Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମୀ ବିଜେପିରେ ହେଲେ ସାମିଲ୍

ଚିଲିକା: ଆଜି ବାଣପୁର ବ୍ଲକ ଦାମିଆ ବରବରା ଗ୍ରାମ ପଞ୍ଚାୟତର ସରପଞ୍ଚ ବୀଣାପାଣି ଷଣ୍ଢ, ନାଏବ ସରପଞ୍ଚ ବନବାସ ଶବର, ସଂଗଠକ ପ୍ରଦୀପ କୁମାର ଷଣ୍ଢ ଏବଂ ଓ୍ବାର୍ଡ଼ ମେମ୍ବରଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ବିଜେପି ର ନୀତି ଆଦର୍ଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ, ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି ଓ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ‌ ହୋଇ‌ ନାଚୁଣୀ ସ୍ଥିତ ଭାଜପା କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ସେମାନେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି। ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଦଳରେ ସାମିଲ ହୋଇଥିବା ସମସ୍ତ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଥିଲେ।

ଏହି ଯୋଗଦାନ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ସହ ଜନତାଙ୍କ ସେବା, କଲ୍ୟାଣମୂଳକ କାର୍ଯ୍ୟ ସହ “ବିକଶିତ ଚିଲିକା” ଗଠନ ଦିଗରେ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତପ୍ରକାଶ‌ କରିଥିଲେ‌।

ଏହି ମିଶ୍ରଣ ପର୍ବରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ବିରିଜାଈ ମଣ୍ଡଳ ଭାଜପା ସଭାପତି ଜିତେନ୍ଦ୍ର କୁମାର ଭୋଳଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଣ୍ଟେନର୍ ତଳେ ଚାପି ହୋଇ ବରିଷ୍ଠ ବିଜେଡି କର୍ମୀଙ୍କ ପରଲୋକ

କୈଳାଶ ଚନ୍ଦ୍ର ଚୌଧୁରୀ

ପୋଲସରା: ପୋଲସରା ମୁଖ୍ୟ ରାସ୍ତା ଷ୍ଟେଟବ୍ୟାଙ୍କ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଉକ୍ତ ଘଟଣାରେ ପୋଲସରା ବ୍ଳକ ମାଳ ତେନ୍ତୁଳିଆ ପଞ୍ଚାୟତ ଖଇରଚଟା ଗ୍ରାମର ସତ୍ୟବାଦୀ ଗୌଡ଼ ନାମକ ଜଣେ ବରିଷ୍ଠ ବିଜେଡି କର୍ମୀଙ୍କ ପରଲୋକ ହୋଇଯାଇଛି।

ଘଟଣାରୁ ପ୍ରକାଶ ଯେ, ମୃତ ସତ୍ୟବାଦୀ କୌଣସି କାମରେ ବ୍ୟାଙ୍କକୁ ଆସି କାମ ସାରି ମୋଟରସାଇକେଲ ବାହାର କରୁଥିବା ବେଳେ ବୁଗୁଡ଼ା ପଟୁ ଆସୁଥିବା ନାଗାଲାଣ୍ଡ କୋହିମା ଅଞ୍ଚଳର ବଡ଼ କଣ୍ଟେନର ଗାଡ଼ି ତାକୁ ଧକ୍କା ଦେଇଥିଲା। ଫଳରେ ସତ୍ୟବାଦୀ ତଳେ ପଡ଼ିଯିବା ପରେ ଉକ୍ତ ଗାଡିଟି ତା’ର ଅଣ୍ଟା ଉପରେ ମାଡ଼ି ଯାଇଥିଲା।

ଗୁରୁତର ଅବସ୍ଥାରେ ତାଙ୍କୁ ଅଞ୍ଚଳ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇଥିଲେ। ଚାଳକ ଗାଡ଼ି ଛାଡ଼ି ଦୌଡ଼ି ପଳାଉଥିବା ବେଳେ ଲୋକମାନେ ଗୋଡ଼ାଇ ଗୋଡ଼ାଇ ତାକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି କୁ ଜବତ କରିବା ସହ ଗାଡ଼ି ଚାଳକ ଓ ଅନ୍ୟ ଜଣେ ବ୍ୟକ୍ତିକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି।

Categories
ଆଞ୍ଚଳିକ

ପଞ୍ଚାୟତ ନିର୍ବାଚନ: ବିଜେପିରେ ସାମିଲ ହେଲେ ବାଣପୁର ବ୍ଲକର ସାଂସଦ ପ୍ରତିନିଧି ଏବଂ ବହୁ ବିଜେଡି କର୍ମୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ପଞ୍ଚାୟତ ନିର୍ବାଚନ ଆଉ ଦିନଟିଏ ବାକି ଥିବା ବେଳେ ଆଜି ବିଜେଡି ଛାଡି ବିଜେପିରେ ଶତାଧିକ ବିଜେଡ଼ି କର୍ମୀ ଯୋଗଦେଇଛନ୍ତି।

ସୂଚନା ମୁତାବକ ବାଣପୁର ବ୍ଲକର ସାଂସଦ ପ୍ରତିନିଧି ସତ୍ୟନାରୟଣ ପ୍ରଧାନ ତାଙ୍କ ଶତାଧିକ ସମର୍ଥକଙ୍କ ସହ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଗାଲୁଆ ପଞ୍ଚାୟତ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସୁରେଶ ଚନ୍ଦ୍ର ବାରିକିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀ ପ୍ରଧାନ ବିଜେପିରେ ଯୋଗ ଦେଇଥିବାର କହିଛନ୍ତି।

ଚଳିତ ପଞ୍ଚାୟତ ନିର୍ବାଚନରେ ଗାଲୁଆ ପଞ୍ଚାୟତରେ ବିଜେପିର ପଲା ଭାରି ଥିବା ଆକଳନ କରାଯାଉଛି। ସୁରେଶ ଚଦ୍ର ବାରିକି ପୂର୍ବରୁ ମଧ୍ୟ ଉକ୍ତ ପଞ୍ଚାୟତର ଏକାଧିକ ଥର ସରପଞ୍ଚ ରହିଆସିଥିବା ବେଳେ ଚଳିତ ନିର୍ବାଚନରେ ପୁଣି ଗାଲୁଆ ପଞ୍ଚାୟତବାସୀ ତାଙ୍କୁ ନିର୍ବାଚିତ କରିବେ ବୋଲି ସେ ଅଶା ପ୍ରକଟ କରିଛନ୍ତି।