Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ୟୁନେସ୍କୋ ଅକ୍ଷୟ ଐତିହ୍ୟ ତାଲିକାରେ ଗର୍‌ବା ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଗୁଜରାଟର ଗର୍‌ବା ୟୁନେସ୍କୋ ଅକ୍ଷୟ ଐତିହ୍ୟ ତାଲିକାରେ ସାମିଲ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଗର୍‌ବା ହେଉଛି ଜୀବନ, ଏକତା ଏବଂ ଆମ ଗଭୀର ପରମ୍ପରାର ଏକ ଉତ୍ସବ। ଅକ୍ଷୟ ଐତିହ୍ୟ ତାଲିକାରେ ଏହା ସାମିଲ ହେବା ବିଶ୍ୱକୁ ଭାରତୀୟ ସଂସ୍କୃତିର ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିଥାଏ। ଏହି ସମ୍ମାନ ଆମ ଭବିଷ୍ୟତ ପିଢ଼ି ପାଇଁ ଆମର ଐତିହ୍ୟର ସଂରକ୍ଷଣ ତଥା ପ୍ରୋତ୍ସାହନ ଲାଗି ଏକ ପ୍ରେରଣା। ଏହି ବିଶ୍ୱସ୍ତରୀୟ ମାନ୍ୟତା ପାଇଁ ଅଭିନନ୍ଦନ।’

Categories
ଆଜିର ଖବର ଜାତୀୟ ଖବର

ଗତ ୯ ବର୍ଷରେ ପରିବର୍ତ୍ତନର ତରଙ୍ଗ ଆତ୍ମନିର୍ଭର ଭାରତର ଆତ୍ମବିଶ୍ୱାସର ପରିଚୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଗତ ୯ ବର୍ଷରେ ଦେଖାଯାଇଥିବା ପରିବର୍ତ୍ତନର ଲହରୀ କେବଳ ବିକାଶର ପରିଭାଷାରେ ସୀମିତ ରଖାଯାଇପାରିବ ନାହିଁ ବରଂ ଏହା ଆତ୍ମନିର୍ଭର ଭାରତର ଆତ୍ମବିଶ୍ୱାସର ନୂଆ ପରିଚୟ।

କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ଏକ୍ସ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ‘କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଲେଖିଛନ୍ତି ଯେ, ଗତ ୯ ବର୍ଷରେ ଭାରତରେ ଏପରି ପରିବର୍ତ୍ତନ ଆସିଛି, ଯାହାକୁ କେବଳ ବିକାଶର ପରିଭାଷାରେ ସୀମିତ କରାଯାଇପାରିବ ନାହିଁ। ଏହା ଆତ୍ମନିର୍ଭରଶୀଳ ହେଉଥିବା ଭାରତର ଆତ୍ମବିଶ୍ୱାସର ଏକ ନୂତନ ପରିଚୟ, ଯାହାର ଗୁଞ୍ଜରଣ ସାରା ବିଶ୍ୱରେ ଶୁଣିବାକୁ ମିଳୁଛି।’

Categories
ଆଜିର ଖବର ଜାତୀୟ ଖବର

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ରେଭନ୍ତ ରେଡ୍ଡୀ ଗାରୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ରେଭନ୍ତ ରେଡ୍ଡୀ ଗାରୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ରେଭନ୍ତ ରେଡ୍ଡୀ ଗାରୁଙ୍କୁ ଅଭିନନ୍ଦନ। ରାଜ୍ୟର ପ୍ରଗତି ତଥା ଏହାର ନାଗରିକଙ୍କ କଲ୍ୟାଣ ଲାଗି ମୁଁ ସମସ୍ତ ସମ୍ଭାବ୍ୟ ସମର୍ଥନ ସୁନିଶ୍ଚିତ କରୁଛି।’

Categories
ଆଜିର ଖବର ଜାତୀୟ ଖବର

‘‘ସାଇବର ସୁରକ୍ଷିତ ଭାରତ’’ ନିର୍ମାଣ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସର୍ବୋଚ୍ଚ ପ୍ରାଥମିକତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ‘‘ସାଇବର ସୁରକ୍ଷିତ ଭାରତ’’ ନିର୍ମାଣ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଅନ୍ୟତମ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସାଇବର ଅପରାଧ ରୋକିବା ଏବଂ ସାଧାରଣ ଲୋକଙ୍କୁ ସାଇବର ବିପଦରୁ ରକ୍ଷା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି କ୍ରମରେ ସାଇବର ଠକମାନେ ବ୍ୟବହାର କରୁଥିବା ଫୋନ୍ ନମ୍ବର ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲ ସମ୍ପର୍କରେ ତୁରନ୍ତ ଏନସିଆରପି www.cybercrime.gov.in ଜଣାଇବାକୁ ମନ୍ତ୍ରଣାଳୟ ପକ୍ଷରୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି।

ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି) ହେଉଛି ଦେଶରେ ସାଇବର ଅପରାଧର ସମନ୍ୱିତ ଏବଂ ବ୍ୟାପକ ଢଙ୍ଗରେ ମୁକାବିଲା କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏକ ପଦକ୍ଷେପ। ଏହି ଆଇ୪ସି ସଂସ୍ଥା ନିଜର ଶୀର୍ଷସ୍ତରର ଜାତୀୟ ସାଇବର ଅପରାଧ ବିପଦ ବିଶ୍ଳେଷଣ ୟୁନିଟ୍ (ଏନ୍‌ସିଟିଏୟୁ) ଜରିଆରେ ଗତ ସପ୍ତାହରେ ସଂଗଠିତ ନିବେଶ/ ଟାସ୍କ ଆଧାରିତ – ପାର୍ଟ ଟାଇମ୍ ଚାକିରି ଠକେଇରେ ସମ୍ପୃକ୍ତ ୧୦୦ରୁ ଅଧିକ ୱେବସାଇଟ୍ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲା। ଏହାପରେ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ, ୨୦୦୦ ଅଧୀନରେ ନିଜର କ୍ଷମତାକୁ ପ୍ରୟୋଗ କରି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏହି ୱେବସାଇଟଗୁଡିକୁ ବ୍ଲକ୍‌ ବା ବନ୍ଦ କରିଛି। କାର୍ଯ୍ୟ ଭିତ୍ତିକ/ ସଂଗଠିତ ବେଆଇନ ନିବେଶ ସମ୍ବନ୍ଧୀୟ ଆର୍ଥିକ ଅପରାଧକୁ ସୁଗମ କରୁଥିବା ଏହିସବୁ ୱେବସାଇଟ୍ ଡିଜିଟାଲ ବିଜ୍ଞାପନ, ଚାଟ୍ ମେସେଞ୍ଜର ଏବଂ ଠକ / ଭଡ଼ା ଏକାଉଣ୍ଟ ବ୍ୟବହାର କରି ବିଦେଶୀ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ଆହୁରି ବଡ଼ ଧରଣର ଆର୍ଥିକ ଠକେଇରୁ ହେଉଥିବା ଆୟକୁ କାର୍ଡ ନେଟୱାର୍କ, କ୍ରିପ୍ଟୋ କରେନ୍ସି, ବିଦେଶୀ ଏଟିଏମ୍ ଉଠାଣ ଏବଂ ଅନ୍ତର୍ଜାତୀୟ ଫିନଟେକ୍ କମ୍ପାନୀ ସହାୟତାରେ ଭାରତ ବାହାରକୁ ଚାଲାଣ ହେଉଥିଲା।

ଏ ସଂକ୍ରାନ୍ତରେ ୧୯୩୦ ହେଲ୍ପଲାଇନ୍ ଏବଂ ଏନସିଆରପି ଜରିଆରେ ଅନେକ ଅଭିଯୋଗ ଆସିଥିଲା ଏବଂ ଏହି ଅପରାଧଗୁଡ଼ିକ ନାଗରିକମାନଙ୍କ ପାଇଁ ଗୁରୁତର ବିପଦ ସୃଷ୍ଟି କରିବା ସହ ଡାଟା ନିରାପତ୍ତା ଚିନ୍ତା ମଧ୍ୟ ଜଡ଼ିତ ଥିଲା। ଏହିସବୁ ଠକେଇରେ ସାଧାରଣତଃ ନିମ୍ନଲିଖିତ ପଦକ୍ଷେପ ଅନ୍ତର୍ଭୁକ୍ତ:-

ଗୁଗଲ ଓ ମେଟା ଭଳି ପ୍ଲାଟଫର୍ମରେ ‘‘ଘର୍‌ ବୈଠେ ଜବ୍‌’’ (ଘରେ ବସି ପାଆନ୍ତୁ ଚାକିରି), ‘‘ଘର ବୈଠେ କମାଏ କୈସେ ପୈସା’’ (ଘରେ ବସି କେମିତି ଟଙ୍କା ରୋଜଗାର କରିପାରିବେ) ଆଦି କି’ ୱାର୍ଡ ବ୍ୟବହାର କରି ନିର୍ଦ୍ଦିଷ୍ଟ ଡିଜିଟାଲ ବିଜ୍ଞାପନ ଦିଆଯାଏା ବିଦେଶରେ ରହୁଥିବା ବିଜ୍ଞାପନଦାତାମାନେ ଏକାଧିକ ଭାଷାରେ ଏସବୁ ବିଜ୍ଞାପନ ଦିଅନ୍ତି। ସେମାନେ ମୁଖ୍ୟତଃ ସାମୟିକ ରୋଜଗାର ବା ପାର୍ଟଟାଇମ୍‌ ଜବ୍‌ ଖୋଜୁଥିବା ଅବସରପ୍ରାପ୍ତ କର୍ମଚାରୀ, ମହିଳା ଓ ବେକାର ଯୁବକଯୁବତୀଙ୍କୁ ଟାର୍ଗେଟ୍‌ କରିଥାନ୍ତି।

ବିଜ୍ଞାପନ କ୍ଲିକ୍ କରିବା ପରେ, ହ୍ୱାଟ୍ସଆପ୍ / ଟେଲିଗ୍ରାମ ବ୍ୟବହାର କରୁଥିବା ଜଣେ ଏଜେଣ୍ଟ ସମ୍ଭାବ୍ୟ ପୀଡ଼ିତଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରନ୍ତି, ଯିଏ ତାଙ୍କୁ ଭିଡିଓ ଲାଇକ୍ ଏବଂ ସବସ୍କ୍ରାଇବ୍, ମ୍ୟାପ୍ ରେଟିଂ ଇତ୍ୟାଦି କେତେକ କାର୍ଯ୍ୟ କରିବାକୁ ରାଜି କରନ୍ତି।

କାର୍ଯ୍ୟ ଶେଷ ହେବା ପରେ ପୀଡ଼ିତଙ୍କୁ ପ୍ରାରମ୍ଭିକ ଭାବେ କିଛି କମିସନ୍ ଦିଆଯାଏ ଏବଂ ଦିଆଯାଇଥିବା କାର୍ଯ୍ୟ ତୁଳନାରେ ଅଧିକ ରିଟର୍ଣ୍ଣ ପାଇବା ପାଇଁ ଅଧିକ ଅର୍ଥ ନିବେଶ କରିବାକୁ କୁହାଯାଏ।

ବିଶ୍ୱାସଭାଜନ ହେବା ପରେ ଯେତେବେଳେ ପୀଡ଼ିତ ଅଧିକ ଟଙ୍କା ଜମା କରନ୍ତି, ଜମା ରାଶି ଫ୍ରିଜ୍ ହୋଇଯାଏ ଏବଂ ଏହା ଦ୍ୱାରା ପୀଡ଼ିତା ଠକେଇର ଶିକାର ହୁଅନ୍ତି।

ସତର୍କତା ମୂଳକ ପଦକ୍ଷେପ ଭାବେ ସବୁ ନାଗରିକଙ୍କୁ ନିମ୍ନ ପରାମର୍ଶଗୁଡ଼ିକ ଦିଆଯାଉଛି

ଇଣ୍ଟରନେଟ୍ ମାଧ୍ୟମରେ ପ୍ରାୟୋଜିତ ଏଭଳି କୌଣସି ଉଚ୍ଚ କମିସନ ଦେୟ ପ୍ରାପ୍ତ ଅନଲାଇନ୍ ସ୍କିମ୍‌ରେ ନିବେଶ କରିବା ପୂର୍ବରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ।

ଯଦି କୌଣସି ଅଜଣା ବ୍ୟକ୍ତି ଆପଣଙ୍କ ସହ ହ୍ଵାଟ୍ସଆପ୍/ଟେଲିଗ୍ରାମ ମାଧ୍ୟମରେ ଯୋଗାଯୋଗ କରନ୍ତି, ତେବେ ବିନା ଯାଞ୍ଚରେ ଆର୍ଥିକ କାରବାର କରନ୍ତୁ ନାହିଁ।

ୟୁପିଆଇ ଆପ୍‌ରେ ଦର୍ଶାଯାଇଥିବା ରିସିଭର୍ ବା ପ୍ରାପ୍ତିକର୍ତ୍ତାଙ୍କ ନାମ ଯାଞ୍ଚ କରନ୍ତୁ। ଯଦି ରିସିଭର୍ କୌଣସି ଅଜଣା ବ୍ୟକ୍ତି ଅଟନ୍ତି, ତେବେ ଏହା ଏକ ଠକ ଏକାଉଣ୍ଟ ହୋଇପାରେ ଏବଂ ସ୍କିମ୍ ଜାଲିଆତି ହୋଇପାରେ । ସେହିପରି କେଉଁ ଉତ୍ସରୁ ପ୍ରାରମ୍ଭିକ କମିଶନ ମିଳୁଛି ତାହା ଯାଞ୍ଚ କରନ୍ତୁ।

ନାଗରିକମାନେ ଅଜ୍ଞାତ ଏକାଉଣ୍ଟରେ କାରବାର କରିବାରୁ ଦୂରେଇ ରହିବା ଉଚିତ୍, କାରଣ ଏହା ବେଆଇନ ଅର୍ଥକାରବାର ଏବଂ ଏପରିକି ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣରେ ସମ୍ପୃକ୍ତ ହୋଇପାରେ ଏବଂ ପୋଲିସ ଦ୍ୱାରା ଏକାଉଣ୍ଟ ବ୍ଲକ୍‌ କରାଯିବା ଏବଂ ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

Categories
ବିଶେଷ ଖବର

ବିଜେପିଠାରୁ କଂଗ୍ରେସକୁ ମିଳିଲା ୧୦ ଲକ୍ଷ ଅଧିକ ଭୋଟ: ସେମିଫାଇନାଲ ଜିତିବା ପରେ ମଧ୍ୟ ଫାଇନାଲ ବିଜେପି ପାଇଁ ସହଜ ନୁହେଁ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଫଳାଫଳ ବହୁ ଦୂର ପର୍ଯ୍ୟନ୍ତ ଗୁଞ୍ଜରିତ ହେବ। ଏପରି କି ନିର୍ବାଚନ ସମଗ୍ର ବିଶ୍ୱରେ ଗୁଞ୍ଜରିତ ହେବ। କିଛି ଲୋକ କହୁଛନ୍ତି ଯେ ଆଜିର ହ୍ୟାଟ୍ରିକ୍ ୨୦୨୪ର ହ୍ୟାଟ୍ରିକ୍ ସୁନିଶ୍ଚିତ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଏହା କହିଛନ୍ତି। ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି କର୍ମୀଙ୍କୁ ସମ୍ବୋଧିତ କରୁଥିଲେ।

ସୋସିଆଲ ମିଡିଆରେ ଏହି ବୟାନ ସେୟାର କରି ଲୋକମାନେ କହୁଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଜିତିବାରୁ କେହି ଅଟକାଇ ପାରିବେ ନାହିଁ। ତେବେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବିଜେପିଠାରୁ ୧୦ ଲକ୍ଷରୁ ଅଧିକ ଭୋଟ ମିଳିଛି।

ମୋଟାମୋଟି ଭାବେ ୫ଟି ରାଜ୍ୟରେ କଂଗ୍ରେସ ଦୁର୍ବଳ ହୋଇଥିଲେ ମଧ୍ୟ ଏହାର ବିଶ୍ୱସନୀୟତା ଏବେବି ଦୃଢ଼ ରହିଛି। ୨୦୨୪ ନିର୍ବାଚନ ପୂର୍ବରୁ ବିଧାନସଭା ନିର୍ବାଚନ ଫଳାଫଳକୁ ବିଜେପି ପାଇଁ ୱାକ ଓଭର କହିବା ଠିକ ନୁହେଁ।

ଏବେ ଆସନ୍ତୁ ଜାଣିବା ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ହ୍ୟାଟ୍ରିକକୁ କାହିଁକି ଅଟକାଇପାରେ କଂଗ୍ରେସ

ହିନ୍ଦୀ ଅଞ୍ଚଳର ୩ଟି ରାଜ୍ୟରେ କଂଗ୍ରେସକୁ ୪୦%ରୁ ଅଧିକ ଭୋଟ ମିଳିଛି। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପିଠାରୁ ୧୦.୫୫ ଲକ୍ଷ ଅଧିକ ଭୋଟ ପାଇଛି। ଯଦି ହିନ୍ଦୀ ଅଞ୍ଚଳର ମାତ୍ର ତିନୋଟି ବଡ଼ ରାଜ୍ୟ ବିଷୟରେ କହିବା ତେବେ ମଧ୍ୟପ୍ରଦେଶକୁ ଛାଡ଼ିଦେଲେ ରାଜସ୍ଥାନ ଓ ଛତିଶଗଡ଼ର ଭୋଟ ବ୍ୟବଧାନ ବିଶେଷ ନାହିଁ। ଏହି ତିନୋଟି ରାଜ୍ୟରେ କଂଗ୍ରେସକୁ ୪୦ ପ୍ରତିଶତରୁ ଅଧିକ ଭୋଟ ମିଳିଛି।

ମଧ୍ୟପ୍ରଦେଶରେ କଂଗ୍ରେସ ବିଜେପିଠାରୁ ୮%, ଛତିଶଗଡ଼ରେ ୪% ଓ ରାଜସ୍ଥାନରେ ୨% କମ ଭୋଟ ପାଇଛି। ଏହି କାରଣରୁ ୨୦୨୪ ଲୋକସଭା ନିର୍ବାଚନରେ ଭୋଟ ପ୍ରତିଶତ ବୃଦ୍ଧି କରିବା କଂଗ୍ରେସ ପାଇଁ କଷ୍ଟକର ହେବ ନାହିଁ।

ତେବେ ଏହି ତିନିଟି ରାଜ୍ୟରେ ମୋଟ ୩ କୋଟି ୯୮ ଲକ୍ଷ ୪୨ ହଜାର ୧୧୫ ଜଣ କଂଗ୍ରେସକୁ ଭୋଟ ଦେଇଛନ୍ତି। ସେହିପରି ବିଜେପିକୁ ୪ କୋଟି ୪୮ ଲକ୍ଷ ୭୫ ହଜାର ୯୫୨ ଜଣ ଭୋଟ ଦେଇଛନ୍ତି। ଏଠାରେ ବିଜେପିକୁ ୫୦ ଲକ୍ଷ ଅଧିକ ଭୋଟ ମିଳିଥିଲା।

ତେଲେଙ୍ଗାନାରେ କଂଗ୍ରେସ ବିଜେପିଠାରୁ ୬୦ ଲକ୍ଷରୁ ଅଧିକ ଭୋଟ ପାଇଥିବାବେଳେ ମିଜୋରାମରେ ୧ ଲକ୍ଷରୁ ଅଧିକ ଭୋଟ ପାଇଛି। ଏହିସବୁ ରାଜ୍ୟରେ କଂଗ୍ରେସ ୨୦୧୮ ପରେ ନିର୍ବାଚନୀ ଦୌଡ଼ରୁ ବାଦ ପଡ଼ିଥିଲା। ଏଠାରେ ଏତେ ଭୋଟ ପାଇବା କଂଗ୍ରେସ ପାଇଁ ପୁଣିଥରେ ରାଜନୈତିକଭାବେ ସକ୍ରିୟ ହେବାର ସଙ୍କେତ।

ତିନି ରାଜ୍ୟରେ ପରାଜୟ ସତ୍ତ୍ୱେ କେନ୍ଦ୍ରରେ ଦୁଇଥର ସରକାର ଗଠନ

୨୦୦୩ ମସିହାରୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନର ମାତ୍ର କିଛିମାସ ପରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି।

୨୦୧୮ରେ ଏହି ୩ଟି ରାଜ୍ୟରେ ବିଜେପି ପରାଜିତ ହୋଇଥିଲାବେଳେ କଂଗ୍ରେସ ସରକାର ଗଠନ କରିଥିଲା। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୩ଟି ରାଜ୍ୟର ମୋଟ ୬୫ଟି ଆସନରୁ ୬୧ଟିରେ ବିଜୟୀ ହୋଇଥିଲା।

ସେହିପରି ୨୦୦୩ରେ ଏହି ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜିତ ହୋଇଥିଲା। ଏହାର କିଛିମାସ ପରେ ୨୦୦୪ରେ ଲୋକସଭା ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ସମଗ୍ର ଦେଶରେ କଂଗ୍ରେସକୁ ଅପ୍ରତ୍ୟାଶିତ ବିଜୟ ମିଳିଥିଲା।

ଏହା ସ୍ପଷ୍ଟ ଯେ, ଯେଉଁ ଦଳ ତିନି ରାଜ୍ୟର ବିଧାନସଭା ନିର୍ବାଚନରେ ଜିତିବ ତାହା ଲୋକସଭା ନିର୍ବାଚନ ଜିତିବା ଜରୁରୀ ନୁହେଁ। ୨୦୨୩ରେ ୩ଟି ରାଜ୍ୟରେ ପରାଜୟ ପରେ ୨୦୨୪ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରି କଂଗ୍ରେସ ବିଜେପିକୁ କ୍ଷତି ପହଞ୍ଚାଇପାରେ।

ତିନିଟି ରାଜ୍ୟରେ କଂଗ୍ରେସର କ୍ଷତି କମ ଓ ଅଧିକ ଲାଭ ରହିଛି

୨୦୨୪ ଲୋକସଭା ନିର୍ବାଚନ ଦୃଷ୍ଟିରୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଜେପି ପାଇଁ ବିଶେଷ ଗୁରୁତ୍ୱ ବହନ କରୁଛି। ଏହି ତିନି ରାଜ୍ୟରେ ମୋଟ ୬୫ଟି ଲୋକସଭା ଆସନ ରହିଛି। ସେଥିମଧ୍ୟରୁ ବିଜେପିର ୬୧ଟି ଆସନରେ ସାଂସଦ ଅଛନ୍ତି। ମାତ୍ର ୩ଟି ଆସନରେ କଂଗ୍ରେସର ସାଂସଦ ଅଛନ୍ତି। ଗୋଟିଏ ଆସନ ଅନ୍ୟ ହାତରେ ରହିଛି।

୨୦୨୪ ଲୋକସଭା ନିର୍ବାଚନରେ ଏହି ତିନି ରାଜ୍ୟରେ ୬୧ଟି ଆସନ ବଜାୟ ରଖିବା ବିଜେପି ପାଇଁ ଚ୍ୟାଲେଞ୍ଜ। ଏହା ବ୍ୟତୀତ ୨୦୧୯ରେ ତେଲେଙ୍ଗାନାରେ ମଧ୍ୟ ବିଜେପି ୪ଟି ଆସନ ଜିତିଥିଲା। ଏଥର ବିଆରଏସ ଓ କଂଗ୍ରେସଠାରୁ ଏହି ୪ଟି ଆସନ ବଜାୟ ରଖିବା ବିଜେପି ପାଇଁ ସହଜ ନୁହେଁ।

ଅର୍ଥାତ୍ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ୬୧ ପରେ ଆଉ ମାତ୍ର ୪ଟି ଆସନ ଅଧିକ ମିଳିବାକୁ ଥିବାବେଳେ ପରାଜୟର ଭୟ ଅଧିକ ରହିଛି। ସେହିପରି କଂଗ୍ରେସ ପାଖରେ ୩ଟି ଆସନ ରହିଛି, ଯାହା ଆଗାମୀ ଲୋକସଭା ନିର୍ବାଚନରେ ବଢ଼ିପାରେ।

ବିଧାନସଭା ନିର୍ବାଚନରେ ଭୋଟ ମିଳିଥିଲେ ମଧ୍ୟ ବିଜେପିକୁ କ୍ଷତି ସହିବାକୁ ପଡ଼ିଥିଲା

ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ୮୩ଟି ଲୋକସଭା ଆସନ ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏଥିରୁ ୬୫ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସ ମାତ୍ର ୬ଟି ଆସନରେ ବିଜୟୀ ହୋଇଥିଲା। ଅବଶିଷ୍ଟ ଆସନରେ ଭାରତ ରାଷ୍ଟ୍ର ସମିତି, ମିଜୋ ନ୍ୟାସନାଲ ଫ୍ରଣ୍ଟ ଏବଂ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନକୁ ମିଳିଥିଲା।

ବିଧାନସଭା ନିର୍ବାଚନ ଫଳାଫଳ ଅନୁସାରେ ଏହି ୮୩ ଆସନରୁ ବିଜେପିକୁ ୪୫ରୁ ୪୬ ଓ କଂଗ୍ରେସକୁ ୨୮ ଆସନ ମିଳିବ ବୋଲି ଆକଳନ କରାଯାଉଛି। ବିଧାନସଭା ଫଳାଫଳ ଅନୁଯାୟୀ ବିଜେପି ଜିତିବା ପରିବର୍ତ୍ତେ ୧୯ରୁ ୨୦ଟି ଆସନ ହରାଇପାରେ ବୋଲି ସ୍ପଷ୍ଟ ହୋଇଛି। କଂଗ୍ରେସକୁ ୨୨ଟି ଆସନ ମିଳିପାରେ। ଏଥିପାଇଁ ଲୋକସଭା ନିର୍ବାଚନରେ କଂଗ୍ରେସ ଯେପରି ବିଧାନସଭା ନିର୍ବାଚନଠାରୁ କମ୍ ଭୋଟ ପାଇବ ନାହିଁ ତାହା ସୁନିଶ୍ଚିତ କରିବାକୁ ପଡ଼ିବ।

ବିଧାନସଭା ତୁଳନାରେ ଲୋକସଭା ନିର୍ବାଚନରେ ଭୋଟ ହାର ବଢ଼ିପାରେ: ପ୍ରଫେସର ସଞ୍ଜୟ କୁମାର

ସିଏସଡିଏସର ପ୍ରଫେସର ସଞ୍ଜୟ କୁମାର କହିଛନ୍ତି ଯେ ଯଦି ୨୦୨୩ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସେତିକି ଭୋଟ ମିଳେ ତେବେ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ନିଶ୍ଚିତଭାବେ ଲାଭବାନ ହେବ। ତେବେ ଅଧିକାଂଶ ଲୋକସଭା ନିର୍ବାଚନରେ ବିଜେପିର ଭୋଟ ପ୍ରତିଶତ ବୃଦ୍ଧି ପାଉଥିବାରୁ ଏହା ହେବାର ସମ୍ଭାବନା କମ ରହିଛି।
ଏପରିକି ଗତ ନିର୍ବାଚନରେ କଂଗ୍ରେସର ଭୋଟ ହାର ପ୍ରାୟ ୩୫% ଥିବାବେଳେ ବିଜେପିର ୫୫% ଥିଲା। ୨୦% ବ୍ୟବଧାନ ଯଥେଷ୍ଟ ଅଧିକ। ଏଥର ମଧ୍ୟ ଲୋକସଭା ନିର୍ବାଚନରେ ବିଜେପି ବିଧାନସଭା ଅପେକ୍ଷା ଅଧିକ ଭୋଟ ପାଇବାର ସମ୍ଭାବନା ରହିଛି।

ରାଜନୈତିକ ବିଶେଷଜ୍ଞ ରସିଦ କିଦୱାଇ ମଧ୍ୟ ବିଶ୍ୱାସ କରନ୍ତି ଯେ, ଲୋକସଭା ନିର୍ବାଚନରେ ବିଜେପିର ଭୋଟ ପ୍ରତିଶତ ବଢ଼ିପାରେ। ଏହାର କାରଣ କେବଳ ପପୁଲିଷ୍ଟ ଯୋଜନା ନୁହେଁ ବରଂ ନରେନ୍ଦ୍ର ମୋଦି ସରକାରଙ୍କ ସଂସ୍କୃତି, ଜାତୀୟତା, ବିଶ୍ୱସନୀୟତା, ବିଜେପି ସରକାର ଉପରେ ଲୋକଙ୍କ ଆସ୍ଥା। ତେବେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସର ହାରିବାକୁ କମ ଓ ଅଧିକ ଫାଇଦା ରହିଛି ବୋଲି କିଦୱାଇ ବିଶ୍ୱାସ କରନ୍ତି।

Categories
ଆଜିର ଖବର ଜାତୀୟ ଖବର

ସିନ୍ଧୁଦୁର୍ଗରେ ନୌସେନା ଦିବସ ପାଳନର ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ନୌସେନା ଦିବସ ପାଳନ ଉତ୍ସବର ଝଲକ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ସିନ୍ଧୁଦୁର୍ଗରେ ନୌସେନା ଦିବସ ପାଳନର ଆକର୍ଷଣୀୟ କାର୍ଯ୍ୟକ୍ରମର ଝଲକ। ଏହା ଅତ୍ୟନ୍ତ ଚମତ୍କାର କଥା ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଜଡ଼ିତ ଏହି ସ୍ଥାନରେ ଆମେ ଏହି ବିଶେଷ ଦିବସ ପାଳନ କରିବାରେ ସକ୍ଷମ ହୋଇଛୁ।’

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପଞ୍ଜାବ ରାଜ୍ୟପାଳ

ନୂଆଦିଲ୍ଲୀ: ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇ ସୂଚନା ଦିଆଯାଇଛି ଯେ, ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିପୁଳ ଜନଭାଗିଦାରୀ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗତ ନଭେମ୍ବର ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଆରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଭୂତପୂର୍ବ ଜନଭାଗିଦାରୀ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି। କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟରେ ଯାତ୍ରା ଆୟୋଜନ କରାଯାଉଛି।

ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍‌ ମାଧିଆପାଲି ଗ୍ରାମ ପଞ୍ଚାୟତ ପରିସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ ପହଞ୍ଚିବା ପରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଚେତନତା ରଥରେ ଲାଗିଥିବା ଏଲଇଡି ସ୍କ୍ରିନ୍‌ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା। ହିତାଧିକାରୀମାନେ ଯୋଜନାର ସୁଫଳ ସମ୍ପର୍କରେ ସେମାନଙ୍କର ପ୍ରତିକ୍ରିୟା ରଖିଥିଲେ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଏସ. ପାତ୍ରପଲି ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି। ଏହି ଅବସରରେ ହିତାଧିକାରୀଙ୍କ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍‌ ଗଡ଼ମାଣିତ୍ରୀ ପଞ୍ଚାୟତରେ ଆଜି ବିପୁଳ ଜନଭାଗିଦାରୀ ସହିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଶନିବାର ଦିନ ଢେଙ୍କାନାଳ ଜିଲ୍ଲାର ପ୍ରବେଶ ପଥ ବାଲିଅମ୍ବା ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ସଚେତନତା ବାହନକୁ ମହିଳାମାନେ ପାରମ୍ପରିକ ଭାବେ ସ୍ୱାଗତ କରିଥିଲେ। ରଥ ପଞ୍ଚାୟତର ବିଭିନ୍ନ ସ୍ଥାନ ପରିକ୍ରମା କରିବା ସହିତ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିଥିଲା।

ଅପରପକ୍ଷରେ ବରଗଡ଼ ଜିଲ୍ଲାର ଅଡ଼ଗା ପଞ୍ଚାୟତ, ପଦମପୁର ବ୍ଲକ୍‌ ସର୍ଗିବାହାଲ ଏବଂ ତୋରା ପଞ୍ଚାୟତ ପରିସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି । ଯାତ୍ରାରେ ବହୁସଂଖ୍ୟାରେ ପଞ୍ଚାୟତବାସୀ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ ହେବା ସହିତ ବିକଶିତ ରାଷ୍ଟ୍ର ଗଠନ ପାଇଁ ସଂକଳ୍ପ ନେଇଥିଲେ।

ସେହିପରି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅରଖପୁର ଓ ରାଧାଦେଇପୁର ପଞ୍ଚାୟତରେ ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ଅଙ୍ଗନୱାଡି କର୍ମୀ. ଆଶା ଦିଦି ଓ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଯଥା ଫସଲ ବୀମା, ଫସଲର ନ୍ୟୁନତମ ସହାୟକ ମୂଲ୍ୟ, ଆୟୁଷ୍ମାନ ଭାରତ, ଉଜ୍ଜଳା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। ବୈଷୟିକ କୃଷି ଅଧିକାରୀ ଚାଷ ଜମିରେ ଡ୍ରୋନ ବ୍ୟବହାର ସମ୍ପର୍କରେ ଚାଷୀଙ୍କୁ ବୁଝାଇବା ସହ ଡ୍ରୋନ୍‌ ଉଡ଼ାଇ ଏହାର ବ୍ୟବହାର କୌଶଳ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଉଜ୍ଜ୍ୱଳା ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଡିସେମ୍ବର ୪ ତାରିଖରେ ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଡିସେମ୍ବର ୪, ୨୦୨୩ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ପରିଦର୍ଶନରେ ଯିବେ। ଅପରାହ୍ଣ ପ୍ରାୟ ୪ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ସିନ୍ଧୁଦୁର୍ଗରେ ପହଂଚି ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ପରେ ପରେ ପ୍ରଧାନମନ୍ତ୍ରୀ ସିନ୍ଧୁଦୁର୍ଗ ଠାରେ ନୌସେନା ଦିବସ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମଧ୍ୟ ଭାରତୀୟ ନୌସେନା ଜାହାଜ, ବୁଡ଼ାଜାହାଜ, ବିମାନ ଓ ସ୍ବତନ୍ତ୍ର ବାହିନୀର ପରୀକ୍ଷାମୂଳକ ପ୍ରଦର୍ଶନ ପ୍ରସ୍ତୁତିକୁ ସିନ୍ଧୁ ଦୁର୍ଗର ତାରକାର୍ଲ ବେଳାଭୂମିରୁ ଅବଲୋକନ କରିବେ।

ପ୍ରତିବର୍ଷ ଡିସେମ୍ବର ୪ ତାରିଖ ଦିନ ନୌସେନା ଦିବସ ପାଳନ କରାଯାଇଥାଏ। ଛତ୍ରପତି ଶିବାଜୀ ମହାରାଜଙ୍କ ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ଜଣାଇ ସିନ୍ଧୁଦୁର୍ଗ ଠାରେ “ନୌସେନା ଦିବସ-୨୦୨୩” ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଶିବାଜୀ ମହାରାଜାଙ୍କ ମୋହରକୁ ଗତବର୍ଷ ନୂତନ ନୌସେନା ପ୍ରତୀକ ଭାବେ ଗ୍ରହଣ କରାଯାଇଥିବା ବେଳେ, ପ୍ରଧାନମନ୍ତ୍ରୀ ପ୍ରଥମ ଭାରତୀୟ ଏୟାର କ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ନୌସେନାରେ ସାମିଲ କରାଇଥିଲେ।

ପ୍ରତିବର୍ଷ ନୌସେନା ଦିବସ କାର୍ଯ୍ୟକ୍ରମ ପାଳନ ବେଳେ, ନୌସେନା ଜାହାଜ, ବୁଡ଼ାଜାହାଜ, ଏୟାରକ୍ରାଫ୍ଟ ଓ ସ୍ବତନ୍ତ୍ର ବଳର ପରୀକ୍ଷାମୂଳକ ପ୍ରଦର୍ଶନ ପରମ୍ପରା ରହିଆସିଛି। ଏହି ପରୀକ୍ଷାମୂଳକ ପ୍ରଦର୍ଶନ ଜନସାଧାରଣଙ୍କୁ ଭାରତୀୟ ନୌସେନାର ବିଭିନ୍ନ ସମର କୌଶଳ ସମ୍ପର୍କରେ ଜାଣିବାକୁ ସୁଯୋଗ ପ୍ରଦାନ କରିଥାଏ। ଏହା ନୌସେନାର ଜାତୀୟ ସୁରକ୍ଷା ପ୍ରତି ଅବଦାନ ନେଇ ଜନସାଧାରଣଙ୍କୁ ଅବଗତ କରାଇବା ସହ ସେମାନଙ୍କ ମଧ୍ୟରେ ସାମୁଦ୍ରିକ ସଚେତନତା ସମ୍ପର୍କରେ ସୂଚନା ଦେଇଥାଏ।

Categories
ଆଜିର ଖବର

କପ୍‌ -୨୮ରେ ୟୁଏଇ ସହ ମିଶି ଗ୍ଲୋବାଲ ଗ୍ରୀନ୍ କ୍ରେଡିଟ୍ ଇନିସିଏଟିଭ୍ ଆୟୋଜନ କଲା ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନଙ୍କ ସହ ମିଶି ୧ ଡିସେମ୍ବର ୨୦୨୩ରେ ଦୁବାଇ ଠାରେ କପ୍‌-୨୮ରେ ‘ଗ୍ରୀନ୍ କ୍ରେଡିଟ୍ ପ୍ରୋଗ୍ରାମ୍’ ଶୀର୍ଷକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମର ସହ-ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱିଡେନର ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟିରସନ, ମୋଜାମ୍ବିକର ରାଷ୍ଟ୍ରପତି ଫିଲିପ ନ୍ୟୁସି ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଚାର୍ଲସ ମିସେଲ ଅଂଶଗ୍ରହଣ କରିଥିଲେ ।

ଏହି ଅଭିଯାନରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ସବୁ ଦେଶକୁ ଆମନ୍ତ୍ରଣ କରିଥିଲେ।

ଜଳବାୟୁ ପରିବର୍ତ୍ତନ ଆହ୍ୱାନର ଏକ ପ୍ରଭାବଶାଳୀ ଜବାବୀ କାର୍ଯ୍ୟାନୁଷ୍ଠାନ ଭାବରେ ସ୍ୱେଚ୍ଛାକୃତ ପୃଥିବୀ-ଅନୁକୂଳ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରୀନ୍ କ୍ରେଡିଟ୍ ଇନିସିଏଟିଭକୁ ଏକ ବ୍ୟବସ୍ଥା ଭାବରେ ପରିକଳ୍ପନା କରାଯାଇଛି । ପ୍ରାକୃତିକ ପରିବେଶ ବ୍ୟବସ୍ଥାର ପୁନରୁଦ୍ଧାର ଏବଂ ପୁନରୁଦ୍ଧାର ପାଇଁ ବର୍ଜ୍ୟବସ୍ତୁ/ଅବକ୍ଷୟ ଜମି ଏବଂ ନଦୀ ଜଳଭଣ୍ଡାର ଅଞ୍ଚଳରେ ବୃକ୍ଷରୋପଣ ପାଇଁ ଗ୍ରୀନ୍ କ୍ରେଡିଟ୍ ଜାରି କରିବାକୁ ଏଥିରେ ପରିକଳ୍ପନା କରାଯାଇଛି।

ଏହି କାର୍ଯ୍ୟକ୍ରମରେ ପରିବେଶ ଅନୁକୂଳ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଥିବା ନୀତି ଏବଂ ସର୍ବୋତ୍ତମ ଅଭ୍ୟାସର ଭଣ୍ଡାର ଭାବରେ କାର୍ଯ୍ୟ କରିବାକୁ ଥିବା ଏକ ୱେବ୍ (https://ggci-world.in/) ପ୍ଲାଟଫର୍ମ ଉନ୍ମୋଚନ କରାଯାଇଥିଲା ।

ଗ୍ରୀନ୍ କ୍ରେଡିଟ୍ ଭଳି କାର୍ଯ୍ୟକ୍ରମ/ବ୍ୟବସ୍ଥା ମାଧ୍ୟମରେ ପରିବେଶ ଅନୁକୂଳ କାର୍ଯ୍ୟର ଯୋଜନା ପ୍ରସ୍ତୁତି, କାର୍ଯ୍ୟକାରିତା ଏବଂ ତଦାରଖରେ ଜ୍ଞାନ, ଅଭିଜ୍ଞତା ଏବଂ ସର୍ବୋତ୍ତମ ଅଭ୍ୟାସର ବିନିମୟ ମାଧ୍ୟମରେ ବିଶ୍ୱସ୍ତରୀୟ ସହଯୋଗ, ସହଭାଗିତା ଏବଂ ଭାଗିଦାରୀକୁ ସୁଗମ କରିବା ଏହି ବିଶ୍ୱସ୍ତରୀୟ ପଦକ୍ଷେପର ଉଦ୍ଦେଶ୍ୟ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ୟୁନାଇଟେଡ୍‌ ଆରବ ଏମିରେଟ୍ସ ର ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 1 ଡିସେମ୍ବର 2023 ରେ ୟୁଏଇରେ ସିଓପି -28 ଶିଖର ସମ୍ମିଳନୀ ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ ନାହୟାନଙ୍କୁ ଭେଟିଥିଲେ।

ସିଓପି-୨୮ ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଜାୟେଦଙ୍କୁ ଅଭିନନ୍ଦନ ଜଣାଇଥିଲେ । ସିଓପି-୨୮ରେ ସବୁଜ ଜଳବାୟୁ କାର୍ଯ୍ୟକ୍ରମ (ଜିସିପି) ଉପରେ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ ର ସହ ଆୟୋଜନ କରିଥିବାରୁ ସେ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଭୟ ନେତା ସେମାନଙ୍କର ବ୍ୟାପକ ଏବଂ ଗୁରୁତ୍ବପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ। ଇସ୍ରାଏଲ-ହାମାସ ବିବାଦ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ।

ଆସନ୍ତା ମାସରେ ଭାରତରେ ଆୟୋଜିତ ହେବାକୁ ଥିବା ଭାଇବ୍ରେଣ୍ଟ ଗୁଜରାଟ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନ୍ ଙ୍କୁ ନିମନ୍ତ୍ରଣ କରିଥିଲେ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଇସ୍ରାଏଲ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦୁବାଇରେ ସିଓପି ୨୮ ଶିଖର ସମ୍ମିଳନୀ ଅବସରରେ ଇସ୍ରାଏଲ ରାଷ୍ଟ୍ରର ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ।

ଏହି କ୍ଷେତ୍ରରେ ଲାଗି ରହିଥିବା ଇସ୍ରାଏଲ – ହମାସ୍ ଯୁଦ୍ଧ ଉପରେ ଦୁଇ ନେତା ମତ ବିନିମୟ କରିଥିଲେ। ଅକ୍ଟୋବର ୭ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ବନ୍ଧକ ଥିବା ଲୋକମାନଙ୍କର ମୁକ୍ତିକୁ ସ୍ୱାଗତ କରିଥିଲେ।

ପ୍ରଭାବିତ ଲୋକମାନଙ୍କ ପାଇଁ ମାନବିକ ସହାୟତା ନିରନ୍ତର ଏବଂ ସୁରକ୍ଷିତ ଭାବେ ପ୍ରଦାନ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ଆଲୋଚନା ଓ କୂଟନୀତି ମାଧ୍ୟମରେ ଇସ୍ରାଏଲ ପାଲେଷ୍ଟାଇନ ସମସ୍ୟାର ଶୀଘ୍ର ଏବଂ ସ୍ଥାୟୀ ସମାଧାନ ପାଇଁ ଭାରତର ସମର୍ଥନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ରାଷ୍ଟ୍ରପତି ହର୍ଜୋଗ ଭାରତର ଜି – ୨୦ ଅଧ୍ୟକ୍ଷତାର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତ – ମଧ୍ୟ ପୂର୍ବ – ୟୁରୋପ ଅର୍ଥନୈତିକ କରିଡରର ଶୁଭାରମ୍ଭକୁ ସ୍ୱାଗତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଅରୁଣାଚଳର ଗ୍ରାମରେ ଗୁଂଜରିତ ହେଲା 2047 ସୁଦ୍ଧା ବିକଶିତ ଭାରତର ବାର୍ତ୍ତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦେଓଘର ଏମ୍ସ (AIIMS) ଠାରେ ଐତିହାସିକ 10,000ତମ ଜନ ଔଷଧୀ କେନ୍ଦ୍ରକୁ ଲୋକାର୍ପଣ କରିଥିଲେ। ଏହାବ୍ୟତୀତ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା 10 ହଜାରରୁ 25 ହଜାରକୁ ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ୍ ଯୋଗାଇବା ଏବଂ ଜନ ଔଷଧି କେନ୍ଦ୍ରସଂଖ୍ୟା 10,000 ରୁ 25,000କୁ ବୃଦ୍ଧି କରିବା ଭଳି ଏହି ଦୁଇଟି ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ତାଙ୍କର ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ଏହି ପ୍ରତିଶ୍ରୁତି ପୂରଣ କରିଛନ୍ତି ।

ଅରୁଣାଚଳ ପ୍ରଦେଶର ନାମସାଇର ଲାକର ପାଲେଙ୍ଗ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସରକାରଙ୍କ ସହାୟତାରେ ନିର୍ମିତ ତାଙ୍କ ପକ୍କା ଘର ବିଷୟରେ ଅବଗତ କରାଇଥିଲେ । ଜଳ ଜୀବନ ମିଶନ ଦ୍ୱାରା ଆସିଥିବା ପରିବର୍ତ୍ତନ ବିଷୟରେ ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ।

ଯେତେବେଳେ ଶ୍ରୀ ଲାକର ପ୍ରଧାନମନ୍ତ୍ରୀଙ୍କୁ ‘ଜୟ ହିନ୍ଦ’ ସହିତ ସ୍ୱାଗତ କରିଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ଉତ୍ତର ଦେଇ କହିଥିଲେ ଯେ, ଜୟହିନ୍ଦ ହେଉଛି ଅରୁଣାଚଳରେ ଏକ ଲୋକପ୍ରିୟ ଅଭିବାଦନ । ସେ ଆହୁରି ମଧ୍ୟ କହିଥିଲେ ଯେ, ଅରୁଣାଚଳ ପ୍ରଦେଶର ଲୋକଙ୍କ ସହ ଅଲୋଚନା କରିବା ହେଉଛି ସର୍ବଦା ଆନନ୍ଦ ଦାୟକ ।

ଶ୍ରୀ ଲାକର ତାଙ୍କ ଗ୍ରାମ ପଞ୍ଚାୟତ ଦ୍ୱାରା ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ବିଷୟରେ ଅବଗତ ହୋଇଥିଲେ ଏବଂ 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଅନ୍ତର୍ନିହିତ ବାର୍ତ୍ତା ବିଷୟରେ ମଧ୍ୟ ଅବଗତ ଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମବାସୀଙ୍କୁ 5ଟି ଟିମ୍ ଗଠନ କରି  ସେମାନେ ପାଞ୍ଚଟି ଗ୍ରାମକୁ ଯାଇ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ (ଭିବିଏସୱାଇ)ର’ମୋଦୀଙ୍କ ଗ୍ୟାରେଣ୍ଟି’ ଗାଡି ଆସୁଛି ବୋଲି କହିବାକୁ କହିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଦ୍ୱିତୀୟ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ସଂଖ୍ୟା ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଶକ୍ତି ପ୍ରଦର୍ଶନ କରେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବୈଶ୍ୱିକ ସ୍ତରରେ ଏକ କଠିନ ସମୟ ଭିତରେ ଦ୍ୱିତୀୟ ତ୍ରୟମାସିକରେ ଭାରତର ଜିଡିପି ଅଭିବୃଦ୍ଧି ସଂଖ୍ୟା ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଶକ୍ତି ପ୍ରଦର୍ଶନ କରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ବୈଶ୍ୱିକ ସ୍ତରରେ ଏପରି ଆହ୍ୱାନମୂଳକ ସମୟ ଭିତରେ ଭାରତର ଜିଡିପି ଅଭିବୃଦ୍ଧି ସଂଖ୍ୟା ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଶକ୍ତି ପ୍ରଦର୍ଶନ କରେ। ଅଧିକ ସୁଯୋଗ ସୃଷ୍ଟି କରିବା, ଦାରିଦ୍ର‌୍ୟତା ଦୂର ସହ ଆମ ଲୋକଙ୍କ ଜୀବନକୁ ସହଜ କରିବା ଲାଗି ସବୁ ପ୍ରକାର ସୁଧାର ଆଣିବା ସହ ଦ୍ରୁତଗତିରେ ବିକାଶକୁ ସୁନିଶ୍ଚିତ କରିବାକୁ ଆମେ ପ୍ରତିବଦ୍ଧ।’

Categories
ଆଜିର ଖବର ଜାତୀୟ ଖବର

ବିକଶିତ ଭାରତ ସଙ୍କଳ୍ପ ଯାତ୍ରାରେ ମହିଳାମାନେ ପ୍ରମୁଖ ଅଂଶୀଦାର ଅଟନ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ କଥାବାର୍ତ୍ତା କରିଥିଲେ । ସେ ପ୍ରଧାନମନ୍ତ୍ରୀ ମହିଳା କିଶାନ ଡ୍ରୋନ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଦେଓଘରର ଏମ୍ସ ଠାରେ ୧୦,୦୦୦ ତମ ଜନ ଔଷଧି କେନ୍ଦ୍ରକୁ ଉତ୍ସର୍ଗ କରିଥିଲେ ।

ଏଥିସହ ଦେଶରେ ଜନ ଔଷଧି କେନ୍ଦ୍ର ଗୁଡିକର ସଂଖ୍ୟା ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବାକୁ ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମହିଳା ଏସ୍‌ଏଚ୍‌ଜି ମାନଙ୍କୁ ଡ୍ରୋନ୍ ଯୋଗାଇବା ପାଇଁ ଏବଂ ଜନ ଔଷଧି କେନ୍ଦ୍ରର ସଂଖ୍ୟାକୁ ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବା ପାଇଁ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ଏହି ପ୍ରତିଶ୍ରୁତି ଗୁଡ଼ିକର ପୂରଣର ପ୍ରତୀକ ଅଟେ ।

ଆନ୍ଧ୍ରପ୍ରଦେଶର ପ୍ରାକସମ୍ ଜିଲ୍ଲାର ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ କୋମଲାପତି ଭେଙ୍କଟା ରାବନାମ୍ମା କୃଷି ଉଦ୍ଦେଶ୍ୟରେ ଡ୍ରୋନ୍ ଉଡ଼ିବା ଶିଖିବାର ଅଭିଜ୍ଞତା ବାଣ୍ଟିଥିଲେ । ଡ୍ରୋନ୍ ଉଡ଼ାଇବା ପାଇଁ ତାଲିମ ଶେଷ କରିବାକୁ ତାଙ୍କୁ ୧୨ ଦିନ ସମୟ ଲାଗିଥିବା ସେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।

ଗ୍ରାମ ଗୁଡିକରେ କୃଷି ପାଇଁ ଡ୍ରୋନ୍ ବ୍ୟବହାର କରିବାର ପ୍ରଭାବ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଜିଜ୍ଞାସା ପରେ ସେ କହିଛନ୍ତି ଯେ ଏହା ଜଳ ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରିଥାଏ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଭାରତର ମହିଳା ମାନଙ୍କ ଶକ୍ତି ଉପରେ ସନ୍ଦେହ କରୁଥିବା ଲୋକଙ୍କ ପାଇଁ ଶ୍ରୀମତୀ ଭେଙ୍କଟାଙ୍କ ଭଳି ମହିଳାମାନେ ଗୋଟିଏ ଗୋଟିଏ ଉଦାହରଣ । କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର ନିକଟ ଭବିଷ୍ୟତରେ ମହିଳା ସଶକ୍ତିକରଣର ପ୍ରତୀକ ଭାବରେ ଉଭା ହେବ ବୋଲି ସେ କହିଛନ୍ତି । ସେ ମଧ୍ୟ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାରେ ମହିଳା ମାନଙ୍କର ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଜାମ୍ମୁର ସୀମାନ୍ତ ଅଞ୍ଚଳର ମହିଳା ସରପଞ୍ଚଙ୍କୁ ତାଙ୍କର ସମର୍ପିତ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଆଜି ଜାମ୍ମୁର ସୀମାନ୍ତ ଅଞ୍ଚଳ ରଙ୍ଗପୁରର ଜଣେ ମହିଳା ସରପଞ୍ଚ ବଲବୀର କୌର ଓ ଜଣେ ଚାଷୀଙ୍କ ସହିତ କଥାବାର୍ତ୍ତା ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କଠାରୁ ବିଭିନ୍ନ କଥା ପଚାରି ବୁଝିଥିଲେ। ତାଙ୍କର ଜନସେବା ଓ ସମର୍ପିତ କାର୍ଯ୍ୟ ବିଷୟରେ ଶୁଣିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ବଲବୀର କୌର ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ସେ ସୀମନ୍ତବର୍ତ୍ତୀ ଆର୍ଣ୍ଣିଆ ଅଂଚଳର ଜଣେ ମହିଳା ଚାଷୀ । ଏବେ ସେ ରଙ୍ଗପୁରର ସରପଞ୍ଚ ଅଛନ୍ତି । ନିଜ ପଞ୍ଚାୟତର ବିକାଶ ପାଇଁ ସେ ବିଭିନ୍ନ ସରକାରୀ ଯୋଜନାକୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରୁଛନ୍ତି । ସେ ନିଜେ ମଧ୍ୟ ବିଭିନ୍ନ ସରକାରୀ ଯୋଜନା ଯଥା କିିଷାନ କ୍ରେଡିଟ କାର୍ଡ, କୃଷି ଯନ୍ତ୍ରପାତି ଋଣ ଯୋଜନା ଓ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ । ତାଙ୍କର ନିଜର ଏକ ଟ୍ରାକ୍ଟର ଅଛି ଓ ତାହାକୁ ସେ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ କିଣିଛନ୍ତି । ସେ ସୀମାନ୍ତ ଅଞ୍ଚଳରେ ହୋଇଥିବାରୁ ଓ ନିଷ୍ଠାପର ତଥା ସମର୍ପିତ ଭାବେ ସରପଞ୍ଚ ଦାୟିତ୍ୱ ନିର୍ବାହ କରୁଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀମତୀ ବଲବୀର କୌରଙ୍କୁ ପ୍ରଶଂସା କରିଥିଲେ ।

ବଲବୀର କୌରଙ୍କୁ ପ୍ରଧାନମନ୍ତ୍ର ଯେତେ ସବୁ ପ୍ରଶ୍ନ ପଚାରିଥିଲେ ତାହାର ସବୁ ଉତ୍ତର ସେ ନିର୍ଭୁଲ ଭାବରେ ଦେଇଥିଲେ । ସେହି ଅଞ୍ଚଳର ସବୁ ତଥ୍ୟ ତାଙ୍କ ଆଙ୍ଗୁଳି ଅଗରେ ଥିଲା । ଏତେ କଥା କିପରି ମନେ ରଖୁଛ ଓ ନିଷ୍ଠାପର ଭାବେ କାମ କରୁଛ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିବାରୁ ବଲବୀର କହିଥିଲେ “ସମାଜର ତଳସ୍ତରରେ କିପରି କାମ କରିବାକୁ ହୁଏ ଆପଣଙ୍କଠାରୁ ତାହା ଶିଖିଛି । ସବୁ କଥା ଟିକିନିଖି ମନେ ରଖିଛି ।” ବିଭିନ୍ନ ସରକାରୀ ଯୋଜନାର ଲାଭ ସମ୍ପର୍କରେ ଆଖାପାଖ ଗ୍ରାମରେ ସଚେତନତା ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ଏହି ମହିଳା ସରପଞ୍ଚଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ ସରକାରୀ ଯୋଜନାର ହିତାଧିକାରୀଙ୍କ ଠାରୁ ସେମାନଙ୍କ ଅନୁଭୂତି ସଂଗ୍ରହ କରାଯାଉଛି । ଯେଉଁମାନେ ଏସବୁ ସୁବିଧା ପାଇ ନାହାନ୍ତି ସେମାନଙ୍କୁ ଏହାର ଲାଭ ଦେବାକୁ ଉଦ୍ୟମ କରାଯାଉଛି । “ଶେଷତମ ବ୍ୟକ୍ତିଙ୍କ ପାଖରେ ସବୁ ସରକାରୀ ଲାଭ ପହଂଚାଇବାକୁ ଆମେ ସୁନିଶ୍ଚିତ କରିବୁ; ‘ମୋଦୀ କି ଗ୍ୟାରେଣ୍ଟି’ ଯାନ’ ପ୍ରତ୍ୟେକ ଗାଁକୁ ଯିବ” ପ୍ରଧାନମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଦେଓଘର ଜନ ଔଷଧି କେନ୍ଦ୍ର ପରିଚାଳକ ଓ ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହି  କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଆଜି ଝାଡଖଣ୍ଡର ଦେଓଘରସ୍ଥିତ ଏମ୍ସରେ ଦେଶର ୧୦ ହଜାରତମ ଜନଔଷଧୀ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ସଂକ୍ରାନ୍ତ କାର୍ଯ୍ୟକ୍ରମ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି।

ପ୍ରଧାନମନ୍ତ୍ରୀ ଗତ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଇଥିବା ଭାଷଣରେ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୨୫ ହଜାର କରିବା ଏବଂ ମହିଳା କିଷାନ ଡ୍ରୋନ କେନ୍ଦ୍ର  ସ୍ଥାପନ ସମ୍ପର୍କରେ ଘୋଷଣା କରିଥିଲେ। ସେହି ପ୍ରତିଶ୍ରୁତି ପାଳନ ପର୍ବ ଆଜିଠାରୁ ଆରମ୍ଭ ହୋଇଛି।

ଦେଓଘର ଠାରେ  ଖୋଲିଥିବା ଜନ ଔଷଧି କେନ୍ଦ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି କେନ୍ଦ୍ରର ପରିଚାଳକ ରୁଚି କୁମାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଲୋଚନା କରିଥିଲେ। ରୁଚି କହିଥିଲେ ଯେ ବଜାର ଦରଠାରୁ ଯଥେଷ୍ଟ ଶସ୍ତାରେ ଜନଔଷଧି କେନ୍ଦ୍ରରୁ ଉନ୍ନତ ମାନର ଔଷଧ ମିଳୁଥିବାରୁ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକେ ବିଶେଷ ଉପକୃତ ହେବେ। ଏସବୁ କେନ୍ଦ୍ରରେ ୧୦୦ ଟଙ୍କାର ବଜାର ମୂଲ୍ୟ ଔଷଧ ୧୦ ରୁ ୫୦ଟଙ୍କା ମଧ୍ୟରେ ମିଳୁଛି। ବାବା ଧାମରେ ଦେଶର ୧୦ହଜାରତମ ଜନ ଔଷଧି କେନ୍ଦ୍ର ଖୋଲିବା ଖୁସିର ବିଷୟ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନ ଔଷଧି କେନ୍ଦ୍ର ଓ ଏହାର ବିଶେଷତ୍ୱ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ଉଚିତ। ରୁଚି କୁମାରୀଙ୍କୁ ଏହି କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ଜନଔଷଧି ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସୋନା ମିଶ୍ର ନାମକ ଜଣେ ଦୋକାନୀ  ତଥା ହିତାଧିକାରୀ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ଆଗରୁ ସେ ଯେଉଁ ଔଷଧ ବଜାରରୁ କିଣୁଥିଲେ, ସେଥି ପାଇଁ ଯେତେ ଟଙ୍କା ଖର୍ଚ୍ଚ ହେଉଥିଲା ଜନ ଔଷଧି କିଣିବା ପରେ ତାଙ୍କ ମାସିକ ପ୍ରାୟ ୧୦ହଜାର ଟଙ୍କା କମ୍ ପଡୁଛି। ଶସ୍ତା ଔଷଧ ମିଳିବା ଘେନି ଲୋକଙ୍କୁ ସଚେତନ କରିବାକୁ ନିଜ ଦୋକାନରେ ଏକ ବୋର୍ଡ ଲଗାଇବାକୁ ପ୍ରଧାନମନ୍ତ୍ରୀ ଏହି ହିତାଧିକାରୀ ଶ୍ରୀ ମିଶ୍ରଙ୍କୁ ପରାମର୍ଶ ଦେଇଥିଲେ।

ସ୍ଥାନୀୟ ଲୋକ ଜନ ଔଷଧି ଯୋଜନା ସମ୍ପର୍କରେ ଅବଗତ ଥିବା ପ୍ରଧାନମନ୍ତ୍ରୀ ଜାଣିବା ପରେ ସନ୍ତୋଷ ପ୍ରକାଶ କରିଥିଲେ। ଲୋକଙ୍କୁ ଉତ୍ତମ ମାନର ଓ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ଏକ ବଡ ସେବା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ନବନିଯୁକ୍ତ ପ୍ରାର୍ଥୀଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ନବନିଯୁକ୍ତ ପ୍ରାର୍ଥୀ ମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଏହି ପ୍ରାର୍ଥୀମାନଙ୍କୁ ରାଜସ୍ୱ ବିଭାଗ, ଗୃହ ମନ୍ତ୍ରଣାଳୟ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଆର୍ଥିକ ସେବା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସମେତ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ/ବିଭାଗରେ ନିଯୁକ୍ତି ମିଳିଛି।

ନବନିଯୁକ୍ତମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବକଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସରକାରଙ୍କ ଅଭିଯାନ କ୍ରମାଗତ ଭାବେ ଆଗେଇ ଚାଲିଛି । ଆଜିର କାର୍ଯ୍ୟକ୍ରମ ଅବସରରେ ସାରା ଦେଶରେ ୫୦,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ନିଯୁକ୍ତି ପତ୍ର ନବନିଯୁକ୍ତ ପ୍ରାର୍ଥୀଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟର ଫଳ ବୋଲି ସେ ଦର୍ଶାଇଥିଲେ। ଏହି ଅବସରରେ ନୂତନ ନିଯୁକ୍ତି ପାଇଥିବା ପ୍ରାର୍ଥୀ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ଜନସାଧାରଣଙ୍କ ସହିତ ସିଧାସଳଖ କାରବାର କରୁଥିବା ବ୍ୟବସ୍ଥାର ଏକ ଅଂଶ ହେବାକୁ ଯାଉଛନ୍ତି । ଜଣେ ସରକାରୀ କର୍ମଚାରୀ ଭାବରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ସାଧାରଣ ଲୋକଙ୍କ ‘ସହଜ ଜୀବନଯାପନ’ ପ୍ରତି ସେମାନେ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଚିତ୍‌।

ଚଳିତ ମାସ ୨୬ ନଭେମ୍ବରରେ ସମ୍ବିଧାନ ଦିବସ ପାଳନ ସମାରୋହ କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୧୯୪୯ ମସିହା ଏହି ଦିନରେ ଦେଶ ନିଜ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ଦେଇଥିଲା । ସେ ବାବା ସାହେବ ଆମ୍ବେଦକରଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ ଯିଏକି ସମ୍ବିଧାନର ସ୍ଥପତି ଭାବରେ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରି ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଥିଲେ ଯେ ସ୍ୱାଧୀନତା ପରେ ସମାନତାର ନୀତିକୁ ଅଣଦେଖା କରାଯାଇଥିଲା ଏବଂ ସମାଜର ଏକ ପ୍ରମୁଖ ବର୍ଗ ବର୍ଷ ବର୍ଷ ଧରି ସମ୍ବଳ ଏବଂ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପରେ ହିଁ ‘ବଞ୍ଚିତମାନଙ୍କୁ ପ୍ରାଥମିକତା’ ମନ୍ତ୍ର ଗ୍ରହଣ କରାଯାଇଥିଲା ଏବଂ ଏକ ନୂତନ ମାର୍ଗ ତିଆରି ହୋଇଥିଲା। ଯେଉଁମାନେ କେବେ କୌଣସି ସୁବିଧା ପାଇନଥିଲେ ସେମାନଙ୍କ ଦ୍ୱାରରେ ସରକାର ପହଞ୍ଚିଥିଲେ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ବହୁ ଦଶନ୍ଧି ଧରି ଅବହେଳିତ ହୋଇ ରହିଥିବା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ସରକାରଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ଫଳରେ ଆଜି ଯେଉଁ ଅଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳୁଛି ତାହା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅମଲାତନ୍ତ୍ର, ଜନସାଧାରଣ ଏବଂ ଫାଇଲ ବ୍ୟବସ୍ଥା ସମାନ ରହିଥିଲେ ମଧ୍ୟ ଗରିବ ଏବଂ ମଧ୍ୟବିତ୍ତଙ୍କ ବିକାଶକୁ ପ୍ରାଥମିକତା ଦେଇ ସମଗ୍ର ବ୍ୟବସ୍ଥାର କାର୍ଯ୍ୟ ପ୍ରଣାଳୀ ଏବଂ ଶୈଳୀରେ ସାମଗ୍ରିକ ପରିବର୍ତ୍ତନ ଆସିଛି । ଏହା ସାଧାରଣ ଲୋକଙ୍କ କଲ୍ୟାଣର ସକାରାତ୍ମକ ଫଳାଫଳକୁ ସାମ୍ନାକୁ ଆଣିଛି ବୋଲି ସେ କହିଛନ୍ତି। ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ୧୩ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଏହା ସରକାରୀ ଯୋଜନାର ପ୍ରଭାବ ଗରିବଙ୍କ ପାଖରେ ପହଞ୍ଚିବାର ପ୍ରମାଣ ବୋଲି  ସେ କହିଛନ୍ତି। ସରକାରୀ ଯୋଜନାଗୁଡ଼ିକୁ ସାଧାରଣ ନାଗରିକଙ୍କ ଘର ପାଖରେ ପହଞ୍ଚାଉଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ନିଯୁକ୍ତ ପ୍ରାର୍ଥୀମାନଙ୍କୁ ସେମାନଙ୍କ ସମୟକୁ ଲୋକଙ୍କ ସେବାରେ ଉପଯୋଗ କରିବାକୁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ନୂତନ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କୁ କହିଥିଲେ ଯେ ସେମାନେ ଆଧୁନିକ ରାଜପଥ, ରେଳ ଷ୍ଟେସନ, ବିମାନବନ୍ଦର ଏବଂ ଜଳପଥ କ୍ଷେତ୍ରରେ ଭାରତକୁ ବଦଳାଇବା ପାଇଁ ଭିତ୍ତିଭୂମି ବିପ୍ଳବକୁ ଦେଖୁଛନ୍ତି । ଭିତ୍ତିଭୂମି କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରୁଛି।

ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବାରେ ମିଶନ ମୋଡ୍ ରେ କାର୍ଯ୍ୟ କରାଯିବା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ଦେଶର ସଚ୍ଚୋଟ ଟିକସଦାତାଙ୍କ ପ୍ରତି ଏକ ବଡ଼ ଅନ୍ୟାୟ। ବିଗତ ବର୍ଷଗୁଡ଼ିକରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ସମୀକ୍ଷା କରିଛନ୍ତି ଏବଂ ସେଗୁଡ଼ିକୁ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରିଛନ୍ତି। ବିଳମ୍ବିତ ପ୍ରକଳ୍ପର ଉଦାହରଣ ଦେଇ ସେ କହିଥିଲେ, ୨୨-୨୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବିଦାର କଲବୁର୍ଗି ରେଳ ଲାଇନ କାମ ନିକଟରେ ଶେଷ ହୋଇଛି । ସରକାର ଏହାକୁ ମାତ୍ର ୩ ବର୍ଷରେ ଶେଷ କରିଛନ୍ତି। ସିକ୍କିମର ପାକ୍ୟୋଙ୍ଗ ବିମାନବନ୍ଦର ନିର୍ମାଣ ପାଇଁ ୨୦୦୮ରେ ପରିକଳ୍ପନା କରାଯାଇଥିଲା, କିନ୍ତୁ ୨୦୧୪ ପର୍ଯ୍ୟନ୍ତ ଏହା କେବଳ କାଗଜପତ୍ରରେ ରହିଥିଲା । ୨୦୧୪ ପରେ ଆରମ୍ଭ ହୋଇ ୨୦୧୮ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲା। ପାରାଦୀପ ବିଶୋଧନାଗାର ୨୦-୨୨ ବର୍ଷ ଧରି କେବଳ ଆଲୋଚନା ପର୍ଯ୍ୟାୟରେ ରହିଥିଲା ଏବଂ ଏ ଦିଗରେ କୌଣସି ବିଶେଷ ଅଗ୍ରଗତି ହୋଇନଥିଲା । ନିକଟରେ ଏହି ବିଶୋଧନାଗାର କାର୍ଯ୍ୟ ଶେଷ ହୋଇଛି।

ଦେଶର ରିୟଲ ଇଷ୍ଟେଟ୍ କ୍ଷେତ୍ର ବିଷୟରେ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଏହା ବିଲ୍ଡର ଏବଂ ମଧ୍ୟବିତ୍ତଙ୍କ ଅବନତି ଆଡକୁ ଅଗ୍ରସର ହେଉଥିଲା କିନ୍ତୁ ରେରା ଆଇନ ହିଁ ସ୍ୱଚ୍ଛତା ଆଣିଛି ଏବଂ ନିବେଶକୁ ପ୍ରୋତ୍ସାହିତ କରିଛି । ପ୍ରକଳ୍ପଗୁଡିକ କିପରି ଅଟକି ଯାଉଥିଲା ଯାହା ନିଯୁକ୍ତି ସୁଯୋଗକୁ ଠପ୍ କରିଦେଉଥିଲା ସେ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, “ଆଜି ଦେଶରେ ଏକ ଲକ୍ଷରୁ ଅଧିକ ରିଅଲ ଇଷ୍ଟେଟ ପ୍ରକଳ୍ପ ରେରା ଅଧୀନରେ ପଞ୍ଜୀକୃତ ହୋଇଛି । ସେ କହିଛନ୍ତି ଯେ ଦେଶର ବଢୁଥିବା ରିଅଲ ଇଷ୍ଟେଟ ଆଜି ବିପୁଳ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ।

କେନ୍ଦ୍ର ସରକାରଙ୍କ ନୀତି ଓ ନିଷ୍ପତ୍ତି ଆଜି ଦେଶର ଅର୍ଥବ୍ୟବସ୍ଥାକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ସେ ଆହୁରି କହିଥିଲେ ଯେ ଭାରତର ଅଭିବୃଦ୍ଧି ହାରକୁ ନେଇ ବିଶ୍ୱର ଜଣାଶୁଣା ଅନୁଷ୍ଠାନ ଗୁଡ଼ିକ ଅତ୍ୟନ୍ତ ଆଶାବାଦୀ ରହିଛନ୍ତି। ଭାରତର ଦ୍ରୁତ ଅଭିବୃଦ୍ଧି ସହିତ ବଢ଼ୁଥିବା ନିଯୁକ୍ତି ସୁଯୋଗ, ଏକ ବିଶା କାର୍ଯ୍ୟବଳ ଜନସଂଖ୍ୟା ଏବଂ ବଢ଼ୁଥିବା ଶ୍ରମ ଉତ୍ପାଦକତା ଉପରେ ବିଶ୍ୱସ୍ତରୀୟ ନିବେଶ ମାନ୍ୟତା ପ୍ରଦାନକାରୀ ସଂସ୍ଥାମାନେ ମାନ୍ୟତା ଦେଇଛନ୍ତି ବୋଲି ଶ୍ରୀ ମୋଦୀ ସୂଚନା ଦେଇଥିଲେ । ସେ  ଏହାର ଏକ ପ୍ରମୁଖ କାରଣ ଭାବେ ଭାରତର ଉତ୍ପାଦନ ଓ ନିର୍ମାଣ କ୍ଷେତ୍ରର ଶକ୍ତି ଉପରେ ମଧ୍ୟ ଆଲୋକପାତ କରିଥିଲେ। ଆଗାମୀ ଦିନରେ ଭାରତରେ ରୋଜଗାର ଓ ଆତ୍ମନିଯୁକ୍ତିର ଅନେକ ସମ୍ଭାବନା ସୃଷ୍ଟି ହେବ ବୋଲି ଏହି ତଥ୍ୟ ପ୍ରମାଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତରେ ହେଉଥିବା ବିକାଶର ସୁଫଳ ଯେପରି ସମାଜର ଶେଷ ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ସରକାରୀ କର୍ମଚାରୀ ଭାବରେ ନିଯୁକ୍ତି ପାଇଥିବା ଲୋକମାନଙ୍କ ଭୂମିକା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । କୌଣସି ଅଞ୍ଚଳ ଯେତେ ଦୂରରେ ଥାଉ ନା କାହିଁକି, ଏହା ଆପଣଙ୍କ ପ୍ରାଥମିକତା ହେବା ଉଚିତ। ଜଣେ ବ୍ୟକ୍ତି ଯେତେ ଦୁର୍ଗମ ସ୍ଥାନରେ ରହିଥାଆନ୍ତୁ ନା କାହିଁକି, ଆପଣଙ୍କୁ ତାଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ। ଏକ ବିକଶିତ ଭାରତର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ନବନିଯୁକ୍ତ ବ୍ୟକ୍ତିମାନେ ଭାରତ ସରକାରଙ୍କ କର୍ମଚାରୀ ଭାବରେ ଏହି ଆଭିମୁଖ୍ୟ ସହିତ ଆଗକୁ ବଢ଼ିବେ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ।

ଦେଶ ପାଇଁ ଆଗାମୀ ୨୫ ବର୍ଷ ସମୟର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ନୂତନ ଶିକ୍ଷଣ ମଡ୍ୟୁଲ୍ ‘କର୍ମଯୋଗୀ ପ୍ରାରମ୍ଭ’ ସହିତ ଯୋଡ଼ି ହୋଇ ସେମାନଙ୍କ ପ୍ରଶିକ୍ଷଣ ପ୍ରକ୍ରିୟା ଜାରି ରଖିବାକୁ ସେ ନବନିଯୁକ୍ତମାନଙ୍କୁ ଅନୁରୋଧ କରିଥିଲେ। ବର୍ଷେ ତଳେ ‘କର୍ମଯୋଗୀ ପ୍ରାରମ୍ଭ’ ମଡ୍ୟୁଲ୍ ଆରମ୍ଭ ହେବା ପରଠାରୁ ଲକ୍ଷ ଲକ୍ଷ ନୂଆ ସରକାରୀ କର୍ମଚାରୀ ତାଲିମ ନେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଅନ୍ ଲାଇନ୍ ପ୍ରଶିକ୍ଷଣ ପ୍ଲାଟଫର୍ମ ଆଇଜିଓଟି କର୍ମଯୋଗୀରେ ୮୦୦ରୁ ଅଧିକ ପାଠ୍ୟକ୍ରମ ଉପଲବ୍ଧ ରହିଛି। ‘‘ଏହାକୁ ଆପଣଙ୍କ ଦକ୍ଷତା ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ”, ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ । ନୂଆକରି ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଶ୍ରୀ ମୋଦୀ ପୁଣି ଥରେ ଅଭିନନ୍ଦନ ଜଣାଇଥିଲେ । ରାଷ୍ଟ୍ର ନିର୍ମାଣ ଦିଗରେ ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

ପୃଷ୍ଠଭୂମି

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟିରେ ଏକ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କ ସଶକ୍ତିକରଣ ଓ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ନବନିଯୁକ୍ତମାନେ ସେମାନଙ୍କର ଅଭିନବ ଚିନ୍ତାଧାରା ଏବଂ ଭୂମିକା ସମ୍ବନ୍ଧୀୟ ଦକ୍ଷତା ସହିତ ଦେଶର ଶିଳ୍ପ, ଆର୍ଥିକ ଏବଂ ସାମାଜିକ ବିକାଶକୁ ସୁଦୃଢ଼ କରିବା କାର୍ଯ୍ୟରେ ଯୋଗଦାନ କରିବେ ଯାହା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ।

ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ପ୍ରଶିକ୍ଷଣ ଗ୍ରହଣ କରିବାର ସୁଯୋଗ ପାଉଛନ୍ତି । ଏଥିରେ ଯେକୌଣସି ସ୍ଥାନରେ ଯେକୌଣସି ଡିଭାଇସ୍‌ ଜରିଆରେ ୮୦୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ସୁନୀଲ ଓଝାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବନଗରର ପୂର୍ବତନ ବିଧାୟକ ସୁନୀଲ ଓଝାଙ୍କ ପରଲୋକରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି।

ଭାରତୀୟ ଜନତା ପାର୍ଟି ତଥା ସମାଜ ସେବାରେ ତାଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି। ବାରାଣସୀରେ ତାଙ୍କ ପ୍ରଶଂସନୀୟ କାମକୁ ମଧ୍ୟ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି।

ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ଭାବନଗର ପୂର୍ବତନ ବିଧାୟକ ସୁନୀଲଭାଇ ଓଝାଙ୍କ ନିଧନ ଖବର ଚକିତ କଲାଭଳି।

ଭାରତୀୟ ଜନତା ପାର୍ଟି ସଙ୍ଗଠନ ଏବଂ ସମାଜ ସେବା କ୍ଷେତ୍ରରେ ତାଙ୍କ ଯୋଗଦାନକୁ ସର୍ବଦା ମନେ ରଖାଯିବ। ବାରାଣସୀରେ ବି ସୁନୀଲ ଭାଇଙ୍କ ସଙ୍ଗଠନାତ୍ମକ କାର୍ଯ୍ୟ ପ୍ରଶଂସନୀୟ।

ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଏବଂ ପରିବାରକୁ ଏହି ଦୁଃଖ ସହିବା ପାଇଁ ଶକ୍ତି ଦିଅନ୍ତୁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

‘ଜୟ ଜଗନ୍ନାଥ’ କହି ହିତାଧିକାରୀ ଚାଷୀଙ୍କୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେ ମଧ୍ୟ ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ କେନ୍ଦ୍ରର ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଓଘର ଏମ୍ସ ଠାରେ ୧୦,୦୦୦ତମ ଜନ ଔଷଧି କେନ୍ଦ୍ରକୁ ଲୋକାର୍ପଣ କରିଥିଲେ। ଏହାବ୍ୟତୀତ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ପାଇଁ ଏକ କାର୍ଯ୍ୟକ୍ରମକୁ ଶ୍ରୀ ମୋଦୀ ଶୁଭାରମ୍ଭ କରିଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ୍ ଯୋଗାଇବା ଏବଂ ଜନ ଔଷଧି କେନ୍ଦ୍ରସଂଖ୍ୟା ୧୦,୦୦୦ରୁ ୨୫,୦୦୦କୁ ବୃଦ୍ଧି କରିବା ଭଳି ଏହି ଦୁଇଟି ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି।

କାର୍ଯ୍ୟକ୍ରମ ଅବସରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ଚାଷୀ ପୂର୍ଣ୍ଣଚନ୍ଦ୍ର ବେନିଆଙ୍କୁ ପ୍ରଧାନମନ୍ତ୍ରୀ ‘ଜୟ ଜଗନାଥ’ କହି ଅଭିବାଦନ ଜଣାଇଥିଲେ। ଶ୍ରୀ ବେନିଆ ଏକାଧିକ ସରକାରୀ ଯୋଜନାର ହିତାଧିକାରୀ। ଉଜ୍ଜ୍ୱଳା ଭଳି ଯୋଜନାରେ କିପରି ତାଙ୍କ ଜୀବନ ବଦଳିଲା ସେ ବିଷୟରେ ହିତାଧିକାରୀ ବର୍ଣ୍ଣନା କରିଥିଲେ । ଚାଷୀ ଜଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ବର୍ତ୍ତମାନ ସେ ତାଙ୍କ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖିବା ପାଇଁ ଆତ୍ମବିଶ୍ୱାସ ଅନୁଭବ କରୁଛନ୍ତି। ତାଙ୍କ ସୁବିଧା ପାଇଁ ଆଗକୁ କେଉଁ ସବୁ ଯୋଜନା ଉପଲବ୍ଧ ଅଛି ସେ ବିଷୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସହିତ ଥିବା ଅଧିକାରୀମାନଙ୍କ ଠାରୁ ପଚାରି ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ।

Categories
ବିଶେଷ ଖବର

୨୬/୧୧ ମୁମ୍ବାଇ ଆକ୍ରମଣର ୧୫ ବର୍ଷ ପୂର୍ତ୍ତି : ମୋଦୀ କହିଲେ, ‘ଭାରତ ଆତଙ୍କବାଦକୁ ଦମନ କରୁଛି’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ‘ମନ୍ କି ବାତ୍’ର ୧୦୭ତମ ସଂସ୍କରଣରେ ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣର ସହିଦମାନଙ୍କୁ ସ୍ମରଣ କରିଛନ୍ତି। ଏହି ଘଟଣାକୁ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନଭେମ୍ବର ୨୬ ତାରିଖ ଆଜିର ଦିନକୁ ଆମେ କେବେବି ଭୁଲିପାରିବୁ ନାହିଁ। ଏହି ଦିନ ହିଁ ଦେଶ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲା।

ଏହି ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କହିଛନ୍ତି ଯେ ସମଗ୍ର ଦେଶ ଆଜି ସହିଦ ହୋଇଥିବା ବୀର ଯବାନମାନଙ୍କୁ ସ୍ମରଣ କରୁଛି ।
ଆତଙ୍କବାଦୀ ଆକ୍ରମଣ (୨୬/୧୧)ରେ ମୁମ୍ବାଇ ଓ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିଲା । ତେବେ ଭାରତ ଏହି ଘଟଣାରୁ ମୁକୁଳିବା ପାଇଁ ନିଜର ସାମର୍ଥ୍ୟ ପ୍ରୟୋଗ କରିଛି ଏବଂ ଏବେ ଆତଙ୍କବାଦକୁ ଦମନ କରିବା ପାଇଁ ସେହି ସାହସର ବ୍ୟବହାର କରୁଛି ବୋଲି ‘ମନ୍ କି ବାତ୍’ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏହି ଘଟଣାର ଭୟାନକ କାର୍ଯ୍ୟକଳାପ ଉପରେ ଆଲୋକପାତ କରିବା ପାଇଁ ଏକ୍ସକୁ ଯାଇ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇଛନ୍ତି । ସେ କହିଛନ୍ତି ଯେ ଆକ୍ରମଣର ଯୋଜନା ଏବଂ କାର୍ଯ୍ୟକାରିତା ପାଇଁ ଦାୟୀ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଭାରତର “ପ୍ରୟାସ” ରହିଛି ।

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ଆଜି ୧୫ ବର୍ଷ ପୂରିଛି । ଏହି ଭୟାନକ କାର୍ଯ୍ୟର ଯୋଜନା ଓ କାର୍ଯ୍ୟକାରିତା ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଦଣ୍ଡ ଦେବା ସହ ସହିଦ ପରିବାକୁ ନ୍ୟାୟ ଦେବା ପାଇଁ ଆମର ପ୍ରୟାସ ଜାରି ରହିଛି ବୋଲି ମାଇକ୍ରୋବ୍ଲଗିଂ ସାଇଟରେ ସେ ଲେଖିଛନ୍ତି।

ମୁମ୍ବାଇରେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ଭାରତର ଆର୍ଥିକ ରାଜଧାନୀ ଭାରତର ବିଭିନ୍ନ ଲୋକପ୍ରିୟ ସ୍ଥାନରେ ୧୦ ଜଣ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ କରିଥିଲେ । ଏହି ଆତଙ୍କବାଦୀମାନେ ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ସଦସ୍ୟ ଏବଂ ୨୦୦୮ ନଭେମ୍ବର ୨୬ ତାରିଖ ରାତିରେ ସହରରେ ପ୍ରବେଶ କରିଥିଲେ । ୪ ଦିନ ମଧ୍ୟରେ ସେମାନେ ୧୬୬ ଜଣଙ୍କ ମୃତ୍ୟୁ ଘଟାଇଥିବାବେଳେ ୩୦୦ ଜଣ ଆହତ ହୋଇଥିଲେ । ସର୍ବାଧିକ ପ୍ରଭାବ ପାଇଁ ଆତଙ୍କବାଦୀଙ୍କ ପକ୍ଷରୁ ସର୍ଭେ କରାଯିବା ପରେ ଆକ୍ରମଣର ଟାର୍ଗେଟ୍ ସାଇଟ୍ ଚୟନ କରାଯାଇଥିଲା ।

ପ୍ରସିଦ୍ଧ ତାଜ ଏବଂ ଓବରୟ ହୋଟେଲ, ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ, ନରିମାନ ହାଉସରେ ଥିବା ଇହୁଦୀ କେନ୍ଦ୍ର ଏବଂ ଲିଓପୋଲ୍ଡ କାଫେକୁ ଟାର୍ଗେଟ କରାଯାଇଥିଲା କାରଣ ଏହି ସ୍ଥାନଗୁଡ଼ିକରେ ୟୁରୋପୀୟ, ଇହୁଦୀ ଏବଂ ଭାରତୀୟମାନେ ବାରମ୍ବାର ଯାତାୟାତ କରୁଥିଲେ ।

ଛତ୍ରପତି ଶିବାଜୀ ଟର୍ମିନାସ୍ ରେଳ ଷ୍ଟେସନରେ ହୋଇଥିବା ଆକ୍ରମଣରେ ୯ ଜଣ ଲସ୍କର ଆତଙ୍କବାଦୀ ନିହତ ହୋଇଥିବାବେଳେ ଏକମାତ୍ର ବଞ୍ଚିଥିବା ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅଜମଲ ଅମୀର କାସାବଙ୍କୁ ଗିରଫ କରାଯାଇଥିଲା । ମେ ୨୦୧୦ରେ, କାସାବଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ଏବଂ ଦୁଇ ବର୍ଷ ପରେ, ତାଙ୍କୁ ପୁଣେର ଏକ ସର୍ବାଧିକ ସୁରକ୍ଷା ଜେଲରେ ଫାଶୀ ଦିଆଯାଇଥିଲା ।