ ରେକର୍ଡ ସଂଖ୍ୟକ ଯାତ୍ରୀ ଚଳିତ ବର୍ଷ ଦେବଭୂମି ଉତରାଖଣ୍ଡକୁ ଆସୁଛନ୍ତି। ଏଭଳି ସ୍ଥିତିରେ ଯାତ୍ରା ମାର୍ଗରେ ବ୍ୟାପକ ୪ଜି ନେଟୱର୍କର ଉପଲବ୍ଧତା ଆଶ୍ୱସ୍ତି ଆଣି ଦେଇଛି। ଉତରାଖଣ୍ଡରେ ରିଲାଏନ୍ସ ଜିଓ ଏକମାତ୍ର ନେଟୱର୍କ ଯାହା ଚାରିଟି ଧାମ ସମେତ ଶ୍ରୀ ହେମକୁଣ୍ଡ ସାହିବରେ ଉପଲବ୍ଧ ହେଉଛି। ଚାରଧାମକୁ ମୋବାଇଲ ନେଟୱର୍କ ଓ ଫାଇବର କେବୁଲ ସହିତ ସଂଯୋଗ କରିବାରେ ଜିଓ ହେଉଛି ଏକମାତ୍ର ଅପରେଟର।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ପକ୍ଷରୁ ୨୫୯ ଟଙ୍କିଆ କ୍ୟାଲେଣ୍ଡର ମାସର ବୈଧତା ବିଶିଷ୍ଟ ପ୍ରିପେଡ୍ ପ୍ଲାନ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ପକ୍ଷରୁ ୨୫୯ ଟଙ୍କିଆ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି ଯାହା କ୍ୟାଲେଣ୍ଡର ମାସର ବୈଧତା ସହ ଆସିଥିବା ବେଳେ ପ୍ରିପେଡ୍ ଗ୍ରାହକମାନଙ୍କୁ ପ୍ରତି ମାସରେ ମାତ୍ର ଗୋଟିଏ ରିଚାର୍ଜ ତାରିଖ ମନେ ରଖିବାରେ ସହାୟକ ହେବ।

ଜିଓ ହେଉଛି ଭାରତୀୟ ଟେଲିକମ୍ ଶିଳ୍ପର ପ୍ରଥମ କଂପାନି ଯାହା “କ୍ୟାଲେଣ୍ଡର ମାସ ବୈଧତା’ ଥିବା ପ୍ରିପେଡ୍ ପ୍ଲାନ୍‌ର ଶୁଭାରମ୍ଭ କରିଛି।

ଜିଓର ଏହି ୨୫୯ ଟଙ୍କିଆ ପ୍ଲାନ୍‌ରେ ଦୈନିକ ୧.୫ ଜିବି ହାଇ ସ୍ପିଡ୍ ଡାଟା ଓ ଅସୀମିତ କଲ୍ ସୁବିଧା ସହିତ ସ୍ପଷ୍ଟ ଭାବେ ଗୋଟିଏ ମାସ, ତାହା ୩୦ ଦିନିଆ କିମ୍ବା ୩୧ ଦିନିଆ ହୋଇଥାଉ ନା କାହିଁକି, ସମ୍ପୂର୍ଣ୍ଣ ମାସର ବୈଧତା ଭଳି ସୁବିଧା ରହିଛି। ତେଣୁ ସେହି ଅନୁସାରେ, ପ୍ରତି ମାସରେ ରିଚାର୍ଜ କଲେ ବର୍ଷକୁ ରିଚାର୍ଜ ସଂଖ୍ୟା କେବଳ ୧୨ ହିଁ ରହିବ।

ପ୍ରତି ମାସର ସମାନ ତାରିଖରେ ରିଚାର୍ଜ ସମୟ ଆସିବ। ତେଣୁ, ଜଣେ ଗ୍ରାହକ ମାର୍ଚ୍ଚ ୫ରେ ନୂଆ ୨୫୯ ଟଙ୍କିଆ ମାସିକ ପ୍ଲାନ୍ ରିଚାର୍ଜ କଲେ, ପରବର୍ତୀ ରିଚାର୍ଜ ତାରିଖ ଆଗାମୀ ମାସଗୁଡ଼ିକର ସେହି ପଂଚମ ଦିନରେ (ଏପ୍ରିଲ୍ ୫, ମେ’ ୫, ଜୁନ୍ ୫ ଓ ସେହିଭଳି) ପଡ଼ିବ।

ଅନ୍ୟ ଜିଓ ପ୍ରିପେଡ୍ ପ୍ଲାନ୍ ଭଳି ୨୫୯ ଟଙ୍କିଆ ପ୍ଲାନ୍‌କୁ ଏକ ସମୟରେ ଏକାଧିକ ଥର ରିଚାର୍ଜ କରିହେବ।

ଅଗ୍ରୀମ ରିଚାର୍ଜ ପ୍ଲାନଗୁଡ଼ିକ ଧାଡ଼ିରେ ରହିବ ଏବଂ ଚାଲୁ ରହିଥିବା ବର୍ତମାନର ସକ୍ରିୟ ପ୍ଲାନ୍‌ର ସମୟ ସୀମା ଶେଷ ହେବା ପରେ ସେଗୁଡ଼ିକ ସ୍ୱୟଂକ୍ରିୟ ଭାବେ ସକ୍ରିୟ ହୋଇଯିବ, ଫଳରେ ବ୍ୟବହାରକାରୀଙ୍କ ପାଇଁ ସୁବିଧାଜନକ ଓ ସହଜ ହେବ।

ସମସ୍ତ ଅନଲାଇନ୍ ଓ ଅଫଲାଇନ୍ ଚ୍ୟାନେଲ୍‌ରେ ଉଭୟ ନୂଆ ଓ ପୁରୁଣା ବ୍ୟବହାରକାରୀଙ୍କ ପାଇଁ ଏହି ପ୍ଲାନ୍ ଉପଲବ୍ଧ ରହିବ।

ଚଳିତ ବର୍ଷ ପ୍ରାରମ୍ଭରେ ଟେଲିକମ୍ କ୍ଷେତ୍ରର ନିୟାମକ ସଂସ୍ଥା ଟ୍ରାଇ ପକ୍ଷରୁ ୩୦ ଦିନ ବୈଧତା ଥିବା ପ୍ରିପେଡ୍ ମୋବାଇଲ୍ ରିଚାର୍ଜ ପ୍ଲାନ୍ ସୁବିଧା ଉପଲବ୍ଧ କରାଇବା ଲାଗି ଟେଲିକମ୍ କଂପାନିଗୁଡ଼ିକୁ କୁହାଯାଇଥିଲା। ଏହା ଏଭଳି ଏକ ପଦକ୍ଷେପ ଯାହା ଗ୍ରାହକମାନଙ୍କ ବାର୍ଷିକ ରିଚାର୍ଜ ସଂଖ୍ୟାକୁ ବାସ୍ତବରେ ହ୍ରାସ କରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଇପିଏଲ୍ ପ୍ରେମୀଙ୍କ ପାଇଁ ଦୁଇ ନୂଆ ପ୍ଲାନ୍ ଘୋଷଣା କଲା ଜିଓ

ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ୍ ଅପରେଟର ଜିଓ ପକ୍ଷରୁ ଆଇପିଏଲ୍ ପ୍ରେମୀଙ୍କ ପାଇଁ ଉତ୍ସର୍ଗୀକୃତ ଦୁଇଟି ନୂଆ ପ୍ଲାନ୍ ଘୋଷଣା କରାଯାଛି । ଡିଜ୍‌ନି+ହଟ୍‌ଷ୍ଟାର୍ ମୋବାଇଲ୍ ସବ୍‌ସ୍କ୍ରିପ୍‌ସନ୍ ସହିତ ଦୁଇଟି ନୂଆ ମୋବାଇଲ୍ ପ୍ଲାନର ଶୁଭାରମ୍ଭ କରାଯାଇଛି, ୫୫-ଦିନିଆ ବୈଧତା ସହିତ ୫୫୫ ଟଙ୍କିଆ ଜିଓ କ୍ରିକେଟ୍ ଡାଟା ଆଡ୍‌-ଅନ୍ ପ୍ଲାନ୍ ଓ ୨୯୯୯ ଟଙ୍କିଆ ବାର୍ଷିକ ପ୍ଲାନ୍।

ନୂଆ ୫୫୫ ଟଙ୍କିଆ ଜିଓ କ୍ରିକେଟ୍ ଆଡ୍‌-ଅନ୍ ପ୍ୟାକ୍‌ରେ ବ୍ୟବହାରକାରୀମାନେ ଅସୀମିତ ଭଏସ୍‌, ୫୫ ଜିବିର ଅସୀମିତ ଡାଟା ସହିତ ଏକ ବର୍ଷର ଡିଜ୍‌ନି+ହଟ୍‌ଷ୍ଟାର୍ ମୋବାଇଲ୍ ସବ୍‌ସ୍କ୍ରିପ୍‌ସନ୍ ପାଇପାରିବେ। ବ୍ୟବହାରକାରୀମାନେ ସମସ୍ତ ଜିଓ ଆପ୍‌ର ମାଗଣା ବ୍ୟବହାର ସୁବିଧା ମଧ୍ୟ ପାଇପାରିବେ।

ଅନ୍ୟ ନୂଆ ପ୍ଲାନଟି ହେଉଛି ୨୯୯୯ ଟଙ୍କିଆ ବାର୍ଷିକ ପ୍ଲାନ୍ ଯେଉଁଥିରେ ବ୍ୟବହାରକାରୀମାନେ ଦୈନିକ ୨.୫ ଜିବି ଡାଟା ସହିତ ଅସୀମିତ ଭଏସ୍ ଓ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ପାଇପାରିବେ। ୩୬୫ ଦିନର ବୈଧତା ସହିତ ଏଥିରେ ଜିଓ ଆପ୍ ଓ ଡିଜ୍‌ନି+ହଟ୍‌ଷ୍ଟାର ମୋବାଇଲ୍ ସବ୍‌ସ୍କ୍ରିପ୍‌ସନ୍ ୧ ବର୍ଷ ପାଇଁ ମାଗଣାରେ ମିଳିବ। ଡିଜ୍‌ନି+ହଟ୍‌ଷ୍ଟାର୍ ସହ ସହଯୋଗିତାରେ ଜିଓ ପକ୍ଷରୁ ବହୁ ସୁଲଭ ପ୍ରିପେଡ୍ ପ୍ଲାନର ଶୁଭାରମ୍ଭ କରାଯାଇଛି। ଏହି ପ୍ଳାନ୍ ନେଇଥିବା ବ୍ୟବହାରକାରୀମାନେ ମୋବାଇଲ୍‌, ଟିଭି ଓ ଅନ୍ୟାନ୍ୟ ଡିଭାଇସ୍‌ରେ ମ୍ୟାଚ୍‌ଗୁଡ଼ିକର ସିଧାସଳଖ ପ୍ରସାରଣ ଦେଖିପାରିବେ।

ଡିଜ୍‌ନି+ହଟଷ୍ଟାର୍ ମୋବାଇଲ୍ ପ୍ଲାନ୍‌ରେ ବିନା କୌଣସି ଅତିରିକ୍ତ ଖର୍ଚରେ ଡିଜନି+ହଟ୍‌ଷ୍ଟାର୍ ମୋବାଇଲ୍ ସବ୍‌ସ୍କିପ୍‌ସନ୍ ଯୋଡ଼ି ହୋଇରହିଛି। ଡିଜ୍‌ନି+ହଟଷ୍ଟାର୍ ପ୍ରିମିୟମ୍ ସବ୍‌ସ୍କ୍ରିପ୍‌ସନ୍ ସହିତ ମଧ୍ୟ କିଛି ନିର୍ଦିଷ୍ଟ ପ୍ଲାନ୍ ଉପଲବ୍ଧ ରହିଛି। ବଡ଼ ପରଦାରେ ଆଇପିଏଲ୍ ମାଚ୍‌ର ସିଧା ପ୍ରସାରଣ ଦେଖିବାକୁ ପସନ୍ଦ କରୁଥିବା ଜିଓ ମୋବାଇଲ୍ ବ୍ୟବହାରକାରୀମାନଙ୍କ ପାଇଁ ୧୪୯୯ ଟଙ୍କା ଓ ୪,୧୯୯ ଟଙ୍କିଆ ପ୍ଲାନ୍ ସହ ମାଗଣାରେ ଡିଜ୍‌ନି+ହଟଷ୍ଟାର୍ ପ୍ରିମିୟମ୍ ସବ୍‌ସ୍କ୍ରିପ୍‌ସନ୍‌କୁ ନେଇ ଜିଓ ପକ୍ଷରୁ ପ୍ଲାନ୍ ଘୋଷଣା କରାଯାଇଛି।

୯୯୯ ଟଙ୍କିଆ ଓ ତା’ଠାରୁ ବଡ଼ ପ୍ଲାନ୍ ନେଇଥିବା ଜିଓ ଫାଇବର୍ ବ୍ୟବହାରକାରୀମାନେ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଡିଜ୍‌ନି+ହଟ୍‌ଷ୍ଟାର୍ ଆପ୍ ଜରିଆରେ ସେମାନଙ୍କ ଟିଭି ସ୍କ୍ରିନ୍‌ରେ ସମସ୍ତ ମ୍ୟାଚ୍ ଦେଖିପାରିବେ।

ଶନିବାର ଠାରୁ କ୍ରିକେଟ୍ ଋତୁ ଆରମ୍ଭ ହେଉଥିବା ବେଳେ ଜିଓ ହେଉଛି ଏକମାତ୍ର ବ୍ରାଣ୍ଡ୍ ଯାହା ଦୁଇଟି ନୂଆ ଟିମ୍‌-ଅହମ୍ମଦାବାଦ ଓ ଲକ୍ଷ୍ନୌ ସହିତ ସମସ୍ତ ଦଶ ଟିମ୍ ସହିତ ସହଯୋଗିତା ସ୍ଥାପନ କରିଛି। ଆଇପିଏଲ୍‌ର ୨୦୨୨ ସଂସ୍କରଣ ନୂତନ ଅବତାରରେ ପ୍ରତ୍ୟାବର୍ତନ କରିଛି ଯେଉଁଥିରେ ଏବେ ୧୦ଟି ଟିମ୍ ରହିଛନ୍ତି। ଜିଓ ଏହି ଖେଳ ସହିତ ନିବିଡ଼ ଭାବେ ଜଡ଼ିତ ରହିଛି। ଶୁଭାରମ୍ଭ ହେବା ପରଠାରୁ ଜିଓ ଏହାର ସମସ୍ତ ବ୍ୟବହାରକାରୀଙ୍କୁ ଅଦ୍ଭୂତପୂର୍ବ ମୂଲ୍ୟ ଓ ମନୋରଂଜନ ପ୍ରଦାନ କରିବା ଲାଗି ସମସ୍ତ ଆଇପିଏଲ୍ ଟିମ୍‌ର ଅଫିସିଆଲ୍ ପାର୍ଟନର ହୋଇରହିଛି।

ଆଇପିଏଲ୍ ପ୍ରେମୀଙ୍କ ପାଇଁ ଜିଓର ଇଟଂରଆକ୍ଟିଭ୍ ଗେମ୍‌, ଜିଓ କ୍ରିକେଟ ପ୍ଲେ ଏଲଙ୍ଗ (ଜେସିପିଏ) ଆଇପିଏଲ୍ ୨୦୨୨ ପାଇଁ ଏହାର ଅଂଶଗ୍ରହଣକାରୀମାନଙ୍କ ନିମନ୍ତେ ବର୍ଦ୍ଧିତ ଓ ଉନ୍ନତ ରିୱାର୍ଡ ସହିତ ପ୍ରତ୍ୟାବର୍ତନ କରିଛି। ସମସ୍ତଙ୍କ ପାଇଁ ମାଗଣା ରହିଥିବା ଏକ ଗେମ୍ ଯେଉଁଥିରେ କ୍ରିକେଟ୍ ପ୍ରେମୀମାନେ ଗେମ୍‌ର ସ୍ୱତନ୍ତ୍ର ଚାଟ୍ ବାର୍‌ରେ ରହିଥିବା ଇମୋଜି ଷ୍ଟିକରଗୁଡ଼ିକ ଜରିଆରେ ନିଜର ଆବେଗ ପରିପ୍ରକାଶ କରିପାରିବେ। ତଥ୍ୟ (ଟ୍ରିଭିଆ) ପ୍ରେମୀମାନଙ୍କ ପାଇଁ କ୍ରିକେଟ୍ ଭିତିକ ପଜଲ୍‌ର ସୁବିଧା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଉପଗ୍ରହ ଭିତିକ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରକୁ ପ୍ରବେଶ କଲା ଜିଓ, ଏସଇଏସ୍ ସହିତ ଦେଶରେ ଆରମ୍ଭ କରିବ ସେବା

ନୂଆଦିଲ୍ଲୀ: ଜିଓ ପ୍ଲାଟଫର୍ମସ୍ ଏବଂ ବିଶ୍ୱରେ ଉପଗ୍ରହ ଭିତିକ ଯୋଗାଯୋଗ ସେବା ଯୋଗାଣକାରୀ କମ୍ପାନୀ ଏସ୍‌ଇଏସ୍ ପକ୍ଷରୁ ଜିଓ ସ୍ପେଶ୍ ଟେକ୍ନୋଲୋଜି ନାମରେ ଏକ ମିଳିତ ଉଦ୍ୟୋଗ ଗଠନ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ନୂତନ ମିଳିତ ଉଦ୍ୟୋଗ ଦେଶବ୍ୟାପୀ ଉପଗ୍ରହ ଭିତିକ ପ୍ରଯୁକ୍ତିର ବ୍ୟବହାର କରି ଦ୍ରୁତଗାମୀ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନ କରିବ। ଜିଓ ପ୍ଲାଟଫର୍ମ୍‌ସ୍ ଏବଂ ଏସ୍‌ଇଏସ୍ ନିକଟରେ ଏହି ମିଳିତ ଉଦ୍ୟୋଗରେ ଯଥାକ୍ରମେ ୫୧% ଓ ୪୯% ଇକ୍ୱିଟି ଅଂଶ ରହିବ। ଏହି ମିଳିତ ଉଦ୍ୟୋଗ ମଲ୍‌ଟି ଅର୍ବିଟ ସ୍ପେଶ୍ ନେଟୱର୍କର ଉପଯୋଗ କରି ସେବା ଯୋଗାଇବ। ଏହି ନେଟୱର୍କରେ ଜିଓଷ୍ଟେସନାରୀ (ଜିଇଓ) ଏବଂ ମିଡିୟମ ଆର୍ଥ ଅର୍ବିଟ (ଏମ୍‌ଇଓ) ଉପଗ୍ରହଗୁଡିକର ଉପଯୋଗ କରାଯିବ। ନେଟୱର୍କର ମଲ୍‌ଟି ଗିଗାବିଟ୍ ଲିଙ୍କରୁ ଭାରତ ସମେତ ପଡୋଶୀ ରାଷ୍ଟ୍ରଗୁଡିକର ବ୍ୟବସାୟିକମୋବାଇଲ ଏବଂ ଖୁଚୁରା ଗ୍ରାହକଙ୍କୁ ମଧ୍ୟ ସଂଯୁକ୍ତ କରାଯାଇପାରିବ।

ଏସ୍‌ଇଏସ୍ ୧୦୦ ଜିବିପିଏସ୍ କ୍ଷମତା ଉପଲବ୍ଧ କରାଇବଯାହାକୁ ଜିଓ ନିଜର ମଜଭୁତ ବିକ୍ରୟ ନେଟୱର୍କ ଜରିଆରେ ବିକ୍ରି କରିବ। ନିବେଶ ଯୋଜନାର ଅଂଶସ୍ୱରୂପ ମିଳିତ ଉଦ୍ୟୋଗ ଦେଶ ଭିତରେ ସେବା ପ୍ରଦାନ କରିବା ଲାଗି ଭାରତରେ ବ୍ୟାପକ ଗେଟୱେ ଭିତିଭୂମି ବିକଶିତ କରିବ। ଏହି ଚୁକ୍ତି ମୁତାବକ ଜିଓ ଆଗାମୀ କିଛି ବର୍ଷ ମଧ୍ୟରେ ପ୍ରାୟ ୧୦୦ ନିୟୁତ ଆମେରିକୀୟ ଡଲାରର ଗେଟୱେ ଏବଂ ଉପକରଣ ଖରିଦ କରିବ। ମିଳିତ ଉଦ୍ୟୋଗରେ ଏସ୍‌ଇଏସ୍ ନିଜର ଆଧୁନିକ ଉପଗ୍ରହ ସେବାକୁ ଉପଲବ୍ଧ କରାଇବାବେଳେ ଜିଓ ଗେଟୱେ ଭିତିଭୂମିର ପରିଚାଳନା ଏବଂ ଦେଖାଶୁଣା କରିବ।

କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ କୋଭିଡ-୧୯ ଆମକୁ ନୂତନ ଡିଜିଟାଲ ଅର୍ଥବ୍ୟବସ୍ଥାରେ ପୂର୍ଣ୍ଣ ସହଭାଗିତା ପାଇଁ ବ୍ରଡ୍‌ବ୍ୟାଣ୍ଡ୍ ପର୍ଯ୍ୟନ୍ତ ପହଂଚିବା ଜରୁରୀ ବୋଲି ଶିଖାଇଛି। ଏହି ମିଳିତ ଉଦ୍ୟୋଗ ଭାରତକୁ ଡିଜିଟାଲ ସେବା ସହିତ ଦୃଢ ଭାବରେ ସଂଯୁକ୍ତ କରିବ। ଏଥିସହିତ ଦୂରଦୂରାନ୍ତରେ ସ୍ୱାସ୍ଥ୍ୟସେବାସରକାରୀ ସେବା ଏବଂ ଶିକ୍ଷା ଆଦି ଉପଲବ୍ଧ କରାଇବାରେ ସହାୟକ ହେବ।

ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନି କହିଛନ୍ତି, “ଆମେ ନିଜର ଫାଇବର ଭିତିକ ସଂଯୋଗିକରଣ ଏବଂ ଏଫଟିଟିଏଚ୍ ବ୍ୟବସାୟ ସହିତ ୫ଜିରେ ନିବେଶ ଜାରି ରଖିବୁ। ସେହି ସମୟରେ ଏସ୍‌ଇଏସ୍ ସହିତ ଏହି ନୂଆ ମିଳିତ ଉଦ୍ୟୋଗ ମଲ୍‌ଟି ଗିଗାବିଟ୍ ବ୍ରଡବ୍ୟାଣ୍ଡ୍‌ର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବ। ଉପଗ୍ରହ ଯୋଗାଯୋଗ ସେବା ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଅତିରିକ୍ତ କଭରେଜ ଏବଂ କ୍ଷମତା ସହିତ ଜିଓ ଦୂରଦୂରାନ୍ତ ସହର ଓ ଗ୍ରାମବ୍ୟବସାୟିକ ଉଦ୍ୟୋଗସରକାରୀ ପ୍ରତିଷ୍ଠାନ ଏବଂ ଉପଭୋକ୍ତାଙ୍କୁ ନୂଆ ଡିଜିଟାଲ ଭାରତ ସହିତ ସଂଯୁକ୍ତ କରିବ। ଆମେ ଏସ୍‌ଇଏସ୍‌ର ଉପଗ୍ରହ ଉଦ୍ୟୋଗରେ ବିଶେଷ ସେବା ସହିତ ସଂଯୁକ୍ତ ହେବାନେଇ ଉତ୍ସାହିତ ଅଛୁ।”

ଏସଇଏସ୍‌ର ସିଇଓ ଷ୍ଟିଭ କାଲର କହିଛନ୍ତି, “ଜିଓ ପ୍ଲାଟଫର୍ମ୍‌ସ ସହିତ ମିଳିତ ଉଦ୍ୟୋଗ ଏହାର ଏକ ଅନନ୍ୟ ଉଦାହରଣ ଯେ ଏସଇଏସ୍ କିଭଳି ଉଚ୍ଚ ଗୁଣବତା ଭିତିକ ସଂଯୋଗକାରୀ ସେବା ପ୍ରଦାନ କରିବାକୁ ସର୍ବାଧିକ ବ୍ୟାପକ ଭୂପୃଷ୍ଠ ନେଟୱର୍କର ସହଭାଗୀ ହୋଇପାରୁଛି ଏବଂ ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିପାରିବ। ଆମେ ଏହି ମିଳିତ ଉଦ୍ୟୋଗ ପାଇଁ ପ୍ରସ୍ତୁତ ଅଛୁ।”

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହି ମିଳିତ ଉଦ୍ୟୋଗ ସମ୍ମାନନୀୟ ପ୍ରଧାନମନ୍ତ୍ରୀଙ୍କ “ଗତି ଶକ୍ତିମଲ୍‌ଟି ମୋଡାଲ କନେକ୍ଟିଭିଟି ରାଷ୍ଟ୍ରୀୟ ମାଷ୍ଟର ପ୍ଲାନ୍‌’କୁ ଆଗକୁ ବଢାଇବାର ମାଧ୍ୟମ ପାଲଟିବ। ଯାହା ବୁନିଆଦି ଢାଂଚାକୁ ସୁଦୃଢ କରି ଏକିକୃତ ଏବଂ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବା ଦିଗରେ ସହାୟକ ହେବ। ଏହା ଭାରତୀୟ ନାଗରିକମାନଙ୍କ ପାଇଁ ବ୍ରଡବ୍ୟାଣ୍ଡ୍ କନେକ୍ଟିଭିଟିର ବିସ୍ତାର କରିରାଷ୍ଟ୍ରୀୟ ଡିଜିଟାଲ ସଂଚାର ନୀତି ଏବଂ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମରେ କନେକ୍ଟ ଇଣ୍ଡିଆର ଲକ୍ଷ୍ୟଗୁଡିକୁ କ୍ଷିପ୍ର ଗତିରେ ଆଗକୁ ବଢାଇବ।