Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ “ସୁଭଦ୍ରା-ନାରୀ ସଶକ୍ତିକରଣ ପାଇଁ ଏକ ପ୍ରୟାସ” ପ୍ରତିଯୋଗିତା

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଦିନ ୧୧.୦୦ ଘଟିକା ସମୟରେ ଗୋଦାବରୀଶ ମହାବିଦ୍ୟାଳୟର ଉପର ରିଡିଙ୍ଗ କକ୍ଷରେ ମହିଳା ସଶକ୍ତିକରଣ ପାଇଁ “ସୁଭଦ୍ରା ନାରୀ ସଶକ୍ତିକରଣ ପାଇଁ ଏକ ପ୍ରୟାସ” ବିଷୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମତ୍ତା, ଦର୍ଶନ ବିଭାଗର ଅଧ୍ୟାପିକା ଡଃ.ଅନିତା ଦଳେଇ, ବାଣିଜ୍ୟ ବିଭାଗର ଅଧ୍ୟାପକ ଜୟନ୍ତ ବିହାରୀ, ସଂସ୍କୃତ ଅଧ୍ୟାପକ ଡଃ.ଅରବିନ୍ଦ ନାୟକ, ଇତିହାସ ବିଭାଗୀୟ ମୁଖ୍ୟ ରଶ୍ମିତା ମହାରଣା, ରସାୟନ ବିଜ୍ଞାନ ବିଭାଗ ଅଧ୍ୟାପିକା ଅଙ୍କିତା ଜେନା ଓ ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ଯାଜ୍ଞସିନୀ ବେହେରା ସହଯୋଗ କରିଥିଲେ। ଏହି ପ୍ରତିଯୋଗିତାରେ ୫୦ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।