Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ଚାରିଦିନିଆ ଗସ୍ତରେ ରାଜସ୍ଥାନ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ଆଜି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରାଜସ୍ଥାନ ଗସ୍ତ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ସେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଅନୁଷ୍ଠିତ ଚିନ୍ତନ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ସହ ରାଜସ୍ଥାନର ପର୍ଯ୍ୟଟନ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ପର୍ଯ୍ୟଟନ ଶିଳ୍ପର ବିକାଶ ସମ୍ବନ୍ଧରେ ଆଲୋଚନା କରିବେ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ: ୪୬,୩୦୦ କୋଟି ମୂଲ୍ଯର ପ୍ରକଳ୍ପକୁ କରିବେ ଉଦଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ଗସ୍ତରେ ଯିବେ। ଏହି ଅବସରରେ ରାଜସ୍ଥାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ‘ଏକ ବର୍ଷ-ପରିଣାମ ଉତ୍କର୍ଷ’ରେ ସେ ସାମିଲ ହେବେ। ଗସ୍ତ କାଳରେ ସେ ରାଜସ୍ଥାନର ଜୟପୁରଠାରେ ୪୬,୩୦୦ କୋଟି ଟଙ୍କାର ଶକ୍ତି, ସଡ଼କ, ରେଲୱେ ଏବଂ ଜଳ ସମ୍ପର୍କିତ ୨୪ଟି ପ୍ରକଳ୍ପର ଉଦଘାଟନ କିମ୍ବା ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀ ୧୧,୦୦୦ କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ଉଦଘାଟନ କରିବେ। ଏଥିରୁ ୭ଟି କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଏବଂ ୨ଟି ରାଜ୍ୟ ସରକାରଙ୍କ ପ୍ରକଳ୍ପ। ପ୍ରଧାନମନ୍ତ୍ରୀ ୩୫,୩୦୦ କୋଟି ଟଙ୍କାର ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରୁ ଏଥିରୁ ୯ଟି କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଏବଂ ୬ଟି ରାଜ୍ୟ ସରକାରଙ୍କ ପ୍ରକଳ୍ପ।

କାର୍ଯ୍ୟକ୍ରମରେ ଉଦଘାଟନ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ନଭନେରା ବ୍ୟାରେଜ, ସ୍ମାର୍ଟ ଇଲେକ୍ଟ୍ରିସିଟି ଟ୍ରାନ୍ସମିସନ ନେଟୱର୍କ ଆଣ୍ଡ ଆସେନ ମ୍ୟାନେଜମେଣ୍ଟ ସିଷ୍ଟମ ପ୍ରକଳ୍ପ, ରେଲୱେ ଭିଲଡି-ସମଦାରି-ଲୁଣି-ଯୋଧପୁର-ମେର୍ତା ରୋଡ-ଦେଗାନା-ରତନଗଡ଼ ସେକ୍ସନର ବିଦ୍ୟୁତୀକରଣ, ଦିଲ୍ଲୀ-ଭଦୋଦରା ଗ୍ରୀନଫିଲ୍ଡ ଆଲାଇନମେଣ୍ଟ (ଏନଏଚ-୧୪୮ଏନ)(ମେଜ ନଦୀ ଉପରେ ଏସଏଚ-୩୭ମ ଜଂକସନ୍ ପର୍ଯ୍ୟନ୍ତ ଏକ ବୃହତ ପୋଲ) ଏବଂ ଅନ୍ୟାନ୍ୟ ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ ଗୁ୍‌ଡ଼ିକ ଲୋକଙ୍କ ଗମନାଗମନକୁ ସୁଗମ କରିବା ସହ ପ୍ରଧାନମନ୍ତ୍ରୀଙ୍କ ସବୁଜ ଶକ୍ତି ଦୃଷ୍ଟିକୋଣ ଅନୁସାରେ ରାଜ୍ୟର ଶକ୍ତି ଆବଶ୍ୟକତାକୁ ପୂରଣ କରିବ ।

ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବାକୁ ଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରାମଗଡ଼ ବ୍ୟାରେଜ ଓ ମହଲପୁର ବ୍ୟାରେଜର ନିର୍ମାଣ କାମ ରହିଛି । ୯,୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଚମ୍ବଲ ନଦୀର ଜଳସେତୁ ଦେଇ ନଭନେରା ବ୍ୟାରେଜରୁ ବିଶାଳପୁର ଡ୍ୟାମ ଏବଂ ଇସାର୍ଦା ଡ୍ୟାମକୁ ଜଳ ପ୍ରବାହ ବ୍ୟବସ୍ଥାର ଶିଳାନ୍ୟାସ ମଧ୍ୟ କରିବେ ।

ସରକାରୀ କୋଠା ଗୁଡ଼ିକର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ, ୨୦୦୦ ମେଗାୱାଟ ସୌରପାର୍କର ବିକାଶ, ପୁଗାଲ (ବିକାନେର)ଠାରେ ୧୦୦୦ ମେଗାୱାଟ ସୌରପାର୍କର ଦୁଇଟି ପର୍ଯ୍ୟାୟ, ସାଇପାଉ (ଢୋଲପୁର) ଠାରୁ ଭରତପୁର-ଦୀଗ-କୁମହେର-ନାଗର-କମନ ଏବଂ ପାହାରୀକୁ ପାନୀୟ ଜଳ ସରବରାହ ଲାଇନ ଏବଂ ଚମ୍ବଲ-ଢୋଲପୁର-ଭରତପୁର-ରେଟ୍ରୋଫିଟିଙ୍ଗ କାମର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଲୁଣି-ସମଦାରି-ଭିଲଡି ଡବଲ ଲାଇନ, ଆଜମେର-ଚାନ୍ଦେରିୟା ଡବଲ ଲାଇନ ଏବଂ ଜୟପୁର-ସୱାଇ ମାଧୋପୁର ଡବଲ ଲାଇନ ରେଳ ପ୍ରକଳ୍ପ ସହିତ ଅନ୍ୟାନ୍ୟ ଶକ୍ତି ପରିବହନ ସମ୍ପର୍କିତ ପ୍ରକଳ୍ପର ମଧ୍ୟ ସେ ଶିଳାନ୍ୟାସ କରିବେ ।

Categories
ବିଶେଷ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ: ୫୫୦୦ କୋଟିରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ନାଥଦ୍ୱାରର ଶ୍ରୀନଥଜୀ ମନ୍ଦିର ପରିଦର୍ଶନ କରିବେ। ପ୍ରାୟ ୧୧:୪୫ ରେ ସେ ନାଥଦ୍ୱାରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ପ୍ରଦାନ କରିବେ। ଏହା ପରେ, ଅପରାହ୍ନ ୩.୧୫ ସମୟରେ ପ୍ରଧାନମନ୍ତ୍ରୀ ଆବୁ ରୋଡରେ ଥିବା ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିବେ।

ନାଥଦ୍ୱାରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ୫୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଯନ, ଉତ୍ସର୍ଗ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପର ଧ୍ୟାନ ଭିତ୍ତିଭୂମି ଏବଂ ସଂଯୋଗକୁ ସୁଦୃଢ଼ କରିବା ଉପରେ ରହିବ। ସଡକ ଏବଂ ରେଳ କ୍ଷେତ୍ରର ପ୍ରକଳ୍ପଗୁଡିକ ସାମଗ୍ରୀ ଏବଂ ସେବାଗୁଡିକର ଗତିବିଧିକୁ ମଧ୍ୟ ସହଜ କରିବ, ଯାହାଦ୍ୱାରା ବାଣିଜ୍ୟ ଏବଂ କାରବାର ବୃଦ୍ଧି ହେବ ଏବଂ ଏହି ଅଞ୍ଚଳର ଲୋକଙ୍କ ସାମାଜିକ-ଅର୍ଥନୈତିକ ଅବସ୍ଥା ରେ ଉନ୍ନତି ଆସିବ।

ପ୍ରଧାନମନ୍ତ୍ରୀ ରାଜସମନ୍ଦ ଏବଂ ଉଦୟପୁରରେ ଦୁଇ-ଲେନର ବିକାଶ ପାଇଁ ସଡକ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିବେ।

ଜନସାଧାରଣଙ୍କ ପାଇଁ ଉନ୍ନତ ସୁବିଧା ଯୋଗାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଉଦୟପୁର ରେଳ ଷ୍ଟେସନର ପୁନଃବିକାଶ ପାଇଁ ମୂଳଦୁଆ ପକାଇବେ। ଗେଜ୍ ରୂପାନ୍ତର ପ୍ରକଳ୍ପ ତଥା ନାଥୱାରା ଠାରୁ ରାଜସମନ୍ଦର ନାଥଦ୍ବାର ଟାଉନ୍ ପର୍ଯ୍ୟନ୍ତ ଏକ ନୂତନ ଲାଇନ ସ୍ଥାପନ ପାଇଁ ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।

ଏହା ସହିତ, ପ୍ରଧାନମନ୍ତ୍ରୀ  ଦେଶକୁ ତିନିଟି ଜାତୀୟ ରାଜପଥକୁ ଉତ୍ସର୍ଗ କରିବେ। ଏଥିରେ ରହିଛି ଏନଏଚ-୪୮ ରେ ୧୧୪ କିମିର ଛଅ ଲେନ୍ ଉଦୟପୁରରୁ ସାମଲାଜି ସେକ୍‌ସନ, ଏନଏଚ- 25 ରେ ବାର-ବିଲାରା-ଜୋଧପୁର ସେକ୍ସନରେ ୧୧୦ କିମି ଦୀର୍ଘ ପ୍ରଶସ୍ତିକରଣ ଓ ଦୃଢ଼ୀକରଣ ସହିତ ୪ ଲେନ୍ ପେଭଡ୍‌ ସୋଲ୍‌ଡର ଓ  ଏନଏଚ ୫୮ ଇ ରେ ପେଭ୍‌ଡ ସୋଲ୍‌ଡର ସେକ୍‌ସନ ସହିତ ୪୭ କିମି ଲମ୍ବର ଦୁଇ ଲେନ୍ ସଡ଼କ।

ବ୍ରହ୍ମ କୁମାରି ଶାନ୍ତିବନ କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଏକ ବିଶେଷ ଧ୍ୟାନ ସମଗ୍ର ଦେଶରେ ଆଧ୍ୟାତ୍ମିକ ନବୀକରଣକୁ ଉତ୍ସାହିତ କରିବା ଉପରେ ରହିଛି। ଏହି ପ୍ରୟାସକୁ ଜାରି ରଖି ପ୍ରଧାନମନ୍ତ୍ରୀ ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିବେ। ସେ ଏକ ସୁପର ସ୍ପେସିଆଲିଟି ଚାରିଟେବୁଲ୍ ଗ୍ଲୋବାଲ୍  ହସ୍ପିଟାଲ, ଶିବମଣି ଓଲ୍‌ଡ ଏଜ ହୋମର ଦ୍ବିତୀୟ ପର୍ଯ୍ୟାୟ ଓ ନର୍ସିଂ କଲେଜର ସଂପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ କରିବେ। ୫୦ ଏକର ପରିସରରେ ବ୍ୟାପିଥିବା ଆବୁ ରୋଡରେ ସୁପର ସ୍ପେସିଆଲିଟି ଚାରିଟେବୁଲ୍ ଗ୍ଲୋବାଲ୍ ହସ୍ପିଟାଲ୍ ପ୍ରତିଷ୍ଠା ହେବ। ଏହା ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ପ୍ରଦାନ କରିବ ଏବଂ ଏହି ଅଞ୍ଚଳର ଗରିବ ଏବଂ ଆଦିବାସୀମାନଙ୍କ ପାଇଁ ବିଶେଷ ଲାଭଦାୟକ ହେବ।