Categories
ଆଜିର ଖବର ଜାତୀୟ ଖବର

୬୫ତମ ପ୍ରତିଷ୍ଠା ଦିବସ ପାଳନ କଲା ସୀମା ସଡକ ସଂଗଠନ

ନୂଆଦିଲ୍ଲୀ: ସୀମା ସଡ଼କ ସଂଗଠନ (ବିଆରଓ) ଏହାର ୬୫ତମ ପ୍ରତିଷ୍ଠା ଦିବସ   ପାଳନ କରୁଛି। ଏହି ଦିବସ ଅବସରରେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରତିରକ୍ଷା ସଚିବ ଗିରିଧର ଅରମାନେ ଅଧ୍ୟକ୍ଷତା କରିଥିଲେ। ପ୍ରତିରକ୍ଷା ସଚିବ ତାଙ୍କ ଅଭିଭାଷଣରେ ପ୍ରତିକୂଳ ଅଞ୍ଚଳ ଏବଂ କଠିନ ପାଣିପାଗ ପରିସ୍ଥିତିରେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିବାରୁ ବିଆରଓକୁ ପ୍ରଶଂସା କରିଥିଲେ। ସେ ବିଆରଓକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସଂଗଠନ ବୋଲି କହିଛନ୍ତି, ଯାହା ସୀମାନ୍ତ ଅଞ୍ଚଳରେ ଏହାର ଭିତ୍ତିଭୂମି ପ୍ରକଳ୍ପ ମାଧ୍ୟମରେ ଦେଶର ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଦୂରଦୂରାନ୍ତରେ ଥିବା ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ପ୍ରଗତିସୁନିଶ୍ଚିତ କରୁଛି।

ଏହି ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିଥିବାରୁ ଗିରିଧର ଅରମାନେ ବିଆରଓକୁ ପ୍ରଶଂସା କରିବା ସହ କର୍ମଯୋଗୀମାନେନିର୍ଦ୍ଦିଷ୍ଟ ରେକର୍ଡ ସମୟ ମଧ୍ୟରେ ସୀମା ଭିତ୍ତିଭୂମି ବିକାଶ ସୁନିଶ୍ଚିତ କରିବା ଜାରି ରଖିବେ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ। ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ କୌଶଳ ପ୍ରୟୋଗ କରିବାକୁ ସେ ବିଆରଓକୁ ଅନୁରୋଧ କରିଥିଲେ, ଯାହା ମାଧ୍ୟମରେ ମାନବିକ ପ୍ରୟାସକୁ ହ୍ରାସ କରାଯିବ ଏବଂ ଅଧିକ ଦକ୍ଷତାର ସହ ବ୍ୟବହାର କରାଯିବ। ଭବିଷ୍ୟତରେ ବିଆରଓ ପାଇଁ ଅଟୋମେସନ୍ ଏବଂ ଯାନ୍ତ୍ରୀକରଣ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି।

ପ୍ରତିରକ୍ଷା ସଚିବ ସିଲ୍କିୟାରା ଟନେଲ ଭୁଶୁଡ଼ିବା ଏବଂ ସିକ୍କିମ ବନ୍ୟା ସମୟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ବିଆରଓ ଯବାନଙ୍କ ମୂଲ୍ୟବାନ ଅବଦାନକୁ ମଧ୍ୟ ସ୍ମରଣ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସଂଗଠନ ଭାଇବ୍ରେଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଯେଉଁଥିରେ ବଛାବଛା ସୀମାବର୍ତ୍ତୀ ଗ୍ରାମଗୁଡିକର ବ୍ୟାପକ ବିକାଶ ର ପରିକଳ୍ପନା କରାଯାଇଛି।

ଏହି ଅବସରରେ ସୀମା ସଡ଼କ ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରଘୁ ଶ୍ରୀନିବାସନ ବିଆରଓର ସମସ୍ତ ପଦବୀକୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ ବିଆରଓର ସର୍ବଭାରତୀୟ ଉପସ୍ଥିତି ଜାତୀୟ ନିରାପତ୍ତା, ଯୋଗାଯୋଗ ଏବଂ ବିକାଶ ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଇନ୍ ଦି ସାଇଲେନ୍ସ ଅଫ୍ ଆୱାର ଗ୍ରେଟ୍ ମାଉଣ୍ଟେନ – ୱାର୍କ ସ୍ପିକ୍ସ’ ଟ୍ୟାଗ୍ ଲାଇନ୍ ଦେଶର ଦୁର୍ଗମ କୋଣଅନୁକୋଣରେ ରହୁଥିବା ଲୋକଙ୍କ ଜୀବନ ଉପରେ ସଂଗଠନର ସମର୍ପଣ, ଧୈର୍ଯ୍ୟ ଏବଂ ପ୍ରଭାବକୁ ଦର୍ଶାଉଛି। ‘ଲୋକଙ୍କୁ ସଂଯୋଗ କରୁଥିବା ସ୍ଥାନ’ ଜାରି ରଖିବା ଏବଂ ପ୍ରଗତି, ସମୃଦ୍ଧି ଏବଂ ଏକତାର ସ୍ଥାୟୀ ପରମ୍ପରା କୁ ଛାଡିବା ପାଇଁ ସଂକଳ୍ପକୁ ନବୀକରଣ କରିବାକୁ ସେ ସମସ୍ତ ବର୍ଗଙ୍କୁ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସେଲା ଟନେଲ ଉପରେ ଏକ ସଂକଳନ ଉନ୍ମୋଚନ କରାଯିବା ସହ ପ୍ରତିରକ୍ଷା ସଚିବଙ୍କ ଦ୍ୱାରା ‘ଅନଚୀନ ସଦକେନ୍’, ‘ପଥ ପ୍ରଦର୍ଶକ’ ଏବଂ ‘ପଥ ବିକାଶ’ ଭଳି କିଛି ପୁସ୍ତକ ଉନ୍ମୋଚନ କରାଯାଇଥିଲା। ସେ ୨୦୨୩-୨୪ ବର୍ଷ ପାଇଁ ବିଆରଓ କର୍ମଚାରୀମାନଙ୍କୁ ଉତ୍କର୍ଷ ପୁରସ୍କାର ପ୍ରଦାନ କରିଥିଲେ ଏବଂ ସଂଗଠନର ମହିଳା ସଫଳତା ହାସଲକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେଲା ଟନେଲ ଭଳି ବିଭିନ୍ନ ପ୍ରକଳ୍ପ ତଥା ସିକ୍କିମ ବନ୍ୟା ସମୟରେ କାର୍ଯ୍ୟ କରିଥିବା କାଜୁଆଲ ପେଡ୍ ଶ୍ରମିକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

୧୯୬୦ ମସିହାରେ କେବଳ ଦୁଇଟି ପ୍ରକଳ୍ପ – ପୂର୍ବରେ ପ୍ରୋଜେକ୍ଟ ଟସ୍କର (ବର୍ତ୍ତମାନ ଉରତକ) ଏବଂ ଉତ୍ତରରେ ପ୍ରୋଜେକ୍ଟ ବିକନ୍ ସହିତ ଗଠିତ ବିଆରଓ ଆଜି ୧୧ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟ କରୁଥିବା ୧୮ଟି ପ୍ରକଳ୍ପ ସହିତ ଏକ ଜୀବନ୍ତ ସଂଗଠନରେ ପରିଣତ ହୋଇଛି।  ଏହା ଏବେ ଉଚ୍ଚ ଓ ଦୁର୍ଗମ ବରଫଘେରିତ ଅଞ୍ଚଳରେ ଅଗ୍ରଣୀ ଭିତ୍ତିଭୂମି ନିର୍ମାଣ ଏଜେନ୍ସି ଭାବେ ନିଜର ପରିଚୟ ସୃଷ୍ଟି କରିଛି।

ବିଆରଓ ମୁଖ୍ୟତଃ ସଶସ୍ତ୍ର ବାହିନୀର ରଣନୈତିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଉତ୍ତର ଏବଂ ପଶ୍ଚିମ ସୀମାରେ ୯,୦୦୦ ଫୁଟରୁ ୧୯,୦୦୦ ଫୁଟ ପର୍ଯ୍ୟନ୍ତ ଉଚ୍ଚତାରେ ସଡ଼କ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦନ କରିଥାଏ। ଛଅ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଏହା ଭାରତର ସୀମାରେ ପ୍ରତିକୂଳ ଜଳବାୟୁ ଏବଂ ଭୌଗୋଳିକ ପରିସ୍ଥିତି ତଥା ବନ୍ଧୁ ରାଷ୍ଟ୍ରମାନଙ୍କରେ ୬୨,୨୧୪ କିଲୋମିଟରରୁ ଅଧିକ ରାସ୍ତା, ୧,୦୦୫ ସେତୁ, ୭ଟି ସୁଡ଼ଙ୍ଗ ଏବଂ ୨୧ଟି ଏୟାରଫିଲ୍ଡ ନିର୍ମାଣ କରିଛି। ଏଥିରେ ଭୁଟାନ, ମିଆଁମାର, ଆଫଗାନିସ୍ତାନ ଏବଂ ତାଜିକିସ୍ତାନ ସାମିଲ ଅଛନ୍ତି, ଯାହା ଦେଶର ରଣନୈତିକ ଉଦ୍ଦେଶ୍ୟରେ ଯୋଗଦାନ କରୁଛି।

୨୦୨୩-୨୪ରେ ବିଆରଓ ୩,୬୧୧ କୋଟି ଟଙ୍କା ମୂଲ୍ୟର ମୋଟ ୧୨୫ଟି ଭିତ୍ତିଭୂମି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛି। ଏଥିରେ ବାଲିପଡ଼ା-ଚରଦ୍ୱାର-ତୱାଙ୍ଗ ରୋଡରେ ଅରୁଣାଚଳ ପ୍ରଦେଶରେ ସେଲା ଟନେଲ ନିର୍ମାଣ ଅନ୍ତର୍ଭୁକ୍ତ। ନିକଟରେ ଇଟାନଗରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟନେଲକୁ ଭର୍ଚୁଆଲ ମାଧ୍ୟମରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ବିଆରଓ ଖୁବଶୀଘ୍ର ୪.୧୦ କିଲୋମିଟର ଦୀର୍ଘ ଶିନକୁନ ଲା ଟନେଲର ନିର୍ମାଣ ଆରମ୍ଭ କରିବ। ଏହା ସରିବା ପରେ ଏହି ଟନେଲ ୧୫,୮୦୦ ଫୁଟ ଉଚ୍ଚତାରେ ବିଶ୍ୱର ସର୍ବୋଚ୍ଚ ଟନେଲ ରେ ପରିଣତ ହେବ ଏବଂ ଚୀନର ମିଲା ଟନେଲକୁ ୧୫,୫୯୦ ଫୁଟରେ ଅତିକ୍ରମ କରିବ।

ବିଆରଓ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏୟାରଫିଲ୍ଡ ପ୍ରକଳ୍ପ ଯଥା ବାଗଡୋଗ୍ରା ଏବଂ ବାରାକପୁରକୁ ସମ୍ପୂର୍ଣ୍ଣ କରିଛି, ଯାହା ଏହାର ଉତ୍କର୍ଷ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ। ନିକଟରେ ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ମୁଧ ଏୟାରଫିଲ୍ଡ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ମାତ୍ର ଦୁଇ କାର୍ଯ୍ୟ ଋତୁ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ବିଆରଓ ଲକ୍ଷ୍ୟ ରଖିଛି।

କିଛି ବର୍ଷ ମଧ୍ୟରେ, ବିଆରଓ ବଜେଟ୍ ବ୍ୟୟରେ ଦ୍ରୁତଗତିରେ ବୃଦ୍ଧି ଘଟିଛି, ଯାହା ସାମର୍ଥ୍ୟ ଏବଂ ପ୍ରଭାବରେ ଉଲ୍ଲେଖନୀୟ ଉନ୍ନତି କୁ ଚିହ୍ନିତ କରିଛି। ଏହି ବର୍ଦ୍ଧିତ ବଜେଟ୍ ସହାୟତା ସଂଗଠନକୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହାତକୁ ନେବା, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଏହାର ପରିଚାଳନାଗତ ପ୍ରସ୍ତୁତି ବୃଦ୍ଧି କରିବାକୁ ସଶକ୍ତ କରିଛି।

ଲିଙ୍ଗଗତ ସମାନତା ଏବଂ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବାରେ ବିଆରଓ ସବୁଠାରୁ ଆଗରେ ରହିଛି, ମହିଳାମାନଙ୍କୁ ପ୍ରମୁଖ ଭୂମିକା ଏବଂ ସୁଯୋଗ ପ୍ରଦାନ କରୁଛି। କର୍ଣ୍ଣେଲ ପୋନୁଙ୍ଗ ଡୋମିଙ୍ଗଙ୍କ ଭଳି ଅଧିକାରୀମାନେ ପୂର୍ବ ଲଦାଖରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ନେତୃତ୍ୱ ନେଉଛନ୍ତି। ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିକିତା ଚୌଧୁରୀ ସେଲା ଟନେଲ ପ୍ରକଳ୍ପକୁ ସଫଳ ଭାବରେ ସମ୍ପୂର୍ଣ୍ଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

Categories
ବିଶେଷ ଖବର

୭୫ ଟି ବିଆର୍‌ଓ ଭିତ୍ତିଭୂମି ପ୍ରକଳ୍ପ ଗୁଡିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରତିରକ୍ଷା ମନ୍ତ୍ରୀ

ଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅକ୍ଟୋବର ୨୮, ୨୦୨୨ ରେ ଲଦାଖର ଡି – ଏସ୍ – ଡିବିଓ ରୋଡ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୀମା ସଡକ ସଂଗଠନ (ବିଆର୍‌ଓ) ଦ୍ୱାରା ନିର୍ମିତ ହୋଇଥିବା ୭୫ ଟି  ଭିତ୍ତିଭୂମି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ୭୫ ଟି ପ୍ରକଳ୍ପ ଗୁଡିକ ମଧ୍ୟରେ ୪୫ ଟି ସେତୁ, ୨୭ ଟି ରାସ୍ତା, ଦୁଇଟି ହେଲିପ୍ୟାଡ୍ ଏବଂ ଗୋଟିଏ ଅଙ୍ଗାରକ ନିରପେକ୍ଷ ବାସସ୍ଥାନ ରହିଛି, ଯାହା ୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ (ୟୁଟି) ରେ ରହିଛି। ଏହି ପ୍ରକଳ୍ପ ଗୁଡିକ ମଧ୍ୟରୁ କୋଡିଏ (୨୦)ଟି ଜାମ୍ମୁ କାଶ୍ମୀରରେ ରହିଥିବା ବେଳେ ଲଦାଖ  ଏବଂ ଅରୁଣାଚଳ ପ୍ରଦେଶରେ ପ୍ରତ୍ୟେକ ୧୮ଟି ଲେଖାଏଁ ରହିଛି। ଉତ୍ତରାଖଣ୍ଡ ରାଜ୍ୟରେ ପାଂଚଟି  ପ୍ରକଳ୍ପ ଏବଂ ଅନ୍ୟ ସୀମାନ୍ତ ରାଜ୍ୟ ଗୁଡିକରେ, ଯଥା: ସିକ୍କିମ୍‌, ହିମାଚଳ ପ୍ରଦେଶ, ପଞ୍ଜାବ  ଏବଂ ରାଜସ୍ଥାନରେ ୧୪ ଟି ପ୍ରକଳ୍ପ ରହିଛି।

ଏହି ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଗୁଡିକ ରେକର୍ଡ ସମୟ ମଧ୍ୟରେ ବିଆର୍‌ଓ ଦ୍ୱାରା ମୋଟ ୨,୧୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି, ଯାହା ମଧ୍ୟରୁ ଅନେକ ପ୍ରକଳ୍ପ କାର୍ଯ୍ୟ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଗୋଟିଏ କାର୍ଯ୍ୟ ଋତୁରେ ସମ୍ପୂର୍ଣ୍ଣ କରା ଯାଇଛିି। ଆହ୍ୱାନପୂର୍ଣ୍ଣ ଜଳବାୟୁ ସ୍ଥିତି ସତ୍ତ୍ୱେ ଏହି ସଫଳତା ହାସଲ କରିବା ପାଇଁ  ବିଆର୍‌ଓର ଧୈର୍ଯ୍ୟ ଏବଂ ଦୃଢ଼ ସଙ୍କଳ୍ପକୁ ଭୁରି ଭୁରି ପ୍ରଶଂସା କରି ପ୍ରତିରକ୍ଷା ମନ୍ତ୍ରୀ ଦର୍ଶାଇ ଥିଲେ ଯେ , ଏହି ପ୍ରକଳ୍ପ ଗୁଡିକ ଦେଶର ପ୍ରତିରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବ ଏବଂ ସୀମା ଅଂଚଳର ଆର୍ଥିକ ବିକାଶକୁ ସୁନିଶ୍ଚିତ କରିବ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା, ୧୪,୦୦୦ ଫୁଟ ଉଚ୍ଚତାରେ ଡି – ଏସ୍ – ଡିବିଓ ରୋଡ୍‌ରେ ରହିଥିବା ୧୨୦ ମିଟର ଲମ୍ବ କ୍ଲାସ୍ ୭୦ ଶ୍ୟୋକ ସେତୁର ଅନସାଇଟ୍ ଉଦ୍‌ଘାଟନ। ଏହି ସେତୁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବ,  କାରଣ ଏହା ସଶସ୍ତ୍ର ସେବା ବାହିନୀର ଲଜିଷ୍ଟିକ୍ ଗତିବିଧିକୁ ସହଜ କରିବ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ଭାବେ ଉଦ୍‌ଘାଟିତ ହୋଇଥିବା ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକ ମଧ୍ୟରେ ଦୁଇଟି ହେଲିପ୍ୟାଡ୍ ଅନ୍ତର୍ଭୁକ୍ତ, ସେଥିରୁ ଗୋଟିଏ ପୂର୍ବ ଲଦାଖର ହାନଲେ ଠାରେ ରହିଥିବା ବେଳେ ଅନ୍ୟଟି ଠାକୁଙ୍ଗରେ ରହିଛି। ଏହି ହେଲିପ୍ୟାଡ୍ ଗୁଡିକ ଏହି ଅଂଚଳରେ ଭାରତୀୟ ବାୟୁସେନାର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବ।

ବିଆର୍‌ଓ କର୍ମଚାରୀଙ୍କ ପାଇଁ ୧୯,୦୦୦ ଫୁଟ ଉଚ୍ଚରେ ଥିବା ପ୍ରଥମ ଅଙ୍ଗାରକ ନିରପେକ୍ଷ ବାସସ୍ଥାନ ମଧ୍ୟ ହାନଲେ ଠାରେ ଉଦ୍‌ଘାଟିତ ହୋଇଥିଲା। ଦେଶର ପ୍ରଥମ ଅଙ୍ଗାରକ ନିରପେକ୍ଷ କେନ୍ଦ୍ରଶାସିତ ଅଂଚଳ ହେବା ନିମନ୍ତେ ଲଦାଖର ସଂକଳ୍ପରେ ଅବଦାନ ନିମନ୍ତେ ଏହା ହେଉଛି ବିଆର୍‌ଓର ପ୍ରୟାସ। ଏହି କମ୍ପେକ୍ଲର ମୁଖ୍ୟ ବୈଶିଷ୍ଟ୍ୟ ଗୁଡିକ ଭିତରେ ୫୭ କର୍ମଚାରୀଙ୍କ ରହିବା ନିମନ୍ତେ ସୁବିଧା ଏବଂ ଅତ୍ୟଧିକ ଥଣ୍ଡା ପାଗ ସମୟରେ ତାପଜ ଆରାମ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଏହା ଶୀତ ଋତୁର ଅଧିକାଂଶ ସମୟରେ ବିଆର୍‌ଓକୁ ଦକ୍ଷତାର ସହିତ କାର୍ଯ୍ୟ କରିବା ନିମନ୍ତେ ସକ୍ଷମ କରିବ।

ଏହି ଅବସରରେ ଯୋଗ ଦେଇ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଶର ସୁରକ୍ଷା ଆବଶ୍ୟକତା ପୂରଣ କରିବା ପାଇଁ ଦୂରଦୂରାନ୍ତ ଅଂଚଳର ଅଗ୍ରଗତିକୁ ସୁନିଶ୍ଚିତ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃ ପ୍ରମାଣିତ କରି କହିଥିଲେ ଯେ, ସଶସ୍ତ୍ର ବାହିନୀର ବୀରତ୍ୱ ସହିତ ଭିତ୍ତିଭୂମି ସରଂଚନାର ବିକାଶ କରିବା ଭାରତର ଉତ୍ତର କ୍ଷେତ୍ରରେ ସାମ୍ପ୍ରତିକ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟ କାରଣ ଅଟେ। ସେ ଏହି ୭୫ଟି ନୂତନ ପ୍ରକଳ୍ପ ଗୁଡିକ ଏହାର ପ୍ରମାଣ ବୋଲି କହିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଏହି ସେତୁ, ସଡକ ଏବଂ ହେଲିପ୍ୟାଡ୍ ଗୁଡିକ ଦେଶର ପଶ୍ଚିମ, ଉତ୍ତର ଏବଂ ଉତ୍ତର – ପୂର୍ବ କ୍ଷେତ୍ରର ଦୂରଦୂରାନ୍ତ ଅଂଚଳରେ ସାମରିକ ତଥା ନାଗରିକ ପରିବହନକୁ ସୁଗମ କରିବ। ସେ ସୀମାବର୍ତ୍ତୀ  ଅଂଚଳ ସହ ସଂଯୋଗ ଦେଶର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ଏକ ପ୍ରମୁଖ କ୍ଷେତ୍ର ବୋଲି ବର୍ଣ୍ଣନା କରିଥିଲେ।

“ସ୍ୱାଧୀନତା ପରେ ଅନେକ ଦଶନ୍ଧି ଧରି ଜାମ୍ମୁ କାଶ୍ମୀରରେ ଭିତ୍ତିଭୂମି କ୍ଷେତ୍ରରେ ବିକାଶର ଅଭାବ ଏହି କେନ୍ଦ୍ର ଶାସିତ ଅଂଚଳରେ ଆତଙ୍କବାଦ ବୃଦ୍ଧି ହେବାର ଅନ୍ୟତମ କାରଣ ଥିଲା। ଏହି ଆଭ୍ୟନ୍ତରୀଣ ବିଶୃଙ୍ଖଳା ଗୁଡିକ ଯୋଗୁ ପର୍ଯ୍ୟଟକଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ଘଟିଥିଲା, ଯାହା ଲଦାଖକୁ ତଥା ସମଗ୍ର ଦେଶକୁ ମଧ୍ୟ ପ୍ରଭାବିତ କରିଥିଲା। ବର୍ତ୍ତମାନ, ସରକାରଙ୍କ ବିଭିନ୍ନ ଉଦ୍ୟମ ଯୋଗୁଁ, ଏହି ଅଂଚଳରେ ଶାନ୍ତି ଏବଂ ପ୍ରଗତିର ଏକ ନୂଆ ସକାଳ ଦେଖିବାକୁ ମିଳୁଛି। ଆମର ଲକ୍ଷ୍ୟ ହେଉଛି ଦେଶର ସମସ୍ତ ରାଜ୍ୟ ଗୁଡିକର ତଥା କେନ୍ଦ୍ର ଶାସିତ ଅଂଚଳ ଗୁଡିକର ବିକାଶକୁ ଜାରି ରଖିବା। ଖୁବ୍ ଶୀଘ୍ର, ସମସ୍ତ ଦୁର୍ଗମ ଅଂଚଳ ଦେଶର ବାକି ଅଂଚଳ ସହିତ ସଂଯୁକ୍ତ ହେବ ଏବଂ ମିଳିତ ଭାବରେ ଆମେ ଦେଶକୁ ପ୍ରଗତିର ନୂତନ ଶିଖରକୁ ନେଇଯିବା। ଏହି ଲକ୍ଷ୍ୟ ହାସଲ କରିବାରେ ବିଆର୍‌ଓର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି” ବୋଲି ରାଜନାଥ ସିଂହ କହିଥିଲେ।

ଏହି ଅବସରରେ ରାଜନାଥ ସିଂହ ଚଣ୍ଡିଗଡ଼ରେ ନିର୍ମିତ ହିମାଙ୍କ ଏୟାର ଡେସପ୍ୟାଚ୍ କମ୍ପେ୍ଲକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ଲେହ ଠାରେ ଏକ ବିଆର୍‌ଓ ସଂଗ୍ରହାଳୟର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଶୀତଦିନ ଆରମ୍ଭ ହେବା ପରେ, ପ୍ରବଳ ତୁଷାରପାତ ହେତୁ ପାସ୍ ବନ୍ଦ ହୋଇଗଲେ, ବିଆର୍‌ଓ କର୍ମଚାରୀ ମାନଙ୍କୁ, ଯନ୍ତ୍ରପାତି ଗୁଡିକୁ ଏବଂ ସାମଗ୍ରୀ ଗୁଡିକୁ ଦୂର ସ୍ଥାନକୁ ନେଇ ଯିବା ପାଇଁ ଆକାଶ ପଥକୁ ବହୁଳ ଭାବରେ ବ୍ୟବହାର କରିଥାଏ। ଚଣ୍ଡିଗଡ଼ରେ ଅବସ୍ଥିତ ଏୟାର ଡେସପ୍ୟାଚ୍ ସବ୍ ୟୁନିଟ୍‌ରେ ସୈନ୍ୟ ପରିବହନ ପାଇଁ ଏବଂ ଭୂମିରେ କାର୍ଯ୍ୟ କରିବା ପାଇଁ ଅତ୍ୟାବଶ୍ୟକ ଷ୍ଟୋର ଏବଂ ଯନ୍ତ୍ରପାତିର କୁଶଳତାପୂର୍ଣ୍ଣ ତଥା ନିରବଚ୍ଛିନ୍ନ ବିତରଣକୁ ସୁନିଶ୍ଚିତ କରିବା ପାଇଁ ନବୀକରଣ କରା ଯାଉଛି। ଅତ୍ୟାଧୁନିକ ଥ୍ରୀ – ଡି ପ୍ରିଂଟିଂ ଟେକ୍ନୋଲୋଜିକୁ ବ୍ୟବହାର କରି ଚଣ୍ଡିଗଡ଼ରେ ନୂତନ କମ୍ପେ୍ଲକ୍ସର ନିର୍ମାଣ କାର୍ଯ୍ୟ ବିଆର୍‌ଓ କରିବ ଏବଂ ଥରେ ନିର୍ମାଣ ହେବା ପରେ ଏହି ସୌଧ ବିଶ୍ୱର ସର୍ବବୃହତ ଥ୍ରୀ – ଡି ପ୍ରିଂଟେଡ୍ କମ୍ପେ୍ଲକ୍ସ ହେବାର ସୌଭାଗ୍ୟ ଲାଭ କରିବ।

ବିଆର୍‌ଓର କର୍ମଚାରୀଙ୍କ ବଳିଦାନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏବଂ ସଫଳତା ଗୁଡିକୁ ଅନୁଷ୍ଠାନିକ କରିବା ନିମନ୍ତେ ଏବଂ ରେକର୍ଡ କରିବା ପାଇଁ ଲେହରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରା ଯାଉଛି, ଯାହା ସୂଚନା ଏବଂ ପ୍ରେରଣାର ଉତ୍ସ ହେବ। ଏହି ସଂଗ୍ରହାଳୟ ସୌଧ  ଥ୍ରୀ – ଡି ପ୍ରିଂଟିଂ ଟେକ୍ନୋଲୋଜି ବ୍ୟବହାର କରି ନିର୍ମାଣ କରାଯିବ ଏବଂ ସମ୍ପୂର୍ଣ୍ଣ ହେବା ପରେ ଏହା ବିଶ୍ୱର ସର୍ବୋଚ୍ଚ ଥ୍ରୀ – ଡି ପ୍ରିଂଟେଡ୍ ସୌଧ ହେବ।