Categories
ଆଜିର ଖବର ରାଜ୍ୟ ଖବର

ରଣପୁର ଏନଏସି ରେ ଦୁର୍ନୀତି ଅଭିଯୋଗ: ଧାରଣାରେ କାଉନସିଲର ଓ ଉପାଧ୍ୟାକ୍ଷ

ରଣପୁର: ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନ୍ୟାୟ ଓ ଦୃନୀତି ଅଭିଯୋଗ କରି କିଛି କାଉନସିଲର ଓ ଉପାଧ୍ୟକ୍ଷ ସମେତ ତାଙ୍କର କିଛି ସମର୍ଥକ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇଥିଲେ। ଧାରଣା ର କିଛି ସମୟ ପରେ ନିର୍ବାହୀ ଅଧିକାରୀ କର୍ମଚାରୀ ମାନଙ୍କ ସହ ଧାରଣା ସ୍ଥଳକୁ ଯାଇ ପଚାରି ବୁଝିବା ସହ ସେମାନଙ୍କୁ ବୁଝାସୁଝା କରିଥିଲେ।

ପରିଶେଷରେ ଜିଲ୍ଲା ପ୍ରଶାସନ ନିରପେକ୍ଷ ତଦନ୍ତ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି। ଆକୁ ନେଇ ରଣପୁର ଏନଏ ସି ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି।  ଉଭୟ କାଉନସିଲର ଅଧ୍ୟକ୍ଷା ଓ ଉପାଧ୍ୟାକ୍ଷା ସମସ୍ତେ ବିଜୁ ଜନତା ଦଳର ଅଟନ୍ତି।

ଆନ୍ଦୋଳନ କାରୀ କାଉନସିଲର ମାନଙ୍କ ଅଭିଯୋଗ ଯେ, ରଣପୁର ଏନଏସି ପନ୍ଦର ଗୋଟି ୱାର୍ଡ କୁ ନେଇ ଗଠିତ ହୋଇଥିବା ବେଳେ ପନ୍ଦର ଜଣ କାଉନସିଲର ନିର୍ବାଚିତ ହୋଇଛନ୍ତି। କିନ୍ତୁ ଏନଏସି ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀ ଚକ୍ରାନ୍ତ କରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଲୋଭିତ କରାଇ କାଉନସିଲରମାନଙ୍କୁ ଜାଣି ଶୁଣି ଅସହଯୋଗ କରିବା ସହିତ ବିନା ଟେଣ୍ଡରରେ କାର୍ଯ୍ୟ କରିବା ଜାଲ ଦସ୍ତଖତ କରାଇ ସଭା ବହି ପ୍ରସ୍ତୁତ କରିବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି କରି ଅନୁଦାନ ରାଶିକୁ ହଡପ କରୁଛନ୍ତି। କୃଷି, ମତ୍ସ୍ୟ ଆଦିରୁ ସବସିଡି ଅର୍ଥ ହଡପ କରୁଥିବା ଅଭିଯୋଗ ଆଣିଥିଲେ। ପରିଷଦର ବିନାନୁମୋଦନ ରେ ଟେଣ୍ଡର ନକରାଇ ସ୍ପିଟପରେ କାର୍ଯ୍ୟଦେଶ ଦେଇ ଟଙ୍କା ହଡପକରୁଥିବା ଅଭିଯୋଗ ଆଣିଥିଲେ। ବିଜ୍ଞାପିତ ଅଞ୍ଚଳ ପରିଷଦର କୋୖଣସି ଷ୍ଟାଣ୍ଡିଙ୍ଗ କମିଟି ଗଠନ କରାନଯାଇ ମନ ଇଚ୍ଛା ବିଭିନ୍ନ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିଚାଲିଥିବା ଅଭିଯୋଗ ଆଣିଥିଲେ।

ଏହିସବୁ ଦାବି ଉଲେଖ କରି ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହିତ ସୋମବାର ସକାଳ ସାତ ଟାରେ ବିଜ୍ଞାପିତ ଅଫିସ ସମ୍ମୁଖରେ ଧାରଣାରେ ବସିବେ ବୋଲି ଜଣାଇଥିଲେ। ଧାରଣା ସମ୍ପର୍କରେ ଖବର ପାଇଁ ଅପରାହ୍ନ ୩ଟାରେ ଜିଲ୍ଲାମୁଖ୍ୟ ପ୍ରଶାସନିକ ଅଧିକାରୀ ପିଡି ଡୁଡ଼ା ଲଗ୍ନଜିତ ରାଉତ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଧାରଣା ସ୍ଥଳରେ ପହଞ୍ଚି କାଉନସିଲର ଓ ଉପାଧ୍ୟକ୍ଷଙ୍କୁ ବୁଝାସୁଝା କରିବା ସହିତ ଆଗାମୀ ଦୁଇ ଦିନ ମଧ୍ୟରେ ତା ୫. ୦୬. ୨୦୨୫ରିଖରେ କମିଟି ଗଠନ କରି ନିରପେକ୍ଷ ତଦନ୍ତ କରାଯିବା ସହ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ରଣପୁର ଏନଏସି ଅଧ୍ୟକ୍ଷାଙ୍କୁ ଏସମ୍ପର୍କରେ ପଚରିବାରେ ଏସବୁ ଦୁର୍ନୀତି ଅଭିଯୋଗକୁ ଅମୂଳକ ଓ ଭିତ୍ତିହୀନ କହିବା ସହିତ ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତକୁ ସହଯୋଗ କରିବା ପାଇଁ ପ୍ରସ୍ତୁତ ବୋଲି ମତ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର ଏନଏସି ରେ ବୁଲିଲା ଜଗନ୍ନାଥଙ୍କ ଅର୍ପଣ ରଥ

ରଣପୁର: ନୟାଗଡ ଜିଲ୍ଲା ରଣପୁର ଏନଏସି ରେ ଥିବା ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ହୋଇଆସୁଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉଦ୍ଦେଶ୍ୟରେ ଏକ ଅର୍ପଣ ରଥ ବାହାରିଥିବା ଜଣାଯାଇଛି। ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ଜଗନ୍ନାଥ ମନ୍ଦିରରେ ଦୁଇଟି ଶୁଭ କଳସୀ ମଧ୍ୟରେ କିଛି ଅକ୍ଷତ ଓ ଗୁଆ ରଖି ପୂଜାର୍ଚ୍ଚନା ସାରି ଆଜ୍ଞାମାଳ ପାଇବା ପରେ ଏହି ରଥ ଶୁଭାରମ୍ଭ ହୋଇଥିବା ଜଣାଯାଇଛି।

ଏହି ରଥ ପ୍ରତି ଓାର୍ଡ ର ପ୍ରତ୍ୟେକ ଦ୍ୱାର ବୁଲି ମହାପ୍ରଭୂଙ୍କ ଉଦ୍ଦେଶ୍ୟରେ ମୁଠାଏ ଅରୁଆ ଚାଉଳ ଓ ଗୋଟିଏ ଗୁଆ ସଂଗ୍ରହ ପାଇଁ ଏକ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଅଭିଯାନ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ଦୁଆରେ ଏହି ରଥକୁ ସ୍ୱାଗତ କରାଯିବା ସହ ଏହି ରଥ ସମ୍ମୁଖରେ ପ୍ରଦର୍ଶିତ ଖୋଳ, ଝାଞ୍ଜ ଓ ଜଗନ୍ନାଥ ନାମ କୀର୍ତନ ମଧ୍ୟରେ ତିନୋଟି ଓାର୍ଡ ପରିକ୍ରମା କରିଥିବା ବେଳେ ଆସନ୍ତା ୧୫ତାରିଖ ମଧ୍ୟରେ ଏହି ରଥ ରଣପୁର ଏନଏସି ର ସମସ୍ତ ଦୁଆର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଞ୍ଚଳିକ

ରଣପୁର ଏବଂ ମଣିନାଗ ମନ୍ଦିରର ଉନ୍ନତି ଯୋଜନା ଘୋଷଣା କଲେ ଏନଏସି ଅଧ୍ୟକ୍ଷା

ରଣପୁର : ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ପରିଷଦର ଉନ୍ନତିକରଣ ନିମନ୍ତେ ବିଭିନ୍ନ ଯୋଜନା ନେଇ ଆଜି ଏକ ପ୍ରେସ ମିଟ୍ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରେସ ମିଟ୍ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରେସ ମିଟ୍ ରେ ରଣପୁର ପ୍ରେସ କ୍ଲବର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ରଣପୁର ପୂର୍ତ୍ତ ଡାକ ବଙ୍ଗାଳା ଅନୁଷ୍ଠିତ ହୋଇଥିବା ଏହି ପ୍ରେସ ମିଟ୍ ରେ ବିଜ୍ଞାପିତ ପରିଷଦର ବିଭିନ୍ନ ଉନ୍ନତି ମୂଳକ ଯୋଜନା ସମ୍ବନ୍ଧରେ ସୂଚନା ଦେଇଥିଲେ।

୨୦୧୮ ମସିହାରେ ହୋଇଥିବା ଜାଗା ମିଶନ ସର୍ଭେ ଅନୁଯାୟୀ ୨୮୩ ଜଣ ଲୋକଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ୮୨ ଜଣଙ୍କୁ ଆବାସ ଯୋଜନା ଦିଆ ଯିବା ପାଇଁ ପ୍ରସ୍ତୁତି ଚାଲିଛି। ଅବଶିଷ୍ଟ ଲୋକମାନଙ୍କ ଆବେଦନକୁ ପୁନଃ ରିଭ୍ୟୁ କରାଯାଇ ସେ ସମ୍ପର୍କରେ ନିଷ୍ପତ୍ତି ନିଆ ଯିବ ବୋଲି ଜଣାପଡିଛି। ସରକାରଙ୍କ ନିୟମ ଅନୁଯାୟୀ ଜାଗା ମିଶନ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି।

ଆଗାମୀ ଦିନରେ ବିଜ୍ଞାପିତ ପରିଷଦ ଅଞ୍ଚଳରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି। ଏହି ଯୋଜନା ନେଇ ରଣପୁର ବିଜ୍ଞାପିତ ପରିଷଦ ଅଞ୍ଚଳରେ କାର୍ଯ୍ୟ ଚାଲିଛି ବୋଲି ଜଣାପଡିଛି। ଜଳ ନଷ୍ଟ ଓ ପାଣି ଚୋରି ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟ ସ୍ଥିର କରାଯାଇଛି। ଏହି ୨୪ ଘଣ୍ଟା ପାଣି ଯୋଜନାରେ ଭେଟବରରୁ ପାଣି ଆସିବ ବୋଲି ଜଣା ପଡିଛି। ଏବେ ପ୍ରତ୍ୟକ ଦିନ ୧୮ ଲକ୍ଷ ଲିଟର ପାଣି ଯୋଗାଇ ଦିଆ ଯାଉଥିଲା ବେଳେ ଆଗାମୀ ଦିନରେ ପ୍ରାୟ ଦୈନିକ ୪୦ ଲକ୍ଷ ଲିଟର ପାଣି ଯୋଗାଇ ଦିଆଯିବ ବୋଲି ହିସାବ କରାଯାଇଛି।

ବିଜ୍ଞାପିତ ପରିଷଦର ଲୋକମାନଙ୍କୁ ପାଇଖାନା ଯୋଗାଇ ଦିଆ ଯାଇଥିଲା ବେଳେ କେତେକ ଅଞ୍ଚଳରେ ଲୋକମାନେ ରାସ୍ତା କଡରେ ମଳ ତ୍ୟାଗ କରୁଛନ୍ତି। ଫଳରେ ପରିବେଶ ପ୍ରଦୂଷିତ ହେବା ସହ ସେହି ରାସ୍ତା ଦେଇ ଗମନା ଗମନା କରିବା ପାଇଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ତେଣୁ ସେହି ଅଞ୍ଚଳର ଲୋକମାନେ ସଚେତନ ହୋଇ ରାସ୍ତା କଡରେ ମଳ ନ କରିବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି।

ମିନି ଷ୍ଟାଡିଅମର ଉନ୍ନତି କରଣ କାର୍ଯ୍ୟ ପାଇଁ ବିଭିନ୍ନ ଯୋଜନା ମଧ୍ୟ କରାଯାଇଛି। ମଣିନାଗ ମନ୍ଦିର ଠାରେ ଏକ ମୁକ୍ତ ବୈଠକ ମଞ୍ଚ ନିର୍ମାଣ କରାଯିବା ପାଇଁ ମଧ୍ୟ ଯୋଜନା କରାଯାଇଛି। ରଘୁ-ଦିବାକର କ୍ଲବ ଉପରେ ଏକ ଐତିହ୍ୟ ଭବନ ନିର୍ମାଣ ପାଇଁ ମଧ୍ୟ ଯୋଜନା କରାଯାଇଛି।ସାନଗଡ଼ ଠାରେ ଏକ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ସ୍ୱାଗତ ଯୋଗ୍ୟ ପ୍ରକଳ୍ପର ଯୋଜନା ରହିଛି।

ଏହା ସହିତ ବିଜ୍ଞାପିତ ପରିଷଦର ବିଭିନ୍ନ ସ୍ଥାନରେ ଆଲୋକୀକରଣ ପ୍ରକଳ୍ପ, ଉପର ମଣିନାଗ ରାସ୍ତାର ସୌନ୍ଦର୍ଯ୍ୟକରଣ, ଉପର ମଣିନାଗର ପ୍ରବେଶ ଦ୍ୱାର ଠାରେ ଏକ ଫାଟକର ବ୍ୟବସ୍ଥା କରାଯିବା ସହିତ ରେଜିଷ୍ଟର ମେଣ୍ଟନ କରାଯିବ, ଉପର ମଣିନାଗକୁ ଯାଉଥିବା ଗାଡିଗୁଡିକର ସଠିକ କାଗଜ ପତ୍ର ଯାଞ୍ଚ କରାଯାଇ ଅନୁମିତ ଦିଆ ବୋଲି ସୂଚନା ଦିଆ ଯାଇଛି। ରଣପୁର ପଞ୍ଚୁଦୋଳ ପଡିଆରେ ଦୁଇଟି ହାଇମାକ୍ସ ଲାଇଟ ଲଗାଯିବାର ଯୋଜନା ମଧ୍ୟ ରହିଛି।