Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟେକ୍‌ଜିଅମ୍ ୨୦୨୬ରେ ଆଇଟିଇଆର ଛାତ୍ରଛାତ୍ରୀଙ୍କୁ ମିଳିଲା ପିପୁଲ୍ସ ଚଏସ୍ ଆୱାର୍ଡ
ଆଜିର ଖବର

ଟେକ୍‌ଜିଅମ୍ ୨୦୨୬ରେ ଆଇଟିଇଆର ଛାତ୍ରଛାତ୍ରୀଙ୍କୁ ମିଳିଲା ପିପୁଲ୍ସ ଚଏସ୍ ଆୱାର୍ଡ

May 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟେକ୍‌ଜିଅମ୍ ୨୦୨୬ରେ ଆଇଟିଇଆର ଛାତ୍ରଛାତ୍ରୀଙ୍କୁ ମିଳିଲା ପିପୁଲ୍ସ ଚଏସ୍ ଆୱାର୍ଡ
ଟେକ୍‌ଜିଅମ୍ ୨୦୨୬ରେ ଆଇଟିଇଆର ଛାତ୍ରଛାତ୍ରୀଙ୍କୁ ମିଳିଲା ପିପୁଲ୍ସ ଚଏସ୍ ଆୱାର୍ଡ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଏକ ୪ ଜଣିଆ ଛାତ୍ରଛାତ୍ରୀ ଟିମ୍ ‘ଟେକ୍‌ଜିଅମ୍ ୨୦୨୬’ କାର୍ଯ୍ୟକ୍ରମରେ ସମ୍ମାନ ଜନକ ‘ପିପୁଲ୍ସ ଚଏସ୍ ଆୱାର୍ଡ’ ବିଜେତା ହୋଇଛନ୍ତି। ଏଲ୍ ଆଣ୍ଡ ଟି ଟେକ୍ନୋଲଜି ସର୍ଭିସେସ୍ (ଏଲ୍‌ଟିଟିଏସ୍‌) ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ନବମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ଗତ ୧୪ ଏବଂ ୧୫ ତାରିଖରେ ମହୀଶୂର ସ୍ଥିତ ଏଲଟିଟିଏସ୍ କ୍ୟାମ୍ପସ୍‌ରେ ଆୟୋଜିତ ହୋଇଥିଲା।

ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ର ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାର ଲକ୍ଷ୍ୟ ନେଇ ଓ ଉଦ୍‌ଭାବନ କ୍ଷେତ୍ରରେ ଯୁବପିଢ଼ିଙ୍କୁ ଏଆଇ, ରୋବୋଟିକ୍ସ ଏବଂ ସ୍ମାର୍ଟ ମ୍ୟାନୁଫ୍ୟାକ୍‌ଚରିଂ କ୍ଷେତ୍ରରେ ଅଧିକ ନିୟୋଜିତ କରିବାର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ।

ଏହି କାର୍ଯ୍ୟକ୍ରମରେ ସୋଆ ଏବଂ ଅଟଳ ଇନୋଭେସନ୍ ସେଂଟର – ସୋଆ ଫାଉଣ୍ଡେସନ୍‌ର ବିଶେଷ ସଫଳତା ପରିଲକ୍ଷିତ ହୋଇଥିଲା। କୌସ୍ତଭ ବେରା, ତନିସ୍କ ଭାକୁନି, ଶ୍ୱେତାଞ୍ଜନା ମାଇତି ଏବଂ ଆୟନ୍ ଭଟ୍ଟାଚାର୍ଜୀଙ୍କୁ ନେଇ ଗଠିତ ଟିମ୍‌ର ମାର୍ଗଦର୍ଶନ କରିଥିଲେ ଡକ୍ଟର ଅୟସ ଚିନ୍ମୟ। ଏହି ଟିମ୍ ତାଙ୍କର ଅଭିନବ ପ୍ରକଳ୍ପ ‘ଚିରଞ୍ଜିବୀ’ ନିମନ୍ତେ ବିଜୟୀ ହୋଇଥିଲେ। ସାରା ଦେଶରୁ ପ୍ରାୟ ୫୪୦ ରୁ ଊର୍ଦ୍ଧ୍ୱ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନର ୬୨ ହଜାର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।

ଦୀର୍ଘ ୯ ମାସ ଧରି ଏହି ଯାତ୍ରା ଜାରୀ ରହିଥିବା ବେଳେ ଏଲ୍‌ଟିଟିଏସ୍‌ର ଇଞ୍ଜିନିୟର ଏବଂ ଶିଳ୍ପ କ୍ଷେତ୍ରର ମେଂଟର ମାନେ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରାଇଥିଲେ। ବିଭିନ୍ନ ପର୍ଯ୍ୟାୟ ପରେ ୩୪ଟି ଟିମ୍ ଫାଇନାଲ୍ ଷ୍ଟେଜ୍‌ରେ ପହଂଚିଥିଲେ ଏବଂ ତାଙ୍କର ଅଭିନବ କାର୍ଯ୍ୟ, ଶିଳ୍ପ, ଶିକ୍ଷା ଏବଂ ବିଶ୍ଳେଷଣ କ୍ଷେତ୍ରର ନେତୃବର୍ଗଙ୍କୁ ନେଇ ଗଠିତ ବିଶିଷ୍ଟ ବିଚାରକ ମଣ୍ଡଳୀ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ବିଜେତାମାନଙ୍କୁ ୧୮ ଲକ୍ଷରୁ ଊର୍ଦ୍ଧ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା।

ସିଏସ୍‌ଆଇଆର-ନ୍ୟାସ୍‌ନାଲ୍ ଏରୋସ୍ପେସ୍ ଲାବାରୋଟୋରୀଜ୍‌ର ପଦ୍ମଶ୍ରୀ ବିଜେତା ଡକ୍ଟର ଶୁଭା ଭି. ଆୟଙ୍ଗାର ଯିଏକି ଭାରତର ସ୍ୱଦେଶୀ ରନ୍‌ୱେ ଭିଜିବିଲିଟି ସିଷ୍ଟମ୍ ‘ଦ୍ରିଷ୍ଟି’କୁ ବିକଶିତ କରିଛନ୍ତି ସିଏ ଶେଷ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଟେକ୍‌ଜିଅମ୍ ମୁଖ୍ୟତଃ ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ଥିବା ଦୂରତ୍ୱକୁ ଯୋଡ଼ିବା ସହ ଛାତ୍ରଛାତ୍ରୀମାନଙ୍କୁ ଇଞ୍ଜିନିୟରିଂ କ୍ଷେତ୍ରରେ ଉତ୍କର୍ଷ ଆଣିବାରେ ସକ୍ଷମ ହୋଇପାରିଛି।

ଆଇଟିଇଆର ଟିମ୍ ନିଜ ସଫଳତା ଦ୍ୱାରା ଅନୁଷ୍ଠାନ କିଭଳି ଇଞ୍ଜିନିୟରିଂ ଶିକ୍ଷା, ଗବେଷଣା, କୃତ୍ରିମ ବୁଦ୍ଧିମତା, ରୋବୋଟିକ୍ସ, ନବୀକରଣ ଶକ୍ତି ଏବଂ ନୂତନ ବୈଷୟିକ ଜ୍ଞାନକୌଶଳକୁ ନେଇ ଉତ୍କର୍ଷ କେନ୍ଦ୍ର ପାଲଟିଛି ତାହା ପ୍ରତିପାଦିତ କରିଥିଲେ।

ଏଆଇସି-ସୋଆ ଫାଉଣ୍ଡେସନ୍‌, (ଅଟଳ ଇନ୍‌କ୍ୟୁବେସନ୍ ସେଂଟର) ଯାହାକି ନୀତି ଆୟୋଗ ଅଧିନସ୍ଥ ଅଟଳ ଇନୋଭେସନ୍ ମିଶନ୍ ଦ୍ୱାରା ପରିଚାଳିତ ତାହା ଷ୍ଟାର୍ଟ ଅପ୍‌, ଡିପ୍ ଟେକ୍ ଇନୋଭେସନ୍‌, ମେନ୍‌ଟୋରିଂ ଏବଂ ଇନ୍‌କ୍ୟୁବେସନ୍ ଭଳି କାର୍ଯ୍ୟରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରୁଛି।

ଆଇଟିଇଆର ଟେକ୍‌ଜିଅମ୍ ୨୦୨୬ ପିପୁଲ୍ସ ଚଏସ୍ ଆୱାର୍ଡ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁନ ୧୭ରେ ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

June 17, 2026

ପିଲାଙ୍କ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ

June 17, 2026

ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ

June 16, 2026

ବିପର୍ଯ୍ୟୟ ପରିଚାଳନା: ଖୋର୍ଦ୍ଧା ଜିଲ୍ଲାର ୫୧ ଟି ବାତ୍ୟା ଆଶ୍ରୟସ୍ଥଳୀରେ ହେବ ମକ୍ ଡ୍ରିଲ

June 16, 2026
Latest News

ଉଦ୍ଧବ ଠାକରେଙ୍କୁ ଲାଗିବ ବଡ଼ ଝଟକା!: ଆଜି ବାଚସ୍ପତିଙ୍କୁ ଭେଟିପାରନ୍ତି ଛଅ ସାଂସଦ

June 17, 2026

ଆଜି ଜୁନ ୧୭ରେ ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

June 17, 2026

ପିଲାଙ୍କ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ

June 17, 2026

ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ

June 16, 2026

ଜୁନ ୧୯ ରେ ପିଏମ-ଭିବିଆରୱାଇ ର ଦେଶବ୍ୟାପୀ ଶୁଭାରମ୍ଭ କାର୍ଯ୍ୟକ୍ରମ

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.