Categories
ଆଜିର ଖବର ଜାତୀୟ ଖବର

ଦେଶର ମହକାଶ କାର୍ଯ୍ୟକ୍ରମର ୧୧ ବର୍ଷର ପରିବର୍ତ୍ତନମୂଳକ ଯାତ୍ରା ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଗତ ୧୧ ବର୍ଷ ମଧ୍ୟରେ ଭାରତର ମହାକାଶ କାର୍ଯ୍ୟକ୍ରମର ପରିବର୍ତ୍ତନମୂଳକ ଯାତ୍ରାକୁ ପ୍ରତିଫଳିତ କରୁଥିବା ଏକ ଲେଖା ଶେୟାର କରିଛନ୍ତି। ଶ୍ରୀ ମୋଦୀ ଲୋକ-କୈନ୍ଦ୍ରିକ ନବାଚାରକୁ ପ୍ରତିଫଳିତ କରିବା ସହ କିପରି ଭାରତର ମହାକାଶ ପ୍ରଯୁକ୍ତିବିଦ୍ୟା ଏବେ ଦୈନନ୍ଦିନ ଜୀବନରେ ସାମିଲ ହୋଇଛି, ତାହା ଉପରେ ଆଲୋକପାତ କରିଛନ୍ତି। ଏହା ଗ୍ରାମାଞ୍ଚଳରେ କୃଷକମାନଙ୍କୁ ସଶକ୍ତ କରିବା ସହ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ସମୃଦ୍ଧ କରିବା ଏବଂ ବିଭିନ୍ନ ବିକାଶମୂଳକ କ୍ଷେତ୍ରକୁ ମଧ୍ୟ ଆଗକୁ ବଢ଼ାଉଛି।

କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;

“କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ପ୍ରସାଦ ସିଂହ ବିସ୍ତୃତ ଭାବରେ କହିଛନ୍ତି ଯେ, ଗତ ୧୧ ବର୍ଷ ମଧ୍ୟରେ ଭାରତର ମହାକାଶ କାର୍ଯ୍ୟକ୍ରମ କିପରି ସାହସିକ, ସମାବେଶୀ ଏବଂ ଲୋକ-କୈନ୍ଦ୍ରିକ ହୋଇଛି। ମହାକାଶ ପ୍ରଯୁକ୍ତିବିଦ୍ୟା ଏବେ ଦୈନନ୍ଦିନ ଜୀବନରେ ଗ୍ରାମାଞ୍ଚଳର କୃଷକମାନଙ୍କଠାରୁ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଅନ୍ତର୍ଭୁକ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।”

Categories
ଆଜିର ଖବର ଜାତୀୟ ଖବର

ଶେଷ ପର୍ଯ୍ୟାୟରେ ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନଯାନ’ କାର୍ଯ୍ୟକ୍ରମ: ଡ. ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ: ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନଯାନ’ କାର୍ଯ୍ୟକ୍ରମ ଏହାର ଅନ୍ତିମ ପର୍ଯ୍ୟାୟରେ ପ୍ରବେଶ କରିଛି। ୨୦୨୭ର ପ୍ରଥମ ତ୍ରୟମାସରେ ଏହାର ଉଡ଼ାଣ ନିର୍ଦ୍ଧାରିତ ହୋଇଛି।

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଆଣବିକ ଶକ୍ତି ବିଭାଗ, ମହାକାଶ ବିଭାଗ, କାର୍ମିକ, ଜନ ଅଭିଯୋଗ ଏବଂ ପେନସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ନୂଆଦିଲ୍ଲୀର ନେସନାଲ ମଡିଆ ସେଣ୍ଟରରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ସେ ମିଶନର ବର୍ତ୍ତମାନର ସ୍ଥିତି, ବୈଷୟିକ ପ୍ରଗତି ଏବଂ ଭାରତର ମିତବ୍ୟୟୀ ମହାକାଶ କାର୍ଯ୍ୟକ୍ରମରୁ ମିଳୁଥିବା ଆର୍ଥିକ ଲାଭ ବିଷୟରେ ମଧ୍ୟ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ଇସ୍ରୋର ଅଧ୍ୟକ୍ଷ ତଥା ମହାକାଶ ବିଭାଗର ସଚିବ ଡକ୍ଟର ଭି. ନାରାୟଣନ ମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ।

ଡକ୍ଟର ଜିତେନ୍ଦ୍ର ସିଂହ କହିଥିଲେ, ଚଳିତ ବର୍ଷ ପ୍ରାରମ୍ଭରେ ଟିଭି-ଡି ୱାନ୍‌ ଅଭିଯାନ ଏବଂ ପ୍ରଥମ ମାନବବିହୀନ ପରୀକ୍ଷଣ ଯାନ ଏବୋର୍ଟ ଅଭିଯାନ ସଫଳ ସମାପନ ଆଗାମୀ ପରୀକ୍ଷଣ କାର୍ଯ୍ୟକ୍ରମ ପାଇଁ ଏକ ସୁଦୃଢ଼ ମୂଳଦୁଆ ପକାଇଛି। ଦ୍ୱିତୀୟ ପରୀକ୍ଷଣ ଯାନ ମିଶନ (ଟିଭି-ଡି ଟୁ)ର ଶୁଭାରମ୍ଭ ୨୦୨୫ ମସିହା ଶେଷରେ ଧାର୍ଯ୍ୟ ହୋଇଛି। ଏହା ପରେ ଗଗନଯାନର ମାନବବିହୀନ କକ୍ଷପଥ ଉଡ଼ାଣ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ୨୦୨୭ ମସିହାରେ ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ ସହିତ ସମାପ୍ତ ହେବ, ଯାହା ଭାରତୀୟ ମହାକାଶଚାରୀମାନଙ୍କୁ ଭାରତ ମାଟିରୁ ଏକ ଭାରତୀୟ ରକେଟରେ ପୃଥିବୀର କକ୍ଷପଥକୁ ପଠାଇବ।

ଏହାକୁ ଏକ “ଐତିହାସିକ ଅଭିଯାନ” ଭାବେ ବର୍ଣ୍ଣନା କରି ଡ. ଜିତେନ୍ଦ୍ର ସିଂହ ଦୃଢ଼ତାର ସହ କହିଥିଲେ ଯେ ଗଗନଯାନ କାର୍ଯ୍ୟକ୍ରମ ବୈଜ୍ଞାନିକ ସଫଳତା ଠାରୁ ଊର୍ଦ୍ଧ୍ବରେ। ଏହା ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା, ଆର୍ଥିକ ସାମର୍ଥ୍ୟ ଏବଂ ଦୂରଦୃଷ୍ଟିସମ୍ପନ୍ନ ରାଜନୈତିକ ନେତୃତ୍ୱ ଆଧାରରେ ଏକ ବିଶ୍ୱସ୍ତରୀୟ ମହାକାଶ ଶକ୍ତି ଭାବେ ଭାରତର ଉତ୍ଥାନକୁ ଦର୍ଶାଉଛି ବୋଲି ସେ କହିଥିଲେ। ସେ ଏହା ମଧ୍ୟ ମନେ ପକାଇଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାକାଶରେ ଭାରତର ଦୀର୍ଘକାଳୀନ ମହତ୍ୱାକାଂକ୍ଷାକୁ ସ୍ପଷ୍ଟ ଭାବେ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ୨୦୩୫ ସୁଦ୍ଧା ଏକ ଭାରତୀୟ ମହାକାଶ କେନ୍ଦ୍ର ପ୍ରତିଷ୍ଠା ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ରରେ ପ୍ରଥମ ଭାରତୀୟଙ୍କ ଅବତରଣ ସାମିଲ ରହିଛି।

ମାନବ-ରେଟେଡ୍ ଏଲଭିଏମ ଥ୍ରୀ ଯାନ, କ୍ରୁ ଏସ୍କେପ ସିଷ୍ଟମ୍ ଓ କ୍ରୁ ମଡ୍ୟୁଲ୍ ଏବଂ ସର୍ଭିସ୍ ମଡ୍ୟୁଲ୍ ସମସ୍ତ ପରୀକ୍ଷା ଏବଂ ଏକୀକରଣର ଶେଷ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ଚଳିତ ବର୍ଷ ଶେଷରେ ଉତକ୍ଷେପଣ ହେବାକୁ ଥିବା ମାନବବିହୀନ କକ୍ଷପଥ ଗଗନଯାନ ମିଶନ ସଠିକ୍ ଦିଗରେ ଗତି କରୁଛି। ଭାରତୀୟ ନୌସେନା ସହିତ ରିକଭରୀ ଟ୍ରାଏଲ୍‌ ପୂର୍ବରୁ ଅନୁଷ୍ଠିତ ହୋଇଛି ଏବଂ ଅଧିକ ସମୁଦ୍ର ରିକଭରୀ ସିମୁଲେସନ୍ ଯୋଜନା କରାଯାଇଛି।

ମହାକାଶ ଯାତ୍ରୀଙ୍କ ପ୍ରଶିକ୍ଷଣ ମଧ୍ୟ ଲଗାତାର ଜାରି ରହିଛି।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା ଯେ ମହାକାଶଚାରୀ ଭାବେ ଚୟନ ହୋଇଥିବା ଭାରତୀୟ ବାୟୁସେନାର ଚାରିଜଣ ପାଇଲଟ୍ ରୁଷରେ ତାଲିମ ସମାପ୍ତ କରିଛନ୍ତି ଏବଂ ଭାରତରେ ମିଶନ-କେନ୍ଦ୍ରିତ ତାଲିମ ନେଉଛନ୍ତି। ଭାରତର ମହାକାଶଚାରୀ ତାଲିମ କେନ୍ଦ୍ରରେ ସେମାନଙ୍କ ସ୍ୱାସ୍ଥ୍ୟ, ମାନସିକ ସୁସ୍ଥତା ଏବଂ ଅନୁକରଣ-ଆଧାରିତ ପରିଚାଳନା ପ୍ରସ୍ତୁତିର ନିରନ୍ତର ମୂଲ୍ୟାଙ୍କନ କରାଯାଉଛି।

ଏହି ବୈଷୟିକ ପ୍ରଗତି ସମ୍ପର୍କରେ ସୂଚନା ଦେଇ ଡ. ଜିତେନ୍ଦ୍ର ସିଂହ ମିଶନର ବ୍ୟୟ-ଦକ୍ଷତା ଉପରେ ଗୁରୁତ୍ୱାରୋପ କରିଥିଲେ। ମନ୍ତ୍ରୀ କହିଥିଲେ ଯେ ଗଗନଯାନ ପ୍ରକଳ୍ପରେ ଖର୍ଚ୍ଚ ଅନ୍ୟ ଦେଶ ଦ୍ୱାରା କରାଯାଇଥିବା ସମାନ ମାନବ ମହାକାଶ ଉଡ଼ାଣ ମିଶନ ତୁଳନାରେ ସର୍ବନିମ୍ନ ଅଟେ। ସେ କହିଥିଲେ ଯେ ଉଭୟ ବୈଷୟିକ ନବୋନ୍ମେଷ ଏବଂ ଆର୍ଥିକ ପ୍ରୋତ୍ସାହନ ଦୃଷ୍ଟିରୁ ଏହି ଅଭିଯାନର ଲାଭ ଏଥିରେ ଜଡ଼ିତ ବ୍ୟୟ ତୁଳନାରେ ଅଧିକ।

ଏହି କାର୍ଯ୍ୟକ୍ରମ ପୂର୍ବରୁ ରୋବୋଟିକ୍ସ, ମ୍ୟାଟେରିଆଲ, ଇଲେକ୍ଟ୍ରୋନିକ୍ସ ଏବଂ ଔଷଧ କ୍ଷେତ୍ରରେ ଅଗ୍ରଗତି ଭଳି ଏକାଧିକ ଲାଭ ପ୍ରଦାନ କରିଛି ଏବଂ ଭାରତୀୟ ଶିଳ୍ପ ସହିତ ଗଭୀର ସହଯୋଗକୁ ପ୍ରୋତ୍ସାହିତ କରୁଛି। ଡକ୍ଟର ଜିତେନ୍ଦ୍ର ସିଂହ କହିଥିଲେ, ଆଜି, ଗଗନଯାନ କେବଳ ଇସ୍ରୋର ମିଶନ ନୁହେଁ। ଏହା ହେଉଛି ଭାରତର ମିଶନ। ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନୀତିଗତ ସଂସ୍କାରକୁ ଅନୁସରଣ କରି ଘରୋଇ କ୍ଷେତ୍ର ଏବଂ ଷ୍ଟାର୍ଟଅପ୍ ଦ୍ୱାରା ଗ୍ରହଣ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ସେ ରେଖାଙ୍କିତ କରିଥିଲେ।

ଇସ୍ରୋ ଅଧ୍ୟକ୍ଷ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଗଗନଯାନ ଭାରତକୁ ଏକ ଆତ୍ମନିର୍ଭରଶୀଳ ମହାକାଶ ଶକ୍ତି ଭାବେ ଉଭା ହେବାରେ ସାହାଯ୍ୟ କରିବାକୁ ଯାଉଛି, ଯାହା ଏକ ନୂଆ ପିଢ଼ିର ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଉଦ୍ୟୋଗୀମାନଙ୍କୁ ପ୍ରେରଣା ଦେଉଛି। ୨୦୨୬ରେ ଏକ ମାନବ ମିଶନ ସହିତ, ଭାରତ ମାନବ ମହାକାଶ ଉଡ଼ାଣ ପାଇଁ ସ୍ୱାଧୀନ ଭାବରେ କ୍ଷମତା ବିକଶିତ କରିଥିବା ଦେଶଗୁଡ଼ିକର ବିଶିଷ୍ଟ ଗୋଷ୍ଠୀରେ ଯୋଗଦେବାକୁ ପ୍ରସ୍ତୁତ।

ଗଗନଯାନ ଉଲ୍ଲେଖନୀୟ ସଠିକତାର ସହ ଆଗକୁ ବଢ଼ିବା ସହିତ, ଏହା କେବଳ ବୈଜ୍ଞାନିକ ସାମର୍ଥ୍ୟରେ ଏକ ଲମ୍ଫ ନୁହେଁ ବରଂ ମହାକାଶରେ ଭାରତର ଦୀର୍ଘକାଳୀନ ଆର୍ଥିକ ଏବଂ ରଣନୀତିକ ଆକାଂକ୍ଷାର ଏକ ଶକ୍ତିଶାଳୀ ପ୍ରତୀକ ମଧ୍ୟ।

Categories
ଆଜିର ଖବର ଜାତୀୟ ଖବର

ବୁଧବାର ଚନ୍ଦ୍ରରେ ଅବତରଣ କରିବ ଭାରତର ଚନ୍ଦ୍ରଯାନ-୩: ଅବଗତ କରାଇଲେ ଇସ୍ରୋ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବୁଧବାର, ୨୩ ଅଗଷ୍ଟ ୨୦୨୩ ସନ୍ଧ୍ୟାରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂଗଠନ)ର ଅଧ୍ୟକ୍ଷ ତଥା ମହାକାଶ ବିଭାଗ ସଚିବ ଡ. ଏସ୍ ସୋମନାଥ ଆଜି ନୂଆଦିଲ୍ଲୀରେ ପହଞ୍ଚି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଏବଂ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କୁ ସାକ୍ଷାତ କରି ଚନ୍ଦ୍ରଯାନ-୩ର ସ୍ଥିତି ଏବଂ ପ୍ରସ୍ତୁତି ବିଷୟରେ ଅବଗତ କରାଇଛନ୍ତି।

ଇସ୍ରୋ ଅଧ୍ୟକ୍ଷ ଚନ୍ଦ୍ରଯାନ-୩ର ସ୍ଥିତି ଓ ଗତିବିଧି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇ କହିଛନ୍ତି ଯେ ସମସ୍ତ ପ୍ରଣାଳୀ ଠିକ୍ ଭାବେ କାର୍ଯ୍ୟ କରୁଛି ଏବଂ ବୁଧବାର କୌଣସି ଆକସ୍ମିକ ପରିସ୍ଥିତି ଦେଖାଦେବାର ସମ୍ଭାବନା ନାହିଁ। ଆଗାମୀ ଦୁଇ ଦିନ ମଧ୍ୟରେ ଚନ୍ଦ୍ରଯାନ-୩ର ସ୍ଥିତି ଉପରେ ଲଗାତାର ନଜର ରଖାଯିବ। ଦୁଇ ଦିନ ପୂର୍ବରୁ ଅବତରଣର ଚୂଡ଼ାନ୍ତ ସିକ୍ୱେନ୍ସ ଲୋଡ୍ କରି ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।

ଡକ୍ଟର ଜିତେନ୍ଦ୍ର ସିଂ ଏଥର ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ ଉପରେ ଆସ୍ଥା ପ୍ରକଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଏହା ଗ୍ରହ ଅନୁସନ୍ଧାନର ଏକ ନୂତନ ଇତିହାସ ରଚିବ ବୋଲି ଆଶା ବ୍ୟକ୍ତ କରିଥିଲେ।

ଡକ୍ଟର ଜିତେନ୍ଦ୍ର ସିଂ ଏଥର ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ ଉପରେ ଆସ୍ଥା ପ୍ରକଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଏହା ଗ୍ରହ ଅନୁସନ୍ଧାନର ଏକ ନୂତନ ଇତିହାସ ରଚିବ ବୋଲି ଆଶା ବ୍ୟକ୍ତ କରିଥିଲେ।

ଇସ୍ରୋ କହିଛି ଯେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩, ୨୦୨୩ ସନ୍ଧ୍ୟା ପ୍ରାୟ ୬ଟା ୦୪ ମିନିଟ୍ ରେ ଚନ୍ଦ୍ରରେ ଅବତରଣ କରିବ। ପୂର୍ବରୁ ହାର୍ଡ ଲ୍ୟାଣ୍ଡିଂ ପରେ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଚନ୍ଦ୍ରଯାନ-୨ ଅଭିଯାନ ଆଂଶିକ ଭାବେ ସଫଳ ହୋଇଥିଲା। ତେବେ ଏଥର ଇସ୍ରୋ ସଫଳତାର ସହ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ମଡ୍ୟୁଲ ଏବଂ ଚନ୍ଦ୍ରଯାନ-୨ ଅର୍ବିଟର ମଧ୍ୟରେ ଦ୍ୱିପାକ୍ଷିକ ଯୋଗାଯୋଗ ସ୍ଥାପନ କରିଛି। ଆଜି ଇସ୍ରୋ ଚନ୍ଦ୍ରଯାନ-୩ ଦ୍ୱାରା ଉତ୍ତୋଳିତ ଚନ୍ଦ୍ରର ଦୂର ଭାଗର ନୂଆ ଫଟୋ ସେୟାର କରିଛି।

ଆମେରିକା, ରୁଷିଆ ଓ ଚୀନ୍ ପରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିବ, କିନ୍ତୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ବିଶ୍ୱର ଏକମାତ୍ର ଦେଶ ହେବ।

ଚନ୍ଦ୍ରଯାନ-୩ ମିଶନର ତିନୋଟି ପ୍ରାଥମିକ ଉଦ୍ଦେଶ୍ୟ ରହିଛି (କ) ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଏବଂ ସଫ୍ଟ ଲ୍ୟାଣ୍ଡିଂ ପ୍ରଦର୍ଶନ କରିବା; (ଖ) ଚନ୍ଦ୍ରପୃଷ୍ଠରେ ରୋଭର ବା ବୁଲିବା ଯାନକୁ ସୁରକ୍ଷିତ ଭାବେ ରୋଭିଂ ବା ଘୂରିବୁଲିବା କାର୍ଯ୍ୟ ପ୍ରଦର୍ଶନ କରିବା ଏବଂ (ଗ) ବୈଜ୍ଞାନିକ ପରୀକ୍ଷଣ କରିବା।

ଏହି ଅବସରରେ ଡ. ଜିତେନ୍ଦ୍ର ସିଂହ କହିଛନ୍ତି, ଭାରତର ଚନ୍ଦ୍ରଯାନ-୧ ମହାକାଶ ଯାନ ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରେ ଜଳର ଉପସ୍ଥିତି ଆବିଷ୍କାର କରିବା ପାଇଁ କରିଥିଲା ଏବଂ ଏହା ବିଶ୍ୱ ପାଇଁ ଏକ ନୂଆ ଆବିଷ୍କାର ଥିଲା। ଆମେରିକାର ନାସା (ନ୍ୟାସନାଲ ଏରୋନୋଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ) ଭଳି ପ୍ରମୁଖ ମହାକାଶ ଏଜେନ୍ସି ମଧ୍ୟ ଏହି ଆବିଷ୍କାରରେ ଆକର୍ଷିତ ହୋଇଥିଲେ ଏବଂ ପରବର୍ତ୍ତୀ ପରୀକ୍ଷଣ ପାଇଁ ଏହି ସୂଚନାକୁ ବ୍ୟବହାର କରିଥିଲେ।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଜିଏସଏଲଭି ମାର୍କ ୩ (ଏଲଭିଏମ ୩) ଜରିଆରେ ଗତ ଜୁଲାଇ ୧୪ ତାରିଖ ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ରଯାନ-୩ ଅଭିଯାନ ଚନ୍ଦ୍ର ଆଡ଼କୁ ଉତକ୍ଷେପଣ କରାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅହମଦାବାଦ୍‌ରେ ବିଜ୍ଞାନ କାରିଗର ମନ୍ତ୍ରୀଙ୍କ ସମ୍ମିଳନୀ, ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ କଲେ ଏହି ଦାବୀ

ଭୁବନେଶ୍ୱର : ରାଜ୍ୟଗୁଡ଼ିକରେ ବିଜ୍ଞାନ ଓ ବୈଷୟିକ ପରିମଣ୍ଡଳର ଅଭିବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ଅଧିକ ସମ୍ବଳ ଓ ସମର୍ଥନ ଯୋଗାଇଦେବା ଉପରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗୁରୁତ୍ୱାରୋପ କରିଛନ୍ତି। ଅହମଦାବାଦରେ ଆୟୋଜିତ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ବିଜ୍ଞାନ ଓ ବୈଷୟିକ ଗବେଷଣା, ଅଭିନବତ୍ୱ ଓ ଉଦ୍ୟମିତା କ୍ଷେତ୍ରରେ ଅଧିକ ସମ୍ବଳ ବିନିଯୋଗ ପାଇଁ ମତ ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟଗୁଡ଼ିକର ଇନୋଭେସନ୍‌ ସିଷ୍ଟମ ଏବଂ କେନ୍ଦ୍ର ଇନୋଭେସନ୍‌ ସିଷ୍ଟମର ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ଦେବା ସହିତ ଘରୋଇ ଉଦ୍ୟୋଗଗୁଡ଼ିକର ସହଭାଗିତା ନିମନ୍ତେ ପରାମର୍ଶ ଦେଇଛନ୍ତି। ବିଜ୍ଞାନ ଓ କାରିଗରୀ କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ଶିଳ୍ପାନୁଷ୍ଠାନଗୁଡ଼ିକ ସିଏସ୍‌ଆର୍‌ ପାଣ୍ଠିର କିଛି ଅଂଶ ବ୍ୟୟ କରିବା ସାଙ୍ଗକୁ ପ୍ରତି ରାଜ୍ୟ ଓ କେନ୍ଦ୍ରରେ ଏଥି ପାଇଁ ଏକ କର୍ପସ୍‌ ଫଣ୍ଡ ସୃଷ୍ଟି ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରାଜ୍ୟରେ ବିଜ୍ଞାନ ଓ କାରିଗରୀ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ। ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନକୁ ବାୟୋ-ଇନ୍‌କୁ୍ୟବେସନ୍‌ ସେଣ୍ଟର ଓ ଷ୍ଟାର୍ଟଅପ୍‌ ଗବେଷଣା ନିମନ୍ତେ ୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି ଓ ପ୍ରତିଷ୍ଠାନ ଅଧୀନରେ ୨୪ଟି ଷ୍ଟାର୍ଟଅପ୍‌ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ।

ଅନୁରୂପ ଭାବରେ ଓଡ଼ିଶା ସରକାର ଶିକ୍ଷାନୁଷ୍ଠାନ ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଭାବବିନିମୟକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱର ସିଟି ନଲେଜ୍‌ ଇନୋଭେସନ୍‌ ସେଣ୍ଟର ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ରାଜ୍ୟର ବିଜ୍ଞାନ ଓ କାରିଗରୀ ନୀତି ପ୍ରଣୟନ ପ୍ରକ୍ରିୟା ଜାରି ରହିଛି ବୋଲି ଦର୍ଶାଇବା ସହିତ ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟର ୫୦୦ଟି ବିଦ୍ୟାଳୟରେ ଇନୋଭେସନ୍‌ ହବ୍‌ ଖୋଲିବାର ଯୋଜନା ରହିଛି ଓ ୨୦୨୩ ସୁଦ୍ଧା ୨୦୦ କୋଟି ଟଙ୍କା ବ୍ୟୟରେ ୫୦ଟି ହବ୍‌ ଖୋଲାଯିବ ବୋଲି କହିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଏହି ଦୁଇଦିନିଆ ଜାତୀୟ ସମ୍ମିଳନୀର ଲିଡରସିପ୍‌ ସେସନ୍‌ରେ ମନ୍ତ୍ରୀ ଶ୍ରୀ ପଣ୍ଡା ଅଂଶଗ୍ରହଣ କରିଥିଲେ। ସମ୍ମିଳନୀର ବିଭିନ୍ନ ଅଧିବେଶନରେ ବିଜ୍ଞାନ ଓ ବୈଷୟିକ ଦୃଶ୍ୟପଟ-୨୦୪୭, ୨୦୩୦ ସୁଦ୍ଧା ଘରୋଇ ଉଦ୍ୟୋଗଗୁଡ଼ିକରେ ଗବେଷଣା ନିମନ୍ତେ ଦୁଇଗୁଣା ପାଣ୍ଠି ବିନିଯୋଗ, କୃଷକଙ୍କ ଆୟବୃଦ୍ଧି ଦିଗରେ ବୈଷୟିକ ହସ୍ତକ୍ଷେପ, ସମସ୍ତ ପାଇଁ ସ୍ୱଚ୍ଛ ଶକ୍ତି ସମ୍ବଳ ଓ ଗଭୀର ସମୁଦ୍ର ମିଶନ ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

କେନ୍ଦ୍ର ବିଜ୍ଞାନ ଓ ବୈଷୟିକ, ଭୂ-ବିଜ୍ଞାନ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ରଜନୀକାନ୍ତ ପଟେଲ୍‌, ଗୁଜୁରାଟର ଶିକ୍ଷା, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଜିତୁଭାଇ ଏସ୍‌. ବାଘାନୀଙ୍କ ସମେତ ମନ୍ତ୍ରାଳୟର ସମସ୍ତ ବିଭାଗର ସଚିବ, ବିଭିନ୍ନ ରାଜ୍ୟର ବିଭାଗୀୟ ସଚିବ, ଶିଳ୍ପପତି, ଶିକ୍ଷାବିତ୍‌, ବୈଜ୍ଞାନିକ, ଉଦ୍ୟୋଗ କର୍ମକର୍ତ୍ତା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଅଂଶଗ୍ରହଣ କରି ମତବିନିମୟ କରିଥିଲେ। ଓଡ଼ିଶାରୁ ବିଭାଗର ଯୁଗ୍ମ ଶାସନ ସଚିବ ପୂଜା ମିଶ୍ର ଓ ବରିଷ୍ଠ ବୈଜ୍ଞାନିକ ଡ. ଏଲ୍‌.ଏନ୍‌. ପାଢ଼ୀ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଇସ୍ରୋକୁ ସହାୟତା ନିମିତ୍ତ ସ୍ଥାପନ କରାଯିବ ନୂଆ ଗବେଷଣା କେନ୍ଦ୍ର

ନୂଆଦିଲ୍ଲୀ: ଇସ୍ରୋର ଗବେଷଣା କ୍ଷେତ୍ରକୁ ସହାୟତା କରିବା ନିମିତ୍ତ ଦେଶରେ ନୂଆ ନୂଆ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି ବୋଲି କେନ୍ଦ୍ର ଆଣବିକ ଶକ୍ତି ଏବଂ ମହାକାଶ ଗବେଷଣା ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ପ୍ରକାଶ କରିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଡ. ସିଂହ ଆଜି ଲୋକସଭାରେ ପ୍ରକାଶ କରିଛନ୍ତି ଯେ, ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ, ଇସ୍ରୋ ୨୦୨୨ ମସିହାରେ ମହାକାଶ ଗବେଷଣା କ୍ଷେତ୍ରରେ କେତେକ ନୂଆ ପଦକ୍ଷେପ ନେବାକୁ ଯାଉଛି।

ସେଗୁଡିକୁ ମଧ୍ୟରେ ରହିଛି – ବ୍ୟବସାୟିକ ଉଦ୍ଦେଶ୍ୟରେ ଗୋଟିଏ ଏବଂ ଭୂପୃଷ୍ଠ ନିରୀକ୍ଷଣ ଉଦ୍ଦେଶ୍ୟରେ ଗୋଟିଏ ପିଏସଏଲଭି ମହାକାଶକୁ ପଠାଯିବା, ଦୁଇଟି କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ରକେଟ ପ୍ରସ୍ତୁତି, ଗୋଟିଏ ଜିଏସଏଲଭି ଉପଗ୍ରହ ରକେଟ ପସ୍ତୁତି ଏବଂ ବ୍ୟବସାୟିକ ଉଦ୍ଦେଶ୍ୟରେ ଜି-ସାଟ ୨୪ ଉପଗ୍ରହ ଉତକ୍ଷେପଣ ରକେଟ ପ୍ରସ୍ତୁତି। ଅନ୍ୟ ଏକ ଉପଗ୍ରହ ଉତକ୍ଷେପଣ ରକେଟ ଜିଏସଏଲଭି-ଏମକେ ୩ ମଧ୍ୟ ସ୍ୱତନ୍ତ୍ର ଭାବରେ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯିବ। ଏଥିପାଇଁ ବର୍ତ୍ତମାନ ରହିଥିବା ମହାକାଶ ଗବେଷଣା ଇନକ୍ୟୁବେସନ କେନ୍ଦ୍ର ଏବଂ ଆଞ୍ଚଳିକ ଏକାଡେମିଆ କେନ୍ଦ୍ରକୁ ବର୍ଷକୁ ସର୍ବାଧିକ ୨ କୋଟି ଲେଖାଏଁ ଟଙ୍କା ପୂର୍ବ ପ୍ରଚଳିତ ନୀତିନିୟମ ଭିତ୍ତିରେ ଦିଆଯିବ।

ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ବୈଦେଶିକ ସଂସ୍ଥାମାନଙ୍କର ସହଯୋଗ ଭିତ୍ତିକ ପ୍ରକଳ୍ପ ପାଇଁ ସରକାର ଆଗ୍ରହୀ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂହ ପ୍ରକାଶ କରିଛନ୍ତି। ଭାରତୀୟ ମହାକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା, ଭୂପୃଷ୍ଠ ନିରୀକ୍ଷଣ କାର୍ଯ୍ୟକ୍ରମ, ଭୂପୃଷ୍ଠ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଉପରେ ମିଳିତ ଗବେଷଣା ନିମିତ୍ତ ସରକାର ଆଗ୍ରହ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଭାରତୀୟ ମହାକାଶ ଗବେଷଣା ସଂଗଠନ ଯୁକ୍ତରାଷ୍ଟ୍ର ଆମେରିକାର ନାସା ସଂଗଠନ ସହିତ ମିଶି “ନାସା-ଇସ୍ରୋ ସିନ୍ଥେଟିକ ଆପାରେଟର ରାଡାର” ନାମରେ ଭୂପୃଷ୍ଠର ବିଜ୍ଞାନ ଭିତ୍ତିକ ଶିକ୍ଷାକ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

Categories
ବିଶେଷ ଖବର

କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଗର୍ଭବତୀ ମହିଳା ଓ ଦିବ୍ୟାଙ୍ଗ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟ ଆସିବାରୁ ଅବ୍ୟାହତି: ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ତୃତୀୟ ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଆବଶ୍ୟକ ସୁରକ୍ଷା ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ, କରୋନାର ତୃତୀୟ ଲହର ପରିପ୍ରେକ୍ଷୀରେ ଗର୍ଭବତୀ ମହିଳା କର୍ମଚାରୀ ଓ ଦିବ୍ୟାଙ୍ଗ କର୍ମଚାରୀମାନେ ନିଜ ନିଜ ଦପ୍ତରକୁ ଆସିବାର ଆବଶ୍ୟକତା ନାହିଁ। ସେମାନଙ୍କୁ ସାମୟିକଭାବେ ଅଫିସ ଆସିବାରୁ ଅବ୍ୟାହତି ଦିଆଯାଇଛି। ତେବେ ସେମାନେ ଅଫିସ ପାଇଁ ଉପଲବ୍ଧ ରହିବେ ଏବଂ ଘରୁ କାମ କରିବେ।

ସେ କହିଛନ୍ତି ଯେ କଣ୍ଟେନମେଣ୍ଟ ଜୋନ ମଧ୍ୟରେ ରହୁଥିବା ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ ଆସିବାରୁ ସାମୟିକ ଭାବେ ଅବ୍ୟାହତି ଦିଆଯାଇଛି। ଯେ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନର ବିଜ୍ଞପ୍ତି ପ୍ରତ୍ୟାହାର ନ ହୋଇଛି ସେ ପର୍ଯ୍ୟନ୍ତ ସବୁ ଅଧିକାରୀ ଓ କର୍ମଚାରୀ ଅଫିସ ଆସିବାର ଆବଶ୍ୟକତା ନାହିଁ। ଅଣ୍ଡର ସେକ୍ରେଟାରୀ ସ୍ତରରୁ ତଳେ ଥିବା ସବୁ  ପଦର ସରକାରୀ ଅଧିକାରୀମାନଙ୍କ ସଂଖ୍ୟାକୁ ଏହି ସଂକ୍ରମଣ ସମୟରେ ଅଫିସରେ ଉପସ୍ଥିତିକୁ ବାସ୍ତବ ସଂଖ୍ୟାର  ୫୦ ଶତାଂଶକୁ ହ୍ରାସ କରାଯାଇଛି। ଅବଶିଷ୍ଟ ୫୦ଭାଗ କର୍ମଚାରୀ ଘରୁ କାମ କରିବେ। ଏଥିପାଇଁ ସବୁ ବିଭାଗ ପକ୍ଷରୁ ଆବଶ୍ୟକ ରୋଷ୍ଟର ପ୍ରସ୍ତୁତ କରାଯାଇ ତାହାକୁ କାର୍ଯ୍ୟକାରୀ କରାଯିବ।

ଡ. ସିଂହ ଆହୁରି କହିଛନ୍ତି ଯେ, ଯେଉଁ ଅଧିକାରୀ/ କର୍ମଚାରୀମାନେ ଅଫିସକୁ ଆସୁନାହାନ୍ତି ଏବଂ ଘରୁ କାମ କରୁଛନ୍ତି ସେମାନଙ୍କୁ ସବୁ ସମୟରେ ଟେଲିଫୋନ ଓ ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ ବ୍ୟବସ୍ଥାରେ ଉପଲବ୍ଧ ରହିବାକୁ ପଡିବ। ଭୂତାଣୁ ସଂକ୍ରମଣ ଦ୍ରୁତଗତିରେ ବଢୁଥିବାରୁ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ସରକାରୀ ବୈଠକମାନ ଯଥାସମ୍ଭବ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ କରିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ନିହାତି ଦରକାର ନ ଥିଲେ ଆଗନ୍ତୁକମାନଙ୍କ ସହିତ କର୍ମଚାରୀ / ଅଧିକାରୀମାନଙ୍କ  ବ୍ୟକ୍ତିଗତ ବୈଠକକୁ ବାତିଲ କରାଯାଇଥିବା ସେ କହିଛନ୍ତି।

ସରକାରୀ ଅଫିସ ପରିସରରେ ଗହଳି ଦୂର କରିବା ପାଇଁ କର୍ମଚାରୀଙ୍କ ନିମନ୍ତେ ଦୁଇପ୍ରକାରର କାର୍ଯ୍ୟ ସମୟ (ଷ୍ଟାଗର ଟାଇମ୍‌) ଧାର୍ଯ୍ୟ କରାଯାଇଛି। ଗୋଟିଏ ନିର୍ଘଣ୍ଟ ଅନୁସାରେ କିଛି କର୍ମଚାରୀ ପୂର୍ବାହ୍ନ ନ ଟା  ୩୦ରୁ ଆସି ସନ୍ଧ୍ୟା ୫ଟା ୩୦ଯାଏ ଓ ଅବଶିଷ୍ଟ କର୍ମଚାରୀ ଦିନ ୧୦ଟାରୁ ଆସି ସନ୍ଧ୍ୟା ସାଢେ ଛଅଟା ପର୍ଯ୍ୟନ୍ତ କାମ କରିବେ ବୋଲି ସେ କହିଛନ୍ତି।

ଇତିମଧ୍ୟରେ କୋଭିଡ ନିୟମ ପାଳନ କରିବାକୁ କାର୍ମିକ ବିଭାଗ ପକ୍ଷରୁ ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିରେ  ବାରମ୍ବାର ହାତ ସଫା/ ସାନିଟାଇଜ କରିବା, ଫେସ୍‌ମାସ୍କ /ଫେସ କଭର ପରିଧାନ ଏବଂ ସାମାଜିକ/ ଶାରୀରିକ ଦୂରତ୍ୱ ରକ୍ଷା କରିବା ଆଦି ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଦପ୍ତରର ଉପଯୁକ୍ତ ପରିଚ୍ଛନ୍ନତା ରକ୍ଷା ସହିତ ଏହାକୁ ଠିକ୍‌ଭାବେ ସାନିଟାଇଜ୍ କରିବା, ଯେଉଁ ସ୍ଥାନକୁ ଲୋକେ ଅଧିକ ସ୍ପର୍ଶ କରୁଛନ୍ତି ତାହାକୁ ବାରମ୍ବାର ସାନିଟାଇଜ୍ ଓ ସଫା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ ତାଙ୍କ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଓ ପରାମର୍ଶ ଚଳିତ ଜାନୁୟାରୀ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାଛଡା ନିୟମିତ ଭାବେ ପରିସ୍ଥିତିର ସମୀକ୍ଷା କରାଯାଇ ଆବଶ୍ୟକସ୍ଥଳେ ପରିସ୍ଥିତି ଅନୁସାରେ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରାଯିବ।