Categories
ଆଜିର ଖବର ରାଜ୍ୟ ଖବର

ଏଣିକି ବିଜେଡି ହାରିବ ବୋଲି କାହିଁକି କହିଲେ ଦଳର ସାଂସଦ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ଏଣିକି ବିଜେଡି ହାରିବ। ତେବେ ସାରା ଓଡିଶାରେ ନୁହେଁ। ଉପକୂଳ ଅଞ୍ଚଳରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ବିଜେଡି ହାରିବ ବୋଲି କହିଛନ୍ତି ଖୋଦ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ୱାକଫ ବିଲକୁ ନେଇ ବିଜେଡି ଯେପରି ଆଭିମୁଖ୍ୟ ପ୍ରକାଶ କଲା ତାହାକୁ ନେଇ ଏପରି ରାଗ ତମତମରେ କହିଛନ୍ତି ସାଂସଦ ଦେବାଶିଷ।

ଏହାର କାରଣରେ ସେ କହିଛନ୍ତି ଯେ, ଏହିସବୁ ନିର୍ବାଚନ ମଣ୍ଡଳିରେ ବହୁ ସଂଖ୍ୟାରେ ସଂଖ୍ୟାଲଘୁ ଭୋଟର ଅଛନ୍ତି। ସେମାନେ ବିଜେଡିର ଆଭିମୁଖ୍ୟ ନେଇ ଅସନ୍ତୁଷ୍ଠ। ଫଳରେ ସେମାନେ ଆଉ ବିଜେଡି ମୁହାଁ ହେବେ ନାହିଁ।

ସେତିକି ନୁହେଁ ସେ କହିଛନ୍ତି ଯେ, ଏହି ୨୮ଟି ନିର୍ବାଚନ ମଣ୍ଡଳି ବ୍ୟତିତ ଅନ୍ୟ କେତେକ କ୍ଷେତ୍ର ଅଛି ଯେଉଁଠାରେ ତିରିଶ ରୁ ଚାଲିଶ ହଜାର ସଂଖ୍ୟା ଲଘୁ ଅଛନ୍ତି। ସେମାନଙ୍କୁ କିପରି ଆମେ ମୁହଁ ଦେଖାଇବୁ ବୋଲି କହିଛନ୍ତି ଦେବାଶିଷ। ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କୁ ଏମିତି ଶଦ୍ଦ କାହିଁକି ପ୍ରୟୋଗ କଲେ ସୌମ୍ୟରଞ୍ଜନ , ରାଜନୀତି ହୁଲୁସ୍ତୁଲ

ଭୁବନେଶ୍ବର: ସାରା ଓଡିଶାରେ ବିଜେଡି ଦଳକୁ ନେଇ ଏବେ ଚର୍ଚ୍ଚା ଜୋରଦାର ଚାଲିଛି। ନବୀନ କାହିଁକି କିଛି କହୁ ନାହାଁନ୍ତି ବୋଲି ବିିଭିନ୍ନ ମହଲରେ ଦାବୀ ହେଉଛି। ଏପରି ପରିସ୍ଥିତିରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ନବୀନଙ୍କ ବିରୋଧରେ ଏକ ଲମ୍ବା ଟିପ୍ପଣୀ ଲେଖିଛନ୍ତି। ତାହା ହେଲା…

ଦୀର୍ଘ ଏକସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ଓଡ଼ିଶା ବାହାରେ ରହି ଓଡ଼ିଶାକୁ ଦୂରରୁ ଦେଖିବା ଫଳରେ ଅନେକ କଥା ମନକୁ ଆସୁଛି। ଏହି କେତେଦିନ ଧରି ଓଡ଼ିଶା ରାଜନୀତିରେ ଯାହା ସବୁ ଘଟୁଛି ତାହା ଦେଖି ଅମୋଦିତ ହେବା ଛଡ଼ା ଅନ୍ୟ ଗତି ନାହିଁ।

ବିଶେଷକରି ନବୀନବାବୁଙ୍କ ଆଚରଣ ଓ ଉଚ୍ଚାରଣ ଆମକୁ ଅଧିକ ବ୍ୟଥିତ ଓ ବିବ୍ରତ କରୁଛି।
ନବୀନବାବୁ ବେଶୀ କଥା କହନ୍ତି ନାହିଁ। ତେବେ ଯେତେବେଳେ ତାଙ୍କୁ ରାଜନୈତିକ ସହକର୍ମୀମାନେ ଧୋକା ଦିଅନ୍ତି, ସେ କ୍ଷୁବ୍ଧ ହୋଇ ଯେଉଁ ଭାଷା ବ୍ୟବହାର କରନ୍ତି ତା’ ହେଲା “ବେଇମାନ୍”।

ଆଜି waqf bill’ ପ୍ରସଙ୍ଗରେ, ବିଜେପିକୁ ସମର୍ଥନ ଦେବା ନ ଦେବା ନେଇ ତାଙ୍କ ଦଳର ନେତାମାନଙ୍କର ଆଚରଣ ଓ ଉଚ୍ଚାରଣରୁ ଆମେ କ’ଣ ବୁଝିବା ? ନବୀନବାବୁଙ୍କୁ ଆମେ କେଉଁ ଭାଷାରେ ବର୍ଣ୍ଣନା କରିବା ? ମୋତେ ଲାଗେ, “ଚୁପ୍ ସୈତାନ୍” ଛଡ଼ା ଆଉ ଭଲ ଶବ୍ଦ ମିଳିବ ନାହିଁ।

ଦିନ ଥିଲା, ନବୀନବାବୁଙ୍କୁ ଓଡ଼ିଆମାନଙ୍କର ‘ହୃଦୟ ସମ୍ରାଟ’ ବୋଲି ତାଙ୍କର ତୋଷାମଦକାରୀମାନେ କହି ବୁଲୁଥିଲେ। ନବୀନବାବୁ ଏହାକୁ ନେଇ କ’ଣ ଭାବୁଥିଲେ ଜଣା ନାହିଁ। କିନ୍ତୁ ନିଶ୍ଚୟ ଉପଭୋଗ କରୁଥିବେ। ପିତାଙ୍କ ନାମରେ ଗଢ଼ିଥିବା ‘’ବିଜୁ ଜନତା ଦଳ, ଓଡ଼ିଶାବାସୀଙ୍କ ବଳ” ବୋଲି ସମସ୍ତେ କହୁଥିଲେ।

ଆଜି କ’ଣ ହୋଇଛି ଯେ ଏତେ କଥା ଘଟି ଯାଉଛି, ଅଥଚ ସମ୍ରାଟ୍ ଚୁପ୍ ବସିଛନ୍ତି ! ବିଜୁ ଜନତା ଦଳର ବଳ କେଉଁଠି ହଜିଗଲା ଯେ ସେ ଏକ ସ୍ଥିର ନିଷ୍ପତ୍ତି ନେଇ ପାରୁନାହାନ୍ତି ? ଗୋଟିଏ ଦିନରେ ତିନି ଥର ଏ ପ୍ରସଙ୍ଗରେ ସେ ଭିନ୍ନ-ଭିନ୍ନ ନିଷ୍ପତ୍ତି ନେଇଛନ୍ତି; ପୁଣି ଶେଷରେ ବିବେକ କଥା କହିଛନ୍ତି !

ଦଳର ବିବେକ କ’ଣ, ତାହା ସ୍ପଷ୍ଟ ଜଣାପଡୁନାହିଁ। ବିଭିନ୍ନଆଡୁ ଟଣା-ଓଟରା ହୋଇ, ବିବେକ ଦଂଶନ ଭୋଗିବା ଛଡ଼ା ଅନ୍ୟ ବାଟ ନାହିଁ। ଇଂରାଜୀରେ କଥା ଅଛି- Better late than neve”। ଏବେବି ସମୟ ଅଛି, ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନକୁ ଅଗ୍ରାଧିକାର ଦେଇ ଏକ ଆଞ୍ଚଳିକ ଦଳ ଗଢ଼ିଥିବା ବନ୍ଧୁମାନେ ଓଡ଼ିଶାବାସୀଙ୍କୁ ଆଉ ଧୋକା ନ ଦିଅନ୍ତୁ।

ମଣିଷ ମାତ୍ରେ ଭୁଲ୍ କରେ। ଭୁଲ୍‌କୁ ସ୍ବୀକାର କରି ଆଗେଇଯିବା ସୁପୁରୁଷର ଲକ୍ଷଣ। କିନ୍ତୁ ଭୁଲ୍‌କୁ ଜାଣିଶୁଣି ଠିକ୍ ବୋଲି ପ୍ରମାଣିତ କରିବାପାଇଁ ବାହାସ୍ଫୋଟ ମାରୁଥିବା ନେତାମାନେ ଜାଣିବା ଦରକାର ଯେ ଏହା କାପୁରୁଷର ଲକ୍ଷଣ। ଆଜି ନହେଲେ ବି କାଲି, ଈଶ୍ୱର ଏଥିପାଇଁ ଉଚିତ ନ୍ୟାୟ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ନବୀନଙ୍କୁ ଚିଠି ଲେଖିଲେ ବିଜେଡି ନେତା ପ୍ରତାପ ଜେନା, ସବୁ ସାଂସଦଙ୍କୁ ନୋଟିସ ଜାରୀ ପାଇଁ ଅନୁରୋଧ

ଭୁବନେଶ୍ବର: ୱାକଫ ବିଲକୁ ନେଇ ବର୍ତ୍ତମାନ ଓଡିଶା ରାଜନୀତି ସରଗରମ ହେବାରେ ଲାଗିଛି। କେଉଁ ପରିସ୍ଥିତିରେ ବିଜେଡିର ସାଂସଦମାନେ ବିବେକାନୁମୋଦିତ ଭୋଟ ଦେଲେ ସେ ନେଇ ପ୍ରଶ୍ନ ଉଠିଛି। କଣ ପାଇଁ ସାଂସଦ ସସ୍ମିତ ପାତ୍ର ଟୁଇଟ କରି ଦଳର ନିଷ୍ପତିକୁ ବଦଳାଇଦେଲେ ସେ ନେଇ ଚାଲିଛି ଚର୍ଚ୍ଚା।

ଏହା ଭିତରେେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା। ସେ ଏହିଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବିଲ୍ ଉପରେ ଯେପରି ପରିସ୍ଥିତି ଉପୁଜିଲା ତାହା ଦୁର୍ଭାଗ୍ୟ ଜନକ। ସାଂସଦ ସସ୍ମିତ ପାତ୍ର ଦଳିୟ ନିଷ୍ପତି କିପରି ବଦଳାଇଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସେହିପରି ରାଜ୍ୟସଭା ସାଂସଦମାନେ କାହିଁକି ନିଜ ହିସାବରେ ଭୋଟ ଦେଲେ ସେ ଉପରେ ଚିନ୍ତା କରାଯିବାର ଆବଶ୍ୟକ ରହିଛି। ବିଜେଡିର ସମସ୍ତ ସାଂସଦଙ୍କୁ କାରଣ ଦର୍ଶା ନୋଟିସ ଜାରୀ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଏପରିକି ଏହି ଷଢଯନ୍ତ୍ର ପଛରେ କିଏ ଅଛି ତାହା ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପ୍ରତାପ ଦାବୀ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ୱାକଫ ବିଲକୁ ନେଇ ବିିଜେଡି ସାଂସଦଙ୍କ ମଧ୍ୟରେ ଫାଟ, ବିଧାୟକ ବଦ୍ରୀ ପାତ୍ର କହିଲେ କିଛି ଖେଳ ହୋଇଛି

ଭୁବନେଶ୍ବର: ରାଜ୍ୟସଭାରେ ୱାକଫ ବିଲକୁ ନେଇ ବିଜେଡି ମଧ୍ୟରେ ବଡ ଫାଟ ସୃଷ୍ଟି ହୋଇଛି। ବିଜେଡି ସାଂସଦ ମୁନ୍ନା ଖାନ ବିଲ ବିରୋଧରେ ଭୋଟ ଦେଇଥିବା ବେଳେ ସସ୍ମିତ ସମର୍ଥନ କରିଛନ୍ତି। ତେବେ ଦଳର ଏପରି ଆଭିମୁଖ୍ୟ ନେଇ ବିଧାୟକ ତଥା ଦଳର ବରିଷ୍ଠ ନେତା ବଦ୍ରୀ ପାତ୍ର ବିସ୍ପୋରକ ତଥ୍ୟ ଦେଇଛନ୍ତି। ଯାହା ଦଳ ଭିତରେ ଭୂକମ୍ପ ସୃଷ୍ଟି ହୋଇଛି।

ବଦ୍ରି ପାତ୍ର କହିଛନ୍ତି ଯେ, ବିଲକୁ ବିରୋଧ କରିବା ପାଇଁ ପୂର୍ବରୁ ଦଳର ସଭାପତି ନିଷ୍ପତି ଗ୍ରହଣ କରିଥିଲେ। ହେଲେ ପରେ କିପରି ତାହା ପ୍ରତ୍ୟାହାର ହେଲା ଆଉ ବିବେକ ଅନୁମୋଦିତ ଭୋଟ ଦେବା ପାଇଁ କୁହାଗଲା। ତେବେ ଏହା ଭିତରେ ଏକ ବଡ ଖେଳ ହୋଇଛି ବୋଲି ବଦ୍ରୀ ପାତ୍ର କହିଛନ୍ତି। ବିଜେଡି କାହାର ଚାପରେ ଏପରି କରିଛି ବୋଲି ସେ ସ୍ପଷ୍ଟ ଭାବେ ମତ ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ୱାକଫ ବିଲ ଭୋଟିଂ ବେଳେ କାହିଁକି ଅନୁପସ୍ଥିତ ରହିଲେ ସାଂସଦ ଦେବାଶୀଷ ସାମନ୍ତରାୟ, ଦେଲେ ବିସ୍ପୋରକ ବୟାନ

ଭୁବନେଶ୍ବର: ୱାକଫ ସଂଶୋଧନ ବିଲକୁ ନେଇ ଗୃହରେ ଯେପରି ଝଡ ସୃଷ୍ଟି ହୋଇଛି, ସେହିପରି ବିଜେଡି ଦଳ ଭିତରେ ମଧ୍ୟ ସୃଷ୍ଟି ହୋଇଛି ବିବାଦ। ଆଜି ଏହି ବିଲ୍ ପାଶ ନେଇ ଭୋଟିଂ ପୂର୍ବରୁ ବିଜେଡି ସାଂସଦଙ୍କ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାହା ହେଲା ପୂର୍ବରୁ ସେ ବିଲକୁ ବିଜେଡି ବିରୋଧ କରିବବୋଲି କହୁଥିଲେ। ହେଲେ ପରେ କହିଲେ ଯେ, ବିବେକାନୁସାରେ ଭୋଟ ଦେବାକୁ ନିଷ୍ପତି ହୋଇଛି।

ଏପରି ପରିସ୍ଥିତିରେ ବିଜେଡି ସାଂସଦ ଦେବାଶୀଷ ସାମନ୍ତରାୟ ଭୋଟ ଦାନରୁ ବିରତି ରହିଥିଲେ। ସେ କହିଥିଲେ ଯେ, ଦଳର ଏପରି ନିଷ୍ପତି ମୁଁ ଠିକ ଭାବୁ ନାହିଁ। ସେଥିପାଇଁ ଭୋଟ ଦେବାକୁ ଇଚ୍ଛା ପ୍ରକାଶ କରିଲି ନାହିଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଦେବାଶୀଷ ଦଳର ନିଷ୍ପତିକୁ ନେଇ ଅସନ୍ତୁଷ୍ଠ ଅଛନ୍ତି। ଦଳ ଗୋଟିଏ ଦିନ ଭିନ୍ନ କଥା କହୁଥିବା ବେଳେ ଅନ୍ୟ ଦିନରେ ଅନ୍ୟ ଏକ କଥା କହୁଥିବାରୁ ଦେବାଶୀଷ ଅସନ୍ତୁଷ୍ଠ ହୋଇପଡିଛନ୍ତି।

ତେବେ ବିଜେଡିର ସାତଜଣ ସାଂସଦଙ୍କ ମଧ୍ୟରୁ ସସ୍ମିତ ପାତ୍ର ବିଲ ସପକ୍ଷରେ ଭୋଟ ଦେଇଛନ୍ତି ବୋଲି ସ୍ବୀକାର କରିଛନ୍ତି। ସେହିପରି ଅନ୍ୟମତ ସାଂସଦ ମୁନ୍ନା ଖାନ ବିଲ ବିରୋଧରେ ଭୋଟ ଦେଇଛନ୍ତି। ସୁଲତା ଦେଓ କାହାକୁ ଭୋଟ ଦେଇଛନ୍ତି ତାହା ଜଣାପଡି ନାହିଁ। ତେବେ ବିଜେଡିର ଏପରି ନିଷ୍ପତିକୁ ଦଳ ଭିତରେ ଏକ ଫାଟ ସୃଷ୍ଟି କରିଛି ବୋଲି ସ୍ପଷ୍ଟ ହୋଇଛି। କାରଣ ବିଜେଡି ସାଂସଦଙ୍କ ମଧ୍ୟରେ କୌଣସି ତାଳମେଳ ରହିଲା ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିର ଥ..ଥ..ମ..ମ.. ନୀତି, ରାଜ୍ୟସଭାରେ ୱାକଫ ବିଲ ପାଶ୍ କୁ ନେଇ ଚର୍ଚ୍ଚାରେ ଦଳ

ନୂଆଦିଲ୍ଲୀ: ଆଜି ରାଜ୍ୟ ସଭାରେ ୱାକଫ ସଂଶୋଧନ ବିଲ ପାଶ ହୋଇଛି। ଏ ନେଇ ରାଜ୍ୟସଭାରେ ଭୋଟିଂ ହୋଇଥିଲା। ହେଲେ ଏଥିରେ ବିଜେଡିର ଭୂମିକାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। କାରଣ ବିଜେଡି ଏଥିରେ ଥ.. ଥ..ମ.. ମ ନୀତି ଆପଣେଇଛି। ନା ସେ ବିରୋଧୀ ହୋଇପାରୁଛି ନା ସେ ଏନଡିଏକୁ ସମର୍ଥନ କରିପାରୁଛି। ଯାହାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଦଳ ସମାଲୋଚନାର ଶିକାର ହୋଇଛି।

ରାଜ୍ୟସଭାରେ ୱାକଫ ବିଲ ଆସିବା ପୂର୍ବରୁ ବିଜେଡି ତରଫରୁ ତାହାକୁ ବିରୋଧ କରାଯିବ ବୋଲି କୁହାଗଲା। ଏ ନେଇ ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ମିଡିଆ ଆଗରେ ଘୋଷଣା କଲେ। କହିଲେ ଆମେ ଏହି ବିଲକୁ ବିରୋଧ କରିବୁ। ହେଲେ କଣ ହେଲା କେଜାଣି ଭୋଟ ଦିନ ସେହି ସସ୍ମିତ ପାତ୍ର ଘୋଷଣା କଲେ ଯେ, ବିବେକ ଅନୁସାରେ ଭୋଟ ଦିଆଯିବ। ଏ ଉପରେ ଦଳ ତରଫରୁ କୌଣସି ହ୍ବପ ଜାରୀ କରାଯାଉ ନାହିଁ।

ଯଦି କେନ୍ଦ୍ର ସରକାରଙ୍କୁ ବିରୋଧ କରିବାର ଦଳ ପାଖରେ କ୍ଷମତା ନାହିଁ, ତେବେ କଣ ପାଇଁ ବିରୋଧ କରିବାକୁ ଘୋଷଣା କରୁଥିଲ। ପୁଣି ଭୋଟ ଦିନ ଦଳ କଣ ପାଇଁ ହ୍ବିପ ଜାରୀ କରିପାରିଲ ନାହିଁ। ଏଥିରୁ ସ୍ପଷ୍ଟ ଯେ, ଦଳ କେନ୍ଦ୍ର ସରକାରଙ୍କୁ ବିରୋଧ କରିବାର କୌଣସି କ୍ଷମତା ରଖିପାରି ନାହିଁ। ଅନ୍ୟପକ୍ଷରେ କହିବାକୁ ଗଲେ ଦଳ ବର୍ତ୍ତମାନ କେନ୍ଦ୍ରୀୟ ବିଜେପି ଦ୍ବାରା ଉଠ ବସ ହେଉଛି।

ପୂର୍ବରୁ ବିଜେଡି ସବୁ ବିଲରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇ ଆସୁଥିଲା। ହେଲେ ନିର୍ବାଚନ ପରେ ଦଳ କଣ କରିବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନ ଥିଲା। ସମସ୍ତେ ଆଶା କରିଥିଲେ ଯେ, ଦଳ ନିଶ୍ଚିତ ପ୍ରକୃତ ବିରୋଧୀ ଭୂମିକା ଗ୍ରହଣ କରିବ। ଚେନ୍ନାଇରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଡିଲିମିଟେସନ ବୈଠକରେ ଯୋଗ ଦେବା ପରେ ଅନୁଭବ କରି ହେଲା ଯେ, ଦଳ କେନ୍ଦ୍ର ସରକାରଙ୍କୁ ବିରୋଧ କରିବ।

ସେହିପରି ୱାକଫ ବିଲ ସମୟରେ ଦଳ ବିରୋଧ କରିବାକୁ ଘୋଷଣା କରିବା ସୂଚାଇ ଦେଇଥିଲା ଯେ, ବିଜେଡି ପ୍ରକୃତ ବିରୋଧୀ ଦଳର ଭୂମିକା ଗ୍ରହଣ କରିବ। ହେଲେ ରାଜ୍ୟସଭାରେ ବିଲ୍ ପାଶ ହେବାର କିଛି ଘଣ୍ଟା ପୂର୍ବରୁ ବିଜେଡିର ୟୁଟର୍ଣ୍ଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଦଳ ରାଜ୍ୟସଭାରେ ବିରୋଧ କରିବା ପରିବର୍ତ୍ତେ ସାଂସଦଙ୍କୁ ବିବେକ ଅନୁଯାୟୀ ଭୋଟ ଦେବା ପାଇଁ କହିଲା। ଫଳରେ ସାପ ମରିବ ହେଲେ ବାଡି ଭାଙ୍ଗିବ ନାହିଁ ନ୍ୟାୟରେ ବିଜେେଡି ତାହାର ରଣନୀତି ଆପଣେଇ ନେଲା।

ଆଜିର ଘଟଣା ପରେ ବିଜେଡି ସାଧାରଣରେ ଲୋକହସା ହୋଇଛି। ଦଳର ନିର୍ଦ୍ଧିଷ୍ଠ ରଣ ନୀତି ନାହିଁ ବୋଲି ସ୍ପଷ୍ଟ ହୋଇଛି। ଏପରି କଲେ ବିଜେଡିର ଭବିଷ୍ୟତ କଣ ହେବ ସେ ନେଇ ସମସ୍ତଙ୍କର ସନ୍ଦେହ ସୃଷ୍ଟି ହେଲାଣି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ୱାକଫ ବିଲ କୁ ବିଜେଡି ବିରୋଧ କରିବ, ସଂଖ୍ୟା ଲଘୁମାନଙ୍କୁ ସାକ୍ଷାତ କରି ପ୍ରତିଶୃତି ଦେଲେ ନବୀନ

ଭୁବନେଶ୍ବର: ଏ ଦେଶ ଆମର ଏ ମାଟି ଆମର। ଏ ଭାବନା ନେଇ ଆମର ପ୍ରିୟ ଭାରତ ତଥା ପ୍ରିୟ ଓଡିଶା ର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂଖ୍ୟଲଘୁ ଭାଇ ଭଉଣୀ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

ଆଜି ଶଙ୍ଖ ଭବନ ଠାରେ ବିଜେଡି ସଂଖ୍ୟଲଘୁ ଭାଇ ଭଉଣୀ ମାନଙ୍କୁ ସମ୍ବୋଧନ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଶାନ୍ତି ଓ ସଦଭାବନା ହିଁ ପ୍ରଗତି ର ଭିତ୍ତି। ଏଥି ଯୋଗୁଁ ହିଁ ଓଡିଶା ବିଭିନ୍ନ କ୍ଷେତ୍ର ର ପ୍ରଗତି ହାସଲ କରିପାରିଛି। ତେଣୁ ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପାଇଁ କାମ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ସେ କହିଥିଲେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ର ସଂଖ୍ୟାଲଘୁ ଭାଇ ଭଉଣୀ ମାନେ ତାଙ୍କୁ ପ୍ରତିଦିନ ଭେଟୁଛନ୍ତି। ସେମାନଙ୍କ ମନରେ ଅସୁରକ୍ଷା ଭାବନା ରହୁଥିବା ବିଷୟରେ ସେମାନେ ଜଣାଉଛନ୍ତି।

ବିଜେଡି ୱାକଫ ବିଲ କୁ ବିରୋଧ କରିବ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଥିଲେ.
ଓଡିଶା ସଦଭାବନା ଓ ଭାଇଚାରା ପାଇଁ ପ୍ରସିଦ୍ଧ. ଓଡିଶା ର ସାଂସ୍କୃତିକ ବିବିଧତା ଆମର ଗୌରବ। ଦେଶ ର ପ୍ରଗତି ରେ ସଂଖ୍ୟାଲଘୁ ମାନଙ୍କ ଅବଦାନ କୁ ସ୍ମରଣ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସମସ୍ତଙ୍କ ସହଯୋଗ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଜରୁରୀ।

ସାମ୍ପ୍ରଦାୟିକ ସଦଭାବନାକୁ ଭାରତୀୟ ସଂସ୍କୃତି ର ମୂଳଧାର ବୋଲି ବର୍ଣ୍ଣନା କରି ସମାଜ ର ଦୁର୍ବଳ ବର୍ଗ ର କଲ୍ୟାଣ ପାଇଁ ବିଜେଡି ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବୌଦ୍ଧ ଶିଖ ମୁସଲିମ ଓ ଖ୍ରୀଷ୍ଟିଆନ ଧର୍ମ ର ପ୍ରତିନିଧିମାନେ ଶ୍ରୀ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସାଂସଦ ମୁନା ଖାଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।