Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପାରିବାରିକ ହିଂସା ରେ ଦୁଇ ଭଉଣୀ ଗୁରୁତର ଆହତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅର୍ନ୍ତଗତ ଝରିପଦର ଗ୍ରାମର ଗୋବିନ୍ଦ ସେଠୀ ପୁଅ ଦେବେନ୍ଦ୍ରକୁ ସବୁ ସମ୍ପତ୍ତି ହସ୍ତାନ୍ତର କରିଦେଇଛନ୍ତି। କିନ୍ତୁ ପୁଅ ଦେବେନ୍ଦ୍ର ପିତା ଗୋବିନ୍ଦର କୌଣସି ଭଲମନ୍ଦ ବୁଝେ ନାହଁ। ଯାହା ଫଳରେ ଗୋବିନ୍ଦ ନିଜ ବାହା ହୋଇଥିବା ଗୋଟିଏ ଝିଅ ଘରେ ରହିଛନ୍ତି। ଏହା ମଧ୍ୟରେ କୁଳ ବୈଠକରେ ସମାଧାନ ହୋଇଥଲେ ମଧ୍ୟ ଦେବେନ୍ଦ୍ର ଗୁରୁତ୍ବ ଦେଉନାହିଁ।

ପରବର୍ତ୍ତୀ ସମୟରେ ମାମି ଓ ରଶ୍ମିତା ଦେବେନ୍ଦ୍ର ନିକଟରେ ଆପତ୍ତି କରିବାରୁ ଦେବେନ୍ଦ୍ର ନିଜର ଅନ୍ୟ ଜଣେ ଜ୍ୱାଇଁ ବଳରାମ ସହ ମିଶି ଉକ୍ତ ଦୁଇ ଭଉଣୀକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଗୋଟିଏ କୋଦାଳ ଆଣି ଦୁଇ ଭଉଣୀକୁ ଆକ୍ରମଣ କରିବାରୁ ସେମାନେ ଗୁରୁତର ଆହତ ଅବସ୍ଥାରେ ଦିଗପହଣ୍ଡି ଥାନାରେ ଏତଲା ଦାଖଲ କରିଥିଲେ।

ପୋଲିସ ଏତଲା ଗ୍ରହଣ କରି ୪୯୦/୨୪ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।