ରଞ୍ଜିତ ପଣ୍ଡା
କୁଜଙ୍ଗ : ସ୍ୱେଛାସେବୀ ଅନୁଷ୍ଠାନ ହର୍ଷା ଟ୍ରଷ୍ଟ ପକ୍ଷରୁ ଆଜି କଟକ-ପାରାଦୀପ ରାଜ୍ୟ ରାଜପଥର ସନ୍ତରା ଛକଠାରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପଥଚାରୀ, ବାଇକ୍ ଆରୋହୀ, ହାଲକା ଓ ଭାରୀଯାନ ଚାଳକ ଓ ଯାତ୍ରୀ ମାନଙ୍କୁ ମାସ୍କ, ସାନିଟାଇଜର ବଂଟନ ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଟିମ ଲିଡ଼ର ପରେଶ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ଥାନାର ଏସ୍ ଆଇ ଶୁବ୍ରଜିତ ଦାସ, ମଙ୍ଗରାଜପୁର ସରପଂଚ ପୂର୍ଣ୍ଣୀମା ତ୍ରିପାଠୀ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ଟ୍ରଷ୍ଟର ସମସ୍ତ ସଦସ୍ୟ, କର୍ମକର୍ତ୍ତା ତଥା କୁଜଙ୍ଗ ଥାନାର କର୍ମଚାରୀ ମାନେ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ପ୍ରକଳ୍ପ ନିର୍ବାହୀ ସାଶ୍ୱତୀ ଦାଶ, ସୁଧାଂଶୁ ବେହେରା, ଅଶୋକ ରାଉତ, ସ୍ୱର୍ଣ୍ଣଲତା ପ୍ରଧାନ, ସିଏସ୍ପି ସୂର୍ଯ୍ୟକାନ୍ତ ପାତ୍ର, ଅରକ୍ଷିତ ସାହୁ, ସମାଜସେବୀ ବିପିନ ତ୍ରିପାଠୀ, ପୁଲିସ ଏଏସ୍ଆଇ ଦେବରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।
