Categories
ଆଞ୍ଚଳିକ

‘ସମାଜ ଗଠନରେ ସାମ୍ବାଦିକଙ୍କ ଭୁମିକା’: ରାଜ୍ୟର ସବୁ ଜିଲ୍ଲା ଓ ବ୍ଳକ ସ୍ତରରେ ଆଲୋଚନା ଚକ୍ର ଆରମ୍ଭ

ରଣପୁର: ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ଆଗାମୀ ଦିନରେ ଅନେକ ଚ୍ୟାଲେଞ୍ଜ ଆସୁଛି। ସେ ନେଇ ଓଡ଼ିଶା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ସଭାପତି ପ୍ରଶନ୍ନ ମହାନ୍ତି ଙ୍କ ନିର୍ଦ୍ଦେଶରେ ସବୁ ଜିଲ୍ଲା ଓ ବ୍ଳକ ସ୍ତରରେ ଆଲୋଚନା ଚକ୍ର ଆରମ୍ଭ ହୋଇଯାଇଛି।

ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ସଭାପତି ଆଚାର୍ଯ୍ୟ ବିଶ୍ୱରଂଜନ ଙ୍କ ଅଧ୍ୟକ୍ଷତାରେ ରଣପୁର ଓୟୁଜେ ଶାଖା ତରଫରୁ ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ଧାରୁଆ ସାମନ୍ତସିଂହରପୁର ରବର ଫିଲଡ୍ ରେ ଫେବୃଆରୀ ୧୬ ତାରିଖ ମଧ୍ୟାହ୍ନରେ ବନ୍ଧୁମିଳନ ସାଙ୍ଗକୁ ଆଲୋଚନା ଚକ୍ର ସମାଜ ଗଠନରେ ସାମ୍ବାଦିକ ଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ମୂଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଇଞ୍ଜିନିୟର ଅଭିଷେକ ସାମନ୍ତରାୟ ଓ ସମ୍ମାନିତ ଅତିଥି ଭାବେ ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ ଯୋଗ ଦେଇଥିଲେ।

ବୈଠକ ପ୍ରାରମ୍ଭରେ ମୂଖ୍ୟ ଅତିଥି ସାମନ୍ତରାୟ ରବର ପ୍ଳାଣ୍ଟେସନ ଅଞ୍ଚଳ ର ଜୀବନ ଜୀବିକା ଅବହେଳିତ ତର ଉନ୍ନତି କରଣ ଦାବି କରିଥିଲେ। ସୁସ୍ଥ ସମାଜ ଗଠନରେ ସାମ୍ବାଦିକ ମାନଙ୍କ ସହଯୋଗ କାମନା କରିଥିଲେ। ଜିଲ୍ଲା ପରିଷଦ ସଭ୍ୟା ତରେଇ ରବର ଫିଲଡ୍ ନିକଟରେ ଥିବା ବନ୍ଧ କୁ ପୁନରୁଦ୍ଧାର ଓ ଉନ୍ନତି କରଣ ଉପରେ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯାହା ଫଳରେ ୬ ଶହ ଏକର ଜମି ବର୍ଷସାରା ଜଳସେଚିତ ହୋଇପାରିବ। କ୍ଷୁଦ୍ର ଜଳସେଚନ ବିଭାଗ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ।

ସଭାପତି ବିଶ୍ୱରଂଜନ ସୁସ୍ଥ ସମାଜ ଗଠନ ପାଇଁ ଦୁର୍ନୀତି ଖବର ସହ ସୁନିତି ଖବରକୁ ପ୍ରାଧାନ୍ୟ ଦେବା ଓ ସାମ୍ବାଦିକ ମାନଙ୍କ ପାଇଁ ତାଲିମ୍ ଶିବିର କରାଯିବ ବୋଲି କହିଥିଲେ। ଓୟୁଜେ ଏକ ଟ୍ରେଡ୍ ୟୁନିଅନ ଓ ତାହାର କାର୍ଯ୍ୟଧାରା ଉପରେ ଆଲୋଚନା କରିଥିଲେ।

ଓୟୁଜେ ଜିଲ୍ଲା ଉପ ସଭାପତି ସାମ୍ବାଦିକ ବ୍ରଜ ରଣସିଂ, ରଣପୁର ପ୍ରେସ କ୍ଳବ୍ ସଭାପତି ସୁକାନ୍ତ ପଟ୍ଟନାୟକ, ଓୟୁଜେ ଜିଲ୍ଲା କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦାଶ ଆଲୋଚନା ଚକ୍ର ରେ ପ୍ରମୁଖ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟା ତରେଇ ସାମ୍ବାଦିକ ରଣଜିତ୍ ସାହୁ ଙ୍କୁ ଓୟୁଜେ ର ପରିଚୟପତ୍ର ପ୍ରଦାନ କରିଥିଲେ।

ସାମ୍ବାଦିକ ଉମେଶ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଓଡ଼ିଶା ପତ୍ରକାର ସଂଘର ଦ୍ୱାଦଶ ପ୍ରତିଷ୍ଠା ଦିବସ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେ ପାରମ୍ପରିକ ଗଣମାଧ୍ୟମ ହେଉ ବା ସାମାଜିକ ଗଣମାଧ୍ୟମ, ତୃଣମୂଳସ୍ତର ଖବରକୁ ଗୁରୁତ୍ୱ ଦେବା ସହ ଲୋକଙ୍କ ସମସ୍ୟା ଉତ୍‌ଥାପନ କରି ପ୍ରଶାସନ ପାଖରେ ପହଞ୍ଚାଇବା ସହ ଅବହେଳିତ ଲୋକଙ୍କୁ ନ୍ୟାୟ ଦେବା ଆବଶ୍ୟକ। ଯଦି ଗଣମାଧ୍ୟମ ସଠିକ୍ କାର୍ଯ୍ୟ ନକରେ, ତେବେ ଦୁର୍ନୀତି ବଢିବ। ଦୁର୍ନୀତି ରୋକିବାରେ ପାରମ୍ପରିକ ଗଣମାଧ୍ୟମ ହେଉ ବା ସାମାଜିକ ଗଣମାଧ୍ୟମ ବେଶ୍ କିଛି ମାତ୍ରାରେ କଣ୍ଟା ସାଜୁଛି, ସମସ୍ତଙ୍କୁ ସଚେତନ କରୁଛି। ସାମାଜିକ ଗଣମାଧ୍ୟମ ଓ ପାରମ୍ପରିକ ଗଣମାଧ୍ୟମରେ କିଛି ଫରକ ନାହିଁ। ସମାଜ ତଥା ଅବହେଳିତଙ୍କ ପାଇଁ ସଦା କାର୍ଯ୍ୟ କରିବା ଉଚିତ୍ ବୋଲି ବକ୍ତାମାନେ କହିଛନ୍ତି।

ଓଡ଼ିଶା ପତ୍ରକାର ସଂଘର ଦ୍ୱାଦଶ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ଘାଟକ ଭାବେ ବିଜ୍ଞାନ, କାରିଗରୀ କୌଶଳ ଓ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ପାରମ୍ପରିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ସାମାଜିକ ଗଣମାଧ୍ୟମ ଏବେ କିଭଳି ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ତଥା ଦେଶ, ବିଦେଶକୁ ଗୋଟିଏ ପରିବାର ଭାବେ ଯୋଡ଼ିଛି ତାହା ଉପରେ ମତ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ. ଅରବିନ୍ଦ ଢାଲୀ, ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ସୂଚନା କମିଶନର ଦିଲିପ ବିଶୋଇ, ବରିଷ୍ଠ ସାମ୍ବାଦିକ ରବି ଦାସ, ରାଜାରାମ ଶତପଥୀ, କେଦାର ମିଶ୍ର ପ୍ରମୁଖ ଯୋଗଦେଇ ପାରମ୍ପରିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସଂଘର ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ସଭାପତି ଅବିନାଶ ମିଶ୍ର, ସାମ୍ବାଦିକଙ୍କ ସମସ୍ୟା ଓ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଉପସଭାପତି ହରପ୍ରସାଦ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଅଶ୍ୱିନୀ ପତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବରିଷ୍ଠ ଉପସଭାପତି ସୁରେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।