Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ମାଷ୍ଟର ଟିଚର’ ସମ୍ମାନ ନିମନ୍ତେ ସୋଆ ଉପଦେଷ୍ଟା ପ୍ରଫେସର ଲଳିତ କୁମାର ମେହେର ମନୋନୀତ
ଆଜିର ଖବର

‘ମାଷ୍ଟର ଟିଚର’ ସମ୍ମାନ ନିମନ୍ତେ ସୋଆ ଉପଦେଷ୍ଟା ପ୍ରଫେସର ଲଳିତ କୁମାର ମେହେର ମନୋନୀତ

October 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
‘ମାଷ୍ଟର ଟିଚର’ ସମ୍ମାନ ନିମନ୍ତେ ସୋଆ ଉପଦେଷ୍ଟା ପ୍ରଫେସର ଲଳିତ କୁମାର ମେହେର ମନୋନୀତ
‘ମାଷ୍ଟର ଟିଚର’ ସମ୍ମାନ ନିମନ୍ତେ ସୋଆ ଉପଦେଷ୍ଟା ପ୍ରଫେସର ଲଳିତ କୁମାର ମେହେର ମନୋନୀତ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଚିକିତ୍ସକ ତଥା ଶିକ୍ଷାବିତ୍ ଏବଂ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଉପଦେଷ୍ଟା ପ୍ରଫେସର (ଡାକ୍ତର) ଲଳିତ କୁମାର ମେହେରଙ୍କୁ ଚଳିତ ବର୍ଷର ସମ୍ମାନଜନକ ‘ମାଷ୍ଟର ଟିଚର’ ସମ୍ମାନ ନିମନ୍ତେ ଆସୋସିଏସନ୍ ଅଫ୍ ଫିଜିସିଆନ୍ସ ଅଫ୍ ଇଣ୍ଡିଆ (ଏପିଆଇ) ପକ୍ଷରୁ ମନୋନୀତ କରାଯାଇଛି।

ଡାକ୍ତରୀ ଶିକ୍ଷା, କ୍ଲିନିକାଲ୍ ଶିକ୍ଷାଦାନ ଏବଂ ଭବିଷ୍ୟତର ଚିକିତ୍ସକ ଓ ବୃତିଗତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ମାର୍ଗଦର୍ଶନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏପିଆଇ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥାଏ। ଜେନେରାଲ ମେଡିସିନ୍ ବିଭାଗର ଡାକ୍ତର ଭାବେ ପ୍ରତିଷ୍ଠିତ ପ୍ରଫେସର (ଡାକ୍ତର) ମେହେର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ର ପୂର୍ବତନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ବର୍ତମାନ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଉପଦେଷ୍ଟା ଭାବେ କାର୍ଯ୍ୟରତ ଅଛନ୍ତି।

ପ୍ରଫେସର (ଡାକ୍ତର) ମେହେରଙ୍କୁ ଏହି ପରିପ୍ରେକ୍ଷୀରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଗୁରୁବାର ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଉପସ୍ଥିତ ଥିଲେ।

ଏହି ସମ୍ମାନଜନକ ପୁରସ୍କାର ୨୦୨୭ ଫେବ୍ରୁଆରୀରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଆସୋସିଏସନ୍ ଅଫ୍ ଫିଜିସିଆନ୍ସ ଅଫ୍ ଇଣ୍ଡିଆର ବାର୍ଷିକ ସମ୍ମିଳନୀରେ ପ୍ରଫେସର ମେହେରଙ୍କୁ ପ୍ରଦାନ କରାଯିବ।

‘ମାଷ୍ଟର ଟିଚର’ ଆସୋସିଏସନ୍ ଅଫ୍ ଫିଜିସିଆନ୍ସ ଅଫ୍ ଇଣ୍ଡିଆ ପ୍ରଫେସର ଲଳିତ କୁମାର ମେହେର ଶିକ୍ଷା ଓ ଅନୁସନ୍ଧାନ ସୋଆ ଉପଦେଷ୍ଟା
Share. Facebook Twitter LinkedIn Email WhatsApp Copy Link

Related Posts

ପୋଖରୀରେ ବୁଡ଼ି ଯୁବକ ମୃତ

October 1, 2026

ରେଳ ସୁରକ୍ଷା କମିଶନରଙ୍କ ଦ୍ୱାରା କାକିରିଗୁମା–ଲକ୍ଷ୍ମୀପୁର ରୋଡ୍ ନବନିର୍ମିତ ଦ୍ୱିତୀୟ ରେଳ ଲାଇନ୍ ନିରୀକ୍ଷଣ

October 1, 2026

ୟୁପି କଂଗ୍ରେସ ସଭାପତି ହେବେ ଆରାଧନା ମିଶ୍ର!: ଅଜୟ ରାୟଙ୍କ ହେବ ଛୁଟି

October 1, 2026

ଆହତ କାରଣରୁ ତୃତୀୟ ଏକଦିବସୀୟରୁ ବାଦ ପଡିଲେ ପ୍ରସିଦ୍ଧ କୃଷ୍ଣ: ଏହି ଯୁବ ଦ୍ରୁତ ବୋଲରଙ୍କୁ ସୁଯୋଗ

October 1, 2026
Latest News

‘ମାଷ୍ଟର ଟିଚର’ ସମ୍ମାନ ନିମନ୍ତେ ସୋଆ ଉପଦେଷ୍ଟା ପ୍ରଫେସର ଲଳିତ କୁମାର ମେହେର ମନୋନୀତ

October 1, 2026

ପୋଖରୀରେ ବୁଡ଼ି ଯୁବକ ମୃତ

October 1, 2026

ରେଳ ସୁରକ୍ଷା କମିଶନରଙ୍କ ଦ୍ୱାରା କାକିରିଗୁମା–ଲକ୍ଷ୍ମୀପୁର ରୋଡ୍ ନବନିର୍ମିତ ଦ୍ୱିତୀୟ ରେଳ ଲାଇନ୍ ନିରୀକ୍ଷଣ

October 1, 2026

ୟୁପି କଂଗ୍ରେସ ସଭାପତି ହେବେ ଆରାଧନା ମିଶ୍ର!: ଅଜୟ ରାୟଙ୍କ ହେବ ଛୁଟି

October 1, 2026

ଆହତ କାରଣରୁ ତୃତୀୟ ଏକଦିବସୀୟରୁ ବାଦ ପଡିଲେ ପ୍ରସିଦ୍ଧ କୃଷ୍ଣ: ଏହି ଯୁବ ଦ୍ରୁତ ବୋଲରଙ୍କୁ ସୁଯୋଗ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.