Categories
ଜାତୀୟ ଖବର ବିଶେଷ ଖବର

ଏଥର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କଣ କହିଲେ, ଜାଣନ୍ତୁ ତାଙ୍କର ସଂପୂର୍ଣ୍ଣ ଭାଷଣ

ନୂଆଦିଲ୍ଲୀ: ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକିଆ କାର‌୍ୟ୍ୟକ୍ରମ ମନ କି ବାତ୍ କାର‌୍ୟ୍ୟକ୍ରମ ପ୍ରସାରିତ ହୋଇଛି। ଏହା ହେଉଛି ତାଙ୍କର ୧୧୪ ତମ ଅଧ୍ୟାୟ। ଏହି ମନ କି ବାତ କାର‌୍ୟ୍ୟକ୍ରମକୁ ଦଶ ବର୍ଷ ପୁରଣ ହୋଇଛି। ଏଥର ପ୍ରଧାନମନ୍ତ୍ରୀ ଯାହା କହିଲେ ତାହା ହେଲା..

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ‘ମନ୍ କି ବାତ୍’ରେ ପୁଣିଥରେ ଆମମାନଙ୍କୁ ଏକାଠି ହେବାର ସୁଯୋଗ ମିଳିଛି। ଆଜିର ଅଧ୍ୟାୟ ମୋତେ ଭାବପ୍ରବଣ କରୁଛି, ମୋତେ ଅନେକ ପୁରୁଣା ସ୍ମୃତିଗର୍ଭକୁ ନେଇଯାଉଛି, କାରଣ ଏହା ଯେ, ‘ମନ୍ କି ବାତ୍’ର ଆମର ଏହି ଯାତ୍ରା ୧୦ ବର୍ଷ ପୂରଣ କରିଛି। ୧୦ ବର୍ଷ ପୂର୍ବେ ‘ମନ୍ କି ବାତ୍’ର ଶୁଭାରମ୍ଭ ଅକ୍ଟୋବର ୩ ତାରିଖ ବିଜୟାଦଶମୀ ଦିନ ହୋଇଥିଲା ଏବଂ ଏହା ମଧ୍ୟ ଏକ ପବିତ୍ର ସଂଯୋଗ ଯେ,ଏ ବର୍ଷ ଅକ୍ଟୋବର ୩ ତାରିଖ ଦିନ ‘ମନ୍ କି ବାତ୍’କୁ ୧୦ ବର୍ଷ ପୂରଣ ହେଉଥିବାବେଳେ ନବରାତ୍ରର ପ୍ରଥମ ଦିନ ହୋଇଥିବ। ‘ମନ୍ କି ବାତ୍’ର ଏହି ସୁଦୀର୍ଘ ଯାତ୍ରାର ଏଭଳି ଅନେକ ପର‌୍ୟ୍ୟାୟ ରହିଛି, ଯାହାକୁ ମୁଁ କେବେ ହେଲେ ଭୁଲିପାରିବି ନାହିଁ।

‘ମନ୍ କି ବାତ୍’ର କୋଟି କୋଟି ଶ୍ରୋତା ଆମର ଏହି ଯାତ୍ରାର ଏଭଳି ସାଥି, ଯେଉଁମାନଙ୍କ ଠାରୁ ମୋତେ ନିରନ୍ତର ସହଯୋଗ ମିଳିଛି । ଦେଶର କୋଣ- ଅନୁକୋଣରୁ ସେମାନେ ତଥ୍ୟ ଉପଲବ୍ଧ କରାଇଛନ୍ତି । ‘ମନ୍ କି ବାତ୍’ର ଶ୍ରୋତାମାନେ ହିଁ ହେଉଛନ୍ତି ଏହି କାର‌୍ୟ୍ୟକ୍ରମର ପ୍ରକୃତ ସୂତ୍ରଧର। ସାଧାରଣତଃ ଏମିତି ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ, କିଛି ମସଲାଯୁକ୍ତ ଚଟପଟି କଥା, କିମ୍ବା କିଛି ନକାରାତ୍ମକ କଥା ନ ଥିବା ଯାଏ ତାହାକୁ ଗୁରୁତ୍ୱ ଦିଆଯାଇନଥାଏ। କିନ୍ତୁ, ‘ମନ୍ କି ବାତ୍’ ଏହା ପ୍ରମାଣିତ କରିଛି ଯେ, ଦେଶର ଲୋକେ ସକାରାତ୍ମକ ତଥ୍ୟ ଜାଣିବା ପାଇଁ କେତେ ଅଧିକ ଉତ୍ସୁକ । ସକାରାତ୍ମକ କଥା, ପ୍ରେରଣାଦାୟୀ ଉଦାହରଣ, ପ୍ରୋତ୍ସାହିତ କରୁଥିବା କଥା ଲୋକଙ୍କୁ ବେଶ୍ ଭଲ ଲାଗିଥାଏ। ଯେମିତିକି ଗୋଟିଏ ପକ୍ଷୀ, ଯାହାର ନାଁ ଚକୋର । ତା’ ବିଷୟରେ କୁହାଯାଏ ଯେ, ସେ କେବଳ ବର୍ଷାଜଳ ପାନ କରିଥାଏ।

‘ମନ୍ କି ବାତ୍’ରେ ଆମେ ଦେଖିଲୁ ଯେ, ଲୋକେ ମଧ୍ୟ ଚକୋର ପକ୍ଷୀ ଭଳି ଦେଶର ଉପଲବ୍ଧି କଥା, ଲୋକଙ୍କ ସାମୁହିକ ଉପଲବ୍ଧି କଥା କେତେ ଗର୍ବର ସହିତ ଶୁଣୁଛନ୍ତି। ‘ମନ୍ କି ବାତ୍’ର ୧୦ ବର୍ଷର ଯାତ୍ରା ଏଭଳି ଏକ ମାଳ ଗୁନ୍ଥିଦେଇଛି, ଯେଉଁଥିରେ ପ୍ରତ୍ୟେକ ଅଧ୍ୟାୟ ସହ ନୂଆ କାହାଣୀ, ନୂଆ କୀର୍ତ୍ତିମାନ, ନୂତନ ବ୍ୟକ୍ତିତ୍ୱ ଯୋଡ଼ି ହୋଇଚାଲିଛନ୍ତି । ଆମ ସମାଜରେ ସାମୂହିକତାର ଭାବନା ସହ ଯାହା କିଛି କାର‌୍ୟ୍ୟ ହେଉଛି, ତାହାକୁ ‘ମନ୍ କି ବାତ୍’ ଜରିଆରେ ସମ୍ମାନ ପ୍ରାପ୍ତ ହୋଇଛି।

‘ମନ୍ କି ବାତ୍’ ପାଇଁ ଆସିଥିବା ଚିଠିଗୁଡ଼ିକ ପଢ଼ିବା ସମୟରେ ମୋ ମନ ବି ଗର୍ବରେ ଭରିଯାଏ। ଆମ ଦେଶରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ମନରେ ଦେଶ ଓ ସମାଜସେବା କରିବାର ଉତ୍ସାହ ଭରି ରହିଛି। ସେମାନେ ନିଃସ୍ୱାର୍ଥ ଭାବରେ ଜନସାଧାରଣଙ୍କ ସେବା କରିବାରେ ନିଜର ସମ୍ପୂର୍ଣ୍ଣ ଜୀବନ ସମର୍ପି ଦେଉଛନ୍ତି। ସେମାନଙ୍କ ବିଷୟରେ ଜାଣି ମୋ ମଧ୍ୟରେ ଶକ୍ତିର ଭରପୁର ସଂଚାର ହୋଇଯାଉଛି। ‘ମନ୍ କି ବାତ୍’ର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମୋ ପାଇଁ ମନ୍ଦିରକୁ ଯାଇ ଦେବଦର୍ଶନ କରିବା ସଦୃଶ। ‘ମନ୍ କି ବାତ୍’ର ପ୍ରତ୍ୟେକ କଥାକୁ, ପ୍ରତ୍ୟେକ ଘଟଣାକୁ, ପ୍ରତ୍ୟେକ ଚିଠିକୁ ଯେତେବେଳେ ମୁଁ ମନେପକାଉଛି, ସେତେବେଳେ ମୋତେ ଲାଗୁଛି ଯେ, ଜନତା-ଜନାର୍ଦ୍ଦନ, ଯେଉଁମାନେ ମୋ ପାଇଁ ଈଶ୍ୱର ସଦୃଶ, ମୁଁ ସେମାନଙ୍କ ଦର୍ଶନ କରୁଛି।

ବନ୍ଧୁଗଣ, ମୁଁ ଆଜି ଦୂରଦର୍ଶନ, ପ୍ରସାରଭାରତୀ ଏବଂ ଆକାଶବାଣୀ ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଶଂସା କରୁଛି। ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ‘ମନ୍ କି ବାତ୍’ ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିପାରିଛି। ମୁଁ ବିଭିନ୍ନ ଟିଭି ଚ୍ୟାନେଲ, ଆଞ୍ଚଳିକ ଟିଭି ଚ୍ୟାନେଲମାନଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରୁଛି, ଯେଉଁମାନେ ଏହାର ନିୟମିତ ଭାବେ ପ୍ରସାରଣ କରିଛନ୍ତି। ‘ମନ୍ କି ବାତ୍’ ମାଧ୍ୟମରେ ଆମେ ଯେଉଁ ପ୍ରସଙ୍ଗଗୁଡ଼ିକୁ ଉତ୍ଥାପିତ କଲୁ, ସେଗୁଡ଼ିକୁ ନେଇ ଅନେକ ମିଡିଆ ହାଉସ୍ ଅଭିଯାନ ଚଳାଇଲେ। ମୁଁ ଛାପା ଗଣମାଧ୍ୟମକୁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛି, ଯିଏ ଏହାକୁ ଘରକୁ ଘର ପହଞ୍ଚାଇଲେ।

ମୁଁ ସେହି ୟୁ-ଟ୍ୟୁବରମାନଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି, ଯେଉଁମାନେ ‘ମନ୍ କି ବାତ୍’କୁ ନେଇ ଅନେକ କାର‌୍ୟ୍ୟକ୍ରମ କରିଛନ୍ତି। ଏହି କାର‌୍ୟ୍ୟକ୍ରମକୁ ଦେଶର ୨୨ଟି ଭାଷା ସମେତ ୧୨ଟି ବିଦେଶୀ ଭାଷାରେ ମଧ୍ୟ ଶୁଣାଯାଇପାରିବ। କୌଣସି ଶ୍ରୋତା ‘ମନ୍ କି ବାତ୍’କୁ ନିଜ ଆଞ୍ଚଳିକ ଭାଷାରେ ଶୁଣିଥିବା କଥା କହିଲେ ମୋତେ ଆହୁରି ଖୁସି ଲାଗୁଛି। ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଏକଥା ଜାଣିଥିବେ ଯେ, ‘ମନ୍ କି ବାତ୍’ କାର‌୍ୟ୍ୟକ୍ରମ ଉପରେ ଆଧାରିତ ଗୋଟିଏ କୁଇଜ୍ ପ୍ରତିଯୋଗିତା ମଧ୍ୟ ଚାଲିଛି, ଯେଉଁଥିରେ ଯେକୌଣସି ବ୍ୟକ୍ତି ଅଂଶଗ୍ରହଣ କରିପାରିବେ।

ମାଇଗଭ୍.ଇନ୍ କୁ ଯାଇ ଆପଣ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ଏବଂ ପୁରସ୍କାର ମଧ୍ୟ ଜିତିପାରିବେ। ପବିତ୍ର ମନ ଓ ସମ୍ପୂର୍ଣ୍ଣ ସମର୍ପଣ ଭାବନା ସହିତ ମୁଁ ଏହିଭଳି ଭାବରେ ଭାରତର ଲୋକଙ୍କ ମହାନତାର ପ୍ରଶଂସା କରିବା ପାଇଁ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ପୁଣିଥରେ ଆପଣ ସମସ୍ତଙ୍କ ଠାରୁ ଆଶୀର୍ବାଦ କାମନା କରୁଛି । ଦେଶର ସାମୁହିକ ଶକ୍ତିକୁ ଆମେ ସମସ୍ତେ ଏହିଭଳି ଭାବରେ ସେଲିବ୍ରେଟ୍ କରିଚାଲିବା! – ଏହା ହିଁ ଈଶ୍ୱରଙ୍କ ନିକଟରେ, ଜନତା-ଜନାର୍ଦ୍ଦନଙ୍କ ନିକଟରେ ମୋର ପ୍ରାର୍ଥନା।

ମୋର ପ୍ରିୟ ଦେଶବାସୀଗଣ, ବିଗତ କିଛି ସପ୍ତାହ ଧରି ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ବର୍ଷାଋତୁ ଆମକୁ ମନେ ପକାଇ ଦେଉଛି ଯେ, ଜଳ ସଂରକ୍ଷଣ କରିବା କେତେ ଜରୁରୀ! ବର୍ଷାଦିନେ ସଂଚୟ କରିଥିବା ପାଣି ଜଳ ସଙ୍କଟ ସମୟରେ ବହୁତ ସାହାଯ୍ୟକାରୀ ହୋଇଥାଏ। ଏହା ହିଁ ହେଉଛି ‘କ୍ୟାଚ୍ ଦ ରେନ୍’ ଭଳି ଅଭିଯାନ ପଛର ଭାବନା। ଜଳ ସଂରକ୍ଷଣକୁ ନେଇ ଅନେକ ଲୋକ ନୂଆ ନୂଆ ପ୍ରଚେଷ୍ଟା କରୁଥିବାରୁ ମୁଁ ଖୁସି ଅନୁଭବ କରୁଛି।

ଏଭଳି ଗୋଟିଏ ପ୍ରଚେଷ୍ଟା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଝାନସୀଠାରେ। ଆପଣମାନେ ଜାଣିଛନ୍ତି ଯେ, ଝାନସୀ ବୁନ୍ଦେଲଖଣ୍ଡର ଏକ ଅଞ୍ଚଳ, ଏବଂ ଜଳାଭାବ ଏଠାକାର ଏକ ସମସ୍ୟା। ଝାନ୍ସିରେ କିଛି ମହିଳାମାନେ ଘୁରାରୀ ନଈକୁ ନୂତନ ଜୀବନ ପ୍ରଦାନ କରିଛନ୍ତି। ଏହି ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ। ସେମାନେ ଜଳସାଥି ରୂପେ ଏହି ଅଭିଯାନର ନେତୃତ୍ୱ ଗ୍ରହଣ କରିଛନ୍ତି।

ଏହି ମହିଳାମାନେ ମୃତପ୍ରାୟଃ ହୋଇପଡ଼ିଥିବା ଘୁରାରୀ ନଦୀକୁ ଏଭଳି ପୁନର୍ଜୀବିତ କରିଛନ୍ତି, ଯାହାର କେହି କେବେ କଳ୍ପନା କରିନଥିବେ।ଏହି ଜଳସାଥିମାନେ ବସ୍ତାରେ ବାଲି ଭର୍ତ୍ତିକରି ଚେକଡ୍ୟାମ ତିଆରି କଲେ, ବର୍ଷାଜଳକୁ ନଷ୍ଟ ହେବାରୁ ରକ୍ଷା କଲେ ଏବଂ ନଦୀକୁ ଜଳରେ ପରିପୂର୍ଣ୍ଣ କରିଦେଲେ। ଏହି ମହିଳାମାନେ ଶହ ଶହ ଜଳାଶୟ ନିର୍ମାଣ ଏବଂ ସେଗୁଡ଼ିକର ପୁନରୁଦ୍ଧାର କାର‌୍ୟ୍ୟରେ ଉତ୍ସାହର ସହିତ ସହଯୋଗ କଲେ। ଏହାଦ୍ୱାରା ଏହି ଅଞ୍ଚଳର ଲୋକଙ୍କ ଜଳକଷ୍ଟ ଦୂର ହେବା ସହ ସେମାନଙ୍କ ମୁହଁରେ ହସ ମଧ୍ୟ ଫେରିଆସିଛି।

ବନ୍ଧୁଗଣ, ମୁଁ ଏଠାରେ କେବଳ ଦୁଇଟି ପ୍ରୟାସ ବିଷୟରେ ଆଲୋଚନା କରିଛି, କିନ୍ତୁ ଆମ ଆଖପାଖକୁ ଯଦି ଦେଖିବା, ତେବେ ଦେଶର ସବୁ ଅଞ୍ଚଳରେ ‘ସ୍ୱଚ୍ଛତା’କୁ ନେଇ କିଛି ନା କିଛି ନିଆରା ପ୍ରୟାସ ନିଶ୍ଚିତ ଭାବେ ଜାରି ରହିଛି। କିଛିଦିନ ପରେ ଆସୁଥିବା ୨ ଅକ୍ଟୋବରରେ ‘ସ୍ୱଚ୍ଛ ଭାରତ ମିଶନ’ର ଦଶବର୍ଷ ପୂରଣ ହେଉଛି। ଏହି ଅବସରରେ ସେହି ଲୋକମାନେ ଅଭିନନ୍ଦନୀୟ, ଯେଉଁମାନେ ଏହାକୁ ଭାରତୀୟ ଇତିହାସର ଏତେ ବଡ଼ ଜନ-ଆନ୍ଦୋଳନରେ ପରିଣତ କରିଦେଇଛନ୍ତି । ଏହା ମହାତ୍ମା ଗାନ୍ଧୀ ଜୀଙ୍କ ପ୍ରତି ମଧ୍ୟ ପ୍ରକୃତ ଶ୍ରଦ୍ଧାଞ୍ଜଳି, ଯିଏ ଆଜୀବନ ଏହି ଉଦ୍ଦେଶ୍ୟରେ ନିଜକୁ ସମର୍ପିତ କରିଥିଲେ ।

ବନ୍ଧୁଗଣ, ଆଜି ଏହି ‘ସ୍ୱଚ୍ଛ ଭାରତ ମିଶନ’ର ସଫଳତା ଯୋଗୁଁ ହିଁ ‘ୱେଷ୍ଟ୍ ଟୁ ୱେଲ୍‌ଥ’ର ମନ୍ତ୍ର ଲୋକପ୍ରିୟ ହେଉଛି। ଲୋକେ ‘ରିଡ୍ୟୁସ୍‌, ରିୟୁଜ୍ ଓ ରିସାଇକଲ୍‌’ ଉପରେ ଆଲୋଚନା କରୁଛନ୍ତି, ଏହାର ଉଦାହରଣ ଦେଉଛନ୍ତି । ଏବେ କେରଳର କୋଝିକୋଡ଼ରେ ଏଭଳି ଏକ ସୁନ୍ଦର ପ୍ରୟାସ ସମ୍ପର୍କରେ ମତେ ଜାଣିବାକୁ ମିଳିଛି । ସେଠାରେ ଚଉସ୍ତରୀ ବର୍ଷୀୟ ସୁବ୍ରମଣ୍ୟମ୍ ଜୀ ୨୩ ହଜାରରୁ ଅଧିକ ଚଉକିର ମରାମତି କରି ସେଗୁଡ଼ିକୁ ପୁନର୍ବାର କାର‌୍ୟ୍ୟକ୍ଷମ କରିପାରିଛନ୍ତି। ଲୋକେ ତାଙ୍କୁ ‘ରିଡ୍ୟୁସ୍‌, ରିୟୁଜ୍ ଓ ରିସାଇକଲ୍‌’, ଅର୍ଥାତ ଟ୍ରିପଲ୍ ଆର୍ ଚାମ୍ପିଅନ ମଧ୍ୟ କହନ୍ତି। ତାଙ୍କର ଏହି ନିଆରା ପ୍ରୟାସକୁ କୋଝିକୋଡ଼ ସିଭିଲ୍ ଷ୍ଟେସନ, ପିଡବ୍ଲ୍ୟୁଡି ଓ ଏଲ୍‌ଆଇସି କାର‌୍ୟ୍ୟାଳୟରେ ଆମେ ଦେଖିପାରିବା ।

ବନ୍ଧୁଗଣ, ସ୍ୱଚ୍ଛତାକୁ ନେଇ ଜାରି ଅଭିଯାନ ସହିତ ଆମକୁ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବାକୁ ପଡ଼ିବ ଓ ଏହା ଏଭଳି ଏକ ଅଭିଯାନ ଯାହା କୌଣସି ଦିନକର ନୁହେଁ କି ବର୍ଷକର ନୁହେଁ, ଏହା ଯୁଗଯୁଗ ଧରି ନିରନ୍ତର କରିବା ଭଳି କାର‌୍ୟ୍ୟ। ଏହି ‘ସ୍ୱଚ୍ଛତା’ ଯେ ପର‌୍ୟ୍ୟନ୍ତ ଆମର ସ୍ୱଭାବରେ ପରିଣତ ନ ହୋଇଛି ସେ ପର‌୍ୟ୍ୟନ୍ତ ଚାଲୁରଖିବା ଭଳି କାମ। ମୋର ଆପଣମାନଙ୍କୁ ସଭିଙ୍କୁ ଅନୁରୋଧ ଯେ ଆପଣ ମଧ୍ୟ ନିଜର ପରିବାର, ବନ୍ଧୁବାନ୍ଧବ, ପଡ଼ୋଶୀ ବା ସହକର୍ମୀଙ୍କ ସହ ମିଶି ସ୍ୱଚ୍ଛତା ଅଭିଯାନରେ ଭାଗୀଦାର ହୁଅନ୍ତୁ। ମୁଁ ପୁଣିଥରେ ‘ସ୍ୱଚ୍ଛ ଭାରତ ମିଶନ’ର ସଫଳତା ପାଇଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି।

ମୋର ପ୍ରିୟ ଦେଶବାସୀଗଣ, ଏହି ମାସରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଅଭିଯାନର ୧୦ ବର୍ଷ ପୂରଣ ହେଉଛି। ଏହି ଅଭିଯାନର ସଫଳତାରେ ଦେଶର ବଡ଼ ବଡ଼ ଶିଳ୍ପଠାରୁ ଆରମ୍ଭ କରି ଛୋଟ ଛୋଟ ଦୋକାନୀମାନଙ୍କର ମଧ୍ୟ ଅବଦାନ ରହିଛି। ମୁଁ ମେକ୍ ଇନ୍ ଇଣ୍ଡିଆ କଥା ହିଁ କହୁଛି । ଆଜି ମୋତେ ଏହାଦେଖି ବହୁତ ଖୁସି ମିଳୁଛି ଯେ ଗରିବ, ମଧ୍ୟମବର୍ଗ ଏବଂ ଗଝଗଋକୁ ମଧ୍ୟ ଏହି ଅଭିଯାନରେ ବହୁତ ଲାଭ ମିଳୁଛି।

ଏହି ଅଭିଯାନ ପ୍ରତ୍ୟେକ ବର୍ଗର ଲୋକଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଛି । ଆଜି ଭାରତ ଜ୍ଞବଦ୍ଭଙ୍କଲବମଗ୍ଧଙ୍କକ୍ସସଦ୍ଭଶ ଚକ୍ଟଙ୍ଗରକ୍ସ ଷକ୍ଟଙ୍କଗ୍ଦର ହୋଇପାରିଛି ଏବଂ ଦେଶର ଯୁବଶକ୍ତି ପାଇଁ ସାରା ଦୁନିଆର ଦୃଷ୍ଟି ଆଜି ଆମପ୍ରତି ଆକର୍ଷିତ । ଅଟୋମୋବାଇଲ୍ ହେଉ, ହେଉ, ଞରଙ୍ଘଗ୍ଧସକ୍ଷରଗ୍ଦ ହେଉ, ଇଙ୍ଖସବଗ୍ଧସକ୍ଟଦ୍ଭ ହେଉ ଋକ୍ଷରମଗ୍ଧକ୍ସକ୍ଟଦ୍ଭସମଗ୍ଦ ହେଉ ଅଥବା ଊରଲରଦ୍ଭମର ହେଉ, ପ୍ରତି ସେକ୍ଟରରେ ଦେଶର ରପ୍ତାନୀ ଲଗାତର ବଢ଼ିଚାଲିଛି । ଦେଶରେ ବିଦେଶୀ ପୁଞ୍ଜିନିବେଶର ବୃଦ୍ଧି ମଧ୍ୟ ଆମ ମେକ୍ ଇନ୍ ଇଣ୍ଡିଆର ସଫଳତାର କଥା କହୁଛି ।

ଆଜି ଆମ୍ଭେ ମୁଖ୍ୟତଃ ଦୁଇଟି ବିଷୟରେ ୠକ୍ଟମଙ୍କଗ୍ଦ କରୁଛୁ। ପ୍ରଥମଟି ହେଲା ‘ଗୁଣବତ୍ତା’, ଅର୍ଥାତ୍ ଆମ ଦେଶରେ ତିଆରି ସମସ୍ତ ଜିନିଷ ବିଶ୍ୱସ୍ତରୀୟ ହେଉ। ଦ୍ୱିତୀୟଟି ହେଲା ‘ଭୋକାଲ ଫୋର୍ ଲୋକାଲ’ ଅର୍ଥାତ୍ ସ୍ଥାନୀୟ ଜିନିଷକୁ ଅଧିକରୁ ଅଧିକ ମହତ୍ତ୍ୱ ଦିଆଯାଉ। ‘ମନ୍ କି ବାତ୍’ରେ ଆମେ ବିଷୟରେ ମଧ୍ୟ ଚର୍ଚ୍ଚା କରିଛନ୍ତି । ସ୍ଥାନୀୟ ଉତ୍ପାଦକୁ ଗୁରୁତ୍ୱ ଦେଲେ ଦେଶର ଲୋକମାନଙ୍କର କେମିତି ଲାଭ ହୁଏ, ଏହାକୁ ଗୋଟିଏ ଉଦାହରଣ ଦ୍ୱାରା ବୁଝାଯାଇପାରେ।

ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ସକ୍ଷରର ଗୋଟିଏ ପୁରୁଣା ପରମ୍ପରା ହେଉଛି “ଭଣ୍ଡାରା ଟସର୍ ସିଲ୍କ ହ୍ୟାଣ୍ଡଲୁମ୍”। ଟସର୍ ସିଲ୍କ ନିଜର ଡିଜାଇନ, ରଙ୍ଗ ଏବଂ ମଜଭୁତି ପାଇଁ ଜଣାଶୁଣା। ଭଣ୍ଡାରାର କେତେକ ଅଞ୍ଚଳରେ ପ୍ରାୟ ପଚାଶରୁ ଅଧିକ ‘ସେଲଫ୍ ହେଲ୍ପ ଗୃପ୍’ ଏହାକୁ ସଂରକ୍ଷିତ କରିବା କାମରେ ଲାଗିଛନ୍ତି। ଏତେ ସଂଖ୍ୟକ ମହିଳାମାନଙ୍କର ବହୁତ ବଡ଼ ଯୋଗଦାନ ପାଇଁ ଏହି ସିଲ୍କ ଶୀଘ୍ର ଲୋକପ୍ରିୟ ହେଉଛି ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ସଶକ୍ତ କରୁଛି। ଏହାହିଁ ତ ମେକ୍ ଇନ୍ ଇଣ୍ଡିଆର ଆତ୍ମା।

ସାଥିଗଣ, ପର୍ବପର୍ବାଣୀର ଏହି ଋତୁରେ ଆପଣମାନେ ପୁଣି ଆପଣଙ୍କର ପୁରୁଣା ସଂକଳ୍ପ ମଧ୍ୟ ପୁନରାବୃତ୍ତି କରନ୍ତୁ। କିଛି ବି କିଣିବେ ତ ତାହା ମେକ୍ ଇନ୍ ଇଣ୍ଡିଆ ହୋଇଥିବା ଦରକାର, କିଛି ବି ଉପହାର ଦିଅନ୍ତୁ ତାହା ମଧ୍ୟ ‘ମେକ୍ ଇନ୍ ଇଣ୍ଡିଆ’ ହୋଇଥିବା ଦରକାର। ଖାଲି ମାଟିର ଦୀପ କିଣିବାଟା ହିଁ ଭୋକଲ ଫୋର୍ ଲୋକଲ ନୁହେଁ। ଆପଣଙ୍କ ଅଞ୍ଚଳରେ ତିଆରି ହେଉଥିବା ସ୍ଥାନୀୟ ଉତ୍ପାଦକୁ ମଧ୍ୟ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବା ଦରକାର। ଯେକୌଣସି ଉତ୍ପାଦ ଯାହାକୁ ତିଆରି କରିବାରେ ଭାରତର କୌଣସି କାରିଗରର ଝାଳ ବୋହିଛି, ଯାହା ଭାରତ ଭୂମିରେ ତିଆରି ହୋଇଛି – ସେ ହେଉଛି ଆମର ଗର୍ବ – ଆମକୁ ଏହି ଗୌରବ ସଦାସର୍ବଦା ବଜାୟ ରଖିବାକୁ ହେବ।

ସାଥିଗଣ, ‘ମନ୍ କି ବାତ୍’ର ଏହି ଅଧ୍ୟାୟରେ ଆପଣମାନଙ୍କ ସହ କଥାହୋଇ ମୋତେ ବହୁତ ଭଲ ଲାଗିଲା। ଏହି କାର‌୍ୟ୍ୟକ୍ରମ ସମ୍ପର୍କରେ ଆପଣଙ୍କର ମତାମତ ଏବଂ ପରାମର୍ଶ ମୋତେ ନିଶ୍ଚୟ ପଠାଇବେ। ମୋତେ ଆପଣଙ୍କ ପତ୍ର ଏବଂ ସନ୍ଦେଶର ପ୍ରତୀକ୍ଷା ରହିଲା। ମାତ୍ର ଆଉ କିଛିଦିନ ପରେ ଉତ୍ସବର ଋତୁ ଆରମ୍ଭ ହେବାକୁ ଯାଉଛି । ନବରାତ୍ରଠାରୁ ଏହା ଆରମ୍ଭ ହେବ।

ସେଇଠୁ ଆସନ୍ତା ଦୁଇମାସ ପର‌୍ୟ୍ୟନ୍ତ ପୂଜାପାଠ, ବ୍ରତ ଉତ୍ସବ, ଆନନ୍ଦଉଲ୍ଲାସର ବାତାବରଣ ଚାରିଆଡ଼େ ଲାଗିରହିବ। ଆସନ୍ତା ପର୍ବଗୁଡ଼ିକ ପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ଆପଣମାନେ ସମସ୍ତେ ନିଜର ପରିବାର ଏବଂ ପ୍ରିୟଜନଙ୍କ ସହିତ ଉତ୍ସବର ଖୁବ୍ ଆନନ୍ଦ ନିଅନ୍ତୁ ତଥା ଅନ୍ୟମାନଙ୍କୁ ମଧ୍ୟ ଆପଣଙ୍କ ଆନନ୍ଦରେ ସହଭାଗୀ କରାନ୍ତୁ। ଆସନ୍ତା ମାସର ‘ମନ୍ କି ବାତ୍’ରେ ଅନ୍ୟ କିଛି ନୂଆ ବିଷୟକୁ ନେଇ ଆପଣମାନଙ୍କ ସହ କଥାହେବି। ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

‘ମନ୍ କି ବାତ୍’ ରେ ଓଡିଶାର ଜଣେ ଝିଅର କଥା କହିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସେ କିଏ ?

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମନ କି ବାତ କାର୍ଯ୍ୟକ୍ରମ ଥିଲା। ଏହା ହେଲା ତାଙ୍କର 94 ତମ ଅଧ୍ୟାୟ। ପ୍ରତି ମାସ ଶେଷ ରବିବାରରେ ସେ ଅଲ ଇଣ୍ଡିଆ ରେଡିଓ ମାଧ୍ୟମରେ ତାଙ୍କର ମନର କଥା କହିଥାନ୍ତି। ଏଥିରେ ସେ ଦେଶର ଅଗ୍ରଗତି ସହିତ କେଉଁ ରାଜ୍ୟର କିଏ ସେ ସଫଳତା ହାସଲ କଲା ତାହାର ଉଦାହରଣ ମଧ୍ୟ ଦେଇଥାନ୍ତି।

ସେହିପରି କ୍ଷେତ୍ରରେ ସେ ପ୍ରାୟ ଅନେକ ଥର ଓଡିଶାର ଭିନ୍ନ ସଫଳ ବ୍ୟକ୍ତିଙ୍କୁ ସଂପର୍କରେ ତାଙ୍କର ମନ କି ବାତ କାର୍ଯ୍ୟକ୍ରମରେ ସ୍ଥାନିତ କରିଛନ୍ତି। ଏଥର ମଧ୍ୟ ସେ ଓଡିଶାର କେଉଁଝର ଜିଲ୍ଲାର କରଦାପାଳ ଗାଁର ଝିଅ କୁନ୍ନି ଦେଓରି କଥା କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ ଯେ, ଓଡିଶାର ଜଣେ ଝିଅ କୁନ୍ନି ଦେଓରି, ସୌରଶକ୍ତିକୁ ନିଜ ସହିତ ଅନ୍ୟ ମହିଳାମାନଙ୍କ ରୋଜଗାରର ମାଧ୍ୟମ କରିଛନ୍ତି । କୁନ୍ନି, ଓଡ଼ିଶାର କେନ୍ଦୁଝର ଜିଲାର କରଦାପାଳ ଗାଁରେ ରହନ୍ତି । ସେ ଆଦିବାସୀ ମହିଳାମାନଙ୍କୁ ସୌରଶକ୍ତିରେ ଚାଲୁଥିବା ରିଲିଙ୍ଗ୍ ମେସିନରେ ସିଲ୍‌କ ସୂତାକଟା ତାଲିମ ଦେଇଥାନ୍ତି ।

ସୌରମେସିନ କାରଣରୁ ଏହି ଆଦିବାସୀ ମହିଳାଙ୍କ ଉପରେ ବିଜୁଳି ବିଲ୍‌ର ବୋଝ ପଡ଼େ ନାହିଁ ଏବଂ ସେମାନଙ୍କର ଆୟ ହେଉଛି। ଏହା ହିଁ ତ ସୂର୍ଯ୍ୟଦେବଙ୍କ ସୌରଶକ୍ତିର ବରଦାନ। ବରଦାନ ଆଉ ପ୍ରସାଦ ତ ଯେତିକି ଅଧିକ ହୁଏ, ସେତିକି ଭଲ ହୋଇଥାଏ। ସେଥିପାଇଁ ମୋର ଆପଣ ସମସ୍ତଙ୍କୁ ପ୍ରାର୍ଥନା ଯେ ଆପଣମାନେ ମଧ୍ୟ ଏଥିରେ ଯୋଡ଼ି ହୁଅନ୍ତୁ ଓ ଅନ୍ୟକୁ ମଧ୍ୟ ଯୋଡ଼ନ୍ତୁ ।

Categories
ଜାତୀୟ ଖବର ବିଶେଷ ଖବର

ମନ କି ବାତ୍: ଓଡିଆ ଆଇଏଏସ ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କ କାର୍ଯ୍ୟକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେଉଁ ଦିନ ଗୋଟିଏ ଦିନରେ 86 ଲକ୍ଷରୁ ଅଧିକ ଲୋକଙ୍କୁ କୋଭିଡ ଟୀକାକରଣ କରାଯାଇ ରେକର୍ଡ ସୃଷ୍ଟି ହୋଇଥିଲା, ସେହି ଦିନ ଭାରତ ଏକ ଅଦ୍ୱିତୀୟ ସଫଳତା ହାସଲ କରିଛି। ଆଜି ଅଲ ଇଣ୍ଡିଆ ରେଡିଓରୁ ମନ କି ବାତ୍ କାର୍ଯ୍ୟକ୍ରମରେ ମୋଦୀ ଏହା କହିଛନ୍ତି। 21 ଜୁନରେ ଏହି ସଫଳତା ହାସଲ ହୋଇଥିବା ବୋଲି ମୋଦୀ କହିଛନ୍ତି।

ମୋଦୀ କହିଛନ୍ତି ଯେ ଟୀକାକରଣର ନିରାପତ୍ତା ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରଖିବା ଉଚିତ୍। ଦେଶର ଅନେକ ସ୍ଥାନରେ କୋଭିଡ ଟିକା ପ୍ରତି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଅନେକ ସଂଗଠନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର ଦୁଲାରିଆ ଗାଁର ଲୋକଙ୍କୁ ଏହି ଟିକା ବିଷୟରେ କହିଥିଲେ।

ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ସଚିବ ଥିବା ଗୁରୁପ୍ରସାଦ ମହାପାତ୍ରଙ୍କୁ ମନେ ପକାଇଲେ। କୋଭିଡଙ୍କ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ମଧ୍ୟ ସେ ନିଜ କର୍ତ୍ତବ୍ୟ ପାଳନ କରୁଥିଲେ। ମୋଦୀ କହିଛନ୍ତି ଯେ ଗୁରୁପ୍ରସାଦ ଅମ୍ଳଜାନ ଉତ୍ପାଦନ ବୃଦ୍ଧି ତଥା ଦେଶର ଦୂରଦୂରାନ୍ତରେ ପହଞ୍ଚିବା ପାଇଁ ଦିନରାତି କାର୍ଯ୍ୟ କରିଥିଲେ। କରୋନା କାରଣରୁ ଦେଶ ସେହି କର୍ମଯୋଗୀଙ୍କୁ ହରାଇଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି।

କରୋନା କାରଣରୁ ଦେହାନ୍ତ ହୋଇଥିବା କିମ୍ବଦନ୍ତୀ ସ୍ପ୍ରିଣ୍ଟର ମିଲ୍କା ସିଂଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଯେତେବେଳେ ମିଲ୍କା ସିଂଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଆଥଲେଟ୍ମାନଙ୍କୁ ଉତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ତାଙ୍କୁ ଅନୁରୋଧ କରିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତ ଭାଗ୍ୟର ଏକ ଭିନ୍ନ ଯୋଜନା ଥିଲା।

ମାଇଁଗଭ ପ୍ଲାଟଫର୍ମରେ ଅଲିମ୍ପିକ୍ସ ଉପରେ ଆଧାରିତ ଟୋକିଓ ଅଲମ୍ପିକ୍ସ କୁଇଜ୍ ପ୍ରତିଯୋଗିତାରେ ଭାଗ ନେବାକୁ ଏବଂ ପୁରସ୍କାର ଜିତିବାକୁ ମୋଦୀ ଲୋକଙ୍କୁ ନିବେଦନ କରିଥିଲେ। ସେ କହିଛନ୍ତି ଯେ ଏହି ପ୍ରତିଯୋଗିତାରେ ଅନେକ ମଜାଦାର ପ୍ରଶ୍ନ ରହିଛି। ସେ କହିଛନ୍ତି ଯେ ଟୋକିଓ କୁଇଜରେ ଅଂଶଗ୍ରହଣ କରି ଲୋକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଅଲିମ୍ପିକ୍ସରେ ଭାରତର କ୍ରୀଡ଼ାବିତଙ୍କ ସଫଳତା ବିଷୟରେ ଜାଣିବା ଏବଂ ଟୋକିଓ ଅଲିମ୍ପିକ୍ସ ପାଇଁ ଆମ ଖେଳାଳିଙ୍କ ପ୍ରସ୍ତୁତି ବିଷୟରେ ଜାଣିବାର ସୁଯୋଗ ପାଇବେ।

ଛୋଟ ସହର ଏବଂ ଗ୍ରାମରୁ ଆସୁଥିବା ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସ ପାଇଁ ଦଳ ଅନେକ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରେ ଯାହାର ଜୀବନ ବହୁତ ପ୍ରେରଣା ଦିଏ। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ସାତାରା ଜିଲ୍ଲାର ଏକ ଗ୍ରାମରେ ରହୁଥିବା ପ୍ରବୀଣ ଯାଦବଙ୍କୁ କହିଛନ୍ତି। ସେ ଜଣେ ଉତ୍ତମ ତୀରନ୍ଦାଜୀ। ପରିବାରକୁ ଚଳାଇବା ପାଇଁ ତାଙ୍କ ପିତା ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି ଏବଂ ପୁଅ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି।

ଟୋକିଓ ପାଇଁ ମହିଳା ହକି ଦଳର ସଦସ୍ୟ ନେହା ଗୋଏଲଙ୍କ ନାମ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ନେହାଙ୍କ ମା ଏବଂ ଭଉଣୀ କାରଖାନାରେ କାମ କରନ୍ତି ଏବଂ ଘର ଚଳାନ୍ତି। ପ୍ରଧାନମନ୍ତ୍ରୀ ଦୀପିକା କୁମାରୀଙ୍କ ବିଷୟରେ ମଧ୍ୟ କହିଥିଲେ ଯାହାର ଜୀବନ ଯାତ୍ରା ଉତ୍ଥାନ ହୋଇଛି। ଦୀପିକାଙ୍କ ବାପା ଏକ ଅଟୋ ରିକ୍ସା ଚଲାନ୍ତି ଏବଂ ତାଙ୍କ ମା ଜଣେ ନର୍ସ । ଦୀପିକା ହେଉଛନ୍ତି ଭାରତର ଏକମାତ୍ର ମହିଳା ତୀରନ୍ଦାଜ ଯିଏକି ଟୋକିଓ ଅଲିମ୍ପିକ୍ସରେ ଦେଶର ପ୍ରତିନିଧିତ୍ୱ କରିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସ ପାଇଁ ମନୋନୀତ ଖେଳାଳିମାନେ ସେମାନଙ୍କର ପିଲାଦିନ ଆର୍ଥିକ ଅଭାବର ସମ୍ମୁଖୀନ ହୋଇଥିଲେ କିନ୍ତୁ ସେମାନେ ମନ ଦୃଢ ରହିଥିଲା। ମୋଦୀ ଉତ୍ତରପ୍ରଦେଶର ମୁଜାଫରନଗରରୁ ପ୍ରିୟଙ୍କା ଗୋସ୍ୱାମୀଙ୍କ ଉଦାହରଣ ଦେଇଛନ୍ତି। ପ୍ରିୟଙ୍କାଙ୍କ ବାପା ଜଣେ ବସ୍ କଣ୍ଡକ୍ଟର। ପିଲାଦିନେ ପ୍ରିୟଙ୍କା ବ୍ୟାଗକୁ ଭଲ ପାଉଥିଲେ ଯାହା ପଦକ ବିଜେତା ଖେଳାଳିମାନେ ପାଇଥା’ନ୍ତି। ଏହି ଆକର୍ଷଣରେ ସେ ପ୍ରଥମ ଥର ପାଇଁ ଚାଲିବା ପ୍ରତିଯୋଗିତାରେ ଭାଗ ନେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

‘ମନ୍ କି ବାତ’ରେ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଲେ ମୋଦୀ, ଓଡିଆ କ୍ୟାପେଟନଙ୍କ ସହ ହେଲେ କଥା

ନୂଆଦିଲ୍ଲୀ, କୋଭିଡର ଦ୍ୱିତୀୟ ତରଙ୍ଗକୁ ସାମ୍ନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କରୋନା ଯୋଦ୍ଧାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ଦୂରଦୂରାନ୍ତରେ ମେଡିକାଲ ଅମ୍ଳଜାନ ପରିବହନ କରିବା ଏକ ମହତ୍ କାର୍ଯ୍ୟ। ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡାକ୍ତର, ନର୍ସ ଏବଂ ଆଗଧାଡିର ଯୋଦ୍ଧାମାନେ ଦିନରାତି କାର୍ଯ୍ୟ ଯେପରି କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସନୀୟ।

ସେ କହିଛନ୍ତି ଯେ ଯେତେ ବଡ଼ ଚ୍ୟାଲେଞ୍ଜ  ହେଉନା କାହିଁକି, ଜିତିବା ପାଇଁ ଭାରତର ସଂକଳ୍ପ ସର୍ବଦା ତାହାଠାରୁ ଅଧିକ ରହିଆସିଛି। ମୋଦୀ କହିଛନ୍ତି ଯେ ମହାମାରୀ ମଧ୍ୟରେ ସେବା ଏବଂ ସହଯୋଗର ସଂକଳ୍ପ ନେଇ ଭାରତ ଆଗକୁ ବଢୁଛି। ସୁରକ୍ଷିତ ଦୂରତା ଅନୁସରଣ କରିବା, ମାସ୍କ ପିନ୍ଧିବା ଏବଂ ଟୀକାକରଣ କରିବାକୁ ସେ ସମସ୍ତ ଲୋକଙ୍କୁ ନିବେଦନ କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ କୋଭିଡର ଦ୍ୱିତୀୟ ତରଙ୍ଗ ଆସିଲା, ହଠାତ୍ ଅମ୍ଳଜାନର ଚାହିଦା ବହୁଗୁଣିତ ହୋଇଗଲା। ସେ କହିଛନ୍ତି ଯେ ଶିଳ୍ପ ଅମ୍ଳଜାନ ଉତ୍ପାଦନ କରୁଥିବା ଅଧିକାଂଶ କାରଖାନା ଦେଶର ପୂର୍ବ ଭାଗରେ ଏଛି। ସେଠାରୁ ଦେଶର ଅନ୍ୟ ଭାଗକୁ ପରିବହନ କରିବା ଏକ ବଡ଼ ଆହ୍ବାନ ଥିଲା।

ସେ କହିଛନ୍ତି ଯେ କ୍ରାୟୋଜେନିକ୍ ଟ୍ୟାଙ୍କର ଡ୍ରାଇଭର, ଅମ୍ଳଜାନ ଏକ୍ସପ୍ରେସ ଏବଂ ବାୟୁସେନା ଯୋଦ୍ଧାମାନେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରି ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଜୈନପୁରର ଦୀନେଶ ଉପାଧ୍ୟାୟଙ୍କ ସହ କଥାବାର୍ତ୍ତା କରିଥିଲେ। ସେ ତାଙ୍କର ତରଳ ଅମ୍ଳଜାନ ଟ୍ୟାଙ୍କର୍ ଚଳାଇବାର ଅଭିଜ୍ଞତା ବାଣ୍ଟିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଟ୍ୟାଙ୍କର୍ ଡ୍ରାଇଭରମାନେ ଅମ୍ଳଜାନ ନେଇ ଡାକ୍ତରଖାନାରେ ପହଞ୍ଚନ୍ତି, ସେତେବେଳେ ଭଗବାନଙ୍କ ଦ୍ୱାରା ପଠାଯାଇଥିବା ଦୂତମାନେ ଉପସ୍ଥିତ ହୁଅନ୍ତି। ଅମ୍ଳଜାନ ବିତରଣରେ ଭାରତୀୟ ରେଳର ଅବଦାନକୁ ସେ ପ୍ରଶଂସା ମଧ୍ୟ କରିଥିଲେ।

ସେ କହିଛନ୍ତି ଯେ ରେଳବାଇର ଅମ୍ଳଜାନ ଏକ୍ସପ୍ରେସ ଦ୍ବାରା ଅଧିକ ପରିମାଣର ଅମ୍ଳଜାନକୁ ଦେଶର କୋଣ ଅନୁକୋଣକୁ ପରିବହନ କରାଯାଇଥିଲା। ସେ କହିଛନ୍ତି ଯେ ମହିଳାମାନେ ଅମ୍ଳଜାନ ଏକ୍ସପ୍ରେସ ଚଳାଉଥିବାରୁ ଏହା ଆଉ ଏକ ଗର୍ବର ବିଷୟ। ସେ ଅମ୍ଳଜାନ ଏକ୍ସପ୍ରେସର ଲୋକୋ ପାଇଲଟ୍ ଶିରିଶା ଗଜନୀଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ।

ନୈସେନା, ବାୟୁସେନା, ସେନା ଏବଂ DRDO ପରି ଅନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏହି ସମସ୍ତ ଲୋକଙ୍କ କାର୍ଯ୍ୟ ଜାଣିବା ଏବଂ ବୁଝିବା ପାଇଁ ସମସ୍ତ ଦେଶବାସୀଙ୍କ ମନରେ ଆଗ୍ରହ ଅଛି। ସେ ବାୟୁସେନା ଗ୍ରୁପ୍ କ୍ୟାପଟେନ ଏ.କେ ପଟ୍ଟନାୟକଙ୍କ ସହ କଥାବାର୍ତ୍ତା କରିଥିଲେ। ପଟ୍ଟନାୟକ ହେଉଛନ୍ତି ଓଡିଶା ବାସିନ୍ଦା।

ପ୍ରଧାନମନ୍ତ୍ରୀ ସେମାନଙ୍କର ମହାନ ଅବଦାନ ପାଇଁ ସୈନିକ ଏବଂ କରୋନା ଯୋଦ୍ଧାମାନଙ୍କୁ ଅଭିବାଦନ ଜଣାଇଥିଲେ। ସେ କହିଛନ୍ତି ଯେ ବିଶ୍ୱରେ ଶହେ ବର୍ଷ ପରେ ଏହି ପ୍ରକାର ବିପର୍ଯ୍ୟୟ ଆସିଛି। ଏହା ଶତାବ୍ଦୀର ଏକ ବଡ ସଙ୍କଟ। ଏହି ପ୍ରକାରର ସଙ୍କଟର ମୁକାବିଲା କରିବାରେ କାହାରି ଅଭିଜ୍ଞତା ନଥିଲା। ସେ କହିଛନ୍ତି ଯେ ସାଧାରଣ ଦିନରେ ଆମେ ନଅ ଶହ ମେଟ୍ରିକ୍ ଟନ୍ ତରଳ ମେଡିକାଲ୍ ଅମ୍ଳଜାନ ଉତ୍ପାଦନ କରୁଥିଲୁ। ବର୍ତ୍ତମାନ, ଏହା ଦଶ ଗୁଣରୁ ଅଧିକ ବଛିଛି। ଦିନକୁ ପ୍ରାୟ ନଅ ହଜାର ପାଞ୍ଚ ଶହ ମେଟ୍ରିକ୍ ଟନ୍ ଅମ୍ଳଜାନ ଉତ୍ପାଦନ ହେଉଛି।

ମୋଦୀ କହିଛନ୍ତି ଯେ କରୋନାରେ ପ୍ରଥମେ ଦେଶରେ କେବଳ ଗୋଟିଏ ପରୀକ୍ଷା ଲାବୋରେଟୋରୀ ଥିଲା, କିନ୍ତୁ ଆଜି ଅଢେଇ ହଜାରରୁ ଅଧିକ ଲ୍ୟାବ କାର୍ଯ୍ୟ କରୁଛି। ପ୍ରାରମ୍ଭରେ ଗୋଟିଏ ଦିନରେ କିଛି ଶହ ପରୀକ୍ଷା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଗୋଟିଏ ଦିନରେ ଦୁଇ ଲକ୍ଷରୁ ଅଧିକ ପରୀକ୍ଷା କରାଯାଉଛି।

ବର୍ତ୍ତମାନ ସୁଦ୍ଧା 33 କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇସାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅନେକ ଫ୍ରଣ୍ଟ ଲାଇନ କର୍ମଚାରୀ ନମୁନା ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେ କହିଛନ୍ତି ଯେ ସେମାନେ ଆକ୍ରାନ୍ତଙ୍କ ନମୁନା ସଂଗ୍ରହ କରି ନେବା ଏକ ଉତ୍ତମ ସେବା। ସେ ଦିଲ୍ଲୀର ଲ୍ୟାବ ଟେକ୍ନିସିଆନ ପ୍ରକାଶ କାଣ୍ଡପାଲଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଏକ ସଂଯୋଗର ବିଷୟ ଯେ ଆଜି ମେ 30, ମନ କି ବାତ ଦିନ, ଏଥିସହ ଆଜି ମଧ୍ୟ ସରକାରଙ୍କୁ ସାତ ବର୍ଷ ପୂରଣ କରିଛି। ସେ କହିଛନ୍ତି ଯେ ଦେଶ ବର୍ଷ ବର୍ଷ ଧରି ସାବକା ସାଥ, ସାବକା ବିକାଶ, ସାବକା ବିଶ୍ୱ ମନ୍ତ୍ର ଅନୁସରଣ କରିଆସୁଛି। ସେ କହିଛନ୍ତି ଯେ ଆଜି ଭାରତ ନିଜର ସଂକଳ୍ପ ନେଇ ଚାଲିଛି ଏବଂ ଅନ୍ୟ ଦେଶର ଚିନ୍ତାଧାରା ପାଇଁ ଭାରତ ଉପରେ କୈଣସି ଚାପ ନାହିଁ।

ସେ ଲୋକଙ୍କଠାରୁ ପାଇଥିବା ଚିଠି ପାଇଁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ କାର୍ଯ୍ୟକ୍ରମ ହେତୁ ବିଦ୍ୟୁତ୍, ପାଇପ ଜଳ, ରାସ୍ତା ଏବଂ ଘର ଭଳି ବ୍ୟବସ୍ଥା ବିଷୟରେ ଲୋକମାନେ ଯେତେବେଳେ ସେମାନଙ୍କୁ ଚିଠିରେ ଜଣାନ୍ତି ତାହା ଜାଣିବା ସନ୍ତୋଷଜନକ ଅଟେ।

ସେ କହିଛନ୍ତି ଯେ ସ୍ୱାଧୀନତାର ସାତ ଦଶନ୍ଧି ମଧ୍ୟରେ କେବଳ ସାଢେ ତିନି କୋଟି ଗ୍ରାମୀଣ ପରିବାରରେ ଜଳ ସଂଯୋଗ ରହିଥିଲା। କିନ୍ତୁ ଗତ ଏକୋଇଶ ମାସ ମଧ୍ୟରେ ସାଢେ ଚାରି କୋଟି ଗ୍ରାମୀଣ ପରିବାରକୁ ବିଶୁଦ୍ଧ ଜଳ ସଂଯୋଗ ଦିଆଯାଇଛି। ସେ କହିଛନ୍ତି ଯେ ଏହି ସଫଳତା ସରକାର ଏବଂ ଲୋକ ମିଳିତ ଭାବରେ କାର୍ଯ୍ୟ କରିବାର ଫଳାଫଳ।