Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଉପରେ ପ୍ରଧାନମନ୍ତ୍ରୀ ଅସନ୍ତୁଷ୍ଠ କି? ଏମିତି କାହିଁକି ରାଗରେ ଅନେଇଲେ !!!

ଭୁବନେଶ୍ବର: ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟ ତଥା କେନ୍ଦ୍ରମନ୍ତ୍ରୀମାନେ ସେଠାରେ ଉପସ୍ଥିତ ଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ସାକ୍ଷାତ ବେଳେ ଏକ ଫଟୋକୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି।

ଏହି ଫଟୋଟି ହେଉଛି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିବା ପରେ ତାଙ୍କୁ ସେ ଏକ ଫୁଲ ତୋଡା ଦେଉଛନ୍ତି। ଏହି ଫୁଲ ତୋଡାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ହସିହସି ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ କିନ୍ତୁ ବଡ ଗମ୍ଭୀର ଭାବେ ତାହାକୁ ଗ୍ରହଣ କରୁଛନ୍ତି। ସେହି ଫଟୋଟି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସମସ୍ତ ଗଣମାଧ୍ୟମକୁ ଦିଆଯାଇଛି। ଯାହାକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ ଆଲୋଚନା ହେଉଛି।

କେତେକ ଏହା ଉପରେ ଭିନ୍ନ ଭିନ୍ନ ଟିପ୍ପଣୀ ଦେଇଛନ୍ତି। କଂଗ୍ରେସ ନେତା ଅମୀୟ ପାଣ୍ଡବ ତାଙ୍କ ସାମାଜିକ ଗଣମାଧ୍ୟମରେ ଏହି ଫଟୋଟି ପୋଷ୍ଟ କରି ନିଜର ମତ ଦେଇଛନ୍ତି। ସେ ଲେଖିଛନ୍ତି, “ବାବୁ ମୋହନ ,ଦେଖ ତୁମ ମୁନିବଙ୍କ ବଦନ ! ତୁମ ଉପରେ ଅସୁଖି କି? ଶୁଖି ଯାଇଛି ମନ !” ସେହିପରି ବହୁ ବ୍ୟକ୍ତି ସେମାନଙ୍କର ମତ ଦେଇଛନ୍ତି। କିଏ ଲେଖିଛି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ରାଗି ଯାଇଛନ୍ତି କି ? ତାଙ୍କୁ କଣ ବାହାର କରିଦେବେ କି?

ବିଭିନ୍ନ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ହଟିବେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କେତେକ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ଏହିପରି ସମୟରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଏହି ଫଟୋଟି ସେହି ଚର୍ଚ୍ଚାକୁ  ଖୋରାକ ଯୋଗାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝି ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି।

ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଆଇନ କ୍ଷେତ୍ରରେ ତାଙ୍କ ଦୀର୍ଘ ଦିନର ଅଭିଜ୍ଞତା ରହିଛି। ପୀତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟପାଳ ରଘୁବର ଦାସ ରାଜ୍ୟର ଆଡଭୋକେଟ ଜେନେରାଲ ଭାବରେ ନିଯୁକ୍ତି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନବୀନ ନିବାସରେ ପହଞ୍ଚିଲେ ମୋହନ ମାଝୀ: ଜାଣନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ କ’ଣ ହେଲା ଆଲୋଚନା?

ଭୁବନେଶ୍ଵର: ଆଜି ଓଡିଶାରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ଅପରାହ୍ନ ୪.୪୫ ମିନିଟରେ ଅନୁଷ୍ଠିତ ହେବ। ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ସମେତ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ଶପଥ ଗ୍ରହଣ କରିବେ। ଏତଦବ୍ୟତୀତ ଏମାନଙ୍କ ସହ ୧୮ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡିଛି।

ତେବେ ଏହି ସମାରୋହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ଵରର ଜନତା ମଇଦାନରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ପାଇଁ ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିଜେପି ପକ୍ଷରୁ ନିମନ୍ତ୍ରଣ କରାଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ବିଜେପି ନିମନ୍ତ୍ରଣ କରିଥିଲା।

ତେବେ ଗତକାଲି ମୋହନ ମାଝୀଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ମନୋନୀତ କରିଥିବା ବେଳେ ଆଜି ସକାଳେ ନିଜେ ମୋହନ ମାଝୀ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଛନ୍ତି। ଏହି ସମୟରେ ଶପଥ ଗ୍ରହଣ ସମାରୋହକୁ ଆସିବା ପାଇଁ ନବୀନଙ୍କୁ ମୋହନ ମାଝୀ ନିମନ୍ତ୍ରଣ କରିଥିବା ଜଣାପଡିଛି। ଅପରପକ୍ଷେ ନବୀନ ପଟ୍ଟନାୟକ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେବା ସହିତ ତାଙ୍କୁ ଆଶୀର୍ବାଦ କରିଥିବା ମୋହନ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ, ଯୋଗଦେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆଜି ଅପରାହ୍ନରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେନ୍ଦୁଝର ବିଧାୟକ ମୋହନ ମାଝୀ। ଭୁବନେଶ୍ବର ଜନତା ମଇଦାନରେ ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟ ସରକାରଙ୍କ ତରଫରୁ ସେଠାରେ ବ୍ୟାପକ ଆୟୋଜନ କରାଯାଇଛି। ଏଥିସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।

ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏଥିସହିତ ଓଡିଶାର ତିନି କେନ୍ଦ୍ରମନ୍ତ୍ରୀ ମଧ୍ୟ ଗତକାଲିଠାରୁ ଭୁବନେଶ୍ବରରେ ଅଛନ୍ତି। ଓଡିଶା ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ଫଳରେ ବିଜେପି କର୍ମିଙ୍କ ମହଲରେ ବେଶ ଉତ୍ସାହ ଲାଗିରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କିଏ ସେହି ମୋହନ ମାଝୀ ? ଯିଏ କି ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଆସନରେ ବସିବେ

ଭୁବନେଶ୍ବର : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାମ ଆସିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜାରୀ ରହିଛି। କାରଣ ସେ ଦୀର୍ଘ 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକଙ୍କୁ ହଟାଇ ସେଠାରେ ସେ ବସିବେ। ତେଣୁ ଓଡିଶାର ଗାଁ ଗହଳିଠାରୁ ଆରମ୍ଭ କରି ସାରା ଦେଶରେ ମୋହନ ମାଝୀ କିଏ ଆଲୋଚନା ଆରମ୍ଭ ହୋଇଯାଇଛି।

ବର୍ତ୍ତମାନ କେନ୍ଦୁଝର ସଦର ବିଧାୟକ ହେଉଛନ୍ତି ୫୨ ବର୍ଷୀୟ ମୋହନ ମାଝୀ। ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି। ରାଜ୍ୟ ବିଜେପିର ଟାଣୁଆ ଆଦିବାସୀ ନେତା। ଗତ ବିଧାନସଭାରେ ସେ ବିରୋଧୀ ଦଳ ମୁଖ୍ୟ ସଚେତକ ରହିଥିଲେ। ସେ ନେତା ଭାବରେ ଯେତିକି ପରିଚିତ, ଜଣେ ଶାନ୍ତ ଶିଷ୍ଠ ମଣିଷ ଭାବେ ସେତିକି ପରିଚିତ।

ମୋହନ ଚରଣ ମାଝୀ ୬ ଜାନୁଆରୀ ୧୯୭୨ରେ କେନ୍ଦୁଝରର ରାଇକଳାରେ ଜନ୍ମ ଗ୍ରହଣ କରିଥିଲେ। ଶିକ୍ଷା ସମାପ୍ତ ପରେ ମୋହନ ମାଝୀ ୧୯୯୪ ମସିହାରେ ଝୁମ୍ପୁରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁଜୀ ଭାବେ କାମ କରୁଥିଲେ। ଶିକ୍ଷକତା ଛାଡି ସେ ୧୯୯୭ ରେ ରାଇକଳା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ।

୨୦୦୦ ଓ ୨୦୦୪ରେ ଳଗାତର ବିଜୟ ପରେ ମୋହନ ଚରଣ ମାଝୀ ୨୦୦୯ ଓ ୨୦୧୪ରେ ପରାଜୟ ବରଣ କରିଥିଲେ। ପ୍ରଥମେ ଦୁଇଟି ବିଜୟ ପରେ ଦୁଇଟି ପରାଜୟର ବରଣ କରିବା ପରେ ମୋହନ ପୁଣି ୨୦୧୯ରେ ନିର୍ବାଚିତ ହୋଇଥିଲେ। ସେତେବେଳେ ମୋହନଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ କରାଯାଇଥିଲା। ଏବେ ଭାଗ୍ୟ ସାଥ ଦେବାରୁ ସେ ସରପଞ୍ଚରୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

Breaking News: ଘୋଷଣା ହେଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ, ଦୁଇ ଜଣ ଉପମୁଖ୍ୟମନ୍ତୀ

ଭୁବନେଶ୍ବର: ଘୋଷଣା ହେଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତି ନିଆଯାଇଛି। ସେହି ଅନୁସାରେ ମୋହନ ମାଝୀ ହେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ। ଏ ନେଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନୀଥ ସିଂ ଏବଂ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ସେ ହେଉଛନ୍ତି କେନ୍ଦୁଝର ସଦର ବିଧାୟକ।

ସେହିପରି ଦୁଇଜଣ ଉପମୁଖ୍ୟମନ୍ତ୍ରୀ ହେବେ ସେମାନେ ହେଲ କେ ଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ହେବେ ଉପମୁଖ୍ୟମନ୍ତ୍ରୀ। ଆଜି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥସିଂ ଘୋଷଣା କରିଛନ୍ତି।

ଆସନ୍ତାକାଲି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝି। ଭୁବନେଶ୍ବରର ଜନତା ମଇଦାନରେ ଏହି ଶପଥ ପାଠ ଉତ୍ସବ ଆୟୋଜିତ ହେବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏଥିସହିତ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦୀର୍ଘଦିନ ଧରି ଚାଲିରହିଛିବା ସସପେନସର ଆଜି ଶେଷ ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଜୟନାରାୟଣଙ୍କ ବିଭିନ୍ନ ରୋଗ ଅଛି ବୋଲି ମୋହନ ମାଝି ଧାରାବିବରଣୀ ଦେବା ପଛରେ କାରଣ କଣ ?

ଭୁବନେଶ୍ବର: ବିଧାୟକ ଜୟନାରାୟଣ ମିଶ୍ର ବହୁରୋଗରେ ଆକ୍ରାନ୍ତ। ତାଙ୍କର ଡାଇଲେସିସ ହେଉଛି। ତାଙ୍କର କିଡନୀ ସମସ୍ୟା ରହିଛି, ବ୍ଲଡ ପ୍ରେସର ରହିଛି, ଅନ୍ୟାନ୍ୟ ବହୁ ରୋଗ ରହିଛି। ଆମେ ନୂଆଦିଲ୍ଲୀ ଆସିଥିବା ବେଳେ ତାଙ୍କୁ ରାତିରେ ନେଇ ଏମସରେ ଭର୍ତ୍ତି କଲୁ। ସେ ଏବେ ସୁସ୍ଥ ଅଛନ୍ତି। ଏପରି ଏକ ଧାରାବିବରଣୀ ଦେଲେ ଅନ୍ୟତମ ବିଜେପି ବିଧାୟକ ମୋହନ ମାଝି। ଏକ ଭିଡିଓ ରେକର୍ଡ କରି ମିଡିଆକୁ ଜାରୀ କଲେ।

ସେହି ଭିଡିଓକୁ ଯେ କେହି ଦେଖିବ ସେ ଭାବିବ ଯେ, ଜୟନାରାୟଣ ଅସୁସ୍ଥ କଥାଟାକୁ ଯେପରି ସମସ୍ତଙ୍କୁ ମୋହନଙ୍କ ଅବଗତ କରାଇବାର ଆବଶ୍ୟକତା ରହିଛି। କାରଣ ସେ ଅସୁସ୍ଥ ହେଲେ ଏମସରେ ଭର୍ତ୍ତି ହେଲେ, ସେ କଥା ସହିତ ତାଙ୍କର ପୁରୁଣା ରୋଗ ସବୁ କଣ ଅଛି ତାହା ମଧ୍ୟ ସେ ଉପସ୍ଥାପନା କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ମୋହନ ମାଝି ଏପରି କାହିଁକି କଲେ। ଜୟନାରାୟଣଙ୍କ ପୁରୁଣା ରୋଗ କଣ ଅଛି, ସେ ସବୁବେଳେ ଅସୁସ୍ଥ ହେଉଛନ୍ତି ବୋଲି ଲୋକଲୋଚନକୁ ଆଣିବା କାରଣ କଣ ? ଜଣଙ୍କର ଦେହ ଖରାପ ଖବର ଦେବା ବେଳେ କଣ ଡାକ୍ତରଙ୍କ ପରି ତାଙ୍କର ପୁରୁଣା ରୋଗ ବିଷୟରେ କହିବା ନିହାତି ଆବଶ୍ୟକ ଥିଲା କି ?

ତେବେ ଏହା ପଛରେ ଏକ ରହସ୍ୟ ରହିଛି ବୋଲି ପରବର୍ତ୍ତି ସମୟରେ ଜଣାପଡିଲା। ଆଉ ସେହି ରହସ୍ୟଟି ହେଲା ଯେ, ବର୍ତ୍ତମାନ ବିରୋଧୀ ଦଳର ନେତା ପ୍ରଦୀପ ନାୟକ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି। ଫଳରେ ଦଳ ବର୍ତ୍ତମାନ ତାଙ୍କୁ ସେଥିରୁ ଅବହ୍ୟାତି ଦେଇ ଜଣେ ନୂଆ ବିରୋଧୀ ଦଳର ନେତା ବାଛିବା ପାଇଁ ଚିନ୍ତା କରୁଛି। ଆଉ ସେହି ଦୌଡରେ ରହିଛନ୍ତି ଉଭୟ ମୋହନ ମାଝି ଆଉ ଜୟନାରାୟଣ ମିଶ୍ର।

ବର୍ତ୍ତମାନ ଜୟନାରାୟଣଙ୍କ ସ୍ବାସ୍ଥ୍ୟ ଖରାପ ବିସ୍ତୁତ ବିବରଣୀ ମୋହନ ଦେଇ ଜଣାଇ ଦେଲେ ଯେ, ସେ ମଧ୍ୟ ବିରୋଧୀ ଦଳ ନେତା ପାଇଁ ଅକ୍ଷମ। ପ୍ରଦୀପ ନାୟକଙ୍କ ପରି ତାଙ୍କର ମଧ୍ୟ ସ୍ବାସ୍ଥ୍ୟ ଭଲ ନାହିଁ। ଫଳରେ ଦଳୀୟ ନେତାମାନେ ଜୟନାରାୟଣଙ୍କୁ ବାଦ ଦେଇ ତାଙ୍କୁ ବିରୋଧୀ ଦଳ ନେତା କରାନ୍ତୁ ବୋଲି ପରୋକ୍ଷରେ ସେ ଇଙ୍ଗିତ କରିଦେଲେ। ଯଦି ବିଜେପିର ବିଧାୟକଙ୍କ ମଧ୍ୟରୁ କିଏ ଭଲ ବିରୋଧୀ ଦଳର ନେତା ହୋଇପାରିବେ ବୋଲି ପ୍ରଶ୍ନ ପଚାରାଯାଏ ତେବେ ଉତ୍ତର ନିଶ୍ଚିତ ଜୟନାରାୟଣ ମିଶ୍ର ହେବେ। ହେଲେ ସେଥିରେ ବର୍ତ୍ତମାନ ଅସୁସ୍ଥ ଖବରଟି ଗୋଟିଏ କେଁ ହେଲାଣି।

ବିଧାନସଭା ନିର୍ବାଚନ ପରେ ବିଜେପି ପ୍ରଥମ ଥର ପାଇଁ ବିରୋଧୀ ଦଳ ଭାବେ ଆସନ ପାଇଛି। ପ୍ରଥମେ ଜୟନାରାୟଣ ମିଶ୍ର ବିରୋଧୀ ଦଳର ନେତା ହେବାର ବହୁ ସମ୍ଭାବନା ରହିଥିଲା। ହେଲେ ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକ ନ ଥିବାରୁ ତାଙ୍କୁ ସେହି ପଦବୀ ମିଳି ପାରି ନ ଥିଲା। ଏବେ କିନ୍ତୁ ସେହି ପରିସ୍ଥିତି ଆଉ ନାହିଁ। ଜୟନାରାୟଣ ବର୍ତ୍ତମାନ ଧର୍ମେନ୍ଦ୍ର ଖାସ୍ ସମର୍ଥକ ହୋଇସାରିଲେଣି। ସେଥିପାଇଁ ସେ ଏହି ବିରୋଧୀ ଦଳର ନେତା ହେବା ପ୍ରାୟ ସମ୍ଭାବନା ରହିଛି। ହେଲେ ତାଙ୍କର ସ୍ବାସ୍ଥ୍ୟ ଖରାପ ଖବରଟି ପ୍ରସାର ହେବା ପରେ ସେଥିରେ ଲାଗିଛି ପ୍ରଶ୍ନବାଚୀ।