Categories
ଆଜିର ଖବର ଖେଳ ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ସ୍ୱଚ୍ଛନ୍ଦରେ ଆଇପିଏଲ ଉପଭୋଗ କରିବାକୁ ଜିଓର ଏକାଧିକ ନୂଆ କ୍ରିକେଟ୍ ପ୍ଲାନ୍‌

ମୁମ୍ବାଇ: ଜିଓ ପକ୍ଷରୁ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଭାବରେ ଆଗାମୀ କ୍ରିକେଟ ସିଜନ ପାଇଁ ଏକାଧିକ ଆକର୍ଷଣୀୟ ତାରିଫ ପ୍ଲାନ୍ ଆରମ୍ଭ କରାଯାଇଛିି। ‘ଜିଓ କ୍ରିକେଟ ପ୍ଲାନ’ ଭାବରେ ପ୍ରଚଳନ କରାଯାଇଥିବା ଏହି ସମସ୍ତ ପ୍ଲାନ୍‌ରେ ୩୯୯ ଟଙ୍କା ମୂଲ୍ୟର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ଆପ୍‌ର ବାର୍ଷିକ ସବ୍‌ସ୍କ୍ରିପ୍‌ସନ୍ ସୁବିଧା ମିଳିବା ସହିତ ହାଇସ୍ପିଡ୍ ଡାଟା, ଭଏସ୍ ଓ ଏସ୍‌ଏମ୍‌ଏସ୍ ସେବାର ମିଳିତ ଲାଭ ମଧ୍ୟ ଉପଲବ୍ଧ ହେଉଛି। ଏହି ପ୍ଲାନ୍‌ଗୁଡିକର ସୁଯୋଗ ନେଉଥିବା କ୍ରିକେଟପ୍ରେମୀମାନେ ଡିଜ୍‌ନି+ ହଟ୍‌ଷ୍ଟାର ଆପ୍‌ରେ ମାଗଣାରେ ଚଳିତ ସପ୍ତାହରୁ ଆରମ୍ଭ ହେଉଥିବା ଡ୍ରିମ୧୧ ଆଇପିଏଲ୍ ମ୍ୟାଚଗୁଡିକ ସହଜରେ ଦେଖିପାରିବେ।

ଜିଓ କ୍ରିକେଟ ପ୍ଲାନସମୂହ ଅଧୀନରେ ୧ମାସ, ୨ମାସ, ୩ ମାସ ଏବଂ ଏକବର୍ଷର ବୈଧତା ବିଶିଷ୍ଟ ପ୍ରିପେଡ ପ୍ଲାନ୍ ଆରମ୍ଭ କରାଯାଇଛି ଏବଂ ଏଥିମଧ୍ୟରୁ ପ୍ରତ୍ୟେକଟି ପ୍ଲାନ୍ ସହିତ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ଆପ୍‌ର ବାର୍ଷିକ ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ ରହିଛି।

୨୮ଦିନ ବୈଧତା ପ୍ରଦାନ କରୁଥିବା ୪୦୧ଟଙ୍କା ପ୍ଲାନ୍‌ରେ ଦୈନିକ ୩ ଜିବି ଡାଟା, ଅସୀମିତ ଭଏସ୍ କଲ୍ ଏବଂ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ରହିଛି। ଅନୁରୂପ ଭାବେ ୫୬ଦିନ ବୈଧତା ରହିଥିବା ୫୯୮ଟଙ୍କା ପ୍ଲାନ୍‌ରେ ଦୈନିକ ୨ ଜିବି ଡାଟା ମିଳିବା ସହିତ ଅସୀମିତ ଭଏସ୍ କଲ୍ ଏବଂ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ରହିଛି। ସେହିଭଳି ୮୪ଦିନ ବୈଧତା ବିଶିଷ୍ଟ ୭୭୭ଟଙ୍କା ପ୍ଲାନ୍‌ରେ ଦୈନିକ ୧.୫ ଜିବି ଡାଟା ସହିତ ଅସୀମିତ ଭଏସ୍ କଲ୍ ଏବଂ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ ରହିଛି। ବାର୍ଷିକ ପ୍ଲାନ୍ ଭାବେ ଜିଓ ପକ୍ଷରୁ ୩୬୫ ଦିନ ବୈଧତା ରହିଥିବା ୨୫୯୯ଟଙ୍କା ପ୍ଲାନ୍ ଆରମ୍ଭ କରାଯାଇଛି ଯେଉଁଥିରେ ଦୈନିକ ୨ ଜିବି ଡାଟା ମିଳିବା ସହିତ ଅସୀମିତ ଭଏସ୍ କଲ୍ ଏବଂ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ ରହିଛି।

ଏତଦ୍‌ବ୍ୟତୀତ ଆଇପିଏଲ ୨୦୨୦ ଅବସରରେ କ୍ରିକେଟପ୍ରେମୀଙ୍କର ଅଧିକ ଡାଟା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ୪୯୯ ଟଙ୍କିଆ ଡାଟା ଆଡ୍‌-ଅନ ପ୍ୟାକ୍ ଉପଲବ୍ଧ କରାଉଛି, ଯାହା ଦୈନିକ ୧.୫ ଜିବି ଡାଟା ପ୍ରଦାନ କରିବା ସହିତ ୩୯୯ ଟଙ୍କା ମୂଲ୍ୟର ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ କରାଉଛି। ଏହି ଡାଟା ଆଡ୍ ଅନ ପ୍ୟାକ୍‌ର ବୈଧତା ୫୬ଦିନ ରହିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମୋଟ ରାଜସ୍ୱ ଆୟରେ ଜିଓ ୫୦% ବଜାର ଅଂଶ ହାସଲ କରିଥିବା ଭାରତର ଦୁଇଟି ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ

ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ରାଜ୍ୟରେ ପ୍ରଥମ ଦୂରସଂଚାର ଅପରେଟର ଭାବରେ ମୋଟ ରାଜସ୍ୱ କ୍ଷେତ୍ରରେ ୫୦%ରୁ ଅଧିକ ବଜାର ଅଂଶ ହାସଲ କରିଥିବା ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ)ର ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡିଛି। ଜୁନ୍ ସୁଦ୍ଧା ଶେଷହୋଇଥିବା ତ୍ରୟମାସିକ ନିମନ୍ତେ ଟ୍ରାଇ ପକ୍ଷରୁ ଚଳିତ ସପ୍ତାହରେ ପ୍ରକାଶିତ ଆର୍ଥିକ ରିପୋର୍ଟ ଅନୁଯାୟୀ ଓଡିଶା ସମେତ ଦେଶର ଦୁଇଟି ରାଜ୍ୟରେ ରିଲାଏନ୍ସ ଜିଓ ମୋଟ ଟେଲିକମ୍ ରାଜସ୍ୱର ୫୦% ବଜାର ଅଂଶ ହାସଲ କରିଛି।

୨୦୨୦ ଏପ୍ରିଲରୁ ଜୁନ୍ ତ୍ରୟମାସିକ ଅବଧିରେ ଓଡ଼ିଶାରେ ରିଲାଏନ୍ସ ଜିଓର ମୋଟ ରାଜସ୍ୱ ଆୟ ୧୫%ରୁ ଅଧିକ ବୃଦ୍ଧିପାଇ ୫୯୪.୩ କୋଟି ଟଙ୍କା ହୋଇଥିବା ରିପୋର୍ଟରେ କୁହାଯାଇଛି। ଆଲୋଚ୍ୟ ତ୍ରୟମାସିକରେ ରାଜ୍ୟରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱ ସଂଗ୍ରହ ୪.୬% ବୃଦ୍ଧିପାଇ ୧୧୭୪ କୋଟି ଟଙ୍କା ହୋଇଛି। ଏହି ତ୍ରୟମାସିକରେ ବିଏସିଏନଏଲର ମୋଟ ରାଜସ୍ୱରେ ପରିବର୍ତ୍ତନ ସମ୍ପର୍କରେ ରିପୋର୍ଟରେ କୌଣସି ଉଲ୍ଲେଖ ନଥିବାବେଳେ ଏହି ସମୟରେ ଉଭୟ ଏୟାରଟେଲ ଏବଂ ଭୋଡାଫୋନର ମୋଟ ରାଜସ୍ୱ ଆୟରେ ହ୍ରାସ ଘଟିଥିବା କୁହାଯାଇଛି। ରିପୋର୍ଟ ମୁତାବକ ଏହି ତ୍ରୟମାସିକରେ ଓଡିଶାରେ ଏୟାରଟେଲର ମୋଟ ରାଜସ୍ୱ ଆୟ ୪୩୪ କୋଟି ଟଙ୍କା ଏବଂ ଭୋଡାଫୋନ୍‌ର ୮୪.୨ କୋଟି ଟଙ୍କାକୁ ହ୍ରାସପାଇଛି। ଜୁନ୍ ସୁଦ୍ଧା ଶେଷ ହୋଇଥିବା ତ୍ରୟମାସିକ ନିମନ୍ତେ ବିଏସଏନଏଲର ମୋଟ ରାଜସ୍ୱ ଆୟରେ ଘଟିଥିବା ପରିବର୍ତ୍ତନ ସମ୍ପର୍କରେ ଟ୍ରାଇ ପକ୍ଷରୁ ଘୋଷଣା କରାଯାଇନଥିବାରୁ ରିପୋର୍ଟରେ ବିଏସଏନଏଲର ମାର୍ଚ୍ଚ ତ୍ରୟମାସିକ ସୁଦ୍ଧା ରହିଥିବା ମୋଟ ରାଜସ୍ୱ ଆୟ ୫୮.୮ କୋଟି ଟଙ୍କା ଉଲ୍ଲେଖ କରାଯାଇଛି।

ଓଡ଼ିଶା ପାଇଁ ପ୍ରକାଶିତ ଟ୍ରାଇର ତଥ୍ୟରେ କୁହାଯାଇଛି, ରାଜ୍ୟରେ ସମାୟୋଜିତ ମୋଟ ରାଜସ୍ୱ (ଏଜିଆର)ରେ ରିଲାଏନ୍ସ ଜିଓ ୫୯%ରୁ ଅଧିକ ବଜାର ଅଂଶ ହାସଲ କରିଛି।

ଜୁନ୍ ସୁଦ୍ଧା ଶେଷହୋଇଥିବା ତ୍ରୟମାସିକରେ ହଜାର ହଜାର ବ୍ୟବହାରକାରୀ ୱାର୍କ ଫ୍ରମ୍ ହୋମ୍ ବା ଘରୁ ରହି କାର୍ଯ୍ୟ କରିବା ଆପଣାଇବା ଏବଂ ସାମ୍ପ୍ରତିକ ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ ପାଠପଢା ଆରମ୍ଭ ହେବା ଫଳରେ ଡାଟା ବ୍ୟବହାରରେ ମଧ୍ୟ ଦ୍ରୁତ ବୃଦ୍ଧି ଘଟିଛି। ସମଗ୍ର ରାଜ୍ୟରେ ନିରନ୍ତର ହାଇସ୍ପିଡ ଇଂଟରନେଟ୍‌କୁ ସୁନିଶ୍ଚିତ କରିବା ସହିତ ରିଲାଏନ୍ସ ଜିଓ ଓଡ଼ିଶାର ୧୩ଟି ପ୍ରମୁଖ ସହରର ମୁଖ୍ୟ ମୁଖ୍ୟ ଅଂଚଳରେ ଜିଓଫାଇବର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଆରମ୍ଭ କରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହାର ୪ଜି ନେଟୱାର୍କର ଦ୍ରୁତ ସମ୍ପ୍ରସାରଣ, ରାଜ୍ୟରେ ଜିଓ ଗ୍ରାହକ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଏବଂ ରାଜ୍ୟବ୍ୟାପୀ ନିରନ୍ତର ହାଇସ୍ପିଡ ଇଂଟରନେଟ ସେବା ଯୋଗାଣ ସହିତ ରିଲାଏନ୍ସ ଜିଓ ଓଡ଼ିଶାରେ କ୍ରମାଗତ ଭାବରେ ଅଭିବୃଦ୍ଧି ହାସଲ କରୁଛି। ଏହା ୨୦୧୯ ଡିସେମ୍ବରଠାରୁ ଉଭୟ ଗ୍ରାହକ ବଜାର ଅଂଶ ଏବଂ ରାଜସ୍ୱ ବଜାର ଅଂଶ କ୍ଷେତ୍ରରେ ରାଜ୍ୟରେ ଏକ ନମ୍ବର ସ୍ଥାନରେ ରହିବା ସହିତ ଓଡ଼ିଶା ବଜାରରେ ଅଗ୍ରଣୀ ସ୍ଥାନ ଦଖଲ କରିଛି।

ସୂଚନାଯୋଗ୍ୟ ଯେ, ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ମୋବାଇଲ ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ଓଡ଼ିଶାରେ ମେ’ ମାସରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରିଛି, ଯେଉଁ ସମୟରେ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଲକ୍ଷାଧିକ ଗ୍ରାହକ ହରାଇଛନ୍ତି। ଚଳିତ ବର୍ଷ ମେ’ ମାସରେ ଓଡ଼ିଶାରେ ରିଲାଏନ୍ସ ଜିଓ ୧.୮୭ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବାବେଳେ ଏହା ପଛକୁ କେବଳ ବିଏସଏନଏଲ ୫୨୩୨୯ ନୂଆ ଗ୍ରାହକ ଯୋଗ କରିଛି।

Categories
ବିଶେଷ ଖବର ବ୍ୟବସାୟ

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଓୟାରଲେସ୍ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ସଂସ୍ଥା କ୍ୱାଲ୍‌କମ୍ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସର ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍‌ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଏହି ପୁଞ୍ଜିନିବେଶ କରାଯାଇଛି ।

କ୍ୱାଲ୍‌କମ୍ ଭେଞ୍ଚର୍ସର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୦.୧୫% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଭାରତୀୟ ଗ୍ରାହକଙ୍କ ପାଇଁ ଆଧୁନିକ ୫ଜି ଭିତିଭୂମି ଓ ସେବା ଆରମ୍ଭ କରିବା ପାଇଁ ଜିଓ ପ୍ଲାଟଫର୍ମସ୍‌ର ଯାତ୍ରାରେ ସହାୟକ ହେବା ସହିତ ଏହି ନିବେଶ କ୍ୱାଲ୍‌କମ୍ ଓ ଜିଓ ପ୍ଲାଟଫର୍ମସ୍ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ କମ୍ପାନୀ ଭାବେ ଜିଓ ପ୍ଲାଟଫର୍ମସ୍ ହେଉଛି ଏକ ପରବର୍ତୀ ପିଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ ଯାହାକି ୩୮.୮ କୋଟିରୁ ଅଧିକ ଗ୍ରାହକଙ୍କୁ ସମଗ୍ର ଭାରତରେ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି । ଜିଓ ପ୍ଲାଟଫର୍ମ ଏହାର ଡିଜିଟାଲ ଇକୋସିଷ୍ଟମ ମଧ୍ୟରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗୀକରଣ, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବୃହତ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଟେଂଲିଜେନ୍ସ), ଇଂଟରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଏବଂ ବ୍ଲକ୍ ଚେନ୍ ଆଦି ଅଗ୍ରଣୀ ଟେକ୍ନୋଲୋଜିକୁ ଆଧାର କରି ବ୍ୟାପକ ବିନିଯୋଗ କରିଛି । ଜିଓର ଲକ୍ଷ୍ୟ ହେଉଛି ସାରା ଦେଶର ୧୩୦ କୋଟି ଲୋକ ଏବଂ ବ୍ୟବସାୟଗୁଡିକ ପାଇଁ ଏକ ଡିଜିଟାଲ୍ ଇଣ୍ଡିଆକୁ ସକ୍ଷମ କରିବା ଯାହା ସାରାଦେଶର ବ୍ୟବସାୟ ସମୂହ, ଛୋଟ ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟ ଏବଂ କୃଷକମାନଙ୍କୁ ସାମୂହିକ ଅଭିବୃଦ୍ଧିର ଫଳ ପ୍ରଦାନ କରିପାରିବ ।

କ୍ୱାଲ୍‌କମ୍ ହେଉଛି ବିଶ୍ୱର ଅଗ୍ରଣୀ ଅଭିନବ ଓୟାରଲେସ୍ ପ୍ରଯୁକ୍ତି ସଂସ୍ଥା ଓ ୫ଜିର ବିକାଶ, ପ୍ରବର୍ତ୍ତନ ଓ ସଂପ୍ରସାରଣ ପଛର ଶକ୍ତି । ଗବେଷଣା ଓ ବିକାଶ କ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ଭାବେ ୬୨ ବିଲିଅନ୍ ଡଲାରରୁ ଅଧିକ ପୁଞ୍ଜିନିବେଶ ସହ ନୂତନତ୍ୱ ସୃଷ୍ଟି ଦିଗରେ ୩୫ ବର୍ଷ ଏବଂ ୧,୪୦,୦୦୦ ପେଟେଣ୍ଟ୍‌୍ ଓ ପେଟେଣ୍ଟ୍ ଆପ୍ଲିକେସନ୍ ସହ ନୂତନତ୍ୱକୁ ଇନ୍ଧନ ଦେବା ଏବଂ ଭାରତୀୟ ପ୍ରଯୁକ୍ତିର ଅଗ୍ରଗତିକୁ ସୁନିଶ୍ଚିତ କରିବା ପାଇଁ କ୍ୱାଲ୍‌କମ୍ ପ୍ରତିବଦ୍ଧ । କ୍ୱାଲକମ୍ ଭେଂଚର୍ସ ହେଉଛି ଏକ ବିଶ୍ୱସ୍ତରୀୟ ପାଣ୍ଠି ଯାହା ଓୟାରଲେସ୍ ପରିବେଶ ବା ଇକୋସିଷ୍ଟମ୍ ଯଥା ୫ଜି, ଏଆଇ, ଆଇଓଟି, ଅଟୋମୋଟିଭ୍‌, ନେଟୱର୍କିଂ ଓ ଏଣ୍ଟରପ୍ରାଇଜ୍ ଆଦି କ୍ଷେତ୍ରର ଅଗ୍ରଣୀ କଂପାନିସମୂହରେ ନିବେଶ କରୁଛି । ଭାରତରେ କ୍ୱାଲକମ୍ ଭେଞ୍ଚର୍ସ ପକ୍ଷରୁ ଦୁଗ୍ଧ, ପରିବହନରୁ ଆରମ୍ଭ କରି ପ୍ରତିରକ୍ଷା ପର୍ଯ୍ୟନ୍ତ ପ୍ରମୁଖ ସ୍ଥାନୀୟ ସମସ୍ୟା ସମାଧାନ କରୁଥିବା ସଂସ୍ଥା ଏବଂ ଭାରତ ଓ ବିଶ୍ୱ ବଜାର ପାଇଁ ବିଶ୍ୱସ୍ତରୀୟ ପ୍ରଯୁକ୍ତି ଓ ଉତ୍ପାଦ ନିର୍ମାଣ କରୁଥିବା କଂପାନିଗୁଡିକରେ ନିବେଶ କରିଛି ।

ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ଜିଓ ପ୍ଲାଟଫର୍ମସ୍‌ର ନିବେଶକ ଭାବେ କ୍ୱାଲକମ୍ ଭେଂଚର୍ସକୁ ସ୍ୱାଗତ କରୁଥିବାରୁ ମୁଁ ଆଜି ଉଲ୍ଲସିତ। ଅନେକ ବର୍ଷ ଧରି କ୍ୱାଲକମ୍ ଏକ ମୂଲ୍ୟବାନ ନିବେଶକ ହୋଇ ରହିଛି ଏବଂ ଏକ ସୁଦୃଢ଼ ଓ ସୁରକ୍ଷିତ ଡିଜିଟାଲ୍ ନେଟ୍‌ୱର୍କ ଗଠନ କରି ସବୁ କିଛିକୁ ଯୋଡ଼ିବା ଏବଂ ଭାରତରେ ପ୍ରତିଟି ଲୋକଙ୍କ ପାଖକୁ ଡିଜିଯାଲ୍ ସଂଯୋଗର ଲାଭ ପହଞ୍ଚାଇବା ଆମ ଉଭୟଙ୍କ ଲକ୍ଷ୍ୟ ରହିଛି । ଓୟାରଲେସ୍ ପ୍ରଯୁକ୍ତିରେ ବିଶ୍ୱର ଅଗ୍ରଣୀ ସଂସ୍ଥା ଭାବେ କ୍ୱାଲ୍‌କମ୍ ଗଭୀର ପ୍ରଯୁକ୍ତି ଜ୍ଞାନ ଏବଂ ଅଭିଜ୍ଞତା ପ୍ରଦାନ କରୁଛି ଯାହା ଆମକୁ ଆମର ୫ଜି ଲକ୍ଷ୍ୟ ହାସଲ କରିବାରେ ଏବଂ ଭାରତରେ ଉଭୟ ଲୋକ ଓ ଉଦ୍ୟୋଗଗୁଡ଼ିକ ପାଇଁ ଡିଜିଟାଲ୍ ପରିବର୍ତନ ଆଣିବାରେ ସହାୟକ ହେବ ।”

ଷ୍ଟିଭ୍ ମୋଲେନ୍‌କଫ୍‌, ସିଇଓ, କ୍ୱାଲ୍‌କମ୍ ଇନକର୍ପୋରେଟେଡ୍ କହିଛନ୍ତି ଯେ, “ସବୁ ଲୋକଙ୍କୁ ଓ ସବୁ କିଛି ପାଇଁ ଡିଜିଟାଲ୍ ସଂଯୋଗର ଲାଭ ସଂପ୍ରସାରିତ କରିବାର ଆମର ମିଳିତ ଲକ୍ଷ୍ୟ ସହିତ, ଆମେ ଆଶା କରୁଛୁ ଯେ ଭାରତୀୟ ଗ୍ରାହକଙ୍କୁ ଜିଓ ପ୍ଲାଟଫର୍ମସ୍ ନୂଆ ପ୍ରକାର ସେବା ଓ ଅନୁଭୂତି ପ୍ରଦାନ କରିବ । ଅତୁଳନୀୟ ସ୍ପିଡ୍ ବିକଶିତ ହେଉଥିବା ବ୍ୟବହାରିକ ଉଦାହରଣ ସହିତ ଆଗାମୀ ବର୍ଷଗୁଡ଼ିକରେ ୫ଜି ପ୍ରତିଟି ଶିଳ୍ପରେ ପରିବର୍ତ୍ତନ ଆଣିବା ଆଶା କରାଯାଉଛି।

ଜିଓ ପ୍ଲାଟଫର୍ମସ୍ ଏହାର ବ୍ୟାପକ ଡିଜିଟାଲ୍ ଓ ପ୍ରଯୁକ୍ତି ଦକ୍ଷତା ଜରିଆରେ ଭାରତରେ ଡିଜିଟାଲ୍ ବିପ୍ଳବକୁ ଆଗକୁ ବଢ଼ାଉଛି । ଭାରତରେ ଦୀର୍ଘବର୍ଷର ଉପସ୍ଥିତି ସହ ନିବେଶକ ଭାବେ ଭାରତର ଡିଜିଟାଲ୍ ଅର୍ଥନୀତିରେ ଆହୁରି ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଜିଓ ରଖିଥିବା ଲକ୍ଷ୍ୟରେ ଏକ ଭୂମିକା ନିର୍ବାହ କରିବାକୁ ଆମେ ଆଶାନ୍ୱିତ ।”

ଏହି ସହଭାଗିତା ଆବଶ୍ୟକୀୟ ସର୍ତାବଳୀ ପୂରଣ ଉପରେ ନିର୍ଭରଶୀଳ । ମର୍ଗାନ ଷ୍ଟାନଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ଆର୍ଥିକ ଉପଦେଷ୍ଟା ଭୂମିକା ନିର୍ବାହ କରିଥିବା ବେଳେ ଏଜେଡବି ଆଣ୍ଡ ପାର୍ଟନର୍ସ ଏବଂ ଡେଭିସ ପୋଲ୍କ ଆଣ୍ଡ ୱାର୍ଡୱେଲ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । କ୍ୱାଲକମ୍ ଭେଞ୍ଚର୍ସ ପାଇଁ ଟ୍ରାଇଲିଗାଲ୍ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛି ।

Categories
ବିଶେଷ ଖବର ବ୍ୟବସାୟ

ଜିଓ ପଛରେ ବିଦେଶୀ କଂପାନୀଙ୍କ ଲମ୍ବା ଧାଡି, ଏବେ କେକେଆର୍ ବିନିଯୋଗ କରିବ 11 ହଜାର କୋଟି ଟଙ୍କା

ଭୁବନେଶ୍ୱର/ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଭାବେ ପରିଚିତ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ତରଫରୁ ବଡ ଘୋଷଣା କରାଯାଇଛି। ଏହି ଘୋଷଣାରେ କୁହାଯାଇଛି ଯେ, ବିଶ୍ୱର ପ୍ରତିଷ୍ଠିତ ନିବେଶକାରୀ ସଂସ୍ଥା କେକେଆର୍ ପକ୍ଷରୁ ଜିଓ ପ୍ଲାଟଫର୍ମସରେ ୧୧,୩୬୭ କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଔଦ୍ୟୋଗିକ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ କେକେଆର୍‌ର ଏହି ନିବେଶ କରିବ। ଏହା ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣଭିତିରେ ବିଘଟିତ ହୋଇପାରୁଥିବା ୨.୩୨ ପ୍ରତିଶତ ଅଂଶଧନରେ ରୂପାନ୍ତରିତ ହେବ। ଏହା ହେଉଛି ଏସିଆରେ କେକେଆର୍‌ର ସର୍ବବୃହତ ପୁଞ୍ଜିନିବେଶ ।

ବର୍ତ୍ତମାନ ଜିଓ ପଛରେ ପୁଂଜି ବିନିଯୋଗ କରିବା ପାଇଁ ବିଦେଶୀ କଂପାନୀଙ୍କ ଆଗ୍ରହ ସୃଷ୍ଟି ହେବାରେ ଲାଗିଛି। ଗତ ଏକମାସ ମଧ୍ୟରେ ଜିଓରେ ପୁଂଜି ନିବେଶ କରିବା ପାଇଁ ଫେସବୁକ୍‌, ସିଲଭର ଲେକ୍‌, ଭିସ୍ତା ଇକ୍ୱିଟି ପାର୍ଟନର୍ସ, ଜେନେରାଲ୍ ଆଟଲାଂଟିକ୍ ଏବଂ କେକେଆର୍ ଭଳି ବିଶ୍ୱର ବୈଷୟିକ କ୍ଷେତ୍ରର ଅଗ୍ରଣୀ ନିବେଶକାରୀମାନେ ଜିଓ ପ୍ଲାଟଫର୍ମରେ ୭୮,୫୬୨ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଲାଗି ଘୋଷଣା କରିଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ କମ୍ପାନୀ ଭାବେ ଜିଓ ପ୍ଲାଟଫର୍ମ ହେଉଛି ଏକ ପରବର୍ତୀ ପିଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ ଯାହାକି ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ନେଇ ସମଗ୍ର ଭାରତରେ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି । ଜିଓ ପ୍ଲାଟଫର୍ମ ଏହାର ଡିଜିଟାଲ ଇକୋସିଷ୍ଟମ ମଧ୍ୟରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗୀକରଣ, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବୃହତ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଟେଂଲିଜେନ୍ସ), ଇଂଟରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଏବଂ ବ୍ଲକ୍ ଚେନ୍ ଆଦି ଅଗ୍ରଣୀ ଟେକ୍ନୋଲୋଜିକୁ ଆଧାର କରି ବ୍ୟାପକ ବିନିଯୋଗ କରିଛି । ଜିଓର ଲକ୍ଷ୍ୟ ହେଉଛି ସାରା ଦେଶର ୧୩୦ କୋଟି ଲୋକ ଏବଂ ବ୍ୟବସାୟଗୁଡିକ ପାଇଁ ଏକ ଡିଜିଟାଲ୍ ଇଣ୍ଡିଆକୁ ସକ୍ଷମ କରିବା ଯାହା ଛୋଟ ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟ ଏବଂ କୃଷକମାନଙ୍କୁ ସାମୂହିକ ଅଭିବୃଦ୍ଧିର ଫଳ ପ୍ରଦାନ କରିପାରିବ ।

୧୯୭୬ରେ ପ୍ରତିଷ୍ଠାଲାଭ କରିଥିବା କେକେଆର୍ ଏହାର ପ୍ରାଇଭେଟ ଇକ୍ୱିଟି ଏବଂ ଟେକ୍ନୋଲୋଜି ଅଭିବୃଦ୍ଧି ପାଣ୍ଠି ମାଧ୍ୟମରେ ଅଗ୍ରଣୀ ବିଶ୍ୱସ୍ତରୀୟ ଉଦ୍ୟୋଗ ଗଠନ ଏବଂ ବୈଷୟିକ କ୍ଷେତ୍ରରେ ବ୍ୟବସାୟ ଗୁଡିକରେ ସଫଳତାର ସହ ନିବେଶର ଏକ ଦୀର୍ଘ ଇତିହାସ ସୃଷ୍ଟି କରିଛି । ଏହା ନିବେଶ କରିଥିବା ବିଶ୍ୱର ପ୍ରମୁଖ ବ୍ୟବସାୟଗୁଡିକ ମଧ୍ୟରେ ରହିଛି ବିଏମସି ସଫ୍ଟୱେୟାର, ବାଇଟ୍ ଡାନ୍ସ ଏବଂ ଗୋଜେକ ଭଳି ବୈଷୟିକ ଉଦ୍ୟୋଗ । ପ୍ରାରମ୍ଭରୁ ଏହି ସଂସ୍ଥା ବୈଷୟିକ କମ୍ପାନୀଗୁଡିକରେ ୩୦ ବିଲିୟନ ଡଲାରରୁ ଅଧିକ (ମୋଟ ଏଂଟରପ୍ରାଇଜ୍ ମୂଲ୍ୟ) ବିନିଯୋଗ କରିଛି ଏବଂ ବର୍ତ୍ତମାନ ଏହାର ଟେକ୍ନୋଲୋଜି ପୋର୍ଟଫୋଲିଓରେ ବୈଷୟିକ, ମିଡିଆ ଏବଂ ଟେଲିକମ୍ କ୍ଷେତ୍ରରେ ୨୦ରୁ ଅଧିକ କମ୍ପାନୀ ରହିଛନ୍ତି । ଏଥିସହ ୨୦୦୬ ମସିହାରୁ ଭାରତରେ ପୁଞ୍ଜି ବିନିଯୋଗ କରିଆସୁଥିବା କେକେଆର ପାଇଁ ଭାରତ ଏକ ପ୍ରମୁଖ ରଣନୀତିକ ବଜାର ରହିଆସିଛି ।

ଏହି ସହଭାଗିତା ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି,  “ପ୍ରତ୍ୟେକ ଭାରତୀୟଙ୍କୁ ସୁବିଧା ପହଂଚାଇବା ଲକ୍ଷ୍ୟରେ ଭାରତର ଡିଜିଟାଲ ଇକୋସିଷ୍ଟମର ଅଭିବୃଦ୍ଧି ତଥା ପୁନର୍ବିନ୍ୟାସ ଦିଗରେ ଆମର ଯାତ୍ରାରେ କେକେଆର ଭଳି ବିଶ୍ୱର ଅନ୍ୟତମ ଅଗ୍ରଣୀ ଓ ସମ୍ମାନସ୍ପଦ ଆର୍ଥିକ ନିବେଶକାରୀ କେକେଆର୍‌କୁ ଅଂଶୀଦାର ଭାବେ ସ୍ୱାଗତ କରି ମୁଁ ଆନନ୍ଦିତ । ଭାରତରେ ଏକ ପ୍ରିମିୟର୍ ଡିଜିଟାଲ୍ ସୋସାଇଟି ଗଠନ କରିବାର ଆମର ମହତ୍ୱପୂର୍ଣ୍ଣ ଲକ୍ଷ୍ୟ ସାଧନରେ କେକେଆର୍ ଅଂଶ ବିଶେଷ ହୋଇପାରିଛି । ଅଗ୍ରଣୀ ଉଦ୍ୟୋଗଗୁଡିକ ପାଇଁ ମୂଲ୍ୟବାନ ଅଂଶୀଦାର ହେବାରେ କେକେଆର୍‌ର ଏକ ପ୍ରମାଣିତ ଟ୍ରାକ୍ ରେକର୍ଡ ରହିଛି ଏବଂ ବହୁ ବର୍ଷ ଧରି ଭାରତ ପ୍ରତି ଏହାର ପ୍ରତିବଦ୍ଧତା ରହିଆସିଛି । ଜିଓକୁ ଆହୁରି ଆଗକୁ ବଢ଼ାଇବା ପାଇଁ ଆମେ କେକେଆର୍‌ର ବିଶ୍ୱସ୍ତରୀୟ ପ୍ଲାଟଫର୍ମ, ଉଦ୍ୟୋଗଭିତ୍ତକ ଜ୍ଞାନ ଏବଂ ପରିଚାଳନା ଅଭିଜ୍ଞତାର ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛୁ ।”

କେକେଆରର ସହ-ପ୍ରତିଷ୍ଠାତା ତଥା ସହ-ସିଇଓ ହେନେରୀ କ୍ରାଭିସ୍ କହିଛନ୍ତି, “ଜିଓ ପ୍ଲାଟଫର୍ମ୍‌ସ ଭାରତରେ ଡିଜିଟାଲ୍ ଇକୋସିଷ୍ଟମରେ ଆଣୁଥିବା ବୈପ୍ଳବିକ ପରିବର୍ତ୍ତନ ସାରା ବିଶ୍ୱରେ ଅନନ୍ୟ ଏବଂ ବିଶ୍ୱସ୍ତରରେ ଗୋଟିଏ ଦେଶର ଡିଜିଟାଲ୍ ବ୍ୟବସ୍ଥାରେ ଏଭଳି ପୁନର୍ବିନ୍ୟାସ କ୍ଷମତା ଖୁବ୍ କମ୍ କମ୍ପାନୀଙ୍କ ପାଖରେ ରହିଛି । ଜିଓ ପ୍ଲାଟଫର୍ମ୍‌ସ ହେଉଛି ଭାରତର ଏକ ପ୍ରକୃତ  ସ୍ୱଦେଶୀ ତଥା ପରବର୍ତୀ ପିିଢ଼ିର ଅଗ୍ରଣୀ ଟେକ୍ନୋଲୋଜି ଉଦ୍ୟୋଗ ଯାହା ଦେଶରେ ଚାଲିଥିବା ଡିଜିଟାଲ୍ ବିପ୍ଳବ ମଧ୍ୟରେ ସାରା ଦେଶରେ ବୈଷୟିକ ସମାଧାନ ଏବଂ ସେବା ପ୍ରଦାନ କରିବାର ଅନନ୍ୟ କ୍ଷମତା ରଖିଛି । ଆମେ ଜିଓ ପ୍ଲାଟଫର୍ମର ଉତ୍ସାହଜନକ ଓ ପ୍ରଭାବଶୀଳ ଗତି, ବିଶ୍ୱସ୍ତରୀୟ ନବସୃଜନ (ଇନୋଭେସନ୍‌) ଏବଂ ଦୃଢୃ ନେତୃତ୍ୱ ଟିମ୍‌କୁ ଦୃଷ୍ଟିରେ ରଖି ନିବେଶ କରୁଛୁ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ନିବେଶକୁ ଭାରତ ଏବଂ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀଗୁଡିକୁ ସମର୍ଥନ କରିବା ନେଇ କେକେଆର୍‌ର ପ୍ରତିବଦ୍ଧତାର ପରିଚାୟକ ଭାବରେ ଆମେ ଦେଖୁଛୁ ।”

କେକେଆର୍ ଏହାର ଏସିଆ ଘରୋଇ ଇକ୍ୱିଟି ଏବଂ ଅଭିବୃଦ୍ଧି ଟେକ୍ନୋଲୋଜି ପାଣ୍ଠିରୁ ଏହି ନିବେଶ କରୁଛି । ଏହି ସହଭାଗିତା ନିୟାମକ ଏବଂ ଅନ୍ୟାନ୍ୟ ଆବଶ୍ରକୀୟ ଅନୁମୋଦନ ପ୍ରକ୍ରିୟା ଅଧୀନ ଅଟେ ।

ମୋର୍ଗାନ୍ ଷ୍ଟାନ୍‌ଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଆର୍ଥିକ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିବା ବେଳେ ଏଜେଡ୍‌ବି ଆଣ୍ଡ ପାର୍ଟନର୍ସ ଓ ଡେଭିସ୍ ପୋଲ୍‌କ ଆଣ୍ଡ ୱାର୍ଡୱେଲ ଆଇନ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି । ସେହିଭଳି ଡେଲଏଟ୍ ଟସେ ତୋମାସୁ ଇଣ୍ଡିଆ ଏଲ୍‌ଏଲ୍‌ପି କେକେଆରର ଆର୍ଥିକ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛି । ସାର୍ଦ୍ଦୁଲ ଅମରଚାନ୍ଦ ମଙ୍ଗଲଦାସ ଆଣ୍ଡ କୋ ଏବଂ ସିମ୍ପସନ୍ ଥାଚର ଏବଂ ବାର୍ଟଲେଟ୍ ଏଲ୍‌ଏଲ୍‌ପି କେକେଆରର ଆଇନ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି ।