Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁର ଏବଂ ମଣିନାଗ ମନ୍ଦିରର ଉନ୍ନତି ଯୋଜନା ଘୋଷଣା କଲେ ଏନଏସି ଅଧ୍ୟକ୍ଷା
ଆଞ୍ଚଳିକ

ରଣପୁର ଏବଂ ମଣିନାଗ ମନ୍ଦିରର ଉନ୍ନତି ଯୋଜନା ଘୋଷଣା କଲେ ଏନଏସି ଅଧ୍ୟକ୍ଷା

December 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Ranpur NAC
ରଣପୁର ଏବଂ ମଣିନାଗ ମନ୍ଦିରର ଉନ୍ନତି ଯୋଜନା ଘୋଷଣା କଲେ ଏନଏସି ଅଧ୍ୟକ୍ଷା

ରଣପୁର : ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ପରିଷଦର ଉନ୍ନତିକରଣ ନିମନ୍ତେ ବିଭିନ୍ନ ଯୋଜନା ନେଇ ଆଜି ଏକ ପ୍ରେସ ମିଟ୍ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରେସ ମିଟ୍ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରେସ ମିଟ୍ ରେ ରଣପୁର ପ୍ରେସ କ୍ଲବର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ରଣପୁର ପୂର୍ତ୍ତ ଡାକ ବଙ୍ଗାଳା ଅନୁଷ୍ଠିତ ହୋଇଥିବା ଏହି ପ୍ରେସ ମିଟ୍ ରେ ବିଜ୍ଞାପିତ ପରିଷଦର ବିଭିନ୍ନ ଉନ୍ନତି ମୂଳକ ଯୋଜନା ସମ୍ବନ୍ଧରେ ସୂଚନା ଦେଇଥିଲେ।

୨୦୧୮ ମସିହାରେ ହୋଇଥିବା ଜାଗା ମିଶନ ସର୍ଭେ ଅନୁଯାୟୀ ୨୮୩ ଜଣ ଲୋକଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ୮୨ ଜଣଙ୍କୁ ଆବାସ ଯୋଜନା ଦିଆ ଯିବା ପାଇଁ ପ୍ରସ୍ତୁତି ଚାଲିଛି। ଅବଶିଷ୍ଟ ଲୋକମାନଙ୍କ ଆବେଦନକୁ ପୁନଃ ରିଭ୍ୟୁ କରାଯାଇ ସେ ସମ୍ପର୍କରେ ନିଷ୍ପତ୍ତି ନିଆ ଯିବ ବୋଲି ଜଣାପଡିଛି। ସରକାରଙ୍କ ନିୟମ ଅନୁଯାୟୀ ଜାଗା ମିଶନ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି।

ଆଗାମୀ ଦିନରେ ବିଜ୍ଞାପିତ ପରିଷଦ ଅଞ୍ଚଳରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି। ଏହି ଯୋଜନା ନେଇ ରଣପୁର ବିଜ୍ଞାପିତ ପରିଷଦ ଅଞ୍ଚଳରେ କାର୍ଯ୍ୟ ଚାଲିଛି ବୋଲି ଜଣାପଡିଛି। ଜଳ ନଷ୍ଟ ଓ ପାଣି ଚୋରି ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟ ସ୍ଥିର କରାଯାଇଛି। ଏହି ୨୪ ଘଣ୍ଟା ପାଣି ଯୋଜନାରେ ଭେଟବରରୁ ପାଣି ଆସିବ ବୋଲି ଜଣା ପଡିଛି। ଏବେ ପ୍ରତ୍ୟକ ଦିନ ୧୮ ଲକ୍ଷ ଲିଟର ପାଣି ଯୋଗାଇ ଦିଆ ଯାଉଥିଲା ବେଳେ ଆଗାମୀ ଦିନରେ ପ୍ରାୟ ଦୈନିକ ୪୦ ଲକ୍ଷ ଲିଟର ପାଣି ଯୋଗାଇ ଦିଆଯିବ ବୋଲି ହିସାବ କରାଯାଇଛି।

ବିଜ୍ଞାପିତ ପରିଷଦର ଲୋକମାନଙ୍କୁ ପାଇଖାନା ଯୋଗାଇ ଦିଆ ଯାଇଥିଲା ବେଳେ କେତେକ ଅଞ୍ଚଳରେ ଲୋକମାନେ ରାସ୍ତା କଡରେ ମଳ ତ୍ୟାଗ କରୁଛନ୍ତି। ଫଳରେ ପରିବେଶ ପ୍ରଦୂଷିତ ହେବା ସହ ସେହି ରାସ୍ତା ଦେଇ ଗମନା ଗମନା କରିବା ପାଇଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ତେଣୁ ସେହି ଅଞ୍ଚଳର ଲୋକମାନେ ସଚେତନ ହୋଇ ରାସ୍ତା କଡରେ ମଳ ନ କରିବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି।

ମିନି ଷ୍ଟାଡିଅମର ଉନ୍ନତି କରଣ କାର୍ଯ୍ୟ ପାଇଁ ବିଭିନ୍ନ ଯୋଜନା ମଧ୍ୟ କରାଯାଇଛି। ମଣିନାଗ ମନ୍ଦିର ଠାରେ ଏକ ମୁକ୍ତ ବୈଠକ ମଞ୍ଚ ନିର୍ମାଣ କରାଯିବା ପାଇଁ ମଧ୍ୟ ଯୋଜନା କରାଯାଇଛି। ରଘୁ-ଦିବାକର କ୍ଲବ ଉପରେ ଏକ ଐତିହ୍ୟ ଭବନ ନିର୍ମାଣ ପାଇଁ ମଧ୍ୟ ଯୋଜନା କରାଯାଇଛି।ସାନଗଡ଼ ଠାରେ ଏକ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ସ୍ୱାଗତ ଯୋଗ୍ୟ ପ୍ରକଳ୍ପର ଯୋଜନା ରହିଛି।

ଏହା ସହିତ ବିଜ୍ଞାପିତ ପରିଷଦର ବିଭିନ୍ନ ସ୍ଥାନରେ ଆଲୋକୀକରଣ ପ୍ରକଳ୍ପ, ଉପର ମଣିନାଗ ରାସ୍ତାର ସୌନ୍ଦର୍ଯ୍ୟକରଣ, ଉପର ମଣିନାଗର ପ୍ରବେଶ ଦ୍ୱାର ଠାରେ ଏକ ଫାଟକର ବ୍ୟବସ୍ଥା କରାଯିବା ସହିତ ରେଜିଷ୍ଟର ମେଣ୍ଟନ କରାଯିବ, ଉପର ମଣିନାଗକୁ ଯାଉଥିବା ଗାଡିଗୁଡିକର ସଠିକ କାଗଜ ପତ୍ର ଯାଞ୍ଚ କରାଯାଇ ଅନୁମିତ ଦିଆ ବୋଲି ସୂଚନା ଦିଆ ଯାଇଛି। ରଣପୁର ପଞ୍ଚୁଦୋଳ ପଡିଆରେ ଦୁଇଟି ହାଇମାକ୍ସ ଲାଇଟ ଲଗାଯିବାର ଯୋଜନା ମଧ୍ୟ ରହିଛି।

ରଣପୁର ଏନଏସି ରଣପୁର ଏନଏସି ଅଧ୍ୟକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026
Latest News

CJP ର ଚେତାବନୀ ପରେ କାର୍ଯ୍ୟାନୁଷ୍ଠାନ: ଏହି ବଡ଼ ପଦକ୍ଷେପ ନେଲେ ସରକାର

July 27, 2026

ରାୟଗଡ଼ା ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ପାସେଞ୍ଜର ଟ୍ରେନ୍ ବାତିଲ୍

July 27, 2026

ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍‌ଘାଟିତ: ଯୋଗଦେଲେ ବାଚସ୍ପତି

July 27, 2026

ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

July 27, 2026

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୧୯ତମ ପାଳି: ୧୨ ରୋଗୀଙ୍କୁ ତୁରନ୍ତ ଯୋଗାଇଲେ ସହାୟତା ରାଶି

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.