Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଘୋଷଣା ହେଲା ଆରଟିଆ କମିଶନରଙ୍କ ନାମ, ତିନି ଅବସରପ୍ରାପ୍ତ ପ୍ରଶାସକଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ବର: ରାଜ୍ୟ ସରକାର ତିନିଜଣ ଅବସରପ୍ରାପ୍ତ ପ୍ରଶାସକଙ୍କୁ ଆରଟିଆଇ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ଆଜି ତାଙ୍କ ନାମ ଘୋଷଣା କରାଯାଇଛି। ସେଥିରେ ମୁଖ୍ୟ ସୂଚନା କମିଶର ଭାବେ ଅବସରପ୍ରାପ୍ତ ଆଇଏଏସ ମନୋଜ କୁମାର ପରିଡାଙ୍କୁ ନିଯୁକ୍ତି ଦିଆଯାଇଛି। ୧୯୮୬ ମସିହାର ଆଇଏଏସ୍ ଅଫିସର ହେଉଛନ୍ତି ମନୋଜ କୁମାର ।

ଏହାସହ ଅବସରପ୍ରାପ୍ତ ଆଇପିଏସ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ସୂଚନା କମିଶନ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ହାଇକୋର୍ଟର ବରିଷ୍ଠ ଆଇନିଜୀବୀ କଳ୍ପନା ପଟ୍ଟନାୟକ ଓ ଅବସରପ୍ରାପ୍ତ ଆଇଏଏସ ପବିତ୍ର ମଣ୍ଡଳଙ୍କୁ ମଧ୍ୟ କମିଶନ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ।