Categories
ବିଶେଷ ଖବର ରାଜ୍ୟ ଖବର

ପରିବେଶ ପରିବର୍ତ୍ତନକୁ ରୋକିବା ପାଇଁ ସହଯୋଗିତା ଓ ସହଭାଗିତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ସାରା ଦେଶରେ ‘ଏକ ପେଡ ମା କେ ନାମ’ ଅଭିଯାନ ଚାଲିଛି। ଏଥିରେ ବ୍ୟକ୍ତିଗତ ସ୍ତରରେ ଗଛ ଲଗାଇ ଫଟୋ ଅପଲୋଡ କରିବାକୁ ଆହ୍ବାନ ଦିଆଯାଇଛି। ଏହି ଅଭିଯାନରେ ବର୍ତ୍ତମାନ ସୁଦ୍ଧା ଓଡିଶାରେ ସର୍ବାଧିକ ୧ ଲକ୍ଷ ୪୮ ହଜାର ଫଟୋ ଅପଲୋଡ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଆଜି ସ୍ଥାନୀୟ ଡୁମୁଡୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୫ତମ ବନ ମହୋତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଜନତାଙ୍କ ସହଭାଗୀତା ଖୁବ ଉତ୍ସାହଜନକ। ଓଡିଶାରେ ଏହା ଖୁବ ସଫଲ ହେଉଛି। ସବୁ ରାଜ୍ୟ  ମଧ୍ୟରେ ଓଡିଶା ସବୁଠାରୁ ଆଗରେ ରହିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫ କୋଟି ଗଛ ଲାଗିବାର ଲକ୍ଷ୍ୟ ଅଛି। ଆମର ଲୋକସଂଖ୍ୟା ସାଢେ ଚାରି କୋଟି ହୋଇଥିବାରୁ, ଏହି ଅଭିଯାନରେ ଆମେ ଅତି କମରେ ସାଢେ ଚାରି କୋଟି ଗଛ ଲଗାଇବା ଦରକାର ବୋଲି ସେ କହିଥିଲେ। ସମସ୍ତେ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସାମିଲ ହୋଇ ଗଛ ଲଗାଇ ଫଟୋ ଅପଲୋଡ କରିବାକୁ ସେ ଆହ୍ବାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ବନ ଅଧିକାରୀ joint monitoring କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବଜ୍ରପାତଜନିତ ଦୁର୍ଘଟଣାରୁ ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ ବନ ବିଭାଗ ତରଫରୁ ଏ ବର୍ଷ ରାଜ୍ୟରେ ଜଙ୍ଗଲ ବ୍ଲକ ଚତୁପାର୍ଶ୍ବରେ ୧୯ ଲକ୍ଷ ତାଳଗଛ ଲଗାଯିବାର କାର୍ଯ୍ୟକ୍ରମ ରହିଛି। ଏହା ଆମର ବଜ୍ର କବଚ ହେବ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଯେ ଦାରିଙ୍ଗବାଡିରେ ଚେରି ବ୍ଲସମ ଗଛ ଲଗାଯାଉଛି। ଦାରିଙ୍ଗବାଡିକୁ ବିଶ୍ବ ଚେରି ବ୍ଲସମ ମାନଚିତ୍ରରେ ସ୍ଥାନିତ କରିବାକୁ ଏହା ଏକ ସୁନ୍ଦର ଅଭିଯାନ ବୋଲି ସେ କହିଥିଲେ।

ସେହିପରି ସାରା ରାଜ୍ୟରେ ପ୍ରାୟ ୫ କୋଟି ଗଛ ଲଗାଇବାର ଯୋଜନା ରହିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପରିବେଶର ସନ୍ତୁଳନ ଆମ ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ। ଆମେ ସମସ୍ତେ ସଚେତନ ହେଲେ, ପରିବେଶ ପରିବର୍ତ୍ତନକୁ ଆମେ ରୋକି ପାରିବା। ଏଥିପାଇଁ ସାଧାରଣ ଲୋକଙ୍କର ସହଯୋଗିତା ଓ ସହଭାଗିତା ଆବଶ୍ୟକ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଲେ ଯେ ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ବ। ଆଧୁନିକ ଜୀବନଶୈଳୀରେ ପରିବର୍ତ୍ତନ ଓ ଜମି, ଜଳ ଓ ଜଙ୍ଗଲର ସୁରକ୍ଷା ବର୍ତ୍ତମାନ ଆମ ସମସ୍ତଙ୍କର ଗୁରୁ ଦାୟିତ୍ବ ବୋଲି ସେ କହିଥିଲେ। ଏଥିପାଇଁ ସରକାରଙ୍କ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ସେ ଆହ୍ବାନ ଦେଇଥିଲେ। ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପିଲାମାନଙ୍କୁ ପରିବେଶ ପ୍ରତି ସଚେତନ ହେବାକୁ ଓ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ଉତ୍ସବର ଆଭିମୁଖ୍ୟ ତଥା ଉପ।ଦେୟତା ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଚଳିତ ବର୍ଷ ପଥପାର୍ଶ୍ଵ ବନୀକରଣ ଏବଂ ସହରାଞ୍ଚଳ ବନୀକରଣ ନିମନ୍ତେ  ୩୦ ମାସିଆ ଚାରା ଉତ୍ପାଦାନ କରାଯିବ।

ଏହି ମହୋତ୍ସବରେ ଜଙ୍ଗଲ ବିଭାଗର ବିଭାଗୀୟ ଅଧିକାରୀ, ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି, ନିମନ୍ତ୍ରିତ ଅତିଥି, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏହି ସମାରୋହ ପାଳିତ ହୋଇଥିଲା।

ପ୍ରାରମ୍ଭରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳରେ ତଥା ଅନ୍ୟାନ୍ୟ ସମ୍ମାନିତ ଅତିଥିଙ୍କ ଉପସ୍ଥିତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ କରାଯାଇଥିଲା। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ “ଏକ୍ ପେଡ୍ ମା କେ ନାମ୍” ଅଭିଯାନର ଆହ୍ଵାନ କ୍ରମେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ବିଦ୍ୟାଳୟ ପ୍ରାଙ୍ଗଣରେ ଗଛ ଲଗାଇଥିଲେ।

ବତାସର ବନସଂରକ୍ଷଣ ସମିତି, ନବରଙ୍ଗପୁର ଏବଂ ସାଗରପାଲି ବନସଂରକ୍ଷଣ ସମିତି, ସୁନ୍ଦରଗଡଙ୍କୁ ଉଲ୍ଲେଖନୀୟ ଜଙ୍ଗଲ ସୁରକ୍ଷା ଏବଂ ବନୀକରଣ କାର୍ଯ୍ୟ ପାଇଁ  ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଦୁଇଟି ଅନୁଷ୍ଠାନ ୧ ଲକ୍ଷ ଟଙ୍କା ଲେଖାଏ ଓ ମାନପତ୍ର ପ୍ରଦାନ  କରାଯାଇଥିଲା।

ଦେବୀଦତ୍ତ ବିଶ୍ଵାଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ଜଙ୍ଗଲ ବାହିନୀ ପ୍ରମୁଖ, ସ୍ଵାଗତ ଭାଷଣ ଦେଇଥିଲେ।

୭୫ତମ ବନ ମହୋତ୍ସବ ୨୦୨୪ ନାମକ ଏକ ପୁସ୍ତିକା ଉନ୍ମୋଚନ କରଯାଇଥିଲା ଯେଉଁଥିରେ ଜଙ୍ଗଲ ବିଭାଗର ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ବିବରଣୀ ରହିଛି।

ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବନ ମହୋତ୍ସବ ବିଷୟରେ ସଚେତନତା ଆଣିବା ନିମନ୍ତେ ଭାଷଣ, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଗଲା।

ଅଶ୍ଵିନୀ କର, ଆରସିସିଏଫ, ଭୁବନେଶ୍ଵର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇଛନ୍ତି।

ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରେରଣାଦାୟକ ଏବଂ ଉତ୍ସାହଜନକ ଅଭିଭାଷଣ ପାଇଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରାୟ ୭୦ ଜଣ ସଦସ୍ୟ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଦେଶର ଗଣତାନ୍ତ୍ରିକ ଯାତ୍ରା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୬୦ ବର୍ଷ ପରେ ଭାରତର ମତଦାତାମାନେ କ୍ରମାଗତ ତୃତୀୟ ଥର ପାଇଁ ସରକାରକୁ ଫେରାଇ ଆଣିଛନ୍ତି ଏବଂ ଏହା ଏକ ଐତିହାସିକ ସଫଳତା ବୋଲି ସେ କହିଥିଲେ । ମତଦାତାଙ୍କ ନିଷ୍ପତ୍ତିକୁ ଦୁର୍ବଳ କରିବା ପାଇଁ ବିରୋଧୀଙ୍କ ପଦକ୍ଷେପକୁ ନିନ୍ଦା କରି ଶ୍ରୀ ମୋଦୀ କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ସେ ଦେଖିଛନ୍ତି ଯେ ସମାନ ଲୋକ ନିଜ ପରାଜୟ ଏବଂ ତାଙ୍କ ବିଜୟକୁ ଭାରୀ ହୃଦୟରେ ସ୍ୱୀକାର କରିଛନ୍ତି।

ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ଯେ ବର୍ତ୍ତମାନର ସରକାର ନିଜ ଶାସନର ମାତ୍ର ଏକ ତୃତୀୟାଂଶ ଅର୍ଥାତ ୧୦ ବର୍ଷ ପୂରଣ କରିଛନ୍ତି ଏବଂ ଦୁଇ ତୃତୀୟାଂଶ ବା ୨୦ ବର୍ଷ ବାକି ଅଛି । ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଗତ ୧୦ ବର୍ଷ ମଧ୍ୟରେ ଦେଶର ସେବା କରିବା ପାଇଁ ଆମ ସରକାରଙ୍କ ପ୍ରୟାସକୁ ଭାରତବାସୀ ହୃଦୟରୁ ସମର୍ଥନ କରିଛନ୍ତି ଏବଂ ଆଶୀର୍ବାଦ ଦେଇଛନ୍ତି । ଯେଉଁ ନାଗରିକମାନେ ମିଥ୍ୟା ପ୍ରଚାରକୁ ପରାସ୍ତ କରିଛନ୍ତି, ପ୍ରଦର୍ଶନକୁ ପ୍ରାଥମିକତା ଦେଇଛନ୍ତି, ଭ୍ରମ ସୃଷ୍ଟି କରିବାର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ବିଶ୍ୱାସର ରାଜନୀତି ଉପରେ ବିଜୟର ମୋହର ଲଗାଇଛନ୍ତି, ସେମାନଙ୍କ ରାୟ ପାଇଁ ପ୍ରଧାନମନ୍ତ୍ରୀ ଗର୍ବ ପ୍ରକଟ କରିଥିଲେ।

ଭାରତ ସମ୍ବିଧାନର ୭୫ତମ ବର୍ଷରେ ପ୍ରବେଶ କରୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଏକ ବିଶେଷ ପର୍ଯ୍ୟାୟ, କାରଣ ଭାରତୀୟ ସଂସଦ ମଧ୍ୟ ୭୫ ବର୍ଷ ପୂରଣ କରିବାକୁ ଯାଉଛି, ଏହା ଏକ ଆନନ୍ଦଦାୟକ ସୌଭାଗ୍ୟ। ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରଦତ୍ତ ଭାରତୀୟ ସମ୍ବିଧାନକୁ ଶ୍ରୀ ମୋଦୀ ପ୍ରଶଂସା କରିବା ସହ କହିଥିଲେ ଯେ ଯେଉଁମାନେ ଭାରତରେ ରାଜନୈତିକ କ୍ଷେତ୍ର ସହ ଜଡ଼ିତ ପରିବାରର କୌଣସି ସଦସ୍ୟ ନଥିଲେ ସେମାନେ ସମ୍ବିଧାନରେ ଥିବା ଅଧିକାର ଯୋଗୁଁ ଦେଶ ସେବା କରିବାର ସୁଯୋଗ ପାଉଛନ୍ତି। ‘‘ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ଦିଆଯାଇଥିବା ସମ୍ବିଧାନ ହିଁ ମୋ ଭଳି ଶୂନ୍ୟ ରାଜନୈତିକ ବଂଶର ଲୋକଙ୍କୁ ରାଜନୀତିରେ ପ୍ରବେଶ କରି ଏଭଳି ସ୍ଥିତିରେ ପହଞ୍ଚିବାକୁ ଅନୁମତି ଦେଇଛି,’’ ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଏବେ ଲୋକମାନେ ଅନୁମୋଦନର ମୋହର ଲଗାଇଥିବା ବେଳେ ସରକାର କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଆସିଛନ୍ତି। ଭାରତର ସମ୍ବିଧାନ କେବଳ ପ୍ରବନ୍ଧର ସଂକଳନ ନୁହେଁ ବରଂ ଏହାର ଭାବନା ଓ ଛାପ ଅତ୍ୟନ୍ତ ମୂଲ୍ୟବାନ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରିବାକୁ ତାଙ୍କ ସରକାର ପ୍ରସ୍ତାବ ଦେବା ପରେ ତୀବ୍ର ବିରୋଧ ହୋଇଥିଲା ବୋଲି ଶ୍ରୀ ମୋଦୀ ସ୍ମରଣ କରିଥିଲେ। ସେ କହିଥିଲେ, ସମ୍ବିଧାନ ଦିବସ ପାଳନ ପାଇଁ ସେମାନଙ୍କ ନିଷ୍ପତ୍ତି ସମ୍ବିଧାନର ଭାବନାକୁ ଆହୁରି ପ୍ରସାରିତ କରିଥିଲା। କାହିଁକି ଏବଂ କେଉଁ କାରଣରୁ ସମ୍ବିଧାନରେ କେତେକ ବ୍ୟବସ୍ଥାକୁ ସାମିଲ କରାଗଲା ଓ ବାଦ୍ ଦିଆଗଲା ସେ ବିଷୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଯୁବବର୍ଗଙ୍କ ମଧ୍ୟରେ ଆଲୋଚନା ଏବଂ ବିଚାର ବିମର୍ଶ କରିବାରେ ଏହି ଦିବସ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସମ୍ବିଧାନର ବିଭିନ୍ନ ଦିଗ ଉପରେ ଆମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବିତର୍କ ଏବଂ ବକ୍ତୃତା ଭଳି ପ୍ରତିଯୋଗିତା ଆୟୋଜନ କରିବା ଦ୍ୱାରା ସମ୍ବିଧାନ ବିଷୟରେ ଆସ୍ଥା ଭାବନା ଏବଂ ବିକଶିତ ବୁଝାମଣା ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ସମ୍ବିଧାନ ହିଁ ଆମର ସବୁଠାରୁ ବଡ଼ ପ୍ରେରଣା ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସମ୍ବିଧାନ ଏହାର ପ୍ରତିଷ୍ଠାର ୭୫ ତମ ବର୍ଷରେ ପ୍ରବେଶ କରୁଥିବାବେଳେ ତାଙ୍କ ସରକାର ଦେଶବ୍ୟାପୀ ଏହାର ପ୍ରଚାରପ୍ରସାରକୁ ସୁନିଶ୍ଚିତ କରିବା ପାଇଁ ଏହାକୁ ‘‘ଜନ ଉତ୍ସବ’’ ଭାବରେ ପାଳନ କରିବାକୁ ଯୋଜନା କରିଛନ୍ତି । ଦେଶର କୋଣ ଅନୁକୋଣରେ ଯେପରି ସମ୍ବିଧାନର ଭାବନା ଓ ଉଦ୍ଦେଶ୍ୟ ସମ୍ପର୍କରେ ସଚେତନ କରାଯିବ ସେଥିପାଇଁ ସେମାନେ ପ୍ରୟାସ କରିବେ ବୋଲି ସେ କହିଛନ୍ତି।

ମତଦାତାଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତବାସୀ ‘ବିକଶିତ ଭାରତ’ ଏବଂ ‘ଆତ୍ମନିର୍ଭର ଭାରତ’ ମାଧ୍ୟମରେ ବିକାଶ ଓ ନିର୍ଭରଶୀଳତାର ଲକ୍ଷ୍ୟ ହାସଲ କରିବା ପାଇଁ ତାଙ୍କ ସରକାରକୁ ତିନିଥର ଭୋଟ୍ ଦେଇ କ୍ଷମତାକୁ ଆଣିଛନ୍ତି। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ ଏହି ନିର୍ବାଚନୀ ବିଜୟ କେବଳ ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ସରକାର ନେଇଥିବା ନିଷ୍ପତ୍ତି ଉପରେ ନାଗରିକଙ୍କ ଅନୁମୋଦନର ମୋହର ନୁହେଁ, ବରଂ ସେମାନଙ୍କ ଭବିଷ୍ୟତର ସ୍ୱପ୍ନ ଓ ଆକାଂକ୍ଷା ପୂରଣ ପାଇଁ ଏକ ଜନାଦେଶ। ଏପରି ଜନାଦେଶକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ଦେଶର ଜନତା ଆମକୁ ସେମାନଙ୍କ ଭବିଷ୍ୟତ ସଂକଳ୍ପକୁ ସଫଳ କରିବାର ସୁଯୋଗ ଦେଇଛନ୍ତି ବୋଲି ସେ କହିଥିଲେ।

ବୈଶ୍ୱିକ ବିଶୃଙ୍ଖଳା ଏବଂ ମହାମାରୀ ଭଳି ଆହ୍ୱାନ ସତ୍ତ୍ୱେ ଗତ ଦଶ ବର୍ଷ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥା ଦଶମରୁ ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥା ରୂପେ ଉନ୍ନତି ହାସଲ ପାଇଥିବା ଦେଶ ଦେଖିଛି ବୋଲି ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ । ଅର୍ଥବ୍ୟବସ୍ଥାକୁ ବର୍ତ୍ତମାନର ପଞ୍ଚମ ସ୍ଥାନରୁ ତୃତୀୟ ସ୍ଥାନକୁ ନେବା ପାଇଁ ଏହି ଜନାଦେଶ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

ବିଗତ ୧୦ ବର୍ଷ ମଧ୍ୟରେ ବିକାଶର ଗତି ଏବଂ ପରିସରକୁ ବ୍ୟାପକ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଶ୍ରୀ ମୋଦୀ ଦୋହରାଇଥିଲେ । ଆଗାମୀ ୫ ବର୍ଷ ମଧ୍ୟରେ ସରକାର ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ଗୃହକୁ ଆଶ୍ୱାସନା ଦେଇଥିଲେ। ସୁଶାସନ ସହାୟତାରେ ଆମେ ଏହି ଯୁଗକୁ ମୌଳିକ ଆବଶ୍ୟକତାର ଯୁଗରେ ପରିଣତ କରିବାକୁ ଚାହୁଁଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ଦାରିଦ୍ର୍ୟ ବିରୋଧରେ ଲଢ଼େଇ ପାଇଁ ଆଗାମୀ ୫ ବର୍ଷ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋକପାତ କରିବା ସହ ଗତ ୧୦ ବର୍ଷର ଅଭିଜ୍ଞତାକୁ ଆଧାର କରି ଦାରିଦ୍ର୍ୟ ବିରୋଧରେ ଆଭିମୁଖ୍ୟ ଗ୍ରହଣ କରାଯିବା ବୋଲି କହିଥିଲେ। ଏହାକୁ ଦୂର କରିବା ପାଇଁ ଗରିବଙ୍କ ସାମୂହିକ ସାମର୍ଥ୍ୟ ଉପରେ ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଲୋକଙ୍କ ଜୀବନର ପ୍ରତ୍ୟେକ ଦିଗରେ ଭାରତ ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବାର ପ୍ରଭାବ ବିଷୟରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ପରିସ୍ଥିତି ବିଶ୍ୱ ଦୃଶ୍ୟପଟରେ ମଧ୍ୟ ଅଭୂତପୂର୍ବ ପ୍ରଭାବ ପକାଇବ । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ଷ୍ଟାର୍ଟଅପ୍ ଏବଂ କମ୍ପାନୀଗୁଡିକର ବିଶ୍ୱସ୍ତରୀୟ ପୁନରୁତ୍ଥାନ ଏବଂ ଅଭିବୃଦ୍ଧି ଇଞ୍ଜିନ୍ ଭାବରେ ଉଭା ହୋଇଥିବା ଟିୟର ୨ ଏବଂ ଟିୟର ୩ ସହରଗୁଡିକର ଆବିର୍ଭାବ ବିଷୟରେ ସେ ଆଲୋଚନା କରିଥିଲେ ।

ସାମ୍ପ୍ରତିକ ଶତାବ୍ଦୀକୁ ପ୍ରଯୁକ୍ତି ଭିତ୍ତିକ ଶତାବ୍ଦୀ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ମୋଦୀ ସାଧାରଣ ପରିବହନ ଭଳି ଅନେକ ନୂତନ କ୍ଷେତ୍ରରେ ନୂତନ ବୈଷୟିକ ପାଦଚିହ୍ନ ବିଷୟରେ କହିଥିଲେ। ଚିକିତ୍ସା, ଶିକ୍ଷା କିମ୍ବା ଉଦ୍ଭାବନ ଭଳି କ୍ଷେତ୍ରରେ ଛୋଟ ସହରଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

କୃଷକ, ଗରିବ, ନାରୀ ଶକ୍ତି ଏବଂ ଯୁବକମାନଙ୍କର ଚାରିଟି ସ୍ତମ୍ଭକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ବିକାଶର ଯାତ୍ରାରେ ଏହି ସବୁ କ୍ଷେତ୍ର ଉପରେ ସରକାରଙ୍କ ଧ୍ୟାନ ଗୁରୁତ୍ୱପୂର୍ଣ୍ଣ ।

କୃଷି ଏବଂ କୃଷକମାନଙ୍କ ପାଇଁ ପରାମର୍ଶ ପାଇଁ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ ଗତ ୧୦ ବର୍ଷ ମଧ୍ୟରେ କୃଷିକୁ କୃଷକମାନଙ୍କ ପାଇଁ ଲାଭଦାୟକ କରିବା ପାଇଁ ସରକାରଙ୍କ ପ୍ରୟାସ ବିଷୟରେ ସ୍ମରଣ କରିଥିଲେ । ଋଣ, ବିହନ, ସୁଲଭ ସାର, ଫସଲ ବୀମା, ଏମଏସପି କ୍ରୟ ସୁନିଶ୍ଚିତ କରିବାକୁ ସେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଆମେ ପ୍ରତ୍ୟେକ ପର୍ଯ୍ୟାୟରେ ମାଇକ୍ରୋ ପ୍ଲାନିଂ ମାଧ୍ୟମରେ କୃଷକମାନଙ୍କୁ ବିହନ ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଏକ ସୁଦୃଢ଼ ବ୍ୟବସ୍ଥା ପ୍ରଦାନ କରିବାକୁ ଯଥାସମ୍ଭବ ପ୍ରୟାସ କରିଛୁ ।’’

ପ୍ରଧାନମନ୍ତ୍ରୀ ମୋଦୀ କିଷାନ କ୍ରେଡିଟ୍ କାର୍ଡର ଲାଭ ଉପରେ ଆଲୋକପାତ କରି କହିଲେ ଯେ ଏହା କ୍ଷୁଦ୍ର କୃଷକମାନଙ୍କ ପାଇଁ ଋଣ ପାଇବା ପ୍ରକ୍ରିୟାକୁ ସରଳ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ କିଷାନ କ୍ରେଡିଟ୍ କାର୍ଡର ଲାଭ ମତ୍ସ୍ୟଜୀବୀ ଏବଂ ପଶୁପାଳକମାନଙ୍କୁ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଚାଷୀମାନଙ୍କ ପାଇଁ କଲ୍ୟାଣକାରୀ ଯୋଜନାଗୁଡ଼ିକ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ପିଏମ କିଷାନ ସମ୍ମାନ ନିଧି ବିଷୟରେ ଆଲୋକପାତ କରିଥିଲେ ଯାହା ଗତ ୬ ବର୍ଷ ମଧ୍ୟରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ପ୍ରଦାନ କରି ୧୦ କୋଟି କୃଷକଙ୍କୁ ଉପକୃତ କରିଛି । ପ୍ରଧାନମନ୍ତ୍ରୀ ପୂର୍ବ ସରକାରଗୁଡ଼ିକରେ ଋଣ ଛାଡ଼ ଯୋଜନାର ଅପାରଗତା ଏବଂ ବିଶ୍ୱସନୀୟତାର ଅଭାବକୁ ମଧ୍ୟ ଦର୍ଶାଇଥିଲେ ଏବଂ ବର୍ତ୍ତମାନର ସରକାରଙ୍କ କୃଷକ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ ।

ବିରୋଧୀଙ୍କ କକ୍ଷ ତ୍ୟାଗ ପରେ ନିଜର ଭାଷଣ ଜାରି ରଖି ପ୍ରଧାନମନ୍ତ୍ରୀ ଗୃହ ଅଧ୍ୟକ୍ଷଙ୍କ ପ୍ରତି ସମବେଦନା ପ୍ରକାଶ କରିବା ସହ କହିଥିଲେ, ‘‘ଲୋକଙ୍କ ସେବକ ହେବା ମୋର କର୍ତ୍ତବ୍ୟ। ମୁଁ ମୋ ସମୟର ପ୍ରତ୍ୟେକ ମୁହୂର୍ତ୍ତ ପାଇଁ ଲୋକଙ୍କ ନିକଟରେ ଉତ୍ତରଦାୟୀ ।’’ ଗୃହର ପରମ୍ପରାକୁ ଅସମ୍ମାନ କରୁଥିବାରୁ ବିରୋଧୀଙ୍କୁ ମଧ୍ୟ ସେ ସମାଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ତାଙ୍କ ସରକାର ଗରିବ କୃଷକମାନଙ୍କୁ ସାର ପାଇଁ ୧୨ ଲକ୍ଷ କୋଟି ଟଙ୍କାର ସବସିଡି ଦେଇଛନ୍ତି, ଯାହା ସ୍ୱାଧୀନତା ପରଠାରୁ ସର୍ବାଧିକ। ଶ୍ରୀ ମୋଦୀ କହିଥିଲେ ଯେ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ତାଙ୍କ ସରକାର କେବଳ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)ରେ ରେକର୍ଡ ବୃଦ୍ଧି ଘୋଷଣା କରିନାହାନ୍ତି ବରଂ ସେମାନଙ୍କଠାରୁ କ୍ରୟ କରିବାରେ ମଧ୍ୟ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବ ସରକାରଙ୍କ ସହ ତୁଳନା କରି ସେ ଦର୍ଶାଇଛନ୍ତି ଯେ ତାଙ୍କ ସରକାର ଗତ ୧୦ ବର୍ଷ ମଧ୍ୟରେ ଧାନ ଓ ଗହମ ଚାଷୀଙ୍କୁ ଅଢ଼େଇ ଗୁଣା ଅଧିକ ଅର୍ଥ ପ୍ରଦାନ କରିଛନ୍ତି। ‘‘ଆମେ ଏଠାରେ ଅଟକିବାକୁ ଚାହୁଁନାହୁଁ। ଆଗାମୀ ୫ ବର୍ଷ ପାଇଁ ଆମେ ନୂତନ କ୍ଷେତ୍ରରେ ଉପୁଜିଥିବା ସମସ୍ୟାଗୁଡ଼ିକୁ ଅଧ୍ୟୟନ କରି ସମାଧାନ କରିବାକୁ ଚେଷ୍ଟା କରୁଛୁ । ଆମେ ବର୍ତ୍ତମାନ ଖାଦ୍ୟ ସଂରକ୍ଷଣ ପାଇଁ ବିଶ୍ୱର ସର୍ବବୃହତ ଅଭିଯାନ ଆରମ୍ଭ କରିଛୁ ବୋଲି ସେ କହିଛନ୍ତି, କେନ୍ଦ୍ରୀୟ ବ୍ୟବସ୍ଥା ଅଧୀନରେ ଲକ୍ଷ ଲକ୍ଷ ଶସ୍ୟ ଭଣ୍ଡାର ନିର୍ମାଣ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି।

ଉଦ୍ୟାନ କୃଷି କୃଷିର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏବଂ ଏହାର ସୁରକ୍ଷିତ ସଂରକ୍ଷଣ, ପରିବହନ ଏବଂ ବିକ୍ରୟ ପାଇଁ ଭିତ୍ତିଭୂମି ବୃଦ୍ଧି ପାଇଁ ତାଙ୍କ ସରକାର ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

‘‘ସବକା ସାଥ ସବକା ବିକାଶ’’ର ମୂଳ ମନ୍ତ୍ର ସହିତ ସରକାର ଭାରତର ବିକାଶ ଯାତ୍ରାର ପରିସରକୁ କ୍ରମାଗତ ଭାବରେ ବିସ୍ତାର କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ନାଗରିକମାନଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ କହିଥିଲେ। ସ୍ୱାଧୀନତା ପରେ ଦଶନ୍ଧି ଧରି ଅବହେଳିତ ଥିବା ଲୋକମାନେ କେବଳ ଯତ୍ନ ନେଉନାହାନ୍ତି ବରଂ ଆଜି ସମ୍ମାନ ମଧ୍ୟ ପାଉଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ସମସ୍ୟାକୁ ମିଶନ ମୋଡରେ ଏବଂ ତୃଣମୂଳ ସ୍ତରରେ ସମାଧାନ କରାଯାଇଛି । ସେମାନେ ଯେପରି ଅନ୍ୟମାନଙ୍କ ଉପରେ ସର୍ବନିମ୍ନ ନିର୍ଭରଶୀଳତା ଆବଶ୍ୟକ କରି ସମ୍ମାନର ସହ ଜୀବନ ଯାପନ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ତାଙ୍କ ସରକାରଙ୍କ ସାମଗ୍ରିକ ପ୍ରକୃତି ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ ଯେ ଏହା ସମାଜର ଏକ ଅବହେଳିତ ବର୍ଗ କିନ୍ନରମାନଙ୍କ ପାଇଁ ଏକ ଆଇନ କାର୍ଯ୍ୟକାରୀ କରିବା ପାଇଁ କାମ କରିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ପାଶ୍ଚାତ୍ୟ ଦେଶମାନେ ମଧ୍ୟ ଆଜି ଭାରତର ପ୍ରଗତିଶୀଳ ପ୍ରକୃତିକୁ ଗର୍ବର ସହ ଦେଖୁଛନ୍ତି। ସେ ଜୋର ଦେଇ କହିଥିଲେ ଯେ ତାଙ୍କ ସରକାର ବର୍ତ୍ତମାନ କିନ୍ନରମାନଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି ।

ସେହିଭଳି ଯାଯାବର ଓ ଅର୍ଦ୍ଧଯାଯାବର ସମ୍ପ୍ରଦାୟ ପାଇଁ ଏକ କଲ୍ୟାଣ ବୋର୍ଡ ଗଠନ କରାଯାଇଛି। ଜନମନ ଯୋଜନାରେ ୨୪ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଥିବାରୁ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ଏହାଦ୍ୱାରା ଉପକୃତ ହେବା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ସରକାର ଭୋଟ ରାଜନୀତି ପରିବର୍ତ୍ତେ ବିକାଶର ରାଜନୀତି କରୁଛନ୍ତି, ଏଥିରୁ ତାହାର ଏକ ସଙ୍କେତ ମିଳୁଛି ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ବିଶ୍ୱକର୍ମାମାନଙ୍କ ବିଷୟରେ ମଧ୍ୟ କହିଥିଲେ, ଯେଉଁମାନେ ଭାରତର ବିକାଶ ଯାତ୍ରାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ସୂଚନା ଦେଇଥିଲେ ଯେ ସରକାର ପ୍ରାୟ ୧୩ ହଜାର କୋଟି ସହାୟତାରେ ବୃତ୍ତିଗତ ପରିବେଶ ସୃଷ୍ଟି କରି ଏବଂ ଦକ୍ଷତା ବିକାଶ ପାଇଁ ସମ୍ବଳ ପ୍ରଦାନ କରି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଛନ୍ତି । ସେ ପିଏମ ସ୍ୱନିଧି ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ରାସ୍ତା କଡ଼ରେ ଥିବା ଉଠାଦୋକାନୀମାନଙ୍କୁ ବ୍ୟାଙ୍କ ଋଣ ପାଇବା ଏବଂ ସେମାନଙ୍କ ଆୟକୁ ଆହୁରି ବଢ଼ାଇବାରେ ସହାୟକ ହୋଇଥିଲା। ‘‘ଗରିବ ହୁଅନ୍ତୁ, ଦଳିତ ହୁଅନ୍ତୁ, ପଛୁଆ ସମ୍ପ୍ରଦାୟ ହୁଅନ୍ତୁ, ଆଦିବାସୀ ହୁଅନ୍ତୁ କିମ୍ବା ମହିଳା, ସେମାନେ ଆମକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି,’’ ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ମହିଳାଙ୍କ ନେତୃତ୍ବାଧୀନ ବିକାଶର ଭାରତର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏ ଦିଗରେ ଦେଶ କେବଳ ସ୍ଲୋଗାନ୍ ଭାବରେ ନୁହେଁ ବରଂ ଅତୁଟ ପ୍ରତିବଦ୍ଧତାର ସହ ଗତି କରୁଛି ବୋଲି ସେ କହିଥିଲେ । ମହିଳାଙ୍କ ସ୍ୱାସ୍ଥ୍ୟ କୁ ନେଇ ଶ୍ରୀମତୀ ସୁଧା ମୂର୍ତ୍ତିଙ୍କ ହସ୍ତକ୍ଷେପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ପରିବାରରେ ମା’ଙ୍କ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ ମହିଳାଙ୍କ ସ୍ୱାସ୍ଥ୍ୟ, ପରିମଳ ଏବଂ ସୁସ୍ଥତା ଉପରେ ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହି ଦିଗରେ ଶୌଚାଳୟ, ସାନିଟାରୀ ପ୍ୟାଡ୍, ଟିକାକରଣ, ରନ୍ଧନ ଗ୍ୟାସ୍ ଆଦି ପ୍ରମୁଖ ପଦକ୍ଷେପ ବୋଲି ସେ ଉଲ୍ଲେଖ କରିଥିଲେ । ଗରିବଙ୍କୁ ହସ୍ତାନ୍ତର କରାଯାଇଥିବା ୪ କୋଟି ଘର ମଧ୍ୟରୁ ଅଧିକାଂଶ ମହିଳାଙ୍କ ନାମରେ ପଞ୍ଜୀକୃତ ହୋଇଛି। ମୁଦ୍ରା ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଭଳି ଯୋଜନା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ଯାହା ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରି ସେମାନଙ୍କୁ ସ୍ୱାଧୀନ କରିବା ସହ ନିଷ୍ପତ୍ତି ନେବାର ଅଂଶ ହେବା ପାଇଁ ସ୍ୱର ପ୍ରଦାନ କରିଛି । ବର୍ତ୍ତମାନ ସୁଦ୍ଧା ଛୋଟ ଛୋଟ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀରେ କାମ କରୁଥିବା ୧ କୋଟି ମହିଳା ଲକ୍ଷପତି ଦିଦି ହୋଇଥିବା ବେଳେ ଚଳିତ କାର୍ଯ୍ୟକାଳରେ ସେମାନଙ୍କ ସଂଖ୍ୟା ୩ କୋଟି ବୃଦ୍ଧି କରିବାକୁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦୀ ସୂଚନା ଦେଇଥିଲେ।

ପ୍ରତ୍ୟେକ ନୂତନ କ୍ଷେତ୍ରରେ ମହିଳାମାନଙ୍କୁ ନେତୃତ୍ୱ ଦେବା ଏବଂ ପ୍ରତ୍ୟେକ ନୂତନ ଜ୍ଞାନକୌଶଳ ପ୍ରଥମେ ମହିଳାଙ୍କ ପାଖରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ପାଇଁ ତାଙ୍କ ସରକାର ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ମୋଦୀ ଆଶା ବ୍ୟକ୍ତ କରିଥିଲେ । ‘‘ଆଜି ନମୋ ଡ୍ରୋନ୍ ଦିଦି ଅଭିଯାନ ଗାଁରେ ସଫଳତାର ସହ କାର୍ଯ୍ୟକାରୀ ହୋଇଛି, ଯେଉଁଥିରେ ମହିଳାମାନେ ଆଗରେ ଅଛନ୍ତି।’’ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ, ଡ୍ରୋନ୍ ଚଳାଉଥିବା ମହିଳାମାନଙ୍କୁ ‘ପାଇଲଟ୍ ଦିଦି’ ବୋଲି କୁହାଯାଏ ଏବଂ ଏଭଳି ମାନ୍ୟତା ମହିଳାମାନଙ୍କ ପାଇଁ ଏକ ପ୍ରେରଣା ଶକ୍ତି ଅଟେ ।

ପଶ୍ଚିମବଙ୍ଗରେ ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହିତ ମହିଳାଙ୍କ ପ୍ରସଙ୍ଗରେ ବାଛବିଚାରପୂର୍ଣ୍ଣ ମନୋଭାବକୁ ସମାଲୋଚନା କରିଥିଲେ।

ଦେଶର ନୂତନ ବୈଶ୍ୱିକ ଭାବମୂର୍ତ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବିଦେଶୀ ପୁଞ୍ଜିନିବେଶକୁ ସ୍ୱାଗତ କରୁଥିବାରୁ ‘କିନ୍ତୁ ପରନ୍ତୁ’ର ଯୁଗ ଆଜି ଶେଷ ହୋଇଯାଇଛି ଯାହା ଏହାର ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ପାଇଁ ମାର୍ଗ ପ୍ରଶସ୍ତ କରୁଛି ଏବଂ ସେମାନଙ୍କର ସାମର୍ଥ୍ୟ ଓ ପ୍ରତିଭାକୁ ଏକ ଅନ୍ତର୍ଜାତୀୟ ମଞ୍ଚରେ ପ୍ରଦର୍ଶନ କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଆଜିର ବିଜୟ ସେହି ନିବେଶକମାନଙ୍କ ପାଇଁ ଆଶା ଆଣିଛି ଯେଉଁମାନେ ବିଶ୍ୱ ଅର୍ଥବ୍ୟବସ୍ଥାରେ ସନ୍ତୁଳନ ପାଇଁ ଆଶା ରଖିଛନ୍ତି । ସ୍ୱଚ୍ଛତା କ୍ଷେତ୍ରରେ ଆଜି ଭାରତ ଏକ ଆଶାଜନକ ଦେଶ ଭାବେ ଉଭା ହେଉଛି ବୋଲି ଶ୍ରୀ ମୋଦୀ ମତ ଦେଇଥିଲେ।

ପ୍ରଧାନମନ୍ତ୍ରୀ ୧୯୭୭ ଲୋକସଭା ନିର୍ବାଚନର ସମୟକୁ ମନେ ପକାଇଥିଲେ ଯେତେବେଳେ ଛାପା ଗଣମାଧ୍ୟମ ଓ ରେଡିଓକୁ ବନ୍ଦ କରାଯାଇଥିଲା ଏବଂ ଲୋକଙ୍କ ସ୍ୱରକୁ ଚାପି ଦିଆଯାଇଥିଲା । ଭାରତୀୟ ସମ୍ବିଧାନର ସୁରକ୍ଷା ଓ ଗଣତନ୍ତ୍ରକୁ ପୁନଃ ପ୍ରତିଷ୍ଠା କରିବା ପାଇଁ ମତଦାତାମାନେ ଭୋଟ୍ ଦେଇଥିବା ବେଳେ ଆଜି ସମ୍ବିଧାନକୁ ବଞ୍ଚାଇବାର ଏହି ଲଢ଼େଇରେ ଭାରତବାସୀଙ୍କ ପ୍ରଥମ ପସନ୍ଦ ହେଉଛି ବର୍ତ୍ତମାନର ସରକାର। ଜରୁରୀକାଳୀନ ପରିସ୍ଥିତି ସମୟରେ ଦେଶ ଉପରେ ହୋଇଥିବା ଅତ୍ୟାଚାର ଉପରେ ମଧ୍ୟ ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ଜରୁରୀକାଳୀନ ପରିସ୍ଥିତି ସମୟରେ ସଂଶୋଧନ କରାଯାଇଥିବା ୩୮ତମ, ୩୯ତମ ଏବଂ ୪୨ତମ ସାମ୍ବିଧାନିକ ସଂଶୋଧନ ସହିତ ଆଉ କେତୋଟି ଧାରା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ, ଯାହା ସମ୍ବିଧାନର ଭାବନାକୁ କ୍ଷତିଗ୍ରସ୍ତ କରିଥିଲା। କ୍ୟାବିନେଟ୍ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଉଲ୍ଲଂଘନ କରିବାର କ୍ଷମତା ଥିବା ଜାତୀୟ ପରାମର୍ଶଦାତା ପରିଷଦ (ଏନ୍ଏସି)ର ନିଯୁକ୍ତି ଏବଂ ନିର୍ଦ୍ଧାରିତ ପ୍ରୋଟୋକଲ୍ କୁ ଅଣଦେଖା କରି ଗୋଟିଏ ପରିବାରକୁ ଦିଆଯାଉଥିବା ଅଗ୍ରାଧିକାରକୁ ମଧ୍ୟ ଶ୍ରୀ ମୋଦୀ ସମାଲୋଚନା କରିଥିଲେ। ଜରୁରୀକାଳୀନ ପରିସ୍ଥିତି ଉପରେ ଆଲୋଚନାକୁ ଏଡ଼ାଇବା ପାଇଁ ବିରୋଧୀମାନେ ବ୍ୟବହାର କରୁଥିବା ଟାଳଟୁଳ ନୀତିକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ସମାଲୋଚନା କରିଥିଲେ ।

ଜରୁରୀକାଳୀନ ପରିସ୍ଥିତି କେବଳ ଏକ ରାଜନୈତିକ ପ୍ରସଙ୍ଗ ନଥିଲା ବରଂ ଏହା ଭାରତର ଗଣତନ୍ତ୍ର, ସମ୍ବିଧାନ ଏବଂ ମାନବିକତା ପାଇଁ ଚିନ୍ତାର ବିଷୟ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଜେଲରେ ଥିବା ତତ୍କାଳୀନ ବିରୋଧୀ ଦଳ ନେତାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ ସ୍ୱର୍ଗତ ଜୟ ପ୍ରକାଶ ନାରାୟଣଜୀଙ୍କ ବିଷୟରେ ଉଲ୍ଲେଖ କରିଥିଲେ, ଯିଏ କି ଜେଲରୁ ମୁକୁଳିବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନଥିଲେ । ଜରୁରୀକାଳୀନ ପରିସ୍ଥିତି ସମୟରେ ମୁଜାଫରନଗର ଏବଂ ତୁର୍କମନ ଗେଟ୍ ରେ ସଂଖ୍ୟାଲଘୁଙ୍କ ସ୍ଥିତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରି କହିଥିଲେ, ‘‘ଯେଉଁମାନେ ଘରୁ ବାହାରିଥିଲେ ସେମାନେ ଜରୁରୀକାଳୀନ ପରିସ୍ଥିତି ପରେ ଆଉ ଘରକୁ ଫେରି ନଥିଲେ।’’

ବିରୋଧୀ ଦଳର କେତେକ ଗୋଷ୍ଠୀ ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ସୁରକ୍ଷା ଦେବାର ପ୍ରବୃତ୍ତି କୁ ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ। ବିରୋଧୀ ଦଳ ଦ୍ୱାରା ପରିଚାଳିତ ବିଭିନ୍ନ ସରକାର ଦ୍ୱାରା କରାଯାଇଥିବା ବିଭିନ୍ନ ଦୁର୍ନୀତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକର ଅପବ୍ୟବହାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ। ଦୁର୍ନୀତି ବିରୋଧରେ ଲଢ଼େଇ କ୍ଷେତ୍ରରେ ଦୋହରା ମାନଦଣ୍ଡକୁ ମଧ୍ୟ ସେ ସମାଲୋଚନା କରିଥିଲେ। ପୂର୍ବ ସରକାରଗୁଡ଼ିକରେ ତଦନ୍ତକାରୀ ଏଜେନ୍ସିଗୁଡ଼ିକର ଅପବ୍ୟବହାର ର ଉଦାହରଣ ମଧ୍ୟ ସେ ବର୍ଣ୍ଣନା କରିଥିଲେ। ‘‘ଦୁର୍ନୀତି ବିରୋଧରେ ଲଢ଼େଇ ମୋ ପାଇଁ ନିର୍ବାଚନୀ ପ୍ରସଙ୍ଗ ନୁହେଁ, ବରଂ ଏହା ମୋ ପାଇଁ ଏକ ମିଶନ,’’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ୨୦୧୪ରେ ନୂଆ ସରକାର ଆସିବା ସମୟରେ ଗରିବଙ୍କ ପ୍ରତି ସମର୍ପଣ ଏବଂ ଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଦୁଇଟି ପ୍ରତିଶ୍ରୁତିକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ବିଶ୍ୱର ସର୍ବବୃହତ ଗରିବ କଲ୍ୟାଣ ଯୋଜନା ସମେତ ବେନାମୀ ଓ କଳାଧନ ବିରୋଧରେ ଆଇନ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଓ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ଲାଭ ହସ୍ତାନ୍ତର ସୁନିଶ୍ଚିତ କରିବା ଭଳି ଦୁର୍ନୀତି ବିରୋଧୀ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଥିଲେ। ‘‘ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଁ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ।

ନିକଟରେ ହୋଇଥିବା ପେପର ଲିକ୍ କୁ ନେଇ ରାଷ୍ଟ୍ରପତିଙ୍କ ଚିନ୍ତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ଆଶ୍ୱାସନା ଦେଇଥିଲେ ଯେ ତାଙ୍କ ସରକାର ଦେଶର ଭବିଷ୍ୟତ ସହ ଖେଳୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଏବଂ ସେମାନଙ୍କୁ ଦଣ୍ଡ ନଦେଇ ଛାଡ଼ିବାକୁ ଦେବେ ନାହିଁ । ‘‘ଯୁବପିଢ଼ିଙ୍କୁ ଯେପରି କୌଣସି ପ୍ରକାର ସନ୍ଦେହରେ ବଞ୍ଚିବାକୁ ପଡ଼ିବ ନାହିଁ ଏବଂ ଆତ୍ମବିଶ୍ୱାସର ସହ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବାକୁ ପଡ଼ିବ ସେଥିପାଇଁ ଆମେ ସମଗ୍ର ବ୍ୟବସ୍ଥାକୁ ସୁଦୃଢ଼ କରୁଛୁ,’’ ପ୍ରଧାନମନ୍ତ୍ରୀ କହିଥିଲେ।

ଜମ୍ମୁ-କଶ୍ମୀରରେ ନିକଟରେ ହୋଇଥିବା ଲୋକସଭା ନିର୍ବାଚନର ମତଦାନ ତଥ୍ୟକୁ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ରଶାସିତ ଅଞ୍ଚଳର ଲୋକମାନେ ବିଗତ ଚାରି ଦଶନ୍ଧିର ରେକର୍ଡ ଭାଙ୍ଗି ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ବାହାରିଛନ୍ତି। ଜମ୍ମୁ-କଶ୍ମୀରବାସୀ ଭାରତର ସମ୍ବିଧାନ, ଗଣତନ୍ତ୍ର ଏବଂ ନିର୍ବାଚନ ଆୟୋଗକୁ ଅନୁମୋଦନ କରିଛନ୍ତି। ଦେଶର ନାଗରିକଙ୍କ ପାଇଁ ଏହା ଏକ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ବୋଲି ଶ୍ରୀ ମୋଦୀ କହିଥିଲେ। କେନ୍ଦ୍ର ଶାସିତ ଅଞ୍ଚଳର ଭୋଟରମାନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ କିଛି ଦଶନ୍ଧି ମଧ୍ୟରେ ଜମ୍ମୁ-କଶ୍ମୀରରେ ଏକାଧିକ ବନ୍ଦ, ବିକ୍ଷୋଭ, ବିସ୍ଫୋରଣ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଗଣତନ୍ତ୍ରକୁ ପ୍ରଭାବିତ କରିଥିଲା । ତେବେ ଜମ୍ମୁ-କଶ୍ମୀରବାସୀ ସମ୍ବିଧାନ ଉପରେ ଅତୁଟ ଆସ୍ଥା ପ୍ରକଟ କରି ନିଜର ଭବିଷ୍ୟତ ନିର୍ଦ୍ଧାରଣ କରିଛନ୍ତି। ଏକ ପ୍ରକାରରେ ଆମେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧରେ ଲଢ଼େଇର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛୁ। ଅବଶିଷ୍ଟ ଆତଙ୍କୀ ନେଟୱାର୍କକୁ ଧ୍ୱଂସ କରିବା ପାଇଁ ଆମେ କଠିନ ପରିଶ୍ରମ କରୁଛୁ ବୋଲି ସେ କହିଛନ୍ତି। ଏହି ଲଢେଇରେ କେନ୍ଦ୍ର ଶାସିତ ଅଞ୍ଚଳର ଲୋକମାନେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ମାର୍ଗଦର୍ଶନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର-ପୂର୍ବାଞ୍ଚଳ ଦ୍ରୁତ ଗତିରେ ଦେଶର ପ୍ରଗତି ପାଇଁ ପ୍ରବେଶ ଦ୍ୱାର ପାଲଟିଛି । ଗତ କିଛି ବର୍ଷ ମଧ୍ୟରେ ଏ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ବର୍ଣ୍ଣନା କରିଥିଲେ। ସେ ଉତ୍ତର-ପୂର୍ବାଞ୍ଚଳରେ ଭିତ୍ତିଭୂମିର ଅଭୂତପୂର୍ବ ଅଭିବୃଦ୍ଧି ବିଷୟରେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ରାଜ୍ୟମାନଙ୍କ ମଧ୍ୟରେ ସୀମା ବିବାଦକୁ ସହମତି ଏବଂ ଅର୍ଥପୂର୍ଣ୍ଣ ଢଙ୍ଗରେ ସମାଧାନ କରାଯାଉଛି । ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ସୁନିଶ୍ଚିତ କରିବା ପାଇଁ ଚାଲିଥିବା ପ୍ରୟାସର ଦୀର୍ଘସ୍ଥାୟୀ ପ୍ରଭାବ ପଡ଼ିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ରାଜ୍ୟସଭାର ପୂର୍ବ ଅଧିବେଶନରେ ମଣିପୁର ସମ୍ପର୍କରେ ତାଙ୍କ ବିସ୍ତୃତ ଭାଷଣକୁ ମନେ ପକାଇ ଶ୍ରୀ ମୋଦୀ ଦୋହରାଇଥିଲେ ଯେ ମଣିପୁରରେ ପରିସ୍ଥିତିକୁ ସୁଧାରିବା ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମଣିପୁରରେ ଅଶାନ୍ତି ସମୟରେ ଏବଂ ପରେ ୧୧,୦୦୦ରୁ ଅଧିକ ଏଫଆଇଆର ରୁଜୁ ହୋଇଛି ଏବଂ ୫୦୦ରୁ ଅଧିକ ଆଇନ ଉଲ୍ଲଙ୍ଘନକାରୀ ଗିରଫ କରାଯାଇଛି। ମଣିପୁରରେ ହିଂସାକାଣ୍ଡ କ୍ରମାଗତ ଭାବେ ହ୍ରାସ ପାଉଥିବା କଥାକୁ ଆମେ ସ୍ୱୀକାର କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହାର ଅର୍ଥ ହେଉଛି ମଣିପୁରରେ ଶାନ୍ତିର ଆଶା ଏକ ନିଶ୍ଚିତ ସମ୍ଭାବନା । ଶ୍ରୀ ମୋଦୀ ଗୃହକୁ ସୂଚନା ଦେଇଥିଲେ ଯେ ଆଜି ମଣିପୁରରେ ସ୍କୁଲ, କଲେଜ, କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଛି । ଏପରିକି ପିଲାମାନଙ୍କ ପ୍ରଗତି ଯାତ୍ରା ମଧ୍ୟ କୌଣସି ପ୍ରକାର ବାଧାପ୍ରାପ୍ତ ହୋଇନାହିଁ ବୋଲି ସେ କହିଛନ୍ତି। ମଣିପୁରରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଗୃହମନ୍ତ୍ରୀ ନିଜେ ମଣିପୁରରେ ରହି ଶାନ୍ତି ପ୍ରୟାସର ନେତୃତ୍ୱ ନେଇଥିଲେ ବୋଲି ସେ ଆଲୋକପାତ କରିଥିଲେ। ଏପରିକି ସମସ୍ୟାର ସମାଧାନ ଏବଂ ଶାନ୍ତି ସୁନିଶ୍ଚିତ କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀ ବର୍ତ୍ତମାନ ମଣିପୁରରେ କଠିନ ବନ୍ୟା ପରିସ୍ଥିତି ବିଷୟରେ ଚିନ୍ତା ପ୍ରକଟ କରିଥିଲେ । ବନ୍ୟା ରିଲିଫ୍ କାର୍ଯ୍ୟ ପାଇଁ ଏନଡିଆରଏଫର ୨ କମ୍ପାନୀ ନିୟୋଜିତ ହୋଇଥିବା ଗୃହକୁ ସୂଚନା ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ କେନ୍ଦ୍ର ସରକାର ରିଲିଫ ପ୍ରୟାସରେ ରାଜ୍ୟ ସରକାରଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି । ମଣିପୁରରେ ଶାନ୍ତି ଏବଂ ସ୍ୱାଭାବିକ ସ୍ଥିତି ସୁନିଶ୍ଚିତ କରିବା ପାଇଁ ରାଜନୈତିକ ଏବଂ ଦଳୀୟ ଧାରଣାକୁ ଅନୁସରଣ କରିବା ସମସ୍ତ ଅଂଶୀଦାରଙ୍କ ସମୟ ଏବଂ କର୍ତ୍ତବ୍ୟ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ମଣିପୁରର ସୁରକ୍ଷା ପରିସ୍ଥିତିକୁ ଆହୁରି ବିପଦରେ ପକାଇବା ଏବଂ ଉତ୍ତେଜିତ କରିବା ବନ୍ଦ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ବିଦ୍ରୋହୀମାନଙ୍କୁ ଅନୁରୋଧ କରିଥିଲେ । ମଣିପୁରରେ ସାମାଜିକ ସଂଘର୍ଷ ଏକ ଦୀର୍ଘ ଇତିହାସ ସହିତ ଗଭୀର ଭାବରେ ଜଡ଼ିତ ଏବଂ ଏଠାରେ ସ୍ୱାଧୀନତା ପରଠାରୁ ୧୦ ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି ବୋଲି ସେ ଗୃହକୁ ସ୍ମରଣ କରାଇ ଦେଇଥିଲେ। ୧୯୯୩ ମସିହାରୁ ମଣିପୁରରେ ୫ ବର୍ଷ ଧରି ଚାଲିଥିବା ସାମାଜିକ ସଂଘର୍ଷକୁ ଦୃଷ୍ଟିରେ ରଖି ଶ୍ରୀ ମୋଦୀ କହିଥିଲେ ଯେ ପରିସ୍ଥିତିକୁ ବୁଦ୍ଧି ଓ ଧୈର୍ଯ୍ୟର ସହ ପରିଚାଳନା କରିବାର ଆବଶ୍ୟକତା ରହିଛି। ମଣିପୁରରେ ସ୍ୱାଭାବିକ ସ୍ଥିତି ଏବଂ ଶାନ୍ତି ସୁନିଶ୍ଚିତ କରିବା ପାଇଁ ତାଙ୍କ ପ୍ରୟାସରେ ସାହାଯ୍ୟ କରିବାକୁ ସେ ସମସ୍ତ ସମାନ ଚିନ୍ତାଧାରାର ଲୋକଙ୍କୁ ଆମନ୍ତ୍ରଣ କରିଥିଲେ ।

ଲୋକସଭାରେ ପାଦ ଦେବା ଏବଂ ଭାରତର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବାରୁ ଅଭିଜ୍ଞତାରୁ ସଂଘୀୟ ବ୍ୟବସ୍ଥାର ମହତ୍ତ୍ୱ ଶିଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ସହଯୋଗୀ ଏବଂ ପ୍ରତିଯୋଗିତାମୂଳକ ସଂଘବାଦକୁ ସୁଦୃଢ଼ କରିବା ପାଇଁ ଶ୍ରୀ ମୋଦୀ ତାଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ରାଜ୍ୟ ଓ ଏହାର ସାମର୍ଥ୍ୟକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିବା ପାଇଁ ଦେଶର ପ୍ରତ୍ୟେକ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଜି-୨୦ କାର୍ଯ୍ୟକ୍ରମ ଆୟୋଜନ କରିବା ବିଷୟରେ ଉଲ୍ଲେଖ କରିଥିଲେ । କୋଭିଡ ମହାମାରୀ ସମୟରେ ରାଜ୍ୟ ଓ କେନ୍ଦ୍ର ଭିତରେ ରେକର୍ଡ ସଂଖ୍ୟକ ଆଲୋଚନା ଓ ବିଚାର ବିମର୍ଶ ହୋଇଥିବା ସେ ସୂଚନା ଦେଇଥିଲେ ।

ରାଜ୍ୟସଭା ହେଉଛି ରାଜ୍ୟଗୁଡ଼ିକର ସଦନ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପୁନର୍ବାର କହିଥିଲେ ଯେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ପରବର୍ତ୍ତୀ ବିପ୍ଳବକୁ ଭାରତ ଆଗେଇ ନେଉଛି । ଏହି ପରିପ୍ରେକ୍ଷୀରେ ବିକାଶ, ସୁଶାସନ, ନୀତି ଗଠନ, ନିଯୁକ୍ତି ସୃଷ୍ଟି ଏବଂ ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବା ଦିଗରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ଭାରତର ରାଜ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ ପ୍ରକଟ କରିଛନ୍ତି ଯେ ଯେତେବେଳେ ବିଶ୍ୱ ଭାରତର ଦ୍ୱାରକୁ ଟକ୍କର ଦେଉଛି ସେତେବେଳେ ଭାରତର ପ୍ରତ୍ୟେକ ରାଜ୍ୟ ପାଖରେ ସୁଯୋଗ ଅଛି । ଭାରତର ଅଭିବୃଦ୍ଧି ରେ ଯୋଗଦାନ କରିବା ଏବଂ ଏହାର ସୁଫଳ ଉଠାଇବା ପାଇଁ ସେ ସମସ୍ତ ରାଜ୍ୟମାନଙ୍କୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଯୁବଗୋଷ୍ଠୀଙ୍କୁ ବହୁତ ସାହାଯ୍ୟ କରିବ କାରଣ ଏହାଦ୍ୱାରା ନୂତନ ସୁଯୋଗ ସୃଷ୍ଟି ହେବ । ଉତ୍ତର-ପୂର୍ବରେ ଆସାମର ଉଦାହରଣ ଦେଇ ସେ କହିଥିଲେ ଏଠାରେ ସେମିକଣ୍ଡକ୍ଟର ସମ୍ବନ୍ଧୀୟ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ।

ମିଳିତ ଜାତିସଂଘ ଦ୍ୱାରା ୨୦୨୩ ବର୍ଷକୁ ‘ମିଲେଟ୍ ବର୍ଷ’ ଭାବେ ଘୋଷଣା କରାଯିବା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଭାରତର କ୍ଷୁଦ୍ର ଚାଷୀଙ୍କ ଶକ୍ତିର ପ୍ରତୀକ। ମିଲେଟ୍‌ ବା ଶ୍ରୀଅନ୍ନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ନୀତି ପ୍ରସ୍ତୁତ କରିବା ଏବଂ ଏହାକୁ ବିଶ୍ୱ ବଜାରରେ ସ୍ଥାନ ଦେବା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଥିଲେ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ମାଣ୍ଡିଆ, ବାଜରା ଭଳି ଶ୍ରୀଅନ୍ନ ବିଶ୍ୱର ପୋଷଣ ବଜାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ଏବଂ ପୁଷ୍ଟିହୀନ ଜନସଂଖ୍ୟା ଥିବା ଅଞ୍ଚଳରେ ଏକ ମୁଖ୍ୟ ଖାଦ୍ୟ ରେ ପରିଣତ ହୋଇପାରେ ।

ନାଗରିକମାନଙ୍କ ମଧ୍ୟରେ ‘ସହଜ ଜୀବନଧାରଣ’କୁ ବଢ଼ାଇବା ପାଇଁ ନୀତି ପ୍ରଣୟନ ଏବଂ ଆଇନ ପ୍ରଣୟନ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ପଞ୍ଚାୟତ, ନଗର ପାଳିକା, ମହାନଗର ପାଳିକା, ତହସିଲ କିମ୍ବା ଜିଲ୍ଲା ପରିଷଦ ସବୁ ସ୍ତରରେ ଦୁର୍ନୀତି ବିରୋଧରେ ଲଢ଼େଇକୁ ବଢ଼ାଇବାର ଆବଶ୍ୟକତା ପ୍ରକାଶ କରିବା ସହ ରାଜ୍ୟଗୁଡ଼ିକୁ ଏକଜୁଟ ହେବାକୁ ସେ ଆହ୍ୱାନ ଦେଇଥିଲେ।

ଭାରତକୁ ଏକବିଂଶ ଶତାବ୍ଦୀର ବ୍ଲୁ ପ୍ରିଣ୍ଟରେ ପରିଣତ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ନେବା, ବିତରଣ ଏବଂ ଶାସନ ମଡେଲରେ ଦକ୍ଷତାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଏହି କ୍ଷେତ୍ରରେ କରାଯାଇଥିବା କାର୍ଯ୍ୟର ଗତିକୁ ପ୍ରୋତ୍ସାହନ ମିଳିବ । ଦକ୍ଷତା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିଥାଏ, ଯାହା ଦ୍ୱାରା ନାଗରିକଙ୍କ ଅଧିକାରକୁ ସୁରକ୍ଷିତ ରଖାଯାଇଥାଏ, ସହଜ ଜୀବନଧାରଣକୁ ପ୍ରୋତ୍ସାହିତ କରାଯାଏ ଏବଂ ‘କିନ୍ତୁ ଓ ପରନ୍ତୁ’କୁ ଦୂର କରିଥାଏ ବୋଲି ସେ ଉଲ୍ଲେଖ କରିଥିଲେ।

ନାଗରିକମାନଙ୍କ ଜୀବନରେ ସରକାରଙ୍କ ହସ୍ତକ୍ଷେପ ହ୍ରାସ କରିବା ସହ ଆବଶ୍ୟକ ଲୋକଙ୍କ ପାଇଁ ସରକାରୀ ସମର୍ଥନ ବଜାୟ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଜଳବାୟୁ ପରିବର୍ତ୍ତନ କୁ ନେଇ ଚିନ୍ତା ପ୍ରକଟ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଉଛି । ଏହାର ମୁକାବିଲା ପାଇଁ ସମସ୍ତ ରାଜ୍ୟ ଆଗେଇ ଆସିବାକୁ ସେ ଉତ୍ସାହିତ କରିଥିଲେ। ସମସ୍ତଙ୍କୁ ପାନୀୟ ଜଳ ଯୋଗାଇବା ଏବଂ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମୋଦୀ କହିଥିଲେ। ରାଜନୈତିକ ଇଚ୍ଛା ଶକ୍ତି ବଳରେ ଏହି ମୌଳିକ ଲକ୍ଷ୍ୟ ହାସଲ କରାଯାଇପାରିବ ଏବଂ ଏଥିରେ ପହଞ୍ଚିବା ପାଇଁ ପ୍ରତ୍ୟେକ ରାଜ୍ୟ ଆଗେଇ ଆସି ସହଯୋଗ କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

ବର୍ତ୍ତମାନର ଶତାବ୍ଦୀ ଭାରତର ଶତାବ୍ଦୀ ହେବାକୁ ଯାଉଛି ବୋଲି ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଆମେ ଏହି ସୁଯୋଗକୁ ହାତଛଡ଼ା କରିପାରିବୁ ନାହିଁ । ଭାରତ ଅନେକ ସୁଯୋଗ ହାତଛଡ଼ା କରିଥିବାରୁ ଏଭଳି ଅନେକ ଦେଶ ବିକଶିତ ହୋଇପାରିଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ । ସଂସ୍କାରକୁ ଏଡ଼ାଇବାର କୌଣସି ଆବଶ୍ୟକତା ନାହିଁ ଏବଂ ଅଧିକ ନିଷ୍ପତ୍ତି ନେବାର କ୍ଷମତା ନାଗରିକଙ୍କୁ ହସ୍ତାନ୍ତର ହେବା ସହିତ ପ୍ରଗତି ଓ ଅଭିବୃଦ୍ଧି ନିଶ୍ଚିତ ବୋଲି ସେ କହିଥିଲେ।

ଏହି ଲକ୍ଷ୍ୟ ହାସଲ ପାଇଁ ଏକତାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ବିକଶିତ ଭାରତ ହେଉଛି ୧୪୦ କୋଟି ନାଗରିକଙ୍କ ମିଶନ’’। ଭାରତର ସାମର୍ଥ୍ୟରେ ପୁଞ୍ଜିନିବେଶ କରିବାକୁ ସମଗ୍ର ବିଶ୍ୱ ପ୍ରସ୍ତୁତ ବୋଲି ସେ ଦୋହରାଇବା ସହ କହିଥିଲେ, ଭାରତ ହେଉଛି ବିଶ୍ୱର ପ୍ରଥମ ପସନ୍ଦ । ଏହି ସୁଯୋଗର ଫାଇଦା ଉଠାଇବାକୁ ସେ ରାଜ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି।

ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ଏବଂ ତାଙ୍କ ଅଭିଭାଷଣରେ ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେଇ ଶେଷ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଡିଜିଟାଲ ଇଣ୍ଡିଆ ପଦକ୍ଷେପର ୯ ବର୍ଷ ପୂରଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସଫଳତାର ସହ ୯ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଡିଜିଟାଲ ଇଣ୍ଡିଆ ସଶକ୍ତ ଭାରତର ପ୍ରତୀକ ଯାହାକି ‘ଇଜ ଅଫ ଲିଭିଙ୍ଗ’ ଏବଂ ସ୍ୱଚ୍ଛତାକୁ ଦୃଢ଼ କରିପାରିଛି।

ମାଇଁଗଭଇଣ୍ଡିଆ(MyGovIndia) ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

“ଏକ ଡିଜିଟାଲ ଇଣ୍ଡିଆ ଏକ ସଶକ୍ତ ଭାରତ, ଏହା ‘ଇଜ ଅଫ ଲିଭିଙ୍ଗ’ ଓ ସ୍ୱଚ୍ଛତାକୁ ଦୃଢ଼ କରିଥାଏ। ଏହି ପୋଷ୍ଟ ଏକ ଦଶନ୍ଧି ମଧ୍ୟରେ ହୋଇଥିବା ବିକାଶର ଏକ ଝଲକ, ଏଥିପାଇଁ ପ୍ରଯୁକ୍ତି ବିଦ୍ୟାର ସଫଳର ବ୍ୟବହାର ହିଁ କାରଣ।”

Categories
ଆଜିର ଖବର ଜାତୀୟ ଖବର

‘ଡକ୍ଟର୍ସ ଡେ’ରେ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଡକ୍ଟର୍ସ ଡେ’ ଅବସରରେ ସମସ୍ତ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାର ପ୍ରତିବଦ୍ଧ  ଏଥିସହ ଡାକ୍ତରମାନେ କିପରି ଉପଯୁକ୍ତ ସମ୍ମାନ ପାଇବେ ତାହା ମଧ୍ୟ ସରକାର ନିଶ୍ଚିତ କରିବେ ବୋଲି ଶ୍ରୀ ମୋଦୀ କହିଛନ୍ତି।

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଡାକ୍ତର ଦିବସରେ ଶୁଭେଚ୍ଛା। ଆମର ସ୍ୱାସ୍ଥ୍ୟସେବା ହିରୋମାନଙ୍କର ଅବିଶ୍ୱାସନୀୟ ଉତ୍ସର୍ଗୀକୃତ ଏବଂ କରୁଣାକୁ ସମ୍ମାନିତ କରିବାର ଏହା ଏକ ଦିନ। ସେମାନେ ଚମତ୍କାର କୌଶଳ ସହ ସବୁଠାରୁ ଜଟିଳ ଆହ୍ୱାନଗୁଡିକର ପରିଚାଳନା କରିପାରିବେ। ଆମ ସରକାର ଭାରତର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ସହ ଡାକ୍ତରମାନେ ପାଇବାକୁ ହକ୍‌ଦାର ଥିବା ସମ୍ମାନ ସେମାନଙ୍କୁ କିପରି ଦିଆଯିବ ତାହା ନିଶ୍ଚିତ କରିବାକୁ ପ୍ରତିବଦ୍ଧ।”

Categories
ଆଜିର ଖବର ଜାତୀୟ ଖବର

ଏମ୍‌. ଭେଙ୍କେୟା ନାଇଡୁଙ୍କ ଜୀବନ ଏବଂ ଯାତ୍ରା ଉପରେ ତିନୋଟି ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁଙ୍କ ୭୫ତମ ଜନ୍ମଦିନ ଅବସରର ପୂର୍ବ ଦିନ ଅର୍ଥାତ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କ ଜୀବନ ଓ ଯାତ୍ରା ଉପରେ ତିନୋଟି ପୁସ୍ତକ ଉନ୍ମୋଚନ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ପୁସ୍ତକଗୁଡ଼ିକ ମଧ୍ୟରେ (୧) ଦି ହିନ୍ଦୁର ହାଇଦ୍ରାବାଦ ସଂସ୍କରଣର ପୂର୍ବତନ ଆବାସିକ ସମ୍ପାଦକ ଶ୍ରୀ ଏସ୍ ନାଗେଶ କୁମାରଙ୍କ ଦ୍ୱାରା ଲିଖିତ “ଭେଙ୍କେୟା ନାଇଡୁ – ଲାଇଫ୍ ଇନ୍ ସର୍ଭିସ” ଶୀର୍ଷକ ପୁସ୍ତକ , ଯାହା ପୂର୍ବତନ ଉପରାଷ୍ଟ୍ରପତିଙ୍କ ଜୀବନୀ ଉପରେ ଆଧାରିତ ; (୨) ଭାରତର ଉପରାଷ୍ଟ୍ରପତିଙ୍କ ପୂର୍ବତନ ସଚିବ ଡ. ଆଇ ଭି ସୁବ୍‌ବା ରାଓଙ୍କ ଦ୍ୱାରା ସଂକଳିତ ଏକ ଫଟୋ କ୍ରୋନିକଲ୍ “ସେଲିବ୍ରେଟିଂ ଭାରତ – ଦ ମିଶନ ଆଣ୍ଡ ମେସେଜ୍ ଅଫ୍ ଶ୍ରୀ ଏମ୍ ଭେଙ୍କେୟା ନାଇଡୁ ଆଜ୍ ୧୩ଶ ଭାଇସ୍ – ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ”; ଏବଂ (୩) ଶ୍ରୀ ସଞ୍ଜୟ କିଶୋରଙ୍କ ଦ୍ୱାରା ତେଲୁଗୁ ଭାଷାରେ ଲିଖିତ ସଚିତ୍ର ଜୀବନୀ , “ମହାନେତା – ଲାଇଫ୍ ଆଣ୍ଡ ଜର୍ଣ୍ଣିଂ ଅଫ୍ ଶ୍ରୀ ଏମ୍ ଭେଙ୍କେୟା ନାଇଡୁ ରହିଛି ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ଏମ୍ ଭେଙ୍କେୟା ନାଇଡୁ ଆସନ୍ତାକାଲି ଜୁଲାଇ ପହିଲାରେ ୭୫ ବର୍ଷ ପୂରଣ କରିବେ ଏବଂ “ଏହି ୭୫ ବର୍ଷ ଅସାଧାରଣ ଥିଲା ଏବଂ ଏଥିରେ ଚମତ୍କାର ଅନୁଭୂତି ରହିଛି । ଶ୍ରୀ ଏମ୍ ଭେଙ୍କେୟା ନାଇଡୁଙ୍କ ଜୀବନୀ ଏବଂ ତାଙ୍କ ଜୀବନ ଉପରେ ଆଧାରିତ ଅନ୍ୟ ଦୁଇଟି ପୁସ୍ତକ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ । ଏହି ପୁସ୍ତକ ଗୁଡ଼ିକ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ସହ ଦେଶ ସେବାର ସଠିକ ମାର୍ଗକୁ ଆଲୋକିତ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ପୂର୍ବତନ ଉପରାଷ୍ଟ୍ରପତିଙ୍କ ସହ ତାଙ୍କର ଦୀର୍ଘ ସମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ଭେଙ୍କେୟାଜୀଙ୍କ ସହ ଦୀର୍ଘ ଦିନ ଧରି କାମ କରିବା ପାଇଁ ସେ ସୁଯୋଗ ପାଇଥିଲେ । ଭେଙ୍କେୟା ଜୀ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ସଭାପତି ଭାବରେ କାର୍ଯ୍ୟ କରିବା ପରେ କ୍ୟାବିନେଟରେ ତାଙ୍କର ବରିଷ୍ଠ ଭୂମିକା, ଦେଶର ଉପରାଷ୍ଟ୍ରପତି ଭାବରେ ତାଙ୍କର କାର୍ଯ୍ୟକାଳ ଏବଂ ପରେ ରାଜ୍ୟସଭା ବାଚସ୍ପତି ଭାବରେ ତାଙ୍କ କାର୍ଯ୍ୟକାଳ ସମୟରେ ଏହି ସହଯୋଗ ଜାରି ରହିଥିଲା । ଏତେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ବେଳେ ଛୋଟ ଗାଁର ଜଣେ ବ୍ୟକ୍ତି କେତେ ଅଭିଜ୍ଞତା ହାସଲ କରିଥିବେ ତାହା କେହି କଳ୍ପନା କରିପାରିବେ ନାହିଁ । ଏପରିକି ମୁଁ ଭେଙ୍କେୟାଜୀଙ୍କ ଠାରୁ ବହୁତ କିଛି ଶିଖିଛି ବୋଲି ସେ କହିଥିଲେ ।

ଭେଙ୍କେୟା ନାଇଡୁଙ୍କ ଜୀବନ ଚିନ୍ତାଧାରା, ଦୂରଦୃଷ୍ଟି ଏବଂ ବ୍ୟକ୍ତିତ୍ୱର ମିଶ୍ରଣର ଏକ ଉତ୍କୃଷ୍ଟ ଝଲକ ବୋଲି ଶ୍ରୀ ମୋଦୀ ପ୍ରକାଶ କରିଥିଲେ । ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ବିଜେପି ଏବଂ ଜନସଂଘର ବର୍ତ୍ତମାନର ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ, ଯାହା କି ଦଶନ୍ଧି ପୂର୍ବେ କୌଣସି ମଜଭୁତ ଭିତ୍ତିଭୂମି ବିନା ରହିଥିଲା ବୋଲି ସେ ଉଲ୍ଲେଖ କରିଥିଲେ । ଏତେ ଅଭାବନୀୟ ପରିସ୍ଥିତି ସତ୍ତ୍ୱେ , ଶ୍ରୀ ନାଇଡୁ ଏବିଭିପି କର୍ମକର୍ତ୍ତା ଭାବରେ ‘ରାଷ୍ଟ୍ର ପ୍ରଥମ’ ବିଚାରଧାରା ସହିତ ପ୍ରୟାସ କରିଥିଲେ ଏବଂ ଦେଶ ପାଇଁ କିଛି ହାସଲ କରିବାକୁ ମନ ସ୍ଥିର କରିଥିଲେ । ପ୍ରାୟ ୧୭ ମାସ ଜେଲରେ ରହିବା ସତ୍ତ୍ୱେ ଦେଶରେ ୫୦ ବର୍ଷ ପୂର୍ବେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଦୃଢତାର ସହ ଲଢ଼ିବା ପାଇଁ ଶ୍ରୀ ନାଇଡୁଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଶ୍ରୀ ନାଇଡୁ ଏପରି ଜଣେ ସାହସୀ ବ୍ୟକ୍ତି ଥିଲେ, ଯାହାଙ୍କୁ ଜରୁରୀକାଳୀନ ପରିସ୍ଥିତି ସମୟରେ ପରଖା ଯାଇଥିଲା ଏବଂ ସେଥିପାଇଁ ସେ ନାଇଡୁଜୀଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବରେ ବିବେଚନା କରନ୍ତି ।

କ୍ଷମତା ଜୀବନର ସୁଖସୁବିଧାକୁ ଦର୍ଶାଇ ନଥାଏ, ବରଂ ଏହା ସେବା ମାଧ୍ୟମରେ ସଂକଳ୍ପଗୁଡ଼ିକୁ ପୂରଣ କରିବାର ମାଧ୍ୟମ ହୋଇଥାଏ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ନାଇଡୁ ନିଜକୁ ସେହିଭଳି ପ୍ରମାଣିତ କରିଥିଲେ , ବାଜପେୟୀ ସରକାରର ଅଂଶ ହେବାର ସୁଯୋଗ ପାଇ ସେ କେନ୍ଦ୍ର ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ହେବାକୁ ପସନ୍ଦ କରିଥିଲେ । ନାଇଡୁ ଜୀ ଗାଁ, ଗରିବ ଓ କୃଷକଙ୍କ ସେବା କରିବାକୁ ଚାହୁଁଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଶ୍ରୀ ନାଇଡୁ ମୋଦୀ ସରକାରରେ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଆଧୁନିକ ଭାରତୀୟ ସହରଗୁଡିକ ପାଇଁ ତାଙ୍କର ପ୍ରତିବଦ୍ଧତା ଏବଂ ଦୃଷ୍ଟିକୋଣକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । ସେ ଶ୍ରୀ ଭେଙ୍କେୟା ନାଇଡୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ, ସ୍ମାର୍ଟ ସିଟି ମିଶନ ଏବଂ ଅମୃତ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ ।

ପୂର୍ବତନ ଉପରାଷ୍ଟ୍ରପତିଙ୍କ ନମ୍ର ସରଳ ଆଚରଣ, ବାକ୍‌ପଟୁତା ଏବଂ ବୁଦ୍ଧିମତାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ ଭେଙ୍କେୟା ନାଇଡୁଙ୍କ ବୁଦ୍ଧିମତା, ସ୍ୱତଃସ୍ପୃର୍ତ୍ତତା, ଉପସ୍ଥିତ ବୁଦ୍ଧି ଏବଂ ସଂକ୍ଷିପ୍ତରେ ଉତ୍ତର ଦେବାର ସ୍ତରର କେହି ସମକକ୍ଷ ହୋଇପାରିବେ ନାହିଁ । ଅଟଳ ବିହାରୀ ବାଜପେୟୀଙ୍କ ମେଣ୍ଟ ସରକାର ଗଠନ ସମୟରେ ନାଇଡୁ ଯେଉଁ ସ୍ଲୋଗାନ ଦେଇଥିଲେ, “ଏକ ହାତ ମେଁ ବିଜେପି କା ଝଣ୍ଡା, ଅର୍ ଦୁସରେ ହାତ ମେଁ ଏନଡିଏ କା ଏଜେଣ୍ଡା”, ଯାହାର ଅର୍ଥ ହେଉଛି ଗୋଟିଏ ହାତରେ ଦଳର ପତାକା ଏବଂ ଅନ୍ୟ ପଟେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ଏଜେଣ୍ଡା ବୋଲି ଶ୍ରୀ ମୋଦୀ ମନେ ପକାଇଥିଲେ । ୨୦୧୪ ମସିହାରେ ସେ ଏମ.ଓ.ଡି.ଆଇ.ର ସଂକ୍ଷିପ୍ତ ନାମ ‘ମେକିଂ ଅଫ୍ ଡେଭଲପ୍‌ଡ ଇଣ୍ଡିଆ’ ( ବିକଶିତ ଭାରତର ନିର୍ମାଣ) ପ୍ରଚଳନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଭେଙ୍କେୟାଜୀଙ୍କ ମନ୍ତବ୍ୟରେ ଆଶ୍ଚର୍ଯ୍ୟ ହୋଇଥିଲେ, ଯାହା ତାଙ୍କୁ ଥରେ ରାଜ୍ୟସଭାରେ ତାଙ୍କ ଶୈଳୀର ପ୍ରଶଂସା କରିବାକୁ ବାଧ୍ୟ କରିଥିଲା ଯେଉଁଠାରେ ସେ କହିଥିଲେ ଯେ ପୂର୍ବତନ ଉପରାଷ୍ଟ୍ରପତିଙ୍କ ଶବ୍ଦରେ ଗଭୀରତା, ଗମ୍ଭୀରତା, ଦୂରଦୃଷ୍ଟି, ସ୍ପନ୍ଦନ, ବିହ୍ୱଳତା ଏବଂ ଜ୍ଞାନ ଅଛି ।

ଶ୍ରୀ ନାଇଡୁ ରାଜ୍ୟସଭା ବାଚସ୍ପତି ଥିବା ସମୟରେ ସୃଷ୍ଟି କରିଥିବା ସକାରାତ୍ମକ ବାତାବରଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଗୃହ ଦ୍ୱାରା ନିଆଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଆଲୋକପାତ କରିଥିଲେ । ଲୋକସଭାରେ ଉପସ୍ଥାପିତ ହେବା ପୂର୍ବରୁ ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ବିଲ୍ ଆଗତ ହୋଇଥିବା କଥା ମନେ ପକାଇ ପ୍ରଧାନମନ୍ତ୍ରୀ ଗୃହର ଶୃଙ୍ଖଳା ବଜାୟ ରଖି ଏଭଳି ଏକ ସମ୍ବେଦନଶୀଳ ବିଲ୍ ପାରିତ କରିବାରେ ଶ୍ରୀ ନାଇଡୁଙ୍କ ଅଭିଜ୍ଞ ନେତୃତ୍ୱକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନାଇଡୁଙ୍କ ଦୀର୍ଘ, ସକ୍ରିୟ ଏବଂ ସୁସ୍ଥ ଜୀବନ କାମନା କରିଥିଲେ ।

ଶ୍ରୀ ମୋଦୀ ଭେଙ୍କେୟାଜୀଙ୍କ ସ୍ୱଭାବର ଭାବନାତ୍ମକ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ ସୂଚନା ଦେଇଥିଲେ ଯେ ସେ କେବେ ବି ପ୍ରତିକୂଳ ପରିସ୍ଥିତିକୁ ତାଙ୍କ ନିଷ୍ପତ୍ତି ନେବାକୁ ପ୍ରଭାବିତ ହେବାକୁ ଦିଅନ୍ତି ନାହିଁ । ସେ ତାଙ୍କ ସରଳ ଜୀବନଶୈଳୀ ଏବଂ ଲୋକଙ୍କ ସହ ଯୋଗାଯୋଗରେ ରହିବାର ତାଙ୍କର ବିଶେଷ କଳା ଉପରେ ମଧ୍ୟ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉତ୍ସବ ସମୟରେ ଭେଙ୍କେୟାଜୀଙ୍କ ବାସଭବନରେ ସମୟ ବିତାଇବା କଥାକୁ ମନେ ପକାଇଥିଲେ । ପ୍ରଧାନମନ୍ତ୍ରୀ ଭାରତୀୟ ରାଜନୀତି ପ୍ରତି ଶ୍ରୀ ନାଇଡୁଙ୍କ ପରି ବ୍ୟକ୍ତିତ୍ୱଙ୍କ ଅବଦାନକୁ ଉଲ୍ଲେଖ କରିଥିଲେ । ଆଜି ଉନ୍ମୋଚିତ ହୋଇଥିବା ତିନୋଟି ପୁସ୍ତକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେଗୁଡିକ ଭେଙ୍କେୟା ଜୀଙ୍କ ଜୀବନର ଯାତ୍ରାକୁ ଉପସ୍ଥାପନ କରନ୍ତି, ଯାହା କି ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ।

ଥରେ ରାଜ୍ୟସଭାରେ ଶ୍ରୀ ନାଇଡୁଙ୍କୁ ଉତ୍ସର୍ଗ କରିଥିବା ଏକ କବିତାର କିଛି ଧାଡ଼ିକୁ ମନେ ପକାଇ ଓ ପାଠ କରି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ । ଶ୍ରୀ ମୋଦୀ ପୁଣି ଥରେ ଶ୍ରୀ ଭେଙ୍କେୟା ନାଇଡୁଜୀଙ୍କୁ ତାଙ୍କ ଜୀବନ ଯାତ୍ରାର ୭୫ ବର୍ଷ ପୂର୍ତ୍ତି ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ, ୨୦୪୭ରେ ବିକଶିତ ଭାରତ ସ୍ୱାଧୀନତାର ଶତାବ୍ଦୀ ପାଳନ କରିବା ବେଳେ ନାଇଡୁ ଜୀ ତାଙ୍କର ଜନ୍ମ ଶତବାର୍ଷିକୀ ପାଳନ କରିବେ ।

Categories
ଆଜିର ଖବର ଜାତୀୟ ଖବର

ସାଂସଦ ଡି. ଶ୍ରୀନିବାସ ଗାରୁଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟସଭା ସାଂସଦ ଡି. ଶ୍ରୀନିବାସ ଗାରୁଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତକରିଛନ୍ତି।

ଗରିବଙ୍କ ବିକାଶ ଓ ଜନସେବା ପାଇଁ ଶ୍ରୀ ଗାରୁ ମନେ ରହିବେବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ପୂର୍ବତନ ସାଂସଦ ଶ୍ରୀନିବାସ ଗାରୁଙ୍କ ପରଲୋକରେଦୁଖିଃତ। ଦୀର୍ଘବର୍ଷର ଜନସେବା ଓ ଗରିବଙ୍କ ବିକାଶ ପାଇଁକରିଥିବା କାମ ପାଇଁ ସେ ମନେ ରହିବେ। ଏଭଳି ଦୁଃଖସମୟରେ ତାଙ୍କ ପରିବାର ଓ ସମର୍ଥକଙ୍କ ପାଇଁ ମୋରସମବେଦନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ”।

Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ଉପରାଷ୍ଟ୍ରପତିଙ୍କ ଜୀବନଯାତ୍ରା ଉପରେ ରଚିତ ତିନୋଟି ପୁସ୍ତକକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଏମ. ଭେଙ୍କୟାନାଇଡ଼ୁଙ୍କ ୭୫ ତମ ଜନ୍ମ ଦିନ ଅବସରରେ ତାଙ୍କ ଜୀବନଯାତ୍ରା ଉପରେ ରଚିତ ତିନୋଟି ପୁସ୍ତକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଉନ୍ମୋଚନ କରିବେ। ହାଇଦ୍ରାବାଦର ଗଚିବୋଲି ସ୍ଥିତ ଅନଭୟା କନଭେନସନ୍ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହେବାକୁ ଥିବା ପୁସ୍ତକ ଗୁଡ଼ିକ ମଧ୍ୟରେ ରହିଛି:

୧. ପୂର୍ବତନ ଉପରାଷ୍ଟ୍ରପତି ଏମ. ଭେଙ୍କୟାନାଇଡ଼ୁଙ୍କ ଜୀବନୀ ‘ଭେଙ୍କୟାନାଇଡ଼ୁ – ଲାଇଫ ଇନ ସର୍ଭିସ’। ଦ ହିନ୍ଦୁ ହାଇଦ୍ରାବାଦ ସଂସ୍କରଣର ପୂର୍ବତନ ଆବାସିକ ସମ୍ପାଦକ ଶ୍ରୀ ନାଗେଶ କୁମାର ଏହାକୁ ରଚନା କରିଛନ୍ତି।

୨. ସେଲିବ୍ରେଟିଂ ଭାରତ-ଭାରତର ତ୍ରୟୋଦଶ ଉପରାଷ୍ଟ୍ରପତି ଏମ.ଭେଙ୍କୟାନାଇଡ଼ୁଙ୍କ ମିସନ ଓ ମେସେଜ୍‌”। ଭାରତର ଉପରାଷ୍ଟ୍ରପତିଙ୍କ ପୂର୍ବତନ ସଚିବ ଡ. ଆଇ.ଭି.ସୁବାରାଓଙ୍କ ଦ୍ୱାରା ପ୍ରସ୍ତୁତ ଏକ ଫଟୋ ସଙ୍କଳନ।

୩. ତେଲଗୁ ଶୀର୍ଷକ ‘ମହାନେତା- ଲାଇଫ ଆଣ୍ଡ ଜର୍ଣ୍ଣି ଅଫ ଏମ. ଭେଙ୍କୟାନାଇଡ଼ୁ’ର ଏକ ଫଟୋଚିତ୍ର ସମ୍ବଳିତ ଜୀବନୀ ପୁସ୍ତକ। ଏହା ସଞ୍ଜୟ କିଶୋରଙ୍କ ଦ୍ୱାରା ରଚିତ।

Categories
ଆଜିର ଖବର ଜାତୀୟ ଖବର

ନାଦାପ୍ରଭୁ କେମ୍ପେଗୌଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଦାପ୍ରଭୁ କେମ୍ପେଗୌଡାଙ୍କୁ ତାଙ୍କର ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ଅର୍ଥନୈତିକ ଉନ୍ନତି, କୃଷି ଏବଂ ଜଳସେଚନ କ୍ଷେତ୍ରର ଅଭିବୃଦ୍ଧି କରିବାରେ ନାଦାପ୍ରଭୁ କେମ୍ପେଗୌଡା ଅଗ୍ରଣୀ ଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ;

“ନାଦାପ୍ରଭୁ କେମ୍ପେଗୌଡାଙ୍କୁ ତାଙ୍କର ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛି।  ସେ ତାଙ୍କର ଦୂରଦୃଷ୍ଟି ଏବଂ ପ୍ରଶାସନିକ ଦକ୍ଷତା ପାଇଁ ବେଶ୍ ଜଣାଶୁଣା। ଅର୍ଥନୈତିକ ଉନ୍ନତି, କୃଷି, ଜଳସେଚନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସେ ଅଗ୍ରଣୀ ଥିଲେ। ବେଙ୍ଗାଲୁରୁ, ଯେଉଁ ସହରକୁ ସେ ପ୍ରତିପୋଷଣ କରିଥିଲେ, ଏବେ ଏହାର ଗତିଶୀଳତା, ସ୍ପନ୍ଦନ ଏବଂ ନବସୃଜନ ପାଇଁ ବିଶ୍ୱସ୍ତରରେ ପ୍ରଶଂସିତ। ସମାଜ ପ୍ରତି ତାଙ୍କର ଦୃଷ୍ଟିକୋଣକୁ ପୂରଣ କରିବା ଏବଂ ତାଙ୍କର ମୂଲ୍ୟବୋଧକୁ ବଜାୟ ରଖିବା ଦିଗରେ ଆମ ସରକାର କାର୍ଯ୍ୟ ଜାରି ରଖିବ। ‘ଷ୍ଟାଚ୍ୟୁ ଅଫ୍ ପ୍ରସ୍‌ପରିଟି’ରୁ ଫଟୋ ଶେୟାର କରୁଛି, ଯାହାକୁ ୨୦୨୨ରେ ଉଦ୍‌ଘାଟନ କରିବାର ସୌଭାଗ୍ୟ ମୋତେ ମିଳିଥିଲା।”

Categories
ଆଜିର ଖବର ଜାତୀୟ ଖବର

କାଶୀ ବିଶ୍ୱନାଥ ମନ୍ଦିରର ପୂର୍ବତନ ମହନ୍ତ ଡ. କୁଳପତି ତିୱାରୀଙ୍କ ନିଧନରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: କାଶୀ ବିଶ୍ୱନାଥ ମନ୍ଦିରର ପୂର୍ବତନ ମହନ୍ତ ଡ. କୁଳପତି ତିୱାରୀଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

“କାଶୀ ବିଶ୍ୱନାଥ ମନ୍ଦିରର ପୂର୍ବତନ ମହନ୍ତ ଡା. କୁଳପତି ତିୱାରୀଙ୍କ ପରଲୋକର ଦୁଃଖଦ ଖବର ପ୍ରାପ୍ତ ହେଲି। ଡା.କୁଳପତି ଜୀ ଦୀର୍ଘଦିନ ଧରି ଅନନ୍ୟ ଭାବରେ ବାବା ବିଶ୍ୱନାଥଙ୍କ ସେବା କରୁଥିଲେ ଏବଂ ଆଜି ବାବାଙ୍କ ଚରଣରେ ଲୀନ ହୋଇଯାଇଛନ୍ତି। ତାଙ୍କର ଶିବଲୋକ୍ୱନ କାଶୀ ପାଇଁ ଏକ ଅପୂରଣୀୟ କ୍ଷତି”।

Categories
ଆଜିର ଖବର ଜାତୀୟ ଖବର

ଜରୁରୀକାଳୀନ ସ୍ଥିତିକୁ ଲୋକସଭା ବାଚସ୍ପତିଙ୍କ ନିନ୍ଦାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଜରୁରୀକାଳୀନ ସ୍ଥିତି ଏବଂ ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ମାନ୍ୟବର ଲୋକସଭା ବାଚସ୍ପତି ନିନ୍ଦା କରିଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

ଶ୍ରୀ ମୋଦୀ ଏକ୍ସରେ କରିଥିବା ପୋଷ୍ଟରେ ଲେଖିଛନ୍ତି:

“ମୁଁ ଖୁସି ଯେ ମାନ୍ୟବର ବାଚସ୍ପତି ଜରୁରୀକାଳୀନ ସ୍ଥିତିକୁ ଦୃଢ଼ତାର ସହ ନିନ୍ଦା କରିଛନ୍ତି, ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ଗୁରୁତ୍ୱ ଦେଇଛନ୍ତି ଏବଂ କିପରି ଗଣତନ୍ତ୍ରକୁ ଦଳିମକଚି ଦିଆଯାଇଥିଲା ତାହା ଉଲ୍ଲେଖ କରିଛନ୍ତି। ସେ ସମୟରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ସମ୍ମାନରେ ନିରବତାର ସହ ଦଣ୍ଡାୟମାନ ହେବା ମଧ୍ୟ ଏଭ ଅଦ୍ଭୁତ ଭାବନା ଆଣିଛି।

ଜରୁରୀକାଳୀନ ସ୍ଥିତି ଆଜିକୁ ୫୦ ବର୍ଷ ତଳେ ଲାଗୁ ହୋଇଥିଲା, କିନ୍ତୁ ଆଜିର ଯୁବପିଢ଼ି ଏ ସମ୍ପର୍କରେ ଜାଣିବା ଜରୁରୀ, କାରଣ ସମ୍ବିଧାନକୁ ଦଳିମକଚି ଦେଲେ, ଜନସାଧାରଣଙ୍କ ମତକୁ ଚାପିଦିଆଗଲେ, ସଂସ୍ଥାଗତ ଢାଞ୍ଚାକୁ ନଷ୍ଟ କରିଦିଆଗଲେ କ’ଣ ହୁଏ ଏହା ତାହାର ଉପଯୁକ୍ତ ଉଦାହରଣ। ଏକଛତ୍ରବାଦ କ’ଣ ତାହା ଜରୁରୀକାଳୀନ ସ୍ଥିତି ସମୟରେ ହୋଇଥିବା ଘଟଣାରୁ ଜଣାପଡ଼େ”।

Categories
ଜାତୀୟ ଖବର ବିଶେଷ ଖବର

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବନ୍ୟା ପରିଚାଳନା ପ୍ରସ୍ତୁତି ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର ସ୍ବରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ବନ୍ୟା ପରିଚାଳନା ପ୍ରସ୍ତୁତି ର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଦେଶରେ ବନ୍ୟା ବିପଦର ମୁକାବିଲା ପାଇଁ ଏକ ବ୍ୟାପକ ଏବଂ ସୁଦୂରପ୍ରସାରୀ ନୀତି ପ୍ରସ୍ତୁତ କରିବା ପାଇଁ ଦୀର୍ଘମିଆଦୀ ପଦକ୍ଷେପର ମଧ୍ୟ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ସମୀକ୍ଷା କରିଥିଲେ।

ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଗତବର୍ଷ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଗ୍ରହଣ କରାଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ। ଏହା ସହ ବନ୍ୟା ପରିଚାଳନା ପାଇଁ ସମସ୍ତ ଏଜେନ୍ସି ଦ୍ୱାରା ଗ୍ରହଣ କରାଯାଉଥିବା ନୂତନ ଜ୍ଞାନକୌଶଳ ଏବଂ ସେମାନଙ୍କ ନେଟୱାର୍କର ସମ୍ପ୍ରସାରଣ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଶ୍ରୀ ଅମିତ ଶାହ ବରଫଖଣ୍ଡ ତରଳିବା ଜନିତ ବନ୍ୟା (ଜିଏଲଓଏଫ)ର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଦ୍ୱାରା ବନ୍ୟା ଓ ଜଳ ପରିଚାଳନା ପାଇଁ ବିଭିନ୍ନ ଏଜେନ୍ସି ଦ୍ୱାରା ପ୍ରଦାନ କରାଯାଇଥିବା ଉପଗ୍ରହ ଚିତ୍ରର ସର୍ବୋତ୍ତମ ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ବିପର୍ଯ୍ୟୟ ପରିଚାଳନା ‘ଜିରୋ କାଜୁଆଲିଟି ଆଭିମୁଖ୍ୟ’ ସହିତ ଆଗେଇ ଚାଲିଛି ବୋଲି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି। ବନ୍ୟା ପରିଚାଳନା ପାଇଁ ଏନଡିଏମଏ ଜାରି କରିଥିବା ମାର୍ଗଦର୍ଶିକାକୁ ଠିକ୍ ସମୟରେ କାର୍ଯ୍ୟକାରୀ କରିବାକୁ ସ୍ବରାଷ୍ଟ୍ରମନ୍ତ୍ରୀ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିବେଦନ କରିଛନ୍ତି । ବନ୍ୟା ପୂର୍ବାନୁମାନରେ ବ୍ୟବହୃତ ସମସ୍ତ ଉପକରଣର ଆଧୁନିକୀକରଣ ପ୍ରକ୍ରିୟା ଯଥାଶୀଘ୍ର ଶେଷ କରିବାକୁ ସେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)କୁ ନିର୍ଦ୍ଦେଶ ଦେଇଛନ୍ତି। ସିକ୍କିମ୍ ଓ ମଣିପୁରରେ ସାମ୍ପ୍ରତିକ ବନ୍ୟା ସମ୍ପର୍କରେ ବିସ୍ତୃତ ଅଧ୍ୟୟନ କରି ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ଶାହ ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପ୍ରମୁଖ ଡ୍ୟାମର ବନ୍ୟା ଗେଟ୍ ଗୁଡ଼ିକ ଯେପରି ଭଲ ଅବସ୍ଥାରେ ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହ କହିଛନ୍ତି ଯେ ସିଡବ୍ଲୁସିର ବନ୍ୟା ନିରୀକ୍ଷଣ କେନ୍ଦ୍ର ଗୁଡ଼ିକ ଆମର ଆବଶ୍ୟକତା ଏବଂ ଅନ୍ତର୍ଜାତୀୟ ମାନର ହେବା ଉଚିତ୍ ।

କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଅସମୟରେ ଜଳ ପ୍ରବାହିତ ହେଉଥିବା ନଦୀଗୁଡ଼ିକରେ ଅଧିକ ମାଟି କ୍ଷୟ ଓ ମାଟି ଖସିବା ଆଶଙ୍କା ରହିଛି, ଯାହା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଉନ୍ନତ ବନ୍ୟା ପରିଚାଳନା ପାଇଁ ନଦୀଗୁଡ଼ିକର ଜଳସ୍ତରର ପୂର୍ବାନୁମାନ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ପ୍ରୟାସ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହ କହିଛନ୍ତି ଯେ ବନ୍ୟା ପରିସ୍ଥିତିରେ ରାସ୍ତା ଜଳମଗ୍ନ ହେବାର ମୁକାବିଲା ପାଇଁ ପ୍ରାକୃତିକ ଡ୍ରେନେଜ୍ ବ୍ୟବସ୍ଥା ରାସ୍ତା ନିର୍ମାଣର ଡିଜାଇନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବା ଉଚିତ୍ । ଶ୍ରୀ ଶାହ କହିଛନ୍ତି ଯେ ଉତ୍ତର-ପୂର୍ବରେ ଅତି କମରେ ୫୦ଟି ବୃହତ ପୋଖରୀ ନିର୍ମାଣ କରାଯିବା ଉଚିତ ଯାହାଦ୍ୱାରା ବ୍ରହ୍ମପୁତ୍ର ନଦୀର ଜଳକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ସେହି ପୋଖରୀଗୁଡିକରେ ସଂରକ୍ଷଣ କରାଯାଇପାରିବ । ଏହା ଦ୍ବାରା ସେହି ଅଞ୍ଚଳରେ କମ୍ ଖର୍ଚ୍ଚରେ କୃଷି, ଜଳସେଚନ ଓ ପର୍ଯ୍ୟଟନର ବିକାଶ ହେବା ସହ ବନ୍ୟା ମୁକାବିଲା ରେ ସହାୟକ ହେବ ଏବଂ ଶେଷରେ ସ୍ଥାନୀୟ ଅର୍ଥନୀତି ଉପକୃତ ହେବ ବୋଲି ସେ କହିଛନ୍ତି।

ଶ୍ରୀ ଅମିତ ଶାହ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ରୋକିବା ପାଇଁ ଉପଯୁକ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ନିୟମିତ ଭାବେ ଯେଉଁସବୁ ଅଞ୍ଚଳରେ ବାରମ୍ବାର ଅଗ୍ନକାଣ୍ଡ ଘଟୁଛି ତାହାକୁ ଚିହ୍ନଟ କରିବା, ଶୁଖିଲା ପତ୍ର ହଟାଇବା ଏବଂ ସ୍ଥାନୀୟ ବାସିନ୍ଦା ଓ ବନ କର୍ମଚାରୀଙ୍କ ସହ ସମୟ ସମୟରେ ମକ୍ ଡ୍ରିଲ୍ କରିବା ଉପରେ ସ୍ବରାଷ୍ଟ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହା ସହ ସେହି ସ୍ଥାନରେ ବାରମ୍ବାର ଜଙ୍ଗଲରେ ନିଆଁ ଲାଗିବା ଘଟଣାର ବିଶ୍ଳେଷଣ କରିବାକୁ ମଧ୍ୟ କହିଥିଲେ। ଜଙ୍ଗଲରେ ନିଆଁ ଲାଗିବା ଘଟଣାର ମୁକାବିଲା ପାଇଁ ଏକ ବିସ୍ତୃତ ମାନୁଆଲ ପ୍ରସ୍ତୁତ କରିବାକୁ ସ୍ବରାଷ୍ଟ୍ରମନ୍ତ୍ରୀ ଏନଡିଏମଏକୁ କହିଛନ୍ତି।

ବଜ୍ରପାତ ସମ୍ପର୍କରେ ଆଇଏମଡିର ସତର୍କ ସୂଚନାକୁ ଏସଏମଏସ, ଟିଭି, ଏଫଏମ ରେଡିଓ ଏବଂ ଅନ୍ୟାନ୍ୟ ମାଧ୍ୟମରେ ଠିକ୍ ସମୟରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବିଭାଗ ଦ୍ୱାରା ବିକଶିତ ପାଣିପାଗ, ବୃଷ୍ଟିପାତ ଏବଂ ବନ୍ୟା ସତର୍କସୂଚନା ସମ୍ବନ୍ଧୀୟ ଆପସ୍‍ଗୁଡିକୁ ସମନ୍ୱିତ କରିବା ର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ଯାହାଦ୍ୱାରା ଏହାର ସୁଫଳ ନିର୍ଦ୍ଧାରିତ ଲୋକଙ୍କ ପାଖରେ ପହଞ୍ଚିପାରିବ । ଯେହେତୁ ବନ୍ୟା ସମେତ ଯେକୌଣସି ବିପର୍ଯ୍ୟୟ ସମୟରେ ଗୋଷ୍ଠି ହିଁ ପ୍ରଥମ ପ୍ରଭାବିତ ହୋଇଥାନ୍ତି, ତେଣୁ ବିଭିନ୍ନ ଏଜେନ୍ସି ଦ୍ୱାରା ପରିଚାଳିତ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମରେ ସମନ୍ୱୟ ଓ ସମନ୍ୱୟ ରହିବା ଉଚିତ, ଯାହାଦ୍ୱାରା ଏହାର ସର୍ବାଧିକ ପ୍ରଭାବ ପଡ଼ିପାରିବ ବୋଲି ଶ୍ରୀ ଶାହ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଆଇଏମଡି, ସିଡବ୍ଲ୍ୟୁସି, ଏନଡିଆରଏଫ ଓ ଏନଡିଏମଏ ବିସ୍ତୃତ ତଥ୍ୟ ଉପସ୍ଥାପନା କରିଥିଲେ । ଗତବର୍ଷ ଅନୁଷ୍ଠିତ ବନ୍ୟା ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକ୍ରମେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସମ୍ପୃକ୍ତ ବିଭାଗ ସୂଚନା ଦେଇଥିଲେ। ଚଳିତ ମୌସୁମୀ ଋତୁ ପାଇଁ ସେମାନଙ୍କ ପ୍ରସ୍ତୁତି ଏବଂ ଭବିଷ୍ୟତ କାର୍ଯ୍ୟ ଯୋଜନା ବିଷୟରେ ମଧ୍ୟ ସେମାନେ ଅବଗତ କରାଇଥିଲେ।

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ, ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, କେନ୍ଦ୍ର ସ୍ବରାଷ୍ଟ୍ର ସଚିବ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର, ଭୂ ବିଜ୍ଞାନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏବଂ ବିଭିନ୍ନ ବିଭାଗର ସଚିବ, ରେଳବୋର୍ଡ ଅଧ୍ୟକ୍ଷ, ଏନଡିଏମଏର ସଦସ୍ୟ ଏବଂ ବିଭାଗୀୟ ମୁଖ୍ୟ, ଏନଡିଆରଏଫ ଏବଂ ଆଇଏମଡିର ମହାନିର୍ଦ୍ଦେଶକ, ଏନ୍ଏଚ୍ଏଆଇ ଅଧ୍ୟକ୍ଷ ଏବଂ ସିଡବ୍ଲ୍ୟୁସି ସମେତ ଅନ୍ୟାନ୍ୟ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି

ଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ପ୍ରେସ ବାର୍ତ୍ତା କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରେସ ବାର୍ତ୍ତାରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପ୍ରତିନିଧି ଦଳ ଉଦ୍ଦେଶ୍ୟରେ କଣ କହିଲେ ଆସନ୍ତୁ ଜାଣିବା।

ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀ ଏବଂ ତାଙ୍କପ୍ରତିନିଧି ଦଳକୁ ମୁଁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି। ପ୍ରାୟ ଗତ ଏକ ବର୍ଷ ମଧ୍ୟରେ ଆମେ ୧୦ ଥର ସାକ୍ଷାତ କରିଛୁ। କିନ୍ତୁ ଆଜିର ବୈଠକ ହେଉଛି ସ୍ୱତନ୍ତ୍ର। କାରଣ ଆମ ସରକାରର ତୃତୀୟ ପାଳିରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀ ଆମର ପ୍ରଥମ ରାଷ୍ଟ୍ର ଅତିଥି।

ବାଂଲାଦେଶ ଆମର ‘ପଡୋଶୀ ପ୍ରଥମ’ ନୀତି, ଆକ୍ଟ ଇଷ୍ଟ ନୀତି, ଭିଜନ ସାଗର ଏବଂ ଇଣ୍ଡୋ – ପାସିଫିକ୍ ଭିଜନ ସଙ୍ଗମ ସ୍ଥଳରେ ଅବସ୍ଥିତ । ଗତ ଏକ ବର୍ଷ ମଧ୍ୟରେ ଆମେ ଜନକଲ୍ୟାଣର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଏକାଠି ସମ୍ପୂର୍ଣ୍ଣ କରିଛୁ । ଭାରତ ଓ ବାଂଲାଦେଶ ମଧ୍ୟରେ ଷଷ୍ଠ ସୀମାପାର ରେଳସଂଯୋଗ ଅଖାଉରା – ଅଗରତାଲା ମଧ୍ୟରେ ଆରମ୍ଭ ହୋଇଛି । ଖୁଲଣା – ମଙ୍ଗଳା ବନ୍ଦର ଦ୍ୱାରା ଭାରତର ଉତ୍ତର – ପୂର୍ବ ରାଜ୍ୟଗୁଡ଼ିକ ପାଇଁ କାର୍ଗୋ ସୁବିଧା ଆରମ୍ଭ ହୋଇଛି । ମଙ୍ଗଳା ବନ୍ଦରକୁ ପ୍ରଥମ ଥର ପାଇଁ ରେଳ ଯୋଗେ ସଂଯୋଗ କରାଯାଇଛି ।

୧୩୨୦ ମେଗାୱାଟ ମୈତ୍ରୀ ଥର୍ମାଲ ପାୱାର ପ୍ଲାଣ୍ଟର ଉଭୟ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ଆରମ୍ଭ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଭାରତୀୟ ଟଙ୍କାରେ ବାଣିଜ୍ୟ ଆରମ୍ଭ ହୋଇଛି । ଭାରତ ଓ ବାଂଲାଦେଶ ମଧ୍ୟରେ ଗଙ୍ଗା ନଦୀରେ ବିଶ୍ୱର ସବୁଠାରୁ ଲମ୍ବା ରିଭର କ୍ରୁଜ୍ ସଫଳତାର ସହ ସମ୍ପନ୍ନ ହୋଇଛି । ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ସୀମାପାର ବନ୍ଧୁତା ପାଇପ୍ ଲାଇନ ସମ୍ପୂର୍ଣ୍ଣ ହୋଇଛି । ଭାରତୀୟ ଗ୍ରିଡ୍ ଦେଇ ନେପାଳରୁ ବାଂଲାଦେଶକୁ ବିଦ୍ୟୁତ୍ ରପ୍ତାନି ଶକ୍ତି କ୍ଷେତ୍ରରେ ଉପ – ଆଞ୍ଚଳିକ ସହଯୋଗର ପ୍ରଥମ ଉଦାହରଣ ପାଲଟିଛି । ଗୋଟିଏ ବର୍ଷରେ, ଏତେ ସଂଖ୍ୟକ ଅଞ୍ଚଳରେ ଏତେ ପରିମାଣର ପଦକ୍ଷେପ କାର୍ଯ୍ୟକାରୀ ହେବା ଆମ ସମ୍ପର୍କର ଗତି ଓ ବ୍ୟାପକତାକୁ ଦର୍ଶାଉଛି ।

ଆଜି ଆମେ ନୂତନ କ୍ଷେତ୍ରରେ ସହଯୋଗ ପାଇଁ ଏକ ଭବିଷ୍ୟତ ଦୃଷ୍ଟିକୋଣ ପ୍ରସ୍ତୁତ କରିଛୁ । ସବୁଜ ଭାଗିଦାରୀ, ଡିଜିଟାଲ ଭାଗିଦାରୀ, ସବୁଜ ଅର୍ଥନୀତି, ମହାକାଶ ଭଳି ଅନେକ କ୍ଷେତ୍ରରେ ସହଯୋଗ ପାଇଁ ହୋଇଥିବା ଚୁକ୍ତି ଦ୍ୱାରା ଉଭୟ ଦେଶର ଯୁବବର୍ଗ ଉପକୃତ ହେବେ । ଭାରତ – ବାଂଲାଦେଶ ‘ମୈତ୍ରୀ ସାଟେଲାଇଟ୍‌’ ଆମ ସମ୍ପର୍କକୁ ନୂଆ ଉଚ୍ଚତାକୁ ନେଇଯିବ । ଯୋଗାଯୋଗ, ବାଣିଜ୍ୟ ଏବଂ ସହଯୋଗ ଉପରେ ଆମେ ଲକ୍ଷ୍ୟ କେନ୍ଦ୍ରୀଭୂତ କରୁଛୁ । ଗତ ୧୦ ବର୍ଷ ମଧ୍ୟରେ ଆମେ ୧୯୬୫ ପୂର୍ବରୁ ଥିବା  ଯୋଗାଯୋଗକୁ ପୁନରୁଦ୍ଧାର କରିଛୁ । ଆମେ ବର୍ତ୍ତମାନ ଅଧିକ ଡିଜିଟାଲ ଏବଂ ଶକ୍ତି ସଂଯୋଗ ଉପରେ ଧ୍ୟାନ ଦେବୁ । ଏହାଦ୍ୱାରା ଉଭୟ ଦେଶର ଅର୍ଥନୀତିକୁ ପ୍ରୋତ୍ସାହନ ମିଳିବ । ଆମର ଅର୍ଥନୈତିକ ସମ୍ପର୍କକୁ ନୂତନ ଉଚ୍ଚତାକୁ ନେବା  ପାଇଁ ଉଭୟ ପକ୍ଷ ସିଇପିଏ (ସିପା) ଉପରେ ଆଲୋଚନା ଆରମ୍ଭ କରିବାକୁ ରାଜି  ହୋଇଛନ୍ତି । ବାଂଲାଦେଶର ସିରାଜଗଞ୍ଜ ଠାରେ ଏକ ଆଭ୍ୟନ୍ତରୀଣ କଣ୍ଟେନର ଡିପୋ ନିର୍ମାଣକୁ ଭାରତ ସମର୍ଥନ ଦେବ ।

ଭାରତ ଓ ବାଂଲାଦେଶକୁ ୫୪ଟି ନଦୀ ସଂଯୋଗ କରିଥାଏ । ବନ୍ୟା ପରିଚାଳନା, ଆଗୁଆ ଚେତାବନୀ ଏବଂ ପାନୀୟ ଜଳ ପ୍ରକଳ୍ପରେ ଆମେ ସହଯୋଗ କରି ଆସୁଛୁ । ୧୯୯୬ରେ ହୋଇଥିବା ଗଙ୍ଗା ଜଳ ଚୁକ୍ତିର ନବୀକରଣ ପାଇଁ ଆମେ ବୈଷୟିକ ସ୍ତରରେ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ । ବାଂଲାଦେଶର ତିସ୍ତା ନଦୀର ସଂରକ୍ଷଣ ଓ ପରିଚାଳନା ନେଇ ଏକ ବୈଷୟିକ ଗୋଷ୍ଠୀ ଖୁବ୍ ଶୀଘ୍ର ବାଂଲାଦେଶ ଗସ୍ତ କରିବ।

ପ୍ରତିରକ୍ଷା ଉତ୍ପାଦନ ଠାରୁ ଆରମ୍ଭ କରି ସଶସ୍ତ୍ର ବାହିନୀର ଆଧୁନିକୀକରଣ ପର୍ଯ୍ୟନ୍ତ ପ୍ରତିରକ୍ଷା ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଆମେ ବିସ୍ତୃତ ଆଲୋଚନା କରିଥିଲୁ । ଆତଙ୍କବାଦ ମୁକାବିଲା, ଉଗ୍ରବାଦ ଏବଂ ସୀମାର ଶାନ୍ତିପୂର୍ଣ୍ଣ ପରିଚାଳନା ଉପରେ ଆମର ସମ୍ପର୍କକୁ ସୁଦୃଢ଼ କରିବାକୁ ଆମେ ନିଷ୍ପତ୍ତି ନେଇଛୁ । ଭାରତ ମହାସାଗର ଅଞ୍ଚଳ ପାଇଁ ମଧ୍ୟ ଆମର ସମାନ ଦୃଷ୍ଟିକୋଣ ରହିଛି । ଭାରତ – ପ୍ରଶାନ୍ତ ମହାସାଗର ପଦକ୍ଷେପରେ ସାମିଲ ହେବା ପାଇଁ ବାଂଲାଦେଶର ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । ବିମ୍‌ଷ୍ଟେକ ସମେତ ଅନ୍ୟ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ଆମେ ଆମର ସହଯୋଗ ଜାରି ରଖିବୁ ।

ଆମର ମିଳିତ ସଂସ୍କୃତି ଏବଂ ଲୋକମାନଙ୍କ ମଧ୍ୟରେ ସ୍ଫୁର୍ତ୍ତିଶୀଳ ଭାବବିନିମୟ ହେଉଛି ଆମ ସମ୍ପର୍କର ମୂଳଦୁଆ । ଆମେ ବୃତ୍ତି, ପ୍ରଶିକ୍ଷଣ ଏବଂ ଦକ୍ଷତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ । ଚିକିତ୍ସା ପାଇଁ ବାଂଲାଦେଶରୁ ଭାରତକୁ ଆସୁଥିବା ଲୋକମାନଙ୍କ ପାଇଁ ଭାରତ ଇ – ମେଡିକାଲ ଭିସା ସୁବିଧା ଆରମ୍ଭ କରିବ । ବାଂଲାଦେଶର ଉତ୍ତର – ପଶ୍ଚିମ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ଆମେ ରଙ୍ଗପୁରରେ ଏକ ନୂତନ ଆସିଷ୍ଟାଣ୍ଟ ହାଇକମିଶନ ଖୋଲିବାକୁ ନିଷ୍ପତ୍ତି ନେଇଛୁ । ଆଜି ସନ୍ଧ୍ୟାରେ ଖେଳାଯିବାକୁ ଥିବା କ୍ରିକେଟ ୍ ବିଶ୍ୱକପ୍ ମ୍ୟାଚ୍ ପାଇଁ ମୁଁ ଉଭୟ ଦଳକୁ ଶୁଭେଚ୍ଛା ଜଣାଉଛି ।

ବାଂଲାଦେଶ ହେଉଛ ଭାରତର ବୃହତ୍ତମ ବିକାଶ ସହଯୋଗୀ ଏବଂ ଆମେ ବାଂଲାଦେଶ ସହ ଆମର ସମ୍ପର୍କକୁ ଉଚ୍ଚ ପ୍ରାଥମିକତା ଦେଉଛୁ । ବଙ୍ଗବନ୍ଧୁଙ୍କର ଏକ ସ୍ଥିର, ସମୃଦ୍ଧ ଏବଂ ପ୍ରଗତିଶୀଳ ବାଂଲାଦେଶର ସ୍ୱପ୍ନକୁ ସାକାର କରିବା ପାଇଁ ମୁଁ ଭାରତର ପ୍ରତିବଦ୍ଧତାକୁ ଦୋହରାଉଛି । ୨୦୨୬ରେ ବାଂଲାଦେଶ ବିକାଶଶୀଳ ରାଷ୍ଟ୍ର ହେବାକୁ ଯାଉଛି । “ସୋନାର ବଙ୍ଗଳା”କୁ ନେତୃତ୍ୱ ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଅଭିନନ୍ଦନ ଜଣାଉଛି ।ମୋର ବିଶ୍ୱାସ ଯେ ଆମେ ସମସ୍ତେ ମିଶି ‘ ବିକଶିତ ଭାରତ ୨୦୪୭’ ଏବଂ ‘ସ୍ମାର୍ଟ ବାଂଲାଦେଶ ୨୦୪୧’ର ସଂକଳ୍ପକୁ ବାସ୍ତବ ରୂପ ଦେବୁ।

Categories
ଆଜିର ଖବର ଜାତୀୟ ଖବର

ଶ୍ରୀନଗରର ଡାଲ ହ୍ରଦରେ ଯୋଗ ପ୍ରେମୀଙ୍କ ସହ ସେଲ୍ଫି ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଶ୍ରୀନଗର ସ୍ଥିତ ଡାଲ ହ୍ରଦରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ପ୍ରେମୀଙ୍କ ସହ ଉଠାଇଥିବା ସେଲଫିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଶ୍ରୀନଗରରେ ଯୋଗ ସେଲଫି ପୋଷ୍ଟ କଲି! ଡାଲ ହ୍ରଦରେ ଥିବା ଉତ୍ସାହର ତୁଳନା ନାହିଁ।’’

Categories
ଜାତୀୟ ଖବର ବିଶେଷ ଖବର

କାଶ୍ମୀରରେ ୮୪ଟି ବୃହତ୍ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରସ୍ଥିତ ଶେର-ଇ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (ଏସକେଆଇସିସି)ରେ ‘ଯୁବ ସଶକ୍ତିକରଣ, ଜାମ୍ମୁ- କାଶ୍ମୀରର ପରିବର୍ତ୍ତନ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରରେ ୧,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ , ଯେଉଁଥିରେ ସଡ଼କ, ଜଳ ଯୋଗାଣ ଏବଂ ଉଚ୍ଚ ଶିକ୍ଷାକ୍ଷେତ୍ରରେ ଭିତ୍ତିଭୂମି ଅନ୍ତର୍ଭୁକ୍ତ। ସେ ୧୮୦୦ କୋଟି ଟଙ୍କାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଉନ୍ନତି ପ୍ରକଳ୍ପ (ଜେକେସିଆଇପି)ର ଶୁଭାରମ୍ଭ କରିଥିଲେ। ଶ୍ରୀ ମୋଦୀ  ନୂତନ ସରକାରୀ ନିଯୁକ୍ତି ପାଇଥିବା ୨୦୦ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ଆରମ୍ଭ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଦର୍ଶନୀକୁ ବୁଲି ଦେଖିବା ସହିତ କେନ୍ଦ୍ରଶାସିତ ଅଞ୍ଚଳର ଯୁବ ସଫଳତା ହାସଲକାରୀଙ୍କ ସହ ଆଲୋଚନା କରିଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଜାମ୍ମୁ – କାଶ୍ମୀର ଗସ୍ତକୁ ନେଇ ଉତ୍ସାହ ପ୍ରକାଶ କରିବା ସହ ଏହାର ଦୁଇଟି ନିର୍ଦ୍ଦିଷ୍ଟ କାରଣ ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଥମତଃ ଆଜିର କାର୍ଯ୍ୟକ୍ରମ ଜାମ୍ମୁ – କାଶ୍ମୀରରେ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ଜଡ଼ିତ ଏବଂ ଦ୍ୱିତୀୟତଃ ଲୋକସଭା ନିର୍ବାଚନ ପରେ ଜାମ୍ମୁ – କାଶ୍ମୀରବାସୀଙ୍କ ସହ ଏହା ହେଉଛି ପ୍ରଥମ ସାକ୍ଷାତ ବୋଲି ସେ କହିଥିଲେ। ନିକଟରେ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଇଟାଲୀ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ ତିନି ଥର ପାଇଁ କ୍ରମାଗତ ଭାବେ ସମାନ ସରକାର ଗଠନ ହେବାର ପ୍ରଭାବ, ଯାହା  ଭାରତ ପ୍ରତି ବିଶ୍ୱର ଦୃଷ୍ଟିକୋଣକୁ ବଦଳାଇ ଦେଇଛି ତାହା ଉପରେ ଆଲୋକପାତ କରିଥିଲେ।

ସେ ଏହା ମଧ୍ୟ କହିଛନ୍ତି ଯେ ଦେଶର ସବୁଠାରୁ ବଡ ଶକ୍ତି ହେଉଛି ଭାରତୀୟଙ୍କ ସର୍ବକାଳୀନ ଉଚ୍ଚ ଆକାଂକ୍ଷା। ଏହି ଉଚ୍ଚ ଆକାଂକ୍ଷା ସରକାରଙ୍କ ଭିତରେ ଉଚ୍ଚ ଆଶା ସୃଷ୍ଟି କରିଥାଏ ଏବଂ ଏହି ପରିପ୍ରେକ୍ଷୀରେ ସରକାରଙ୍କ ତୃତୀୟ କ୍ରମାଗତ କାର୍ଯ୍ୟକାଳ ହେଉଛି ବିଶେଷ , କାରଣ ଆକାଂକ୍ଷୀ ସମାଜର ଏକମାତ୍ର ମାନଦଣ୍ଡ ହେଉଛି ପ୍ରଦର୍ଶନ। “ସରକାରଙ୍କ ଉଦ୍ଦେଶ୍ୟ ଓ ନୀତି ଉପରେ ଲୋକଙ୍କ ବିଶ୍ୱାସ ରହିଛି” ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ଲୋକସଭା ନିର୍ବାଚନରେ ଜନମତର ବଡ ବାର୍ତ୍ତା ହେଉଛି ସ୍ଥିରତା। ଗତ ଶତାବ୍ଦୀର ଶେଷ ଦଶନ୍ଧିରେ ଅସ୍ଥିର ସରକାରର ଦୀର୍ଘ ପର୍ଯ୍ୟାୟକୁ ସେ ମନେ ପକାଇଥିଲେ , ଯେତେବେଳେ ଦେଶରେ ୧୦ ବର୍ଷ ମଧ୍ୟରେ ୫ଟି ନିର୍ବାଚନ ହୋଇଥିଲା ଯାହା ଫଳରେ ବିକାଶ ଠପ୍ ହୋଇଯାଇଥିଲା। “ସେହି ପର୍ଯ୍ୟାୟକୁ ପଛରେ ପକାଇ ଭାରତ ଏବେ ସ୍ଥିର ସରକାରର ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି, ଯାହା ଗଣତନ୍ତ୍ରକୁ ସୁଦୃଢ଼ କରିବ” ବୋଲି ସେ ମତ ଦେଇଥିଲେ। ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଜାମ୍ମୁ – କଶ୍ମୀରବାସୀଙ୍କ ଭୂମିକାକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ଆମେ ଅଟଳଜୀଙ୍କ ଦୃଷ୍ଟିକୋଣ ଇନସାନିୟତ, ଜାମହୁରିୟାତ ଏବଂ କାଶ୍ମୀରୀୟତ୍  ଆଜି ବାସ୍ତବରେ ପରିଣତ ହେଊଥିବା ଦେଖୁଛୁ” । ନିକଟରେ ହୋଇଥିବା ନିର୍ବାଚନରେ ରେକର୍ଡ ମତଦାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗଣତନ୍ତ୍ର ପ୍ରତି ଜାମ୍ମୁ- କାଶ୍ମୀରବାସୀଙ୍କ ଆସ୍ଥାକୁ ପ୍ରଶଂସା କରିଥିଲେ । “ଗଣତନ୍ତ୍ରର ପତାକାକୁ ଉଚ୍ଚା ରଖିବା ପାଇଁ ଆପଣଙ୍କ ପ୍ରୟାସ ନିମନ୍ତେ ମୁଁ ଧନ୍ୟବାଦ ଜଣାଇବାକୁ ଆସିଛି” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଜାମ୍ମୁ – କାଶ୍ମୀରରେ ପରିବର୍ତ୍ତନ ହେଉଛି ଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଫଳ । ଏହି ଅଞ୍ଚଳର ମହିଳା ଏବଂ ନିମ୍ନ ଆୟ ବର୍ଗର ଲୋକମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ସରକାର ‘ସବକା ସାଥ ସବକା ବିକାଶ’ର ମନ୍ତ୍ର ଗ୍ରହଣ କରି ସୁଯୋଗ ଆଣିବା ଏବଂ ସେମାନଙ୍କ ଅଧିକାର ପୁନରୁଦ୍ଧାର କରିବା ଦିଗରେ କାର୍ଯ୍ୟ କରିଛନ୍ତି।

ପାକିସ୍ତାନରୁ ଆସିଥିବା ଶରଣାର୍ଥୀ, ବାଲ୍ମିକୀ ସମ୍ପ୍ରଦାୟର ଲୋକ ଏବଂ ସଫେଇ କର୍ମଚାରୀ ପରିବାର ପ୍ରଥମ ଥର ପାଇଁ ସେମାନଙ୍କ ମତଦାନ ଅଧିକାର ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ ବାଲ୍ମିକୀ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ବର୍ଗରେ ଅନ୍ତର୍ଭୁକ୍ତ କରିବା, ଅନୁସୂଚିତ ଜାତି ପାଇଁ ବିଧାନସଭାରେ ଆସନ ସଂରକ୍ଷଣ ଏବଂ ପଦ୍ଦାରୀ ଜନଜାତି, ପାହାଡ଼ିଆ ଜାତି, ଗଡ୍ଡା ବ୍ରାହ୍ମଣ ଓ କୋଲି ସମ୍ପ୍ରଦାୟକୁ ଏସସି ବର୍ଗରେ ଅନ୍ତର୍ଭୁକ୍ତ କରିବା ପାଇଁ ଦୀର୍ଘ ଦିନର ଇଚ୍ଛା ପୂରଣ ସମ୍ପର୍କରେ ଉଲ୍ଲେଖ କରିଥିଲେ । ପଞ୍ଚାୟତ, ପୌର ପାଳିକା ଓ ନଗର ନିଗମ ନିର୍ବାଚନରେ ଓବିସି ସଂରକ୍ଷଣ ଲାଗୁ କରାଯାଇଛି ବୋଲି ସେ କହିଛନ୍ତି ।

ଭାରତୀୟ ସମ୍ବିଧାନର ଶକ୍ତି ଏବଂ ଏହାର ମହତ୍ତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଭାରତର ୧୪୦ କୋଟି ନାଗରିକଙ୍କ ଅଧିକାରକୁ ସୁନିଶ୍ଚିତ କରେ ଏବଂ ରାଷ୍ଟ୍ର ନିର୍ମାଣରେ ଅଂଶୀଦାର ହେବାର ସୁଯୋଗ ପ୍ରଦାନ କରେ । ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସମ୍ବିଧାନକୁ ଗ୍ରହଣ ନକରିବା ଏବଂ ସ୍ୱାଧୀନତା ପରଠାରୁ ଜାମ୍ମୁ ଓ କଶ୍ମୀର ପ୍ରତି ଦେଖାଯାଇଥିବା ଅବହେଳା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । “ମୁଁ ଆନନ୍ଦିତ ଯେ,  ଆଜି ଆମେ ଭାରତର ସମ୍ବିଧାନକୁ ନେଇ ଜୀବନ ନିର୍ବାହ କରୁଛେ । ସମ୍ବିଧାନ ମାଧ୍ୟମରେ ଆମେ କାଶ୍ମୀରର ଚେହେରାକୁ ଭଲ ପାଇଁ ବଦଳାଇବା ନିମନ୍ତେ ନୂଆ ଉପାୟ ଖୋଜୁଛୁ” ବୋଲି ପ୍ରଧାନମନ୍ତ୍ରୀ ଗର୍ବର ସହ କହିଥିଲେ” । ଧାରା ୩୭୦ର ପ୍ରତିବନ୍ଧ ଉଚ୍ଛେଦ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିବା ସହିତ, “ଶେଷରେ ଭାରତର ସମ୍ବିଧାନକୁ ଜାମ୍ମୁ ଓ କାଶ୍ମୀର ପ୍ରକୃତ ଅର୍ଥରେ ଗ୍ରହଣ କରିଛି ବୋଲି ମତ ଦେଇଥିଲେ’ ।

ଗତ ୧୦ ବର୍ଷ ମଧ୍ୟରେ କାଶ୍ମୀରରେ ଘଟିଥିବା ଘଟଣାକ୍ରମ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶ୍ମୀର ଉପତ୍ୟକାରେ ସାମ୍ପ୍ରତିକ ପରିବର୍ତ୍ତନର ସାକ୍ଷୀ ହେଉଛି ବିଶ୍ୱ । ଜି -୨୦ ଶିଖର ସମ୍ମିଳନୀରେ ଉପତ୍ୟକାବାସୀଙ୍କ ଆତିଥ୍ୟ ପାଇଁ ପ୍ରଶଂସା ଜାରି ରହିଛି । ସେ କହିଛନ୍ତି ଯେ ଉପତ୍ୟକାରେ ଜି-୨୦ ଶିଖର ସମ୍ମିଳନୀ ଭଳି ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କାଶ୍ମୀରବାସୀଙ୍କୁ ଗର୍ବିତ କରିଛି । ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଲାଲ ଚୌକରେ ପିଲାମାନେ ଖେଳୁଥିବା ଦେଖି ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଆନନ୍ଦରେ ଭରି ଯାଇଥାଏ । ସେହିଭଳି ଉପତ୍ୟକାର ଗହଳିପୂର୍ଣ୍ଣ ବଜାର ସମସ୍ତଙ୍କ ମୁହଁକୁ ଆଲୋକିତ କରିଥାଏ । ଚଳିତ ବର୍ଷ ମାର୍ଚ୍ଚ ମାସରେ ଡାଲ ହ୍ରଦ ନିକଟରେ ଆୟୋଜିତ ସ୍ପୋର୍ଟସ କାର୍ ସୋ’କୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ସମଗ୍ର ବିଶ୍ୱ ସେହି କାର୍ଯ୍ୟକ୍ରମକୁ ଦେଖିଛି, ଯାହା ଉପତ୍ୟକାର ପ୍ରଗତିର ସାକ୍ଷୀ ପାଲଟିଛି । କାଶ୍ମୀରରେ ପର୍ଯ୍ୟଟନ କିପରି ଚର୍ଚ୍ଚାର ବିଷୟ ପାଲଟିଛି ସେ ବିଷୟରେ ସେ ଉଲ୍ଲେଖ କରି କହିଛନ୍ତି ଯେ ଆସନ୍ତାକାଲିର ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଏଠାରେ ଆହୁରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ।  ଲେଫ୍ଟନାଣ୍ଟ ଗଭର୍ଣ୍ଣର ସିହ୍ନାଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପତ୍ୟକାକୁ ଆସୁଥିବା ୨ କୋଟିରୁ ଅଧିକ ପର୍ଯ୍ୟଟକଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି ଏବଂ ସ୍ଥାନୀୟ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି ।

ବିଗତ ପିଢ଼ିର ଦୁଃଖରୁ ଲୋକମାନେ ମୁକ୍ତି ପାଇବା ପାଇଁ ମୁଁ ସମ୍ପୂର୍ଣ୍ଣ ନିଷ୍ଠା ଓ ସଚ୍ଚୋଟତାର ସହ ନିଜକୁ ସମର୍ପିତ କରୁଛି। ହୃଦୟର ହେଉ କି ଦିଲ୍ଲୀ (ଦିଲ ୟା ଦିଲ୍ଲୀ)ର ସମସ୍ତ ଦୂରତା ଦୂର କରିବା ପାଇଁ ଆମେ ଯଥାସମ୍ଭବ ପ୍ରୟାସ କରୁଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଗଣତନ୍ତ୍ରର ସୁଫଳ ଯେପରି ପ୍ରତ୍ୟେକ ପରିବାର ଓ ବ୍ୟକ୍ତିଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରୀୟ ସହାୟତାର ପ୍ରତି ପଇସା ଜାମ୍ମୁ- କାଶ୍ମୀରବାସୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯାଉଛି ବୋଲି ସେ କହିଛନ୍ତି। ଜାମ୍ମୁ- କାଶ୍ମୀରବାସୀ ସେମାନଙ୍କ ପ୍ରତିନିଧି ଚୟନ କରି ସେମାନଙ୍କ ଜରିଆରେ ସେମାନଙ୍କ ସମସ୍ୟାର ସମାଧାନ କରିବା ଠାରୁ ଭଲ କ’ଣ ହୋଇପାରେ। ସେଥିପାଇଁ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।  ସେହି ଦିନ ଦୂର ନୁହେଁ , ଯେତେବେଳେ ଆପଣ ନିଜ ଭୋଟ ବଳରେ ଜାମ୍ମୁ – କାଶ୍ମୀରର ନୂଆ ସରକାର ଚୟନ କରିବେ। ଖୁବଶୀଘ୍ର ସେହି ଦିନ ଆସିବ ଯେତେବେଳେ ଜାମ୍ମୁ ଓ କାଶ୍ମୀର ପୁଣି ଥରେ ଏକ ରାଜ୍ୟ ଭାବରେ ନିଜର ଭବିଷ୍ୟତ ଗଠନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଯେଉଁ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କିମ୍ବା ଉଦଘାଟନ କରାଯାଇଥିଲା ସେ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ୧୫୦୦ କୋଟିରୁ ଅଧିକ ଟଙ୍କାର ବୃହତ୍ ଉନ୍ନୟନମୂଳକ ପ୍ରକଳ୍ପ ଏବଂ ୧,୮୦୦ କୋଟି ଟଙ୍କାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଉନ୍ନତି (ଜେକେସିଆଇପି) ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ । ସରକାରୀ ଚାକିରିରେ ଦ୍ରୁତ ନିଯୁକ୍ତି ପାଇଁ ସେ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ପ୍ରଶଂସା କରିବା ସହ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୪୦ ହଜାର ନିଯୁକ୍ତି ହୋଇଥିବା ସୂଚନା ଦେଇଛନ୍ତି । ଜାମ୍ମୁ ଓ କାଶ୍ମୀରରେ ବିପୁଳ ପୁଞ୍ଜି ନିବେଶର ସକାରାତ୍ମକ ପ୍ରଭାବ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

କାଶ୍ମୀରର ଅଗ୍ରଗତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଆଜି ଉପତ୍ୟକାରେ ରେଳ ସଂଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମି, ବିଜୁଳି ଏବଂ  ଜଳ ସମେତ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବୃହତ୍ ବିକାଶମୂଳକ କାର୍ଯ୍ୟ ହେଉଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ହଜାର ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି ଏବଂ ନୂତନ ରାଜପଥ ଏବଂ ଏକ୍ସପ୍ରେସ ୱେ ବ୍ୟତୀତ ଉପତ୍ୟକାକୁ ରେଳବାଇ ସହ ମଧ୍ୟ ସଂଯୋଗ କରାଯିବ ବୋଲି ସେ ଆଲୋକପାତ କରିଥିଲେ । ଚେନାବ ରେଳ ପୋଲର ଆକର୍ଷଣୀୟ ଦୃଶ୍ୟ ସମସ୍ତଙ୍କୁ ଗର୍ବରେ ଭରି ଦେଇଛି । ସୂଚନାଯୋଗ୍ୟ, ଉତ୍ତର କାଶ୍ମୀରର ଗୁରେଜ୍ ଉପତ୍ୟକା ପ୍ରଥମ ଥର ପାଇଁ ଗ୍ରିଡ୍ ସଂଯୋଗ ହାସଲ କରିଛି । ଆଜି ଉପତ୍ୟକାରେ କୃଷିଠାରୁ ଆରମ୍ଭ କରି ଉଦ୍ୟାନ କୃଷି, କ୍ରୀଡ଼ା ଓ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସୁଯୋଗ ରହୁଛି ବୋଲି ଶ୍ରୀ ମୋଦୀ ଦୋହରାଇ ଥିଲେ ।

ଗତ ୧୦ ବର୍ଷ ମଧ୍ୟରେ କଶ୍ମୀରରେ ହୋଇଥିବା ବିକାଶକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପତ୍ୟକା ଧୀରେ ଧୀରେ ଷ୍ଟାର୍ଟ ଅପ୍‌, ଦକ୍ଷତା ବିକାଶ ଏବଂ କ୍ରୀଡ଼ାର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେଉଛି । ସେ ଦର୍ଶାଇଥିଲେ ଯେ ଉପତ୍ୟକାର ପ୍ରାୟ ୭୦ ପ୍ରତିଶତ କୃଷି କ୍ଷେତ୍ରରେ ଷ୍ଟାର୍ଟଅପ୍ ରହିଛି ଏବଂ ଗତ କିଛି ବର୍ଷ ମଧ୍ୟରେ ଉପତ୍ୟକାରେ ୫୦ରୁ ଅଧିକ  ଡିଗ୍ରୀ କଲେଜ ପ୍ରତିଷ୍ଠା କରାଯାଇଛି । ପଲିଟେକ୍‌ନିକ୍‌ରେ ସିଟ୍ ବଢ଼ିବା ସହ ନୂଆ କୌଶଳ ଶିଖିବାର ସୁଯୋଗ ସୃଷ୍ଟି ହୋଇଛି । ଆଇଆଇଟି, ଆଇଆଇଏମ୍ ଓ ଏମ୍ସ ନିର୍ମାଣ ସହ ଅନେକ ନୂଆ ମେଡିକାଲ କଲେଜ ନିର୍ମାଣ କରାଯାଉଛି । ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ସ୍ତରରେ ଦକ୍ଷତା ବିକାଶ କରାଯାଉଛି । ଟୁରିଷ୍ଟ ଗାଇଡଙ୍କ ପାଇଁ ଅନଲାଇନ ପାଠ୍ୟକ୍ରମ ଆରମ୍ଭ କରିବା ଏବଂ ସ୍କୁଲ – କଲେଜ – ବିଶ୍ୱବିଦ୍ୟାଳୟରେ ଯୁବ ପର୍ଯ୍ୟଟନ କ୍ଲବ ପ୍ରତିଷ୍ଠା କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଜାମ୍ମୁ – କାଶ୍ମୀରର ନାରୀ ଶକ୍ତି ଉପରେ ବିକାଶ କାର୍ଯ୍ୟର ସକାରାତ୍ମକ ପ୍ରଭାବ ଉପରେ ଆଲୋକପାତ କରିଥିଲେ । ସେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପର୍ଯ୍ୟଟନ ଏବଂ ଆଇଟି ପ୍ରଶିକ୍ଷଣ ବିଷୟରେ ଉଲ୍ଲେଖ କରିଥିଲେ ।

ଦୁଇ ଦିନ ପୂର୍ବେ କୃଷି ସଖୀ କାର୍ଯ୍ୟକ୍ରମ ଆରମ୍ଭ ହେବା ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଜାମ୍ମୁ ଓ କାଶ୍ମୀରର ୧୨୦୦ରୁ ଅଧିକ ମହିଳା କୃଷି ସଖୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ନମୋ ଡ୍ରୋନ ଦିଦି କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ଏବଂ କହିଥିଲେ ଯେ ଏହି ଯୋଜନା ଅଧୀନରେ ଜାମ୍ମୁ ଓ କାଶ୍ମୀରର ଝିଅମାନଙ୍କୁ ତାଲିମ ଦିଆଯାଉଛି । ମହିଳାଙ୍କ ଆୟରେ ଉନ୍ନତି ଆଣିବା ଏବଂ ଜୀବିକାର ସୁଯୋଗ ଯୋଗାଇଦେବା ପାଇଁ ସରକାର ଏହି ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି ।

“ପର୍ଯ୍ୟଟନ ଏବଂ କ୍ରୀଡ଼ାକ୍ଷେତ୍ରରେ ଭାରତ ଏକ ପ୍ରମୁଖ ବିଶ୍ୱ ଶକ୍ତି ହେବା ଦିଗରେ ଅଗ୍ରସର ହେଉଛି” ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ଏହି ଦୁଇଟି କ୍ଷେତ୍ରରେ ଜାମ୍ମୁ ଓ କାଶ୍ମୀରର ସମ୍ଭାବନା ବିଷୟରେ ଉଲ୍ଲେଖ କରିଥିଲେ । ସେ ଜାମ୍ମୁ ଓ କାଶ୍ମୀରର ପ୍ରତ୍ୟେକ ଜିଲ୍ଲାରେ ଉତ୍ତମ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ଆଲୋକପାତ କରିଥିଲେ ଏବଂ ପ୍ରାୟ ୧୦୦ ଖେଲୋ ଇଣ୍ଡିଆ କେନ୍ଦ୍ର ନିର୍ମାଣ ହେଉଥିବା ବିଷୟରେ ଉଲ୍ଲେଖ କରିଥିଲେ । ଜାମ୍ମୁ କାଶ୍ମୀରର ପାଖାପାଖି ୪,୫୦୦ ଯୁବକଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ତାଲିମ ଦିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି । ଶୀତକାଳୀନ କ୍ରୀଡ଼ା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ , ଜାମ୍ମୁ – କାଶ୍ମୀର ଭାରତର ଶୀତକାଳୀନ କ୍ରୀଡ଼ା ରାଜଧାନୀ ପାଲଟିଛି ।

ଚଳିତ ବର୍ଷ ଫେବୃଆରୀରେ ଶେଷ ହୋଇଥିବା ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ଚତୁର୍ଥ ସଂସ୍କରଣରେ ସାରା ଦେଶରୁ ୮୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ । ଏଭଳି ପ୍ରତିଯୋଗିତା ଭବିଷ୍ୟତରେ ଏଠାରେ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଜାମ୍ମୁ – କାଶ୍ମୀରବାସୀଙ୍କୁ ଶାନ୍ତି ଏବଂ ମାନବିକତାର ଶତ୍ରୁଙ୍କ ବିଷୟରେ ଚେତାବନୀ ଦେଇଥିଲେ,  ଯେଉଁମାନେ ବିକାଶ ବିରୋଧରେ ଠିଆ ହୋଇଛନ୍ତି । ଜାମ୍ମୁ – କାଶ୍ମୀରର ବିକାଶକୁ ରୋକିବା ପାଇଁ , ଏଠାରେ ଶାନ୍ତି ପ୍ରତିଷ୍ଠା କରାଇ ନଦେବା ପାଇଁ  ଏହା ସେମାନଙ୍କର ଶେଷ ପ୍ରୟାସ ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ ଯେ, ସରକାର ନିକଟରେ ଘଟିଥିବା ଆତଙ୍କୀ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି, ଯେଉଁଠାରେ କେନ୍ଦ୍ର ଗୃହମନ୍ତ୍ରୀ ଜାମ୍ମୁ – କାଶ୍ମୀର ପ୍ରଶାସନ ସହଯୋଗରେ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଜାମ୍ମୁ – କାଶ୍ମୀରର ଶତ୍ରୁମାନଙ୍କୁ ଶିକ୍ଷା ଦେବା ପାଇଁ କୌଣସି ବାଟ ଛଡାଯିବ ନାହିଁ ବୋଲି ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜାମ୍ମୁ – କାଶ୍ମୀରର ନୂଆ ପିଢ଼ି ସ୍ଥାୟୀ ଶାନ୍ତିରେ ରହିବେ । ଜାମ୍ମୁ – କାଶ୍ମୀର ଦ୍ୱାରା ଚୟନ କରାଯାଇଥିବା ପ୍ରଗତି ପଥକୁ ଆମେ ସୁଦୃଢ଼ କରିବୁ । ଆଜିର ବିକାଶ ମୂଳକ ପ୍ରକଳ୍ପ ପାଇଁ ଜାମ୍ମୁ – କାଶ୍ମୀରବାସୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷ କରିଥିଲେ ।

ଏହି ଅବସରରେ ଜାମ୍ମୁ – କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଶ୍ରୀ ମନୋଜ ସିହ୍ନା ଏବଂ କେନ୍ଦ୍ର ଆୟୁଷ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ପ୍ରତାପରାଓ ଯାଦବ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

‘ଯୁବ ସଶକ୍ତିକରଣ, ଜାମ୍ମୁ – କାଶ୍ମୀରର ପରିବର୍ତ୍ତନ’ କାର୍ଯ୍ୟକ୍ରମ ଏହି କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ, ଯାହା ପ୍ରଗତି ପ୍ରଦର୍ଶନ କରେ ଏବଂ ଯୁବ ସଫଳତା ହାସଲକାରୀଙ୍କୁ ପ୍ରେରଣା ଦିଏ ।

ପ୍ରଧାନମନ୍ତ୍ରୀ ୧୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୮୪ଟି ବୃହତ୍ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ଉଦ୍‌ଘାଟନରେ ସଡ଼କ ଭିତ୍ତିଭୂମି, ଜଳ ଯୋଗାଣ ଯୋଜନା ଏବଂ ଉଚ୍ଚଶିକ୍ଷାରେ ଭିତ୍ତିଭୂମି ଆଦି ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଚେନାନି – ପଟନିଟପ – ନାଶରୀ କ୍ଷେତ୍ରର ଉନ୍ନତି, ଶିଳ୍ପାଞ୍ଚଳର ବିକାଶ ଓ ୦୬ଟି ସରକାରୀ ଡିଗ୍ରୀ କଲେଜ ନିର୍ମାଣ ଭଳି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ୧,୮୦୦ କୋଟି ଟଙ୍କାର କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଉନ୍ନତି (ଜେକେସିଆଇପି) ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଜାମ୍ମୁ- କଶ୍ମୀରର ୨୦ଟି ଜିଲ୍ଲାର ୯୦ଟି ବ୍ଲକ୍‌ରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ଏବଂ ଏଥିରେ ୧୫ ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରି ୩,୦୦,୦୦୦ ପରିବାରକୁ ସାମିଲ କରାଯିବ । ଏହି ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ / ଉଦଘାଟନ ଏବଂ ଶୁଭାରମ୍ଭ ଯୁବକମାନଙ୍କୁ ସଶକ୍ତ କରିବ ଏବଂ ଜାମ୍ମୁ ଓ କାଶ୍ମୀରର ଭିତ୍ତିଭୂମିରେ ଉନ୍ନତି ଆଣିବ ।

ସରକାରୀ ଚାକିରିରେ ନିଯୁକ୍ତ ୨୦୦୦ ରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲା ଆମେରିକୀୟ କଂଗ୍ରେସର ପ୍ରତିନିଧି ମଣ୍ଡଳୀ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ସଦନ କମିଟିର ଅଧ୍ୟକ୍ଷ ମାଇକେଲ୍‌ ମ୍ୟାକକଲ୍‌ଙ୍କ ନେତୃତ୍ୱରେ ସାତ ଜଣିଆ ସଦସ୍ୟ ବିଶିଷ୍ଟ ଆମେରିକୀୟ କଂଗ୍ରେସର ପ୍ରତିନିଧି ଦଳ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛି।

ପ୍ରତିନିଧି ଦଳର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ନେନ୍ସି ପାଲୋସୀ, ପ୍ରତିନିଧି ଗ୍ରେଗରୀ ମିକ୍ସ, ପ୍ରତିନିଧି ମେରିଏନେଟ୍‌ ମିଲର-ମିକ୍ସ, ପ୍ରତିନିଧି ନିକୋଲ ମ୍ୟାଲିୟୋଟାକିସ, ପ୍ରତିନିଧି ଅମରୀଶ ବାବୁଲାଲ ‘‘ଅମୀ ବେରା’’ ଏବଂ ପ୍ରତିନିଧି ଜିମ୍‌ ମ୍ୟାକଗବର୍ଣ୍ଣ ସାମିଲ ଥିଲେ।

ପ୍ରତିନିଧି ଦଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତୃତୀୟ ଥର ଲଗାତାର ଐତିହାସିକ ଭାବେ ନିର୍ବାଚିତ ହେବା ପାଇଁ ଶୁଭେଚ୍ଛା ଜଣାଇଥିଲେ।

ସେମାନେ ଭାରତରେ ନିକଟରେ ଅନୁଷ୍ଠିତ ହୋଇଥିବା ସବୁଠୁ ବଡ଼ ଗଣତାନ୍ତ୍ରିକ ପ୍ରକ୍ରିୟାର ବ୍ୟାପକତା, ନିରପେକ୍ଷତା ଓ ପାରଦର୍ଶିତାକୁ ଗଭୀର ଭାବେ ପ୍ରଶଂସା କରିଥିଲେ।

ପ୍ରତିନିଧି ଦଳ ଭାରତ-ଆମେରିକା ସମ୍ପର୍କକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରିବା ସହିତ ବ୍ୟବସାୟ, ନୂଆ ଓ ଉଦୀୟମାନ ପ୍ରଯୁକ୍ତି, ପ୍ରତିରକ୍ଷା, ନାଗରିକ ସମ୍ପର୍କ ସମେତ ସବୁ କ୍ଷେତ୍ରରେ ବ୍ୟାପକ ରଣନୀତିକ ବୈଶ୍ୱିକ ଭାଗିଦାରୀକୁ ଆହୁରି ଗଭୀର କରିବା ଉପରେ ସେମାନଙ୍କର ଦୃଢ଼ ସମର୍ଥନ ବ୍ୟକ୍ତ କରିଥିଲେ।

ଭାରତ-ଆମେରିକା ସମ୍ପର୍କକୁ ଆଗକୁ ବଢ଼ାଇବାରେ ଆମେରିକା କଂଗ୍ରେସର ଲଗାତାର ଓ ଦ୍ୱିପାକ୍ଷିକ ସମର୍ଥନ ଦ୍ୱାରା ନିର୍ବାହ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଏହା ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ପ୍ରତି ସମ୍ମାନ ଓ ନାଗରିକଙ୍କ ମଧ୍ୟରେ ମଜବୁତ ସମ୍ପର୍କ ଉପରେ ଆଧାରିତ। ସେ ବିଶ୍ୱ କଲ୍ୟାଣ ପାଇଁ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ବିଗତ ବର୍ଷ ଜୁନ ମାସରେ ଆମେରିକାକୁ ନିଜର ସରକାରୀ ଗସ୍ତ ସମୟରେ ଦ୍ୱିତୀୟ ଥର ପାଇଁ ଆମେରିକୀୟ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର ସୁଯୋଗ ମିଳିବା ଘଟଣାର ସ୍ମରଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଉପକୂଳବର୍ତ୍ତୀ ପବନ ଶକ୍ତି ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ପାଇଁ ଭିଜିଏଫ ଯୋଜନାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ ୭୪୫୩ କୋଟି ଟଙ୍କା ବ୍ୟୟଅଟକଳରେ ଉପକୂଳବର୍ତ୍ତୀ ପବନ ଶକ୍ତି ପ୍ରକଳ୍ପ ପାଇଁ ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ଯୋଜନାକୁ ଅନୁମୋଦନ ମିଳିଛି, ଯେଉଁଥିରେ ୧ ଗିଗାୱାଟ୍ ଉପକୂଳବର୍ତ୍ତୀ ପବନ ଶକ୍ତି ପ୍ରକଳ୍ପ (ଗୁଜୁରାଟ ଏବଂ ତାମିଲନାଡୁ ଉପକୂଳରେ ୫୦୦ ମେଗାୱାଟ୍ ଲେଖାଏଁ) ସ୍ଥାପନ ଏବଂ କାର୍ଯ୍ୟକ୍ଷମ କରିବା ପାଇଁ ୬୮୫୩ କୋଟି ଟଙ୍କାର ବ୍ୟୟବରାଦ ରହିଛି। ଏବଂ ଉପକୂଳ ପବନ ଶକ୍ତି ପ୍ରକଳ୍ପ ପାଇଁ ଲଜିଷ୍ଟିକ୍ ଆବଶ୍ୟକତା ପୂରଣ କରିବା ପାଇଁ ଦୁଇଟି ବନ୍ଦରର ଉନ୍ନତିକରଣ ପାଇଁ ୬୦୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ।

ଭିଜିଏଫ ଯୋଜନା ହେଉଛି ଭାରତର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ମଧ୍ୟରେ ଥିବା ବିଶାଳ ଉପକୂଳ ପବନ ଶକ୍ତି ସମ୍ଭାବନାକୁ ଉପଯୋଗ କରିବା ଉଦ୍ଦେଶ୍ୟରେ ୨୦୧୫ ରେ ବିଜ୍ଞପ୍ତି ପ୍ରକାଶିତ ଜାତୀୟ ଉପକୂଳବର୍ତ୍ତୀ ପବନ ଶକ୍ତି ନୀତିକାର୍ଯ୍ୟକାରୀ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। ସରକାରଙ୍କ ଠାରୁ ଭିଜିଏଫ ସହାୟତା ଉପକୂଳବର୍ତ୍ତୀ ପବନ ପ୍ରକଳ୍ପଗୁଡିକରୁ ବିଦ୍ୟୁତ  ଖର୍ଚ୍ଚ ହ୍ରାସ କରିବ ଏବଂ ଏହାକୁ ଡିସ୍କୋମ୍ ଦ୍ୱାରା କ୍ରୟ ପାଇଁ ଉପଯୋଗୀ କରିବ।

ସ୍ୱଚ୍ଛ ନିଲାମ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଥିବା ଘରୋଇ ଡେଭଲପର୍ମାନେ ଏହି ପ୍ରକଳ୍ପଗୁଡ଼ିକ ସ୍ଥାପନ କରିବେ, କିନ୍ତୁ ଉପକୂଳବର୍ତ୍ତୀ ସବ ଷ୍ଟେସନ ଗୁଡିକ ସମେତ ବିଦ୍ୟୁତ ଖନନ ଭିତ୍ତିଭୂମି ପାୱାର ଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ପିଜିସିଆଇଏଲ୍) ଦ୍ୱାରା ନିର୍ମାଣ କରାଯିବ। ନୋଡାଲ ମନ୍ତ୍ରଣାଳୟ ଭାବରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଏହି ଯୋଜନାର ସଫଳ ରୂପାୟନ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ / ବିଭାଗ ସହିତ ସମନ୍ୱୟ ରକ୍ଷା କରିବ।

ସମୁଦ୍ର କୂଳରେ ପବନ ଶକ୍ତି ପ୍ରକଳ୍ପ ନିର୍ମାଣ ଏବଂ ଏହାର କାର୍ଯ୍ୟପାଇଁ ନିର୍ଦ୍ଦିଷ୍ଟ ବନ୍ଦର ଭିତ୍ତିଭୂମି ର ଆବଶ୍ୟକତା ରହିଛି, ଯାହା ଭାରୀ ଏବଂ ବୃହତ ଆକାରର ଉପକରଣର ସଂରକ୍ଷଣ ଏବଂ ପରିବହନ ପରିଚାଳନା କରିପାରିବ। ଏହି ଯୋଜନା ଅଧୀନରେ ଦେଶର ଦୁଇଟି ବନ୍ଦରକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ଉପକୂଳ ପବନ ବିକାଶର ଆବଶ୍ୟକତା ପୂରଣ କରିବା ପାଇଁ ସହାୟତା ପ୍ରଦାନ କରାଯିବ।

ଉପକୂଳ ପବନ ହେଉଛି ଅକ୍ଷୟ ଶକ୍ତିର ଏକ ଉତ୍ସ ଯାହା ଉପକୂଳ ପବନ ଏବଂ ସୌର ପ୍ରକଳ୍ପ ଅପେକ୍ଷା ଅନେକ ଲାଭ ପ୍ରଦାନ କରେ, ଯେପରିକି ଅଧିକ ପର୍ଯ୍ୟାପ୍ତତା ଏବଂ ବିଶ୍ୱସନୀୟତା, କମ୍ ଷ୍ଟୋରେଜ୍ ଆବଶ୍ୟକତା ଏବଂ ଅଧିକ ନିଯୁକ୍ତି ସମ୍ଭାବନା। ବିଦେଶୀ ପବନ କ୍ଷେତ୍ରର ବିକାଶ ଦ୍ୱାରା ପୁଞ୍ଜିନିବେଶ ଆକୃଷ୍ଟ କରିବା, ସ୍ୱଦେଶୀ ଉତ୍ପାଦନ କ୍ଷମତାର ବିକାଶ, ମୂଲ୍ୟ ଶୃଙ୍ଖଳାରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦେଶରେ ଉପକୂଳ ପବନ ପାଇଁ ପ୍ରଯୁକ୍ତି ବିଦ୍ୟା ବିକାଶ ଦ୍ୱାରା ଅର୍ଥନୀତିବ୍ୟାପୀ ଲାଭ ହେବ। ଏହା ଭାରତର ଶକ୍ତି ପରିବର୍ତ୍ତନ ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ସହାୟକ ହେବ।

୧ ଗିଗାୱାଟ୍ ଅଫ୍ ସୋର୍ ପବନ ପ୍ରକଳ୍ପର ସଫଳ କାର୍ଯ୍ୟକ୍ଷମ ହେବା ଦ୍ୱାରା ବାର୍ଷିକ ପ୍ରାୟ ୩.୭୨ ବିଲିୟନ ୟୁନିଟ୍ ଅକ୍ଷୟ ବିଦ୍ୟୁତ୍ ଉତ୍ପାଦନ ହେବ, ଯାହା ଫଳରେ ୨୫ ବର୍ଷ ପାଇଁ ବାର୍ଷିକ ୨.୯୮ ନିୟୁତ ଟନ୍ ସିଓ ସମାନ ନିର୍ଗମନ ହ୍ରାସ ପାଇବ। ଏହାବ୍ୟତୀତ, ଏହି ଯୋଜନା କେବଳ ଭାରତରେ ଉପକୂଳବର୍ତ୍ତୀ ପବନ ଶକ୍ତି ବିକାଶକୁ ଆରମ୍ଭ କରିବ ନାହିଁ ବରଂ ଏହାର ସମୁଦ୍ର ଭିତ୍ତିକ ଅର୍ଥନୈତିକ କାର୍ଯ୍ୟକଳାପକୁ ପୂରଣ କରିବା ପାଇଁ ଦେଶରେ ଆବଶ୍ୟକ ଇକୋସିଷ୍ଟମ ସୃଷ୍ଟି କରିବ। ଏହି ଇକୋସିଷ୍ଟମ ପ୍ରାୟ ୪,୫୦,୦ କୋଟି ଟଙ୍କା ବିନିଯୋଗରେ ପ୍ରାରମ୍ଭିକ ୩୭ ଗିଗାୱାଟ ଅଫସୋର ପବନ ଶକ୍ତିର ବିକାଶରେ ସହାୟକ ହେବ।

Categories
ଆଜିର ଖବର ଜାତୀୟ ଖବର

ସିକଲ୍ ସେଲ୍ ରୋଗ ଉପରେ ସଚେତନତା ସୃଷ୍ଟି ନିମନ୍ତେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ନୂଆଦିଲ୍ଲୀ: ବିଶ୍ୱ ସିକଲ୍ ସେଲ୍ ଦିବସ ୨୦୨୪ ପାଳନ ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଏହାର ବୌଦ୍ଧିକ ସହଯୋଗୀ ଦିଲ୍ଲୀ ଏମ୍ସର ବିର୍ସା ମୁଣ୍ଡା କେନ୍ଦ୍ର ପକ୍ଷରୁ ନୂଆଦିଲ୍ଲୀଠାରେ ରକ୍ତ ଶିକୁଳି ରୋଗ ବା ସିକଲ୍ ସେଲ୍ ଡିଜିଜ୍ (ଏସସିଡି) ଉପରେ ସଚେତନତା ସୃଷ୍ଟି ପାଇଁ ଏକ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏସସିଡିର ଆନ୍ତର୍ଜାତିକ ସଂକ୍ରମଣକୁ ରୋକିବା ପାଇଁ କାର୍ଯ୍ୟକ୍ରମରେ ବିଶେଷଜ୍ଞଙ୍କ ଏକ ଗୋଷ୍ଠୀ ଏକାଠି ହୋଇଥିଲେ। ଏଥିରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡି.ଡି.ଉଇକେ ଉପସ୍ଥିତ ଥିଲେ।

ଏହି ଦିବସରେ ଦେଶର ୧୭ଟି ରାଜ୍ୟର ୩୪୦ରୁ ଅଧିକ ଉଚ୍ଚ ଏସସିଡି-ସଂକ୍ରମଣ ଥିବା ଜିଲ୍ଲାରେ ୨ ସପ୍ତାହ ବ୍ୟାପୀ ସଚେତନତା ସୃଷ୍ଟି ଏବଂ ସ୍କ୍ରିନିଂ ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଏହି ଅଭିଯାନର ପ୍ରଥମ ଦିନରେ, ପ୍ରାୟ ୧୫,୦୦୦ ସ୍ୱାସ୍ଥ୍ୟ ଶିବିର ସମେତ ବିଭିନ୍ନ ରାଜ୍ୟରେ ୨୫,୦୦୦ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ପାଖାପାଖି ୧୧ ଲକ୍ଷ ଲୋକ ଅଂଶଗ୍ରହଣ କରିଥିଲେ। ଏହି ବିଶାଳ ଅଭିଯାନରେ ପାଖାପାଖି ୪.୬ ଲକ୍ଷ ଲୋକଙ୍କୁ କାଉନସେଲିଂ କରାଯାଇଥିଲା, ପ୍ରାୟ ୧.୫୩ ଲକ୍ଷ ଲୋକଙ୍କର ସ୍କ୍ରିନିଂ କରାଯାଇଥିଲା ଏବଂ ୧.୬୪ ଲକ୍ଷରୁ ଅଧିକ ଏସସିଡି କାର୍ଡ ବଣ୍ଟନ କରାଯାଇଥିଲା।

ସମ୍ମିଳନୀର ଉଦଘାଟନୀ ଅଧିବେଶନ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଓରାମ ଆଶ୍ୱାସନା ଦେଇଥିଲେ ଯେ ତୃଣମୂଳ ସ୍ତରରେ ସମନ୍ୱିତ ପ୍ରୟାସ ମାଧ୍ୟମରେ ଦେଶବ୍ୟାପୀ ସଚେତନତା ସୃଷ୍ଟି ଏବଂ ସ୍କ୍ରିନିଂ ଅଭିଯାନ ଆରମ୍ଭ କରି ଭାରତରୁ ସିକେଲ୍ ସେଲ୍ ରୋଗର ମୂଳୋତ୍ପାଟନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।

ଶ୍ରୀ ଜୁଏଲ ଓରାମ ଗୁଜରାଟରେ ଏସସିଡି ନିରାକରଣ ପାଇଁ କାର୍ଯ୍ୟ କରିବାର ତାଙ୍କର ଅଭିଜ୍ଞତାକୁ ମନେ ପକାଇଥିଲେ । ବିଶେଷ କରି ପ୍ରଭାବିତ ଆଦିବାସୀ ଅଞ୍ଚଳରେ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ସହାୟତାରେ ସାମଗ୍ରିକ ଭାବରେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଜାତୀୟ ସିକଲ୍ ସେଲ୍ ରକ୍ତହୀନତା ନିରାକରଣ ଅଭିଯାନରେ ଶୀର୍ଷ ବିଶେଷଜ୍ଞ ଓ ଡାକ୍ତରମାନେ ଯୋଗଦାନ ଦେବେ, କିନ୍ତୁ ତୃଣମୂଳ ସ୍ତରର କର୍ମଚାରୀଙ୍କ ଯୋଗଦାନ ଦ୍ୱାରା ହିଁ ସଫଳତା ସମ୍ଭବ ହେବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ।

ସ୍ୱାସ୍ଥ୍ୟ ସେବା ପ୍ରତି ମାନବୀୟ ଆଭିମୁଖ୍ୟ ଏବଂ ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବାର ଗୁରୁତ୍ୱ ଉପରେ ରାଷ୍ଟ୍ରମନ୍ତ୍ରୀ ଉଇକେ ଜୋର ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱରେ ୨୦୪୭ ସୁଦ୍ଧା ଭାରତ ନିଶ୍ଚିତ ଭାବରେ ଦେଶରୁ ସିକେଲ ସେଲ୍ ରୋଗ କୁ ଦୂର କରିବାରେ ସଫଳତା ହାସଲ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଉଦଘାଟନୀ ଅଧିବେଶନରେ ଆଦିବାସୀ ବ୍ୟାପାର ସଚିବ ଶ୍ରୀ ବିଭୁ ନାୟାର କହିଥିଲେ ଯେ ଜାତୀୟ ସିକଲ୍ ସେଲ୍ ଆନିମିଆ ନିରାକରଣ ଅଭିଯାନ ଅଧୀନରେ କରାଯାଇଥିବା ପରୀକ୍ଷା ଅନୁଯାୟୀ ସ୍କ୍ରିନିଂ ହୋଇଥିବା ଲୋକଙ୍କ ମଧ୍ୟରୁ ୧୦% ସିକଲ୍ ସେଲ୍ ଟ୍ରେଟ୍ ବାହକ ଏବଂ ୧% ସିକଲ୍ ସେଲ୍ ରୋଗଗ୍ରସ୍ତ ବୋଲି ଜଣାପଡ଼ିଛି। ଅଧିକ ମାମଲା ଚିହ୍ନଟ କରିବା ଏବଂ ଆବଶ୍ୟକ ହସ୍ତକ୍ଷେପ ପ୍ରଦାନ କରିବା ପାଇଁ ମନ୍ତ୍ରଣାଳୟ ଅଧିକ ପରୀକ୍ଷା କରିବାକୁ ଯୋଜନା କରିଛି। ଅତିରିକ୍ତ ସଚିବ (ଆଦିବାସୀ ବ୍ୟାପାର) ଡ. ନବଲ ଜିତ୍ କପୁର ୨୦୪୭ ସୁଦ୍ଧା ଏସସିଡି ଉଚ୍ଛେଦ ପାଇଁ ୧୦ ବର୍ଷର ରୋଡ୍ ମ୍ୟାପ୍ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଇଥିଲେ। ଏମ୍ସର ନିର୍ଦ୍ଦେଶକ ପ୍ରଫେସର ଏମ୍ ଶ୍ରୀନିବାସ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଇଥିଲେ ଯେ ବିର୍ସା ମୁଣ୍ଡା କେନ୍ଦ୍ର କେବଳ ଏସସିଡିର ସ୍କ୍ରିନିଂ ପାଇଁ ସମର୍ପିତ ନୁହେଁ ବରଂ ଏହା ରୋଗ ବିରୋଧରେ ଲଢ଼ିବା ପାଇଁ ଲୋକଙ୍କୁ ସଶକ୍ତ କରିବା ପାଇଁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରିଥାଏ ।

ଏହି ସମ୍ମିଳନୀରେ ଭାରତରେ ସିକଲ୍ ସେଲ୍ ରୋଗ ମୁକାବିଲାର ଆହ୍ୱାନ ଉପରେ ଏକ ପ୍ୟାନେଲ ଆଲୋଚନା ହୋଇଥିଲା, ଯେଉଁଥିରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଏମ୍ସର ହେମାଟୋଲୋଜି ବିଭାଗ ଏବଂ ଏସସିଡି ଉପରେ ଗବେଷଣାରେ ନିୟୋଜିତ ଅନ୍ୟ ପ୍ରମୁଖ ଅନୁଷ୍ଠାନର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସାମିଲ ଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଅଜୀର୍ଣ୍ଣରୁ ମୁକ୍ତି ଦେବା ସହ ହଜମ ଶକ୍ତିକୁ ବୃଦ୍ଧି କରେ ଏହି ଆସନ: ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶଶାଙ୍କଆସନ (ଠେକୁଆ ଭଙ୍ଗୀ)ର ଏକ ଭିଡିଓ ସେୟାର କରିଛନ୍ତି। ଏହି ଯୋଗାସନ ଅଜୀର୍ଣ୍ଣରୁ ମୁକ୍ତି ଦେବା ସହ ହଜମ ଶକ୍ତିକୁ ବୃଦ୍ଧି କରିଥାଏ।

ଏହି ଆସନ ପିଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦିଏ। ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବ୍ୟକ୍ତିମାନେ ଏହି ଆସନ କରିବା ପୂର୍ବରୁ ସତର୍କ ରହିବା ଉଚିତ।

ଆଗକୁ ଆନ୍ତର୍ଜାତିକ ଯୋଗ ଦିବସର ଦଶମ ସଂସ୍କରଣ ଥିବା ବେଳେ ତାହା ପୂର୍ବରୁ ପ୍ରଧାନମନ୍ତ୍ରୀ ସେୟାର କରିଥିବା ଏହି ଭିଡିଓରେ ଉକ୍ତ ଯୋଗାସନର ଭଙ୍ଗୀ ସମ୍ପର୍କରେ ହିନ୍ଦୀ ଓ ଇଂରାଜୀରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଏଥିପାଇଁ ଆପଣମାନେ ନିଶ୍ଚିତ ଭାବେ ନିୟମିତ ଶଶାଙ୍କଆସନ ଅଭ୍ୟାସ କରିବା ଉଚିତ…”

https://x.com/narendramodi/status/1803253386944385233?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1803253386944385233%7Ctwgr%5E75789aa0824ae617e2f3b9ea6487bbdcd537b097%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D2026420

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘‘ଜାତୀୟ ଫରେନସିକ୍ ଭିତ୍ତିଭୂମି ବୃଦ୍ଧି ଯୋଜନା’’ କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ମୋଟ ୨୨୫୪.୪୩ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘‘ଜାତୀୟ ଫରେନ୍ସିକ୍ ଭିତ୍ତିଭୂମି ବୃଦ୍ଧି ଯୋଜନା (ଏନଏଫ୍ଆଇଇଏସ୍) ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।। କେନ୍ଦ୍ରୀୟ କ୍ଷେତ୍ର ଯୋଜନାର ଆର୍ଥିକ ବ୍ୟୟବରାଦ ଗୃହ ମନ୍ତ୍ରଣାଳୟ ନିଜସ୍ୱ ବଜେଟରୁ ପ୍ରଦାନ କରିବ।

ଏହି ଯୋଜନା ଅଧୀନରେ ନିମ୍ନଲିଖିତ ଉପାଦାନଗୁଡ଼ିକୁ କ୍ୟାବିନେଟ୍ ଅନୁମୋଦନ କରିଛି:

ଦେଶରେ ଜାତୀୟ ଫରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ)ର କ୍ୟାମ୍ପସ ପ୍ରତିଷ୍ଠା।

ଦେଶରେ କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ପରୀକ୍ଷାଗାର ପ୍ରତିଷ୍ଠା।

ଏନଏଫଏସୟୁର ଦିଲ୍ଲୀ କ୍ୟାମ୍ପସର ବର୍ତ୍ତମାନା ଭିତ୍ତିଭୂମିରେ ଉନ୍ନତି।

ଭାରତ ସରକାର ପ୍ରମାଣର ବୈଜ୍ଞାନିକ ଏବଂ ଠିକ୍ ସମୟରେ ଫରେନସିକ୍ ଯାଞ୍ଚ ଆଧାରରେ ଏକ ପ୍ରଭାବଶାଳୀ ଏବଂ ଦକ୍ଷ ଅପରାଧିକ ନ୍ୟାୟ ବ୍ୟବସ୍ଥା ସ୍ଥାପନ କରିବାକୁ ପ୍ରତିଶ୍ରୁତିବଦ୍ଧ। ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ଏବଂ ଅପରାଧର ବିକଶିତ ସ୍ୱରୂପ ଓ ପଦ୍ଧତିକୁ ଦୃଷ୍ଟିରେ ରଖି ଏହି ଯୋଜନାରେ ଏକ ଦକ୍ଷ ଅପରାଧିକ ନ୍ୟାୟ ପ୍ରକ୍ରିୟା ପାଇଁ ପ୍ରମାଣର ଠିକ୍ ସମୟରେ ଓ ବୈଜ୍ଞାନିକ ପଦ୍ଧତିରେ ତଥା ଉଚ୍ଚ ଗୁଣବତ୍ତା ସମ୍ପନ୍ନ, ତାଲିମପ୍ରାପ୍ତ ଫରେନସିକ୍ ପେସାଦାରଙ୍କ ଜରିଆରେ ପରୀକ୍ଷା ଓ ଯାଞ୍ଚ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି।

୭ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡ ଭୋଗୁଥିବା ଅପରାଧ ପାଇଁ ଫରେନସିକ୍ ତଦନ୍ତ ବାଧ୍ୟତାମୂଳକ ହୋଇଥିବା ନୂଆ ଅପରାଧ ଆଇନ ପ୍ରଣୟନ ହେବା ପରେ ଫରେନସିକ୍ ବିଜ୍ଞାନ ପରୀକ୍ଷାଗାରଗୁଡ଼ିକର କାର୍ଯ୍ୟଭାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ଏହାବ୍ୟତୀତ ଦେଶରେ ଫରେନସିକ୍ ସାଇନ୍ସ ଲାବୋରେଟୋରି (ଏଫ୍ଏସ୍ଏଲ୍)ରେ ପ୍ରଶିକ୍ଷିତ ଫରେନ୍ସିକ୍ ମାନବ ସମ୍ବଳର ଯଥେଷ୍ଟ ଅଭାବ ରହିଛି।

ଏହି ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ଜାତୀୟ ଫରେନସିକ୍ ଭିତ୍ତିଭୂମିରେ ଉଲ୍ଲେଖନୀୟ ପୁଞ୍ଜିନିବେଶ ଏବଂ ବୃଦ୍ଧି ଜରୁରୀ। ଜାତୀୟ ଫରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ) ଏବଂ ନୂତନ କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ପରୀକ୍ଷାଗାର(ସିଏଫଏସଏଲ)ର ଅତିରିକ୍ତ ଅଫ୍ କ୍ୟାମ୍ପସ ପ୍ରତିଷ୍ଠା ଦ୍ୱାରା ପ୍ରଶିକ୍ଷିତ ଫରେନସିକ୍ ମାନବ ସମ୍ବଳର ଅଭାବ ଦୂର ହେବ। ଫରେନସିକ ପରୀକ୍ଷାଗାରଗୁଡ଼ିକର ମାମଲା ବୋଝ / ବିଳମ୍ବ ସମସ୍ୟା ହ୍ରାସ ପାଇବ ଏବଂ ୯୦% ରୁ ଅଧିକ ଉଚ୍ଚ ଦୋଷୀ ସାବ୍ୟସ୍ତ ହାର ହାସଲ କରିବା ପାଇଁ ଭାରତ ସରକାରଙ୍କ ଲକ୍ଷ୍ୟ ସହିତ ସମନ୍ୱିତ ଢଙ୍ଗରେ ପୂରଣ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୧୪ଟି ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଧାନ ଓ କପା ସହିତ ୧୪ଟି ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ପ୍ରସ୍ତାବ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।

ଦେଶର କୃଷକ ଭାଇ ଭଉଣୀ ଙ୍କ ସାମୁହିକ ସ୍ବାର୍ଥ କୁ ଦୃଷ୍ଟି ରେ ରଖି ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତି କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ବାଗତ କରିବା ସହ ଧନ୍ୟବାଦ ଦେଇଛନ୍ତି ।

ଏହାଦ୍ବାରା ଓଡ଼ିଶାର କୃଷକ ମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିହାରର ନାଳନ୍ଦା ଭଗ୍ନାବଶେଷ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ନାଳନ୍ଦା ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷ ପରିଦର୍ଶନ କରିଛନ୍ତି। ମୂଳ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ବିଶ୍ୱର ପ୍ରଥମ ଆବାସିକ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ। ୨୦୧୬ରେ ନାଳନ୍ଦାର ଭଗ୍ନାବଶେଷକୁ ଜାତିସଂଘର ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

‘‘ନାଳନ୍ଦାର ଖନନ ହୋଇଥିବା ଅବଶେଷ ପରିଦର୍ଶନ କରିବା ଉଲ୍ଲେଖନୀୟ ଥିଲା। ପ୍ରାଚୀନ ବିଶ୍ୱରେ ଶିକ୍ଷାର ଅନ୍ୟତମ ଶ୍ରେଷ୍ଠ କେନ୍ଦ୍ରରେ ସମୟ ବିତାଇବା ଲାଗି ଏହା ଏକ ସୁଯୋଗ ଥିଲା। ଏହି କ୍ଷେତ୍ର ଏକଦା ଏଠାରେ ବିକଶିତ ହୋଇଥିବା ଜ୍ଞାନସମୃଦ୍ଧ ଅତୀତର ଗଭୀର ଝଲକ ପ୍ରଦାନ କରିଥାଏ। ନାଳନ୍ଦା ଏକ ବୌଦ୍ଧିକ ଭାବନା ସୃଷ୍ଟି କରିଛି ଯାହା ଆମ ଦେଶରେ ଆଗକୁ ବଢ଼ିବା ଜାରି ରଖିଛି।’’