Categories
Hockey Worldcup23 ଆଜିର ଖବର ଖେଳ ରାଜ୍ୟ ଖବର

ଉନମୋଚିତ ହେଲା ପୁରୁଷ ହକି ବିଶ୍ବକପ ଲୋଗୋ, ଭିଡିଓରୁ ଦେଖନ୍ତୁ ଚିତାକର୍ଷକ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ ଲୋଗୋ ଉନମୋଚିତ କରିଛନ୍ତି। ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ଯାଏଁ ଖେଳାଯିବ ବିଶ୍ୱକପ୍ । ଏହା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ନିର୍ମିତ ହେଉଥିବା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଆୟୋଜିତ ହେବ। ଏହି ଉପଲକ୍ଷେ ହକି ଖେଳାଳୀଙ୍କ ଗହଣରେ ନବୀନ ଏହି ଲୋଗୋ ଉନମୋଚିତ କରିଥିଲେ।

ଏହି ଉତ୍ସବରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡା ସଚିବ ଆର ଭିନିଲକ୍ରିଷ୍ଣା ଏବଂ ହକି ଇଣ୍ଡିଆର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଆ ନୂଆବର୍ଷ, ପଣା ସଂକ୍ରାନ୍ତି ଉପଲକ୍ଷେ ମୁୁଖ୍ୟମନ୍ତ୍ରୀ କହିଲେ ଏପରି କଥା

ଭୁବନେଶ୍ବର: ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି ସହ ଓଡିଆ ନବ ବର୍ଷ। ଆଜିର ଦିନଟି ହିନ୍ଦୁ ଧର୍ମରେ ବେଶ୍ ଗୁରୁତ୍ବ ରହିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ଅଭିନନ୍ଦନ କରିଛନ୍ତି।

ସେ କହିଛନ୍ତି ଯେ, ପ୍ରଭୃ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କର ମଙ୍ଗଳ ହେଉ, ଓଡିଆ ନୂଆ ବର୍ଷରେ ଅଭିନନ୍ଦନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଗୋପାଳପୁରରେ ଉଦଘାଟିତ ହେଲା ବିଜୁ ଆଡଭେଞ୍ଚର ପାର୍କ, ନଦୀ କ୍ରସିଂ ଜିପ୍ ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ବିଜୁ ଆଡଭେଞ୍ଚର ପାର୍କର ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପାର୍କ ଗୋପାଳପୁରରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ଏଥିସହ ଯୁବକମାନଙ୍କୁ ଦୁଃସାହସିକ ଖେଳ ପ୍ରତି ଆକର୍ଷିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଏହି ପାର୍କର ନାମକରଣ କରାଯାଇଛି। ସେ ଜଣେ ଦୁଃସାହାସିକ ବ୍ୟକ୍ତିତ୍ବ ଥିଲେ।  ବିମାନ ଚାଳନା ଦକ୍ଷତା ତଥା ସାହସିକତା ସାରା ବିଶ୍ବରେ ସେ ପରିଚିତ ଅଛନ୍ତି। ସେଥିପାଇଁ ଏହି ପାର୍କଟି ସେହି ପ୍ରବାଦ ପୁରୁଷଙ୍କ ନାମରେ କରାଯାଇଛି। ଏହି ପାର୍କ ବିକଶିତ କରିବା ପାଇଁ ଅଢେଇ କୋଟି ଖର୍ଚ୍ଚ କରାଯାଇଛି।

ଏହି ପାର୍କରେ ଏକ ବିଶେଷତ୍ବ ହେଉଛି ନଦୀ କ୍ରସିଂ ଜିପ୍ ଲାଇନ୍। ଓଡିଶାରେ ପ୍ରଥମ ଥର ପାଇଁ 250 ମିଟର ଦୈର୍ଘ୍ୟର ଏକ ନଦୀ କ୍ରସିଂ ଜିପ୍ ଲାଇନ୍ ପ୍ରସ୍ତୁତ ହୋଇଛି। ଏହି ନଦୀ କ୍ରସିଂ ପର୍ଯ୍ୟଟକଙ୍କୁ ଶାନ୍ତ ଅନୁଭବ ସହ ଗୋପାଳପୁର ବେଳଭୂମିର ସୌନ୍ଦର୍ଯ୍ୟ ବିମୋହିତ କରିବ।

ଅନ୍ୟାନ୍ୟ ସୁବିଧା ମଧ୍ୟରେ ରହିଛି 40 ଫୁଟ ଜଏଣ୍ଟ ସ୍ୱିଙ୍ଗ୍, ଏୟାର ବନ୍ଧୁକ ଗୁଳି ଚାଳନା, ବ୍ରୁଜି ଟ୍ରମ୍ପୋଲିନ୍, ମେକାନିକାଲ୍, ଷଣ୍ଢ ରାଇଡ୍, ନେଟଟେଡ୍ କ୍ରିକେଟ୍ , ନେଟଟେଡ୍ କ୍ରିକେଟ୍ ଏବଂ ଅଲ୍-ଟେରେନ୍-ଯାନ ଚାଳନା, ରକ୍ କ୍ଲାଇମ୍ବିଂ, ରାପେଲିଂ, ଡ୍ୟାସିଂ କାର୍, ଜୋର୍ବିଙ୍ଗ୍ ଇତ୍ୟାଦି ଅନେକ ଦୁଃସାହସିକ କ୍ରୀଡା ସୁବିଧା ଯୋଗାଇ ଦିଆଯାଇଛି।

ଭିଡିଓ କନଫ୍ରେସିଂରେ ଆୟୋଜିତ ଏହି ଉଦଘାଟନ ଉତ୍ସବରେ ସିଏମ୍ (5 ଟି) ର ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ। ସେହିପରି ଗୋପାଳପୁରରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ଗୋପାଳପୁର ଏନଏସି ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଶେଷରେ ଶିଳ୍ପୀ ଦିଲୀପ ମହାରଣାଙ୍କ ଆଶା ପୂରଣ ହେଲା, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ କାଠର କ୍ଷୁଦ୍ର କଳାକୃତି

ବ୍ରହ୍ମପୁର: କ୍ଷୁଦ୍ରକାଷ୍ଠ ଶିଳ୍ପୀ ଦିଲୀପ ମହାରଣା ତାଙ୍କର ଅନନ୍ୟ କଳାକୃତି ମା ତାରା ତାରିଣୀଙ୍କର କ୍ଷୁଦ୍ରତମ ମନ୍ଦିର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ଦିଲୀପ ନବୀନ ନିବାସ ଯାଇ ସେଠାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଏହି କଳାକୃତି ପ୍ରଦାନ କରିଛନ୍ତି।

ଆଜି ମା ତାରାତାରିଣୀଙ୍କର ଚୈତ୍ର ମାସ ତୃତୀୟ ମଙ୍ଗଳବାର ପରିପ୍ରେକ୍ଷୀରେ ଏହି କାଷ୍ଠ ନିର୍ମିତ କ୍ଷୁଦ୍ର କଳାକୃତି ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ କାର୍ଯ୍ୟାଳୟରେ ଶୋଭା ବର୍ଦ୍ଧନ କରିବ। ଦୁଇଦିନ ତଳେ ବ୍ରହ୍ମପୁର ସହରର କ୍ଷୁଦ୍ର କାଷ୍ଠ ଶିଳ୍ପୀ ଦିଲିପ ମହାରଣା ଏହି 4 ଇଞ୍ଚ ବିଶିଷ୍ଟ ଅନନ୍ୟ କଳାକୃତି କରି ସାରା ଓଡ଼ିଶା ରେ ଚହଳ ସୃଷ୍ଟି କରିଥିଲେ। ଗଣମାଧ୍ୟମ ଓ ସାମାଜିକ ଗଣାଧ୍ୟମ ର ବହୁଳ ପ୍ରଚାର ପ୍ରସାର ପରେ ଗଞ୍ଜାମ ଜିଲ୍ଲାପାଳଙ୍କର ପ୍ରଚେଷ୍ଟା ଓ ସହଯୋଗ ଯୋଗୁଁ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ତରଫରୁ ଡାକରା ଆସିଥିଲା।

ପଢନ୍ତୁ: କାଠରେ ମାତ୍ର ଚାରି ଇଞ୍ଚ ଉଚ୍ଚତାର ମା ତାରା ତାରିଣୀ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ଦିଲୀପ

ଆଜି ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସ ରେ ପହଞ୍ଚି ଏହି କଳାକୃତିକୁ ସେ ଉପହାର ସ୍ବରୂପ ପ୍ରଦାନ କରିଥିଲେ । ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିବା ସହ ବହୁପ୍ରଂସଶା ମଧ୍ୟ କରିଥିଲେ। ଭବିଷ୍ୟତରେ ସେ ଏହିପରି ଆହୁରି ଅନେକ କଳାକୃତି କରି ରାଜ୍ୟ ଏବଂ ଗଞ୍ଜାମ ପାଇଁ ଗୌରବ ଆଣିବା ପାଇଁ ଶୁଭେଛା ଜଣାଇଥିଲେ ।

ଏହାର ପ୍ରତିବଦଳରେ ଉପହାର ସ୍ବରୂପ ମୁଖ୍ୟମନ୍ତ୍ରୀ ହକି ଇଣ୍ଡିଆର ଜର୍ସି ଓ 10 ହଜାର ଟଙ୍କା  ପୁରସ୍କାର ଦେଇଥିଲେ।ଏହି ପରିପ୍ରେକ୍ଷୀରେ ରେ ଦିଲୀପ ଙ୍କ ସହ ବାପା ଭଗବାନ ମହାରଣା ଏବଂ ତାଙ୍କ ମାମୁଁ ବସ୍ତୁବିତ୍ ସନ୍ୟାସୀ ମହାରଣା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପଣ୍ଡିଆନ ମଧ୍ୟ ଉପସ୍ଥିତ ରହି ଏହି କଳାକୃତି ର ଉଚ୍ଚ ପ୍ରଶଂସା କରିଥିଲେ। ଆଗାମୀ ଦିନ ମାନଙ୍କରେ ଜିଲ୍ଲା ପ୍ରଶାସନ ସହ ଯୋଗଯୋଗ କରି ଉଚ୍ଚ ଶିକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ପାଇ ପ୍ରତିଶୁତି ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଧଡକନ୍, ଅଦଳବଦଳ ପାଇଁ ମିଳିଲା ସୁରାକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେଠାରେ ସେ ଓଡିଶାର ବିକାଶ ସଂପର୍କରେ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ହେଲେ ଆଶ୍ଚର୍ଯ୍ୟର କଥା ଏପଟେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଧଡକନ ଆରମ୍ଭ ହୋଇଗଲାଣି। ଏହାର କାରଣ ହେଲା ଯେ, ନବୀନବାବୁ ନୂଆଦିଲ୍ଲୀରୁ  ଫେରିବା ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବେ।

ନବୀନ ପଟ୍ଟନାୟକ ଏହି ପାଳିରେ ମନ୍ତ୍ରୀ ମଣ୍ଡଳ ଆଦୌ ଅଦଳବଦଳ କରି ନାହାଁନ୍ତି। ତେଣୁ ଦିଲ୍ଲୀରୁ ଫେରିବା ପରେ ଏହା କରାଯିବ ବୋଲି ସଚିବାଳୟ କରିଡୋରରେ ଆଲୋଚନା ଆରମ୍ଭ ହୋଇଯାଇଛି। ନବୀନ ଅନେକ ସମୟରେ ନୂଆଦିଲ୍ଲୀ ଗସ୍ତରୁ ଆସିବା ପରେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କରିଥାନ୍ତି। ସେଥିପାଇଁ ଏହି ଚର୍ଚ୍ଚା ବେଶ ଜୋର ଧରିଛି।

ବର୍ତ୍ତମାନ ରାଜ୍ୟର ପଞ୍ଚାୟତ ଓ ପୌର ନିର୍ବାଚନ ଶେଷ ହୋଇଯାଇଛି। ଏଥିରେ ବିଜେଡି ବେଶ ସଫଳତା ମଧ୍ୟ ହାସଲ କରିଛି। ତେଣୁ ବର୍ତ୍ତମାନ ସଂଗଠନ ସଜାଡିବା କାମ ଆରମ୍ଭ ହେବ। ଅନ୍ୟପଟେ ନବୀନ ବହୁ ବର୍ଷ ପରେ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେଣୁ ଏସବୁକୁ ବିଚାର କଲେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଅଦଳବଦଳ ସୁନିଶ୍ଚିତ ବୋଲି ଜଣାପଡିଲାଣି।

ତେବେ ନବୀନ କାହାକୁ ନେବେ କାହାକୁ ରଖିବେ ସେ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇସାରିଲାଣି। କେତେକଙ୍କ କହିବା କଥା ହେଲା ଯେ, ଏହି ପାଳିରେ ଯେଉଁ ମନ୍ତ୍ରୀମାନେ ଦଳକୁ ବେଶ ବଦନାମ କରିଛନ୍ତି ସେମାନଙ୍କୁ ବିତାଡିତ କରାଯିବ। ସେମାନଙ୍କ ପାଇଁ ଦଳ ବିଭିନ୍ନ ସମୟରେ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେଉଛି। ସେଥିପାଇଁ ସେମାନଙ୍କୁ ନବୀନ ବାଦ ଦେବା ପାଇଁ ଚିନ୍ତା କରୁଛନ୍ତି ବୋଲି ସୂଚନା ମିଳିଛି।

ସେହିପରି କେତେକ ମନ୍ତ୍ରୀ ବର୍ତ୍ତମାନ ପୁରା ଅଯୋଗ୍ୟ ବୋଲି ପ୍ରମାଣିତ ହୋଇସାରିଛନ୍ତି। ସେମାନଙ୍କ ପାଇଁ ମଧ୍ୟ ସରକାର ବିଭିନ୍ନ ସମୟରେ ହଟହଟା ହେଉଛନ୍ତି। ସେହିପରି ଅଯୋଗ୍ୟ ମନ୍ତ୍ରୀଙ୍କୁ ମଧ୍ୟ ବିତାଡିତ କରାଯିବ ବୋଲି ସଙ୍କେତ ମିଳିସାରିଛି। ମୁଖ୍ୟତଃ ଏଥର ମନ୍ତ୍ରୀ ମଣ୍ଡଳରେ ନବୀନ ମହିଳାମାନଙ୍କୁ ବେଶ୍ ଗୁରୁତ୍ବ ଦେବା ପାଇଁ ଚିନ୍ତା କରୁଛନ୍ତି ବୋଲି ଜଣାପଡିଛି।

ଏକ ବିଶେଷ ସୁତ୍ର ଅନୁସାରେ ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୂଆ ମନ୍ତ୍ରୀମଣ୍ଡଳର ଏକ ସାମ୍ଭବ୍ୟ ତାଲିକା କୁଆଡେ ପ୍ରସ୍ତୁତ କରିଛନ୍ତି। ନୂଆଦିଲ୍ଲୀରୁ ଫେରିବା ପରେ ତାହାର ଚୁଡାନ୍ତ ରୂପରେଖ ଦେବେ। ତେବେ ଏଥର ମନ୍ତ୍ରୀ ମଣ୍ଡଳରେ କିଏ ରହିବେ, କିଏ ବାଦ ପଡିବେ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ଭିତିିରିଆ ସୂଚନା ମିଳିପାରୁ ନାହିଁ। ହେଲେ ଏହି ଏପ୍ରିଲ ମାସରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ନିଶ୍ଚିତ ବୋଲି ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ବିଜୟ ନେଇ ଅଭିନନ୍ଦନ କଲେ ଆଇଏଏସ, ଆଇପିଏସ ସହ ବିଭିନ୍ନ ସରକାରୀ ସଂଗଠନ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍, ଆଇପିଏସ୍ ଅଧିକାରୀ ଏବଂ ବିଭିନ୍ନ ସେବା ସଙ୍ଗଠନର ସଦସ୍ୟ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି। ନିକଟରେ ଅନୁଷ୍ଠିତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ​​ଚମତ୍କାର ସଫଳତା ପାଇଁ ତାଙ୍କୁ ଏହି ଅଭିନନ୍ଦନ ଜଣାଇଛନ୍ତି।

 ଅନୁରୂପ ଭାବେ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ତଥା ପ୍ରଗତି ପାଇଁ ଅଧିକ ପ୍ରତିବଦ୍ଧତା ସହ କାର୍ଯ୍ୟ କରିବାକୁ ସେମାନଙ୍କୁ କହିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ ଜେନା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

ସେହିପରି ପୋଲିସର ଡିଜି ଶ୍ରୀ ସୁନୀଲ କୁମାର ବନସଲ, ଏଡିଜି ଶ୍ରୀ ଲଲିତ ଦାସ, ଏଡିଜି ଶ୍ରୀ ଆର.କେ ଶର୍ମା, ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ସାକ୍ଷାତ କରିଛନ୍ତି।

ବିଭିନ୍ନ ସଙ୍ଗଠନ ମଧ୍ୟରେ ଓଏଏସ ଆସୋସିଏସନ୍, ଓଡିଶା ଫାଇନାନ୍ସ ସେବା, ଓଡିଶା ପୋଲିସ୍ ସର୍ଭିସେସ୍ ଆସୋସିଏସନ୍, ଓଡିଶା ସଚିବାଳୟ ସେବା, ରାଜସ୍ୱ ସେବା, କନଷ୍ଟେବଳ ଏବଂ ହାବିଲଦାର ଆସୋସିଏସନ୍, ବିଭାଗୀୟ ମୁଖ୍ୟ, ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍, ଅମାଲା ସଙ୍ଘର ସଦସ୍ୟ ଥିଲେ।

ସେହିପରି ପ୍ରାଣୀ ଚିକିତ୍ସା ସେବା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ , ଗ୍ରାମ ରୋଜଗର ସେବକ ସଂଘ, ଡ୍ରାଇଭର ଆସୋସିଏସନ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘର ସଦସ୍ୟ ମଧ୍ୟ ସାକ୍ଷାତ କରିଥିଲେ।

ଏହି ବୈଠକରେ ସିଏମ୍ (5 ଟି) ଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଭି କେ ପାଣ୍ଡିଆନ୍  ମଧ୍ୟ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇ ଓଡିଆ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗୀ ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ନବୀନ ନିବାସ ଠାରେ ସମ୍ବର୍ଦ୍ଧିତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ଦୁଇ ବାଳିକା କ୍ରୀଡାବିତ୍‌ଙ୍କୁ ସେମାନଙ୍କର ସଫଳତା ପାଇଁ ଉଚ୍ଚପ୍ରଶଂସା କରି କହିଥିଲେ ଯେ ସେମାନେ ରାଜ୍ୟ ପାଇଁ ଗୌରବ ଆଣି ଅନ୍ୟ ଖେଳାଳୀ ମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି। ସେମାନେ ସାରା ବିଶ୍ୱରେ ଓଡିଶା ପାଇଁ ଗୌରବ ଆଣିଛନ୍ତି ବୋଲି ପ୍ରକାଶ କରି, ଆଗାମୀ ଦିନରେ ଆହୁରି ସଫଳତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିବା ବେଳେ, ଜୟନ୍ତୀଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ।

ସୂଚନାଯୋଗ୍ୟ ଯେ ଶ୍ରୀୟଙ୍କା ନିକଟରେ କାଇରୋ ଠାରେ ଅନୁଷ୍ଠିତ ISSF ବିଶ୍ବକପ୍‌ ସୁଟିଂ ପ୍ରତିଯୋଗୀତାରେ ୫୦ ମିଟର ରାଇଫଲ ୩ ପୋଜିସନ୍‌ରେ ବ୍ରୋଞ୍ଜ ମେଡାଲ ପାଇଛନ୍ତି। ସେ ମଧ୍ଯ ବର୍ତ୍ତମାନ ଜାତୀୟ ସୁଟିଙ୍ଗ ଚାମ୍ପିଅନ ଭାବେ ସୁନାମ ଅର୍ଜନ କରିଛନ୍ତି।

ସେହିପରି ଜୟନ୍ତୀ ବେହେରା ଦୁବାଇ ଠାରେ ଅନୁଷ୍ଠିତ ବିଶ୍ବ ପାରା ଆଥଲେଟିକ୍‌ସ ପ୍ରତିଯୋଗୀତାରେ ୩ଟି ମେଡାଲ ହାସଲ କରିଛନ୍ତି। ୪୦୦ ଓ ୧୦୦ ମିଟର ପ୍ରତିଯୋଗୀତାରେ ସେ ବ୍ରୋଞ୍ଜ ପଦକ ପାଇଥିବା ବେଳେ, ୨୦୦ ମିଟର ପ୍ରତିଯୋଗୀତାରେ ରୌପ୍ୟ ପଦକ ପାଇଛନ୍ତି।

ଉଭୟ କ୍ରୀଡାବିତ୍ ରାଜ୍ୟରେ କ୍ରୀଡା ଭିତ୍ତିଭୂମି ଓ କ୍ରୀଡାବିତ୍ ମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ପଦକ୍ଷେପର ଉଚ୍ଚପ୍ରଶଂସା କରିଥିଲେ। ଦୁଇ ଖେଳାଳି ମୁଖ୍ୟମନ୍ତ୍ରୀଙ୍କ ସହିତ ଖୁସିରେ ସେଲ୍ଫି ଉଠାଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ ଓ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଦୁର୍ନୀତି ବିରୋଧରେ ନବୀନ ପଟ୍ଟନାୟକଙ୍କ କଡ଼ା ଆଭିମୁଖ୍ୟ: ବିଦା ହେଲେ ଆଉ ୬ ଅଧିକାରୀ

ଭୁବନେଶ୍ବର: ଦୁର୍ନୀତି ବିକାଶର ସବୁଠାରୁ ବଡ଼ ପ୍ରତିବନ୍ଧକ। ତେଣୁ ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲରେନ୍ସ ନୀତି ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଅଂଶସ୍ବରୂପ ଆଜି ୬ ଜଣ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି। ଏହି ବରଖାସ୍ତ ଅଧିକାରୀଙ୍କ ମଧ୍ୟରେ ଜଣେ ମୁଖ୍ୟଯନ୍ତ୍ରୀ, ୩ ଜଣ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ଓ ୨ ଜଣ ବ୍ଲକ ଶିକ୍ଷା ଅଧିକାରୀ ରହିଛନ୍ତି। ଏହି ୬ ଜଣ ଅଧିକାରୀଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସମ୍ବଲପୁର ଇଲେକ୍ଟ୍ରିକାଲ ମୁଖ୍ୟଯନ୍ତ୍ରୀ ସୁନିଲ୍ କୁମାର ପଣ୍ଡାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ବ୍ରହ୍ମପୁର ରୁରାଲ ୱାର୍କ୍ସ ଇଲେକ୍ଟ୍ରିକାଲ୍ ଡିଭିଜନର ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର ଜଗନ୍ନାଥ ସେଠୀ, ଭୁବନେଶ୍ୱରର ଏକଜିକ୍ୟୁଟିଭ୍ ଇଞ୍ଜିନିୟର ତଥା ଡେପୁଟି ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଦୀପକ କୁମାର ଭୁୟାଁ, ଭୁବନେଶ୍ୱରର ଏକଜିକ୍ୟୁଟିଭ୍ ଇଞ୍ଜିନିୟର ତଥା ଡେପୁଟି ଇଲେକ୍ଟ୍ରିକାଲ ଇନସପେକ୍ଟର ପ୍ରଶାନ୍ତ କୁମାର ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାୟଗଡ଼ା ଜିଲ୍ଲା ଗୁଣୁପୁରସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରା, ଗଜପତି ଜିଲ୍ଲାର ନୂଆଗଡ଼ସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବ, 5- ଟି ସଚିବଙ୍କ ସମ୍ବଲପୁର ଗସ୍ତ, ସମୁଲେଇ ପ୍ରକଳ୍ପର ସମୀକ୍ଷା

​ସମ୍ବଲପୁର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (5-ଟି ) ଭି. କେ. ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ସମୁଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି | ଏହି ଉଚ୍ଚ ସଚିବ ସ୍ତରୀୟ ଟିମରେ ୱାର୍କସ ବିଭାଗର ପ୍ରମୁଖ ସଚିବ ଭି. ଭି ଯାଦବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନିଲକ୍ରିଷ୍ଣା ସମ୍ବଲପୁର ଆସିଥିଲେ।

​ଏହି ଉଚ୍ଚ ସଚିବ ସ୍ତରୀୟ ଟିମ ସମ୍ବଲପୁରରେ ପହଂଚି ପ୍ରଥମେ ମା ସମୁଲେଇଙ୍କ ଦର୍ଶନ ସହିତ ପ୍ରକଳ୍ପପାଇଁ ବିସ୍ତାପିତ ହେବାକୁ ଥିବା ଅଞ୍ଚଳକୁ ନିରୀକ୍ଷଙ୍କ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜନବସତି କୁ ସ୍ଥାନାନ୍ତରଣ କରି ଦୁର୍ଗାପାଲି ଠାରେ ନିର୍ମାଣଧୀନ କଲୋନୀ କୁ ଅବସ୍ଥାପିତ କରାଯିବ। ସେଠାରେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସୁବିଧା ଯୋଗେଇ ଦିଆଯିବ।

ଏହି ପ୍ରକଳ୍ପ ଦ୍ୱାରା ସମ୍ବଲପୁର ଜିଲ୍ଲା ଓଡିଶା ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ସହ ଅର୍ଥନୀତି କ୍ଷେତ୍ରରେ ରେ ସୁଦୃଢ ହେବ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅଗଣିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। ମନ୍ଦିର ପାରିପାର୍ଶ ବୁଲିବା ପରେ ଟିମ ଦୁର୍ଗାପାଲି ଗସ୍ତ କରି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଉଥିବା ବାସିନ୍ଦାଙ୍କ ପାଇଁ ନିର୍ମାଣ କରାଯାଉଥିବା କଲୋନୀ ବୁଲି ଦେଖିଛନ୍ତି। ଏବଂ କାମ ଗୁଡିକ ତୁରନ୍ତ ସାରିବା ସହ ଅନ୍ୟାନ୍ୟ ଅନୁସଙ୍ଗିକ ବ୍ୟବସ୍ଥା ଯଥାଶୀଘ୍ର ସାରିବାକୁ ନିର୍ଦ୍ଧେଶ ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ ନିର୍ମାଣ ସ୍ଥଳୀରେ ବିସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ସାରିଛି ଏବଂ ଏପ୍ରିଲ ପ୍ରଥମ ସପ୍ତାହରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ କରାଯିବା ଲକ୍ଷ୍ୟ ରଖାଯାଇଛି।​

​ଏହି ପରିଦର୍ଶନରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା, ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ମନୋରଂଜନ

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ହାସ୍ୟ ଅଭିନେତା କପିଳ ଶର୍ମା, ଅଭିନେତ୍ରୀ ନନ୍ଦିତା ଦାସ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି କମେଡି କିଙ୍ଗ୍ ତଥା କପିଳ ଶର୍ମା କମେଡି ସୋ ର ମୁଖ୍ୟ କପିଳ ଶର୍ମା। ଏଥିସହିତ ଅଭିନେତ୍ରୀ ନନ୍ଦିତା ଦାସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିଛନ୍ତି। ଉଭୟ ଏକ ଫିଲ୍ମ ସୁଟିଂ ପାଇଁ ଓଡିଶା ଆସିଛନ୍ତି। ଏହି ଅବସରରେ ସେମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଏବଂ 5T ସଚିବ ଭି କେ ପାଣ୍ଡିୟାନଙ୍କ ସହିତ ସୌଜନ ସାକ୍ଷାତ କରିଛନ୍ତି।

ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏକ ହିନ୍ଦି ଚଳଚିତ୍ରରେ କପିଳ ଅଭିୟନ କରୁଛନ୍ତି। ଏଥିରେ କପିଲ ଜଣ ଡେଲିଭରୀ ବଏ ଭାବେ ଅଭିନୟ କରୁଛନ୍ତି। ଏହି ଚଳଚିତ୍ରର ପ୍ରାୟ ଅର୍ଦ୍ଧାଧିକ ସୁଟିଂ ଓଡିଶାରେ କରାଯାଉଛି। ପୁରା ଟିମ ଓଡିଶାରେ ଦୀର୍ଘଦିନ ଧରି ସୁଟିଂ କରୁଛନ୍ତି।

Categories
ବିଶେଷ ଖବର

ଦଳମତରୁ ଉପରକୁ ଉଠି କାମ କଲେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା: ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ହିଞ୍ଜିଳି ଓ ଶେରଗଡ ବ୍ଲକ୍‌ର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦଳମତରୁ ଉର୍ଦ୍ଧ୍ବରେ ରହି ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବର୍ତ୍ତମାନ ନିର୍ବାଚନ ଶେଷ ହୋଇଛି। ତେଣୁ ଆପଣମାନେ ବର୍ତ୍ତମାନ ସମସ୍ତଙ୍କ ପାଇଁ କାମ କରନ୍ତୁ। ଦଳମତ ରୁ ଉପରକୁ ଉଠି କାମ କଲେ ଆମେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ବିକାଶ ସବୁବେଳେ ଆମର ଫୋକସ୍‌ ହୋଇ ରହିଆସିଛି। ବିକାଶ ପାଇଁ ଆମର କଠିନ ପରିଶ୍ରମକୁ ଜନସାଧାରଣ ସବୁବେଳେ ସ୍ବୀକୃତି ଦେଇଛନ୍ତି। ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଏକ ଐତିହାସିକ ରାୟ ଦେଇଛନ୍ତି। ସେଥିପାଇଁ ଜନସାଧାରଣଙ୍କ ନିକଟରେ ଆମେ ଋଣୀ ବୋଲି ସେ କହିଥିଲେ।

ଏ ବିଜୟ ଏକ ବହୁତ ବଡ ଦାୟିତ୍ବ ବୋଲି ପ୍ରକାଶ କରି ସେ କହିଥିଲେ, “ମୁଁ ଆଶା କରୁଛି ଯେ ଆପଣମାନେ ଆପଣଙ୍କ ଗାଁର, ଆପଣଙ୍କ ଅଞ୍ଚଳର ବିଜୟ ପାଇଁ କାମ କରିବେ। ଲୋକଙ୍କ ସୁଖଦୁଃଖରେ ସବୁବେଳେ ସେମାନଙ୍କ ସାଥିରେ ରହିବେ।”

ଫାଇବ-ଟି ସ୍କୁଲ ରୂପାନ୍ତରରେ ସେମାନଙ୍କ କାମକୁ ପ୍ରଶଂସା କରି ଆଗାମୀ ଦିନରେ ମଧ୍ୟ ବିକାଶ କାମକୁ ଆହୁରି ଜୋରରେ ଆଗେଇ ନେବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଥିଲେ।

ହିଞିଳି ଓ ଶେରଗଡ ବ୍ଲକ୍‌ର ଉନ୍ନତି ପାଇଁ ସମସ୍ତେ ମିଳିମିଶି ଏକ ଟିମ୍‌ ଭାବରେ କାମ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

Categories
ବିଶେଷ ଖବର

ୟୁକ୍ରେନ୍‌ରୁ ଫେରିଲେ ୭୭ ଓଡିଆ ଛାତ୍ରଛାତ୍ରୀ: ବିମାନବନ୍ଦରରେ ପିଲାଙ୍କ ଓ ପରିବାରର ଖୁସିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୀର୍ଘ ୧୨ ଦିନର ଉତ୍କଣ୍ଠା ଓ ଆଶଙ୍କାର ଆଜି ଅନ୍ତ ଘଟିଛି। ୟୁକ୍ରେନ୍‌ରେ ପଢୁଥିବା ଓଡିଆ ଛାତ୍ରଛାତ୍ରୀଙ୍କ ପରିବାର ପାଇଁ ଆଣିଛି ଆଶ୍ବସ୍ତି। ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନ୍‌ରେ ପାଠ ପଢୁଥିବା ୭୭ ଓଡିଆ ଛାତ୍ରଛାତ୍ରୀ ଆଜି ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି।

ଓଡିଶା ଫେରିଆସିଥିବା ଛାତ୍ରଛାତ୍ରୀ ମାନଙ୍କ ପରିବାରର ଏହି ଆନନ୍ଦମୟ ମୁହୂର୍ତ୍ତରେ ବିମାନବନ୍ଦରରେ ସେମାନଙ୍କ ସହ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ସ୍ବତନ୍ତ୍ର ବିମାନ ଆଜି ନୂଆଦିଲ୍ଲୀରୁ ୭୭ଜଣ ଓଡିଆ ଛାତ୍ରଛାତ୍ରୀଙ୍କୁ ନେଇ ସଂଧ୍ୟା ୦୫.୩୦ ମିନିଟରେ ଭୁବନେଶ୍ବରରେ ପହଞ୍ଚିଥିଲା। ଯୁଦ୍ଧ ଅଞ୍ଚଳରୁ ଫେରିଆସିଥିବା ପିଲାମାନଙ୍କୁ ପାଖରେ ପାଇ ବାପା ମାଙ୍କ ଆଖିରୁ ଝରିପଡିଥିଲା ଆନନ୍ଦର ଅଶ୍ରୁ। ହୃଦୟରେ ଆସିଥିଲା ଆଶ୍ବସ୍ତି। ପିଲାମାନଙ୍କ ନିରାପଦ ଉଦ୍ଧାର ପାଇଁ ସେମାନେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ବିମାନବନ୍ଦରେ ଉପସ୍ଥିତ ରହି ପିଲାମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ସେମାନେ ଆଗକୁ ଯେପରି ପାଠ ପଢିପାରିବେ, ସେଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ବସନା ଦେଇଥିଲେ।

ସୂଚନାଯୋଗ୍ୟ ଯେ ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନରୁ ପିଲାମାନଙ୍କୁ ଉଦ୍ଧାର କରିବାପାଇଁ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିଥିଲେ। ଦୁଇଟି ବସ୍‌ ଯୋଗେ ସେମାନଙ୍କୁ ଯୁଦ୍ଧ ଅଂଚଳରୁ ନିରାପଦ ଉଦ୍ଧାର କରାଯାଇଥିଲା। ଏତଦ୍‌ ବ୍ୟତୀତ ସେମାନଙ୍କ ପାଠପଢାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ଦେଶର ମେଡିକାଲ କଲେଜରେ ସେମାନଙ୍କ ପାଠପଢା ପାଇଁ ବ୍ୟବସ୍ଥା କରିବାପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଏବଂ ଏ ଦିଗରେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହି ପିଲାମାନଙ୍କ ସହିତ ଆଲୋଚନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଯୁକ୍ରେନରେ ଫସିରହିଥିବା ଓଡିଆଙ୍କୁ ଆଣିବା ପାଇଁ ଗୃହମନ୍ତ୍ରୀଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିଲେ। ମୁଖ୍ୟତଃ ୟୁକ୍ରେନ ଯୁଦ୍ଧରେ ଫସି ରହିଥିବା ଓଡିଆ ଛାତ୍ର ତଥା ଶ୍ରମିକମାନଙ୍କୁ ନିରାପଦ ସ୍ଥାନାନ୍ତର ପାଇଁ ସେ ଅନୁରୋଧ କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଶାହା ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଭାରତ ସରକାର ୟୁକ୍ରେନ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଶୀଘ୍ର ୟୁକ୍ରେନରୁ ଛାତ୍ର ଓ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି। ସୁରକ୍ଷିତ ଭାବେ ସମସ୍ତେ ଫେରିବେ ବୋଲି ଶାହା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଆଥଲେଟିକ୍ସ ଏଚ୍‌ପିସି ପରିଦର୍ଶନ କରି ଆଥଲେଟ୍ ମାନଙ୍କ ଆତ୍ମବିଶ୍ୱାସ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମର ଇନଡୋର ଟ୍ରାକ୍ ବ୍ୟବସ୍ଥା ନିର୍ମାଣର ଅଗ୍ରଗତି ସମ୍ପର୍କରେ ନିରୀକ୍ଷଣ କରିବାକୁ ଗସ୍ତ କରିବା ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟର (ଏଚପିସି)ର ଆଥଲେଟ୍‌ମାନଙ୍କ ସହିତ ଭାବ ବିନିମୟ କରିଥିଲେ। ଓଡ଼ିଶା ସରକାର ଏବଂ ରିଲାଏନ୍ସ ଫାଉଣ୍ଡେସନର ଏକ ସମ୍ମିଳିତ ପ୍ରୟାସ ଏଚପିସି ୨୦୧୯ରେ କାର୍ଯ୍ୟାରମ୍ଭ କରିଥିଲା ଏବଂ ସଂପ୍ରତି ଏହି କେନ୍ଦ୍ରରେ ୫୦ଜଣ ଆଥଲେଟ୍ ତାଲିମ ନେଉଛନ୍ତି। ଉଦୀୟମାନ ଆଥଲେଟ୍‌ମାନଙ୍କ ସହ ଆଲୋଚନା ବେଳେ ଏହି ଇନଡୋର ସୁବିଧା ଭାରତରେ ଆଥଲେଟିକ୍ସର ବିକାଶକୁ ବଡଧରଣର ପ୍ରୋତ୍ସାହନ ଯୋଗାଇଦେବା ସହିତ ଆଗାମୀ ବର୍ଷଗୁଡିକରେ ଚମ୍ପିଆନ୍ ସୃଷ୍ଟିର ଏକ ପ୍ରମୁଖ କେନ୍ଦ୍ରସ୍ଥଳ ପାଲଟିବ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ଏଥିସହିତ ଏହି ଅବସରରେ ସେ ଏଚ୍‌ପିସିର ଆଥଲେଟମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଓଡ଼ିଶା ସରକାରଙ୍କ କ୍ରୀଡା ସଚିବ ଆର୍ ଭିନିଲ କ୍ରିଷ୍ଣା କହିଥିଲେ, “ଆମେ ସମାନ ଲକ୍ଷ୍ୟ ନେଇ ରିଲାଏନ୍ସ ଫାଉଣ୍ଡେସନ ସହିତ ସହଭାଗିତା କରିଛୁ। ଆଥଲେଟିକ୍ସକୁ ଉଚ୍ଚତର ସୋପାନକୁ ନେବା ଆମର ଲକ୍ଷ୍ୟ ଏବଂ ଏହି ଇନ୍‌ଡୋର ଆଥଲେଟିକ ସେଂଟର ଦେଶପାଇଁ ଆଥଲେଟିକ୍ସରେ ଅଧିକ ପଦକ ବିଜେତା ହେବା ନିମନ୍ତେ ଆମର ସାମଗ୍ରିକ ଲକ୍ଷ୍ୟ ହାସଲ ଦିଗରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ। ଆମେ ନିଶ୍ଚିତ ଯେ ଏହି ଧରଣର ଆଧୁନିିକ ସୁବିଧା ଆମର ଯୁବ ଏଚ୍‌ପିସି ଆଥଲେଟ୍‌ମାନଙ୍କୁ ଆନ୍ତର୍ଜାତିକ ସ୍ତରର କରି ଗଢିତୋଳିବା ଫାଇଦା ପହଂଚାଇବ। ଏଠାରେ ଥିବା ପ୍ରତ୍ୟେକ ଆଥଲେଟ୍‌ଙ୍କର ଉତ୍କର୍ଷ ହାସଲ ଏବଂ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବାର ସାମର୍ଥ୍ୟ ରହିଛି।”

ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ଏଚ୍‌ପିସିର ମୁଖ୍ୟ କୋଚ୍ ଜେମ୍ସ ହିଲିଅର କହିଥିଲେ, “ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ବିନା ଏଠାରେ ଆଥଲେଟିକ୍ସ ଏଚପିସି ସମ୍ଭବ ହୋଇପାରିନଥାନ୍ତା କିମ୍ବା ଆମେ ଆଗ୍ରହର ସହିତ କଳିଙ୍ଗ ଷ୍ଟାଡିୟମ କଂପ୍ଲେକ୍ସରେ ଭାରତର ପ୍ରଥମ ଅତ୍ୟାଧୁନିକ ଇନଡୋର ଟ୍ରାକ ସୁବିଧାକୁ ଅପେକ୍ଷା କରିନଥାନ୍ତୁ। ମୁଖ୍ୟମନ୍ତ୍ରୀଙ୍କର କ୍ରୀଡା କ୍ଷେତ୍ରରେ ଦୂରଦୃଷ୍ଟିସଂପନ୍ନତା ପାଇଁ ଆମେ କୃତଜ୍ଞ ଏବଂ ଗତ ୩ ବର୍ଷ ଧରି ଓଡ଼ିଶା ସରକାରଙ୍କ ସହଭାଗିତାରେ ଆମେ ଦେଶରେ ସର୍ବୋତମ ଏବଂ ସର୍ବାଧୁନିକ ଆଥଲେଟିକ୍ସ ତାଲିମ ସୁବିଧା ସୁଯୋଗ ବିକଶିତ କରିଥିବା ନେଇ ଗୌରବାନ୍ୱିତ ମନେକରୁଛୁ। ରିଲାଏନ୍ସ ଫାଉଣ୍ଡେସନରେ ଆମେ ଆଥଲେଟିକ୍ସ ପରିବ୍ୟବସ୍ଥା ବା ଇକୋସିଷ୍ଟମ୍ ଉପରେ ନିରନ୍ତର ଏବଂ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ସକାଶେ ସରକାରୀ ସହଭାଗୀମାନଙ୍କ ସହିତ ଘନିଷ୍ଠ ଭାବରେ ମିଶି କାର୍ଯ୍ୟ କରୁଛୁ।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବରେ ଭେଟିବା ଆମ ଆଥଲେଟମାନଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟୀ ଥିଲା। ମାନନୀୟ ମୁଖ୍ୟମନ୍ତ୍ରୀ ଆଥଲେଟମାନଙ୍କୁ ଭବିଷ୍ୟତରେ ସେମାନଙ୍କ ତାଲିମ କ୍ଷେତ୍ରରେ ସର୍ବକୁଶଳ କାମନା କରିଥିଲେ। ଚଳିତ ବର୍ଷ ଶେଷ ପୂର୍ବରୁ ଆମର ନୂଆ ଇନ୍‌ଡୋର ସୁବିଧା ଯେଭଳି ସମ୍ପୂର୍ଣ୍ଣ ହେବସେଥିପାଇଁ ଚବିଶ ଘଂଟା କାମ କରୁଥିବା ଶ୍ରମିକକର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।”

ସୂଚନାଯୋଗ୍ୟ ଯେ ଏଚ୍‌ପିସିର ଅନେକ ଆଥଲେଟ ଜାତୀୟ ସ୍ତରର ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିସାରିଛନ୍ତି। ୨୩ ବର୍ଷ ବୟସ୍କ ଅମ୍ଳାନ ବୋରଗୋହେନ୍ ପ୍ରଥମ ବ୍ୟାଚ ଶିକ୍ଷାନବିଶଙ୍କ ମଧ୍ୟରେ ଅନ୍ୟତମ ହୋଇଥିବାବେଳେ ସେ ଗତବର୍ଷ ୱାରାଙ୍ଗଲଠାରେ ଅନୁଷ୍ଠିତ ଓପନ ନ୍ୟାସନାଲ୍ସରେ ୨୦୦ ମିଟର ବିଭାଗରେ ସ୍ୱର୍ଣ୍ଣ ଏବଂ ୧୦୦ ମିଟର ବିଭାଗରେ ରୌପ୍ୟ ପଦକ ହାସଲ କରିଥିଲେ। ତାହା ସହିତ ସେଠାରେ ସେ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ଯଥାକ୍ରମେ ୨୦.୭୫ ସେକେଣ୍ଡ ଏବଂ ୧୦.୩୪ ସେକେଣ୍ଡ ମଧ୍ୟ ହାସଲ କରିଥିଲେ। ୨୦ ବର୍ଷ ବୟସ୍କ ହାଇଜମ୍ପର୍ ଅନଗୁଳର ସ୍ୱାଧୀନ କୁମାର ମାଝୀ ବର୍ଷର ଆଦ୍ୟ ଭାଗରେ ମାଙ୍ଗାଲୋରଠାରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ଆଥଲେଟିକ୍ସ ଚମ୍ପିଆନସିପ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୨.୦୮ ମିଟର ହାସଲ କରିବା ସହିତ କାଂସ୍ୟ ପଦକ ହାସଲ କରିଥିଲେ। ସୁନ୍ଦରଗଡର ୧୬ ବର୍ଷ ବୟସ୍କା ସବିତା ଟପ୍ପୋ ଏଚପିସିରେ ଅନ୍ୟତମ ସର୍ବାଧିକ ଉଜ୍ଜ୍ୱଳ କିଶୋରୀ ପ୍ରତିଭା ଭାବରେ ଚିହ୍ନଟ ହୋଇଥିବାବେଳେ ସେ ଗତବର୍ଷ ଗୁଆହାଟିଠାରେ ଅନୁଷ୍ଠିତ ଜୁନିୟର ନ୍ୟାସନାଲରେ ୧୬ ବର୍ଷରୁ କମ୍ ବୟସ ବାଳିକା ବିଭାଗର ଲଙ୍ଗ ଜମ୍ପ୍‌ରେ ସ୍ୱର୍ଣ୍ଣ ଏବଂ ୧୬ ବର୍ଷରୁ କମ୍ ବୟସ ବାଳିକା ବିଭାଗର ୮୦ ମିଟର ହର୍ଡଲ୍ସରେ ରୌପ୍ୟ ପଦକ ହାସଲ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କର ପରିଦର୍ଶନ କାଳରେ ତାଙ୍କର ଉତ୍ସାହପ୍ରଦ କଥାଆଗକୁ ବଢିବାକୁ ପରାମର୍ଶ ଏହି ଆଥଲେଟମାନଙ୍କ ପାଇଁ ଯଥେଷ୍ଟ ପ୍ରେରଣା ଯୋଗାଇଛି।

ହାଇଜମ୍ପର ସ୍ୱାଧୀନ କୁମାର ମାଝୀ କହିଥିଲେ, “ନୂଆକରି ନିର୍ମାଣ କରାଯାଉଥିବା ଇନ୍‌ଡୋର ସୁବିଧାକୁ ନେଇ ମୁଁ ଆଶାତୀତ ଭାବରେ ଖୁସି ଅଛିକାରଣ ଜଣେ ଜମ୍ପର ଭାବରେ ଏହା ମୋତେ ବିଶେଷ ଫାଇଦା ପହଂଚାଇବ। ସମସ୍ତ ପ୍ରକାର ପାଣିପାଗ ପରିସ୍ଥିତିରେ ଏହା ମୋତେ ଅଭ୍ୟାସ କରିବାରେ ସହାୟତା କରିବ। ଏଭଳି ସର୍ବୋତମ ସୁବିଧା ସୁଯୋଗ ଆମ ପାଇଁ ଉପଲବ୍ଧ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିକଟରେ ଆମେ ଅତ୍ୟନ୍ତ କୃତଜ୍ଞ।”

ସେହିଭଳି ସବିତା ଟପ୍ପୋ କହିଥିଲେ, “ଭାରତରେ ଏକ ଇନଡୋର ସୁବିଧା ତିଆରି ହେବ ଏବଂ ଏହାର ଉପଯୋଗ କରିବା କ୍ଷେତ୍ରରେ ଅନ୍ୟତମ ପ୍ରଥମ ଆଥଲେଟ ହେବି ବୋଲି ମୁଁ କେବେ କଳ୍ପନା କରିନଥିଲି। ତେଣୁ ଏହା ମୋ ପାଇଁ ଗର୍ବର ବିଷୟ। ଆମ ଆଖି ଆଗରେ ଏହାର ନିର୍ମାଣକୁ ଆମେ ପ୍ରତିଦିନ ଦେଖୁଛୁ ଏବଂ ଏହା ଯେଭଳି ଶୀଘ୍ର ଶେଷହେବ ସେଥିପାଇଁ ଉତ୍ସୁକତାର ସହିତ ଅପେକ୍ଷା କରିଛୁ। ଆମକୁ ଏଭଳି ସୁଯୋଗ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି।”

ହିଲର୍ ଏବଂ ତାଙ୍କ ଟିମ୍ ସଂପ୍ରତି ଏଚପିସିରେ ପ୍ରତିଯୋଗିତା ପ୍ରସ୍ତୁତି ପର୍ଯ୍ୟାୟରେ ଅଛନ୍ତି ଏବଂ ବେଗମଜଭୁତପଣ ଏବଂ ସାମର୍ଥ୍ୟ ଆଦି ମୁଖ୍ୟ ମୋଟର ସ୍କିଲ୍‌ରେ ଉନ୍ନତି ଆଣିବା ଉପରେ ଦୃଷ୍ଟିନିବଦ୍ଧ କରାଯାଉଛି। ଗତ ୧୬ ସପ୍ତାହ ଧରି ଏହି କୁଶଳତାର ବିକାଶ ସହିତ ତାହା ଉପଯୋଗ କରାଯାଉଛିଯାହା ଏକ ସାଧାରଣ ଏବଂ ନିର୍ଦ୍ଦିଷ୍ଟ ପ୍ରସ୍ତୁତି ସମୟ ହୋଇଛି। ଏଚ୍‌ପିସିର ଅନେକ ମହିଳା ଆଥଲେଟ ସଂପ୍ରତି ଅଲ୍ ଇଣ୍ଡିଆ ୟୁନିଭରସିଟି ଆଥଲେଟିକ୍ସ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆଗାମୀ ଛଅ ସପ୍ତାହ ପର୍ଯ୍ୟନ୍ତ ନ୍ୟାସନାଲ ଜମ୍ପ୍‌ସ ଚମ୍ପିଆନସିପ୍‌ଇଣ୍ଡିଆନ ଗ୍ରାଁ ପି ଏବଂ ଫେଡେରେସନ କପ୍ ଆଦିରେ ଏଚ୍‌ପିସିର ଆଥଲେଟମାନେ ଅଂଶଗ୍ରହଣ କରିବାକୁ ଯାଉଛନ୍ତିଯେଉଁଠାରେ ସେମାନେ ବର୍ଷର ପରବର୍ତୀ ଭାଗରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଏବଂ ଏସୀୟ କ୍ରୀଡା ନିମନ୍ତେ ଜାତୀୟ ଦଳରେ ନିଜ ସ୍ଥାନ ମଜଭୁତ କରିବା ଆଶା ରଖିଛନ୍ତି।

Categories
ଆଜିର ଖବର ଖେଳ

ଆଘାତପ୍ରାପ୍ତ ଯୁବ ମହିଳା ଫୁଟବଲ ଖେଳାଳୀ ମନୀଷାଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମନୀଷା ନାୟକ। ସ୍ପୋର୍ଟସ ଓଡିଶା ଟିମ୍‌ର ୧୮ ବର୍ଷ ବୟସ୍କା ଫୁଟବଲ ଖେଳାଳୀ। ଅନେକ ସ୍ବପ୍ନ ନେଇ ଓଡିଶା ମହିଳା ଲିଗ୍‌ ମ୍ୟାଚରେ ଖେଳିବାର ଆଶା ରଖି ଆସିଥିଲେ। କିନ୍ତୁ ରାଇଜିଂ ଷ୍ଟୁଡେଣ୍ଟସ ଟିମ୍‌ ସହିତ ଥିବା ମ୍ୟାଚ ପୂର୍ବରୁ ତାଙ୍କ ଆଣ୍ଠୁରେ ଆଘାତ ଲାଗିଲା। ଖେଳିବାର ସୁଯୋଗ ହରାଇଲେ। ଦୁଃଖରେ ଏକ ଚୌକିରେ ବସି ତାଙ୍କ ଟିମ୍‌ର ମ୍ୟାଚକୁ ଦେଖୁଥାନ୍ତି।

ସେ ଜାଣି ନ ଥିଲେ ଯେ ତାଙ୍କର ଏହି ସାମୟିକ ଆଘାତ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ହେବାର ଏକ ଅପୂର୍ବ ସୁଯୋଗ ଆଣିଦେବ। ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧା, ଆଶ୍ବାସନା ସହିତ ତାଙ୍କ ଠାରୁ ପ୍ରେରଣାଦାୟୀ ଶଦ୍ଦ ଶୁଣିବାକୁ ମିଳିବ। ବାସ୍ତବରେ ମନୀଷାଙ୍କ ଏହି ସାମୟିକ ଦୁଃଖ ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ଭାବବିହ୍ବଳ ମୁହୂର୍ତ୍ତର ସୁଯୋଗ ଆଣି ଦେଇଥିଲା। ମନୀଷାଙ୍କ ସବୁ ଦୁଃଖ ମିଳେଇ ଯାଇଥିଲା ଏବଂ ଖୁସିରେ ସେ ଆଗାମୀ ମ୍ୟାଚ ଖେଳିବା ପାଇଁ ଦୃଢ ମନୋବଳ ରଖି ଆଗକୁ ବଢିବା ପାଇଁ ପ୍ରସ୍ତୁତ ହୋଇଥିଲେ।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ବିଭିନ୍ନ କ୍ରୀଡା ପ୍ରକଳ୍ପ ନିର୍ମାଣର ଅଗ୍ରଗତି ସମୀକ୍ଷା ପାଇଁ ଆସିଥିବା ବେଳେ, ସେଠାରେ ଚାଲିଥିବା ମହିଳା ଫୁଟବଲ ଲିଗ୍‌ ମ୍ୟାଚ ଦେଖିବା ପାଇଁ କିଛି ସମୟ ରହିଥିଲେ ଏବଂ ଖେଳାଳୀ ମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା ହୋଇଥିଲେ।

ଯେତେବେଳେ ମୁଖ୍ୟମନ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଥିବା ମନୀଷାକୁ ଦେଖିଲେ, ସେ ତାଙ୍କ ପାଖକୁ ଯାଇ ତାଙ୍କୁ ଆଶ୍ବାସନା ଦେଇଥିଲେ ଏବଂ ମନ ଦୁଃଖ ନ କରି ତାଙ୍କର ଚିକିତ୍ସା ଓ ପ୍ରସ୍ତୁତି ଜାରି ରଖି ଆଗାମୀ ମ୍ୟାଚ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ନେହ ଓ ଶ୍ରଦ୍ଧାରେ ମନୀଷା ଆତ୍ମହରା ହୋଇପଡିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ସେ ଆଗକୁ ଦୃଢ ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ।

ସୁନ୍ଦରଗଡ ସ୍ପୋର୍ଟସ ହଷ୍ଟେଲର ଛାତ୍ରୀ ବର୍ତ୍ତମାନ ୧୮ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ଫୁଟବଲ କ୍ୟାମ୍ପରେ ରହି ଖେଳ ଅଭ୍ୟାସ ଜାରି ରଖିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଯୁବ ବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଧଳା ଟିସାର୍ଟକୁ କଳା ପ୍ୟାଣ୍ଟ, ପାଣ୍ଡିୟାନ ମଧ୍ୟ ବାଦ ପଡି ନାହାଁନ୍ତି

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଳିଙ୍ଗ ଷ୍ଟାଡିୟମରେ ଖେଳାଳୀମାନେ ଦେଖି ତାଜୁବ ହୋଇଛନ୍ତି। ସେମାନେ ପୂର୍ବରୁ ବହୁଥର ମୁଖ୍ୟମନ୍ତ୍ରୀଙ୍କୁ ଦେଖିଛନ୍ତି। ହାତ ମିଳାଇଛନ୍ତି। ହେଲେ ସେତେବେଳେ ସେମାନେ ଏମିତି ଆଶ୍ଚର୍ଯ୍ୟ ପ୍ରକଟ କରି ନ ଥିଲେ। ଆଜି ନବୀନ କଳିଙ୍ଗ ଷ୍ଟାଡିୟମରେ ପ୍ରବେଶ କରିବା ପରେ ସମସ୍ତେ ତାଙ୍କୁ ଦେଖି ତାଜୁବ ହୋଇଛନ୍ତି।

ଏହାର କାରଣ ହେଲା ଯେ, ଆଜି ନବୀନ ପଟ୍ଟନାୟକ ଏକ ଭିନ୍ନ ବେଶରେ କଳିଙ୍ଗ ଷ୍ଟାଣ୍ଡିୟମରେ ପ୍ରବେଶ କରିଥିଲେ। ସେ ପୁରା ଯୁବ ବେଶରେ ଷ୍ଟାଣ୍ଡିୟମରେ ଘୁରି ବୁଲିଥିଲେ। ପୁରା ଖେଳାଳୀ ମୁଡରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏକ ଧଳା ସ୍ପୋର୍ଟସ ଟିସାର୍ଟ ସହିତ କଳା ପ୍ୟାଣ୍ଟ ଆଉ ଗୋଡରେ ଚପଲ। ଏପରି ବେଶରେ କେହି କେବେ ଦେଖି ନ ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଣ୍ଡିୟମ ଗସ୍ତରେ ଯାଇଥିଲେ। ଅବସର ଥିଲା ସେଠାକାର କ୍ରୀଡା ଭିତ୍ତିଭୂମି ଦେଖିବା ସହ ହକି ଖେଳାଳିଙ୍କ ସହିତ ଆଲୋଚନା କରିବା। ସେଠାରେ ପୂର୍ବରୁ ହକି ଇଣ୍ଡିଆର ଉଭୟ ପୁରୁଷ ଓ ମହିଳା ଖେଳାଳୀ ତାଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହିତ ପୁରା ହକି ଖେଳାଳୀଙ୍କ ପରି କଥାବାର୍ତ୍ତା କରିବା ସହିତ ଫଟୋ ଉଠାଇଥିଲେ।

କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ ଭି କେ ପାଣ୍ଡିୟାନ ମଧ୍ୟ ପୁରା ଖେଳାଳୀ ମୁଡରେ ଥିଲେ। ସେ ମଧ୍ୟ ହକି ଇଣ୍ଡିଆର କଳା ଟିସାର୍ଟ ସହିତ କଳା ପ୍ୟାଣ୍ଟ ଏବଂ କଳା ସ୍ପୋର୍ଟସ ଜୋତା ପିନ୍ଧି ମଇଦାନକୁ ଓହ୍ଲାଇ ଥିଲେ। ଉଭୟ ନବୀନ ଏବଂ ପାଣ୍ଡିୟାନଙ୍କୁ ସମସ୍ତେ ଦେଖି ତାଜୁବ ହୋଇ ପଡିଥିଲେ। ଷ୍ଟାଣ୍ଡିୟମରେ କେହି ଲୋକ ନ ଥିଲେ, ନଚେତ ତାଳି ମାରି ଉଭୟଙ୍କୁ ସମସ୍ତେ ବେଶ୍ ସ୍ବାଗତ କରିଥାଆନ୍ତେ।

ଆଜି ନୁହେଁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏପରି ବେଶକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହୋଇଛି। ଏକାଦା ସେ କଳା ଟିସାର୍ଟ ସହ କଳା ପ୍ୟାଣ୍ଟ ପିନ୍ଧି ଜଗିଂ କରୁଥିବାର ପରିଲକ୍ଷିତ ହୋଇଥିଲା। ସେହିପରି ଥରେ ସେ ପୂଜା ପୋଷାକ ପିନ୍ଧି ଜଗନ୍ନାଥଙ୍କୁ ମୁଣ୍ଡିଆ ମାରୁ ଥିବାରୁ ମଧ୍ୟ ଦେଖାଯାଇଛି। ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅଛି। ତା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏପରି ବେଶ ବେଶ୍ ଚର୍ଚ୍ଚାର ଖୋରାକ ଯୋଗାଇଛି।

Categories
Hockey Worldcup23 ବିଶେଷ ଖବର

କଳିଙ୍ଗ ଷ୍ଟାଡିଅମ୍‌ ର କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍‌ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ହେଉଛି ଦେଶର ସର୍ବ ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ। ମୁଖ୍ୟମନ୍ତ୍ରୀ ଏହାର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ‌ଆଥଲେଟ ମାନଙ୍କ ପାଇଁ ଏହି ଇନ୍‌ଡୋର ସୁବିଧା ଦେଶରେ ଆଥଲେଟିକ୍‌ ଖେଳର ବିକାଶକୁ ଜୋରଦାର କରିବ ଏବଂ ଏହି ଷ୍ଟାଡିଅମ ଆଗାମୀ ଦିନରେ ଆଥଲେଟିକ ଚମ୍ପିଆନ ସୃଷ୍ଟି କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ।

ଏହି ଷ୍ଟାଡିଅମଟି ୧୨୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଛି ଏବଂ ଚଳିତ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଜଣାଯାଇଛି। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ କ୍ରୀଡା ଅନୁଷ୍ଠିତ ହେବ ଏବଂ ଖେଳାଳୀମାନେ ସାରା ବର୍ଷ ତମାମ ଖେଳ ଅଭ୍ୟାସ ଜାରି ରଖିପାରିବେ। ଶହେ ଜଣ ଖେଳାଳୀଙ୍କୁ କୋଚିଂ ଦେବା ପାଇଁ ଏଥିରେ ଆବାସିକ ସୁବିଧା ମଧ୍ୟ ରହିଛି।

ଏହାପରେ ମୁଖ୍ୟମନ୍ତ୍ରୀ ନିର୍ମଣାଧୀନ ଟେନିସ ସେଣ୍ଟର ପ୍ରକଳ୍ପ ମଧ୍ୟ ପ୍ରଦର୍ଶନ କରିଥିଲେ। ଏହି ଟେନିସ୍‌ ସେଣ୍ଟର ଆଇଟିଏଫ ଟୁର୍ଣ୍ଣାମେଣ୍ଟ ଓ ଡେଭିସ କପ ଭଳି ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ଅନୁଷ୍ଠିତ ହେବାର ସୁବିଧା ଉପଲବ୍ଧ ହେବ।

ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଅଧୀନରେ ଏହିସବୁ କ୍ରୀଡା ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହାଦ୍ବାରା ରାଜ୍ୟର କ୍ରୀଡା କ୍ଷେତ୍ରରେ ରୂପାନ୍ତର ଆସିପାରିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ କଳିଙ୍ଗ ଷ୍ଟାଡିଅମ୍‌ କମ୍ପେଲେକ୍‌ସରେ ଇନ୍‌ଡୋର ଆଥଲେଟିକ ଷ୍ଟାଡିଅମ ଓ ଟେନିସ ସେଣ୍ଟର ସହିତ ଇନ୍‌ଡୋର ଆକ୍ବାଟିକ୍‌ସ ଷ୍ଟାଡିଅମ, Hockey HPC Building, ଓ ଷ୍ଟାଫ ମାନଙ୍କ ପାଇଁ ଆବାସିକ ବ୍ୟବସ୍ଥା ଆଦି ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନିର୍ମାଣ ଚାଲିଛି।

ଏହାପରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିଅମର ମୁଖ୍ୟ ଫୁଟବଲ୍‌ ପଡିଆରେ ଅନୁଷ୍ଠିତ ହେଉଥିବା ଓଡିଶା ମହିଳା ଫୁଟବଲ ଲିଗ୍‌ର ମ୍ୟାଚ ଦେଖିଥିଲେ ଏବଂ ଖେଳାଳୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।

ପରେ ମୁଖ୍ୟମନ୍ତ୍ରୀ ଭାରତୀୟ ଜାତୀୟ ହକୀ ଦଳର ଉଭୟ ପୁରୁଷ ଓ ମହିଳା ଖେଳାଳୀ ମାନଙ୍କୁ ଭେଟି ସେମାନଙ୍କର ରହଣୀ ଓ ଖେଳ ଅଭ୍ୟାସ ସଂପର୍କରେ ପଚାରି ବୁଝିଥିଲେ। ହକୀ କ୍ରୀଡାକୁ ମୁଖ୍ୟମନ୍ତ୍ରୀ ଯେଉଁ ସହଯୋଗ ଯୋଗାଇ ଦେଇଛନ୍ତି, ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଗାମୀ ପ୍ରୋ-ଲିଗ୍‌ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ଆଗାମୀ ଏସିଆନ ଓ କମନୱେଲ୍‌ଥ ଗେମ୍‌ସରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣିବା ପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଓ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆପଣଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇଛି ବୋଲି ପ୍ରଚାର ହେଲା? ଶୁଣନ୍ତୁ, କଣ ଉତ୍ତର ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଏକ ଖବର ତୀବ୍ର ବେଗର ମାଡି ଚାଲିଲା। ତାହା ହେଲା ଯେ, ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇପଡିଛି। ଏପରିକି ଆହୁରି କିଛି କୁହାଗଲା। ଏହି ଖବର ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଚାଲିଲା। ହେଲେ ହଠାତ ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିଲା ଲିଙ୍ଗରାଜ ମନ୍ଦିରରେ। ବୀର ଦର୍ପରେ ଚାଲିଚାଲି ସେ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି।

ମନ୍ଦିର ଭିତରୁ ବାହାରିବା ପରେ ସାମ୍ବାଦିକମାନେ ପଚାରିଲେ ଯେ, ଆପଣଙ୍କ ଦେହ ଗୁରୁତର ହୋଇଛି ବୋଲି ପ୍ରଚାର କରାଯାଇଛି। ଆପଣ କଣ କହିବେ ? ଶୁଣନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ ଉତ୍ତର ଦେଲେ।

ଗତ ଜାନୁୟାରୀ 26 ତାରିଖ ପୂର୍ବରୁ ମଧ୍ୟ ଏହିପରି ପ୍ରଚାର କରାଗଲା। ମୁଖ୍ୟମନ୍ତ୍ରୀ ଘରୁ ଉଠିପାରୁ ନାହାଁନ୍ତି। ସେଥିପାଇଁ ସେ ପତାକା ଉତ୍ତୋଳନକୁ ଆସୁ ନାହାଁନ୍ତି। ହେଲେ ଗଣତନ୍ତ୍ର ଦିବସରେ ସେ ବୀର ଦର୍ପରେ ଗାନ୍ଧୀ ମାର୍ଗରେ ଚାଲିଚାଲି ଆସିଥିଲେ। ଏପରି ଗୁଜବ କଲେ ବିରୋଧୀଙ୍କର ନୁହେଁ ବଂର ବିଜେଡିର ଲାଭ ହେବାରେ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସଂଧ୍ୟାରେ ପ୍ରଭୃ ଲିଙ୍ଗରାଜଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କାରଣ

ଭୁବନେଶ୍ବର: ଆଜି ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଶେଷ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ଯାଇ ପ୍ରଭୃଙ୍କୁ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମନ୍ଦିର ଭିତରେ ଚାଲିଚାଲି ବେଢା ପରିକ୍ରମା କରିଛନ୍ତି। ସେ ପ୍ରାୟ 15 ମିନଟ ସମୟ ମନ୍ଦିର ଭିତରେ ପରିକ୍ରମା କରିଥିଲେ।

ଏହି ଗସ୍ତ ସମୟରେ ସେ ମନ୍ଦିର ସେବକମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ସେବକମାନେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ପୂଜା କରିଥିଲେ। ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ନବୀନ ଏକାମ୍ର ଯୋଜନାର ଅଗ୍ରଗତି ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇପଡିଛି ବୋଲି ଗୁଜବ ସୃଷ୍ଟି ହୋଇଥିଲା। ଯାହାକୁ ମୁଖ୍ୟମନ୍ତ୍ରୀ ନିଜେ ମନ୍ଦିର ଆସି ସେହି ଗୁଜବ ଭୁଲ ବୋଲି ପ୍ରମାଣିତ କରିଥିଲେ।

Categories
ବିଶେଷ ଖବର

ଶିକ୍ଷକ ମାନଙ୍କ ଉପରେ ମୋର ପୁରା ଭରସା ଅଛି, ସେମାନେ ପିଲାମାନଙ୍କର ଉଚିତ ମାର୍ଗ ଦର୍ଶନ କରିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ, ସ୍କୁଲ ଖୋଲିବା ଖୁସିରେ ପିଲାମାନେ ଖୁସି, ପିଲାମାନଙ୍କ ଖୁସିରେ ସେ ନିଜେ ବି ବହୁତ ଖୁସି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ। ପ୍ରାୟ ଦୁଇ ବର୍ଷ ପରେ ଆଜି ସ୍କୁଲ ଘଣ୍ଟା ବାଜିଲା। ପିଲାମାନେ ଆଜି ସ୍କୁଲ ଗଲେ । ମହାପ୍ରଭୁଙ୍କ ଆଶୀର୍ବାଦ, ଆପଣମାନଙ୍କ ସହଯୋଗ ଓ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଯୋଗୁ ଏହା ସମ୍ଭବ ହୋଇପାରିଛି। ଗତ ଦୁଇ ବର୍ଷ ହେଲା କରୋନା ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ସ୍କୁଲ ଖୋଲିବା ହେଉଛି, ସ୍ବଭାବିକ ଅବସ୍ଥା ଫେରିବାର ଶୁଭ ସୂଚନା ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ପିଲାମାନେ, ଦୁଇ ବର୍ଷ ହେଲା ତୁମେମାନେ ଘର ଭିତରେ ରହିଥିଲ। ସାଙ୍ଗସାଥି ଖେଳକୁଦ ସବୁ ବନ୍ଦ ଥିଲା। ମୁଁ ଜାଣେ ଆଜି ସ୍କୁଲ ଖୋଲିବା ନିଷ୍ପତ୍ତି ତୁମ ମାନଙ୍କୁ ବହୁତ ଖୁସି ଦେଇଛି। ତୁମ ମାନଙ୍କ ଖୁସିରେ ମୁଁ ବି ବହୁତ ଖୁସି। ପାଠପଢା ସହିତ ସାଙ୍ଗସାଥି, ନାଚଗୀତ, ଖେଳକୁଦ, ଖୁସି ମଜା ସବୁ କିଛି ଆଗଭଳି ଚାଲିବ। ଆମେ ପୁଣି ଆଗକୁ ବଢିବା ବୋଲି ସେ ପିଲାମାନଙ୍କୁ ଭରସା ଦେଇଛନ୍ତି।

ସମସ୍ତଙ୍କ ସହଯୋଗରେ ଆମେ କରୋନାର ମୁକାବିଲା କରିପାରିଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତି ଶହେ ବର୍ଷରେ ଥରେ ଏହିଭଳି ମହାମାରୀ ଆସେ। ଏଥିରେ ଆମର ଯୁବପୀଢି ସବୁଠାରୁ ଅଧିକ ପ୍ରଭାବିତ ହୋଇଥାନ୍ତି।

ପିଲାମାନଙ୍କୁ ଭୟ ନ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆମେ ସମସ୍ତେ ତୁମ ସାଥିରେ ଅଛୁ। କିନ୍ତୁ ତୁମକୁ ସତର୍କ ରହିବାକୁ ହେବ। ତୁମ ମାନଙ୍କୁ ମୋର ଅନୁରୋଧ, ତୁମେମାନେ କୋଭିଡ ଗାଇଡଲାଇନ ଠିକ୍‌ ଭାବରେ ପାଳନ କରିବ। ସ୍କୁଲ ସମୟରେ ଓ ବାହାରେ ମାସ୍କ ଠିକ୍‌ ଭାବରେ ପିନ୍ଧିବ। ବାରମ୍ବାର ସାବୁନରେ ହାତ ଧୋଇବ। କୋଭିଡ ନିୟମ ପାଳନରେ କେବେ ବି ହେଳା କରିବ ନାହିଁ। ପାଠପଢାରେ ଯାହା କିଛି କ୍ଷତି ହୋଇଛି, ତାକୁ ପୂରଣ କରିବା ପାଇଁ ଆମେ ଦିନରାତି ପରିଶ୍ରମ କରିବା । ପିଲାମାନଙ୍କର କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।

ଏହି ଅବସରରେ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଆମ ସଂସ୍କୃତିରେ ଗୁରୁଙ୍କୁ ଆମେ ଭଗବାନ ଭାବରେ ସମ୍ମାନ କରୁ। ଗୁରୁଙ୍କ ଆଶୀର୍ବାଦ, ମାର୍ଗଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ। ଆପଣମାନେ ଜାଣନ୍ତି, କୋଭିଡ ଯୋଗୁ ସବୁଠାରୁ ଅଧିକ କ୍ଷତି ହୋଇଛି ପିଲାମାନଙ୍କର ଓ ସେମାନଙ୍କ ପାଠପଢାର। ତେଣୁ ଆମେ ସମସ୍ତେ ମିଶି ସେ କ୍ଷତି ଭରଣା କରିବା। ମୋର ପୁରା ଭରସା, ଆପଣମାନଙ୍କ ଉପରେ ରହିଛି। କୋଭିଡ ଯୋଗୁ ପାଠପଢାରେ ଯେଉଁ କ୍ଷତି ହୋଇଛି, ତାକୁ ଆପଣମାନେ ହିଁ ପୂରଣ କରିପାରିବେ। ଆପଣମାନେ ସବୁବେଳେ କୋଭିଡ ନିୟମ ପାଳନ ପାଇଁ ମଧ୍ୟ ବିଶେଷ ଦୃଷ୍ଟି ଦିଅନ୍ତୁ।’ ଶିକ୍ଷକ ମାନଙ୍କ ଦାୟିତ୍ବରେ ଏବେ ପିଲାମାନେ ରହିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପିଲାଙ୍କ ବିନା ସ୍କୁଲ ପ୍ରାଣହୀନ। ପିଲାଙ୍କ ବିନା ସ୍କୁଲର ଅର୍ଥ କିଛି ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବହୁ ଦିନ ପରେ ସ୍କୁଲ ଆଜି ପୁଣି ଚଳଚଞ୍ଚଳ ହୋଇଛି। ପିଲାଙ୍କ କୋଳାହଳରେ ସ୍କୁଲ ଆଜି ନୂଆ ଜୀବନ ପାଇଛି। ସ୍କୁଲ ପରିଚାଳନା ବୋର୍ଡକୁ ପିଲାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ପିତାମାତା ଓ ଅଭିଭାବକ ମାନେ ପିଲାଙ୍କୁ ସ୍କୁଲ ଛାଡନ୍ତୁ ଏବଂ ଭଲ ଭାବରେ ମାସ୍କ ପିନ୍ଧାଇ ଛାଡନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। କୋଭିଡ ଗାଇଡଲାଇନ ଠିକ୍‌ ଭାବରେ ପାଳନ କରିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି। ପିଲାଙ୍କ ଖୁସିରେ ପରିବାରର ଖୁସି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାନବ ଜାତି ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି। କିନ୍ତୁ ସବୁବେଳେ ସଫଳତାର ସହିତ ମୁକାବିଲା କରି ଆଗକୁ ବଢିଛି ବୋଲି ପ୍ରକାଶ କରି ସେ ପିଲାମାନଙ୍କର ମନୋବଳ ବୃଦ୍ଧି କରିଛନ୍ତି।

ତୁମମାନଙ୍କ ପୀଢି ମାନବ ଇତିହାସର ସବୁଠାରୁ କଠିନ ପରିସ୍ଥିତିକୁ ସାମ୍‌ନା କରିଛି ଏବଂ ଭବିଷ୍ୟତ ଆହ୍ବାନର ମୁକାବିଲା ପାଇଁ ଏ ଅଭିଜ୍ଞତା ତୁମକୁ ସାହସ ଓ ଶକ୍ତି ଦେବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ସେ ପିଲାମାନଙ୍କ ଉପରେ ଦୃଢ ଆସ୍ଥା ପ୍ରକାଶ କରି କହିଛନ୍ତି ଯେ ‘ମୋର ପୁରା ବିଶ୍ବାସ, ତୁମେମାନେ, ତୁମମାନଙ୍କ ସଫଳତା ଦ୍ବାରା, ମାନବ ସମାଜକୁ ଆହୁରି ଉଜ୍ଜଳ ଭବିଷ୍ୟତ ଆଡକୁ ଆଗେଇ ନେବ।’

Categories
ବିଶେଷ ଖବର

ଲ୍ୟାଣ୍ଡ ମାଇନ ବିସ୍ଫୋରଣ ପ୍ରାଣ ହରାଇଥିବା ସମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି ଘୋଷଣା କରିଛନ୍ତି। ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟ ପୋଲିସ ପକ୍ଷରୁ ୯ ଲକ୍ଷ ଏବଂ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ମିଳିବା ନେଇ ଶନିବାର ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ମଦନପୁର ରାମପୁର ଡମ୍ବ କର୍ଲାଖୁଣ୍ଟା ନିକଟରେ ମାଓବାଦୀ ମାନେ ପୋଷ୍ଟର ଲଗାଇଥିଲେ। ନିର୍ବାଚନ ବର୍ଜନ କରିବା ସହ ଅନେକ ଦାବି ପୋଷ୍ଟରରେ ଉଲ୍ଲେଖ ଥିଲା। ତେଣୁ ଏହାର ଖବର ସଂଗ୍ରହ କରିବାକୁ ସାମ୍ବାଦିକ ରୋହିତ ବିଶ୍ବାଳ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ମାଓବାଦୀମାନେ ପୂର୍ବରୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ ବିଛାଇଥିଲେ। ଯାହାଫଳରେ ରୋହିତ ଏହି ଲ୍ୟାଣ୍ଡ ମାଇନର ଶିକାର ହୋଇଥିଲେ। ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଯୋଗୁଁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।