Categories
ଆଜିର ଖବର ଜାତୀୟ ଖବର

ମୃତ୍ତିକା ସ୍ବାସ୍ଥ୍ୟ ନେଇ ତୁରନ୍ତ ପଦକ୍ଷେପ ନେବାକୁ ବୈଜ୍ଞାନିକ ମାନଙ୍କ ଆହ୍ୱାନ

ଭୁବନେଶ୍ୱର: ଦଶନ୍ଧି ଦଶନ୍ଧି ଧରି ମୃତ୍ତିକାର ଅବହେଳା ଫଳରେ ଉପଲବ୍ଧ ହୋଇଥିବା ସମସ୍ୟା ଆଜି ମାନବ ଜାତିକୁ ଚିନ୍ତାରେ ପକାଇଛି ବୋଲି ‘ବିଶ୍ୱ ମୃତ୍ତିକା ଦିବସ’ ପାଳନ ଅବସରରେ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ବକ୍ତାମାନେ ମତ ପ୍ରକାଶ କରିବା ସହ ମୃତ୍ତିକା ସୁରକ୍ଷା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ (ଆଇଏଏସ୍‌) ଓ ଇଣ୍ଡିଆନ ସୋସାଇଟି ଅଫ ସୈଲ ସାଇନ୍ସ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି ଜମି ପରିଚାଳନାରେ ଅନିୟମିତତା ଏବଂ ଶିଳ୍ପାୟନ ଯୋଗୁଁ ମୃତ୍ତିକାର ଉତ୍ପାଦନ କ୍ଷମତା ହ୍ରାସ ପାଉଥିବା ସଂପର୍କରେ ଅଲୋଚନା ହୋଇଥିଲା ।

ପୃଥିବୀ ତିଷ୍ଠି ରହିବା ନିମନ୍ତେ ମୃତ୍ତିକା ଓ ଜଳର ନିବିଡ ସଂପର୍କ ଗୁରୁତ୍ୱପୂର୍ଣ୍ଣ ଓ ଏହା ଗୋଟିଏ ମୁଦ୍ରାର ଦୁଇପାର୍ଶ୍ଵ ସଦୃଶ । ଏହି ସଂପର୍କ ହିଁ କୃଷିର ମୂଳଦୁଆ ବୋଲି ସୋଆର ସେଂଟର ଫର୍ କ୍ଳାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର ର ନିର୍ଦ୍ଦେଶକ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା କହିଥିଲେ।

ମୃତ୍ତିକାର ଅବକ୍ଷୟ ପୃଥିବୀର ଜଳ ସଂପଦ ଉପରେ ମଧ୍ୟ ଅତ୍ୟଧିକ ଚାପ ପକାଇଥାଏ । ପୃଥିବୀର ମୋଟ ଜଳର ୯୭.୩ ପ୍ରତିଶତ ସମୁଦ୍ର ହୋଇଥିବାରୁ ଏହା ବ୍ୟବହାର ଯୋଗ୍ୟ ନୁହେଁ। ଅବଶିଷ୍ଟ ୨.୭ ପ୍ରତିଶତ ମଧୁର ଜଳ ଏବଂ ସେଥିମଧ୍ୟରୁ ମାତ୍ର ୦.୦୭ ପ୍ରତିଶତ ବ୍ୟବହାରଯୋଗ୍ୟ ଓ ବରଫ ଗ୍ଲେସିଅର୍ ଭାବେ ରହିଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ କୃଷକ ଓ ଆଇଏଏସ୍‌ର କୃଷି ବୈଜ୍ଞାନିକଙ୍କ ମଧ୍ୟରେ ଏ ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏବଂ ଆଇଏଏସ୍‌ର ମୃତ୍ତିକା ବିଜ୍ଞାନ ଓ କୃଷି ରସାୟନ ବିଭାଗର ମୁଖ୍ୟ ପ୍ରଫେସର ଦୀନବନ୍ଧୁ ଜେନା ମଧ୍ୟ ଉପସ୍ଥିତ ଥିଲେ ।

ଭାରତରେ ଉପଲବ୍ଧ ମଧୁର ଜଳର ୮୦ ପ୍ରତିଶତ କୃଷି କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ବୋଲି ପ୍ରଫେସର ପଣ୍ଡା କହିଥିଲେ । ବାରମ୍ବାର ପାଣିପାଗ ଜନିତ ଉତ୍କଟ ସମସ୍ୟା ସୃଷ୍ଟି ହେବା ଫଳରେ ପ୍ରତିକୂଳ ଜଳବାୟୁରେ ବିକଶିତ ହୋଇ ପାରୁଥିବା ଫସଲ ର ବିକାଶ ଆବଶ୍ୟକ ବୋଲି ସେ କହିଥିଲେ।

ଉପଯୁକ୍ତ ଜଳ ସଂରକ୍ଷଣ ପଦକ୍ଷେପ ତଥା ବର୍ଷା ଜଳ ସଂରକ୍ଷଣ କରି ମୃତ୍ତିକାର ଆଦ୍ରତା ବୃଦ୍ଧି ତଥା ଭୂତଳ ଜଳକୁ ରିଚାର୍ଜ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ମୃତିକା ସ୍ୱାସ୍ଥ୍ୟ ଏବଂ ଜଳର ଗୁଣବତା ବଜାୟ ରଖିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇ ପ୍ରଫେସର ନନ୍ଦ କହିଥିଲେ ଯେ ମାନବ ଜାତି ମୃତ୍ତିକା, ଜଳ ଓ ବାୟୁ କୁ ଉପହାର ଭାବେ ପାଇଛି ମାତ୍ର ସେଥିପାଇଁ କୃତଜ୍ଞ ହେବା ଶିଖିନାହିଁ । ପ୍ରତି ମୁହୂର୍ତ୍ତରେ ଆମେ ବାୟୁକୁ ନିଶ୍ୱାସ ନେବାପାଇଁ ଆବଶ୍ୟକ କରୁ, ଭୂମି ଆମକୁ ଖାଦ୍ୟ ଯୋଗାଏ ଏବଂ ତୃଷା ନିବାରଣ ନିମନ୍ତେ ଜଳ ଆବଶ୍ୟକ ହୁଏ। ଏହା ଆମ ପାଇଁ ଉପହାର ଅଟେ। ଆମେ ଯେଉଁଠାରେ ରହୁଛୁ ସେହି ପୃଥିବୀର ଯତ୍ନ ନେବାକୁ ଶିଖିବା ଆବଶ୍ୟକ ବୋଲି ସେ କହିଥିଲେ । ପ୍ରଫେସର ନନ୍ଦ କହିଥିଲେ ଯେ ଅଧିକାଂଶ ସହରରେ ବାୟୁର ଗୁଣବତା ନିମ୍ନମୁଖୀ ହେବା ଚିନ୍ତାର ବିଷୟ।

ପୃଥିବୀକୁ ବଂଚାଇବା ପାଇଁ ମାଟି ଓ ଜଳାଶୟ ର ଯତ୍ନ ନେବା ନିମନ୍ତେ ସମସ୍ତେ ଯତ୍ନବାନ ହେବା ଜରୁରୀ ବୋଲି ପ୍ରଫେସର ଦାସ କହିଥିଲେ।

ପ୍ରଫେସର ଜେନା ପରିବେଶ ସୁରକ୍ଷା ନିମନ୍ତେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଥାଇଲାଣ୍ଡର ରାଜା ଭୂମିବଲ୍ ଆଦୁଲ୍ୟଦେଜ୍ ଙ୍କ ଜନ୍ମଦିନ ଅବସରରେ ଡିସେମ୍ବର ୫ ତାରିଖ କୁ ବିଶ୍ୱ ମୃତ୍ତିକା ଦିବସ ଭାବେ ପାଳନ କରାଯାଇଥାଏ ବୋଲି କହିଥିଲେ ।

ଉର୍ବର ଜମି ଭିତିଭୂମି ବିକାଶ ପାଇଁ ବ୍ୟବହୃତ ହେଉଥିବାରୁ କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ ଉପଲବ୍ଧ ଚାଷ ଜମି ଉପରେ ଅଧିକ ଚାପ ପଡୁଛି । ସେଥିପାଇଁ ଆଜି ଆମେ ଏହି ସମସ୍ୟା ସହିତ ଯୁଝୁଛୁ ବୋଲି ସେ କହିଥିଲେ।

ସୋଆର ଦିଷ୍ଟିଙ୍ଗୁଇଶଡ ପ୍ରଫେସର ୟୁ ସି ମହାନ୍ତି ଏବଂ ଆଇଏଏସ୍ ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କର କୃତିତ୍ୱ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ଏମ୍‌.ବି.ଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟର ଦ୍ୱୀତିୟ ବର୍ଷର ଛାତ୍ରୀ ଏସ୍‌.ଭି. ଚନ୍ଦନା ନିକଟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ରେ ରାଜ୍ୟ ସ୍ତରୀୟ ଭାରଉତୋଳନ ପ୍ରତିଯୋଗିତାରେ ନିଜର ପାରଦର୍ଶିତା ଦେଖାଇ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହିତ ରୌପ୍ୟ ପଦକ ହାସଲ କରିଛନ୍ତି।

ସେହିପରି ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଆନ୍ତର୍ଜାତୀୟ ମିଲେଟ୍ ପ୍ରତିଯୋଗିତାରେ ବ୍ୟାଚ୍‌ଲର୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଏବଂ କ୍ୟାଟରିଂ ଟେକ୍‌ନୋଲୋଜି (ବିଏଚ୍‌ଏମ୍‌ସିଟି)ର ଶେଷବର୍ଷର ଛାତ୍ର ସୌଭାଗ୍ୟ ବାରିକ ମିଲେଟ୍ ଦ୍ୱାରା ବିଭିନ୍ନ ସୁସ୍ୱାଦ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଦୁଇ ଛାତ୍ରଛାତ୍ରୀ ଙ୍କର ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ଗୌରବ ଅର୍ଜନ କରିଛି। ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ, ସମୂହ ସମାଜ, ସାମାଜିକ ଏକତା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ୩ ଦିନିଆ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବକୁ ଉଦ୍‌ଘାଟନ କରି ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡକ୍ଟର ପ୍ରତିଭା ରାୟ ଏକ ସମୁୂହ ସମାଜ ଗଠନ ଉପରେ ଗୁରୁତ୍ଵାରୋପ କରିଥିଲେ, ଯେଉଁଥିରେ ପ୍ରତ୍ୟେକ ନାଗରିକର ଅବଦାନ ରହିବ ଓ ଉନ୍ନତି ହୋଇପାରିବ।

ସୋଆ ଦ୍ୱାରା ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ନିମନ୍ତେ ସ୍ଥାପିତ ସୋଆ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ସାରା ଦେଶରୁ ପ୍ରାୟ ୨୫୦ ଜଣ ବିଶିଷ୍ଟ ଲେଖକ, କବି, ଐତିହାସିକ, ସମାଲୋଚକ ଓ କଳାକାର ଯୋଗ ଦେଇଛନ୍ତି।

ଅର୍ଥନୈତିକ ପ୍ରଗତି ଓ ବ୍ୟକ୍ତିଗତ ସଫଳତା ପଛରେ ଧାଇଁ ସାମୂହିକ ସଂଲଗ୍ନତାକୁ ଅଣଦେଖା ନ କରିବାକୁ ମତ ଦେଇ ଡକ୍ଟର ରାୟ ସାମାଜିକ ବୈଷ୍ୟମତାକୁ ଦୂର କରିବାକୁ ଆହ୍ୱାନ ଦେଇଥିଲେ। ସେ ଏହି ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରିଥିବା ବେଳେ ଏଥିରେ ବିଶିଷ୍ଟ
ସମାଜବିଜ୍ଞାନୀ ତଥା ସମାଲୋଚକ ପ୍ରଫେସର ଆଶିଷ ନନ୍ଦୀ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଅକାଦେମୀର ଅଧ୍ୟକ୍ଷ ମାଧବ କୌଶିକ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଅକାଦେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ, ବିଶିଷ୍ଟ ଅଭିନେତ୍ରୀ ତଥା ଲେଖିକା ଦିବ୍ୟା ଦତ ବକ୍ତବ୍ୟ ରଖିଥିଲେ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରାଚୀନ୍‌ର ମୁଖ୍ୟ ତଥା ସୋଆ ସାହିତ୍ୟ ଉତ୍ସବର ନିର୍ଦ୍ଦେଶିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା ଘୋଷଣା କରିଥିଲେ ଯେ ଆଗାମୀ ବର୍ଷ ଠାରୁ ଜାତୀୟ ସ୍ତରରେ ଦେଶର ଜଣେ ବିଶିଷ୍ଟ ସାହିତ୍ୟିକଙ୍କୁ ସୋଆ ସାହିତ୍ୟ ସ୧ାନ ପ୍ରଦାନ କରାଯିବ। ଜାତୀୟ ସ୍ତରର ଏକ ବିଚାରକ ମଣ୍ଡଳୀ ଏହି ସ୧ାନ ପାଇଁ ସାହିତ୍ୟିକଙ୍କୁ ମନୋନୀତ କରିବେ ଏବଂ ତାଙ୍କୁ ୭ ଲକ୍ଷ ଟଙ୍କାର ରାଶି ପୁରସ୍କାର ପ୍ରଦାନ କରାଯିବ।

ଜ୍ଞାନପୀଠ ପୁରସ୍କାର ବିଜେତା ଡକ୍ଟର ରାୟ କହିଥିଲେ ଯେ ଭାରତୀୟ ସଂସ୍କୃତି ଗର୍ବର ଉତ୍ସ ଏବଂ ନିଜର ସମୂହତା, ସହନଶୀଳତା ଓ ଆଧ୍ୟାତ୍ମିକତାକୁ ନେଇ ସାରା ବିଶ୍ୱ ପାଇଁ ପ୍ରେରଣାର ଉତ୍ସ ଭାବେ ଉଭା ହୋଇଛି। ତେବେ ସମକାଳୀନ ପରିସ୍ଥିତି ଆହ୍ୱାନ ସୃଷ୍ଟି କରିଥିବା ବେଳେ ଏ ଦିଗରେ ସମସ୍ତେ ଚିନ୍ତାଶୀଳ ହେବାର ଆବଶ୍ୟକତା ରହିଛି। ଦ୍ରୁତଗତିରେ ହେଉଥିବା ଜଗତିକରଣ, ବୈଷୟିକ ଅଗ୍ରଗତି ଏବଂ ବିବିଧ ପ୍ରଭାବ ଆମ ସାଂସ୍କୃତିକ ପରିଚୟର ଅବକ୍ଷୟର ସମ୍ଭାବନା ସୃଷ୍ଟି କରୁଛି ବୋଲି ସେ କହିଥିଲେ।

ଏଭଳି ଜଟିଳ ପରିସ୍ଥିତି ମଧ୍ୟରେ ଆମର ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ପ୍ରସାରର ପ୍ରାଥମିକ ଗୁରୁତ୍ୱ ରହିଛି। ତେଣୁ ଆମେ ଉଭୟ ଜଗତିକରଣରୁ ମିଳୁଥିବା ସୁଯୋଗ ଏବଂ ଆମ ପରିଚୟର ସୁରକ୍ଷା ମଧ୍ୟରେ ସମନ୍ୱୟ ରକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏହିପରି ଏକ ସାହିତ୍ୟ ଉତ୍ସବର ଆୟୋଜନ କରିଥିବାରୁ ଡକ୍ଟର ରାୟ ସୋଆ ବିଶ୍ୱବିଦ୍ୟାଳୟର ଭୂୟସୀ ପ୍ରଶଂସା କରିଥିଲେ।

ଏହି ଅବସରରେ ପ୍ରଫେସର ନନ୍ଦୀ ସାହିତ୍ୟିକ ମାନଙ୍କର ରଚନାତ୍ମକତା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ ଅନେକ ସାହିତ୍ୟିକ ସେମାନଙ୍କ ସୃଷ୍ଟିକୁ ନିଜେ ସ୍ୱୀକାର ମଧ୍ୟ କରିପାରନ୍ତି ନାହିଁ। ବିଶିଷ୍ଟ ଭାରତୀୟ ଗଣିତଜ୍ଞ ଶ୍ରୀନିବାସନ୍ ରାମନୁଜନ୍‌ଙ୍କ ଉଦାହରଣ ଦେଇ ପ୍ରଫେସର ନନ୍ଦୀ କହିଥିଲେ ଯେ ସେ ବିନା ପ୍ରଶିକ୍ଷଣ କିମ୍ବା କୌଣସି ପୁସ୍ତକର ସାହାଯ୍ୟରେ ଗାଣିତ୍ୟିକ ଉଦ୍‌ଭାବନ କରିଥିଲେ।

ତେବେ ତାଙ୍କର ଗବେଷଣା କାର୍ଯ୍ୟକୁ ବିଶ୍ୱସ୍ତରରେ ପ୍ରତ୍ୟାଖ୍ୟାନ କରିଦିଆଯାଇଥିବା ବେଳେ ଲଣ୍ଡନ୍‌ର ଟ୍ରିନିଟି କଲେଜର ଗାଣିତ୍ୟିକ ଜି.ଏଚ୍‌. ହାର୍ଡି ପୁଣି ଥରେ ଅନୁଧ୍ୟାନ କରି ତାଙ୍କ ଉଦ୍‌ଭାବନକୁ ସାମ୍ନାକୁ ଆଣିଥିଲେ। ହାର୍ଡି ଅନୁଭବ କରିଥିଲେ ଯେ ରାମାନୁଜଙ୍କ କାର୍ଯ୍ୟ ସ୍ୱତବ। ଏହି ମଣିଷଟି ହୁଏତ ଖୁବ୍ ବିଚକ୍ଷଣ ଅଥବା ଜଣେ ପ୍ରତିଭାଶାଳୀ ଠକ ବୋଲି ସେ
ଭାବିଥିଲେ। ରାମାନୁଜନଙ୍କ ପରିସ୍ଥ ିତି ତାଙ୍କୁ ଅସୁରକ୍ଷିତ କରି ରଖିଥିଲା ଯାହା ଦ୍ୱାରା ସେ କ’ଣ ଆବିଷ୍କାର କରିଛନ୍ତି ସେ ନିଜେ ମଧ୍ୟ ଗ୍ରହଣ କରିପାରି ନଥିଲେ।

ନିଜ ବକ୍ତବ୍ୟରେ ଶ୍ରୀ କୌଶିକ ଲେଖକ ଓ କବିମାନଙ୍କୁ ସାଧାରଣ ଜନତାଙ୍କ ମୁଖପାତ୍ର ବୋଲି ବର୍ଣ୍ଣନା କରି କହିଥିଲେ ଯେ ଜଣେ ଲେଖକ ନିଜ ଚାରିପଟେ ଥିବା ଲୋକମାନଙ୍କର ଦୁଃଖ ଓ ସମସ୍ୟାକୁ ଅନୁଭବ କରି ନିଜ ଲେଖନୀ ଦ୍ୱାରା ତାହାକୁ ପ୍ରକାଶ କରିଥାଏ।

ଏହି ଅବସରରେ ଅନ୍ୟ ଭାଷାରେ ଅନୁବାଦ ହୋଇଥିବା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ ରଚିତ ଚାରିଟି ଓଡ଼ିଆ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ପୁସ୍ତକଗୁଡ଼ିକ ମଧ୍ୟରେ ସାହିତ୍ୟ ଅକାଦେମୀ ଦ୍ୱାରା ତାଙ୍କ ରଚିତ ‘ଦୟାନଦୀ’ ପୁସ୍ତକର ପଞ୍ଜାବୀ ଓ ସଂସ୍କୃତ ଅନୁବାଦ, ‘ବାଘ’ର ହିନ୍ଦୀ ଅନୁବାଦ, ହିନ୍ଦୀ ଭାଷାରେ ‘ଆସାନ ନହିଁ ଇତିହାସ ଲିଖ୍‌ନା’ ଏବଂ ଇଂରାଜୀ ଭାଷାରେ ନିର୍ବାଚିତ କ୍ଷୁଦ୍ରଗଳ୍ପ ‘ମାଇ ଟ୍ରୁଥ୍‌, ମାଇ ଷ୍ଟୋରୀ’ ରହିଛି। ଏହା ଛଡ଼ା ପ୍ରାଚୀନ ଦ୍ୱାରା
ପ୍ରକାଶିତ ‘ସାରୋଳଦାସ ମହାଭାରଥ ସଂପାଦନା ପ୍ରସ୍ତାବ- ଭବିଷ୍ୟତ, ଅତୀତ ଓ ବର୍ତମାନ’ ମଧ୍ୟ ଉନ୍ମୋଚିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଜାଗୋ ପକ୍ଷରୁ ସ୍କୁଲ୍‌ବ୍ୟାଗ୍ ବଂଟନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ( ଆଇଟିଇଆର୍‌) ର ଛାତ୍ରଛାତ୍ରୀମାନଙ୍କର ସାମାଜିକ ଦାୟିତ୍ୱବୋଧର ପ୍ରତୀକ “ଜାଗୋ” କ୍ଳବ୍ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବସ୍ତି ଅଂଚଳର ଶିଶୁମାନଙ୍କୁ ସ୍କୁଲ୍ ବ୍ୟାଗ ବଂଟନ କରାଯାଇଛି। ସେମାନଙ୍କୁ ଅଧ୍ୟୟନ ଏବଂ ଉତମ ଜୀବନ ନିମନ୍ତେ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଜାଗୋର ଏହି ପ୍ରୟାସ ଜାରି ରହିଛି।

ଆଇଟିଇଆର୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆର ଉପସଭାପତି ତଥା ଜାଗୋର ମେଂଟର ଶାଶ୍ୱତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁନି କୁନି ପିଲାମାନଙ୍କୁ ସ୍କୁଲ୍ ବ୍ୟାଗ୍ ବାଂଟି ଥିଲେ। ଏହି ଅବସର ରେ ଶ୍ରୀମତି ଦାସ କହିଥିଲେ ଯେ ସୋଆ ସବୁବେଳେ ସମାଜ ର ଉନ୍ନତି ଦିଗରେ ଉଦ୍ୟମ କରିଆସିଛି। ଜାଗୋର ଏହି ସ୍କୁଲ୍ ବ୍ୟାଗ ବଂଟନ କାର୍ଯ୍ୟକ୍ରମ ଏହି ଦିଗରେ ଏକ କ୍ଷୁଦ୍ର ଉଦ୍ୟମ। ପାଖ ବସ୍ତିର ପିଲାମାନେ ଏହା ଦ୍ୱାରା ଉତ୍ସାହିତ ହେବେ ବୋଲି ସେ କହିଥିଲେ।

ଏହି ଅବସରରେ ସୋଆ ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ସୋଆ ଏବଂ ଜାଗୋ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି ସର୍ବଦା ଉଦ୍ୟମ କରିଥାଏ । ସମାଜ ର ଏକ ଅଙ୍ଗ ଭାବେ ସୁଯୋଗ ଓ ସୁବିଧା ମିଳିଲେ ସମସ୍ତେ ସମାଜ ସେବା କରିବା ଉଚିତ୍ ବୋଲି ପ୍ରଫେସର ନନ୍ଦ କହିଥିଲେ।

ଏହି ଅବସରରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଏଭଳି ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି ଜାଗୋ ଉଦ୍ୟମ କରୁଛି ବୋଲି କହିଥିଲେ। ଏହି ପିଲାମାନେ ଆଗକୁ ବଡ ହୋଇ ସମାଜ ସେବା ପ୍ରତି ଆଗ୍ରହ ଦେଖାଇବେ ବୋଲି ପ୍ରଫେସର ମିଶ୍ର ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ଆଡିସନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର୍‌, ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ଦେଇଥିବାବେଳେ ଜାଗୋର କୋର୍ଡିନେଟର ପ୍ରଫେସର ଅନୀତା ପଣ୍ଡା ଜାଗୋ କାର୍ଯ୍ୟ ବିଷୟରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଓ ଆଡିସନାଲ୍ ଡିନ୍ (ଏକାଡେମିକ୍ସ) ପ୍ରଫେସର ଡି.ଏନ୍ ଥାଟୋଇ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଏନ୍‌ଏସ୍‌ଏସ୍‌ର ପୂର୍ବାଂଚଳ ପ୍ରାକ୍ ଗଣତନ୍ତ୍ର ଦିବସ କ୍ୟାମ୍ପ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ବୁଧବାର ଜାତୀୟ ସେବା ସଂସ୍ଥା (ଏନ୍‌ଏସ୍‌ଏସ୍‌) ସ୍ୱେଚ୍ଛାସେବୀ ମାନଙ୍କ ନିମନ୍ତେ ୧୦ ଦିନିଆ ପୂର୍ବାଂଚଳ ପ୍ରାକ୍ ଗଣତନ୍ତ୍ର ଦିବସ କ୍ୟାମ୍ପ ଉଦ୍‌ଘାଟିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ୟାମ୍ପରେ ଯୋଗ ଦେଇଥିବା ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ସହିତ ଜାତିର ଜନକ ମହାତ୍ମା ଗାନ୍ଧିଙ୍କୁ ଦେଶର ସର୍ବକାଳୀନ ଓ ସର୍ବୋଚ୍ଚ ସ୍ୱେଚ୍ଛାସେବୀ ବୋଲି ଅଭିହିତ କରିଥିଲେ।

୧୯୬୯ରେ ମହାତ୍ମା ଗାନ୍ଧିଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ନ୍ୟାସ୍‌ନାଲ ସର୍ଭିସ୍ ସ୍କିମ୍ (ଏନ୍‌ଏସ୍‌ଏସ୍‌) ପ୍ରତିଷ୍ଠା ହୋଇଥିବା ବେଳେ ତାଙ୍କ ଭଳି ନିଃସ୍ୱାର୍ଥପର ଓ ସହନଶୀଳ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସ୍ୱେଚ୍ଛାସେବୀ ମାନଙ୍କୁ ମହାତ୍ମାଙ୍କ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହେବା ସହ ଅନ୍ୟମାନଙ୍କ ଠାରୁ ଅଲଗା ଭାବେ କାର୍ଯ୍ୟ କରିବାର ଦକ୍ଷତା ରଖିବା ଉଚିତ୍ ବୋଲି ଉପଦେଶ ଦେଇଥିଲେ।

କାର୍ଯ୍ୟକ୍ରମରେ ସୋଆ ଏନ୍‌ଏସ୍‌ଏସ୍ କୋର୍ଡିନେଟର ପ୍ରଫେସର ନଚିକେତା କେ. ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏନ୍‌ଏସ୍‌ଏସ୍‌ର ଆଂଚଳିକ ନିର୍ଦ୍ଦେଶିକା ସରିତା ପଟେଲ୍‌, ରାଜ୍ୟ ଏନ୍‌ଏସ୍‌ଏସ୍ ଅଫିସର ଡକ୍ଟର ରମେଶ ଚନ୍ଦ୍ର ବେହେରା ଓ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ।

ସୋଆ ଏନ୍‌ଏସ୍‌ଏସ୍ ବ୍ୟୁରୋ ଆଡିସ୍‌ନାଲ୍ ପ୍ରୋଗ୍ରାମ କୋର୍ଡିନେଟର ଡକ୍ଟର କମଳଲୋଚନ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ନଭେମ୍ବର ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କ୍ୟାମ୍ପରେ ଅରୁଣାଚଳ ପ୍ରଦେଶ, ଆସାମ୍‌, ମଣିପୁର, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ସିକିମ୍‌, ତ୍ରିପୁରା ଓ ପଶ୍ଚିମବଙ୍ଗର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବଡ଼ଦିନ ପୂର୍ବରୁ ଏସ୍‌ଏଚ୍‌ଏମ୍‌ରେ କେକ୍ ମିକ୍ସିଙ୍ଗ୍ ଉତ୍ସବ

ଭୁବନେଶ୍ୱର: ବଡ଼ଦିନ ଆଉ ମାତ୍ର ଦେଢ଼ ମାସ ବାକି ଥିବା ବେଳେ ଏହି ଉତ୍ସବକୁ ଅଧିକ ଚଳଚଂଚଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ଶନିବାର ଦିନ ଏକ କେକ୍ ମିକ୍ସିଙ୍ଗ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କେକ୍ ମିକ୍ସିଙ୍ଗ ଉତ୍ସବରେ ସାମିଲ ହେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଏକ ଆନନ୍ଦଦାୟକ କାର୍ଯ୍ୟକ୍ରମ ସକରାତ୍ମକ ମନୋଭାବ ସୃଷ୍ଟି କରିବ ବୋଲି କହିଥିଲେ।

ଦେଢ଼ ମାସ ପୂର୍ବରୁ ଏହି କେକ୍ ମିକ୍ସିଙ୍ଗ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ବଡ଼ଦିନ ଅର୍ଥାତ ଡିସେମ୍ବର ୨୫ ତାରିଖର ଦୁଇ ଦିନ ପୂର୍ବରୁ କେକ୍ ପ୍ରସ୍ତୁତି ଆରମ୍ଭ କରାଯାଏ ଏବଂ ନିଜ ବନ୍ଧୁ, ପରିଜନ ଓ ପରିବାରବର୍ଗଙ୍କ ସହ ଅଂଶୀ କରାଯାଇଥାଏ ବୋଲି ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି କହିଛନ୍ତି। ବଡ଼ଦିନ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ପର୍ବ ଏବଂ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏହି ପର୍ବ ପାଳନ କରାଯାଇଥାଏ। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ମଧ୍ୟ ଭବିଷ୍ୟତରେ କିଭଳି ବଡ଼ଦିନ କେକ୍ ପ୍ରସ୍ତୁତ କରିବେ ସେ ନେଇ ନୂତନ ଶିକ୍ଷା ଗ୍ରହଣ କରିଥାନ୍ତି ବୋଲି ସେ କହିଥିଲେ।

୧୭୦୦ ଶତାବ୍ଦୀରେ ୟୁରୋପରେ ଏହି ପାରମ୍ପରିକ କେକ୍ ମିକ୍ସିଙ୍ଗ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହାକୁ ଶୁଭ ସମୟ ଓ ଆନନ୍ଦର ବାର୍ତାବହ ବୋଲି କୁହାଯାଇଥାଏ। ଏହି ସମୟରେ ଅଧିକ ପରିମାଣର ଫଳ ଏବଂ ବାଦାମ ଜାତୀୟ ଫସଲ ଉତ୍ପାଦନ ହେଉଥିବାରୁ କେକ୍ ପ୍ରସ୍ତୁତ କରିବା ଖୁବ୍ ସହଜ ହୋଇଥାଏ।

ଏହି ପାରମ୍ପରିକ ବଡ଼ଦିନ କେକ୍ ବା ବଡ଼ଦିନ ପୁଡିଙ୍ଗ୍‌ରେ ଅନେକ ପରିମାଣର ଡ୍ରାଏ ଫ୍ରୁଟ, ଅଣ୍ଡା ଏବଂ ମଇଦା ପ୍ରୟୋଗ କରାଯାଇଥାଏ। ଅନେକ କେକ୍‌ରେ ଡ୍ରାଏ ଫ୍ରୁଟ୍‌, ଚେରି, ଫ୍ରୁଟି, କାନ୍‌ବେରୀ, ଖଜୁରୀ ଓ ବିଭିନ୍ନ ପାନୀୟ ବ୍ୟବହୃତ ହୋଇଥାଏ।

ଏହି କାର୍ଯ୍ୟକ୍ରମରେ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଓ ଏସ୍‌ଏଚ୍‌ଏମ୍‌ର ଫ୍ୟାକଲ୍ଟି, ଛାତ୍ରଛାତ୍ରୀ ଏବଂ ମେମ୍ବର୍ସମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନଭେମ୍ବର ମଧ୍ୟ ଭାଗରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ନଭେମ୍ବର ୧୪ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାୟୁ ମଣ୍ଡଳର ଉପର ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତା’ ପରବର୍ତ୍ତୀ ଦିନ ଏହା ଲଘୁଚାପର ରୂପ ନେଇପାରେ ବୋଲି ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ସୂଚନା ଦେଇଛି।

ମିଳିଥିବା ପ୍ରାରମ୍ଭିକ ତଥ୍ୟାନୁଯାୟୀ ଏହି ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଥିବା ବେଳେ ଏହା ଦିଗ ପରିବର୍ତନ କରି ନଭମ୍ବେର ୧୬ ସୁଦ୍ଧା ଉତର ଦିଗ ଆଡ଼କୁ ମୁହାଁଇ ପାରେ ବୋଲି ସିଇସି ପକ୍ଷରୁ ଜାରୀ ହୋଇଥିବା ବୁଲେଟିନ୍ କହିଛି। ଏହାର ପ୍ରଭାବରେ ନଭେମ୍ବର ୧୫ ରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାବେଳେ ଏହାର ପରବର୍ତ୍ତୀ ଦିନ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି ଘୂର୍ଣ୍ଣିବଳୟ ଉତ୍ତର ଦିଗ ଆଡ଼କୁ ମୁହାଁଉଥିବାରୁ ଉପକୂଳ ଓ ଉତର ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ନଭେମ୍ବର ୧୬ ତାରିଖ ରାତିରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ନଭେମ୍ବର ୧୬ ରୁ ୧୮ ମଧ୍ୟରେ ଗଜପତି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼, ଢ଼େଙ୍କାନାଳ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର ଓ କେନ୍ଦୁଝର ପ୍ରଭୃତି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

କେନ୍ଦ୍ରୀୟ ଭାରତରେ ଆଂଟି ସାଇକ୍ଲୋନ୍ ପରିସ୍ଥିତି ରହିଥିବାରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ହ୍ରାସ ପାଇବ ଓ ଦିନର ତାପମାତ୍ରା ବୃଦ୍ଧି ପାଇବ। ନଭେମ୍ବର ୧୩ ତାରିଖରୁ ରାତିର ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଏମ୍‌.ଏସ୍‌.ସ୍ୱାମୀନାଥନ ସ୍ମାରକୀ ଆଲୋଚନାଚକ୍ର ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ (ଆଇଏଏସ୍‌)ରେ ପ୍ରଖ୍ୟାତ କୃଷି ବୈଜ୍ଞାନିକ ସ୍ୱର୍ଗତଃ ଏମ୍‌.ଏସ୍‌.ସ୍ୱାମୀନାଥନ୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏହି ଆଲୋଚନାଚକ୍ରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଉଦ୍ଭିଦ ପ୍ରଜନନ ଓ ଆନୁବଂଶିକ ବିଭାଗର ପ୍ରତିଷ୍ଠିତ ପ୍ରଫେସର ତଥା ଧାନ ଗବେଷଣାର ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ ପ୍ରଫେସର ସତ୍ୟ ରଞ୍ଜନ ଦାସ ମୁଖ୍ୟ ଅତିଥି ତଥା ଆଲୋଚନା ବକ୍ତା ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ପ୍ରଫେସର ଦାସ ଓଡ଼ିଶାର ଜଳବାୟୁରେ ଧାନ କିସମର ପ୍ରକାରଭେଦ, ଜଳବାୟୁ ପରିବର୍ତନରେ ଧାନ ଗବେଷଣାର ଦିଗ, ଉଦ୍ଭିଦ ପ୍ରଜନନ ବିଜ୍ଞାନର ପାରମ୍ପରିକ ଓ ଅତ୍ୟାଧୁନିକ ଦିଗ ଉପରେ ବିଷଦ ଆଲୋକପାତ କରିଥିଲେ।

କୃଷି ମହାବିଦ୍ୟାଳୟ ପକ୍ଷରୁ ପ୍ରଫେସର ଦାସଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ସ୍ୱାମୀନାଥନ୍‌ଙ୍କ ସ୍ମୃତିରେ ଅନୁଷ୍ଠିତ ଏହି ଆଲୋଚନାକୁ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କହିଥିଲେ।

ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଆଲୋଚନାରେ ଅନ୍ୟତମ ଅତିଥି ପ୍ରଫେସର ସତ୍ୟ ରଞ୍ଜନ ଦାସ ଓଡ଼ିଶାର ଜଳବାୟୁରେ ଧାନ କିସମର ପ୍ରକାରଭେଦ, ଜଳବାୟୁ ପରିବର୍ତନରେ ଧାନ ଗବେଷଣାର ଦିଗ, ଉଦ୍ଭିଦ ପ୍ରଜନନ ବିଜ୍ଞାନର ପାରମ୍ପରିକ ଓ ଅତ୍ୟାଧୁନିକ ଦିଗ ଉପରେ ବିଷଦ ଆଲୋକପାତ କରିଥିଲେ।

ଏହି ଆଲୋଚନାରେ କୃଷି ମହାବିଦ୍ୟାଳୟ ପକ୍ଷରୁ ପ୍ରଫେସର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରଫେସର ପ୍ରଭାତ କୁମାର ଷଢ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ପ୍ରଫେସର ସରୋଜ କୁମାର ମହାନ୍ତି ଆଲୋଚନାର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିବା ବେଳେ ପ୍ରଫେସର ଭବେନ୍ଦ୍ର ବୈଶାଖ ଧନ୍ୟବାଦ ଦେଇଥିଲେ।

ଏହି ଆଲୋଚନାରେ କୃଷି ମହାବିଦ୍ୟାଳୟର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ସୋଆର ଆଡିସ୍‌ନାଲ ଡିନ୍ (ରିସର୍ଚ୍ଚ) ତଥା ଆଇଏଏସ୍‌ର ଓଏସ୍‌ଡି ପ୍ରଫେସର ପ୍ର୍ରିୟବ୍ରତ ପଟ୍ଟନାୟକ, ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ, ଅଧ୍ୟାପକଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଡକ୍ଟର ଅଂଶୁମାନ ଜେନା, ଡକ୍ଟର ଭୁବନାନନ୍ଦ ଅଧିକାରୀ, ରାଜୀବ କୁମାର ବେହେରା, ବିଦ୍ୱାନ ରଞ୍ଜନ ସାହୁ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଓଏନ୍‌ଆଇଟି–ୱାରଙ୍ଗଲ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସହିତ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି, ୱାରଙ୍ଗଲ୍ (ଏନ୍‌ଆଇଟି-ଡବ୍ଲୁ) ମଧ୍ୟରେ ମଙ୍ଗଳବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ ଏବଂ ଏତଦ୍ ସଂଲଗ୍ନ ବିଭିନ୍ନ କ୍ଷେତ୍ରରେ ସହଯୋଗ ମୂଳକ ଗବେଷଣା ଏବଂ ଉଚ୍ଚ ଯୋଗ୍ୟ ମାନବସମ୍ବଳର ଉପଲବ୍ଧତା ବୃଦ୍ଧି କରିବା ନିମନ୍ତେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି।

ବୁଝାମଣା ଅନୁଯାୟୀ ଉଭୟ ସଂସ୍ଥା ନିଜ ନିଜର ରିସର୍ଚ୍ଚ ଫେଲୋ, ଫ୍ୟାକଲ୍ଟି ମେମ୍ବର୍ସ, ବୈଜ୍ଞାନିକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଗବେଷଣା କାର୍ଯ୍ୟକ୍ରମ, ସମ୍ମିଳନୀ ଓ କର୍ମଶାଳାର ଆୟୋଜନ କରିବେ।

ବୁଝାମଣା ପତ୍ରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଏନ୍‌ଆଇଟି-ୱାରଙ୍ଗଲ୍‌ର ନିର୍ଦ୍ଦେଶକ ପ୍ରଫେସର ବିଦ୍ୟାଧର ସୁବୁଦ୍ଧି ସ୍ୱାକ୍ଷର କରିଥିଲେ। ଏହି ଅବସରରେ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର୍ ପ୍ରଫେସର ରେଣୁ ଶର୍ମା ଓ ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ସୋଆ ଏନ୍‌ଏସ୍‌ଏସ୍‌ର ମେଗା ଓରିଏଂଟେସନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ନ୍ୟାସ୍‌ନାଲ୍ ସର୍ଭିସ୍ ସ୍କିମ୍ (ଏନ୍‌ଏସ୍‌ଏସ୍‌) ଶାଖା ପକ୍ଷରୁ ମଙ୍ଗଳବାର ଏକ ମେଗା ଓରିଏଂଟେସନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ସୁରକ୍ଷା ଓ ସଶକ୍ତିକରଣ, ଭିନ୍ନକ୍ଷମ ଏବଂ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ନିଜେ ଛାତ୍ରାବସ୍ଥାରେ ଜଣେ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଥିଲେ ବୋଲି କହିଥିଲେ। ସ୍ୱାଧୀନତା ସଂଗ୍ରାମ ନିମନ୍ତେ ଗାନ୍ଧିଜୀଙ୍କର ନିଃସ୍ୱାର୍ଥପର କାର୍ଯ୍ୟ ଓ ସଂଗ୍ରାମର ଉଦାହରଣ ଦେଇ ଶ୍ରୀ ପଣ୍ଡା ଯୁବକ ମାନଙ୍କୁ ସମାଜ ସେବାରେ ବ୍ରତୀ ହୋଇ ଦେଶର ଅଗ୍ରଗତି ନିମନ୍ତେ କାର୍ଯ୍ୟ କରିବା ଉଚିତ୍ ବୋଲି କହିଥିଲେ।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନିଜ ଅଭିଭାଷଣରେ ଏନଏସ୍‌ଏସ୍‌ର ସ୍ୱେଚ୍ଛାସେବୀମାନେ ସମାଜ ସହିତ ନିଜକୁ ଜଡ଼ିତ କରିବା ସହ ଯୁବକମାନେ ନେତୃତ୍ୱ ନେବା ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି କହିଥିଲେ।

ସୋଆ ଏନଏସ୍‌ଏସ୍‌ର ପ୍ରୋଗ୍ରାମ କୋର୍ଡିନେଟର ତଥା ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତିକ ସମ୍ପର୍କ ଓ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଅତିଥିମାନଙ୍କର ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଏସ୍‌ର ଆଂଚଳିକ ନିର୍ଦ୍ଦେଶିକା ସରିତା ପଟେଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବା ନିମନ୍ତେ ଉପଦେଶ ଦେଇଥିଲେ। ବିଶେଷରେ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନେ ଅଧିକ ଶୃଙ୍ଖଳିତ ହେବାକୁ ସେ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର ନିର୍ଦ୍ଦେଶକ (ହେଲ୍‌ଥ ସାଇନ୍‌ସେସ୍‌) ତଥା ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ଶିଶୁଶଙ୍କର ମିଶ୍ର ଯୋଗ ଦେଇ ହୃଦ୍‌ଘାତ ଓ ନିରାକରଣ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ।

କାର୍ଯ୍ୟକ୍ରମରେ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର୍‌, ପ୍ରଫେସର ରେଣୁ ଶର୍ମା ସୋଆର ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ଶେଷରେ ଏନ୍‌ଏସ୍‌ଏସ୍ ବ୍ୟୁରୋର ଆଡିସ୍‌ନାଲ୍ ପ୍ରୋଗ୍ରାମ୍ କୋର୍ଡିନେଟର ଡକ୍ଟର କମଳଲୋଚନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଏନ୍‌ଏସ୍‌ଏସ୍‌ର ପୂର୍ବତନ ପ୍ରୋଗ୍ରାମ ଅଫିସରଙ୍କ ସମେତ ଜାତୀୟ ଓ ରାଜ୍ୟସ୍ତରରେ ପୁରସ୍କାର ପାଇଥିବା ଏବଂ ବିଶ୍ୱବିଦ୍ୟାଳୟ ସ୍ତରୀୟ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଆଇନ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତବ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରୁ ୨୦୨୦ ରୁ ୨୦୨୨ ମଧ୍ୟରେ ଆଇନ୍  ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଗୁରୁବାର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଏକ ସ୍ୱତବ ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଡ୍ରିଗ୍ରୀ ପ୍ରଦାନ କରାଯାଇଛି।

ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌) ରୁ ୨୦୨୦, ୨୦୨୧ ଏବଂ ୨୦୨୨ ବ୍ୟାଚରେ ବିଏ.ଏଲ୍‌ଏଲବି (ଅନର୍ସ), ବିବିଏ ଏଲ୍‌ଏଲ୍‌ବି (ଅନର୍ସ) ଏବଂ ଏଲ୍‌ଏଲ୍‌ଏମ୍ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଡିଗ୍ରୀ ପ୍ରଦାନ କରିଥିଲେ।

କରୋନା ମହାମାରୀ ଯୋଗୁଁ କୌଣସି ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରି ନଥିବାରୁ ଛାତ୍ରଛାତ୍ରୀମାନେ ତାଙ୍କର ଡିଗ୍ରୀ ପାଇପାରି ନଥିଲେ।

ଏହି ଉତ୍ସବରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ
(ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ ଅନୁଯାୟୀ ସେମାନେ ଦେଶର ଅଷ୍ଟମ ଶ୍ରେଷ୍ଠ ଆଇନ ଶିକ୍ଷାନୁଷ୍ଠାନ ଓ ୧୫ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାର ସୁଯୋଗ ପାଇଛନ୍ତି। ତେଣୁ ସୋଆର ମାନକୁ ଊର୍ଦ୍ଧ୍ୱକୁ ନେବା ନିମନ୍ତେ ସେମାନେ ନି୧⁄୨ୟ
ଉଦ୍ୟମ କରିବେ ବୋଲି ସେ କହିଥିଲେ।

ଏହି ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍ ଏ. କେ. ଆଜାଦ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସିନିୟର ପ୍ରଫେସର ଜୟଦେବ ପତି, ପ୍ରଫେସର ପ୍ରବୀର
ପ…ନାୟକ ଏବଂ ପ୍ରଫେସର ମଧୁସୁଦନ ଦାସଙ୍କ ସମେତ ଫ୍ୟାକଲ୍ଟି ମେମ୍ବରମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ପର୍ଯ୍ୟଟନ ଓ ଆତିଥ୍ୟ ଶିକ୍ଷା କ୍ଷେତ୍ରରେ ଜୀବନ ବ୍ୟାପୀ ଅବଦାନ ନିମନ୍ତେ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ଅକ୍ଟୋବର ୧୦ ଓ ୧୧ ଦୁଇ ଦିନ ଧରି ଆଯୋଧ୍ୟା ଠାରେ ଆୟୋଜିତ “ତୃତୀୟ ଟୁରିଜିମ୍ ଷ୍ଟୁଡେଂଟ୍‌ସ” କନ୍‌କ୍ଲେଭ୍‌ରେ ପ୍ରଫେସର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଡିଟିଓଆରଆର୍ ଏବଂ ଡକ୍ଟର ରାମ ମନୋହର ଲୋହିଆ ଅୱଧ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଏହି କନ୍‌କ୍ଲେଭ ଆୟୋଜନ କରାଯାଇଥିଲା।

ସୋଆରେ ଯୋଗ ଦେବା ପୂର୍ବରୁ ପ୍ରଫେସର ମିଶ୍ର କେନ୍ଦ୍ର ସରକାରଙ୍କର ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନସ୍ଥ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍ ମ୍ୟାନେଜମେଂଟ (ଆଇଆଇଟିଟିଏମ୍‌)ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ।

ପ୍ରଫେସର ମିଶ୍ର ଅଲ୍ ଇଣ୍ଡିଆ ବୋର୍ଡ ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟର ଅଧ୍ୟକ୍ଷ ଓ ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଏଗ୍‌ଜିକ୍ୟୁଟିଭ୍ କମିଟିର ସଦସ୍ୟ ଭାବେ ଲଗାତର ଦୁଇ ଥର କାର୍ଯ୍ୟ ତୁଲାଇଛନ୍ତି। ସେ ନ୍ୟାସ୍‌ନାଲ୍ ବୋର୍ଡ ଅଫ୍ ଆକ୍ରେଡିଟେସନ୍ (ଏନ୍‌ବିଏ)ର ଆକ୍ରେଡିଟେସନ୍ ଇଭାଲୁଏସନ୍ କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ପ୍ରଫେସର ମିଶ୍ରଙ୍କୁ ଏହି ସମ୍ମାନ ପାଇଥିବା ନେଇ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଫେସର ମିଶ୍ର ଦେଶ ଏବଂ ବିଦେଶରେ ଅନେକ ସମ୍ମାନ ଓ ପୁରସ୍କାର ଗ୍ରହଣ କରିଛନ୍ତି। ଗତ ଅଗଷ୍ଟ ମାସରେ ନୂଆଦିଲ୍ଲୀ ଠାରେ ଇଣ୍ଡିଆନ୍ ଇନ୍‌ଟରନ୍ୟାସ୍‌ନାଲ୍ ଫ୍ରେଣ୍ଡସିପ୍ ସୋସାଇଟି ପକ୍ଷରୁ ତାଙ୍କୁ “ରାଷ୍ଟ୍ରୀୟ ଗୌରବ ସମ୍ମାନ” ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୨୨ ଗବେଷକ

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୨ ଜଣ ବିଶିଷ୍ଟ ଗବେଷକ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ୨୦୨୩ ନିମନ୍ତେ ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ ୨ ପ୍ରତିଶତ ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ଗବେଷକମାନେ ସାମିଲ ହୋଇଛନ୍ତି।

୨୦୨୧ରେ ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୧୩ ଜଣ ଗବେଷକ ସ୍ଥାନ ପାଇଥିବାବେଳେ ୨୦୨୨ରେ ୧୬ ଜଣ ଗବେଷକ ଏହି ତାଲିକାରେ ଅନ୍ତଭୁର୍କ୍ତ କରିିଥିଲେ ।

ଏମାନଙ୍କ ମଧ୍ୟରୁ ଗତ ତିନି ବର୍ଷ ଧରି ସୋଆର ୯ ଜଣ ଗବେଷକ ଏହି ତାଲିକାରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ଏହି ଗବେଷକମାନେ ହେଲେ ସୋଆର ପ୍ରଥମ କୁଳପତି ତଥା ନିର୍ଦ୍ଦେଶକ (ଗବେଷଣା) ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କିଶୋର ଦାଶ, ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ, ସୋଆର ପୂର୍ବତନ କୁଳପତି ତଥା ବର୍ତମାନର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ), ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ଆର.ଏନ୍‌.ପି. ଚୌଧୁରୀ, ପ୍ରଫେସର ଗୌତମ ରଥ, ପ୍ରଫେସର ନିହାରବାଳା ଦେବୀ, ଡଃ ମନୋଜ କୁମାର ନାୟକ ଏବଂ ଡଃ ସତ୍ୟ ରଞ୍ଜନ ମିଶ୍ର ।

ସେହିପରି ୨୦୨୨ ତାଲିକାରେ ଅନ୍ତଭୁର୍କ୍ତ ଥାଇ ୨୦୨୩ ର ଏହି ସମ୍ମାନ ଜନକ ତାଲିକାରେ ପୁଣି ସାମିଲ ହୋଇଥିବା ଗବେଷକମାନେ ହେଲେ ପ୍ରଫେସର ରାଜଶ୍ରୀ ଦାଶ, ପ୍ରଫେସର ବିନୋଦ କୁମାର ସାହୁ, ଡଃ ମନୋହର ମିଶ୍ର, ଡଃ ସୁଲଗ୍ନା ପଟ୍ଟନାୟକ ଓ ଡକ୍ଟର ଦୀପ୍ତି ପ୍ରଭା ସାହୁ ।

ତେବେ ପ୍ରଥମ ଥର ପାଇଁ ଏହି ତାଲିକାରେ ସୋଆର ଅନ୍ୟ ୮ ଜଣ ଗବେଷକଙ୍କ ନାମ ମଧ୍ୟ ସାମିଲ ହୋଇଛି । ସେମାନେ ହେଲେ ପ୍ରଫେସର ରେଣୁ ଶର୍ମା, ପ୍ରଫେସର ସୌରଭ ପଣ୍ଡା, ଡକ୍ଟର ଶୁଭଶ୍ରୀ ଚୌଧୁରୀ, ଡକ୍ଟର ଶେଷଦେବ ସାହୁ, ଡକ୍ଟର ମୃତ୍ୟୁଞ୍ଜୟ ସାହାଣୀ, ଡକ୍ଟର ଭିନୀତ କୁମାର ରାୟ ଏବଂ ଡକ୍ଟର ସତ୍ୟବ୍ରତ ସୁବୁଦ୍ଧି ।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇଥିବା ସମସ୍ତ ୨୨ ଜଣ ଗବେଷକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରୀ ରହିଥିବା ଗବେଷଣା କାର୍ଯ୍ୟକୁ ଏହି ସମ୍ମାନ ଅଧିକ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ।

ଚଳିତବର୍ଷ ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରଫେସର କୁଳମଣି ପରିଡା ଓ ପ୍ରଫେସର ଲାଲା ବିହାରୀ ଶୁକ୍ଲା ଯଥାକ୍ରମେ ଫିଜିକାଲ୍ କେମିଷ୍ଟ୍ରି ଓ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣାରତ । ପ୍ରଫେସର ଚୌଧୁରୀ ଆପ୍ଲାଏଡ୍ ଫିଜିକ୍ସ ଏବଂ ପ୍ରଫେସର ନିହାରବାଳା ଦେବୀ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣା ଜାରୀ ରଖିଛନ୍ତି ।

ପ୍ରଫେସର ରାଜଶ୍ରୀ ଦାସ, ପ୍ରଫେସର ପ୍ରଫେସର ବିନୋଦ କୁମାର ସାହୁ ଓ ପ୍ରଫେସର ସତ୍ୟରଞ୍ଜନ ମିଶ୍ର ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡକ୍ଟର ମନୋଜ କୁମାର ନାୟକ, ଡକ୍ଟର ମନୋହର ମିଶ୍ର, ଡକ୍ଟର ଶେଷଦେବ ସାହୁ, ଡକ୍ଟର ଶୁଭଶ୍ରୀ ଚୌଧରୀ ଓ ଡକ୍ଟର ଏସ୍‌.କେ. ପରିଡା ଆସୋସିଏଟ୍ ପ୍ରଫେସର ଭାବେ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ କାର୍ଯ୍ୟରତ ।

ସେହିପରି ପ୍ରଫେସର ଗୌତମ ରଥ ବର୍ତମାନ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଫାର୍ମାସ୍ୟୁଟିକ୍ସ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।

ପ୍ରଫେସର ପରିଡା ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଏବଂ ସୋଆର ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଡକ୍ଟର ଦୀପ୍ତିପ୍ରଭା ସାହୁ ସେହି କେନ୍ଦ୍ରରେ ରିସର୍ଚ୍ଚ ସାଇନ୍‌ଟିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି ।

ପ୍ରଫେସର ଶୁକ୍ଳା ବର୍ତମାନ ରିସର୍ଚ୍ଚ ପ୍ରଫେସର ଏବଂ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ।

ପ୍ରଫେସର ଚୌଧୁରୀ ୟୁକେର ୟୁନିଭର୍ସିଟି ଅଫ୍ ଏଡନ୍‌ବର୍ଗରୁ ପିଏଚ୍‌ଡି ହାସଲ କରିଥିବା ବେଳେ ଆଇଆଇଟି, ଖଡଗପୁରର ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ବର୍ତମାନ ଆଇଟିଇଆର୍‌ର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ।

ପ୍ରଫେସର ରେଣୁ ଶର୍ମା ଆଇଟିଇଆରର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।

ପ୍ରଫେସର ସୌରଭ ପଣ୍ଡା ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌)ର ପ୍ରଫେସର ଭାବେ ଅବସ୍ଥାପିତ । ସେହିପରି ଡକ୍ଟର ମୃତ୍ୟୁଞ୍ଜୟ ସାହାଣୀ ସୋଆର ସେଂଟର ଫର୍ ଇନ୍‌ଟେରନେଟ୍ ଅଫ୍ ଥିଙ୍ଗ୍‌ସ (ସିଆଇଓଟି)ରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡକ୍ଟର ଭିନୀତ କୁମାର ରାୟ, ଡକ୍ଟର ସୁଲଗ୍ନା ପଟ୍ଟନାୟକ ଏବଂ ଡକ୍ଟର ସତ୍ୟବ୍ରତ ସୁବୁଦ୍ଧି ରିସର୍ଚ୍ଚ ସାଇନ୍‌ଟିଷ୍ଟ ଭାବେ କାର୍ଯ୍ୟରତ ।

ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆରେ ୧୮ଟି ଗବେଷଣା କେନ୍ଦ୍ର ଏବଂ ୫୮ଟି ଗବେଷଣା ଲାବୋରାଟୋରୀ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରାଣୀଜଗତ ଉପରେ ବି ପଡ଼ୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ

ଭୁବନେଶ୍ୱର: ଏକ ସୁରକ୍ଷିତ ପୃଥିବୀ ନିମନ୍ତେ ଧ୍ୱଂସ ସାଧନ ଓ ପ୍ରଦୂଷଣ ବିନା ବିକାଶ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତାବୋଲି ବିଶିଷ୍ଟ ଜୀବବିଜ୍ଞାନୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ ମତ ପ୍ରକାଶ କରିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବିଶ୍ୱ ପ୍ରାଣୀ ଦିବସ ଅବସରରେ ବୁଧବାର ଆୟୋଜିତ ସ୍ୱତବ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଦାଶ କହିଛନ୍ତି ଯେ ବିନା ବିନାଶରେ ବିକାଶ ଏବଂ ବିନା ପ୍ରଦୂଷଣରେ ଉତ୍ପାଦନ ହିଁ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହୋଇପଡ଼ିଛି।

ସଂପୂର୍ଣ୍ଣ ପୃଥିବୀରେ ଉଦ୍ଭିଦ ବାୟୋ ମାସ୍‌ର ପ୍ରଭାବ ଅଧିକ ହୋଇଥିବା ବେଳେ ସେଥିରେ ଜୀବଜନ୍ତୁ ଓ ମନୁଷ୍ୟମାନଙ୍କର ଅଂଶ ମାତ୍ର ଯଥାକ୍ରମେ ୦.୪ ପ୍ରତିଶତ ଓ ୦.୦୧ ପ୍ରତିଶତ ଅଟେ। ଏଥିରେ ଯଦି ସାମାନ୍ୟତମ ବ୍ୟତିକ୍ରମ ଘଟେ ତେବେ ଅତ୍ୟନ୍ତ ଭୟଙ୍କର ପରିସ୍ଥିତିର ଉଦ୍‌ଭବ ହେବ ବୋଲି ସେ କହିଥିଲେ।

ବର୍ତ୍ତମାନ ସବୁ ସ୍ଥାନରେ ଜଳବାୟୁ ପରିବର୍ତନ ଦେଖିବାକୁ ମିଳୁଛି ଏବଂ ପ୍ରାଣୀ ଜଗତରେ ଏହାର ଖୁବ୍ ପ୍ରଭାବ ପଡ଼ୁଛି। ଉଦ୍ୟୋଗୀକରଣ ଏବଂ ଜଙ୍ଗଲ
ନଷ୍ଟ ଜଳବାୟୁ ପରିବର୍ତନର ପ୍ରମୁଖ କାରଣ ଅଟେ। ବିକାଶକୁ ଆମେ ବନ୍ଦ କରିପାରିବା ନାହିଁ କିନ୍ତୁ ବିନାଶ ନ ହୋଇ କିଭଳି ବିକାଶ ଏବଂ ପ୍ରଦୂଷଣ ନ ହୋଇ
ଉତ୍ପାଦନକୁ ବୃଦ୍ଧି କରାଯାଇ ପାରିବ ସେ ଦିଗରେ ଆମେ ଯତ୍ନବାନ ହେବା ଉଚିତ୍ ବୋଲି ପ୍ରଫେସର ଦାଶ କହିଥିଲେ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌) ଓ ଓଡ଼ିଶା ଲାଇଭ୍‌ଷ୍ଟକ୍‌
ଡେଭେଲପ୍‌ମେଂଟ ସୋସାଇଟିର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଇଭିଏସ୍‌ଏଏଚ୍‌ର ଡିନ୍‌
ପ୍ରଫେସର ବ୍ରହ୍ମଦେବ ପ…ନାୟକ ଅଧ୍ୟକ୍ଷତା କରିଥିବା ବେଳେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ
ରଖିଥିଲେ।

ପ୍ରାଣୀ ଜଗତକୁ ସୁରକ୍ଷିତ ପରିବେଶ ଯୋଗାଇ ଦେବାରେ ମାନବ ଜାତି ଯତ୍ନବାନ ହେବା ଉଚିତ୍ ବୋଲି କହିବା ସହ ପ୍ରଫେସର ଦାଶ ପିମ୍ପୁଡି, ଉଇ ଓ ମହୁମାଛି ଭଳି କୀଟଙ୍କ ଜୀବନ ଉପରେ ଗୁରୁତ୍ୱାରୋପ କରିଥିଲେ।

କିଛି ଜୀବଙ୍କର ସାମାଜିକ ଜୀବନ ଅତ୍ୟନ୍ତ ସୁଦୃଢ଼ ଏବଂ ପିମ୍ପୁଡି ଓ ଉଇ ଭଳି କୀଟଙ୍କର ଆଫିଡ ଭଳି ଅନ୍ୟ ଏକ କୀଟ ସହ ସ୍ୱତବ ସମ୍ପର୍କ ରହିଛି ଯିଏ କି ଏକ ହନିଡ୍ୟୁ ଭଳି ଏକ ମଧୁର ଦ୍ରବ୍ୟ କ୍ଷରଣ କରିଥାଏ। ନୂଆଦିଲ୍ଲୀ ସ୍ଥିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମାଲେରିଆ ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଦାସ କହିଥିଲେ ଯେ ଏହି କ୍ଷରଣ ଖୁବ୍ ମିଠା ଏବଂ ପିମ୍ପୁଡି ଓ ଉଇ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି।

ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ପଶୁପକ୍ଷୀମାନେ ଭଲ ପାଇବା ଓ ଯତ୍ନ ପାଇଲେ ସେମାନେ ମଧ୍ୟ ମଣିଷର ଅତି ନିଜର ହୋଇପଡ଼ନ୍ତି। ଅନେକ ସମୟରେ ଗୃହପାଳିତ ପଶୁ ଗୁଡ଼ିକ ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବାର ନଜିର ରହିଥିବା ସେ କହିଛନ୍ତି। ପଶୁ ଏବଂ ପକ୍ଷୀଙ୍କ ଠାରୁ ସେମାନଙ୍କର ଏହି ସକରାତ୍ମକ କଳାକୁ ଆମେ ଗ୍ରହଣ କରିବା ଉଚିତ୍ ବୋଲି ପ୍ରଫେସର ନନ୍ଦ କହିଥିଲେ।

ଏହି ଅବସରରେ ପ୍ରଫେସର ପ…ନାୟକ କହିଥିଲେ ଯେ ମାନବ ଜାତିର ଜୀବନ ପ୍ରକ୍ରିୟା ନିମନ୍ତେ ପଶୁ ଏବଂ ପକ୍ଷୀମାନଙ୍କର ଗୁରୁତ୍ୱ ଖୁବ୍ ଅଧିକ। କାରଣ ଅନେକ ଟୀକାକରଣ ପ୍ରଥମେ ପଶୁମାନଙ୍କ ଉପରେ ର୍ହି ପ୍ରୟୋଗ କରାଯାଇଥାଏ। କୁକୁର ପ୍ରେମୀମାନଙ୍କୁ ଉପଦେଶ ଦେଇ ସେ କହିଥିଲେ ଯେ ଏହି ଗୃହପାଳିତ ପଶୁମାନେ ମାଂସାହାରୀ ହୋଇଥିବାରୁ ସେମାନଙ୍କୁ ଶାକାହାରୀ ଖାଦ୍ୟ ଦେବା ଉଚିତ୍ ନୁହେଁ।

ପ୍ରଫେସର ମିଶ୍ର ପ୍ରାଣୀମାନଙ୍କ ପ୍ରତି ନିଜର ଭଲ ପାଇବା ଓ ଯତ୍ନ ବଢ଼ାଇବା ସହ ଶାକାହାରୀ ହେବା ନେଇ ଗୁରୁତ୍ୱାରୋପ କରିଥିଲେ। ଆମେ ସମସ୍ତେ ପଶୁ ପକ୍ଷୀମାନଙ୍କୁ ଭଲ ପାଇବା, ସୁରକ୍ଷା ଦେବା ଓ ଯତ୍ନ ଦେବା ଉଚିତ୍ ବୋଲି ସେ କହିଥିଲେ।

ଓଡ଼ିଶା ଲାଇଭଷ୍ଟକ୍ ଡେଭେଲପ୍‌ମେଂଟ ସୋସାଇଟିର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ଦାସ ଏହି ଅବସରରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରାଣୀଚିକିତ୍ସକଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଓଡ଼ିଶା ସରକାରଙ୍କ ପ୍ରାକ୍ତନ୍ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ରାଜ କିଶୋର ମହାନ୍ତି ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଆଇଭିଏସ୍‌ଏଏଚ୍‌ର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ବଳରାମ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟାଇମ୍ସ ୱାର୍ଲ୍ଡ ର‌୍ୟାଙ୍କିଙ୍ଗରେ କ୍ରମାଗତ ଉନ୍ନତି କରୁଛି ସୋଆ

ଭୁବନେଶ୍ୱର: ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍‌ଇ) ୱାର୍ଲ୍ଡ ର‌୍ୟାଙ୍କିଙ୍ଗସ -୨୦୨୪ରେ ସଫଳତାର ଶିଢ଼ି ଚଢ଼ି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ୮୦୧-୧୦୦୦ ବ୍ରାକେଟରେ ସ୍ଥାନୀତ ହୋଇପାରିଛି। ଟିଏଚ୍‌ଇ ବିଶ୍ୱ ର‌୍ୟାଙ୍କିଙ୍ଗରେ ୨୦୨୩ରେ ସୋଆ ୧୦୦୧ – ୧୨୦୦ ରେଞ୍ଜରେ ଥିବା ବେଳେ ଏହା ପୂର୍ବ ବର୍ଷ ୧୨୦୧ ପ୍ଲସ୍ ବ୍ରାକେଟ୍‌ରେ ରହିଥିଲା।

ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତାକୁ ବିବେଚନା କରିବା ନିମନ୍ତେ ୫ଟି ପ୍ରମୁଖ ମାପଦଣ୍ଡକୁ ଭିତି କରି ଏହି ଟିଏଚ୍‌ଇ ର‌୍ୟାଙ୍କିଙ୍ଗ କରାଯାଇଥାଏ। ଏହି ମାପଦଣ୍ଡ ଗୁଡ଼ିକ ହେଲା ଟିଚିଙ୍ଗ (ଦ ଲର୍ଣ୍ଣିଂ ଏନ୍‌ଭାଇରନ୍‌ମେଂଟ), ରିସର୍ଚ୍ଚ ଏନ୍‌ଭାଇରନ୍‌ମେଂଟ, ରିସର୍ଚ୍ଚ କ୍ୱାଲିଟି, ଇଣ୍ଡଷ୍ଟ୍ରୀ ଆଣ୍ଡ ଇନ୍‌ଟରନ୍ୟାସ୍‌ନାଲ୍ ଆଉଟଲୁକ୍ (ଇନ୍‌ଟରନ୍ୟାସ୍‌ନାଲ୍ ଷ୍ଟାଫ୍‌, ଷ୍ଟୁଡେଂଟ୍ସ ଆଣ୍ଡ ରିସର୍ଚ୍ଚ କୋଲାବରେସନ୍ସ)।

୨୦୨୩ରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗରେ ସୋଆ ଦେଶରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ୧୫ତମ ସ୍ଥାନରେ ରହିଥିବା ବେଳେ ଏହାର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌) ୧୬ତମ ଓ ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ) ୨୭ତମ ସ୍ଥାନ ହାସଲ କରିଥିଲା।

ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ଲିଗାଲ ଷ୍ଟଡିଜ୍ (ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ) ଦେଶରେ ୮ମ ସ୍ଥାନରେ ରହିଥିବା ବେଳେ ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌) ୯ମ ସ୍ଥାନରେ ରହିଥିଲା।

ସମ୍ମାନ ଜନକ କ୍ୟୁଏସ୍ ୱାର୍ଲ୍ଡ ର‌୍ୟାଙ୍କିଙ୍ଗ୍‌ସରେ ୨୦୨୩ରେ ସୋଆ ୧୦୦୧ ପ୍ଲସ୍ -୧୨୦୦ ବ୍ରାକେଟ୍‌ରେ ସ୍ଥାନ ପାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସୋଆ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଆଜି ଡିଗ୍ରୀ ପ୍ରଦାନ କରାଯାଇଛି।

ଆଇଏଏସ୍‌ର ୨୦୨୦, ୨୦୨୧ ଓ ୨୦୨୨ ବ୍ୟାଚର ବିଏସ୍‌ସି ଏଗ୍ରିକଲ୍‌ଚର (ଅନର୍ସ) ଓ ୨୦୨୧ ଏବଂ ୨୦୨୨ ବ୍ୟାଚର ଏମ୍‌.ଏସ୍‌ସି ଏଗ୍ରିକଲ୍‌ଚର ଛାତ୍ରଛାତ୍ରୀଗଣ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଠାରୁ ଡିଗ୍ରୀ ଗ୍ରହଣ କରିଥିଲେ।
ଏହି ଉତ୍ସବରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଶୁଭେଚ୍ଛା ଜଣାଇଥିଲେ। କୋଭିଡ ମହାମାରୀ ସମୟରେ ଏହି ଛାତ୍ରଛାତ୍ରୀମାନେ ଖୁବ୍ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ନିଜର ଶିକ୍ଷା ଉତମ ଭାବେ ସମାପ୍ତ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ। ଦେଶର ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବାରୁ ସୋଆର ମାନ ଉଚ୍ଚକୁ ନେବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କୁଷି ମହାବିଦ୍ୟାଳୟର ରିପୋର୍ଟ ପ୍ରଦାନ କରିଥିବା ବେଳେ ଏଂଟୋମୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବି.କେ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଏଏସ୍‌ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁଙ୍କ ସମେତ ଏକାଡେମିକ କାଉନ୍‌ସିଲ୍‌ର ସଦସ୍ୟ ଓ ଫ୍ୟାକଲ୍ଟି ମେମ୍ବର୍ସମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆର ଫାର୍ମାସି ଓ ବାୟୋଟେକ୍ନୋଲୋଜି ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏସନ୍ ଡିଗ୍ରୀ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍‌ ସାଇନ୍‌ସେସ (ଏସ୍‌ପିଏସ୍‌) ଓ ସେଂଟର ଅଫ୍  ବାୟୋଟେକ୍ନୋଲୋଜିର ଛାତ୍ରଛାତ୍ରୀଙ୍କୁ ବୁଧବାର ସ୍ୱତବ ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଡିଗ୍ରୀ ଉପାଧି ପ୍ରଦାନ କରାଯାଇଛି।

୨୦୨୦, ୨୦୨୧ ଏବଂ ୨୦୨୨ ବ୍ୟାଚର ବି.ଫାର୍ମା, ଏମ୍ ଫାର୍ମା ଏବଂ ଏମ୍‌. ଏସ୍‌ସି (ବାୟୋଟେକ୍ନୋଲୋଜି)ର ଛାତ୍ରଛାତ୍ରୀମାନଙ୍କୁ ଏହି ଉପାଧି ପ୍ରଦାନ କରାଯାଇଛି। ମହାମାରୀ କରୋନା କାରଣରୁ ଏହି ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ ସମାରୋହ ଅନୁଷ୍ଠିତ ହୋଇପାରି ନଥିଲା।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସୋଆ ଅନେକ ବିଦେଶୀ ବିଶ୍ୱବିଦ୍ୟାଳୟ ସହ ସହଭାଗିତା କରିଛି ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଥିଲେ।

ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ପ୍ରଫେସର ନନ୍ଦ କହିଥିଲେ ଯେ ସେମାନେ ଏଭଳି ଏକ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଛନ୍ତି ଯାହାକି ଚଳିତ ୨୦୨୩ରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ସରେ ଦେଶର ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଛି।

ପ୍ରଫେସର ନନ୍ଦ କହିଥିଲେ ଯେ ଗବେଷଣା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ସୋଆରେ ଅନେକ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି ଏବଂ ଅଟଳ ଇନୋଭେସନ୍ ମିଶନ ଅଧୀନରେ ଏକ ଇନ୍‌କ୍ୟୁବେସନ୍ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ମଧ୍ୟ ବିଶ୍ୱବିଦ୍ୟାଳୟକୁ ମଞ୍ଜୁରି ଦିଆଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା, ସହଭାଗିତା, ପାଟେଂଟ ଓ ଷ୍ଟାର୍ଟଅପ୍ ଗୁଡ଼ିକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ।

ବିଭିନ୍ନ କ୍ଷେତ୍ରରେ ସହଭାଗିତା ନିମନ୍ତେ ଅନେକ ଶିଳ୍ପ ଓ ବିଦେଶୀ ବିଶ୍ୱବିଦ୍ୟାଳୟ ସହ ସୋଆ ୧୩୭ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା ସେ କହିଛନ୍ତି।

ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର (ଡକ୍ଟର) ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍‌ ଏଗ୍‌ଜାମିନେସନ୍ ପ୍ରଫେସର (ଡକ୍ଟର) ମଞ୍ଜୁଳା ଦାସ, ଏସ୍‌ପିଏସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ ସି, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବିଭିନ୍ନ ବିଭାଗର ମୁଖ୍ୟ, ଏକାଡେମିକ କାଉନ୍‌ସିଲ୍ ସଦସ୍ୟ ଏବଂ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ରୋବୋଟ ମାଧ୍ୟମରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସ୍ୱୟଂଚାଳିତ ରୋବୋଟ ମାଧ୍ୟମରେ ସଂପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଆରମ୍ଭ ହୋଇଛି।

ଏହି ରୋବୋଟ ଦ୍ୱାରା ନିର୍ଭୁଲ ଭାବେ ଅସ୍ତ୍ରୋପଚାର ହୋଇପାରୁଛି ଏବଂ ଗତ ୬ ସପ୍ତାହ ମଧ୍ୟରେ ହସ୍ପିଟାଲ୍‌ରେ ଏଭଳି ୪୦ ଟି ଅସ୍ତ୍ରୋପଚାର ହୋଇ ସାରିଛି ବୋଲି ଏହାର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର (ଡଃ) ଅନିରୁଦ୍ଧ ଦାଶ କହିଛନ୍ତି।

ଏହି ସ୍ୱୟଂଚାଳିତ ଆକ୍ଟିଭ୍ କ୍ୟୁଭିସ୍ ରୋବୋଟିକ ସିଷ୍ଟମ୍‌ର ଶୁଭାରମ୍ଭ ଶୁକ୍ରବାର ହୋଇଥିଲା। ଏହି ଅବସରରେ ଡକ୍ଟର ଦାଶ କହିଥିଲେ ଯେ ଏହି ରୋବୋଟ ଦ୍ୱାରା ଉନ୍ନତ ମାନର ଏବଂ ସଠିକତାର ସହ ଅସ୍ତ୍ରୋପଚାର ହୋଇପାରୁଛି। ଏହାକୁ ଆଣ୍ଠୁ ପ୍ରତ୍ୟାରୋପଣ ନିମନ୍ତେ ବିଶ୍ୱର ପ୍ରଥମ ସଂପୂର୍ଣ୍ଣ ସ୍ୱୟଂଚାଳିତ ରୋବୋଟିକ୍ ସିଷ୍ଟମ ବୋଲି କୁହାଯାଇଛି।

ଏହି ଉପାୟରେ ଅସ୍ତ୍ରୋପଚାର କଲେ ଏହା ଏକ କ୍ଷୁଦ୍ର କ୍ଷତ ମାଧ୍ୟମରେ ଚିକିତ୍ସା କରେ, ଅଧିକ ନମନୀୟତା ପ୍ରଦାନ କରେ ଏବଂ ସଂକ୍ରମଣର ଆଶଙ୍କାକୁ ହ୍ରାସ କରେ ବୋଲି ସେ କହିଥିଲେ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଓଡିଶାର ପ୍ରଥମ ହସ୍ପିଟାଲ୍ ଭାବେ ଏଭଳି ଅସ୍ତ୍ରୋପଚାର ପାଇଁ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ରୋବୋଟିକ୍ ବ୍ୟବସ୍ଥା ଆରମ୍ଭ କରିଛି ବୋଲି ପ୍ରଫେସର (ଡଃ) ଦାଶ କହିଥିଲେ। ଏହି ରୋବୋଟ ଦକ୍ଷିଣ କୋରିଆର ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା ସରକାରଙ୍କର ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶକ ଡାକ୍ତର ସଚିଦାନନ୍ଦ ମହାନ୍ତି, ଖୋର୍ଦ୍ଧାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ଃ ଆର୍ତବନ୍ଧୁ ନାୟକ, ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡଃ)ଅଶୋକ କୁମାର ମହାପାତ୍ର, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡଃ) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡଃ) ପୁଷ୍ପରାଜ ସାମନ୍ତସିଂହାରଙ୍କ ସମେତ ଏହି ରୋବୋଟ ନିମନ୍ତେ ମାର୍କେଟିଂ କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

କମ୍ପାନୀର ଜଣେ ପ୍ରତିନିଧି ଏହି ଅବସରରେ କହିଥିଲେ ଯେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦେଶର ପ୍ରଥମ ମେଡିକାଲ୍ କଲେଜ ଭାବେ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ନିମନ୍ତେ ଏହି ସ୍ୱୟଂଚାଳିତ ରୋବୋଟର ବ୍ୟବହାର ଆରମ୍ଭ କରିଛି । ଏଥି ନିମନ୍ତେ ହସ୍ପିଟାଲ୍‌ରେ ଏକ ସେଂଟର ଅଫ୍ ଏକ୍ସିଲେନ୍ସ ଆରମ୍ଭ କରାଯିବାର ଯୋଜନା ରହିଛି ଯେଉଁଠାରେ ଅସ୍ଥିଶଲ୍ୟ ବିଭାଗର ସର୍ଜନମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ପାରିବ ବୋଲି ସେ କହିଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ରାଜ୍ୟର ପ୍ରଥମ ଚିକିତ୍ସା କେନ୍ଦ୍ର ଭାବେ ଏହି ନୂତନ ଜ୍ଞାନକୌଶଳ ଆପଣାଇଥିବାରୁ ହସ୍ପିଟାଲ୍‌କୁ ଶୁଭେଚ୍ଛା ଜଣାଇ ପ୍ରଫେସର (ଡଃ) ମହାନ୍ତି କହିଥିଲେ ଯେ ଏଭଳି ଯନ୍ତ୍ରର ବ୍ୟବହାର ନିମନ୍ତେ ଅନ୍ୟ ଫ୍ୟାକଲ୍ଟିମାନଙ୍କୁ ପ୍ରଶିକ୍ଷଣ ଦେବା ଆବଶ୍ୟକ ଯାହାଦ୍ୱାରା ଜନସାଧାରଣ ଉପକୃତ ହୋଇପାରିବେ।

ପ୍ରଫେସର ନନ୍ଦ ରୋବୋଟିକ ଅସ୍ତ୍ରୋପଚାରର ଶୁଭାରମ୍ଭକୁ ଏକ ବଡ଼ ସଫଳତା ବୋଲି କହିବା ସହ ୨୦୦୬ ମସିହାରେ ଇଂଲଣ୍ଡର ଲିଡସ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିବା ବେଳେ ସେ ଏପରି ନୂତନ ଜ୍ଞାନକୌଶଳର ବ୍ୟବହାର ଦେଖିଥିଲେ ବୋଲି କହିଥିଲେ। ସୋଆରେ ଏକ ରୋବୋଟିକ ଲ୍ୟାବ୍ ଆରମ୍ଭ କରାଯିବା ନେଇ ପ୍ରସ୍ତାବ ରହିଥିବା ପ୍ରକାଶ କରି ଏହି ଜ୍ଞାନକୌଶଳ ଦ୍ୱାରା ଅନେକ ଜଟିଳ ଅସ୍ତ୍ରୋପଚାର ହୋଇପ।।ରିବ ବୋଲି ସେ କହିଥିଲେ।

ଦେଶର ଜଣେ ପ୍ରତିଷ୍ଠିତ ନ୍ୟୁରୋସର୍ଜନ ଭାବେ ଜଣାଶୁଣା ପ୍ରଫେସର ମହାପାତ୍ର ଏହି ଅବସରରେ କହିଥିଲେ ଯେ ରୋବୋଟର ବ୍ୟବହାର ବର୍ତମାନ ସମୟର ଆବଶ୍ୟକତା ଅଟେ। ଏହା ବ୍ୟୟସାପେକ୍ଷ ହୋଇଥିବାରୁ ଟେକ୍ନୋଲଜିକୁ ସଂପୂର୍ଣ୍ଣ ଭାବେ ବ୍ୟବହାର କରିବା ଉଚିତ୍ ବୋଲି ସେ କହିଥିଲେ।

ଡାକ୍ତର ନାୟକ କହିଥିଲେ ଯେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ଉନ୍ନତି କରୁଛି ଏବଂ ଏହି ଶିକ୍ଷାନୁଷ୍ଠାନକୁ ନେଇ ରାଜ୍ୟ ଗର୍ବିତ।

ପ୍ରଫେସର (ଡଃ) ମିଶ୍ର କହିଥିଲେ ଯେ ଏହି ନୂତନ ଜ୍ଞାନ କୌଶଳ ଦ୍ୱାରା ରୋଗୀକୁ ଖୁବ କମ୍ କଷ୍ଟ ହେବା ସହ କମ୍ ହାଡ଼ କ୍ଷୟ ହୋଇଥାଏ ଏବଂ ରୋଗୀ ଶୀଘ୍ର ସୁସ୍ଥତା ପାଇଥାଏ। ନୂତନ ଜ୍ଞାନକୌଶଳକୁ ଆପଣାଇବାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସବୁବେଳେ ଆଗରେ ରହିଛି। ରୋଗୀ ସେବା ଏବଂ ଶିକ୍ଷା ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ନୂତନ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇ ଦେବାରେ ଖୁବ୍ ଆଗ୍ରହୀ ବୋଲି ସେ କହିଥିଲେ।

ପ୍ରଫେସର (ଡଃ) ସାମନ୍ତସିଂହାର କହିଥିଲେ ଯେ ଏହି ଜ୍ଞାନକୌଶଳର ବ୍ୟବହାର ଏକ ବଡ଼ ସଫଳତା। ହସ୍ପିଟାଲ୍ ପକ୍ଷରୁ ଏକ ମଦର ରୋବୋଟ ମଧ୍ୟ ଅଣାଯିବାର ବ୍ୟବସ୍ଥା ହେଉଛି ଯାହାକି ଅନ୍ୟାନ୍ୟ ବିଭାଗର ଅସ୍ତ୍ରୋପଚାରରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ।

ଅସ୍ଥିଶଲ୍ୟ ବିଭାଗର ପ୍ରଫେସର ଡଃ ସତ୍ୟ ପ୍ରସନ୍ନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଏଏସ୍‌ରେ କୃତକାର୍ଯ୍ୟ ହୋଇଥିବା ସୋଆ ଆଇନ୍ ଛାତ୍ରୀ ସମ୍ବର୍ଦ୍ଧିିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ଛାତ୍ରୀ କୁମାରୀ ରାଧୀକା ଶର୍ମା ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ବୁଧବାର ଏହି ସଫଳତା ନିମନ୍ତେ ତାଙ୍କୁ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ ସମ୍ବର୍ଦ୍ଧିତ କରିଛନ୍ତି ।
କୁମାରୀ ଶର୍ମା ଚଳିତ ବର୍ଷ ଓଏଏସ୍ ପରୀକ୍ଷାରେ ୪୭ ତମ ର‌୍ୟାଙ୍କ୍ ଅଧିକାର କରିଛନ୍ତି । ସେ ସ୍ନିଲ୍‌ର ୨୦୧୪-୧୯ ବ୍ୟାଚ ବି.ଏ.ଏଲ୍‌.ଏଲ୍‌.ବି ଛାତ୍ରୀ । ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ପ୍ରଫେସର (ଡ.) ନାୟକ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
ଏହି ଅବସରରେ ନିଜ ପ୍ରତିକ୍ରିୟାରେ କୁମାରୀ ଶର୍ମା ନିଜ ସଫଳତାର ଶ୍ରେୟ ସୋଆକୁ ଦେବା ସହ ତାଙ୍କୁ ପାଠ ପଢ଼ାଇଥିବା ଅଧ୍ୟାପକ-ଅଧ୍ୟାପିକାଙ୍କ ସହଯୋଗ ହିଁ ତାଙ୍କୁ ଏତେ ବାଟ ଆଣିପାରିଛି ବୋଲି କହିଥିଲେ । ତେଣୁ ସୋଆର ନାମକୁ ସେ ସବୁବେଳେ ଉଚ୍ଚକୁ ନେବାକୁ ଚେଷ୍ଟା କରିବେ ବୋଲି କହିଥିଲେ ।
ଓଡ଼ିଶା ପ୍ରଶାସନିକ ସେବା ମାଧ୍ୟମରେ ସେ ଜନସାଧାରଣଙ୍କର ସେବା କରିବାକୁ ଚେଷ୍ଟା କରିବେ ବୋଲି କହିବା ସହ ଆଗାମୀ ଦିନରେ ଭାରତୀୟ ପ୍ରଶାସନିକ ସେବାରେ ନିଜକୁ ସାମିଲ କରିବା ନିମନ୍ତେ ପ୍ରଚେଷ୍ଟା କରିବେ ବୋଲି ସେ କହିଥିଲେ ।
ତାଙ୍କୁ ସମ୍ବର୍ଦ୍ଧନା ଦେବା ଅବସରରେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ, ସିନିୟର ପ୍ରଫେସର ପ୍ରବୀର ପଟ୍ଟନାୟକ, ସିନିୟର ପ୍ରଫେସର ମଧୁସୁଦନ ଦାସ ଓ ଆସୋସିଏଟ୍ ପ୍ରଫେସର ଚିନ୍ମୟ ମହାପାତ୍ର ଉପସ୍ଥିତ ଥିଲେ ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସୋଆରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍: କୌସ୍ତଭ ଦାସ ଚାମ୍ପିଅନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଦୁଇ ଦିନିଆ ଅଲ୍ ଓଡ଼ିଶା ସ୍କୁଲ୍ ଚେସ୍ ଚାମ୍ପିଅନ୍‌ସିପ ଶନିବାର ଉଦ୍‌ଯାପିତ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ଚାମ୍ପିଅନ୍ ହୋଇଛନ୍ତି କୌସ୍ତଭ ଦାସ। ଭୁବନେଶ୍ୱର ସେଂଟ ଜାଭିୟର୍ସ ହାଇସ୍କୁଲ, କେଦାରଗୌରୀର ଛାତ୍ର କୌସ୍ତଭ ୯ ପଏଂଟରୁ ୮.୫ ପଏଂଟ ହାସଲ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

କୌସ୍ତଭ ୯ଟି ମ୍ୟାଚ ଖେଳିଥିବା ବେଳେ ୮ଟିରେ ବିଜୟୀ ହୋଇଥିଲେ ଏବଂ ଗୋଟିଏ ମ୍ୟାଚ୍ ଡ୍ର ହୋଇଥିଲା। ତାଙ୍କୁ ୧୦ ହଜାର ଟଙ୍କା ଓ ଏକ ଟ୍ରଫି ପୁରସ୍କାର ପ୍ରଦାନ କରାଯାଇଥିଲା।

ସେହିପରି ୮ ପଏଂଟ ହାସଲ କରି ମଦର୍ସ ପବ୍ଲିକ୍ ସ୍କୁଲ୍‌, ଭୁବନେଶ୍ୱରର ତନ୍ମୟ ତଲିନ୍ ବେହେରା ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।

ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ତଥା ସୋଆ ସହଯୋଗରେ ଅନୁଷ୍ଠିତ ଏହି ଚାମ୍ପିଅନ୍‌ସିପରେ ବିଜୟୀ ଖେଳାଳୀମାନଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଏହି ଟୁର୍ଣ୍ଣାମେଂଟରେ ସାରା ରାଜ୍ୟରୁ ୨୩୦ ଜଣ ୫ ବର୍ଷରୁ ୧୫ ବର୍ଷର ପିଲାମାନେ ଭାଗ ନେଇଥିଲେ।

ଜ୍ୟୋସ୍ନଭ୍ ତାଲୁକ୍‌ଦାର (କେନ୍ଦ୍ରୀୟ ବିଦ୍ୟାଳୟ, ନମ୍ବର ୩, ଭୁବନେଶ୍ୱର), ଲଳିତ ରଞ୍ଜନ ସାହୁ (ଷ୍ଟୁଆର୍ଟ ସ୍କୁଲ୍‌, କଟକ), ଆୟୁଷ୍ମାନ୍ ମହାନ୍ତି (କେନ୍ଦ୍ରୀୟ ବିଦ୍ୟାଳୟ, ନମ୍ବର ୧, ପୁରୀ), ପ୍ରତ୍ୟୁଷ ନାୟକ (ଷ୍ଟୁଆର୍ଟ ସ୍କୁଲ, କଟକ), ଦେବର୍ପିତ ମିଶ୍ର (କେନ୍ଦ୍ରୀୟ ବିଦ୍ୟାଳୟ, ନମ୍ବର ୧, ଭୁବନେଶ୍ୱର), ଶାନ୍ତନୁ ବରାଳ (ପ୍ରଶାନ୍ତି ଇନ୍‌ଟରନ୍ୟାସନାଲ ସ୍କୁଲ, ପୁରୀ), ମହାପାତ୍ର ଆୟୁସ ଆର୍ଯ୍ୟନ୍ (କେନ୍ଦ୍ରୀୟ ବିଦ୍ୟାଳୟ, କଟକ) ଏବଂ ଶାନ୍ତନୁ କୁମାର ଦାଶ (ରବିନ୍ଦ୍ର ବିଦ୍ୟା ନିକେତନ, କେଉଁଝର)ଙ୍କୁ ମଧ୍ୟ ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କର ରେଳ ଓ ଉପକୂଳ ସୁରକ୍ଷା ବିଭାଗର ଆଡିସ୍‌ନାଲ୍ ଡାଇରେକ୍ଟର ଜେନେରାଲ ଅଫ୍ ପୋଲିସ୍ ଦୟାଲ ଗଙ୍ଗୱାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆର ପୁର୍ବତନ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ ମଧୁସୁଦନ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ନିଜ ବକ୍ତବ୍ୟରେ ଶ୍ରୀ ଗଙ୍ଗୱାର ଏଭଳି ଟୁର୍ଣ୍ଣାମେଂଟର ଆୟୋଜନ କରିଥିବାରୁ ଆୟୋଜକମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଏହାଦ୍ୱାରା ଅନେକ ଯୁବ ତଥା ସୁନ୍ଦର ଚିନ୍ତାଧାରାର ପିଲାମାନେ ଭବିଷ୍ୟତରେ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଓ ଗ୍ରାଣ୍ଡ ମାଷ୍ଟର ହୋଇପାରିବେ। ଯୁବ ଚିନ୍ତାଧାରାକୁ ସକ୍ରୀୟ କରିବାରେ ଚେସ୍ ଠାରୁ ଭଲ କ୍ରୀଡା ଆଉ କିଛି ନାହିଁ ବୋଲି ଶ୍ରୀ ଗଙ୍ଗୱାର କହିଥିଲେ।

ଶ୍ରୀ ପାଢ଼ୀ କହିଥିଲେ ଓଡ଼ିଶାରୁ ପୂର୍ବରୁ ଅନେକ ଭଲ ଚେସ୍ ଖେଳାଳୀ ବାହାରିଛନ୍ତି ଏବଂ ଏହି ଟୁର୍ଣ୍ଣାମେଂଟରେ ଭାଗ ନେଇଥିବା ପିଲାଙ୍କ ମଧ୍ୟରୁ ଭବିଷ୍ୟତରେ ଅନେକ ଭଲ ଖେଳାଳୀ ବାହାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ପ୍ରଫେସର ମହାପାତ୍ର କହିଥିଲେ ଯେ ଅଭିଭାବକମାନେ କ୍ରୀଡ଼ାର ମହତ୍ୱକୁ ବୁଝିବା ଦରକାର।

ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ କେ. ଟି ଗ୍ଲୋବାଲ ସ୍କୁଲ୍‌, ଭୁବନେଶ୍ୱରର ଅଧ୍ୟକ୍ଷ ଡି.ପି. ଖାରେ, ଏଓସିଏର ଇଂଟରନ୍ୟାସ୍‌ନାଲ୍ ଆରବିଟର ସୁରେଶ ଚନ୍ଦ୍ର ସାହୁ, ସମ୍ପାଦକ ଦେବବ୍ରତ ଭଟ୍ଟ, କୋଷାଧ୍ୟକ୍ଷ ଶଙ୍କର ମିଶ୍ର ଓ ସୋଆର ସ୍ପୋର୍ଟ୍ସ ଅଫିସର ସୁନିତା ବର୍ମା ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସୋଆରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍ ଚାମ୍ପିଅନ୍‌ସିପ୍ ଆରମ୍ଭ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆଜି ଦୁଇ ଦିନିଆ ଅଲ୍ ଓଡ଼ିଶା ସ୍କୁଲ୍ ଚେସ୍ ଚାମ୍ପିଅନ୍‌ସିପର ଶୁଭାରମ୍ଭ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଉଛନ୍ତି।

ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ତଥା ସୋଆର ସହଯୋଗରେ ଏହି ଚାମ୍ପିଅନ୍‌ସିପ୍ ଆରମ୍ଭ ହୋଇଥିବା ବେଳେ ଏହାର ପୁରସ୍କାର ରାଶି ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଟୁର୍ଣ୍ଣାମେଂଟରେ ସାରା ରାଜ୍ୟରୁ ୫ ବର୍ଷରୁ ୧୫ ବର୍ଷର ପିଲାମାନେ ଭାଗ ନେଇଛନ୍ତି।

ପ୍ରତିଯୋଗିତାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚେସ୍ ଖେଳରେ ଭାରତରେ ନୂଆ ନୂଆ ପ୍ରତିଭା ସାମ୍ନାକୁ ଆସୁଥିବା ଦର୍ଶାଇ ରାଜ୍ୟରେ ଏହି କ୍ରୀଡ଼ାକୁ ଲୋକପ୍ରିୟ କରାଇବା ଏହି ଚାମ୍ପିଅନ୍‌ସିପ୍‌ର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି।

କାର୍ଯ୍ୟକ୍ରମରେ ଏଓସିଏର ଇଂଟରନ୍ୟାସ୍‌ନାଲ୍ ଆରବିଟର ସୁରେଶ ଚନ୍ଦ୍ର ସାହୁ, ସଚିବ ଦେବବ୍ରତ ଭଟ୍ଟ ଓ କୋଷାଧ୍ୟକ୍ଷ ଶଙ୍କର ମିଶ୍ରଙ୍କ ସମେତ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ।

ପ୍ରଫେସର ଦାସ କହିଥିଲେ ଯେ କ୍ରୀଡ଼ା ହେଉଛି ଏଭଳି ଏକ ମାଧ୍ୟମ ଯାହା ଦ୍ୱାରା ମଣିଷର ଜୀବନରେ ଶୃଙ୍ଖଳା ଆସିଥାଏ। ଚେସ୍ କ୍ରୀଡ଼ାକୁ ଅନ୍ୟ ଖେଳ ଠାରୁ ଅଲଗା ବୋଲି କହିବା ସହ ଏହା ମସ୍ତିଷ୍କକୁ ଚଂଚଳ କରିଥାଏ ବୋଲି ସେ କହିଥିଲେ।
ଏହି ଅବସରରେ ସୋଆର ସ୍ପୋର୍ଟ୍ସ ଅଫିସର ସୁନୀତା ବର୍ମା ମଧ୍ୟ ଉପସ୍ଥିତ ଥିଲେ।