Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପିଏମ୍‌ ଜନ ଧନ ଯୋଜନା: ବଞ୍ଚିତଙ୍କୁ ବ୍ୟାଙ୍କ ସେବା ପ୍ରଦାନର ୧୧ ବର୍ଷ ପୂର୍ତ୍ତି
ଜାତୀୟ ଖବର

ପିଏମ୍‌ ଜନ ଧନ ଯୋଜନା: ବଞ୍ଚିତଙ୍କୁ ବ୍ୟାଙ୍କ ସେବା ପ୍ରଦାନର ୧୧ ବର୍ଷ ପୂର୍ତ୍ତି

August 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପିଏମ୍‌ ଜନ ଧନ ଯୋଜନା
Special story on PM Jan Dhan Scheme

ନୂଆଦିଲ୍ଲୀ: ଗୋଟିଏ ଦଶନ୍ଧି ପୂର୍ବରୁ ଅନେକ ଭାରତୀୟଙ୍କ ପାଇଁ ବ୍ୟାଙ୍କ ସେବା ଦିବାସ୍ୱପ୍ନ ପରି ଥିଲା। ବିଶେଷ କରି ଗ୍ରାମୀଣ ଏବଂ ବଞ୍ଚିତ ସମୁଦାୟର ଲୋକମାନେ ଏଥିରୁ ବଞ୍ଚିତ ହେଉଥିଲେ। ଆନୁଷ୍ଠାନିକ ଆର୍ଥିକ ସେବାର ସୁବିଧା ବିନା, ଲକ୍ଷ ଲକ୍ଷ ଲୋକ ଘରେ ନଗଦ ସଞ୍ଚୟ ଏବଂ ଅନୌପଚାରିକ ଋଣଦାତାମାନଙ୍କଠାରୁ ଉଚ୍ଚ ସୁଧ ଋଣ ଉପରେ ନିର୍ଭର କରୁଥିଲେ, ଯାହା ସେମାନଙ୍କୁ ଦୁର୍ବଳତାର ଚକ୍ରରେ ଫସାଇ ଦେଇଥିଲା। ବ୍ୟାଙ୍କ ସେବା ନଥିବା ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବା, ଅସୁରକ୍ଷିତଙ୍କୁ ସୁରକ୍ଷିତ କରିବା, ଆର୍ଥିକ ସେବାରୁ ବଞ୍ଚିତ ଲୋକଙ୍କୁ ପାଣ୍ଠି ଯୋଗାଇବା ଏବଂ ସେବାରୁ ବଞ୍ଚିତ ଏବଂ ଅବହେଳିତ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇବାର ଲକ୍ଷ୍ୟ ନେଇ ୨୮ ଅଗଷ୍ଟ ୨୦୧୪ରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ଶୁଭାରମ୍ଭ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତରେ, ‘‘ପିଏମ ଜନଧନ ଯୋଜନା ଗରିବ ଲୋକଙ୍କ ପାଇଁ ଆର୍ଥିକ ସେବାର ଉପଲବ୍ଧତାକୁ ପରିବର୍ତ୍ତନ କରିଛି। ଏହା ବ୍ୟାଙ୍କ ଏବଂ ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କ ମଧ୍ୟରେ ଥିବା ଦୂରତାକୁ ସମାପ୍ତ କରିବା ସହିତ ସମ୍ମାନ, ଆତ୍ମନିର୍ଭରଶୀଳତା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିଛି।’’ ଏହି ଯୋଜନା ଅଧୀନରେ ୫୬.୧୬ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି, ଯାହାର ମୋଟ ଜମାରାଶି ୨୦୨୫ ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ୨.୬୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ୫୬% ଜନଧନ ଖାତା ମହିଳାଙ୍କ ନାମରେ ରହିଛି, ଯାହା ଆର୍ଥିକ ଅନ୍ତର୍ଭୂକ୍ତୀକରଣରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବାରେ ଯୋଜନାର ଭୂମିକାକୁ ଉଲ୍ଲେଖ କରେ।

ଜନ ଧନ ଯୋଜନାରେ କମ୍‌ କାଗଜପତ୍ର, ଶୂନ୍ୟ ଜମାରାଶି ଏବଂ ସହଜ କେୱାଇସି ସହିତ ବ୍ୟାଙ୍କ ଖାତା ଖୋଲାଯାଉଛି। ଜନ ଧନ ଖାତା ଖୋଲିବା ପାଇଁ ଏବେ ସୁଦ୍ଧା ୯୯,୭୫୩ଟି ଶିବିର ଆୟୋଜନ କରାଯାଇଛି । ଟଙ୍କା ଉଠାଣ ପାଇଁ ଡେବିଟ୍‌ କାର୍ଡ ସହିତ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଦୁର୍ଘଟଣା ବୀମା, କ୍ଷୁଦ୍ର ଋଣ, ଓଭରଡ୍ରାଫ୍ଟ, ପେନସନ ସୁବିଧା ମିଳିପାରୁଛି। ଔପଚାରିକ ଆଇନଗତ ଦସ୍ତାବିଜ ନଥିବା ବ୍ୟକ୍ତିବିଶେଷମାନେ ୧୨ ମାସର ଅବଧି ଥିବା ଛୋଟା ଖାତା ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ସୁବିଧା ଏହି ଯୋଜନାରେ ରହିଛି ଯାହାକୁ ପରବର୍ତ୍ତୀ ୧୨ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ବ୍ୟାଙ୍କ ଦ୍ୱାରା ନିଯୁକ୍ତ ଖୁଚୁରା ଏଜେଣ୍ଟ ବା ବ୍ୟାଙ୍କ ମିତ୍ରମାନେ ହିତାଧିକାରୀଙ୍କୁ ସବୁପ୍ରକାର ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି। ପିଏମଜେଡିୱାଇ ହିତାଧିକାରୀମାନେ ଡିବିଟି, ପିଏମ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ମୁଦ୍ରା ଯୋଜନା ପାଇଁ ଯୋଗ୍ୟତା ହାସଲ କରିପାରୁଛନ୍ତି। ଜନ ଧନ ବ୍ୟାଙ୍କ ଖାତାରେ ୩୨୭ଟି ସରକାରୀ ଯୋଜନାରେ ସିଧାସଳଖ ସହାୟତା ହସ୍ତାନ୍ତର (ଡିବିଟି) ସୁବିଧା ମିଳିପାରୁଛି, ଫଳରେ ବାଟମାରଣା ଏବଂ ଦଲାଲଙ୍କ ହସ୍ତକ୍ଷେପ ଦୂର ହୋଇପାରୁଛି।

୨୦୧୫ରେ ୧୪.୭୨ କୋଟି ଜନ ଧନ ଖାତା ଖୋଲାଯାଇଥିବା ବେଳେ ଅଗଷ୍ଟ ୨୦୨୫ରେ ଖାତା ସଂଖ୍ୟା ୫୬.୧୬ କୋଟିରେ ପହଞ୍ଚିଛି। ୬୭% ଖାତା ଗ୍ରାମୀଣ/ଅର୍ଦ୍ଧ ସହରାଞ୍ଚଳରେ ଖୋଲାଯାଇଥିବା ୩୩% ଜନଧନ ଖାତା ସହରାଞ୍ଚଳ/ମେଟ୍ରୋ ସହରରେ ଖୋଲାଯାଇଛି। ଜନଧନ ଖାତାଧାରୀଙ୍କ ମଧ୍ୟରେ ୫୬% ମହିଳା ରହିଛନ୍ତି। ଏହା ଆର୍ଥିକ ଅନ୍ତର୍ଭୂକ୍ତିକରଣରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରୁଛି। ଏହା ମଧ୍ୟ ବିଭିନ୍ନ ସାମାଜିକ ଯୋଜନାର ଲାଭ ମଧ୍ୟ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାରେ ସହାୟକ ହେଉଛି। ମାର୍ଚ୍ଚ ୨୦୧୫ରେ ଜନ ଧନ ଆକାଉଣ୍ଟଗୁନିକରେ ୧୫,୬୭୦ କୋଟି ଟଙ୍କା ଜମା ରହିଥିବା ବେଳେ ବର୍ତ୍ତମାନ ଏହି ପରିମାଣ ୨,୬୭,୭୫୫ କୋଟିରେ ପହଞ୍ଚିଛି । ପିଏମଜେଡିୱାଇ ଖାତାଧାରକମାନଙ୍କୁ ବର୍ତ୍ତମାନ ସୁଦ୍ଧା ୩୮.୬୮ କୋଟି ରୂପେ ଡେବିଟ୍‌ କାର୍ଡ ଜାରି କରାଯାଇଛି।

ନରେନ୍ଦ୍ର ମୋଦୀ ପିଏମ୍‌ ଜନ ଧନ ଯୋଜନା ବ୍ୟାଙ୍କ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତାହରେ ଦୁଇଥର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯିବ : ସୁପ୍ରିମକୋର୍ଟ

May 16, 2026

ସାଇବର ଠକଙ୍କ ପାଇଁ ଆସିଗଲା CBI ABHAY, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ 

May 16, 2026

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026
Latest News

ପୋଷ୍ଟିଂ ଅର୍ଡର ବିଳମ୍ବକୁ ନେଇ କଡା ହେଲେ ସରକାର

May 16, 2026

ଯୁବକଙ୍କୁ ଅପହରଣ ପରେ ହତ୍ୟା : ତିନି ଗିରଫ

May 16, 2026

ଟପ ISIS ଆତଙ୍କୀ ନିହତ

May 16, 2026

ଖଣି ଅଧିକାରୀଙ୍କ ଗାଡି କାଚ ଭାଙ୍ଗିଲେ ମଫିଆ

May 16, 2026

ଘରେ ପଶି ମାଇଁଙ୍କ ଭଉଣୀକୁ ହାଣିଲା ଭଣଜା

May 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.