Categories
ଅପରାଧ ଆଜିର ଖବର ଜାତୀୟ ଖବର

କ୍ରିକେଟର ପୃଥ୍ବୀ ଶ’ ଏବଂ ତାଙ୍କ ବନ୍ଧୁଙ୍କୁ ଆକ୍ରମଣ ଅଭିଯୋଗ: ୮ ଲୋକଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: କ୍ରିକେଟର ପୃଥ୍ବୀ ଶ’ ଏବଂ ତାଙ୍କ ବନ୍ଧୁଙ୍କ ସହ ପ୍ରଶଂସକଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଝଗଡା ସମ୍ପର୍କରେ ଓଶିୱରା ପୋଲିସ ଏକ ମାମଲା ରୁଜୁ କରିଛି। ପୃଥ୍ବୀ ଶ’ଙ୍କ ବନ୍ଧୁଙ୍କ ଅଭିଯୋଗରେ ୮ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣା ଗତକାଲି ରାତିର ଅଟେ ଏବଂ ଏହି ଘଟଣା ସାହାରା ଷ୍ଟାର ହୋଟେଲରେ ଘଟିଥିଲା। ପୃଥ୍ବୀ ଶ ଏବଂ ତାଙ୍କ ସାଙ୍ଗ ରାତ୍ରୀ ଭୋଜନ ପାଇଁ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ଏହି ସମୟରେ ପୃଥ୍ବୀ ଶ’ଙ୍କ ପ୍ରଶଂସକମାନେ ତାଙ୍କ ଟେବୁଲକୁ ଆସି ଫଟୋ କ୍ଲିକ୍ କରିବା ଆରମ୍ଭ କରିଥିଲେ।

କିଛି ଫଟୋ କ୍ଲିକ୍ କରିବା ପରେ ମଧ୍ୟ ପ୍ରଶଂସକମାନେ ଭିଡିଓ ଏବଂ ଫଟୋ ଉଠାଇବା ବନ୍ଦ କରିନଥିଲେ, ତା’ପରେ ପୃଥ୍ବୀ ଶ’ ତାଙ୍କ ବନ୍ଧୁ ଏବଂ ହୋଟେଲ ମାଲିକଙ୍କୁ ଡାକି ପ୍ରଶଂସକଙ୍କୁ ହଟାଇବାକୁ କହିଥିଲେ। ରେଷ୍ଟୁରାଣ୍ଟର ମ୍ୟାନେଜର ପ୍ରଶଂସକମାନଙ୍କୁ ରେଷ୍ଟୁରାଣ୍ଟରୁ ବାହାର କରିଦେଲେ। ଏଥିରୁ ଜଣେ ବ୍ୟକ୍ତି ପୃଥ୍ବୀ ଶ’ ଏବଂ ତାଙ୍କ ସାଙ୍ଗ ଯିବା ପର୍ଯ୍ୟନ୍ତ ତାଙ୍କ ସାଥୀମାନଙ୍କ ସହିତ ରେଷ୍ଟୁରାଣ୍ଟ ବାହାରେ ଅପେକ୍ଷା କରି ରହିଲେ।

ବେସବଲ୍ ବାଡି ସାହାଯ୍ୟରେ ଅଭିଯୁକ୍ତମାନେ କାରକୁ ଘେରି ରହି ପୃଥ୍ବୀ ଶ’ ଏବଂ ତାଙ୍କ ବନ୍ଧୁଙ୍କୁ ସିଗନାଲରେ ଅଟକାଇ କାରର କାଚ ଭାଙ୍ଗି ମାରପିଟ ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ସେ ପୃଥ୍ବୀ ଶ’ଙ୍କ ବନ୍ଧୁଙ୍କଠାରୁ ୫୦ ହଜାର ଟଙ୍କା ମଧ୍ୟ ମାଗିଥିଲେ। ପୃଥ୍ବୀ ଶ’ଙ୍କୁ ଅନ୍ୟ ଏକ କାରରେ ପଠାଗଲା। ଓସିୱରା ପୋଲିସ ଆଇପିସିର ଧାରା ୧୪୩, ୧୪୮, ୧୪୯, ୩୮୪, ୪୩୭, ୫୦୪, ୫୦୬ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୋଟ ୮ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ।

Categories
ଆଜିର ଖବର ଖେଳ ଜାତୀୟ ଖବର

ପୃଥ୍ବୀ ଶ’ ଙ୍କ ବିସ୍ଫୋରକ ପାଳି: ମାତ୍ର ୪୬ ବଲରେ ମାରିଲେ ଟି-୨୦ ର ପ୍ରଥମ ଶତକ

ନୂଆଦିଲ୍ଲୀ: ଘରୋଇ ଟୁର୍ଣ୍ଣାମେଣ୍ଟରେ ପୃଥ୍ବୀ ଶ’ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ସେ ଆଜି ଆସାମ ବିପକ୍ଷରେ ଟି-୨୦ ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୨-୨୩ ର ଏକ ମ୍ୟାଚରେ ଶତକ ମାରିଛନ୍ତି। ଏହା ହେଉଛି ତାଙ୍କ ଟି-୨୦ କ୍ୟାରିୟରର ପ୍ରଥମ ଶତକ। ଏହାପୂର୍ବରୁ ସେ ୧୮ ଟି ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ୯୯ ରନ୍ ତାଙ୍କର ସର୍ବାଧିକ ସ୍କୋର ଥିଲା। ୨୨ ବର୍ଷୀୟ ଶ’ ମାତ୍ର ୪୬ ବଲରେ ଶତକ ହାସଲ କରିଥିଲେ। ତେବେ ସେ ମୋଟ ୬୧ ଟି ବଲରେ ୧୩୪ ରନ୍ ସ୍କୋର କରିବା ପରେ ଆଉଟ ଯାଇଥିଲା। ଏହି ପାଳିରେ ସେ ୧୩ ଟିଚୌକା ଏବଂ ୯ ଟି ଛକା ମାରିଥିଲେ। ଏହି ଉପାୟରେ ସେ ପୁଣି ଥରେ ଟିମ୍ ଇଣ୍ଡିଆ ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି। ଆସାମ ବିପକ୍ଷରେ ପ୍ରଥମେ ଖେଳି ମୁମ୍ବାଇ 20 ଓଭରରେ 3 ୱିକେଟ୍ ପାଇଁ 230 ରନ୍ ସଂଗ୍ରହ କରିଥିଲା।

ଏହି ମ୍ୟାଚରେ ଆସାମ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ଭଲ ଆରମ୍ଭ କରିନଥିଲା। ୭ ବଲରେ ୧୫ ରନ୍ ସ୍କୋର କରିବା ପରେ ଅମନ ଖାନ ଆଉଟ ହୋଇଯାଇଥିଲେ। ଏହା ପରେ ପୃଥ୍ବୀ ଶ’ ଏବଂ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ ଏକ ଶତକ ଭାଗିଦାରୀ କରି ମୁମ୍ବାଇକୁ ଏକ ବଡ଼ ସ୍କୋର ଆଡକୁ ଆଗେଇ ନେଇଥିଲେ। ୩୦ ବଲରେ ୪୨ ରନ୍ ସ୍କୋର କରିବା ପରେ ଯଶସ୍ୱୀ ଆଉଟ୍ ହୋଇଥିଲେ। ସେ ୫ ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ସରଫରାଜ ଖାନ ୧୫ ଏବଂ ୧୭ ରେ ଶିବମ ଦୁବେ ଅପରାଜିତ ରହିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

କୁଲଦୀପଙ୍କ ହ୍ୟାଟ୍ରିକ୍ ପରେ ପୃଥ୍ବୀ ଶ’ଙ୍କ ଚୌକା ଓ ଛକା ବର୍ଷା, ସାମସନଙ୍କ ନେତୃତ୍ଵରେ ସିରିଜ୍ ଜିତିଲା ଭାରତ

ନୂଆଦିଲ୍ଲୀ: ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଅଣଆନୁଷ୍ଠାନିକ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ-ଏକୁ ଭାରତ-ଏ ପରାସ୍ତ କରିଛି। ଏହା ସହ ଭାରତ-ଏ ୩ ଟି ଦିନିକିଆ ସିରିଜରେ ୨-୦ ରେ ଅଗ୍ରଣୀ ହାସଲ କରିଛି। ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଇଣ୍ଡିଆ ଏ ପ୍ରଥମ ଦିନିକିଆରେ ୭ ୱିକେଟ୍ ରେ ଜିତିଥିଲା। ତୃତୀୟ ମ୍ୟାଚ୍ ସେପ୍ଟେମ୍ବର ୨୭ ତାରିଖରେ ଚେନ୍ନାଇରେ ମଧ୍ୟ ଖେଳାଯିବ।

ଭାରତ-ଏ ବିଜୟରେ ଦୁଇ ଖେଳାଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯେଉଁଠାରେ କୁଲଦୀପ ଯାଦବ ବଲରେ ପ୍ରାଧାନ୍ୟ ବିସ୍ତାର କରିଥିଲେ, ପୃଥ୍ବୀ ଶ’ ବ୍ୟାଟ୍ ରେ କମାଲ କରିଥିଲେ। କୁଲଦୀପ ହ୍ୟାଟ୍ରିକ୍ ସହ ମ୍ୟାଚ୍‌ରେ ୪ ୱିକେଟ୍ ନେଇଥିଲେ। ଏଥିସହିତ ଶ’ ଇଣ୍ଡିଆ-ଏ ଇନିଂସ ଆରମ୍ଭ କରି ମାତ୍ର ୨୬ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୧ ଟି ଚୌକା ଓ ୩ ତି ଛକା ସହାୟତାରେ ୪୮ ବଲରେ ୭୭ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଚଳିତ ବର୍ଷ ଅଣ୍ଡର-୧୯ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିବା ରାଜା ବାୱା ଏହି ମ୍ୟାଚରେ ଡେବ୍ୟୁ କରିଥିଲେ।

ନ୍ୟୁଜିଲ୍ୟାଣ୍ଡ-ଏ ଟସ୍ ଜିତି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚାଡ ବୋଜ ଏବଂ ରଚିନ୍ ରବିନ୍ଦ୍ର ନ୍ୟୁଜିଲ୍ୟାଣ୍ଡ ଏ ପାଇଁ ପାଳି ଆରମ୍ଭ କରିଥିଲେ। କିନ୍ତୁ, ୩୨ ରନ୍ ସ୍କୋରରେ ଚାଡକୁ ଉମ୍ରାନ ମଲିକ ଆଉଟ କରିଥିଲେ। ଏହା ପରେ ଡେନ୍ କ୍ଲିଭର ମଧ୍ୟ ଶୀଘ୍ର ପ୍ୟାଭିଲିୟନ ଫେରିଥିଲେ। କିନ୍ତୁ, ରବିନ୍ଦ୍ର ଗୋଟିଏ ମୁଣ୍ଡରେ ଜମି ରହିଥିଲେ ଏବଂ ସେ ତାଙ୍କର ଅର୍ଦ୍ଧ ଶତକ ପୂରଣ କରିଥିଲେ। ତେବେ ୬୧ ରନର ବ୍ୟକ୍ତିଗତ ସ୍କୋରରେ ଋଷି ଧାୱନ ତାଙ୍କୁ ଆଉଟ କରିଥିଲେ।

ଯେତେବେଳେ ରାଚିନ୍ ଆଉଟ୍ ହୋଇଥିଲେ, ନ୍ୟୁଜିଲ୍ୟାଣ୍ଡ-ଏ ୩ ୱିକେଟ୍ ହରାଇ ୧୦୬ ରନ୍ କରିଥିଲା। ଏହା ପରେ ଜୋ କାର୍ଟର ୮୦ ବଲରେ ୭୨ ରନର ଇନିଂସ ଖେଳିଥିଲେ। ସେ ମଧ୍ୟମ ଏବଂ ନିମ୍ନ କ୍ରମରେ କୌଣସି ବ୍ୟାଟ୍ସମ୍ୟାନଙ୍କ ଠାରୁ ସମର୍ଥନ ପାଇନଥିଲେ। ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବ ହ୍ୟାଟ୍ରିକ୍ ନେଇ ନ୍ୟୁଜିଲ୍ୟାଣ୍ଡ ଏ ବ୍ୟାଟିଂକ୍ରମକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ।

ଅନ୍ତିମ ତିନିଟି ବଲରେ ଲୋଗାନ୍ ୱାନ୍ ବିକ, ଜୋ ୱାକର ଅରେର ଏବଂ ଜ୍ୟାକବ ଡଫିଙ୍କୁ ଆଉଟ କରି କୁଲଦୀପ ନ୍ୟୁଜିଲ୍ୟାଣ୍ଡ ଏ ଇନିଂସର ୪୭ ତମ ଓଭରରେ ନିଜର ହ୍ୟାଟ୍ରିକ୍ ପୂରଣ କରିଥିଲେ। ନ୍ୟୁଜିଲ୍ୟାଣ୍ଡ-ଏ ଦଳ ସମ୍ପୂର୍ଣ୍ଣ ୫୦ ଓଭର ଖେଳି ପାରି ନଥିଲା ଏବଂ ୪୭ ଓଭରରେ ୨୧୯ ରନ୍ କରି ସମସ୍ତ ୱିକେଟ ହରାଇଥିଲା। ୧୦ ଓଭରରେ ୫୧ ରନ୍ ଦେଇ କୁଲଦୀପ ଯାଦବ ୪ ୱିକେଟ୍ ନେଇଥିଲେ। ତାଙ୍କ ବ୍ୟତୀତ ଋଷି ଧାୱନ ମଧ୍ୟ ୨ ଟି ୱିକେଟ୍ ନେଇଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର ମନୋରଂଜନ

ଆଇପିଏଲ: ପୃଥ୍ବୀ ଶ’ଙ୍କ ବ୍ୟାଟିଂରେ ଗର୍ଲଫ୍ରେଣ୍ଡ ପ୍ରାଚୀ ସିଂହ ରଖିଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ଆଇପିଏଲର ପ୍ରଥମ ମ୍ୟାଚକୁ ସୁନ୍ଦର ଢଙ୍ଗରେ ଆରମ୍ଭ  କରିଛନ୍ତି। ସେ ଚେନ୍ନାଇ ସୁପର କିଙ୍ଗସ୍ ବିରୋଧରେ ଧୂଆଁଧାର ପାଳି ଖେଳି ଅର୍ଦ୍ଧଶତକ ଯୋଡିଥିଲେ। ଏଡିଲେଡ ଟେଷ୍ଟରେ ଖରାପ ପ୍ରଦର୍ଶନ କାରଣରୁ ଅଷ୍ଟ୍ରେଲିଆ ବିରୋଧରେ ତାଙ୍କୁ ବାକି ମ୍ୟାଚ ଖେଳିବାକୁ ସୁଯୋଗ ମିଳିନଥିଲା। ଏହାପରେ ଇଂଲଣ୍ଡ ସିରିଜରେ ତାଙ୍କୁ ଦଳରେ ସାମିଲ ମଧ୍ୟ କରାଯାଇନଥିଲା। ପୃଥ୍ବୀ ଶ’ ଏସବୁକୁ ଭୁଲି ନିଜ ବ୍ୟାଟିଂ ଶୈଳୀରେ ପରିବର୍ତ୍ତନ ପାଇଁ ପରିଶ୍ରମ କରଥିଲେ। ଯାହାର ଫଳାଫଳ ଚଳିତ ବିଜୟ ହଜାରେ ଟ୍ରଫିରେ ଦେଖିବାକୁ ମିଳିଥିଲା। ସେ ଏହି ଟୁର୍ଣ୍ଣାମେଟରେ ୮୨୭ ରନ ସଂଗ୍ରହ କରିଥିଲେ। ଏହାପରେ ଆଇପିଏଲ-୧୪ ସଂସ୍କରଣର ଚେନ୍ନାଇ ବିରୋଧରେ ୭୨ ରନର ପାଳି ଖେଳିଥିଲେ।

ପୃଥ୍ବୀଙ୍କ ଏହି ପ୍ରଦର୍ଶନରେ ଗାର୍ଲଫ୍ରେଣ୍ଡ ପ୍ରାଚୀ ସିଂହ ଖୁସି ବ୍ୟକ୍ତ କରିଛନ୍ତି। ପ୍ରାଚୀ ଏନେଇ ପ୍ରାତ୍ରିକ୍ରିୟା ରଖିଛନ୍ତି। ସେ ନିଜ ଇଂଷ୍ଟାଗ୍ରାମ ଷ୍ଟୋରିରେ ପୃଥ୍ବୀ ଶ’ ର ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ଶ’ କଣ ଆରମ୍ଭ କଲେ! ଏହାସହିତ ସେଥିରେ ସେ ହାର୍ଟ ଇମୋଜୀ ମଧ୍ୟ ଲଗାଇଛନ୍ତି। ପ୍ରାଚୀ ଏହା ପୂର୍ବରୁ ଆଇପିଏଲ ଅଭ୍ୟାସ ସେଶନ ସମୟରେ ମଧ୍ୟ ଲେଖିଥିଲେ ଯେ, ହା ହା, ମୁଁ ତୁମର ହସକୁ ମିସ୍ କରୁଛି।