Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଗର୍ଭବତୀ ମହିଳା ଓ ଦିବ୍ୟାଙ୍ଗ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟ ଆସିବାରୁ ଅବ୍ୟାହତି: ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ
ବିଶେଷ ଖବର

କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଗର୍ଭବତୀ ମହିଳା ଓ ଦିବ୍ୟାଙ୍ଗ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟ ଆସିବାରୁ ଅବ୍ୟାହତି: ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ

January 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ତୃତୀୟ ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଆବଶ୍ୟକ ସୁରକ୍ଷା ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ, କରୋନାର ତୃତୀୟ ଲହର ପରିପ୍ରେକ୍ଷୀରେ ଗର୍ଭବତୀ ମହିଳା କର୍ମଚାରୀ ଓ ଦିବ୍ୟାଙ୍ଗ କର୍ମଚାରୀମାନେ ନିଜ ନିଜ ଦପ୍ତରକୁ ଆସିବାର ଆବଶ୍ୟକତା ନାହିଁ। ସେମାନଙ୍କୁ ସାମୟିକଭାବେ ଅଫିସ ଆସିବାରୁ ଅବ୍ୟାହତି ଦିଆଯାଇଛି। ତେବେ ସେମାନେ ଅଫିସ ପାଇଁ ଉପଲବ୍ଧ ରହିବେ ଏବଂ ଘରୁ କାମ କରିବେ।

ସେ କହିଛନ୍ତି ଯେ କଣ୍ଟେନମେଣ୍ଟ ଜୋନ ମଧ୍ୟରେ ରହୁଥିବା ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ ଆସିବାରୁ ସାମୟିକ ଭାବେ ଅବ୍ୟାହତି ଦିଆଯାଇଛି। ଯେ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନର ବିଜ୍ଞପ୍ତି ପ୍ରତ୍ୟାହାର ନ ହୋଇଛି ସେ ପର୍ଯ୍ୟନ୍ତ ସବୁ ଅଧିକାରୀ ଓ କର୍ମଚାରୀ ଅଫିସ ଆସିବାର ଆବଶ୍ୟକତା ନାହିଁ। ଅଣ୍ଡର ସେକ୍ରେଟାରୀ ସ୍ତରରୁ ତଳେ ଥିବା ସବୁ  ପଦର ସରକାରୀ ଅଧିକାରୀମାନଙ୍କ ସଂଖ୍ୟାକୁ ଏହି ସଂକ୍ରମଣ ସମୟରେ ଅଫିସରେ ଉପସ୍ଥିତିକୁ ବାସ୍ତବ ସଂଖ୍ୟାର  ୫୦ ଶତାଂଶକୁ ହ୍ରାସ କରାଯାଇଛି। ଅବଶିଷ୍ଟ ୫୦ଭାଗ କର୍ମଚାରୀ ଘରୁ କାମ କରିବେ। ଏଥିପାଇଁ ସବୁ ବିଭାଗ ପକ୍ଷରୁ ଆବଶ୍ୟକ ରୋଷ୍ଟର ପ୍ରସ୍ତୁତ କରାଯାଇ ତାହାକୁ କାର୍ଯ୍ୟକାରୀ କରାଯିବ।

ଡ. ସିଂହ ଆହୁରି କହିଛନ୍ତି ଯେ, ଯେଉଁ ଅଧିକାରୀ/ କର୍ମଚାରୀମାନେ ଅଫିସକୁ ଆସୁନାହାନ୍ତି ଏବଂ ଘରୁ କାମ କରୁଛନ୍ତି ସେମାନଙ୍କୁ ସବୁ ସମୟରେ ଟେଲିଫୋନ ଓ ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ ବ୍ୟବସ୍ଥାରେ ଉପଲବ୍ଧ ରହିବାକୁ ପଡିବ। ଭୂତାଣୁ ସଂକ୍ରମଣ ଦ୍ରୁତଗତିରେ ବଢୁଥିବାରୁ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ସରକାରୀ ବୈଠକମାନ ଯଥାସମ୍ଭବ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ କରିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ନିହାତି ଦରକାର ନ ଥିଲେ ଆଗନ୍ତୁକମାନଙ୍କ ସହିତ କର୍ମଚାରୀ / ଅଧିକାରୀମାନଙ୍କ  ବ୍ୟକ୍ତିଗତ ବୈଠକକୁ ବାତିଲ କରାଯାଇଥିବା ସେ କହିଛନ୍ତି।

ସରକାରୀ ଅଫିସ ପରିସରରେ ଗହଳି ଦୂର କରିବା ପାଇଁ କର୍ମଚାରୀଙ୍କ ନିମନ୍ତେ ଦୁଇପ୍ରକାରର କାର୍ଯ୍ୟ ସମୟ (ଷ୍ଟାଗର ଟାଇମ୍‌) ଧାର୍ଯ୍ୟ କରାଯାଇଛି। ଗୋଟିଏ ନିର୍ଘଣ୍ଟ ଅନୁସାରେ କିଛି କର୍ମଚାରୀ ପୂର୍ବାହ୍ନ ନ ଟା  ୩୦ରୁ ଆସି ସନ୍ଧ୍ୟା ୫ଟା ୩୦ଯାଏ ଓ ଅବଶିଷ୍ଟ କର୍ମଚାରୀ ଦିନ ୧୦ଟାରୁ ଆସି ସନ୍ଧ୍ୟା ସାଢେ ଛଅଟା ପର୍ଯ୍ୟନ୍ତ କାମ କରିବେ ବୋଲି ସେ କହିଛନ୍ତି।

ଇତିମଧ୍ୟରେ କୋଭିଡ ନିୟମ ପାଳନ କରିବାକୁ କାର୍ମିକ ବିଭାଗ ପକ୍ଷରୁ ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିରେ  ବାରମ୍ବାର ହାତ ସଫା/ ସାନିଟାଇଜ କରିବା, ଫେସ୍‌ମାସ୍କ /ଫେସ କଭର ପରିଧାନ ଏବଂ ସାମାଜିକ/ ଶାରୀରିକ ଦୂରତ୍ୱ ରକ୍ଷା କରିବା ଆଦି ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଦପ୍ତରର ଉପଯୁକ୍ତ ପରିଚ୍ଛନ୍ନତା ରକ୍ଷା ସହିତ ଏହାକୁ ଠିକ୍‌ଭାବେ ସାନିଟାଇଜ୍ କରିବା, ଯେଉଁ ସ୍ଥାନକୁ ଲୋକେ ଅଧିକ ସ୍ପର୍ଶ କରୁଛନ୍ତି ତାହାକୁ ବାରମ୍ବାର ସାନିଟାଇଜ୍ ଓ ସଫା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ ତାଙ୍କ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଓ ପରାମର୍ଶ ଚଳିତ ଜାନୁୟାରୀ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାଛଡା ନିୟମିତ ଭାବେ ପରିସ୍ଥିତିର ସମୀକ୍ଷା କରାଯାଇ ଆବଶ୍ୟକସ୍ଥଳେ ପରିସ୍ଥିତି ଅନୁସାରେ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରାଯିବ।

କୋଭିଡ ସଂକ୍ରମଣ ଗର୍ଭବତୀ ମହିଳା ଡ. ଜିତେନ୍ଦ୍ର ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନୀ ହିଂସା: ଆମିଷ ଭୋଜି ବାରଣକୁ କେନ୍ଦ୍ର କରି ଗଣ୍ଡଗୋଳ

October 11, 2026

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ରେ ନେଇପାରେ ଲଘୁଚାପ ରୂପ

October 11, 2026

ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ ମଝିଘରିଆଣୀ

October 11, 2026

ଶସ୍ତା ହେବ କି ଡିଜେଲ?: ଅନ୍ତର୍ଜାତୀୟ ବଜାରରେ ହଇଚଇ ସୃଷ୍ଟି ରୁଷର ନୂତନ ନିଷ୍ପତ୍ତି

October 11, 2026
Latest News

ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ: ଧର୍ମଶାଳା ଏବିଇଓଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

October 12, 2026

ଭୁବନେଶ୍ୱରରେ କାର୍‌ର ସିରିଜ୍ ଦୁର୍ଘଟଣା, ୭ ବାଇକ୍‌କୁ ଧକ୍କା; ୩ ଆହତ

October 12, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମିନି କୁପର ଧକ୍କାରେ ୩ ମୃତ

October 12, 2026

ଷ୍ଟାରଲିଙ୍କକୁ ନେଇ ଭାରତରେ ସସପେନ୍ସ! ଲାଇସେନ୍ସ ମିଳିବାରେ ବିଳମ୍ବ ପଛରେ କ’ଣ କାରଣ?

October 12, 2026

ବାଣୀ ବିହାରରେ ବୋମାମାଡ଼ ଅଭିଯୋଗ, ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ଉତ୍ତେଜନା; ୫ ପ୍ଲାଟୁନ୍ ଫୋର୍ସ ମୁତୟନ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.