Categories
ବିଶେଷ ଖବର ରାଜ୍ୟ ଖବର

କ୍ୟାପିଟାଲ୍‌ ରିଜିଅନ୍‌ ରିଂ ରୋଡ ନିର୍ମାଣ କାର୍ଯ୍ୟ ପାଇଁ ଏହିସବୁ ଜମିକୁ ସରକାର କଲେ ଅଧିଗ୍ରହଣ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବା ନିମେନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜାତୀୟ ରାଜପଥ ପ୍ରାଧିକରଣର ବରିଷ୍ଠ ଅଧିକାରୀମାନେ ନିୟମିତ ସମୀକ୍ଷା ବୈଠକ ଫଳରେ ଜାତୀୟ ରାଜପଥ ପ୍ରକଳ୍ପର ଜମି ଅଧିଗ୍ରହଣରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।

ସମୀକ୍ଷା ପରେ ଜଣାପଡିଲା ଯେ ବିଗତ ୪ ମାସ ମଧ୍ୟରେ ଜାତୀୟ ରାଜପଥ ୨୧୫ରେ ପାଣିକୋଇଲି-ରିମୁଳି ମଧ୍ୟରେ ଜମି ମାଲିକମାନଙ୍କୁ ୨୩୭ କୋଟି ପ୍ରାପ୍ୟ ବଣ୍ଟନ କରାଯାଇ ୧୩୦ ଗ୍ରାମରେ ଓ ରିମୁଳି-କୋଇଡା ମଧ୍ୟରେ ୬୧ କୋଟି ପ୍ରାପ୍ୟ ବଣ୍ଟନ କରାଯାଇ ୨୧ ଗ୍ରାମରେ, କୋଇଡା-ରଜାମୁଣ୍ଡା ମଧ୍ୟରେ ୨୫ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ କରାଯାଇଛି। ଜାତୀୟ ରାଜପଥ-୬ରେ ସିଂହଡା-ବିଞ୍ଜବାହାଲ ମଧ୍ୟରେ ପାଟଣା ତହସିଲରେ ୧୧ ଗ୍ରାମ, କେନ୍ଦୁଝର ତହସିଲରେ ୧୪ ଗ୍ରାମ, ବାଂଶପାଳ ତହସିଲରେ ୯ ଗ୍ରାମ ଓ ତେଲକୋଇ ତହସିଲରେ ୫ ଗ୍ରାମରେ, କରଞ୍ଜିଆ ତହସିଲରେ ୬ ଗ୍ରାମରେ ଜାତୀୟ ରାଜପଥ ନିମନ୍ତେ ଅଧିଗ୍ରହଣ ସମ୍ପୂର୍ଣ ହୋଇପାରିଛି ।

ଜାତୀୟ ରାଜପଥ-୬ରେ ବାହାରଗୋରା-ସିଂହଡା ମଧ୍ୟରେ ୮୭ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ ହୋଇ ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର କରାଯାଇଛି । ଜାତୀୟ ରାଜପଥ-୬ରେ ତିଳେଇବଣି-ସମ୍ବଲପୁର ମଧ୍ୟରେ ୨ ଗ୍ରାମ, ବିଞ୍ଜବାହାଲ-ତିଳେଇବଣି ମଧ୍ୟରେ ବାରକୋଟ ତହସିଲରେ ୨୭ ଗ୍ରାମ, ଦେବଗଡ ତହସିଲରେ ୨୧ ଗ୍ରାମ ଓ ଅନଗୁଳ ତହସିଲରେ ୯ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ ହୋଇପାରିଛି ।

ସେହିପରି ଜାତୀୟ ରାଜପଥ ୨୩ରେ ରଜାମୁଣ୍ଡା-ବାରକୋଟ ମଧ୍ୟରେ ୧୯ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ ହୋଇପାରିଛି । ଜାତୀୟ ରାଜପଥ ୪୨ରେ କଟକ-ଅନୁଗୁଳ ମଧ୍ୟରେ ଢେଙ୍କାନାଳ ତହସିଲରେ ୬୨ ଗ୍ରାମରେ, ଅନଗୁଳ ତହସିଲରେ ୨୧ ଗ୍ରାମରେ ଓ କଟକ ତହସିଲରେ ୨୪ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ ହୋଇସାରିଛି । ସେହିପରି ଜାତୀୟ ରାଜପଥ ୪୨ରେ ଅନୁଗୁଳ-ସମ୍ବଲପୁର ମଧ୍ୟରେ ଜମି ମାଲିକମାନଙ୍କୁ ୪୩୮ କୋଟି ପ୍ରାପ୍ୟ ବଣ୍ଟନ କରାଯାଇ ୧୧୬ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ ହୋଇସାରିଛି ।

ଜାତୀୟ ରାଜପଥ ୨୩ରେ ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ ମଧ୍ୟରେ ୫୧ ଗ୍ରାମରେ ଓ ରଜାମୁଣ୍ଡା-ବାରକୋଟ ମଧ୍ୟରେ ୨୨ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ ହେଇଛି ।
ସେହିପରି ଦକ୍ଷିଣାଞ୍ଚଳ ରାଜସ୍ୱ ଡିଭିଜନରେ ଜାତୀୟ ରାଜପଥ ୧୩୦- ଈଉରେ ଧନରା-କାଳିଆଗୁଡ଼ା ମଧ୍ୟରେ ୫୦ ଗ୍ରାମରେ, କାଳିଆଗୁଡା-ଆଲୁରୁ ମଧ୍ୟରେ ୧୨ ଗ୍ରାମରେ, କାଳିଆଗୁଡା-ବରଜ ମଧ୍ୟରେ ୧୪ ଗ୍ରାମରେ, କର୍କୀ-କାଳିଆଗୁଡା ମଧ୍ୟରେ ୬ ଗ୍ରାମରେ ଓ କାଳିଆଗୁଡ଼ା-ବଉନଗୁଡା ମଧ୍ୟରେ ୧୧ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ ହୋଇସାରିଛି
ସେହିପରି ଜାତୀୟ ରାଜପଥ ୨୦୦ରେ ତାଳଚେର-କାମାକ୍ଷାନଗର-ଡୁବୁରୀ ମଧ୍ୟରେ ୮ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ ହୋଇ ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର ହୋଇସାରିଛି ।

ଜାତୀୟ ରାଜପଥ-୧୬ରେ ଚଣ୍ଡିଖୋଲ-ଜଗତପୁର-ଭୁବନେଶ୍ୱର ମଧ୍ୟରେ ୫୯ ଗ୍ରାମରେ ଜମି ଜାତୀୟ ରାଜପଥ ପ୍ରାଧିକରଣକୁ ହସ୍ତାନ୍ତର ହୋଇଯାଇଛି । ବାଲେଶ୍ୱର-ଝାରପୋଖରିଆ ମଧ୍ୟରେ ୨୭ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ ହୋଇସାରିଛି ।
ଜାତୀୟ ରାଜପଥ ପ୍ରାଧିକରଣର ସମସ୍ତ ପୁରୁଣା ପ୍ରକଳ୍ପରେ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ ହୋଇଯାଇଥିବାରୁ ଜାତୀୟ ରାଜପଥ ଅଧିକାରୀମାନେ କିଛି ନୂଆ ପ୍ରକଳ୍ପ ଯଥା କ୍ୟାପିଟାଲ ରିଜିଅନ ରିଂ ରୋଡ, ସମ୍ବଲପୁର ନେକଲେସ ରୋଡ, ପୁରୀ-ଭୁବନେଶ୍ୱର ରୋଡ, ଗୋପାଳପୁର-ଛତ୍ରପୁର ମଧ୍ୟରେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ପାଇଁ ରାଜସ୍ୱ ବିଭାଗକୁ ଅନୁରୋଧ କରିଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ସବୁ ପ୍ରକଳ୍ପର ଜମି ଅଧିଗ୍ରହଣରେ କୌଣସି ବିଳମ୍ବ ନ କରିବାକୁ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ହିତାଧିକାରୀଙ୍କୁ ନିୟମ ଅନୁଯାୟୀ ପ୍ରାପ୍ୟ ବଣ୍ଟନ ପରେ ତତ୍କାଳ ଦାଖଲ ଖାରଜ ଫଇସଲା କରି ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର ଉପରେ ଗୁରୁତ୍ୱାରୋପ କରାଯାଇଥିଲ। ଦେଶ ଓ ରାଜ୍ୟରେ ଜାତୀୟ ରାଜପଥ ସରବରାହର ଅନ୍ୟତମ ମୁଖ୍ୟ ମାଧ୍ୟମ। ତେଣୁ ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଓ ଜମି ହସ୍ତାନ୍ତର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ସମାପନ କରିବାକୁ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।