ରଣପୁର: ରଣପୁରର ଐତିହ୍ୟ, କଳା, ପରମ୍ପରାକୁ ନେଇ ଅନୁଷ୍ଠିତ ହେଉଥିଵା ରଣପୁର ମହୋତ୍ସବ ‘ଅର୍ଜୁନ-୨୦୨୫’ ର ସାଧାରଣ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ରଣପୁର ବ୍ଲକ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବର ସଭାପତି ରଣପୁର ବିଧାୟିକା ତଥା ଓଡ଼ିଶାର ବାଚସ୍ପତି ସୁରମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ରଣପୁର ବିଡ଼ିଓ ସୁଧୀର କୁମାର ନାୟକ, ତହସିଲଦାର ଆର୍ଯ୍ୟ କୁମାର ସର୍ବଦାମନ, ରଣପୁର ବିଜ୍ଞାପିତ ପରିଷଦ ଅଧିକାରୀ ରଞ୍ଜନ କୁମାର ଦାଶ, ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ରଣପୁର ବିଜ୍ଞାପିତ ପରିଷଦ ଅଧିକାରିଣୀ ରଙ୍ଗୀନ ମହାନ୍ତି, ମହୋତ୍ସବ ଉପସଭାପତି ସୁରେଶ ମିଶ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନାଙ୍କ ସହ ଦମକଳ ବିଭାଗ ଅଧିକାରୀ, ପୋଲିସ ବିଭାଗ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
ଏହି ପ୍ରସ୍ତୁତି ବୈଠକ ପୁର୍ବୂ ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ପାଇଁ ଏକ ମିନିଟରେ ନିରବ ପ୍ରାର୍ଥନା କରାଯାଇଥିଲା। ମହୋତ୍ସବର ବିଭିନ୍ନ ବିଭାଗରେ କର୍ମକର୍ତ୍ତାଙ୍କ ନାମ ଘୋଷଣା ସହ ଏକ ସର୍ବଦଳୀୟ ମହୋତ୍ସବ ପାଇଁ ଆହ୍ୱାନ ଦିଆଯାଇଥିଲା। ସ୍ୱରାଜ ମହାନ୍ତିଙ୍କ ସମ୍ପାଦନାରେ ଏହି ବୈଠକ ଆୟୋଜିତ ହୋଇଥିଲା। ରଣପୁର ଅଞ୍ଚଳର ବୁଦ୍ଧିଜୀବୀ ଓ ସାଧାରଣ ଜନତା ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।