Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ଅଲ୍ଟ୍ରାସାଉଣ୍ଡର ବ୍ୟବହାର ନେଇ ଏକ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଅଲ୍ଟ୍ରାସାଉଣ୍ଡର ବ୍ୟବହାର ନେଇ ଗୁରୁବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।

ଭୁବନେଶ୍ୱରରେ ଶୁକ୍ରବାର ଠାରୁ ୩ ଦିନିଆ ଆଇଏପି ଇନ୍‌ଟେନ୍‌ସିଭ୍ କେୟାର ଚାପ୍ଟର (ପେଡିକ୍ରିଟିକନ୍ ୨୦୨୨) ର ୨୪ତମ ଜାତୀୟ ସମ୍ମିଳନୀ ଆୟୋଜିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ “ପଏଂଟ ଅଫ୍ କେୟାର ଅଲ୍‌ଟ୍ରାସାଉଣ୍ଡ” ଓ “ଏବିଜି ଫ୍ଲୁଇଡ୍ ଇଲେକ୍ଟ୍ରୋଲାଇଟ୍‌” ଶୀର୍ଷକ ଦୁଇଟି ସମ୍ମିଳନୀ ପୂବ କର୍ମଶାଳା ଆୟୋଜିତ ହୋଇଥିଲା।

ଏହି କର୍ମଶାଳାରେ ଦେଶ ବିଦେଶରୁ ପ୍ରାୟ ୮୦ ଜଣ ପ୍ରତିନିଧି ଭାଗ ନେଇଥିଲେ। “ଅଲ୍‌ଟ୍ରାସାଉଣ୍ଡର ” ଶୀର୍ଷକ କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ସିନିୟର କନ୍‌ସଲଟାଂଟ ଡାକ୍ତର ଧୀରେନ୍ ଗୁପ୍ତା, ମୁମ୍ବାଇସ୍ଥିତ ଲୀଳାବତୀ ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ସେଂଟରର ପ୍ରତିଷ୍ଠିତ କ୍ରିଟିକାଲ୍ କେୟାର ସ୍ପେଶାଲିଷ୍ଟ ଡାକ୍ତର ଶେଖ୍ ଅହମ୍ମଦ ମିନାଜ୍ ଓ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତାଦେବୀ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶେଷରେ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ପ୍ରଫେସର ଡାକ୍ତର ମୃତ୍ୟୁଞ୍ଜୟ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କର୍ମଶାଳାରେ ମାଲେସିଆର ଡାକ୍ତର ଗ୍ୟାନ୍ ଚିଙ୍ଗ ସେନ୍‌, ଇଣ୍ଡୋନେସିଆର ଡାକ୍ତର ରିରି ପାକ୍‌ରିନା ମାଲିସି, ଥାଇଲାଣ୍ଡର ଡାକ୍ତର ରୁଜିପାଟ ଏବଂ ୟୁଏଇର ଡାକ୍ତର ବିଜୟ ୱିଲିୟମ୍‌୍‌ସ ପ୍ରମୁଖ ଉପସ୍ଥିତ ଥିଲେ।

କର୍ମଶାଳାକୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ପ୍ରଫେସର ମୃତ୍ୟୁଞ୍ଜୟ ଦାଶ, ପ୍ରଫେସର ଦେବସ୍ମିତା ରଥ ଓ ଡାକ୍ତର ଜେ. ବିକ୍ରାନ୍ତ ପୃଷ୍ଟି ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ରଚିତା ଷଢ଼ଙ୍ଗୀ, ପ୍ରଫେସର ଅରକ୍ଷିତ ସ୍ୱାଇଁ, ପ୍ରଫେସର ଯଶଶ୍ରୀ ଚୌଧୁରୀ, ଡାକ୍ତର ବ୍ରଜ କିଶୋର ବେହେରା, ଡାକ୍ତର ସାଗର, ଡାକ୍ତର ନିତିଶ, ଡାକ୍ତର ମୃଣ୍ମୟ ଏବଂ ଡାକ୍ତର ସୁଚିସ୍ମିତା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ: ଦଶଟି ଗ୍ରାମରେ ୨୨ଟି ପ୍ରଶିକ୍ଷଣ ଶିବିର କଲେ ସୋଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର ଉପକଣ୍ଠ ସ୍ଥିତ ୧୦ ଟି ଗ୍ରାମରେ ଗ୍ରାମ ସଂଯୋଗୀକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୭ ନଭେମ୍ବରରୁ ୧୩ ଡିସେମ୍ବର, ଗୋଟିଏ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଚତୁର୍ଥ ବର୍ଷର ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱର ଉପକଣ୍ଠରେ ଥିବା କୁଜିମହଲ, ଶିମିଳିପାଟଣା, ମେଣ୍ଢାଶାଳ, ଛତାବର, ଗିରିଙ୍ଗାପୁଟ, ଦାସପୁର, କାଟେଣି, କଂଟାବାଡ, ଭୋଳା ଓ ଅନ୍ଧାରୁଆ ପ୍ରଭୃତି ଗ୍ରାମକୁ ସାମିଲ କରାଯାଇଥିଲା।

ଛାତ୍ରଛାତ୍ରୀମାନେ ଏହି ଗ୍ରାମଗୁଡ଼ିକୁ ପରିଦର୍ଶନ କରିବା ସହ ଗ୍ରାମର ସାମାଜିକ, ଅର୍ଥନୈତିକ ଓ କୃଷିଭିତିକ ତଥ୍ୟ ଆଧାରରେ ରେଖାଚିତ୍ରମାନ ପ୍ରସ୍ତୁତ କରିଥିଲେ। ଏଥି ସହିତ କୃଷି ଓ କୃଷିଜାତ ଉତ୍ପାଦମାନଙ୍କର ବିକ୍ରୟ ଓ ବଜାରୀକରଣ ବିଷୟରେ ଅଗ୍ରଣୀ କୃଷକମାନଙ୍କ ସହ ଆଲୋଚନା କରି ସେମାନଙ୍କର କ୍ଷେତ୍ର ପରିଦର୍ଶନ କରିଥିଲେ। ଗ୍ରାମରେ ଏବେ ଅନୁଭୂତ ହେଉଥିବା କୃଷି ପ୍ରତି ବିମୁଖତାର କାରଣ, ଧାନ ଓ ପନିପରିବା ଫସଲର ବୈଜ୍ଞାନିକ ପଦ୍ଧତିରେ ଚାଷ ଓ ଏହାର ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ପର୍ଯ୍ୟାଲେଚନା ମଧ୍ୟ କରାଯାଇଥିଲା।
ଚଳିତ ମାସରେ ପାଳିତ ହୋଇଥିବା ବିଶ୍ୱ ମୃତିକା ଦିବସରେ ମଧ୍ୟ ସବୁ ଗ୍ରାମରେ କୃଷକ ଓ ଅନ୍ୟାନ୍ୟ ଗ୍ରାମବାସୀମାନଙ୍କୁ ନେଇ ମୃତିକାର ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଡକ୍ଟର ଭୁବନାନନ୍ଦ ଅଧିକାରୀ, ଡକ୍ଟର ମାନସ ପଟେଲ, ଡକ୍ଟର ସିମନ୍ତିନି ଶାସନୀ, ଡକ୍ଟର ସୌମ୍ୟା ମିଶ୍ର, ଡକ୍ଟର ରାମ ପ୍ରସାଦ ନନ୍ଦି, ଡକ୍ଟର ସବ୍ୟସାଚୀ ପ୍ରଧାନ, ଅଧ୍ୟାପକ କୁମାର ସମ୍ଭବ ଗିରି, ଅଧ୍ୟାପକ ରାମକୃଷ୍ଣ ବସ୍ତିଆ, ସୂର୍ଯ୍ୟ ସିଦ୍ଧାନ୍ତ ରଥ, ସୁଶ୍ରୀ ସୁଦର୍ଶନା କର, ଦୀପ୍ତନୁ ଦତ, ଡକ୍ଟର ପ୍ରଣୟ ରାୟ ପ୍ରମୁଖଙ୍କ ତତ୍ୱାବଧାନରେ ଏହି ସବୁ ଗ୍ରାମମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉନ୍ନତ ଓ ବୈଜ୍ଞାନିକ ଉପାୟ ଅବଲମ୍ବନରେ ହେଉଥିôବା ଆଧୁନିକ କୃଷି ଯଥା ଜୈବିକ ଚାଷ, ଅନ୍ତଃ ଚାଷ, ଗୋବର ଗ୍ୟାସ ଉତ୍ପାଦନ, ବିହନ ବିଶୋଧନ, ଛତୁ ଚାଷ, ଜିଆ ଖତ, ମହମାଛି ପାଳନ, ପତ୍ର ରଙ୍ଗ ଚାର୍ଟର ବ୍ୟବହାର, କନ୍ଦ ଜାତୀୟ ଫସଲ ଚାଷ ତଥା ବିଭିନ୍ନ ଫସଲରେ ସମନ୍ୱିତ ସାର, ରୋଗ, କୀଟ ପରିଚାଳନା ବିଷୟରେ ୨୨ଟି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ଶିବିର ଗୁଡ଼ିକରେ ପ୍ରତି ଗ୍ରାମର ଅନେକ ଅଗ୍ରଣୀ କୃଷକ ଓ ଗ୍ରାମବାସୀମାନେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଏହି ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ବାସ୍ତବିକ ସଫଳ ହୋଇଛି ଓ ଏହାର ଉଦ୍ଦେଶ୍ୟ ସାଧିତ ହୋଇଛି ବୋଲି କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ସାହୁ ମତବ୍ୟକ୍ତ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କ ଅକ୍ଳାନ୍ତ ପରିଶ୍ରମରେ ସଂଗୃହୀତ ତଥ୍ୟ ସବୁକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇ ଏହାକୁ ସରକାରୀ ସ୍ତରକୁ ପଠାଗଲେ କୃଷକମାନେ ନିଶ୍ଚୟ ଉପକୃତ ହେବେ ବୋଲି ସହକାରୀ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ ଓ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଅଂଶୁମାନ ଜେନା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସବୁ ଗ୍ରାମର ସରପଂଚ, କୃଷକ ସାଥୀଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସହାୟତା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ସିଟିଭିଏସ୍ ଟିମ୍ ଦ୍ୱାରା ଜଟିଳ ହୃଦ ଅସ୍ତ୍ରୋପଚାର ସମ୍ପାଦିତ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌) ଟିମ୍ ଦ୍ୱାରା ଜୀବନ ପ୍ରତି ବିପଦ ଥିବା ଦୁଇ ଜଣ ରୋଗୀଙ୍କର ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି।

ଏହି ଜୀବନ ପ୍ରତି ବିପଦ ଥିବା ଭଳି ବ୍ୟାଧିରେ ମୃତ୍ୟୁ ହାର ଖୁବ୍ ଅଧିକ। ତେଣୁ ଏଭଳି ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି ଏବଂ ଅଧିକାଂଶ ରୋଗୀ ଚିକିତ୍ସା ନିମନ୍ତେ ରାଜ୍ୟ ବାହାରକୁ ଯାଉଥିବାରୁ ବିଳମ୍ବ ହେତୁ ସେମାନଙ୍କର ମୃତ୍ୟୁ ଘଟୁଛି ବୋଲି ବୁଧବାର ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଟିଭିଏସ୍ ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ସାହୁ ସୂଚନା ଦେଇଛନ୍ତି।

ଆଓର୍ଟିକ୍ ରୁଟ ରିପ୍ଲେସମେଂଟ ଓ ଆର୍ଚ୍ଚ ରିପ୍ଲେସ୍‌ମେଂଟ ଭଳି ଜଟିଳ ହୃଦ ଅସ୍ତ୍ରୋପଚାର ଭାରତର ମାତ୍ର ଅଳ୍ପ କେତୋଟି ସ୍ୱାସ୍ଥ୍ୟାନୁଷ୍ଠାନରେ ଉପଲବ୍ଧ ହେଉଥିବା ବେଳେ ଏହା ଏବେ ସମ୍ ହସ୍ପିଟାଲ୍‌ରେ ମଧ୍ୟ କରାଯାଉଛି ବୋଲି ଡାକ୍ତର ସାହୁ କହିଛନ୍ତି।

ଡାକ୍ତର ସାହୁ କହିଛନ୍ତି ଯେ ସମ୍ ହସ୍ପିଟାଲ୍‌ରେ ଏହି ଅସ୍ତ୍ରୋପଚାର ଦେବଗଡ ଜିଲ୍ଲାର ୨୬ ବର୍ଷିୟ ଯୁବକ ଅନାଦି ଚରଣ ସାହୁଙ୍କ ଶରୀରରେ କରାଯାଇଥିଲା। ୧୫ ଘଂଟାର ଏହି ଅସ୍ତ୍ରୋପଚାରରେ ଆଓର୍ଟିକ୍ ରୁଟ୍ ରିପ୍ଲେସ୍‌ମେଂଟ ଏବଂ ଆର୍ଚ୍ଚ ରିପ୍ଲେସ୍‌ମେଂଟ କରାଯାଇଥିଲା।

ରୋଗୀ ଜଣକ ଶରୀରରେ ମାରଫାନ୍ ସିଣ୍ଡ୍ରୋମ୍ ଭଳି ବଂଶଗତ ତୃଟି ଦେଖାଦେଇଥିଲା ଯେଉଁ କାରଣରୁ ତାଙ୍କ ଶରୀରରେ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ଥିଲା। ଏହି ରୋଗରେ ମୃତ୍ୟୁ ହେବାର ଖୁବ୍ ଅଧିକ ବୋଲି ସେ କହିବା ସହ ତାଙ୍କ ଟିମ୍ ଦ୍ୱାରା ଦ୍ୱିତୀୟ ରୋଗୀଙ୍କର ମଧ୍ୟ ସଫଳ ଅସ୍ତ୍ରୋପଚାର ହୋଇପାରିଛି ବୋଲି ସେ କହିଛନ୍ତି।

ସେହିପରି ତାଳଚେର ଅଂଚଳର ୨୨ ବର୍ଷିୟ ବିଶ୍ୱଜିତ୍ ବେହେରା ମଧ୍ୟ ସମାନ୍ ବ୍ୟାଧିରେ ପୀଡ଼ିତ ଥିଲେ ଏବଂ ୮ ଘଂଟାର ଅସ୍ତ୍ରୋପଚାର ପରେ ସେ ସୁସ୍ଥତା ଲାଭ କରିଛନ୍ତି।

ଏହା ଏକ ଜଟିଳ ବ୍ୟାଧି କାରଣ ଏହା ଦ୍ୱାରା କେବଳ ହୃଦ ରୋଗ ନୁହେଁ ଶରୀରର ଅନ୍ୟାନ୍ୟ ଅଂଗ ଯେପରିକି ମସ୍ତିଷ୍କ ଓ କିଡ୍‌ନୀ କୁ ରକ୍ତ ପ୍ରବାହକୁ ବ୍ୟାହତ କରିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ଚିକିତ୍ସା ଓ ଅସ୍ତ୍ରୋପଚାର କରାଯାଇଥାଏ ବୋଲି ଡାକ୍ତର ସାହୁ କହିଛନ୍ତି। ଏହି ସମସ୍ୟାରେ ପୀଡ଼ିତ ରୋଗୀମାନଙ୍କର ଛାତି, ଅଂଟା, ତଳିପେଟରେ ଯନ୍ତ୍ରଣା ହେବା ସହ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ ଏବଂ ଛାତି ଧଡ଼ଧଡ଼ ହେବା ଭଳି ସମସ୍ୟା ଦେଖାଦିଏ ବୋଲି ସେ କହିଛନ୍ତି।

ଏହି ଦୁଇଟି ଅସ୍ତ୍ରୋପଚାର ଟିମ୍‌ରେ ଡାକ୍ତର ସାହୁଙ୍କ ସମେତ କାର୍ଡିଆକ୍ ଆନେସ୍‌ଥେସିଆ ବିଭାଗର କନ୍‌ସଲଟାଂଟ ଡାକ୍ତର ସୁଶାନ୍ତ କୁମାର ଭୋଇ ଓ କାର୍ଡି÷ଆକ୍ କନ୍‌ସଲଟାଂଟ ଡାକ୍ତର ମାନଭଞ୍ଜନ ଜେନା କହିଥିଲେ।

ଡାକ୍ତର ଭୋଇ କହିଛନ୍ତି ଯେ ଦୁଇଟି ଅସ୍ତ୍ରୋପଚାର ଖୁବ୍ ବିପଦ ସଂକୁଳ ଥିଲା କିନ୍ତୁ ଆମେ ସଫଳତାର ସହ ଏହା ସମ୍ପାଦିତ କରିପାରିଛୁ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଦୁଇ ଜଣ ରୋଗୀଙ୍କର ଅସ୍ତ୍ରୋପଚାର ଓ ଚିକିତ୍ସା ବିନା ମୂଲ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କରାଯାଇଛି ଓ ଏହି ପ୍ରକାର ଚିକିତ୍ସା ନିମନ୍ତେ ଏହି ସୁବିଧା ଉପଲବ୍ଧ ଅଟେ।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଦୁଇ ଜଣ ରୋଗୀ ଅନାଦି ଚରଣ ସାହୁ ଓ ବିଶ୍ୱଜିତ ବେହେରା କହିଥିଲେ ଅସ୍ତ୍ରୋପଚାର ପରେ ସେମାନେ ପୂର୍ବାପେକ୍ଷା ସୁସ୍ଥ ଅନୁଭବ କରୁଛନ୍ତି ଏବଂ ନିଜର ଦୈନନ୍ଦିନ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିଛନ୍ତି। “ମୁଁ ଯେତେବେଳେ ହସ୍ପିଟାଲ୍‌କୁ ଆସିଲି ସେତେବେଳେ କଥା କହିପାରୁ ନଥିଲି ଏବଂ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲି। ବର୍ତ୍ତମାନ ମୁଁ ଖୁବ୍ ସୁସ୍ଥ ଅନୁଭବ କରୁଛି” ବୋଲି ଅନାଦି ଚରଣ ସାହୁ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ସାମନ୍ତସିଂହାର, ଡାକ୍ତର ସାହୁ, ଡାକ୍ତର ଭୋଇ, ଡାକ୍ତର ଜେନାଙ୍କ ସମେତ ବିଏସ୍‌କେୱାଇର କର୍ପୋରେଟ ମୁଖ୍ୟ ଡାକ୍ତର ମାଗୁଣି ବେହେରା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପକ୍ଷରୁ ଟ୍ରାଫିକ୍ ସଚେତନତା ଅଭିଯାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ମଙ୍ଗଳବାର ଏକ ସପ୍ତାହ ବ୍ୟାପୀ ଟ୍ରାଫିକ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) କ୍ୟାମ୍ପସ୍ ସମ୍ମୁଖରେ ଏହି ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ପ୍ରତ୍ୟେକ ଜୀବନ ମୂଲ୍ୟବାନ। ତେଣୁ ଦୁର୍ଘଟଣାରେ ଘଟୁଥିବା ଅଘଟଣକୁ ରୋକିବା ଦିଗରେ ପ୍ରୟାସ କରି ସିଟ୍‌ବେଲ୍ଟ ଓ ହେଲ୍‌ମେଟର ବ୍ୟବହାର ଦିଗରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସଚେତନ କରାଇଛନ୍ତି ସୋଆ କର୍ତୃପକ୍ଷ।

ଏହି ଅବସରରେ ସୋଆର କୁଳାଧିପତି ପ୍ରଫେସର ଦେବୀ ପ୍ରସାଦ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଟିଇଆର୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ କିଭଳି ଏଭଳି ଅଘଟଣରୁ ରକ୍ଷା ପାଇପାରିବେ ସେ ବିଷୟରେ ସଚେତନ କରାଇଥିଲେ।

ଏହି ସଚେତନତା ଅଭିଯାନରେ ସୋଆ ପକ୍ଷରୁ ହେଲ୍‌ମେଟ ପିନ୍ଧି ଆସିଥିବା ଛାତ୍ରମାନଙ୍କୁ ହଳଦିଆ ଗୋଲାପ ସହ ଛାତ୍ରୀମାନଙ୍କୁ ହଳଦିଆ ଗୋଲାପ ସହ ଚକଲେଟ୍ ଦେଇ ଧନ୍ୟବାଦ ଦିଆଯାଇଥିଲା।

ସେହିପରି ହେଲ୍‌ମେଟ ନ ପିନ୍ଧି ଆସିଥିବା ଛାତ୍ରମାନଙ୍କୁ ନାଲି ଗୋଲାପ ସହ ଛାତ୍ରୀମାନଙ୍କୁ ନାଲି ଗୋଲାପ ଓ ଚକ୍‌ଲେଟ୍ ଦେଇ ହେଲ୍‌ମେଟ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି କାର୍ଯକ୍ରମରେ ଆଇଟିଇଆର୍ ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଡାଇରେକ୍ଟର ରିସୋର୍ସେସ୍ ତଥା ସିଭିଓ ଯୁଗଳ କିଶୋର ଦାସ, ଲ’ ଡାଇରେକ୍ଟର ସଞ୍ଜୟ କୁମାର ସାହୁଙ୍କ ସମେତ ଆଇଟିଇଆର୍‌ର ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମକୁ ସୋଆର ଆସିଷ୍ଟାଂଟ ମ୍ୟାନେଜର ସିଦ୍ଧାର୍ଥ ଦାସ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଆଇଟିଇଆର୍ କ୍ୟାମ୍ପସରେ ସପ୍ତାହବ୍ୟାପି ଚାଲିବ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ପୂର୍ବତନ ଛାତ୍ର ତଥା ଦମନ୍ ଚଳଚ୍ଚିତ୍ରର ଅଭିନେତା ଦୀପନ୍ୱିତ ଦାସମହାପାତ୍ରଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବର୍ତ୍ତମାନ ଚଳଚ୍ଚିତ୍ର ଜଗତରେ ଚହଳ ପକାଇଥିବା ଓଡ଼ିଆ ଚଳଚ୍ଚିତ୍ର “ଦମନ୍‌”ର ସହଅଭିନେତା ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୂର୍ବତନ ଛାତ୍ର ଦୀପନ୍ୱିତ ଦାଶମହାପାତ୍ରଙ୍କୁ ସାମାଜିକ ବାର୍ତା ପ୍ରଦାନ କରୁଥିବା ଏହି ଚଳଚ୍ଚିତ୍ରରେ ତାଙ୍କର ନିଖୁଣ ଅଭିନୟ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧିତ କରିଯାଇଛି।

ଓଡ଼ିଶାର ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ ସହିତ ଅନ୍ଧବିଶ୍ୱାସକୁ ଦୂର କରିବା ଦିଗରେ ଜଣେ ଡାକ୍ତର ଏବଂ ତାଙ୍କର ସହଯୋଗୀ ଫାର୍ମାସିଷ୍ଟଙ୍କ ଆପ୍ରାଣ ଉଦ୍ୟମ ଓ ନିରବଚ୍ଛିନ୍ନ୍ ସଂଘର୍ଷର କାହାଣୀକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି। ଅଭିନେତା ବାବୁସାନ୍ ମହାନ୍ତି ଡାକ୍ତର ଭୂମିକାରେ ଅଭିନୟ କରିଥିବା ଏହି ଚଳଚ୍ଚିତ୍ରକୁ ରାଜ୍ୟ ସରକାର ଟିକସମୁକ୍ତ କରିଛନ୍ତି।

ଏହି ଚଳଚ୍ଚିତ୍ରରେ ଫାର୍ମାସିଷ୍ଟ ଭୂମିକାରେ ଅଭିନୟ କରିଥିବା ଦୀପନ୍ୱିତ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପୂର୍ବତନ ଛାତ୍ର ଓ୨୦୧୭ ମସିହାରେ ସେ ପାସ କରିଛନ୍ତି । କଲେଜ ଦିନରୁ ହିଁ ସେ ଅଭିନୟ କ୍ଷେତ୍ରରେ ରୁଚି ରଖିଥିଲେ ଏବଂ ଆଇଟିଇଆର୍‌ର ଡ୍ରାମାଟିକ୍ କ୍ଲବ୍ ଟନେଲ୍‌ଷ୍ଟକ ଏବଂ ଉତ୍ତର ପୁରୁଷ ଥିଏଟର ଗ୍ରୁପ୍ ସମେତ ବିଭିନ୍ନ ପ୍ରତିଷ୍ଠିତ ଥିଏଟର ଗ୍ରୁପ୍ ସହିତ ସେ ସମ୍ପୃକ୍ତ। ସେ ଭୁବନେଶ୍ୱରସ୍ଥିତ ଜୀବନରେଖା ଥିଏଟର ଗ୍ରୁପ୍‌ର ମଧ୍ୟ ଜଣେ ପ୍ରମୁଖ ସଦସ୍ୟ ଅଟନ୍ତି।

ଦମନ୍ ଚଳଚ୍ଚିତ୍ରରେ ବାବୁସାନ୍‌ଙ୍କ ସହ ଫାର୍ମାସିଷ୍ଟ ଭାବେ ତାଙ୍କର ଭୂମିକାକୁ ନେଇ ଦୀପନ୍ୱିତ ପ୍ରଶଂସିତ ହୋଇଛନ୍ତି। ତାଙ୍କର ଚଳଚ୍ଚିତ୍ର “ପ୍ରତୀକ୍ଷା” ଆଇଏଫ୍‌ଏଫ୍‌ଆଇ – ୨୦୨୨ ର ଇଣ୍ଡିଆନ୍ ପାନୋରାମା ସେକ୍ସନ୍‌ରେ ସ୍କ୍ରିନିଂ ନିମନ୍ତେ ମନୋନୀତ ହୋଇଥିବା ବେଳେ ୱାଶିଂଟନ ଡିସି ସ୍ଥିତ ସାଉଥ ଏସିଆ ଫିଲ୍ମ ଫେଷ୍ଟିଭାଲ୍ -୨୦୨୨ ରେ ବେଷ୍ଟ ଷ୍ଟୋରୀ ଫିଚର୍ ଫିଲ୍ମ ଆୱାର୍ଡ ପାଇଛି।

ଏହି ଅବସରରେ ଦୀପନ୍ୱିତ ନିଜର ଶିକ୍ଷାନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ଏହା ତାଙ୍କ ନିମନ୍ତେ ଏକ ବିଶେଷ ମୂହୁର୍ତ ବୋଲି କହିଥିଲେ ଏବଂ ତାଙ୍କର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କୁ ଉତ୍ସାହିତ କରିଥିବାରୁ କୃତଜ୍ଞତା ଜଣାଇଥିଲେ।

“ଆଇଟିଇଆର୍‌ରେ ନାମ ଲେଖାଇବା ପୂର୍ବରୁ ମୋତେ ଅଭିନୟ ବିଷୟରେ କିଛି ଜଣା ନଥିଲା। ଟନିଲଷ୍ଟକରେ ଯୋଗ ଦେବା ପରେ ଅଭିନୟ ଶିଖି ପାରିଲି” ବୋଲି ସେ କହିଥିଲେ।

ଦମନ ଚଳଚ୍ଚିତ୍ରରେ ତାଙ୍କର ନିଖୁଣ ଅଭିନୟ ନିମନ୍ତେ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଦୀପନ୍ୱିତଙ୍କୁ ପ୍ରଶଂସା କରିବା ସହ ଏହି କ୍ଷେତ୍ରରେ ତାଙ୍କର ଉତୋରତର ଉନ୍ନତି କାମନା କରିଥିଲେ।

ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଟିଇଆର୍‌ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଆସୋସିଏଟ୍ ଡିନ୍ ପ୍ରଫେସର ଧିରେନ୍ଦ୍ରନାଥ ଥାଟୋଇ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା, ଆଇଟିଇଆର୍ ୱାର୍ଡେନ୍ ପ୍ରଫେସର ରଞ୍ଜନ କୁମାର ମଲ୍ଲିକ୍ ଏବଂ ଆସୋସିଏଟ୍ ପ୍ରଫେସର ଡଃ ସତୀଶ ସାମଲ୍ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମେକ୍ ଇନ୍ ଓଡିଶା କନ୍‌କ୍ଳେଭ୍‌ରେ ସୋଆର ଷ୍ଟଲ ଉଦ୍‌ଘାଟିତ

ଭୁବନେଶ୍ୱର: ନିବେଶକ ମହାକୁମ୍ଭ ମେକ୍ ଇନ୍ ଓଡିଶା ନଭେମ୍ବର ୩୦ ବୁଧବାର ଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା ଏହି ଶିଳ୍ପ ମହାକୁମ୍ଭରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ମଧ୍ୟ ଷ୍ଟଲ ଖୋଲା ଯାଇଛି। ସୋଆର ଏହି ଷ୍ଟଲ୍ କୁ ଉଦ୍‌ଘାଟନ କରିଛନ୍ତି ଆଇଟି ସଚିବ ମନୋଜ ମିଶ୍ର। କୃଷି ଓ ପଶୁ ସଂପଦ, ଦନ୍ତ ଚିକିତ୍ସା ଓ ଡାକ୍ତରୀ ଚିକିତ୍ସା କ୍ଷେତ୍ରକୁ ନେଇ ଏହି ଷ୍ଟଲ ପ୍ରଦର୍ଶିତ ହୋଇଥିଲା।

ଏଥିସହିତ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜ୍‌ମେଂଟ ପକ୍ଷରୁ ମଧ୍ୟ ଏକ ଖାଦ୍ୟ ଷ୍ଟଲ୍ ଖୋଲା ଯାଇଥିଲା। ଏହି ଷ୍ଟଲକୁ ଏସଟିପିଆଇର ନିର୍ଦ୍ଦେଶକ ମାନସ ପଣ୍ଡା ଉଦଘାଟନ କରିଥିଲେ। ଏହି ଫୁଡ୍ ଷ୍ଟଲରେ ଆମିଷ ଓ ନିରାମିଷ ଖାଦ୍ୟ ସହିତ ଓଡିଶାର ପାରମ୍ପାରିକ ଓଡିଆ ଖାଦ୍ୟ ମଧ୍ୟ ପରିବେଷଣ କରାଯାଇଥିଲା।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ସୋଆର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ପ୍ରୋଚାନସେଲର ପ୍ରଫେସର ଅମିତ୍ ବାନାର୍ଜୀ, ପ୍ରଫେସର ରେଣୁ ଶର୍ମା, ଜଏଂଟ ରେଜିଷ୍ଟ୍ରାର ପ୍ରଫେସର ଶଶାଙ୍କ ମିଶ୍ର, ପ୍ରମେୟ ଓ ନ୍ୟୁଜ ସେଭେନର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ନ୍ୟୁଜ ସେଭେନର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ ଓ ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଓ ଦିଲ୍ଲୀରେ ଅବସ୍ଥାପିତ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସଡି ପ୍ରୀତମ୍ ନାୟକ ଓ ନିର୍ଦ୍ଦେଶକ ଲଜିଷ୍ଟିକ ଦେବବ୍ରତ ଦାଶ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବଡ଼ଦିନ ପୂର୍ବରୁ ଏସ୍‌ଏଚ୍‌ଏମ୍‌ରେ କେକ୍ ମିକ୍ସିଙ୍ଗ୍ ଉତ୍ସବ

ଭୁବନେଶ୍ୱର: ବଡ଼ଦିନ ଆଉ ମାତ୍ର ଗୋଟିଏ ମାସ ବାକି ଥିବା ବେଳେ ଏହି ଉତ୍ସବକୁ ଅଧିକ ଚଳଚଂଚଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ଶନିବାର ଦିନ ଏକ କେକ୍ ମିକ୍ସିଙ୍ଗ୍ ପ୍ରସ୍ତୁତି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

୧୭୦୦ ଶତାବ୍ଦୀରେ ୟୁରୋପରେ ଏହି ପାରମ୍ପରିକ କେକ୍ ମିକ୍ସିଙ୍ଗ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହାକୁ ଶୁଭ ସମୟ ଓ ଆନନ୍ଦର ବାର୍ତାବହ ବୋଲି କୁହାଯାଇଥାଏ। ଏହି ସମୟରେ ଅଧିକ ପରିମାଣର ଫଳ ଏବଂ ବାଦାମ ଜାତୀୟ ଦ୍ରବ୍ୟ ଉତ୍ପାଦନ ହେଉଥିବାରୁ କେକ୍ ପ୍ରସ୍ତୁତ କରିବା ଖୁବ୍ ସହଜ ହୋଇଥାଏ।

ଏହି ପାରମ୍ପରିକ ବଡ଼ଦିନ କେକ୍ ବା ବଡ଼ଦିନ ପୁଡିଙ୍ଗ୍‌ରେ ଅନେକ ପରିମାଣର ଡ୍ରାଏ ଫ୍ରୁଟ, ଅଣ୍ଡା ଏବଂ ମଇଦାରେ ପ୍ରସ୍ତୁତ କରାଯାଇଥାଏ। ଅନେକ କେକ୍‌ରେ ଡ୍ରାଏ ଫ୍ରୁଟ୍‌୍‌ସ, ଚେରି ଫ୍ରୁଟି, କାନ୍‌ବେରୀ, ଖଜୁରୀ ପ୍ରଭୃତି ୭୦ ପ୍ରକାର ଦ୍ରବ୍ୟ ବ୍ୟବହୃତ ହୋଇଥାଏ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍‌୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ଭୁବନେଶ୍ୱର ସ୍ଥିତ ତାଜ ବିଭାନ୍ତ ହୋଟେଲ୍‌ର ଏଚ୍‌ଆର୍ ମ୍ୟାନେଜର ଉଦୟ ଶଙ୍କର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଏଚ୍‌ଏମ୍‌ର ଡିନ୍ ଡଃ ସପନ କୁମାର ସାଢ଼ୁଆଲ୍‌, ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଏବଂ ଅନ୍ୟାନ୍ୟ ଫ୍ୟାକଲ୍ଟି, ଛାତ୍ରଛାତ୍ରୀ ଏବଂ ମେମ୍ବର୍ସମାନେ ଉପସ୍ଥିତ ଥିଲେ।

ଏହି କେକ୍ ମିକ୍ସିଙ୍ଗ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ବିଭିନ୍ନ ସ୍କୁଲ୍ ଏବଂ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପକ୍ଷରୁ ୧୬ତମ ଆଇଏପି ଜୋନାଲ କୁଇଜ୍ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗ ପକ୍ଷରୁ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୬ତମ ଆଇଏପି ଜୋନାଲ୍ (ଇଷ୍ଟଜୋନ୍‌) କୁଇଜ୍ ପ୍ରତିଯୋଗିତା ୨୦୨୨ ଆୟୋଜିତ ହୋଇଯାଇଛି।

ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପେଡିଆଟ୍ରିକ୍ ଓଡ଼ିଶା ଶାଖା ଏବଂ ଆଇଏପି ଭୁବନେଶ୍ୱର ଶାଖାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କୁଇଜ୍ ପ୍ରତିଯୋଗିତାରେ ଏମ୍‌ସ ପାଟନା, ଏସ୍‌ଏସ୍‌କେଏମ୍ କୋଲକାତା, ଟିଏମ୍‌ଏଚ୍ ଜାମ୍‌ସେଦପୁର, କିମ୍ସ ଭୁବନେଶ୍ୱର, ନର୍ଥ ବେଙ୍ଗାଲ୍ ଏମ୍‌ସି, ଦିବ୍ରୁଗଡ, ଆସାମର ୬ଟି ଟିମ୍ ଭାଗ ନେବା ସହ ଜୋନାଲ୍ ରାଉଣ୍ଡରେ ଭାଗ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର, ଆଇଏପି ଓଡ଼ିଶାର ପ୍ରେସିଡେଂଟ ଇଲେକ୍ଟ ଡାକ୍ତର ଏନ୍‌.ଏମ୍‌. ଜେନା ଓ ଜୋନାଲ୍ ସଂଯୋଜକ ଡାକ୍ତର ପି. ସାବତ ଓ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ମମତା ଦେବୀ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଜେ.ବି.କେ ପୃଷ୍ଟି କୁଇଜ୍ ପରିଚାଳନା କରିଥିଲେ। କୁଇଜରେ ବିଚାରକ ଭାବେ ଆସନ ଅଳଙ୍କୃତ କରିଥିଲେ ପ୍ରଫେସର ସରୋଜ ଶତପଥି ଓ ପ୍ରଫେସର ସୁନୀଲ୍ ଅଗ୍ରୱାଲ୍।
ଏହି କୁଇଜ୍ ପ୍ରତିଯୋଗିତାରେ ଏସଏସ୍‌କେଏମ୍ କୋଲକାତା ବିଜୟୀ ହୋଇଥିବା ବେଳେ ଫାଇନାଲ୍ ରାଉଣ୍ଡ ନିମନ୍ତେ ମନୋନୀତ ହୋଇଛନ୍ତି।

ଏହି କୁଇଜ ପ୍ରତିଯୋଗିତାକୁ ଡାକ୍ତର ରଚିତା ଷଢ଼ଙ୍ଗୀ, ଡାକ୍ତର ଦେବସ୍ମିତା, ଡାକ୍ତର ବିଭୁ, ଡାକ୍ତର ବ୍ରଜ, ଡାକ୍ତର ଶାଲିନୀ, ଡାକ୍ତର କଳ୍ପନା, ଡାକ୍ତର ଦେବଶ୍ରୀ, ଡାକ୍ତର ସାଗର, ଡାକ୍ତର ନୀତିଶ, ଡାକ୍ତର ଇପ୍‌ସିତା ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଆଇଏଏସ୍‌ରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଓ ଅଭ୍ୟର୍ଥନା ଉତ୍ସବ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍ସେସ୍‌ରେ ନବାଗତ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱାଗତ ଓ ଅଭ୍ୟର୍ଥନାର ତ୍ରିଦିବସୀୟ ବିଶେଷ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି।

ଚଳିତ ମାସ ୧୭, ୧୮ ଓ ୧୯ ତାରିଖ ତିନି ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନର ଉତ୍ସବରେ ସୋଆର କୁଳାଧିପତି ପ୍ରଫେସର ଡି.ପି.ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କୁ ଭବିଷ୍ୟତର ଗଠନମୂଳକ କାର୍ଯ୍ୟପନ୍ଥା ଓ ନୈତିକ ତଥା ବୌଦ୍ଧିକ ସ୍ତରରେ ଉନ୍ନତି ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପି.କେ ନନ୍ଦ ଯୋଗ ଦେଇ ସମଗ୍ର ଭାରତବର୍ଷରେ ସୋଆ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରିପାରିଛି ବୋଲି ନବାଗତ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ସହ ସେମାନେ ଶିକ୍ଷା ମନସ୍କ ହେବାପାଇଁ ଉପଦେଶ ଦେଇଥିଲେ। ସେହିପରି ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନଙ୍କୁ ମଧ୍ୟ ସନ୍ତାନମାନଙ୍କ ସହ ଯୋଡି ହୋଇ ସେମାନଙ୍କ ଜୀବନର ପ୍ରତି ସୋପାନରେ ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ ପ୍ରଫେସର ନନ୍ଦ।

ଶିକ୍ଷା ଯେ ଉନ୍ନତିର ମୂଳ ମନ୍ତ୍ର ଓ ଛାତ୍ରଛାତ୍ରୀମାନେ ହିଁ ଗୋଟାଏ ଜାତିର ଉନ୍ନତିର ମାନଦଣ୍ଡ ବୋଲି ଉତ୍ସବର ଅନ୍ୟତମ ଅତିଥି ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ମତପୋଷଣ କରିଥିଲେ।

ଆଇଏଏସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ସ୍ୱାଗତ ଅଭିଭାଷଣ ଦେବା ସହ ଭାରତୀୟ କୃଷି ବିଜ୍ଞାନର ଇତିହାସ ଓ ବୈଜ୍ଞାନିକମାନଙ୍କ ଅଦମ୍ୟ ପ୍ରଚେଷ୍ଟା ଓ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଏ ଉତ୍ସବରେ ମହାବିଦ୍ୟାଳୟର ସହକାରୀ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ କୃଷି ବିଜ୍ଞାନକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯିବାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ।

ତିନି ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏ କାର୍ଯ୍ୟକ୍ରମର ପ୍ରଥମ ଉତ୍ସବରେ ଡଃ ଚକ୍ରଧର ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପରେ ପରେ ମହାବିଦ୍ୟାଳୟର ପ୍ରତି ବିଭାଗର ବିଭାଗୀୟ ମୁଖ୍ୟ ଓ ଭାରପ୍ରାପ୍ତ ବିଭାଗୀୟ ମୁଖ୍ୟ ଯଥା ଡଃ ଦୀନବନ୍ଧୁ ଜେନା, ଡଃ ଅକ୍ଷୟ କୁମାର ବେହୁରା, ଡଃ ଅଜୟ ପଟ୍ଟନାୟକ, ଡଃ କାର୍ତିକ ଚନ୍ଦ୍ର ସାହୁ, ଡଃ ଶିଶିର କାନ୍ତ ବେହେରା, ଡଃ ଚୌଧୁରୀ ହର ପ୍ରସାଦ ମିଶ୍ର, ଡଃ ବିଜୟ କୁମାର ମିଶ୍ର, ଡଃ ସୁରେନ୍ଦ୍ର ନାୟକ, ଡଃ ନନ୍ଦିତା ଜେନା, ଡଃ ଆର୍‌. କେ. ରାଜ, ଓ ଡଃ ଏଚ୍‌.ଏନ୍‌. ଅତିବୁଦ୍ଧି ପ୍ରମୁଖ ଚାରି ବର୍ଷର କୃଷି ପାଠ୍ୟକ୍ରମ ଓ ମହାବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥା ସମ୍ବନ୍ଧରେ ଆଲୋକପାତ କରି ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ।

ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ଅଧିବେଶନକୁ ଡଃ ବିଶ୍ୱଜିତ ଲେଙ୍କା, ଡକ୍ଟର ରାମପ୍ରସାଦ ନନ୍ଦି, ଡକ୍ଟର ସୁଶ୍ରୀ ସୁପୂର୍ଣ୍ଣା, ଡକ୍ଟର ସୌମ୍ୟ କୁମାର ସାହୁ ସଂଯୋଜନା କରିଥିବା ବେଳେ ଡକ୍ଟର ଅଂଶୁମାନ ଜେନା, ଡକ୍ଟର କାଜଲ ଶ୍ରୀଚନ୍ଦନ, ଡକ୍ଟର ସ୍ୱୟମ ସିଂହ, ଡକ୍ଟର ଭୁବନାନନ୍ଦ ଅଧିକାରୀ, ଶ୍ରୀମତି ଲୋପାମୁଦ୍ରା ମହାନ୍ତି ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ। ଏହି ଅବସରରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟର ବିଭିନ୍ନ ବିଭାଗ ଓ ଛତାବର ସ୍ଥିତ ଗବେଷଣା କ୍ଷେତ୍ର ପରିଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଏସ୍‌ଏଚ୍‌ଏମ୍‌ରେ ମହିଳାଙ୍କ ନିମନ୍ତେ ରନ୍ଧନ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ମହିଳାମାନେ ନିଜେ ସ୍ୱାବଲମ୍ବୀ ହୁଅନ୍ତୁ ଯାହା ଦ୍ୱାରା ଯେକୌଣସି ପ୍ରତିକୁଳ ପରିସ୍ଥିତି ରେ ମଧ୍ୟ ସେମାନେ ଅସହାୟ ହୋଇପଡିବେ ନାହିଁ। ପ୍ରତ୍ୟେକ ମହିଳା ଙ୍କ ନିକଟରେ ରନ୍ଧନର କଳା ରହିଛି। ଶ୍ରଦ୍ଧା , ଭକ୍ତି ଓ ନିଷ୍ଠାର ସହ କାର୍ଯ୍ୟ କଲେ ସେମାନେ ସଫଳ ହୋଇପାରିବେ ବୋଲି କହିଛନ୍ତି ଫୁଡ୍ ଷ୍ଟାର୍ଟ ଅପ୍ “ରୋଜିସ୍ କିଚେନ୍‌” ର ପରିଚାଳନା ନିର୍ଦ୍ଦେଶିକା ସରୋଜା ଚୌଧୁରୀ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ରେ ମହିଳା ମାନଙ୍କ ନିମନ୍ତେ ବୁଧବାର ଆରମ୍ଭ ହୋଇଥିବା ରନ୍ଧନ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଶ୍ରୀମତି ଚୌଧୁରୀ।

ଶ୍ରୀମତି ଚୌଧୁରୀ କହିଥିଲେ ଯେ ମହିଳାମାନେ ରନ୍ଧନ ର ପ୍ରଶିକ୍ଷଣ ନେଇ ରୋଜଗାରକ୍ଷମ ହେବା ଆବଶ୍ୟକ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରୀକ୍ଷା ନିରୀକ୍ଷକ ପ୍ରଫେସର ମଞ୍ଜୁଳା ଦାସ କହିଥିଳେ ଯେ ପରିବାରକୁ ସୁସ୍ଥ ରଖିବା ର ଦାୟିତ୍ୱ ମହିଳାମାନଙ୍କ ହାତରେ ରହିଥାଏ। ବଜାରର ଅସ୍ୱାସ୍ଥ୍ୟକର ଖାଦ୍ୟ ଅପେକ୍ଷା ମହିଳାମାନେ ଘରେ ହାତ ରନ୍ଧା ପୁଷ୍ଟିକର ଖାଦ୍ୟ ରାନ୍ଧିବା ଦ୍ୱାରା ହିଁ ପରିବାରବର୍ଗ ସୁସ୍ଥ ରହିଥାନ୍ତି। ଖାଦ୍ୟ ରାନ୍ଧିବା ବେଳେ ଖାଦ୍ୟପଦାର୍ଥ, ସମୟ ଏବଂ ପୁଷ୍ଟିକର ଖାଦ୍ୟ ଉପରେ ମହିଳାମାନେ ଗୁରୁତ୍ୱ ଦେବା ଉଚିତ୍ ବୋଲି ପ୍ରଫେସର ଦାସ କହିଥିଲେ।

ବୁଧବାର ନଭେମ୍ବର ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ଏହି ପ୍ରଶିକ୍ଷଣ ଶିବିର “ଉଇ କ୍ୟାନ୍ କୁକ୍‌” ପ୍ରତ୍ୟେକ ଦିନ ଦିନ ୨ଟାରୁ ୫ ଟା ଯାଏଁ ଜାରି ରହିବ। ଏହି ଶିବିରରେ ଇଣ୍ଡିଆନ୍‌,କନ୍‌ଟିନେଟଂଟାଲ୍ ଖାଦ୍ୟ ସମେତ ବିଭିନ୍ନ ବେକିଂ ଓ ମକ୍‌ଟେଲ୍ ର ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏହି ଶିବିରରେ ଭାଗ ନେଇଥିବା ୩୦ ଜଣ ମହିଳା ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।

ଏସଏଚ୍‌ଏମ୍‌ର ଡିନ୍ ଇନ୍‌ଚାର୍ଜ ଡକ୍ଟର ସପନ କୁମାର ସାଢ଼ୁଆଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଫ୍ୟାକ୍ଟଲି ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଆସିଷ୍ଟାଂଟ୍ ପ୍ରଫେସର ସଂଘମିତ୍ରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଛାତ୍ରୀ ଓଜେଏସ୍ ଟପ୍ପର: କୃତ୍ତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି

ଭୁବନେଶ୍ୱର: ଚଳିତ ବର୍ଷ ଓଡିଶା ନ୍ୟାୟିକ ସେବା (ଓଡିଶା ଜୁଡିସିଆଲ୍ ସର୍ଭିସ୍‌) ରେ ଟପ୍ପର ହୋଇଥିବା ସୋଆର ଛାତ୍ରୀ ଆଦ୍ୟାଶା ମିଶ୍ରଙ୍କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ ବୁଧବାର ସମ୍ବର୍ଦ୍ଧିତ କରିଛନ୍ତି। ଚଳିତ ବର୍ଷ ଓଜେଏସ୍‌ରେ ଟପ୍ପର ହୋଇଥିବା ଆଦ୍ୟାଶା ହେଉଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ର ଛାତ୍ରୀ।

ସେହିପରି ଏହି ପରୀକ୍ଷାରେ ନବମ ସ୍ଥାନ ରଖି କୃତିତ୍ୱ ଅର୍ଜନ କରିଥିବା ସୀତେଶ ମହାନ୍ତି ମଧ୍ୟ ଏସ୍‌ଏନ୍‌ଆଇଏଲ୍ ର ଛାତ୍ର। ଏହି ଦୁଇ ଜଣଙ୍କୁ ପ୍ରଫେସର ନାୟକ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଚଳିତ ବର୍ଷ ଓଜେଏସ୍ ପରୀକ୍ଷାରେ ଏସ୍‌ଏନ୍‌ଆଇଏଲ୍‌ର ସର୍ବମୋଟ୍ ୪ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଆଦ୍ୟାଶା ଓ ସିତେଶ ଙ୍କ ଛଡା ଅନ୍ୟ ଦୁଇଜଣ ଛାତ୍ରୀ ହେଲେ ସମୀକ୍ଷା ସ ଓ ଇପ୍ସିତା ଭୋଇ। ସମୀକ୍ଷା ଏହି ପରୀକ୍ଷାରେ ୧୫ତମ ସ୍ଥାନ ଅଧିକାର କରିଥିବା ବେଳେ ଇପ୍ସିତା ୧୭ ତମ ସ୍ଥାନରେ ରହିଛନ୍ତି।

ସୋଆ ପରିଚାଳିତ ଏସ୍‌ଏନ୍‌ଆଇଏଲ୍ ଚଳିତ ବର୍ଷ ଏନ୍‌ଆଇଆରଏଫ୍ ର‌୍ୟାଙ୍କିଙ୍ଗ୍ ରେ ନବମ ସ୍ଥାନ ହାସଲ କରିଥିବା ବେଳେ ଏହି ଅନୁଷ୍ଠାନର ଛାତ୍ରୀ ଓଜେଏସ୍‌ରେ ଟପ୍ପର ହେବା ଏବଂ ଅନ୍ୟ ତିନି ଜଣ ଛାତ୍ରଛାତ୍ରୀ କୃତିତ୍ୱ ଅର୍ଜନ କରିବା ଗର୍ବ ର ବିଷୟ ବୋଲି କହିଛନ୍ତି ପ୍ରଫେସର ନାୟକ। ଏଥି ନିମନ୍ତେ ସେ ଏସ୍‌ଏନ୍‌ଆଇଏଲ୍ ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ଏବଂ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଏହାର ଶ୍ରେୟ ଦେଇଛନ୍ତି।

ସମ୍ବର୍ଦ୍ଧିତ ହେବାପରେ ଓଜେଏସ୍ ଟପ୍ପର ଆଦ୍ୟାଶା ମିଶ୍ର ନିଜର ଖୁସି ବ୍ୟକ୍ତ କରିବା ସହ ଏହାର ଶ୍ରେୟ ବିଶ୍ୱବିଦ୍ୟାଳୟକୁ ଦେଇଛନ୍ତି। ପରୀକ୍ଷାରେ ପ୍ରସ୍ତୁତି ନିମନ୍ତେ ଏସ୍‌ଏନ୍‌ଆଇଏଲ୍ ଡିନ୍ ପ୍ରଫେସର ଆଜାଦ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ମଧ୍ୟ ସେମାନଙ୍କର ସହଯୋଗ ନିମନ୍ତେ ସେ ଧନ୍ୟବାଦ ଜଣାଇଛନ୍ତି।

ସେହିପରି ନବମ ର‌୍ୟାଙ୍କରେ ଥିବା ସୀତେଶ କହିଛନ୍ତି ଯେ ଓଜେଏସ୍ ପରୀକ୍ଷାର ପ୍ରସ୍ତୁତି ନିମନ୍ତେ ଏସ୍‌ଏନ୍‌ଆଇଏଲ୍ ର ଡିନ୍ ତାଙ୍କୁ ଅନେକ ମାତ୍ରାରେ ସାହାଯ୍ୟ କରିଛନ୍ତି। ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବାରୁ ଉଭୟ ଆଦ୍ୟାଶା ଓ ସୀତେଶ ଅତ୍ୟନ୍ତ ଆନନ୍ଦିତ ହୋଇଥିବା କହିଛନ୍ତି।

ଏହି ଅବସରରେ ଏସ୍‌ଏନ୍‌ଆଇଏଲ୍ ର ଡିନ୍ ପ୍ରଫେସର ଆଜାଦ , ସିନିୟର୍ ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ, ସିିନିୟର୍ ପ୍ରଫେସର ମଧୁସୂଦନ ଦାଶ, ଆସୋସିଏଟ୍ ପ୍ରଫେସର ଚିନ୍ମୟ କୁମାର ମହାପାତ୍ର ଏବଂ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆରେ ରକ୍ତଦାନ ଶିବିର: ୧୦୦ ୟୁନିଟ୍ ର ବ୍ଲଡ୍ ସଂଗ୍ରହ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମିଳିତ ସହଯୋଗରେ ମଙ୍ଗଳବାର ଏକ ରକ୍ତଦାନ ଶିବିର ସୋଆ କ୍ୟାମ୍ପସ୍‌- ୨ରେ ଅନୁଷ୍ଠିତ ହୋଇଯାଇଛି।

ଓଡିଶା ବ୍ଲଡ୍ ବ୍ୟାଙ୍କ ଏବଂ ସମ୍ ହସ୍ପିଟାଲ୍ ର ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ଏହି ରକ୍ତଦାନ ଶିବିର ପରିଚାଳନା କରାଯାଇଥିଲା।

ଏହି ରକ୍ତଦାନ ଶିବିରକୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ପ୍ରଫେସର ବସନ୍ତ କୁମାର ପତି ଏବଂ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଉଦ୍‌ଘାଟନ କରିଥିଲେ।

ଏଚ୍‌ଡିଏଫ୍ ସି ବ୍ୟାଙ୍କ ପକ୍ଷରୁ ପ୍ରବନ୍ଧକ ଆର୍‌. ନିଗମ ମିଶ୍ର, ଚିନ୍ମୟ ପ୍ରଧାନ, ପ୍ରିୟବ୍ରତ ସ୍ୱାଇଁ, ଉପ- ପ୍ରବନ୍ଧକ ସଂଘମିତ୍ରା ମହାରଣା, କାର୍ଯ୍ୟକାରୀ କମିଟିର ସହ ସଭାପତି ଅକ୍ଷୟ ମିଶ୍ର ଓ ସମ୍ବିତ୍ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସୋଆର ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କ ଠାରୁ ପ୍ରାୟ ୧୦୦ ୟୁନିଟ୍ ର ବ୍ଲଡ୍ ସଂଗ୍ରହ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସାମୁଦ୍ରିକ ପ୍ରଥାକୁ ନେଇ ଆୟୋଜିତ ୩ ଦିନିଆ ସମ୍ମିଳନୀ ‘ସମୁଦ୍ରମନ୍ଥନ’ ଉଦ୍‌ଯାପିତ

ଭୁବନେଶ୍ୱର: ଭାରତର ସାମୁଦ୍ରିକ ପରଂପରା, ଏହାର ବର୍ତ୍ତମାନର ସ୍ଥିତି ଏବଂ ଭବିଷ୍ୟତର ସମ୍ଭାବନାକୁ ନେଇ ଶିକ୍ଷା ମନ୍ତ୍ରଣାଳୟର ପରିଚାଳିତ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ ଡିଭିଜନ୍‌), ସଂସ୍କୃତି ମନ୍ତ୍ରଣାଳୟ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଆନୁକୂଲ୍ୟରେ କଟକ ଠାରେ ଆୟୋଜିତ ୩ ଦିନିଆ କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ଗୁରୁବାର ଦିନ ଉଦ୍‌ଯାପିତ ହୋଇଯାଇଛି।

ଭୁବନେଶ୍ୱର ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଏହାର ଉଦ୍‌ଘାଟନ ପରେ ପରର୍ବତୀ ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟରେ ବିଭିନ୍ନ ପାନେଲ୍ ଆଲୋଚନା ଏବଂ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାର ଉତ୍କର୍ଷକୁ ନେଇ୨୦୪୭ ସୁଦ୍ଧା ଦେଶର ସାମୁଦ୍ରିକ ଭବିଷ୍ୟତ ବିଷୟରେ ଏକ ଦସ୍ତାବିଜ ପ୍ରସ୍ତୁତ କରାଯିବ।

ଏହି କାର୍ଯ୍ୟକ୍ରମ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ‘ଆଜାଦୀ କା ଅମୃତ ମହୋତ୍ସବ’ ପରିପ୍ରେକ୍ଷୀରେ ଭାରତୀୟ ଜ୍ଞାନ ବ୍ୟବସ୍ଥା ଉପରେ ପ୍ରସ୍ତୁତ ଧାରା ପର୍ଯ୍ୟାୟର ୬ଷ୍ଠ ସଂସ୍କରଣ ହୋଇଥିବା ବେଳେ ଓଡ଼ିଶାର ପ୍ରାଚୀନ ସାମୁଦ୍ରିକ ପ୍ରଥାକୁ ନେଇ କଟକ ଠାରେ ଆୟୋଜିତ ହେଉଥିବା ବାଲିଯାତ୍ରା ସହିତ ଆୟୋଜନ କରାଯାଇଥିଲା।

ସମ୍ମିଳନୀରେ ଉପସ୍ଥିତ ଥିବା ବିଶେଷଜ୍ଞମାନେ ଭବିଷ୍ୟତରେ ଭାରତୀୟ ସାମୁଦ୍ରିକ ସକ୍ଷମତା ଆଧୁନିକ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଓ ନୂତନ ଜ୍ଞାନ ଦକ୍ଷତା ଉପରେ ନିର୍ଭର କରିବ ବୋଲି ମତ ପ୍ରକାଶ କରିଥିଲେ।

ସେହିପରି ସାମୁଦ୍ରିକ ପରଂପରାକୁ ନେଇ କିଭଳି ଅଧିକ ଗବେଷଣା କରାଯାଇପାରିବ ଏବଂ ଏ ବିଷୟରେ ସଚେତନତା ସୃଷ୍ଟି କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ଏହି ସମ୍ମିଳନୀରେ ସାମୁଦ୍ରିକ ଇତିହାସ: ଅବସ୍ଥାନ, ଜାହାଜ ନିର୍ମାଣ ଓ ଚଳାଚଳ, ସଂଗ୍ରହାଳୟ ମାଧ୍ୟମରେ ସାମୁଦ୍ରିକ ପରମ୍ପରାର ସଂଯୋଗ, ବାଣିଜ୍ୟ ଏବଂ ସଂସ୍କୃତିର ଆଦାନ ପ୍ରଦାନ, ସାମୁଦ୍ରିକ ସୁରକ୍ଷା ଏବଂ ଆନ୍ତର୍ଜାତୀକ ଆଇନ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ସମ୍ମିଳନୀରେ ବିଶେଷଜ୍ଞ ଭାବେ ପ୍ରଫେସର କିଶୋର କେ. ବାସା, ଭାଇସ୍ ଆଡମିରାଲ୍ ରମନ୍ ପୁରୀ (ଅବସରପ୍ରାପ୍ତ), ଭାଇସ୍ ଆଡମିରାଲ୍ ଶେଖର ସିହ୍ନା (ଅବସରପ୍ରାପ୍ତ), ଡକ୍ଟର ଅମିତ କୁମାର, ଡକ୍ଟର ଲଳିତେନ୍ଦୁ ମହାପାତ୍ର, କମୋଡର ଓଡାକଲ୍ ଜନ୍‌ସନ୍ (ଅବସରପ୍ରାପ୍ତ), କମୋଡର ଶ୍ରୀକାନ୍ତ କେ. କେସନୁର (ଅବସରପ୍ରାପ୍ତ), ଶ୍ରେୟଙ୍କା ବାସୁ, ସ୍ୱରୁପ ଭଟ୍ଟାଚାର୍ଯ୍ୟ, କମାଣ୍ଡର ନୀନାଦ ପାଥେରଫେକର (ଅବସରପ୍ରାପ୍ତ), ରାଜେଶ ମହାନ୍ତି, ପ୍ରଫେସର ପତିତପାବନ ମିଶ୍ର, ପ୍ରଫେସର ପଙ୍କଜ ଝା, କମୋଡର ସୋମେନ୍ ବାନାର୍ଜୀ, ଡକ୍ଟର ସୁନୀଲ୍ ପଟ୍ଟନାୟକ, ପ୍ରଫେସର ରାଜାରାମ ପଣ୍ଡା, ରାଧିକା ଡାଗା, ସନାତନ ଜେନା, ଡିଆଇଜି, ଡକ୍ଟର ମୋନିକା ବର୍ମା, ଆନନ୍ଦ ନର୍‌ସିଂହନ୍ ଏବଂ ପ୍ରଫେସର ସୁରେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶାରେ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ଉପରେ ଗୁରୁତ୍ୱାରୋପ ସହିତ ୨୦୪୭ ନିମନ୍ତେ ସାମୁଦ୍ରିକ ପରମ୍ପରାର ଏକ ଦସ୍ତାବିଜ୍ ସୃଷ୍ଟି କରିବା ନିମନ୍ତେ ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଏକ ତିନି ଦିନିଆ ଜାତୀୟ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ମଙ୍ଗଳବାର ଏଠାରେ ଉଦ୍‌ଘାଟିତ ହୋଇଯାଇଛି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇଥିବା ବକ୍ତାମାନେ ଭାରତର ସାମୁଦ୍ରିକ ଇତିହାସ ଉପରେ ଆଲୋକପାତ କରିଥିଲେ।

ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଟକରେ ଉଦ୍‌ଘାଟିତ ହୋଇଥିବା ଐତିହାସିକ ବାଲିଯାତ୍ରା ସହିତ ଓଡ଼ିଶାର ମହାନ ସାମୁଦ୍ରିକ ସଂସ୍କୃତି ଓ ପରମ୍ପରାକୁ ନେଇ କେନ୍ଦ୍ର ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟର ଏକ ଅଂଗ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ୍ ଡିଭିଜନ୍‌), ସଂସ୍କୃତି ମନ୍ତ୍ରଣାଳୟ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଆନୁକୂଲ୍ୟରେ ଏହି କାର୍ଯକ୍ରମ ଆୟୋଜିତ କରାଯାଇଛି। ଏଥିରେ ଭାରତରେ ପ୍ରଚଳିତ ଏହି ମହାନ୍ ପରମ୍ପରା ସହ ବର୍ତମାନର ପରିସ୍ଥିତି ଓ ଭବିଷ୍ୟତର ସମ୍ଭାବନା ଆଲୋଚନା କରାଯିବ।

ଏହି ୩ ଦିନିଆ ସମ୍ମିଳନୀର ଶେଷ ଦୁଇ ଦିନର କାର୍ଯ୍ୟକ୍ରମ କଟକ ଠାରେ ଅବସ୍ଥାପିତ ଓଡ଼ିଶା ସାମୁଦ୍ରିକ ସଂଗ୍ରାହାଳୟରେ ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ଭାରତର ପ୍ରାଚୀନ ସାମୁଦ୍ରିକ ପରମ୍ପରା, ଜାହାଜ ନିର୍ମାଣ, ଜାହାଜ ଚଳାଚଳ, ବାଣିଜ୍ୟ ଏବଂ ସଂସ୍କୃତିର ଆଦାନପ୍ରଦାନ, ସାମୁଦ୍ରିକ ସୁରକ୍ଷା ଏବଂ ଆନ୍ତର୍ଜାତୀୟ ଆଇନ୍ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ତଥା ଲେଖକ ଶ୍ରୀ ସଞ୍ଜୀବ ସାନ୍ୟାଲ୍‌, ଆଇକେଏସ୍ ଡିଭିଜ୍‌ନ୍‌ର ଜାତୀୟ ସଂଯୋଜକ ପ୍ରଫେସର ଜି.ଏସ୍‌. ମୂର୍ତ୍ତି, ଆଜାଦୀ କା ଅମୃତ ମହୋତ୍ସବର ନିର୍ଦ୍ଦେଶିକା ପ୍ରିୟଙ୍କା ଚନ୍ଦ୍ରା ଏବଂ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।
ସୋଆର ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସାନ୍ୟାଲ୍ ନିଜ ଅଭିଭାଷଣରେ ଭାରତର ପୁରାତନ ସାମୁଦ୍ରିକ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଭାରତ ଏକ ମାତ୍ର ଦେଶ ଯାହାର ନାମରେ ଏକ ମହାସାଗର ନାମିତ କରାଯାଇଛି ବୋଲି କହିଥିଲେ। ବାଣିଜ୍ୟ, ସଂସ୍କୃତି, ଭୌଗୋଳିକ ତଥା ରାଜନୈତିକ ଦୃଷ୍ଟିକୋଣରୁ ପୁରାତନ କାଳରେ ଭାରତ ଦକ୍ଷିଣ-ପୂର୍ବ ଏସିଆରେ ପ୍ରଭାବ ବିସ୍ତାର କରିଥିଲା ବୋଲି ସେ କହିଥିଲେ। ଭାରତରେ ପ୍ରଚଳିତ ଜାହାଜର ନିର୍ମାଣ ପାଇଁ ପୁରାତନ ସିଲାଇ ଜ୍ଞାନକୌଶଳ ପୁନଃରୁଦ୍ଧାର ନିମନ୍ତେ ଉଦ୍ୟମ କରାଯାଉଛି ବୋଲି ସେ କହିଥିଲେ।

ସେହିପରି ପ୍ରଫେସର ମୂର୍ତୀ କହିଥିଲେ ଯେ ସମୁଦ୍ରମନ୍ଥନ କାର୍ଯ୍ୟକ୍ରମ ଭାରତର ପୁରାତନ ସାମୁଦ୍ରିକ ଇତିହାସ ଏବଂ ସଫଳତାକୁ ଗୁରୁତ୍ୱ ଦେବା ନିମନ୍ତେ ଆୟୋଜିତ। ଏହାକୁ ମାଧ୍ୟମ କରି ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଏକ ଭବିଷ୍ୟତ କାଯ୍ୟସୂଚୀ ପ୍ରସ୍ତୁତ କରିବା ନିମନ୍ତେ ପ୍ରଚେଷ୍ଟା କରାଯାଉଛି ବୋଲି ସେ କହିଥିଲେ।

ସେ କହିଥିଲେ ଧାରା ଅଧିନରେ ଏ ପର୍ଯ୍ୟନ୍ତ ଗଣିତ ଶାସ୍ତ୍ରକୁ ଭାରତର ଅବଦାନ, ଭାରତୀୟ ପଞ୍ଜିକା, ଜ୍ୟୋର୍ତିବିଜ୍ଞାନ, ଆୟୁର୍ବେଦ ଓ ମାର୍ସିଆଲ୍ ଆର୍ଟ କ୍ଷେତ୍ର ଉପରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇସାରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆରେ ସପ୍ତାହ ବ୍ୟାପୀ ଡିଏସ୍‌ଟି ସ୍ତୁତି କର୍ମଶାଳା ଆରମ୍ଭ

ଭୁବନେଶ୍ୱର: ଭାରତ ସରକାରଙ୍କ ଆନୁକୂଲ୍ୟରେ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଶ୍ଳେଷଣକୁ ନେଇ ପ୍ରଶିକ୍ଷଣ ଦେବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) ରେ ସୋମବାର ଏକ ସପ୍ତାହ ବ୍ୟାପୀ କର୍ମଶାଳା ଆରମ୍ଭ ହୋଇଛି।

ବିଜ୍ଞାନ ଏବଂ ପ୍ରଯୁକ୍ତି (ଡିଏସ୍‌ଟି) ବିଭାଗ ପ୍ରାୟୋଜିତ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲଜି, ମୁମ୍ବାଇ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ୧୯ଟି ରାଜ୍ୟରୁ ୨୨ଟି ବିଭିନ୍ନ ବିଶ୍ୱବିଦ୍ୟାଳୟର ୩୧ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି। କର୍ମଶାଳାର ନାମ ରଖାଯାଇଛି “ ସିନର୍ଜିଷ୍ଟିକ୍ ଟ୍ରେନିଂ ପ୍ରୋଗ୍ରାମ ୟୁଟିଲାଇଜିଙ୍ଗ୍ ଦ ସାଇନ୍‌ଟିଫିକ୍ ଆଣ୍ଡ ଟେକ୍ନୋଲଜିକାଲ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର (ସ୍ତୁତି)”।

କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇସିଟି, ଭୁବନେଶ୍ୱର କ୍ୟାମ୍ପସ୍‌ର ନିର୍ଦ୍ଦେଶକ ପ୍ରଫେସର ପି.ଆର୍‌. ଭାଭିୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡିଏସ୍‌ଟି ସ୍ତୁତି ଆଇସିଟିର ପ୍ରୋଗ୍ରାମ ମ୍ୟାନେଜର ଜୟଦେବ ଭଟ୍ଟ ମଧ୍ୟ ଯୋଗ ଦେଇଥିଲେ।

ଶ୍ରୀ ଭାଭିୟା କହିଥିଲେ ଯେ ବିଶ୍ଳେଷଣ କ୍ଷେତ୍ରରେ ବର୍ତମାନ ଘଟୁଥିବା ଉନ୍ନତି ଦୃଷ୍ଟିରୁ ପ୍ରଶିକ୍ଷାର୍ଥୀମାନେ ଉପଲବ୍ଧ ସରଞ୍ଜାମକୁ ଉତମ ଭାବେ ବିନିଯୋଗ କରି ଅନ୍ୟମାନଙ୍କ ଦ୍ୱାରା ହୋଇଥିବା ପରୀକ୍ଷଣକୁ ନ ଦୋହରାଇ ନୂତନତ୍ୱର ସନ୍ଧାନ କରନ୍ତୁ। ଏଥି ନିମନ୍ତେ ଏହି ସପ୍ତାହବ୍ୟାପୀ ତାଲିମ କାର୍ଯ୍ୟକ୍ରମ ଅତ୍ୟନ୍ତ ସହାୟକ ହେବ ବୋଲି ସେ କହିଥିଲେ।

ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି କର୍ମଶାଳାରେ ତାଲିମ ନେଉଥିବା ବ୍ୟକ୍ତି ବିଶେଷଜ୍ଞମାନଙ୍କ ସହିତ ସିଧାସଳଖ କଥା ହେଇପାରିବାର ସୁଯୋଗ ପାଉଥିବାରୁ ଏହାର ଲାଭ ଉଠାଇପାରିବେ।
ଏସ୍‌ପିଏସ୍‌ର ଡିନ୍ ତଥା କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ସୁଦାମ ଚନ୍ଦ୍ର ସି ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ୱାଗତ କରିଥିବା ବେଳେ ପ୍ରଫେସର ଲକ୍ଷ୍ମୀଧର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ସପ୍ତାହ ବ୍ୟାପୀ କର୍ମଶାଳାରେ ୯ଟି ବିଭିନ୍ନ ଅନୁଷ୍ଠାନର ୧୪ ଜଣ ବିଶେଷଜ୍ଞ କାର୍ଯ୍ୟକ୍ରମ ପରିଚାଳନା କରିବେ ଓ ସୋଆର୧୪ ଜଣ ମେଂଟର୍ ବୈଷୟିକ କର୍ମଶାଳାରେ ସହାୟତା କରିବେ। ଏହି କର୍ମଶାଳା ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ସେଂଟର ଅଫ୍ ବାୟୋଟେକ୍ନୋଲଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚର ଗବେଷଣା କେନ୍ଦ୍ର ଗୁଡ଼ିକରେ ଅନୁଷ୍ଠିତ ହେବ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ସୋଆ ଆଇ.ଏ.ଏସ.ରେ ଚିନାବାଦମ ଚାଷ ନେଇ ତାଲିମ ଶିବିର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଏବଂ ଲାଇଭ୍ଲିହୁଡ ଅଲଟରନେଟିଭର ମିଳିତ ଆନୁକୂଲ୍ୟରେ ଗତ ଶନିବାର ଦିନ ଚିନାବାଦାମ ଚାଷୀଙ୍କ ନିମନ୍ତେ ଏକ ତାଲିମ ପ୍ରଶିକ୍ଷଣ କର୍ମାଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ରାଜ୍ୟର ୧୫ଟି ଜିଲ୍ଲାର ଚିନାବାଦାମ ଚାଷୀଙ୍କୁ ତାଲିମ ଦେବା ନିମନ୍ତେ ତାଲିମ ଦାତା ମାନଙ୍କର ଚିନାବାଦାମ ଚାଷ ସମ୍ପର୍କିତ ଥିବା ଜ୍ଞାନକୁ ନେଇ ଏକ ତାଲିମ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଲାଇଭ୍ଲିହୁଡ ଅଲଟରନେଟିଭ ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସମ୍ବିତ ତ୍ରିପାଠୀ କାର୍ଯ୍ୟକ୍ରମ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀସ୍ଥିତି ସଫଲ୍ ଡାଏ ର ସିଇଓ ପ୍ରଦୀପ୍ତ ସାହୁ ଓ ସମ୍ମାନିତ ଅତିଥି ଭାବେ ଆଇଏଏସ୍ ଡିନ୍‌ର ପ୍ରଫେସର ଡଃ ବିଜୟ କୁମାର ସାହୁ , ଲାଇଭ୍ଲିହୁଡ ଅଲଟରନେଟିଭର ଡାଇରେକ୍ଟର ରତ୍ନାକର ପାଣିଗ୍ରାହୀ, ପ୍ରଫେସର ଡଃ ପ୍ରିୟବତ୍ର ପଟ୍ଟନାୟକ, ନାଫେଡ୍‌ର ଅଧିକାରୀ ଗୋବିନ୍ଦ ମୁର୍ମୁ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିବା ସହିତ ଆଗାମୀ ଦିନରେ ଭାରତ କିଭଳି ଚିନାବାଦାମ ପରି ତୈଳବୀଜର ଅଧିକ ଉତ୍ପାଦନ କରି ଆତ୍ମନିର୍ଭରଶୀଳ ହୋଇପାରିବ ଓ ୟୁକ୍ରେନ୍ ଇଣ୍ଡୋନୋସିଆ, ମାଲେସିଆ ପରି ଦେଶ ଉପରେ ଆଉ ଭାରତକୁ ନିର୍ଭର କରିବାକୁ ପଡ଼ିବ ନାହିଁ ସେଥିପ୍ରତି ସଚେତନତା ସୃଷ୍ଟି କରିଥିଲେ।

ଆଗ୍ରୋନୋମିର ପ୍ରଫେସର ଡଃ ବାସୁଦେବ ବେହେରା, ପ୍ଲାଂଟ୍ ପାଥୋଲୋଜିର ସହକାରୀ ପ୍ରଫେସର ଅଂଶୁମାନ ଖଣ୍ଡୁଆଲ, ଏଟୋଂମୋଲୋଜିର ସହକାରୀ ପ୍ରଫେସର ଡଃ ସତ୍ୟ ନାରାୟଣ ଶତପଥୀ ଆଦି ଏହି କର୍ମଶାଳାକୁ ପରିଚାଳନା କରିଥିଲେ।

ସମସ୍ତ ତାଲିମଦାତାମାନେ ସୋଆର ଫାର୍ମରେ କ୍ଷେତ୍ର ସ୍ତରୀୟ ଅଭିଜ୍ଞତା ମଧ୍ୟ ହାସଲ କରିଥିଲେ। ଲାଇଭ୍ଲିହୁଡ ଅଲଟରନେଟିଭ ର ମୁଖ୍ୟ ଅପରେଟିଙ୍ଗ ଅଫିସର କେଦାର ଚନ୍ଦ୍ର ପ୍ରଧାନ ତାଲିମ ଦାତାମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ ଓ ପରିଶେଷରେ ପ୍ରଫେସର ଡଃ ଶୁଭପ୍ରଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ ପରିଚାଳନାରେ ସଫଳତାର ତଥ୍ୟ ସଂରକ୍ଷଣ ହେଉ: ନୀତି ଆୟୋଗ ପ୍ରତିନିଧି

ଭୁବନେଶ୍ୱର: କରୋନା ମହାମାରୀକୁ ପ୍ରତିହିତ କରିବା ସହ ମୁକାବିଲା କରିବାରେ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟଗୁଡ଼ିକର ଭୂମିକା ବେଶ ଉଲ୍ଲେଖନୀୟ। ଏହି ରାଜ୍ୟଗୁଡ଼ିକ ଯେଉଁଭଳି ଢ଼ଙ୍ଗରେ ପରିଚାଳନା କରିଛନ୍ତି ସେ ବିଷୟରେ ବିସ୍ତୃତ ତଥ୍ୟ ସଂରକ୍ଷିତ କରି ରଖାଯିବା ଜରୁରୀ ଯାହା ଦ୍ୱାରା କି ଭବିଷ୍ୟତରେ ଏଭଳି କୌଣସି ବିପର୍ଯ୍ୟୟ ଆସିଲେ ପ୍ରଶାସନ ଠିକ୍ ଭାବେ ପରିଚାଳନା କରିପାରିବ ବୋଲି କହିଛନ୍ତି ନୀତି ଆୟୋଗର ସ୍ୱାସ୍ଥ୍ୟ ବିଭାଗ ସମ୍ପର୍କୀୟ ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର କେ. ମଦନ ଗୋପାଲ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ପକ୍ଷରୁ କକ୍ରେନ୍ ଇଣ୍ଡିଆନ୍ ନେଟୱାର୍କର ପ୍ରଥମ ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ଗୋପାଲ। କକ୍ରେନ୍ ସମ୍ପର୍କିତ ସୂଚନା ଦେଇ ଡାକ୍ତର ଗୋପାଲ କହିଛନ୍ତି ଯେ ଗବେଷଣା ଏବଂ ପ୍ରମାଣକୁ ଆଧାର କରି ଏହି ସଂସ୍ଥାର ନେଟୱାର୍କିଂ କାର୍ଯ୍ୟ ବେଶ ପ୍ରଶଂସନୀୟ। ଏହାକୁ ସବୁ ସ୍ତରରେ ଗ୍ରହଣ କରିବା ଉଚିତ୍ ଏବଂ ଏଥି ନେଇ ଏକ ଖସଡ଼ା ପ୍ରସ୍ତୁତ କରିବା ଆବଶ୍ୟକ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡେଂଟାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଡାକ୍ତର ଦିବ୍ୟେନ୍ଦୁ ମଜୁମ୍‌ଦାର ଦନ୍ତ ଚିକିତ୍ସା ନିମନ୍ତେ ପ୍ରସ୍ତୁତ ହୋଇଥିବା ନୂତନ ପାଠ୍ୟକ୍ରମ ଏବଂ ଖସଡ଼ା ସମ୍ପର୍କରେ ସୂଚନା ଦେଇଥିଲେ। ଡାକ୍ତର ଦିବ୍ୟେନ୍ଦୁ କହିଥିଲେ ଯେ ନୂତନ ପାଠ୍ୟକ୍ରମ ଅନୁଯାୟୀ ଛାତ୍ରଛାତ୍ରୀମାନେ ସାଢ଼େ ଚାରି ବର୍ଷ ଶିକ୍ଷା ଗ୍ରହଣ କରିବେ ଏବଂ ଗୋଟିଏ ବର୍ଷ ଇନ୍‌ଟର୍ଣ୍ଣସିପ କରିବାର ପ୍ରସ୍ତାବ ରହିଛି। ଏହି ପାଠ୍ୟକ୍ରମରେ ସର୍ବ ମୋଟ ୯ଟି ସେମିଷ୍ଟର ରହିଥିବା ବେଳେ କ୍ୟାମ୍ପସରେ ଏକ କମ୍ପ୍ରେନ୍‌ହିସିଭ୍ କ୍ଲିନିକ ମଧ୍ୟ ରହିବ। ଏହି କ୍ଲିନିକ୍‌ରେ ଇନ୍‌ଟର୍ଣ୍ଣସିପ କରୁଥିବା ଛାତ୍ରଛାତ୍ରୀମାନେ ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରିବେ। ଆଗାମୀ ବର୍ଷରେ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବା ନେଇ ସେ ଆଶାବାଦୀ ରହିଥିବା କହିଛନ୍ତି।

ଡେଂଟାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ଅଧିନରେ ୩୧୬ଟି ଡେଂଟାଲ୍ କଲେଜ ରହିଥିବା ବେଳେ ୬୦୦ଟି ବ୍ରାଂଚ ରହିଛି ଏବଂ ପ୍ରତ୍ୟେକ ବର୍ଷ ୨୬୦୦୦ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି ବୋଲି ସେ କହିଛନ୍ତି। ତେବେ ସବୁ କ୍ଷେତ୍ରରେ ଗବେଷଣା ଭିତିକ ପ୍ରମାଣର ଆବଶ୍ୟକତା ରହିଛି ଯାହାକି କକ୍ରେନ୍ କରୁଛି ବୋଲି ସେ କହିଛନ୍ତି। ସୋଆ ପରିଚାଳିତ ଆଇଡିଏସ୍‌କୁ ଉଚ୍ଚ ପ୍ରଶଂସା କରି ସେ କହିଥିଲେ ଯେ ୨୦୦୬ରେ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ବର୍ତମାନ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ୧୦ମ ସ୍ଥାନ ହାସଲ କରିଛି। ଏଥି ସହିତ କକ୍ରେନ୍ ଇଣ୍ଡିଆ ନେଟୱାର୍କରେ ଯୋଡି ହୋଇଥିବା ୧୦ଟି ଅନୁଷ୍ଠାନ ମଧ୍ୟରୁ ଏକମାତ୍ର ଦନ୍ତ ଶିକ୍ଷାନୁଷ୍ଠାନ ଭାବେ ଆଇଡିଏସ୍ ଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇଣ୍ଡିଆନ୍ ଡେଂଟାଲ୍ ଆସୋସିଏସନ୍‌ର ସେକ୍ରେଟାରୀ ଜେନେରାଲ୍ ଡଃ ଅଶୋକ ଢ଼ୋବଲେ ଯୋଗ ଦେଇ ଆଇଡିଏସ୍ ସହିତ ୭୫୦୦୦ ସଦସ୍ୟ ଯୋଡି ହୋଇଥିବା ସୂଚନା ଦେଇଥିଲେ। ଦନ୍ତ ଚିକିତ୍ସା କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ତଥ୍ୟ ସମ୍ବଳିତ ଗବେଷଣା ଓ ପ୍ରମାଣର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ କକ୍ରେନ୍ ଇଣ୍ଡିଆ ନେଟ୍‌ୱାର୍କର କୋ-ଚେୟାର ଡଃ ଅଞ୍ଜୁ ପ୍ରଧାନ କକ୍ରେନ୍ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଡାକ୍ତରୀ ଗବେଷଣା କ୍ଷେତ୍ରରେ ପ୍ରମାଣ ଭିତିକ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେବା ହେଉଛି ଏହି ଅନୁଷ୍ଠାନର ମୂଳ ଉଦ୍ଦେଶ୍ୟ। ତେଣୁ କକ୍ରେନ୍ ଇଣ୍ଡିଆ ନେଟୱାର୍କ ନୀତି ଆୟୋଗ ସହିତ ଜଡ଼ିତ ହୋଇ ଏ ଦିଗରେ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ।

ସେହିପରି କକ୍ରେନ୍ ଇଣ୍ଡିଆ ନେଟ୍‌ୱାର୍କର ଅନ୍ୟ କୋ-ଚେୟାର ଡଃ ମିନୁ ସିଂହ ଛାତ୍ରଛାତ୍ରୀମାନେ କିଭଳି ପ୍ରମାଣ ଭିତିକ ଗବେଷଣା କରିବେ ସେ ବିଷୟରେ ଗୁରୁତ୍ୱ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ତଥ୍ୟ, ସମୟ, ଲକ୍ଷ୍ୟ ଏବଂ ଉନ୍ନତିକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ। ଆମ ଦେଶରେ ପ୍ରାୟ ୧୮ ଲକ୍ଷ ଡାକ୍ତର ରହିଥିବା ବେଳେ ଅଧିକ ଡାକ୍ତରଙ୍କର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। କୋଭିଡ ମହାମାରୀରେ ଭାରତରେ ପ୍ରାୟ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା ପ୍ରକାଶ କରିଥିଲା। କିନ୍ତୁ ଆମ ଦେଶର ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କର ଆପ୍ରାଣ ଉଦ୍ୟମ, ଚିକିତ୍ସା ଓ ନିଷ୍ଠା ଯୋଗୁଁ ଏହି ବଡ଼ ଧରଣର ମୃତ୍ୟୁ ସଂଖ୍ୟାକୁ ରୋକା ଯାଇପାରିଲା ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ଏହି ଅବସରରେ ଦନ୍ତ ଚିକିତ୍ସକଙ୍କ କ୍ଷେତ୍ରରେ ପ୍ରମାଣ ଭିତିକ ଗବେଷଣା ଓ ଜ୍ଞାନ ଆହରଣ ନିମନ୍ତେ ଆଇଡିଏସ୍ ଏବଂ ଆଇଡିଏ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା
ଏହି କାର୍ଯ୍ୟକ୍ରମରେ ଆଇଡିଏସ୍‌ର ଡିନ୍ ତଥା କକ୍ରେନ୍ ଆଫିଲିଏଟ୍ ସେଂଟରର ନିର୍ଦ୍ଦେଶିକା ପ୍ରଫେସର ନୀତା ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ କକ୍ରେନ୍ ଇଣ୍ଡିଆ ନେଟୱାର୍କିଂ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଭାରତରେ ଏମ୍‌ସ, ନୂଆଦିଲ୍ଲୀ, ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ, ଭେଲୋର, ଆଇସିଏମ୍‌ଆର୍‌, ନୂଆଦିଲ୍ଲୀ, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍‌ଥ, ହାଇଦ୍ରାବାଦ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ସୋଆ, ଭୁବନେଶ୍ୱର, କିଙ୍ଗ ଜର୍ଜ ମେଡିକାଲ୍ ୟୁନିଭର୍ସିଟି, ଲକ୍ଷେ୍ନା, ମନିପାଲ୍ ଏକାଡେମୀ ଅଫ୍ ହାୟର୍ ଏଜୁକେସନ୍‌, ମନିପାଲ, ପିଜିଆଇ, ଚଣ୍ଡିଗଡ ଏବଂ ଟାଟା ମେମୋରିଆଲ୍ ସେଂଟର୍‌, ମୁମ୍ବାଇ ଯୋଡି ହୋଇଥିବା ବେଳେ ଚଳିତ ବର୍ଷ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ଆଇଡିଏସ୍ ଏକମାତ୍ର ଦନ୍ତ ଶିକ୍ଷାନୁଷ୍ଠାନ ଭାବେ ସ୍ଥାନ ପାଇଥିବା ସୂଚନା ଦେଇଛନ୍ତି ପ୍ରଫେସର ମହାନ୍ତି। କାର୍ଯ୍ୟକ୍ରମରେ ଆଇଡିଏସ୍‌ର ଡାକ୍ତର ସୌରଭ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତ ଏବଂ ତାଇୱାନ୍ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଭାଗିତା ନେଇ ଆଗ୍ରହୀ ତାଇୱାନ୍‌

ଭୁବନେଶ୍ୱର: ଯୁଗ୍ମ ଡିଗ୍ରୀ ପ୍ରୋଗ୍ରାମ୍ ସହିତ ତାଇୱାନ୍ କମ୍ପାନୀଗୁଡ଼ିକରେ ନିଯୁକ୍ତି ନିମନ୍ତେ ସୋଆ ଛାତ୍ରଛାତ୍ରୀମାନଙ୍କୁ ମାଣ୍ଡାରିନ୍ ଶିକ୍ଷା ପ୍ରଦାନ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସହିତ ସହଭାଗିତା କରିବା ପାଇଁ ତାଇୱାନ୍ ଇଚ୍ଛା ପ୍ରକାଶ କରିଛି।

ଡାକ୍ତରୀ ଏବଂ ଇଞ୍ଜିନିୟରିଂ ଶିକ୍ଷା ନିମନ୍ତେ ବେଶ ପ୍ରତିଷ୍ଠା ଲାଭ କରିଥିବା ସୋଆ ସହିତ ଆମେ ସହଭାଗିତା କରିବା ପାଇଁ ଚାହୁଁଛୁ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଯେଭଳି ମାଣ୍ଡାରିନ୍ ଶିକ୍ଷା ଗ୍ରହଣ କରିପାରିବେ ସେ ନିମନ୍ତେ ତାଇୱାନ୍ ଏଜୁକେସନ୍ ସେଂଟର ପ୍ରତିଷ୍ଠା କରିବା ପାଇଁ ଆମେ ଇଚ୍ଛୁକ ବୋଲି ତାଇପେଇ ଇକୋନମିକ ଆଣ୍ଡ କଲ୍‌ଚରାଲ୍ ସେଂଟର୍ ଇନ୍ ଇଣ୍ଡିଆର ଏଜୁକେସନ୍ ଡିଭିଜନ୍‌ର ଆସିଷ୍ଟାଂଟ ରିପ୍ରେଜେନ୍‌ଟେଟିଭ ଡାଇରେକ୍ଟର ପିଟର୍ସ ଲି-ଇଙ୍ଗ ଚେନ୍ ଏଠାରେ ଶୁକ୍ରବାର କହିଛନ୍ତି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ଶ୍ରୀ ଚେନ୍ କହିଛନ୍ତି ଯେ ଭାରତୀୟ ଏବଂ ତାଇୱାନ୍ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଭାଗିତା ଏବଂ ଶିକ୍ଷାକୁ ନେଇ ବୁଝାମଣା ସ୍ୱାକ୍ଷରିତ କରିବାକୁ ତାଇୱାନ୍ ବେଶ ଆଗ୍ରହୀ ଅଟେ।

ସେ କହିଛନ୍ତି ଯେ ଭାରତରେ ତାଇପେଇ ଇକୋନମିକ ଆଣ୍ଡ କଲଚରାଲ୍ ସେଂଟର ଦ୍ୱାରା ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରାୟ ୨୫ଟି ତାଇୱାନ୍ ଏଜୁକେସନ୍ ସେଂଟର ପ୍ରତିଷ୍ଠା ହୋଇସାରିଥିବା ବେଳେ ଏମାନଙ୍କ ମଧ୍ୟରେ ଆଇଆଇଟି ବମ୍ବେ ଏବଂ ଆଇଆଇଟି ମାଡ୍ରାସ ମଧ୍ୟ ରହିଛନ୍ତି। ଆମେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ତାଇୱାନ୍‌ରୁ ମାଣ୍ଡାରିନ୍ ଶିକ୍ଷକ ଯୋଗାଇ ଦେଉଛୁ ଯାହା ଦ୍ୱାରା କି ଛାତ୍ରଛାତ୍ରୀମାନେ ଏହି ଭାଷା ଶିକ୍ଷା କରିପାରିବେ ଏବଂ ତାଇୱାନ୍ କମ୍ପାନୀଗୁଡ଼ିକରେ ନିଯୁକ୍ତି ପାଇବା ନିମନ୍ତେ ଏହା ସେମାନଙ୍କ ପାଇଁ ସହାୟକ ହୋଇପାରିବ।

ସହଭାଗିତା ଦ୍ୱାରା ସେମିକଣ୍ଡକ୍ଟର ଉପରେ ୨ ବର୍ଷିୟା ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମ ଆରମ୍ଭ ହୋଇପାରିବ ଏବଂ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଆଦାନ ପ୍ରଦାନ ମଧ୍ୟ ସମ୍ଭବ ହୋଇପାରିବ। ଛାତ୍ରଛାତ୍ରୀମାନେ ଗୋଟିଏ ବର୍ଷ ଭାରତରେ ଶିକ୍ଷା ଗ୍ରହଣ କରିପାରିବେ ଏବଂ ଅନ୍ୟ ବର୍ଷଟି ତାଇୱାନ୍‌ର ଶିଳ୍ପ କ୍ଷେତ୍ରରେ ତାଲିମ ନେଇ ପାରିବେ। ଏହା ଦ୍ୱାରା ସେମାନେ ଫକ୍ସକନ୍ ଭଳି ହାଇଏଣ୍ଡ ସେମି କଣ୍ଡକ୍ଟର୍ ଚିପ୍ସର ଉତ୍ପାଦନକାରୀ କମ୍ପାନୀ ତଥା ଅନ୍ୟ କମ୍ପାନୀଗୁଡ଼ିକରେ ନିଯୁକ୍ତି ପାଇପାରିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁବାଇର ଟେକ୍ ଇଭେଂଟ୍‌ରେ ସୋଆର ଷ୍ଟାର୍ଟ -ଅପ୍ ପୁରସ୍କୃତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରାୟୋଜିତ ଟେକ୍ ଷ୍ଟାର୍ଟ -ଅପ୍ “ୱିୱେର୍‌” ଦୁବାଇରେ ସୁପର୍‌ନୋଭା ଚ୍ୟାଲେଞ୍ଜ ଟାଇଟଲ୍ ହାସଲ କରିଛି। ଦୁବାଇ ଠାରେ ବିଶ୍ୱର ସବୁଠାରୁ ବଡ ଟେକ୍ ଓ ଷ୍ଟାର୍ଟ – ଅପ୍ ଇଭେଂଟ “ଗିଟେକ୍ସ୍ ଗ୍ଲୋବାଲ୍ ୨୦୨୨” ରେ ଯୁବ ଉଦ୍ୟୋଗୀ କ୍ୟାଟେଗୋରୀ ରେ ଏହି ପୁରସ୍କାର ହାସଲ କରିଛନ୍ତି ସୋଆର ଷ୍ଟାର୍ଟ – ଅପ୍ “ୱିୱେର୍‌”।

ଚଳିତ ଅକ୍ଟୋବର ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଆମେ ସାରା ବିଶ୍ୱକୁ ଆମ କାର୍ଯ୍ୟର ପାରଦର୍ଶିତା ଦେଖାଇବା ସହ ନୂତନ ବ୍ୟବସାୟିକ ସହଯୋଗ , ନେଟ୍‌ୱାର୍କିଂ, ସହଭାଗିତା ବଢାଇବା ନିମନ୍ତେ ବେଶ୍ ଇଚ୍ଛୁକ ବୋଲି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ “ୱିୱେର୍‌” ଟିମ୍ ର ଜଣେ ସଦସ୍ୟ କହିଥିଲେ।

ଓଡିଶାରେ ଅବସ୍ଥାପିତ ୨୦ଟି ଷ୍ଟାଟ ର୍- ଅପ୍ କୁ ନେଇ ଦୁବାଇରେ ପ୍ରତିନିଧିତ୍ୱ କରିଥିବା ଷ୍ଟାର୍ଟ ଅପ୍ ଓଡିଶାର ଏଗ୍‌ଜିକ୍ୟୁଟିଭ୍ ଚେୟାର୍‌ମ୍ୟାନ୍ ଡକ୍ଟର ଓମ୍‌କାର ରାଏ “ୱିୱେର୍‌”ଟିମ୍‌କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

କାରଖାନା ମାର୍କେଟ୍ ସ୍ପେସ୍ ପ୍ରାୟୋଜିିତ ସୋଆ ଫାବ୍‌ଲାବ୍‌ର ଏହି ଉଦ୍ୟୋଗୀ ଟିମ୍ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିିଇଆର୍‌)ର ଛାତ୍ରଛାତ୍ରୀ ଅଟନ୍ତି।

ପୁରସ୍କୃତ ହେବା ପରେ ଏହି ଟିମ୍ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ, ଆଇଟିିଇଆର୍ ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ , ପ୍ରଫେସର ରେଣୁ ଶର୍ମା, ପ୍ରଫେସର ଅନୁରାଗ ଶତପଥୀ ଓ ଡକ୍ଟର ତାପସ ମହାପାତ୍ର ଙ୍କୁ ସେମାନଙ୍କ ର ସମସ୍ତ ସହଯୋଗ ଓ ଦକ୍ଷତା ପ୍ରତିପାଦିତ କରିବା ନିମନ୍ତେ ସେମାନଙ୍କୁ ପ୍ଲ୍‌ାଟ୍‌ଫର୍ମ ଯୋଗାଇଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଟିମ୍ ର ସଦସ୍ୟମାନେ ହେଲେ ପୁରୁ ଅନିକେତ୍‌,ଭିନିତ୍ ଜାନା, ଭୌମିକା ସିଂ, ମୁଦାସିର ଅନ୍‌ସାରୀ, ମୋହିତ କୁମାର ସରାଫ, ଅତୁଲ୍ ସାହୁ, ସୋହନ କୁମାର ରାଉତ, ଅରଚନ କୁମାର ବୋଷ,ଦେବାଙ୍ଗନ ଚକ୍ରବର୍ତୀ, ବିଶ୍ୱନାଥ ପାତ୍ର, ପ୍ରଥମ୍ ରାଜ, ଏ.ଅରିଜିତ୍ ଓ ୟଶ୍ କୁମାର।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୧୬ ଗବେଷକ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୧୬ ଜଣ ବିଶିଷ୍ଟ ଗବେଷକ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ୨୦୨୨ ନିମନ୍ତେ ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ ଏହି ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ଗବେଷକମାନେ ଅଛନ୍ତି।

୨୦୨୦ରେ ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୧୧ ଜଣ ଗବେଷକ ସ୍ଥାନ ପାଇଥିବାବେଳେ ୨୦୨୧ରେ ୧୩ ଜଣ ଗବେଷକ ଏହି ତାଲିକାରେ ସ୍ଥାନ ହାସଲ କରିିଥିଲେ।

ଏମାନଙ୍କ ମଧ୍ୟରୁ ଗତ ତିନି ବର୍ଷ ଧରି ସୋଆର ୯ ଜଣ ଗବେଷକ ଏହି ତାଲିକାରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ଏହି ଗବେଷକମାନେ ହେଲେ ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ତଥା ବର୍ତମାନ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କିଶୋର ଦାଶ, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ଆର.ଏନ୍‌.ପି. ଚୌଧୁରୀ, ପ୍ରଫେସର ଗୌତମ ରଥ, ପ୍ରଫେସର ନିହାରବାଳା ଦେବୀ, ଡଃ ମନୋଜ କୁମାର ନାୟକ ଏବଂ ଡଃ ସତ୍ୟ ରଞ୍ଜନ ମିଶ୍ର।

ସେହିପରି ୨୦୨୧ ତାଲିକାରେ ସ୍ଥାନ ପାଇଥିବା ସୋଆର ଗବେଷକ ଡଃ ମନୋହର ମିଶ୍ର, ଡଃ ରାଜଶ୍ରୀ ଦାଶ ଏବଂ ଡଃ ସୁଲଗ୍ନା ପଟ୍ଟନାୟକ ଚଳିତବର୍ଷ ଏହି ତାଲିକାରେ ସ୍ଥାନୀତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏମାନଙ୍କ ସହିତ ସୋଆର ଅନ୍ୟ ଚାରି ଜଣ ଗବେଷକ ପ୍ରଫେସର (ଡକ୍ଟର) ରବିନ୍ଦ୍ରନାଥ ପାଢ଼ୀ, ପ୍ରଫେସର ବିନୋଦ କୁମାର ସାହୁ, ଡକ୍ଟର ସୁସଂଗିନୀ ନାୟକ ଏବଂ ଡକ୍ଟର ଦୀପ୍ତି ପ୍ରଭା ସାହୁ ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ବୈଜ୍ଞାନିକଙ୍କ ତାଲିକାରେ ସାମିଲ ହେବାର ଗୌରବ ଅର୍ଜନ କରିଛନ୍ତି।

ପ୍ରଫେସର ରାଜଶ୍ରୀ ଦାଶ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡକ୍ଟର ମିଶ୍ର ସେଠାରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି। ଡଃ ପଟ୍ଟନାୟକ ଆଇଟିଇଆରର ଜଣେ ପୂର୍ବତନ ରିସର୍ଚ୍ଚ ସ୍କଲାର ଅଟନ୍ତି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇଥିବା ଯୋଗୁଁ ସମସ୍ତ ୧୬ ଜଣ ଗବେଷକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରୀ ରହିଥିବା ଗବେଷଣା କାର୍ଯ୍ୟକୁ ଏହି ସମ୍ମାନ ଅଧିକ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି।

ଚଳିତବର୍ଷ ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର ଜାତୀୟ ସ୍ତରରେ ଜଣେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ହୋଇଥିବା ବେଳେ ପ୍ରଫେସର (ଡଃ) ପ୍ରଦୀପ୍ତ କିଶୋର ଦାଶ ଶକ୍ତି କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ଗବେଷକ। ପ୍ରଫେସର ପରିଡା ଏବଂ ପ୍ରଫେସର ଶୁକ୍ଲା ଯଥାକ୍ରମେ ଫିଜିକାଲ୍ କେମିଷ୍ଟ୍ରି ଓ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣାରତ। ପ୍ରଫେସର ଚୌଧୁରୀ ଆପ୍ଲାଏଡ୍ ଫିଜିକ୍ସ ଏବଂ ପ୍ରଫେସର ଦେବୀ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣା ଜାରୀ ରଖିଛନ୍ତି।

ସେହିପରି ପ୍ରଫେସର ରଥ ବର୍ତମାନ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଫାର୍ମାସ୍ୟୁଟିକ୍ସ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡକ୍ଟର ନାୟକ ଆଇଟିଇଆର୍‌ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ଏବଂ ଡକ୍ଟର ମିଶ୍ର ମ୍ୟାଥମେଟିକ୍‌ସ ବିଭାଗର ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ।
ପ୍ରଫେସର ପରିଡା ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଏବଂ ସୋଆର ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଡକ୍ଟର ସୁସଂଗିନୀ ନାୟକ ଏବଂ ଡକ୍ଟ ଦୀପ୍ତିପ୍ରଭା ସାହୁ ଏହି କେନ୍ଦ୍ରରେ ରିସର୍ଚ୍ଚ ସ୍କଲାର ଭାବେ କାର୍ଯ୍ୟ କରୁଛନ୍ତି।

ପ୍ରଫେସର ଶୁକ୍ଳା ବର୍ତମାନ ରିସର୍ଚ୍ଚ ପ୍ରଫେସର ଏବଂ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ।

ୟୁକେର ଏଡିନ୍‌ବର୍ଗ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଥିବା ପ୍ରଫେସର ଚୌଧୁରୀ ଆଇଆଇଟି ଖଡଗପୁରର ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇଛନ୍ତି। ବର୍ତ୍ତମାନ ସେ ଆଇଟିଇଆର୍‌ରେ ପଦାର୍ଥ ବିଜ୍ଞାନ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ। ସେହିପରି ପ୍ରଫେସର ଦେବୀଙ୍କର ଗବେଷଣା କ୍ଷେତ୍ରରେ ୩୦ ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ରହିଛି।
ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆରେ ୧୬ଟି ଗବେଷଣା କେନ୍ଦ୍ର ଏବଂ ୫୮ଟି ଗବେଷଣା ଲାବୋରାଟୋରୀ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ଗା ପୂଜାର ମାହୋଲ ପଡିପାରେ ଫିକା: ଦଶହରାରେ ଭିଜିବ ଓଡ଼ିଶା

ଭୁବନେଶ୍ୱର: ଚଳିତ ବର୍ଷ ଦୁର୍ଗା ପୂଜାର ମାହୋଲ ଟିକେ ଫିକା ପଡ଼ିବାର ସମ୍ଭାବନା ରହିଛି। କାରଣ ଏଥର ଦଶହରାରେ ଭିଜିବ ଓଡ଼ିଶା। ଦକ୍ଷିଣ ଚାଇନା ସାଗରରେ ଟାଇଫୁନ ନୋରୁର ପ୍ରଭାବରେ ଆସନ୍ତା ଅକ୍ଟୋବର ୨ ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଯୋଗୁ ଓଡ଼ିଶାରେ ପୂଜା ସମୟରେ ବର୍ଷା ହୋଇପାରେ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ରର ସୂଚନା ଅନୁଯାୟୀ ଟାଇଫୁନ ନୋରୁ ପ୍ରଭାବରେ ପୂର୍ବ କେନ୍ଦ୍ର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ମ୍ୟାମାଁର ଉପକୂଳରେ ଏକ ଅପର ଏଆର ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଏହା ଉତର ପଶ୍ଚିମ ଆଡକୁ ଗତି କରିବ ବୋଲି ଆଶା କରାଯାଉଛି। ବାଂଲା ଦେଶ ଉପକୂଳର ନିକଟବର୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଏହା ପଶ୍ଚିମ ଉତର ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୩ ସୁଦ୍ଧା ଉତର ଓଡ଼ିଶା ଉପକୂଳ ଆଡକୁ ଆସିବ ଏବଂ ଠିକ ତାର ପରଦିନ ପଶ୍ଚିମ ଓଡ଼ିଶା ମୁହାଁ ହେବ ବୋଲି ଜଣାପଡ଼ିଛି।
ଏହାର ପ୍ରଭାବରେ ଓଡ଼ିଶାର ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ ଏବଂ ଅନୁଗୁଳରେ ଅକ୍ଟୋବର ୨ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଅକ୍ଟୋବର ୩ ରେ ଖୋର୍ଦ୍ଧା, କଟକ, ଯାଜପୁର, ନୟାଗଡ଼, ଢ଼େଙ୍କାନାଳ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ, ସମ୍ବଲପୁର, ଦେବଗଡ଼, ବରଗଡ଼, କେନ୍ଦୁଝର ଏବଂ ସୁନ୍ଦରଗଡ଼ ପ୍ରଭୃତି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଆଜିଠାରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ଥିବାବେଳେ ଅକ୍ଟୋବର ୪ ରୁ ୬ ତାରିଖ ସାରା ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ମଡେଲଗୁଡିକ ଏହି ସିଷ୍ଟମ ଅଧିକ ତୀବ୍ରତର ହେବା ବିଷୟରେ କୌଣସି ସୂଚନା ପ୍ରଦାନ କରୁନାହାନ୍ତି।