Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ନାତକ ଉପାଧି ପ୍ରଦାନ କଲା ସୋଆ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର ବିଭିନ୍ନ ବିଭାଗରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏହି ବିଶେଷ କାର୍ଯ୍ୟକ୍ରମରେ ସ୍ନାତକ ଉପାଧି ପ୍ରଦାନ କରାଯାଇଛି।

ଆଇଟିଇଆରର ସିଭିଲ ଇଞ୍ଜିନିୟରିଂ, ମେକାନିକାଲ୍ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ, କମ୍ପ୍ୟୁଟ୍‌ର ସାଇନ୍ସ ଆଣ୍ଡ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଓ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ ଭଳି ୭ଟି ବିଭାଗରେ ୨୦୧୯-୨୦୨୩ ମଧ୍ୟରେ ୪ବର୍ଷ ଅଧ୍ୟୟନ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏକ ସ୍ୱତବ ସମାରୋହରେ ଉପାଧି ପ୍ରଦାନ କରାଯାଇଛି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ।

ଏହି ଅବସରରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ସୋଆ ଅନେକ ଗୁଡ଼ିଏ ଶିକ୍ଷାନୁଷ୍ଠାନ ସହ ସହଭାଗିତା କରିଛି ଓ ଅନେକ ବିଦେଶୀ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି ବୋଲି ପ୍ରକାଶ କରି ଏହା ଛାତ୍ରଛାତ୍ରୀମାନଙ୍କୁ ସହାୟକ ହେବ ବୋଲି ପ୍ରଫେସର ନନ୍ଦ କହିଥିଲେ।

କୁଳପତି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ସେମାନେ ଏଭଳି ଏକ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଛନ୍ତି ଯାହା ଚଳିତ ବର୍ଷ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ୨୦୨୩ ମସିହାରେ ଦେଶରେ ୧୫ ତମ ସ୍ଥାନ ହାସଲ କରିଛି। ଏଠାରୁ ଯେଉଁ ଶିକ୍ଷା ଗ୍ରହଣ କରିଛ ତାହା ଦେଶ ନିମନ୍ତେ ଉପଯୋଗୀ ହେବା ବିଷୟରେ ମୁଁ ଆଶାବାଦୀ ବୋଲି ପ୍ରଫେସର ନନ୍ଦ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଟିଇଆରର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ ) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇଟିଇଆରର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ସଂପୃକ୍ତ ଅନୁଷ୍ଠାନ ସମ୍ପର୍କରେ ବିସ୍ତୃତ ତଥ୍ୟ
ପ୍ରଦାନ କରିଥିଲେ।

୧୯୯୬ ମସିହାରେ ମାତ୍ର ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଆଇଟିଇଆର୍ ୨୭ ବର୍ଷ ମଧ୍ୟରେ ଦେଶର ୨୭ ତମ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ନିଜ ସ୍ଥାନ ବଜାୟ ରଖିପାରିଛି ବୋଲି
ପ୍ରଫେସର ସାହୁ କହିଥିଲେ। ଏନ୍‌ବିଏ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଆଇଟିଇଆର୍‌ରେ ବର୍ତମାନ ୩୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ୭ଟି ବିଭାଗ ଯଥା ସିଏସ୍‌ଇର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ସିଭିଲ୍ ଇଞ୍ଜିନିୟରିଂର ମୁଖ୍ୟ ପ୍ରଫେସର ବିଦ୍ୟାଧର ବାସା, ମେକାନିକାଲ୍ ଇଞ୍ଜିନିୟରିଂର ମୁଖ୍ୟ ପ୍ରଫେସର ସରୋଜ ଆଚାର୍ଯ୍ୟ, ସିଏସ୍‌ଆଇଟିର ମୁଖ୍ୟ ପ୍ରଫେସର ଅଜୀତ କୁମାର ନାୟକ, ଇଇଇର ମୁଖ୍ୟ ପ୍ରଫେସର ନିରଞ୍ଜନ ନାୟକ, ଇସିଇର ମୁଖ୍ୟ ପ୍ରଫେସର ବିଭୁ ପ୍ରସାଦ ମହାନ୍ତି ଏବଂ ଇଇର ମୁଖ୍ୟ ପ୍ରଫେସର ବିନୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ନାତକ ଉପାଧି ଗ୍ରହଣ କରିବା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ଏକ ଶପଥ ପାଠ କରିଥିଲେ। ଶେଷରେ ପ୍ରଫେସର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ‘ଗାଜରଘାସ ସଚେତନତା ସପ୍ତାହ’ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ (ଆଇଏଏସ୍‌) ଏବଂ ସୋଆ ପରିଚାଳିତ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ର ମିଳିତ ସହଯୋଗରେ ଗତ ମଙ୍ଗଳବାର ଦିନ ଗାଜର ଘାସ ସଚେତନତା ସପ୍ତାହ ପାଳିତ କରାଯାଇଛି।

ଏହି ସଚେତନତା ସପ୍ତାହ ଉପଲକ୍ଷେ ଭୋଳା ଗ୍ରାମରେ ଥିବା ରୋଟାରୀ କ୍ଲବ୍‌ର ସଭାପତି ଭାଗ୍ୟଧର ଦାସଙ୍କ ସହାୟତାରେ ଗାଜର ଘାସ ସଚେତନତା ଉପରେ ଏକ ରାଲି ଏବଂ ସଚେତନତା ସଭା ଆୟୋଜିତ ହୋଇଥିଲା। ଏହି ରାଲିରେ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକମାନେ ମଧ୍ୟ ଯୋଗ ଦେଇ ଗ୍ରାମବାସୀ ମାନଙ୍କୁ ଗାଜର ଘାସ ର ଭୟାବହତା ସଂପର୍କରେ ଅବଗତ କରାଇଥିଲେ।

ଏହି ସଚେତନତା ସଭାରେ ପ୍ରୋଗ୍ରାମର ସଂଯୋଜକ ପ୍ରଫେସର ସନ୍ତୋଷ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ବୈଷୟିକ ଜ୍ଞାନ କୌଶଳ କିପରି ଭାବରେ ବୃଦ୍ଧି ପାଇବ ସେଇ ବିଷୟରେ ବକ୍ତବ୍ୟ ରଖିଥିଲେ। କୃଷି ମହାବିଦ୍ୟାଳୟର ଡିିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଏନ୍‌ଏସଏସ୍ ସଂଯୋଜକ ପ୍ରଫେସର ନଚିକେତା କେ ଶର୍ମା, ଆଡିସ୍‌ନାଲ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବତ୍ର ପଟ୍ଟନାୟକ , ଡକ୍ଟର ରାମପ୍ରସାଦ ନନ୍ଦି, ଡକ୍ଟର ରାକେଶ ରୋଶନ ଶତପଥି, ହଂସରାଜ ପ୍ରଧାନ ଏବଂ ମୋନାଲିସା ପଣ୍ଡା ଯୋଗଦେଇଥିଲେ।

ପ୍ରଫେର ସନ୍ତୋଷ କୁମାର ରାଉତ ,ପ୍ରଫେସର ନଚିକେତା ଶର୍ମା ଏବଂ ଆଡିସ୍‌ନାଲ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବତ୍ର ପଟ୍ଟନାୟକ ଗାଜର ଘାସ ନିରାକରଣ ନିମନ୍ତେ ଗ୍ରାମବାସୀଙ୍କୁ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ପ୍ରଫେସର ବାସୁଦେବ ବେହେରା ଏବଂ ଡକ୍ଟର ଶୁଭପ୍ରଦ ଦାଶ ଗାଜର ଘାସ ର ଭୟାବହତା ଏବଂ ନିରାକରଣ ବିସ୍ତୃତ ବିବରଣୀ ଦେଇଥିଲେ। ସହକାରୀ ଅଧ୍ୟାପକ ଜଗଦୀଶ ଜେନା କାର୍ଯ୍ୟକ୍ରର୍ମରେ ଅଂଶ ଗ୍ରହଣ କରିଥିବା ଅତିଥି , ପ୍ରଫେସର , ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନଙ୍କୁ ଧନ୍ୟବାଦ ଦେଇଥିଲେ।

ଗାଜର ଘାସ ସଚେତନତା ସପ୍ତାହ ‘ ପାର୍ଥେନିୟମ୍ ସଚେତନତା ସପ୍ତାହ’ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହାର ଜିଜ୍ଞାସା ଏବଂ ସଚେତନତା ଆଣିବା ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ୪ ସ୍ଥିତ କୃଷି ମହାବିଦ୍ୟାଳୟରେ “ ଗାଜର ଘାସ ଏବଂ ଏହାର ନିରାକରଣ” ବିଷୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା।
ଏହି ପ୍ରତିଯୋଗିତାକୁ କ୍ଷେତ୍ର ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଓ ଅଧ୍ୟାପିକା ଡକ୍ଟର ସ୍ତୁତି ଦେବପ୍ରିୟା ବେହେରା, ଶ୍ୱେତା ରଥ, ଜିତେନ୍ଦ୍ର କୁମାର ନାୟକ, କୁମାର ସମ୍ଭବ ଗିରୀ, ସ୍ୱାଗତ ଶୁଭଦର୍ଶୀ ଏବଂ ଅଙ୍କିତା ପ୍ରିୟଦର୍ଶୀ ପରିଚାଳନା କରିଥିଲେ।

ପୁରସ୍କାର ବିତରଣ ସମାରୋହରେ ଅନୁଷ୍ଠାନର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତଙ୍କ ସମେତ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଅନୁଷ୍ଠାନର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ଏବଂ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ପ୍ରଫେସର ସରୋଜ କୁମାର ମହାନ୍ତି ସଂଯୋଜକ କରିଥିବାବେଳେ ଡକ୍ଟର ଶୁଭପ୍ରଦ ଦାଶ ଏବଂ ଡକ୍ଟର ଜଗଦୀଶ ଜେନା ସହ ସଂଯୋଜକ କରି ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିଜର ସମସ୍ୟା ଓ ଭବିଷ୍ୟତର ଆକାଂକ୍ଷା ବଖାଣିଲେ ଗ୍ରାମାଂଚଳ ବାସୀ

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ, ମୃତିକା କ୍ଷୟ, ଆଦିବାସୀଙ୍କ ଶୋଷଣ ଓ ମହିଳାଙ୍କ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗରେ ଆଜି ଏଠାରେ ଉଦ୍‌ଯାପିତ ହୋଇଥିବା ଏକ ଦୁଇ ଦିନିଆ ସମ୍ମିଳନୀରେ ଗ୍ରାମାଂଚଳରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଆଲୋଚନା କରାଯାଇଛି।

ଡିଜିଟାଲ୍ ନ୍ୟୁଜ ପ୍ଲାଟଫର୍ମ, ରୁରାଲ ଭଏସ୍‌, ବେଙ୍ଗାଲୁରୁସ୍ଥିତ ସକ୍ରାଟସ୍ ଫାଉଣ୍ଡେସନ୍ ଓ ଏକ ସାମାଜିକ ଅନୁଷ୍ଠାନ ଲାଇଭଲିହୁଡ୍ ଅଲ୍ଟରନେଟିଭ୍‌ସ ଦ୍ୱାରା ଆୟୋଜିତ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସହଯୋଗରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଓଡ଼ିଶାର ୨୧ ଟି ଜିଲ୍ଲାରୁ ପ୍ରାୟ ୫୦ ଜଣ ବ୍ୟକ୍ତି ଯୋଗ ଦେଇଥିଲେ।

ଏହି ପ୍ରତିନିଧିମାନଙ୍କ ମଧ୍ୟରେ କୃଷକ, କାରିଗର, କ୍ଷୁଦ୍ର ଉଦ୍ୟୋଗୀ, ରାଜନୈତିକ କର୍ମୀ, ମହିଳା ଉଦ୍ୟୋଗୀ, ସାମାଜିକ କର୍ମୀ, ଗ୍ରାମାଂଚଳର ସାମ୍ବାଦିକ ଓ ଜଳବାୟୁ ପରିବର୍ତନ ନେଇ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷମାନେ ସାମ୍ନା କରୁଥିବା ସମସ୍ୟା ଓ ସେମାନଙ୍କର ଆକାଂକ୍ଷା ସମ୍ପର୍କରେ ମତ ରଖିଥିଲେ।

ଭାରତର ଗ୍ରାମାଂଚଳରେ ଏଭଳି ସମ୍ମିଳନୀର ଆୟୋଜନ କରିବା ନେଇ ଯୋଜନା ରଖିଥିବା ରୁରାଲ ଭଏସ୍ ଓ ସକ୍ରାଟସ୍ ଫାଉଣ୍ଡେସନ୍ ପକ୍ଷରୁ ଏହି କାର୍ଯକ୍ରମ ହାତକୁ ନିଆଯାଇଛି ଏବଂ ଗ୍ରାମାଂଚଳ ବାସିନ୍ଦାଙ୍କର ସମସ୍ୟାକୁ ସମାଧାନ କରିବା ନିମନ୍ତେ ଉଦ୍ଦିଷ୍ଟ ବୋଲି ଶନିବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ରୁରାଲ ଭଏସ୍‌ର ପ୍ରତିଷ୍ଠା ଶ୍ରୀ ହରଭୀର ସିଂ।

ଶ୍ରୀ ସିଂ କହିଛନ୍ତି ଯେ ପ୍ରଥମ ସମ୍ମିଳନୀଟି ଉତର ପ୍ରଦେଶର ମୁଜାଫରନଗରରେ ଆୟୋଜିତ ହୋଇଥିବା ବେଳେ ଭୁବନେଶ୍ୱରରେ ଏହାର ଦ୍ୱିତୀୟ ସମ୍ମିଳନୀ ଆୟୋଜିତ ହୋଇଛି। ଏହାର ପରବର୍ତୀ କାର୍ଯ୍ୟକ୍ରମ ରାଜସ୍ଥାନ ଏବଂ ଦକ୍ଷିଣ ଭାରତ ଓ ଉତର ପୂର୍ବ ଭାରତରେ ଆୟୋଜନ କରାଯିବାର ଯୋଜନା ରହିଛି।

ଗ୍ରାମାଂଚଳରେ ରହୁଥିବା ବାସିନ୍ଦାଙ୍କର ସମସ୍ୟାର ସମାଧାନ ଏବଂ ତାଙ୍କ ଜୀବନଶୈଳୀରେ ଉନ୍ନତି ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା କହିଛନ୍ତି ସକ୍ରାଟସ୍ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ଶ୍ରୀ ପ୍ରଚୁର ଗୋଏଲ।

ଏହି ଅବସରରେ ଲାଇଭଲିହୁଡ୍ ଅଲ୍ଟରନେଟିଭ୍‌ସର ପ୍ରତିଷ୍ଠାତା ଶ୍ରୀ ସମ୍ବିତ ତ୍ରିପାଠୀ କହିଥିଲେ ଯେ ଏହି ସମ୍ମିଳନୀରେ ପ୍ରତିଯୋଗୀମାନେ ସ୍ୱଚ୍ଛ ପାନୀୟ ଜଳ, ଜଳସେଚନ ସୁବିଧା, ଶିକ୍ଷାର ଗୁଣାବତା ଓ ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ମଦ୍ୟପାନ ଏବଂ ନିଶା ସେବନ ଭଳି ସମସ୍ୟା ଜଟିଳ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଗ୍ରାମାଂଚଳଗୁଡ଼ିକୁ ନିଶାମୁକ୍ତ କରିବା ନେଇ ପ୍ରତିନିଧିମାନେ ଗୁରୁତ୍ୱାରୋପ କରିଥିଲେ।

ଗ୍ରାମାଂଚଳରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଶେଷ ହେବା ପରେ ଏହାର ଏକ ବିସ୍ତୃତ ତଥ୍ୟ ଜାତୀୟ ସ୍ତରୀୟ ନୀତିନିର୍ଦ୍ଧାରଣକାରୀ ଓ ବିଶେଷଜ୍ଞଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ସିଂ କହିଥିଲେ।

ଜଳବାୟୁ ପରିବର୍ତନ ଦ୍ୱାରା ସମୁଦ୍ରର ସ୍ତର କିଭଳି ବୃଦ୍ଧି ପାଇବାରେ ଲାଗିଛି ଓ ଏହା ଦ୍ୱାରା କୃଷି ଉପରେ ଏହାର ପ୍ରଭାବ ପଡ଼ୁଛି ବୋଲି ସେମାନେ କହିଥିଲେ। ତେଣୁ ଏ ଦିଗରେ ସଚେତନତା ସୃଷ୍ଟି କରିବା ନେଇ ପଦକ୍ଷେପ ନେବାର ଆବଶ୍ୟକତା ଥିବା ଏହି ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଥିଲା।

ଏହି ଅବସରରେ ଆୟୋଜିତ ଏକ ପାନେଲ ଆଲୋଚନାରେ ଓଡ଼ିଶା ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନସଚିବ ଯୁଗଳ କିଶୋର ମହାପାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ପ୍ରଫେସର ମିତାଲି ଚିନାରା ଓ ହରଭୀର ସିଂ ଯୋଗ ଦେଇଥିଲେ।

ଶ୍ରୀ ମହାପାତ୍ର ଗତ ୪ ଦଶନ୍ଧି ମଧ୍ୟରେ ହୋଇଥିବା ବିକାଶ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିବା ବେଳେ ପ୍ରଫେସର ଚିନାରା ବିକାଶ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଆଲୋକପାତ କରିଥିଲେ।

ସେହିପରି ଶ୍ରୀ ସିଂ ପ୍ରସ୍ତାବିତ କୃଷି ଆଇନ୍ ଓ ଏ ସମ୍ପର୍କିତ ଜାତୀୟ ସ୍ତରୀୟ ବିଚାରଧାରା ଉପରେ ମତବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପକ୍ଷରୁ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କୃଷି ପ୍ରଶକ୍ଷିଣ ଶିବିର ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ଚତୁର୍ଥ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର, ଜଟଣୀ ଓ ବାଲିଅନ୍ତା ବ୍ଲକ୍‌ର ୧୩ ଟି ଗ୍ରାମରେ ଅଗଷ୍ଟ ୯ ରୁ ୧୪ ତାରିଖ ପର୍ଯ୍ୟନ୍ତ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ କୃଷି ପ୍ରଶିକ୍ଷଣ ଶିିବିର ଆୟୋଜିତ ହୋଇଯାଇଛି।

ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତଃ ୩ଟି ବ୍ଲକ୍ ଅଧୀନରେ ଥିବା ବୁଦ୍ଧିପଡା, ପାଣିକଟା, ଶିଙ୍ଗିର ଶାସନ, ବାରୁଦଖାନା, ପୁରଣପ୍ରଧାନ, ଝିଇଂଟି ଶାସନ, ପୁରୋହିତପୁର, କୁଜିମହଲ, ମେଣ୍ଢାଶାଳ, ଛତାବର, ଗିରିଙ୍ଗାପୁଟ, କଂଟାବାଡ ଓ ଭୋଳା ପ୍ରଭୃତି ଗ୍ରାମଗୁଡିକୁ ସାମିଲ କରାଯାଇଥିଲା।

ଛାତ୍ରଛାତ୍ରୀମାନେ ଏହି ଗ୍ରାମଗୁଡ଼ିକୁ ପରିଦର୍ଶନ କରିବା ସହ ଗ୍ରାମର ସାମାଜିକ, ଅର୍ଥନୈତିକ ଓ କୃଷିଭିତିକ ତଥ୍ୟ ଆଧାରରେ ପ୍ରଶିକ୍ଷଣ ଶିବିରର ବିଷୟବସ୍ତୁ ପ୍ରସ୍ତୁତ କରିଥିଲେ।

ଆଇଏଏସ୍‌ର ଡକ୍ଟର ଭୁବନାନନ୍ଦ ଅଧିକାରୀ, ଡକ୍ଟର ମାନସ ପଟେଲ, ଡକ୍ଟର ସିମନ୍ତିନୀ ଶାସନୀ, ଡକ୍ଟର ଦୀପାଲି ଦାଶ, ଡକ୍ଟର ରାମ ପ୍ରସାଦ ନନ୍ଦି, ଡକ୍ଟର ସବ୍ୟସାଚୀ ପ୍ରଧାନ, ଅଧ୍ୟାପକ କୁମାର ସମ୍ଭବ ଗିରି, ଅଧ୍ୟାପକ ରାମକୃଷ୍ଣ ବସ୍ତିଆ, ସୂର୍ଯ୍ୟସିଦ୍ଧାନ୍ତ ରଥ, ସୁଶ୍ରୀ ସୁଦର୍ଶନା କର, ଦୀପ୍ତନୁ ଦତ, ପ୍ରୀତିଲଗ୍ନା ଧଳ, ସୁଚିସ୍ମିତା ମିଶ୍ର, ଡକ୍ଟର ପ୍ରଣୟ ରାୟ ପ୍ରମୁଖଙ୍କ ତତ୍ୱାବଧାନରେ ଗ୍ରାମବାସୀମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉନ୍ନତ ଓ ବୈଜ୍ଞାନିକ ଉପାୟ ଅବଲମ୍ବନରେ ହେଉଥିବା ଆଧୁନିକ କୃଷି ଯଥା ଜୈବିକ ଚାଷ, ଛତୁଚାଷ ଓ ଏହାର ମୂଲ୍ୟଯୁକ୍ତ ଉତ୍ପାଦ, ଫସଲ ଅବଶେଷର ଉପଯୋଗ, ମହୁମାଛି ପାଳନ, ପତ୍ର ରଙ୍ଗ ଚାର୍ଟର ବ୍ୟବହାର, ଆଜୋଲା ଚାଷ, ସମନ୍ୱିତ ରୋଗ ପୋକ ପରିଚାଳନା ଓ ଭଟିକାଲ୍ ଫାର୍ମିଂ ଇତ୍ୟାଦିକୁ ନେଇ ୧୮ ଟି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ଶିବିରଗୁଡିକରେ ପ୍ରତି ଗ୍ରାମର ଅନେକ ଅଗ୍ରଣୀ କୃଷକ ଓ ଗ୍ରାମବାସୀମାନେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଦିନରେ ଏହିସବୁ ସ୍ଥାନରେ କୃଷି ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ସହିତ ଶେଷ ପର୍ଯ୍ୟାୟ କୃଷି ପ୍ରଶିକ୍ଷଣ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି।

ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣଗୁଡିକର ସଫଳତା ପରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ସଫଳ ହେବାକୁ ଯାଉଛି ଓ ଏହାର ଉଦ୍ଦେଶ୍ୟ ସାଧିତ ହେଉଛି ବୋଲି କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ କହିଛନ୍ତି।
ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳତା ପାଇଁ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମର ଅଧ୍ୟକ୍ଷ ତଥା ସଂଯୋଜକ ଡକ୍ଟର ଅଂଶୁମାନ ଜେନା ଅଂଶଗ୍ରହଣ କରିଥିବା ଗ୍ରାମବାସୀ ତଥା କୃଷକ ସାଥିମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଏନ୍‌ସିସି କ୍ୟାଡେଟ୍ ଙ୍କ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଗତ ଅଗଷ୍ଟ ୧୬ ତାରିଖ ଦିନ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ରକ୍ତଦାନ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିବା ପାଇଁ ସୋଆର ଏନ୍‌ସିସି କ୍ୟାଡେଟ୍ ମାନେ ମୋଟ୍ ୧୦୩ ୟୁନିଟ୍ ରକ୍ତ ପ୍ରଦାନ କରିଥିଲେ।

ଏଇ ରକ୍ତଦାନ ଶିବିର କୁ ଏନ୍‌ସିସି କଟକ ର ଗ୍ରୁପ୍ କମାଣ୍ଡର କର୍ଣ୍ଣଲ୍ ସତ୍ୟବତ୍ର ସ୍ୱାଇଁ ଉଦ୍‌ଘାଟନ କରିଥିବାବେଳେ ୪(୦) କଟକ ଏନ୍‌ସିସି ର ଅଫିସର ଇନ୍ କମାଣ୍ଡର ଉମେଶ ମାରୱା ଓ ଆଇଟିଇଆର ର ଇସିଇ ବିଭାଗ ର ଆସିଷ୍ଟାଂଟ୍ ପ୍ରଫେସର (ଡକ୍ଟର) ସତୀଶ ସାମଲ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଆଇଇଇଇର ଆନ୍ତର୍ଜାତୀକ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ) ପକ୍ଷରୁ ଆୟୋଜିତ “ସଷ୍ଟେନେବଲ ଏନର୍ଜି ଆଣ୍ଡ ଫ୍ୟୁଚର ଇଲେକ୍ଟ୍ରିକ୍ ଟ୍ରାନ୍ସପୋର୍ଟେସନ୍ (ସେଫେଟ-୨୦୨୩)” ଶୀର୍ଷକ ୪ ଦିନିଆ ତୃତୀୟ ଆନ୍ତର୍ଜାତିକ ସମ୍ମିଳନୀ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ସାରା ବିଶ୍ୱରୁ ୫୦୦ ରୁ ଊର୍ଦ୍ଧ୍ୱ ଗବେଷକ ଯୋଗ ଦେଇଥିଲେ।

ଶନିବାର ଆୟୋଜିତ ସମ୍ମିଳନୀର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (ବିପିୟୁଟି)ର କୁଳପତି ପ୍ରଫେସର ଅମୀୟ କୁମାର ରଥ ସମ୍ମିଳନୀର ପ୍ରସଙ୍ଗକୁ ଉଚ୍ଚକୋଟୀର ବୋଲି କହିବା ସହ ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ନିଜର ଷ୍ଟାର୍ଟଅପ୍ ଗଢ଼ିବା ଓ ଫ୍ୟାକଲ୍ଟିମାନେ ଗବେଷଣା ଦ୍ୱାରା ଉପକୃତ ହେବେ ବୋଲି କହିଥିଲେ।

ଗବେଷଣାକୁ ସୋଆ ଅଧିକ ମାତ୍ରାରେ ଗୁରୁତ୍ୱ ଦେଉଥିବା ବେଳେ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ ଓ କ୍ୟୁଏସ୍ ର‌୍ୟାଙ୍କିଙ୍ଗ୍‌ରେ ସୋଆର ସଫଳତା ବେଶ ଉଚ୍ଚକୋଟୀର ବୋଲି ପ୍ରଫେସର ରଥ କହିଥିଲେ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମିଳନୀର ପ୍ରସଙ୍ଗ ଉପରେ ଗବେଷଣା କରୁଥିବା ଛାତ୍ରଛାତ୍ରୀ ଅଧିକ ଉପକୃତ ହେବେ ଓ ଅଧିକ ସନ୍ଦର୍ଭ ପ୍ରକାଶ କରିବାରେ ସହାୟତା ପାଇବେ ବୋଲି କହିଥିଲେ। ଏଭଳି ସମ୍ମିଳନୀ ଅଧିକ ମାତ୍ରାରେ ହେବା ଉଚିତ୍ ବୋଲି ମଧ୍ୟ ସେ କହିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଆବୁଧାବି, ୟୁଏଇର ଖଲିଫା ୟୁନିଭର୍ସିଟିର ପ୍ରଫେସର ତଥା ଆଇଇଇଇ ଫେଲୋ ଡକ୍ଟର ବିନୋଦ ଖଡ୍‌କିକର ଯୋଗ ଦେଇ ସମ୍ମିଳନୀ ଆୟୋଜନ କରିବାରେ ସୋଆର ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ସମ୍ମିଳନୀର ପ୍ରଥମ ସଂସ୍କରଣ ଅନ୍‌ଲାଇନ୍ ଓ ଦ୍ୱିତୀୟ ସଂସ୍କରଣ ହାଇବ୍ରିଡ ମୋଡ ଯୋଗେ ହୋଇଥିବା ବେଳେ ତୃତୀୟ ସଂସ୍କରଣ ସୋଆ (ଭୁବନେଶ୍ୱର)ରେ ଅଗଷ୍ଟ ୯ ରୁ ୧୨ ତାରିଖ ମଧ୍ୟରେ ଆୟୋଜିତ ହୋଇଛି। ତେବେ ଏହାର ଚତୁଃର୍ଥ ସଂସ୍କରଣ ୨୦୨୪ ମସିହା ଜୁଲାଇ ୩୧ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ହାଇଦ୍ରାବାଦ ଠାରେ ଆୟୋଜନ କରାଯିବ ବୋଲି ଡକ୍ଟର ଖଡ୍‌କିକର କହିଛନ୍ତି।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଆଇଟିଇଆର୍‌ର ଆଡିସ୍‌ନାଲ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ତଥା ସେଫେଟ୍‌-୨୦୨୩ର ଜେନେରାଲ୍ ଚେୟାର ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ଦେବା ଅବସରରେ ସୋଆରେ କିଭଳି ବିଭିନ୍ନ ପ୍ରକାର ଶୈକ୍ଷିକ କାର୍ଯ୍ୟକ୍ରମର ନିୟମିତ ଭାବେ ଆୟୋଜନ କରାଯାଉଛି ସେ ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ।

ଏହି ସମ୍ମିଳନୀରେ ବିଭିନ୍ନ ଦେଶରୁ ଅନେକ ଗବେଷଣା ପ୍ରସୂତ ସନ୍ଦର୍ଭ ସଂଗ୍ରହ କରାଯାଇଛି। ଏହି ସନ୍ଦର୍ଭଗୁଡ଼ିକ ଆଇଇଇଇ ଏକ୍ସପ୍ଲୋରରେ ପ୍ରକାଶନ କରାଯିବ ବୋଲି ସେ କହିଥିଲେ।
ଏହି ଅବସରରେ ଆଇଇଇଇ ଫେଲୋ ତଥା ସିଙ୍ଗାପୁର ସ୍ଥିତ ସିଙ୍ଗାପୁର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପ୍ରଫେସର ଓ ପ୍ରୋଗ୍ରାମ ଲିଡର ଡକ୍ଟର ଅକ୍ଷୟ କୁମାର ରାଠୋର ମଧ୍ୟ ଉପସ୍ଥିତ ଥିଲେ।

ମନୋନୀତ ସନ୍ଦର୍ଭଗୁଡ଼ିକର ଲେଖକ ତଥା ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମ ଶେଷରେ ଆଇଟିଇଆର୍‌ର ପ୍ରଫେସର ତଥା ସେଫେଟ -୨୦୨୩ର ଅର୍ଗାନାଇଜିଂ ଚେୟାର ଡକ୍ଟର ମନୋଜ କୁମାର ଦେବନାଥ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସମ୍ମିଳନୀରେ ଇଞ୍ଜିନିୟର, ଗବେଷକ, ବୈଜ୍ଞାନିକ ଓ ଶିକ୍ଷାବିତ୍‌ମାନେ ରିନ୍ୟୁବଲ୍ ଏନର୍ଜି, ଇଲେକ୍ଟ୍ରିକ୍ ଟ୍ରାନ୍ସପୋର୍ଟେସନ୍‌, ପାୱାର ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକ୍ ଡ୍ରାଇଭ୍‌ସ, କଂଟ୍ରୋଲ୍ ଟେକ୍ନିକ୍ସ, ସ୍ମାର୍ଟ ଗ୍ରୀଡ୍‌ସ, କମ୍ୟୁନିକେସନ୍ ପ୍ରୋଟୋକଲ୍ସ, ଇନ୍‌ଟେଲିଜେଂଟ ଚାର୍ଜିଂ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଆଣ୍ଡ ଷ୍ଟାଣ୍ଡାର୍ଡ୍‌ସ ଇତ୍ୟାଦି ପ୍ରସଙ୍ଗରେ ନିଜର କାର୍ଯ୍ୟ ପ୍ରଦର୍ଶନ କରିବା ସହ ଅଭିଜ୍ଞତା ଓ ଧାରଣାକୁ ବ୍ୟକ୍ତ କରିଥିଲେ।

ୟୁନାଇଟେଡ୍ ଷ୍ଟେଟ୍‌ସ, ୟୁନାଇଟେଡ୍ କିଙ୍ଗଡମ୍‌, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଜାପାନ, ଚୀନ୍‌, ନେଦରଲ୍ୟାଣ୍ଡ, ତାଇୱାନ୍‌, କାତାର ଏବଂ ଥାଇଲାଣ୍ଡ ସହିତ ଅନ୍ୟ କେତେକ ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।

ଆଇଇଇଇ ଇଣ୍ଡଷ୍ଟ୍ରି ଆପ୍ଲିକେସନ୍ସ ସୋସାଇଟି (ଆଇଏଏସ୍‌) ଏକ ସ୍ୱେଚ୍ଛାସେବୀ ପ୍ରୋତ୍ସାହିତ ଅନୁଷ୍ଠାନ ଯାହାକି ଇଞ୍ଜିନିୟରିଂ ବୃତିଧାରୀଙ୍କ ଦ୍ୱାରା ଇଲେକ୍ଟ୍ରିକାଲ୍ ଓ ଇଲେକ୍ଟ୍ରୋନିକ ସିଷ୍ଟମ୍‌ସର ଥିଓରି ଓ ପ୍ରାକ୍ଟିସ୍‌କୁ ଆଗକୁ ନେବା ନିମନ୍ତେ କାର୍ଯ୍ୟ କରିଥାଏ। ସେହିପରି ଆଇଇଇଇ ପାୱାର ଆଣ୍ଡ ଏନର୍ଜି ସୋସାଇଟି ଆଇଇଇଇର ସର୍ବ ପୁରାତନ ସୋସାଇଟି ଯାହାକି ଇଲେକ୍ଟ୍ରିକ୍ ପାୱାର ଓ ଏନର୍ଜି ସମ୍ପର୍କିତ ସାଇନ୍‌ଟିଫିକ୍ ଓ ଇଞ୍ଜିନିୟରିଂ ଜ୍ଞାନ ଉପରେ ଗୁରୁତ୍ୱ ଦେଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ଓଏଏସ୍‌ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସମ୍ବର୍ଦ୍ଧିିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ର ତିନି ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ଶନିବାର ସେମାନଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ ସମ୍ବର୍ଦ୍ଧିତ କରିଛନ୍ତି।

ଚଳିତ ବର୍ଷ ଓଏଏସ୍ ପରୀକ୍ଷାରେ ୩୦ତମ ର‌୍ୟାଙ୍କ୍ ଅଧିକାର କରିଥିବା ଶ୍ୱେତଲିନା ସାହୁ ସୋଆ କୃଷି ମହାବିଦ୍ୟାଳୟର ୨୦୧୪ -୨୦୧୭ ବ୍ୟାଚ୍ ବି.ଏସ.ସି (କୃଷି) ଛାତ୍ରୀ ଅଟନ୍ତି। ସେହିପରି ଏହି ପରୀକ୍ଷାରେ ୬୭ତମ ସ୍ଥାନ ହାସଲ କରିଥିବା ଡେସାଲିନ୍ ସେଠୀ ୨୦୧୫ – ୨୦୧୮ ବ୍ୟାଚ୍‌ର ଛାତ୍ରୀ ଏବଂ ୨୨୯ତମ ସ୍ଥାନ ଅଧିକାର କରିଥିବା ଏସ୍‌.ଡି. କିରଣ କୁମାର ୨୦୧୪ -୨୦୧୮ ବ୍ୟାଚ୍ ର ଛାତ୍ର ଅଟନ୍ତି। ଏହି ତିନି ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଫେସର ନାୟକ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଏହି ତିନିଜଣ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ ହେବା ଅବସରରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ଉତମ ର‌୍ୟାଙ୍କ୍ ରଖିଥିବାରୁ ନିଜର ଖୁସି ବ୍ୟକ୍ତ କରିବା ସହ ଏହାର ସମସ୍ତ ଶ୍ରେୟ ସୋଆ ଏବଂ କୃଷି ମହାବିଦ୍ୟାଳୟର ଡିନ୍‌ଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦେଇଛନ୍ତି। ପରୀକ୍ଷାରେ ପ୍ରସ୍ତୁତି ନିମନ୍ତେ ସେମାନେ କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଓ ଅନ୍ୟାନ୍ୟ ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ମଧ୍ୟ ସେମାନଙ୍କର ସହଯୋଗ ନିମନ୍ତେଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ତିନିଜଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କର ସଫଳତାରେ ସେମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କର ଏହି ସଫଳତା ବିଶ୍ୱବିଦ୍ୟାଳୟ ପାଇଁ ଏକ ଗୌରବର ବିଷୟ ବୋଲି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅଗଷ୍ଟ ୧୦ ରୁ ସୋଆରେ ଆଇଇଇଇର ତୃତୀୟ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ) ପକ୍ଷରୁ ଗୁରୁବାର ଠାରୁ “ସଷ୍ଟେନେବଲ ଏନର୍ଜି ଆଣ୍ଡ ଫ୍ୟୁଚର ଇଲେକ୍ଟ୍ରିକ୍ ଟ୍ରାନ୍ସପୋର୍ଟେସନ୍ (ସେଫେଟ-୨୦୨୩)” ଶୀର୍ଷକ ୪ ଦିନିଆ ତୃତୀୟ ଆନ୍ତର୍ଜାତିକ ସମ୍ମିଳନୀ ଆରମ୍ଭ ହେବ। ଏଥିରେ ସାରା ବିଶ୍ୱରୁ ୫୦୦ ରୁ ଊର୍ଦ୍ଧ୍ୱ ଗବେଷକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ସମ୍ମିଳନୀରେ ଇଞ୍ଜିନିୟର, ଗବେଷକ, ବୈଜ୍ଞାନିକ ଓ ଶିକ୍ଷାବିତ୍‌ମାନେ ରିନ୍ୟୁବଲ୍ ଏନର୍ଜି, ଇଲେକ୍ଟ୍ରିକ୍ ଟ୍ରାନ୍ସପୋର୍ଟେସନ୍‌, ପାୱାର ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକ୍ ଡ୍ରାଇଭ୍‌ସ, କଂଟ୍ରୋଲ୍ ଟେକ୍ନିକ୍ସ, ସ୍ମାର୍ଟ ଗ୍ରୀଡ୍‌ସ, କମ୍ୟୁନିକେସନ୍ ପ୍ରୋଟୋକଲ୍ସ, ଇନ୍‌ଟେଲିଜେନ୍ସ ଚାର୍ଜିଂ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଆଣ୍ଡ ଷ୍ଟାଣ୍ଡାର୍ଡ୍‌ସ ସମ୍ପର୍କରେ ନିଜର କାର୍ଯ୍ୟକୁ ପ୍ରଦର୍ଶନ କରିବା ସହ ଅଭିଜ୍ଞତା ଓ ଧାରଣାକୁ ବ୍ୟକ୍ତ କରିବେ ବୋଲି ସେଫେଟ୍‌-୨୦୨୩ର ଜେନେରାଲ୍ ଚେୟାର ପ୍ରଫେସର ରେଣୁ ଶର୍ମା କହିଛନ୍ତି।

ୟୁନାଇଟେଡ୍ ଷ୍ଟେଟ୍‌ସ, ୟୁନାଇଟେଡ୍ କିଙ୍ଗଡମ୍‌, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଜାପାନ, ଚୀନ୍‌, ନେଦରଲ୍ୟାଣ୍ଡ, ତାଇୱାନ୍‌, କାତାର ଏବଂ ଥାଇଲାଣ୍ଡ ସହିତ ଅନ୍ୟ କେତେକ ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି।

ଆଇଇଇଇ ଇଣ୍ଡଷ୍ଟ୍ରି ଆପ୍ଲିକେସନ୍ସ ସୋସାଇଟି (ଆଇଏଏସ୍‌) ଏକ ସ୍ୱେଚ୍ଛାସେବୀ ପ୍ରୋତ୍ସାହିତ ଅନୁଷ୍ଠାନ ଯାହାକି ଇଞ୍ଜିନିୟରିଂ ବୃତିଧାରୀଙ୍କ ଦ୍ୱାରା ଇଲେକ୍ଟ୍ରିକାଲ୍ ଓ ଇଲେକ୍ଟ୍ରୋନିକ ସିଷ୍ଟମ୍‌ସର ଥିଓରି ଓ ପ୍ରାକ୍ଟିସ୍‌କୁ ଆଗକୁ ନେବା ନିମନ୍ତେ କାର୍ଯ୍ୟ କରିଥାଏ। ସେହିପରି ଆଇଇଇଇ ପାୱାର ଆଣ୍ଡ ଏନର୍ଜି ସୋସାଇଟି ଆଇଇଇଇର ସର୍ବ ପୁରାତନ ସୋସାଇଟି ଯାହାକି ଇଲେକ୍ଟ୍ରିକ୍ ପାୱାର ଓ ଏନର୍ଜି ସମ୍ପର୍କିତ ସାଇନ୍‌ଟିଫିକ୍ ଓ ଇଞ୍ଜିନିୟରିଂ ଜ୍ଞାନ ଉପରେ ଗୁରୁତ୍ୱ ଦେଇଥାଏ।

ଆଇଇଇଇ ସେଫେଟ୍‌ରେ କିନୋଟ ଓ ପ୍ଲେନାରୀ ସେସନ୍‌, ଟେକ୍ନିକାଲ୍ ପେପର ପ୍ରେଜେନ୍‌ଟେସନ୍‌, ଇଣ୍ଡଷ୍ଟ୍ରି ସେସନ୍ସ ଓ ଆୱାର୍ଡସ କରାଯିବ।

ଏହି ସମ୍ମିଳନୀଟି ଛାତ୍ରଛାତ୍ରୀ ଓ ଯୁବ ବୃତିଧାରୀଙ୍କ ନିମନ୍ତେ ନୂତନ ଜ୍ଞାନକୌଶଳ ଶିକ୍ଷା କରିବା ନିମନ୍ତେ ସୁଯୋଗ ପ୍ରଦାନ କରିବା ସହ ଏକ ଷ୍ଟାର୍ଟଅପ୍ ପ୍ରଦର୍ଶନୀର ପ୍ରସ୍ତୁତି କରାଯାଇଥିବା ପ୍ରଫେସର ଶର୍ମା କହିଛନ୍ତି।

ଏହା ବ୍ୟତୀତ ବିଭିନ୍ନ ୱାର୍କସପ୍‌, ରାଉଣ୍ଡଟେବଲ୍ ଡିସ୍‌କସନ୍ ମଧ୍ୟ ପ୍ରଥମ ଥର ପାଇଁ ଆଇଇଇଇ ସ୍ମାର୍ଟ ଭିଲେଜ୍ (ଆଇଏସ୍‌ଭି) ଦ୍ୱାରା ପରିକଳ୍ପନା କରାଯାଇଥିବା ସେ କହିଛନ୍ତି।

ପ୍ରଫେସର ଶର୍ମା କହିଛନ୍ତି ଏହି ସମ୍ମିଳନୀ ପାଇଁ ମୋଟ ୫୧୦ଟି ସନ୍ଦର୍ଭ ସଂଗୃହୀତ କରାଯାଇଥିବା ବେଳେ ୨୫୧ଟିକୁ ଆଇଇଇଇ ଏକ୍ସପ୍ଲୋର୍‌ରେ ପ୍ରକାଶନ ପାଇଁ ମନୋନୀତ କରାଯାଇଛି।

ଏହି ସମ୍ମିଳନୀରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରୀୟ ବିଶ୍ୱବିଦ୍ୟାଳୟ ଭାରତୀୟ ଏବଂ ବିଦେଶୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଗବେଷଣା ଓ ନୂତନ ଜ୍ଞାନକୌଶଳ ଦିଗରେ ସୁଯୋଗ ପ୍ରଦାନ କରିବ।

ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି ନୂତନ ଧାରାରେ ବିଭିନ୍ନ କ୍ଷେତ୍ରକୁ ନେଇ ବୈଜ୍ଞାନିକ ଗବେଷଣାର ଗୁରୁତ୍ୱ ନେଇ ସଚେତନ କରାଇବା ବୋଲି ପ୍ରଫେସର ଶର୍ମା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଇଟିଇଆର୍ ଓ ଟାଟା ପାୱାର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଏବଂ ଟାଟା ପାୱାର କମ୍ପାନୀ ଲିମିଟେଡ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା ଓ ସ୍ମାର୍ଟ ଗ୍ରିଡ କ୍ଷେତ୍ରରେ ଆଦାନପ୍ରଦାନ ନିମନ୍ତେ ମଙ୍ଗଳବାର ଦିନ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ବୁଝାମଣା ଅନୁଯାୟୀ ଫ୍ୟାକଲ୍ଟି ଏବଂ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଓ ପରାମର୍ଶ ଦେବା ସହ ୬ ମାସ ପାଇଁ ଇଂଟର୍ଣ୍ଣସିପ୍‌ର ବ୍ୟବସ୍ଥା କରାଯିବ। ଏହାଛଡା ଇଂଟର୍ଣ୍ଣସିପ୍ ସମୟରେ ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ସୁଯୋଗ ମିଳିବ। ଏହା ବ୍ୟତୀତ ଇଞ୍ଜିନିୟରିଂ, ସଫ୍ଟେଓ୍ୟର, ହାର୍ଡେଓ୍ୟର ଇତ୍ୟାଦି ଉପରେ କମ୍ପାନୀ ପକ୍ଷରୁ କର୍ମଶାଳା, ଆଲୋଚନା ଚକ୍ର ଓ ହାକାଥନ୍‌ର ମଧ୍ୟ ଆୟୋଜନ କରାଯିବ ଏବଂ ଆଇଟିଇଆର କ୍ୟାମ୍ପସ୍ ରୁ ଛାତ୍ରଛାତ୍ରୀ ମାନଙ୍କୁ କମ୍ପାନୀରେ ନିଯୁକ୍ତି ସୁଯୋଗ ମିଳିପାରିବ।

ଏହି ବୁଝାମଣାରେ ସୋଆର ପ୍ରୋ-ଭାଇସ୍‌ଚାନ୍‌ସେଲର ପ୍ରଫେସର ଶିତିକଣ୍ଠ ମିଶ୍ର ଓ ଟି ଆଣ୍ଡ ଡି କମ୍ପାନୀର ଟାଟା ପାୱାର ମାନବ ସମ୍ବଳ ମୁଖ୍ୟ ଶ୍ରୀ ସୁବୀର ବର୍ମାଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲେ।

ଟାଟା ପାୱାର ଏଲ୍ ଆଣ୍ଡ ଡି, ଓଡିଶା ଡିସକମ୍ ର ମୁଖ୍ୟ ବୁଦ୍ଧିଶ କୁମାର ବେହେରା, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂର ମୁଖ୍ୟ ପ୍ରଫେସର ବିଭୁ ପ୍ରସାଦ ମହାନ୍ତି, ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ନିରଞ୍ଜନ ନାୟକ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ବିନୋଦ କୁମାର ସାହୁ, ଟ୍ରେନିଂ ଆଣ୍ଡ ପ୍ଲେସ୍‌ମେଂଟ ମୁଖ୍ୟ ଡକ୍ଟର ସୁଜିତ କୁମାର ଦାଶ ଓ କ୍ୟାରିୟର ଡେଭଲପ୍‌ମେଂଟ ସେଲ୍‌, ଆଇଟିଇଆରର ମୁଖ୍ୟ ସୁମିତ ମିତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଆଜିର ଖବର

କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ସୋଆ ପକ୍ଷରୁ ଦୁଇ ଦିନିଆ ଜାତୀୟ ଜନଜାତି ଲେଖକ ସମ୍ମିଳନୀ

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌) ର ମିଳିତ ଆନୁକୂଲ୍ୟରେ ଆସନ୍ତା ଅଗଷ୍ଟ ୯ ଏବଂ ୧୦ ତାରିଖରେ ଏକ ଦୁଇ ଦିନିଆ ଜାତୀୟ ଜନଜାତି ଲେଖକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛ। ଏଥିରେ ୪୯ଟି ଜନଜାତି ଭାଷାରେ କାର୍ଯ୍ୟ କରୁଥିବା ପ୍ରାୟ ୭୦ ଜଣ ବିଶିଷ୍ଟ ଲେଖକ, କବି, ଚିତ୍ରକର ଓ କଥାବାଚକ ଯୋଗଦେବେ।

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଓ ଅଗଷ୍ଟ ୯ ତାରିଖ ଆନ୍ତର୍ଜାତୀୟ ବିଶ୍ୱ ମୂଳନିବାସୀ ଦିବସ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ବିଭିନ୍ନ ଭାଷାରେ କବିତାବୃତି, କ୍ଷୁଦ୍ର କାହାଣୀ ପଠନ, ଜନଜାତି ଭାଷା ଉପରେ କାର୍ଯ୍ୟ କରୁଥିବା ଯୁବ ଲେଖକମାନଙ୍କର ସମସ୍ୟା ଓ ଭାରତୀୟ ମୂଳ ଭାଷାଗୁଡ଼ିକର ସଂରକ୍ଷଣ ଓ ବିକାଶ କ୍ଷେତ୍ରକୁ ନେଇ ଏହି ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା କରାଯିବ ବୋଲି ବିଶିଷ୍ଟ କବି ତଥା ପ୍ରାଚୀନ୍ ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା କହିଛନ୍ତି ।

ସୋଆ କ୍ୟାମ୍ପସ୍ ୨ ରେ ଥିବା କନ୍‌ଭେନ୍ସନ୍ ହଲରେ ଅଗଷ୍ଟ ୯ ତାରିଖରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯିବ । କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଶ୍ରୀନିବାସ ରାଓ, ବିଶିଷ୍ଟ ଲେଖକ ତଥା ପଦ୍ମଶ୍ରୀ ଶ୍ରୀ ହଳଧର ନାଗ, ବିଶିଷ୍ଟ ଲେଖକ ପ୍ରଫେସର (ଡ.) ଜଗନ୍ନାଥ ଦାଶ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଏକାଡେମୀର ଓଡ଼ିଆ ଆଡଭାଇଜରୀ ବୋର୍ଡ ଆବାହକ ଡକ୍ଟର ଗୌରହରି ଦାଶ, ସାହିତ୍ୟ ଏକାଡେମୀ ସାନ୍ତାଳୀ ଆଡଭାଇଜରୀ ବୋର୍ଡ ଆବାହକ ଶ୍ରୀ ଚୈତନ୍ୟ ପ୍ରସାଦ ମାଝି, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିବେ।

ଏହି ଅବସରରେ ଯୋଗ ଦେବାକୁ ଥିବା ବିଶିଷ୍ଟ ଲେଖକ ଓ କବିମାନଙ୍କ ମଧ୍ୟରେ କ୍ରାଇରି ମୋଗ ଚୌଧୁରୀ (ମୋଗ), ରାଜକିଶୋର ନାଏକ (ବାଥୁଡି), ଅନିମା ଟିରା (ବିରିଜିଆ), ବାଇଚୁଙ୍ଗ ସେରିଙ୍ଗ୍ ଭୁତିଆ (ଭୁତିଆ), ଭାନୁମତି ସିଂ (ଭୂମିଜ୍‌), କୁସୁମ ଚକ୍‌ମା (ଚକ୍‌ମା), ଧନୁ ମୁଦୁଲୀ (ଗଡ଼ବା), ଡକ୍ଟର ଜୋମୟିର ଜିନି (ଗାଲୋ), ଶ୍ରୀ ମିରଥାନାର୍କ କେ. ମରକ (ଗାରୋ), ଇନ୍ଦୁମତି ଲମାନି (ବଞ୍ଜାରା), ସୁନୀଲ ଗାଏକୱାଡ (ଭିଲି), ଦସ୍‌ରୁ ନାଏକ (ହୋ), ଦମୟନ୍ତୀ ବେସରା (ସାନ୍ତାଳି), ୱାଙ୍ଗୋ ସୋସିଆ (ନୋଇଟି), ଯୋଗେଶ୍ୱରୀ ଏସ୍ (ହାକିପିକି), ସୁନୀଲ ପେଦାକାପୁ (କନ୍ଧ ପରଜା), ଏଥିଲବର୍ଥ ଖୋଙ୍ଗ୍ରିମାଇ (ଖାସି), ପ୍ରଦୀପ କହଁର (କୁଇ), ବୈକୁଣ୍ଠ ପ୍ରଧାନ (କିଶାନ୍‌), ପିଲ୍‌ସାଇ ଗଣ୍ଡ (ଗୋଣ୍ଡି), ସେବାଙ୍ଗ୍ ଗ୍ୟାଲ୍‌ସେନ୍ (ଲଦାଖୀ) , ପ୍ରତାପ ତମାଙ୍ଗ (ତମାଙ୍ଗ), ସୁଦର୍ଶନ ଜୁଆଙ୍ଗ (ଜୁଆଙ୍ଗ), କାଚୟୋ ଲେପ୍‌ଚା (ଲେପ୍‌ଚା) ,  ସ୍ୱର୍ଣ୍ଣଲତା ଆଇନ୍ଦ (ମୁଣ୍ଡାରି), ଲାଲଭେନ୍‌ସାଙ୍ଗି ଚାଙ୍ଗଥୁ (ମିଜୋ), ଏସ୍‌.କେ. ବୋରୋ (ବୋଡୋ), ଲିସୁ ଶବର (ସୌରା) ଓ ଲାଲ୍‌ରିନଲୁଇ (ହମର୍‌) ଅନ୍ତର୍ଭୁକ୍ତ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ଆରଏସ୍‌ଏସ୍ ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୋମବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖ ଶ୍ରୀଯୁକ୍ତ ରାମଲାଲ। ତାଙ୍କ ସହିତ ଆରଏସଏସର ପୂର୍ବ ଭାରତ ସମ୍ପର୍କ ପ୍ରମୁଖ ବିଦ୍ୟୁତ ମୁଖାର୍ଜୀ ମଧ୍ୟ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଭେଟିଛନ୍ତି।

ସମାଜ ଗଠନର ସାହାଯ୍ୟ କାମନା କରି ଆରଏସଏସ୍ ତରଫରୁ ଜାରୀ ରହିଥିବା ସମ୍ପର୍କ ଅଭିଯାନ ପରିପ୍ରେକ୍ଷୀରେ ସଂଘ ନେତୃବୃନ୍ଦ ସମାଜର ବିଶିଷ୍ଟ ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସାକ୍ଷାତ କରୁଛନ୍ତି। ପ୍ରଫେସର ନାୟକଙ୍କୁ ଶ୍ରୀଯୁକ୍ତ ରାମଲାଲ ଓ ଶ୍ରୀ ମୁଖାର୍ଜୀ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଏହି ସାକ୍ଷାତ ଆଲୋଚନା ସମୟରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଫେସର (ଡାକ୍ତର) ବସନ୍ତ କୁମାର ପତି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ କୃଷି ମହାବିଦ୍ୟାଳୟରେ ମୋଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍ନୋଲୋଜି ଲ୍ୟାବ ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରେ ଏକ ମୋଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍ନୋଲୋଜି ଲ୍ୟାବ ଗତ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨ଟି ଲ୍ୟାବର ଉଦ୍‌ଘାଟନ କରିଥିଲେ। ଏହି ଅତ୍ୟାଧୁନିକ ଜ୍ଞାନ କୌଶଳଯୁକ୍ତ ପ୍ରୟୋଗଶାଳାର ଉଦ୍‌ଘାଟନ କରିବା ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ସାମ୍ପ୍ରତିକ ଜୀବ ବିଜ୍ଞାନରେ ଉପଯୋଗ କରିବା ଭଳି ଅତ୍ୟାଧୁନିକ ଜ୍ଞାନକୌଶଳକୁ ଅଧିକ ଜାଣିବା ପାଇଁ ଏହି ପ୍ରୟୋଗଶାଳା ବ୍ୟବହୃତ ହେବ। ଏହା ଦ୍ୱାରା ସ୍ନାତକୋତର ଓ ପିଏଚ୍‌ଡି ଶିକ୍ଷାର ମାନ ବୃଦ୍ଧି ପାଇବ ତଥା କୃଷି ଓ ଜୀବ ବିଜ୍ଞାନର ଗବେଷଣା କ୍ଷେତ୍ରରେ ନୂତନ ଦିଗ ଉନ୍ମୁକ୍ତ ହେବ ବୋଲି ପ୍ରଫେସର ନନ୍ଦ କହିଥିଲେ।

ଏହି ଅବସରରେ ଆଇଏଏସ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ଆଇଟିଇଆର୍ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଓ ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗର ମୁଖ୍ୟ ପ୍ରଫେସର ଜ୍ଞାନ ରଞ୍ଜନ ରାଉତ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଏଏସ୍‌ର ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କ ସହ ଅଧ୍ୟାପକ, ଅଧ୍ୟାପିକା ଓ ଗବେଷଣାରତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆରେ ବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୧୭ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏକ ବିଶେଷ କାର୍ଯ୍ୟକ୍ରମରେ ସ୍ନାତକ ଉପାଧି ପ୍ରଦାନ କରାଯାଇଛି।

ସିରିଆ, ଇଥିଓପିଆ, ଭୁଟାନ ଓ ନେପାଳରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ସୋଆ ପରିଚାଳିତ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ସିଭିଲ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ, କମ୍ପ୍ୟୁଟ୍‌ର ସାଇନ୍ସ ଆଣ୍ଡ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗରେ ୪ବର୍ଷ ଅଧ୍ୟୟନ ସମାପ୍ତ କରିଛନ୍ତି।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ।

ଏହି ଅବସରରେ ବିଶ୍ୱବିଦ୍ୟାଳୟର କନ୍‌ଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇଟିଇଆରର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ (ଆଇଟିଇଆର) ପ୍ରଫେସର ରେଣୁ ଶର୍ମା ଏବଂ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନିଚକେତା କେ. ଶର୍ମା ଉପସ୍ଥିତ ଥିଲେ।

ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ ଅବସରରେ ନିଜ ଅଭିଭାଷଣରେ ପ୍ରଫେସର ନନ୍ଦ ସେମାନେ ସୋଆ ବିଶ୍ୱବିଦ୍ୟାଳୟକୁ ଏକ ଜଟିଳ ସମୟରେ ଅଧ୍ୟୟନ ନିମନ୍ତେ ଆସିଥିଲେ ବୋଲି କହିଥିଲେ। କୋଭିଡ – ୧୯ ମହାମାରୀ ନିମନ୍ତେ ଜନଜୀବନ ଅଟକି ଯାଇଥିବା ସମୟରେ ନିଜ ଘର ଠାରୁ ଦୂରରେ ରହି ୪ ବର୍ଷର ଶିକ୍ଷାର ଯାତ୍ରା ସମାପ୍ତ କରିଥିବାରୁ ଛାତ୍ରଛାତ୍ରୀମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ।

ସେମାନେ ଏଭଳି ଏକ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଛନ୍ତି ଯାହା ଚଳିତ ବର୍ଷ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ଦେଶରେ ୧୫ ତମ ସ୍ଥାନ ହାସଲ କରିଛି। ସେହିପରି ଇଞ୍ଜିନିୟରିଂ କଲେଜ ତାଲିକାରେ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ୨୭ ତମ ସ୍ଥାନରେ ରହିଛି ଆଇଟିଇଆର୍। ଏଠାରୁ ଯେଉଁ ଶିକ୍ଷା ଗ୍ରହଣ କରିଛ ତାହା ତୁମ ଦେଶରେ ଉପଯୋଗୀ ହେବା ନେଇ ମୁଁ ଆଶାବାଦୀ ବୋଲି ପ୍ରଫେସର ନନ୍ଦ କହିଥିଲେ।

ସିରିଆର ଦୁଇ ଜଣ ଛାତ୍ର ଓ ଛାତ୍ରୀ ବେଲାଲ୍ ଏମନ୍ ଜହାରା ଓ ଆଫ୍ରା ଜୁମା ଡିଗ୍ରୀ ଗ୍ରହଣ କରିବା ପରେ ନିଜ ଭାଷଣରେ ନିଜ ଅଧ୍ୟାପକ -ଅଧ୍ୟାପିକା ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେମାନଙ୍କ ସାହାଯ୍ୟ ଓ ମାର୍ଗଦର୍ଶନ ଯୋଗୁଁ ହିଁ ସେମାନେ ତାଙ୍କ ପାଠ୍ୟକ୍ରମ ଶେଷ କରିପାରିଛନ୍ତି ବୋଲି କହିଥିଲେ।

୨୦୧୯ରେ ଯେତେବେଳେ ଆମେ ଏଠାକୁ ଆସିଲୁ ସେତେବେଳେ ଆମେ ଦ୍ୱନ୍ଦ୍ୱ ଓ ଭୟରେ ଥିଲୁ । ତେବେ ଏଠାରେ ଆମକୁ ନିଜର ଘର ପରି ଅନୁଭବ କରୁଛୁ। ଭାରତ ଆମ ପାଇଁ ଆମର ଦ୍ୱିତୀୟ ଜନ୍ମଭୂମି ପାଲିଟିଯାଇଛି। ଆମେ ଆମ ଜୀବନର ଶ୍ରେଷ୍ଠ ୪ ବର୍ଷ ସୋଆରେ କଟାଇଲୁ ବୋଲି ଜହାରା କହିଛନ୍ତି।

ଏହି ଅବସରରେ ପ୍ରଫେସର ଦାସ ଓ ପ୍ରଫେସର ଶର୍ମା ବକ୍ତବ୍ୟ ରଖିଥିବା ବେଳେ ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଡକ୍ଟର ସ୍ଥିତପ୍ରଜ୍ଞା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇଟିଇଆର୍ ନିକଟରେ ଜଗମୋହନ ନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ନିକଟସ୍ଥ ଜଗମୋହନ ନଗର ଅଂଚଳରେ କମିଶନରେଟ ପୋଲିସ ପକ୍ଷରୁ ଏକ ପୋଲିସ୍ ଫାଣ୍ଡି ଆରମ୍ଭ କରାଯାଇଛି। ଦ୍ୱୈତ ନଗରୀରର ପୋଲିସ୍ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଆଜି ଏହି ଫାଣ୍ଡିର ଉଦ୍‌ଘାଟନ କରିଥିବା ବେଳେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ଅବସରରେ ଉପସ୍ଥିତ ଥିଲେ।

ଜଗମୋହନ ନଗର ଅଂଚଳରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ବାସିନ୍ଦା ରହୁଥିବା ବେଳେ ଆଇଟିଇଆର୍ କଲେଜରେ ହଜାର ହଜାର ସଂଖ୍ୟାର ଛାତ୍ରଛାତ୍ରୀ ଅଧ୍ୟୟନ କରିବାକୁ ଆସିଥାନ୍ତି। ଶିକ୍ଷାନୁଷ୍ଠାନ ନିକଟବର୍ତୀ ଅଂଚଳଗୁଡ଼ିକରେ ଅନେକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆଇନ୍ ଶୃଙ୍ଖଳା ପରିସ୍ଥିତିର ତଦାରଖ, ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକ ବ୍ୟବସ୍ଥାର ସଠିକ ପରିଚାଳନା ନିମନ୍ତେ ଏହି ଅଂଚଳରେ ଏକ ଫାଣ୍ଡିର ଆବଶ୍ୟକତା ରହିଥିଲା ବୋଲି ଏହାର ଉଦ୍‌ଘାଟନ କରି ପୋଲିସ୍ କମିଶନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି।

ଫାଣ୍ଡି ପ୍ରତିଷ୍ଠା ନେଇ ଆବଶ୍ୟକୀୟ ଭିତିଭୂମି ନିମନ୍ତେ ସୋଆ ପକ୍ଷରୁ ସହଯୋଗ କରାଯାଇଥିବାରୁ ଶ୍ରୀ ପ୍ର୍ରିୟଦର୍ଶୀ, ବିଶ୍ୱବିଦ୍ୟାଳୟ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।

ଏହି ଅବସରରେ ଆଇଟିଇଆର ପରିସରରେ ପୋଲିସ କମିଶନର ଶ୍ରୀ ପ୍ରିୟଦର୍ଶୀ, ଭୁବନେଶ୍ୱର ଡିସିପି ଶ୍ରୀ ସିଂ ଓ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ନାୟକ ତିନୋଟି ବୃକ୍ଷ ରୋପଣ କରିଥିଲେ।

ଫାଣ୍ଡି ଉଦ୍‌ଘାଟନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜୋନ୍‌-୪ର ଏସିପି ପି.କେ. ରାଉତ, ଖଣ୍ଡଗିରି ଥାନା ଅଧିକାରୀ ଦୟାନିଧି ନାୟକ, ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଚିଫ୍ ଭିଜିଲାନ୍ସ ଅଫିସର ତଥା ଡାଇରେକ୍ଟର ରିସୋର୍ସେସ୍ ଯୁଗଳ କିଶୋର ଦାସ, ଡାଇରେକ୍ଟର ଲିଗାଲ ସର୍ଭିସେସ୍ ସଞ୍ଜୟ କୁମାର ସାହୁ , ଆସିଷ୍ଟାଂଟ ପ୍ରଫେସର ସତୀଶ କୁମାର ସାମଲ, ସଂପୃକ୍ତ ଫାଣ୍ଡିର ଇନ୍‌ଚାର୍ଜ ବିଶ୍ୱଜିତ୍ ସାମନ୍ତରାୟ ତଥା ଜଗମୋହନ ନଗର ଅଂଚଳର ଅନେକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗୁଣାତ୍ମକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଗରେ ଶିକ୍ଷା ଓ ଅନୁସନ୍ଧାନ: ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ

ଭୁବନେଶ୍ଵର: ଉଚ୍ଚଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଭିନ୍ନ କ୍ଷେତ୍ରରେ ଓ ନୂତନ ସମସ୍ୟାକୁ ସାମ୍ନା କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ବୃତିଗତ ସ୍ତରରେ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛି। ସୋଆର ମୁଖ୍ୟ ଉଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ସହିତ ସେମାନଙ୍କୁ ପ୍ରସ୍ତୁତ କରିବା ଯେପରି ସେମାନେ ଆହରଣ କରିଥିବା ଜ୍ଞାନ ସମାଜକୁ ଆଲୋକିତ କରିବ।

୨୦୦୭ ମସିହା ଜୁଲାଇ ୧୭ ତାରିଖରେ ସୋଆକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୟୁଜିସି ଆକ୍ଟ,୧୯୫୬ର ଧାରା-୩ ଅନୁଯାୟୀ ଡିମ୍‌ଡ ଟୁ ବି ୟୁନିଭର୍ସିଟିର ମାନ୍ୟତା ମିଳିଥିଲା। ବର୍ତ୍ତମାନ ଏହା ଗୁଣାତ୍ମକ ଶିକ୍ଷା ଓ ଗବେଷଣାକୁ ନେଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ବହୁବିଧ କ୍ୟାମ୍ପସ ବିଶିଷ୍ଟ ସୋଆରେ ୧୫୦୦୦ ରୁ ଊର୍ଦ୍ଧ୍ୱ ଭାରତୀୟ ଓ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

୧୭ ବର୍ଷରେ ପାଦ ଥାପିଥିବା ସୋଆ ୨୦୧୬ ଠାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ବାର୍ଷିକ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗରେ ୬ ଥର ଦେଶର ଶ୍ରେଷ୍ଠ ୨୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜର ସ୍ଥାନୀତ କରିପାରିଛି।

୨୦୨୩ ଏନଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ସୋଆ ଦେଶର ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ସ୍ଥାନିତ କରିଛି। ସେହିପରି ନାକ୍ ପକ୍ଷରୁ ସୋଆକୁ ୨୦୨୨ରେ ପୁନଃ ସ୍ୱୀକୃତି ପ୍ରଦାନ କରାଯାଇ ସର୍ବୋଚ୍ଚ A++ ଗ୍ରେଡ ପ୍ରଦାନ କରାଯାଇଛି। ସେହିପରି ୨୦୧୭ ସେପ୍ଟେମ୍ବରରେ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ୩ଟି ପାଠ୍ୟକ୍ରମକୁ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଆମେରିକାର ସ୍ୱୀକୃତି ପ୍ରଦାନକାରୀ ସଂସ୍ଥା ଆକ୍ରେଡିଟେସନ୍ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‌) ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା।

କ୍ୟୁ ଏସ୍ ଇଣ୍ଡିଆ ର‌୍ୟାଙ୍କିଙ୍ଗ ଅନୁଯାୟୀ ବିଶ୍ୱସ୍ତରରେ ଦେଶର ୫୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟାରେ ସୋଆ ସାମିଲ ହୋଇଛି। ସୋଆର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌) ଏନଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ ୨୦୨୩ରେ ଦେଶରେ ୧୬ ତମ ସ୍ଥାନ ହାସଲ କରିଛି।

ଏହି ଡିମ୍‌ଡ ଟୁ ବି ୟୁନିଭର୍ସିଟିରେ ୨୪ଟି ଅଣ୍ଡର ଗ୍ରାଜୁଏଟ୍ ଓ ୮୩ଟି ପୋଷ୍ଟ ଗ୍ରାଜୁଏଟ୍‌, ପିଏଚ୍‌ଡି ଓ ପୋଷ୍ଟ ଡକ୍ଟରାଲ ପ୍ରୋଗ୍ରାମ ପ୍ରଚଳିତ। ଏହା ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମ୍ୟାନେଜମେଂଟ, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍‌, ନର୍ସିଂ, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ବାୟୋଟେକ୍ନୋଲୋଜି, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଲ, ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ଓ ଭେଟେରିନାରୀ ସାଇନ୍‌ସେସ୍ ପାଠ୍ୟକ୍ରମ କ୍ଷେତ୍ରରେ ପ୍ରଦାନ କରାଯାଉଛି।

ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆ ପକ୍ଷରୁ ୧୮ଟି ଗବେଷଣା କେନ୍ଦ୍ର ଆରମ୍ଭ କରାଯାଇ ୨୬ଟି ଚିହ୍ନିତ କ୍ଷେତ୍ରରେ ଗବେଷଣା କରାଯାଉଛି। ଏହି କେନ୍ଦ୍ରଗୁଡ଼ିକ ମଧ୍ୟରେ ରହିଛି ସେଂଟର ଅଫ୍ ଏକ୍ସିଲେନ୍ସ ଇନ୍ ଥିଓରେଟିକାଲ୍ ଆଣ୍ଡ ମ୍ୟାଥମେଟିକାଲ୍ ସାଇନ୍‌ସେସ, ସେଂଟର ଫର୍ ବାୟୋମେକାନିକାଲ୍ ସାଇନ୍‌ସେସ୍‌, ମଲ୍ଟି-ଡିସିପ୍ଲିନାରୀ ରିସର୍ଚ୍ଚ ସେଂଟର, ସେଂଟର ଫର ନାନୋ ସାଇନ୍‌ସେସ୍ ଆଣ୍ଡ ନାନୋ ଟେକ୍ନୋଲୋଜି, ସେଂଟର ଫର ଆପ୍ଲାଏଡ ମ୍ୟାଥମେଟିକ୍ସ, ସେଂଟର ଫର ରୁରାଲ୍ ଆଣ୍ଡ ଟ୍ରାଇବାଲ୍ ଡେଭଲପ୍‌ମେଂଟ, ସେଂଟର ଫର ରି-ପ୍ରଡକ୍ଟିଭ୍ ହେଲ୍‌ଥ, ନ୍ୟାସ୍‌ନାଲ୍ ଏମ୍‌ଇଏମ୍‌ଏସ୍ ଡିଜାଇନ୍ ସେଂଟର, ସେଂଟର ଫର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ଓ ସେଂଟର ଫର୍ ଏନ୍‌ଭାଇରନ୍‌ମେଂଟ ଆଣ୍ଡ କ୍ଲାଇମେଟ । ଏହା ବ୍ୟତୀତ ଦୁଇଟି ଇଂଟର ଡିସିପ୍ଲିନାରୀ କେନ୍ଦ୍ର ରହିଛି ଯେପରିକି ସେଂଟର ଫର୍ କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲ୍‌ଚର୍ ଓ ବାୟୋ ମେଡିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଆପ୍ଲିକେସନ୍ସ।

ସୋଆରେ ଜାରୀ ରହିଥିବା ଅନେକ ଗବେଷଣା କାର୍ଯ୍ୟ ନିମନ୍ତେ ଡିପାର୍ଟମେଂଟ ଅଫ୍ ସାଇନ୍‌ସ ଆଣ୍ଡ ଟେକ୍ନୋଲୋଜି (ଡିଏସ୍‌ଟି), ଡିପାର୍ଟମେଂଟ ଅଫ୍ ବାୟୋଟେକ୍ନୋଲୋଜି (ଡିବିଟି), ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ ଅର୍ଗାନାଇଜେସନ୍ (ଡିଆର୍‌ଡିଓ), ସାଇନ୍‌ସ ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ (ଏସ୍‌ଇଆର୍‌ବି), ଲାଇଫ୍ ସାଇନ୍ସ ରିସର୍ଚ୍ଚ ବୋର୍ଡ (ଏଲ୍‌ଏସ୍‌ଆର୍‌ବି) ଓ କାଉନ୍‌ସିଲ୍ ଫର ସାଇଂଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ଭଳି ସଂସ୍ଥାଗୁଡ଼ିକ ଅନୁଦାନ ପ୍ରଦାନ କରୁଛନ୍ତି। ସେହିପରି କ୍ୟାମ୍ପସ୍‌ଗୁଡ଼ିକରେ ଗବେଷଣା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ୫୮ଟି ଲାବୋରେଟୋରୀ କାର୍ଯ୍ୟ କରୁଛି।

ସୋଆର ଗବେଷକମାନେ ବିଭିନ୍ନ ଜଟିଳ ସ୍ୱାସ୍ଥ୍ୟାବସ୍ଥାର ଚିକିତ୍ସା ନିମନ୍ତେ ସାଧାରଣ, ବ୍ୟୟସାପେକ୍ଷ ଓ ଅଭିନବ ଫାର୍ମାସ୍ୟୁଟିକାଲ୍ ଫର୍ମୁଲେସନ୍ସ ପ୍ରସ୍ତୁତ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଥି ନିମନ୍ତେ କେନ୍ଦ୍ର ବିଜ୍ଞାନ ଓ ପ୍ରୁଯକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧିନସ୍ଥ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ସ (ଏନ୍‌ଆର୍‌ଡିଏସ୍‌) ସହିତ ନିକଟରେ ଟେକ୍ନୋଲୋଜି ଲାଇସେନ୍ସିଙ୍ଗ ଏଗ୍ରିମେଂଟ କରାଯାଇଛି।

ସୋଆର ଫ୍ୟାକଲ୍ଟି ଓ ଗବେଷକମାନଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ୍‌ଗୁଡ଼ିକ ବିଭିନ୍ନ ଆନ୍ତର୍ଜାତିକ ଜର୍ଣ୍ଣାଲ୍‌ରେ ନିୟମିତ ଭାବେ ପ୍ରକାଶ ପାଉଛି। ସୋଆର ଏପର୍ଯ୍ୟନ୍ତ ୧୦୯୦୩ ସ୍କୋପସ୍ ଇଣ୍ଡେକ୍ସ ପବ୍ଲିକେସନ୍ ରହିଥିବା ବେଳେ ଏଚ୍‌-ଇଣ୍ଡେକ୍ସ ୯୮ ରହିଛି। ୱେବ୍ ଅଫ୍ ସାଇନ୍ସରେ ସୋଆର ୬୨୪୮ ପ୍ରକାଶନ ସହିତ ଏଚ୍‌-ଇଣ୍ଡେକ୍ସ ୮୬ ରହିଛି। ସୋଆର ଗବେଷକମାନେ ୪୦୭ଟି ପାଟେଂଟ ନିମନ୍ତେ ଆବେଦନ କରିଥିବା ବେଳେ ଏଗୁଡ଼ିକ ମଧ୍ୟରୁ ୨୯୨ଟି ପ୍ରକାଶିତ ହୋଇସାରିଛି ଏବଂ ୩୫ଟି କ୍ଷେତ୍ରରେ ପାଟେଂଟଗୁଡ଼ିକୁ ଅନୁମତି ମିଳିଛି।

ସୋଆର ଫ୍ୟାକଲ୍ଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ପକ୍ଷରୁ ୧୬୦୦ ଶଯ୍ୟା ବିଶିଷ୍ଟ ସମ୍ ହସ୍ପିଟାଲ୍ ପରିଚାଳନା କରାଯାଉଥିବା ବେଳେ ଏହା ରାଜ୍ୟର ଅନ୍ୟତମ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କେନ୍ଦ୍ର ଭାବେ ଖ୍ୟାତି ଅର୍ଜନ କରିଛି। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଓ ଉନ୍ନତ ସର୍ଜିକାଲ୍ ଓ ଜୀବନ ରକ୍ଷାକାରୀ ସରଞ୍ଜାମ ରହିଥିବା ବେଳେ ରୋଗୀମାନଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି। ସେହିପରି ସୋଆ ପକ୍ଷରୁ ଅନ୍ୟ ଏକ ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ୍ (ସମ୍ ଅଲ୍ଟିମେଟ୍ ମେଡିକେୟାର) ଆରମ୍ଭ କରାଯାଇଥିବା ବେଳେ ଏଠାରେ ଲୋକମାନଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି।

ସୋଆର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିଭିନ୍ ଷ୍ଟୁଡେଂଟ କ୍ଲବ ଓ ଆକ୍ଟିଭିଟି ସେଂଟର ଆରମ୍ଭ କରାଯାଇଥିବା ବେଳେ ବସ୍ତିର ଛୋଟ ଛୋଟ ପିଲାମାନଙ୍କ ଉପକାର ନିମେନ୍ତ ‘ଜାଗୋ’ ନାମକ ଏକ ଅନୁଷ୍ଠାନ ଆରମ୍ଭ କରିଛନ୍ତି। ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ପରୀକ୍ଷା, ପୁଷ୍ଟିକର ଖାଦ୍ୟ ଓ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହା ପରିଚାଳନା କରୁଛନ୍ତି।

ସୋଆ ପକ୍ଷରୁ ୧୬୦୦ ଆସନ ବିଶିଷ୍ଟ ଏକ ଅତ୍ୟାଧୁନିକ କନ୍‌ଭେନସନ୍ ହଲ୍ ନିର୍ମାଣ କରାଯାଇଥିବା ବେଳେ ଅନେକ ଆନ୍ତର୍ଜାତିକ ଓ ଜାତୀୟ ସ୍ତରୀୟ ସମ୍ମିଳନୀ ନିମନ୍ତେ ଏହି ହଲ୍‌ଟିକୁ ହିଁ ପ୍ରଥମ ପସନ୍ଦ ଭାବେ ଗଣାଯାଉଛି। ସୋଆର ୧୨୭ ଏକର ପର୍ଯ୍ୟବେଷିତ ସମ୍ପୂର୍ଣ୍ଣ ୱାଇ-ଫାଇ କ୍ୟାମ୍ପସଗୁଡ଼ିକ ମୋଟ ୭.୫ ଲକ୍ଷ ସ୍କୋୟାର ମିଟର ଉପରେ ଗଢ଼ି ଉଠିଛି। ଏଠାରେ କି ୧୯୭ଟି ଇ-କ୍ଲାସ୍‌ରୁମ୍‌, ୩୪୦ଟି ପିଜି ଓ ୟୁଜି ଲ୍ୟାବ୍‌, ଫୁଲି ଅଟୋମେଟେଡ୍ ଲାଇବ୍ରେରୀ ଓ ୧୦ଟି ଷ୍ଟୁଡେଂଟ ଆକ୍ଟିଭିଟି ସେଂଟର ରହିଛି। ସୋଆରେ ଗୋଟିଏ ସେଂଟ୍ରାଲ୍‌, ୯ଟି ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ଓ ୪୨ଟି ଡିପାର୍ଟମେଂଟାଲ୍ ଲାଇବ୍ରେରୀ ରହିଛି। ସେଂଟ୍ରାଲ୍ ଲାଇବ୍ରେରୀଟି ୧୧୬୧୭ ସ୍କୋୟାର ମିଟର ଉପରେ ଗଢ଼ି ଉଠିଛି।

ସୋଆର କମ୍ୟୁନିଟି ରେଡିଓ ୯୦.୪ ୨୦୧୨ରେ ଆରମ୍ଭ କରାଯାଇଥିବା ବେଳେ ୨୦୧୪ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ କମ୍ୟୁନିଟି ରେଡିଓ ଭାବେ ସମ୍ମାନିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମଣିଷର ଶ୍ରେଷ୍ଠ ବନ୍ଧୁକୁ ମଧ୍ୟ ହୃଦ୍‌ଘାତ ହୁଏ, କିନ୍ତୁ ନୀରବରେ ସହିଯାଏ କଷ୍ଟ

ଭୁବନେଶ୍ୱର: ମଣିଷର ସବୁଠାରୁ ବିଶ୍ୱାସୀ ବନ୍ଧୁ କୁହାଯାଉଥିବା କୁକୁରମାନଙ୍କର ମଧ୍ୟ ହୃଦସମସ୍ୟା ହୋଇଥାଏ, କିନ୍ତୁ କଥା କହି ପାରୁନଥିବାରୁ ସେମାନେ ନୀରବରେ ଯନ୍ତ୍ରଣା ସହିଥାନ୍ତି। ଯଦିଓ ଅନେକ ଲୋକ ଘରେ ପୋଷା କୁକୁର ରଖିଥାନ୍ତି, ମାତ୍ର ଜନ୍ତୁଟିର ହୃଦ୍ ସମସ୍ୟା ସମ୍ପର୍କରେ ଜାଣିପାରି ନଥାନ୍ତି। ଏହି ହୃଦ୍‌ସମସ୍ୟା ଜନ୍ମଗତ ହୋଇପାରେ କିମ୍ବା ପରବର୍ତ୍ତୀ ସମୟରେ ଦେଖାଦେଇଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କାନାଇନ୍ କାର୍ଡିଓଲୋଜି (କୁକୁରଙ୍କ ହୃଦ୍‌ରୋଗ) ସମ୍ପର୍କିତ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଯୋଗ ଦେଇ ବିଶେଷଜ୍ଞମାନେ ଏହି ମତ ରଖିଛନ୍ତି।

କୁକୁରର ଆୟୁଷ ୧୨ ରୁ ୧୫ ବର୍ଷ ହୋଇଥିବା ବେଳେ ସେମାନଙ୍କ କ୍ଷେତ୍ରରେ ମଧ୍ୟ ହୃଦ୍‌ରୋଗ ଏକ ସାଧାରଣ ସମସ୍ୟା ବୋଲି ଜଣାପଡ଼ିଛି। ୫ ରୁ ୬ ବର୍ଷ ବୟସର ହୋଇଥିବା ବେଳେ କୁକୁରମାନଙ୍କର ଏହି ହୃଦ୍‌ରୋଗ ସମସ୍ୟା ଶରୀରରେ ଦେଖାଦେଇଥାଏ ବୋଲି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ ଆଣ୍ଡ ଆନିମଲ୍ ହଜବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ର ଡିନ୍ ପ୍ରଫେସର (ଡାକ୍ତର) ବ୍ରହ୍ମଦେବ ପଟ୍ଟନାୟକ କହିଛନ୍ତି।

ଘରେ ରଖୁଥିବା ପୋଷା କୁକୁରଟି ଯଦି ହାଲିଆ ହେବା ପରି ଜଣାପଡ଼େ, ଠିକ୍ ଭାବେ ଚାଲି ନ ପାରେ, ଖାଇବାକୁ ଇଚ୍ଛା କରେ ନାହିଁ କିମ୍ବା ଡାକିଲେ ନ ଶୁଣେ ତେବେ ମାଲିକମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍ ବୋଲି ସେ କହିଛନ୍ତି।

କୁକୁରଟିର ହୃଦ୍ ସମସ୍ୟା ଅଛି ବୋଲି ଜାଣିବା କଷ୍ଟକର ହୋଇଥିବାରୁ ତା’ର ନିୟମିତ ହୃଦ୍ ସମ୍ପର୍କିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍। ନୂତନ ଆଧୁନିକ ପରୀକ୍ଷଣ ପ୍ରକ୍ରିୟା ଦ୍ୱାରା ଏହି ସମସ୍ୟାକୁ ଚିହ୍ନଟ କରିହେବ ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି। ବାର୍ତ୍ତମାନ କୁକୁରମାନଙ୍କର ଶରୀରରେ ପେସମେକର ମଧ୍ୟ ଲଗା ଯାଇପାରୁଛି ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ବିଭାଗର ନିର୍ଦ୍ଦେଶକ ଡାକ୍ତର ୱାଇ. ବିଜୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଏ ସମ୍ପର୍କରେ ସଚେତନତାର ଆବଶ୍ୟକତା ରହିଛି। ଗୃହକର୍ତାମାନେ ମଧ୍ୟ ଗୃହପାଳିତ ପଶୁମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ଲକ୍ଷଣ ବୁଝିବା ଉଚିତ ବୋଲି ସେ କହିଛନ୍ତି।

ସମ୍ମିଳନୀରେ ଅଧ୍ୟକ୍ଷତା କରି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଭଳି ସମ୍ମିଳନୀକୁ ପ୍ରୋତ୍ସାହନ ଦିଆଯାଉଛି ଏବଂ କୁକୁରଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗବେଷଣାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ଆଇଭିଏସ୍‌ଏଏଚ୍‌ର ଆସୋସିଏଟ୍ ଡିନ୍ ପ୍ରଫେସର (ଡାକ୍ତର) ସୁଶାନ୍ତ କୁମାର ଦାସ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ତଥା ଆଇଭିଏସ୍‌ଏଏଚ୍ ଅନ୍ତର୍ଗତ ଭେଟେରିନାରୀ କ୍ଲିନିକାଲ୍ କମ୍ପଲେକ୍ସର ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ଶ୍ରୀନିବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ତାମିଲନାଡୁ, ମହାରାଷ୍ଟ୍ର, ହିମାଚଳପ୍ରଦେଶ, ପଞ୍ଜାବ, ସିକିମ, ଉତରପ୍ରଦେଶ, ତ୍ରିପୁରା ଓ ତେଲେଙ୍ଗାନାରୁ ୮ ଜଣ ବିଶେଷଜ୍ଞ ତଥା ୨୦ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି। ଚାରିଟି ଟେକ୍ନିକାଲ୍ ସେସନ୍‌ରେ ସମୁଦାୟ ୨୦ଟି ବିଷୟବସ୍ତୁ ଉପରେ ଆଲୋଚନା କରାଯିବ।

ଏହି ସମ୍ମିଳନୀକୁ ଆଇଭିଏସ୍‌ଏଏଚ୍ ପକ୍ଷରୁ ଡାକ୍ତର ସାଲିବାହାନ୍ ଚକ୍ରବର୍ତୀ, ପ୍ରଫେସର ବାନାମ୍ବର ଦାଶ, ପ୍ରଫେସର ରାଧାମୋହନ ନରେନ୍ଦ୍ର, ପ୍ରଫେସର ଧନଞ୍ଜୟ ଦାସ, ଆସିଷ୍ଟାଂଟ ପ୍ରଫେସର ବଳରାମ ସାହୁ, ଦେବେନ୍ଦ୍ର ବିଶ୍ୱାଳ, ବିକାଶ ଦାସ, ଆନାଲିସା ଦେବବର୍ମା ଓ ପ୍ରଜ୍ଞା ମହାପାତ୍ର ପରିଚାଳନା କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜୁଲାଇ ୪ରେ ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ପୂର୍ବ ଭାରତରେ ପଶ୍ଚିମା ପବନ ପ୍ରବାହିତ ହେବା ଦ୍ୱାରା ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୂର୍ବଳ ହୋଇପଡ଼ିଥିବା ସତ୍ତ୍ୱେ ପଶ୍ଚିମ କେନ୍ଦ୍ର ବଙ୍ଗୋପ ସାଗର ଏବଂ ଏହାର ନିକଟବର୍ତ୍ତୀ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ଏକ ଲଘୁଚାପରେ ପରିଣତ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ଆଜି ସୂଚନା ଦେଇଛି।

ଜୁଲାଇ ୪ ରେ ଏହି ଲଘୁଚାପ ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ର ପ୍ରଦେଶ ଉପକୂଳରେ ସୃଷ୍ଟି ହୋଇପାରେ ଓ ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଜୁଲାଇ ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଜୁଲାଇ ୫ରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ୬ ରୁ ୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ କମ୍ ବୃଷ୍ଟିପାତ ହେବ ବୋଲି ସିଇସି ପକ୍ଷରୁ କୁହାଯାଇଛି।

ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଏବଂ ଏହାର ଆଖପାଖ ଅଂଚଳଗୁଡ଼ିକରେ ଜୁଲାଇ ୯ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଓ ଏହା ଫଳରେ ଜୁଲାଇ ୧୦ କିମ୍ବା ୧୧ରେ ମଧ୍ୟ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ସିଇସି ପକ୍ଷରୁ ସୂଚନା ମିଳିଛି। ସେହିପରି ଜୁଲାଇ ୯ ତାରିଖରେ ଉତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବୃଷ୍ଟିପାତର ତୀବ୍ରତା ବୃଦ୍ଧି ପାଇବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତର ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ଦୁଇ ଗବେଷକ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଦୁଇ ଜଣ ବରିଷ୍ଠ ବୈଜ୍ଞାନିକଙ୍କୁ ୨୦୨୩ ନିମନ୍ତେ ସେମାନଙ୍କ ନିଜ ଗବେଷଣା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ୧୦ ଜଣ ଗବେଷକଙ୍କ ମଧ୍ୟରେ ସ୍ଥାନ ମିଳିଛି।

ପ୍ରଫେସର ପ୍ରଦୀପ୍ତ କିଶୋର ଦାଶ ଓ ପ୍ରଫେସର କୁଳମଣି ପରିଡାଙ୍କୁ ପ୍ରତିଷ୍ଠିତ ଗବେଷଣା ପୋର୍ଟାଲ ରିସର୍ଚ୍ଚ ଡଟ୍ କମ୍ ଦ୍ୱାରା ଏହି ସମ୍ମାନ ଦିଆଯାଇଛି। ପ୍ରଫେସର ଦାଶ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଗବେଷଣା କ୍ଷେତ୍ରରେ ଦେଶରେ ଷଷ୍ଠ ସ୍ଥାନରେ ଥିବା ବେଳେ ପ୍ରଫେସର ପରିଡ଼ା ରସାୟନ ବିଜ୍ଞାନ ଗବେଷଣାରେ ଦେଶରେ ସପ୍ତମ ସ୍ଥାନରେ ସ୍ଥାନୀତ ହୋଇଛନ୍ତି।

ପ୍ରଫେସର ଦାଶ ବର୍ତମାନ ସୋଆରେ ମଲ୍ଟି ଡିସିପ୍ଲିନାରି ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରଫେସର ପରିଡ଼ା ବିଶ୍ୱବିଦ୍ୟାଳୟ ପରିଚାଳିତ ସେଂଟର ଫର୍ ନାନୋସାଇନ୍‌ସ ଆଣ୍ଡ ନାନୋଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।
ଏହି ତାଲିକାରେ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟ ଜାତୀୟ ସ୍ତରରେ ଦଶମ ସ୍ଥାନରେ ଥିବା ବେଳେ ରସାୟନ ବିଜ୍ଞାନ କ୍ଷେତ୍ରରେ ୩୪ ତମ ସ୍ଥାନ ଲାଭ କରିଛି।

ସୋଆର ପ୍ରଥମ କୁଳପତି ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଫେସର ଦାଶ ଏନ୍‌ଆଇଟି ରାଉରକେଲାର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଏବଂ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ସିଙ୍ଗାପୁରର ନ୍ୟାସ୍‌ନାଲ୍ ୟୁନିଭର୍ସିଟି, ମାଲେସିଆର ମଲ୍ଟିମିଡିଆ ୟୁନିଭର୍ସିଟି, ୟୁଏସ୍‌ଏ ର ୟୁନିଭର୍ସିଟି ଅଫ୍ ୱାଶିଂଟନ୍ ଏବଂ କାନାଡାର ୟୁନିଭର୍ସିଟି ଅଫ୍ ମାନିଟୋବା ଏବଂ ୟୁନିଭର୍ସିଟି ଅଫ୍ ନ୍ୟୁ ବ୍ରୁନ୍‌ସ୍ୱିକ୍‌ରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି।

ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ତାଙ୍କୁ ବିଜୁ ପଟ୍ଟନାୟକ ସମ୍ମାନ ଏବଂ ଗବେଷଣା କ୍ଷେତ୍ରରେ ଅତୁଳନୀୟ ଅବଦାନ ନିମନ୍ତେ ସାମନ୍ତ ଚନ୍ଦ୍ରଶେଖର ସମ୍ମାନରେ ସମ୍ମାନିତ କରାଯାଇଛି।

ମାଟେରିଆଲ କେମିଷ୍ଟ୍ରି କ୍ଷେତ୍ରରେ ଗବେଷଣା ନିମନ୍ତେ ବେଶ ପରିଚିତ ଥିବା ପ୍ରଫେସର ପରିଡ଼ା ୧୬ଟି ଜାତୀୟ ଏବଂ ରାଜ୍ୟ ସ୍ତରୀୟ ବିଜ୍ଞାନ ଭିତିକ ସମ୍ମାନ ଗ୍ରହଣ କରିଥିବା ବେଳେ ୫୦୧ଟି ଗବେଷଣା ସମ୍ପର୍କିତ ନିବନ୍ଧ ଲେଖିଛନ୍ତି। ତାଙ୍କ ନିକଟରେ ୩୫ଟି ଜାତୀୟ ବୈଜ୍ଞାନିକ ପାଟେଂଟ ମଧ୍ୟ ରହିଛି। ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମାଟେରିଆଲ୍ସ ଟେକ୍ନୋଲୋଜିରେ ମୁଖ୍ୟ ବୈଜ୍ଞାନିକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ପ୍ରଫେସର ପରିଡ଼ା ସେହି ଅନୁଷ୍ଠାନର ବିଭିନ୍ନ ବିଭାଗରେ ମାଟେରିଆଲ୍‌ସ କେମିଷ୍ଟ୍ରି ବୈଜ୍ଞାନିକ ଭାବେ କାର୍ଯ୍ୟ ତୁଲାଇଛନ୍ତି।

ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଉଭୟ ପ୍ରଫେସର ଦାଶ ଏବଂ ପ୍ରଫେସର ପରିଡ଼ାଙ୍କୁ ମଧ୍ୟ ସ୍ଥାନୀତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରାରେ ପୁରୀରେ ହେବନି ବର୍ଷା, ଜୁନ୍ ୨୩ ପରେ ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ

ଭୁବନେଶ୍ୱର: ଆରବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ଘୂର୍ଣ୍ଣିଝଡର ‘ବିପର୍ଯ୍ୟୟ’ ଦୁର୍ବଳ ହୋଇଥିବା ବେଳେ ଉତର ପଶ୍ଚିମା ବାୟୁର ବେଗ ଏବଂ ଦିଗରେ ପରିବର୍ତନ ଯୋଗୁଁ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ପଶ୍ଚିମ ଓଡ଼ିଶା ଜିଲ୍ଳାଗୁଡ଼ିକରେ ଜୁନ୍ ୨୧ ପର୍ଯ୍ୟନ୍ତ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ସେଲସିୟସ ରହିପାରେ। ତେବେ ଉପକୂଳ ଅଂଚଳରେ ତାପମାତ୍ରା ୩୬ ରୁ ୩୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।
ଜୁନ୍ ୨୩ ତାରିଖ ପରେ ସାରା ରାଜ୍ୟରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ରୁ କମ୍ ରହିବ ବୋଲି ସେ କହିଛନ୍ତି।

ଡକ୍ଟର ସାହୁ କହିଛନ୍ତି ଯେ ବାତ୍ୟା ‘ବିପର୍ଯ୍ୟୟ’ ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ପରେ ରାଜସ୍ଥାନ ଓ ଏହାର ନିକଟବର୍ତୀ ଅଂଚଳରେ ଏହାର ପ୍ରଭାବ ରହିଥିଲା। ଫଳରେ ଘଂଟା ପ୍ରତି ୪୫ କିମି ବେଗରେ ଉତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତପ୍ତ ପବନ ପାକିସ୍ତାନ ଆଡୁ ବଙ୍ଗୋପସାଗର ଆଡକୁ ପ୍ରବାହିତ ହେଉଥିଲା। ଏଥି ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅତ୍ୟଧିକ ମାତ୍ରାରେ ରୌଦ୍ର ତାପ ଅନୁଭୂତ ହେଲା।

ଯଦିଓ କୌଣସି କୌଣସି ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିଥିଲା ତଥାପି ଏହା ରୌଦ୍ର ତାପକୁ ପ୍ରତିହତ କରିପାରିଲା ନାହିଁ ବୋଲି ସେ କହିଛନ୍ତି।

ଡକ୍ଟର ସାହୁ କହିଛନ୍ତି ଯେ ଜୁନ୍ ୨୩ ତାରିଖରେ ଝାଡଖଣ୍ଡ ତଥା ନିକଟବର୍ତୀ ବିହାର ଏବଂ ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହା ଦକ୍ଷିଣ ମୁହାଁ ହୋଇ ଉତର ଓଡ଼ିଶା ଆଡକୁ ପ୍ରବାହିତ ହେବ। ଏହା ସହ ଜୁନ୍ ୨୩ ରୁ ୨୫ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ।

ଏହାର ପ୍ରଭାବରେ ଜୁନ୍ ୨୩ କିମ୍ବା ତା’ ପରବର୍ତୀ ସମୟରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ତେବେ ଜୁନ୍ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାକ୍ ମୌସୁମୀ କାଳବୈଶାଖୀର ପ୍ରଭାବ ଯୋଗୁଁ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଏବଂ ଉତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଜୁନ୍ ୨୯ ତାରିଖରେ ଉତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ମାତ୍ରା ବଢ଼ିପାରେ ବୋଲି ଡକ୍ଟର ସାହୁ କହିଛନ୍ତି।

ମଙ୍ଗଳବାର ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ସେଦିନ ପୁରୀରେ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଡକ୍ଟର ସାହୁ କହିଛନ୍ତି। ଏହି ଦିନ ପୁରୀରେ ଦିନର ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା ସମ୍ଭାବନା ଥିବା ବେଳେ ଗୁଳୁଗୁଳି୬୫ ରୁ ୭୫ ପ୍ରତିଶତ ରହିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭାରତୀୟ ସେନାରେ ଯୋଗ ଦେବେ ସୋଆ ଛାତ୍ର

ଭୁବନେଶ୍ୱର: ଭାରତୀୟ ସେନାରେ ଯୋଗ ଦେବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ର ଅଙ୍କିତ ରାଜ ବିଶ୍ୱାଳ। ନିକଟରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର କମ୍ପ୍ୟୁଟର ସାଇନ୍‌ସ ବିଭାଗରୁ ଗ୍ରାଜୁଏସନ୍ କରିଥିବା ଛାତ୍ର ଅଙ୍କିତ ରାଜ ସର୍ଭିସେସ୍ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ନିଯୁକ୍ତି ପ୍ରକ୍ରିୟାରେ ସଫଳ ହୋଇ ଯୁବ ଅଫିସର ଭାବେ ଭାରତୀୟ ସେନାରେ ଯୋଗ ଦେବା ନିମନ୍ତେ ମନୋନୀତ ହୋଇଛନ୍ତି।

ଶ୍ରୀ ବିଶ୍ୱାଳ ଗତ ଏପ୍ରିଲ ମାସରେ ଭୋପାଳ ଠାରେ ଏସ୍‌ଏସ୍‌ବି ଆସେସ୍‌ମେଂଟ ପ୍ରକ୍ରିୟାରେ ମନୋନୀତ ହୋଇଥିବା ବେଳେ ସୋମବାର ତାଙ୍କର ଏହି ସଫଳତା ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଶ୍ରୀ ବିଶ୍ୱାଳ ଆଇଟିଇଆର୍‌ର ଏନ୍‌ସିସି ୟୁନିଟରେ ସାମିଲ ଥିଲେ ଏବଂ ସିନିୟର ଅଣ୍ଡର ଅଫିସର ଭାବେ ଦାୟିତ୍ୱ ବହନ କରିଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ରଜପର୍ବ ଉପଲକ୍ଷେ ସୋଆ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ପକ୍ଷରୁ ରଜ ପିଠା ପ୍ରତିଯୋଗିତା ସୋମବାର ଆୟୋଜିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ମହିଳାମାନେ ବିଭିନ୍ନ ପିଠା ପ୍ରସ୍ତୁତ କରିବା ନିମନ୍ତେ ଏସ୍‌ଏଚ୍‌ଏମ୍‌ରେ ସୋମବାର ସକାଳେ ପହଂଚି ପିଠା ପ୍ରସ୍ତୁତ ଆରମ୍ଭ କରିଥିଲେ। ଅନ୍ୟ ପିଠା ପ୍ରତିଯୋଗିତା ଭଳି ଘରୁ ପ୍ରସ୍ତୁତ କରିଥିବା ପିଠା ନ ଆଣି ଏଠାରେ ହିଁ ନିଜର ରୋଷେଇ କଳା ଦେଖାଇଥିଲେ ମହିଳାମାନେ। ମୋଟ ୧୬ ଜଣ ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ୮ଟି ଗ୍ରୁପ୍ ମାଧ୍ୟମରେ ସେମାନେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରିଥିଲେ।

ବିଭିନ୍ନ ପ୍ରକାରର ପୋଡପିଠା ଯେପରିକି ଚାଉଳ ପୋଡପିଠା, ଖିର ପୋଡପିଠା, ବିରି ପୋଡପିଠା, ତ୍ରିରଙ୍ଗା ପୋଡ ପିଠା, ମହୁଲ ପୋଡ ପିଠା, ଚନ୍ଦ୍ରକାନ୍ତି, ସୁଜି ସିଝା ମଣ୍ଡା ପିଠା, ପୁରଦିଆ ମଣ୍ଡା, ସୁଜି କାକରା, ଗୁଡ଼ ଓ ଚିନି ଆରିଷା, ପାଳୁଅ ମଣ୍ଡା ପିଠା, ତ୍ରିରଙ୍ଗା ପୋଡ ପିଠା, ଭୋଗେଇ ଭଳି ୨୪ ପ୍ରକାର ପିଠା ମହିଳାମାନେ ପ୍ରସ୍ତୁତ କରିଥିଲେ।

ଏହି ମହିଳାମାନଙ୍କର ରୋଷେଇ ଦକ୍ଷତାକୁ ପରଖିବା ପାଇଁ ବିଚାରକ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ପୂର୍ବତନ ଅଧ୍ୟକ୍ଷା ଆର୍ଯ୍ୟା କୁମାରୀ ପାଣିଗ୍ରାହୀ, ସ୍ୱାମୀ ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଅଧ୍ୟକ୍ଷ ପିତାମ୍ବର ବିଶ୍ୱାଳ ଓ ରୋଜିସ୍ କିଚେନ୍‌ର ପରିଚାଳନା ନିର୍ଦ୍ଦେଶିକା ସରୋଜା ଚୌଧୁରୀ ବିଚାରକ ଭାବେ ଯୋଗ ଦେଇ ଖାଦ୍ୟ ପରୀକ୍ଷା କରିଥିଲେ।

ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜ୍ୟୋସ୍ନା ମିଶ୍ର ଓ ମୀନା ପାଣିଗ୍ରାହୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନିହାରିକା ତ୍ରିପାଠୀ ଓ ମାନସୀ ବରାଳ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଶୁଭଶ୍ରୀ ପଟ୍ଟନାୟକ ଓ ମାନସୀ ଓଝା ତୃତୀୟ ସ୍ଥାନ ଗ୍ରହଣ କରିଥିଲେ।
ପ୍ରିତଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ବିଚାରକମାନେ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ପ୍ରଚେଷ୍ଟା ନିମନ୍ତେ ପ୍ରଶଂସା କରିଥିଲେ। ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ପିଠା ପ୍ରତିଯୋଗିତା ଭଳି ଆଗାମୀ ଦିନରେ ମିଠା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ। ଶେଷରେ ଏସ୍‌ଏଚ୍‌ଏମ୍ ପକ୍ଷରୁ ପ୍ରଫେସର ସୁଶାନ୍ତ କୁମାର ଚଇନି ଧନ୍ୟବାଦ ଅର୍ପଣ କରିଥିଲେ।

ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ବିକ୍ରୀ ହେବାର ଯୋଜନା ରହିଛି।