Categories
ଆଜିର ଖବର ଜାତୀୟ ଖବର

ମମତାଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣ ନଥିଲା, ବରଂ ଏହା ଏକ ଦୁର୍ଘଟଣା ଥିଲା: ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ

କଲିକତା: ନନ୍ଦୀଗ୍ରାମ ନିର୍ବାଚନ ପ୍ରଚାର ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ। ଆହତ ହେବା ପରେ ନିଜେ ମମତା ଏବଂ ତୃଣମୂଳ କଂଗ୍ରେସର ଦଳୀୟ ନେତା ବିରୋଧୀଙ୍କ ଉପରେ ଆରୋପ ଲଗାଇଥିଲେ। ସେମାନେ ଅଭିଯୋଗ କରି ବିଜେପି ଏହା କରିଛି ବୋଲି କହିଥିଲେ। ଏନେଇ ନିର୍ବାଚନ କମିଶନ ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ବାଚନ ପର୍ଯ୍ୟବେକ୍ଷକ ତଦନ୍ତ କରି, ଏହା ଯୋଜନା ବଦ୍ଧ ଆକ୍ରମଣ ନଥିଲା ବରଂ ଏହା ଏକ ଦୁର୍ଘଟଣା ଥିଲା ବୋଲି କୁହାଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ଯାଳୟ ଏକ ବିଶେଷ ସୂତ୍ରର ଜଣାପଡିଛି ଯେ, ମୁଖ୍ୟ ପର୍ଯ୍ୟବେକ୍ଷକ ଅଜୟ ନାୟକ ଏବଂ ନିର୍ବାଚନ ପାଇଁ ନିୟୋଜିତ ଥିବା ମୁଖ୍ୟ ପୋଲିସ ପର୍ଯ୍ୟବେକ୍ଷକ ବିବେକ ଦୁବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ଏହି ରିପୋର୍ଟରେ କୁହାଯାଇଛି ଯେ, ୧୦ ମାର୍ଚ୍ଚକୁ ମମତାଙ୍କ ଦ୍ଵାରା ନାମାଙ୍କନ ପତ୍ର ଦାଖଲ ପରେ ପୂର୍ବ ମିଦନାପୁର ଜିଲ୍ଲାର ନନ୍ଦୀଗ୍ରାମ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରୁଲିୟା ବଜାରରେ ଏହି ଘଟଣା ଅଚାନକ ହୋଇଥିଲା। ହେଲେ ଏହାକୁ ଏକ ଷଡଯନ୍ତ୍ର ବୋଲି କୁହାଯାଉଥିଲା।

ରିପୋର୍ଟରେ କୁହାଯାଇଛି ଯେ, ଏହି ଘଟଣା ହଠାତ ହୋଇଥିଲା, ଯେଉଁଥିରେ ମମତା ବାନାର୍ଜୀ ଆହାତ ହୋଇଥିଲେ। ଏହା କୌଣସି ଯୋଜନାବଦ୍ଧ ନଥିଲା, ବରଂ ଏହା ଏକ ଦୁର୍ଘଟଣା ଥିଲା। ଏହି ରିପୋର୍ଟରେ ମମତାଙ୍କ ସୁରକ୍ଷାରେ ଥିବା ସୁରକ୍ଷାକର୍ମୀଙ୍କ ଏକ ବଡ ବିଫଳତା ବୋଲି ମଧ୍ୟ କୁହାଯାଇଛି।