Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଭିଏତନାମର ସାଂସ୍କୃତିକ ଦଳ, ପରିବେଷଣ କରିବେ ନିଜ ଦେଶର କଳା ସଂସ୍କୃତି

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ପହଂଚିଛନ୍ତି ଭିଏତନାମର ନିନ୍ ଥୁଆନ୍ ପ୍ରଦେଶର ଏକ ସାଂସ୍କୃତିକ ଦଳ। ନୃତ୍ୟ ଓ ସଂଗୀତ ମାଧ୍ୟମରେ ନିଜ ଦେଶର ପ୍ରାଚୀନ କଳା ଓ ସଂସ୍କୃତି ସୋଆରେ ପରିବେଷଣ କରିବେ ଏହି ଦଳ।
ଭିଏତନାମର ନିନ୍ ଥୁଆନ୍ ପ୍ରଦେଶର ସଂସ୍କୃତି, କ୍ରୀଡ଼ା ଓ ପର୍ଯ୍ୟଟନ ବିଭାଗର ଭାଇସ୍‌-ଡାଇରେକ୍ଟର ଭାନ୍ କୋଙ୍ଗ୍ ହୋଆଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ବୁଧବାର ସନ୍ଧ୍ୟାରେ ସୋଆ ଅଡିଟରିୟମ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।

ଏହି ଦଳର ସଦସ୍ୟମାନେ ଚାମ୍ ନୃତ୍ୟ (ଏହାକୁ ଅପ୍‌ସରା ନୃତ୍ୟ ମଧ୍ୟ କୁହାଯାଏ) ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ନୃତ୍ୟର ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ସହିତ ଅନେକ ସାମଞ୍ଜସ୍ୟ ରହିଛି। ସେହିପରି ସେମାନଙ୍କର ଅନ୍ୟ ନୃତ୍ୟଗୁଡ଼ିକ ମଧ୍ୟ ଓଡ଼ିଆ ପାଇକ ନୃତ୍ୟ ଭଳି ଜଣାପଡ଼େ।

ଭୁବନେଶ୍ୱରରେ ପହଂଚିବା ପରେ ଶ୍ରୀ ହୋଆ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ।

ସେହିପରି ତାଙ୍କ ଦଳର ସଦସ୍ୟମାନେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ।

ଅପରାହ୍ଣରେ ସେମାନେ ସୋଆର କ୍ୟାମ୍ପସ୍‌ଗୁଡ଼ିକୁ ପରିଦର୍ଶନ କରିବା ସହ ଆଇଟିଇଆର୍‌ର ସ୍ପୋର୍ଟ୍ସ ସେଂଟର ବୁଲି ଦେଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅବପାତର ରୂପ ନେଇପାରେ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ରପ୍ରଦେଶ ଉପକୂଳରେ ୧୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଏହାର ଗତି ଉତର ପଶ୍ଚିମ ମୁହାଁ ହେବା ସମ୍ଭାବନା ଥିବା ବେଳେ ଶନିବାର ପୂର୍ବାହ୍ଣ ସୁଦ୍ଧା ପୁରୀ ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ସିଇସି ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟର ଉପକୂଳ, ଦକ୍ଷିଣ ଏବଂ ପଶ୍ଚିମ ଅଂଚଳରେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଆଜି ରାତିରୁ ଉପକୂଳ, ଉତର ଏବଂ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ସେହିପରି ମଙ୍ଗଳବାର ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ସିଇସି ବୁଲେଟିନ୍‌ରେ କୁହାଯାଇଛି।

ଆସନ୍ତା ମଙ୍ଗଳବାର ଠାରୁ ଉତର ଓଡ଼ିଶା ଏବଂ ଝାଡଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା କାରଣରୁ ଉତର ଓ ପଶ୍ଚିମ ଓଡ଼ିଶାରେ ତଥା ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଅବବାହିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଯାହାକି ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ଜାରି ରହିବ।

Categories
ଆଜିର ଖବର ରାଜ୍ୟ ଖବର

ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନେଇ ସୋଆରେ ଅନୁଷ୍ଠିତ ହେବ ତିନି ଦିନିଆ ଆନ୍ତର୍ଜାତିକ କର୍ମଶାଳା

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆସନ୍ତା ଜୁଲାଇ ୧୮ ତାରିଖରୁ ଆୟୋଜିତ ହେବାକୁ ଥିବା ଏକ ୩- ଦିନିଆ ଆନ୍ତର୍ଜାତିକ କର୍ମଶାଳାରେ ଶିକ୍ଷା, ଶିଳ୍ପ, ଗବେଷଣା ସଂସ୍ଥା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିତ୍ୱ କରୁଥିବା ବିଶେଷଜ୍ଞମାନେ ଏକାଠି ହୋଇ ଆଲୋଚନା କରିବେ।

‘ସଷ୍ଟେନେବୁଲ ଏଗ୍ରିକଲ୍‌ଚରାଲ ଡେଭଲେପ୍‌ମେଂଟ ୱିଥ୍ କ୍ଲାଇମେଟ ସ୍ମାର୍ଟ ସିଷ୍ଟମ୍‌’ ଶୀର୍ଷକ ଏହି ଆନ୍ତର୍ଜାତିକ କର୍ମଶାଳାକୁ ସୋଆ ପରିଚାଳିତ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲଚର (ସିସିଏସ୍‌ଏ), ସୋଆର କୃଷି କଲେଜ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ଓ ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟିର ସ୍ଥାନୀୟ ଶାଖା ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଉଛି।

କୃତ୍ରିମ ବୁଦ୍ଧିମତା, ଡ୍ରୋନ୍‌, କୃଷି କ୍ଷେତ୍ରରେ ସ୍ୱୟଂଚାଳିତ ରୋଗ ଚିହ୍ନଟ ଓ ଚିକିତ୍ସା ପରି ଉପଲବ୍ଧ ବ୍ୟବସ୍ଥା ଉପଯୋଗ କରି ବୈଜ୍ଞାନିକ ପଦ୍ଧତିରେ କୃଷି ଉତ୍ପାଦନକୁ ଅଧିକ କରିବା ତଥା ଗ୍ରୀନ୍ ହାଉସ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବା ନିମନ୍ତେ ଆଲୋଚନା ସହିତ କ୍ଷେତ୍ର ନିର୍ଦ୍ଦିଷ୍ଟ ଜଳବାୟୁ ଅଂଚଳରେ ଫସଲ ଉତ୍ପାଦନର ବିକାଶ ଉପରେ ଚିନ୍ତନ ନିମନ୍ତେ ବୈଜ୍ଞାନିକ ସମୁଦାୟ ଓ ଅନ୍ୟାନ୍ୟ ଅଂଶୀଦାର ମାନଙ୍କୁ ଏକ ମଂଚ ପ୍ରଦାନ ନିମନ୍ତେ ଏହି ଉଦ୍ୟମ ସହାୟକ ହେବ ବୋଲି ସିସିଏସ୍‌ଏର ନିର୍ଦ୍ଦେଶକ ତଥା ସମ୍ମିଳନୀର ଅଧ୍ୟକ୍ଷ୍ୟ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି।

ପୃଥିବୀରେ ଜଳବାୟୁ, ଜଳସମ୍ପଦ ଏବଂ ପରିବେଶ ମିଳିତ ଭାବେ ସନ୍ତୁଳନ ରକ୍ଷା କରିଥାନ୍ତି। କିନ୍ତୁ ଦ୍ରୁତ ସହରୀକରଣ ଏବଂ ମାନବକୃତ କାର୍ଯ୍ୟକଳାପ ଯୋଗୁଁ ଏହି ସନ୍ତୁଳନ ଦୋହଲି ଯିବାରେ ଲାଗିଛି। ଏହାର ପ୍ରତିଫଳନ ପାଣିପାଗରେ ଅନିୟମିତତା ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପନ, ଜଳର ଅଭାବ ଓ ଜଳ, ବାୟୁ ଓ ଭୂମିର ପ୍ରଦୂଷଣ ଭାବେ ପରିଲକ୍ଷିତ ହେଉଛି।

ବର୍ତ୍ତମାନ ପରିପ୍ରେକ୍ଷୀରେ ଜଳବାୟୁ ପରିବର୍ତନ ହେଉଛି ଏକ ପ୍ରମୁଖ ପ୍ରସଙ୍ଗ ଯାହାର ସମାଧାନ ଆବଶ୍ୟକ କାରଣ ଏହା ପରିବେଶ ଉପରେ ବହୁଳ ପ୍ରଭାବ ପକାଇପାରେ ବୋଲି ପ୍ରଫେସର ପଣ୍ଡା କହିଛନ୍ତି।

କୃଷି ଜଳସମ୍ପଦ ଉପରେ ନିର୍ଭରଶୀଳ ହୋଇଥିବାରୁ ଜଳ ଯୋଗାଣରେ ବିଭ୍ରାଟ କୃଷି ଉତ୍ପାଦନ କ୍ଷେତ୍ରରେ ଉତ୍କଟ ସମସ୍ୟା ସୃଷ୍ଟି କରିପାରେ ଯାହା ଫଳରେ ଦୀର୍ଘମିଆଦି ଓ ସ୍ୱଳ୍ୱମିଆଦି ମରୁଡ଼ି ଏବଂ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସେ କହିଥିଲେ।

ପ୍ରଫେସର ପଣ୍ଡା କହିଥିଲେ ଯେ, ଏହି ସମ୍ମିଳନୀରେ କୃଷି କ୍ଷେତ୍ରରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଆମେରିକା ଓ ଭାରତର ବିଶିଷ୍ଟ କୃଷି ବିଶେଷଜ୍ଞମାନେ ଯୋଗ ଦେଇ ସେମାନଙ୍କର ଉପଯୋଗୀ ମନ୍ତବ୍ୟ ରଖିବେ। ସେମାନଙ୍କ ମଧ୍ୟରେ ଆମେରିକାର ନେବ୍ରାସ୍କା ବିଶ୍ୱବିଦ୍ୟାଳୟ ପରିଚାଳିତ ନେବ୍ରାସ୍କା ୱାଟର ସେଂଟରର ପ୍ରଫେସର ଓ ନିର୍ଦ୍ଦେଶକ ତଥା ସିସିଏସ୍‌ଏର ଆନ୍ତର୍ଜାତିକ ଉପଦେଷ୍ଟା ପ୍ରଫେସର ଚିତରଞ୍ଜନ ରାୟ, ଜୀବିକା ସନ୍ଧାନରେ ମହାରାଷ୍ଟ୍ରର ଗ୍ରାମାଂଚଳରୁ ସହରାଂଚଳକୁ ଚାଲି ଆସୁଥିବା ଲୋକଙ୍କୁ ପୁଣି ଥରେ ନିଜ ଭିଟାମାଟିକୁ ଫେରାଇ ଆଣିବାରେ ସଫଳ ହୋଇଥିବା ପାପଟରାଓ ପାୱାର ଓ ବିଶ୍ୱବ୍ୟାଙ୍କର କୃଷି ବିଶେଷଜ୍ଞ ଡକ୍ଟର ରଞ୍ଜନ ସାମନ୍ତରାୟ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଉତ୍ତମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସୋଆ ପରିଚାଳିତ ବିଭିନ୍ନ ହସ୍ପିଟାଲ୍ ଓ ଡାକ୍ତର ସମ୍ମାନିତ

ଭୁବନେଶ୍ୱର: ସାରା ଦେଶରେ ଉତ୍ତମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଚ୍ଚକୋଟୀର କାର୍ଯ୍ୟ କରିବା ସହ ଉତ୍କର୍ଷତା ହାସଲ କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବିଭିନ୍ନ ହସ୍ପିଟାଲ୍ ଏବଂ ସେଠାରେ କାର୍ଯ୍ୟରତ ଡାକ୍ତର ମାନଙ୍କୁ ‘ଟାଇମ୍ସ ହେଲଥ ଆଇକନ୍ ଓଡ଼ିଶା ୨୦୨୪’ ସମ୍ମାନରେ ସମ୍ମାନିତ କରାଯାଇଛି।

ବୁଧବାର ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ ଫୁଲନଖରା କ୍ୟାମ୍ପସ ଏବଂ ଶୀତଳାପଲ୍ଲୀ କ୍ୟାମ୍ପସ୍‌କୁ ଏମର୍ଜିଂ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ସମ୍ମାନ ପ୍ରଦାନ କରାଯାଇଛି। ଫୁଲନଖରା କ୍ୟାମ୍ପସ ପକ୍ଷରୁ ହସ୍ପିଟାଲ୍‌ର ଲ୍ୟାବ୍ ନିର୍ଦ୍ଦେଶକ ତଥା ମୁଖ୍ୟ ପ୍ରଫେସର ଦେବାଶିଷ ସାହୁ ଏବଂ ପାଥୋଲୋଜି ବିଭାଗର ପ୍ରଫେସର ଡାକ୍ତର ସମନ୍ୱୟ ଗୋଛାୟତ ଓ ଶୀତଳାପଲ୍ଲୀ କ୍ୟାମ୍ପସର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ ବଲିଉଡ୍ ଅଭିନେତା ଅନିଲ କାପୁରଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ।

ସେହିପରି ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଆଇଏମ୍‌ଏସ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱର ଓ ଫୁଲନଖରା କ୍ୟାମ୍ପସର ୫ ଜଣ ଡାକ୍ତରଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ରେସ୍‌ପିରେଟୋରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ବନାନୀ ଜେନାଙ୍କୁ ମେଡିକାଲ୍ ଏକ୍ସଲେନ୍ସ ଇନ୍ ପଲମୁନୋଲୋଜି, ରେଡିଓଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସତ୍ୟସୁନ୍ଦର ଗଜେନ୍ଦ୍ର ମହାପାତ୍ରଙ୍କୁ ଏଗ୍‌ଜେମ୍ପଲାରୀ କଂଟ୍ରିବ୍ୟୁସନ୍ ଟୁ ରେଡିଓଲୋଜି, ପେଡିଆଟ୍ରିକ୍ ଅଙ୍କୋଲୋଜି ଆଣ୍ଡ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସରୋଜ ପ୍ରସାଦ ପଣ୍ଡାଙ୍କୁ ପାଇଓନିୟରିଂ କ୍ଲିନିକାଲ୍ ଏକ୍ସଲେନ୍ସ ଇନ୍ ପେଡିଆଟ୍ରିକ୍ ହେମାଟୋ-ଅଙ୍କୋଲୋଜି , ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଗିରିଜା ନନ୍ଦିନୀ କାନୁନ୍‌ଗୋଙ୍କୁ ଗ୍ରାଉଣ୍ଡବ୍ରେକିଂ କଂଟ୍ରିବ୍ୟୁସନ୍ ଇନ୍ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ (ଫୁଲନଖରା କ୍ୟାମ୍ପସ୍‌)ର ଡିନ୍ ତଥା ପେଡିଆଟ୍ରିକ୍ ବିଭାଗର ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁଙ୍କୁ କ୍ଲିନିକାଲ୍ ଏକ୍ସଲେନ୍ସ ଇନ୍ ପେଡିଆଟ୍ରିକ୍ସ ସମ୍ମାନ ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ ସେବା ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଡାକ୍ତରମାନଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।

ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋସାଇନ୍‌ସେସ୍‌, ଏମର୍ଜେନ୍ସି ଆଣ୍ଡ ଟ୍ରମା କେୟାର, ଅବ୍‌ଷ୍ଟେଟ୍ରିକ୍ସ ଆଣ୍ଡ ଗାଏନାକୋଲୋଜି, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ଆଣ୍ଡ ହେପାଟୋଲୋଜି, ୟୁରୋଲୋଜି, ଅର୍ଥୋପେଡିକ୍ସ, ଡାଏବେଟୋଲୋଜି, ପ୍ଲାଷ୍ଟିକ୍ ସର୍ଜରୀ, ଡର୍ମାଟୋଲୋଜି ଏବଂ ଆଇଭିଏଫ୍ ଆଣ୍ଡ ଫର୍ଟିଲିଟି ବିଭାଗ ଗୁଡ଼ିକୁ ୧ ନମ୍ବର ବିଭାଗ ଭାବେ ସମ୍ମାନିତ କରାଯାଇଥିଲା।

ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ଓ ଡେନ୍‌ଟିଷ୍ଟ୍ରିରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌କୁ ୧ ନମ୍ବର ହସ୍ପିଟାଲ ଭାବେ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ଗୁଡ଼ିକୁ ବଲିଉଡ୍ ତାରକା ଅନିଲ କାପୁର ପ୍ରଦାନ କରିଥିଲେ।

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ଡିନ୍ ପ୍ରଫେସର ଡାକ୍ତର ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି ଏହି ସମ୍ମାନ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍ ତାରକା ଅନିଲ କାପୁର।

Categories
ଆଜିର ଖବର ରାଜ୍ୟ ଖବର

ବେଙ୍ଗାଲୁରୁରେ ସୋଆ ଆୟୋଜିତ ଆଲିଶିପ୍ ++ରେ କର୍ପୋରେଟ ନେତୃତ୍ୱ ଯୋଗଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଗତ ଶନିବାର ବେଙ୍ଗାଲୁରୁ ଠାରେ କର୍ପୋରେଟ ନେତୃବୃନ୍ଦଙ୍କୁ ନେଇ ‘ଆଲିଶିପ୍ ++’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ ଜଣ କର୍ପୋରେଟ ନେତୃବୃନ୍ଦ ଯୋଗ ଦେଇଥିଲେ। ଏଥିରେ ପ୍ରଥମ ଭାରତୀୟ ଭାବେ ଆଥଲେଟିକ୍ସରେ ୱାର୍ଲ୍ଡ ଚାମ୍ପିଅନ୍‌ସିପ ପଦକ ହାସଲ କରିଥିବା ଅଲିମ୍ପିଆନ୍ ଅଞ୍ଜୁ ବବି ଜର୍ଜ ଙ୍କ ସମେତ ବିଭିନ୍ନ ପ୍ରତିଷ୍ଠିତ ବକ୍ତା ଓ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ।

ଜର୍ଜ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲି ଯୋଗ ଦେଇ ‘କ୍ରୀଡ଼ା କ୍ଷେତ୍ରରେ ନେତୃତ୍ୱ’ ପ୍ରସଙ୍ଗରେ ବକ୍ତବ୍ୟ ରଖି ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ନିଜ ଅନୁଭୂତି ଓ ଚିନ୍ତାଧାରା ବଖାଣି ଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ନିଜ ବକ୍ତବ୍ୟ ରଖିବା ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନେତୃତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସୋଆର ଡିନ୍ (କର୍ପୋରେଟ୍ ରିଲେସନ୍ସ ଆଣ୍ଡ ପ୍ଲେସ୍‌ମେଂଟ) ଡକ୍ଟର ରାଜ କୁମାର ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଓପନ୍ ଲିଙ୍କ ଫାଉଣ୍ଡେସନ୍‌ର ଚିଫ୍ ଷ୍ଟ୍ରାଟେଜିଷ୍ଟ ରାଜୀବ କୁମାର ସିଂ ଆୟୋଜିତ ଆଲୋଚନା ଚକ୍ରକୁ ସଂଚାଳନ କରିଥିଲେ। ଏଥିରେ ଲିଡରସିପ୍ ଏବଂ କର୍ପୋରେଟ ରିଲେସନ୍ କ୍ଷେତ୍ରରେ ବର୍ତମାନ ଏବଂ ଭବିଷ୍ୟତ ଧାରାକୁ ନେଇ ଆଲୋଚନା କରାଯାଇଥିଲା।

ଆଲୋଚନା ଚକ୍ରରେ ଇଞ୍ଜିନିୟରିଂ ଏକାଡେମୀ ଅଫ୍ ଏଲ୍ ଆଣ୍ଡ ଟି ଟେକ୍ନୋଲୋଜି ସର୍ଭିସେସ୍‌ର ଗ୍ଲୋବାଲ ହେଡ୍ ପି. ବି. କୋଟୁର, ଟୋରୀ ହ୍ୟାରିସ୍ ଇନ୍‌ଟିଗ୍ରେସନ୍ ସଲ୍ୟୁସନ୍ସର ସିଏଚ୍‌ଆର୍‌ଓ ସି. ଅପର୍ଣ୍ଣା, ବିଏନ୍‌ୱାଇ ମେଲନ୍‌ର ଉପସଭାପତି ବାଲିରାମ୍ ମୁଟାଗେକର ଓ ଟ୍ୟାଲି ସଲ୍ୟୁସନ୍‌ସର ପ୍ରାଇଭେଟ ଲିମିଟେଡ୍‌ର ଚିଫ୍ ପିପୁଲ୍ ଅଫିସର ଡକ୍ଟର ଏସ୍‌. ଜେ. ନାଗାନାଗୌଡଙ୍କ ସମେତ ମାଇକ୍ରୋସଫ୍‌ଟ, ଡେଲ୍‌, ସ୍କାଲାର ଏବଂ ଅନ୍ୟାନ୍ୟ ବିଭିନ୍ନ କମ୍ପାନୀର ନେତୃବର୍ଗ ଏହି ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟାଇମ୍ସ ନାଓ ବିଜିନେସ୍ ଏକ୍ସଲେନ୍ସ ଆୱାର୍ଡ: ସୋଆକୁ ୭ଟି ସମ୍ମାନ ପ୍ରଦାନ

ଭୁବନେଶ୍ୱର: ପୂର୍ବ ଭାରତର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଓ ମ୍ୟାନେଜମେଂଟ କଲେଜ ଭାବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)କୁ ବୁଧବାର କୋଲକାତା ଠାରେ ଟାଇମ୍ସ ନାଓ ବିଜିନେସ୍ ଏକ୍ସଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଛି।

ଆଇଟିସି ରୟାଲ ବେଙ୍ଗଲ ହୋଟେଲରେ ଆୟୋଜିତ ଟାଇମ୍ସ ନାଓ ବିଜିନେସ୍ ଏକ୍ସଲେନ୍ସ ଆୱାର୍ଡ – ଇଷ୍ଟ ୨୦୨୪ କାର୍ଯ୍ୟକ୍ରମରେ ସୋଆର ଏହି ଦୁଇଟି ଶିକ୍ଷାନୁଷ୍ଠାନକୁ ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନିତ କରାଯାଇଛି।

ସେହିପରି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅଙ୍କୋଲୋଜି, କାର୍ଡିଓଲୋଜି ଆଣ୍ଡ କାର୍ଡିଆକ୍ ସର୍ଜରୀ, ୟୁରୋଲୋଜି, ନ୍ୟୁରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗ ଗୁଡ଼ିକୁ ଓଡ଼ିଶାର ଏକ ନମ୍ବର ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲର ଶ୍ରେଷ୍ଠ ବିଭାଗ ଭାବେ ସମ୍ମାନ ପ୍ରଦାନ କରାଯାଇଛି।

ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ଓ ବିଶିଷ୍ଟ ସମାଜସେବୀ ସୋନୁ ସୁଦ, ବଲିଉଡ୍ ଓ ବଙ୍ଗଳା ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ପରମବ୍ରତ ଚାଟାର୍ଜୀ ଏବଂ ଆଲାଏନ୍ସ ଫ୍ରାନକେସ ଡୁ ବେଙ୍ଗଲେ ର ନିର୍ଦ୍ଦେଶକ ନିକୋଲାସ୍ ଫାସିନୋ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ସୋଆକୁ ଏହି ୭ଟି ସମ୍ମାନ ପ୍ରଦାନ କରିଥିଲେ।

ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ର ଅତିଥିମାନଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ସମ୍ମାନ ପ୍ରଦାନ ସମୟରେ ଅଭିନେତା ସୋନୁ ସୁଦ, ପରମବ୍ରତ ଚାଟାର୍ଜୀ ଓ ଆଲାଏନ୍ସ ଫ୍ରାନକେସ ଡୁ ବେଙ୍ଗଲେ ର ନିର୍ଦ୍ଦେଶକ ନିକୋଲାସ୍ ଫାସିନୋ ସୋଆକୁ ଉଚ୍ଚ ପ୍ରଶଂସା କରିଥିଲେ।

ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଏବଂ ବିଭିନ୍ନ ଉନ୍ନତିମୂଳକ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ଟାଇମ୍‌ସ ନାଓ ବିଜନେସ୍ ଏକ୍ସିଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଇମାମି ଗ୍ରୁପ୍‌ର ନିର୍ଦ୍ଦେଶକ ଆଦିତ୍ୟ ଭି ଅଗ୍ରୱାଲ, ଅମ୍ବୁଜା ନେଓଟିଆ ଗ୍ରୁପ୍‌ର ଅଧ୍ୟକ୍ଷ ହର୍ଷବର୍ଦ୍ଧନ ନେଓଟିଆ, ଆଇଆଇଟି ଖଡ଼ଗପୁର ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ପାର୍ଥ ପ୍ରତୀମ ଚକ୍ରବର୍ତୀ, ଟାଇମ୍ସ ନେଟୱାର୍କର ପ୍ରେସିଡେଂଟ ତଥା ସିଓଓ ଶ୍ରୀ ରୋହିତ ଚଢ଼ା ଓ ଟାଇମ୍ସ ନେଟୱାର୍କର ଆସିଷ୍ଟାଂଟ ଭାଇସ୍ ପ୍ରେସିଡେଂଟ ଶ୍ରୀ ବିମାନ ଦତ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ପକ୍ଷରୁ ରଜ ପିଠା ପ୍ରତିଯୋଗିତା ବୁଧବାର ଆୟୋଜିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ମହିଳାମାନେ ଘରେ ପ୍ରସ୍ତୁତ କରି ବିଭିନ୍ନ ପ୍ରକାର ପିଠା ଆଣିଥିଲେ। ମୋଟ ୨୬ ଜଣ ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।

ବିଭିନ୍ନ ପ୍ରକାରର ପୋଡପିଠା ଯେପରିକି ବୁଢା ଚକୁଳି, ଛେନାମଣ୍ଡା, ବିରି ଖୋଜ, ସୋୟାବିନ୍ ଛୁଙ୍କ ଚିତଉ, ଜାମୁକୋଳି ଚିତଉ ପିଠା, ଆମ୍ବ କାକରା, ସପୁରୀ ଚାଉଳ ପୋଡପିଠା, ତାଳ ପୋଡପିଠା, ଚାଉଳ ପୋଡପିଠା, କ୍ଷୀର ପୋଡପିଠା, ବିରି ପୋଡପିଠା, ତ୍ରିରଙ୍ଗା ପୋଡ ପିଠା, ମହୁଲ ପୋଡ ପିଠା, ଚନ୍ଦ୍ରକାନ୍ତି, ସୁଜି ସିଝା ମଣ୍ଡା ପିଠା, ପୁରଦିଆ ମଣ୍ଡା, ସୁଜି କାକରା, ଗୁଡ଼ ଓ ଚିନି ଆରିଷା, ପାଳୁଅ ମଣ୍ଡା ପିଠା, ଭୋଗେଇ, କ୍ଷୀର ଗଇଁଠା, ଜାମୁକୋଳି ମିଠା, ଜାମୁନ୍ ମଣ୍ଡା, ଜାମୁନ୍ ମୋଦକ ଭଳି ୨୪ ପ୍ରକାର ପିଠା ମହିଳାମାନେ ପ୍ରସ୍ତୁତ କରି ପରିବେଷଣ କରିଥିଲେ।

ଏହି ମହିଳାମାନଙ୍କର ରୋଷେଇ ଦକ୍ଷତାକୁ ପରଖିବା ପାଇଁ ବିଚାରକ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ଛପନ ଭୋଗର ପ୍ରତିଷ୍ଠାତା ସତ୍ୟବ୍ରତ ମହାନ୍ତି, ପିପୁଲ୍ ହୋଟେଲ ଆଣ୍ଡ ରିସୋର୍ଟ ର ଡାଇକ୍ଟେର (ଅପରେସନ୍‌) ଶ୍ରୀ ସୌମ୍ୟଜିତ୍ ମଜୁମ୍‌ଦାର, ରୋଜିସ୍ କିଚେନ୍‌ର ପରିଚାଳନା ନିର୍ଦ୍ଦେଶିକା ସରୋଜା ଚୌଧୁରୀ ଓ ଶୁଭମ ଇଣ୍ଡଷ୍ଟ୍ରିସ୍‌, ଭୁବନେଶ୍ୱରର ନିର୍ଦ୍ଦେଶକ ମାନସ ପଣ୍ଡା ବିଚାରକ ଭାବେ ଯୋଗ ଦେଇ ଖାଦ୍ୟର ମାନ ନିରୂପଣ କରିଥିଲେ।

ଏହି ପ୍ରତିଯୋଗିତାରେ ପ୍ରତିଯୋଗୀ ମାନଙ୍କର ଖାଦ୍ୟର ସ୍ୱାଦ, ପ୍ରସ୍ତୁତି, ପରିବେଷଣ ଓ ଏହାର ଭିନ୍ନତାକୁ ନେଇ ବିଚାର କରାଯାଇଥିଲେ।

ଏସ୍‌ଏଚ୍‌ଏମ୍ ଡିନ୍‌ର ଅଧ୍ୟକ୍ଷ ପ୍ରଫେସର ଚଇନି ସ୍ୱାଗତ ଭାଷଣ ଦେଇ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ପ୍ରଦାନ କରି ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶୁଭମ୍ ଇଣ୍ଡଷ୍ଟ୍ରିସ୍ ର ନିର୍ଦ୍ଦେଶକ ଶ୍ରୀ ପଣ୍ଡା କହିଥିଲେ ଯେ ଆମ ସଂସ୍କୃତିକୁ ଖୁବ୍ ନିଆରା ଭାବରେ ପରିପ୍ରକାଶ କରିବାର ମାଧ୍ୟମ ହେଉଛି ପିଠା ପ୍ରତିଯୋଗିତା। ଏହା କେବଳ ପ୍ରତିଯୋଗିତା ନୁହେଁ ଏହା ଆମ ଭିତରେ ଲୁକ୍କାୟିତ ଅବସ୍ଥାରେ ଥିବା ପ୍ରତିଭାକୁ ପରିପ୍ରକାଶ କରିବାର ଉପାୟ। ସମ୍ମାନିତ ଅତିଥି ଭାବେ ରୋଜିସ୍ କିଚେନ୍‌ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତି ଚୌଧୁରୀ କହିଥିଲେ ଯେ ନାରୀମାନେ ସ୍ୱାବଲମ୍ବୀ ହେବା ଏବଂ ସେମାନଙ୍କ ପାଖରେ ଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ପୁଟିତ କରିବା ଜରୁରୀ। ସେହିପରି ସମ୍ମାନିତ ଅତିଥି ଭାବେ ଛପନ ଭୋଗର ପ୍ରତିଷ୍ଠାତା ଶ୍ରୀ ମହାନ୍ତି, ପିପୁଲ୍ ହୋଟେଲ ଆଣ୍ଡ ରିସୋର୍ଟ ର ଡାଇକ୍ଟେର (ଅପରେସନ୍‌) ଶ୍ରୀ ମଜୁମଦାର ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ଇନୋଭେଟିବ୍ ଚିନ୍ତାଧାରା ପାଇଁ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ।

ପ୍ରତିଯୋଗୀମାନଙ୍କ ଖାଦ୍ୟ ପ୍ରସ୍ତୁତିକୁ ନେଇ ବୀଣା ପାଣିଗ୍ରାହୀ ପ୍ରଥମ,  ଜ୍ୟୋସ୍ନା ମିଶ୍ର ଦ୍ୱିତୀୟ ଓ ସୁସ୍ମିତା ପରମାଣିକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ସ୍ୱାଦରେ ଶଶୀପ୍ରଭା ଦାସ ପ୍ରଥମ, ସନ୍ଧ୍ୟାରାଣୀ ରଥ ଦ୍ୱିତୀୟ ଓ ସରୋଜିନୀ ମିଶ୍ର ତୃତୀୟ ସ୍ଥାନ ଗ୍ରହଣ କରିଥିଲେ। ପ୍ରସ୍ତୁତି ଓ ବାସ୍ନାରେ ମମତା ପାଣି ପ୍ରଥମ, ଅରୁନ୍ଧତୀ ମିଶ୍ର ଦ୍ୱିତୀୟ ଓ ଶ୍ରୀମତି ବିଦୁଲତା ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପିଠାର ଭିନ୍ନତାରେ ଯୁଗଶ୍ରୀ ବିଶୋଇଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଶେଷରେ ଏସ୍‌ଏଚ୍‌ଏମ୍‌ର ଆସିଷ୍ଟାଂଟ୍ ପ୍ରଫେସର ସଂଘମିତ୍ରା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆକୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ ପକ୍ଷରୁ ‘ପର୍ଫମାନ୍ସ ଏକ୍ସିଲେନ୍ସ ଆୱାର୍ଡ’ ପ୍ରଦାନ

ଭୁବନେଶ୍ୱର: ତ୍ତଉତ୍କର୍ଷତା ହାସଲ କରିବା ନିମନ୍ତେ ଅବିରତ ପ୍ରଚେଷ୍ଟା ଜାରୀ ରଖିଥିବାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ (ଆଇଆଇଆଇଇ) ପକ୍ଷରୁ ‘ପର୍ଫମାନ୍ସ ଏକ୍ସିଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଛି।
ଆଇଆଇଆଇଇର ଜାତୀୟ ସଭାପତି ଡକ୍ଟର ଅମୀୟ ବେହେରା ନିକଟରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଏଠାରେ ସାକ୍ଷାତ କରି ଏହି ସମ୍ମାନ ପ୍ରଦାନ କରିଥିଲେ।

ଭାରତରେ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ କ୍ଷେତ୍ରରେ ବିକଶିତ କରିବା ଓ ଆଗକୁ ନେବା ନିମନ୍ତେ ଆଇଆଇଆଇଇ ଭଳି ବୃତିଗତ ଅନୁଷ୍ଠାନ ଦୀର୍ଘ ୬ ଦଶନ୍ଧି ହେବ ଜାତୀୟ ସ୍ତରରେ କାର୍ଯ୍ୟ କରିଆସୁଅଛି।

ଗତ ମେ ମାସ ୩୧ ରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ମସୌରୀ ଠାରେ ଆଇଆଇଆଇଇ ପକ୍ଷରୁ ୨୪ ତମ ସିଇଓ କନ୍‌ଫରେନ୍ସ ଆୟୋଜିତ ହୋଇଥିଲା। ଏହି ଅବସରରେ ସୋଆକୁ ସମ୍ମାନିତ କରାଯାଇଥିଲା। ଏହି ସମ୍ମିଳନୀର ପ୍ରସଙ୍ଗ ରହିଥିଲା “ବିଲ୍ଡିଂ ରେସିଲିଏନ୍ସ: ଆଡାପ୍ଟିଂ ଟୁ ରାପିଡ୍‌ଲି ଚେଞ୍ଜିଂ ଗ୍ଲୋବାଲ୍ ମାର୍କେଟ”। ସମ୍ମିଳନୀରେ ଅନେକ ନେତୃସ୍ତରୀୟ ବ୍ୟକ୍ତିବିଶେଷ, ମ୍ୟାନେଜମେଂଟ ଗୁରୁ, ରାଷ୍ଟ୍ରଦୂତ, ଶିକ୍ଷାବିତ୍ ଓ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହିତ କର୍ପୋରେଟ ଜଗତର ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷ ଯୋଗ ଦେଇ ସେମାନଙ୍କର ବିଚାରଧାରା ବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜୁନ୍ ୧୦ ସୁଦ୍ଧା ଓଡ଼ିଶାରେ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ: ସିଇସି

ଭୁବନେଶ୍ୱର: ଆରବ ସାଗରରୁ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଦକ୍ଷିଣ ଓଡ଼ିଶାରେ ଜୁନ୍ ୧୦ ସୁଦ୍ଧା ପ୍ରବେଶ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଦକ୍ଷିଣ ପଶ୍ଚିମ ବାୟୁ ପ୍ରବାହର ପ୍ରଭାବରେ ମହାରାଷ୍ଟ୍ର, ତେଲେଙ୍ଗାନା ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାଗୁଡ଼ିକୁ ଜୁନ ୯ ଓ ୧୦ ସୁଦ୍ଧା ମୌସୁମୀ ଛୁଇଁବ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଆରବ ସାଗରର ମୌସୁମୀ ପ୍ରବାହ ଅଧିକ ଶକ୍ତିଶାଳୀ ହେଉଥିବା ବେଳେ ଜୁନ ୧୫ ଠାରୁ ବଙ୍ଗୋପସାଗର ଶାଖା ସବଳ ହୋଇ ଓଡ଼ିଶା ତଥା ପୂର୍ବ ଭାରତର ରାଜ୍ୟଗୁଡ଼ିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ବୋଲି ଡକ୍ଟର ସାହୁ ସୂଚନା ଦେଇଛନ୍ତି।

ଜୁ୍‌ନ୍ ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୨ ଡିଗ୍ରୀ ରୁ କମ୍ ଏବଂ ଉପକୂଳବର୍ତୀ ଅଂଚଳରେ ୪୦ ଡିଗ୍ରୀ ରୁ କମ୍ ବା ମଧ୍ୟମ ଧରଣର ତାପମାତ୍ରା ରହିବା ସହିତ ପାଗ ଉଷ୍ମ -ଆର୍ଦ୍ର ରହିବ ବୋଲି ସେ କହିଛନ୍ତି।

ଯଦି ମୌସୁମୀ ଆସିବାରେ ବିଳମ୍ବ ହୁଏ ତେବେ ଜୁନ୍ ୧୨ ରୁ ୧୬ ମଧ୍ୟରେ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ଏବଂ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିପାରେ।

ଏହି ସମୟରେ ରାଜ୍ୟର ବିଭିନ୍ନ ଅଂଚଳରେ ବିକ୍ଷିପ୍ତ ଭାବେ କାଳବୈଶାଖୀ ହେବାର ସମ୍ଭାବନା ଥିବା ବେଳେ ଉପକୂଳ ଅଂଚଳରେ ଏହାର ପ୍ରବାହ ଅଧିକ ରହିପାରେ ବୋଲି ଡକ୍ଟର ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଏସ୍‌ଏଚ୍‌ଏମ୍‌ରେ ମହିଳାଙ୍କ ନିମନ୍ତେ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆରମ୍ଭ

ଭୁବନେଶ୍ୱର: ଖାଦ୍ୟ ରନ୍ଧନ ଖୁବ୍ ଭଲ ଅନୁଭବ ଏବଂ ମା’ର ହାତ ରନ୍ଧାର ତୁଳନା ନାହିଁ। ଘରର ମହିଳାଟି ଯେଉଁ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିକି ଦିଏ ତାହାର ସ୍ୱାଦ ଖୁବ୍ ନିଆରା। କେବଳ ଖାଦ୍ୟ ସୁସ୍ୱାଦ ହେବା ଜରୁରୀ ନୁହେଁ ସେତିକି ଶରୀର ପାଇଁ ସ୍ୱାସ୍ଥ୍ୟକର ହେବା ଜରୁରୀ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ସୋମବାର ମହିଳାମାନଙ୍କ ନିମନ୍ତେ ଆରମ୍ଭ ହୋଇଥିବା ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛପନ ଭୋଗର ପ୍ରତିଷ୍ଠାତା ଶ୍ରୀ ସତ୍ୟବତ୍ର ମହାନ୍ତି କହିଛନ୍ତି।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ଅବସରରେ ଦୁଇ ସପ୍ତାହବ୍ୟାପୀ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହିଳାମାନେ କିଭଳି ରୁଚିକର ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିପାରିବେ ଓ ଠିକ୍ ଭାବେ ପରଷି ପାରିବେ ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି। ଏଭଳି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିବା ସହିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ଆମ ଖାଦ୍ୟ ଯେତିକି ପୁଷ୍ଟିକର ହେବ ତାହା ଆଗାମୀ ପିଢିମାନଙ୍କୁ ବଂଚେଇ ପାରିବ। ଅନେକ ମହିଳା ଘରେ କ୍ଲାଉଡ କିଚେନ୍ ଆରମ୍ଭ କରିଥିବା ପ୍ରକାଶ କହିଥିଲେ। ତେଣୁ ଏଭଳି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିବ ବୋଲି ଶ୍ରୀ ମହାନ୍ତି ଏହି ଅବସରରେ କହିଛନ୍ତି।

ଏସ୍‌ଏଚ୍‌ଏମ୍‌ର ପ୍ରଫେସର (ଡକ୍ଟର) ଅଂଶୁମାନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁସ୍ୱାଦୁକର ଭାରତୀୟ ବ୍ୟଞ୍ଜନ, ପୁଷ୍ଟିକର କନ୍‌ଟିନେଂଟାଲ୍ ବ୍ୟଞ୍ଜନ ଓ ବିଭିନ୍ନ ପ୍ରକାରର ମକ୍‌ଟେଲ୍ ପ୍ରସ୍ତୁତିର ପ୍ରଶିକ୍ଷଣ ଦିଆଯିବ। ପ୍ରତ୍ୟେକ ଦିନ ୨ଟାରୁ ୫ ଟା ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ।

Categories
ଆଜିର ଖବର

ସୋଆ ରେଡ଼ିଓରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ଦ୍ୱାରା ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ମଙ୍ଗଳବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହୋଇଯାଇଛି।

ଚଳିତ ବର୍ଷର ପ୍ରସଙ୍ଗ ‘ପିରିୟଡ ଫ୍ରେଣ୍ଡଲି ୱାର୍ଲ୍ଡ’କୁ ନେଇ ରେଡ଼ିଓ ଷ୍ଟେସନ୍ ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା।

ଋତୁସ୍ରାବ ସମୟରେ ସ୍ୱାସ୍ଥ୍ୟର ଯତ୍ନ ଏବଂ ମହିଳା ଓ ଝିଅ ମାନଙ୍କର ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତା ଉପରେ ଗୁରୁତ୍ୱାରୋପ କରାଯାଇ ଏହି ଦିବସକୁ ପାଳନ କରାଯାଇଥାଏ।

ଏହି ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଉପସ୍ଥିତ ରହି ବିଶ୍ୱ ବିଦ୍ୟାଳୟର ମହିଳା ସଫେଇ କର୍ମଚାରୀମାନଙ୍କ ମଧ୍ୟରେ ପରିବେଶ ଅନୁକୂଳ ସାନିଟାରୀ ପ୍ୟାଡ ବଂଟନ କରିଥିଲେ।

ରେଡ଼ିଓ ଷ୍ଟେସନ୍‌ର ଇନ୍‌ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ସଚେତନ କରିବା ସହ ଏହା ଦ୍ୱାରା ଋତୁସ୍ରାବକୁ ନେଇ ରହିଥିବା ଭୁଲ ଧାରଣାକୁ ଦୂର କରିବାରେ ସହାୟକ ହେବ।

ସୋଆ ରେଡ଼ିଓ ଷ୍ଟେସନ୍‌ର ରେଡ଼ିଓ ଜକି ଶୁଭଶ୍ରୀ ଶୁଭସ୍ମିତା ସ୍ୱାଇଁ, ଶୁଭଶ୍ରୀ ପାତ୍ର ଓ ଶୁଭଶ୍ରୀ ସାହୁ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମଧ୍ୟପ୍ରାଚ୍ୟରେ ହୋଟେଲ ଶିଳ୍ପ କ୍ଷେତ୍ରରେ ସୋଆ ପୁରାତନ ଛାତ୍ରୀ ଉତ୍କର୍ଷ ନେତୃତ୍ୱ ନିମନ୍ତେ ମନୋନୀତ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟର ହୋଟେଲ୍ ଶିଳ୍ପ କ୍ଷେତ୍ରରେ ୨୦୨୪ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)ର ପୁରାତନ ଛାତ୍ରୀ ସୋନମ୍ ଦାସ ନିଜର ନେତୃତ୍ୱର ଉତ୍କର୍ଷତା ନିମନ୍ତେ ସମ୍ମାନିତ ହୋଇଛନ୍ତି। ସୋନମ୍ ବର୍ତମାନ ଦୁବାଇ ସ୍ଥିତ କେମ୍‌ପିନ୍‌ସ୍କି ହୋଟେଲ ମଲ୍ ଅଫ୍ ଏମିରେଟ୍ସରେ ହାଉସ୍ କିପିଂ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି।

ସୋଆ ଏସ୍‌ଏଚ୍‌ଏମ୍‌ର ୨୦୧୨ ବ୍ୟାଚର ଏହି ଛାତ୍ରୀ ମଧ୍ୟପ୍ରାଚ୍ୟରେ ୨୦୨୪ ନିମନ୍ତେ ମନୋନୀତ ହୋଇଥିବା ଶ୍ରେଷ୍ଠ ୩୦ ଜଣ ହାଉସ୍ କିପିଂ କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ହସ୍ପିଟାଲିଟି ଡଟ୍ କମ୍ ପକ୍ଷରୁ ୩୦ ଜଣ ଅଗ୍ରଣୀ ବ୍ୟକ୍ତିଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା।

ଦୀର୍ଘ ୧୧ ବର୍ଷର ଅଭିଜ୍ଞତା ଥିବା ସୋନମ୍ ୨୦୧୨ ମସିହାରେ ଏସ୍‌ଏଚ୍‌ଏମ୍‌ରୁ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ କ୍ୟାମ୍ପସ ପ୍ଲେସ୍‌୍‌ମେଂଟରେ ହାୟାତ ହୋଟେଲ୍ସ ଗ୍ରୁପରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ୨୦୧୭ ମସିହାରେ ଦୁବାଇର ମାରିଅଟ୍ ହୋଟେଲ୍ସରେ ସୁପରଭାଇଜର ଭାବେ କାର୍ଯ୍ୟ କରିଥିବା ବେଳେ ପରବର୍ତୀ ସମୟରେ ହାୟାତ ହୋଟେଲ୍ସରେ ମ୍ୟାନେଜର ପଦବୀ ରେ କାର୍ଯ୍ୟ କରିଥିଲେ। ଏହା ପରେ ସେ କେମ୍‌ପିନ୍‌ସ୍କି ହୋଟେଲ ମଲ୍ ଅଫ୍ ଏମିରେଟ୍ସରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ।

ସୋନମ୍ ଅବିରତ ଶିକ୍ଷା ଗ୍ରହଣ ଓ ଦଳଗତ କାର୍ଯ୍ୟରେ ବିଶ୍ୱାସ କରନ୍ତି। କଲେଜ ସମୟରେ କ୍ୟାମ୍ପସ୍‌ରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଥିଲେ।

ଏହି ସମ୍ମାନ ଗ୍ରହଣ କରିବା ପରେ ସୋନମ୍ ସୋଆକୁ ପ୍ରଶଂସା କରିବା ସହ ତାଙ୍କ କ୍ୟାରିୟର ର ସଫଳତା ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ମିଳିଥିବା ପ୍ରୋତ୍ସାହନ ନିମନ୍ତେ କୃତଜ୍ଞତା ଜଣାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୌସୁମୀର ଆଗମନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ: ସିଇସି

ଭୁବନେଶ୍ୱର: ଜୁନ୍ ୧୦ ପର୍ଯ୍ୟନ୍ତ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀର ଆଗମନ ନେଇ କୌଣସି ସମ୍ଭାବନା ନଥିବା ବେଳେ ରାଜ୍ୟର ଆଭ୍ୟନ୍ତରୀଣ ଓ ପଶ୍ଚିମ ଅଂଚଳର ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଦେଶର ଉତର ପଶ୍ଚିମ ଭାଗରୁ ଉତପ୍ତ ବାୟୁ ପ୍ରବାହ ଆହୁରି ଗୋଟିଏ ସପ୍ତାହ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଜାରି ରହିବାର ସୂଚନା ରହିଥିବା ବେଳେ ଓଡ଼ିଶା ଓ ଏହାର ନିକଟବର୍ତୀ ଅଂଚଳରେ ଜୁନ ୧୦ ପୂର୍ବରୁ ମୌସୁମୀର ଆଗମନ ହେବ ନାହଁ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ତେବେ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଂଚଳରେ ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ କାଳବୈଶାଖୀ ସୃଷ୍ଟି ହେବାର ସମ୍ଭାବନା ରହିଥିବା ସେ କହିଛନ୍ତି।

ମୌସୁମୀ କେରଳ, ଆଣ୍ଡାମାନ୍ ଓ ନିକୋବର ଦ୍ୱୀପପୁଞ୍ଜ ତଥା ଉତର ପୂର୍ବ ରାଜ୍ୟଗୁଡ଼ିକୁ ଛୁଇଁଥିବା ବେଳେ ଏହାର ପ୍ରଭାବରେ ଓଡ଼ିଶାର ବାୟୁମଣ୍ଡଳରେ ଜଳୀୟ ବାଷ୍ପ ସୃଷ୍ଟି ହେବ। ମାତ୍ର ଦୁଇ ବା ତିନି ଦିନ ମଧ୍ୟରେ କାଳବୈଶାଖୀ ଯୋଗୁଁ ଆସ୍ୱସ୍ତିକର ଲାଘବ ହୋଇପାରେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଫ୍ୟାକଲ୍ଟିଙ୍କ ଦ୍ୱାରା ଲିଖିତ ପ୍ରାଣୀ ରୋଗ ସମ୍ବନ୍ଧୀୟ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ର ଫ୍ୟାକଲ୍ଟିମାନଙ୍କ ଦ୍ୱାରା ପ୍ରାଣୀ ରୋଗ ବିଜ୍ଞାନ ସମ୍ବନ୍ଧୀୟ ଦୁଇଟି ପୁସ୍ତକକୁ ମଙ୍ଗଳବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉନ୍ମୋଚିତ କରିଛନ୍ତି।

“ନ୍ୟୁଟ୍ରିସ୍‌ନାଲ୍ ବାୟୋକେମେଷ୍ଟ୍ରୀ ଫର୍ ଭେଟେରିନାରୀ ଏକ୍ସିଲେନ୍‌ସ: ଏ ହୋଲିଷ୍ଟିକ୍ ଆପ୍ରୋଚ୍‌” ଶୀର୍ଷକ ପୁସ୍ତକଟି ଅନୁଷ୍ଠାନରେ କାର୍ଯ୍ୟରତ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ୟୋରା ରିନା, ଡକ୍ଟର ଜୁଲି ଚକ୍‌ମା ଏବଂ ଡକ୍ଟର ଦିବ୍ୟପ୍ରକାଶ ଆର୍‌. ଚୋରାଭାଡାଙ୍କ ଦ୍ୱାରା ମିଳିତ ଭାବେ ଲେଖାଯାଇଛି।

ପୁସ୍ତକଟିରେ ପ୍ରାଣୀ ରୋଗ କ୍ଷେତ୍ରରେ ପୋଷଣ ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ ରହିଥିବା ବେଳେ ପ୍ରାଣୀ ମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହାର କିଭଳି ଗୁରୁତ୍ୱ ରହିଛି ସେ ସମ୍ପର୍କରେ ବିସ୍ତାର ଭାବେ ଦର୍ଶାଯାଇଛି।

ଅନୁଷ୍ଠାନର ଅନ୍ୟ ଜଣେ ଆସିଷ୍ଟାଂଟ ପ୍ରଫେସର (ଡକ୍ଟର) ଦୀପକ କୁମାର ଚୌରାସିଆଙ୍କ ଦ୍ୱାରା ଲିଖିତ ପୁସ୍ତକ “ଏଗ୍‌ଜାମ୍ ସ୍ପେଶିଆଲ୍‌: ୟୋର ପର୍ଫେକ୍ଟ ଏଗ୍‌ଜାମ୍ ଫ୍ରେଣ୍ଡ” ପୁସ୍ତକଟି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଲେଖାଯାଇଛି।

ପୁସ୍ତକ ଦୁଇଟି ଉନ୍ମୋଚନ କରିବା ଅବସରରେ ପ୍ରଫେସର (ଡକ୍ଟର) ନାୟକ ସୋଆର ଏହି ୪ ଜଣ ଅଧ୍ୟାପକ ଅଧ୍ୟାପିକାଙ୍କର ଉଦ୍ୟମକୁ ନେଇ ଖୁସି ବ୍ୟକ୍ତ କରିବା ସହ ଏହି ୪ଜଣ ଫ୍ୟାକଲ୍ଟି ଦେଶର ବିଭିନ୍ନ ରାଜ୍ୟରୁ ଆସିଛନ୍ତି ବୋଲି କହିଥିଲେ। ଏହା ବିଶ୍ୱବିଦ୍ୟାଳୟର ବିବିଧତାକୁ ଦର୍ଶାଉଛି ବୋଲି ସେ କହିଥିଲେ।

ଡକ୍ଟର ରିନା ଆନିମଲ୍ ନ୍ୟୁଟ୍ରିସନ୍ ବିଭାଗର ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ସେ କର୍ଣ୍ଣଲ୍‌ର ଆଇସିଏଆର୍‌-ନ୍ୟାସ୍‌ନାଲ୍ ଡାଏରି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଆନିମଲ୍ ନ୍ୟୁଟ୍ରିସନ୍‌ରେ ୨୦୨୩ ମସିହାରେ ଡକ୍ଟରେଟ୍ କରିଛନ୍ତି । ସେ ୨୦୧୮ ମସିହାରେ ଆସାମ କୃଷି ବିଶ୍ୱବିଦ୍ୟାଳୟ ଅଧିନସ୍ଥ କଲେଜ ଅଫ୍ ଭେଟେରିନାରୀ ସାଇନ୍‌ସେସ୍‌ରୁ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିଲେ।

ସେହିପରି ଡକ୍ଟର ଚକ୍‌ମା ୨୦୨୩ରେ ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ଆଇଭିଆର୍‌ଆଇ)ରୁ ଆନିମଲ୍ ନ୍ୟୁଟ୍ରିସନ୍‌ରୁ ପିଏଚ୍‌ଡି କରିଥିବା ବେଳେ ୨୦୨୦ରେ ଇମ୍ଫାଲ୍ ସ୍ଥିତ ସେଂଟ୍ରାଲ୍ ଏଗ୍ରିକଲ୍‌ଚରାଲ୍ ୟୁନିଭର୍ସିଟିରୁ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିଲେ ଏବଂ ତ୍ରିପୁରାର କଲେଜ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀରୁ ଗ୍ରାଜୁଏସନ୍ କରିଛନ୍ତି।

ସେହିପରି ଡକ୍ଟର ଚୋରାଭାଡା ଆଇଭିଆର୍‌ଆଇରୁ ଆନିମଲ୍ ବାୟୋକେମେଷ୍ଟ୍ରୀରେ ପିଏଚ୍‌ଡି ହାସଲ କରିଥିବା ବେଳେ ୨୦୧୮ରେ ଗୁଜରାଟର ଜୁନାଗଡ଼ କୃଷି ବିଶ୍ୱବିଦ୍ୟାଳୟରୁ ଭେଟେରିନାରୀ ବାୟୋକେମେଷ୍ଟ୍ରୀରେ ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି।

ଛତିଶଗଡ଼ର ଡକ୍ଟର ଚୌରାସିଆ ଦୁର୍ଗ ଭେଟେରିନାରୀ କଲେଜରୁ ତାଙ୍କର ଅଣ୍ଡର ଗ୍ରାଜୁଏଟ୍ ଶିକ୍ଷା ସମାପ୍ତ ପରେ ଏମ୍‌ଭିଏସ୍‌ସି ଏବଂ ପିଏଚ୍‌ଡି ଡିଗ୍ରୀ ଭୁବନେଶ୍ୱର ସ୍ଥିତ ଓଡ଼ିଶ।। କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଓଡ଼ିଶା ଭେଟେରିନାରୀ କଲେଜ୍‌ରୁ ହାସଲ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ବିଭାଗ ତରଫରୁ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ ହୋଇଯାଇଛି।

ଶୁକ୍ରବାର ସକାଳେ ଏହି ଅବସରରେ ଏକ ସଚେତନା ର‌୍ୟାଲି ଆୟୋଜନ କରାଯାଇଥିଲା। ଦ୍ୱିତୀୟାର୍ଦ୍ଧରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସିଜୋଫ୍ରେନିଆ ପରି ମାନସିକ ବ୍ୟାଧି ସହିତ ଲଢିବା ପାଇଁ ସମସ୍ତଙ୍କର ସାମାଜିକ ଦାୟିତ୍ୱବୋଧ ରହିଛି ବୋଲି କହିଥିଲେ।

ସେହିପରି ମୁଖ୍ୟବକ୍ତା ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ (ଇନ୍‌ଚାର୍ଜ) ପ୍ରଫେସର (ଡାକ୍ତର) ରଚିତା ଷଡଙ୍ଗୀ ଏହି ରୋଗ ସହିତ ଜଡିତ ଅନ୍ଧବିଶ୍ୱାସ ତଥା ସାଧାରଣ ଜନତାଙ୍କ ମନରେ ଥିବା ରୋଗ ସମ୍ବନ୍ଧୀୟ ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ସାଇକିଆଟ୍ରିକ୍ ସୋସାଇଟିର ଜେନେରାଲ୍ ସେକ୍ରେଟାରୀ ପ୍ରଫେସର (ଡାକ୍ତର) ଅମ୍ରିତ ପଟ୍ଟଯୋଶୀ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ସାଇକିଆଟ୍ରି ବିଭାଗକୁ ପ୍ରଶଂସା କରି ଏହା ପୂର୍ବ ଭାରତର ଅନ୍ୟତମ ଶ୍ରେଷ୍ଠ ମାନସିକ ଚିକିତ୍ସା ବିଭାଗ ବୋଲି ମତ ରଖିଥିଲେ।

ଇଣ୍ଡିଆନ୍ ସାଇକିଆଟ୍ରିକ୍ ସୋସାଇଟି (ଓଡିଶା ରାଜ୍ୟ ଶାଖା) ର ସଭାପତି ପ୍ରଫେସର (ଡାକ୍ତର) ରଜନୀକାନ୍ତ ଶୁକ୍ଳା ତଥା ଜେନେରାଲ୍ ସେକ୍ରେଟାରୀ ଡାକ୍ତର ଦେବଦତା ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସିଜୋଫ୍ରେନିଆ ଜନିତ ସାମାଜିକ ଦାୟିତ୍ୱବୋଧ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ମାନସିକ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ସୁରଜିତ ସାହୁ କହିଥିଲେ ଯେ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗ ନିରନ୍ତର ଭାବରେ ସାଧାରଣ ଜନତାଙ୍କ ପାଇଁ ଉନ୍ନତରୁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ କରି ଲୋକଙ୍କ ମନରେ ଭରସା ଯୋଗାଇ ପାରିଛି। ପ୍ରଫେସର (ଡାକ୍ତର) ଶୁଭେନ୍ଦୁ ନାରାୟଣ ମିଶ୍ର ମାନସିକ ରୋଗ ଓ ତା’ର ଚିକିତ୍ସା କ୍ଷେତ୍ରରେ ନୂତନ ବୈଷୟିକ ବିଦ୍ୟା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଆଣିବ ବୋଲି ପ୍ରକାଶ କରିଥିଲେ।

ଡାକ୍ତର ରାକେଶ ମହାନ୍ତି, ଡାକ୍ତର ସୌମ୍ୟରଂଜନ ଦାଶ, ଡାକ୍ତର ଜିତେନ୍ଦ୍ରୀୟ ବିଶ୍ୱାଳ ଓ ମନିଷା ପଟ୍ଟନାୟକ ସିଜୋଫ୍ରେନିଆ ରୋଗର ବିଭିନ୍ନ ଦିଗ ଓ ତା’ର ସାମାଜିକ ଦୃଷ୍ଟିକୋଣ ବିଷୟରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ ମିନତି ମିଶ୍ର ଏହି କ୍ଷେତ୍ରରେ ନର୍ସିଂ କର୍ମୀଙ୍କ ଯୋଗଦାନ ବିଷୟରେ କହିଥିଲେ। ଏହି ସଚେତନତା କାଯ୍ୟକ୍ରମରେ ସାଇକିଆଟ୍ରି ବିଭାଗର ଡାକ୍ତର ସ୍ନେହାଂଶୁ ଦେ, ଡାକ୍ତର ଅମୀୟ କୃଷ୍ଣ ସାହୁ , ଡାକ୍ତର ଲଗ୍ନଜିତ ଦାଶ, ଡାକ୍ତର ହିରଣ୍ମୟ ମହାପାତ୍ର, ଡାକ୍ତର କିର୍ତୀ ଅନୁରାଗ, ଡାକ୍ତର ନିର୍ଲୀପ୍ତ ଦାଶ ଓ ଡାକ୍ତର ରୂପେଶ ସେନାପତି ଉପସ୍ଥିତ ଥିଲେ। ପିଜି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଚେତନତା ସୃଷ୍ଟି ନିମନ୍ତେ ପରିବେଷିତ ନାଟକ ଏହି କାର୍ଯ୍ୟକ୍ରମରେ ଖୁବ୍ ଆଦୃତ ହୋଇଥିଲା। ଡାକ୍ତର ଲଗ୍ନଜୀତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା କ୍ୟାମ୍ପସ୍‌ରେ ମଧ୍ୟ ଶୁକ୍ରବାର ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ ହୋଇଯାଇଛି।

ଏହି ଦିବସ ପାଳନ ଅବସରରେ ଫୁଲନଖରା କ୍ୟାମ୍ପସରେ ସିଜୋଫ୍ରେନିଆ ରୋଗ ବିଷୟରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। କ୍ୟାମ୍ପସ୍‌ର ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଅରକ୍ଷିତ ସ୍ୱାଇଁଙ୍କ ତତ୍ୱାବଧାନରେ ଏହି ସଭା ଆୟୋଜନ କରାଯାଇଥିଲା। ଏଥିରେ ମାନସିକ ରୋଗ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଅଭିଷେକ ସାମଲ୍‌, ଡାକ୍ତର ସାଇ ପ୍ରସାଦ ରାୟ, ଡାକ୍ତର ସୁଜାତା ସାହୁ, ଡାକ୍ତର ସୁଚରିତା ମିଶ୍ର ଏବଂ ସିନିୟର ରେସିଡେଂଟ ଡାକ୍ତର ସୁମାଇଲା ଆସିଫ ପ୍ରମୁଖ ଯୋଗ ଦେଇ ସିଜୋଫ୍ରେନିଆ ଦିବସର ଉଦ୍ଦେଶ୍ୟ, ରୋଗର ଲକ୍ଷଣ ଓ ଚିକିତ୍ସା ପଦ୍ଧତି ସମ୍ପର୍କରେ ଅବଗତ କରାଇଥିଲେ।

ଏହି ସଭାରେ ସିଜୋଫ୍ରେନିଆ ରୋଗୀ ଓ ସେମାନଙ୍କ ପରିବାର ପ୍ରତି ଥିବା ସହଯୋଗର ପ୍ରତୀକ ରୂପେ ଡାକ୍ତରଖାନାର ସମସ୍ତ ଡାକ୍ତର ଓ କର୍ମଚାରୀମାନେ ସିଲ୍‌ଭର ରିବନ୍ ପରିଧାନ କରିବା ସହ ସମସ୍ତଙ୍କୁ ସିଜୋଫ୍ରେନିଆ ରୋଗ ଉପରେ ଥିବା ସୂଚନା ପତ୍ର (ଇନ୍‌ଫର୍ମେସନ୍ ଲିଫ୍‌ଲେଟ୍‌) ବଂଟନ କରିଥିଲେ। ଏହି ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀ ମାନସିକ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଚିକିତ୍ସା କରାଇବା ଆବଶ୍ୟକ ବୋଲି ଡାକ୍ତରମାନେ ମତ ବ୍ୟକ୍ତ କରିଥିଲେ। ଏହି ସଭାରେ କ୍ୟାମ୍ପସ୍‌ର ସମସ୍ତ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏସ୍‌ଏଚ୍‌ଏମ୍‌ରେ ମହିଳାଙ୍କ ନିମନ୍ତେ ବେକେରୀ ଖାଦ୍ୟ ପ୍ରସ୍ତୁତି ପ୍ରଶିକ୍ଷଣ

ଭୁବନେଶ୍ୱର: ମହିଳାମାନଙ୍କୁ ବେକେରୀ ଓ କନ୍‌ଫେକ୍ସନାରୀ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ ଦେବା ନିମନ୍ତେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ସୋମବାର ‘ୱି କ୍ୟାନ୍ ବେକ୍‌୍‌’ ଶୀର୍ଷକ ଏକ ୬-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଗତ ବର୍ଷ ଖାଦ୍ୟ ରନ୍ଧନ ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “ୱି କ୍ୟାନ୍ କୁକ୍‌” ଆୟୋଜିତ ହୋଇଥିବା ବେଳେ ଚଳିତ ମାସ ମେ ୧୩ ତାରିଖରେ ‘ୱି କ୍ୟାନ୍ ବେକ୍‌୍‌’ର ପ୍ରଥମ ସଂସ୍କରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତେବେ ସୋମବାର ଠାରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଫ୍ରୁଟ୍ କେକ୍‌, ମିଲେଟ୍ କୁକିଜ୍‌, ଚକୋଲେଟ୍ ପେଷ୍ଟ୍ରି, ଡାନିସ୍ ପେଷ୍ଟ୍ରି, ଆସୋର୍ଟେଡ ପଫ୍‌, ପାଟିସ୍‌, ପାଇନାପଲ୍ ପେଷ୍ଟ୍ରି, ଚକୋ ଚିପ୍‌ସ କୁକିଜ୍‌୍‌, ଆସୋର୍ଟେଡ୍ ପିଜା, ବ୍ରେଡ୍ ଷ୍ଟିକ୍ସ, ରୋଲ୍ ଓ କ୍ରିମ୍ କାରାମେଲ୍ ପ୍ରଭୃତିର ପ୍ରସ୍ତୃତି ପ୍ରଣାଳୀ ଶିକ୍ଷା ଦିଆଯିବ।
ପ୍ରଥମ ପର୍ଯ୍ୟାୟରେ ୩୫ ଜଣ ଶୀକ୍ଷାର୍ଥୀ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୫ ଜଣ ମହିଳା ପ୍ରଶିକ୍ଷଣ ନିମନ୍ତେ ସାମିଲ ହୋଇଛନ୍ତି।

ସୋମବାର ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅବସରରେ ଓବରଏ ଗ୍ରୁପ୍ ଅଫ୍ ହୋଟେଲ୍‌ସର ହ୍ୟୁମ୍ୟାନ୍ ରିସୋର୍ସେସ୍ ଆଣ୍ଡ ଟ୍ରେନିଂର ପୂର୍ବତନ ଉପସଭାପତି ଯଶୋବନ୍ତ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶିକ୍ଷକଙ୍କ ଠାରୁ ବିଭିନ୍ନ ପ୍ରକାରର ବେକେରୀ ପ୍ରସ୍ତୁତି ପ୍ରଣାଳୀ ଶିଖିବା ଦ୍ୱାରା ନିଜେ ଭଲ ଉଦ୍ୟୋଗୀ ହୋଇପାରିବେ ବୋଲି କହିଥିଲେ।

ମହିଳାମାନେ କିଭଳି ରୁଚିକର ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିପାରିବେ ଓ ନିଜେ ସ୍ୱାବଲମ୍ବୀ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ ସେ ନେଇ ଶ୍ରୀ ପାଢ଼ୀ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରତିବର୍ଷ କରିବା ସହ ପ୍ରତିଯୋଗୀମାନେ ଏହାକୁ ବୃତି ଭାବେ ଗ୍ରହଣ କରିବା ନିମନ୍ତେ ସେମାନଙ୍କୁ ପ୍ରୋତ୍ସାହନ ଦେବା ଉଚିତ୍ ବୋଲି ସେ କହିଥିଲେ।

ଏହି ଅବସରରେ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଂଜନ ଚଇନି ସ୍ୱାଗତ ଭାଷଣ ଦେବା ଅବସରରେ ମହିଳାମାନଙ୍କୁ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ‘ୱି କ୍ୟାନ୍ କୁକ୍‌’ର ଦ୍ୱିତୀୟ ଓ ‘ୱି କ୍ୟାନ ବେକ୍‌’ର ତୃତୀୟ ସଂସ୍କରଣର ମଧ୍ୟ ଆୟୋଜନ କରିବା ନିମନ୍ତେ ଯୋଜନା ରହିଛି ବୋଲି ପ୍ରଫେସର ଚଇନି ଏହି ଅବସରରେ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ଏସ୍‌ଏଚ୍‌ଏମ୍‌ର ଆସିଷ୍ଟାଂଟ ପ୍ରଫେସର ସଂଘମିତ୍ରା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଏନ୍‌ସିସି ଛାତ୍ରଛାତୀମାନଙ୍କ ଦ୍ୱାରା ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ଗୁରୁବାର ଦିନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।

ଏହି ଶିବିରକୁ କଟକ ଏନ୍‌ସିସି ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ୍ ସତ୍ୟବତ୍ର ସ୍ୱାଇଁ ଉଦ୍‌ଘାଟନ କରିଥିଲେ।

ଏହି ଶିବିରରେ ସୋଆ ଏନ୍‌ସିସି କ୍ୟାଡେଟ୍ ମାନଙ୍କ ସମେତ ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ। ମୋଟ୍ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

ଏହି ଶିବିରରେ ଆଇଟିଇଆର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆ ଏନ୍‌ସିସିର ପ୍ରଫେସର ଇନ୍‌ଚାର୍ଜ ଡକ୍ଟର ସତୀଶ କୁମାର ସାମଲ, ଏନ୍‌ସିସି ବାଳିକା ୟୁନିଟ୍‌ର କେୟାର୍ ଟେକର୍ ଅଫିସର୍ (ସିଟିଓ) ଡକ୍ଟର ରିମା ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରତ୍ୟେକ ପ୍ରାଣୀ ଭଲ ପାଇବା ଓ ସ୍ନେହର ଭାଷା ବୁଝନ୍ତି: ସୋଆ ଉପସଭାପତି

ଭୁବନେଶ୍ୱର: ପ୍ରାଣୀମାନେ ଯଦିଓ କଥା କହିପାରନ୍ତି ନାହିଁ କିମ୍ବା ସେମାନଙ୍କର ଭାବାବେଗ ପ୍ରକାଶ କରିପାରନ୍ତି ନାହିଁ କିନ୍ତୁ ସେମାନେ ଭଲ ପାଇବା ଓ ସ୍ନେହର ଭାଷା ବୁଝିପାରନ୍ତି। ତେଣୁ ପ୍ରତ୍ୟେକ ପ୍ରାଣୀ ଚିକିତ୍ସକ ସ୍ନେହ ଓ ଯତ୍ନ ଦେଇ ସେମାନଙ୍କର ଚିକିତ୍ସା କଲେ ସେମାନେ ନିଜ ବୃତିରେ ସଫଳ ହୋଇପାରିବେ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଉପସଭାପତି ଶାଶ୍ୱତୀ ଦାସ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ୍ ହଜବ୍ୟାଣ୍ଡ୍ରି (ଆଇଭିଏସ୍‌ଏଏଚ୍‌)ର ପ୍ରଥମ ବାର୍ଷିକ ଉତ୍ସବ “ଭେଟ୍ରିକ୍ସ-୨୦୨୪” ରେ ଶୁକ୍ରବାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଛନ୍ତି ଯେ ଏହି ଅନୁଷ୍ଠାନ ହେଉଛି ସୋଆର
ନୂତନତମ ଅନୁଷ୍ଠାନ। ୨୦୨୨ ଓ ୨୦୨୩ ଶିକ୍ଷା ବର୍ଷରେ ଅଧ୍ୟୟନ କରୁଥିବା ଭେଟେରିନାରୀ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇ ଶ୍ରୀମତି ଦାସ କହିଥିଲେ ଯେ ପ୍ରତ୍ୟେକ ଡାକ୍ତର ପ୍ରାଣୀମାନଙ୍କୁ ଦୟା ପ୍ରଦର୍ଶନ କରି ଚିକିତ୍ସା କରିବା ଉଚିତ୍। ଏହା ଦ୍ୱାରା ଚିକିତ୍ସାର ମାନ ବୃଦ୍ଧି ପାଇବ ବୋଲି ସେ କହିଥିଲେ। ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଖୁବ୍ ସଫଳ ପ୍ରାଣୀ ଚିକିତ୍ସକ ହେବା ସହ ସେମାନେ ନିଜର ଓ ବିଶ୍ୱବିଦ୍ୟାଳୟକୁ ଗୌରବମଣ୍ଡିତ କରିବେ ବୋଲି ସେ କହିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ନେଇ ସୋଆ ଦ୍ୱାରା ମଣିଷମାନଙ୍କର ଚିକିତ୍ସା ପାଇଁ ୩ଟି ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ ଏବଂ ଗୋଟିଏ କର୍ପୋରେଟ ହସ୍ପିଟାଲ୍ ସ୍ଥାପନ ହୋଇଥିବା ବେଳେ ପ୍ରାଣୀମାନଙ୍କର ଚିକିତ୍ସା ପାଇଁ ସୋଆ ପକ୍ଷରୁ ଆଉ ଗୋଟିଏ ଅନୁଷ୍ଠାନ ଯୋଡି ହୋଇ ଯାଇଛି।

ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ନ୍ୟାସ୍‌ନାଲ୍ ଇନଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ସ୍ଥାନ ପାଇଥିବା ସୋଆ ଗତ ୭ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ ବିଶ୍ୱବିଦ୍ୟାଳୟ ତାଲିକାରେ ନିଜକୁ ସାମିଲ କରିପାରିଛି।

ତେଣୁ ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭାବେ ଗୌରବ ଅନୁଭୂତ କରିବା ପାଇଁ ପ୍ରଫେସର ନନ୍ଦ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣକୁ ଗୁରୁତ୍ୱ ଦେଇ ନିଜର ଭବିଷ୍ୟତ ଗଢ଼ିବା ଦରକାର ବୋଲି କହିଥିଲେ।
ଏହି ଅବସରରେ ଆଇଭିଏସ୍‌ଏଏଚ୍‌ର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରାଣୀମାନଙ୍କର ସ୍ୱାସ୍ଥ୍ୟ ସହ ବିଶ୍ୱର ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟର ସୁରକ୍ଷା ମଧ୍ୟ ନିର୍ଭର କରେ ବୋଲି କହିଥିଲେ। ମଣିଷର ୭୦ ପ୍ରତିଶତ ଶାରୀରିକ ବ୍ୟାଧି
ପ୍ରାଣୀଙ୍କ ଠାରୁ ହିଁ ଆସିଥାଏ। ସେହିପରି ମଣିଷର ଅଧିକାଂଶ ଖାଦ୍ୟ ପ୍ରାଣୀଙ୍କ ଠାରୁ ମିଳିଥାଏ। ତେଣୁ ପ୍ରାଣୀମାନଙ୍କୁ ସୁରକ୍ଷା ଦେବା ନିହାତି ଆବଶ୍ୟକ ବୋଲି ସେ କହିଥିଲେ।

ଏହି ଅବସରରେ ଅନୁଷ୍ଠାନର ଆସୋସିଏଟ୍ ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ ବାର୍ଷିକ ରିପୋର୍ଟ ପ୍ରଦାନ କରିବା ସହ ଶିକ୍ଷା ଗ୍ରହଣ ନିମନ୍ତେ ନିଆ ଯାଉଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ସୋଆ ଉପସଭାପତି, କୁଳପତି ଓ ଅନ୍ୟାନ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ।

ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା। ଆସିଷ୍ଟାଂଟ ପ୍ରଫେସର ପ୍ରୀତିଶା ଶ୍ରୀବାସ୍ତବ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟି ପରିଚାଳିତ ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ପ୍ରଫେସର ମନୋରଞ୍ଜନ ଦାଶ, ପ୍ରଫେସର ଅୟସକାନ୍ତ ମହାନ୍ତି ଓ ଡକ୍ଟର ପ୍ରୀତି ଷଡ଼ଙ୍ଗୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘କଂଟେମ୍ପୋରାରୀ କେସ୍ ଷ୍ଟଡିଜ୍ ଇନ୍ ବିଜିନେସ୍ ଆଣ୍ଡ ହେଲ୍‌ଥ କେୟାର ମ୍ୟାନେଜମେଂଟ’ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶୁକ୍ରବାର ଉନ୍ମୋଚନ କରିଛନ୍ତି।

‘କଂଟେମ୍ପୋରାରୀ କେସ ଷ୍ଟଡିଜ୍ ଇନ୍ ବିଜିନେସ ଆଣ୍ଡ ହେଲ୍‌ଥ କେୟାର ମ୍ୟାନେଜମେଂଟ’ ପୁସ୍ତକଟି ମ୍ୟାନେଜମେଂଟ ତଥା ହସ୍ପିଟାଲ ଆଡ଼ମିନିଷ୍ଟ୍ରେସନ୍ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଉକ୍ତ ପୁସ୍ତକଟି ଅନ୍ୟ ପୁସ୍ତକମାନଙ୍କ ଠାରୁ ଅଲଗା କାରଣ ଏଥିରେ ବିଭିନ୍ନ ଶିଳ୍ପ/କମ୍ପାନୀ ଓ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନର ଘଟଣା ଉପରେ ପର୍ଯ୍ୟବେଶିତ ଉଦାହରଣ ଦିଆଯାଇଛି ତଥା ବିଶ୍ଳେଷଣ ଦ୍ୱାରା ମ୍ୟାନେଜମେଂଟ ଓ ସ୍ୱାସ୍ଥ୍ୟ ସେବା ଛାତ୍ରଛାତ୍ରୀମାନଙ୍କର ବ୍ୟବହାରିକ ଜ୍ଞାନ ବୃଦ୍ଧି ନିମନ୍ତେ ସହାୟକ ହେବ ବୋଲି ଡକ୍ଟର ଦାଶ କହିଛନ୍ତି।

ଏହା ଛଡ଼ା ପ୍ରଫେସର ଦାଶ ଓ ପାପୁଆ ନିଉ ଗିନି ୟୁନିଭର୍ସିଟ ଅଫ୍ ଟେକ୍ନୋଲୋଜିର ଡକ୍ଟର କମଳାକାନ୍ତ ମୁଦିୁଲି ଓ ଡକ୍ଟର ଆଦିମୁଥୁ ରାମସାମୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ପ୍ରୋଜେକ୍ଟ ମ୍ୟାନେଜମେଂଟ ଆଣ୍ଡ ଇକୋନୋମିକ୍‌ସ’ ଓ ପ୍ରଫେସର ଦାଶ ଓ ଡକ୍ଟର ମୁଦୁଲିଙ୍କ ଦ୍ୱାରା ଲିଖିତ ‘ଅପରେସନ୍ ମ୍ୟାନେଜମେଂଟ’କୁ ମଧ୍ୟ ପ୍ରଫେସର ନାୟକ ଉନ୍ମୋଚିତ କରିଥିଲେ।
ପ୍ରଫେସର ନାୟକ ଲେଖକ ମାନଙ୍କର ଅଦମ୍ୟ ପ୍ରଚେଷ୍ଟା ଓ ଗୁଣାତ୍ମକ ପୁସ୍ତକ ଲେଖା ପାଇଁ ଶୁଭେଚ୍ଛା ଜଣାଇବା ସହ ଏହି ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ସୋଆ ସମର୍ କ୍ୟାମ୍ପକୁ ଆହୁରି ବ୍ୟାପକ କରାଯିବ: ସୋଆ ଉପସଭାପତି

ଭୁବନେଶ୍ୱର: ଗ୍ରୀଷ୍ମକାଳୀନ ଛୁଟି ସମୟରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ୧୦ ଦିନିଆ ସମର କ୍ୟାମ୍ପ ବୁଧବାର ଉଦ୍‌ଯାପିତ ହୋଇଯାଇଛି।

ମେ ୬ ତାରିଖରେ ସୋଆ କ୍ୟାମ୍ପସ-୨ ସ୍ପୋର୍ଟସ୍ କମ୍ପେ୍ଲକ୍ସରେ ଏହି ସମର କ୍ୟାମ୍ପର ଶୁଭାରମ୍ଭ ହୋଇଥିବା ବେଳେ କ୍ୟାମ୍ପସ୍ ର ପାଂଚ କିଲୋମିଟର ପରିସର ମଧ୍ୟରେ ଥିବା ବିଭିନ୍ନ ସ୍କୁଲର ପଂଚମରୁ ଦଶମ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଥିବା ପ୍ରାୟ ୧୬୦ ଜଣ
ଛାତ୍ରଛାତ୍ରୀ ଏହି କ୍ୟାମ୍ପରେ ସାମିଲ୍ ହୋଇଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆ ଉପସଭାପତି ଶାଶ୍ୱତି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡା ଛାତ୍ର ଜୀବନ ର ଏକ ଅଭିନ୍ନ ଅଂଗ।

ଏହି ଶିବିର ପିଲାମାନଙ୍କ ପାଇଁ ନି୧⁄୨ିତ ଭାବେ ଲାଭଦାୟକ ହେବ। ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ତରଫରୁ ଏହି କ୍ୟାମ୍ପକୁ ଆହୁରି ବ୍ୟାପକ ଭାବେ ପରିଚାଳନା କରିବାକୁ ଚିନ୍ତା କରାଯାଉଥିବା ଶ୍ରୀମତି ଦାସ କହିଥିଲେ।

ଦୀର୍ଘ ୪ବର୍ଷ ଧରି ଛାତ୍ରଛାତ୍ରୀ ମାନଙ୍କ ଶାରିରୀକ ଓ ବୌଦ୍ଧିକ ଉନ୍ନତି ନିମନ୍ତେ ସୋଆ ପକ୍ଷରୁ ଏହି କ୍ୟାମ୍ପ ପରିଚାଳନା କରାଯାଉଥିବା ପ୍ରକାଶ କରି ଏହି କ୍ୟାମ୍ପରେ ଭାଗ ନେଇଥିବା ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ ବିଭିନ୍ନ ସ୍କୁଲ୍ ର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଶ୍ରୀମତି ଦାସ ଧନ୍ୟବାଦ ଜଣାଇଥିଲେ।

କ୍ୟାମ୍ପରେ ସାମିଲ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଭଲିବଲ୍‌, ବାସ୍କେଟବଲ୍‌, ଟେବୁଲ୍ ଟେନିସ, ଟେନିସ୍‌, କ୍ରିକେଟ୍‌, ଖୋଖୋ, କବାଡି ଏବଂ ଚେସ୍ ଖେଳର ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରଥମ ଥର ପାଇଁ ଚଳିତ ବର୍ଷ ଚେସ୍ କୁ ଏହି କ୍ୟାମ୍ପରେ ସାମିଲ କରାଯାଇଥିଲା।

ଏହି ଅବସରରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ନିଜ ବକ୍ତବ୍ୟରେ ଆଗାମୀ ଦିନରେ ଏହି ସମର କ୍ୟାମ୍ପରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୦୦କୁ ବୃଦ୍ଧି କରାଯିବାର ଯୋଜନା ରହିଥିବା କହିଥିଲେ। ଶିଶୁମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ଉତ୍ତମ ଅଭ୍ୟାସ ଆଣି ସମାଜକୁ ସମୃଦ୍ଧ କରିବା ହିଁ ଏହାର ଉଦ୍ଦେଶ୍ୟ ବୋଲି ସେ କହିଥିଲେ।

ସୋଆର ସ୍ପୋର୍ଟସ ଅଫିସର ଶ୍ରୀମତୀ ସୁନିତା ବର୍ମା ସ୍ୱାଗତ ଭାଷଣ ଦେବା ସହ କ୍ୟାମ୍ପ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ ଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସେହିପରି ସାମିଲ ହୋଇଥିବା ସମସ୍ତ ୧୬୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ମାନପତ୍ର ଓ ଉପହାର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଏସ୍‌ଏଚ୍‌ଏମ୍‌ରେ ମହିଳାଙ୍କ ନିମନ୍ତେ ବେକରୀ ଖାଦ୍ୟ ପ୍ରସ୍ତୃତି ପ୍ରଶିକ୍ଷଣ ଆରମ୍ଭ

ଭୁବନେଶ୍ୱର: ମହିଳାମାନଙ୍କୁ ବେକରୀ ଓ କନ୍‌ଫେକ୍ସନାରୀ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀର ପ୍ରଶିକ୍ଷଣ ଦେବା ନିମନ୍ତେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ଏକ ୬-ଦିନିଆ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ ବେକ୍‌୍‌’ ସୋମବାର ଆରମ୍ଭ ହୋଇଛି।

ଗତବର୍ଷ ଖାଦ୍ୟ ରନ୍ଧନ ପ୍ରଣାଳୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “ୱି କ୍ୟାନ୍ କୁକ୍‌” ଆୟୋଜିତ କରାଯାଇଥିବା ବେଳେ ଚଳିତ ବର୍ଷ ‘ୱି କ୍ୟାନ୍ ବେକ୍‌୍‌’ର ଆୟୋଜନ କରାଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଫ୍ରୁଟ୍ କେକ୍‌, ମିଲେଟ୍ କୁକିଜ୍‌, ଚକଲେଟ୍ ପେଷ୍ଟ୍ରି, ଡାନିସ୍ ପେଷ୍ଟ୍ରି, ଆସୋର୍ଟେଡ ପଫ୍‌, ପାଟିସ୍‌, ପାଇନାପଲ୍ ପେଷ୍ଟ୍ରି, ଚକୋ ଚିପ୍‌ସ କୁକିଜ୍‌୍‌, ଆସୋର୍ଟେଡ୍ ପିଜା, ବ୍ରେଡ୍ ଷ୍ଟିକ୍ସ, ରୋଲ୍ ଓ କ୍ରିମ୍ କାରାମେଲ୍ ପ୍ରଭୃତିର ପ୍ରସ୍ତୃତି ପ୍ରଣାଳୀ ଶିକ୍ଷା ଦିଆଯିବ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରାୟ ୩୫ ଜଣ ମହିଳା ସାମିଲ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ୍ ଆଫେୟାରସ୍‌) ପ୍ରଫେସର ରେଣୁ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖାଦ୍ୟ ରନ୍ଧନ ଖୁବ୍ ଭଲ ଅନୁଭବ ଏବଂ ମା’ର ହାତ ରନ୍ଧାର ତୁଳନା ନାହିଁ ବୋଲି କହିଥିଲେ। ଘରର ମହିଳାଟି ଯେଉଁ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିକି ଦିଏ ତାହାର ସ୍ୱାଦ ଖୁବ୍ ନିଆରା ବୋଲି ସେ କହିଥିଲେ।
ମହିଳାମାନେ କିଭଳି ରୁଚିକର ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିପାରିବେ ଓ ନିଜେ ସ୍ୱାବଲମ୍ବୀ ହୋଇପାରିବେ ତାହା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଫେସର ଶର୍ମା କହିଥିଲେ।

ଏହି ଅବସରରେ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଂଜନ ଚଇନି ସ୍ୱାଗତ ଭାଷଣ ଦେଇ ଏହି କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ତଥ୍ୟ ରଖିଥିବା ବେଳେ ସିନିୟର ପ୍ରଫେସର ସପନ୍ ସଢ଼ୁଆଳ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ମହିଳା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ଆସିଷ୍ଟାଂଟ ପ୍ରଫେସର ପତିତପାବନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।