Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଓଡିଶାର ଦୁଇ ଶିକ୍ଷକଙ୍କ ସହ କଥା ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଓଡିଶା ର ଦୁଇ କୃତଵିଦ୍ୟ ଶିକ୍ଷକ ଡ଼କ୍ଟର ଦ୍ବିତୀଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର କରଙ୍କୁ ନବୀନ ପଟ୍ଟନାୟକ ଆଜି ବ୍ୟକ୍ତିଗତ ଭାବେ ଫୋନ କରି କଥା ହେବା ସହିତ ଅଭିନନ୍ଦନ ଜଣାଇଲେ।

ସେମାନଙ୍କ ନିଷ୍ଠା ଓ ସାଧନା ର ଉଚ୍ଚ ପ୍ରଶଂସା କଲେ। ଶିକ୍ଷା କରିଆରେ ହିଁ ଏକ ସଚେତନ ଓ ସଶକ୍ତ ସମାଜ ଗଠନ ହୋଇ ପାରିବ ବୋଲି ମତ ଦେଇ ଶ୍ରୀ ପଟ୍ଟନାୟକ ଶିକ୍ଷାଦାନ କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ସେ ଗର୍ବିତ ବୋଲି କହି ଉଭୟ ଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଡ଼କ୍ଟର ଦ୍ଵିତୀଚନ୍ଦ୍ର ସାହୁ ରାୟଗଡା ଜିଲ୍ଲା ବିଲେଶୁ ଆଦିବାସୀ ମଙ୍ଗଳ ବିଭାଗ ର ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ବେଳେ ଶ୍ରୀ ସନ୍ତୋଷ କୁମାର କର କଳାହାଣ୍ଡି ଜିଲ୍ଲା ଜୟଦୁର୍ଗା ହାଇସ୍କୁଲରେ ଶିକ୍ଷକ ଭାବରେ ଅବସ୍ଥାପିତ.
ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଆଶୀର୍ବାଦ ଆହୁରି ଭଲ କାମ କରିବା ପାଇଁ ପ୍ରେରଣା ବୋଲି ସେମାନେ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶଙ୍ଖ ଭବନରେ ବିଜେଡିର ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର, ଉଦଘାଟନ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଶଙ୍ଖ ଭବନରେ ଆଜି ଆରମ୍ଭ ହେଲା ବିଜେଡିର ନବନିର୍ବାଚିତ ବିଧାୟକମାନଙ୍କ ପାଇଁ ଦିନିକିଆ ପ୍ରଶିକ୍ଷଣ ଶିବିର। ନବ ନିର୍ବାଚିତ ବିଧାୟକଙ୍କ ସହ ବିଜେଡିର ସମସ୍ତ ବିଧାୟକ ପୂର୍ବତନ ବିଧାୟକ ସାଂସଦମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ଆଜି ପୂର୍ବାହ୍ନରେ କାର୍ଯ୍ୟକ୍ରମକୁ ଉଦଘାଟନ କରି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଓଡିଶା ତଥା ଓଡିଶା ବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଲଢେଇ ଜାରି ରଖିବାକୁ ଦଳର ବିଧାୟକ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗଣତନ୍ତ୍ରରେ ସରକାରଙ୍କ ର ଯେତିକି ଦାୟିତ୍ୱ ରହିଛି ବିରୋଧୀ ଦଳର ତା ଠାରୁ ଅଧିକ ଦାୟିତ୍ୱ ରହିଛି। ବିରୋଧୀ ଦଳ ହିଁ ଗଣତନ୍ତ୍ରର ଶ୍ରେଷ୍ଠ ସୁରକ୍ଷା କାରୀ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇ ଲୋକଙ୍କ ସ୍ୱାର୍ଥ ଜଡିତ ବିଷୟକୁ ପ୍ରାଥମିକତା ଦେଇ ବିଧାନସଭାରେ ଉଠାଇବାକୁ ବିଧାୟକମାନଙ୍କୁ ସେ ପରାମର୍ଶ ଦେଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆମର ନୂଆ ବିଧାୟକମାନଙ୍କୁ ବିଧାନସଭାର ନୀତି ନିୟମ ଏବଂ କାର୍ଯ୍ୟ ପରିଚାଳନା ବିଷୟରେ ସମ୍ୟକ ଜ୍ଞାନ ଦେବା ଏ ତାଲିମ ଶିବିରର ମୁଖ୍ୟ ଉଦେଶ୍ୟ। କେବଳ ଗୃହ ପରିଚାଳନା ନୁହେଁ ସରକାରଙ୍କୁ ଉତ୍ତରଦାୟୀ କରିବାରେ ମଧ୍ୟ ଗୃହର ନୀତି ନିୟମ ହେଉଛି ଅସ୍ତ୍ର। ତେଣୁ ବିଧାୟକ ଭାବରେ ନିଜ ଦାୟିତ୍ୱକୁ ନିର୍ବାହ କରିବାପାଇଁ ଗୃହର ନୀତି ନିୟମ ସହ ବିଭିନ୍ନ ସଂସଦୀୟ ପରମ୍ପରା ଆଦି ଉପରେ ବିଶେଷ ଧ୍ୟାନ ଦେବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ।

ମୁଲତବି ପ୍ରସ୍ତାବ, ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ ପ୍ରଶ୍ନୋତ୍ତର, ଶୂନ୍ୟକାଳ ଆଦି ଜରିଆରେରେ ସରକାରଙ୍କୁ ଉତ୍ତରଦାୟୀ କରିବା ସହ ବିଭିନ୍ନ କମିଟି କାର୍ଯ୍ୟରେ ମଧ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ। ଏହା ସହିତ ନୂଆ ବିଧାୟକ ମାନଙ୍କୁ ମାର୍ଗ ଦର୍ଶନ ଦେବା ପାଇଁ ଶ୍ରୀ ପଟ୍ଟନାୟକ ବରିଷ୍ଠ ବିଧାୟକ ମାନଙ୍କୁ ପରାମର୍ଶ ଦେଇଥିଲେ। ସଂସଦୀୟ ଶାସନ ବ୍ୟବସ୍ଥା ସମ୍ପର୍କ ରେ ଆମ ସମ୍ବିଧାନ ର ଜନକ ଡ଼କ୍ଟର ବି ଆର ଆମ୍ବେଦକର ଙ୍କ ମତ ଉଦ୍ଧୃତ କରି ବିରୋଧୀ ଦଳ ନେତା କହିଥିଲେ ଯେ ସଂସଦୀୟ ଶାସନ ବ୍ୟବସ୍ଥା ଉତ୍ତରଦାୟୀ ହୋଇଥିବାରୁ ରାଷ୍ଟ୍ରପତି ଶାସନ ବ୍ୟବସ୍ଥା ଠାରୁ ଏହା ଉତ୍ତମ।

ବିଧାନସଭା ଦ୍ୱାରା ଆୟୋଜିତ ତାଲିମ ଶିବିର ଆୟୋଜନ ରେ ରାଜନୈତିକ ଅଭିସନ୍ଧି ଥିଲା। ତା ସହିତ ସେ କାର୍ଯ୍ୟକ୍ରମ ରେ ଆମ ମୁଖ୍ୟମନ୍ତ୍ରୀ ଙ୍କ ସମ୍ମାନ ଓ ମର୍ଯ୍ୟାଦା ନିଜ ରାଜ୍ୟରେ କ୍ଷୁର୍ଣ ହୋଇଥିବା ଅନୁଭବ କରି ବିଜେଡି ସେ କାର୍ଯ୍ୟକ୍ରମରୁ ଦୁରେଇ ରହିଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

51 ବିଧାୟକ ଙ୍କୁ ନେଇ ବିଜେଡି ଆଜି ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବରେ କାର୍ଯ୍ୟ କରୁଛି ତେଣୁ ସରକାର ଙ୍କୁ ଉତ୍ତର ଦାୟୀ କରିବା ପାଇଁ କୋଣସି ସୁଯୋଗ ଆମେ ହାତଛଡା ନ କରିବାକୁ ଶ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଥିଲେ। ରାଜ୍ୟ ସ୍ତରୀୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ପ୍ରମୁଖ ଶିବିରର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ।

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ବିଜୁ ବାବୁ ଓ ଡ଼କ୍ଟର ବି.ଆର ଆମ୍ବେଦକରଙ୍କ ଫଟୋ ଚିତ୍ରରେ ବିରୋଧୀ ଦଳ ନେତା ମାଲ୍ୟାର୍ପଣ କରିଥିଲେ।
ନବ ନିର୍ବାଚିତ ବିଧାୟକ ମାନଙ୍କ ତାଲିମ ପାଇଁ ଦଶଗୋଟି ଟେକନିକାଲ ଅଧିବେସନର ଆୟୋଜନ କରାଯାଇଛି।

Categories
ଖେଳ ବିଶେଷ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଲେ ଅଲିମ୍ପିକ ବିଜୟୀ ଭାରତୀୟ ହକି ଦଳ

ଭୁବନେଶ୍ୱର: ଅଲିମ୍ପିକ ରେ ବ୍ରୋଂଜ଼ ପଦକ ବିଜୟୀ ଭାରତୀୟ ହକି ଦଳ, ହକି ଇଣ୍ଡିଆ ସଭାପତି ଶ୍ରୀ ଦିଲୀପ ତୀର୍କୀଙ୍କ ନେତୃତ୍ୱରେ ଆଜି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ଶ୍ରୀ ପଟ୍ଟନାୟକ ଖେଳାଳୀ ମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବ କୁ ଆହୁରି ଉଚ୍ଚା କୁ ନେବା ପାଇଁ କାମ ଜାରି ରଖିବା ପାଇଁ ଖେଳାଳୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଆଗାମୀ ଅଲମ୍ପିକରେ ଓଡିଶା ତଥା ଭାରତ ହକି ରେ ସୁନା ପଦକ ଆଶା ରଖିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଖେଳାଳୀମାନଙ୍କୁ ଉପାୟନ ଓ ରୁପା ତାରାକସିର କୋଣାର୍କ ଚକ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଖେଳାଳୀ ମାନେ ସେମାନଙ୍କ ସ୍ଵାକ୍ଷର ସମ୍ବଳିତ ଜର୍ସି ଶ୍ରୀ ପଟ୍ଟନାୟକ ଙ୍କୁ ପ୍ରଦାନ କରିଥିଲେ.
ସମ୍ବର୍ଦ୍ଧନା ର ଉତ୍ତର ଦେଇ ଖେଳାଳୀ ମାନେ କହିଥିଲେ ଯେ ଭାରତୀୟ ହକି ଦଳ ସବୁବେଳେ ଓଡିଶା ତଥା ଓଡିଶା ବାସୀଙ୍କ ନିକଟରେ ନିକଟରେ ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞ ରହିବ।

ଯେତେବେଳେ ହକି ପାଇଁ କେହି ପ୍ରୟୋଜକ ଆଗେଇ ଆସି ନ ଥିଲେ ସେତେବେଳେ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇ ଥିଲେ ଏବଂଓଡିଶା ଭାରତୀୟ ହକି ଦଳ ର ପ୍ରାୟୋଜିକ ଦାୟିତ୍ୱ ନେଇଥିଲା। ଯାହାର ଫଳଶୃତି ସ୍ୱରୂପ ଆଜି ଅଲମ୍ପିକ ରେ ଭାରତୀୟ ହକି ଲଗାତାର ଦୁଇ ଥର ପଦକ ଜିତିବାରେ ସଫଳ ହୋଇ ପାରିଛି। ଓଡିଶା ବାସୀଙ୍କ ସମର୍ଥନ ଯୋଗୁଁ ଭାରତୀୟ ହକି ତାର ହୃତ ଗୌରବ ଫେରି ପାଇଛି ବୋଲି ଖେଳାଳୀ ମାନେ ପ୍ରକାଶ କରିବା ସହ ଶ୍ରୀ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନବୀନ ନିବାସରେ ପ୍ରବଳ ଭିଡ, ବିଭିନ୍ନ ବର୍ଗର ଲୋକେ ନବୀନ ପଟ୍ଟନାୟକଙ୍କୁ କଲେ ସାକ୍ଷାତ

ଭୁବନେଶ୍ବର: ବିଜୁ ଜନତା ଦଳ ସଭାପତି ତଥା ବିରୋଧ‍ୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଆଜି ନବୀନ ନିବାସ ଲୋକାରଣ୍ୟ ହୋଇଯାଇଥ‍ିଲା।
ପାଲଲହଡା, ବୋଲଗଡ଼ ବେଗୁନିଆ ବିଧାନସଭା ନିବର୍ଚନମଣ୍ଡଳୀର ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟ, ପଞ୍ଚାୟତ ସଭ୍ୟ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ଶହ ଶହ ଦଳୀୟ କର୍ମୀ ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ଯୁବ, ଛାତ୍ର ଛାତ୍ରୀ, ମହିଳା ନେତୃବୃନ୍ଦ ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ସଂଙ୍କଳ୍ପବଦ୍ଧଭାବେ କାମ କରିବାକୁ ଘୋଷଣା କରିଥ‍ିଲେ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ଘୋଷଣା କରିଥିଲେ ।

ଏହି ସାକ୍ଷାତ ସମୟରେ ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରୟଣ ଜେନା, ବୋଲଗଡ଼ ବେଗୁନିଆ ବିଧାୟକ ଶ୍ରୀ ପ୍ରଦୀପ ସାହୁ ଏବଂ ପାଲଲହଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ମୁକେଶ ପାଲ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହକି ତାରକା ଅମିତ ରୋହିଦାସଙ୍କୁ ନବୀନ ନିବାସରେ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଭାରତୀୟ ହକି ଦଳ ର ଓଡ଼ିଆ ଖେଳାଳୀ ଶ୍ରୀ ଅମିତ ରୋହିଦାସ ଙ୍କୁ ଆଜି ବିରୋଧୀ ଦଳନେତା ଶ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି।ଅମିତଙ୍କୁ ରୁପା ତାରାକାସି କାମର ରଥା ରୁଢ଼ ଜଗନ୍ନାଥ, ବଲଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ଏବଂ ଉତ୍ତରୀୟ ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ।

ଅମିତଙ୍କୁ ଓଡିଶାର ଗର୍ବ ଭାବରେ ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିବା ସହ ଯୁବ ପିଢ଼ିକୁ ତାଙ୍କର ସଫଳତା ପ୍ରେରଣା ଦେଇଚାଲିବ ବୋଲି କହିଥିଲେ। ଓଡିଶା ଭାରତୀୟ ହକି ଦଳକୁ ପ୍ରାୟୋଜିତ କରିବା ପରେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ଦଳ ଦୁଇ ଦୁଇଟି ବ୍ରୋଂଜ଼ ପଦକ ପାଇ ଦେଶର ଗୌରବ ବୃଦ୍ଧି କରିଥିବାରୁ ଶ୍ରୀ ପଟ୍ଟନାୟକ ଅମିତଙ୍କୁ ଓ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇ ଥିଲେ।

ଆଗାମୀ ଲସଏଞ୍ଜେଲସ ଅଲିମ୍ପିକ୍ସରେ ଭାରତୀୟ ଦଳ ଆହୁରି ଭଲ ପ୍ରଦର୍ଶନ କରି ସୁନା ପଦକ ଜିତିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ ଆଶା ବ୍ୟକ୍ତ କରିଥିଲେ। ସମ୍ବର୍ଦ୍ଧନା ପାଇଁ ଧନ୍ୟବାଦ ଜଣାଇବା ନବୀନ ପଟ୍ଟନାୟକଙ୍କୁ ପ୍ୟାରିସ ଅଲିମ୍ପିକର ମାସ୍କଟ ପ୍ରଦାନ କରିବା ସହ ଭାରତୀୟ ହକି ଦଳର ଏହି ସଫଳତାରେ ନବୀନ ପଟ୍ଟନାୟକ ଙ୍କ ପ୍ରୋତ୍ସାହନ ପାଇଁ ଦଳ ପକ୍ଷରୁ ଅମିତ ତାଙ୍କୁ କୃତଜ୍ଞତା ଜଣାଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକ କଲେ ପତାକା ଉତ୍ତୋଳନ, ସଂଗ୍ରାମୀ ଦାୟାଦଙ୍କୁ ସମ୍ମାନିତ

ଭୁବନେଶ୍ୱର: ଅଠସ୍ତରୀ ତମ ସ୍ୱାଧୀନତା ଦିବସ ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ସମାରୋହ ସହକାରେ ପାଳିତ ହୋଇଯାଇଛି। ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାଳୟ ପରିସର ରେ ଜାତୀୟ ପତାକା ଉତୋଳନ କରିଥିଲେ।

ପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଆୟୋଜିତ ସଭା ରେ ଯୋଗ ଦେଇ ଜାତିର ଜନକ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ବିଜୁ ବାବୁଙ୍କ ଫଟୋ ଚିତ୍ର ରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ସମ୍ମାନ ଜଣାଇଥିଲେ।

ଏହି ଅବସରରେ ଶ୍ରୀ ପଟନାୟକ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଦାୟାଦ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ. ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତିତ୍ୱ ମାନେ ହେଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜୟକୃଷ୍ଣ ମହାନ୍ତି ଓ କିରଣ ବାଳା ମହାନ୍ତି ଙ୍କ କନ୍ୟା ସୁମିତ୍ରା ଜେନା, ଧାମନଗରର ବିଶିଷ୍ଟ ସଂଗ୍ରାମୀ ମୁରଲୀଧର ଜେନାଙ୍କ ବୋହୁ ମମତା ଜେନା, ବିଶିଷ୍ଟ ସଂଗ୍ରାମୀ ନୀଳମଣି ସାମଲ ଙ୍କ ପୁତ୍ର ଚନ୍ଦ୍ରକାନ୍ତ ସାମଲଙ୍କୁ ନବୀନ ପଟ୍ଟନାୟକ ସମ୍ମାନିତ କରିଥିଲେ।

ସେହିପରି ବେଗୁନିଆ ଗାନ୍ଧୀ ନୀଳକଣ୍ଠ ମିଶ୍ର ଙ୍କ ପୁତ୍ର ଶିବନାରାୟଣ ମିଶ୍ର, ଭଦ୍ରକ ତାଳପଡା ର ବିଶିଷ୍ଟ ସଂଗ୍ରାମୀ କୃପାସିନ୍ଧୁ ଦାଶ ଙ୍କ ନାତୁଣୀ କିରଣ ବାଳା ଦାଶ,ଏରସମା ର ବିଶିଷ୍ଟ ସଂଗ୍ରାମୀ ଭୀମଚରଣ ଦାସ ଙ୍କ ପୁତ୍ର ଶିବବ୍ରତ ଦାସ ଭୁବନେଶ୍ୱର ଲଷ୍ମୀସାଗର ର ବିଶିଷ୍ଟ ସଂଗ୍ରାମୀ ଝୁଲ ଲେଙ୍କା ଙ୍କ ପୁତ୍ର ବିଜୟ ଲେଙ୍କା,ବଡ଼ଚଣା ର ବିଶିଷ୍ଟ ସଂଗ୍ରାମୀ ଭିକାରୀ ଚରଣ ମହାନ୍ତି ଙ୍କ ପୁତ୍ର ପ୍ରମେଶ ମହାନ୍ତି ଏବଂ ବିଶିଷ୍ଟ ସଂଗ୍ରାମୀ ହରି ବାରିକ ଙ୍କ ପୁଅ ହିମାଂଶୁ ବାରିକ ଙ୍କୁ ସଭାପତି ଶ୍ରୀ ନବୀନ ପଟନାୟକ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ଉଦବୋଧନ ଦେଇ ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶ ତଥା ରାଜ୍ୟ ର ଗୌରବ ବୃଦ୍ଧି ପାଈଁ କାମ କରିବାକୁ ପରାମର୍ଶ ଦେଇଥିଲେ।

ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ
ପ୍ରାରମ୍ଭ ରେ କବିବର ରାଧାନାଥ ରାୟ ଙ୍କ ପ୍ରସିଦ୍ଧ ସର୍ବେସାଂ ନୋ ଜନନୀ ଭାରତ ସଂଗୀତ ଗାନ କରାଯାଇଥିଲା ଏବଂ ଭକ୍ତକବି ମଧୁସୂଦନ ଦାସ ଙ୍କ ଲୋକପ୍ରିୟ ତୁହି ମା ଜନମ ଭୂମି ପବିତ୍ର ଉତ୍କଳ ଭୂମି ସଂଗୀତ ସହ ସଭା ସାଙ୍ଗ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ବିଜେଡି ବିଧାୟକ, କର୍ମକର୍ତ୍ତା, ଭୁବନେଶ୍ୱର ମେୟର ପୂର୍ବତନ ମନ୍ତ୍ରୀ ବିଧାୟକ, କର୍ପୋରେଟର ଓ ଦଳୀୟ କର୍ମୀ ମାନେ ବହୁସଂଖ୍ୟାରେ ସାମିଲ ହୋଇ ଭାରତ ମାତାଙ୍କ ବନ୍ଦନା କରିଥିଲେ। ସେହିପରି ନବୀନ ନିବାସ ଠାରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ସ୍କୁଲ ପିଲା ମାନଙ୍କ ଗହଣ ରେ ପତାକା ଉତ୍ତୋଳନ କରି ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେଡି ସଭାପତିଙ୍କୁ ଭେଟିଲେ ବିଂଝାରପୁର ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା

ଭୁବନେଶ୍ବର: ଆଜି ବିଂଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ଙ୍କ ନେତୃତ୍ୱରେ ବିଂଝାରପୁର ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟ ର ନେତା ମାନେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କୁ ଭେଟି ୱାକଫ ବୋର୍ଡ ସଂଶୋଧନ ବିଲ ସମ୍ପର୍କ ରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସଂଖ୍ୟଲଘୁ ସମ୍ପ୍ରଦାୟର ସ୍ୱାର୍ଥ ର ସୁରକ୍ଷା ପାଇଁ ବିଜେଡି ଲଢେଇ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରୁ ସଂଖ୍ୟା ଲଘୁ ସଂପ୍ରଦାୟ ନବୀନଙ୍କୁ ଭେଟି ବିଲ ଉପରେ ସେମାନଙ୍କର ମତ ପ୍ରକାଶ କରିଥିଲେ। ତେବେ ଏ ନେଇ ବିଜେଡି ତରଫରୁ କୌଣସି ନିଷ୍ପତି ନିଆଯାଇ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୁରୀ ଭଦ୍ରକ ଓ ନବରଙ୍ଗପୁରର ପଂଚାୟତ ଓ ବ୍ଲକ ପ୍ରତିନିଧି

ଭୁବନେଶ୍ବର: ଆଜି ନବୀନ ନିବାସ ରେ ପୁରୀ ଓ ନବରଙ୍ଗପୁର ର ବ୍ଲକ ଓ ପଂଚାୟତ ପ୍ରତିନିଧି ତଥା ଭଦ୍ରକ ର ପୌର ପରିଷଦ ର ସଭ୍ୟ ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ବିଜୁ ଜନତା ଦଳ ର ସଭାପତି ଶ୍ରୀ ନବୀନ ପଟନାୟକ ଙ୍କ ସହ ଆଲୋଚନା କରିଥିଲେ।

ବିଜୁ ଜନତା ଦଳ କୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ସେମାନେ କାମ ଜାରି ରଖିବେ ବୋଲି ସଭାପତି ଙ୍କୁ ଜଣାଇଥିଲେ। ଲୋକଙ୍କ ସାଥିରେ ରହି ଦଳ ର କାର୍ଯ୍ୟକ୍ରମ କୁ ଆଗେଇ ନେବା ପାଇଁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଏହି ପ୍ରତିନିଧି ଦଳରେ ପୁରୀ ବିଧାୟକ ଶ୍ରୀ ସୁନୀଲ ମହାନ୍ତି କାକଟପୁର ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା, ନବରଙ୍ଗପୁର ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ପୂବର୍ତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ ସାମଲ, ଶ୍ରୀ ସଞ୍ଜୟ ଦାସବର୍ମା, ଶ୍ରୀ ରମେଶ ମାଝୀ, ପୂର୍ବତନ ସାଂସଦ ଶ୍ରୀ ଝିନ ହିକକା,  ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ପୂବର୍ତନ ବିଧାୟକ ଶ୍ରୀ ଉମା ସାମନ୍ତରାୟ ଶ୍ରୀ ରୁଦ୍ର ମହାରଥୀ ଶ୍ରୀ ମୁକ୍ତିକାନ୍ତ ମଣ୍ଡଳ ଭଦ୍ରକ ରେ ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀ ଜଗନ୍ନାଥ ସ୍ୱାଇଁ ନିମାପଡା ର ବିଧାୟକ ପ୍ରାର୍ଥୀ ଶ୍ରୀ ଦିଲୀପ ନାୟକ ପ୍ରମୁଖ ବିଭିନ୍ନ ବ୍ଲକ ଅଧକ୍ଷ ଉପାଧ୍ୟାକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟ ମାନେ ସଭାପତି ଙ୍କୁ ଭେଟି ଆଲୋଚନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ପାଳନ କଲା ବିଶ୍ବ ଆଦିବାସୀ ଦିବସ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଏପରି କଥା

ଭୁବନେଶ୍ବର: ଆଜି ବିଶ୍ବ ଆଦିବାସୀ ଦିବସ ତଥା କ୍ରାନ୍ତୀ ଦିବସକୁ ପାଳନ କରିଛି ବିଜୁ ଜନତା ଦଳ। ଏଥିରେ ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଯୋଗଦେଇ ଯାହା କହିଲେ ତାହା ହେଲା…

ସମସ୍ତଙ୍କୁ ନମସ୍କାର, ଆଜି, ଆମେ ବିଶ୍ୱ ଜନଜାତି ଦିବସ ପାଳନ କରୁଛୁ। ଆଜି ମଧ୍ୟ ଅଗଷ୍ଟ କ୍ରାନ୍ତି ଦିବସ ପାଳନ ହେଉଛି। ଏହି ଅବସରରେ, ସହିଦମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି।
ଓଡ଼ିଶା ପାଇଁ ଆଜି ଦିନର ବିଶେଷ ଗୁରୁତ୍ୱ ରହିଛି । ପ୍ରାୟ ଏକ ଚତୁର୍ଥାଂଶ ହେଉଛନ୍ତି ଜନଜାତି। ଆମ ଓଡ଼ିଶାରେ ୬୪ ପ୍ରକାରର ଜନଜାତି ଏବଂ ୧୩ ଆଦିମ ଜନଜାତି, ଭାଇଭଉଣୀ ବାସ କରନ୍ତି।

ଜନଜାତି ଭାଇଭଉଣୀ ମାନଙ୍କ କଲ୍ୟାଣ ଏବଂ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଥିଲା। ମୁଁ ବହୁତ ଖୁସି ଯେ, କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜ, ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ରାଉରକେଲାରେ ଭଗବାନ ବିର୍ଶାମୁଣ୍ଡା ହକି ଷ୍ଟାଡିୟମ ବିଜେଡି ସରକାର କରିଛି।

ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସରକାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥ‍ିଲା। ଏହା ଥିଲା ସାରା ଦେଶରେ ନୂଆ। ଜଙ୍ଗଲ ଜମି ଅଧିକାର ହେଉ ବା ଶିକ୍ଷାର ପ୍ରସାର ବା ଜୀବିକାର ସୁରକ୍ଷା ବା ସାନ୍ତାଳି ଭାଷାକୁ ସମ୍ବିଧାନର ଅଷ୍ଠମ ପରିଚ୍ଛଦରେ ସାମିଲ କରିବା ଏସବୁ କାମ ବିଜେଡି ସରକାର ସମୟରେ ହି ହୋଇଛି। ଶିକ୍ଷା ଓ ଜୀବିକା ର ବିକାଶ ସେମାନଙ୍କ ସଶକ୍ତିକରଣ ପାଇଁ ଖୁବ ଜରୁରୀ।

ଦୀର୍ଘ ଦିନରୁ କେନ୍ଦ୍ରରେ ବିଚାରାଧୀନ ଥିବା ଓଡିଶାର ଏସଟି ତାଲିକାରେ 169 ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବାକୁ ବିଜେଡି ସରକାର ପ୍ରସ୍ତାବ ପଠାଇଛନ୍ତି। ଏହା ବ୍ୟତୀତ ବିଜେଡି ସରକାର ଆମ ସମ୍ବିଧାନର ଅଷ୍ଟମ କାର୍ଯ୍ୟସୂଚୀରେ ହୁ, ମୁଣ୍ଡାରୀ, ଭୁମିଜ ସଉରା ଆଦି ବିଭିନ୍ନ ଆଦିବାସୀ ଭାଷା ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ କରିଛୁ। ମୁଁ ଆଶା କରୁଛି ଖୁବ୍ ଶୀଘ୍ର କେନ୍ଦ୍ର ସରକାର ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ।

ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ ଆମେ ଗର୍ବିତ। ସେମାନଙ୍କ ବିକାଶ ଓ ସ୍ୱତନ୍ତ୍ର ପରିଚୟର ସୁରକ୍ଷା ପାଇଁ ବିଜେଡି ତାର ଉଦ୍ଦ୍ୟମ ଜାରି ରଖ‍ିବ। ବନ୍ଦେ ଉତ୍କଳ ଜନନୀ

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ଗୌରବ ଆଣିଛନ୍ତି। ସ୍ପେନକୁ ଭାରତ ୨-୧ ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ଏହି ଖବର ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଟିମକୁ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କ ସହିତ ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି।

ଫୋନରେ ନବୀନ କହିଛନ୍ତି ଯେ, ଆପଣମାନଙ୍କୁ ବହୁତ ବହୁତ ଅଭିନନ୍ଦନ। ଆପଣମାନେ ଭାରତ ପାଇଁ ବିଶେଷ କରି ଓଡିଶା ପାଇଁ ଗର୍ବ ଆଣିଛନ୍ତି। ଏହାର ଉତ୍ତରରେ ଓଡିଆ ହକି ଖେଳାଳୀ ଅମିତ ରୋହଦାସ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ ଯେ, ଆପଣ ହକିକୁ ପ୍ରାୟୋଜିତ କରିଥିବାରୁ ଆପଣଙ୍କୁ ମଧ୍ୟ ଧନ୍ୟବାଦ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେଡି ଗଠନ କଲା ନୂଆ ପାୱାରଫୁଲ କମିଟ, ଜାଣନ୍ତୁ କେଉଁମାନେ ଅଛନ୍ତି ସଦସ୍ୟ

ଭୁବନେଶ୍ବର: ବିଜୁ ଜନତା ଦଳ ଏକ ନୂଆ ପାୱାରଫୁଲ କମିଟ ଗଠନ କରିଛି। ଏହି କମିଟ ଦଳୀୟ ବ୍ୟାପାରରେ ସମସ୍ତ ନିଷ୍ପତି ଗ୍ରହଣ କରିବେ। ସେମାନଙ୍କ ନିଷ୍ପତି ଅନୁସାରେ ଦଳ ପରିଚାଳିତ ହେବ। ଏ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କମିଟରେ ୧୫ଜଣ ସଦସ୍ୟ ରହିଥିବା ବେଳେ ଅଧ୍ୟକ୍ଷ ଭାବେ ଦେବୀପ୍ରସାଦ ମିଶ୍ରଙ୍କୁ ନିଆଯାଇଛି।

ସେହିପରି ଏହି କମିଟରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମକେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ୍‌, ଅରୁଣ କୁମାର ସାହୁ, ଅଶ୍ୱିନୀ କୁମାର ପାତ୍ର, ପ୍ରତାପ ଜେନା, ଶାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି, ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର୍ଯ୍ୟ ସଦସ୍ୟ ଅଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗେମ ଚେଞ୍ଜର ନୁହଁନ୍ତି, ବିଜେପି ସରକାର ହେଉଛନ୍ତି ନେମ୍ ଚେଞ୍ଜର, ଏମିତି କାହିଁକି କହିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ବିଧାନସଭାରେ ବଜେଟ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ପ୍ରଥମେ ଅଭିନନ୍ଦନ ଜଣାଇ ପରେ ବିଜେପି ସରକାର ଗେମ ଚେଞ୍ଜର କହୁଥିଲା, ହେଲେ ଏବେ ଜଣାପଡିଲା ଯେ, ନେମ୍ ଚେଞ୍ଜର। ତେବେ ବିଧାନସଭାରେ ନବୀନ ପଟ୍ଟନାୟକ ଯାହା କହିଛନ୍ତି ତାହା ହେଲା..

ଜୟ ଜଗନ୍ନାଥ,

ନୂଆ ସରକାରର ପ୍ରଥମ ବଜେଟ ପାଇଁ ଅଭିନନ୍ଦନ। ଆମ ସରକାର ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦% ରୁ ଅଧିକ ଯୋଜନାକୁ ପୁନଃପ୍ରବର୍ତ୍ତନ କରିଥିବାରୁ ସ୍ୱତନ୍ତ୍ର ଅଭିନନ୍ଦନ। ଆପଣଙ୍କ ବଜେଟର ୮୦% ପାଣ୍ଠି ବିଜୁ ଜନତା ଦଳ ସରକାରଙ୍କ ଦ୍ୱାରା କରାଯାଇଥ‍ିବା ବିଭିନ୍ନ ଯୋଜନା ପାଇଁ ରଖାଯାଇଛି।

ପରିବର୍ତ୍ତନ ଆଣିବାର ପ୍ରତିଶୃତି ଲୋକଙ୍କୁ ଦେଇ ରାଜ୍ୟରେ ବିଜେପି ସରକାର ଗଡିଛି। ଆପଣଙ୍କ ବଜେଟ ପ୍ରସ୍ତାବ ସବୁ ଅନୁଧ୍ୟାନ କରିବାପରେ ମୁଁ ଦେଖୁଛି ଯେ ପରିବର୍ତ୍ତନ ବା Change – ଏହି ସରକାର ଆମ ସରକାର ଙ୍କ ୪୫ ଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି। ଭାରତୀୟ ଜନତା ପାର୍ଟି କହିଥିଲା ଯେ ସେମାନଙ୍କ ସରକାର ହେବ GAME CHANGER କିନ୍ତୁ ଦୁର୍ଭାଗ୍ୟ ବଶତଃ ଏହି ସରକାର NAME CHANGER ହୋଇଯାଇଛି ।

ଏହି ବଜେଟ ରୁ ଜଣାପଡିଛି ଯେ ଆମ ସରକାର ର ୮୦% ଯୋଜନା ର ପୁନଃ ପ୍ରବର୍ତ୍ତନ କରାଯାଇଛି। ଏଥିରୁ ଜଣାପଡୁଛି ଯେ ବିଜେଡି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଯୋଜନା ଗୁଡିକ ଲୋକାଭିମୁଖୀ, ପ୍ରଗତିଶୀଳ ଏବଂ ଦୃଢ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ। ବାକି ୨୦% ପାଣ୍ଠି ଆବଣ୍ଟନ ଭାରତୀୟ ଜନତା ଦଳ ନିର୍ବାଚନ ଇସ୍ତାହାରରେ ଲୋକଙ୍କୁ ଦେଇଥ‍ିବା ପ୍ରତିଶୃତି ପାଳନ ଦିଗରେ ଖର୍ଚ କରାଯିବ । ବିଜେପିର ନିର୍ବାଚନ ଇସ୍ତାହାରର ଗୋଟିଏ ନକଲ ଆମେ ବାଣ୍ଟିଛୁ। ସେମାନେ ଦିଆଯାଇଥିବା ଅନେକ ପ୍ରତିଶୃତି ମଧ୍ୟରୁ ମୁଁ ୩ରୁ ୪ଟି ପ୍ରତିଶୃତି ବିଷୟରେ ରେ କହିବି।

ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶୃତି ଦିଆଯାଇଛି ଯେ ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଲେଖାଏ ଦିଆଯିବ। ଓଡିଶାରେ ୨କୋଟି ରୁ ଅଧିକ ମହିଳା ଅଛନ୍ତି। ଅଧିକନ୍ତୁ ୨ ବର୍ଷ ଭିତରେ ସବୁ ମହିଳାଙ୍କୁ ଏହି ଅର୍ଥ ଦେବାପାଇଁ ବିଜେପି ପ୍ରତିଶୃତି ଦେଇଥିଲା। ଏହି ପ୍ରତିଶୃତି ପାଳନ ପାଇଁ ଆପଣଙ୍କର ୧ଲକ୍ଷ କୋଟି ଟଙ୍କା ଦରକାର। କିନ୍ତୁ ଆପଣ ମାତ୍ର ୧୦ ହଜାର କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି। ଏହା ଦ୍ୱାରା ମାତ୍ର ୧୦% ମହିଳା ଉପକାର ପାଇବେ । ବାକି ୧ କୋଟି ୮୦ ଲକ୍ଷ ମହିଳା କେବେ ପାଇବେ ?

ସାମାଜିକ ସୁରକ୍ଷା ମାସିକ ଭତ୍ତା ୩୫୦୦ ଟଙ୍କା କରିବା ପାଇଁ ଭାରତୀୟ ଜନତା ପାର୍ଟି ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ ମୋଟ ୫୦ ଲକ୍ଷ ହିତାଧିକାରୀ ଅଛନ୍ତି। କିନ୍ତୁ ବଜେଟର ପ୍ରସ୍ତାବ ଅନୁଯାୟୀ ମାତ୍ର ଏକ ଲକ୍ଷ ହିତାଧିକାରୀ ଉପକାର ପାଇବେ। ଆପଣଙ୍କ ବଜେଟ ରେ ଆପଣ କହିଛନ୍ତି ଯେ ୮୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ୮୦% ଵା ତା ଠାରୁ ଅଧିକ ଅକ୍ଷମ ବ୍ୟକ୍ତିମାନେ ଏହି ବର୍ଦ୍ଧିତ ଭତ୍ତା ପାଇବେ । ତେବେ ୬୦ରୁ ୮୦ ବର୍ଷ ମଧ୍ୟରେ ଥିବା ବିଧବା , ଭିନ୍ନକ୍ଷମ ଏବଂ ଦୁଃଖି ଲୋକମାନେ କାହିଁକି ଏଥିରୁ ବଞ୍ଚିତ ହେବେ ? ଆପଣଙ୍କର ଏହି ପ୍ରତିଶ୍ରୁତି ପୁରା କରିବା ପାଇଁ ବାର୍ଷିକ ୨୦,୦୦୦ କୋଟି ଟଙ୍କା ଆବଶ୍ୟକ।

ଭାରତୀୟ ଜନତା ପାର୍ଟି ପ୍ରତି ଶ୍ରୁତି ଦେଇଥିଲେ ଯେ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ରଖାଯିବ। କିନ୍ତୁ ବଜେଟ ପ୍ରସ୍ତାବରେ ହୋଇଥିବା ସମ୍ବଳ ଆବଣ୍ଟନରୁ ଜଣାପଡୁଛି ଏହା ରାଜ୍ୟର ୩୦% ଚାଷୀଙ୍କ ପାଇଁ ମଧ୍ୟ ଯଥେଷ୍ଟ ହେବନାହିଁ। ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ବର୍ଦ୍ଧିତ MSP ଦେବାପାଇଁ କଣ ଯୋଜନା ରହିଛି ? ଭାରତୀୟ ଜନତା ପାର୍ଟି ୩୦୦ ୟୁନିଟ୍ ମାଗଣା ବିଜଳି ଦେବପାଇଁ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ। ସାରା ଦେଶର ୧ କୋଟି ଘର କୁ ମାଗଣା ବିଜୁଳି ଦେଵା କୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ତେଣୁ ଓଡିଶା ଭାଗରେ ମାତ୍ର ୩ ଲକ୍ଷ ଘର ପଡିପାରେ। କିନ୍ତୁ ଆମ ରାଜ୍ୟରେ ଦେଢ କୋଟି ଘର ରହିଛି।

ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ ଦେବାପାଇଁ ଏହା କଣ ଆପଣଙ୍କ ପ୍ରତିଶ୍ରୁତି ?
ମୁଁ ଚ୍ୟାଲେଞ୍ଜ କରୁଛି ଯେ ଆଗାମୀ ୫ ବର୍ଷ ମଧ୍ୟରେ ଆମ ରାଜ୍ୟର ଲୋକ ସଂଖ୍ୟାର ୫% ଲୋକଙ୍କୁ ମଧ୍ୟ ୩୦୦ ୟୁନିଟ ମାଗଣା ବିଜୁଳି ଦେବା ପାଇଁ ବିଜେପି ସକ୍ଷମ ହେବନାହିଁ ।
ସାମାଜିକ ଗଣ ମାଧ୍ୟମରେ ଏହି ଯୋଜନାକୁ ଆପଣ ଏଭଳି ଭାବରେ ଉପସ୍ଥାପନ କଲେ ଯେ ଲୋକମାନେ ଜୁଲାଇରୁ ZERO ବିଜୁଳି ବିଲ୍ ପାଇବାକୁ ଅପେକ୍ଷା କରିଛନ୍ତି। ମୁଁ ଦୁଃଖିତ ଯେ ଆପଣ ରାଜ୍ୟବାସୀଙ୍କୁ ପ୍ରତାରିତ କରିଛନ୍ତି।

ଆସନ୍ତା ୩ ବର୍ଷରେ – ୨୦୨୭ ବେଳକୁ ୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଆପଣ ପ୍ରତିଶୃତି ଦେଇଛନ୍ତି। ଏହାକୁ କାର୍ଯ୍ୟକାରି କରିବାପାଇଁ ଆପଣଙ୍କୁ ୨୦,୦୦୦ କୋଟି ଟଙ୍କା ଆବଶ୍ୟକ ପଡିବ। କିନ୍ତୁ ଚଳିତ ବଜେଟ ରେ ମାତ୍ର ୧୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ମହାନ ଗୃହରେ ପରବର୍ତ୍ତୀ ସମୟରେ ଲକ୍ଷପତି ଦିଦି ମାନଙ୍କର ଏକ ତାଲିକା ବିସ୍ତୃତ ତଥ୍ୟ ସହ ଉପସ୍ଥାପିତ କରିବାପାଇଁ ଦାବୀ ଜଣାଉଛି।

୨୦୩୬ ସୁଦ୍ଧା ଆପଣ ଏକ ବିକଶିତ ଓଡିଶାର ପ୍ରତିଶ୍ରୁତି ଦେଇଛନ୍ତି। ଏକ ବିକଶିତ ଓଡିଶା ପାଇଁ ଆପଣଙ୍କ ଦୂରଦର୍ଶୀ ଯୋଜନାର ଏକମାତ୍ର ଉଦାହରଣ ମୁଁ ଏଠାରେ ଉପସ୍ଥାପନ କରୁଛି। ରାଉଲକେଲା- ସମ୍ବଲପୁର – ପାରାଦ୍ୱୀପ-ଧାମରା କୁ ସଂଯୁକ୍ତ କରୁଥିବା ଶିଳ୍ପ କରିଡର ପାଇଁ ମାତ୍ର ୨୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି। କିନ୍ତୁ ଏଭଳି ଏକ କରିଡର ନିର୍ମାଣ ପାଇଁ ୧ ଲକ୍ଷ କୋଟିରୁ କମ୍ ଖର୍ଚ ହେବନାହିଁ। ‘ଜୁମଲା’ ପାଇଁ ଆପଣଙ୍କ ଦଳ ଜଣାଶୁଣା କିନ୍ତୁ ଓଡିଶାବାସୀ, ଯେଉଁମାନଙ୍କୁ ଆପଣଏକ ବିକଶିତ ଓଡିଶାର ସ୍ୱପ୍ନ ଦେଖାଇଛନ୍ତି ଏହା ସେମାନଙ୍କ ପାଇଁ ନିଷ୍ଠୁର ଉପହାସ।

ନିର୍ବାଚନ ଜିତିବା ପାଇଁ ଲୋକଙ୍କୁ ବିଜେପିର ଥିଲା ଏଗୁଡିକ ମୁଖ୍ୟ ପ୍ରତିଶ୍ରୁତି। ଆପଣ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଯଦି ପାଳନ ନକରନ୍ତି ତେବେ ଆପଣଙ୍କ ଇସ୍ତାହାର ଓ ବହୁଳ ପ୍ରଚାରିତ ଗ୍ୟାରେଣ୍ଟି ଗୁଡିକ ମିଥ୍ୟାର ଦସ୍ତାବିଜ ପାଲଟି ଯିବ। ମୁଁ ଆଶା କରୁଛି ଓ ପ୍ରାର୍ଥନା ମଧ୍ୟ କରୁଛି ଯେ ଓଡିଶାବାସୀ ନ ଭାବନ୍ତୁ ମିଥ୍ୟା ତଥା ବୃଥା ସ୍ୱପ୍ନ ଦେଖାଇ ଆପଣ ନିର୍ବାଚନ
ଜିତିଛନ୍ତି । ଏହା ଆମ ରାଜ୍ୟ ତଥା ଜନସାଧାରଣଙ୍କ ପାଇଁ ମଙ୍ଗଳପ୍ରଦ ହେବନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଧାନସଭାରେ ନବୀନ କହୁଥିବା ବେଳେ ତାଙ୍କ ମାଇକ ବନ୍ଦ କରିଦିଆଗଲା, ବାଚସ୍ପତିଙ୍କ ନିକଟରେ ବିଜେଡିର ଅଭିଯୋଗ

ଭୁବନେଶ୍ବର: ଆଜି ମୁଖ୍ୟ ବିରୋଧୀ ଦଳ ବିଜେଡି, ବାଚସ୍ପତିଙ୍କ ନିକଟରେ ଏକ ଗୁରୁତର ଅଭିଯୋଗ କରିଛି। ତାହା ହେଲା ଆଜି ଗୃହରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ କିଛି କହୁଥିବା ବେଳେ ତାଙ୍କର ମାଇକ ବନ୍ଦ କରିଦିଆଗଲା। ଏପରିକି ତାଙ୍କର ଭିଡିଓକୁ ମଧ୍ୟ କାଟି ଦିଆଗଲା। ଏପରି ଏକ ଅଭିଯୋଗ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ।

ପ୍ରମିଳା କହିଛନ୍ତି ଯେ, ବିରୋଧୀ ଦଳର ନେତା କିଛି କହିବାକୁ ଚାହୁଁଥିଲେ ତାଙ୍କୁ ସୁଯୋଗ ଦିଆଯାଇଥାଏ। ହେଲେ ତାଙ୍କୁ ଅପମାନିତ କରିବା ପାଇଁ ରାଜ୍ୟ ସରକାର ଏପରି ଷଢଯନ୍ତ କରିଛନ୍ତି। ଦୟାକରି ରାଜ୍ୟ ସରକାର ଏପରି କାର୍ଯ୍ୟରୁ ନିବୃତ ରୁହନ୍ତୁ ବୋଲି ପ୍ରମିଳା ଦାବୀ କରିଛନ୍ତି। ଏ ନେଇ ସେ ବାଚସ୍ପତି ସୁରମା ପାଢୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ସଂପର୍କରେ ପ୍ରକାଶ ପାଇଥିବା ଖବରକୁ ଖଣ୍ଡନ କଲେ ନବୀନ ପଟ୍ଟନାୟକ, ଜାଣନ୍ତୁ କଣ?

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ସମସ୍ତେ ଭାବି ଥିଲେ ଯେ, ନବୀନ ପଟ୍ଟନାୟକ ଭି କେ ପାଣ୍ଡିଆନଙ୍କୁ ବାହାର କରିଦେବେ। ହେଲେ ତାହା କରିବା ଦୂର କଥା ବର୍ତ୍ତମାନ ପୁଣି ଥରେ ପାଣ୍ଡିଆନ ସପକ୍ଷରେ ବାହାରିଛନ୍ତି ନବୀନ। ସେ କହିଛନ୍ତି ଯେ, ପାଣ୍ଡିଆନ ରାଜ୍ୟ ତଥା ବିଜେଡି ପାଇଁ ବହୁତ ପରିଶ୍ରମ କରୁଛନ୍ତି। ସେଥିପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି।

ଜାତୀୟ ଗଣମାଧ୍ୟମ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ବାହାରିଥିବା ଏକ ରିପୋର୍ଟକୁ ଆଧାର କରି ନବୀନ ଏହା କହିଛନ୍ତି। ଏଥିରେ ପ୍ରକାଶ ପାଇଛି ଯେ, ଭି କେ ପାଣ୍ଡିଆନଙ୍କୁ କୁଆଡେ ନବୀନ  ଲାତ ମାରି ବାହାର କରିଦେଛନ୍ତି। ତାଙ୍କୁ ଆଉ କୌଣସି କାର୍ଯ୍ୟରେ ଲୋଡୁ ନାହାଁନ୍ତି। ଏଥିରେ କୁହାଯାଇଛି ଯେ, ଆଇଏଏସରୁ ରାଜନୀତିକୁ ଆସିଥିବା ପାଣ୍ଡିଆନ ନବୀନଙ୍କ ଖାସ ଲୋକ। ହେଲେ ନିର୍ବାଚନର ବିପର୍ଯ୍ୟୟ ପରେ ତାଙ୍କୁ ବାହାର କରିଦେଇଛନ୍ତି।

ତେବେ ରିପୋର୍ଟ ଅନୁସାରେ ଗତ ସପ୍ତାହରେ କୁଆଡେ ଅମିତ ସାହ ନୀବନଙ୍କୁ ଫୋନ କରି ରାଜ୍ୟସଭାରେ ବିଜେଡିର ସମର୍ଥନ ପାଇଁ ଅନୁରୋଧ କରିଥିଲେ। ଏପରିକି ଆଗାମୀ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏନଡିଏକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।

ତେବେ ଏହାର ଉତ୍ତରେ ନବୀନ କହିଥିଲେ ଯେ, ମୁଁ ପୂର୍ବପରି ସମର୍ଥନ ଦେବାକୁ ରାଜି, ହେଲେ ବିଜେପି ପାଣ୍ଡିଆନଙ୍କୁ ଆଉ ପ୍ରତ୍ସାହିତ ନ କରିବ ବୋଲି ପ୍ରତିଶୃତି ଦେଉ। ଏହି ଖବରଟି ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶ ପାଇବା ପରେ ନବୀନ ଏହା ସଂପୂର୍ଣ୍ଣ ମିଛ ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଏହି ଖବର ସଂପୂର୍ଣ୍ଣ ମିଥ୍ୟା, ଉଦ୍ଦେଶ୍ୟ ପ୍ରଣୋଦିତ, ସମ୍ମାନହାନୀ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ନବୀନ କହିଛନ୍ତି।

ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଏହି ଖବରକୁ ନିଜ ଟୁଇଟରରେ ପୋଷ୍ଟ କରି ନବୀନ କହିଛନ୍ତି ଯେ, ପାଣ୍ଡିଆନ ଉତ୍ସର୍ଗିକୃତ ଏବଂ ଦକ୍ଷତାର ସହିତ ରାଜ୍ୟ ତଥା ଦଳ ପାଇଁ ସେବା କରିଆସୁଛନ୍ତି। ସେଥିପାଇଁ ସେ ପ୍ରଶଂସିତ ବୋଲି ନବୀନ କହିଛନ୍ତି। ତେବେ ନବୀନଙ୍କ ଉତ୍ତର ପରେ ଏହି ଖବରକୁ ନେଇ ବର୍ତ୍ତମାନ ଜାତୀୟ ଗଣମାଧ୍ୟମ ଜଗତରେ ବେଶ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଧାନସଭାରେ ବିଜେଡିର କକ୍ଷ ତ୍ୟାଗ, ଜାଣନ୍ତୁ କଣ ଉତ୍ତର ରଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଦୁଇ ବିରୋଧୀ ଦଳ କକ୍ଷ ତ୍ୟାଗ କରିଛନ୍ତି। ତେବେ ବିଜେଡି ମଧ୍ୟ କକ୍ଷ ତ୍ୟାଗ କରିବା ସହିତ ରାଜ୍ୟପାଳଙ୍କ ଭାଷଣକୁ ବିରୋଧ କରି ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲେ। ଯାହାକୁ ନେଇ ନବୀନଙ୍କ ବିରୋଧୀ ଭୂମିକାକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି।

ତେବେ ଗୃହ ବାହାରକୁ ଆସି ନବୀନ ପଟ୍ଟନାୟକ କହିଛନ୍ତି ଯେ, ମୁଁ ଏବଂ ମୋର ଦଳ ରାଜ୍ୟପାଳଙ୍କ ଉପରେ ଅସନ୍ତୁଷ୍ଠ। କାରଣ ହେଲା ତାଙ୍କର ପୁଅ ଯେପରି ଜଣେ ଓଡିଆ ଅଫିସରଙ୍କୁ ମାରିଲେ ତାହା ଆଇନ ବିରୋଧ କାର୍ଯ୍ୟ। ମୁଁ ଯେତେବେଳେ ସରକାରରେ ଥିଲି ସେତେବେଳେ ବିଧାୟକ, ସାଂସଦ ଏବଂ ଅଫିସରମାନେ ବେଆଇନି କାମ କଲେ ଦଣ୍ଡ ପ୍ରଦାନ କରୁଥିଲି। ହେଲେ ବର୍ତ୍ତମାନର ସରକାର କାହା କରିପାରୁ ନାହାଁନ୍ତି।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୂଷୁଡି ପଡିଲାଣି ବୋଲି ନବୀନ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ତୁରନ୍ତ ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠନା ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଧାନସଭା ପୂର୍ବରୁ ନବୀନଙ୍କୁ କଲେ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ମହଲରେ ଚର୍ଚ୍ଚା

ଭୁବନେଶ୍ବର: ସୋମବାର ଦିନ ଆରମ୍ଭ ହେଉଛି ବିଧାନସଭା। ଏହା ହେଉଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ତେବେ ଏହି ଅଧିବେସନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ନୂଆ ପରଂପରା ସୃଷ୍ଟି କରିଛନ୍ତି। ତାହା ହେଲା ସେ ଆଜି ନବୀନ ନିବାସ ଯାଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ମଧ୍ୟ ଯାଇଥିଲେ।

ଉଭୟ ନବୀନଙ୍କ ସହିତ ବିଧାନସଭା କାର୍ଯ୍ୟରେ ଯୋଗଦେବା ପାଇଁ କଥାବାର୍ତ୍ତା କରିଛନ୍ତି। ବିରୋଧୀ ଦଳର ନେତା ହିସାବରେ ତାଙ୍କର କଥାକୁ ସରକାର ଗୁରୁତ୍ବ ଦେବେ ବୋଲି ଉଭୟ ପ୍ରତିଶୃତି ଦେଇଛନ୍ତି। ତେବେ ବିରୋଧୀ ଦଳର ନେତା ହିସାବରେ ନବୀନଙ୍କ କର୍ତ୍ତବ୍ୟ ହେଉଛି ବିଧାନସଭା ଯିବା। ହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଯାଇ ଅନୁରୋଧ କରିବାକୁ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମାଗଣା ବିଜୁଳି କୁଆଡେ ଗଲା? ରଥଯାତ୍ରା ବିଭ୍ରାଟ କାହିଁକି ହେଲା? ସରକାରଙ୍କୁ ଘେରିବା ପାଇଁ ବିଜେଡିର ପ୍ରସ୍ତୁତି

ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆସନ୍ତା ବିଧାନସଭାରେ ଦଳ କିପରି ବିରୋଧୀ ଦର ଭୂମିକା ଗ୍ରହଣ କରିବ ସେ ନେଇ ରଣନୀତି ପ୍ରସ୍ତୁତ କରିଛି। ଏଥର ରାଜ୍ୟବାସୀ ବିଜେଡିକୁ ନୂଆ ଦାୟିତ୍ବ ଦେଇଛନ୍ତି। ତାହାକୁ ଠିକ ଭାବେ ପାଳନ କରିବା ପାଇଁ ସେ ବିଧାୟକଙ୍କୁ କହିଛନ୍ତି।

ଏଥର ବିଜେଡି ବିଭିନ୍ନ ପ୍ରସଂଗରେ ସରକାରଙ୍କୁ ଘେରିବା ପାଇଁ ନିଷ୍ପତି କରିଛି। ମୁଖ୍ୟତଃ ଗତକିଛି ଦିନ ଧରି ରାଜ୍ୟରେ ଯେପରି ଦରଦାମ ବୃଦ୍ଧି ପାଇଛି ସେ ନେଇ ସରକାରଙ୍କୁ ଘେରିବ ବିଜେଡି। ସେହିପରି ଏଥର ରଥଯାତ୍ରାରେ ଯେପରି ବିଭ୍ରାଟ ହେଲା ତାହାକୁ ଅନ୍ୟତମ ପ୍ରସଂଗ କରିବ ଦଳ। ଏ ନେଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ବିଧାୟକଙ୍କୁ ପ୍ରସ୍ତୁତ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ବିଜେପି ନିର୍ବାଚନ ସମୟରେ ଜୁଲାଇ ମାସରୁ 300 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବା ପାଇଁ ପ୍ରତିଶୃତି ଦେଇଥିଲା। ବର୍ତ୍ତମାନ ଜୁଲାଇ ଶେଷ ହେବାକୁ ବସିଥିବା ବେଳେ ଏ ପର୍ଯ୍ୟନ୍ତ ତାହା ଘୋଷଣା କରାଗଲା ନାହିଁ। ଏହାକୁ ବଡ ପ୍ରସଂଗ କରିବ ବିଜେଡି। ବିଧାନସଭାରେ ଏହାକୁ ନେଇ ହାଙ୍ଗାମା କରିବାର ମଧ୍ୟ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ବାଲେଶ୍ବରେ ଦଙ୍ଗା, ଜଣେ ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କୁ ପୁଅ ମାଡ ମାରିବା ଘଟଣା ମଧ୍ୟ ଗୃହରେ ଉଠାଇବ ଦଳ। ଆଜିର ବୈଠକରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟବାସୀଙ୍କ ହକ ପାଇଁ ସଂପୂର୍ଣ୍ଣ ଭାବେ ଲଢେଇ କରିବା ଆମର ପ୍ରାଥମିକତା ହେବ। ସେହି ଅନୁସାରେ ଯେଉଁମାନଙ୍କୁ ବିଭିନ୍ନ ବିଭାଗ ଦାୟିତ୍ବ ଦିଆଯାଇଛି ସେମାନେ ସେହି ବିଭାଗ ଉପରେ ତୀକ୍ଷ୍ମ ନଜର ରଖନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ପ୍ରଥମେ ଏହି ବୈଠକ ଆରମ୍ଭ ହେବା ପରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକରେ ନିରବ ପ୍ରାର୍ଥନା କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ, ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେସନ ଆସନ୍ତା 22 ତାରିଖରୁ ଆରମ୍ଭ ହୋଇ ସେପ୍ଟମ୍ବର 25 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିର ବିଧାନସଭାରେ ବିଜେଡି ଦୀର୍ଘ 24 ବର୍ଷ ପରେ ବିରୋଧୀ ଦଳ ଭୂମିକାରେ ବସିବ। ସେଥିପାଇଁ ବିଧାନସଭା ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକରେ ତାହାର ରଣନୀତି ପ୍ରସ୍ତୁତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ କୃଷିବିତ ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତା ରେ କହିଛନ୍ତି ଯେ ସ୍ବର୍ଗତ କମଳା ପୂଜାରୀ ଆମର ଶତାଧିକ ଦେଶୀ ଧାନ ବିହନ ଗୁଡିକ ର ପାରମ୍ପରିକ ପଦ୍ଧତିରେ ସଂରକ୍ଷଣ ଓ ଜୈବିକ ଚାଷ ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି କରି ଭବିଷ୍ୟତ ରେ ଖାଦ୍ୟ ନିରାପତ୍ତା ସହିତ ପରିବେଶ ସୁରକ୍ଷା ଦିଗରେ ମହାନ ଅବଦାନ ରଖିଯାଇଛନ୍ତି. ତାଙ୍କ ବିୟୋଗ ସମାଜ ପାଇଁ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ପଟନାୟକ କହିଛନ୍ତି।

ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଶ୍ରୀ ପଟ୍ଟନାୟକ ଗଭୀର ସମବେଦନା ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ଗଢିଲା ସମାନ୍ତରାଳ ମନ୍ତ୍ରୀମଣ୍ଡଳ, ନଜର ରଖିବା ପାଇଁ ପଚାଶ ବିଧାୟକଙ୍କୁ ଦିଆଗଲା ପଚାଶ ବିଭାଗ

ଭୁବନେଶ୍ବର: ଆଜି ବିଜେଡି ସମାନ୍ତରଳାରେ ଗଠନ କରିଛି ଏକ ଛାୟା ମନ୍ତ୍ରୀ ମଣ୍ଡଳ। ସେମାନେ ମନ୍ତ୍ରୀ ପଦବାଚ୍ୟ ହେବେ ନାହିଁ, ହେଲେ ସେମାନେ ସେହି ବିଭାଗ ଉପରେ ତୀକ୍ଷ୍ମ ନଜର ରଖିବେ। ଏ ନେଇ ଆଜି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ପ୍ରକାଶ ପାଇଛି ନାମ ତାଲିକା। ଏହି ତାଲିକାରେ ବିଜେଡିର ପଚାଶ ଜଣ ବିଧାୟକଙ୍କୁ ଦିଆଯାଇଛି ବିଭିନ୍ନ ବିଭାଗ। ସେମାନେ ହେଲେ

ଏ ସଂପର୍କରେ ବିରୋଧୀ ଦଳର ନେତାଙ୍କ ତରଫରୁ ଯେଉଁ ବିବୃତି ଦିଆଯାଇଛି ତାହା ହେଲା, ‘ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ସ୍ୱାର୍ଥ ର ଜାଗ୍ରତ ପ୍ରହରୀ। ବିଧାନସଭା ରେ ବିରୋଧୀ ଦଳର ଏ ଦିଗରେ ଗୁରୁତ୍ୱପୂର୍ଣ ଭୂମିକା ରହିଛି।

ତେଣୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ କଳାପ ଉପରେ ତୀକ୍ଷ୍ଣ ନଜର ରଖିବା ସହ ବିଧାନସଭା ରେ ସମ୍ପୃକ୍ତ ବିଭାଗ ସମ୍ପର୍କିତ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରି ଓଡିଶ ବାସୀଙ୍କ ହକ ତଥା ଜନସାଧାରଣ ଙ୍କ ସ୍ୱାର୍ଥ କୁ ସୁରକ୍ଷିତ ରଖୁବା ପାଇଁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ର 50 ଜଣ ନିର୍ବାଚିତ ସଦସ୍ୟ ମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ବିଧାନସଭା ରେ ବିରୋଧୀ ବିଜୁ ଜନତା ଦଳ କୁ ଅଧିକ ଦକ୍ଷତା ର ସହ ଦାୟିତ୍ୱ ସମ୍ପାଦନ କରିବାରେ ଏହା ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି।

ବିଜେଡିର ଏପରି ପଦକ୍ଷେପକୁ ଦଳ ତରଫରୁ ସ୍ବାଗତ କରାଯାଇଛି। ଆସନ୍ତା ବିଧାନସଭାରେ ଏହି ନେତାମାନେ ସେମାନଙ୍କ ବିଭାଗ ଉପରେ ତୀକ୍ଷ୍ମ ନଜର ରଖିବା ସହିତ ପ୍ରଶ୍ନ କରିବେ। ପ୍ରଥମ ଥର ପାଇଁ ଓଡିଶା ରାଜନୀତିରେ ବିରୋଧୀ ଦଳର ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ବଡ ଠାକୁର ଚାରମାଳ ଉପରେ ମୁହଁମାଡ଼ି ପଡ଼ିବା ଘଟଣା: ନବୀନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଡ ଠାକୁରଙ୍କ ଚାରମାଳ ଉପରେ ମୁହଁମାଡ଼ି ପଡ଼ିବା ଘଟଣା ଏବେ ସାରା ବିଶ୍ଵରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଏହାକୁ ନେଇ ବିଭିନ୍ନ ମହଲାରୁ ପ୍ରଶାସନର ଅବହେଳା ଯୋଗୁଁ ଏଭଳି ବଡ ଅଘଟଣା ଘଟିଲା ବୋଲି କୁହାଯାଉଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହିକ୍ରମରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ମଧ୍ୟ ଏହି ଅଘଟଣ ଉପରେ ଦୁଃଖ ପ୍ରକାଶ କରିଥିଲେ। ଏହା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭବିଷ୍ୟତରେ ଏଭଳି ଅଘଟଣ ଯେଭଳି ନଘଟିବ, ସେଥିପାଇଁ ଏକ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିଥିଲେ।

ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉକ୍ତ ଚିଠିର ଉତ୍ତର ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଜଗତର ନାଥ କେବଳ ଓଡିଆ ଜାତିର ଅସ୍ମିତାର ପ୍ରତୀକ ନୁହନ୍ତି, ସେ ସାରା ଜଗତ ଅର୍ଥାତ ସ୍ଵର୍ଗ, ମର୍ତ୍ତ୍ୟ ଓ ପାତାଳର ନାଥ ଅଟନ୍ତି। ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ମିଳିତ ସମାହାର ଏବଂ ପୂଜନ ବିଧି ବ୍ୟବସ୍ଥା ସାରା ଜଗତରେ ବିରଳ।

ଚଳିତ ବର୍ଷ ବଡ ଠାକୁରଙ୍କ ଆଡପ ମଣ୍ଡପ ବିଜେ ବେଳେ ଯେଉଁ ଅଘଟଣ ଘଟିଲା, ସେଥିରେ ସାରା ଜଗତ ଦୁଃଖିତ। ତେଣୁ ଆପଣ ଏ ଘଟଣାରେ ମର୍ମାହତ ହେବା ସ୍ଵାଭାବିକ। ମୁଁ ମଧ୍ୟ ଗଭୀର ଭାବେ ମର୍ମାହାତ।

ଏଭଳି ଅଘଟଣ ଘଟିବା ମାତ୍ରେ ମୁଁ ତୁରନ୍ତ ଉପ-ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କୁ ପୁରୀ ଯିବାକୁ ନିର୍ଦ୍ଦେଶ ଦେବା ସହ ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନଘଟିବ, ସେଦିଗରେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଛି।

ଏସମ୍ବନ୍ଧରେ ଆପଣ ମୋ ପାଖକୁ ଲେଖିଥିବା ଚିଠିକୁ ମୁଁ ଗୁରୁତ୍ବର ସହ ପାଠ କରିଛି। ଆମେ ସମସ୍ତେ ମିଶି ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବା ଓ ଗୁଣ୍ଡିଚା ଯାତ୍ରା ସଠିକ ଭାବେ ସମ୍ପନ୍ନ କରିବା। ଆପଣଙ୍କର ପରାମର୍ଶ ସବୁବେଳେ ମୋ ପାଇଁ ସମ୍ମାନର ସହ ଗ୍ରହଣୀୟ ହେବ।

ଉଲ୍ଲେଖ ଯୋଗ୍ୟ ଯେ, ବଡ ଠାକୁରଙ୍କ ଚାରମାଳ ଉପରେ ମୁହଁମାଡ଼ି ପଡ଼ିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ। ଚିଠିରେ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡିଆ ଅସ୍ଥିତାର ପ୍ରତୀକ। ଓଡିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ। ସେ ହେଉଛନ୍ତି ଏ ଜାତିର ମଉଡମଣି। ଜଗତର ନାଥ ଜଗନ୍ନାଥ। ମହାପ୍ରଭୁଙ୍କ ରଥଯାତ୍ରାରେ ଭାଗ ନେବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ଆସି ପୁରୀ ଧାମରେ ସମ୍ମିଳିତ ହୋଇଥାନ୍ତି। ସାରା ବିଶ୍ବର କୋଣ ଅନୁକୋଣରେ ରଥଯାତ୍ରା ବିପୁଳ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଇଥାଏ। ଏତଦ୍ ବ୍ୟତୀତ ଟିଭି ଓ ସେସିଆଲ ମିଡିଆ ଜରିଆରେ ସାରା ବିଶ୍ଵର କୋଟି କୋଟି ଜଗନ୍ନାଥପ୍ରେମୀ ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାକୁ ସଂଦର୍ଶନ କରି ଦିବ୍ୟ ଆନନ୍ଦ ଲାଭ କରିଥାନ୍ତି।

ଚଳିତ ବର୍ଷ ଆଡପ ମଣ୍ଡପକୁ ବଡ ଠାକୁରଙ୍କ ପହଣ୍ଡିବେଳେ ଯେଉଁ ଅଘଟଣ ଘଟିଲା, ତାହା ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବରେ ବ୍ୟଥିତ କରିଛି। ମୁଁ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ। ମହାପ୍ରଭୁ ହେଉଛନ୍ତି ଓଡିଆ ଜାତିର ଇଷ୍ଟ। ତାଙ୍କର ପହଣ୍ଡି ବେଳେ ଏଭଳି ଅଘଟଣ ଅଶୃତପୂର୍ବ। ଚାରମାଳରେ ପହଣ୍ଡି ସମୟରେ ବଡଠାକୁର ମୁହଁ ମାଡି ପଡିଯିବାର ଦୃଶ୍ୟ ଥିଲା ଅତ୍ୟନ୍ତ ବିଦାରକ। ରଥଯାତ୍ରାର ହଜାର ହଜାର ବର୍ଷର ପରମ୍ପରାରେଏଭଳି ଘଟଣା କେବେ ଘଟି ନ ଥିଲା। ଆଖିରେ ଦେଖି ମଧ୍ୟ ଏଭଳି ଅଘଟଣକୁ ବିଶ୍ବାସ କରି ହେଲାନାହିଁ। ଏଭଳି ସ୍ପର୍ଶକାତର ବିଷୟରେ ରାଜ୍ୟ ମନ୍ତ୍ରୀମଣ୍ଡଳର କିଛି ସଦସ୍ୟ ଯେଭଳି ହାଲୁକା ମନ୍ତବ୍ୟ ଦେଲେ, ତାହା ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ଵିଗୁଣିତ କରିଛି। ଭକ୍ତର ଭାବାବେଗକୁ ଗଭୀର ଆଘାତ ଦେଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆମେ ପୁଣି ଲୋକଙ୍କ ଆର୍ଶିବାଦ ପାଇବା, ବିଜୁ ଶ୍ରମିକ ସଂଗଠନ ସଦସ୍ୟଙ୍କୁ କହିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନ ର ଅଧକ୍ଷ ତଥା କଟକ ମେୟର ଶ୍ରୀ ସୁବାସ ସିଂ ଙ୍କ ନେତୃତ୍ୱ ରେ ସାରା ଓଡିଶାରୁ ଆସିଥବା ସାମୁଖ୍ୟର କର୍ମକର୍ତ୍ତା ମାନେ ଗତକାଲି ସନ୍ଧ୍ୟାରେ ନବୀନ ନିବାସଠାରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକଙ୍କୁ ଭେଟି ଶ୍ରମିକମାନଙ୍କ ସମସ୍ୟା ଓ ସର୍ବନିମ୍ନ ମଜୁରୀ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଏକାଠି ହୋଇ ଲୋକଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ମୁଁ ଆପଣମାନଙ୍କ ସହିତ ଅଛି। ସାଧାରଣ ଲୋକଙ୍କ ସହିତ ଅଛି। ଲୋକଙ୍କ ସେବା ଜାରି ରଖନ୍ତୁ।

ଆମେ ପୁଣି ଥରେ ଲୋକଙ୍କ ଆଶୀର୍ବାଦ ପାଇବା ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ ବିଶ୍ୱାସ ବ୍ୟକ୍ତ କରି ଥିଲେ।

ଏହି ସାକ୍ଷାତ ସମୟ ରେ ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ନବ ମହାନ୍ତି, ଶ୍ରୀ ରାଜୀବ ମହାନ୍ତି, ଶ୍ରୀ ଵାଲା ରାୟ ଶ୍ରୀ ପ୍ରଦ୍ୟୁମ୍ନ ସାମଲ ଓ ଶ୍ରୀ ଜୁମର ଅମର ସିଂ ପ୍ରମୁଖ ଉପସ୍ଥିତ ଥିଲେ।